Author: Samikhsya Bureau

ନୂଆଦିଲ୍ଲୀ: ଇସ୍ରୋର ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍ କହିଛନ୍ତି ଯେ ଭାରତ ଏକ ସୁପର-ପାୱାରଫୁଲ୍ ରକେଟ୍ ନିର୍ମାଣ କରୁଛି ଯାହା 75,000 କିଲୋଗ୍ରାମ ଓଜନର ଉପଗ୍ରହକୁ ପୃଥିବୀର ନିମ୍ନ କକ୍ଷପଥରେ ନେଇପାରିବ। ଏହି ରକେଟ୍ ମିଶନକୁ ସମାପ୍ତ କରିବାକୁ ପ୍ରାୟ 27 ଦିନ ସମୟ ନେବ। ଏହା ଭାରତର ସବୁଠାରୁ ଶକ୍ତିଶାଳୀ ରକେଟ୍ ହେବ। ଡକ୍ଟର ନାରାୟଣନ କହିଛନ୍ତି ଯେ ଭାରତ 2030 ସୁଦ୍ଧା ନିଜର ମହାକାଶ ଷ୍ଟେସନ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି ଏବଂ 2040 ସୁଦ୍ଧା ଦେଶ ଚନ୍ଦ୍ରକୁ ମହାକାଶଚାରୀ ପଠାଇବାକୁ ଯୋଜନା କରୁଛି। ଉତ୍ତରାଖଣ୍ଡର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଡକ୍ଟର ନାରାୟଣନ ଏହି କହିଛନ୍ତି। 

Read More

ଭୁବନେଶ୍ବର: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆସିଆଇସିଆଇ, ଆକ୍ସିସ୍ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ବିଭିନ୍ନ ଜନକଲ୍ୟାଣ ଯୋଜନାରେ ଗରିବ ଲୋକମାନଙ୍କୁ ଅଧିକ ୠଣ ଦେବାପାଇଁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଓଡିଶାରେ ବିଭିନ୍ନ ଜନକଲ୍ୟାଣ ଯୋଜନା ଯଥା କୃଷି ୠଣ, ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି ଯୋଜନା (PMEGP), ପିଏମ୍ ସ୍ୱନିଧି ଯୋଜନା, ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନା, ଗୃହୠଣ, ଶିକ୍ଷାୠଣ ଓ ରପ୍ତାନୀ ୠଣ ଆଦି ବିଭିନ୍ନ ଯୋଜନାରେ ଏହି ବ୍ୟଙ୍କ ଗୁଡିକର ପ୍ରଦର୍ଶନ ଅତ୍ୟନ୍ତ କମ ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁନ୍ ୨୧ ତାରିଖରେ ଏହି ବ୍ୟାଙ୍କ ଗୁଡିକୁ ନିଜର Empanelled List ରୁ କାଢିଦେଇଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଅନେକ ଗରୀବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଲୋକମାନଙ୍କୁ ୠଣ ଜରିଆରେ ଆର୍ଥିକ…

Read More

ଭୁବନେଶ୍ବର: ଗତ କାଲି ଜୁନ ୩୦ ତାରିଖ ଦିନ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ହିଂସାକାଣ୍ଡରେ ସଂପୃକ୍ତି ଅଭିଯୋଗ ଆଧାରରେ ୫ଜଣଙ୍କୁ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ରାଜ୍ୟ ସଭାପତି ମନମୋହନ ସାମଲ ନିଲମ୍ବନ କରିଛନ୍ତି । ସେମାନେ ହେଲେ କର୍ପୋରେଟର ଅପରୂପ ନାରାୟଣ ରାଉତ ରଶ୍ମି ରଞ୍ଜନ ମହାପାତ୍ର ଦେବାଶିଷ ପ୍ରଧାନ ସଚିକାନ୍ତ ସ୍ୱାଇଁ ସଂଜୀବ ମିଶ୍ର ମାତ୍ର ଏତଲାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ନାଁ ଥିଲେ ହେଁ ବର୍ତ୍ତମାନ ଯାଏ ପୁଲିସ ତାଙ୍କୁ ଗିରଫ କରି ନାହିଁ କି ଦଳରୁ ନୀଳମ୍ବିତ କରାଯାଇ ନାହିଁ। ଏହାକୁ ନେଇ ବିଭିନ୍ନ ଦଳ ଏବେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ଆରମ୍ଭ କରିଛନ୍ତି। ତେଣୁ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଭିନ୍ନ ମହାଲରୁ ଦାବି ହୋଇଛି।

Read More

ପୁରୀ: ଆଜି ହେରା ପଞ୍ଚମୀ। ମହାଲକ୍ଷ୍ମୀଙ୍କୁ  ଶ୍ରୀମନ୍ଦିରରେ ଛାଡିଦେଇ ଶ୍ରୀଜଗନ୍ନାଥ ରଥଯାତ୍ରାରେ ଭାଉ ଭଉଣୀଙ୍କୁ ଧରି ଜନ୍ମବେଦୀକୁ ଆସିଛନ୍ତି । ଏଥିରେ ଅଭିମାନ କରି ହେରା ପଞ୍ଚମୀ ଦିନ ମହାଲକ୍ଷ୍ମୀ  ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସିବେଷ ରାଗରେ ନନ୍ଦିଘୋଷ ରଥ ଭାଙ୍ଗିବେ ମା ଲକ୍ଷ୍ମୀ। ସେଠାରେ ମହାଲକ୍ଷ୍ମୀଙ୍କୁ ବନ୍ଦାପନା ନୀତି କରାଯାଇଥାଏ । ପରେ ଲକ୍ଷ୍ମୀ ଜୟ ବିଜୟ ଦ୍ୱାର ନିକଟରେ ବିଜେ ହେବା ପରେ ତାଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ ।  ଏହାପରେ ନାକଚଣା ଦ୍ୱାର ଦେଇ ମହାଲକ୍ଷ୍ମୀ ହେରା ଗୌରୀ ସାହିବାଟେ ଶ୍ରୀମନ୍ଦିରକୁ ଯାଇଥାନ୍ତି। ଏହାପରେ ଆଡପ ମଣ୍ଡପରେ ଲକ୍ଷ୍ମୀ ନାରାୟଣ ବନ୍ଦାପନା କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ । ଏହି ପରମ୍ପରା ଆଧାରରେ ଆଜି ହେରା ପଞ୍ଚମୀ ନୀତି ପାଳନ ହେଉଛି।

Read More

ଭୁବନେଶ୍ବର: ସରକାରୀ ଅଫିସ ପରିସରରେ ସ୍ପଷ୍ଟ ଦିବାଲୋକରେ ବିଏମସିର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଆସୋସିଏସନ୍ ଆଜିଠାରୁ ସାମୁହିକ ଛୁଟି ଘୋଷଣା କରିଛି। ଆସୋସିଏସନ୍ କହିଛି ଯେ, ଗତ ଏକ ବର୍ଷ ଧରି ସରକାରୀ କର୍ମଚାରୀଙ୍କୁ ଅପମାନିତ କରିବା ଏବଂ ଶାରୀରିକ ଧମକ, ଶାରୀରିକ ଆକ୍ରମଣ ଏବଂ ମାନସିକ ଯନ୍ତ୍ରଣା ଦେବା ପାଇଁ ଏକ ସାଧାରଣ ଘଟଣା ହୋଇଯାଇଛି। କର୍ତ୍ତବ୍ୟରେ ଥିବା ସମୟରେ ଜଣେ ବରିଷ୍ଠ ଅଧିକାରୀଙ୍କ ଉପରେ ଏପରି ଆକ୍ରମଣ ପ୍ରଶାସନିକ ଢାଞ୍ଚାର ମୂଳଦୁଆ ଉପରେ ଆକ୍ରମଣ। ଆସୋସିଏସନ ଏହି କାର୍ଯ୍ୟର ଦୃଢ଼ ନିନ୍ଦା କରିଛି ଏବଂ ସମ୍ପୃକ୍ତ ଅଧିକାରୀଙ୍କ ସହିତ ଏକାଠି ଅଛନ୍ତି ବୋଲି କହିଛନ୍ତି। ଆଜି ସଂଘର କର୍ମକର୍ତ୍ତା ମୁଖ୍ୟ ଶାସନ ସଚିବ ଏବଂ ଡିଜିଙ୍କୁ ସାକ୍ଷାତ କରିଛନ୍ତି। ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବୀ କରିଛି। ସେହିପରି କାର୍ଯ୍ୟସ୍ଥଳରେ…

Read More

No Fuel for Old Vehicles: ଯାନବାହନ ପ୍ରଦୂଷଣ ମୁକାବିଲା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଦିଲ୍ଲୀ ସରକାର ମଙ୍ଗଳବାରଠାରୁ ଅତି ପୁରୁଣା ଯାନଗୁଡ଼ିକ ଉପରେ କଠୋର ନୂତନ ନିୟମ ଲାଗୁ କରିବା ଆରମ୍ଭ କରିଛନ୍ତି। ବାୟୁ ଗୁଣବତ୍ତା ପରିଚାଳନା କମିଶନ ଦ୍ୱାରା ଜାରି ନିର୍ଦ୍ଦେଶ ଅନୁଯାୟୀ, ଦିଲ୍ଲୀର ସମସ୍ତ ପେଟ୍ରୋଲ ପମ୍ପଗୁଡ଼ିକ ଏଆଇ-ଚାଳିତ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ  କ୍ୟାମେରା ମାଧ୍ୟମରେ ଚିହ୍ନଟ ହୋଇଥିବା ପୁରୁଣା ଯାନଗୁଡ଼ିକୁ ଇନ୍ଧନ ଦେବାକୁ ମନା କରିବେ। ସରକାର ଗାଡିଗୁଡିକର ଏକ ବୟସସୀମା ଧାର୍ଯ୍ୟ କରିଛନ୍ତି। ତାହା ହେଲା ଡିଜେଲ ପାଇଁ ୧୦ ବର୍ଷ ଏବଂ ପେଟ୍ରୋଲ ପାଇଁ ୧୫ ବର୍ଷ ଆଇନଗତ ବୟସ ସୀମା ରଖାଯାଇଛି। ,େହି ବୟସ ଅତିକ୍ରମ କରିସାରିଥିବା ଯାନଗୁଡିକୁ ପେଟ୍ରୋଲ କିମ୍ବା ଡିଜେଲ ଷ୍ଟେସନରେ ଇନ୍ଧନ ଭରିବାକୁ ଅନୁମତି ଦିଆଯିବ ନାହିଁ। ଏପରିକି ସାଧାରଣ ରାସ୍ତାରେ ଏହାଗାଡିଗୁଡିକ ଧରାପଡିଲେ ବହୁ ମୂଲ୍ୟର ଜରିମାନା ଦେବେ। ନିୟମ ଉଲ୍ଲଂଘନ…

Read More

The Samikhsya Desk: ସେ ଜଣ ଭଲ ଅଭିନେତ୍ରୀ। ହେଲେ କଣ ହେବ ତାଙ୍କ ଜୀବନରେ ସେ ଗୋଟିଏ ମାତ୍ର ଚଳଚିତ୍ରରେ ଅଭିନେତ୍ରୀ ହୋଇଛନ୍ତି। ତାହାପୁଣି ପ୍ରତିଷ୍ଠିତ ଅଭିନେତା ଶାହାରୁଖ ଖାଁ ଙ୍କ ବିପକ୍ଷରେ। ଆଉ ଚଳଚିତ୍ରର ନାମ ହେଲା ସ୍ବଦେଶ। ହେଲେ ଏହି ଚଳଚିତ୍ରଟି ସେତେବେଳେ ଭଲ ବ୍ୟବସାୟ କରିପାରି ନ ଥିଲା। କିନ୍ତୁ ଶାହାରୁଖ ଖାଁଙ୍କ ଅଭିନୟ ଏବଂ ତାଙ୍କ ସହ ଅଭିନେତ୍ରୀଙ୍କ ଅଭିନୟ ବେଶ ଭଲ ହୋଇଥିଲା। ଆମେ କହୁଛୁ ସ୍ବୋଦେଶ ଚଳଚିତ୍ରର ନାୟିକା ଗାୟତ୍ରୀ ଯୋଶୀଙ୍କ କଥା। ଯେ କି ସେହି ଚଳଚିତ୍ରରେ ଗୀତା ଭୂମିକାରେ ଅଭିନୟ କରିଥିଲେ। ଏହି ଚଳିଚିତ୍ର ପରେ ତାଙ୍କୁ ଦର୍ଶକମାନେ ଆଉ ଏକ ଚଳଚିତ୍ରରେ ଦେଖିବାକୁ ଅପେକ୍ଷା କରିଥିଲେ। ହେଲେ ସେ ଆଉ ଚଳଚିତ୍ର ଜଗତକୁ ଫେରିଲେ ନାହିଁ। ସ୍ବୋଦେଶ ଥିଲା ତାଙ୍କର ପ୍ରଥମ ଓ ଶେଷ ଚଳଚିତ୍ର। ତେବେ ଗୋଟିଏ ଚଳଚିତ୍ରରେ ଅଭିନୟ କରି ସେ ଯେଉଁ ଘରେ…

Read More

The Samikhsya Desk: ଜଣେ ମହିଳା ପୋଲିସ ଅଧିକାରୀ ବିଜେପି ବିଧାୟକଙ୍କ ସହିତ ଯୁକ୍ତିତର୍କ ହେଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଦୁଇଜଣ ମହିଳା ପୋଲିସ ଅଧିକାରୀ ସେହି ବିଧାୟକଙ୍କ ସହିତ ଯୁକ୍ତିତର୍କ ଚାଲିଛି। ଘଟଣାରୁ ଜଣାପଡିଛି ଯେ, ଭାରତୀୟ ଜନତା ପାର୍ଟି ଏମଏଲସି ଅରୁଣ ପାଠକ ଏକ ଷ୍ଟାଡିୟମ ଭିତରକୁ ପ୍ରବେଶ କରୁଥିଲେ। ଏଥିରେ ବିଧାୟକଙ୍କ ସହିତ ଅସ୍ତ୍ରଶସ୍ତ୍ର ଧରି ଥିବା ସୁରକ୍ଷା କର୍ମି ମଧ୍ୟ ଥିଲେ। ଏକ କ୍ରିକେଟ ଷ୍ଟାଡିୟମରେ ଅସ୍ତ୍ରଶସ୍ତ୍ର ସହିତ ତାଙ୍କ ସୁରକ୍ଷା କର୍ମୀଙ୍କୁ ପ୍ରବେଶ କରିବାକୁ ମନା କଲେ କାନପୁର ଅତିରିକ୍ତ ଡେପୁଟି ପୋଲିସ କମିଶନର (ଏଡିସିପି) ଅଞ୍ଜଳି ବିଶ୍ୱକର୍ମାଷ ଫଳରେ ତାଙ୍କ ସହିତ ହେଲା ପ୍ରବଳ ଯୁକ୍ତିତର୍କ । ତାଙ୍କୁ ଭିତରକୁ ନ ଛାଡିବାରୁ ବିଧାୟକ ଫେରିଯାଇଥିଲେ। ଏହି ଘଟଣା ଜୁନ୍ 30, ରବିବାର ଦିନ ଉତ୍ତର ପ୍ରଦେଶର କାନପୁର ସହରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଏକ କ୍ରିକେଟ ମ୍ୟାଚ୍ ସମୟରେ…

Read More

ଭୁବନେଶ୍ବର: ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ରଣଜିତ ପାତ୍ରଙ୍କ ନେତୃତ୍ୱରେ ଭୁବନେଶ୍ୱର-କଟକ କମିଶନରେଟ ପୋଲିସର ଅତିରିକ୍ତ କମିଶନର ନରସିଂହ ଭୋଳଙ୍କ ବିରୁଦ୍ଧରେ କ୍ୟାପିଟାଲ ଥାନାରେ ଏକ ଏତଲା ଦାଖଲ କରାଯାଇଛି। ଯୁବ କଂଗ୍ରେସ ବିକ୍ଷୋଭ ବେଳେ ଶ୍ରୀ ଭୋଳ ଆନ୍ଦୋଳନକାରୀଙ୍କ ଗୋଡ ଭାଙ୍ଗିଦେବେ ବୋଲି ଧମକ ଦେଇଥିଲେ। ଏହା ବିରୋଧରେ ଯୁବ କଂଗ୍ରେସ ଏହି ଏତଲା ଦାଖଲ କରିଛି। ଏହି କାର୍ଯ୍ୟକ୍ରମରେ ପିସିସି ପୂର୍ବତନ ସାଧାରଣ ସମ୍ପାଦକ ମହମ୍ମଦ ଇମଦାଦ, ପ୍ରକାଶ ମିଶ୍ର, ମନୋଜ ବିଶ୍ବାଳ, ସୁଦିପ ସାମଲ, ମହମ୍ମଦ ଗୁଲଫାମ, ସ୍ବାଗତ କର, ଲିପିକା ପାତ୍ର, ଗୋପନ ମାର୍ଥା, ଲକ୍ଷ୍ମୀପ୍ରିୟା ନାୟକ, ମହମ୍ମଦ ପରଭେଜ, ଅଜୟ ପଣ୍ଡା, ପବିତ୍ର ସେଠୀ, ପ୍ରଶାନ୍ତ ରାଉତ, ଜୟକୃଷ୍ଣ ସୁବୁଦ୍ଧି ପ୍ରମୁଖ ଅଂଶଗ୍ରହଣ କରିଥିଲେ। କ୍ୟାପିଟାଲ ଥାନା ପକ୍ଷରୁ ଏତଲା ଗ୍ରହଣ କରାଯାଇଥିଲା। ଯଦି ନରିସିଂହ ଭୋଳଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ଯୁବ କଂଗ୍ରେସ ରାଜ୍ୟବ୍ୟାପି ଆନ୍ଦୋଳନ…

Read More

ଭୁବନେଶ୍ବର: ଆଜି ଭୁବନେଶ୍ବର ମହାନଗର ନିଗମ ଅଫିସ ଭିତରେ ପଶି ଡେପୁଟି କମିଶନରଙ୍କୁ ମାଡ ମାରିଛନ୍ତି ଦୁର୍ବତ୍ତ। ସେମାନେ ଅଫିସରେ ଜନଶୁଣାଣି ଚାଲିଥିବା ବେଳେ ଡେପୁଟି କମିଶନର ରତ୍ନାକାର ସାହୁଙ୍କୁ ଚାରି ପାଞ୍ଚଜଣ ଟେକି ଆଣି ମାଡ ମାରିଥିଲେ। ସେତିକି ନୁହେଁ ସେମାନେ ତାଙ୍କୁ ଅଫିସ ବାହାରକୁ ଘୋଷାଡି ଆଣି ବିଧା ଗୋଇଠା ମାରିଥିଲେ। ଯାହାକୁ ନେଇ ବିଏମସି ଅଫିସର ମହଲରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଦୁର୍ବତ୍ତଙ୍କୁ ଗିରଫ କରାଯାଉ ପ୍ରତିବାଦ କରି ଅଫିସରମାନେ ଧାରଣାରେ ବସିଥିଲେ। ଯେଉଁମାନେ ମାଡ ମାରିଛନ୍ତି ସେମାନେ ବିଜେପି ଦଳର ବୋଲି କୁହାଯାଉଛି। ଏ ନେଇ ମେୟର ସୁଲୋଚନା ଦାସ ତୀବ୍ର ପ୍ରତିକିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟର ଆଇନ ବ୍ୟବସ୍ଥା ଭୁଷୁଡି ଗଲାଣି। ସରକାରୀ ଅଫିସ ଭିତରେ ପଶି ଜଣେ ଅଧିକାରୀଙ୍କୁ ମାଡ ମାରିବା ନିନ୍ଦନୀୟ ଘଟଣା ବୋଲି ସେ କହିଛନ୍ତି।

Read More

ଭୁବନେଶ୍ବର: ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ। ସକାଳେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସଂଧ୍ୟାରେ ତାହା ସ୍ଥଗିତ ରହିଲା ବୋଲି ଆଉ ଏକ ବିଜ୍ଞପ୍ତି ପ୍ରକାଶ ପାଇଲା। ଏ ନେଇ ଦଳୀୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଷଡଙ୍ଗୀ ପ୍ରକାଶ କରିଛନ୍ତି। ପୂର୍ବ ବିଜ୍ଞପ୍ତି ଅନୁସାରେ ଜୁଲାଇ 1 ତାରିଖରେ ରାଜ୍ୟ ସଭାପତି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥାଆନ୍ତି। ତେବେ ସ୍ଥଗିତ କାରଣରେ କୁହାଯାଇଛି ଯେ, ବର୍ତ୍ତମାନ ରଥଯାତ୍ରା ଚାଲିଛି, ଦଳାଚକଟାରେ ତିନିଜଣ ମୃତ୍ୟୁ ବରଣ କରିଛନ୍ତି। ଏଥିସହିତ କେତେକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏପରି ପରିସ୍ଥିତିରେ ଏହି ନିର୍ବାଚନ କରିବା ଠିକ ହେବ ନାହିଁ ବୋଲି ନିଷ୍ପତି କରାଯାଇ ସ୍ଥଗିତ ରଖାଗଲା ବୋଲି କୁହାଯାଇଛି। ତେବେ ପରବର୍ତ୍ତି ସମୟରେ ଏହି ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ପ୍ରତାପ ଷଡଙ୍ଗୀ କହିଛନ୍ତି।

Read More

 Amazon Prime Day: ଆସିଗଲା ଆମାଜନ ର ବିଗ ଅଫର ଯୋଜନା ପ୍ରାଇମ ଡେ 2025। ଏ ନେଇ କଂପାନୀ ତରଫରୁ ତାରିଖ ଘୋଷଣା କରାଯାଇଛି। ମାତ୍ର ତିନିଦିନ ପାଇଁ ରହିବ ଏହି ପ୍ରାଇମ ଡେ ଅଫର। ଏହି ସେଲ୍ ଜୁଲାଇ 12 ରୁ ଆରମ୍ଭ ହୋଇ ଜୁଲାଇ 14 ରେ ଶେଷ ହେବ, ଯାହା ପ୍ରାଇମ୍ ସଦସ୍ୟମାନଙ୍କୁ 72 ଘଣ୍ଟାର ନନ୍-ଷ୍ଟପ୍ ସପିଂ, ଡିଲ୍ ଏବଂ ମନୋରଞ୍ଜନ ପ୍ରଦାନ କରିବ। ପ୍ରଥମ ଥର ପାଇଁ, ଭାରତରେ ପ୍ରାଇମ୍ ଡେ ତିନି ଦିନ ଧରି ଚାଲିବ, ଜୁଲାଇ 12 ମଧ୍ୟରାତ୍ରିରୁ ଆରମ୍ଭ ହୋଇ ଜୁଲାଇ 14 ରାତି 11:59 ରେ ଶେଷ ହେବ। ଏହି ସମୟ ମଧ୍ୟରେ, କେବଳ ଆମାଜନ ପ୍ରାଇମ୍ ସଦସ୍ୟମାନେ ସ୍ୱତନ୍ତ୍ର ଡିଲ୍, ପ୍ରାରମ୍ଭିକ ଉତ୍ପାଦ ଲଞ୍ଚ ଏବଂ ମଜାଦାର ମନୋରଞ୍ଜନ ବିଷୟବସ୍ତୁର ସୁବିଧା ପାଇବେ। ପ୍ରାଇମ୍ ଡେ ସମୟରେ 1,600 ରୁ ଅଧିକ ନୂତନ ଜିନିଷ ମଧ୍ୟ ଲଞ୍ଚ…

Read More

The Samikhsya Desk: କୋଟିପତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ଜଣେ ସଫଳ ବ୍ୟବସାୟୀ ଭାବରେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି। ସେ ରିଲାଏନ୍ସ ରିଟେଲ୍ ଯାହା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରିଟେଲ ଶାଖା। ଲଞ୍ଚ ହେବାର କିଛି ବର୍ଷ ମଧ୍ୟରେ ଭାରତର ସର୍ବବୃହତ ରିଟେଲ ବ୍ୟବସାୟୀ ହେବା ପାଇଁ ନେତୃତ୍ୱ ନେଇଛନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଈଶା ଅମ୍ବାନୀ ରିଲାଏନ୍ସ ରିଟେଲ୍ ର ମୁଖ୍ୟ ଭାବରେ କେତେ ଦରମା ନିଅନ୍ତି? ଆଶ୍ଚର୍ଯ୍ୟଜନକ ଭାବରେ, ତାଙ୍କର ଦରମା ଏସିଆର ସବୁଠାରୁ ଧନୀ ତାଙ୍କ କୋଟିପତି ପିତା ମୁକେଶ ଅମ୍ବାନୀଙ୍କଠାରୁ ଅଧିକ। ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଈଶା ଅମ୍ବାନୀ ମାସିକ ୩୫ ଲକ୍ଷ ଟଙ୍କା ଦରମା ପାଆନ୍ତି ଏବଂ କମ୍ପାନୀ ସେୟାରରୁ ଅତିରିକ୍ତ ବୋନସ୍ ଏବଂ ଲାଭାଂଶ ବିନା ତାଙ୍କର ବାର୍ଷିକ ଆୟ ପ୍ରାୟ ୪.୨ କୋଟି ଟଙ୍କା ବୋଲି ଆକଳନ କରାଯାଇଛି।…

Read More

ଭୁବନେଶ୍ବର: ଆଜି ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସ କର୍ମୀମାନେ ଏଜି ଛକଠାରୁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୁରୀ ରଥଯାତ୍ରା ପରିଚାଳନରେ ମହା ବିଫଳତା, ପରବର୍ତ୍ତୀ ପର୍ଯ୍ୟାୟରେ ଦଳାଚକଟା ଏବଂ ମୃତାହତ ପାଇଁ ଦାୟୀ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିଲା । ସେଠାରେ ଅଧଘଣ୍ଟା ପର୍ଯ୍ୟନ୍ତ ଧସ୍ତାଧସ୍ତି ହେବାପରେ ଯୁବ କଂଗ୍ରେସର ନେତୃବର୍ଗ ଓ କର୍ମୀମାନଙ୍କୁ ପୋଲିସ ଭ୍ୟାନ ଯୋଗେ ଉଠାଇ ନେଇଥିଲା। ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ର କହିଛନ୍ତି ଯେ ଡବଲ ଇଞ୍ଜିନ ସରକାର ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ପରିଚାଳନାକୁ ସଂପୂର୍ଣ ଖାମଖିଆଲି ଢ଼ଙ୍ଗରେ କରିଛନ୍ତି। ରଥଯାତ୍ରାର ସୁପରିଚାଳନା ପାଇଁ ୨୭୫ ଟି ଏଆଇ କ୍ୟାମେରା ଏବଂ ୧୦ ହଜାର ପୋଲିସ ଆୟୋଜନ କରାଯାଇଥିଲା ମାତ୍ର ଫଳ ଶୂନ ।…

Read More

ଭୁବନେଶ୍ୱର: ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ଦ୍ଵାରା ଗଠିତ ପିସିସି ଟିମ୍ ଆଜି ପୁରୀ ଗସ୍ତ କରିଥିଲେ।ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ,ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନ ପ୍ରଥମେ ଘଟଣାସ୍ଥଳ ରେ ପହଞ୍ଚି ଜୀଉ ମାନଙ୍କ ଦର୍ଶନ କରିବା ସହିତ ଅଭାବନୀୟ ଦଳା ଚକଟା ସଂକ୍ରାନ୍ତରେ ସବିଶେଷ ଅନୁଧ୍ୟାନ କରିଥିଲେ।ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଯାଇ ଦଳା ଚକଟାରେ ଆହତ ହୋଇଥିବା ବ୍ୟକ୍ତି ମାନଙ୍କର ସ୍ବାସ୍ଥ୍ୟ ଏବଂ ଚିକିତ୍ସା କଥା ବୁଝିଥିଲେ। ଗୁରୁତର ଭାବେ ଆହତ ହୋଇଥିବା ଓ ସମ୍ପୂର୍ଣ ରୂପେ ଗୋଡ଼ ହାଡ ଦିଖଣ୍ଡ ହୋଇଥିବା ଦୁଇଜଣ ରୋଗୀଙ୍କୁ ମଧ୍ୟ ବିନା ଚିକିତ୍ସାରେ ଦିସଚାର୍ଜ ହୋଇଥିବା କଥା ଶୁଣି ଟିମ୍ ବ୍ୟଥିତ ଓ ଚକିତ ହୋଇଥିଲେ। ଘଟଣାକୁ ଫାଙ୍କି ଦେବା ପାଇଁ ଯେତିକି ସରକାରୀ ଉଦ୍ୟମ ହେଉଛି…

Read More

ଭୁବନେଶ୍ବର: ଆଉ ଦିନକ ପରେ ମିଳିବ ଓଡିଶା ବିଜେପିକୁ ନୂଆ ସଭାପତି। ଏହି ସୂଚନା ଦେଇଛନ୍ତି ଦଳିୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଷଡଙ୍ଗୀ। ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟର ବିଭିନ୍ନ ମଣ୍ଡଳ ସଭାପତି ତଥା ଜିଲ୍ଲା ସଭାପତି ନିର୍ବାଚନ ସରିଯାଇଛି। ଏହାପରେ ରାଜ୍ୟ ସଭାପତି ନିର୍ବାଚନ ହେବ। ଏ ନେଇ ରାଜ୍ୟ ବିଜେପି ତରଫରୁ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେଥିରେ କୁହାଯାଇଛି ଯେ, ବିଜେପିର ସ୍ଥାନୀୟ ସମିତି, ମଣ୍ଡଳ ସମିତି, ଜିଲ୍ଲା ସମିତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡ. କେ. ଲକ୍ଷ୍ମଣଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିଲାଗି ଦିନ ୧୧ଟାରେ ନୋଟିସ ଜାରି କରାଯାଇ ଅନ୍ତରୀଣ ମତଦାତାଙ୍କ ସୂଚୀ ଦିଆଯାଇଥିଲା । ବିଭିନ୍ନ ଆପତି ଅଭିଯୋଗର ଯାଂଚ କରାଯିବା ପରେ ଚୂଡ଼ାନ୍ତ ମତଦାତାଙ୍କ…

Read More

The Samikhsya Desk: ଏକ ଚକୋଲେଟ ବା କାଣ୍ଡି ଯାହାର ଦାମ ତାହାର ମାତ୍ର ୧ ଟଙ୍କା। ହେଲେ ଏହି କଂପାନୀ ଗତ ବର୍ଷ ଯାହା ବେପାର କରିଛି ତାହା ଜାଣିଲେ ଆପଣଙ୍କ ମୁଣ୍ଡ ଖରାପ ହୋଇଯିବ। ଆପଣ ଆଶ୍ଚର‌୍ୟ୍ୟ ହେବେ ଚଳିତ ୨୦୨୪ ଓ ୨୦୨୫ ବର୍ଷରେ ଏହି ଚକୋଲେଟ ୭୫୦୦୦୦୦୦୦୦ ଟଙ୍କାର ବେପାର କରିଛି। ଏହି କଥାଟି କାହାରି ବିଶ୍ବାସ ଯୋଗ୍ୟ ନ ହେଲେ ମଧ୍ୟ ତାହା ସତ କଥା। ଏହାର ନାମ ହେଉଛି ପଲ୍ସ କ୍ୟାଣ୍ଡି, ଯାହା ଛୋଟ ପାନ ଦୋକାନଠାରୁ ଆରମ୍ଭ କରି ବଡ ମଲରେ ମଧ୍ୟ ଉପଲବ୍ଧ ହେଉଛି। ପ୍ରାୟ ସମସ୍ତେ ଏହାକୁ ଖାଇବା ପାଇଁ ବେଶ ଆଗ୍ରହ ପ୍ରକାଶ କରିଥାନ୍ତି। ହେଲେ ଗତ ଆର୍ଥିକ ବର୍ଷରେ ଏହା ରୋଜଗାର ଦେଇଛି 750 କୋଟି ଟଙ୍କା। ଏହାର ନିର୍ମାତା ହେଉଛନ୍ତି ଡିଏସ ଗ୍ରୁପ ବା ଧର୍ମପାଲ ସତ୍ୟପାଳ ଗ୍ରୁପ। ଏହି କଂପାନୀ କେବେ ବି…

Read More

ପୁରୀ: ଆଜି ତୁରନ୍ତ ପୁରୀରେ ନୂଆ ଜିଲ୍ଲାପାଳ ଏବଂ ଏସପି କାର୍ଯ୍ୟରେ ଯୋଗଦେଇଛନ୍ତି। ଜିଲ୍ଲାପାଳ ଚଞ୍ଚଳ ରଣା ଏବଂ ଏସପି ଭାବେ ପିନାକ ମିଶ୍ର ଦାୟିତ୍ବ ନେଇ ପଦକ୍ଷେପ ଆରମ୍ଭ କରିଛନ୍ତି। ଉଭୟ ପୂର୍ବରୁ ଏହି ଦୁଇଜଣ ପୁରୀରେ କାର୍ଯ୍ୟ କରୁଥିଲେ। ଏସପି ପିନାକ ମିଶ୍ର ଗୁଣ୍ଡିଚା ମନ୍ଦିରରେ ଆଗରେ ଉପସ୍ଥିତ ରହି ଭକ୍ତମାନଙ୍କୁ ଧାଡିରେ ଯିବାକୁ କହୁଥିବାର ଦେଖିବାକୁ ମିଳିଥିଲା। ଉଭୟ କିଛି ସମୟ ବ୍ୟବସ୍ଥା ତଦାରଖ କରିବା ପରେ ସେମାନେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ, ବର୍ତ୍ତମାନ ସମସ୍ତ କାର୍ଯ୍ୟ ଠିକଠାକ ଚାଲିଛି। ପ୍ରଭୃଙ୍କ ଆଡପ ବିଜେ ଦର୍ଶନ ଏବଂ ବାହୁଡା ପାଇଁସମସ୍ତ ବନ୍ଦୋବସ୍ତ କରାଯାଉଛି।

Read More

ଭୁବନେଶ୍ବର: ବରିଷ୍ଠ ଆଇଏଏସ ଶ୍ବାସତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ବାସତ ବର୍ତ୍ତମାନ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଛନ୍ତି। ଏଥିସହିତ ସେ ଇଡକୋର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ତେବେ ସେ ଏହିସବୁ ବିଭାଗର ଅତିରିକ୍ତ ଦାୟିତ୍ବରେ ରହିବେ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିକୁଞ୍ଜ ବିହାରୀ ଧଳ କାର୍ଯ୍ୟ କରୁଥିଲେ। ହେଲେ ସେ କେନ୍ଦ୍ରକୁ ଡେପୁଟେସନରେ ଯିବାରୁ ଏହି ପଦବୀ ଖାଲି ପଡିଥିଲା। ଏହି ଗୁରୁତ୍ବପୂର୍ଣ୍ଣ ପଦବୀରେ କିଏ କାର୍ଯ୍ୟ କରିବ ସେ ନେଇ ବିଭିନ୍ନ ଅଧିକାରୀଙ୍କ ନାମ ଚର୍ଚ୍ଚା ଚାଲିଥିଲା। ହେଲେ ଶେଷର ମୁଖ୍ୟମନ୍ତ୍ରୀ ଶ୍ବାସତ ମିଶ୍ରଙ୍କ ନାମରେ ମୋହର ମାରିଛନ୍ତି।

Read More

ଭୁବନେଶ୍ବର: ପୁରୀରେ ଘଟିଯାଇଥିବା ଦଳାଚକଟା ଦୁର୍ଘଟଣାର ତଦନ୍ତ କରିବେ ଉନ୍ନୟନ କମିଶନର ଅନୁ ଗର୍ଗ। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦଳାଚକଟାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏପରି ଏକ ଦୁର୍ଘଟଣାର ପ୍ରଶାସନିକ ତଦନ୍ତ କରିବା ପାଇଁ ନିଷ୍ପତି କରାଯାଇ ଉନ୍ନୟନ କମିଶନରଙ୍କୁ ଦାୟିତ୍ବ ଦିଆଗଲା। ଏଥିସହିତ ମୁଖ୍ୟମନ୍ତ୍ରୀ ଏ ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ସ୍ବାଇଁଙ୍କୁ ବଦଳି କରିଦେଇଛନ୍ତି। ତାଙ୍କ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣାଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ପୁରୀ ଏସପିଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ପିନାକ ମିଶ୍ରଙ୍କୁ ନିଯୁକ୍ତ କରାଯାଇଛି।

Read More

ଭୁବନେଶ୍ବର: ପୁରୀ ଦଳଚକଟାରେ ମୃତବରଣ କରିଥିବା ବ୍ୟକ୍ତିଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ନିକଟ ସଂପର୍କୀୟଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି। ଏ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ବ୍ୟଥିତ ହୋଇ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏ ଘଟଣାରେ ବ୍ୟକ୍ତିଗତ ଭାବେ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି। ପରଲୋକଗତ ଭକ୍ତ ମାନଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।

Read More