Author: Samikhsya Bureau

ଭୁବନେଶ୍ବର: ଆସନ୍ତା ସୋମବାର ଦିନ ଶେଷ ହେବ ପୌର ନିର୍ବାଚନର ପ୍ରାର୍ଥୀ ପତ୍ର ଦାଖଲ ପକ୍ରିୟା। ନିର୍ବାଚନ କମିଶନର କାର୍ଯ୍ୟାଳୟ ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୮୯ ଜଣ ମେୟର ବା ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସେହିପରି ବିଭିନ୍ନ ଏନଏସି ବା ମୁନିସପାଲଟିର କର୍ପୋରେଟର ଏବଂ କାଉନସିଲର ପାଇଁ ୧୯୧୮ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଏହି ନାମାଙ୍କନ ଦାଖଲ ପକ୍ରିୟା ୨ ମାର୍ଚ୍ଚରୁ ଆରମ୍ଭ ହୋଇଥିଲା। ଏ ନେଇ ଗତ ୨୮ ଫେବୃୟାରୀରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ସେହି ବିଜ୍ଞପ୍ତି ଅନୁସାରେ ଯେଉଁ ଯେଉଁ ତାରିଖରେ ନିର୍ବାଚନ ପକ୍ରିୟାର ବିଭିନ୍ନ କାର୍ଯ୍ୟ ହେବ ତାହା ହେଲା.. ନାମାଙ୍କନ ପତ୍ର ଦାଖଲ : ୨ ମାର୍ଚ୍ଚରୁ ୭ ମାର୍ଚ୍ଚ ୨୦୨୨ ପ୍ରାର୍ଥୀପତ୍ର ଯାଞ୍ଚ : ୯ ମାର୍ଚ୍ଚ ୨୦୨୨ ୧୪ ମାର୍ଚ୍ଚ ପର୍ଯ୍ୟନ୍ତ : ପ୍ରାର୍ଥୀପତ୍ର ପ୍ରତ୍ୟାହାର ଭୋଟଦାନ : ୨୪ ମାର୍ଚ୍ଚ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ପୌର ନିର୍ବାଚନ ନିମନ୍ତେ ବାଲୁଗାଁ ଏନଏସି ଅଧ୍ୟକ୍ଷା ଏବଂ ୧୧ଟି ୱାର୍ଡ କାଉନସିଲର ପଦବୀ ପାଇଁ ରବିବାର ପୂର୍ବାହ୍ନରେ ବିଜେପି ପକ୍ଷରୁ ପ୍ରାର୍ଥୀ ପତ୍ର ଦାଖଲ କରାଯାଇଛି। ଆଜି ପ୍ରାର୍ଥୀମାନେ ସେମାନଙ୍କ ଶତାଧିକ ସମର୍ଥକମାନଙ୍କ ଗହଣରେ ସ୍ଥାନୀୟ ବିଜେପି କାର୍ଯ୍ୟାଳୟରୁ ପଦଯାତ୍ରାରେ ଆସି ବାଲୁଗାଁ ଏନଏସି ନିର୍ବାଚନ ଅଧିକାରୀଙ୍କ ନିକଟରେ ୧୩ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଚଳିତ ପୌର ନିର୍ବାଚନ ପରିପ୍ରେକ୍ଷୀରେ ବାଲୁଗାଁ ଏନଏସିରେ ଶାସକ ବିଜେଡି ଓ କଂଗ୍ରେସ ଦଳ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ନାମାଙ୍କନ ପତ୍ର ଦାଖଲ କରାଯାଇନଥିବା ବେଳେ ଆଜି ବିଜେପି ପକ୍ଷରୁ ଅଧ୍ୟକ୍ଷା ପଦବୀ ପାଇଁ ସ୍ୱପ୍ନା ବଡ଼ଜେନା ଏବଂ ମମତା ବଡ଼ଜେନାଙ୍କ ନାମାଙ୍କନ ପତ୍ର ଦାଖଲ କରାଯାଇଛି। କାଉନସିଲର ପଦବୀ ପାଇଁ ୧ନଂ ୱାର୍ଡରୁ ଭୋବନା ଦାସ, ୨ନଂ ୱାର୍ଡରୁ ବିକାଶ ବେହେରା, ୩ନଂ ୱାର୍ଡରୁ ସୁନିତା ମହାରଣା, ୪ନଂ ୱାର୍ଡରୁ ମିନତୀ ତରାଇ, ୫ନଂ ୱାର୍ଡରୁ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ରାଜ୍ୟରେ ପୌର ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି। ଆସନ୍ତା ୨୪ ତାରିଖରେ ଏହି ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିର୍ବାଚନ ତାତି ବଢ଼ିବାରେ ଲାଗିଛି। ଉଭୟ ଏନଏସି ରେ ୨ ପ୍ରମୁଖ ରାଜନୈତିକ ଦଳ ବିଜେପି ଏବଂ ବିଜେଡି ମଧ୍ୟରେ କଡ଼ ଟକ୍କର ହେବ ବୋଲି ପୂର୍ବାନୁମାନ କରାଯାଉଥିବାବେଳେ ଟିକେଟ ବଣ୍ଟନ କ୍ଷେତ୍ରରେ ଚଳିତ ଥର ବିଜେପି ବିଜେଡି ଠାରୁ ଆଗରେ ଥିବା ଜଣାପଡିଛି। ବିଜେପି ପକ୍ଷରୁ ଉଭୟ ଏନଏସି ପାଇଁ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ବିଜେଡି ଏଯାବତ କୌଣସି ଏନଏସି ରେ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରିନାହିଁ। ବାଲୁଗାଁ ଏନଏସି ରେ ଅଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ସରଂକ୍ଷିତ ଥିବା ବେଳେ ଏଠାରେ ସ୍ୱପ୍ନା ବଡ଼ଜେନାଙ୍କୁ ବିଜେପି ପ୍ରାର୍ଥୀ ଭାବେ ଘୋଷଣା କରିଛି। ସେହିପରି ଭାବେ ବାଣପୁର ଏନଏସିର…

Read More

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ-୨୦୨୨ ପାଇଁ ବିଭିନ୍ନ ଓ୍ୱାର୍ଡର କର୍ପୋରେଟର ପଦବୀ ପାଇଁ  ଆଜି  ଆଉ ୯୦ଜଣ ପ୍ରାର୍ଥୀ ମନୋନୟନ ପତ୍ର ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାଯ୍ୟାଳୟରେ ଦାଖଲ କରିଛନ୍ତି। ଗତକାଲି ସୁଦ୍ଧା ୪୦ ଜଣ ପ୍ରାର୍ଥୀ ବିଭିନ୍ନ ଓ୍ୱାର୍ଡ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଆଜି ସୁଦ୍ଧା ମୋଟ ୧୩୦ଜଣ ପ୍ରାର୍ଥୀ  କର୍ପୋରେଟର ପାଇଁ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ମେୟର ପଦବୀ ପାଇଁ ୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଗତକାଲି ଜଣେ ପ୍ରାର୍ଥୀ ମେୟର ପଦବୀ ପାଇଁ ମନୋନୟନ ପତ୍ର ଦାଖଲ କରିଥିଲେ। ଏଣୁ ମେୟର ପଦବୀ ପାଇଁ ପ୍ରାର୍ଥୀପତ୍ର  ଦାଖଲ ସଂଖ୍ୟା ଆଜି ସୁଦ୍ଧା ୫ରେ ପହଁଚିଛି । ଆଜି ମେୟର ପଦବୀ ପାଇଁ  ଆଉ ୭ଟି  ଫର୍ମ ବିକ୍ରି ହୋଇଥିବା ବେଳେ ଆଜି ସୁଦ୍ଧା ଏଥିପାଇଁ ମୋଟ ୩୦ ଟି ଫର୍ମ ବିକ୍ରି…

Read More

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ତରଫରୁ ଆଜି ବ୍ରହ୍ମପୁର ମହାନଗର ନିଗମ (ବିଏମସି) ମେୟର ପ୍ରାର୍ଥୀ ଭାବେ ଡ. ସବିତା ସୁଆରଙ୍କ ନାମ ଘୋଷଣା କରାଯାଇଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଏହା କରାଯାଇଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ସୂଚନା ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ବ୍ରହ୍ମପୁର ମହାନଗର ନିଗମ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଭୋଟରମାନେ ପ୍ରତ୍ୟକ୍ଷ ଭାବେ ମେୟରଙ୍କୁ ନିର୍ବାଚିତ କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ କାର୍ଯ୍ୟଶୈଳୀ ତାଙ୍କୁ ବେଶ୍ ପ୍ରଭାବିତ କରିଛି। ରାଜ୍ୟ ସଭାପତି ସମୀର ମହାନ୍ତି ତାଙ୍କ ପ୍ରତି ଆସ୍ଥା ପ୍ରକଟ କରି ବ୍ରହ୍ମପୁର ମହାନଗର ନିଗମର ମେୟର ପ୍ରାର୍ଥୀ ଭାବେ ଚୟନ କରିଥିବାରୁ ଡ.ସବିତା ସୁଆର ଦଳକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Read More

ଭୁବନେଶ୍ୱର: ରାଜ୍ୟର ପୌରସଂସ୍ଥାଗୁଡ଼ିକରେ ହେବାକୁ ଥିବା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟଗ୍ରହଣ ପରେ ଇଭିଏମ୍‌ଗୁଡ଼ିକୁ ସୁରକ୍ଷିତ ଭାବେ ରଖିବା ନିମନ୍ତେ ଗାଇଡ ଲାଇନ ଜାରୀ କରିଛନ୍ତି। ମୁଖ୍ୟତଃ ଷ୍ଟ୍ରଙ୍ଗରୁମ୍‌ ସ୍ଥାପନ, ନିର୍ବାଚନ ସମୟରେ ଓ ଭୋଟଗ୍ରହଣ ପରେ ଗଣତି ପାଇଁ ନିର୍ବାଚନ ସାମଗ୍ରୀ ରଖିବା ପାଇଁ ଷ୍ଟ୍ରଙ୍ଗରୁମ୍‌ ଖୋଲିବା ଓ ବନ୍ଦ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ଏହି ଏସ୍‌ଓପି ଜାରୀ କରିଛନ୍ତି। ଏହାକୁ ସମସ୍ତ ନିର୍ବାଚନ ଅଧିକାରୀ ସଠିକ ଭାବେ ପାଳନ କରିବାକୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ପ୍ରତ୍ୟେକ ପୌର ପରିଷଦ ତିନି ପ୍ରକାରର ଷ୍ଟ୍ରଙ୍ଗରୁମ୍‌ ସ୍ଥାପନ କରିବେ। କାଉନ୍‌ସିଲର ବା କର୍ପୋରେଟର ପଦବୀ ନିମନ୍ତେ ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଭିଏମ୍‌ ରଖିବା ପାଇଁ ଗୋଟିଏ ଷ୍ଟ୍ରଙ୍ଗରୁମ୍‌, ଅଧ୍ୟକ୍ଷ ବା ମେୟର ପଦବୀ ନିମନ୍ତେ ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଭିଏମ୍‌ ରଖିବା ପାଇଁ ଗୋଟିଏ ଏବଂ ସଂରକ୍ଷିତ…

Read More

ସ୍ୱାସ୍ଥ୍ୟ ଟିପ୍ସ: ପନିପରିବା ସହିତ ଫଳ ଖାଇବା ମଧ୍ୟ ଏକ ସନ୍ତୁଳିତ ଖାଦ୍ୟର ଏକ ଅଂଶ। ଅମୃତଭଣ୍ଡା ଖାଇବା ପାଇଁ ସ୍ୱାଦିଷ୍ଟ ହେବା ସହିତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ଅମୃତଭଣ୍ଡାରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରହିଛି, ଯେଉଁଥିପାଇଁ ଅମୃତଭଣ୍ଡା ଆମ ପାଇଁ ଅନେକ ଉପାୟରେ ଲାଭଦାୟକ ଅଟେ। ଅମୃତଭଣ୍ଡା ଏକ ଉପକାରୀ ଫଳ ମଧ୍ୟରୁ ଗୋଟିଏ। କିନ୍ତୁ କେବଳ ଅମୃତଭଣ୍ଡା ନୁହେଁ, ଅମୃତଭଣ୍ଡାର ପତ୍ର ମଧ୍ୟ ଔଷଧୀୟ ଗୁଣରେ ପରିପୂର୍ଣ୍ଣ। ଅମୃତଭଣ୍ଡା ପତ୍ର ହେଉଛି ଏକ ଘରୋଇ ଉପଚାର ଯାହା ଆମ ଶରୀରରେ ପ୍ଲାଟଲେଟ୍ ବୃଦ୍ଧି ପାଇଁ କାମ କରେ। ଗୋଟିଏ ପଟେ ହୃଦରୋଗ, ମଧୁମେହ, କର୍କଟ, ହଜମ ଜନିତ ସମସ୍ୟା ଦୂର କରିବାକୁ ବିବେଚନା କରାଯାଉଥିବା ବେଳେ ଅନ୍ୟ ପଟେ ଏହାର କିଛି ଅସୁବିଧା ମଧ୍ୟ ଅଛି, ଯାହା ଭାରତୀୟମାନେ ସାଧାରଣତଃ କମ୍ ଜାଣନ୍ତି। ଅମୃତଭଣ୍ଡା ପତ୍ରରେ ପେପେନ୍ ଏନଜାଇମ୍ ଭରପୂର ଅଟେ, ଯାହା ଆମ ହଜମକୁ…

Read More

ଭୁବନେଶ୍ବର: କଂଗ୍ରେସର ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ଭୁବନେଶ୍ୱର ସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାର୍ଥିପତ୍ର ଦାଖଲ କରିଛନ୍ତି। ଏହା ପୂର୍ବରୁ ସେ କଂଗ୍ରେସ ଭବନରୁ ଦିବା ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳ ଅଫିସ ଯାଇଥିଲେ। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ପିସିସି ଉପ ସଭାପତି ଶ୍ରୀ ଶିବାନନ୍ଦ ରାୟ,ପିସିସି ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ, ଏକାମ୍ର ବିଧାୟିକା ପାର୍ଥିନି ଶ୍ରୀମତୀ ରଶ୍ମି ମହାପାତ୍ର, ପିସିସି ସମ୍ପାଦକ ଶ୍ରୀ ସୁବ୍ରତ ମହାପାତ୍ର ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ପାର୍ଥିପତ୍ର ଦାଖଲ କାର୍ଯ୍ୟକ୍ରମ ଏବଂ ଶୋଭାଯାତ୍ରାରେ ଯୋଗଦେଇଥିଲେ।

Read More

ସ୍ୱାସ୍ଥ୍ୟ ଟିପ୍ସ: ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ୬ ରୁ ୧୦ ଗ୍ଲାସ୍ ପାଣି ପିଇବା ଉଚିତ୍। ଅର୍ଥାତ୍ ଅତି କମରେ ୬ ଗ୍ଲାସ୍ ପାଣି ପିଇବା ଉଚିତ୍। ଏହାର କାରଣ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀର ପାଇଁ ପ୍ରଚୁର ଜଳ ଆବଶ୍ୟକ। କିନ୍ତୁ ଏହା ଜରୁରୀ ନୁହେଁ ଯେ ସମସ୍ତ ଲୋକଙ୍କ ଶରୀର ସମାନ ପରିମାଣର ଜଳ ଆବଶ୍ୟକ କରେ। କିଛି ଖାଦ୍ୟ ସାମଗ୍ରୀ ଅଛି ଯାହା ଖାଇବା ପରେ କେବେବି ପାଣି ପିଇବା ଉଚିତ୍ ନୁହେଁ। ଏପରି ପରିସ୍ଥିତିରେ, ଏଠାରେ ଆମେ ଆପଣଙ୍କୁ ସେହି ଜିନିଷଗୁଡ଼ିକ ବିଷୟରେ କହିବୁ ଯାହା ଖାଇବା ପରେ ପାଣି ପିଇବା ଉଚିତ୍ ନୁହେଁ। ଛଣା ଚଣା ଖାଇବା ପରେ: ଛଣା ହୋଇଥିବା ଚଣା ଖାଇବା ପରେ କେବେବି ପାଣି ପିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କ ପେଟରେ ଯନ୍ତ୍ରଣା ହୋଇପାରେ। ଏହାର କାରଣ ହେଉଛି ଚଣା…

Read More

ଭୁବନେଶ୍ବର: ଓଡିଶାକୁ ସାରା ଦେଶରେ ତଥା ଦେଶ ବାହାରେ ନିଜର ସ୍ୱତନ୍ତ୍ର ପରିଚୟ ସ୍ଥାପନ କରିବା ଓ ବ୍ରହ୍ମପୁର ମାଟି ପାଇଁ ଗୌରବ ଆଣିବାର ଏକ ଅନନ୍ୟ ଉପଲବ୍ଧି ଅଧିକାରିଣୀ ହୋଇପାରିଛନ୍ତି ରାମେଶ୍ୱରୀ ନନ୍ଦ। ୨୦୨୦ ମସିହାରେ ମୁମ୍ବାଇ ଗ୍ଲାବାଲ ଇଣ୍ଡିଆ ପାଇଁ ଓଡ଼ିଶାକୁ ପ୍ରତିନିଧିତ୍ଵ କରି ବ୍ରାଣ୍ଡ ଅମ୍ବାଶୋଡ଼ର ହେବା ସହ ମହାତ୍ମା ଗାନ୍ଧୀ ଶାନ୍ତି ପୁରସ୍କାର ୨୦୨୧ ମସିହାର ଓଡିଶା ଏପିଟମ ଆୱାର୍ଡକୁ ବ୍ରହ୍ମପୁର ଗୋପଲପୁରରେ ଆୟୋଜନ କରି ଅନେକ ଯୁବ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ ଦିଗରେ କଳାଞ୍ଜଳୀ ଅନୁଷ୍ଠାନ ଏକ ସ୍ୱତନ୍ତ୍ରତା ହାସଲ କରି ପାରିଛି। ଏହା ସହ କୋଭିଡର ଦ୍ଵିତୀୟ ଲହରୀ କାଳରେ ହଜାର ହଜାର ଲୋକଙ୍କୁ ସୁଷମ ଖାଦ୍ୟ ବଣ୍ଟନ କରି ସେ ସମାଜ ସେବା ସହ ଏକ ସୁନ୍ଦର ହୃଦୟାବନ ନାରୀ ଭାବରେ ସାରା ଓଡ଼ିଶାରେ ଆଜି ଏକ ନୁଆଁ ପରିଚୟର ଅଧିକାରୀଣି ହୋଇପାରିଛନ୍ତି ରାମେଶ୍ୱରୀ ନନ୍ଦ। ତେବେ ଚଳିତ ବର୍ଷ…

Read More

ନୂଆଦିଲ୍ଲୀ: ଆଜିକାଲି ଅନେକ ପ୍ରକାରର ରୋଗ ବ୍ୟାପୁଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମଧୁମେହ ବିଷୟରେ ଶୁଣିଛନ୍ତି। କାରଣ ଅଧିକାଂଶ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହି ରୋଗ ପ୍ରତ୍ୟେକ ବର୍ଗର ଲୋକଙ୍କୁ ଆକ୍ରାନ୍ତ କରୁଛି। ଏଥି ସହିତ, ଯଦି ଆମେ ଏହି ରୋଗରୁ ଦୂରେଇ ରହିବାକୁ ଚାହୁଁ, ତେବେ ଆମକୁ ଆମର ଖାଦ୍ୟ ଏବଂ ଅଭ୍ୟାସକୁ ନିୟନ୍ତ୍ରଣ କରିବାକୁ ପଡିବ। ଅନିୟମିତ ଖାଇବା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ହେତୁ ଏହି ରୋଗ ଅଧିକ ଦ୍ରୁତ ଗତିରେ ବ୍ୟାପିଥାଏ। ମଧୁମେହ ଅତି ଶୀଘ୍ର ବ୍ୟାପୁଛି। ଏପରି ପରିସ୍ଥିତିରେ, ଯଦି ଆପଣ ଏହି ରୋଗକୁ ଠିକ୍ ସମୟରେ ଚିକିତ୍ସା ନ କରନ୍ତି, ତେବେ ଆପଣ ଅନ୍ୟାନ୍ୟ ରୋଗର ଶିକାର ମଧ୍ୟ ହୋଇଯିବେ। ରକ୍ତଚାପ ବୃଦ୍ଧି ଫୁସଫୁସ ଏବଂ ଆଖି ଉପରେ ଖରାପ ପ୍ରଭାବ ପଡିପାରେ। ଏହା ସହିତ ଏହା ଶରୀରର ଅନ୍ୟ ଅଙ୍ଗ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ରକ୍ତ ଶର୍କରା ସମସ୍ୟାରୁ ମୁକ୍ତି…

Read More

ଅମୃତସର: ପଞ୍ଜାବର ଅମୃତସରରେ ନିୟୋଜିତ ସୀମା ସୁରକ୍ଷା ବଳ (ବିଏସଏଫ) ର ଏକ ମେସରେ ଗୁଳି ବିନିମୟ ହେବାର ଖବର ରହିଛି। ଏହି ଦୁର୍ଘଟଣାରେ ୫ ଜଣ ସୈନିକଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଆହତ ଯବାନଙ୍କ ଅବସ୍ଥା ଚିନ୍ତାଜନକ ରହିଛି। ଏହି ଦୁର୍ଭାଗ୍ୟଜନକ ଘଟଣା ଆଜି ଅମୃତସରର ଖାସା ଠାରେ ଥିବା ୧୪୪ ତମ ବାଟାଲିୟନର ମୁଖ୍ୟାଳୟରେ ଘଟିଥିଲା, ଯେତେବେଳେ କନଷ୍ଟେବଳ ସତ୍ତାପ୍ପା ହଠାତ୍ ଗୁଳି ଚଳାଇଥିଲେ। ଏହି ଘଟଣାରେ ଅଭିଯୁକ୍ତ କନଷ୍ଟେବଳ ସତ୍ତାପ୍ପାଙ୍କ ସମେତ ୫ ଜଣ ସୈନିକ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ଆହତ ଯବାନଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ସୀମା ସୁରକ୍ଷା ବଳର ଅଧିକାରୀ ସୂଚନା ଦେଇଛନ୍ତି। ଗୁଳି ବିନିମୟର କାରଣ ଜାଣିବା ପାଇଁ ଏକ କୋର୍ଟ ଅଫ୍ ଇନକ୍ୱାରୀକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାରେ ମୃତ୍ୟୁବରଣ କରିଥିବା ସୈନିକମାନଙ୍କ ମଧ୍ୟରେ ହେଡ କନଷ୍ଟେବଳ ଡିଏସ ତୋରାସାକର, ହେଡ କନଷ୍ଟେବଳ…

Read More

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ଶେଷ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ଅନୁଷ୍ଠିତ ହେବ। ଏହା ପୂର୍ବରୁ କୃଷକ ନେତା ରାକେଶ ଟିକାଏତ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଭୋଟ୍ ଦେବା ପରେ ଯେଉଁଠାରେ ଇଭିଏମ୍ ରଖାଯାଇଛି ସେହି ସ୍ଥାନଗୁଡିକୁ ଜଗି ରହିବାକୁ ସେ କୃଷକମାନଙ୍କୁ ନିବେଦନ କରିଛନ୍ତି। ଭାରତ କିଷାନ ୟୁନିଅନର ରାଷ୍ଟ୍ରୀୟ ମୁଖପାତ୍ର ରାକେଶ ଟିକାଏତ ଶନିବାର ବୁଲନ୍ଦସହରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଏହା କହିଛନ୍ତି। ଅସାଧୁ ପ୍ରକ୍ରିୟାରେ ଉତ୍ତରପ୍ରଦେଶର ଅତି କମରେ ୭୦ ଟି ଆସନ ଜିତିବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଟିକାଏତ ଆଶଙ୍କା କରିଛନ୍ତି। ମତଗଣନା ପୂର୍ବରୁ ଷ୍ଟ୍ରଙ୍ଗ ରୁମ ପାଖରେ ଜଗି ରହିବାକୁ ସେ କୃଷକମାନଙ୍କୁ ନିବେଦନ କରିଛନ୍ତି। ଏବଂ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ୍ ଗଣନା କରିବାକୁ ସେ କହିଛନ୍ତି। ଗଣନାରେ ଅନେକ ଅନିୟମିତା ହୋଇପାରେ ବୋଲି ରାକେଶ ଟିକାଏତ ଆଶଙ୍କା କରିଛନ୍ତି। ମାର୍ଚ୍ଚ ୯ ଓ ୧୦ ତାରିଖ…

Read More

ଭୁବନେଶ୍ଵର: ପୌର ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଦେଇଛି। ସେଥିପାଇଁ କମିଶନରେଟ ପୋଲିସ ଏକ ସ୍ଵତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି। କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ଵରରେ ଖଟି ଉପରେ କଟକଣା ଲଗାଯାଇଛି। ରାସ୍ତାକଡ କିମ୍ବା ସର୍ବସାଧାରଣ ସ୍ଥାନରେ ମଦ ପିଇବାକୁ ବାରଣ କରାଯାଇଛି। ଏହି ପ୍ରରିପ୍ରେକ୍ଷୀରେ ମଦୁଆ ମାନଙ୍କୁ ସାବାଡ କରିବା ପାଇଁ ବିଭିନ୍ନ ଜାଗାରେ ଚଢାଉ କରାଯାଇଛି। ମଦ ପିଉଥିବା ୨୦୦ ଜଣ ବ୍ୟକ୍ତିଙ୍କୁ କମିଶନରେଟ ପୋଲିସ ଧରିବା ସହିତ ସେମାନଙ୍କ ଠାରୁ ଫାଇନ ଆଦାୟ କରିଛି। ପ୍ରତି ମଦୁଆଙ୍କ ଠାରୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛି ପୋଲିସ। ସେହିଭଳି ଖଟି କରୁଥିବା ୯୨ ଜଣ ଲୋକଙ୍କୁ ଫାଇନ କରିବା ସହ ୧୨ ଟି ଖଟି ଗ୍ରୁପକୁ କମିଶନରେଟ ପୋଲିସ ଭାଙ୍ଗିଦେଇଛି।

Read More

ଭୁବନେଶ୍ଵର: ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ବିଧାନସଭା ବଜେଟ ଅଧିବେଶନ ଅନୁଷ୍ଠିତ ହୋଇପାରେ। ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ଓଡିଶା ବିଧାନସଭାର ବଜେଟ ଅଧିବେଶନ ପାଇଁ ତାରିଖ ଘୋଷଣା ହେବ। ଏହାସହିତ ବିଧାନସଭା ସମାଚାର ୟୁଟୁବ ଚ୍ୟାନେଲ କରାଯିବ। ବିଧାନସଭା ପରିସରରେ ଏଥିପାଇଁ ଷ୍ଟୂଡିଓ ତିଆରି କରାଯାଉଛି। ଏଥିରେ ବିଧାନସଭା ସମ୍ପର୍କିତ ଖବର ପ୍ରସାରଣ କରାଯିବ। ପରବର୍ତ୍ତୀ ସମୟରେ ବିଧାନସଭା ଟିଭି ମଧ୍ୟ ପ୍ରସାରିତ ହେବ। ସଂସଦ ଢାଞ୍ଚାରେ ପ୍ରସାରିତ ହେବ ବିଧାନସଭା ଟିଭି। ଏତଦବ୍ୟତୀତ ‘ବିଧାନସଭା ପତ୍ରିକା’ ନାମକ ମାସିକ ପତ୍ରିକା ମଧ୍ୟ ଆରମ୍ଭ ହେବ। ଏନେଇ ବାଚସ୍ପତି ଡାକ୍ତର ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।

Read More

ନୂଆଦିଲ୍ଲୀ: ମହିଳା କ୍ରିକେଟ୍ ବିଶ୍ୱକପ୍ ୨୦୨୨ ରେ ଭାରତୀୟ ଦଳ ପାକିସ୍ତାନକୁ ୨୪୫ ରନ୍ ଟାର୍ଗେଟ୍ ଦେଇଛି। ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ସ୍ନେହ ରାଣା ଏବଂ ପୂଜା ବସ୍ତ୍ରକାରଙ୍କ ଆଧାରରେ ଭାରତ ଏହି ସ୍କୋରରେ ପହଞ୍ଚିଛି। ଉଭୟ ଖେଳାଳି ସପ୍ତମ ୱିକେଟ୍ ପାଇଁ ୧୨୨ ରନ୍ ଯୋଡିଥିଲେ। ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ ୨୦୨୨ ରେ ଭାରତୀୟ ଦଳ ଏହାର ପ୍ରଥମ ମ୍ୟାଚ୍ ଖେଳୁଛି। ଏହି ମ୍ୟାଚରେ ଭାରତୀୟ ଅଧିନାୟକ ମିତାଲି ରାଜ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତର ଖରାପ ବ୍ୟାଟିଂ ଆରମ୍ଭ ହୋଇଥିଲା ଏବଂ ଦଳୀୟ ସ୍କୋର ୪ ରନ ଥିବା ବେଳେ ଓପନର୍ ଶେଫାଲୀ ବର୍ମା (୦)ଙ୍କ ୱିକେଟ୍ ର ପତନ ହୋଇଥିଲା। ଏଠାରୁ ସ୍ମୃତି ମନ୍ଧନା (୫୨) ଏବଂ ଦୀପ୍ତି ଶର୍ମା (୪୦) ୯୨ ରନର ସହଭାଗୀତା କରି ସେମାନଙ୍କ ଅଧିନାୟକଙ୍କ ନିଷ୍ପତ୍ତି ଠିକ୍ ପ୍ରମାଣ କରିଥିଲେ। ୨୧.୫ ଓଭର ପର୍ଯ୍ୟନ୍ତ…

Read More

ଭୁବନେଶ୍ୱର: ଆରବ ସାଗର ଆଡୁ ପୂର୍ବ ଭାରତ ଆଡକୁ ପ୍ରବାହିତ ହେଉଥିବା ଆର୍ଦ୍ର ବାୟୁ ବନ୍ଦ ହେବା ଯୋଗୁଁ ଓ ଏକ ଅପର ଏୟାର ଟ୍ରଫ୍ ପୂର୍ବ ଦିଗକୁ ଗତି କରିବା ସମ୍ଭାବନା ଥିବାରୁ ମାର୍ଚ୍ଚ ୧୩ରୁ ଓଡ଼ିଶାରେ ଦିନର ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ଶନିବାର କୁହାଯାଇଛି। କେନ୍ଦ୍ର ପକ୍ଷରୁ ଏକ ବୁଲେଟିନ୍‌ରେ କୁହାଯାଇଛି ଯେ ରାଜ୍ୟର କେତେକ ସ୍ଥାନରେ ୩୭ରୁ ୩୯ ଡିଗ୍ରୀ ସେଲ୍‌ସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ। ବର୍ତ୍ତମାନ ଉପକୂଳ ଓଡ଼ିଶାର ତାପମାତ୍ରା ୩୩ ରୁ ୩୫ ଡିଗ୍ରୀ ସେଲ୍‌ସିୟସ୍ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର ୩୫ ରୁ ୩୭ ଡିଗ୍ରୀ ସେଲ୍‌ସିୟସ୍ ରହିଥିବା ବେଳେ ଏହା ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଅପରିବର୍ତିତ ରହିବ ବୋଲି ବୁଲେଟିନ୍‌ରେ କୁହାଯାଇଛି। ଆରବ ସାଗରରୁ ପ୍ରବାହିତ ହେଉଥିବା ଆର୍ଦ୍ର ବାୟୁ ନିମନ୍ତେ ଏହି ତାପମାତ୍ରା…

Read More

କଟକ: କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେପି। ବିଜେପି ପକ୍ଷରୁ ଓଲିଉଡ ଅଭିନେତା ଶ୍ରୀତମ ଦାସଙ୍କୁ ସିଏମସିର ମେୟର ପ୍ରାର୍ଥୀ କରାଯାଇଛି। କଟକରୁ ମେୟର ପ୍ରାର୍ଥୀ ଭାବେ ସେ ପୌର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ। ଏହା ପୂର୍ବରୁ କଂଗ୍ରେସ ପକ୍ଷରୁ ଗତକାଲି ମେର ପ୍ରାର୍ଥୀ ଘୋଷଣା କରିଥିଲା। ସାଂସଦ ସୁବାସ ସିଂହଙ୍କୁ ବିଜେଡ଼ି କଟକ ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଥିଲା।

Read More

ନୂଆଦିଲ୍ଲୀ: ଦେଶରେ ଗତକାଲି ୫ ହଜାର ୯୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୫ ହଜାର ୪୭୬ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିଭଳି ଗତକାଲି ୨୮୯ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ଆଉ ୧୫୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୯ ଲକ୍ଷ ୬୨ ହଜାର ୯୪୩ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୧୫ ହଜାର ୩୬ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟାରେ ୧୩ ହଜାର ୪୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏପର୍ଯ୍ୟନ୍ତ ୪ କୋଟି ୨୩ ଲକ୍ଷ ୮୮ ହଜାର ୪୭୫ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୫୯ ହଜାରକୁ ୪୪୨ ବୃଦ୍ଧି ପାଇଛି।

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୪୫ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୯ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୫୪  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୧୦ ଭଦ୍ରକ ଜିଲ୍ଲାରୁ- ୨ ବଲାଙ୍ଗୀରି ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ- ୨ ଦେବଗଡ ଜିଲ୍ଲାରୁ- ୧ ଗଜପତି ଜିଲ୍ଲାରୁ- ୨୦ ଗଞ୍ଜାମ ଜିଲ୍ଲାରୁ- ୧ ଜଗତସିଂହପୁର ଜିଲ୍ଲାରୁ- ୧ ଯାଜପୁର ଜିଲ୍ଲାରୁ- ୧ ଝାରସୁଗୁଡା ଜିଲ୍ଲାରୁ- ୯ କେନ୍ଦ୍ରାପଡା ଜିଲ୍ଲାରୁ- ୮ ଖୋର୍ଦ୍ଧା ଜିଲ୍ଲାରୁ- ୧୪ କୋରାପୁଟ ଜିଲ୍ଲାରୁ- ୨ ମୟୂରଭଞ୍ଜ ଜିଲ୍ଲାରୁ- ୮ ପୁରୀ ଜିଲ୍ଲାରୁ- ୨ ସମ୍ବଲପୁର ଜିଲ୍ଲାରୁ- ୧୮ ସୁନ୍ଦରଗଡ ଜିଲ୍ଲାରୁ- ୨୫ ଷ୍ଟେଟ ପୁଲରୁ- ୩ ତେବେ…

Read More

ସୁବାସ କୁମାର ତାରଣିଆଁ କେଉଁ ଅନାଦି କାଳରୁ ମନୁଷ୍ୟ ଓ ପଶୁପକ୍ଷୀମାନଙ୍କ ମଧ୍ୟରେ ରହିଆସିଛି ନିବିଡ଼ ସମ୍ପର୍କ। ପଶୁପକ୍ଷୀ ହେଲେ ବି ଏମାନଙ୍କ ବୁଝିବାର ଶକ୍ତି ମଣିଷଙ୍କଠାରୁ କୌଣସି ଗୁଣରେ କମ୍ ନୁହଁ। ଏଥିପାଇଁ ଲୋକମାନେ ଘରେ କୁକୁର, ବିଲେଇ, ଶୁଆ, ଶାରୀ ଆଦି ପୋଷୁଥିଲେ। ଏହି ପଶୁପକ୍ଷୀମାନଙ୍କୁ ପରିବାରର ଜଣେ ସଦସ୍ୟ ଭାବେ ଗ୍ରହଣ କରିବା, ସେମାନଙ୍କ ସହିତ ଉତ୍ତମ ଆଚରଣ ଓ ଉଚ୍ଚାରଣ କରିବା ଦ୍ୱାରା ଖୁବ୍ କମ୍ ଦିନରେ ସେମାନେ ଅତି ଆପଣାର ପାଲଟିଯାଆନ୍ତି ଏବଂ ମଣିଷର ସୁଖ ଦୁଃଖରେ ଭାଗୀ ହୁଅନ୍ତି। ଏବେ କିନ୍ତୁ ସମୟ ବଦଳିଯାଇଛି। ବଳଦଙ୍କ ବଂଶ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। ଷଣ୍ଢଟିଏ ବୟସ ହୋଇଗଲାଣି। ଚରି ବୁଲିବାକୁ ଆଉ ସକ୍ଷମ ନାହିଁ। ଖାଦ୍ୟ ଅନ୍ୱେଷଣରେ ଯାହା ବାଡ଼ି ବଗିଚାରେ ପଶୁଛି, ସେ ମାର ମାର, ଧରଧର କରୁଛି। ମାଡ଼ ଭୟରେ ତଥା ଖାଦ୍ୟ ଅନ୍ୱେଷଣରେ ଗାଁ ଛାଡ଼ି ନିକଟସ୍ଥ…

Read More