କନ୍ଦର୍ପ ବେହେରା ରେଢାଖୋଲ: ଗତ ୨୦ ତାରିଖ ଦିନ ନାକଟିଦେଉଳ ଥାନାରେ ଜଣେ ୧୫ ବର୍ଷିୟା ନାବାଳିକା ଦୁଇ ଦିନରୁ ନିଖୋଜ ଥିବାର ଅଭିଯୋଗ ହୋଇଥିଲା। ଏହି ପରିପ୍ରେକ୍ଷୀରେ ପୋଲିସ କେଶ ନମ୍ବର ୮୩/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଥିଲା। ହେଲେ ଉକ୍ତ ଦିନ ରାତିରେ ଜନୈକ ନାବାଳିକାଙ୍କୁ ପୋଲିସ ହୀରାଲୋଇ ଗ୍ରାମରୁ ତାଙ୍କ ଭଉଣୀଙ୍କ ଘରୁ ଉଦ୍ଧାର କରିଥିଲା। ତେବେ ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ନାବାଳିକା ଜଣଙ୍କୁ ସାହେବି ଗ୍ରାମର ପୂର୍ବତନ ସରପଞ୍ଚ ତଥା ପୂର୍ବତନ କଂଗ୍ରେସ ଜିଲ୍ଲା ପରିଷଦ ସଭ୍ୟ ବିରଞ୍ଚି ବେହେରା (୫୪) ଜୋର ଜବରଦସ୍ତ ସିନ୍ଦୁର ପିନ୍ଧାଇ ବିବାହ କରିଥିଲେ ଏବଂ ଦୀର୍ଘ ଏକ ବର୍ଷ ଧରି ନାବାଳିକାଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଗତବର୍ଷ ବିରଞ୍ଚିଙ୍କ ଧର୍ମ ପତ୍ନୀଙ୍କ ସଡ଼କ ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଯିବାରୁ ସେ ଜନୈକ ନାବାଳିକାଙ୍କ…
Author: Samikhsya Bureau
ଭୁବନେଶ୍ୱର: ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ରାଜ୍ୟ ସରକାରଙ୍କ ସହିତ ମିଶି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରଗୁଡ଼ିକର ଚତୁର୍ଥ ବାର୍ଷିକୀ ପାଳନ କରୁଛନ୍ତି। ଗତ ଅପ୍ରେଲ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ବ୍ଳକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଆୟୋଜିତ ହେଉଛି। ଚତୁର୍ଥ ଦିନରେ ଦେଶର ୫୮୭ଟି ବ୍ଳକରେ ୪ ଲକ୍ଷ ୮୨ ହଜାର ଲୋକ ଏହି ମେଳାରେ ଯୋଗ ଦେଇଛନ୍ତି। ସମଗ୍ର ଦେଶରେ ଉତ୍ସାହର ସହିତ ଲୋକମାନେ ଏହି ସ୍ୱାସ୍ଥ୍ୟ ମେଳାଗୁଡ଼ିକରେ ଯୋଗ ଦେଉଛନ୍ତି। ଏହି ମେଳାଗୁଡ଼ିକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ, କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମୁଖ୍ୟ ଶାସନ ସଚିବ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ବିଭାଗ ସଚିବ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଗଣ ଏବଂ ଜନପ୍ରତିନିଧିମାନେ…
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ନବୀନ ନିବାସଠାରେ ହିଞ୍ଜିଳି ଓ ଶେରଗଡ ଅଞ୍ଚଳର ପୌରାଞ୍ଚଳ ଓ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକର ନବ ନିର୍ବାଚିତ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ସମସ୍ତ ପ୍ରତିନିଧି ମାନଙ୍କୁ ନିର୍ବାଚନରେ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହିତ ସମସ୍ତେ ମିଳିମିଶି ଓ କଠିନ ପରିଶ୍ରମ କରି ନିଜ ନିଜ ଅଞ୍ଚଳର ଉନ୍ନୟନ ପ୍ରକ୍ରିୟାକୁ ଆଗେଇ ନେବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳି ଓ ଶେରଗଡର ବିକାଶ ପାଇଁ ସେ ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ହିଞ୍ଜିଳି ପୌରାଞ୍ଚଳର ଅଧ୍ୟକ୍ଷ, ଉପାଧ୍ୟକ୍ଷ, କାଉନସିଲର ମାନେ ଯୋଗ ଦେବା ସହିତ ଶେରଗଡ ଓ ହିଞ୍ଜିଳିକାଟୁ ବ୍ଲକ୍ର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସରପଞ୍ଚ ଓ ଅନ୍ୟାନ୍ୟ ଲୋକପ୍ରତିନିଧିଙ୍କୁ ମିଶାଇ ୨୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ।
ଭୁବନେଶ୍ୱର: କୃଷି ଉତ୍ପାଦନରେ ଆତ୍ମନିର୍ଭରଶୀଳତା, ତତ୍ପରେ ବଳକା ରାଜ୍ୟର ସ୍ଥିତି ଓ ସର୍ବୋପରି ଗୁଣାତ୍ମକ ମାନବୃଦ୍ଧି ହାସଲ କରିବା ଆମର ଲକ୍ଷ୍ୟ । କୃଷକ ଓ ଖାଉଟି ମଧ୍ୟରେ ଥିବା ଦୂରତାକୁ କମାଇଲେ ଉଭୟ ଲାଭବାନ ହେବେ, ଯାହାକି ସମ୍ଭବ ହୋଇପାରିବ କୃଷକ ଉତ୍ପାଦକ ସଂଗଠନମାନଙ୍କ ମାଧ୍ୟମରେ। ଆଜି ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ସେଣ୍ଟରରେ ଓଡ଼ିଶାରେ କୃଷି ବିପଣନ ସୁଯୋଗ ନିମନ୍ତେ କୃଷି ଉଦ୍ୟୋଗ କର୍ପୋରେଟ ସଂସ୍ଥା ଓ କୃଷକ ଉତ୍ପାଦକ ସଂଗଠନମାନଙ୍କ ସହ ଗୋଲଟେବୁଲ୍ ବୈଠକକୁ ଉଦ୍ଘାଟନ କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉପରୋକ୍ତ ମତପ୍ରକାଶ କରିଛନ୍ତି। ନିଯୁକ୍ତି ସଂକଟର ସମାଧାନ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ହିଁ ରହିଛି ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି। କୃଷି ଓ ଉଦ୍ୟାନ କୃଷି ଉତ୍ପାଦର ଉଚିତ ମୂଲ୍ୟ ପାଇବା ଲକ୍ଷ୍ୟରେ କୃଷକ ଉତ୍ପାଦକ ସଂଗଠନ…
ଭୁବନେଶ୍ବର: କେନ୍ଦ୍ର ରେଳବାଇ ଏବଂ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ମାଲକାନଗିରି ଗସ୍ତ ସମୟରେ ରେଳବାଇ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ସହିତ ପ୍ରସ୍ତାବିତ ମାଲକାନଗିରି – ଭଦ୍ରାଚଲମ୍ ରେଳ ଲାଇନ୍ ପ୍ରକଳ୍ପ ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରିଛନ୍ତି। 173.416 KM ଲମ୍ବା ମାଲକାନଗିରି – ଭଦ୍ରାଚଲାମ ପ୍ରସ୍ତାବିତ ରେଳ ଲାଇନ ପ୍ରକଳ୍ପକୁ 9 ସେପ୍ଟେମ୍ବର, 2021 ରେ ରେଳବାଇ ବୋର୍ଡ ଦ୍ୱାରା ସ୍ୱୀକୃତି ଦିଆଯାଇଅଛି ଯାହାର ଆନୁମାନିକ ମୂଲ୍ୟ 2800 କୋଟି ଟଙ୍କା। ଏହି ପ୍ରକଳ୍ପରେ 48 ଟି ଗୁରୁତ୍ୱପୂର୍ଣ୍ଣ ଏବଂ 165 ଟି ଛୋଟ ବ୍ରିଜ୍ ସହିତ 213 ଟି ସେତୁ ରହିବ। ଏହି ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକରେ ଓଡ଼ିଶାର ୬ଟି ଷ୍ଟେସନ୍ ମାଲକାନଗିରି, ବାଦଲି, କୋୱାସିଗୁଡା, ରାଜଙ୍ଗୁଡା, ମହାରାଜାପଲ୍ଲୀ ଓ ଲୁଣୀମାନଗୁଡା ଥିବାବେଳେ ତେଲେଙ୍ଗାନାର କନ୍ନପୁରମ୍, କୁଟୁଗୁଟା, ପାଲୁ, ନନ୍ଦିଗାମ, ଭଦ୍ରାଚଲମ୍ ଏବଂ ପାଣ୍ଡୁରଙ୍ଗାପୁରମ୍ ଠାରେ ଷ୍ଟେସନ୍ ନିର୍ମାଣ କରାଯିବ।…
କୋରାପୁଟ: ଆଜି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବିଶାଖାପାଟନମ୍-କୋରାପୁଟ-ବିଶାଖାପାଟନମ୍ ପାଇଁ ଏକ ସ୍ବତନ୍ତ୍ର ଦୈନିକ ଟ୍ରେନର ଶୁଭାରମ୍ଭ କରିଛନ୍ତି। କୋରାପୁଟ ରେଳ ଷ୍ଟେସନରେ ସେ ବିଭାଗର ଅଧିକାରୀଙ୍କ ସହିତ ପତାକା ଦେଖାଇ ଏହାକୁ ଉଦଘାଟନ କରିଛନ୍ତି। ଏହି ଟ୍ରେନଟି ଦୈନିକ ବିଶାଖାପାଟନାମରୁ 6ଟା 30 ରୁ ଛାଡିବ ଏବଂ କୋରାପୁଟରେ ସକାଳ 8ଟା 10 ମିନିଟରେ ଛାଡିବ।
ଭୁବନେଶ୍ବର: ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଓଡିଶା ହାଇକୋର୍ଟ ଅନ୍ତରୀଣ ଜାମିନ ଦେଇଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ମିଳିଛି। କିନ୍ତୁ ବିଧାୟକଙ୍କୁ ମାତ୍ର ୭ ଦିନ ପାଇଁ ଜାମିନ ମିଳିଛି। ସାତ ଦିନ ପରେ ପୁଣି ଜେଲରେ ଆତ୍ମସମର୍ପଣ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଥାଉ କି ମାର୍ଚ୍ଚ ୧୨ ତାରିଖ ଦିନ ବାଣପୁର ବ୍ଲକ ସମ୍ମୁଖରେ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ଅଭିଯୋଗରେ ଚିଲିକା ବିଧାୟକ ଜେଲ୍ ଯାଇଥିଲେ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଧରିତ୍ରୀ ଦିବସ ହେଉଛି ପୃଥିବୀ ମାତାଙ୍କୁ ତାଙ୍କର ଦୟା ପାଇଁ କୃତଜ୍ଞତା ଜଣାଇବା ଏବଂ ଆମ ଗ୍ରହର ଯତ୍ନ ନେବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇବା । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି; “ଧରିତ୍ରୀ ଦିବସ ପୃଥିବୀ ମାତାଙ୍କୁ ତାଙ୍କର ଦୟା ପାଇଁ କୃତଜ୍ଞତା ଜଣାଇବା ଏବଂ ଆମ ଗ୍ରହର ଯତ୍ନ ନେବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇବା ଉପରେ ପର୍ୟ୍ୟବେସିତ ।”
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଆଜି ହେଲଥ ମେଳା ଅନୁଷ୍ଠିତ ହୋଇଯାଇଛି। ନରେନ୍ଦ୍ରପୁର ପଞ୍ଚାୟତ ବାତ୍ୟା ଆଶ୍ରୟସ୍ଥଳି ପରିସରରେ ଉକ୍ତ ମେଳା ଅନୁଷ୍ଠିତ ହୋଇଛି। ଏହାକୁ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ସାଂସଦ ପ୍ରତିନିଧି ମାନସ ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ, ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡ଼ା ରଘୁନାଥ ନାୟକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲି, ବାଣପୁର ମେଡିକାଲ ଅଧିକାରୀ ଡ଼ା ରମାକାନ୍ତ ନାୟକ, ନରେନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ସବିତା ଦାସ, ସମିତି ସଭ୍ୟ କନ୍ଦର୍ପ ଜେନା ଏବଂ ସିଡ଼ିପିଓ ସରୋଜବାଳା ଆଚାର୍ଯ୍ୟ ମିଳିତ ଭାବେ ଉଦଘାଟନ କରିଥିଲେ। ଉକ୍ତ ହେଲଥ ମେଳାରେ ଭେଷଜ ବିଶେଷଜ୍ଞ ଡ଼ା ଧୁର୍ଯଟି ପ୍ରସାଦ ମହାପାତ୍ର, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡ଼ା ରାକେଶ ମହାରଣା,…
ଭୁବନେଶ୍ଵର: ରାଜ୍ୟରେ ତାପମାତ୍ରା ବଢିବାରେ ଲାଗିଛି। ଦିନକୁ ଦିନ ତାତି ଅସହ୍ୟ ହେବାରେ ଲାଗିଛି। କିନ୍ତୁ ପ୍ରଚଣ୍ଡ ଖରା ସତ୍ତ୍ୱେ ବିଦ୍ୟାଳୟରେ ଖରା ଛୁଟିକୁ ରାଜ୍ୟ ସରକାର ଜୁନ ମାସରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଅନେକ ଅଭିବାବକ ଏବଂ ସଂଗଠନ ପକ୍ଷରୁ ଏନେଇ ଅସନ୍ତୋଷ ଦେଖାଯାଇଛି। ପ୍ରଚଣ୍ଡ ତାତିରେ ପିଲାମାନେ ସ୍କୁଲକୁ ଯିବା ବିପଦ ବୋଲି ଅନେକ ଲୋକ ଚେତାବନୀ ଦେଇଛନ୍ତି। ଏପରିସ୍ଥଳରେ ସ୍କୁଲର ଖରା ଛୁଟିକୁ ଜୁନ ମାସରେ ନୁହେଁ ମେ’ ମାସରେ କରିବାକୁ ରାଜ୍ୟସରକାରଙ୍କୁ ନିବେଦନ କରାଯାଉଛି। ତେବେ ଏହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି। ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଜୁନ୍ରେ ଖରା ଛୁଟିକୁ ନେଇ ଅନେକ ଅଭିଯୋଗ ଆସିଲାଣି। କିନ୍ତୁ ପରିସ୍ଥିତିକୁ ଦେଖି ଖରା ଛୁଟି ଉପରେ ବିଚାର କରାଯିବ। କିନ୍ତୁ ଏବେ ସେନେଇ କୌଣସି ନିଷ୍ପତ୍ତି ହୋଇନି। ବର୍ତ୍ତମାନ କରୋନା ପ୍ରଭାବ ନାହିଁ। ତେଣୁ…
ଭୁବନେଶ୍ବର: କେନ୍ଦ୍ର ରେଳବାଇ ଏବଂ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ମାଲକାନଗିରି ଗସ୍ତ ସମୟରେ ରେଳବାଇ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ସହିତ ପ୍ରସ୍ତାବିତ ମାଲକାନଗିରି – ଭଦ୍ରାଚଲମ୍ ରେଳ ଲାଇନ୍ ପ୍ରକଳ୍ପ ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରିଛନ୍ତି। ୧୭୩.୪୧୬ କିମି ଲମ୍ବା ମାଲକାନଗିରି – ଭଦ୍ରାଚଲାମ ପ୍ରସ୍ତାବିତ ରେଳ ଲାଇନ ପ୍ରକଳ୍ପକୁ ସେପ୍ଟେମ୍ବର ୯ ତାରିଖ ୨୦୨୧ ରେ ରେଳବାଇ ବୋର୍ଡ ଦ୍ୱାରା ସ୍ୱୀକୃତି ଦିଆଯାଇଅଛି। ଯାହାର ଆନୁମାନିକ ମୂଲ୍ୟ ୨୮୦୦ କୋଟି ଟଙ୍କା। ଏହି ପ୍ରକଳ୍ପରେ ୪୮ ଟି ଗୁରୁତ୍ୱପୂର୍ଣ୍ଣ ଏବଂ ୧୬୫ ଟି ଛୋଟ ବ୍ରିଜ୍ ସହିତ ୨୧୩ ଟି ସେତୁ ରହିବ। ଏହି ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକରେ ଓଡ଼ିଶାର ୬ଟି ଷ୍ଟେସନ୍ ମାଲକାନଗିରି, ବାଦଲି, କୋୱାସିଗୁଡା, ରାଜଙ୍ଗୁଡା, ମହାରାଜାପଲ୍ଲୀ ଓ ଲୁଣୀମାନଗୁଡା ଥିବାବେଳେ ତେଲେଙ୍ଗାନାର କନ୍ନପୁରମ୍, କୁଟୁଗୁଟା, ପାଲୁ, ନନ୍ଦିଗାମ, ଭଦ୍ରାଚଲମ୍ ଏବଂ ପାଣ୍ଡୁରଙ୍ଗାପୁରମ୍ ଠାରେ ଷ୍ଟେସନ୍ ନିର୍ମାଣ କରାଯିବ।…
ଭୁବନେଶ୍ବର: ଦେଶରେ ପୁଣିଥରେ କରୋନା ମାମଲା ଉପରମୁହାଁ ହେବାରେ ଲାଗିଛି। ଅନେକ ଦେଶରେ କରୋନା ମାମଲା ବୃଦ୍ଧି ପାଉଥିବାରୁ ଚତୁର୍ଥ ତରଙ୍ଗ ଆଶଙ୍କା ବଢିବାରେ ଲାଗିଛି। ତେଣୁ କରୋନା ସଂକ୍ରମଣ ତଥା ଚତୁର୍ଥ ତରଙ୍ଗରୁ ବର୍ତ୍ତିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟଗୁଡିକୁ ପ୍ରସ୍ତୁତ ରହିବାକୁ କୁହାଯାଉଛି। ଦିଲ୍ଲୀରେ ସଂକ୍ରମଣ ଗୃଦ୍ଧି ପାଉଥିବା ବେଳେ ଓଡିଶାରେ ବର୍ତ୍ତମାନ ସ୍ଥିତି ଭଲ ଅଛି। କିନ୍ତୁ ରାଜ୍ୟ ସରକାର ଏନେଇ କୌଣସି ଅବହେଳା କରିବାକୁ ଚାହୁଁନାହାନ୍ତି। ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ନଜର ରଖିଛନ୍ତି। ବିଦ୍ୟାଳୟଗୁଡିକକୁ ଆସି ଛାତ୍ରଛାତ୍ରୀ ପାଠ ପଢୁଥିବାରୁ ସେଠାରେ ସଂକ୍ରମଣ ଭୟ ଦେଖାଯାଉଛି। ତେଣୁ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାମାପତ୍ର ପରାମର୍ଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କୁ ସାମାନ୍ୟ ଥଣ୍ଡା ଜ୍ଵର ହେଲେ ତୁରନ୍ତ ଟେଷ୍ଟ କରିବା ସହ ଆଇସୋଲେସନରେ ରଖିବାକୁ ଡାକ୍ତର ମହାପାତ୍ର କହିଛନ୍ତି। ଥଣ୍ଡା ଜ୍ଵର କେବଳ କରୋନା ନୁହେଁ, ତାହା ଅନ୍ୟ…
ଶ୍ରୀନଗର: ଆତଙ୍କବାଦୀମାନେ ଜମ୍ମୁର ଚଢା କ୍ୟାମ୍ପ ନିକଟରେ ଡ୍ୟୁଟିରେ ଥିବା ୧୫ଜଣ ସିଏସ୍ଏଫ୍ ଯବାନଙ୍କୁ ନେଇ ଯାଉଥିବା ବସ୍ ଉପରକୁ ଆକ୍ରମଣ କରିଛନ୍ତି। ଆତଙ୍କବାଦୀ ଆକ୍ରମଣ ପରେ ଯବାନମାନେ ପାଲଟା ଜବାବ ଦେଇଛନ୍ତି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ଅପରେସନ୍ ସମୟରେ ସିଏସ୍ଏଫ୍ ର ଜଣେ ଏଏସ୍ଆଇଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ସୈନିକମାନେ ସୁଜୱାନରେ ହୋଇଥିବା ଆକ୍ରମଣରେ ସାହାଯ୍ୟ କରିବାକୁ ଯାଉଥିଲେ। ବାସ୍ତବରେ, ସୁରକ୍ଷା ବାହିନୀ କ୍ରମାଗତ ଭାବରେ ସୂଚନା ପାଇ ଆସୁଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆତଙ୍କବାଦୀମାନେ ଜମ୍ମୁ ସହରରେ କିଛି ବଡ଼ ଘଟଣା କରିବାକୁ ଚାହୁଁଥିଲେ। ଏହି ସୂଚନା ପରେ, ଗୁରୁବାର ସନ୍ଧ୍ୟା ଠାରୁ ଜମ୍ମୁ ପୋଲିସ, ସେନା ଏବଂ ସାମରିକ ବାହିନୀ ସହିତ ସହରର ଅନେକ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ। ଏହି ସର୍ଚ୍ଚ ଅପରେସନ୍ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଜାରି…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ବାହାଘର ଭୋଜି ଖାଇ ୫୦ ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ସୁନ୍ଦରପୁର ଗ୍ରାମରେ ଏଭଳି ଘଟଣା ଘଟିଛି। ସୁନ୍ଦରପୁର ଗ୍ରାମର ଏକ ବିବାହ ବରଯାତ୍ରୀରେ ସେହି ଗ୍ରାମର ଲୋକେ ଭୋଜି ଖାଇବାକୁ ଆସିଥିଲେ। ତେବେ ସେଠାରେ ସେମାନେ ଖାଇ ପିଇ ସାରି ଘରକୁ ଫେରିବା ବେଳେ ସମସ୍ତଙ୍କର ପେଟରେ ଯନ୍ତ୍ରଣା ହେବା ସହ ଝାଡା ବାନ୍ତି ହୋଇଥିଲା। କେତେକ ଲୋକେ ସ୍ଥାନୀୟ କ୍ୱାକ୍ ମାନଙ୍କ ନିକଟରେ ଚିକିତ୍ସିତ ହୋଇଥିବା ବେଳେ କେତେକ ଆକ୍ରାନ୍ତ ଟାଙ୍ଗୀର ବିଭିନ୍ନ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଫେରିଥିବା ଜଣା ପଡିଛି। ଏହା ସହ ୧୦ ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଛନ୍ତି। ଆକ୍ରାନ୍ତମାନଙ୍କୁ ମେଡିକାଲ ପକ୍ଷରୁ ସମସ୍ତ ଚିକିତ୍ସାସୁବିଧା ଯୋଗାଇ ଦିଆ ଯାଉଛି। ଏବେ ମଧ୍ୟ୍ୟ ରୋଗୀମାନେ ମେଢିକାଲକୁ ଆସୁଥିବା…
ନୂଆଦିଲ୍ଲୀ: ବେଳେ ବେଳେ ଅନେକ ବ୍ୟକ୍ତି ଆର୍ଥିକ ପ୍ରତିବନ୍ଧକ ଦ୍ୱାରା ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏହି ସମସ୍ୟାରୁ ଉଦ୍ଧାର ପାଇବା ପାଇଁ ସେମାନେ ଅନେକ ଉପାୟରେ ଚେଷ୍ଟା କଲେ ମଧ୍ୟ ସେହି ସମସ୍ୟାରୁ ମୁକ୍ତି ପାଇପାରନ୍ତି ନାହିଁ। ଜାଣନ୍ତୁ ଏହାର ପ୍ରତିକାର ଯାହା ଦ୍ବାରା ଆପଣ ଏହି ଆର୍ଥିକ ସମସ୍ୟାରୁ ମୁକ୍ତି ପାଇପାରିବେ। ଏହି ପୂଜା କଲେ ଆପଣଙ୍କର ଅର୍ଥର ଅଭାବ ରହିବ ନାହିଁ। କୌଣସି ଏକ ଶୁକ୍ରବାର ଦିନ ଆପଣ ଏହି ବ୍ରତ ପାଳନ କରନ୍ତୁ। ଗୋଟିଏ ଦିନ ଆପଣ କୌଣସି କାମ ରଖନ୍ତୁ ନାହିଁ। ସକାଳୁ ସ୍ନାନ ସାରି ଏହି ବ୍ରତ ଆରମ୍ଭ କରନ୍ତୁ। ସେହିଦିନ ଘରେ ମହିଳାମାନଙ୍କୁ ନାଲି ଶାଢୀ ପିନ୍ଧିବାକୁ କୁହନ୍ତୁ। ଘରେ ଏକ ଉଚ୍ଚ ଆସନରେ ନୂଆ ନାଲି କନା ଉପରେ ମା ଦୁର୍ଗାଙ୍କ ମୂର୍ତ୍ତି କିମ୍ବା ଫଟୋ ରଖନ୍ତୁ। ତାଙ୍କ ଆଗରେ ଏକ ଘିଅ ଦୀପ ପ୍ରଜ୍ୱଳନ କରି ଦୁର୍ଗା ସପ୍ତସତୀ…
ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ପକ୍ଷରୁ “ହ୍ୟାଣ୍ଡ୍ମେଡ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମର ଘୋଷଣା କରାଯାଇଛି। ଏହା ଜରିଆରେ ଅସଲି ହାତ ତିଆରି ଉତ୍ପାଦକୁ ପ୍ରଦର୍ଶିତ କରିବା ଏବଂ ବିଶ୍ୱ ସ୍ତରରେ ସମୃଦ୍ଧ ଭାରତୀୟ କଳାକୁ ଆଗକୁ ବଢ଼ାଇବା ପାଇଁ ରିଲାଏନ୍ସ ରିଟେଲ୍ ପକ୍ଷରୁ “ସ୍ୱଦେଶ’ ନାମରେ ରିଟେଲ୍ ଷ୍ଟୋର ସମୂହ ଖୋଲାଯିବ। ଏହା ଦ୍ୱାରା ହଜାର ହଜାର କାରିଗରଙ୍କୁ ସ୍ଥାୟୀ ଜୀବିକା ମିଳିବା ସହିତ ଏହା ଭାରତୀୟ କଳାକୁ ସାରା ଦୁନିଆର ବଜାର ମଧ୍ୟ ଉପଲବ୍ଧ ହେବ। ସ୍ୱଦେଶ ଷ୍ଟୋର୍ରେ ଭାରତୀୟ କାରିଗରମାନେ ତିଆରି କରିଥିବା ସାମଗ୍ରୀଗୁଡ଼ିକୁ “ସ୍ୱଦେଶ ବ୍ରାଣ୍ଡ୍’ ଅନୁସାରେ ବଜାରରେ ଉପସ୍ଥାପନ କରାଯିବ। ପ୍ରଥମ ସ୍ୱଦେଶ ଷ୍ଟୋର୍ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ଖୋଲିବା ଆଶା କରାଯାଉଛି। ସେଥିରେ କାରିଗରମାନଙ୍କଠାରୁ ସିଧାସଳଖ ମିଳିଥିବା ସାମଗ୍ରୀ ଯଥା ହାତ ତିଆରି ବସ୍ତ୍ର, ହସ୍ତଶିଳ୍ପ, କୃଷି ଉତ୍ପାଦର ବିସ୍ତୃତ ବର୍ଗମାଳା ରହିବ। ସ୍ୱଦେଶ ଭାରତୀୟ କାରିଗର ଓ ଅସଲି ହାତ ତିଆରି ଉତ୍ପାଦ…
କୁମ୍ଭ: – ଯଦି ଆପଣ ଆଜି ଅଧିକ ଉତ୍ତେଜନା ଅନୁଭବ କରୁଛନ୍ତି, ତେବେ ପିଲାମାନଙ୍କ ସହିତ ଅଧିକ ସମୟ ବିତାନ୍ତୁ । ଆଜି ଆପଣଙ୍କ ସାଥୀକୁ ମୂଲ୍ୟବାନ ସମୟ ଦିଅନ୍ତୁ, ସାଥୀ ମଧ୍ୟ ଆପଣଙ୍କୁ ଆବଶ୍ୟକ କରେ । ଆଜି ରୋମାନ୍ସ ଆପଣଙ୍କ ମନ ଏବଂ ହୃଦୟରେ ଛାଇ ହେବ । କନ୍ୟା:- ବ୍ୟବସାୟ ଦୃଷ୍ଟିରୁ ସମୟ ଭଲ ଅଟେ । ଆଜି ଅଧିକାଂଶ ସମୟ ସପିଂ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପରେ ଅପଚୟ ହେବ। ଦୀର୍ଘ ଦିନର ପ୍ରେମ ସମ୍ପର୍କକୁ ଏକ ନୂଆ ରୂପ ଦେବା ପାଇଁ ଏହା ଏକ ଭଲ ସୁଯୋଗ । ବୃଷ: – ଆଜି ପ୍ରେମ ପାଇଁ ସମୟ ବହୁତ ଭଲ । ଯଦି ଆପଣ କାହାକୁ ପ୍ରେମ ପ୍ରକାଶ କରିବାକୁ ଚାହୁଁଛନ୍ତି, ତେବେ ସଫଳତାର ଅଧିକ ସମ୍ଭାବନା ରହିଛି । କିନ୍ତୁ ମନେରଖ, ଶୀଘ୍ର କରାଯାଇଥିବା କାର୍ଯ୍ୟ ଖରାପ ହୋଇପାରେ। ଆପଣଙ୍କ ଆଚରଣକୁ ସକାରାତ୍ମକ ରଖନ୍ତୁ…
ମେଷ: – ଆଜି ଜୀବନ-ସାଥୀଙ୍କ ସ୍ନେହପୂର୍ଣ୍ଣ ଆଚରଣ ଆପଣଙ୍କ ଦିନକୁ ଖୁସି କରିବ। ଅଦାଲତ କାର୍ଯ୍ୟଗୁଡିକ ବୁଲାଇବ। ଆଜି ଆପଣଙ୍କ ମନ ଆଧ୍ୟାତ୍ମିକତା ଆଡକୁ ରହିବ। ଭାଇ ଓ ଭଉଣୀମାନେ ଅଲଗା ହୋଇପାରନ୍ତି । ଭାଗ୍ୟ ଆପଣଙ୍କ ସହିତ ଅଛି । ସେୟାର ବଜାରରେ ବିନିଯୋଗ ଶୁଭ ହୋଇପାରେ । ଶକ୍ତି ବଢିବ । ମାନସିକ ପରିସ୍ଥିତି ତିକ୍ତ ହୋଇଥିବାରୁ ପରିବାରରେ ବିବାଦ ହୋଇପାରେ । ଆପଣଙ୍କର ବ୍ୟବସାୟ ଉପରେ ଧ୍ୟାନ ଦିଅନ୍ତୁ । ବୃଷ: – ଆଜି ଆପଣ ଏକାକୀ ଅନୁଭବ କରିବେ । ଜମା ପୁଞ୍ଜି ବୃଦ୍ଧି କରିବା ସମ୍ଭବ ହେବ । ବ୍ୟକ୍ତିଗତ ସମ୍ପର୍କ ସହାୟକ ହେବ । ପ୍ରେମ ପାଇଁ ସମୟ ବହୁତ ଭଲ । ଯଦି ଆପଣ କାହାକୁ ପ୍ରେମ ପ୍ରକାଶ କରିବାକୁ ଚାହୁଁଛନ୍ତି, ତେବେ ସଫଳତାର ଅଧିକ ସମ୍ଭାବନା ରହିଛି । କିନ୍ତୁ ମନେରଖ, ଶୀଘ୍ର କରାଯାଇଥିବା କାର୍ଯ୍ୟ ଖରାପ ହୋଇପାରେ। ଆପଣଙ୍କ ଆଚରଣକୁ ସକାରାତ୍ମକ…
ଭୁବନେଶ୍ବର: ଓଡିଶା କ୍ଷଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୧୮-୧୯ ବର୍ଷ ପାଇଁ ୧,୪୦,୨୭,୧୦୩ ଟଙ୍କା ଲାଭାଶ ବାବଦରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରା ଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଉପସ୍ଥିତିରେ ଓଡିଶା କ୍ଷଦ୍ରଶିଳ୍ପ ନିଗମ ର ଅଧ୍ୟକ୍ଷ ଶ୍ରୀ ଚିନ୍ମୟ ସାହୁ ଏହି ପରିମାଣ ର ଚେକ୍ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ପ୍ରଦାନ କରିଥିଲେ। ସୂଚନା ଯୋଗ୍ୟ ଯେ ୨୦୧୮-୧୯ ବର୍ଷରେ ଓଡିଶା କ୍ଷଦ୍ରଶିଳ୍ପ ନିଗମ ସମସ୍ତ କର ପ୍ରଦାନ କରି ବା ପରେ ୪,୬୭,୪୬,୯୯୬ ଟଙ୍କା ଲାଭ କରିଥିଲା। ତେଣୁ ରାଜ୍ୟ ସରକାରଙ୍କୁ ନିଗମ ୩୦ ପ୍ରତିଶତ ଲାଭାଂଶ ବାବଦରେ ୧,୪୦,୨୭,୧୦୩ ଟଙ୍କା ପ୍ରଦାନ କରିଛି। ଭିଡିଓ କନଫରେନ୍ସ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର, ଅଣୁ, ଖୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ର ପ୍ରମୁଖ…
ନୂଆଦିଲ୍ଲୀ: ଓଡିଶା କ୍ୟାଡରର ବରିଷ୍ଠ ଆଇଏଏସ ଉଷା ପାଢୀ ହାସଲ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରେଷ୍ଠ ପ୍ରଶାସିକା ପୁରସ୍କାର। ସାଧାରଣ ପ୍ରଶାସନ ଦିବସ ଉପଲକ୍ଷେ ତାଙ୍କୁ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ବିଜ୍ଞାନ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ। ଉଷା ପାଢୀ ବର୍ତ୍ତମାନ ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ନ ସଚିବ ରହିଛନ୍ତି। ତାଙ୍କ ସମୟରେ ଉଡାନ ପରି ଏକ ଲୋକପ୍ରିୟ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ମାଧ୍ୟମରେ ଦେଶର ଛୋଟଛୋଟ ସହରକୁ ବିମାନ ସଂଯୋଗ କରିବା ଉଦ୍ଦେଶ୍ୟ ଥିଲା। ଯାହାକୁ ଦକ୍ଷତାର ସହ ପରିଚାଳନା କରିଛନ୍ତି ଉଷା ପାଢୀ। ସେଥିପାଇଁ ଏହି ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି।
ଭୁବନେଶ୍ବର: ଓଡିଶାର ପଞ୍ଚାୟତ ନିର୍ବାଚନ ନେଇ ଆସିଲା ଆଉ ଏକ ବଡ ଖବର। ତାହା ହେଲା ଯେଉଁଠାରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ଥିଲା ସେଠାରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ରାଜ୍ୟ ନିର୍ବାଚନ କମିଶନରଙ୍କ ତରଫରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେହି ଅନୁସାରେ ମେ ୨୭ ତାରିଖରେ ସେହି ସ୍ଥାନ ଗୁଡିକରେ ନିର୍ବାଚନ କରାଯିବ। ବିଜ୍ଞପ୍ତି ଅନୁସାରେ ଏହି ନିର୍ବାଚନ ପାଇଁ ଏପ୍ରିଲ ୨୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ଏପ୍ରିଲ ୨୯ ତାରିଖରୁ ମେ ୨ ତାରିଖ ପର୍ୟ୍ୟନ୍ତ ନାମାଙ୍କନ ଦାଖଲ କରାଯିବ। ମେ ୪ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଏବଂ ୫ ତାରିଖରେ ବୈଧ୍ୟ ପ୍ରାର୍ଥିଙ୍କ ନାମ ପ୍ରକାଶ କରାଯିବ। ୨୭ ତାରିଖ ସକାଳ ୭ଟାରୁ ଦିନ ୧ଟାଏ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ମେ ୨୮ ତାରିଖରେ ଭୋଟ ଗଣତି କରାଯାଇ ବିଜୟ ପ୍ରାର୍ଥୀଙ୍କ ନାମ…

