ଭୁବନେଶ୍ବର: ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ଜାରି ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ଡାକ୍ତର ରାଉତ ବର୍ତ୍ତମାନ ଭଦ୍ରକ ଜିଲ୍ଲା ସଦର ମହକୁମା ହସ୍ପିଟାଲର ମାନସିକ ସ୍ୱାସ୍ଥ୍ୟ ଏବଂ କ୍ୟାନ୍ସର ବିଭାଗର ବରିଷ୍ଠ ମେଡିକାଲ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି। ସୂଚନାଯୋଗ୍ୟ ଯେ, ଡାକ୍ତର କରୁଣାକର ରାଉତଙ୍କ ନାମରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ କେସ୍ ରୁଜ୍ଜୁ ହୋଇଥିଲା। ଡାକ୍ତର ରାଉତଙ୍କ ନାମରେ ମଧ୍ୟ ଡିପାର୍ଟମେଣ୍ଟାଲ ପ୍ରୋସିଡିଙ୍ଗ୍ କରାଯାଇଥିଲା। ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯିବା ସହିତ ଅନ୍ୟାନ୍ୟ ଦଣ୍ଡବିଧାନ ମଧ୍ୟ କରାଯାଇଥିଲା। ଇତି ମଧ୍ୟରେ ଭିଜିଲାନ୍ସ କୋର୍ଟ ପକ୍ଷରୁ ରାୟ ପ୍ରକାଶ ପାଇ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଦୁର୍ନୀତି ବିରୁଦ୍ଧରେ ଶୂନ୍ୟସହନଶୀଳତା ନୀତି ଅବଲମ୍ବନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଆସିଛନ୍ତି। କୌଣସି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ…
Author: Samikhsya Bureau
ଭୁବନେଶ୍ଵର: କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ନେଇ ଆସିଲା ୟୁଜିସି ତଦନ୍ତ ରିପୋର୍ଟ। ଏହି ଘଟଣା ନେଇ ଡ ନାଗେଶ୍ବର ରାଓଙ୍କ ନେତୃତ୍ବରେ ୟୁଜିସର ଏକ ଟିମ ତଦନ୍ତ କରିଥିଲେ। ସେମାନେ ଦେଇଥିବା ରିପୋର୍ଟକୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ଚାଲିଛି। ଏହି ରିପୋର୍ଟରେ ୟୁଜିସି ଟିମ କିଟ୍ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ଦାୟୀ କରିଛନ୍ତି। ତେବେ ଏହି ତଦନ୍ତ ରିପୋର୍ଟରେ ଯେଉଁ ସାଂଘାତିକ ତଥ୍ୟ ରହିଛି ତାହା ହେଲା, ଛାତ୍ରୀ ମୃତ୍ୟୁ ପଛରେ ଅବୈଧ ଏବଂ ବେଆଇନି କାର୍ଯ୍ୟକଳାପ ରହିଛି। ଯେଉଁଥିପାଇଁ ଛାତ୍ରୀ ଜଣଙ୍କ ସହୟ କରି ନ ପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ବୋଲି କୁହାଯାଇଛି। ଚଳିତ ବର୍ଷ ଫେବୃୟାରୀ ମାସରେ କିଟ ବିଶ୍ବବିଦ୍ୟାଳୟରେ ନେପାଳ ଛାତ୍ରୀ ଆତ୍ମହତ୍ୟା ଘଟଣା ଆସିବା ପରେ ସାରା ଦେଶରେ ଏହି ଅନୁଷ୍ଠାନକୁ ନିନ୍ଦା କରାଯାଇଥିଲା। ଏପରିକି ନେପାଳରେ ମଧ୍ୟ କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ମଧ୍ୟ…
ଭୁବନେଶ୍ବର: ରାଜ୍ୟରେ ଏକ ନୂଆ କଥା ଦେଖିବାକୁ ମିଳିଛି। ତାହା ହେଲା ଯେ, ରାଜ୍ୟର ରାଜ୍ୟପାଳ ଜଣେ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ଘରକୁ ଯାଇଥିଲେ। ଆଜି ଅପରାହ୍ନରେ ରାଜ୍ୟପାଳ ହରିବାବୁ କୁମ୍ଭମପଟି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ରୁଦ୍ଧ ଦ୍ବାରରେ ଉଭୟ ବେଶ୍ କିଛି ସମୟ ଧରି ଆଲୋଚନା କରିଥିଲେ। ତେବେ ରାଜ୍ୟପାଳ ଯିବା ପରେ ଆଇନ ମନ୍ତ୍ରୀ କହିଛନ୍ତି ଯେ, ସେ ବ୍ୟକ୍ତିଗତ ଭାବେ ମୋତେ ସାକ୍ଷାତ କରିବାକୁ ଆସିଥିଲେ। ତାଙ୍କ ସହିତ ମୋ ବିଭାଗର ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ତେବେ ମନ୍ତ୍ରୀମଣ୍ଡଳ ଅଦଳବଦଳ କଥା ଉପରେ ମୁଖ୍ୟମନ୍ତ୍ରୀ ନିଷ୍ପତି ନେବେ। ସେ ନେଇ ଦଳର ସଭାପତି ମୁଖ୍ୟମନ୍ତ୍ରୀ ବିଚାର ବିମର୍ଶ କରୁଛନ୍ତି। ତେବେ ରାଜ୍ୟପାଳ ଚାହିଁଥିଲେ ମନ୍ତ୍ରୀଙ୍କୁ ତାଙ୍କ ବସଭବନକୁ ଡାକିପାରି ଥାଆନ୍ତେ। ହେଲେ ସେ ତାହା ନ କରି ପୃଥୀରାଜ ହରିଚନ୍ଦନଙ୍କୁ ସରକାରୀ ବାସ ଭବନକୁ ଖୋଦ…
ନୂଆଦିଲ୍ଲୀ: ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖର। ଆଜି ସେ ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରିଛନ୍ତି। ଆଜି ସଂସଦର ଅଧିବେସନ ଆରମ୍ଭ ହୋଇଛି। ଏପରି କ୍ଷେତ୍ରରେ ସେ ଇସ୍ତଫା ଦେବାକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି। “ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେବା ଏବଂ ଡାକ୍ତରୀ ପରାମର୍ଶ ପାଳନ କରିବା ପାଇଁ, ମୁଁ ସମ୍ବିଧାନର ଧାରା 67(କ) ଅନୁଯାୟୀ ତୁରନ୍ତ ଭାରତର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଉଛି,” ସେ ଇସ୍ତଫା ପତ୍ରରେ ଏହା କହିଛନ୍ତି। ଧନକର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି କହିଛନ୍ତି ଯେ ତାଙ୍କର ସହଯୋଗ ଓ ପରାମର୍ଶ ମୋ ପାଇଁ ବେଶ ମୂଲ୍ୟବାନ।
ଭୁବନେଶ୍ବର: ଅଡୁଆରେ ପଡିଯାଇଛି ପ୍ରଦେଶ କଂଗ୍ରେସ। ଛାତ୍ର କଂଗ୍ରେସ ସଭାପତି ଥିବା ଉଦିତ ପ୍ରଧାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଏବଂ ଗିରଫ ପରେ ଏହି ଅଡୁଆ ସୃଷ୍ଟି ହୋଇଛି। ଫଳରେ ଛାତ୍ରୀ ନିର୍ଯ୍ୟାତନା ପାଇଁ ଲଢେଇ କରୁଥିବା କଂଗ୍ରେସ ବର୍ତ୍ତମାନ ଦ୍ବନ୍ଦରେ ପଡିଯାଇଛି। ତେବେ ଏହି ଘଟଣା କେତେ ସତ କେତେ ମିଛ ତା ଉପରେ ଅନୁଧ୍ୟାନ କରିବା ପାଇଁ କଂଗ୍ରେସ ଗଠନ କରିଛି ଏକ ଅନୁଧ୍ୟାନ କମିଟ। ଏଥିରେ ଯେଉଁମାନେ ଅଛନ୍ତି ସେମାନେ ହେଲେ 1- ସସ୍ମିତା ବେହେରା- ଅଧ୍ୟକ୍ଷା 2-ସୋଫିଆ ଫିର୍ଦ୍ଦୋଶ- ସଦସ୍ୟା 3-ଡ ଦେବସ୍ମିତା ଶର୍ମା- ସଦସ୍ୟା 4-ସୋନାଲୀ ସାହୁ- ସଦସ୍ୟା 5- ଜୟଶ୍ରୀ ପାତ୍ର- ସଦସ୍ୟା 6-ଡ ମନୀଶା ଦାସ ପଟ୍ଟନାୟକ- ସଦସ୍ୟା ଏହି କମିଟ ପିଡିତାଙ୍କ ସହିତ ସାକ୍ଷାତ କରି ଘଟଣା ସଂପର୍କରେ ଅନୁଧ୍ୟାନ କରିବ। ଏହାପରେ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ଏକ ରିପୋର୍ଟ ପ୍ରଦାନ କରିବ।
ଭୁବନେଶ୍ବର: ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବା ପରେ ଶେଷରେ କଂଗ୍ରେସରୁ ନିଲମ୍ବନ ହୋଇଛନ୍ତି ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ। ଆଜି ଏ ନେଇ ଅଖିଳ ଭାରତ ଛାତ୍ର କଂଗ୍ରେସ ସଭାପତି ବରୁଣ ଚୌଧୁରୀ ତାଙ୍କୁ ଛାତ୍ର କଂଗ୍ରେସରୁ ନିଲମ୍ବିତ କରିଛନ୍ତି। ଏହି ନୋଟିସରେ ସେ ଉଲ୍ଲେଖ କରିଛନ୍ତି ଯେ, ଉଡିତଙ୍କ ବିରୋଧରେ ତଦନ୍ତ ଚାଲିଥିବାରୁ ତାଙ୍କୁ ସଭାପତି ପଦରୁ ନିଲମ୍ବିତ କରାଯାଇଛି। ସେହିପରି ଏଥିରେ କୁହାଯାଇଛି ଯେ, ଛାତ୍ର କଂଗ୍ରେସ ସବୁବେଳେ ମହିଳା ସୁରକ୍ଷା ଉପରେ ଜିରୋ ଟଲେରାନ୍ସକୁ ବିଶ୍ବସ କରେ। ପୂର୍ବରୁ ବାଲେଶ୍ବର ଛାତ୍ରୀ ମୃତ୍ୟୁ ନେଇ ଛାତ୍ର କଂଗ୍ରେସ ଯେଉଁ ଆନ୍ଦୋଳନ କରିଆସୁଛି ତାହା ବଜାଇ ରହିବ। ଗତକାଲି ରାତିରେ ଓଡିଶା ଛାତ୍ର କଂଗ୍ରେସର ସଭାପତି ଉଦିତ ପ୍ରଧାନ ଏକ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି। ସେ ଜଣେ ଛାତ୍ରୀଙ୍କୁ ଥଣ୍ଡା ପାନୀୟରେ ନିଶା ମିଶାଇ ପିଇବାକୁ ଦେଇ ଦୁଷ୍କର୍ମ କରିଛନ୍ତି। ଏ ନେଇ ପିଡିତା ମଞ୍ଚେଶ୍ବର…
ଭୁବନେଶ୍ବର: ଛାତ୍ରୀ ନିର୍ଯ୍ୟାତନା ବିରୋଧରେ ହାଙ୍ଗାମ କରୁଥିବା ପ୍ରଦେଶ କଂଗ୍ରେସ ଏବେ ଅଡୁଆରେ। କାରଣ ଛାତ୍ର କଂଗ୍ରେସର ସଭାପତି ଉଦିତ ପ୍ରଧାନ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି। ଗତକାଲି ରାତିରେ ପୋଲିସ ତାଙ୍କୁ ଗିରଫ କରିଥିବାର ଜଣାପଡିଛି। ଫଳରେ ଏହି ଘଟଣାକୁ ନେଇ ରାଜ୍ୟ କଂଗ୍ରେସ ଅଡୁଆରେ ପଡିଯାଇଛି। ଯେଉଁ ଛାତ୍ର କଂଗ୍ରେସ ଛାତ୍ରୀ ଦୁଷ୍କର୍ମ ନେଇ ସ୍ବର ଉତ୍ତୋଳନ କରୁଥିଲା ବର୍ତ୍ତମାନ ତାହାର ମୁଖିଆ ଏପରି କରିବା ଚର୍ଚ୍ଚା ପାଲଟିଛି। ପିଡିତାଙ୍କ ଅଭିଯୋଗ ଅନୁସାରେ ଗତ ମାର୍ଚ୍ଚ ୧୮ ତାରିଖରେ ପିଡିତା ତାଙ୍କର ଜଣେ ବାନ୍ଧବୀଙ୍କ ସହିତ ମାଷ୍ଟରକ୍ୟାଣ୍ଟିନ ଛକରେ ଉଦିତ ସହିତ ଦେଖାହେଲା। ବାନ୍ଧିବୀ ଜଣଙ୍କ ଉଦିତଙ୍କ ସହିତ ପିଡିତାଙ୍କୁ ପରିଚିତ କରାଇଥିଲା। ଏହାପରେ ଗାଡିରେ ସମସ୍ତେ ନୟାପଲ୍ଲୀର ଏକ ହୋଟେଲକୁ ଯାଇଥିଲେ। ସେଠାରେ ମଦ ପିଇଥିଲେ ମଧ୍ୟ ପିଡିତା ମଦ ପିଏ ନାହିଁ ବୋଲି କହିଥିଲେ। ଏହାପରେ ତାଙ୍କୁ ଥଣ୍ଡାପାନୀୟ ଦିଆଯାଇଥିଲା। କୌଶଳ କ୍ରମେ ଉଦିତ…
ପୁରୀ : ରାଜ୍ୟରେ ଆଇନ କାନୁନ ବିପର୍ଯ୍ୟୟ ପରିସ୍ଥିତି ତଥା ବଳଙ୍ଗା ଛାତ୍ରୀକୁ ପୋଡିବା ଘଟଣା ବିରୋଧରେ ପୁରୀ ଏସପି ଅଫିସ ଘେରାଉ କରିଛି ଜିଲ୍ଲା ଯୁବ କଂଗ୍ରେସ। ଏହି ଘଟଣାର ୩୦ ଘଣ୍ଟା ବିତିଥିଲେ ବି ପୋଲିସ ଏ ପର୍ଯ୍ୟନ୍ତ ୩ ଜଣ ଅଭିଯୁକ୍ତଙ୍କୁ ଧରିପାରିନାହିଁ । ରାଜ୍ୟ ସରକାର ଓ ଆଇନ ବିଭାଗ ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଆଜି ଜ଼ିଲ୍ଲା ଯୁବ କଂଗ୍ରେସ ତରଫରୁ ପୁରୀ ଜ଼ିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ପିସିସି ସାଧାରଣ ସମ୍ପାଦକ ୟାସିର ନୱାଜ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଗୋପନ ମାର୍ଥା, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୂଦୀପ ସାମଲ ସାମିଲ ହୋଇଥିବା ବେଳେ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ଆଲୋକ କୁମାର ଦାଶ ଙ୍କ ନେତୃତ୍ୱ ରେ ଶତାଧିକ ଯୁବ କଂଗ୍ରେସ କର୍ମୀ ଏକଜୁଟ ହୋଇ ପୁରୀ ଆରକ୍ଷୀ…
ସଂସଦର ମୌସୁମୀ ଅଧିବେସନ: ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେସନ। ଏହି ଅଧିବେସନ ଅଗଷ୍ଟ 12 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଲମ୍ବା ଅଧିବେସନରେ ଆସିବ ବିଭିନ୍ନ ପ୍ରସଂଗ। ଅପରେସନ ସିନ୍ଦୁର ଠାରୁ ଆରମ୍ଭ କରି ବିହାରରେ ଭୋଟର ସଂଶୋଧନ ପକ୍ରିୟା ଏପରିକି ଭାରତ ପାକିସ୍ଥାନ ଅସ୍ତ୍ର ବିରତି ନେଇ ଆମେରିକା ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ସଂପର୍କରେ ଆଲୋଚନା ହେବ। ଏହି ପ୍ରସଂଗକୁ ନେଇ ବିରୋଧୀ, ଶାସକ ଦଳକୁ ନିଶ୍ଚିତ ଘେରିବେ ବୋଲି ସ୍ପଷ୍ଟ ହୋଇଯାଇଛି। ତେବେ ଏହି ବଡବଡ ଘଟଣା ଭିତରେ ଓଡିଶାର ବାଲେଶ୍ବର ଓ ନିମାପଡା ଘଟଣା ପ୍ରଂସଗ ଆସିବ କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଯଦି ଆସିବ ତେବେ ତାହା ସଂସଦରେ ହୁଲୁସ୍ତୁଲ କରିବ କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ ରହିଛି। କାରଣ ଓଡିଶାର ଏହି ବଡ ଘଟଣାକୁ ନେଇ ସଂସଦର ଉଭୟ ଗୃହରେ ହୁଲୁସ୍ତୁଲ କରିବାକୁ କେହି ନାହାଁନ୍ତି।…
Vigilance Raid: ସେ ହେଉଛନ୍ତି ଡିଏଫଓ, ହେଲେ ତାଙ୍କ ଏବଂ ସଂପର୍କୀୟଙ୍କ ନାମରେ ରହିଛି ୧୧୫ ଟି ପ୍ଲଟ। ସେହିପରି ଏକ କୁବେରପତିଙ୍କ ଘରେ ଆଜି ଚଢାଉ କରିଛି ଭିଜିଲାନ୍ସ। ଏହି ଚଢାଉବେଳେ ଏତେଗୁଡିଏ ପ୍ଲଟର କାଗଜ ପତ୍ର ବାହାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ତେବେ ସେହି କୁବେରପତି ଡିଏଫଓଙ୍କ ନାମ ହେଲା ନିତ୍ୟାନନ୍ଦ ନାୟକ। ସେ କେନ୍ଦୁଝର କେନ୍ଦୁପତ୍ର ଡିଏଫଓ ଭାବେ କାର୍ଯ୍ୟ କରୁଛନ୍ତି। ଆଜି ଭିଜିଲାନ୍ସ ତାଙ୍କର ଆୟ ବର୍ହିଭୂତ ସଂପତ୍ତି ଥିବା ଅଭିଯୋଗରେ ଚଢାଉ କରିଥିଲେ। ଏହି ଚଢାଉ ବେଳେ ଭିଜିଲାନ୍ସ ନିତ୍ୟାନନ୍ଦଙ୍କ ନାମରେ ୫୩ଟି, ତାଙ୍କ ପତ୍ନୀଙ୍କ ନାମରେ ୪୨ଟି, ଦୁଇ ପୁଅଙ୍କ ନାମରେ ୧୬ଟି ଏବଂ ଝିଅଙ୍କ ନାମରେ ୪ଟି ପ୍ଲଟ୍ ରହିଛି। ଏହା ସହ, ଅନୁଗୁଳ ତୁରଙ୍ଗାରେ ୯ ହଜାର ବର୍ଗଫୁଟର ଏକ ଚାରି ମହଲା କୋଠା ମଧ୍ୟ ରହିଛି। ତଦନ୍ତ ସମୟରେ ୧ ଲକ୍ଷ ୧୯ ହଜାର ଟଙ୍କା ମଧ୍ୟ ଜବତ…
ସମୀକ୍ଷା ଡେସ୍କ: ନିମାପଡାରେ ଏପରି ଏକ ଘଟଣା ଘଟିଗଲା, ତାଙ୍କର ନିଜ ନିର୍ବାଚନ ମଣ୍ଡଳୀ ସେ ଆସିବାର ଉଚିତ ଥିଲା ବୋଲି କହିଛନ୍ତି ନିମାପଡାର ପୂର୍ବତନ ବିଧାୟକ ସମୀର ଦାସ। ଆଜି ଗଣମାଧ୍ୟମ ତରଫରୁ ତାଙ୍କୁ ପ୍ରଭାତୀ ପରିଡା ନ ଆସିବା ସଂପର୍କରେ ପ୍ରଶ୍ନ ପଚରାଯିବାରୁ ସେ ଏହାର ଉତ୍ତର ଦେଇଥିଲେ। ନିଜ ନିର୍ବାଚନ ମଣ୍ଡଳୀରେ ଏତେ ବଡ ଘଟଣା ଘଟିଥିଲେ ମଧ୍ୟ ପ୍ରଭାତୀ କାହିଁକି ଆସିଲେ ନାହିଁ ତାହା ସେ ଜାଣିଥିବେ। ତେବେ ସେ ଆସିବାର ଥିଲା ବୋଲି ସମୀର ଦାସ କହିଛନ୍ତି। ସମୀର ଆହୁରି କହିଛନ୍ତି ଯେ, ମୁଁ ସେ ଅଞ୍ଚଳରେ ଯେତେବେଳେ ବିଧାୟକ ନ ଥିଲି ନେତା ଥିଲି, ବିଧାୟକ ହେବା ପରେ ମଧ୍ୟ ସେ ଅଞ୍ଚଳ ଦାୟିତ୍ବରେ ଥିଲି। ହେଲେ ଏପରି ଘଟଣା କେବେ ଘଟି ନାହିଁ। ମୁଁ ବିଧାୟକ ଥିବା ବେଳେ ଏପରି ଘଟଣା କେବେ ଘଟି ନ ଥିଲା। ଏମିତି କିଛି କଥା…
The Samikhsya Desk: ଖୁବ ଶିଘ୍ର ବାଲେଶ୍ବର ପିଡିତାଙ୍କୁ ନ୍ୟାୟ ମିଳିବ। ପ୍ରକୃତ ଅଭିଯୁକ୍ତଙ୍କୁ ଗିରଫ କରାଯିବ। ଆଜି ବାଲେଶ୍ବର ଗସ୍ତ କରି ଏହା କହିଛନ୍ତି କ୍ରାଇମ ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ସେ ଆଜି ବାଲେଶ୍ବର ଗସ୍ତ କରି ଏହି ତଦନ୍ତ ଉପରେ ତଦାରଖ କରିଛନ୍ତି। କିପରି ପରିସ୍ଥିତିରେ ସୌମ୍ୟାଶ୍ରୀ ଆତ୍ମଦାହ କଲା ତାହାର ତଥ୍ୟ ସଂଗ୍ରହ କରାଯାଉଛି। ଖୁବ ଶିଘ୍ର ପିଡିତାଙ୍କୁ ନ୍ୟାୟ ମିଳିବ ବୋଲି ଡିଜି କହିଛନ୍ତି। ସେହି ସମୟରେ ଯେଉଁ ଭିଡିଓ କରାଯାଇଥିଲା ସେଥିରୁ ବହୁତ କିଛି ତଥ୍ୟ ହସ୍ତଗତ ହୋଇଛି। ଏଥିସହିତ ଡିଜିଟାଲ ପ୍ରମାଣ ସଂଗ୍ରହ କରାଯାଇଛି। ସୋସିଆଲ ମିଡିଆରେ ଯେଉଁମାନେ ଯାହା କହିଛନ୍ତି କିନ୍ତୁ ତଦନ୍ତ ବେଳେ ତାହା ଭିନ୍ନ ପ୍ରକାରର କଥା କହିଛନ୍ତି ବୋଲି ଡିଜି କହିଛନ୍ତି। ଆଜି ସେ ବାଲେଶ୍ବରର ଗସ୍ତ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି କଥା କହିଛନ୍ତି। ସେ ଏଫଏମ କଲେଜଙ୍କ ପ୍ରିନସପାଲ ରୁମକୁ…
ଭୁବନେଶ୍ବର: ଅଧିକ ତଥା ଭଲ ଚିକିତ୍ସା କରିବା ପାଇଁ ଆଜି ବଳଙ୍ଗା ପିଡିତାଙ୍କୁ ନୂଆଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କୁ ୟାର ଲିଫ୍ଟ ଦ୍ବାରା ନୂଆଦିଲ୍ଲୀ ଏମ୍ସକୁ ନିଆଯାଇଛି। ସେଠାରେ ତାଙ୍କର ଭଲ ଚିକିତ୍ସା ହୋଇପାରିବ ବୋଲି ଏମ୍ସ ଭୁବନେଶ୍ବର କର୍ତ୍ତୁପକ୍ଷ ଆଶା କରିଛନ୍ତି। ସେଥିପାଇଁ ଆଜି ସକାଳୁ ଏୟାର ଲିଫ୍ଟ ନେଇ ପ୍ରସ୍ତୁତି କରାଯାଇଥିଲା। ପୋଲିସ ସହାୟତାରେ ଗ୍ରୀନ କରିଡୋର କରି ପିଡିତାଙ୍କୁ ଏମ୍ସରୁ ଏୟାରପୋର୍ଟ ନିଆଯାଇଥିଲା। ସେଠାରୁ ଦିଲ୍ଲୀ ନିଆଯାଇଛି। ଏ ନେଇ ଏମ୍ସ ଭୁବନେଶ୍ବର କର୍ତ୍ତପକ୍ଷଙ୍କ କହିବା କଥା ଯେ, ପିଡିତାଙ୍କ ଶରୀର 70 ଭାଗ ପୋଡିଯାଇଛି। ସେ ଏମ୍ସରେ ଭର୍ତ୍ତି ବେଳେ ଅବସ୍ଥା ଗୁରୁତର ଥିଲା। ରାତିରେ ସାମାନ୍ୟ ସୁଧାର ଆସିଥିଲା। ଆଜି ସକାଳୁ ମଧ୍ୟ ପରିସ୍ଥିତି ଭଲ ଥିବାରୁ ଏୟାର ଲିଫ୍ଟ ପାଇଁ ନିଷ୍ପତି କରାଯାଇଥିଲା। ଏହି ଏୟାର ଲିଫ୍ଟ ସମୟରେ କଂଗ୍ରେସ ଏବଂ ବିଜେଡି ନେତାମାନେ ମଧ୍ୟ ସେଠାରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା।
ପିପିଲି: ନିମାପଡା ବଳଙ୍ଗାର ଛାତ୍ରୀଙ୍କୁ ପୋଡି ଜାଳିଦେବା ଘଟଣାରେ ଆଜି ଥାନା ଘେରାଉ କରିଛି ବିଜେଡି। ଦଳର ଶତାଧିକ କର୍ମି ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସହିତ ହୋଇଛି ପେଲାପେଲି। କିଛି ସମୟ ଧରି ଥାନା ପରିସରରେ ଉତ୍ତେଜନା ଲାଗି ରହିଥିଲା। ଏହାପରେ ବିଜେଡି ନେତା ଓ କର୍ମୀମାନେ ଥାନା ଆଗରେ ଧାରଣାରେ ବସିଥିଲେ। ଛାତ୍ରୀକୁ ପୋଡିଥିବା ଅଭିଯୁକ୍ତମାନଙ୍କୁ ତୁରୁନ୍ତ ଗିରଫ କରିବାକୁ ସେମାନେ ଦାବୀ କରିଥିଲେ। ଯଦି 48 ଘଣ୍ଟା ମଧ୍ୟରେ ଦୋଷୀମାନଙ୍କୁ ପୋଲିସ ଧରି ନ ପାରେ ଦେବେ ବିଜେଡି ସାରା ରାଜ୍ୟରେ ବିକ୍ଷୋଭ କରିବ ବୋଲି ଧମକ ଦେଇଛନ୍ତି। ଏହି ଘେରାଉରେ ବିଜେଡି ନେତା ତଥା ସାଂସଦ ଶୁଭାଶିସ ଖୁଣ୍ଟିଆ, ଲେଖାଶ୍ରୀ ସାମନ୍ତସିଂହାଁର, ଉମାକାନ୍ତ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଛନ୍ତି। ଗତକାଲି ବଳଙ୍ଗାର ଏକ ଛାତ୍ରୀ ସାଙ୍ଗ ଘରକୁ ଯାଉଥିବା ବେଳେ ତାଙ୍କୁ ରାସ୍ତାରେ କେତେକ ଦୁର୍ବୃତ୍ତ କିରାସିନୀ ଢାଳି ପୋଡି…
ଭୁବନେଶ୍ବର: ନିମାପଡା ବଳଙ୍ଗା ଛାତ୍ରୀଙ୍କୁ କରାଯିବ ଏୟାର ଲିଫ୍ଟ। ଏ ନେଇ ଭୁବନେଶ୍ବର ଏମ୍ସ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି। ସେଥିପାଇଁ ସରକାରୀ ସ୍ତରରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଛାତ୍ରୀ ଜଣଙ୍କ ସାମାନ୍ୟ କଥା ହୋଇପାରୁଛନ୍ତି। ଆଗାମୀ 48 ଘଣ୍ଟା ଗରୁତ୍ବପୂର୍ଣ୍ଣ ବୋଲି ଗତକାଲି ଏମ୍ସ ଡାକ୍ତର କହିଥିଲେ। ତେବେ ସେତେବେଳେ ଏୟାର ଲିଫ୍ଟ କରିବା ସମ୍ଭବ ନ ଥିଲା। ବର୍ତ୍ତମାନ ତାହା କରାଯିବାର ସମ୍ଭାବନା ରହିଥିବାରୁ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତକାଲି ନିମାପଡା ବଳଙ୍ଗାର ଏହି ଛାତ୍ରୀଙ୍କୁ କେତେକ ଦୁର୍ବୃତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ଛାତ୍ରୀଙ୍କର ପ୍ରାୟ 70 ପ୍ରତିଶତ ଶରୀର ଜଳିଯାଇଛି। ତାଙ୍କୁ ଭୁବନେଶ୍ବର ଏମ୍ସରେ ଚିକିତ୍ସା ଚାଲିଛି। ସେଥିପାଇଁ ଏମ୍ସ କର୍ତ୍ତୁପକ୍ଷ ଏକ ସ୍ବତନ୍ତ୍ର ଟିମ ଗଠନ କରିଛନ୍ତି। ଏପଟେ ରାଜ୍ୟ ସରକାର ମଧ୍ୟ ଏହି ଘଟଣାକୁ ନଜରରେ ରଖିଛନ୍ତି। ପୁରୀ ଏସପି ଏହା ଉପରେ ଅଧିକ ତଦନ୍ତ ଚଳାଇଛନ୍ତି।…
Jaya Kishori Ji: ଜୟା କିଶୋରୀ ଜୀ, ଆଧ୍ୟାତ୍ମିକ ଜଗତ ତଥା ଭଜନ ଜଗତର ଜଣେ ପ୍ରତିଷ୍ଠିତ ଚେହେରା। ତାଙ୍କର ପ୍ରବଚନ ଶୁଣିବା ପାଇଁ ଭାରତ କାହିଁକି ବିଦେଶରେ ମଧ୍ୟ ଲୋକେ ପାଗଳ ପରି ହୋଇ ଯାଉଛନ୍ତି। ସେ ଦେଖିବାକୁ ଯେପରି, ତାଙ୍କ କଣ୍ଠ ସ୍ବର ମଧ୍ୟ ସେହିପରି। ଭାରତୀୟ ଶାସ୍ତ୍ର ପୁରାଣ ଜ୍ଞାନର ଭଣ୍ଡାର ହେଉଛନ୍ତି ଜୟା କିଶୋରୀ। ଟେଲିଭିଜନର ଭକ୍ତି କାର୍ଯ୍ୟକ୍ରମ ହେଉ କିମ୍ବା ୟୁଟ୍ୟୁବରେ ତାଙ୍କର ପ୍ରବଚନ କିମ୍ବା ଭକ୍ତିଗୀତ। ଅପଲୋଡ କରିବା ମାତ୍ରେ ଅଳ୍ପ ସମୟରେ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖୁଛନ୍ତି। ଲାଗୁଛି ସତେ ଯେପରି ତାଙ୍କ ଭିଡିଓ ଅପଲୋଡକୁ ଲକ୍ଷ ଲକ୍ଷ ଲୋକ ଅପେକ୍ଷା କରି ରହିଥିଲେ। ତାଙ୍କର ଗୀତ ରେକର୍ଡିଂ କରିବା ପାଇଁ ବଡ ବଡ ମ୍ୟୁଜିକ କଂପାନୀ ଲମ୍ବା ଧାଡି ଲଗାଇଛନ୍ତି। ବର୍ତ୍ତମାନ ଭାରତର କୋଣେ ଅନୁକୋଣେ ଜୟା କିଶୋରୀ ଜୀଙ୍କୁ ପ୍ରବଚନ ଦେବାକୁ ନେବା ପାଇଁ ଲମ୍ବା ଧାଡି…
ଭୁବନେଶ୍ୱର: ଓଡ଼ିଶାରେ ଶ୍ୱେତ ବିପ୍ଲବର କର୍ଣ୍ଣଧାର ହେଉଛି ଓମ୍ଫେଡ୍। ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି। ଆଗାମୀ ଦିନରେ ରାଜ୍ୟ ସରକାର ଦୁଗ୍ଧ ଉତ୍ପାଦନ ବୃଦ୍ଧି ନେଇ କାମଧେନୁ ଯୋଜନା ମାଧ୍ୟମରେ ଚାଷୀଙ୍କୁ ଅଧିକ ଅମଳକ୍ଷମ ପ୍ରଜାତିର ୧୦ ହଜାର ଗାଈ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଦୁଗ୍ଧ ଚାଷକୁ ପ୍ରୋତ୍ସାହନ ଦିଆଯାଇ ରାଜ୍ୟର ଗୋ ଅର୍ଥନୀତିକୁ ସମୃଦ୍ଧ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଟକ ଠାରେ ନ୍ୟାସନାଲ ଡେରୀ ଡେଭଲପମେଣ୍ଟ ବୋର୍ଡ (ଏନ୍.ଡି.ଡି.ବି) ଏବଂ ଓମ୍ଫେଡ ମଧ୍ୟରେ ଅନୁଷ୍ଠିତ ଚୁକ୍ତିନାମା ଅବସରରେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଓମ୍ଫେଡ୍ ସହିତ ଏହି ଚୁକ୍ତିନାମା ଜରିଆରେ ନେସନାଲ ଡେରୀ ଡେଭଲପମେଣ୍ଟ ବୋର୍ଡ ଓଡିଶାର ଦୁଗ୍ଧ ଚାଷୀମାନଙ୍କୁ ଅଧିକ ଦୁଗ୍ଧ ଅମଳକ୍ଷମ ଗୀର୍, ସହିୱାଲ୍ ଓ କ୍ରସ୍ ବ୍ରିଡ୍ ପ୍ରଜାତିର ପ୍ରାୟ ୩ରୁ ୪ ହଜାର ଗାଈ…
ଭୁବନେଶ୍ବର: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥା ଅମାନବୀୟ ଘଟଣା ପଦାକୁ ଆସିବାରେ ଲାଗିଛି। ବାଲେଶ୍ବର ଛାତ୍ରୀମୃତ୍ୟୁ ଘଟଣା ପରେ ବର୍ତ୍ତମାନ ନିମାପଡା ବଳଙ୍ଗାରେ ଆଉ ଏକ ଘଟଣା ପଦାକୁ ଆସିଛି। ଯେଉଁଥିରେ ଦୁର୍ବୃତମାନେ ଜଣେ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ ପେଟ୍ରୋଳ ଢାଳି ନିଆଁ ଲଗାଇଦେଇଛନ୍ତି। ମୁର୍ମୁର୍ଷ ଅବସ୍ଥାରେ ତାଙ୍କୁ ବର୍ତ୍ତମାନ ଭୁବନେଶ୍ବର ଏମ୍ସ ହସପିଟାଲରେ ଚିକିତ୍ସା କରାଯାଉଛି। ଏହି ଘଟଣା ପରେ ସାରା ରାଜ୍ୟରେ ପୁଣି ଥରେ ଚାଞ୍ଚଲ୍ୟ ଖେଳିଯାଇଛି। ତେବେ ଛାତ୍ରୀର ସ୍ବାସ୍ଥ୍ୟ ଅବସ୍ଥା ନେଇ ଏମ୍ସ ତରଫରୁ ବିଭିନ୍ନ ସମୟରେ ବୁଲେଟିନ ଜାରୀ କରାଯାଉଛି। ଛାତ୍ରୀ ଜଣଙ୍କ ଏମ୍ସରେ ଚିକିତ୍ସିତ ହେଉଛନ୍ତି ବୋଲି କୁହାଯାଇଥିଲା। ବର୍ତ୍ତମାନ କୁହାଯାଇଛି ଯେ, ଛାତ୍ରୀର ଶରୀରର 70 ଭାଗ ପୋଡିଯାଇଛି। ତାଙ୍କୁ ବର୍ତ୍ତମାନ ବଅର୍ଣ୍ଣ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା କରାଯାଉଛି ବୋଲି ହସପିଟାଲ ତରଫରୁ କୁହାଯାଇଛି।
ଭୁବନେଶ୍ବର: ବାଲେଶ୍ବର ଛାତ୍ରୀ ମୃତ୍ୟ ଘଟଣା ତାତି ବହୁଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ପାଇଁ ପୁଣି ଏକ ବଦନାମ ଆଗକୁ ଆସିଛି। ତାହା ହେଲା ନିମାପଡା ବଳଙ୍ଗାର ଜଣେ ଛାତ୍ରୀଙ୍କୁ ବୁର୍ବୃତମାନେ ପେଟ୍ରୋଲ ପକାଇ ଜାଳି ଦେଇଛନ୍ତି। ଗୁରୁତର ଅବସ୍ଥାରେ ସେହି ଛାତ୍ରୀଙ୍କୁ ଏମ୍ସ ଭୁବନେଶ୍ବରରେ ଭର୍ତ୍ତି କରାଯାଇଛି। ହେଲେ ଛାତ୍ରୀ ଜଣଙ୍କ ଗୁରୁତର ଅଛି ବୋଲି ଏମ୍ସ ତରଫରୁ କୁହାଯାଇଛି। ତେବେ ଏହାକୁ ନେଇ ସ୍ଥାନୀୟ ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ଜଘନ୍ୟ କାଣ୍ଡରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାହାରିକୁ ଛଡାଯିବ ନାହିଁ। ଅଭିଯୁକ୍ତମାନଙ୍କୁ ତୁରୁନ୍ତ ଚିହ୍ନଟ କରି ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରଭାତୀ କହିଛନ୍ତି। ତେବେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ପୁଣି ଥରେ ସରକାରଙ୍କ ପାରିବାପଣିଆ ନେଇ ଆଲୋଚନା ଚାଲିଛି।
ଭୁବନେଶ୍ବର: ପୁଣି ଓଡିଶାରେ ଆଉ ଏକ ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି। ତାହା ହେଲା ନିମାପଡା ଅଞ୍ଚଳର ଜଣେ ଛାତ୍ରୀଙ୍କୁ କେତେକ ଦୁର୍ବୁତ୍ତ ପେଟ୍ରୋଲ ଢାଳି ଜାଳି ଦେଇଛନ୍ତି। ଛାତ୍ରୀର ଅବସ୍ଥା ଗୁରୁତର ହୋଇପଡିଛି। ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି। ଘଟଣାରୁ ଜଣାପଡିଛି ଯେ, ନିମାପଡା ନିକଟସ୍ଥା ବାଇଆବର ର ଜଣେ ଯୁକ୍ତ ଦୁଇ ଛାତ୍ରୀ ତାହାର ସାଙ୍ଗ ଘରକୁ ସାଇକେଲରେ ଯାଉଥିଲା। ହେଲେ ବାଟରେ ତିନିଜଣ ଦୁର୍ବତ୍ତ ତାଙ୍କୁ ଯୋରଜବରଦସ୍ତ ଅଟକାଇଥିଲେ। ତା ଦେହରେ ପେଟ୍ରୋଲ ଢାଳି ନିଆ ଲଗାଇଦେଇ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଅଧିକ ଚିକିତ୍ସା ପାଇଁ ଛାତ୍ରୀଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି।
The Samikhsya Desk: ପୌର ନିର୍ବାଚନ କରିବାରେ ବିଫଳ ହେବା ପାଇଁ ରାଜ୍ୟ ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ। ଗତ ବର୍ଷ ଜାନୁଆରୀ ୪ ତାରିଖରେ ହାଇକୋର୍ଟ ପୌର ସଂସ୍ଥା ନିର୍ବାଚନ କରିବାକୁ ନିର୍ଦ୍ଦେଶ କରିଥିଲେ। ହେଲେ ଏହାକୁ କାର୍ଯ୍ୟକାରୀ ନ କରିବା କୋର୍ଟ ଅବମାନନା ବୋଲି କୁହାଯାଇଛି। ମାମଲାର ନିର୍ଦ୍ଧାରିତ ଶୁଣାଣି ପାଇଁ ବିଚାରପତି ଆନନ୍ଦ ସେନଙ୍କ କୋର୍ଟ ମୁଖ୍ୟ ସଚିବଙ୍କୁ ଆସନ୍ତା ଶୁକ୍ରବାର ବ୍ୟକ୍ତିଗତ ଭାବରେ ହାଜର ହେବାକୁ ସମନ ଜାରି କରିଛନ୍ତି। କୋର୍ଟ ରାଜ୍ୟ ସରକାରଙ୍କ ଏପରି ମନୋଭାବକୁ ସମାଲୋଚନା କରିବା ସହିତ ଏହା ମଧ୍ୟ କହିଛନ୍ତି ଯେ ସରକାର ଖୋଲାଖୋଲି ଭାବରେ “rule of law”କୁ ଅବମାନନା କରୁଛନ୍ତି। ଏହା ଦେଖାଯାଉଛି ଯେ ରାଜ୍ୟର ସାମ୍ବିଧାନିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଏଠାରେ ସୂଚନା ଯୋଗ୍ୟ ଯେ, ଝାଡ଼ଖଣ୍ଡର ସମସ୍ତ ପୌର ସଂସ୍ଥାର କାର୍ଯ୍ୟକାଳ ଏପ୍ରିଲ ୨୦୨୩ ରେ ଶେଷ ହୋଇଯାଇଛି। ତା’ପରେ…

