Author: Samikhsya Bureau

କଟକ:  ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି ୮୫ବର୍ଷ ପରଲୋକ ଗମନ କରିଛନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ବିଶିଷ୍ଟ ସାହିତ୍ୟିକାଙ୍କ ହୃଦଘାତରେ ପରଲୋକ ଘଟିଛି। ଓଡିଆ ସାହିତ୍ୟ ଜଗତରେ ସେ ବେଶ୍ ପ୍ରତିଷ୍ଠିତ। ‘ପାଟଦେଇ’, ‘ଖେଳ ଘର’, ‘କସ୍ତୁରୀ ମୃଗ’ ପରି କାଳଜୟୀ ସୃଜନ ପାଇଁ ସେ ସାହିତ୍ୟ ଏକାଡେମୀ, ସାରଳା ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଯୁବ ଓଡିଆ ଲେଖିକାଙ୍କ ପାଇଁ ସେ ଏକ ପ୍ରେରଣାର ଉତ୍ସ ଥିଲେ।ବେଶ ପାଠକୀୟ ଆଦୃତି ଲାଭ କରିଛି। ୨୦୨୦ ମସିହାରେ ସେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଲାଭ କରିଥିଲେ ଓ ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ତାଙ୍କର ବିୟୋଗରେ ସାରା ଓଡିଆ…

Read More

ବେଙ୍ଗାଲୁରୁ : ଉପରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡ଼ୁ ଆଜି ବେଙ୍ଗାଲୁରୁ ଠାରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା (କେଆଇୟୁଜି-୨୦୨୧)ର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ଭର୍ଚୁଆଲ ମାଧ୍ୟମରେ ନିଜର ବାର୍ତ୍ତା ଦେଇଛନ୍ତି। କର୍ଣ୍ଣାଟକ ରାଜ୍ୟପାଳ ଥୱର ଚନ୍ଦ ଗେହଲଟ, ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ନୀଶିଥ ପ୍ରାମାଣିକ, କ୍ରୀଡ଼ା ସଚିବ ସୁଜାତା ଚତୁର୍ବେଦୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ଅବସରରେ ଉଦବୋଧନ ଦେଇ ଉପରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡ଼ୁ କହିଥିଲେ ଯେ, ଦେଶର ଗ୍ରାମାଞ୍ଚଳ ସ୍ତରରୁ କ୍ରୀଡ଼ା ଗତିବିଧିକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି। ତୃଣମୂଳସ୍ତରରେ କ୍ରୀଡ଼ା ଭିତ୍ତିଭୂମି ବିକଶିତ କରିବାର ଆବଶ୍ୟକତା ଉପରେ ସେ ଜୋର ଦେଇଥିଲେ। ସେ କହିଥିଲେ ଯେ ଏ କ୍ଷେତ୍ରରେ…

Read More

ଭୁବନେଶ୍ୱର: ସବୁଜ ଭାରତ ତରଫରୁ ନିକୋ ପାର୍କ ଛକ ହୋଣ୍ଡା ସୋରୁମ୍ ସମ୍ମୁଖରେ ଏକ ଜଳଛତ୍ର ସେବା ଶିବିର ଉଦ୍‌ଘାଟିତ ହୋଇଯାଇଛି। ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏହି ଶିବିରକୁ ଉଦ୍‌ଘାଟନ କରି କହିଲେ ଯେ, ବର୍ତ୍ତମାନ ସାରା ରାଜ୍ୟରେ ଯେଉଁଭଳି ଭାବରେ ରୌଦ୍ରତାପ ବୃଦ୍ଧି ପାଉଛି, ତାହା ସାଧାରଣ ଜନତାଙ୍କ ଜୀବନ ଧାରଣ ଉପରେ ପ୍ରଭାବ ପକାଉଛି। ତଥାପି ଲୋକମାନେ ଖରାକୁ ଖାତିର ନକରି ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ଅନେକ ଲୋକ ରାସ୍ତାରେ ଯାଉଥିବା ବେଳେ ପାନୀୟ ଜଳର ଘୋର ସଙ୍କଟ ଯୋଗୁଁ ନିଜର ତୃଷ୍ଣା ମେଣ୍ଟାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ପଥଚାରୀମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ସବୁଜ ଭାରତ ତରଫରୁ ଏହି ଜଳସେବା ଶିବିର ଅନୁଷ୍ଠିତ ହୋଇଥିବାରୁ ସେ ସବୁଜ ଭାରତ ଅନୁଷ୍ଠାନକୁ ସାଧୁବାଦ ଜଣାଇଥିଲେ। ରାଜଧାନୀରେ ପ୍ରତି ୱାର୍ଡ଼ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ଜଳ ସେବା…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ନିଜର ବାର୍ତ୍ତା ଦେଇଛନ୍ତି। ଉପରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡ଼ୁ ଆଜି ବେଙ୍ଗାଲୁରୁ ଠାରେ ଏହି କ୍ରୀଡ଼ା ମହାକୁମ୍ଭକୁ ଉଦଘାଟନ କରିଛନ୍ତି। କର୍ଣ୍ଣାଟକ ରାଜ୍ୟପାଳ ଥୱର ଚନ୍ଦ ଗେହଲଟ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ, କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ନୀଶିଥ ପ୍ରାମାଣିକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବେଙ୍ଗାଲୁରୁ ସହର ଦେଶର ଯୁବସୁଲଭ ଉତ୍ସାହର ପ୍ରତୀକ। ଏହା ପେସାଦାରମାନଙ୍କ ପାଇଁ ଗର୍ବ। ସେ କହିଥିଲେ ଯେ, ଏଠାରେ କ୍ରୀଡ଼ା ଏବଂ ଷ୍ଟାର୍ଟଅପ୍ସର ସଙ୍ଗମ ଦେଖିବାକୁ ମିଳିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସେ କହିଥିଲେ ଯେ, ବେଙ୍ଗାଲୁରୁରେ ଖୋଲୋ…

Read More

ଖୋର୍ଦ୍ଧା: ଦିବ୍ୟାଙ୍ଗଙ୍କ ଶିକ୍ଷା ପାଇଁ ଚ଼େଷ୍ଟିତ “ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରେସନ ଫର୍ ଦିବ୍ୟାଙ୍ଗ, ଖୋର୍ଦ୍ଧା ଜିଲ୍ଲା”ର ବୈଠକ ଆଜି ମା’ ବରୁଣେଈଙ୍କ ପୀଠରେ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଉପସଭାପତି ରୌପ୍ୟରଞ୍ଜନ ସାମନ୍ତରାୟଙ୍କ ଉପସ୍ଥିତିରେ ଜିଲ୍ଲା ସଭାନେତ୍ରୀ ଏଲୋରା ପ୍ରିୟଦର୍ଶିନୀ, ଉପସଭାପତି ଦେବାଶିଷ ପତି, ସମ୍ପାଦିକା ଶୁଭ୍ରାଙ୍ଗୀ ପ୍ରିୟବାଦିନୀ, ସଂଯୋଜକ ବିଶ୍ବବିଜୟୀ ଦାଶ, ସହ ସଂଯୋଜକ ସୁଶିଲ କୁମାର ସାହୁ, ଯୁଗ୍ମ ସମ୍ପାଦକ ଅଶ୍ବିନୀ ମୁଦୁଲି, ଆଇଟି ସେଲ ସଂଯୋଜକ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କୁ ମନୋନୀତ କରାଗଲା। ଜିଲ୍ଲାର ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଶିକ୍ଷୟତ୍ରୀମାନେ ସଂଘର ସଦସ୍ୟତା ଗ୍ରହଣ କରିଥିଲେ।RPWD ଆଇନ ଓ ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚ଼ିବ ଓ ବିଦ୍ୟାଳୟ ଗଣଶିକ୍ଷା…

Read More

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ମନ୍ତ୍ରୀ ତଥା କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଜୈନ ବିଶ୍ୱବିଦ୍ୟାଳୟ ଗ୍ଲୋବାଲ କ୍ୟାମ୍ପସ-ଭେନ୍ୟୁର ମଲଖମ୍ବା ଏବଂ ଯୋଗାସାନ ସହିତ ୧୩ ଟି କ୍ରୀଡା ବିଭାଗ ହଠାତ୍ ପରିଦର୍ଶନ କରିଛନ୍ତି। ମନ୍ତ୍ରୀ ବିଭିନ୍ନ କ୍ରୀଡା ମଞ୍ଚକୁ ଯାଇଥିଲେ ଏବଂ କେଆଇୟୁଜି ରେ ଏକ ସ୍ମରଣୀୟ ଇଭେଣ୍ଟ ହେବା ନିଶ୍ଚିତ କରିବାକୁ ଅଂଶଗ୍ରହଣକାରୀଙ୍କ ପାଇଁ କରାଯାଇଥିବା ବ୍ୟବସ୍ଥା ବିଷୟରେ ଅବଗତ ହୋଇଥିଲେ। କ୍ରିକେଟର ଭାବରେ ତାଙ୍କର ଖେଳ ଦିନକୁ ମନେ ପକାଇ ମନ୍ତ୍ରୀ କହିଛନ୍ତି, “କର୍ଣ୍ଣାଟକ ରାଜ୍ୟ ସରକାରଙ୍କ ସହ ଜୈନ ବିଶ୍ୱବିଦ୍ୟାଳୟ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସରେ ଅଂଶଗ୍ରହଣ କରୁଥିବା ଆଥଲେଟମାନଙ୍କ ପାଇଁ ସର୍ବୋତ୍ତମ ସୁବିଧା ସହିତ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାର ଚମତ୍କାର କାର୍ଯ୍ୟ କରୁଛି।  ଏଠାରେ ଖେଳାଳିମାନଙ୍କୁ ଦେଖି ମୋର ବିଶ୍ୱବିଦ୍ୟାଳୟ ଦିନଗୁଡ଼ିକ ମନେ ପଡ଼ି ଯାଉଛି ଯେତେବେଳେ ମୁଁ କ୍ରିକେଟ୍ ଖେଳୁଥିଲି। ବିହାରର ଦରଭଙ୍ଗା ଏବଂ ସମଷ୍ଟିପୁରରେ କେତେକ ଟୁର୍ନାମେଣ୍ଟ ହୋଇଥିଲା କିନ୍ତୁ ସେଠାରେ…

Read More

ଦିଲ୍ଲୀ: କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାରଙ୍କର ବିଭିନ୍ନ ଅନ୍ୟ ମନ୍ତ୍ରଣାଳୟ/ବିଭାଗ ଗୁଡିକର ସହଯୋଗରେ ‘ଆଜାଦୀର ଅମୃତ ମହୋତ୍ସବର ଅଂଶ ବିଶେଷ ଭାବରେ ୨୫ ଏପ୍ରିଲ୍ରୁ ୩୦ ଏପ୍ରିଲ୍, ୨୦୨୨ ପର୍ଯନ୍ତ ‘କିଷାନ ଭାଗୀଦାରୀ, ପ୍ରାଥମିକତା ହମାରି’ ଅଭିଯାନର ଆୟୋଜନ କରୁଛି। ଏହି ଅଭିଯାନ ସମୟରେ, କୃଷି ଏବଂ କୃଷକ କଲ୍ୟାଣ ବିଭାଗ କୃଷକ ମାନଙ୍କ ନିମନ୍ତେ ଆଂଚଳିକ ସ୍ତରରେ ସାରା ଦେଶରେ କାର୍ଯ୍ୟକ୍ରମ ଆୟୋଜନ କରିବ। କୃଷି ଅନୁସନ୍ଧାନ ଏବଂ ଶିକ୍ଷା ବିଭାଗ ପ୍ରତ୍ୟେକ କୃଷି ବିଜ୍ଞାନ କେନ୍ଦ୍ରରେ କୃଷି ମେଳା ଏବଂ ପ୍ରାକୃତିକ କୃଷି ଉପରେ ପ୍ରତ୍ୟକ୍ଷ ପ୍ରଦର୍ଶନୀର ଆୟୋଜନ କରିବ। କେନ୍ଦ୍ର କୃଷି ମନ୍ତ୍ରୀ ସାଧାରଣ ସେବା କେନ୍ଦ୍ର (ସିଏସ୍ସି) ଦ୍ୱାରା ଆୟୋଜିତ ଫସଲ ବୀମା ଉପରେ ସାରା ଦେଶରେ କର୍ମଶାଳା ଗୁଡିକର ଶୁଭାରମ୍ଭ କରିବେ। ଗ୍ରାମ ବିକାଶ ମନ୍ତ୍ରଣାଳୟ ସହିତ ଡିଏୱାଇ – ଏନ୍ଆର୍ଏଲ୍ଏମ୍ ଅଧୀନରେ କୃଷି ପରିବେଶ ଏବଂ ପଶୁଧନ ଅଭ୍ୟାସ…

Read More

ଭୁବନେଶ୍ୱର: ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ବ୍ରିଟିଶମାନଙ୍କ ବିରୁଦ୍ଧରେ ଓଡ଼ିଶାର ଖୋର୍ଦ୍ଧାରୁ ଆରମ୍ଭ ହୋଇଥିଲା। ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଦିଲ୍ଲୀର ବିଜ୍ଞାନ ଭବନରେ ମତବ୍ୟକ୍ତ କରିଥିଲେ। ସେହି ଅନୁସାରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖୋର୍ଦ୍ଧାର ବରୁଣେଇ ପାହାଡ଼ ପାଦଦେଶରେ ପାଇକ ସ୍ମୃତି ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ଓ ସିକ୍ ରେଜିମେଣ୍ଟ, ଗୁର୍ଖା ରେଜିମେଣ୍ଟ, ଆସାମ ରେଜିମେଣ୍ଟ ପରି ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ ଦାବିରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଆସନ୍ତା ଏପ୍ରିଲ ୨୭ ତାରିଖ ଦିନ ଖୋର୍ଦ୍ଧାର ପାଇକମାନଙ୍କର ଆରାଧ୍ୟ ଦେବୀ ବରୁଣେଇଠାରୁ ଏକ ବିରାଟ ପାଇକ ଆଖଡ଼ା ଜନଗର୍ଜନ ଶୋଭାଯାତ୍ରା ବାହାରି ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଦିବା ୧୦ ଘଟିକା ସମୟରେ ପହଞ୍ଚିବ। ଏହି ସମାବେଶରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ଦାମିଆବରବରା ପଞ୍ଚାୟତର ଶାଳିଆ ଡ୍ୟାମ ପାର୍ଶ୍ୱବର୍ତ୍ତୀ ପଣସଡିହ ଗ୍ରାମରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ମିଳିତ ଚଢ଼ାଉ କରାଯାଇଛି। ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ ଏବଂ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ନେତୃତ୍ୱରେ ବାଣପୁର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଢାଉ ସମୟରେ ମୋଟ ୪ ହଜାର ୬ ଶହ କେଜି ଗୁଡ ମିଶ୍ରିତ ମହୁଲି ପୋଚ ଓ ୨୬୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦିଆଯାଇଛି। ଉକ୍ତ ଚଢାଉରେ ଟାଙ୍ଗୀ ଅତିରିକ୍ତ ତହସିଲଦାର ଶରତ ଦେହୁରୀ, ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସ, ଟାଙ୍ଗୀ ଅବକାରୀ ଏଏସଆଇ ବିଶ୍ୱମ୍ଭର ବିଶ୍ୱାଳ, ବାଲୁଗାଁ ଅବକାରୀ ଏଏସଆଇ…

Read More

ଭୁବନେଶ୍ୱର: ଶିଶୁମାନେ ଅଧିକ ଆଣ୍ଠୁଗଣ୍ଠି ଜନିତ ରୋଗର ଶିକାର ହେଉଛନ୍ତି। ଠିକ ସମୟରେ ରୋଗର ଚି଼ହ୍ନଟ, ପରୀକ୍ଷଣ ଓ ଚିକିତ୍ସା ଦ୍ୱାରା ହିଁ ଶିଶୁ ମାନଙ୍କୁ ଏଭଳି ସମସ୍ୟାରୁ ଦୁରେଇ ରଖି ହେବ ବୋଲି ମତଵ୍ୟକ୍ତ କରିଛନ୍ତି ଚଣ୍ଡିଗଡ ସ୍ଥିତ ପୋଷ୍ଟ ଗ୍ରାଜୁଏଟ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ରିସର୍ଚ୍ଚ (ପିଜିଆଇଏମଆର) ର ନିର୍ଦ୍ଦେଶକ ପ୍ରଫେସର ସୁରଜିତ ସିଂ। ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ରେ ଇଣ୍ଡିଆନ ରିଉମାଟୋଲୋଜି ଆସୋସିଏସନ, ଓଡିଶା ଶାଖା, ପକ୍ଷରୁ ଆୟୋଜିତ ୧୩ତମ ସମ୍ମିଳନୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ସିଂ ଏହି ମତ ଦେଇଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଇମ୍ମ୍ୟୁନୋଲୋଜି ଆଣ୍ଡ ରିଉମାଟୋଲୋଜି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ବରିଷ୍ଠ ଡାକ୍ତର, ତଥା ଏସସିବି ମେଡିକାଲ କଲେଜ ର ରିଉମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ବିଦ୍ୟୁତ କୁମାର ଦାସ ଯୋଗଦେଇ…

Read More

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଅଗ୍ନି ବର୍ଷା ହୋଇଛି। ଆଜି ଦିନ ୧୧.୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେତେବେଳେ ଜଣାପଡିଥିଲା ଯେ ଆଜି ରାଜଧାନୀରେ ନାହିଁ ନ ଥିବା ତାପମାତ୍ରା ଅନୁଭୂତ ହେବ। ତେବେ ସେହି ସମ୍ଭାବନା ଏବେ ସତ ହୋଇଛି। ଆଜି ଭୁବନେଶ୍ୱରରେ ଦିନ ୨.୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ହେଉଛି ୪୩.୦ ଡ଼ିଗ୍ରୀ। ସେହିପରି ଅନ୍ୟାନ୍ୟ ସହରର ତାପମାତ୍ରା ମଧ୍ୟ କିଛି କମ ନ ଥିଲା। ପାଣିପାଗ ବିଭାଗ ଅନୁସାରେ ଦିନ ୨.୩୦ ସୁଦ୍ଧା ଅନ୍ୟ ସହରର ତାପମାତ୍ରା ହେଲା ଝାରସୁଗୁଡା: ୪୧.୪ ଡ଼ିଗ୍ରୀ ସମ୍ବଲପୁର: ୪୦.୮ ଡ଼ିଗ୍ରୀ ଚାନ୍ଦବାଲି: ୪୦.୮ ଡ଼ିଗ୍ରୀ ହୀରାକୁଦ: ୪୦ ଡ଼ିଗ୍ରୀ କେନ୍ଦୁଝର: ୪୦ ଡ଼ିଗ୍ରୀ ବାଲେଶ୍ୱର: ୩୮ ଡ଼ିଗ୍ରୀ ପୁରୀ: ୩୨.୪ ଡ଼ିଗ୍ରୀ ପାରାଦ୍ୱୀପ: ୩୧.୮ ଡ଼ିଗ୍ରୀ ଗୋପାଳପୁର: ୩୧.୨ଡ଼ିଗ୍ରୀ

Read More

ସ୍ୱାସ୍ଥ୍ୟ ଟିପ୍ସ: ପୁଦିନାକୁ କେବଳ ସ୍ଵାଦ ପାଇଁ ବ୍ୟବହାର କରାଯାଇନଥାଏ, ଏଥିରେ ଔଷଧୀୟ ଗୁଣ ଭରପୂର ଥାଏ। ଏହା ବ୍ୟତୀତ ପୁଦିନା ଚଟଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହେବା ସହିତ ସ୍ମୃତି ଶକ୍ତିକୁ ବଢାଇଥାଏ। ପୁଦିନା ପତ୍ର ପ୍ରାୟ ପ୍ରତ୍ୟେକ ଘରର ରୋଷେଇ ଘରେ ମିଳିଥାଏ। ଏହାର ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ମଧ୍ୟ ଏହାର ଲାଭ ବୃଦ୍ଧି ପାଇଁ କାମ କରେ। ପୁଦିନା ପତ୍ର ମୁଖ୍ଯତଃ ଚଟଣି ତିଆରିରେ ବ୍ୟବହୃତ ହୁଏ। ଏହାର ମସଲାଯୁକ୍ତ ଚଟଣି ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରେ। ଏକ ସାଧାରଣ ଦେଖାଯାଉଥିବା ଉଦ୍ଭିଦର ବହୁତ ଶକ୍ତିଶାଳୀ ଏବଂ ଚମତ୍କାର ପ୍ରଭାବ ଅଛି। ଆସନ୍ତୁ ଜାଣିବା ପୁଦିନା ଖାଇବା ଉପକାର; ସବୁଜ ଧନିଆ ଏବଂ ପୁଦିନାରେ ନିର୍ମିତ ଏକ ଚଟଣି ଖାଇବା, ଯାହା ଆଣ୍ଟିଫଙ୍ଗାଲ୍ ଏବଂ ଆଣ୍ଟିସେପ୍ଟିକ୍ ଗୁଣରେ ଭରପୂର। ଚର୍ମ ସଂକ୍ରମଣ ଏବଂ ବ୍ରଣ ହେବାର ସମ୍ଭାବନା କମିଯାଏ। ଏହା ଶରୀର ଭିତରୁ ଡିଟକ୍ସାଇଫ କରିଥାଏ ଏବଂ ଚର୍ମର…

Read More

ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ତଥା ଓଡିଶା ବିଜେପିର ତୁଙ୍ଗ ନେତା ବିଶ୍ବଭୂଷଣ ହରିଚନ୍ଦନ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନୂଆଦିଲ୍ଲୀସ୍ଥିତି ବାସଭବନରେ ଏହି ଭେଟଘାଟ ହୋଇଛି। ଏହି ସାକ୍ଷାତ ଏକ ସୌଜନମୂଳକ ଥିଲା। ସାକ୍ଷାତ ବେଳେ ବିଶ୍ବଭୂଷଣ ପ୍ରଧାନମନ୍ତ୍ରୀଙ୍କୁ  ତିରୂପତି ବାଲାଜୀଙ୍କ ଫଟୋ ସହ ନୀଳ ଉତ୍ତରୀୟ ଉପହାର ଦେଇଥିଲେ। ତାହାକୁ ପ୍ରଧାନମନ୍ତ୍ରୀ ସାଦରେ ଗ୍ରହଣ କରି  ନୀଳ ଉତ୍ତରୀୟ ପିନ୍ଧି ବିଶ୍ବଭୂଷଣଙ୍କ ସହିତ କଥା ହୋଇଥିଲେ। ଗୋଟିଏ ରାଜ୍ୟର ରାଜ୍ୟପାଳ ଭାବେ ବିଶ୍ବଭୂଷଣ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାରେ କୌଣସି ଅସୁବିଧା ନାହିଁ। ରାଜ୍ୟପାଳ କାହିଁକି ବିଶ୍ବଭୂଷଣ ଜଣେ ପୂର୍ବତନ ମନ୍ତ୍ରୀ ଭାବେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିପାରିବେ। ହେଲେ ଏହି ସାକ୍ଷାତକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଶେଷ କରି ରାଜ୍ୟ ରାଜନୀତିରେ ଏହି ଭିଟଘାଟକୁ ନେଇ ବେଶ୍ କିଛି ଆଲୋଚନା ଚାଲିଛି। ପ୍ରଧାନମନ୍ତ୍ରୀଙ୍କୁ ବିଶ୍ବଭୂଷଣ ଫୁଲତୋଡା ସହିତ ପ୍ରଭୃ ବାଲାଜୀଙ୍କ ଫଟୋ ଓ…

Read More

ନୂଆଦିଲ୍ଲୀ: ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜର ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଚେଷ୍ଟା କରୁଛନ୍ତି। ଦେଶର ବୃହତ୍ତମ ବୀମା କମ୍ପାନୀ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ନିବେଶକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା ପ୍ରସ୍ତୁତ କରିବାରେ ଲାଗିଛି। ଯଦି ଆପଣ ୪୦ ବର୍ଷ ବୟସରୁ ଏକଲକ୍ଷ ଟଙ୍କା ଜମା କରି ପେନସନର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଆପଣ LIC ର ଯୋଜନା ସରଳ ପେନ୍ସନ୍ ଯୋଜନାରେ ବିନିଯୋଗ କରିପାରିବେ। ସରଳ ପେନ୍ସନ୍ ଯୋଜନା କ’ଣ?: LIC ର ସରଳ ପେନ୍ସନ୍ ଯୋଜନା ହେଉଛି ଏକ ତୁରନ୍ତ ବାର୍ଷିକ ଯୋଜନା ଯେଉଁଥିରେ ନିବେଶକ କେବଳ ପ୍ରିମିୟମ ଦେବା ପରେ ପେନ୍‌ସନ୍‌ର ସୁବିଧା ପାଇବେ। ଆପଣ ଏହି ନୀତିକୁ ଏକକ କିମ୍ବା ମିଳିତ ଆକାଉଣ୍ଟରେ ଖୋଲିପାରିବେ। ପଲିସିଧାରୀଙ୍କ ମୃତ୍ୟୁ ପରେ ପ୍ରିମିୟମ ରାଶି ନୋମିନୀଙ୍କୁ ଫେରସ୍ତ କରାଯାଏ। ଏହି ଯୋଜନାର ବିଶେଷ ବୈଶିଷ୍ଟ୍ୟ ହେଉଛି ଆପଣ ୪୦ ବର୍ଷ ବୟସରୁ ପେନସନର…

Read More

ସ୍ୱାସ୍ଥ୍ୟ ଟିପ୍ସ: ପନିପରିବା ସହିତ ଫଳ ଖାଇବା ମଧ୍ୟ ଏକ ସନ୍ତୁଳିତ ଖାଦ୍ୟର ଏକ ଅଂଶ। ଅମୃତଭଣ୍ଡା ଖାଇବା ପାଇଁ ସ୍ୱାଦିଷ୍ଟ ହେବା ସହିତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ଅମୃତଭଣ୍ଡାରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରହିଛି, ଯେଉଁଥିପାଇଁ ଅମୃତଭଣ୍ଡା ଆମ ପାଇଁ ଅନେକ ଉପାୟରେ ଲାଭଦାୟକ ଅଟେ। ଅମୃତଭଣ୍ଡା ଏକ ଉପକାରୀ ଫଳ ମଧ୍ୟରୁ ଗୋଟିଏ। କିନ୍ତୁ କେବଳ ଅମୃତଭଣ୍ଡା ନୁହେଁ, ଅମୃତଭଣ୍ଡାର ପତ୍ର ମଧ୍ୟ ଔଷଧୀୟ ଗୁଣରେ ପରିପୂର୍ଣ୍ଣ। ଅମୃତଭଣ୍ଡା ପତ୍ର ହେଉଛି ଏକ ଘରୋଇ ଉପଚାର ଯାହା ଆମ ଶରୀରରେ ପ୍ଲାଟଲେଟ୍ ବୃଦ୍ଧି ପାଇଁ କାମ କରେ। ଗୋଟିଏ ପଟେ ହୃଦରୋଗ, ମଧୁମେହ, କର୍କଟ, ହଜମ ଜନିତ ସମସ୍ୟା ଦୂର କରିବାକୁ ବିବେଚନା କରାଯାଉଥିବା ବେଳେ ଅନ୍ୟ ପଟେ ଏହାର କିଛି ଅସୁବିଧା ମଧ୍ୟ ଅଛି, ଯାହା ଭାରତୀୟମାନେ ସାଧାରଣତଃ କମ୍ ଜାଣନ୍ତି। ଅମୃତଭଣ୍ଡା ପତ୍ରରେ ପେପେନ୍ ଏନଜାଇମ୍ ଭରପୂର ଅଟେ, ଯାହା ଆମ ହଜମକୁ…

Read More

ନୂଆଦିଲ୍ଲୀ: ଗୋଟିଏ କାର କିଣିବାବେଳେ, ପ୍ରତ୍ୟେକ ଗ୍ରାହକ ଅନ୍ୟାନ୍ୟ ବୈଶିଷ୍ଟ୍ୟ ସହିତ ସୁରକ୍ଷା ବୈଶିଷ୍ଟ୍ୟକୁ ବହୁତ ଗୁରୁତ୍ୱ ଦିଅନ୍ତି। ଆଜିକାଲି କାରରେ ଦୁର୍ଘଟଣା ଘଟିଲେ ଏକ ଏୟାରବ୍ୟାଗ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବୈଶିଷ୍ଟ୍ୟ ଭାବରେ କାର୍ଯ୍ୟ କରିଥାଏ। କିନ୍ତୁ, ଏହା ମଧ୍ୟ ଅନେକ ଥର ଦେଖାଯାଇଛି ଯେ, ଦୁର୍ଘଟଣା ପରେ ମଧ୍ୟ କିଛି କାରର ଏୟାରବ୍ୟାଗ ଖୋଲେନାହିଁ। ଏହି କାରଣରୁ କାରରେ ବସିଥିବା ଲୋକମାନେ ବଡ ଆଘାତ ପାଇଥାନ୍ତି। କିନ୍ତୁ, ବର୍ତ୍ତମାନ ଯଦି ଦୁର୍ଘଟଣା ସମୟରେ ଏୟାରବ୍ୟାଗ ଖୋଲିବ ନାହିଁ, ତେବେ ଏପରି ପରିସ୍ଥିତିରେ କାର କମ୍ପାନୀଗୁଡ଼ିକୁ ଗ୍ରାହକଙ୍କୁ ଜରିମାନା ଦେବାକୁ ପଡିବ। ସୁପ୍ରିମକୋର୍ଟଙ୍କ କଠୋର ମନ୍ତବ୍ୟ: ଏଭଳି ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି ଯେ, ଯଦି ଦୁର୍ଘଟଣା ଘଟଣାରେ ଯାତ୍ରୀମାନଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟବହୃତ ଏୟାରବ୍ୟାଗ ଖୋଳିପାରେ ନାହିଁ, ତେବେ କମ୍ପାନୀମାନଙ୍କୁ ଜରିମାନା ଦେବାକୁ ପଡ଼ିବ। ଏୟାରବ୍ୟାଗ ନ ଖୋଲିବା କାର କମ୍ପାନୀଗୁଡିକର ଏକ ପ୍ରମୁଖ…

Read More

ଜମ୍ମୁ: ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସ ପାଳନ ଅବସରରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି। ଧାରା ୩୭୦ ରଦ୍ଦ ହେବା ଏବଂ ରାଜ୍ୟରେ ସ୍ଵତନ୍ତ୍ର ମାନ୍ୟତା ପାଇବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜମ୍ମୁ କାଶ୍ମୀର ଗସ୍ତର ପ୍ରଥମ ଗସ୍ତ। ଏହି ସମୟରେ ପ୍ରଧାନମନ୍ତ୍ରୀ ୨୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କଲେ। ତାଙ୍କ ସହ ମଞ୍ଚରେ ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ଏଠାରେ ବନିହାଲ କାଜିଗୁଣ୍ଡ ରୋଡ ଟନେଲର ଉଦଘାଟନ କରିଛନ୍ତି, ଯାହା ଜାମ୍ମୁ କାଶ୍ମୀରର ଅଞ୍ଚଳକୁ ନିକଟତର କରିବାରେ ସାହାଯ୍ୟ କରିବ। ଦିଲ୍ଲୀ-ଅମୃତସର-କଟ୍ରା ଏକ୍ସପ୍ରେସୱେ ଏବଂ ରାତଲେ ଏବଂ କୁୱାର ଜଳ ବିଦ୍ୟୁତ୍ ପ୍ରକଳ୍ପର ମୂଳଦୁଆ ପକାଯାଇଛି। ଅଗଷ୍ଟ, ୨୦୧୯ରେ ଧାରା ୩୭୦ ରଦ୍ଦ ହେବା ପରେ ଜମ୍ମୁ କାଶ୍ମୀରକୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ…

Read More

ଭୁବନେଶ୍ବର: ଆଜି ଭୁବନେଶ୍ବରର ତାପମାତ୍ରା ସର୍ବାଧିକ ରହିଛି। ଗତକାଲିଠାରୁ ଆଜିର ତାପମାତ୍ରା ବୃଦ୍ଧି ପାଇଛି। ଆଜି ୪୦ ଡ଼ିଗ୍ରୀ ଅତିକ୍ରମ କରିଛି ରାଜଧାନୀର ତାପମାତ୍ରା। ଭୁବନେଶ୍ୱର ପାଣିପାଗ ବିଭାଗ ଅନୁସାରେ ଆଜି ରାଜଧାନୀରେ ଦିନ ୧୧.୩୦ ସୁଦ୍ଧା ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଯଦି ଦିନ ସୁଦ୍ଧା ଏପରି ତାପମାତ୍ରା ଅନୁଭୂତ ହେଲାଣି ତେବେ ଦିନ ଗୋଟାଏ ବେଳକୁ ଏହାର ତାପମାତ୍ରା ଆହୁରି ବୃଦ୍ଧି ପାଇବ। ବର୍ତ୍ତମାନ ଲଗାତର ଭାବେ ରାଜଧାନୀର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଦିନ ଏଗାରଟା ସୁଦ୍ଧା ରାଜଧାନୀର ରାସ୍ତାଘାଟ ଗହଳି ହ୍ରାସ ପାଉଛି।

Read More

ନୂଆଦିଲ୍ଲୀ: ଆଇପିଏଲ୍ ପରେ ଜୁନ୍ ମାସରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ପାଇଁ ସ୍ଥାନ ଘୋଷଣା କରାଯାଇଛି। ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏହି ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ମ୍ୟାଚ୍ ଦିଲ୍ଲୀ, କଟକ, ବିଶାଖାପାଟନମ୍, ରାଜକୋଟ ଏବଂ ବାଙ୍ଗାଲୋରରେ ଖେଳାଯିବ। ବିସିସିଆଇ ଶନିବାର ଏହି ଘୋଷଣା କରିଛି। ବର୍ତ୍ତମାନ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ଆଇପିଏଲରେ ବ୍ୟସ୍ତ ଅଛନ୍ତି। ମେ ୨୯ ତାରିଖରେ ଆଇପିଏଲ୍ ଶେଷ ହେବା ପରେ ଉଭୟ ଦଳ ଆଗାମୀ ଆନ୍ତର୍ଜାତୀୟ ସିରିଜ୍ ପାଇଁ ପ୍ରସ୍ତୁତି ହେବେ। ଉଭୟ ଦଳର ଖେଳାଳିମାନେ ସିରିଜ୍ ପାଇଁ ପ୍ରସ୍ତୁତ ହେବାକୁ ମାତ୍ର ୧୦ ଦିନର ବିରତି ପାଇବେ। ନିକଟରେ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା, ଯେଉଁଠାରେ ଟେଷ୍ଟ ଏବଂ ଦିନିକିଆ ସିରିଜ୍ ଖେଳାଯାଇଥିଲା। ଏହି ଦୁଇଟି ସିରିଜରେ ଭାରତକୁ ଖରାପ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏଭଳି ପରିସ୍ଥିତିରେ ଆଗାମୀ ଟି-୨୦ ସିରିଜ…

Read More

ନୂଆଦିଲ୍ଲୀ: ଦୁଇ ଦିନ ପୂର୍ବେ ତେଲେଙ୍ଗାନାର ନିଜାମାବାଦର ଏକ ଘରେ ଏକ ବୈଦ୍ୟୁତିକ ସ୍କୁଟର ବ୍ୟାଟେରୀ ବିସ୍ଫୋରଣ ହୋଇ ନିଆଁ ଲାଗିଯିବା ପରେ ଜଣେ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଏହା ପରେ Pure EV କମ୍ପାନୀ ଏହାର ୨୦୦୦ ଗାଡି ପ୍ରତ୍ୟାହାର କରିବାକୁ ଘୋଷଣା କରିଛି। ଏବେ ରବିବାର ସକାଳେ ଆନ୍ଧ୍ରପ୍ରଦେଶର ବିଜୟୱାଡା ସହରର ଏକ ଘରେ ଗୋଟିଏ ଇଲେକ୍ଟ୍ରିକ୍ ମୋପେଡ୍ ବ୍ୟାଟେରୀ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ଶିବ କୁମାର (୪୦) ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ରହିଛି। ଉଭୟ ଶିଶୁ ଗୁରୁତର ଆହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ, ଶିବ କୁମାର ଶୁକ୍ରବାର ଦିନ ବୁମ ମୋଟର୍ସର କର୍ବେଟ ୧୪ ବୈଦ୍ୟୁତିକ ଗାଡି କିଣିଥିଲେ ଏବଂ ସେହି ରାତିରେ ଦୁର୍ଘଟଣା ଘଟିଥିଲା। ଶୁକ୍ରବାର ରାତି ପ୍ରାୟ ୧୦ ଟା ସମୟରେ ଇଲେକ୍ଟ୍ରିକ୍ ସ୍କୁଟରର…

Read More

ନୂଆଦିଲ୍ଲୀ: ଦେଶରେ କରୋନାର ଗତି ପୁଣି ଥରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୫୯୩ ଟି ନୂଆ ମାମଲା ପଞ୍ଜିକୃତ ହୋଇଛି। ଯାହା ପରେ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୫୯୭୩ କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ଆକଳନ ଅନୁଯାୟୀ, କରୋନା ଯୋଗୁଁ ଗୋଟିଏ ଦିନରେ ୪୪ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଯାହା ପରେ ମୃତ୍ୟୁ ସଂଖ୍ୟା ୫,୨୨,୧୯୩ ରେ ପହଞ୍ଚିଛି। ଏହା ବ୍ୟତୀତ ୧୭୫୫ ରୋଗୀ ମଧ୍ୟ କରୋନାରୁ ମୁକ୍ତି ପାଇଛନ୍ତି। ତେବେ ଏପର୍ଯ୍ୟନ୍ତ ୪ କୋଟି ୨୫ ଲକ୍ଷ ୧୯ ହଜାର ୪୭୯ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଏଥିସହିତ କରୋନା କାରଣରୁ ୫ ଲକ୍ଷ ୨୨ ହଜାର ୧୯୩ ଜଣଙ୍କର ମୃତ୍ୟୁ ହୋଇଛି। ସଂକ୍ରମଣ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ପୁଣି ଥରେ କରୋନା ପ୍ରତିବନ୍ଧକ ଲାଗୁ କରୁଛନ୍ତି। ଅନେକ ରାଜ୍ୟରେ ପୁଣି ଥରେ ମାସ୍କ…

Read More