Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ପାଳିତ
ଆଜିର ଖବର

ବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ପାଳିତ

April 28, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ବିଧାନସଭା ପରିସରରେ ପାଳିତ ହୋଇଯାଇଛି । ବାଚସ୍ପତି ଡଃ. ସୂର୍ଯ୍ୟ ନାରାୟଣ ପାତ୍ର, ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରୀ ଅମର ପ୍ରସାଦ ଶତପଥୀ, ଶ୍ରୀ ଭୂପିନ୍ଦର ସିଂ, ଉପମୁଖ୍ୟ ସଚେତକ ଶ୍ରୀ ରୋହିତ ପୂଜାରୀ, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର, ଉପସଚିବ ଶ୍ରୀ ଶିଶିରକାନ୍ତ ସ୍ୱାଇଁ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଉତ୍କଳଗୌରବ ମଧୁସୂଦନ ଦାସ ଭାଷାଭିତ୍ତିକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର ଥିଲେ। ମାତୃଭୂମି ଓ ମାତୃଭାଷାର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କ ଅବଦାନ ଅବିସ୍ମରଣୀୟ। ତାଙ୍କ ଅସୀମ ତ୍ୟାଗ, ତପସ୍ୟା, ସାଧନା, ସଂଗ୍ରାମ ଓ ପ୍ରତିବଦ୍ଧତା ପାଇଁ ଆମ ଓଡ଼ିଆ ଜାତି ଏକ ସ୍ୱତନ୍ତ୍ର ପରିଚୟ ପାଇବା ସହିତ ସସମ୍ମାନେ ମୁଣ୍ଡଟେକି ଠିଆହୋଇଛି ବୋଲି ବାଚସ୍ପତି ଡଃ. ପାତ୍ର ଓ ଅନ୍ୟ ଅତିଥିମାନେ ପ୍ରକାଶ କରିଥିଲେ।

ଶାଶ୍ୱତି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କଣ୍ଠଶିଳ୍ପୀମାନେ ମଧୁବାବୁଙ୍କ ଅମ୍ଳାନ ସ୍ମୃତିରେ ସୁମଧୁର ସଂଗୀତ ପରିବେଷଣ କରିଥିଲେ। ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶ୍ରୀ ଶିବପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଉତ୍କଳଗୌରବ ମଧୁସୂଦନ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ପାଖେଇଲା ଅକ୍ଷୟ ତୃତୀୟା ଜାଣନ୍ତୁ ଏହି ଦିନ କିପରି ଓ କେମିତି କରାଯାଏ ପୂଜା

April 18, 2026

ବାର ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

April 18, 2026

ଶିଖରଚଣ୍ଡୀରେ ଦନ୍ତା ଉତ୍ପାତ

April 18, 2026

ଗଞ୍ଜାମରେ ଓଲଟିଲା ବସ୍‌

April 18, 2026
Latest News

ହରମୁଜ୍ ସଙ୍କଟ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ୍ ଙ୍କ ବଡ଼ ନିଷ୍ପତ୍ତି: ରୁଷରୁ ତେଲ କିଣିବା ଜାରି ରଖିବ ଭାରତ

April 18, 2026

ପାଖେଇଲା ଅକ୍ଷୟ ତୃତୀୟା ଜାଣନ୍ତୁ ଏହି ଦିନ କିପରି ଓ କେମିତି କରାଯାଏ ପୂଜା

April 18, 2026

ବାର ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

April 18, 2026

ଶିଖରଚଣ୍ଡୀରେ ଦନ୍ତା ଉତ୍ପାତ

April 18, 2026

ଗଞ୍ଜାମରେ ଓଲଟିଲା ବସ୍‌

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.