ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୨ରେ ରାଜସ୍ଥାନର ଖେଳାଳିମାନେ ପର୍ପଲ ଏବଂ ଅରେଞ୍ଜ କ୍ୟାପ୍ କବଜା କରିଛନ୍ତି। ରାଜସ୍ଥାନ ରୟାଲ୍ସର ୟୁଜଭେନ୍ଦ୍ର ଚହଲ ଚଳିତ ସିଜନରେ ୧୮ ୱିକେଟ୍ ନେଇ ସର୍ବାଧିକ ୱିକେଟ୍ ନେଇଛନ୍ତି। ଏଥି ସହିତ, ରାଜସ୍ଥାନ ରୟାଲ୍ସର ଓପନର୍ ଜୋସ୍ ବଟଲର୍ ତିନିଟି ଶତକ ସହିତ ଏହି ସିଜିନର ସର୍ବାଧିକ ରନ୍ ସ୍କୋରରଙ୍କ ଉପରେ ରହିଛନ୍ତି। ଉଭୟ ଖେଳାଳି ଦୀର୍ଘ ସମୟ ଧରି ଶୀର୍ଷ ସ୍ଥାନରେ ରହିଛନ୍ତି। ଅରେଞ୍ଜ କ୍ୟାପ: କ୍ର.ନଂ ବ୍ୟାଟ୍ସମ୍ୟାନ ମ୍ୟାଚ ରନ ୧ ଜୋସ ବଟଲର ୭ ୪୯୧ ୨ ହାର୍ଦ୍ଦିକ ପାଣ୍ଡ୍ୟା ୬ ୨୯୫ ୩ କେ ଏଲ ରାହୁଲ ୭ ୨୬୫ ପର୍ପଲ କ୍ୟାପ: କ୍ର.ନଂ ବୋଲର ମ୍ୟାଚ ୱିକେଟ ୧ ୟୁଜବେନ୍ଦ୍ର ଚହଲ ୭ ୧୮ ୨ ଟି ନଟରାଜନ ୭ ୧୫ ୩ କୁଳଦୀପ ଯାଦବ ୭ ୧୩
Author: Samikhsya Bureau
ଭୁବନେଶ୍ୱର: ଆଠଗଡ଼ ଶ୍ରୀରାମ ମଣ୍ଡପଠାରେ ରୋଟାରୀ କ୍ଲବ ଆଠଗଡ଼ର ଆନୁଷ୍ଠାନିକ ଉଦ୍ଘାଟନ ଉତ୍ସବରେ ଯୋଗଦେଇ ଆନ୍ତର୍ଜାତିକ ରୋଟାରୀ ଜିଲ୍ଲା ୩୨୬୨ର ଜିଲ୍ଲା ଗଭର୍ଣ୍ଣର ଶାନ୍ତନୁ କୁମାର ପାଣି କହିଲେ ଯେ, ସେବା କ୍ଷେତ୍ରରେ ରୋଟାରୀ ସଂସ୍ଥାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ବିଶ୍ୱରୁ ପୋଲିଓ ରୋଗର ନିରାକରଣ ପାଇଁ ରୋଟାରୀର କାର୍ଯ୍ୟକ୍ରମ ବିଶ୍ୱବାସୀଙ୍କ ଦ୍ୱାରା ଆଦୃତ ହୋଇଛି। ଆଠଗଡ଼ର ସାଧାରଣ ଜନତାଙ୍କୁ ବିଶ୍ୱବାସୀଙ୍କ ସହ ଯୋଡ଼ିବାରେ ରୋଟାରୀ କ୍ଲବ ଆଠଗଡ଼ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ନୂତନ କ୍ଲବର ସଦସ୍ୟ ସଦସ୍ୟାମାନଙ୍କୁ ଆହ୍ୱାନ ଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ତଥା ପୂର୍ବତନ କୁଳପତି ପ୍ରଫେସର ଡଃ ହରେକୃଷ୍ଣ ଶତପଥୀ କହିଲେ ଯେ, ମାନବ ସେବା ହିଁ ମାଧବ ସେବା। ଏହି ମାନସିକତାରେ ଯଦି ଆମେ ସାଧାରଣ ଜନତାର ସେବା କରିବା, ତେବେ ଇତିହାସରେ ନିଶ୍ଚିତଭାବେ ରୋଟାରୀ କ୍ଲବ ଆଠଗଡ଼ର ନାମ ରହିବ। ରୋଟାରୀ…
ଭୁବନେଶ୍ୱର: ମହାମାରୀ କରୋନା କଟକଣା ଯୋଗୁ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇପଡ଼ିଥିଲା। ଖାଦ୍ୟ ଆବଶ୍ୟକ କରୁଥିବା ଓ ଖାଦ୍ୟ ଯୋଗାଉଥିବା ଉଭୟ ବର୍ଗର ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ହେଲେ କରୋନା ଲହର କମିଛି, ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବା ପରେ ହୋଟେଲ ଶିଳ୍ପ ଅଣ୍ଟା ସଳଖି ଛିଡ଼ା ହେବା ପାଇଁ ପ୍ରୟାସ କରିଛି। ଏହି ଅବସରରେ ନୟାପଲ୍ଲୀସ୍ଥିତ ଏନ୍-୫ରେ ‘ହାଇ ମି ଅପ୍’ ରେଷ୍ଟୁରାଣ୍ଟର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଷ୍ଟୁରାଣ୍ଟକୁ ଉଦ୍ଘାଟନ କରି କହିଲେ ଯେ, ଏହି ରେଷ୍ଟୁରାଣ୍ଟରେ ସମସ୍ତ ପ୍ରକାର ଖାଦ୍ୟ ଉପଲବ୍ଧ ହେବା ସହିତ ସୁଲଭ ମୂଲ୍ୟରେ ଓ ସ୍ୱାଦଯୁକ୍ତ ହୋଇଥିବାରୁ ଏହା ଗ୍ରାହକମାନଙ୍କର ପ୍ରଥମ ପସନ୍ଦ ହେବ। ସେହିପରି ଗ୍ରାହକମାନଙ୍କ ପସନ୍ଦକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ରେଷ୍ଟୁରାଣ୍ଟ କର୍ତ୍ତୁପକ୍ଷ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଶ୍ରୀରାମ ଦାସ, ଏସ୍.କେ.…
ଭୁବନେଶ୍ୱର: ଗତ କିଛିଦିନ ହେଲା ଦେଖାଯାଉଛି ଯେ ଇଣ୍ଡିଆ ପୋଷ୍ଟ ନାମରେ ବିଭିନ୍ନ ପ୍ରକାର ୟୁଆରଏଲ ଏବଂ ୱେବସାଇଟରେ ସର୍ଭେ, କୁଇଜ୍ ଆଦି ମାଧ୍ୟମରେ ପୁରସ୍କାର ଜିତିଥିବା ମିଥ୍ୟା ଧୋକାବାଜୀପୂର୍ଣ୍ଣ ମେସେଜ ସବୁ ଘୂରିବୁଲୁଛି। ଏଗୁଡ଼ିକ ମୁଖ୍ୟତଃ ହ୍ୱାଟ୍ସଆପ, ଇନଷ୍ଟାଗ୍ରାମ, ଇମେଲ, ଏସ.ଏମ.ଏସ ଆଦି ମାଧ୍ୟମରେ ଲୋକଙ୍କ ନିକଟକୁ ଆସୁଛି। ଇଣ୍ଡିଆ ପୋଷ୍ଟ ପକ୍ଷରୁ ଏଭଳି କୌଣସି ସର୍ଭେ ପୁରସ୍କାର ଘୋଷଣା, ରିହାତି, ବୋନସ ଆଦିର ଘୋଷଣା କରାଯାଇ ନାହିଁ କିମ୍ବା ସେଭଳି ୱେବସାଇଟ ନାହିଁ। ଲୋକମାନେ ଏଭଳି ବିଭ୍ରାନ୍ତିକର ସୂଚନା ଠାରୁ ସତର୍କ ହୋଇ ରହିବା ପାଇଁ ଇଣ୍ଡିଆ ପୋଷ୍ଟ ବିଜ୍ଞପ୍ତି ଜାରି କରିଛି। ଏଭଳି ତଥ୍ୟକୁ ବିଶ୍ୱାସ ନ କରିବା, ଏଥିରେ ଉତ୍ତର ନ ଦେବା କିମ୍ବା ଏହାକୁ ଅନ୍ୟମାନଙ୍କ ନିକଟକୁ ନ ପଠାଇବା ପାଇଁ ମଧ୍ୟ ସତର୍କ କରାଇ ଦିଆଯାଇଛି। ଜନ୍ମ ତାରିଖ, ମୋବାଇଲ ନମ୍ବର, ଓଟିପି, ବ୍ୟାଙ୍କ ଏକାଉଣ୍ଟ ନମ୍ବର ଆଦି ନିଜର ବ୍ୟକ୍ତିଗତ ତଥ୍ୟ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହରେ ଅଂଶ ଗ୍ରହଣ କରିବା ନିମନ୍ତେ ଆଜି ଜମ୍ମୁ ଓ କଶ୍ମୀର ଗସ୍ତ କରି ସେଠାରେ ଦେଶବ୍ୟାପୀ ଗ୍ରାମସଭାଗୁଡିକୁ ସମ୍ବୋଧିତ କରିବେ। ସେ ଶମ୍ବା ଜିଲ୍ଲାର ପାଲୀ ପଞ୍ଚାୟତ ପରିଦର୍ଶନ କରିବେ। ପରିଦର୍ଶନ କାଳରେ ପ୍ରଧାନମନ୍ତ୍ରୀ ୨୦ ହଜାର କୋଟି ଟଙ୍କାରୁ ଅଧିକ ଅନେକ ବହୁମୁଖୀ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ସେ ଅମୃତ ସରୋବର କାର୍ଯ୍ୟ ମଧ୍ୟ ଆରମ୍ଭ କରିବେ। ପରେ ପରେ ଅପରାହ୍ନ ପ୍ରାୟ ୫ଟା ବେଳକୁ ପ୍ରଧାନମନ୍ତ୍ରୀ ମୁମ୍ବାଇରେ ମାଷ୍ଟର ଦୀନନାଥ ମଙ୍ଗେସକର ସମ୍ମାନ ସମାରୋହରେ ଯୋଗଦେବେ ଓ ସେଠାରେ ସେ ପ୍ରଥମ ଲତା ଦୀନନାଥ ମଙ୍ଗେସକର ସମ୍ମାନ ଗ୍ରହଣ କରିବେ। ଜମ୍ମୁ ଓ କଶ୍ମୀରରେ ପ୍ରଧାନମନ୍ତ୍ରୀ ଅଗଷ୍ଟ ୨୦୧୯ରେ ଜମ୍ମୁ ଓ କଶ୍ମୀରରେ ସାମ୍ବିଧାନିକ ସଂସ୍କାର ପ୍ରବର୍ତ୍ତନ ହେବା ପରଠାରୁ ସରକାର ସେ ଅଞ୍ଚଳରେ ଜନସାଧାରଣଙ୍କ ଜୀବନମାନରେ ଉନ୍ନତି ଓ ଉତ୍ତମ ପ୍ରଶାସନ…
ଭୁବନେଶ୍ୱର: ଓଡ଼ିଶାର କୃଷି କ୍ଷେତ୍ରରେ ଚାଷୀମାନଙ୍କୁ ସ୍ୱଳ୍ପମିଆଦି ଫସଲ ଋଣ ଯୋଗାଣ କ୍ଷେତ୍ରରେ ସମବାୟ ବିଭାଗ ସର୍ବଦା ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାବେଳେ ୨୦୨୨ ଖରିଫ୍ ଫସଲ ନିମନ୍ତେ ସମବାୟ ସଂସ୍ଥା ଜରିଆରେ ୯୦୦୦ କୋଟି ଟଙ୍କାର ଫସଲ ଋଣ ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ମୋଟ ଫସଲ ଋଣର ପ୍ରାୟ ୬୨ ପ୍ରତିଶତ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଏବଂ ବିଭିନ୍ନ ପ୍ରାଥମିକ କୃଷି ଋଣ ସମବାୟ ସମିତି ମାଧ୍ୟମରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି। ଖରିଫ ଚାଷ ନିମନ୍ତେ ଚାଷୀମାନେ ଆବଶ୍ୟକ କରୁଥିବା ଋଣ ଯେପରି ଠିକ୍ ସମୟରେ ପାଇପାରିବେ ସେଥି ନିମନ୍ତେ ଆଗୁଆ ପଦକ୍ଷେପ ନେବା ପାଇଁ ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି। ଫସଲ ଋଣ ପ୍ରଦାନ କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦେବା ପାଇଁ କୁହାଯାଇଛି। ଭାଗଚାଷୀ, ପ୍ରକୃତ ଚାଷୀମାନଙ୍କୁ ଯୁଗ୍ମଦେୟ…
ମେଷ- ଶାରୀରିକ ଭାବରେ ବ୍ୟସ୍ତ ରହିବେ। କାମରୁ ପଛକୁ ଯାଆନ୍ତୁ ନାହିଁ । ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ । ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ । ଆପଣଙ୍କର ଆୟ ବୃଦ୍ଧି ପାଇବ। ପିଲାମାନଙ୍କର ଅଗ୍ରଗତିରେ ଖୁସି ହୋଇପାରନ୍ତି। ଆପଣ ବ୍ୟବସାୟରେ ନୂତନ ଯୋଜନା କରିପାରିବେ । ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ଆପଣଙ୍କର ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ। ବୃଷ- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ । ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ। ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ । ଆଜି ପାଇଁ ଦିନଟି ସ୍ୱାଭାବିକ। ସାଥୀ ଆପଣଙ୍କର ଅନୁଭବ ବୁଝିବେ। ଗଣ୍ଠି ଯନ୍ତ୍ରଣା ମଧ୍ୟ ଆପଣଙ୍କୁ କଷ୍ଟ ଦେଇପାରେ । ଆପଣ ଧର୍ଯ୍ୟବାନ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା ଉଦ୍ଘାଟନ କରିଛନ୍ତି। ଏହା ସହିତ ଜନଜାତି ହାଟ ଓ ଜନଜାତି କଳା ପ୍ରଦର୍ଶନୀକୁ ମଧ୍ୟ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଦିବାସୀ ମେଳା ଏବେ କେବଳ ଗୋଟିଏ ମେଳା ହୋଇ ରହି ନାହିଁ, ଏହା ଏକ ପରମ୍ପରା ହୋଇଯାଇଛି। ଆମ ଆଦିବାସୀ ସଂସ୍କୃତିକୁ ଭଲ ପାଇବାର ଓ ଅନୁଭବ କରିବାର ଏହା ଏକ ମହାନ ପରମ୍ପରା ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥଲେ ଯେ, ଆମର ଆଦିବାସୀ ଭାଇଭଉଣୀମାନେ ଯେଉଁ ଜିନିଷ ଉତ୍ପାଦନ କରନ୍ତି, ତା ପାଇଁ ଏହି ମେଳାରେ ଏକ ଭଲ ମାର୍କେଟ ମଧ୍ୟ ସୃଷ୍ଟି ହୋଇଥାଏ। ଜନଜାତିମାନଙ୍କର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଏହା ଏକ ଭଲ ପ୍ଲାଟଫର୍ମ ବୋଲି ମତ ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ‘ମୋର ଦୃଢ ବିଶ୍ୱାସ, ଏ…
ଭୁବନେଶ୍ୱର : ମହାମାରୀ କରୋନା କଟକଣା ଯୋଗୁ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇପଡ଼ିଥିଲା। ଖାଦ୍ୟ ଆବଶ୍ୟକ କରୁଥିବା ଓ ଖାଦ୍ୟ ଯୋଗାଉଥିବା ଉଭୟ ବର୍ଗର ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ହେଲେ କରୋନା ଲହର କମିଛି, ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବା ପରେ ହୋଟେଲ ଶିଳ୍ପ ଅଣ୍ଟା ସଳଖି ଛିଡ଼ା ହେବା ପାଇଁ ପ୍ରୟାସ କରିଛି। ଏହି ଅବସରରେ ନୟାପଲ୍ଲୀସ୍ଥିତ ଏନ୍-୫ରେ ‘ହାଇ ମି ଅପ୍’ ରେଷ୍ଟୁରାଣ୍ଟର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଷ୍ଟୁରାଣ୍ଟକୁ ଉଦ୍ଘାଟନ କରି କହିଲେ ଯେ, ଏହି ରେଷ୍ଟୁରାଣ୍ଟରେ ସମସ୍ତ ପ୍ରକାର ଖାଦ୍ୟ ଉପଲବ୍ଧ ହେବା ସହିତ ସୁଲଭ ମୂଲ୍ୟରେ ଓ ସ୍ୱାଦଯୁକ୍ତ ହୋଇଥିବାରୁ ଏହା ଗ୍ରାହକମାନଙ୍କର ପ୍ରଥମ ପସନ୍ଦ ହେବ। ସେହିପରି ଗ୍ରାହକମାନଙ୍କ ପସନ୍ଦକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ରେଷ୍ଟୁରାଣ୍ଟ କର୍ତ୍ତୁପକ୍ଷ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଶ୍ରୀରାମ ଦାସ,…
ଭୁବନେଶ୍ୱର : “ଉଡ୍ର” ଚାରିଟେବୁଲ୍ ଟ୍ରଷ୍ଟର ନୂତନ ପ୍ରୟାସ “ଥିଲେ ଦିଅ, ନଥିଲେ ନିଅ” ଅଭିଯାନ ମାଧ୍ୟମରେ ବସ୍ତ୍ର ଓ ଛତା ଆଜି ଅପରାହ୍ନ ଘ.୩.୩୦ ମିନିଟ୍ ସମୟରେ ଭୁବନେଶ୍ୱର ମହାନଗର ନିଗମର ୩୪ ନମ୍ବର ୱାର୍ଡରେ ଅବସ୍ଥିତ ସତ୍ୟନଗର ଡେଭଲପ୍ମେଂଟ୍ ଓ କଲଚରାଲ୍ ସୋସାଇଟି (ସତ୍ୟନଗର ହୋମ୍ ଟାଉନ୍ ପାଖ)ରେ ବଂଟନ କରାଯାଇଥିଲା । “ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମ ମାଧ୍ୟମରେ ସଂଗ୍ରହ କରାଯାଇଥିବା ପୁରୁଣା, ନୂତନ ବସ୍ତ୍ର ଏବଂ ଛତା ଯେଉଁମାନଙ୍କର ବସ୍ତ୍ରର ଅଭାବ ଓ ଛତାର ଅଭାବ ଅଛି ସେହିମାନଙ୍କୁ ବଂଟନ କରାଯାଇଥିଲା । ବସ୍ତ୍ର ଅଭାବ ଥିବା ଏବଂ ଛତା ଅଭାବ ଥିବା ଲୋକମାନଙ୍କୁ ଖଣ୍ଡେ ବସ୍ତ୍ର ଓ ଗୋଟେ ଛତା ଦେଇ ସେହିମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ “ଉଡ୍ର” ତରଫରୁ ଏହା ଏକ ଛୋଟ ପ୍ରୟାସ । ଏହି ବସ୍ତ୍ର ବଂଟନ କାର୍ଯ୍ୟକ୍ରମ ଓଡିଶାର ବିଭିନ୍ନ ସ୍ଥାନ ମାନଙ୍କରେ ବିଗତ…
ଭୁବନେଶ୍ବର: ଆଜି ଓଡିଶାର ସର୍ବାଧିକ ୨୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ରହିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ସେହିପରି ୯ଟି ସ୍ଥାନରେ ତାପମାତ୍ରା ୪୧ଡିଗ୍ରୀ ଉପରେ ରହିଛି। ଫଳରେ ପ୍ରଥମ ଥର ପାଇଁ ସାରା ରାଜ୍ୟର ସର୍ବାଧିକ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ରହିଛି। ଆଜି ସେହିପରି ଭୁବନେଶ୍ବରର ତାପମାତ୍ରା ସର୍ବାଧିକ ରହିଛି। ଆଜି ଭୁବନେଶ୍ବରର ତାପମାତ୍ରା ସର୍ବାଧିକ ୪୧.୭ ଡିଗ୍ରୀ ରହିଛି।
ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଓ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର, ଓଡ଼ିଶା ଶାଖା ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପକୁ ସର୍ବଭାରତୀୟ ସ୍ତରରେ ସମ୍ମାନିତ କରାଯାଇଛି । ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ମୋତିଲାଲ ନେହେରୁ ନ୍ୟାସନାଲ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସର୍ବଭାରତୀୟ କର୍ମଶାଳାରେ ଓଡ଼ିଶା ବିଧାନସଭାକୁ କମ୍ପୁ୍ୟଟର ସୋସାଇଟି ଅଫ୍ ଇଣ୍ଡିଆ ତରଫରୁ ୧୯ତମ ସିଏସ୍ଆଇ ଏସ୍ଆଇଜି ଇ-ଗଭର୍ଣ୍ଣାନ୍ସ ଆୱାର୍ଡସ ୨୦୨୧ (CSI SIG e-Governance Awards 2021) ଉତ୍କର୍ଷ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ଏକ ଦିବସୀୟ କର୍ମଶାଳାରେ ଭାରତରୁ ବଛା ବଛା ଇ-ଗଭର୍ଣ୍ଣାନ୍ସ ପ୍ରକଳ୍ପଗୁଡ଼ିକୁ ମନୋନୀତ କରାଯାଇ ଏହା ଉପରେ ବକ୍ତାମାନଙ୍କ ତରଫରୁ ଆଲୋକପାତ କରାଯାଇଥିଲା। ଏଥିରେ ଓଡ଼ିଶା ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ ଭାଗନେଇ ଓଡ଼ିଶା ବିଧାନସଭାର ପେପରଲେସ୍ ଅଫିସ୍ ଉପରେ ସବିଶେଷ ତଥ୍ୟ ଉପସ୍ଥାପନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ବାଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ରଙ୍କ ବଳିଷ୍ଠ ନେତୃତ୍ୱ, ଦିଗ୍ଦର୍ଶନ ଓ…
ନୂଆଦିଲ୍ଲୀ: ପାଖେଇଲାଣି CBSE ଟର୍ମ ୨ ପରୀକ୍ଷା। ଏହି ପରୀକ୍ଷା କୋରନା ପରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ। ସେଥିପାଇଁ ଆଜି କେନ୍ଦ୍ରୀୟ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେସନ ତରଫରୁ ସ୍କୁଲମାନଙ୍କୁ ଏକ ନୋଟିସ ଜାରୀ କରାଯାଇଛି। ଏଥିରେ କୁହାଯାଇଛି ଯେ, ଆସନ୍ତା CBSE ପରୀକ୍ଷା କିପରି କରାଯିବା ସେ ଉପରେ ବୋର୍ଡ ତରଫରୁ ଏକ ୱେବନାର କରାଯିବ। ଏଥିରେ ସମସ୍ତ CBSE ସ୍କୁଲ କର୍ତ୍ତୁପକ୍ଷ ଯଥା ପ୍ରିନସପାଲ କିମ୍ବା ସ୍କୁଲ ମୁଖ୍ୟ ଏଥିରେ ଯୋଗଦେବାକୁ ବାଧ୍ୟତାମୂଳକ କରାଯାଇଛି। ଏହା ୟୁଟିୟୁବ ଚ୍ୟାନେଲରେ ପ୍ରସାରଣ କରାଯିବ। ଏଥିରେ ବୋର୍ଡ ଅଧିକାରୀମାନେ କେତେକ ସୂଚନା ଦେବେ। ସେହି ଅନୁସାରେ ସ୍କୁଲ କର୍ତ୍ତୁପକ୍ଷ ପରୀକ୍ଷା ପରିଚାଳନା କରିବେ। ସେଥିପାଇଁ ଚିଠିରେ ୟୁ ଟିୟୁବ ଚ୍ୟାନଲ ୟୁଆରଏଲ ଠିକଣା ଦିଆଯାଇଛି। ସେଥିରେ କୁହାଯାଇଛି ଯେ, ୨୫ ତାରିଖ ଦିନ ୧୧ଟା ବେଳେ ସମସ୍ତେ ଏହି ଚ୍ୟାନେଲ ରେ ଯୋଡି ହେବେ।
ଗାନ୍ଧୀନଗର: ଗାନ୍ଧୀନଗରରେ ପ୍ରଥମ ଥର ବଡ଼ ସ୍ତରରେ ଆୟୋଜନ କରାଯାଇଥିବା ବିଶ୍ବ ଆୟୁଷ ନିବେଶ ଏବଂ ନବୋନ୍ମେଷ ଶିଖର ସମ୍ମିଳନୀ (ଜିଏଆଇଆଇଏସ୍) ଗତକାଲି ଉଦ୍ଯାପନ ହୋଇଛି। ଆୟୁଷ କ୍ଷେତ୍ର ପାଇଁ 9000 କୋଟି ଟଙ୍କାରୁ ଅଧିକ ଲେଟର ଅଫ୍ ଇଣ୍ଟେଣ୍ଟ (ଏଲଓଆଇଏସ୍) ମିଳିଛି। ଏହି ନିବେଶ ପ୍ରସ୍ତାବ ଏଫଏମସିଜି, ମେଡିକାଲ୍ ଭାଲ୍ୟୁ ଟ୍ରାଭେଲ୍ (ଏମଭିଟି) ଏବଂ ସେବା, ଫାର୍ମାସ୍ୟୁଟିକାଲ୍, ପ୍ରଯୁକ୍ତି ଏବଂ ଡାଏଗ୍ନୋଷ୍ଟିକ୍ ଏବଂ କୃଷି ପରି ପ୍ରମୁଖ ଶ୍ରେଣୀ ଅଧୀନରେ ଆସିଛି। ଏହି ଶିଖର ସମ୍ମିଳନୀ ସମୟରେ ବିଭିନ୍ନ ଦେଶ, ପ୍ରତିଷ୍ଠାନ, ଗବେଷଣା ସଂସ୍ଥାନ, କୃଷକ ଗୋଷ୍ଠୀ ଏବଂ ଉଦ୍ୟୋଗଙ୍କ ମଧ୍ୟରେ 70 ରୁ ଅଧିକ ବୁଝାମଣା ପତ୍ରରେ ସ୍ବାକ୍ଷର କରାଯାଇଛି। ସମ୍ମିଳନୀରେ ଅନ୍ତରାଷ୍ଟ୍ରୀୟ ଆଦାନ ପ୍ରଦାନ ବ୍ୟତୀତ, ସାରା ଭାରତରେ 35 ରୁ ଅଧିକ କ୍ୟାଣ୍ଟନମେଣ୍ଟ ଏରିଆରେ ଆୟୁଷ ସୁବିଧାର ଶୁଭାରମ୍ଭ କରିବା ପାଇଁ ଆୟୁଷ ମନ୍ତ୍ରଣାଳୟ ଏବଂ ରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣା ପତ୍ରରେ ସ୍ବାକ୍ଷର…
ଦିଲ୍ଲୀ: ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ଗୁଡିକର ସହଯୋଗରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୧୬ ଏପ୍ରିଲ୍ରୁ ୨୨ ଏପ୍ରିଲ୍, ୨୦୨୨ ପର୍ଯ୍ୟନ୍ତ ଆଜାଦୀର ମହୋତ୍ସବ ଚାଲିଥିବା ଅବସରରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର (ଏବି – ଏଚ୍ଡବ୍ଲ୍ୟୁସି) ଗୁଡିକର ଚତୁର୍ଥ ବାର୍ଷିକୋତ୍ସବ ପାଳନ କରୁଛି। ସମଗ୍ର ଦେଶରେ ପୂର୍ଣ୍ଣ ଉତ୍ସାହ ଏବଂ ଆଗ୍ରହର ସହିତ ଏହି ସମାରୋହର ଆୟୋଜନ କରାଯାଉଛି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳ ଗୁଡିକର ସ୍ୱାସ୍ଥ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳ ଗୁଡିକର ପ୍ରମୁଖ ସ୍ୱାସ୍ଥ୍ୟ ସଚିବ/ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ଗୁଡିକର ସ୍ୱାସ୍ଥ୍ୟ ସଚିବ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ପ୍ରତିନିଧି ଏବଂ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଏବି – ଏଚ୍ଡବ୍ଲ୍ୟୁସିକୁ ପରିଦର୍ଶନରେ ଯାଉଛନ୍ତି ଏବଂ ଶସ୍ତା ଏବଂ ସୁଲଭ ସ୍ୱାସ୍ଥ୍ୟ ଚିକିତ୍ସା ପ୍ରଦାନ…
ନୂଆଦିଲ୍ଲୀ: ଭାରତ, ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୧ ର ଅପେକ୍ଷା କରୁଛି। ତେଣୁ ଖେଳରେ ଆଗ୍ରହ ରଖୁଥିବା ଲୋକଙ୍କ ପାଇଁ ଏହା ଏକ ଭଲ ଖବର ଯେ ଡିଡି ସ୍ପୋର୍ଟସ ଏପ୍ରିଲ୍ ୨୪ ତାରିଖ ୨୦୨୨ ରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ସମସ୍ତ ଟିଭି ଓ ମୋବାଇଲରେ ଲାଇଭ ଦେଖାଇବ। ଭାରତରେ ଖେଳ ସଂସ୍କୃତିକୁ ପୁନର୍ଜିବିତ କରିବା ପାଇଁ ଖେଲୋ ଇଣ୍ଡିଆ ଗେମ୍ସର ଅଂଶ ଭାବରେ ୨୦୨୦ରେ ଆରମ୍ଭ କରାଯାଇଥିଲା, ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଦ୍ବିତୀୟ ଆୟୋଜନ ଏପ୍ରିଲ ୨୪ ତାରିଖରୁ ମେ ୩ ତାରିଖ ୨୦୨୨ ପର୍ଯ୍ୟନ୍ତ କରାଯାଉଛି, ଯାହାର ଉଦ୍ଘାଟନ ସମାରୋହ ଏପ୍ରିଲ ୨୪ ତାରିଖରେ କରାଯିବ ଏବଂ ଉଦ୍ଯାପନୀ ସମାରୋହ ମେ ୩ ତାରିଖରେ କରାଯିବ। ଭାରତରେ ବିଭିନ୍ନ ଖେଳ ପାଇଁ ଏକ ସଶକ୍ତ ଭିତ୍ତିଭୂମି ସୁବିଧା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ, ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଏକ ଜାତୀୟ ସ୍ତରର…
କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ଥାନା ବେଠିଆବେନି ଗ୍ରାମରେ ବଏଲର ଫାର୍ମରୁ ଚୋରି ଅଭିଯୋଗରେ ଗ୍ରାମବାସୀ ଜଣକୁ କାବୁ କରି ପୋଲିସ୍ ର ଜିମା ଦେଇଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଫେରାର୍ ମାରିଥିବା ପୋଲିସ୍ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛି। ପୋଲିସ୍ ସୂତରୁ ପ୍ରକାଶ ଯେ, ଗତ ତା ୨୧ /୪/୨୦୨୨ ରିଖ ରାତି ପ୍ରାୟ ୧ଘ. ୩୦ ମିନିଟ୍ ସମୟରେ ନାକଟିଦେଉଳ ଥାନା ବେଠେିଆବେନି ଗ୍ରାମର କେଦାର ଦେହୁରୀଙ୍କ ବଏଲର୍ ଫାର୍ମକୁ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କ ଫାର୍ମରୁ ଦୁଇଟି ମୋବାଇଲ୍ ଫୋନ୍ ଏବଂ ୧୦ ହଜାର ଟଙ୍କା ଚୋରି କରି ନେଇଥିଲେ। ସେଇ ପାଖ ଆଉ ଏକ ଫାର୍ମରୁ ଅନୁରୁପ ଭାବରେ ଚୋର ଦୁଇଜଣ ପଶି ଶିବଶଙ୍କର ଦେହୁରୀଙ୍କ ଫାର୍ମରୁ ଗୋଟିଏ ମୋବାଇଲ୍ ଫୋନ୍ ଏବଂ କୈଳାସ ଦେହୁରୀଙ୍କ ବେକରୁ ଏକ ରୂପା ଚେନ୍ ଚୋରି କରି ଫେରାର୍ ହେବାକୁ ଉଦ୍ୟମ କରୁଥିବା ବେଳେ…
ଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପ୍ରକଳ୍ପ (ପିଏମ୍ବିଜେପି)ର କାର୍ଯ୍ୟାନ୍ୱୟନକାରୀ ଏଜେନ୍ସି, ଫାର୍ମାସ୍ୟୁଟିକାଲ ଆଣ୍ଡ ମେଡିକାଲ୍ ଡିଭାଇସେସ୍ ବ୍ୟୁରୋ ଅଫ୍ ଇଣ୍ଡିଆ (ପିଏମ୍ବିଆଇ) ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର (ପିଏମ୍ବିଜେକେ) ଖୋଲିବା ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ, ବେରୋଜଗାର ଫାର୍ମାସିଷ୍ଟ, ସରକାରଙ୍କ ନିକଟରେ ପଞ୍ଜୀକୃତ ଏଜେନ୍ସି, ଏନ୍ଜିଓ, ଟ୍ରଷ୍ଟ, ସୋସାଇଟି ଇତ୍ୟାଦିଙ୍କଠାରୁ ଆବେଦନପତ୍ର ଆମନ୍ତ୍ରଣ କରୁଅଛି। ଏକ ଅନ୍ଲାଇନ୍ ପ୍ରକ୍ରିୟା ମାଧ୍ୟମରେ ଅବେଦନ ଗୁଡିକୁ ଆମନ୍ତ୍ରଣ କରାଯାଉଛି। ଇଚ୍ଛୁକ ଆବେଦନକାରୀମାନେ ପିଏମ୍ବିଆଇର ୱେବ୍ସାଇଟ୍ ଜନଔଷଧି.ଗଭ୍.ଇନ୍. (Janaushadhi.gov.in) ଜରିଆରେ ଆବେଦନ କରିପାରିବେ। ଆବେଦନକାରୀମାନଙ୍କ ଭିତରୁ ପ୍ରଥମେ ଯିଏ ଆବେଦନ କରିଥିବେ ତାଙ୍କୁ ପ୍ରାଥମିକ ଆଧାରରେ ପିଏମ୍ବିଜେପି ନାମରେ ଡ୍ରଗ୍ସ ଲାଇସେନ୍ସ ନେବା ପାଇଁ ମଞ୍ଜୁରୀ ଦିଆଯିବ। ସାଧାରଣ ନାଗରିକ, ବିଶେଷକରି ଗରିବ ଲୋକମାନଙ୍କ ନିମନ୍ତେ ଶସ୍ତା ଦରରେ ଗୁଣବତାପୂର୍ଣ୍ଣ ଔଷଧ ଉପଲବ୍ଧ କରାଇବା ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ସରକାର ମାର୍ଚ୍ଚ ୨୦୨୪ ସୁଦ୍ଧା ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର (ପିଏମ୍ବିଜେକେ)ର ସଂଖ୍ୟାକୁ ୧୦,୦୦୦ ପର୍ଯ୍ୟନ୍ତ…
ଭୁବନେଶ୍ବର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଭାରତରେ ଅବସ୍ଥାପିତ ଉରୁଗୁଏର ରାଷ୍ଟ୍ରଦୂତ ଆଲବେଟୋ ଏ ଗୁଆନି। ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ପ୍ରଫେସର ନାୟକଙ୍କ ସହ ସାକ୍ଷାତ ସମୟରେ ଉରୁଗୁଏ ଏବଂ ସୋଆ ମଧ୍ୟରେ ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ଆଦାନପ୍ରଦାନ ନେଇ ଆଲୋଚନା ହୋଇଥିଲା। ଏହି ସାକ୍ଷାତ ଆଲୋଚନା ସମୟରେ ସୋଆର ନିର୍ଦ୍ଦେଶକ ଡ଼ଃ ମହେନ୍ଦ୍ର ପ୍ରସାଦ ଉପସ୍ଥିତ ଥିଲେ। ସୋଆ ପରିଚାଳିତ ସ୍କୁଲ ଅଫ ହୋଟେଲ ମ୍ୟାନେଜମେଣ୍ଟ ପକ୍ଷରୁ ଆୟୋଜିତ ‘ଟ୍ରେଣ୍ଡସ ଆଣ୍ଡ ଡିସରପସନ୍ସ ଇନ ହସ୍ପିଟାଲିଟି ଆଣ୍ଡ ଟୁରିସୀମ’ ଶୀର୍ଷକ ଆନ୍ତର୍ଜାତିକ କର୍ମଶାଳାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଆସିଥିଲେ ଶ୍ରୀ ଗୁଆନି।
ନୂଆଦିଲ୍ଲୀ: ଆସନ୍ତାକାଲି ଦିନ 11 ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମ ରହିଛି। ଅଲ ଇଣ୍ଡିଆ ରେଡିଓ ମାଧ୍ୟମରେ ସେ ଦେଶ ତଥା ବିଦେଶର ଲୋକଙ୍କ ସହ ନିଜର ଭାବର ଆଦାନ ପ୍ରଦାନ କରିବେ। ଆସନ୍ତାକାଲି ହେଉଛି ଏହା ମାସିକ ରେଡିଓ କାର୍ଯ୍ୟକ୍ରମର 88 ତମ ଅଧ୍ୟାୟ ହେବ। ଏହି କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନର ସମଗ୍ର ନେଟୱାର୍କରେ ପ୍ରସାରିତ ହେବ। ଏଆର୍ ନ୍ୟୁଜ୍ ୱେବସାଇଟ୍ ଏବଂ ଏୟାର ମୋବାଇଲ୍ ଆପରେ ମଧ୍ୟ ଏହା ପ୍ରସାରଣ କରାଯିବ। AIR ନ୍ୟୁଜ୍, ଡିଡି ନ୍ୟୁଜ୍, ପିଏମଓ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲରେ ସିଧା ପ୍ରସାରଣ ହେବ। ହିନ୍ଦୀ ପ୍ରସାରଣ ପରେ ତୁରନ୍ତ ଆଞ୍ଚଳିକ ଭାଷାରେ ଏହି କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଆଞ୍ଚଳିକ ଭାଷା ସଂସ୍କରଣଗୁଡିକ ମଧ୍ୟ 8 P.M ରେ ପୁନଃପ୍ରସାରଣ ହେବ।
ଭୁବନେଶର: ଝିଲିକ ମୋସନ ପିକ୍ଚର୍ସ ଦର୍ଶକଙ୍କ ପାଇଁ ଭେଟି ଦବାକୁ ଯାଉଛି ଡବଲ ଧମାକା। ଗୋଟିଏ ଦିନରେ ଦୁଇଟି ଚଳଚ୍ଚିତ୍ରର ମହୁରତ କରିଛି ଝିଲିକ ମୋସନ ପିକ୍ଚରସ। ଆଜି ଭୁବନେଶ୍ୱର ଠାରେ ଦୁଇଟି ଯାକ ଚଳଚ୍ଚିତ୍ରର ଶୁଭମହୁରତ ଅନୁଷ୍ଠିତ ହୋଇଛି। ଏହି ଦୁଇଟି ସିନେମା ମଧ୍ୟରୁ ଗୋଟିଏର ନାଁ ରହିଛି ତୋର ମୋର କଟି ଓ ଅନ୍ୟଟିର ନାଁ ରହିଛି ପ୍ରିୟେ ତୁ ମୋର ସିଏ। ତୋର ମୋର କଟି ଚଳଚ୍ଚିତ୍ରର ମୂଖ୍ୟ ଭୁମିକାରେ ଓଲିଉଡ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର ନଜର ଆସିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଶୈଳେନ୍ଦ୍ର, ଶୀତଲ, ଟୁକୁନା ଷ୍ଟାଇଲିସ, ସୁଦୀପ୍ତ, କାଳିଆ ଷଣ୍ଢ, ଜୀବନ ପଣ୍ଡା, ଐଶ୍ୱର୍ଯ୍ୟା, ସୁଧାଂଶୁ ମୋହନ ସାହୁ, ଟୁଟୁ ନାୟକ ପ୍ରମୁଖ ନଜର ଆସିବେ। ସେହିପରି ଦ୍ୱିତୀୟ ସିନେମା ପ୍ରିୟେ ତୁ ମୋର ସିଏରେ ଅମ୍ଳାନ ନାୟକ ଭୂମିକାରେ ନଜର ଆସିଥିବା ବେଳେ ଏଲିନା ଓ ବବି ମିଶ୍ର ମଧ୍ୟ ନଜର ଆସିବେ।…

