Cyclone Dana Pre Impact: ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପୂର୍ବରୁ ବର୍ତ୍ତମାନଠାରୁ ଡରାଇବା ଆରମ୍ଭ କଲାଣି। ସମୁଦ୍ର ଉପକୂଳ ଅଞ୍ଚଳରେ ପବନ ସହିତ ପ୍ରବଳ ବର୍ଷା ଯୋଗୁଁ କ୍ଷୟକ୍ଷତି ଆରମ୍ଭ ହୋଇଯାଇଛି। ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହେବାରେ ଲାଗିଛି। ଏହାର ପ୍ରଭାବ ବର୍ତ୍ତମାନ ବାଲେଶ୍ବର ଜିଲ୍ଲାରେ ପରିଲକ୍ଷିତ ହୋଇଛି। ବାଲେଶ୍ବର ବସ୍ତା ଅଞ୍ଚଳରେ ଗତକାଲି ରାତିରୁ ଗଛ ଉପୁଡି ରାସ୍ତା ଅବରୋଧ ହୋଇଛି। ବସ୍ତା ବ୍ଲକର ବୃନ୍ଦାବନପୁର ଗ୍ରାମରେ ବହୁ ଗଛ ଉପୁଡି ପଡିଥିବାର ଦେଖାଯାଇଛି। ଏହି ଖବର ଜାଣିବା ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରିବାରେ ଲାଗିଛନ୍ତି। ସେହିପରି ଚାଳଘର ଗୁଡିକର ଅବସ୍ଥା ମଧ୍ୟ ତଦୃପ। ଯଦି ବାତ୍ୟା ଆସିବା ପୂର୍ବରୁ ଏପରି ସ୍ଥିତି ତେବେ ବାତ୍ୟା ଆସିଲେ କଣ ହେବ ବୋଲି ଲୋକେ ଭୟଭିତ ହୋଇପଡିଛନ୍ତି।
Author: Samikhsya Bureau
ଭୁବନେଶ୍ବର: ବାତ୍ୟା ଦାନାର ପ୍ରଭାବ ଗତକାଲି ରାତିରୁ ଆରମ୍ଭ ହୋଇଯାଇଛି। ପାରାଦୀପ, ଜଗତସିଂହପୁର ବାଲେଶ୍ବର ଭଦ୍ରକରେ ଏହାର ତାଣ୍ଡବ ଆରମ୍ଭ ହୋଇସାରିଛି। ସେହିପରି ପୁରୀ ଜିଲ୍ଲା ଅସ୍ତରଂଗରେ ମଧ୍ୟ ବାତ୍ୟାର ପ୍ରଭାବ ପରିଲକ୍ଷିତ ହୋଇଛି। ଗତକାଲି ରାତିରେ ପ୍ରବଳ ବର୍ଷା ହେବା ସହିତ ପବନ ମଧ୍ୟ ପ୍ରବାହିତ ହେଉଛି। ଫଳରେ ରାସ୍ତାଘାଟରେ ଗଛ ଉପୁଡି ପଡିଯାଇଛି। ସେଠାରେ ସଜାଗ ଥିବା ଅଗ୍ନିଶମ ବିଭାଗ ଏହି ଘଟଣା ପରେ ରାସ୍ତା ସଫା କାମ କରିବା ଲାଗିଯାଇଛନ୍ତି। ଗତକାଲି ରାତିରୁ ଅସ୍ତରଂଗର ବିଭିନ୍ନ ସ୍ଥାନରେ ଅଗ୍ନିଶମ କର୍ମଚାରୀ କଟର ସାହାଯ୍ୟରେ ଗଛ କାଟିବା ସହିତ ରାସ୍ତାରୁ ତାହାକୁ ହଟାଉଛନ୍ତି। ତେବେ ବର୍ଷା ପରିମାଣ ଓ ପବନ ବେଗ ବୃଦ୍ଧି ପାଉଥିବାରୁ ଏହି କ୍ଷତି ଆହୁରି ପରିଲକ୍ଷିତ ହେବ।
ବାଣପୁର( ସୀତାରାମ ଅଗ୍ରୱାଲ): ବେଆଇନ ବାଘଛାଲ ଜବତ ଅଭିଯୋଗରେ ୩ ବର୍ଷ ପୂର୍ବେ ଏସଟିଏଫ ଭୁବନେଶ୍ୱର ଦ୍ୱାରା ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଅଞ୍ଚଳରୁ ଗିରଫ ହୋଇଥିବା ଅଭିଯୁକ୍ତ ପଦ୍ମପୁର ଗ୍ରାମର ରତ୍ନାକର ସାହୁ ଦୋଷୀ ସାବ୍ୟସ୍ତ ହେବାରୁ ଆଜି ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପରି ସ୍ନାତକୀ ଦାସ ଅଭିଯୁକ୍ତଙ୍କୁ ୩ ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା ପ୍ରଦାନ କରିବାର ରାୟ ଶୁଣାଇଛନ୍ତି। ସୂଚନା ମୁତାବକ ୨୦୨୧ ଡିସେମ୍ବର ୨୯ ରେ ବେଆଇନ ବାଘଛାଲ ଚାଲାଣ ଅଭିଯୋଗରେ ଗମ୍ଭାରୀମୁଣ୍ଡା ରୋଡରୁ ଅଭିଯୁକ୍ତ ରତ୍ନାକରଙ୍କୁ ଏସଟିଏଫ ଭୁବନେଶ୍ୱର ବାଘଚାଲ ସହ ଗିରଫ କରିଥିଲା। ଉକ୍ତ ମାମଲାର ଶୁଣାଣି ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଜାରି ରହିଥିବା ବେଳେ ୧୦ ଜଣ ସାକ୍ଷୀ ଏବଂ ୨୪ ଗୋଟି ଦସ୍ତାବିଜ ବଳରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଉକ୍ତ ମାମଲାର ତଦନ୍ତକାରୀ…
ବାଣପୁର(ସୀତାରାମ ଅଗ୍ରୱାଲ): ସମ୍ଭାବ୍ୟ ବାତ୍ୟା ଦାନା କୁ ଦୃଷ୍ଟିରେ ରଖି ବୁଧବାର ଦିନ ଖୋର୍ଦ୍ଧା ଉପଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠୀ ବାଣପୁର ଓ ଚିଲିକା ବ୍ଲକ ପରିଦର୍ଶନ କରି ସ୍ଥାନୀୟ ପ୍ରଶାସନ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ତଦାରଖ କରିଥିଲେ। ଏହି ଅବସରରେ ଉପ ଜିଲ୍ଲପାଳ ଶ୍ରୀ ସେଠି ସାମ୍ଭାବ୍ୟ ବାତ୍ୟା କୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ପ୍ରସ୍ତୁତ ଥିବା ଗଣମାଧ୍ୟମକୁ କହିଥିଲେ। ଉଭୟ ବ୍ଲକ କର୍ତ୍ତୃପକ୍ଷଙ୍କୁ ବାତ୍ୟା ସମୟରେ ନାଗରିକଙ୍କ ସ୍ଥାନାନ୍ତରିକରଣ ପ୍ରକ୍ରିୟା ସମ୍ବନ୍ଧୀୟ ପ୍ଲାନ ସମ୍ପର୍କରେ ଅବଗତ କରାଯାଇଛି। ସମସ୍ତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳି ଏବଂ ସାମୟିକ ବାତ୍ୟା ଆଶ୍ରୟସ୍ଥଳିକୁ ସଜାଗ ରଖାଯାଇଛି ଏବଂ ଆବଶ୍ୟକସ୍ଥଳେ ଲୋକମାନଙ୍କୁ ସ୍ଥାନାନ୍ତରଣ କରାଯିବ। ସେଠାରେ ବିଦ୍ୟୁତ, ପାଣି, ଶୁଖିଲା ଖାଦ୍ୟ ସହ ଜେନେରେଟରର ବ୍ୟବସ୍ଥା ହୋଇଥିବା ଜଣାପଡିଛି। ଉଭୟ ବ୍ଲକର ସମସ୍ତ ପଞ୍ଚାୟତରେ ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଅନୁରୂପଭାବେ ଅତ୍ୟାବଶକୀୟ ସାମଗ୍ରୀର କଳାବଜାରୀ ରୋକିବା…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛନ୍ତି। ତାହା ହେଲା ଆଜି ସରକାର ରାଜ୍ୟ ମହିଳା କମିଶନକୁ ଭାଙ୍ଗି ଦେଇଛନ୍ତି। ଏହାର ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କୁ ସରକାର ବହିସ୍କାର କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଏକ ନୋଟିସ ଜାରୀ କରାଯାଇଛି। ସେଥିରେ କୁହାଯାଇଛି ଯେ, ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଏବଂ ସବୁ ସଦସ୍ୟାକୁ ବହିସ୍କାର କରାଗଲା। ନିକଟରେ ରାଜ୍ୟ ସରକାର ବିଭିନ୍ନ ନିଗମ ତଥା କମିଶନ ଅଫିସରେ ନୂଆ ନିଯୁକ୍ତି ପ୍ରଦାନ କରିବେ। ସେ ନେଇ ଏବେଠାରୁ ଏପରି ରାସ୍ତା ସଫା କାମ ଆରମ୍ଭ ହୋଇଯାଇଛି। କେତେକ ନିଗମରୁ ଅଧ୍ୟକ୍ଷ ତଥା ସଦସ୍ୟ ସେଚ୍ଛାକୃତ ଭାବେ ଇସ୍ତଫା ଦେଇସାରିଛନ୍ତି। ହେଲେ କେତେକ କମିଶନ ଅଫିସରେ ତାହା କରାଯାଇ ନାହିଁ। ଫଳରେ ସେଗୁଡିକ ସରକାର ଭାଙ୍ଗିବାରେ ଲାଗିଛନ୍ତି।
ଭୁବନେଶ୍ବର: ବାତ୍ୟା ଦାନାର ସଫଳ ମୁକାବିଲା କରିବା ପାଇଁ ଅଗ୍ନିଶମ ଓ ଜରୁରୀକାଳୀନ ବିଭାଗ ଏହାର ପ୍ରାକ୍ ପ୍ରସ୍ତୁତିକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇଛି । ଏହି ଅବସରରେ ଆଜି ପୁଣିଥରେ ଅଗ୍ନିଶମ ଓ ଜରୁରୀକାଳୀନ ସେବାର ମହାନିର୍ଦ୍ଦେଶକ ଡଃ. ସୁଧାଂଶୁ ଷଡଙ୍ଗୀ, ଭା.ପୁ.ସେ. ଏହି ସଂକ୍ରାନ୍ତରେ ଶ୍ରୀ ଦେବେନ୍ଦ୍ର କୁମାର ସ୍ଵାଇଁ, ମୁଖ୍ୟ ଅଗ୍ନିଶମାଧିକାରୀ (ଏସ୍.ଏ.ଜି.), ଶ୍ରୀ ରମେଶ ଚନ୍ଦ୍ର ମାଝୀ, ମୁଖ୍ୟ ଅଗ୍ନିଶମାଧିକାରୀ, ଶ୍ରୀ ପ୍ରଶାନ୍ତ କୁମାର ଦାଶ, ମୁଖ୍ୟ ଅଗ୍ନିଶମାଧିକାରୀ ଓ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। ବାତ୍ୟା ଦ୍ଵାରା ପ୍ରଭାବିତ ସମ୍ଭାବ୍ୟ ବିଭିନ୍ନ ଅଞ୍ଚଳ ଗୁଡିକରେ ଦାୟିତ୍ଵରେ ଥିବା ବରିଷ୍ଠ ଅଧିକାରୀମାନେ ବାତ୍ୟାର ସଫଳ ମୁକାବିଲା ନିମନ୍ତେ ସେମାନେ ଆବଶ୍ୟକ କରୁଥିବା ଉଦ୍ଧାରକାରୀ ଦଳ ଏବଂ ସରଞ୍ଜାମ ବିଷୟରେ ମହାନିର୍ଦ୍ଦେଶକ ମହୋଦୟଙ୍କୁ ଅବଗତ କରାଇଥିଲେ । ଶ୍ରୀ ଦେବେନ୍ଦ୍ର କୁମାର ସ୍ଵାଇଁ, ମୁଖ୍ୟ ଅଗ୍ନିଶମାଧିକାରୀ (ଏସ୍.ଏ.ଜି.) ଙ୍କ ପ୍ରତ୍ୟକ୍ଷ…
ଭୁବନେଶ୍ବର: ବାତ୍ୟା ଦାନାର ବର୍ତ୍ତମାନ ବାହାର ଭାଗ ବା ଅଂଶ ସ୍ଥଳ ଭାଗ ଛୁଇଁଛି। ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ପାଣିପାଗ ବିଭାଗ ବିଶେଷଜ୍ଞ ଉମାଶଙ୍କର ଦାସ। ସେ କହିଛନ୍ତି ଯେ, ବାତ୍ୟାର ଆଖି ହେଉଛି ଏହାର କେନ୍ଦ୍ରସ୍ଥଳ। ଏହି ଆଖିଠାରୁ ପ୍ରାୟ 500ରୁ 600 କିଲୋମିଟର ପର୍ଯ୍ୟନ୍ତ ତାହାର ବାହାର ଅଂଶ ରହିଥାଏ। ସେହି ଅଂଶ ବର୍ତ୍ତମାନ ସ୍ଥଳ ଭାଗ ଛୁଇଁ ସାରିଲାଣି ବୋଲି ସେ କହିଛନ୍ତି। ଏହାର ପ୍ରଭାବରେ ବର୍ତ୍ତମାନ ପାରାଦୀପ, ଜଗତସିଂହପୁର, ଧାମରା, ଭଦ୍ରକ ପରି ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଏଥିସହିତ ହାଲକା ପବନ ମଧ୍ୟ ପ୍ରବାହିତ ହେବାରେ ଲାଗିଛି। ଧିରେଧିରେ ବାତ୍ୟାର ଅନ୍ୟ ଅଂଶ ସ୍ଥଳଭାଗ ଆଡକୁ ଆସିବା ପରେ ଏହି ବର୍ଷାର ପରିମାଣ ବଢିବାରେ ଲାଗିବ। ବାତ୍ୟାର ଆଖି ଆସନ୍ତାକାଲି ରାତିରେ କିମ୍ବା ଶୁକ୍ରବାର ଭୋରରୁ ସ୍ଥଳଭାଗ ଛୁଇଁବ। ଏହି ବାତ୍ୟା ଦାନା ଧାମରାରୁ ଭିତରକନିକା ମଧ୍ୟରେ ସ୍ଥଳଭାଗ ସ୍ପର୍ଶ…
ଭୁବନେଶ୍ବର: ସମୁଦ୍ରରେ ବଳବାନ ହେବାରେ ଲାଗିଛି ବାତ୍ୟା ଦାନା। ସର୍ବଶେଷ ସୂଚନା ଅନୁସାରେ ବାତ୍ୟା ଧାମରା ଏବଂ ଭିତରକନିକା ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରିବ। ତେବେ ଏହି ସମୟରେ ସମୁଦ୍ରରେ ଦୁଇ ମିଟର ପର୍ଯ୍ୟନ୍ତ ଜୁଆର ଉଠିବାର ସମ୍ଭାବନା ରହିଛି। ସେଥିପାଇଁ ଓଡିଶା ଉପକୂଳର ବନ୍ଦରଗୁଡିକରେ ସର୍ବାଧିର ବିପଦ ସଙ୍କେତ 10 ଜାରୀ କରାଯାଇଛି। ତେବେ ସର୍ବଶେଷ ସୂଚନା ଅନୁସାରେ ବାତ୍ୟା ଦାନା ବର୍ତ୍ତମାନ ପାରାଦ୍ବୀପର ଦକ୍ଷିଣପୂର୍ବ ଦିଗର 520 କିଲୋମିଟର ଦୂରରେ ରହିଛି। ସେହିପରି ପଶ୍ଚିମ ବଂଗର ସାଗରଦ୍ବୀପଠାରୁ ଏହା 600 କିଲୋମିଟର ଦୂରରେ ରହିଛି। ଆଜି ରାତିରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ। ଆସନ୍ତାକାଲି ମଧ୍ୟ ରାତ୍ରୀରେ କିମ୍ବା ଭୋରରେ ବାତ୍ୟା ଦାନା ସ୍ଥଳଭାଗ ଛୁଇଁବ।
ଭୁବନେଶ୍ବର: ବାତ୍ୟା ଦାନା ପାଇଁ ଆସନ୍ତା 27 ତାରିଖ ରବିବାରରେ ହେବାକୁ ଥିବା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ବାତିଲ କରାଯାଇଛି। ତେବେ ପରବର୍ତ୍ତି ପରୀକ୍ଷା କେବେ ହେବ ସେ ନେଇ ପରେ ଅବଗତ କରାଯିବ ବୋଲି ଓପିଏସସି ତରଫରୁ କୁହାଯାଇଛି। ତେବେ ଏ ନେଇ ପରୀକ୍ଷାର୍ଥୀ ଓପିଏସସି ୱେବସାଇଟରେ ବିସ୍ତୁତ ତଥ୍ୟ ହାସଲ କରିପାରିବେ। ବର୍ତ୍ତମାନ ବାତ୍ୟା ଦାନା ଆସନ୍ତାକାଲି ସ୍ଥଳ ଭାଗ ଛୁଇଁବ। ପଚିଶ ତାରିଖରେ ଏହାର ପ୍ରବଳ ପ୍ରଭାବ ରହିବ। ଫଳରେ ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଭାଙ୍ଗିଯିବା ସହିତ ଗମନାଗମନ ବାଧାପ୍ରାପ୍ତ ହେବ। ଏପରିକି ଟ୍ରେନ ସେବା ମଧ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ପରୀକ୍ଷାକୁ ସ୍ଥଗିତ ରଖାଗଲା ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।
ଭୁବନେଶ୍ବର: ଆସୁଛି ବାତ୍ୟା ଦାନା। ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ଅବପାତ ବର୍ତ୍ତମାନ ଆଜି ଭୋରରୁ ବାତ୍ୟାରେ ପରିଣତ ହୋଇଛି। ଏ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ବର୍ତ୍ତମାନ ପାରାଦ୍ବୀପଠାରୁ 560 କିଲୋମିଟର ଦୂରରେ ରହିଛି। ସେହିପରି ସାଗରଦ୍ବୀପ ଠାରୁ ଏହା 630 କିଲୋମିଟର ଦୂରରେ ରହିଛି। ଏହା ଘଣ୍ଟା ପ୍ରତି 18 କିଲୋମିଟର ବେଗର ଗତିକରୁଛି ବୋଲି ଜଣାପଡିଛି। ତେବେ ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ତାହା ହେଲା ଯେ ପ୍ରଭାବତି ଜିଲ୍ଲାଗୁଡିକର ଦାୟିତ୍ବ ମନ୍ତ୍ରୀ ଓ ସଚିବଙ୍କୁ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ୯ଜଣ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଛନ୍ତି। ଏହାସହ ବାତ୍ୟା ଦ୍ବାରା ଅଧିକ ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲା ପାଇଁ ୬ଜଣ ବରିଷ୍ଠ ଆଇଏଏସଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ଜିଲ୍ଲା ପ୍ରଶାସନକୁ ସମସ୍ତ ପ୍ରକାରର ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଓ…
ଭୁବନେଶ୍ବର: ଆଜି ବାତ୍ୟାରେ ପରିଣତ ହୋଇଛି ବଙ୍ଗୋବସାଗରରେ ସୃଷ୍ଟି ହୋଇଥିବା ଅବପାତ। ପାରଦ୍ବୀପ ରାଡରେ ଏହା ବାତ୍ୟା ହେଲା ବୋଲି ସ୍ପଷ୍ଟ ହୋଇଛି। ଏହା ବର୍ତ୍ତମାନ ପାରାଦ୍ବୀପଠାରୁ 560 କିଲୋମିଟର ଦୂରରେ ରହିଛି। ସେହିପରି ସାଗରଦ୍ବୀପ ଠାରୁ ଏହା 630 କିଲୋମିଟର ଦୂରରେ ରହିଛି। ଏହା ଘଣ୍ଟା ପ୍ରତି 18 କିଲୋମିଟର ବେଗର ଗତିକରୁଛି ବୋଲି ଜଣାପଡିଛି। ଏହି ଦାନା ଆସନ୍ତାକାଲି ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ 100 ରୁ 110 କିଲୋମିଟର ରହିବ ବୋଲି ଅନୁମାନ କରାଯାଇଛି। ପୂର୍ବରୁ ସୂଚନା ଦିଆଯାଇଥିଲା ଯେ, ବାତ୍ୟା ଦାନା 23 ତାରିଖରେ ବାତ୍ୟା ରୂପ ନେବ। ଏହାପରେ 24 ତାରିଖରେ ଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ ଛୁଇଁବ। ଏହା ପୁରୀ ଏବଂ ସାଗର ଦ୍ବୀପ ମଧ୍ୟରେ କୌଣସି ସ୍ଥାନରେ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ କହିଛି।
ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟାକୁ ନେଇ ପୂର୍ବତଟ ରେଳ ୧୨୪ଟି ଟ୍ରନକୁ ବାତିଲ କରିଛି। ଏ ନେଇ ଖୋର୍ଦ୍ଧା ଡିଆରମ ଅଫିସରୁ ବିଜ୍ଞପ୍ତି ପ୍ରକାଶ କରିଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ରେଳ ବିଭାଗ ତରଫରୁ କୁହାଯାଇଛି। ଯେଉଁ ଟ୍ରେନଗୁଡିକ ବାତିଲ ହୋଇଛି ତାହାର ତାଲିକା ରେଳ ବିଭାଗ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛି। ତାହା ହେଲା https://twitter.com/DRMKhurdaRoad/status/1848720614087115060 ତେବେ ବାତ୍ୟା ପରେ କିପରି ରେଳ ଲାଇନ ସଜଡା ଯିବ ସେ ନେଇ ମଧ୍ୟ ପୂର୍ବତଟ ରେଳବାଇ ଏକ ବୈଠକ କରିଛି। ମୁଖ୍ୟତଃ ଭୁବନେଶ୍ବର ବିଶାଖପାଟନାମ ପର୍ଯ୍ୟନ୍ତ ରେଳ ଧାରଣ ଉପରେ ତୀକ୍ଷ୍ମ ନଜର ରଖିବା ପାଇଁ ନିଷ୍ପତି କରାଯାଇଛି। ଏପରି କ୍ଷେତ୍ରରେ ଯାତ୍ରୀମାନେ ରେଳବାଇକୁ ସହଯୋଗ କରିବା ପାଇଁ ନିବେଦନ କରାଯାଇଛି।
ଭୁବନେଶ୍ବର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ଏବଂ ଖାଦ୍ୟ ଓ କୃଷି ସଂଗଠନ (ଏଫ୍ଏଓ), ମିଳିତ ଜାତିସଂଘର ମିଳିତ ସହଯୋଗରେ ଗ୍ଲୋବାଲ ଏନଭାୟାରମେଣ୍ଟ ଫାଶିଲିଟି (ଜିଇଏଫ୍) – ୭ ପ୍ରକଳ୍ପ, ଓଡ଼ିଶା ଦ୍ୱାରା ଏକ ଦିନିକିଆ ରାଜ୍ୟ ଉଦ୍ଘାଟନୀ କର୍ମଶାଳା ଭୁବନେଶ୍ୱରସ୍ଥିତ କୃଷିଭବନ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାର ଶୀର୍ଷକ “ପଞ୍ଜାବ, ହରିୟାଣା, ଓଡ଼ିଶା ଏବଂ ଛତିଶଗଡ଼ରେ ଧାନ-ଗହମ ଫସଲ ପ୍ରଣାଳୀରେ ରୂପାନ୍ତରଣ ଦ୍ୱାରା ଭାରତରେ ଚିରସ୍ଥାୟୀ ଖାଦ୍ୟ ପ୍ରଣାଳୀର ପ୍ରଚାର ଓ ପ୍ରସାର’’ ରହିଛି। ଉପ- ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଇଏଫ୍ ଅନୁଦାନପ୍ରାପ୍ତ ପ୍ରକଳ୍ପ ଏବଂ ସ୍ଥାୟୀ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାରଙ୍କ ପ୍ରାଥମିକତା ମଧ୍ୟରେ ସୁଦୃଢ଼ ସମନ୍ୱୟ ଉପରେ ଆଲୋକପାତ କରିଥିଲେ। ଏହି ପ୍ରକଳ୍ପର ଉଦ୍ଦେଶ୍ୟ ଓ…
ଭୁବନେଶ୍ବର: ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୧୪ଟି ଜିଲ୍ଲାରେ ୩ ଦିନିଆ କଲେଜ ଓ ବିଶ୍ବବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି । ସେହି ଜିଲ୍ଲାଗୁଡିକ ହେଲା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲ୍ଲା। ଏହି ଜିଲ୍ଲାର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ରାଜ୍ୟରେ ବାତ୍ୟା ‘ଦାନା’ ପାଇଁ ଏହି ୧୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ । ସେଥିପାଇଁ ଆଗୁଆ ପଦକ୍ଷେପ ସ୍ୱରୂପ କଲେଜ ଗୁଡ଼ିକ ଛୁଟି ଘୋଷଣା କରାଯାଇଛି। ଏ ସଂପର୍କରେ ଏସଆରସି ଉଚ୍ଚ ଶିକ୍ଷା ବିଭାଗକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ବର: ଆଜି ସଚିବସ୍ତରୀୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା ଓ ବାତ୍ୟା ପରିପ୍ରେକ୍ଷୀରେ ପ୍ରଶାସନିକ ପ୍ରସ୍ତୁତି ସଂପର୍କରେ ସଚିବମାନଙ୍କ ସହିତ ଆଲୋଚନା କରିଥିଲେ। ଜନସାଧାରଣଙ୍କୁ ସମ୍ଭାବ୍ୟ ବାତ୍ୟା ଓ ବାତ୍ୟା ପରବର୍ତ୍ତୀ ସମୟରେ ଟେଲିଫୋନ୍ ସେବା, ବିଦ୍ୟୁତ୍ ଶକ୍ତି, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ଯୋଗାଇବା ସହିତ ବାତ୍ୟା ପରେ ପରେ ଶିକ୍ଷାନୁଷ୍ଠାନଗୁଡିକ ଚାଲୁକରିବା ସଂପର୍କରେ ପ୍ରସ୍ତୁତି ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବାତ୍ୟା ହେଲେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ଘଟିଲେ ଗ୍ରାମାଂଚଳ ଓ ସହରାଂଚଳରେ ପାନୀୟ ଜଳ ତୁରନ୍ତ ଯୋଗାଇବା ପ୍ରମୁଖ ଆହ୍ୱାନ ହୋଇଥାଏ। ସେହିଭଳି ବିଭିନ୍ନ ଡାକ୍ତରଖାନା ମାନଙ୍କରେ ଆବଶ୍ୟକ ଡିଜି/ଜେନେରେଟର ସେଟ୍ ସବୁବେଳେ କାର୍ଯ୍ୟକ୍ଷମ ରହିବାର ନିତାନ୍ତ ଆବଶ୍ୟକତା ରହିଛି। ଏହି ଦୃଷ୍ଟିରୁ ସ୍ଥିତି ଉପରେ ନଜର…
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଶକ୍ତି ଗୋଟାଇ ଅବପାତରେ ପରିଣତ ହୋଇଛି। ଆସନ୍ତାକାଲି ଏହା ବାତ୍ୟାରେ ପରିଣତ ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏହାପରେ 24 ତାରିଖରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବ। ପାଣିପାଗ ବିଭାଗ ଅନୁସାରେ ୨୩ ଅକ୍ଟୋବରରେ ଏହା ବାତ୍ୟା ରୂପ ଧାରଣ କରିବ। ୨୪ ଅକ୍ଟୋବର ସକାଳ ସୁଦ୍ଧା ଉତ୍ତର-ପଶ୍ଚିମ ଦିଗକୁ ଯାଇ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବା ସେତେବେ ତାହା ପ୍ରବଳ ବାତ୍ୟାରେ ପରିଣତ ହେବ।୨୪ ଅକ୍ଟୋବର ରାତି ସମୟରେ ପୁରୀ ଏବଂ ସାଗର ଦ୍ୱୀପ ମଧ୍ୟରେ ସ୍ଥଳ ଭାଗ ଛୁଇଁ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ସେତେବେଳେ ଏହା ୧୦୦-୧୧୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବ। ଏହାଦ୍ବାରା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଗଜପତି…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଢେଙ୍କାନାଳର ଲକ୍ଷ୍ମୀପୂଜା ଓଡିଶା ସାଂସ୍କୃତିକ ଐତିହ୍ୟର ଅନନ୍ୟ ନିଦର୍ଶନ। ଏହି ପୂଜା ସାରା ଦେଶରେ ପ୍ରସିଦ୍ଧି ଅର୍ଜନ କରିଛି। ଢେଙ୍କାନାଳରେ ଚଳିତ ବର୍ଷ ୩୮ଟି ପୂଜା ମଣ୍ଡପରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଅନେକ ପୂଜା ମଣ୍ଡପ ପରିଦର୍ଶନ କରି ସ୍ଥାନୀୟ ମହାବୀର କ୍ଲବର ପୂଜା ପେଣ୍ଡାଲ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଙ୍କସହିତ ତାଙ୍କ ସହଧର୍ମିଣୀ ଡକ୍ଟର ପ୍ରିୟଙ୍କା ମାରାଣ୍ଡି ମଧ୍ୟ ଉପସ୍ଥିତ ଥିଲେ।ମହାବୀର ବଜାର କ୍ଲବ ଚଳିତ ବର୍ଷ ଏହାର ୭୫ତମ ପୂର୍ତ୍ତି ପାଳନ କରୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦୀର୍ଘ ୭୫ ବର୍ଷ ଧରି ଆପଣମାନଙ୍କ ପୂର୍ବ ପିଢି ସମୟରୁ ଏହି ପୂଜା ନିରବଚ୍ଛିନ୍ନ ଭାବେ ଚାଲିଆସିଛି। ଏହା ଆପଣମାନଙ୍କ ଶ୍ରଦ୍ଧା, ଭକ୍ତି ଓ ଆଧ୍ୟାତ୍ମିକ ଭାବର ନିଦର୍ଶନ। ମୁଖ୍ୟମନ୍ତ୍ରୀ ଏହି…
ଭୁବନେଶ୍ବର: ସମୁଦ୍ର ଭିତରେ ଦାନା ଗୋଟାଉଛି ବାତ୍ୟା ଦାନା। ସ୍ଥଳଭାଗରେ ତାଣ୍ଡବ ଲିଳା କରିବା ପାଇଁ ବର୍ତ୍ତମାନ ଦାନା ପ୍ରସ୍ତୁତି ଆରମ୍ଭ କରିଦେଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶକ୍ତିଶାଳି ହେବାରେ ଲାଗିଛି। ବର୍ତ୍ତମାନ ଏହା ପାରାଦ୍ବୀପର ପୂର୍ବ ଦକ୍ଷିଣ ଦିଗର 730 କିଲୋମିଟର ଦୂରରେ ରହିଛି। ସେହିପରି ପଶ୍ଚିମ ବଂଗର ସାଗର ଦ୍ବୀପଠାରୁ ଏହି ଲଘୁଚାପ 770 କିଲୋମିଟର ଦୂରରେ ରହିଛି। ବର୍ତ୍ତମାନ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତିକରିବାରେ ଲାଗିଛି। ଯାହାର ଗତିରୁ ଅନୁମାନ କରାଯାଇଛି ଯେ, ଆସନ୍ତାକାଲି ଏହା ବାତ୍ୟାରେ ପରିଣତ ହେବ। ସେହିପରି 24 ତାରିଖରେ ଏହି ପ୍ରବଳ ବାତ୍ୟାରେ ପରିଣତ ହେବ। ଏହା ପୁରୀ ଓ ସାଗର ଦ୍ବୀପ ମଧ୍ୟ ଦେଇ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ କହିଛି।
ଭୁବନେଶ୍ବର: ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୧୪ଟି ଜିଲ୍ଲାରେ ୩ ଦିନିଆ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ସେହି ଜିଲ୍ଲାଗୁଡିକ ହେଲା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲ୍ଲା। ଏହି ଜିଲ୍ଲାର ସ୍କୁଲ ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ରାଜ୍ୟରେ ବାତ୍ୟା ‘ଦାନା’ ପାଇଁ ଏହି ୧୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ । ସେଥିପାଇଁ ଆଗୁଆ ପଦକ୍ଷେପ ସ୍ୱରୂପ ସ୍କୁଲ ଗୁଡ଼ିକ ଛୁଟି ଘୋଷଣା କରାଯାଇଛି। ଏ ସଂପର୍କରେ ଏସଆରସି ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।
Cyclone Review Meeting:: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ ସମସ୍ତ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳକୁ ଚିହ୍ନଟ କରି ବିପଦଶଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ଶତପ୍ରତିଶତ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟ୍ରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ଅକ୍ଟୋବର ୨୪ ତାରିଖ ସକାଳ ସୁଦ୍ଧା ପୁରୀ ଓ ସାଗାରଦ୍ବୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ଅଛି। ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ବୈଠକ ପରେ ଗଣମାଧ୍ୟମକୁ ମନ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବାତ୍ୟା ପାଇଁ କେହି ଭୟଭୀତ ହେବାର ଆବଶ୍ୟକତା ନାହିଁ । ବାତ୍ୟାପାଇଁ ରାଜ୍ୟ ସରକାରଙ୍କ…
ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ ଆଜି କୃଷି ଭବନସ୍ଥିତ ବୋର୍ଡରୁମରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀବୃନ୍ଦ ଆଭାସି ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ। ଶ୍ରୀ ସିଂହଦେଓ ସମସ୍ତ ଅଧିକାରୀଙ୍କୁ ଆତଙ୍କିତ ନ ହୋଇ ସତର୍କ ତଥା ପ୍ରସ୍ତୁତ ରହିବା ଏବଂ ବାତ୍ୟା ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ଯେକୌଣସି ପ୍ରକାର ସମସ୍ୟା ଆସିଲେ ମଧ୍ୟ ତାହାର ମୁକାବିଲା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ଅଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ସହାୟତା ଯୋଗାଇ ଦେବା ପାଇଁ କୃଷି ଭବନ ତଥା ସମସ୍ତ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ ସମସ୍ତ…

