Author: Samikhsya Bureau

ଭୁବନେଶ୍ବର: ଆଜି ଜିଲ୍ଲାପାଳ ତଥା ଜିଲ୍ଲା ଆରକ୍ଷୀ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଖୋଲମ ଖୋଲା କଥା ହୋଇଛନ୍ତି। ସେ ତାଙ୍କର ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନିଜେ କେତେଘଣ୍ଟା କାମ କରନ୍ତି ତାହା ଉପସ୍ଥିତ ଜିଲ୍ଲାପାଳ ତଥା ଏସପିମାନଙ୍କୁ କହିଥିଲେ। ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଆଠ ଘଣ୍ଟା ଡିୟୁଟିରେ ନାହାଁନ୍ତି। ସେହିପରି ଆପଣମାନେ ମଧ୍ୟ ଦିନକୁ ଆଠଘଣ୍ଟା କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ରୁହନ୍ତୁ ନାହିଁ। ମୁଖ୍ୟମନ୍ତ୍ରୀ ନିଜ କଥା ଉଦାହରଣ ଦେଇ କହିଥିଲେ ଯେ, ମୁଁ ନିଜେ ପ୍ରତିଦିନ ରାତି ୨/୩ଟା ବେଳେ ଶୋଉଛି । ଲୋକସେବା ଭବନରୁ ରାତି ୧୨ଟା ରେ ବାହାରୁଛି । ଆମେ ୮ ଘଣ୍ଟାର ଡ୍ୟୁଟିରେ ସୀମିତ ନୁହେଁ। ଏମିତି କହି ମୁଖ୍ୟମନ୍ତ୍ରୀ ଜିଲାପାଳ ଓ ଏସ୍‌ପିଙ୍କୁ ତାଗିଦ୍ କରିଛନ୍ତି।

Read More

ଭୁବନେଶ୍ବର: ଦୁଇଦିନିଆ ଝାଡଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବର୍ତ୍ତମାନ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଏକ ଗସ୍ତ ଚର୍ଚ୍ଚାକୁ ଆସିଛି। ଗତକାଲି ଓଡିଶା ରାଜଭବନରେ ମୁଖ୍ୟମନ୍ତ୍ରୀଙ୍କ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମୁଖ୍ୟମନ୍ତ୍ରୀ ସାକ୍ଷାତ କରି ଏହି ନିମନ୍ତ୍ରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗସ୍ତସୂଚି ଅନୁସାରେ ସେ ସେପ୍ଟେମ୍ବର ୩୦ ଏବଂ ଅକ୍ଟୋବର ୧ରେ ସେ ଝାଡଖଣ୍ଡ ଗସ୍ତରେ ଯିବେ। ୩୦ ତାରିଖରେ ସେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଏବଂ ୧ ତାରିଖରେ ଚାଇଁବାସାର କୋଲାହନ ରେ ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ।

Read More

ଭୁବନେଶ୍ବର: ଆସନ୍ତା ସୋମବାର ଦିନ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ। ଏ ନେଇ ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଜନସାଧାରଣଙ୍କ ନିମନ୍ତେ ବିଶେଷ ସୂଚନା ଯେ, ଆସନ୍ତା ସୋମବାର ସେପ୍ଟେମ୍ବର ୩୦ ତାରିଖ  ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଜରୁରୀ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ଥିବାରୁ ଭୁବନେଶ୍ୱର ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Read More

ଭଦ୍ରକ: ଭଦ୍ରକର ପରିସ୍ଥିତି ଏବେ ବି ଉତ୍ତେଜନା ପୂର୍ଣ୍ଣ ରହିଛି। ସେଠାରେ ଗତକାଲିଠାରୁ ବିଏନ୍‌ଏସ୍‌ଏସ୍‌ ୧୬୩ ଧାରା ଲାଗୁ କରାଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦଶ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ତେବେ ଆଜି 48 ଘଣ୍ଟା ପାଇଁ ଧାମନଗର ଅଞ୍ଚଳର ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ଏକ ଭିଡିଓକୁ ନେଇ ସେଠାରେ ପରିସ୍ଥିତି ଉତ୍ତେଜନା ରହିଛି। ଏହି ଭିଡିଓକୁ ଯିଏ ଅପଲୋଡ କରିଛି ତାହାକୁ ତୁରନ୍ତ ଗିରଫ କରିବାକୁ ଏକ ଗୋଷ୍ଠୀ ଦାବୀ କରିଥିଲେ। ହେଲେ ପୋଲିସ ସେମାନଙ୍କୁ ଗିରଫ କରିବାରେ ବିଳମ୍ବ ହୋଇଥିଲା। ଏହାକୁ ନେଇ ସେହି ଗୋଷ୍ଠୀ ତରଫରୁ ଏକ ପ୍ରତିବାଦ ରାଲି କରାଯାଇଥିଲା। ଏହି ରାଲି ଉପକୁ ଅନ୍ୟ ଗୋଷ୍ଠୀ ପଥର ମାଡ କରିବା ପରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଏହି ପଥରମାଡରେ କେତେକ ପୋଲିସ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣା ସାଂପ୍ରଦାୟିକତା ଆଡକୁ ଯାଉଥିବାରୁ ପୋଲିସ ତରଫରୁ ତୀକ୍ଷ୍ମ…

Read More

ବାଲେଶ୍ବର: ଉତ୍ତରପ୍ରଦେଶରୁ ପୁରୀ ଆସୁଥିବା କ୍ରିଷ୍ଣା ନାମକ ଏକ ଯାତ୍ରୀବାହୀ ବସ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟରେ ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ ୫୭ ଯାତ୍ରୀ ଥିଲାବେଳେ ୪ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ୧୬ ଜଣଙ୍କ ଅବସ୍ଥା ଗୁରୁତ୍ତର ହୋଇଛି। ସେମାନଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ୬୦ ନମ୍ବର ଜାତୀୟ ରାଜପଥର ମହମ୍ମଦନଗରରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ରାଜପଥରୁ କୋଡିଏ ଫୁଟ ତଳକୁ ଓଲଟି ପଡିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛନ୍ତି ।

Read More

ଭୁବନେଶ୍ବର: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଇତିମଧ୍ୟରେ ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରିଛନ୍ତି। ହଠାତ ତାଙ୍କର କୌଣସି ଦଳୀୟ କିମ୍ବା ସରକାରୀ କାର୍ଯ୍ୟକ୍ରମ ନ ଥିବା ବେଳେ ସେ ରଘୁବର ଦାସଙ୍କୁ ସାକ୍ଷାତ କରି ଫେରିଯିବାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ସେ ସିଧା ବିମାନ ବନ୍ଦରରୁ ରାଜଭବନ ଏବଂ ବିମାନ ବନ୍ଦର ଯାଇ ଝାଡଖଣ୍ଡ ଯାଇଥିଲେ। ତେବେ ସେ ରଘୁବର ଦାସଙ୍କ ସହିତ କଣ କଥା ହେଲେ ଆଉ ଏହା କଣ ଏତେ ଜରୁରୀ ଥିଲା କି ବୋଲି ସ୍ବାଭାବିକ ପ୍ରଶ୍ନ ଉଠିବ। ତେବେ ପୂର୍ବରୁ ରଘୁବର ଦାସ ଝାଡଖଣ୍ଡରେ ସକ୍ରିୟ ରାଜନୀତିକୁ ଫେରିବେ ବୋଲି ଚର୍ଚ୍ଚା ଚାଲିଛି। ଅନ୍ୟପଟେ ହିମନ୍ତ ଝାଡଖଣ୍ଡ ବିଜେପିର ପ୍ରଭାରୀ ଅଛନ୍ତି। ତେଣୁ ରଘୁବରଙ୍କ ସକ୍ରିୟ ରାଜନୀତିକୁ ଫେରିବା ଚର୍ଚ୍ଚାକୁ ଆହୁରି ଜୋରଦାର କରିଛି। ଆଉ ଦୁଇ ମାସ ପରେ ଝାଡଖଣ୍ଡ ନିର୍ବାଚନ ହେବ। ସେଥିପାଇଁ ସେଠାକାର ରାଜନୀତି ସରଗରମ…

Read More

ଭୁବନେଶ୍ୱର: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଓଡ଼ିଶାରେ କାର୍ଯ୍ୟରତ ବିଭିନ୍ନ ବିଭାଗ ଏବଂ ଅନ୍ୟ କେନ୍ଦ୍ରୀୟ କାର୍ଯ୍ୟାଳୟ ଗୁଡ଼ିକ ମଧ୍ୟରେ ସମନ୍ବୟ ରକ୍ଷା କରୁଥିବା ଆନ୍ତଃ ଗଣମାଧ୍ୟମ ପ୍ରଚାର ସମିତି ବୈଠକ ଆଜି ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପରିସରରେ ଅନୁଷ୍ଠିତ ହୋଇଯାଇଛି । ପିଆଇବିର ଓଡ଼ିଶା କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ସଫଳତାର ବିସ୍ତୃତ ପ୍ରଚାରପ୍ରସାର ଲାଗି ଆପୋସ ସମନ୍ୱୟ ଏବଂ ସହଯୋଗ ବୃଦ୍ଧି ନେଇ ବୈଠକରେ ସହମତି ହୋଇଛି । ବୈଠକରେ ଯୋଗ ଦେଇଥିବା ଅଧିକାରୀମାନେ ବର୍ତ୍ତମାନ ଜାରି ରହିଥିବା ‘ସ୍ୱଚ୍ଛତା ହିଁ ସେବା ଅଭିଯାନ’ ଅଧୀନରେ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି । ଅଭିଯାନ ସମ୍ପର୍କରେ ସଚେତନତାକୁ ଆହୁରି ବ୍ୟାପକ…

Read More

ନୂଆଦିଲ୍ଲୀ: ବିଶ୍ୱ ପର୍ଯ୍ୟଟନ ଦିବସ ସେପ୍ଟେମ୍ବର ୨୭ ତାରିଖରେ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ‘ପର୍ଯ୍ୟଟନ ମିତ୍ର ଏବଂ ପର୍ଯ୍ୟଟନ ଦିଦି’ ନାମରେ ଏକ ଜାତୀୟ ଦାୟିତ୍ୱସମ୍ପନ୍ନ ପର୍ଯ୍ୟଟନ କାର୍ଯ୍ୟକ୍ରମ ଆରମ୍ଭ କରିଛି । ସାମାଜିକ ଅନ୍ତର୍ଭୁକ୍ତିକରଣ, ନିଯୁକ୍ତି ଏବଂ ଅର୍ଥନୈତିକ ପ୍ରଗତିର ବାହକ ଭାବରେ ପର୍ଯ୍ୟଟନକୁ ସକ୍ଷମ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରରେ – ପର୍ଯ୍ୟଟନ ମନ୍ତ୍ରଣାଳୟ ଭାରତର ୬ଟି ପର୍ଯ୍ୟଟନ ସ୍ଥଳୀ ଯଥା- ଓରଛା (ମଧ୍ୟପ୍ରଦେଶ), ଗଣ୍ଡିକୋଟା (ଆନ୍ଧ୍ରପ୍ରଦେଶ), ବୋଧଗୟା (ବିହାର), ଆଇଜଲ (ମିଜୋରାମ), ଯୋଧପୁର (ରାଜସ୍ଥାନ) ଏବଂ ଶ୍ରୀ ବିଜୟପୁରମ୍ (ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ)ରେ ପର୍ଯ୍ୟଟନ ମିତ୍ର ଏବଂ ପର୍ଯ୍ୟଟନ ଦିଦିର ସଂଚାଳନ କରିଥିଲେ । ଏହି ପଦକ୍ଷେପ ମାଧ୍ୟମରେ , ପର୍ଯ୍ୟଟନ ମନ୍ତ୍ରଣାଳୟ ଗନ୍ତବ୍ୟସ୍ଥଳ ଗୁଡ଼ିକରେ ପର୍ଯ୍ୟଟକମାନଙ୍କ ପାଇଁ ସାମଗ୍ରିକ ଅନୁଭୂତିକୁ ଉନ୍ନତ କରିବାକୁ ଲକ୍ଷ୍ୟ ରଖିଛି, ଯେଉଁମାନେ ସେମାନଙ୍କ ଗନ୍ତବ୍ୟସ୍ଥଳ ପାଇଁ ଗର୍ବିତ ରାଷ୍ଟ୍ରଦୂତ ଏବଂ କାହାଣୀକାର ଥିବା ‘ପର୍ଯ୍ୟଟନ ଅନୁକୂଳ’…

Read More

ଭୁବନେଶ୍ୱର: ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ସ୍ୱଚ୍ଛ ଭାରତ ଅଭିଯାନ’କୁ ଇତିମଧ୍ୟରେ ୧୦ବର୍ଷ ପୂର୍ତ୍ତି ହେବାକୁ ଯାଉଥିବା ବେଳେ ଚଳିତବର୍ଷ ଗାନ୍ଧୀ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ସମଗ୍ର ଦେଶରେ ପାଳନ ହେଉଛି ‘ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ’ । ଏହିକ୍ରମରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ(ସିବିସି) ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ‘ସ୍ୱଚ୍ଛତା ହିଁ ସେବା’ ସମ୍ପର୍କିତ ଦୁଇଦିନିଆ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ପୁରୀ ଜିଲ୍ଲା ପିପିଲି ବ୍ଲକ୍ ସମପୁର ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ସମ୍ମାନିତ ଅତିଥି ଭାବରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଆୟୋଜିତ ଏକ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ ହୋଇଥିଲା ।…

Read More

ନୂଆଦିଲ୍ଲୀ: ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ICCR) ନୂଆଦିଲ୍ଲୀ, ଆଜାଦ ଭବନ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ ରାଜ୍ୟ ସରକାରଙ୍କ ପକ୍ଷରୁ ସାଂସ୍କୃତିକ, କଳା ଏବଂ ଶିକ୍ଷା ସମ୍ବନ୍ଧୀୟ ବିଷୟକୁ ନେଇ ଭାରତ ସରକାରଙ୍କ ସହିତ ଏକ ଚୁକ୍ତିପତ୍ର (MOU) ସ୍ୱାକ୍ଷର କରିଛନ୍ତି । ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ICCR), ଭାରତ ସରକାରଙ୍କ ପକ୍ଷରୁ ଅଞ୍ଜୁ ରଂଜନ, ଡେପୁଟି ଡାରେକ୍ଟର ଜେନେରାଲ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି । ପୂର୍ବରୁ ୨୦୨୨ ମସିହା ନଭେମ୍ବର ୧୧ ତାରିଖରେ “ଭାରତୀୟ ରାଜ୍ୟ ଗୁଡିକର ସାଂସ୍କୃତିକ ସମ୍ମେଳନ” (Bharat Ke Rajyon Ka Sanskrutic Sammelan)”ରେ ଦେଶର ୨୧ ଗୋଟି ରାଜ୍ୟ ଭାରତ ସରକାରଙ୍କ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ICCR) ସହିତ ଏହି ଚୁକ୍ତିନାମା ସ୍ୱାକ୍ଷର କରିସାରିଛନ୍ତି । ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଯେ ଓଡ଼ିଶା ସରକାର ତା.୨୭.୦୯.୨୦୨୪…

Read More

ନୂଆଦିଲ୍ଲୀ: ଯେଉଁମାନେ ଦୀର୍ଘ ସମୟ ଧରି ବସି ରହି କାମ କରନ୍ତି ସେମାନେ ବର୍ତ୍ତମାନଠାରୁ ସାବଧାନ ହୋଇଯାଆନ୍ତୁ। କାରଣ ଧାରାବାହିକ ଭାବେ ବସି ରହି କାମ କଲେ ବହୁ ସାଂଘାତିକ ରୋଗ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଯାହାକୁ Dead Butt Syndrome ବା ଡେଡ୍ ବୁଟ ସିନଡ୍ରୋମ କୁହାଯାଇଥାଏ। ଆଜିକାଲି ବହୁରାଷ୍ଟ୍ରୀୟ କମ୍ପାନୀରେ ପ୍ରାୟତଃ ବସିବା କାର୍ଯ୍ୟ ମିଳିଥାଏ। ଏପରି ପରିସ୍ଥିତିରେ ୯-୧୦ ଘଣ୍ଟା ପାଇଁ ନିରନ୍ତର କାର୍ଯ୍ୟ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ପ୍ରମାଣ କରୁଛି। ଲାମ୍ବା ସମୟ କାର୍ଯ୍ୟ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ଏହା ଅନେକ ସମସ୍ୟା ସୃଷ୍ଟି କରୁଛି। ଏହିପରି ଲୋକଙ୍କ ଶରୀରରେ ଯନ୍ତ୍ରଣା, ପିଠି ଯନ୍ତ୍ରଣା ଏବଂ ମୁଣ୍ଡବିନ୍ଧାର ସମସ୍ୟା ବଢିବାରେ ଲାଗିଛି। ଚାପରେ ଲାମ୍ବା ସମୟ ଧରି କାମ କରିବା ଦ୍ଵାରା ହୃଦୟ ଏବଂ କର୍କଟ ଭଳି ରୋଗ ବଢିବାରେ ଲାଗିଛି। ଯଦି ଆପଣ ମଧ୍ୟ ଦୀର୍ଘ ସମୟ ବସି…

Read More

ମେଷ:- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆପଣ ଆୟର ବୃଦ୍ଧି ଦେଖାଦେବ, ଯେଉଁଥିପାଇଁ ଆପଣଙ୍କ ଚେହେରାରେ ଖୁସିର ଅନୁଭବ ଆସିବ। ଆପଣ ଆଜି ଅଫିସରେ ବସଙ୍କ ସହିତ କଥା ହେବେ। କେହି ଶଶୂର ଘର ଲୋକ ଭେଟିବାକୁ ଆସିପାରନ୍ତି। ଜୀବନସାଥୀ ବହୁତ ଖୁସି ହେବେ। ବୃଷ:- ଆଜି ଆପଣଙ୍କ ଦିନ ଉତ୍କଣ୍ଠାର ପରିପୂର୍ଣ୍ଣ ହେବ। ଖର୍ଚ୍ଚର ହଠାତ୍ ବୃଦ୍ଧି ଚିନ୍ତା କରିପାରେ। ଘରର ବୃଦ୍ଧମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ଏହା ଖରାପ ହୋଇପାରେ। ଅତୀତରେ କିଛି କାମ ପାଇଁ କରାଯାଇଥିବା କାର୍ଯ୍ୟ ଆଜି ଫଳ ଦେବାକୁ ଯାଉଛି। ଦାମ୍ପତ୍ୟ ଜୀବନରେ ସୁଖ ରହିବ। ମିଥୁନ:- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆଜି ଲୋକଙ୍କ ପ୍ରତି ଭଲ କାମ କରିବାର ଅନୁଭବ ଜାଗ୍ରତ ହେବ। ଆଜି ଆପଣ ଆପଣଙ୍କ କାର୍ଯ୍ୟାଳୟର କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ। ଆପଣ କିଛି ଅସମାପ୍ତ କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ କରିବେ। ବ୍ୟବସାୟୀମାନଙ୍କ ପାଇଁ…

Read More

ଭୁବନେଶ୍ୱର: ଶିଳ୍ପ ସମୃଦ୍ଧ ଭାରତରେ ଓଡିଶା ବିକାଶର ଏକ ପ୍ରମୁଖ କ୍ଷେତ୍ର , ନିବେଶକ ମାନଙ୍କ ପ୍ରଥମ ପସନ୍ଦ ଭାବେ ପରିଚୟ ହାସଲ କରିଛି। ପ୍ରଗତି ପଥରେ ଆଗେଇ ଚାଲିଛି ଓଡିଶା। ଓଡିଶା ସରକାରଙ୍କ ସହଜ ଶିଳ୍ପନୀତି ନିବେଶକ ମାନଙ୍କୁ ଆକୃଷ୍ଟ କରୁଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ ଦୂରଦର୍ଶିତା ଓ ପ୍ରଗତିଶୀଳ ଚିନ୍ତାଧାରାକୁ ନେଇ ଓଡିଶାରେ ଆୟୋଜିତ ହେଉଛି ଉତ୍କର୍ଷ ଓଡିଶା– ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝିଙ୍କ ଦ୍ୱାରା ଆଜି ଏହାର ଲୋଗୋ ଉନ୍ମୋଚନ ସମାରେହ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଯାଇଛି । ରାଜ୍ୟକୁ ଆହୁରି ଶିଳ୍ପ ସମୃଦ୍ଧ କରିବା ପାଇଁ ଉତ୍ପାଦନ, ଭିତ୍ତିଭୂମି, ବସ୍ତ୍ର, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ପ୍ରମୁଖ କ୍ଷେତ୍ରଗୁଡିକରେ ବିନିଯୋଗ ପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ନିବେଶକ ମାନଙ୍କୁ ସ୍ୱାଗତ କରାଯାଇଛି। ଉତ୍କର୍ଷ ଓଡିଶା – ମେକ୍ ଇନ୍ ଓଡିଶା କନକ୍ଲେଭର ୨୦୨୫…

Read More

ଭୁବନେଶ୍ୱର: ଓଡିଶାରେ ‘ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟି’ର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ଏହି କ୍ୟାମ୍ପସ ଓଡିଶାର ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ଶିକ୍ଷା ପ୍ରଦାନ କରିବ। ଏହି ଜାତୀୟ ବିଶ୍ବବିଦ୍ୟାଳୟର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଲୋକସେବା ଭବନରେ ସାକ୍ଷାତ କରି ଏହା ଉପରେ ଆଲୋଚନା କରିଛନ୍ତି। ବଢୁଥିବା ସାଇବର କ୍ରାଇମ ପରିପ୍ରେକ୍ଷୀରେ ରାଜ୍ୟରେ ଏହିପରି ଏକ ଅନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ । ଅପରାଧର ତଦନ୍ତ ଓ ଅପରାଧ ରୋକିବା ଦିଗରେ ଦକ୍ଷ ବିଶେଷଜ୍ଞ ସୃଷ୍ଟି କରିବାରେ ମଧ୍ୟ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାଦ୍ବାରା ରାଜ୍ୟର ପୋଲିସ ଅଧିକାରୀ ମାନେ ସାଇବର ସିକ୍ୟୁରିଟି ଉପରେ ପ୍ରଶିକ୍ଷଣ ପାଇବାରେ ସୁବିଧା ହେବା…

Read More

ଭୁବନେଶ୍ୱର: ରାଜ୍ୟ ସରକାର କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଦେଖାଦେଇଥିବା ଡିପ୍‌ଥେରିଆ ରୋଗକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ରୋଗୀମାନଙ୍କର ଉଚ୍ଚତର ଚିକିତ୍ସା ଏବଂ ଏହି ରୋଗ କିପରି ଅଧିକ ନ ବ୍ୟାପିବ ସେଥି ପାଇଁ ବିଭିନ୍ନ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ରୋଗ ମୁଖ୍ୟତଃ ଶିଶୁମାନଙ୍କଠାରେ ଦେଖାଯାଉଥିବା ଜଣାପଡ଼ିଛି। ଏହା ଏକ ଟିକା ଦ୍ୱାରା ପ୍ରତିରୋଧ କରାଯାଇପାରୁଥିବା ରୋଗ ହୋଇଥିବାରୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟର ଏକ ଇମୁ୍ୟନାଇଜେସନ୍‌ ବିଶେଷଜ୍ଞ ଦଳ ଏବଂ ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ର ଶିଶୁରୋଗ ଏବଂ ପି.ଏସ୍‌.ଏମ୍‌ ବିଶେଷଜ୍ଞ ଦଳଙ୍କୁ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ସ୍ଥଳରେ ସେମାନଙ୍କୁ ଟିକା ଦେବାର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହ ଡିପ୍‌ଥେରିଆ ଦେଖାଯାଇଥିବା ଅଞ୍ଚଳରେ ରୋଗୀମାନଙ୍କୁ ଚିକିତ୍ସା ଯୋଗାଉଥିବା ଚିକିତ୍ସକ ଦଳଙ୍କୁ ସହଯୋଗ କରିବା ସହ ରୋଗର ବିସ୍ତାରକୁ ରୋକିବା ପାଇଁ…

Read More

ଭୁବନେଶ୍ୱର: ଏକ ଚମତ୍କାର ପ୍ରଦର୍ଶନରେ ପୂର୍ବତଟ ରେଳପଥର ଖେଳାଳିମାନେ ଚିତ୍ତରଞ୍ଜନ ଲୋକୋମୋଟିଭ୍ ୱାର୍କସ (CLW) ରେ 23 ରୁ 25 ସେପ୍ଟେମ୍ବର 2024 ପର୍ଯ୍ୟନ୍ତ ଆୟୋଜିତ 14 ତମ ସର୍ବ ଭାରତୀୟ ରେଳବାଇ ଆର୍ଚେରୀ ଚମ୍ପିଅନସିପ୍ 2024 ରେ ଚାରିଟି ପଦକ ହାସଲ କରିଛି। ରେଳଡବା ମରାମତି କାରଖାନା, ମଞ୍ଚେଶ୍ୱରରୁ ପ୍ରତିନିଧିତ୍ୱ କରୁଥିବା ଶ୍ରୀ ସୁଭମ୍ ଦାଶ କମ୍ପାଉଣ୍ଡ ଗୃପରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ଉଲ୍ଲେଖନୀୟ ଦକ୍ଷତା ପ୍ରଦର୍ଶନ କରିଥିବାବେଳେ ରେଳପଥର ଜେନେରାଲ୍ ଷ୍ଟୋରସ୍ ଡିପୋ (ଜିଏସଡି) ର ଶ୍ରୀ କୁଲଭେନ୍ଦର ସିଂ ସମାନ ବର୍ଗରେ ଦୁଇଟି ରୌପ୍ୟ ପଦକ ହାସଲ କରି ରେଳପଥ ପାଇଁ ଗର୍ବ ଏବଂ ସ୍ୱୀକୃତି ଆଣିଛନ୍ତି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ସେମାନଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ଉଭୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ସେମାନଙ୍କର ନିଷ୍ଠା ଏବଂ ପରିଶ୍ରମ ପାଇଁ ସେମାନଙ୍କୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ମହାପ୍ରବନ୍ଧକ ଶ୍ରୀ…

Read More

ଭୁବନେଶ୍ୱର: ଦରଦାମ ବୃଦ୍ଧିଠାରୁ ଆରମ୍ଭ କରି ନାରୀ ସୁରକ୍ଷା, ପୁଞ୍ଜି ବିନିଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ଓଡିଶାରେ ବିଜେପି ସରକାର ବିଫଳ ହୋଇଛି। ଏ ସରକାର ଶହେ ଦିନ ପୂରଣ କରିସାରିଲାଣି। କିନ୍ତୁ ସରକାରର ବିଫଳତା ଆଜି ସବୁଆଡେ ନିରାଶା ସୃଷ୍ଟି କରିଛି। ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଅହେତୁକ ଦରବୃଦ୍ଧି ସାଧାରଣ ଲୋକଙ୍କୁ ଘର ଚଳାଇବା କଷ୍ଟ କରି ଦେଲାଣି। ମହିଳା ମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ନାରୀ ନିର୍ଯାତନା ବଢି ଚାଲିଛି।ଏପରିକି ସରକାରୀ କର୍ମଚାରୀ ମାନେ ମଧ୍ୟ ନିଜକୁ ସୁରକ୍ଷିତ ମନେକରୁନାହାନ୍ତି। ପୁରୀ ରାଜଭବନରୁ ଆରମ୍ଭ କରି ଭରତପୁର ଥାନା ପର୍ଯ୍ୟନ୍ତ ଏ ସବୁ ଘଟଣା ସରକାରଙ୍କ ବିଫଳତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଓଡିଶାରୁ ପୁଞ୍ଜି ଫେରି ଯାଉଛି। ଶିଳ୍ପପତି ମାନଙ୍କର ଓଡିଶା ସରକାର ଭରସା ନାହିଁ। ଏହିପରି ଅନେକ ବିଫଳତା ଶହେ ଦିନର ସରକାରର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ବିଜୁ ଜନତା…

Read More

ଭୁବନେଶ୍ବର: ବରିଷ୍ଠ ଆଇପିଏସ ତଥା ପୋଲିସ ଟ୍ରେନିଂ ଏକାଡେମୀର ନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ ଓଡିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ହେବେ। ଏ ନେଇ ଆଜି ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ଛଅ ବର୍ଷ କିମ୍ବା ତାଙ୍କୁ 62 ବର୍ଷ ବୟସ କିମ୍ବା ସରକାରଙ୍କ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ। ଶ୍ରୀ ଷଡଙ୍ଗୀ ଚଳିତ ବର୍ଷ ଜାନୁୟାରୀରେ ଓଡିଶା ପୋଲିସ ଡିଜି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କ ସମୟରେ ଓଡିଶାର ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହାପରେ ନୂଆ ସରକାର ଆସିବା ପରେ ଅରୁଣ ଷଡଙ୍ଗୀଙ୍କୁ ଡିଜି ପଦରୁ ହଟାଇ ଦିଆଯାଇ ୱାଇ ବି ଖୁରାନିୟାଙ୍କୁ ନିଯୁକ୍ତି କରାଯାଇଛି।

Read More

ନୂଆଦିଲ୍ଲୀ: ବିଶ୍ୱ ପରିବେଶ ଦିବସ, ୫ ଜୁନ୍ ୨୦୨୪ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ଏକ ବୋଧି ବୃକ୍ଷର ଚାରା ରୋପଣ କରି ‘ମାଆଙ୍କ ନାମରେ ଗୋଟିଏ ଗଛ’ ନାମକ ଅଭିନବ ଅଭିଯାନର ଶୁଭାରମ୍ଭ କରିଥିଲେ। ପରିବେଶର ବିକାଶ ପାଇଁ ଏହି ସାମୁହିକ ଅଭିଯାନକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ‘ମାଆଙ୍କ ନାମରେ ଗୋଟିଏ ଗଛ’ ଏକ ପ୍ରତୀକାତ୍ମକ ଅଭିଯାନ। ଏହାଦ୍ୱାରା ଦୁଇଟି ଉଦ୍ଦେଶ୍ୟ ସାଧନ ହେଉଛି । ଗୋଟିଏ ହେଲା ଜଣଙ୍କ ଜୀବନରେ ମାଆଙ୍କ ଭୂମିକାକୁ ସମ୍ମାନ ଦେବା ଏବଂ ଅନ୍ୟଟି ହେଲା ସମଗ୍ର ବିଶ୍ୱର ସ୍ୱାସ୍ଥ୍ୟ ପ୍ରତି ଅବଦାନ ରଖିବା। ବୃକ୍ଷ ଠିକ୍ ମାଆଙ୍କ ଭଳି ପରବର୍ତ୍ତୀ ପିଢ଼ିକୁ ସୁରକ୍ଷିତ ରଖିଥାଏ। ୮୦ କୋଟି ଚାରାରୋପଣ ୨୦୨୪ ସେପ୍ଟେମ୍ବର ମାସ ସୁଦ୍ଧା ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ସଫଳତାର ସହ ‘ମାଆଙ୍କ ନାମରେ ଗୋଟିଏ ଗଛ’ ଅଭିଯାନରେ ୮୦ କୋଟି ଚାରାରୋପଣ…

Read More

ଭୁବନେଶ୍ବର: ଲୋକସେବା ଭବନ  କନଭେନସନ ସେଣ୍ଟରରେ ଆୟୋଜିତ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନ ପରେ ଦ୍ୱିତୀୟ ଅଧିବେଶନରେ ‘ସୁଭଦ୍ରା”  ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧରେ ଉପସ୍ଥାପନା କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଏ ସଂପର୍କିତ ଉପସ୍ଥାପନ କରିଥିଲେ। “ସୁଭଦ୍ରା”ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ସେ ସମସ୍ତ ଜିଲ୍ଲାପାଳକୁ ଧନ୍ୟବାଦ ଜଣାଇଥିଲେ । ଏଥିରେ ଦର୍ଶାଯାଇଥିଲା ଯେ ଅଦ୍ୟାବଧି ଛପା ଯାଇଥିବା  ୧ କୋଟି ୮୯ ଲକ୍ଷ ୩୪ ହଜାର ୧୭୬ ସୁଭଦ୍ରା ଆବେଦନ ଫର୍ମ ମଧ୍ୟରୁ ୧ କୋଟି ୫୭ ଲକ୍ଷ ୧ ହଜାର ୫୫  ଫର୍ମ ବଣ୍ଟନ କରାଯାଇଛି । ଆଜି  ତାରିଖ ପର୍ଯ୍ୟନ୍ତ ୯୫ ଲକ୍ଷରୁ  ଅଧିକ  ଆବେଦନ  ପଞ୍ଜିକୃତ ହୋଇସାରିଛି। ସମୁଦାୟ ୨୫ ଲକ୍ଷ ୨୯ ହଜାର ୭୨୦ “ସୁଭଦ୍ରା” ହିତାଧିକାରୀଙ୍କୁ  ଅର୍ଥରାଶି ପ୍ରଦାନ କରାଯାଇଛି। ଏଥି…

Read More

ଭୁବନେଶ୍ବର: ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଯାଇଛି । ସମ୍ମିଳନୀରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିଜ ଅନୁଭୁତି ଓ ଅଭିଜ୍ଞତାରୁ ପ୍ରଶାସନିକ ସ୍ତରରେ ପୂର୍ବରୁ ହେଉଥିବା ଅନେକ ତ୍ରୁଟି ବିଚ୍ୟୁତି ସମ୍ପର୍କରେ ମଧ୍ୟ ଜିଲ୍ଲାପାଳମାନଙ୍କୁ ସଚେତନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ସବୁ ଯୋଜନା ଠିକ୍‌ ସମୟରେ ଆରମ୍ଭ ହେବା ଓ ଠିକ୍‌ ସମୟରେ ଶେଷ ହେବା ହେଉଛି ଖୁବ୍ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଅନେକ ସମୟରେ ଏଥିରେ ଅହେତୁକ ବିଳମ୍ବ ହେଉଛି। ଏହା ଦ୍ୱାରା ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହେବା ସହିତ ଅନିୟମିତତା, ଦୁର୍ନୀତି ଓ ପ୍ରକଳ୍ପ ଖର୍ଚ୍ଚ ମଧ୍ୟ ବଢୁଛି। ତେଣୁ ପ୍ରକଳ୍ପର ଗୁଣାତ୍ମକ ମାନ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ତେଣୁ, ସବୁ ଯୋଜନା ଯେପରି ଠିକ୍‌ ସମୟରେ କାର୍ଯ୍ୟକାରୀ…

Read More