ମୁମ୍ବାଇ: ମହାରାଷ୍ଟ୍ରର ଅମରାବତୀ ସହରରେ ଫିଲ୍ମ ‘କାଶ୍ମୀର ଫାଇଲ’କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ମାମଲା ସାମ୍ନାକୁ ଆସିଛି। ପୋଲିସ ଏକ ମାମଲା ରୁଜୁ କରି ୧୫ ଜଣ ଯୁବକଙ୍କୁ ଗିରଫ କରିଛି। ଯେତେବେଳେ ‘କାଶ୍ମୀର ଫାଇଲ’ ଫିଲ୍ମ ଦେଖିବା ପରେ ଫେରୁଥିବା ଏକ ଦଳ ରାସ୍ତାରେ ଜୟ ଶ୍ରୀ ରାମଙ୍କ ସ୍ଲୋଗାନ ଦେଇଥିଲେ, ସେତେବେଳେ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିଥିଲେ ଏବଂ ବିତର୍କ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ଫିଲ୍ମ ‘କାଶ୍ମୀର ଫାଇଲ’କୁ ନେଇ ବିରୋଧୀଙ୍କ ଦୃଢ ପ୍ରତିକ୍ରିୟା ମଧ୍ୟ ରହିଛି। ଗୋଟିଏ ପଟେ ପ୍ରାୟ ୯ ଟି ରାଜ୍ୟରେ ଏହାକୁ ଟିକସମୁକ୍ତ କରାଯାଇଥିବା ବେଳେ ଅନେକ ଲୋକ ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଛନ୍ତି।
Author: Samikhsya Bureau
କୋଲକୋତା: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ଟିଏମସି ନେତାଙ୍କ ହତ୍ୟା ପରେ ଟିଏମସି କର୍ମୀମାନେ କ୍ରୋଧିତ ହୋଇ ଉକ୍ତ ଅଞ୍ଚଳରେ ହିଂସା କରିଥିବା ଅଭିଯୋଗ ହୋଇଛି। ଉତ୍ତ୍ୟକ୍ତ ଜନତା ଘରର ଫାଟକ ବନ୍ଦ କରି ୧୦-୧୨ ଜଣଙ୍କୁ ନିଆଁ ଲଗାଇ ଦେଇଥିବା ଜଣାପଡିଛି। ଅଗ୍ନିକାଣ୍ଡରେ ୧୦ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ବର୍ତ୍ତମାନ ଅଞ୍ଚଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟକ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସ୍ଥାନୀୟ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅନୁସନ୍ଧାନରେ ରାଜନୈତିକ ହିଂସା ହୋଇଥିବା ଅନୁମାନ କରାଯାଉଛି।
ଭୁବନେଶ୍ୱର: ସମ୍ ହସ୍ପିଟାଲ୍ରେ ମାତ୍ର ୬ ମାସ ଶିଶୁର ଶରୀରରେ ଥିବା ଜଟିଳ ହୃଦ୍ ସମସ୍ୟାର ସଫଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି। ନୟାଗଡ ଜିଲ୍ଲା ଦଶପଲ୍ଲା ଅଂଚଳର ସୁବାଷ ଚନ୍ଦ୍ର ବେହେରାଙ୍କ ଛ’ମାସର ଶିଶୁ ପୁତ୍ରଟି ହୃଦ୍ ପଲ୍ମୁନାରୀ ଭାଲ୍ଭ ଷ୍ଟେନୋସିସ୍ ପୀଡିତ ଥିବା ବେଳେ ଅସ୍ତ୍ରୋପଚାର ଜରିଆରେ ତାକୁ ସମ୍ପୂର୍ଣ୍ଣ ସୁସ୍ଥ କରିପାରିଛନ୍ତି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତରୀ ଟିମ୍। ଏହି ଶିଶୁଟିର ଜନ୍ମଗତ ହୃଦଜନିତ ତୃଟି ଥିବା ବେଳେ ସେ ଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ଖାଦ୍ୟ ମଧ୍ୟ ଠିକ୍ ଭାବରେ ଗ୍ରହଣ କରିପାରୁ ନଥିଲା। ଚିକିତ୍ସା ନିମନ୍ତେ ବିଭିନ୍ନ ଡାକ୍ତରଖାନାରୁ ବିଫଳ ହେବା ପରେ ଶେଷରେ ସେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ହୃଦ୍ରୋଗ ବିଭାଗରେ ଶିଶୁଟିକୁ ଭର୍ତି କରାଇଥିଲେ। ହସ୍ପିଟାଲ୍ର କାର୍ଡିଓଲୋଜିଷ୍ଟ ଆସୋସିଏଟ୍ ପ୍ରଫେସର ଡାକ୍ତର ସୌମ୍ୟ ରଂଜନ ମହାପାତ୍ରଙ୍କ ତତ୍ୱାବଧାନରେ ଶିଶୁ ପୁତ୍ରଟିର ଚିକିତ୍ସା…
କଟକ: ଆଜି ସକାଳୁ ଭିଜିଲାନ୍ସ ବିଭାଗ ଜଣେ ସହାୟକ ଯନ୍ତ୍ରୀଙ୍କ ଘରେ ଚଢାଉ କରିଛନ୍ତି। ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ସେ ହେଉଛନ୍ତି ବୈତରଣୀ ଜଳସେଚନ ବିଭାଗର ସହାୟକ ଯନ୍ତ୍ରୀ ଉମେଶ କୁମାର ଶାସନୀ। ଏହି ଚଢାଉରେ ୩ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୩ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏକକାଳିନ କେଉଁଝର, ଭଦ୍ରକ, ଯାଜପୁର ଏବଂ ଖୋର୍ଧା ଜିଲ୍ଲାର ୮ ଟି ସ୍ଥାନରେ ଏହି ଚଢାଉ ଜାରୀ ରହିଛି। ସେଗୁଡିକ ହେଲା 1-ସରକାର ଜଳସେଚନ କଲୋନୀର କ୍ୱାର୍ଟର୍ ନଂ 2RA / 2, ସାଳପଡା ଜିଲ୍ଲା- କେଉଁଝର 2-ଜଳସେଚନ ଅଫିସ, ସାଳପଡା ଜିଲ୍ଲା- କେଉଁଝର 3-ଭଦ୍ରକ ଟାଉନ୍ ଅପର୍ତ୍ତିବିନ୍ଧାଠାରେ ଥିବା ଏକ ମହଲା ବିଶିଷ୍ଟ ଆବାସିକ ଘର 4-ଫ୍ଲାଟ ନଂ 303 ଶ୍ୟାମ ଏନକ୍ଲେଭ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର, 5- କେଉଁଝରର ନନ୍ଦିପୁର ଥାନା ଅନ୍ତର୍ଗତ ନିଜ ଗାଁ ବେତାରି…
ପୁରୀ: ସେବାୟତ କାଳିଆ ପଢିଆରୀ ହତ୍ୟା ଘଟଣାରେ ପୋଲିସକୁ ବଡ ସଫଳତା ମିଳିଛି। ଆଜି ଆଉ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଟୁଟୁ ମହାପାତ୍ର, ହରି ପଣ୍ଡା ଓ କୁନମୁନ ସୁଆରଙ୍କୁ ପୋଲିସ ଗିରଫ କରିଛି। ଟୁଟୁ ମହାପାତ୍ରଙ୍କ ବିରୋଧରେ ପୂର୍ବରୁ ଅପରାଧିକ ମାମଲା ରହିଛି। ଏହାସହିତ ଏହି ୩ ଅଭିଯୁକ୍ତଙ୍କୁ ଆଶ୍ରୟ ଦେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ପୁରୀ ପୋଲିସ ଗିରଫ କରିଛି। ତେବେ ଗତକାଲି ଏହି ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଗତକାଲି ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ କାଳିଆ ସିଂହାରୀ, ଦୋଳଗୋବିନ୍ଦ ସିଂହାରୀ, ମୁନା ପାତ୍ର, ସନ୍ଦୀପ ଜେନା, କାଳୁ ପାଣିଗ୍ରାହୀ, ବାବା ମହାପାତ୍ର ଥିଲେ।
ନୂଆଦିଲ୍ଲୀ: ଲୋକମାନେ ଆଜି ମହଙ୍ଗାରୁ ଡବଲ ଆଘାତ ପାଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ସହିତ ଘରୋଇ ଏଲପିଜି ସିଲିଣ୍ଡର ମଧ୍ୟ ମହଙ୍ଗା ହୋଇଛି। ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଆଜି ଏଲପିଜି ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରିଛି। ଯାହା ଫଳରେ ଏହା ଜନସାଧାରଣଙ୍କ ରୋଷେଇ ଘରର ବଜେଟ୍ ବୃଦ୍ଧି କରିବ ଏବଂ ଲୋକଙ୍କ ପକେଟ ଉପରେ ଏହାର ବଡ ପ୍ରଭାବ ପଡିବ। କହିବାକୁ ଗଲେ ଅକ୍ଟୋବର ୨୦୨୧ ପରଠାରୁ ଏଲପିଜି ମୂଲ୍ୟରେ ଏହି ବୃଦ୍ଧି ପ୍ରଥମ ଥର ପାଇଁ ଘଟିଛି, ଯଦିଓ ସବସିଡି ନଥିବା ଗ୍ୟାସ ସିଲିଣ୍ଡରର ମୂଲ୍ୟ ଏହି ସମୟ ମଧ୍ୟରେ ବୃଦ୍ଧି ପାଇଛି। କିନ୍ତୁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇ ନାହିଁ। ଶେଷ ଥର ପାଇଁ ଅକ୍ଟୋବର ୬ ତାରିଖ ୨୦୨୧ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା। ତେବେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ କ୍ରମାଗତ ଭାବେ…
ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ଭାରତକୁ ପ୍ରଶଂସା କରିଛନ୍ତି। ଏଥର ସେ ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି। ସେ ଭାରତୀୟ ସେନାକୁ ପ୍ରଶଂସା କରିବା ସହ କହିଛନ୍ତି ଯେ, ସେମାନେ ଦୁର୍ନୀତିଗ୍ରସ୍ତ ନୁହଁନ୍ତି। ଇମ୍ରାନ ଖାନ ଦ୍ୱିତୀୟ ଥର ପାଇଁ ଭାରତର ପ୍ରଶଂସା କରିଛନ୍ତି। ଇମ୍ରାନଙ୍କ ଆସନ ବିପଦରେ ଥିବାବେଳେ ସେ ଭାରତକୁ ଦୁଇ ଦୁଇ ଥର ପ୍ରଶଂସା କରିଛନ୍ତି। ପାକିସ୍ତାନୀ ସେନାର ନାମକରଣ ନକରି ଇମ୍ରାନ ଖାନ ରବିବାର ଏକ ସାଧାରଣ ସଭାରେ କହିଛନ୍ତି ଯେ, “ମୁଁ ଭାରତକୁ ସଲାମ କରୁଛି। ସେମାନେ ନିଜ ଲୋକଙ୍କ ପାଇଁ କାମ କରନ୍ତି, ଭାରତୀୟ ସେନା ଦୁର୍ନୀତିଗ୍ରସ୍ତ ନୁହଁନ୍ତି ଏବଂ ନିର୍ବାଚିତ ସରକାରରେ ସେମାନେ କଦାପି ହସ୍ତକ୍ଷେପ କରିବେ ନାହିଁ।” ” ଅନ୍ୟପକ୍ଷରେ ପାକିସ୍ତାନୀ ପର୍ଯ୍ୟବେକ୍ଷକମାନେ ଖାନଙ୍କ ବିବୃତ୍ତିକୁ ପାକିସ୍ତାନୀ ସୈନ୍ୟବାହିନୀକୁ କଟାକ୍ଷ ଭଳି ଦେଖୁଛନ୍ତି, ଯାହା ଦେଶର ବୈଦେଶିକ ନୀତି ଏବଂ ସରକାରକୁ ନିୟନ୍ତ୍ରଣ କରିଥାଏ। ଖବର ମୁତାବକ,…
ନୂଆଦିଲ୍ଲୀ: ଆଜି ମଧ୍ୟ ଦେଶରେ ମାରାତ୍ମକ କରୋନାଭାଇରସ୍ ମହାମାରୀର ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଏକ ହଜାର ୧ ହଜାର ୫୮୧ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ୧ ହଜାର ୫୪୯ ଟି କରୋନା ମାମଲା ପଞ୍ଜିକୃତ ହୋଇଥିଲା ଏବଂ ୩୧ ଜଣଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଦେଶରେ ୪ କୋଟି ୩୦ ଲକ୍ଷ ୧୦ ହଜାର ୯୭୧ ଟି କରୋନା ମାମଲା ରୁଜୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତକାଲି ଦେଶରେ ୨ ହଜାର ୭୪୧ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଯାହା ପରେ ସକ୍ରିୟ ମାମଲା ସଂଖ୍ୟା ୨୩ ହଜାର ୯୧୩ କୁ ହ୍ରାସ ପାଇଛି। ଏଥି ସହିତ ଏହି ମହାମାରୀ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୪୦ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୬ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୩ କଟକ ଜିଲ୍ଲାରୁ- ୧ ଢେଙ୍କାନାଳ ଜିଲ୍ଲାରୁ- ୧ ଗଜପତି ଜିଲ୍ଲାରୁ- ୭ ଯାଜପୁର ଜିଲ୍ଲାରୁ- ୬ କେନ୍ଦ୍ରାପଡା ଜିଲ୍ଲାରୁ- ୧ ଖୋର୍ଦ୍ଧା ଜିଲ୍ଲାରୁ- ୨ ମୟୂରଭଞ୍ଜ ଜିଲ୍ଲାରୁ- ୨ ସମ୍ବଲପୁର ଜିଲ୍ଲାରୁ- ୨ ସୁନ୍ଦରଗଡ ଜିଲ୍ଲାରୁ- ୫ ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୨୨୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୭ ହଜାର ୪୯୭ ଏବଂ ବର୍ତ୍ତମାନ ୫୫୯ ଜଣ ଆକ୍ରାନ୍ତ…
ମୁମ୍ବଇ: ରିଲାଏନ୍ସ ରିଟେଲ ଭେନ୍ଚର୍ସ ଲିମିଟେଡ (ଆରଆରଭିଏଲ୍), କ୍ଲୋଭିଆ ବ୍ୟବସାୟର ମାଲିକାନା ଓ ପରିଚାଳନା କରୁଥିବା ପର୍ପଲ ପାଣ୍ଡା ଫାଶନ୍ସ ପ୍ରାଇଭେଟ ଲିମିଟେଡର ୮୯% ଇକ୍ୱିଟି ଅଂଶକୁ ୯୫୦ କୋଟି ଟଙ୍କା ସେକେଣ୍ଡାରୀ ଅଂଶ କ୍ରୟ ଏବଂ ପ୍ରାଇମେରୀ ନିବେଶର ମିଶ୍ରଣ ଜରିଆରେ ଅଧିଗ୍ରହଣ କରିଥିବା ଘୋଷଣା କରିଛି। ପ୍ରତିଷ୍ଠାତା ଟିମ୍ ଏବଂ ପରିଚାଳନା ମଣ୍ଡଳୀ କମ୍ପାନୀର ଅବଶିଷ୍ଟ ଅଂଶ ଧାରଣ କରିବେ। ପଙ୍କଜ ଭେରମାନି, ନେହା କାନ୍ତ ଏବଂ ସୁମନ ଚୌଧରୀଙ୍କ ଦ୍ୱାରା ୨୦୧୩ରେ ଆରମ୍ଭ କରାଯାଇଥିବା କ୍ଲୋଭିଆ ଭାରତର ଅଗ୍ରଣୀ ବ୍ରିଜ୍-ଟୁ-ପ୍ରିମିୟମ ଡି-ଟୁ-ସି ବ୍ରାଣ୍ଡ୍, ଯାହା ଆଧୁନିକ ମହିଳାଙ୍କ ପାଇଁ ଆକାଂକ୍ଷିତ ଅନ୍ତର୍ବସ୍ତ୍ର ଏବଂ ଲାଉଞ୍ଜ୍ ପରିଧାନକୁ ସହଜରେ ଉପଲବ୍ଧ କରାଉଛି। ଇନ୍ଟିମେଟ୍ ପରିଧାନ କ୍ଷେତ୍ରରେ ଏହାର ମଜଭୁତର ଗ୍ରାହକ ସଂଖ୍ୟା ରହିଛି ଏବଂ ଏହା ଡିଜାଇନ ଆଧାରିତ ନୂଆ ନୂଆ ଷ୍ଟାଇଲ ଏବଂ ଗ୍ରାହକଙ୍କ ପାଇଁ ଅତ୍ୟନ୍ତ ପ୍ରତିଦ୍ୱନ୍ଦ୍ୱିତାମୂଳକ ମୂଲ୍ୟ ପ୍ରଦାନ ପାଇଁ ପରିଚିତ। କ୍ଲୋଭିଆର ଉତ୍ପାଦଗୁଡିକ ମଧ୍ୟରେ ରହିଛି ୩୫୦୦ରୁ…
ଭୁବନେଶ୍ୱର: କୋଟିଆ ଗ୍ରାମପୁଞ୍ଜ ବିବାଦକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଥିଲା। ଆନ୍ଧ୍ର ପ୍ରଦେଶ ସରକାର କୋଟିଆକୁ ଆନ୍ଧ୍ରର ବୋଲି ଦର୍ଶାଇବା ପାଇଁ ମାନ୍ୟବର କୋର୍ଟଙ୍କ ସମ୍ମୁଖରେ ଯେଉଁସବୁ ଦସ୍ତାବିଜ୍ ପେସ୍ ଦାୟର କରିଥିଲେ, ଏହାକୁ ମାନ୍ୟବର କୋର୍ଟ ଖାରଜ କରିଦେଇଛନ୍ତି। ୧୯୩୬ ମସିହାରୁ ୨୦୧୯ ମସିହା ଏପରିକି ୨୦୨୨ ମସିହା ପର୍ଯ୍ୟନ୍ତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଓଡ଼ିଶା ସରକାର ବେଶ୍ ସଫଳତାର ସହିତ କୋଟିଆ ଗ୍ରାମପୁଞ୍ଜରେ ସଫଳତାର ସହିତ ପରିଚାଳନା କରିବାକୁ ସମର୍ଥ ହୋଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ଓକିଲ ଶିବଶଙ୍କର ମିଶ୍ର, କୋରାପୁଟ ଜିଲ୍ଲା ପ୍ରଶାସନ ଓ ସର୍ବୋପରି ଓଡ଼ିଶା ସରକାର ସଫଳତାର ସହିତ ମାନ୍ୟବର ଖଣ୍ଡପୀଠଙ୍କ ପାଖରେ ସମସ୍ତ ଦସ୍ତାବିଜ୍ ରଖିଥିଲେ। ଏହାକୁ ଅନୁଧ୍ୟାନ କରି ମାନ୍ୟବର ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଆନ୍ଧ୍ରର ପିଟିସନକୁ ଖାରଜ କରିଦେଇଥିଲେ। ସୁପ୍ରିମକୋର୍ଟରେ କୋଟିଆ ଶୁଣାଣୀରେ ଓଡ଼ିଶା ସରକାରଙ୍କ ବିଜୟ ଏକ ବଡ଼ ବିଜୟ ଏବଂ ସେଥିପାଇଁ ରାଜ୍ୟ ସରକାରଙ୍କ ଓକିଲ…
ଗରୁଡ ପୁରାଣ: ହିନ୍ଦୁ ଧର୍ମରେ ଗ୍ରନ୍ଥର ବିଶେଷ ଗୁରୁତ୍ୱ ରହିଛି। ୧୮ ପୁରାଣ ମଧ୍ୟରୁ ଗରୁଡ ପୁରାଣ ଅନ୍ୟତମ। ଏଥିରେ, ବ୍ୟକ୍ତିର କାର୍ଯ୍ୟ ଅନୁଯାୟୀ ଫଳଗୁଡ଼ିକ ବିଷୟରେ ଉଲ୍ଲେଖ କରାଯାଇଛି। ଜୀବନକୁ ସଫଳ କରିବା ଏବଂ ଅଗ୍ରଗତି କରିବା ପାଇଁ ଗରୁଡ ପୁରାଣରେ ଅନେକ ମନ୍ତ୍ର ଉଲ୍ଲେଖ କରାଯାଇଛି। ସେମାନଙ୍କର ଅର୍ଥ ଜାଣିବା ଦ୍ୱାରା ଜୀବନ ସଫଳ ହୋଇପାରିବ। ଗରୁଡ ପୁରାଣରେ ୬ ଟି ଏପରି କଥା କୁହାଯାଇଛି, ଯାହାଙ୍କ ଉପାସନା ଏବଂ ପୂଜା ଦ୍ୱାରା ସବୁକିଛି ମିଳିପାରିବ। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା… ଏହି ୬ ଟି ଜିନିଷର ଉପାସନା ସଫଳତା ଦେଇଥାଏ: ଗରୁଡ ପୁରାଣରେ କୁହାଯାଇଛି ଯେ, ଜୀବନର ଏହି ୬ ଟି ଜିନିଷକୁ ପୂଜା କରି ଜଣେ ବ୍ୟକ୍ତି ଜୀବନର ସମସ୍ତ ଅସୁବିଧାରୁ ମୁକ୍ତି ପାଇଥାଏ ଏବଂ ସେମାନେ ସଫଳତାର ସିଡ଼ି ଚଢି ପାରିଥାନ୍ତି। ଭଗବାନ ବିଷ୍ଣୁ: ଧାର୍ମିକ ଗ୍ରନ୍ଥ ଅନୁଯାୟୀ ଭଗବାନ ବିଷ୍ଣୁ ଭକ୍ତଙ୍କ ସମସ୍ତ…
ମେଷ- ବ୍ୟବସାୟ ଯାତ୍ରା ସଫଳ ହେବ । ବକେୟା ଅର୍ଥ ଫେରସ୍ତ କରାଯିବ। ରୋଜଗାର କରିବେ । ଆଘାତ ଏବଂ ରୋଗରୁ ମୁକ୍ତି ମିଳିବ । ବ୍ୟବସାୟ ଭଲ କରିବ । ସମ୍ମାନ ଏବଂ ସ୍ଥିତି ପାଇଁ ସୁଯୋଗ ଆସିବ । ଆୟ ଉନ୍ନତି ହେବ । ବ୍ୟବସାୟ ସ୍ଥିରତା ବୃଦ୍ଧି ପାଇବ । ମାଙ୍ଗଳିକ ଉତ୍ସବରେ ଅଂଶଗ୍ରହଣ କରିବେ । ବୃଷ- ଭାଗ୍ୟର ଉନ୍ନତି ହେବ । ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ସମ୍ମାନ ପାଇବେ। ବ୍ୟବସାୟ ଭଲ କରିବ । ଲଜ୍ଜିତ ହୁଅନ୍ତୁ ନାହିଁ । ପତି-ପତ୍ନୀଙ୍କଠାରୁ ସମ୍ମାନ ପାଇ ହୃଦୟ ଖୁସି ହେବ । ବିପଦପୂର୍ଣ୍ଣ କାର୍ଯ୍ୟଠାରୁ ଦୂରରେ ରୁହନ୍ତୁ । ଚାକିରିରେ ଇଚ୍ଛାଧୀନ ସ୍ଥାନାନ୍ତର ହେଉଛି ପଦୋନ୍ନତିର ସମଷ୍ଟି । ଅଧ୍ୟୟନରେ ଆଗ୍ରହ ବଢିବ । ମିଥୁନ- ତୀର୍ଥଯାତ୍ରା ହୋଇପାରେ। ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ସହିତ କଥାବାର୍ତ୍ତା ବୃଦ୍ଧି ପାଇବ । ଖୁସି ହେବେ। ସନ୍ତାନଙ୍କ ବିଷୟରେ ଚିନ୍ତିତ ହେବେ…
ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ବରୁ ଘୋଷଣା ହୋଇଥିବା ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ଏହି ପର୍ଯ୍ୟାୟରେ ତିନିଜଣ ଓଡିଆଙ୍କୁ ଏହି ସମ୍ମାନ ଜନକ ପୁରସ୍କାର ପ୍ରଦାନ କରାଯାଇଛି। ସେମାନେ ହେଲେ ସମାଜ ସେବା ପାଇଁ ବାବାବଳିଆ, ସଂଗୀତ ପାଇଁ ଶ୍ୟାମାମଣି ଦେବୀ ଏବଂ ସାହିତ୍ୟ ପାଇଁ ନୃସିଂହ ପ୍ରସାଦ ଗୁରୁ। ତେବେ ସଦ୍ୟତମ ସୂଚନା ଅନୁସାରେ ଏହି ତିନିଜଣଙ୍କ ସହ ଆଜି ମୋଟ ପାଞ୍ଚଜଣ ଓଡିଆଙ୍କୁ ଏହି ସମ୍ମାନ ଦିଆଯାଇଛି। ଆଉ ଦୁଇଜଣ ହେଲେ ପୂର୍ବତନ ପ୍ରଶାସକ ସ୍ବର୍ଗତ ଗୁରୁପ୍ରସାଦ ମହାପାତ୍ର ଏବଂ ବୈଜ୍ଞାନିକ ପ୍ରଫେସର ଡ ଆଦିତ୍ୟପ୍ରସାଦ ଦାସ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ସାହାଙ୍କ ସହିତ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ।
ଭୁବନେଶ୍ବର: ଆଜି ଓଡିଶାର ଝାରସୁଗୁଡା ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। କାରଣ ଆଜି ଏହି ସହରର ତାପମାତ୍ରା ଥିଲା 40.2 ଡିଗ୍ରୀ। ସେହିପରି ଟିଟିଲାଗଡ, ବଲାଙ୍ଗୀର, ବୈଦ୍ଧର ମଧ୍ୟ ଦିନ ତାପମାତ୍ର 40 ଡିଗ୍ରୀ ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ତଥ୍ୟ ଅନୁସାରେ ବିଭିନ୍ନ ସହରର ତାପମାତ୍ର ହେଲା..ସେହିପରି ଆଜି ଭୁବନେଶ୍ବର ତାପମାତ୍ର ମଧ୍ୟ 37 ଡିଗ୍ରୀ ରହିଥିବା ବେଳେ ତାଳଚେରର ତାପମାତ୍ର ଥିଲା 38 ଡିଗ୍ରୀ।
ଭୁବନେଶ୍ୱର: ଜଙ୍ଗଲର ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ଯୁଗ୍ମ ଜଙ୍ଗଲ ପରିଚାଳନା କାର୍ଯ୍ୟକ୍ରମ ସମଗ୍ର ଦେଶରେ ପଥପ୍ରଦର୍ଶକ ହୋଇଛି । ରାଜ୍ୟ ସରକାରଙ୍କ ୫-‘ଟି’ ଉପକ୍ରମରେ ଏହାର ପରିସରକୁ ଦ୍ୱିଗୁଣିତ କରାଯିବ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ଉଲ୍ଲେଖ କରିଛନ୍ତି । ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସ ୨୦୨୨ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଡ. ଶର୍ମା କହିଛନ୍ତି ଯେ ଭାରତବର୍ଷର ସମଗ୍ର ଭୌଗୋଳିକ ଅଞ୍ଚଳର ଜଙ୍ଗଲ ଅଚ୍ଛାଦିତ ହାର ୨୪ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୩୩ ପ୍ରତିଶତରୁ ଅଧିକ ହେବା ଆମ ପାଇଁ ଖୁସୀ ଏବଂ ଗୌରବର ବିଷୟ । ମଧ୍ୟପ୍ରଦେଶ, ଅରୁଣାଚଳ ପ୍ରଦେଶ ଏବଂ ଛତିଶଗଡ଼ ପରେ ବୃହତ ଜଙ୍ଗଲ ଅଚ୍ଛାଦିତ ଅଞ୍ଚଳ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଚତୁର୍ଥ । ଓଡ଼ିଶାର ହେନ୍ତାଳବନ ଜୈବବିବିଧତାରେ ପରିପୂର୍ଣ୍ଣ…
ଭୁବନେଶ୍ୱର: ବିଶିଷ୍ଟ କବି ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ କବିତା ସଂକଳନରେ ସେ ଇଂରାଜୀ ଅନୁବାଦ “ଏ ସ୍ଲାଇସ୍ ଅଫ୍ ନାଇଟ୍” ୬ଷ୍ଠ ଓଡ଼ିଶା ଆର୍ଟ ଆଣ୍ଡ ଲିଟରେଚର୍ ଫେଷ୍ଟିଭାଲ୍ରେ ଉନ୍ମୋଚିତ ହୋଇଯାଇଛି। ଡ. ପଣ୍ଡାଙ୍କ ଓଡ଼ିଆ କବିତାର ଅନୁବାଦିତ ପୁସ୍ତକକୁ ପ୍ରଖ୍ୟାତ ଇଂରାଜୀ ଓ ବଙ୍ଗଳା ଲେଖକ କୁନାଳ ବସୁ ଉନ୍ମୋଚନ କରିଥିଲେ। ଏଥିରେ ଥିବା କବିତାଗୁଡ଼ିକୁ ଇଂରାଜୀରେ ଅନୁବାଦ କରିଛନ୍ତି ବିଶିଷ୍ଟ କବି ମନୁଆ ଦାସ ଓ ଧଉଳି ବୁକ୍ସ ପକ୍ଷରୁ ଏହା ପ୍ରକାଶ ପାଇଛି। ଏହା ଡ. ପଣ୍ଡାଙ୍କର ଦ୍ୱିତୀୟ ଇଂରାଜୀ କବିତା ସଂକଳନ। ପୂର୍ବରୁ “ଗ୍ରାଣ୍ଡ୍ମା ଆଣ୍ଡ ଅଦର ପୋଏମ୍ସ” ନାମରେ ତାଙ୍କର ଏକ ଇଂରାଜୀ କବିତା ସଂକଳନ ନୂଆଦିଲ୍ଲୀର ‘ଅଥର୍ସ ପ୍ରେସ’ ଦ୍ୱାରା ପ୍ରକାଶ ପାଇଥିଲା। କବିତା, ଗଳ୍ପ, ଉପନ୍ୟାସ ଓ ସ୍ତମ୍ଭ ଲେଖୁଥିବା ଡ. ଗାୟତ୍ରୀବାଳା ପଣ୍ଡା ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ସାରସ୍ୱତ ସାଧନା କରି ଆସୁଛନ୍ତି। ଏଯାବତ୍ ତାଙ୍କର…
ଭୁବନେଶ୍ୱର: ଦିବା ୧୧ ଘଟିକାରେ ବୁଦ୍ଧ ମନ୍ଦିର ପ୍ରାଙ୍ଗଣରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ ମାନବାଧିକାର କର୍ମୀ ଜୟନ୍ତ ଦାସ, ସୁକାନ୍ତ ଭୋଇ। ଏକ ଅଜବ ଘଟଣାକୁ ଲୋକଲୋଚନକୁ ଆଣିଛନ୍ତି ଓଡ଼ିଶା ନ୍ୟାୟ ମଞ୍ଚର କର୍ମକର୍ତ୍ତା। ମାନବାଧିକାର କର୍ମୀ ଜୟନ୍ତ ଦାସଙ୍କର ପ୍ରଶ୍ନ ସଭ୍ୟ ସମାଜକୁ, ଭୂତ କଣ ଏତଲା ଦେଇପାରେ? ଆଜ୍ଞା ହଁ ଭୁବନେଶ୍ୱର କମିଶନରେଟ ପୋଲିସ୍ ଅଧିନସ୍ଥ ଏୟାରପୋର୍ଟ ଥାନାରେ ଭୂତ ଦେଇଛି ଏତଲା ଏବଂ ତା ଉପରେ କମିଶନରେଟ ପୋଲିସ୍ଙ୍କର ଏୟାରପୋର୍ଟ ଥାନାର ଆଇଆଇସି ଓ ଏସିପି ତଦନ୍ତ କରି ଫାଇଲ କରିଛନ୍ତି ଚାର୍ଜସିଟ୍, ଯାହା ଓଡ଼ିଶା ଇତିହାରେ ବିରଳ। ଏମିତି ଏକ ସମ୍ବେଦନଶୀଳ ଓ ହାସ୍ୟସ୍ପଦ ଘଟଣା ଘଟିଛି ଭୁବନେଶ୍ୱର ସ୍ମାର୍ଟସିଟି କମିଶନରେଟ ପୋଲିସ୍ଙ୍କ ଏୟାରପୋର୍ଟ ଥାନାରେ। ଭୁବନେଶ୍ୱର ଏସ୍ଡ଼ିଜିଏମ୍ କୋର୍ଟଙ୍କ ଆଦେଶରେ ଏଫ୍ଆଇଆର ରୁଜୁ ହୋଇଛି ଅଭିଯୁକ୍ତ ଆଇଆଇସି ଉମାକାନ୍ତ ପ୍ରଧାନ ଓ ଏସିପି ବିଷ୍ଣୁ ପ୍ରସାଦ ପାତ୍ରଙ୍କ ନାମରେ। ଏଭଳି ଘଟଣାକୁ…
ସୀତାରାମ ଅଗ୍ରୱାଲ ଚିଲିକା: ସମଗ୍ର ରାଜ୍ୟରେ ପୌର ନିର୍ବାଚନ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ୍ତାକାଲି ପ୍ରଚାରର ଶେଷ ଦିବସ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଏନଏସି ଚଳଚଞ୍ଚଳ ହୋଇଉଠିଛି। ଉଭୟ ଏନଏସି ରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଅନୁମେୟ ହେଉଛି। ତେବେ ଆଜି ବିଜେପି ପକ୍ଷରୁ ଉଭୟ ସହରରେ ମେଗା ରୋଡ଼ ଶୋ’ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ନଗରମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ ରାଲି ବାଲୁଗାଁ ସହରସ୍ଥିତ ମା’ ଉତ୍ତରାୟଣୀ ମନ୍ଦିରରୁ ବାହାରି ବିଭିନ୍ନ ୱାର୍ଡ ପରିକ୍ରମା କରିଛି। ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ବିଜେପି ଅଧ୍ୟକ୍ଷା ପ୍ରାର୍ଥୀନୀ ସ୍ୱପ୍ନା ବଡ଼ଜେନା ଏବଂ ସମସ୍ତ ବିଜେପି କାଉନସିଲର ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟଦେଇ ବିଜୟୀ କରାଇବାକୁ ଉକ୍ତ ରାଲିରେ ନିବେଦନ କରାଯାଇଛି। ଶୋଭାଯାତ୍ରାରେ ବିଜେପି ରାଜ୍ୟ…
ଭୁବନେଶ୍ୱର: ଧଳା ଜହର ବଳୟରେ ସମାଜ କଳୁଷିତ ହେବାରେ ଲାଗିଛି। ଅନେକ ପରିବାର ଧ୍ୱଂସ ହୋଇଯାଉଛି। ତେବେ ସମାଜକୁ ନିଶାମୁକ୍ତ କରିବାରେ ଯୁବଗୋଷ୍ଠୀଙ୍କର ଅନେକ ଆବଶ୍ୟକତା ରହିଛି। ସେମାନେ ହିଁ ନିଶା କବଳରୁ ସମାଜକୁ ସୁରକ୍ଷିତ ରଖିପାରିବେ ବୋଲି କହିଛନ୍ତି ଦ୍ୱୈତନଗରୀର ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ୍ ସାଇନ୍ସେସ୍ କଲେଜ ପରିସରରେ କମିଶନରେଟ୍ ପୋଲିସର ତତ୍ୱାବଧାନ ଏବଂ ଦିଗ୍ଦର୍ଶନ ଓ ଡ୍ରିମ୍ସ ମିଶନ୍ର ପ୍ରକଳ୍ପ ଜରିଆରେ ଆୟୋଜିତ “ଯୁବଗୋଷ୍ଠୀ ପାଇଁ ନିଶାମୁକ୍ତ ସମାଜ: ଆହ୍ୱାନ ଓ ଆଭିମୁଖ୍ୟ” ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କମିଶନର ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି ଯେ ନିଶାମୁକ୍ତ ଅଭିଯାନ ନେଇ ଆମେ ଯେଉଁ ବାର୍ତା ଦେବାକୁ ଯାଉଛୁ ସେଥିରେ ସୋଆ ଛାତ୍ରଛାତ୍ରୀ ବାର୍ତାବହ ହୁଅନ୍ତୁ। ଏକ ଅପରାଧିକ ତଥ୍ୟ ଉପସ୍ଥାପନ କରି ଶ୍ରୀ ପ୍ରିୟଦର୍ଶୀ କହିଥିଲେ ଯେ କିଛି ମାସ ତଳେ…
ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍କର୍ଷତା ଓ ପୁରସ୍କୃତ ହେବା ଧାରାରେ ଆଉ ଏକ ପାଦ ଆଗେଇଛି ସମ୍ ଅଲ୍ଟିମେଟ୍ ମେଡିକେୟାର (ସମମ୍)। ଶ୍ରେଷ୍ଠ ହସ୍ପିଟାଲ ଏବଂ ଶ୍ରେଷ୍ଠ ରୋଗୀ ସେବା ପ୍ରଦାନକାରୀ ଭାବେ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ୨୦୨୧ ବର୍ଷ ନିମନ୍ତେ ସମ୍ମାନ ଜନକ ସିକ୍ସ ସିଗମା ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି “ବେଷ୍ଟ ସିଇଓ ଆଣ୍ଡ ଆଡମିନିଷ୍ଟ୍ରେଟର ଅଫ ଦି ଇଅର ‘ଭାବେ ସମମ୍ର ଚିଫ ଏକ୍ଜିକ୍ୟୁଟିଭ ଅଫିସର ଡ. ଶ୍ୱେତପଦ୍ମା ଦାଶ ସମ୍ମାନିତ ହୋଇଥିବା ବେଳେ ଗତ ୨ ବର୍ଷ ମଧ୍ୟରେ କରୋନା ମହାମାରୀ ସମୟରେ ଶହ ଶହ ରୋଗୀଙ୍କୁ ଉନ୍ନତ ମାନର ଓ ଉତ୍ତମ ଚିକିତ୍ସା ପ୍ରଦାନ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ କୋଭିଡ ହସ୍ପିଟାଲକୁ “ବେଷ୍ଟ କୋଭିଡ ହସ୍ପିଟାଲ ଅଫ ଦି ଇଅର’ ଭାବେ ପୁରସ୍କୃତ କରାଯାଇଛି। ନୂଆଦିଲ୍ଲୀ ଠାରେ ଆୟୋଜିତ ସିକ୍ସ ସିଗମା ହେଲ୍ଥ କେୟାର ଏକ୍ସିଲେନ୍ସ…

