Author: Samikhsya Bureau

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ପ୍ରାଥମିକ କୃଷି ଋଣ ସମିତି (ପ୍ୟାକ୍ସ)ର କମ୍ପ୍ୟୁଟରୀକରଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ନିଷ୍ପତ୍ତି ପ୍ୟାକ୍ସଗୁଡ଼ିକର ଦକ୍ଷତା ବଢ଼ାଇବା ସହିତ ପରିଚାଳନାରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ଆଣିବ। ପ୍ୟାକ୍ସଗୁଡ଼ିକର କାରବାରରେ ବିବିଧତା ଆସିବା ସହିତ ବିଭିନ୍ନ ଗତିବିଧି/ସେବା ଆରମ୍ଭ କରିବା କ୍ଷେତ୍ରରେ ସୁବିଧା ମିଳିବ। ଏହି ପ୍ରକଳ୍ପ ପାଇଁ ମୋଟ ୨୫୧୬ କୋଟି ଟଙ୍କାର ବଜେଟ୍‌ ବ୍ୟୟବରାଦ କରାଯାଇଛି। ଭାରତ ସରକାର ଏଥିରେ ୧୫୨୮ କୋଟି ଟଙ୍କା ଖର୍ଚ୍ଚ କରିବେ। ମୋଟ ୫ ବର୍ଷର ଅବଧି ମଧ୍ୟରେ ପ୍ରାୟ ୬୩ ହଜାର କାର୍ଯ୍ୟକ୍ଷମ ପ୍ୟାକ୍ସର କମ୍ପ୍ୟୁଟରୀକରଣ କରାଯିବ। ଦେଶରେ ସ୍ବଳ୍ପକାଳୀନ ସମବାୟ ଋଣ (ଏସଟିସିସି) ଯୋଗାଇ ଦେବାର ତ୍ରିସ୍ତରୀୟ ବ୍ୟବସ୍ଥାରେ ସବୁଠୁ ତୃଣମୂଳସ୍ତରରେ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ଗୁଡ଼ିକ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ପ୍ରାୟ ୧୩ କୋଟି ଚାଷୀ ପ୍ୟାକ୍ସର ସଦସ୍ୟ ଭାବେ…

Read More

ବିଛା : – ଆଜି ଆପଣଙ୍କ ମନସ୍ତାପକୁ ହସି ହସି ହେୟଜ୍ଞାନ କରି ଉଡାଇ ଦିଅନ୍ତୁ। କୌଣସି ଗୁରୁତ୍ବ ଦିଅନ୍ତୁ ନାହିଁ। କାରଣ ଏପରି ନ କଲେ ଆପଣ ବିରକ୍ତ ହୋଇପାରନ୍ତି । କେହି କେହି ଆଜି ଆପଣଙ୍କ ଜୀବନସାଥୀଙ୍କ ପ୍ରତି ବହୁତ ଆଗ୍ରହ ଦେଖାଇ ପାରନ୍ତି, କିନ୍ତୁ ଦିନ ଶେଷ ସୁଦ୍ଧା ଆପଣ ଅନୁଭବ କରିବେ ଯେ ଏଥିରେ କିଛି ଭୁଲ୍ ନାହିଁ। ଧନୁ: – ଆଗାମୀ କିଛି ଦିନ ମଧ୍ୟରେ, ଆପଣ ଅନେକ ଭଲ ସୁଯୋଗ ପାଇବେ। ଯେଉଁମାନେ ଆପଣଙ୍କୁ ଭୁଲ ପଥରେ ନେଇପାରନ୍ତି କିମ୍ବା ଏପରି ସୂଚନା ଦେଇପାରିବେ, ଯାହା ଆପଣଙ୍କ ପାଇଁ କ୍ଷତିକାରକ ବୋଲି ପ୍ରମାଣ କରିପାରେ । ଆପଣଙ୍କ ସାଥୀଙ୍କ କିଛି କାମ ପାଇଁ ଆପଣ କିଛି ଲଜ୍ଜା ଅନୁଭବ କରିପାରନ୍ତି । କିନ୍ତୁ ପରେ ଆପଣ ଅନୁଭବ କରିବ ଯେ ଯାହା ଘଟିଲା ତାହା ଭଲ ପାଇଁ ଘଟିଲା । ମକର :…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ସ୍ଥିତ ସଂସ୍କୃତି ଭବନ ଠାରେ ନବଗଠିତ କଳାହାଣ୍ଡି ଜନବାଦି ଲୋକମଞ୍ଚ ପକ୍ଷ ରୁ କଳାହାଣ୍ଡି ର ପ୍ରାକୃତିକ ସୌନ୍ଦର୍ଯ୍ୟ ଜଳ, ଜଙ୍ଗଲ, ତଥା ଖଣ୍ଡୁଆଲ ମାଳି ପର୍ବତ ମାଳା ର ସୁରକ୍ଷା ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀ ରେ ଆବାହକ ଦାମୋଦର ବେହେରା ସଭାପତିତ୍ବ କରିଥିଲେ ଏବଂ ଆଦିବାସୀ ମହାସଂଘ ର କଳାହାଣ୍ଡି ଜିଲ୍ଲା ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ଭୋଇ, ଉପେନ୍ଦ୍ର ଦ୍ରାବିଡ, ସତ୍ୟ ମାହାର, କ୍ରାନ୍ତି କାରି ସଙ୍ଗୀତଜ୍ଞ ରାଜ କିଶୋର ସୁନାନି, କର୍ଲାପାଟ ସରପଞ୍ଚ ବିଶ୍ଵ ନାଥ ମାଝୀ, ସୁରେଶ ସଂଗ୍ରାମ, ଆଜାଦ ସ୍ଵାତୀ, ସୁରେଶ ସଂଗ୍ରାମ, ବରିଷ୍ଠ ଆଇନଯିବି ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଅଖିଳ ଭାରତ ଛାତ୍ର ସଙ୍ଘ ଜିଲ୍ଲା ସଭାପତି ରାଜାରାମ ଡଙ୍ଗରି, ଅଖିଳ ଭାରତ ଯୁବ ସଙ୍ଘ ଜିଲ୍ଲା ସମ୍ପାଦକ ସଞ୍ଜୟ ଶୁନାନି, ଲକ୍ଷ୍ମଣ ରଣବୀର, ଜୁନାଗଡ…

Read More

ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶର ୪୨ଟି ଏକ ନିୟୁତରୁ ଅଧିକ ଜନସଂଖ୍ୟା ବହୁଳ ନଗରୀ ଓ ଜନବସତିପୂର୍ଣ୍ଣ ସହରରେ ମୁକ୍ତ ବାୟୁ ପରିଚାଳନା ତଥା ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକର ବର୍ଜନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ପରିବେଶ ବିଭାଗର ବରିଷ୍ଠ ଅଧିକାରୀ ଓ ପୌର ଆୟୁକ୍ତ, ସହରାଞ୍ଚଳ ବିକାଶ ଓ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ବୈଠକରେ ଜୁଲାଇ ପହିଲା ୨ଠ୨୨ରୁ ଚିହ୍ନଟ ହୋଇଥିବା ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ (ଏସୟୁପି) ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ ଉପରେ ପୌର ଆୟୁକ୍ତମାନଙ୍କୁ କୁହାଯାଇଥିଲା। ଏ ସଂକ୍ରାନ୍ତ ବିଜ୍ଞପ୍ତି ଅଗଷ୍ଟ ୧୨, ୨ଠ୨୧ରେ ପ୍ରକାଶିତ ହୋଇଛି। ପୌର ଆୟୁକ୍ତଗଣ ସେମାନଙ୍କ ଅଞ୍ଚଳ ପରିସୀମା ମଧ୍ୟରେ ଏହାକୁ ନିଜର ସ୍କ୍ୱାର୍ଡ ସହ ଲାଗୁ କରିବାକୁ ଅନୁରୋଧ କରାଯାଇଛି। ବ୍ୟବସାୟୀ, ବଣ୍ଟନକାରୀ, ପାଇକାରୀ ଓ ଖାଉଟି ଓ ଏଥିସହ ସଂଶ୍ଳିଷ୍ଟ ଅନ୍ୟମାନଙ୍କୁ ନିଷେଧ ଏସୟୁପି ପରିବର୍ତ୍ତେ ବିକଳ୍ପ…

Read More

ଭୁବନେଶ୍ୱର: ଲକଡାଉନ ସମୟରେ ବାତିଲ ହୋଇଥିବା କିଛି ଟ୍ରେନ୍ ପୁନଃ ପ୍ରଚଳନ ପାଇଁ ନିକଟରେ ଓଡିଶା ଗସ୍ତ ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବ ତଟ ରେଳବାଇର ଚାରି ଯୋଡି ଟ୍ରେନ୍ ପୁନ ପ୍ରଚଳନ କରିବାକୁ ଘୋଷଣା କରିଥିଲେ। ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ପୂର୍ବ ତଟ ରେଲୱେ ଅଧୀନରେ ସାତ ଯୋଡି ଟ୍ରେନକୁ ପୁନଃ ପ୍ରଚଳନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ଟ୍ରେନ୍ ଗୁଡିକ ହେଉଛି, ପୁରୀ-ସାଇ ନାଗର ସିରିଡ଼ି-ପୁରୀ ଏକ୍ସପ୍ରେସ, ପୁରୀ-ପାରାଦୀପ-ପୁରୀ ଏକ୍ସପ୍ରେସ, କଟକ-ଭଦ୍ରକ-କଟକ ମେମୁ ସ୍ପେଶାଲ, ବିଶାଖାପାଟନମ୍-କୋରାପୁଟ-ବିଶାଖାପାଟନମ୍ ଇଣ୍ଟରସିଟି, ବିଶାଖାପାଟନମ୍-ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ, କଟକ-ପଲାସା-କଟକ ସ୍ପେଶାଲ୍ଏ ବଂ ପୁରୀ-ତାଳଚେର-ପୁରୀ ମେମୁ ସ୍ପେଶାଲ। ୧୮୪୧୪/୧୮୪୧୩ ପୁରୀ-ପାରାଦୀପ-ପୁରୀ ଏକ୍ସପ୍ରେସ ୨୭ ଜୁନ୍ ୨୦୨୨ ଠାରୁ ଉଭୟ ପାର୍ଶ୍ୱରୁ ଚଳାଚଳ କରୁଛି। ଏହା ପୁରୀରୁ ସକାଳ ୬ଘ.୧୫ମି.ରେ ଛାଡୁଥିବାବେଳେ ପାରାଦୀପରୁ ସନ୍ଧ୍ୟା ୬ ଘଟିକାରେ ଛାଡ଼ୁଛି। ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ସ୍ପେଶାଲ୍ ୨୭ ଜୁନ୍ ୨୦୨୨ ଠାରୁ ଉଭୟ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଉପ କାରାଗାର ପରିସରରେ ଏକ ପାଠାଗାର ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ସେଣ୍ଟ ଜାଭିଅର ହାଇସ୍କୁଲ ପକ୍ଷରୁ ଉକ୍ତ ପାଠାଗାରକୁ ଉପ କାରାଗାର ପରିସରରେ ଖୋଲାଯାଇଛି। ଉକ୍ତ ମହତ କାର୍ଯ୍ୟରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ଜେଲ ସୁପରିଟେଣ୍ଡେଣ୍ଟ ଜଗତ ବିହାରୀ ରାଉତରାୟ। ଆଜିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବାଣପୁର ସେଣ୍ଟ ଜାଭିଅର ହାଇସ୍କୁଲ ପରିଚାଳକ ଡାକ୍ତର ଶକ୍ତି ପ୍ରସାଦ ମହାନ୍ତି, ବିଶିଷ୍ଟ ବାସ୍ତୁବିଦ, ରାଜ୍ୟ ସମାଜସେବୀ ମହାସଂଘର ପ୍ରତିଷ୍ଠାତା ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ବିଦ୍ୟାଳୟର ସଦସ୍ୟ ରବି ନାରାୟଣ ହୋତା ଏବଂ ସତ୍ୟ ନାରାୟଣ ପ୍ରଧାନ ଆଦି ଉପସ୍ଥିତ ଥିଲେ। ତେବେ ଜେଲ ସୁପରିଟେଣ୍ଡେଣ୍ଟଙ୍କ ପ୍ରଚେଷ୍ଟା ଲାଗି ଏହା ସମ୍ଭବ ହୋଇପାରିଛି ବୋଲି ବିଦ୍ୟାଳୟ ପରିଚାଳକ ଡ଼ା ମହାନ୍ତି କହିବା ସହ ଏଥିନିମନ୍ତେ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି।  ତେବେ ଆଗକୁ ମଧ୍ୟ କାରାଗାରରେ ଏପରି ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି…

Read More

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଝଟକା ପରେ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବାବେଳେ ସେ ଏହା ଘୋଷଣା କରିଛନ୍ତି। ଏଥି ସହିତ, ଠାକରେ ଏହା ସ୍ପଷ୍ଟ କରିଛନ୍ତି ଯେ, ମୋ ପାଖରେ ଥିବା ଶିବସେନାକୁ କେହି ଛଡ଼ାଇ ନେଇ ପାରିବେ ନାହିଁ। ମୁଁ ବିଧାନ ପରିଷଦର ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଉଛି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଆମର ଭଲ କାର୍ଯ୍ୟଗୁଡ଼ିକ ପ୍ରତି ନଜର ଲାଗିଗଲା। ଆମେ ସହରଗୁଡ଼ିକର ନାମ ପରିବର୍ତ୍ତନ କରିବାକୁ ସ୍ଥିର କଲୁ। ଏହି ସମୟରେ ସୋନିଆ ଗାନ୍ଧୀ ଏବଂ ଶରଦ ପାୱାରଙ୍କୁ ଉଦ୍ଧବ ଠାକରେ ପ୍ରଶଂସା କରିଥିଲେ। ଉଦ୍ଧବ ଠାକରେ କହିଛନ୍ତି ଯେ, ନ୍ୟାୟ ଦେବତା ଏହି ରାୟ ଦେଇଛନ୍ତି, ଫ୍ଲୋର ଟେଷ୍ଟ ପାଇଁ କହିଛନ୍ତି। ରାଜ୍ୟପାଳଙ୍କୁ ମଧ୍ୟ ଧନ୍ୟବାଦ।…

Read More

    ସୁଧାଶ୍ରୀ ଦାସ, ଦୁବାଇ ୟୁଏଇ ଏବଂ ମଧ୍ୟ ପୂର୍ବ ଏବଂ ଉତ୍ତର ଆଫ୍ରିକା ଅଞ୍ଚଳର କମ୍ପାନୀଗୁଡିକରୁ ଓଡିଶାକୁ ଆସିବ   ୨୧,୦୦୦ କୋଟିରୁ ଅଧିକ ମୂଲ୍ୟର ପୁଞ୍ଜି। ଏଥିରେ ପ୍ରାୟ ୧୯,୦୦୦ ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବାର ସମ୍ଭାବନା ରହିଛି। ଆଜି ଦୁବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ପ୍ରତିଶୃତି ଦେଇଛନ୍ତି ଆରବ ଦେଶର ବିଭିନ୍ନ କଂପାନୀ। ବୁଧବାର ଦୁବାଇର ଓବରାଇ ହୋଟେଲରେ ଉଦଘାଟିତ ହୋଇଥିବା ଓଡିଶା ଇନଭେଷ୍ଟର ମିଟରେ କମ୍ପାନୀଗୁଡିକ ଭିତ୍ତିଭୂମି, ଆତିଥ୍ୟ, ଲଜିଷ୍ଟିକ୍ସ, ରାସାୟନିକ ପଦାର୍ଥ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି କ୍ଷେତ୍ରଗୁଡିକରେ ରାଜ୍ୟରେ ପୁଞ୍ଜି ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଥିବାର ଜଣାପଡିଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ତରଫରୁ କଂପାନୀଗୁଡିକୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଦୁବାଇର ଏହି ବୈଠକରେ ପ୍ରାୟ ୧୫୦ ରୁ ଅଧିକ ବଡ କମ୍ପାନୀର ଅଧିକାରୀ ଯୋଗ ଦେଇଥିଲେ। ସେମାନଙ୍କୁ…

Read More

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଯଦି ଆବଶ୍ୟକ ହୁଏ ତେବେ ଅଗଷ୍ଟ ୬ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ଉପରାଷ୍ଟ୍ରପତି ନିର୍ବାଚନ-୨୦୨୨ ପାଇଁ ବିଜ୍ଞପ୍ତି ଜୁଲାଇ ୫ ତାରିଖରେ ଜାରି କରାଯିବ। ନାମାଙ୍କନ ପତ୍ର ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ହେବ। ପ୍ରାର୍ଥୀମାନେ ଜୁଲାଇ ୨୨ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରିବାକୁ ସମର୍ଥ ହେବେ। ନିର୍ବାଚନ ଆୟୋଗ ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଦେବାର ତାରିଖ ସ୍ଥିର କରିଛନ୍ତି ଏବଂ ସେହି ଦିନ ଭୋଟ୍ ଗଣନା ମଧ୍ୟ ହେବ। ଦେଶର ବର୍ତ୍ତମାନର ଉପରାଷ୍ଟ୍ରପତି ହେଉଛନ୍ତି ଭେଙ୍କୟା ନାଇଡୁ, ଯାହାର କାର୍ଯ୍ୟକାଳ ଅଗଷ୍ଟ ୧୦ ତାରିଖରେ ଶେଷ ହେବ। ଏହାପୂର୍ବରୁ ନୂତନ ଉପ-ରାଷ୍ଟ୍ରପତି ନିର୍ବାଚିତ ହେବେ। ଉପରାଷ୍ଟ୍ରପତି ନିର୍ବାଚନରେ ​​କିଏ ପ୍ରତିଦ୍ୱନ୍ଦ୍ୱିତା କରିପାରିବ?: ଭାରତର ଯେକୌଣସି ନାଗରିକ ଯିଏ ୩୫ ବର୍ଷ ବୟସ ହାସଲ କରିଛନ୍ତି, ସେ ଉପରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ।…

Read More

ଭୁବନେଶ୍ବର: ଆସନ୍ତା ୧ ତାରିଖରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଓଡିଶା ଡାକ ପରିମଣ୍ଡଳ ସମସ୍ତ ପ୍ରଧାନ ଡାକଘରମାନଙ୍କରେ ଏକ ସ୍ଵତନ୍ତ୍ର ରଦ୍ଦକରଣ ମୋହର ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ପ୍ରଧାନ ଡାକ ଘରେ ରେଜିଷ୍ଟ୍ରୀ ପୋଷ୍ଟ/ସ୍ପିଡ ପୋଷ୍ଟ ଡାକ ବୁକିଙ୍ଗ କରିବା ପାଇଁ ଦିନ ୧୦ ଘଟିକା ଠାରୁ ଅପରାହ୍ନ ୦୧ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ। ଏହି ସମୟ ମଧ୍ୟରେ “ସ୍ଵତନ୍ତ୍ର ରଦ୍ଦକରଣ ମୋହର” ଡାକଘର ମାନଙ୍କରେ ଉପଲବ୍ଧ ହେବ।

Read More

ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତୀୟ କୋଇଲା କ୍ଷେତ୍ର ଅଧିକରୁ ଅଧିକ କୋଇଲା ଉତ୍ପାଦନ ମାଧ୍ୟମରେ ଦ୍ରୁତ ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ କରିବା ନିମନ୍ତେ ନିରନ୍ତର ପ୍ରୟାସ କରି ଆସୁଛି। ଅନୁରୂପ ଭାବେ, ଦେଶର କୋଇଲା କ୍ଷେତ୍ର ପରିବେଶ ସୁରକ୍ଷା ଉପରେ ଜୋର ଦେବା ସହିତ ଜଙ୍ଗଲ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ସଂଖ୍ୟାଧିକ ପଦକ୍ଷେପ ଗ୍ରହଣ କରୁଛି। ଦୀର୍ଘସ୍ଥାୟୀ ବିକାଶ ମାର୍ଗକୁ ଗ୍ରହଣ କରିବାର ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ନିଆଯାଉଛି। ବିଭିନ୍ନ ଦୀର୍ଘସ୍ଥାୟୀ କାର୍ଯକ୍ରମ ଅଧୀନରେ, କୋଲ୍‌ ଇଣ୍ଡିଆ ଲିମିଟେଡ (ସିଆଇଏଲ) ପକ୍ଷରୁ ସମ୍ପୃକ୍ତ ରାଜ୍ୟ ସରକାର ଏବଂ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (ଏମଓଇଏଫସିସି)ର ସହାୟତାରେ କେତେକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ଏସବୁ ପଦକ୍ଷେପ ମଧ୍ୟରେ ରହିଛି କୋଇଲା ଖଣି ଗର୍ତ୍ତ ହ୍ରଦ ବା ପିଟ୍‌ ଲେକ୍‌ର ସଂରକ୍ଷଣ, ଆର୍ଦ୍ର ଭୂମିର ପ୍ରାକୃତିକ ସ୍ବରୂପକୁ ବଜାୟ ରଖିବା ଏବଂ ପିଟ୍‌ ଲେକ୍‌ଗୁଡ଼ିକୁ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ‘ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ଉପରୁ ନିୟନ୍ତ୍ରଣ ପ୍ରତ୍ୟାହାର’ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଅଶୋଧିତ ତୈଳ ଏବଂ କଣ୍ଡେନସେଟ୍‌ ଆବଣ୍ଟନକୁ ବନ୍ଦ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟର ନିଷ୍ପତ୍ତି ୧ ଅକ୍ଟୋବର ୨୦୨୨ ଠାରୁ ଲାଗୁ ହେବ। ଏହି ନିଷ୍ପତ୍ତି ଫଳରେ ସମସ୍ତ ଅନ୍ବେଷଣ ଏବଂ ଉତ୍ପାଦନ (ଇଏଣ୍ଡପି) ଅପରେଟରଙ୍କ ପାଇଁ ସ୍ବାଧୀନ ବିପଣନ ସୁନିଶ୍ଚିତ ହୋଇପାରିବ। ସରକାର, କିମ୍ବା ତାଙ୍କ ନୋମିନୀ ଅଥବା ସରକାରୀ କମ୍ପାନୀଗୁଡ଼ିକୁ ଅଶୋଧିତ ତୈଳ ବିକ୍ରି କରିବା ଲାଗି ଉତ୍ପାଦନ ସହଭାଗିତା ଚୁକ୍ତିନାମା (ପିଏସସି)ର ସର୍ତ୍ତକୁ ତଦନୁଯାୟୀ କୋହଳ କରାଯିବ। ସବୁ ଇଏଣ୍ଡପି କମ୍ପାନୀଙ୍କୁ ଏବେ ଘରୋଇ ବଜାରରେ ନିଜ କ୍ଷେତ୍ରରୁ ଅଶୋଧିତ ତୈଳ ବିକ୍ରି କରିବା ନିମନ୍ତେ ସ୍ବାଧୀନତା ମିଳିପାରିବ। ସବୁ ଚୁକ୍ତିନାମାରେ ରୟାଲିଟି, ଉପକର, ଆଦି ଭଳି ରାଜସ୍ବର ଗଣନା ଏକସମାନ ଆଧାରରେ ହିସାବ…

Read More

ଭୁବନେଶ୍ୱର: କୋଭିଡ୍ ସଂକ୍ରମିତ ହେବା ପରେ ଚିକିତ୍ସିତ ହୋଇ ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇଛନ୍ତି ଜାପାନର ନାଗରିକ ପି.ଟାକାହାରା କେଞ୍ଜି। କୋଭିଡ ସଂକ୍ରମିତ ହୋଇ ଶ୍ରୀ କେଞ୍ଜି ଗତ ଜୁନ୍‌ ୧୯ ତାରିଖ ଦିନ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତେବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଗତ ମଙ୍ଗଳବାର ଦିନ ସେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି। ତାଙ୍କର ଜ୍ୱର ସହିତ ଥଣ୍ଡା ଓ କାଶ ଜନିତ ସମସ୍ୟା ରହିଥିଲା। ତେବେ ସମସ୍ତ ପ୍ରକାର ଚିକିତ୍ସା ଗ୍ରହଣ କରି ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିବା କହିଛନ୍ତି ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ଆସିଥିବା ବେଳେ ଜାପାନ୍‌ର ଏହି ନାଗରିକ ଜଣକ କୋଭିଡ ସଂକ୍ରମିତ ହୋଇଥିଲେ। ତେବେ ସମ୍ କୋଭିଡ ହସ୍ପିଟାଲ୍‌ର ଉତମ ଚିକିତ୍ସା ଓ ସେବା ସୁଶୃଷା ଫଳରେ ସେ ସୁସ୍ଥ ହୋଇପାରିଛନ୍ତି ଓ ଡାକ୍ତର…

Read More

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ସୂଚନାନୁସାରେ, କରୋନାରେ ସଂକ୍ରମିତ ହୋଇଥିବା ରୋହିତ ଶର୍ମା ପଞ୍ଚମ ଟେଷ୍ଟରେ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କୁ ଅଧିନାୟକତ୍ୱ ଦିଆଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, ରୋହିତ ଶର୍ମା କୋଭିଡ ପଜିଟିଭ୍ ଏବଂ ବର୍ତ୍ତମାନ ସଙ୍ଗରୋଧରେ ଅଛନ୍ତି। ଟିମ୍ ଇଣ୍ଡିଆ ଆଜି ଏଡବାଷ୍ଟନ୍ ଠାରେ ଅଭ୍ୟାସ ଆରମ୍ଭ କରିଥିଲା, କିନ୍ତୁ ଅଧିନାୟକ ରୋହିତ ଏଥିରେ ଅଂଶଗ୍ରହଣ କରିନଥିଲେ। କରୋନା ହେତୁ ୨୦୨୧ ମସିହାରେ ଏହି ଟେଷ୍ଟକୁ ବାତିଲ କରାଯାଇଥିଲା। ସମ୍ପ୍ରତି ଟିମ୍ ଇଣ୍ଡିଆ ଏହି ସିରିଜରେ ୨-୧ରେ ଆଗୁଆ ରହିଛି। ଉଭୟ ଦଳର ସମ୍ଭାବ୍ୟ ଖେଳାଳି ଏକାଦଶ: ଭାରତ: ଶୁଭମାନ ଗିଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ହନୁମା ବିହାରୀ, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ଜସପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ।…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୂଜାରୀ ଆଜି ନାକଟିଦେଉଳ ବ୍ଲକ୍ ର ବିଭିନ୍ନ ପଂତାୟତ ପରିଦର୍ଶନ କରିଛନ୍ତି। ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ନାକଟିଦେଉଳ ବ୍ଲକ୍ ର କିସିଣ୍ଡା, ପାଣିମୋରା, ଗିରିଶ୍ଚନ୍ଦ୍ରପୁର, ବଳମ୍, ସରାପାଲି, ନାକଟିଦେଉଳ, ସାହେବୀ, ବାଟଗାଁ, ସାଲେଭଟା, ଜାମୁଜୋରୀ, ଡଇଁଚା, ଶିମିଳିପାଳ, ଘୋଷରାମାଳ, ଗୋଗୁଆ ଆଦି ଗ୍ରାମ ପଂଚାୟତକୁ ଯାଇ ଜନସାଧାରଣଙ୍କୁ ସାକ୍ଷାତ୍ କରିଥିଲେ ଏବଂ ମନ୍ତ୍ରୀ ହେବା ପରେ ନାକଟିଦେଉଳକୁ ପ୍ରଥମ ଗସ୍ତ ହୋଇଥିବାରୁ ଜନସାଧାରଣ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ନାକଟିଦେଉଳ ମହାବିଦ୍ୟାଳୟରେ ମଧ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ମନ୍ତ୍ରୀଙ୍କ ବ୍ଲକ୍ ପ୍ରତିନିଧି ନିଳାମ୍ବର ସାହୁ, ବିଜେଡ଼ି ବ୍ଲକ୍ ସଭାପତି ମୂଳିଆ ରାଉଳ, ଅନାଦି ସାହୁ, ମନ୍ଦାକିନୀ ରାଉଳ, ଦୁଇ ଜିଲ୍ଲାପରିଷଦ ସଭ୍ୟା, ବ୍ଲକ୍ ଅଧ୍ୟକ୍ଷା ସ୍ବରୁପାରାଣୀ ସାହୁ ତଥା ବିଜେଡ଼ିର କର୍ମୀମାନେ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ।

Read More

ସୁଧାଶ୍ରୀ ଦାସ, ଦୁବାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦୁବାଇରେ ଆରମ୍ଭ ହୋଇଥିବା ଇନଭେଷ୍ଟରସ ମିଟ ରେ ପୁଞ୍ଜି ଆସିବା ଆରମ୍ଭ ହୋଇଛି। ଆଜି ମଧ୍ୟାହ୍ନରେ ହୋଟେଲ ଓବରାଇରେ ବସିଥିବା ଏହି ବୈଠକରେ ବିଶ୍ବର ନାମଜାଦା ହାଇପର ମାର୍କେଟ କଂପାନୀ ଲୁଲୁ ଗ୍ରୁପ ଓଡିଶାରେ ଖୋଲିବ ମଲ। ଆଜି ଏ ନେଇ କଂପାନୀ ତରଫରୁ ଘୋଷଣା କରାଯାଇଛି। ଦୁବାଇର ଏହି କଂପାନୀ ଓଡିଶାରେ ପ୍ରାୟ ୧୫00 କୋଟି ଟଙ୍କା ବିନିଯୋଗ କରିବ ବୋଲି ଘୋଷଣା କରିଛି। ଏ ନେଇ କଂପାନୀର ବରିଷ୍ଠ ଅଧିକାରୀମାନେ ଓଡିଶା ସରକାରଙ୍କ ସହିତ ବୁଝାମଣା କରିଛି। ଏଥିରେ କଂପାନୀ ଘୋଷଣା କରିଛି ଯେ, ଲୁଲୁ ଗ୍ରୁପ ଓଡିଶାରେ ହାଇପରମାର୍କେଟ ସ୍ଥାପନ ସହିତ ଉତ୍ପାଦକ ମଧ୍ୟ କ୍ରୟ କରିବ। ଏଥି ପାଇଁ କଂପାନୀର ବରିଷ୍ଠ ଅଧିକାରୀମାନେ ଖୁବ ଶିଘ୍ର ଓଡିଶା ଆସିବେ ବୋଲି ଏହି ବୈଠକରେ କୁହାଯାଇଛି। ଲୁଲୁ ଗ୍ରୁପ ବର୍ତ୍ତମାନ ବିଭିନ୍ନ ଦେଶରେ ତାହାର ମଲ ଖୋଲି…

Read More

ସ୍ଵାସ୍ଥ୍ୟ ଟିପ୍ସ: କ୍ଷୀର ପିଇବାକୁ କିଏ ପସନ୍ଦ କରେ ନାହିଁ? ଶିଶୁର ପ୍ରଥମ ଖାଦ୍ୟ ହେଉଛି କ୍ଷୀର। ଭାରତର ଅଧିକାଂଶ ଲୋକ ନିଶ୍ଚିତ ଭାବରେ ରାତିରେ କ୍ଷୀର ପିଇଥା’ନ୍ତି। କ୍ଷୀରରେ ପୋଷକ ତତ୍ତ୍ୱ ଭରପୂର ଅଟେ। କ୍ଷୀରରେ କ୍ୟାଲସିୟମ୍, ଭିଟାମିନ୍ ଡି, ଭିଟାମିନ୍ ବି ଏବଂ ପ୍ରୋଟିନ୍ ମିଳିଥାଏ। ଆପଣ ପ୍ରତିଦିନ ଅତି କମରେ ୧ ଗ୍ଲାସ୍ କ୍ଷୀର ପିଇବା ଜରୁରୀ। କ୍ଷୀର ପିଇବା ଦ୍ଵାରା ହାଡ ମଜବୁତ ରହିଥାଏ ଏବଂ ଆପଣଙ୍କୁ ସୁସ୍ଥ ରଖେ। ମନକୁ ସୁସ୍ଥ ଏବଂ ଶରୀରକୁ ଶକ୍ତିଶାଳୀ କରିବା ପାଇଁ କ୍ଷୀର ପିଇବାକୁ ପରାମର୍ଶ ଦିଆଯାଇଛି। ଯଦି ଆପଣ କ୍ଷୀରର ଶକ୍ତିକୁ ଆହୁରି ବଢାଇବାକୁ ଚାହାଁନ୍ତି, ତେବେ ଏଥିରେ ଥିବା ୩ ଟି ଜିନିଷକୁ ମିଶାଇ ପିଅନ୍ତୁ। ଏହା କ୍ଷୀରର ପୁଷ୍ଟିକର ମୂଲ୍ୟ ବୃଦ୍ଧି କରିବ। ଏହି ଉପାୟରେ କ୍ଷୀର ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୃଢ ହେବ ଏବଂ ଆପଣ ରୋଗରୁ ଦୂରେଇ…

Read More

ଜୀବନ ଶୈଳୀ: ପ୍ରଥମ ପୂଜନୀୟ ଭଗବାନ ଗଣେଶଙ୍କ ପୂଜାରେ ଦୂବର ବିଶେଷ ମହତ୍ତ୍ଵ ରହିଛି। କୁହାଯାଏ ଯେ ଦୂବ ବିନା ଗଣପତି ଜୀଙ୍କର ପୂଜା ଅସମ୍ପୂର୍ଣ୍ଣ। ଭଗବାନ ଗଣେଶଙ୍କ ପୂଜାରେ ଦୂବକୁ ଅର୍ପଣ କଲେ ସମସ୍ତ ପ୍ରକାରର ବାଧା ଦୂର ହୁଏ ଏବଂ ଘରେ ଶାନ୍ତି ଏବଂ ସୁଖ ରହିଥାଏ। =ଦୂବ ଗଣେଶଙ୍କୁ ପ୍ରିୟ, ତାକୁ ବାଲତୃଣମ କୁହାଯାଏ। ବୁଧବାର ଦିନ ଗଣେଶ ଜୀଙ୍କୁ କୋମଳ ଦୂବ ଅର୍ପଣ କରିବା ଭଲ ଫଳାଫଳ ଦେଇଥାଏ। ଶାସ୍ତ୍ରରେ ଏହିପରି କିଛି ପ୍ରତିକାର ବିଷୟରେ କୁହାଯାଇଛି, ଯେଉଁଥିରେ ଅନେକ ସମସ୍ୟାର ସମାଧାନ ହେବ ବୋଲି କୁହାଯାଏ। ଆସନ୍ତୁ ଦୂବ ପ୍ରତିକାର ବିଷୟରେ ଜାଣିବା… ଦୂବ ପ୍ରତିକାର: – ଯଦି କଠିନ ପରିଶ୍ରମ ପରେ ଅର୍ଜିତ ଟଙ୍କା ହାତରେ ରୁହେ ନାହିଁ, ତେବେ ଦୂବର ଏହି ପ୍ରତିକାର ଆପଣଙ୍କୁ ଆର୍ଥିକ ସଙ୍କଟରୁ ରକ୍ଷା କରିପାରିବ। ଧନ ସଂଗ୍ରହ ପାଇଁ ଭଗବାନ ଗଣେଶ ଏବଂ ଦେବୀ ଲକ୍ଷ୍ମୀଙ୍କୁ…

Read More

ଦୁବାଇରୁ ସୁଧାଶ୍ରୀ ଦାସଙ୍କ ରିପୋର୍ଟ ବହୁ ପ୍ରତିକ୍ଷୀତ ଦୁବାଇ ଇନଭେଷ୍ଟର ମିଟ ଦୁବାଇର ଓବରାଇ ହୋଟେଲର ବିଜିନିନେସ ବେଏ ରେ ଆରମ୍ଭ ହୋଇଛି। ଏଥିରେ ଦୁବାଇ ସମେତ ବିଭିନ୍ନ ଦେଶର ବହୁ ଶିଳ୍ପପତି ଯୋଗ ଦେଇଛନ୍ତି। ଆଜି ସକାଳ 11ଟାରୁ ଏହି ବିଜିନେସ ମିଟରେ ଯୋଗଦେବା ପାଇଁ ପଂଜୀକରଣ ଆରମ୍ଭ ହୋଇଥିଲା। ଏଥିରେ ଦୁବାଇର ବହୁ ନାମିଦାମି ଉଦ୍ୟୋଗପତି ଯୋଗ ଦେଇଛନ୍ତି। ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ଦିନ 11ଟାରେ ପଂଜୀକରଣ କରାଯାଇଥିଲା। ଏହାପରେ 12ଟାରୁ 2 ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରହିଛି। ଏହାପରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ସେହି ହୋଟେଲରେ କେତେକ ବଡ ବଡ ଶିଳ୍ପପତିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ମୁଖ୍ୟମନ୍ତ୍ରୀ ପ୍ରାୟ ପାଞ୍ଚଶହ ପ୍ରବାସୀ ଓଡିଆଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଦୁବାଇ ସହିତ ଓମାନ ଏବଂ ବେହେରିନ ପ୍ରଭୃତି ଦେଶରେ ଥିବା ଓଡିଆମାନେ ଯୋଗଦେବେ।

Read More

ଭୁବନେଶ୍ବର: ଆଜି କଟକ ଜିଲ୍ଲାର ଡମ୍ପଡା ବ୍ଲକର ଆସିଷ୍ଟାଣ୍ଡ ଇଂଜିନିୟରଙ୍କ ଘରେ ଭିଜିଲାନସ ଚଢାଉ କରିଛି। ତାଙ୍କ ନାମ ହେଲା ପ୍ରଭାତ କୁମାର ରାଉତ। ଆୟ ବର୍ହିଃଭୂତ ସମ୍ପତ୍ତି ଅଧିଗ୍ରହଣ ଅଭିଯୋଗରେ ଏହି ଚଢାଉ କରାଯାଇଛି। ଏଥିରେ 4 ଜଣ ଡିଏସପି, 10 ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ଅନ୍ତର୍ଭୁକ୍ତ ଅଛନ୍ତି। ତାଙ୍କର 4ଟି ସ୍ଥାନରେ ଏହି ଚଢାଉ ଚାଲିଛି। ଯେଉଁସ୍ଥାନରେ ଚଢାଉ ଚାଲିଛି ସେଗୁଡିକ ହେଲା 1- ବାରଙ୍ଗରେ ଅବସ୍ଥିତ ଶ୍ରୀ ପ୍ରଭାତ କୁମାର ରାଉତଙ୍କର ଆବାସିକ ତିନି ମହଲା କୋଠା। 2- କେନ୍ଦ୍ରପଡାରେ ଥିବା ତାଙ୍କର ପୈତୃକ ଘର 3) ଡମପଡା ବ୍ଲକ ଅଫିସ 4) କଟକ ଚୌଧୁରୀ ବଜାରରେ ଅବସ୍ଥିତ ତାଙ୍କ ଭାଇଙ୍କ ବାସଭବନ ( ଫଟୋଟି ହେଉଛି ରାଉତଙ୍କ ବାରଙ୍ଗରେ ଥିବା ତିନିମହଲା କୋଠା ଯାହା ଭିଜିଲାନସ ବିଭାଗ ଦ୍ବାରା ଉଠାଯାଇଛି। )

Read More

ଭୁବନେଶ୍ବର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଊଷା ଦେବୀଙ୍କ ଅଧ୍ୟକ୍ଷତାରେ ଗତକାଲି ପୁରୀର ପୂର୍ତ୍ତ ଅତିଥି ନିବାସଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ପରିପ୍ରେକ୍ଷୀରେ ଜନସାଧାରଣ ସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ନିଆଯାଇଛି। ଭକ୍ତମାନଙ୍କ ସୁବିଧା ନିମନ୍ତେ ଶ୍ରୀଗୁଣ୍ଡିଚାଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ପୁରୀ ସହରରେ ଉତ୍ତମ ପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ନିରବଚ୍ଛିନ୍ନ ପାନୀୟ ଜଳ ବ୍ୟବସ୍ଥା, ଜଳ ନିଷ୍କାସନ, ପରିମଳ ପରିଚ୍ଛନ୍ନତା, ରଥଯାତ୍ରା ପରିଚାଳନା ସମୟରେ ଯାତ୍ରୀମାନଙ୍କର ସୁବିଧା ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯିବା ପାଇଁ ମନ୍ତ୍ରୀ ଶ୍ରୀମତୀ ଊଷା ଦେବୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ପୁରୀଠାରେ ଯାନବାହନର ପାର୍କିଂ ସ୍ଥଳ ପରିଦର୍ଶନ କରି ସେସବୁର ତଦାରଖ କରିଥିଲେ। ରଥଯାତ୍ରା ପରିପ୍ରେକ୍ଷୀରେ ବିଭାଗୀୟ କାର୍ଯ୍ୟ ସୁରୁଖୁରୁରେ ସଂପାଦନ କରିବା ପାଇଁ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ…

Read More