ନୂଆଦିଲ୍ଲୀ: ଆଜି କୋଟିଆ ପ୍ରସଙ୍ଗରେ ଓଡିଶାକୁ ବଡ ଆଶ୍ଵସ୍ତି ମିଳିଛି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆନ୍ଧ୍ରପ୍ରଦେଶର ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଓଡିଶାର କୋଟିଆ ଗ୍ରାମପୁଞ୍ଜକୁ ନିଜର ବୋଲି ଆନ୍ଧ୍ର ଦାବି କରୁଥିଲା। ଏନେଇ ଓଡିଶା ଏବଂ ଆନ୍ଧ୍ର ମାଧ୍ୟରେ ବିବାଦ ଦେଖାଦେଇଥିଲା। ତେଣୁ କୋଟିଆ ଗ୍ରାମପୁଞ୍ଜକୁ ନିଜ ରାଜ୍ୟର ଦାବି କରି ସୁପ୍ରିମକୋର୍ଟରେ ଆନ୍ଧ୍ର ଏକ ରିଟ ପିଟିସନ ଦାଖଲ କରିଥିଲା। ଯାହାରା ଶୁଣାଣି ଆଜି ସୁପ୍ରିମକୋର୍ଟରେ କରାଯାଇଥିଲା। ଆନ୍ଧ୍ରର ଦାବିକୁ ସୁପ୍ରିମକୋର୍ଟରେ ଓଡିଶା ଓକିଲ କଡା ଜବାବ ଦେଇଥିଲେ। ଯାହା ପରେ ଆନ୍ଧ୍ରପ୍ରଦେଶର ରିଟ୍ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ।
Author: Samikhsya Bureau
ନୂଆଦିଲ୍ଲୀ: ପଞ୍ଜାବରେ ଶପଥ ଗ୍ରହଣ କରିଥିବା ୧୧ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ସେଥିମଧ୍ୟରୁ ଚାରିଜଣଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି। ନିର୍ବାଚନ ସଂସ୍କାର ପାଇଁ କାର୍ଯ୍ୟ କରୁଥିବା ସଂଗଠନ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ର ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଏହି ୧୧ ଜଣ ମନ୍ତ୍ରୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଅନ୍ତର୍ଭୁକ୍ତ। ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ୧୧ ଜଣ ମନ୍ତ୍ରୀଙ୍କ ସତ୍ୟପାଠକୁ ପଞ୍ଜାବ ଇଲେକ୍ସନ୍ ୱାଚ୍ ଏବଂ ଏଡିଆର ବିଶ୍ଳେଷଣ କରିଛି। ସେମାନଙ୍କ ମଧ୍ୟରୁ ୭ ଜଣ ମନ୍ତ୍ରୀ ସତ୍ୟପାଠରେ ଅପରାଧିକ ମାମଲା ରହିଥିବା ଘୋଷଣା କରିଥିବା ବେଳେ ଚାରିଜଣ ନିଜ ବିରୋଧରେ ଗୁରୁତର ଅପରାଧିକ ମାମଲା ଘୋଷଣା କରିଛନ୍ତି। ଏହି ୧୧ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ନଅ ଜଣ କୋଟିପତି ଏବଂ ସେମାନଙ୍କର ସମ୍ପତ୍ତି ହାରାହାରି ୨.୮୭ କୋଟି ଟଙ୍କା। ସର୍ବାଧିକ ଘୋଷିତ ମୋଟ ସମ୍ପତ୍ତି…
ଭୁବନେଶ୍ଵର: ରାଜ୍ୟରେ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଇବାର ଲାଗିଛି। ଆଜି ରାଜ୍ୟର ୫ ଟି ସହରରେ ୪୦ ଡିଗ୍ରୀରୁ ଉର୍ଦ୍ଧ୍ଵ ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟର ଟିଟିଲାଗଡ ସହର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଛି। ଏହି ସହରରେ ଆଜି ୪୧.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀରିରେ ୪୧ ଡିଗ୍ରୀ ତାପମାତ୍ରା ରହିଛି। ସେହିଭଳି ଅନୁଗୁଳରେ ଆଜିର ତାପମାତ୍ରା ୪୦.୧ ଡିଗ୍ରୀ ଥିବା ବେଳେ ବୌଦ୍ଧ ଏବଂ ବାରିପଦାର ତାପମାତ୍ରା ୪୦ ଡିଗ୍ରୀ ଲେଖାଏଁ ରେକର୍ଡ କରାଯାଇଛି। ତେବେ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ଆଜି ୩୭.୬ ଡିଗ୍ରୀ ସେଲସିୟସ ରହିଛି ଏବଂ କଟକର ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ବର: କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡର ଗୁମର ଧିରେଧିରେ ଖୋଲିବାରେ ଲାଗିଛି। ଆଜି ଭଦ୍ରକ ପୋଲିସ ରାଜ୍ୟ ସରକାରଙ୍କ ପୂର୍ବତନ ସୂଚନା ଓ ଲୋକ ସଂପର୍କ ନିର୍ଦ୍ଦେଶକ ନିରଂଜନ ସେଠୀ ଗିରଫ ହୋଇଛନ୍ତି। ଏଥିସହିତ ରାଜ କମ୍ୟୁନିକେସନର ମାଲିକ ରଂଜନ ନାୟକ ମଧ୍ୟ ଗିରଫ ହୋଇଛନ୍ତି। ଏ ନେଇ ଭଦ୍ରକ ଅତିରିକ୍ତ ଏସପି ଯତୀନ ପଣ୍ଡା ସ୍ପଷ୍ଟ କରିଛନ୍ତି। ପୋଲିସ ଅନୁସାରେ ନିରଂଜନ ସେଠୀ, ମାନସଙ୍କୁ ବାରମ୍ବାର ସେହି ଚିପ୍ ଫେରା ବୋଲି ଫୋନ କରିଥିଲେ। ଏପରକି ସେ ଧମକ ଚମକ ମଧ୍ୟ ଦେଇଥିଲେ। ଶେଷ ମାନସର ହତ୍ୟାକାଣ୍ଡରେ ସେ ସଂପୃକ୍ତ ବୋଲି ପୋଲିସ କହିଛି। ହେଲେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଏକ ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ଫେରାର ଅଛନ୍ତି।
ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (5-ଟି ) ଭି. କେ. ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ସମୁଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି | ଏହି ଉଚ୍ଚ ସଚିବ ସ୍ତରୀୟ ଟିମରେ ୱାର୍କସ ବିଭାଗର ପ୍ରମୁଖ ସଚିବ ଭି. ଭି ଯାଦବ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର. ଭିନିଲକ୍ରିଷ୍ଣା ସମ୍ବଲପୁର ଆସିଥିଲେ। ଏହି ଉଚ୍ଚ ସଚିବ ସ୍ତରୀୟ ଟିମ ସମ୍ବଲପୁରରେ ପହଂଚି ପ୍ରଥମେ ମା ସମୁଲେଇଙ୍କ ଦର୍ଶନ ସହିତ ପ୍ରକଳ୍ପପାଇଁ ବିସ୍ତାପିତ ହେବାକୁ ଥିବା ଅଞ୍ଚଳକୁ ନିରୀକ୍ଷଙ୍କ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜନବସତି କୁ ସ୍ଥାନାନ୍ତରଣ କରି ଦୁର୍ଗାପାଲି ଠାରେ ନିର୍ମାଣଧୀନ କଲୋନୀ କୁ ଅବସ୍ଥାପିତ କରାଯିବ। ସେଠାରେ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସୁବିଧା ଯୋଗେଇ ଦିଆଯିବ। ଏହି ପ୍ରକଳ୍ପ ଦ୍ୱାରା ସମ୍ବଲପୁର ଜିଲ୍ଲା ଓଡିଶା ମାନଚିତ୍ରରେ ଏକ…
ସ୍ୱାସ୍ଥ୍ୟ ଟିପ୍ସ: ଛେନା, ମହୁ ଏବଂ ଖାଇବା ତେଲ ପରି ଜିନିଷରେ ଏବ ଅପମିଶ୍ରଣ ହେଉଥିବା ଆପଣ ନିଶ୍ଚିତ ଭାବେ ଶୁଣିଥିବେ। କିନ୍ତୁ ଆଜିକାଲି ରୋଟି ତିଆରିରେ ବ୍ୟବହୃତ ହେଉଥିବା ଅଟାରେ ମଧ୍ୟ ଅପମିଶ୍ରଣ ହେଉଛି। ଯାହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇପାରେ। ଗହମ ଅଟାରେ ମଧ୍ୟ ଏବେ ଚକ ପାଉଡର ଏବଂ ମଇଦା ମିଶ୍ରିତ ହେଉଛି। ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। କିନ୍ତୁ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ଆପଣ କିଛି ଟିପ୍ସ ଅନୁସରଣ କରି ଏହି ଅପମିଶ୍ରଣକୁ ସହଜରେ ଚିହ୍ନଟ କରିପାରିବେ। ଏହି ଉପାୟରେ ଅପମିଶ୍ରିତ ଅଟାକୁ ଚିହ୍ନଟ କରନ୍ତୁ: ଏକ ଗ୍ଲାସ୍ ପାଣି- ଅପମିଶ୍ରିତ ଅଟାକୁ ଚିହ୍ନିବା ପାଇଁ ପ୍ରଥମେ ଏକ ଗ୍ଲାସରେ ପାଣି ନିଅନ୍ତୁ ଏବଂ ବର୍ତ୍ତମାନ ଏହି ପାଣିରେ ଅଧା ଚାମଚ ଅଟା ମିଶାନ୍ତୁ। ଏହା ପରେ, ଯଦି ଆପଣ ପାଣିରେ କିଛି ଭାସୁଥିବା ଦେଖନ୍ତି, ତେବେ…
ନୂଆଦିଲ୍ଲୀ: ଭାରତରେ ବୈଦ୍ୟୁତିକ ଯାନ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବର୍ତ୍ତମାନ ଏକ ନୂଆ ଇଲେକ୍ଟ୍ରିକ୍ ସ୍କୁଟର ବଜାରକୁ ଆସିଛି। ଆଗ୍ରା ବେସେଡ଼ ବୈଦ୍ୟୁତିକ ଯାନ ନିର୍ମାତା NIJ ଅଟୋମୋବାଇଲ୍ ଆକ୍ସିଲେରୋ + ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିଛି। ଏହାର ମୂଲ୍ୟ 53,000 ରୁ ଆରମ୍ଭ ହୋଇଥାଏ, ଯାହା ବ୍ୟାଟେରୀ ପ୍ୟାକ୍ ଉପରେ ନିର୍ଭର କରି 98,000 ଟଙ୍କା ପର୍ଯ୍ୟନ୍ତ ଯାଏ। ଏହା ଭଲଭ୍ ରେଗୁଲେଟେଡ୍ ଲିଡ୍-ଏସିଡ୍ (VRLA) ଏବଂ ଲିଥିୟମ୍ ଫେରୋ ଫସଫେଟ୍ (LFP) ବ୍ୟାଟେରୀ ପ୍ୟାକ୍ ର ବିକଳ୍ପ ପାଇଥାଏ। ଏହାର ଅନେକ ପ୍ରକାରରେ ମିଳିବ। NIJ Accelero + ତିନୋଟି ରାଇଡିଂ ମୋଡ୍ ପାଇଥାଏ। ସବୁଠାରୁ ଦକ୍ଷ ଇକୋ ମୋଡ୍ ରେ, ଏହି ଇଲେକ୍ଟ୍ରିକ୍ ସ୍କୁଟର ପୂର୍ଣ୍ଣ ଚାର୍ଜିଂ ଉପରେ 190 କିଲୋମିଟର ପର୍ଯ୍ୟନ୍ତ ପରିସର ଦେଇପାରେ। ତେବେ ସହରରେ ଏହି ପରିସର ହ୍ରାସ ପାଇବ। LFP ବ୍ୟାଟେରୀ ପ୍ୟାକ୍ 1.5kW (48V), 1.5kW (60W)…
ନୂଆଦିଲ୍ଲୀ : ବଙ୍ଗୋପସାଗରର ଦକ୍ଷିଣ ପୂର୍ବରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାକୁ ରୂପାନ୍ତରିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଦେଇଛି। ଏହାଦ୍ବାରା 70-80 କିଲୋମିଟର ବେଗରେ ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି। ଯାହା 90 କିଲୋମିଟର ପର୍ଯ୍ୟନ୍ତ ପ୍ରବାହିତ ହେବ ବୋଲି ଅନୁମାନ କରାଯାଉଛି। ଏହି ବାତ୍ୟାର ନାମ ଆସାନି ରଖାଯାଇଛି। ଏହି ବାତ୍ୟା ଆଣ୍ଡାମାନ ନିକୋବର ଅଞ୍ଚଳରେ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଇଛି। ତେବେ ଏହି ଲଘୁଚାପ ଦ୍ବାରା ଆଣ୍ଡାମାନରେ ଗତକାଲି ଅପରାହ୍ନଠାରୁ ପ୍ରବଳ ବର୍ଷା ଲାଗିରହିଛି। ଫଳରେ ଜନଜୀବନ ଚଳାଚଳରେ ବ୍ୟାଘାତ ଘଟିଛି। ବାତ୍ୟା ଆସାନିକୁ ଦୃଷ୍ଟିରେ ରଖି ଆଣ୍ଡାମାନ ଏବଂ ନିକୋବର ପ୍ରଶାସନ ମାର୍ଚ୍ଚ 21 ରୁ ସତର୍କତାମୂଳକ ପଦକ୍ଷେପ ଭାବରେ ୟୁନିଅନ ଅଞ୍ଚଳର ସମସ୍ତ ସ୍କୁଲ ଏବଂ କଲେଜକୁ ବନ୍ଦ କରିଦେଇଛନ୍ତି। ଆସାନି ପାଇଁ ଦ୍ୱୀପପୁଞ୍ଜରେ ହାଇ ଆଲର୍ଟ ଜାରି ସହିତ NDRF ଦଳକୁ ମୁତୟନ କରାଯାଇଛି। UT ପ୍ରଶାସନ…
ନୂଆଦିଲ୍ଲୀ: ପଞ୍ଜାବରୁ ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କୁ ରାଜ୍ୟସଭାକୁ ପଠାଇବାକୁ ଆମ୍ ଆଦମୀ ପାର୍ଟି ଘୋଷଣା କରିଛି। ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ବିଧାୟକ ରାଘବ ଚଢାଙ୍କୁ ମଧ୍ୟ ଆମ୍ ଆଦମୀ ପାର୍ଟି ପଞ୍ଜାବରୁ ରାଜ୍ୟସଭାକୁ ପଠାଉଛି। ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି ମଧ୍ୟ ପଞ୍ଜାବରୁ ଆଇଆଇଟି ଦିଲ୍ଲୀର ପ୍ରଫେସର ସନ୍ଦୀପ ପାଠକଙ୍କୁ ରାଜ୍ୟସଭାକୁ ପଠାଇବାକୁ ଘୋଷଣା କରିଛି। ମାର୍ଚ୍ଚ ୩୧ ତାରିଖରେ ପଞ୍ଜାବର ପାଞ୍ଚଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ସମ୍ପ୍ରତି ବିଧାନସଭା ନିର୍ବାଚନରେ ୯୨ ଟି ସିଟ୍ ଜିତିଥିବା ଆମ୍ ଆଦମୀ ପାର୍ଟିକୁ ଏହି ପାଞ୍ଚଟି ସିଟ୍ ଯାଇପାରିବ। ମାର୍ଚ୍ଚ ୨୧ ତାରିଖ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଏବଂ ଏପର୍ଯ୍ୟନ୍ତ ଆମ୍ ଆଦମୀ ପାର୍ଟି ଦ୍ୱାରା ତିନିଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଡକ୍ଟର ସନ୍ଦୀପ ପାଠକଙ୍କୁ ରାଜ୍ୟସଭାକୁ ପଠାଇବାକୁ ଆମ୍ ଆଦମୀ ପାର୍ଟି ପ୍ରଥମେ ଘୋଷଣା କରିଥିଲା। ଏପର୍ଯ୍ୟନ୍ତ…
ଭୁବନେଶ୍ବର: ଆଉ ଦୁଇଦିନ ପରେ ହେବ ପୌର ନିର୍ବାଚନର ଭୋଟ ଗ୍ରହଣ। ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏଥିରେ ତିନୋଟି ମୁନିସପାଲ କରର୍ପୋରେସନ, ୪୭ଟି ମୁନିସପାଲଟି, ୫୯ଟି ଏନଏସିରେ ନିର୍ବାଚନ ହେବ। ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିବା ପାଇଁ ମୋଟ ୧୯୫ ପ୍ଲୁାଟୁନ ଫୋର୍ସ ମୁତୟନ ହେବେ। ସେଥିପାଇଁ ନିର୍ବାଚନ କମିଶନର ଏବଂ ପୋଲିସ ତରଫରୁ ବନ୍ଦୋବସ୍ତ କରାଯାଇଛି। ତେବେ ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ ଏହି ଭୋଟ ଗ୍ରହଣ ଆସନ୍ତା ୨୪ ତାରିଖ ସକାଳ ୮ଟାରୁ ଆରମ୍ଭ ହୋଇ ସଂଧ୍ୟା ୫ଟା ପର୍ୟ୍ୟନ୍ତ ଚାଲିବ।
ଭୁବନେଶ୍ବର: ଆଉ ମାତ୍ର ଦୁଇଦିନ ପରେ ହେବ ପୌର ନିର୍ବାଚନ। ସେଥିପାଇଁ ପୋଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି ନିର୍ବାଚନରେ ତିନୋଟି ମୁନିସପାଲ କରର୍ପୋରେସନ, ୪୭ଟି ମୁନିସପାଲଟି, ୫୯ଟି ଏଏଲଏସିରେ ନିର୍ବାଚନ ହେବ। ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିବା ପାଇଁ ମୋଟ ୧୯୫ ପ୍ଲୁାଟୁନ ଫୋର୍ସ ମୁତୟନ ହେବେ। ସେଥିପାଇଁ ନିର୍ବାଚନ କମିଶନର ଏବଂ ପୋଲିସ ତରଫରୁ ବନ୍ଦୋବସ୍ତ କରାଯାଇଛି। ଏଥିରେ କେବଳ ଭୁବନେଶ୍ବରରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ସେହିପରି ବ୍ରହ୍ମପୁରରେ ୧୦ ଏବଂ କଟକରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ଏଥିସହିତ ୩୦୦ଟି ମୋବାଇଲ ପାର୍ଟି ରହିବେ। ସେମାନଙ୍କ ମଧ୍ୟରୁ ତିନୋଟି ମୁନିସପାଲ କରର୍ପୋରେସନରେ ୧୦୯ଟି ମୋବାଇଲ ପାର୍ଟି ନିୟୋଜିତ ହେବେ। ପ୍ରତ୍ୟେକ ବୁଥରେ ଜଣେଜଣେ କନେଷ୍ଠବଳ କିମ୍ବା ହାବିଲଦାର ନିୟୋଜିତ ହେବେ। ହେଲେ ଯେଉଁ ବୁଥଗୁଡିକ ଉତ୍ତେଜନା ପ୍ରବଣ ହୋଇଥିବା ସେଠାରେ ଏହି ପୋଲିସ ସହିତ ଜଣେ…
ନୂଆଦିଲ୍ଲୀ: ଦିଲ୍ଲୀରୁ ଦୋହା ଅଭିମୁଖେ ଏକ କତର ଏୟାରୱେଜ୍ ବିମାନ ପାକିସ୍ତାନର କରାଚିରେ ଜରୁରୀକାଳିନ ଅବତରଣ କରିଛି। ଗଣମାଧ୍ୟମ ଅନୁଯାୟୀ 100 ରୁ ଅଧିକ ଯାତ୍ରୀ QR579579 ବିମାନରେ ଯାତ୍ରା କରୁଥିଲେ। ବୈଷୟିକ ତ୍ରୁଟି କାରଣରୁ ଏହି ବିମାନର ମାର୍ଗ ବଦଳାଯାଇଥିଲା ଏବଂ କରାଚି ବିମାନ ବନ୍ଦରରେ ଏହାର ଅବତରଣ କରାଯାଇଥିଲା। ଜଣେ ହୃଦ୍ରୋଗ ବିଶେଷଜ୍ଞ ଏହି ବିଷୟରେ ଟୁଇଟ୍ କରି ସାହାଯ୍ୟ ଲୋଡିଥିଲେ। ସମୀର ଗୁପ୍ତା ନାମକ ଏହି ଯାତ୍ରୀ ଟ୍ୱିଟ୍ କରି ଲେଖିଥିଲେ ଯେ, ଦିଲ୍ଲୀ-ଦୋହା ବିମାନଟିକୁ କରାଚିରେ ଡାଇଭର୍ଟ କରାଯାଇଛି, “QR579 ର ସ୍ଥିତି କ’ଣ? କୌଣସି ସୂଚନା ଦିଆଯାଉ ନାହିଁ। ଯାତ୍ରୀଙ୍କୁ ଖାଦ୍ୟ କିମ୍ବା ଜଳ ଯୋଗାଇ ଦିଆଯାଉ ନାହିଁ। କଷ୍ଟମର କେୟାର ନମ୍ବରକୁ ଜଣାନାହିଁ, ଦୟାକରି ସାହାଯ୍ୟ କରନ୍ତୁ।”
ନୂଆଦିଲ୍ଲୀ: ଭଗବାନ ଶିବ, ପ୍ରଭୁ ବିଷ୍ଣୁ ଏବଂ ଜୈନ ପରମ୍ପରା ଇତ୍ୟାଦି ସହ ଜଡିତ ୨୯ ଟି ପ୍ରାଚୀନତା ଭାରତକୁ ଫେରାଇ ଦେଇଛି। ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାଞ୍ଚ କରିଛନ୍ତି। ଏହି ପ୍ରାଚୀନତାଗୁଡ଼ିକ ବିଭିନ୍ନ ସମୟ ଅବଧି ସହିତ ଜଡିତ, ଯାହା ମଧ୍ୟରୁ କେତେକ ଖ୍ରୀଷ୍ଟପୂର୍ବ ୯-୧୦ ଶତାବ୍ଦୀରୁ ଆରମ୍ଭ ହୋଇଥିଲା। ସରକାରୀ ସୂତ୍ର ସୋମବାର ଏହି ସୂଚନା ଦେଇଛି। ସୂତ୍ରରୁ ପ୍ରକାଶ ଯେ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରି ଅଷ୍ଟ୍ରେଲିଆ ୨୯ ଟି ପ୍ରାଚୀନତାକୁ ଭାରତକୁ ଫେରାଇ ଦେଇଛି। ଏହି ପ୍ରାଚୀନତାଗୁଡ଼ିକ ‘ଶିବ ଏବଂ ତାଙ୍କ ଶିଷ୍ୟ’, ‘ଶକ୍ତିର ଉପାସନା’, ‘ଭଗବାନ ବିଷ୍ଣୁ ଏବଂ ତାଙ୍କର ରୂପ’, ଜୈନ ପରମ୍ପରା, ଚିତ୍ର ଏବଂ ଅଳଙ୍କାର ବସ୍ତୁଗୁଡ଼ିକ ମଧ୍ୟରୁ ୬ ଟି ବର୍ଗର ଅଟେ। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆରୁ ଆସିଥିବା ଏହି ପ୍ରାଚୀନତା ଯାଞ୍ଚ କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଏଗୁଡ଼ିକ ମୁଖ୍ଯତଃ ବାଲୁକା ପଥର,…
ବେଙ୍ଗାଲୁରୁ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୟୁକ୍ରେନର ଖାର୍କିଭରେ ବନ୍ଧୁକ ମୁନରେ ଭାରତୀୟ ଛାତ୍ର ନବୀନ ଶେକରାପ୍ପା ଜ୍ଞାନଗୋଦରଙ୍କ ମୃତ୍ୟୁ ଘଟିଛି। ଜିନବୀନଙ୍କ ମୃତଦେହ ଆଜି ବେଙ୍ଗାଲୁରୁ ବିମାନବନ୍ଦରରେ ପହଞ୍ଚିଛି। ଏହି ସମୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ନବୀନ ଶେଖରପ୍ପା ଖାର୍କିଭରେ ରହୁଥିବାବେଳେ ମେଡିକାଲ ଅଧ୍ୟୟନ କରୁଥିଲେ। ପରିବାର ସଦସ୍ୟ ନବୀନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଏହା ପରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ମଧ୍ୟ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମୃତଦେହକୁ ନେଇ ଯାଉଥିବା ବିମାନଟି ସକାଳ ପ୍ରାୟ ୩ ଟାରେ ବାଙ୍ଗାଲୋର ବିମାନ ବନ୍ଦରରେ ଅବତରଣ କରିଥିଲା, ଯେଉଁଠାରୁ ତାଙ୍କ ମୃତଦେହ କର୍ଣ୍ଣାଟକର ହାଭେରୀ ଜିଲ୍ଲା ଅନ୍ତର୍ଗତ ତାଙ୍କ ଜନ୍ମ ଗ୍ରାମକୁ ପଠାଯାଇଥିଲା। ବିମାନ ବନ୍ଦର ବାହାରେ ଗଣମାଧ୍ୟମକୁ ସମ୍ବୋଧିତ କରି ବୋମ୍ମାଇ କହିଛନ୍ତି, “ୟୁକ୍ରେନରେ ଗୁଳି…
ପୁରୀ: ଆଜି ସେବାୟତ କାଳିଆ ପଢିଆରୀଙ୍କ ହତ୍ୟା ମାମଲାକୁ ନେଇ ପୁରୀ ଏସପି କନୱାର ବିଶାଳ ସିଂହ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସପି ଏହି ମାମଲାର ପର୍ଦ୍ଦାଫାସ କରିଛନ୍ତି। ଏହି ବହୁ ଚର୍ଚ୍ଚିତ ମାମଲାରେ ୬ ଜଣଙ୍କୁ ପୋଲିସ ଗିରଫ କରିଛି। ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀ ଅଛନ୍ତି। ମୁନା ପାତ୍ର, ସନ୍ଦୀପ ଜେନା, କାଳୁ ପାଣିଗ୍ରାହୀ, ବାବା ମହାପାତ୍ର ମଧ୍ୟ ଗିରଫ ହୋଇଛନ୍ତି। କିନ୍ତୁ ଅନ୍ୟ ତିନି ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ଏବଂ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରାଯିବ। ତେବେ ଗିରଫ କାଳୁ ଠାରୁ ଦେଢ ଲକ୍ଷ ଟଙ୍କା ଜବତ କରାଯାଇଛି। ପୂର୍ବ ଶତ୍ରୁତା…
ରାୟପୁର: ଛତିଶଗଡର ରାୟଗଡ ଜିଲ୍ଲାର ତହସିଲଦାର କୋର୍ଟ ନୋଟିସ ଜାରି କରି ଭଗବାନ ଶିବଙ୍କ ସମେତ ୧୦ ଜଣଙ୍କୁ ଡକାଇଛନ୍ତି। ଏହି ନୋଟିସରେ ଭଗବାନଙ୍କ ସମେତ ସମସ୍ତଙ୍କୁ ତହସିଲଦାର ଚେତାବନୀ ଦେଇଛନ୍ତି। ଶୁଣାଣିରେ ଯୋଗଦେବାରେ ବିଫଳ ହେଲେ ୧୦ ହଜାର ଟଙ୍କା ଜରିମାନା ଏବଂ ସମ୍ପତ୍ତି ଜବତ ହୋଇପାରେ। ଭୋଲେନାଥଙ୍କ ଉପରେ ବେଆଇନ ଭାବେ ଏହି ଜମି ଦଖଲ କରିଥିବା ଅଭିଯୋଗ ହୋଇଛି। ଛତିଶଗଡରେ ଭଗବାନ ଶିବଙ୍କୁ ନୋଟିସ ଦେବାର ଏହା ଦ୍ୱିତୀୟ ଘଟଣା। ଏହାପୂର୍ବରୁ ନଭେମ୍ବର ୨୦୨୧ ମସିହାରେ ଯାଞ୍ଜଗିର-ଚାମ୍ପା ଜିଲ୍ଲାର ଜଳସେଚନ ବିଭାଗ ଭୋଲେନାଥଙ୍କୁ ଏହି ସ୍ଥାନ ଖାଲି କରିବାକୁ ନୋଟିସ ଜାରି କରିଥିଲା। ସୂଚନାନୁସାରେ, ରାଇଗଡ ସହରର ୱାର୍ଡ ନମ୍ବର -୨୫ କୋହକୁଣ୍ଡାରେ ଏକ ଶିବ ମନ୍ଦିର ଅଛି। ବିଲାସପୁର ହାଇକୋର୍ଟରେ ସୁଧା ରାଜୱାଡେ ଏକ ପିଟିସନ ଦାଖଲ କରିଥିଲେ। ଯେଉଁଥିରେ ଶିବ ମନ୍ଦିର ସମେତ ୧୬ ଜଣ ସରକାରୀ ଜମି ଦଖଲ କରିଥିବା ଅଭିଯୋଗ ହୋଇଛି।…
ନୂଆଦିଲ୍ଲୀ: ପାକିସ୍ତାନରେ ବଢୁଥିବା ରାଜନୈତିକ ସଙ୍କଟ ମଧ୍ୟରେ ଇମ୍ରାନ ଖାନଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି। ଦେଶରେ ନିତ୍ୟାବଶ୍ୟକ ଜିନିଷଗୁଡିକ ପ୍ରବଳ ମହଙ୍ଗା ହେତୁ ସାଧାରଣ ଲୋକଙ୍କ ଅବସ୍ଥା ମଧ୍ୟ ଖରାପ ଦେଖାଯାଉଛି। ପେଟ୍ରୋଲ-ଚିନି-କ୍ଷୀର ସମେତ ଅନେକ ଜିନିଷର ମୂଲ୍ୟ ବୃଦ୍ଧି ହେତୁ ଏକ ଅସନ୍ତୋଷ ଦେଖାଦେଇଛି। ୭୦ ବର୍ଷ ମଧ୍ୟରେ ପାକିସ୍ତାନରେ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ପେଟ୍ରୋଲ ଲିଟର ପିଛା ୧୫୦ ଟଙ୍କାରେ ପହଞ୍ଚିବାକୁ ଯାଉଥିବାବେଳେ ଚିନି ମଧ୍ୟ କିଲୋଗ୍ରାମରେ ୧୦୦ ଟଙ୍କାରେ ବିକ୍ରି ହେଉଛି। ଦେଖନ୍ତୁ ପାକିସ୍ତାନରେ କେଉଁ ଜିନିଷ କେତେ ଟଙ୍କାରେ ବିକ୍ରି ହେଉଛି?: ୧୦ କିଲୋଗ୍ରାମ ମଇଦା- ୭୨୦ ଟଙ୍କା ଏକ ଲିଟର କ୍ଷୀର- ୧୫୦ ଟଙ୍କା ୧ କିଲୋଗ୍ରାମ ଚିକେନ୍- ୩୪୦ ଟଙ୍କା ଗୋଟିଏ କିଲୋଗ୍ରାମ ଚିନି- ୧୦୦ ଟଙ୍କା ଏକ ଡଜନ ଅଣ୍ଡା- ୧୪୧ ଟଙ୍କା ଗୋଟିଏ କିଲୋ ଟମାଟୋ- ୮୦ ଟଙ୍କା ଗୋଟିଏ କିଲୋଗ୍ରାମ ଆଳୁ- ୫୫ ଟଙ୍କା ଗୋଟିଏ…
ନୂଆଦିଲ୍ଲୀ: ଆଜି ମଧ୍ୟ ଦେଶରେ ମାରାତ୍ମକ କରୋନାଭାଇରସ୍ ମହାମାରୀର ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଏକ ହଜାର ୧ ହଜାର ୫୪୯ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ୨ ହଜାର ୭୫ ଟି କରୋନା ମାମଲା ପଞ୍ଜିକୃତ ହୋଇଥିଲା ଏବଂ ୧୨୭ ଜଣଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଦେଶରେ ୪ କୋଟି ୩୦ ଲକ୍ଷ ୯ ହଜାର ୩୯୦ ଟି କରୋନା ମାମଲା ରୁଜୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତକାଲି ଦେଶରେ ୨ ହଜାର ୬୫୨ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଯାହା ପରେ ସକ୍ରିୟ ମାମଲା ସଂଖ୍ୟା ୨୫ ହଜାର ୧୦୬ କୁ ହ୍ରାସ ପାଇଛି। ଏଥି ସହିତ ଏହି ମହାମାରୀ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୪୫ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୮ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୧ ବାଲେଶ୍ଵର ଜିଲ୍ଲାରୁ- ୧ ବରଗଡ ଜିଲ୍ଲାରୁ- ୧ ବୌଦ୍ଧ ଜିଲ୍ଲାରୁ- ୩ ଗଜପତି ଜିଲ୍ଲାରୁ- ୯ ଗଞ୍ଜାମ ଜିଲ୍ଲାରୁ- ୧ ଯାଜପୁର ଜିଲ୍ଲାରୁ- ୭ କେନ୍ଦ୍ରାପଡା ଜିଲ୍ଲାରୁ- ୧ ଖୋର୍ଦ୍ଧା ଜିଲ୍ଲାରୁ- ୪ କୋରାପୁଟ ଜିଲ୍ଲାରୁ- ୬ ମୟୂରଭଞ୍ଜ ଜିଲ୍ଲାରୁ- ୪ ସମ୍ବଲପୁର ଜିଲ୍ଲାରୁ- ୧ ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୧୯୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୭ ହଜାର…
କୋଲକୋତା: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ୧୫ ତମ ସଂସ୍କରଣର ପ୍ରଥମ ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମଧ୍ୟରେ ଖେଳାଯିବ। ଏଥର ମୋଟ ୧୦ ଟି ଦଳ ଆଇପିଏଲରେ ଅଂଶଗ୍ରହଣ କରିବେ। ଆଇପିଏଲର ଲିଗ୍ ପର୍ଯ୍ୟାୟରେ ସମୁଦାୟ ୭୦ ଟି ମ୍ୟାଚ୍ ଖେଳାଯିବ ଏବଂ ସମସ୍ତ ଦଳ ୧୪-୧୪ ମ୍ୟାଚ୍ ଖେଳିବେ। କେଉଁ ଖେଳାଳିଙ୍କୁ ନେଇ କେକେଆର୍ ଦଳ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳିବ, ଆସନ୍ତୁ ଜାଣିବା। କେକେଆର୍ ଗତ ବର୍ଷ ସେମାନଙ୍କ ଅଧିନାୟକଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଏହା ପରେ ଦଳ ନିଲାମରେ ଅଧିନାୟକ ଭାବରେ ଶ୍ରେୟସ୍ ଆୟରଙ୍କୁ କିଣିଥିଲା। ଆୟର ଦୀର୍ଘ ସମୟ ଧରି ଦିଲ୍ଲୀର ଅଧିନାୟକତ୍ୱ କରିଛନ୍ତି ଏବଂ ସେ ବର୍ତ୍ତମାନ ସମୟରେ ଭଲ ଫର୍ମରେ ଅଛନ୍ତି। କେକେଆର୍ ର ସମ୍ଭାବ୍ୟ ଖେଳାଳି ଏକାଦଶ: ଆରୋନ୍ ଫିଞ୍ଚ,…
ନୂଆଦିଲ୍ଲୀ: ମ୍ୟାନେଜର, ଇଞ୍ଜିନିୟର ଏବଂ ଅନ୍ୟାନ୍ୟ ପଦବୀ ପାଇଁ IRCON ଇଣ୍ଟରନ୍ୟାସନାଲ ଲିମିଟେଡ୍ ବିଜ୍ଞପ୍ତି ପ୍ରକାଶ କରିଛି। ଆଗ୍ରହୀ ପ୍ରାର୍ଥୀମାନେ 30 ମାର୍ଚ୍ଚ 2022 ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହି ନିଯୁକ୍ତି ଅଧୀନରେ ପ୍ରାର୍ଥୀମାନେ କେବଳ ଅଫଲାଇନରେ ପଦବୀ ପାଇଁ ଆବେଦନ କରିପାରିବେ। ପ୍ରାର୍ଥୀମାନଙ୍କୁ ଶେଷ ତାରିଖ ପୂର୍ବରୁ ନିର୍ଦ୍ଦିଷ୍ଟ ଠିକଣାରେ ଆବେଦନ ପଠାଇବାକୁ ପରାମର୍ଶ ଦିଆଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଅଧିକ ବିବରଣୀ ପାଇଁ ଇରକନ୍ ଆନ୍ତର୍ଜାତୀୟ ୱେବସାଇଟ୍ https://www.ircon.org/ ପରିଦର୍ଶନ କରିପାରିବେ। ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି 30 ମାର୍ଚ୍ଚ।

