ନୂଆଦିଲ୍ଲୀ: ବାସ୍ତୁଶାସ୍ତ୍ର ଅନୁସାରେ ବାସ୍ତୁ ଦୋଷ ରହୁଥିବା ଘରେ ସୁଖ ଶାନ୍ତି ଏବଂ ପରିବାରର ଉନ୍ନତିରେ ସମସ୍ୟା ଦେଖାଯାଏ। ବାସ୍ତୁ ଦୋଷ କାରଣରୁ କୌଣସି ବ୍ଯକ୍ତିର ଭାଗ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ। ଏହାସହିତ ଘରର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଅନେକ ସମସ୍ୟା ଦେଖାଯାଏ। ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ କର୍ପୂରକୁ ମହତ୍ବପୂର୍ଣ୍ଣ ଏବଂ ଫଳପ୍ରଦ ବୋଲି ବିଶ୍ବାସ କରାଯାଏ। କର୍ପୂରର ଏମିତି କିଛି ଉପାୟ ଅଛି, ଯେଉଁଥିରେ ବାସ୍ତୁ ଦୋଷ ଦୂର ହୋଇପାରିବ। ବାସ୍ତୁ ଦୋଷ ଦୂର କରିବାର ଉପାୟ ଗୁଡିକ ହେଲା: ୧- ଘରର କୋଣରେ କିଛି କର୍ପୂର ରଖିଦିଅନ୍ତୁ, ତାହା ଆପେ ଆପେ ତରଳି ମିଶିଲା ପରେ ପୁନଶ୍ଚ ଆଉ କିଛି କର୍ପୂର ରଖିଦିଅନ୍ତୁ। ଏହା କରିବା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହୋଇପାରିବ ନାହିଁ। ୨- ଗୃହରେ ସବୁବେଳେ ସକାଳେ ଏବଂ ସନ୍ଧ୍ୟା ସମୟରେ ଦେଶୀ ଘିଅରେ କର୍ପୂରକୁ ମିଶାଇ…
Author: Samikhsya Bureau
ମେଷ: ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା ଆପଣଙ୍କ ମନକୁ ଖୁସି କରିବ। ସନ୍ଧ୍ୟାରେ ଅତିଥିମାନଙ୍କ ଆଗମନ ସହିତ ଘରର ପରିବେଶ ମଧ୍ୟ ସୁଖଦ ରହିବ। ଅଟକିଯାଇଥିବା ଟଙ୍କା ହଠାତ୍ ଫେରସ୍ତ ହୋଇପାରେ। ଆପଣଙ୍କର ଖର୍ଚ୍ଚ ନିୟନ୍ତ୍ରଣରେ ରହିବ। ମନ୍ଦିରରେ ଘିଅ ଦୀପ ଜାଳନ୍ତୁ, ପତି-ପତ୍ନୀଙ୍କ ସମ୍ପର୍କ ମଜବୁତ ହେବ। ବୃଷ: ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ…
ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପରେ ବର୍ତ୍ତମାନ ଆରମ୍ଭ ହୋଇଯାଇଛି ପୌର ନିର୍ବାଚନ ଗରମ। ଏଥର ୧୦୬ ଟି ପୌର ପରିଷଦ ଏବଂ ୩ ଟି ମହାନଗର ନିଗମରେ ନିର୍ବାଚନ ହେବ। ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ।ଏ ନେଇ ନିର୍ବାଚନ କମିଶନର ନିର୍ବାଚନ ତାରିଖ ଘୋଷଣା କରିସାରିଛନ୍ତି। ଏହି ନିର୍ବାଚନରେ ୪୪ ଲକ୍ଷ ଭୋଟର ମତଦାନ କରିବେ। ଗତ ୨୮ ଫେବୃୟାରୀ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି। ସେହି ଅନୁସାରେ ଯେଉଁ ଯେଉଁ ତାରିଖରେ ନିର୍ବାଚନ ପକ୍ରିୟାର ବିଭିନ୍ନ କାର୍ଯ୍ୟ ହେବ ତାହା ହେଲା.. ନାମାଙ୍କନ ପତ୍ର ଦାଖଲ : ୨ ମାର୍ଚ୍ଚରୁ ୭ ମାର୍ଚ୍ଚ ୨୦୨୨ ପ୍ରାର୍ଥୀପତ୍ର ଯାଞ୍ଚ : ୯ ମାର୍ଚ୍ଚ ୨୦୨୨ ୧୪ ମାର୍ଚ୍ଚ ପର୍ଯ୍ୟନ୍ତ : ପ୍ରାର୍ଥୀପତ୍ର ପ୍ରତ୍ୟାହାର ଭୋଟଦାନ : ୨୪ ମାର୍ଚ୍ଚ ୨୦୨୨ ଫଳାଫଳ : ୨୬ ମାର୍ଚ୍ଚ ୨୦୨୨ ଉପାଧ୍ୟକ୍ଷ ନିର୍ବାଚନ : ୭ ଏପ୍ରିଲ…
ଭୁବନେଶ୍ୱର: ଅନୁସୂଚିତ ଜାତି ଓ ସେମାନଙ୍କ ମହିଳାଙ୍କ ପ୍ରତି ଘଟିଥିବା ଯୌନ ନିର୍ଯ୍ୟାତନା ଓ ଜମି ହଡ଼ପ ଖୋଦ୍ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ବୃଦ୍ଧି ପାଉଥିବା ବେଳେ କମିଶନରେଟ ପୋଲିସ୍ ଅପରାଧୀଙ୍କ ସହ ସାଲିସ୍ କରି ଘଟଣାଗୁଡ଼ିକୁ ରଫାଦଫା କରୁଛି। କୌଣସି ଘଟଣାର ସମୁଚିତ ତଦନ୍ତ କରୁନାହିଁ। ଅପରାଧୀମାନେ ବାରମ୍ବାର ଓ ଲଗାତର ପୀଡ଼ିତାମାନଙ୍କୁ ନିର୍ଯ୍ୟାତନା ଦେଉଥିବା ବେଳେ ପୋଲିସ୍ ସେମାନଙ୍କୁ ତଦନ୍ତ ଓ ଗିରଫ କରିବାରେ ବିଫଳ ହୋଇଛି। ଯଦି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅପରାଧୀମାନଙ୍କୁ ଗିରଫ କରାନଯାଏ, ତେବେ ସଂଗଠନ ଖଣ୍ଡଗିରି ଥାନା ଘେରାଉ କରିବ ବୋଲି ଓଡ଼ିଶା ନ୍ୟାୟ ମଞ୍ଚ ଚେତାବନୀ ଦେଇଛି। ପ୍ରକାଶଥାଉକି, ରାଜ୍ୟ ରାଜଧାନୀରେ ଭଣ୍ଡ ସାରଥୀ ପରି ଆଉ ଏକ ଭଣ୍ଡ ବାବା କମିଶନରେଟ ପୋଲିସ୍ ସହାୟତାରେ ନିଜର ଅପରାଧିକ ସାମ୍ରାଜ୍ୟ ବୃଦ୍ଧି କରିଚାଲିଛି। ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମାର ରଘୁନାଥ ନଗରରେ କୃଷ୍ଣମଠ ନାମରେ ସରକାରୀ ଜମି ମାଡ଼ିବସି ସେଠାରେ…
ଭୁବନେଶ୍ୱର: ୧୯୯୭ ମସିହା ଠାରୁ ଆଜକୁ ୨୫ବର୍ଷରୁ ଉର୍ଦ୍ଧ୍ୱ ହେବ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ଜଟଣୀ ବ୍ଲକ ଅନ୍ତର୍ଗତ ପଧାନସାହି ଗ୍ରାମପଞ୍ଚାୟତରେ କେବଳ ତପସିଲଭୁକ୍ତ ଶ୍ରେଣୀକୁ ବାଦ୍ ଦେଇ ବାକି ସମସ୍ତ ବର୍ଗଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ ରହି ଆସୁଥିଲା। କିନ୍ତୁ ଦୁଃଖର ବିଷୟ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ପ୍ରଥମ ପବ୍ଲିକେଶନ ନୋଟିଫିକେଶନରେ ପଧାନସାହି ଗ୍ରାମ ପଞ୍ଚାୟତ ସରପଞ୍ଚ ପଦବୀ ନିମନ୍ତେ ଅନୁସୂଚିତ ଜାତିଙ୍କ ପାଇଁ ସ୍ଥାନ ସଂରକ୍ଷଣ ରହିଥିଲା। ଉଚ୍ଚତମ ନ୍ୟାୟାଳୟ କଟକଙ୍କ ଆଦେଶ ଅନୁଯାୟୀ କେବଳ ପଛୁଆବର୍ଗଙ୍କୁ ଚଳିତ ପଞ୍ଚାୟତ ନିର୍ବାଚନରେ ବାଦ୍ ଦେବା ପାଇଁ ଆଦେଶ ଥିଲେ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହାକୁ ବେଖାତିର କରି ଦ୍ୱିତୀୟ ପର୍ଯ୍ୟାୟରେ ଜଟଣୀ ବ୍ଲକ ଅଧିନରେ ଥିବା ୧୫ଟି ପଞ୍ଚାୟତରେ କୌଣସି ସ୍ଥାନ ସଂରକ୍ଷଣ ପରିବର୍ତ୍ତନ କରିନଥିବା ବେଳେ କେବେଳ ଏକମାତ୍ର ସରପଞ୍ଚ ପଦବୀ ନିମନ୍ତେ ପଧାନସାହି ପଞ୍ଚାୟତରେ ତପସିଲଭୁକ୍ତ ଶ୍ରେଣୀକୁ ବାଦ୍ ଦେଇ ଉକ୍ତ ସ୍ଥାନରେ…
ସୀତାରାମ ଅଗ୍ରୱାଲ ଚିଲିକା: ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଶାୟୀଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି। ନିର୍ବାଚନ ପାଇଁ ୨ ରୁ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ସମୟ ସୀମା ନିର୍ଦ୍ଧାରଣ କରାଯାଇଛି। ତେବେ ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ତିନି ଦିନ ମଧ୍ୟରେ ଆଶାୟୀମାନେ ୪୯ ଟି ନାମାଙ୍କନ ଫର୍ମ ନେଇଥିବାର ସୂଚନା ମିଳିଛି। ୩ ଦିନ ମଧ୍ୟରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧ୍ୟକ୍ଷ ପଦବୀ ପାଇଁ ୮ ଜଣ ଏବଂ କାଉନସିଲର ପଦବୀ ପାଇଁ ୧୪ ଜଣ ଆଶାୟୀ ଫର୍ମ ନେଇଥିବା ଜଣାପଡ଼ିଛି। ଅନୁରୂପ ଭାବେ ଗତ ୩ ଦିନ ମଧ୍ୟରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧ୍ୟକ୍ଷ ପଦବୀ ପାଇଁ ୩ ଜଣ ଏବଂ କାଉନସିଲର ପଦବୀ ପାଇଁ ୨୪ ଜଣ ଆଶାୟୀ ଫର୍ମ…
ଭୁବନେଶ୍ବର: ଆଜି ଦେବଗଡ଼ର ବିଶିଷ୍ଟ ଶିକ୍ଷାବିତ ଶାନ୍ତି ମଞ୍ଜରୀ ଦେଇ ବିଜେଡିରେ ଯୋଗ ଦେଇଛନ୍ତି। ଶାନ୍ତି ମଞ୍ଜରୀ ହେଉଛନ୍ତି ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷୟିତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳରେ ସାମିଲ କରିଛନ୍ତି। ଏହି ଅବସରରେ ବିଜେଡି ଜିଲ୍ଲା ସଭାପତି ରୋମାଞ୍ଚ ରଂଜନ ବିଶ୍ଵାଳ, ବିଜେଡି ରାଜ୍ୟ ସଂପାଦକ କୁନବିହାରୀ ଦାସ ଉପସ୍ଥିତ ଥିଲେ। ଏହାସହିତ ସମର୍ଥକଙ୍କ ସହ ଯୁବନେତା ରାଜକିଶୋର ଦାଶ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି।
ଭୁବନେଶ୍ୱର: ଗୁଗୁଲ୍ ଓ ଜିଓ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଥିବା ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ଜିଓଫୋନ୍ ନେକ୍ସ୍ଟ୍ ଏବେ ଓଡ଼ିଶାର ୭୦୦୦ରୁ ଅଧିକ ମୋବାଇଲ୍ ଷ୍ଟୋର୍ଗୁଡ଼ିକ ସମେତ ଜିଓ ଷ୍ଟୋର୍, ଜିଓ ପଏଂଟ୍, ରିଲାଏନ୍ସ ଡିଜିଟାଲ୍ ଷ୍ଟୋର୍ ଏବଂ ଜିଓ ସେଂଟର୍ ଆଦିଗୁଡ଼ିକରେ ଉପଲବ୍ଧ ହୋଇଛି। ବ୍ୟାପକ ଭାବେ ଉପଲବ୍ଧ ହୋଇଥିବାରୁ ନିଜ ଫିଚର୍ ଫୋନ୍କୁ ସ୍ମାର୍ଟଫୋନ୍ରେ ଅପ୍ଗ୍ରେଡ୍ କରିବାକୁ ଚାହୁଥିବା ଗ୍ରାହକମାନଙ୍କ ପାଇଁ ଶ୍ରେଷ୍ଠ ଡିଜିଟାଲ୍ ଅନୁଭୂତି ହାସଲ କରିବା ସୁଯୋଗ ସେମାନଙ୍କ ଘର ପାଖରେ ପହଂଚିପାରିଛି। ଉନ୍ମୋଚନ ହେବା ପରଠାରୁ ଜିଓଫୋନ୍ ନେକ୍ସ୍ଟ୍ ଏହାର ଅନନ୍ୟ ଡିଜିଟାଲ୍ ଅନୁଭୂତି ମାଧ୍ୟମରେ ବିଶେଷ କରି ଓଡ଼ିଶାର ଦୂରଦୂରାନ୍ତ ଅଂଚଳ ସମେତ ସହରାଚଂଳରେ ବାସ କରୁଥିବା ପ୍ରଥମ ଥର ସ୍ମାର୍ଟଫୋନ୍ ବ୍ୟବହାରକାରୀମାନଙ୍କୁ ଉଲ୍ଲସିତ କରିଛି। ଦାମିକା ସ୍ମାର୍ଟଫୋନ୍ ଭଳି ଏଥିରେ ସର୍ବାଧୁନିକ ଫିଚର୍ ଓ ସୁବିଧା ସୁଯୋଗ ସାଙ୍ଗକୁ ସମସ୍ତ ଗୁଗୁଲ୍ ଆପ୍ ସମୂହ ଏବଂ ଜିଓର ପ୍ରିମିୟମ୍ ଆପ୍ଲିକେସନ୍,…
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍ ସ୍ପିନର ଶେନ ୱାର୍ଣ୍ଣଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ସେ ୫୨ ବର୍ଷ ବୟସରେ ଦୁନିଆରୁ ବିଦାୟ ଦେଇଛନ୍ତି। ଶେନ ୱାର୍ଣ୍ଣଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି। ସୂଚନାନୁସାରେ, ସେ ଥାଇଲ୍ୟାଣ୍ଡରେ ଥିଲେ ଏବଂ ତାଙ୍କର ହୃଦଘାତ ହୋଇଥିଲା, ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିଲା।
ନୂଆଦିଲ୍ଲୀ: ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ‘ଅପରେସନ ଗଙ୍ଗା’ ଅଧୀନରେ ଆଜି ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରମାନଙ୍କରୁ ୧୭ଟି ସ୍ୱତନ୍ତ୍ର ବିମାନ ଭାରତ ଫେରିଛି। ଏଥିମଧ୍ୟରେ ୧୪ଟି ବେସାମରିକ ବିମାନ ରହିଥିବା ବେଳେ ଭାରତୀୟ ବାୟୁସେନାର ୩ଟି ସି-୧୭ ବିମାନ ରହିଛି। ଆଜି ରାତି ସୁଦ୍ଧା ଆଉ ଏକ ବେସାମରିକ ବିମାନ ଫେରିବ ବୋଲି ଆଶା କରାଯାଉଛି। ବେସାମରିକ ବିମାନରେ ୩୧୪୨ ଜଣ ଯାତ୍ରୀ ଫେରିଛନ୍ତି। ସି-୧୭ ବିମାନରେ ୬୩୦ ଜଣ ନାଗରିକ ଉଦ୍ଧାର ହୋଇଛନ୍ତି। ଏବେ ସୁଦ୍ଧା, ୪୩ଟି ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ୯୩୬୪ ଜଣ ଭାରତୀୟମାନଙ୍କୁ ଉଦ୍ଧାର କରାଯାଇଛି। ଭାରତୀୟ ବାୟୁସେନାର ୭ଟି ସି-୧୭ ବିମାନରେ ୧୪୨୮ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯.୭ ଟନ୍ ରିଲିଫ ସାମଗ୍ରୀ ପଠାଯାଇଛି। ଆଜି ବୁକାରେଷ୍ଟରୁ ୪ଟି, କୋସିଚେରୁ ୨ଟି, ବୁଦାପେଷ୍ଟରୁ ୪ଟି, ରେସେଜୋରୁ ୩ଟି ଏବଂ ସୁଚେଭାରୁ ୨ଟି ବେସାମରିକ ବିମାନ ଫେରିଛି। ଅନ୍ୟପଟେ ଭାରତୀୟ ବାୟୁସେନାର…
ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ଯୁଦ୍ଧ ମଧ୍ୟରେ ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସ୍ଥିର ରହିଛି। ଚାରି ମାସରୁ ଅଧିକ ସମୟ ପରେ ପ୍ରଥମ ଥର ପାଇଁ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଆସନ୍ତା ସପ୍ତାହରେ ବୃଦ୍ଧି ପାଇବ। ମହଙ୍ଗା ଚିନ୍ତା ମଧ୍ୟରେ ସରକାରୀ କର୍ମଚାରୀମାନେ ଏହି ସୂଚନା ଦେଇଛନ୍ତି। ଅର୍ଥନୀତିଜ୍ଞମାନେ କହିଛନ୍ତି ଯେ, ଏସିଆର ତୃତୀୟ ବୃହତ୍ତମ ଅର୍ଥନୀତି (ଭାରତ) ଏହାର ତୈଳ ଆବଶ୍ୟକତାର ୮୦ ପ୍ରତିଶତ ଆମଦାନୀ କରିଥାଏ। ଭାରତରେ ଖୁଚୁରା ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କର ୬ ପ୍ରତିଶତ ଆକଳନଠାରୁ ଅଧିକ ହୋଇଛି। ଘରୋଇ ବଜାରକୁ ନିୟନ୍ତ୍ରଣ କରୁଥିବା ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ନଭେମ୍ବର ୪ ତାରିଖରୁ ଇନ୍ଧନ ମୂଲ୍ୟ ବୃଦ୍ଧି କରିନାହାଁନ୍ତି। ଏହା ପଛର କାରଣ ହେଉଛି ଉତ୍ତରପ୍ରଦେଶ ସମେତ ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ। ମାର୍ଚ୍ଚ ୭ ତାରିଖରେ ନିର୍ବାଚନ…
ନୂଆଦିଲ୍ଲୀ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ପୁଣିଥରେ ମିଳିତ ଜାତିସଂଘରେ ନିଜର ନିରପେକ୍ଷ ସ୍ଥିତି ଜାରି ରଖିଛି। ରୁଷ-ୟୁକ୍ରେନ ଯୁଦ୍ଧର ଯାଞ୍ଚ କରିବା ପାଇଁ ଏକ ସ୍ଵତନ୍ତ୍ର ଆୟୋଗ ଦ୍ଵାରା ମିଳିତ ଜାତିସଂଘର ମାନବାଧିକାର ପରିଷଦ ଚାହୁଁଥିଲେ, ଯାହାକୁ ନେଇ ଭୋଟ ଗ୍ରହଣ ହୋଇଥିଲା। କିନ୍ତୁ ଭାରତ ମତଦାନରୁ ନିଜକୁ ଦୂରେଇ ରଖିଛି। ଏହାପୂର୍ବରୁ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ମିଳିତ ଜାତିସଂଘର ସାଧାରଣ ସଭାରେ ଋଷର ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ଦୃଢ ନିନ୍ଦା କରାଯାଉଥିବା ଏକ ସଂକଳ୍ପ ପାରିତ ହୋଇଛି। ଏହି ସଂକଳ୍ପ ଉପରେ ୧୪୧ ଦେଶ ସମର୍ଥନ ଜଣାଇଥିବାବେଳେ ୫ ଟି ଦେଶ ଏହି ପ୍ରସ୍ତାବ ବିରୋଧରେ ମତ ଦେଇଛନ୍ତି। ଅର୍ଥାତ୍ ଏହି ପାଞ୍ଚଟି ଦେଶ ଋଷର ସମର୍ଥନରେ ଅଛନ୍ତି। ଏହା ବ୍ୟତୀତ ୩୫ ଟି ଦେଶ ଭୋଟିଂରେ ଭାଗ ନେଇ ନାହାଁନ୍ତି। ଏହି ଦେଶଗୁଡିକରେ ଭାରତ…
ଭୁବନେଶ୍ବର: ଯୁଦ୍ଧ ଅଞ୍ଚଳ ଖାରକିଭ୍ ଓ ପେସୋଚିନ ରେ ବର୍ତ୍ତମାନ ସୁଦ୍ଧା ଫସି ରହିଯାଇଥିବା ଆହୁରି ଅନେକ ଓଡିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମକୁ ଜୋରଦାର କରିଛନ୍ତି। ଖାରକିଭ୍ ଓ ପିସୋଚିନ୍ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀ ଗତ ତିନି ଦିନ ଧରି ଅଟକି ରହି ଭୀଷଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୬୫ ଜଣଙ୍କୁ ରାଜ୍ୟ ସରକାର ଦୁଇଟି ସ୍ବତନ୍ତ୍ର ବସ୍ ଯୋଗେ ନିରାପଦ ଭାବେ ପଶ୍ଚିମ ୟୁକ୍ରେନ ସୀମା କୁ ଆଣିବା ପାଇଁ ସଫଳ ହୋଇଛନ୍ତି । ସେ ଅଞ୍ଚଳରେ ଥିବା ସବୁ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ବିମାନ ଯୋଗେ ଭାରତକୁ ଆଣିବା ପାଇଁ ପ୍ରକ୍ରିୟା ଜାରି ରହିଛି। ଏ ପର୍ଯ୍ୟନ୍ତ ୧୯୯ ଛାତ୍ରଛାତ୍ରୀ ନିରାପଦ ରେ ଭାରତରେ ପହଞ୍ଚି ସାରିଛନ୍ତି । ସବୁ ଓଡ଼ିଆ ପିଲାଙ୍କୁ ନିରାପଦ ଭାବରେ ଉଦ୍ଧାର କରିବା ପାଇଁ ଓଡ଼ିଶା ସରକାର ଉଦ୍ୟମ ଜାରି ରଖିଛନ୍ତି…
ଭୁବନେଶ୍ବର: ଆଜି କଂଗ୍ରେସ ଭୁବନେଶ୍ବରର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେ ହେଉଛନ୍ତି ମଧୁସ୍ମିତା ଆଚାର୍ଯ୍ୟ। ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଅନ୍ୟ ଦୁଇଦଳ କୌଣସି ପ୍ରାର୍ଥୀ ଘୋଷଣା କରି ନ ଥିବା ବେଳେ କଂଗ୍ରେସ ପ୍ରଥମେ ଏହି ପଦକ୍ଷେପ ଗ୍ରହଣ କରିଛି। ତେବେ ତାଙ୍କ ନାମ ଘୋଷଣା ହେବା ପରେ ସେ ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି ଯେ, କଂଗ୍ରେସ ଏହି ସୁଯୋଗ ଦେଇଥିବାରୁ ସୋନିଆ ଗାନ୍ଧି, ରାହୁଳ ଗାନ୍ଧି, ଓଡିଶା ପ୍ରଦେଶ ସଭାପତିଙ୍କୁ ଧନ୍ୟବାଦ। ମୋତେ ଏପରି ସୁଯୋଗ ଦେଇଥିବାରୁ ଏହାକୁ ସଫଳତାର ସହ କାର୍ଯ୍ୟ କରିବି ବୋଲି ମଧୁସ୍ମିତା କହିଛନ୍ତି। ତେବେ ରାଜନୀତିରେ ନୂଆ ଥିବା ଏହି ମଧୁସ୍ମିତାଙ୍କୁ ନେଇ ବର୍ତ୍ତମାନ ଚାରିଆଡେ ଚାଲିଛି। କିଏ ଏହି ମହିଳା ଯିଏ କି ଏକ ଜାତୀୟ ଦଳର ମେୟର ପଦବୀ ହାତେଇବାରେ ସଫଳ ହୋଇଛନ୍ତି।…
ପେଶୱାର: ପାକିସ୍ତାନର ପେଶୱାରରେ ଆତ୍ମଘାତୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୪୬ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୨୪ ବର୍ଷ ପରେ ପାକିସ୍ତାନ ଯାଇଥିବା ଅଷ୍ଟ୍ରେଲିଆ ଦଳ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଛି। ଯେଉଁ ହୋଟେଲରେ ଦଳ ରହିଛନ୍ତି ସେହି ହୋଟେଲ ଆକ୍ରମଣ ସ୍ଥାନଠାରୁ ମାତ୍ର ୨୦ କିଲୋମିଟର ଦୂରରେ ଥିଲା। ସୂଚନାନୁସାରେ, ବୋମା ବିସ୍ଫୋରଣ ପରେ ଅଷ୍ଟ୍ରେଲିଆ ଦଳ ସହ ସୁରକ୍ଷା ବିଶେଷଜ୍ଞ ପାକିସ୍ତାନର ବୈଦେଶିକ ବ୍ୟାପାର ବିଭାଗ ସହ ଯୋଗାଯୋଗ କରୁଛନ୍ତି। ଖେଳାଳିଙ୍କୁ ୪ ହଜାରରୁ ଅଧିକ ସୁରକ୍ଷା କର୍ମୀ ଯୋଗାଇ ଦିଆଯିବ। ଅଷ୍ଟ୍ରେଲୀୟ ଦଳର ହୋଟେଲ ଛାତରେ ସ୍ନାଇପର ନିୟୋଜିତ ହେବ। ୨୪ ବର୍ଷ ପରେ ଅଷ୍ଟ୍ରେଲିଆର କ୍ରିକେଟ୍ ଦଳ ପାକିସ୍ତାନ ଗସ୍ତରେ ଯାଇଛି। ଏଠାରେ ଉଭୟ ଦଳ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ଏହା ପରେ ଏକ ତିନି ମ୍ୟାଚ୍…
ନୂଆଦିଲ୍ଲୀ: ପାକିସ୍ତାନର ପେଶୱାରରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଠାରେ ଏକ ମସଜିଦ ଉପରେ ଆତ୍ମଘାତୀ ଆକ୍ରମଣରେ ପ୍ରାୟ ୪୬ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ୫୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଏହି ସୂଚନା ପାକିସ୍ତାନୀ ଗଣମାଧ୍ୟମରୁ ବାହାରିଛି। ଶୁକ୍ରବାର (ଜୁମା) ପ୍ରାର୍ଥନା ସମୟରେ ଜଣେ ଆତ୍ମଘାତୀ ଆତଙ୍କବାଦୀ ଜନତାଙ୍କ ମଧ୍ୟରେ ବିସ୍ଫୋରକ ସାମଗ୍ରୀ ସହିତ ନିଜକୁ ବିସ୍ଫୋରଣ କରିଥିଲେ। ଯେଉଁଥିପାଇଁ ଏତେ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହି ବଡ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସୂଚନା ପାଇବା ମାତ୍ରେ ପାକିସ୍ତାନର ସମସ୍ତ ରିଲିଫ ଦଳ ଘଟଣାସ୍ଥଳକୁ ଯାଇ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କୁହାଯାଉଛି ଯେ ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି, ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ। ଘଟଣାସ୍ଥଳରେ ପୋଲିସ ଏବଂ ରିଲିଫ୍ ଟିମ୍ ଆସିବା ପୂର୍ବରୁ ଆଖପାଖର ଲୋକମାନେ ଆହତମାନଙ୍କୁ ସାହାଯ୍ୟ କରି ସେମାନଙ୍କୁ ବାଇକ୍ ଏବଂ…
ସ୍ୱାସ୍ଥ୍ୟ ଟିପ୍ସ: ଆପଣ ନିଶ୍ଚୟ କଖାରୁ ତରକାରୀ, ହଲୱା ଖାଇଥିବେ। କିନ୍ତୁ ଆପଣ କେବେ କଖାରୁ ରସ ପିଇଥିବାର ଦେଖିଛନ୍ତି କି? କଖାରୁ ମିଳୁଥିବା ପୁଷ୍ଟିକର ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଯଦି ଆପଣ ନିୟମିତ କଖାରୁ ରସ ପିଉଛନ୍ତି, ତେବେ ଆପଣ ନିଜ ପେଟର ଚର୍ବିକୁ ହ୍ରାସ କରିପାରିବେ। ଏହା ବ୍ୟତୀତ ଆପଣ ଅନେକ ରୋଗରୁ ମଧ୍ୟ ଦୂରେଇ ରହିବେ। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା କଖାରୁ ଖାଇବାର ଲାଭ। ଓଜନ ହ୍ରାସ କରିବା: କଖାରୁରେ କମ୍ ପରିମାଣର କ୍ୟାଲୋରୀ ଥାଏ। ଏଥିରେ ଫାଇବର ଭରପୂର। ତେଣୁ ଏହା ଆପଣଙ୍କ ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖେ। ଏହା ବ୍ୟତୀତ କଖାରୁ ରସ ପିଇବା ଦ୍ୱାରା ଆପଣଙ୍କୁ ଅଧିକ ଖାଦ୍ୟ ଖାଇବାକୁ ମଧ୍ୟ ରୋକିଥାଏ। ଯେଉଁଥିପାଇଁ ଏହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ଏହା ଭିଟାମିନ୍ ଡି ର ଏକ ଉତ୍ତମ…
ଭୁବନେଶ୍ୱର: ଦିବ୍ୟାଙ୍ଗଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର (ଏନସିଏସସିଡିଏ), ଭୁବନେଶ୍ୱର ପକ୍ଷରୁ ଆସନ୍ତା ୧୧ ତାରିଖରେ ଏକ ମାଗଣା ନିଯୁକ୍ତି ମେଳା ଆୟୋଜନ କରାଯିବ। ଅନୁସୂଚିତ ଜାତି ଓ ଜନଜାତି (ଏସସି ଓ ଏସଟି)ଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ରର ସହଭାଗିତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏନସିଏସସିଡିଏର ଭୁବନେଶ୍ୱର ଖଣ୍ଡଗିରି ଗଣ୍ଡମୁଣ୍ଡାସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ନିଯୁକ୍ତି ମେଳାରେ ସମସ୍ତ ନିଯୁକ୍ତି ଆଶାୟୀମାନେ ଅଂଶଗ୍ରହଣ କରିପାରିବେ। ନିଯୁକ୍ତି ମେଳା ୧୧ ମାର୍ଚ୍ଚ, ୨୦୨୨ ସକାଳ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଦଶମ କିମ୍ବା ତଦୁର୍ଦ୍ଧ୍ବ ଶିକ୍ଷାଗତ ଯୋଗ୍ୟତା ସହ ଆଇଟିଆଇ ଓ ଡିପ୍ଲୋମା ଶିକ୍ଷା ଲାଭ କରିଥିବା ପ୍ରାର୍ଥୀମାନେ ମ୍ୟାଟେରିଆଲ ହ୍ୟାଣ୍ଡଲିଂ, ଷ୍ଟୋର ପ୍ରମୋଟର, ପ୍ରୋସେସ ଆସୋସିଏଟ, ସେଲ୍ସ ଏକ୍ଜିକ୍ୟୁଟିଭ, ରିଲେସନସିପ ଅଫିସର, ଆକାଉଣ୍ଟାଣ୍ଟ, କନ୍ସଲଟାଣ୍ଟ, ଫିଲ୍ଡ କ୍ରେଡିଟ୍ ଅଫିସର ଆଦି ୭୦୦ରୁ ଅଧିକ ଭିନ୍ନ ଭିନ୍ନ ପଦବୀ ପାଇଁ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବାଳକ ପ୍ରାଣ ହରାଇଛନ୍ତି। ଖବର ମୁତାବକ ଆଜି ମଧ୍ୟାହ୍ନରେ ଘାସେଡିହ ଅଞ୍ଚଳରୁ ଶ୍ରୀତମ ନାୟକ (୧୭) ଏକ ବାଇକରେ ପିଙ୍କନ ନାୟକ (୧୪) ଏବଂ ବିଳାସ ନାୟକ (୧୫) ଙ୍କୁ ବସାଇ ବାଣପୁର ଅଭିମୁଖେ ଯାଉଥିଲେ। କିନ୍ତୁ ସାଲୁଣି ଛକ ମୋଡ଼ରେ ଭାରସାମ୍ୟ ହରାଇ ବାଇକଟିକୁ ଶ୍ରୀତମ ଏକ ଗଛରେ ପିଟିଦେଇଥିଲେ। ଫଳରେ ୩ ଜଣ ଯାକ ବାଇକରୁ ଛିଟିକି ତଳେ ପଡିଯାଇଥିଲେ। ଖବର ପାଇ ସଙ୍ଗେସଙ୍ଗେ ସ୍ଥାନୀୟ ଲୋକମାନେ ଆହତଙ୍କୁ ବାଣପୁର ମେଡିକାଲକୁ ଆଣିଥିବା ବେଳେ ପିଙ୍କନଙ୍କୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ପିଙ୍କନ ଘାଷେଡିହ ଗ୍ରାମ ସଞ୍ଜୟ ନାୟକଙ୍କ ପୁତ୍ର ବୋଲି ଜଣାପଡିଛି। ଅନ୍ୟ ଦୁଇ ଆହତଙ୍କ ଅବସ୍ଥା ସଂକଟପନ୍ନ ଥିବା ବେଳେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୩୮ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୫୫ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୪ ବାଲେଶ୍ଵର ଜିଲ୍ଲାରୁ- ୮ କଟକ ଜିଲ୍ଲାରୁ- ୪ ଗଜପତି ଜିଲ୍ଲାରୁ- ୧୯ ଯାଜପୁର ଜିଲ୍ଲାରୁ- ୨ ଝାରସୁଗୁଡା ଜିଲ୍ଲାରୁ- ୨୨ କଳାହାଣ୍ଡି ଜିଲ୍ଲାରୁ- ୨ କନ୍ଧମାଳ ଜିଲ୍ଲାରୁ- ୧ କେନ୍ଦ୍ରାପଡା ଜିଲ୍ଲାରୁ- ୮ ଖୋର୍ଦ୍ଧା ଜିଲ୍ଲାରୁ- ୧୩ କୋରାପୁଟ ଜିଲ୍ଲାରୁ- ୭ ମାଲକାନାଗିରି ଜିଲ୍ଲାରୁ- ୧ ମୟୂରଭଞ୍ଜ ଜିଲ୍ଲାରୁ- ୮ ନବରଙ୍ଗପୁର ଜିଲ୍ଲାରୁ- ୫ ପୁରୀ ଜିଲ୍ଲାରୁ- ୧ ସମ୍ବଲପୁର ଜିଲ୍ଲାରୁ- ୭ ସୁନ୍ଦରଗଡ ଜିଲ୍ଲାରୁ- ୧୧ ଷ୍ଟେଟ ପୁଲରୁ- ୧ ତେବେ…
ନୂଆଦିଲ୍ଲୀ: ଚାଣକ୍ୟ ନୀତିରେ ରହିଛି ଯେ, ଯଦି ଆପଣ କୌଣସି ଗୁରୁତ୍ବ ପୂର୍ଣ୍ଣ କାମଟିଏ କରିବାକୁ ଯାଉଛନ୍ତି ତେବେ ତାହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ। ଯଦି ଆପଣ ଏକ ଭଲ କାମ ବା ଚାକିରୀ ପାଇଁ ଚେଷ୍ଠା କରୁଛନ୍ତି, ତେବେ ତାହା ସଫଳ ହେବା ପରେ କୁହନ୍ତୁ। ଆପଣଙ୍କ କାମ ଶେଷ ନ ହେବା ପୂର୍ବରୁ ଯଦି ପ୍ରଘଟ କଲେ ତେବେ ତାହା ଆଉ ହେବ ନାହିଁ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣଙ୍କ କାମ ଗୋପନରେ କରନ୍ତୁ। ଏହି କାମରେ ଯଦି କାହାର ଆବଶ୍ୟକତା ଥାଏ ତେବେ ତାଙ୍କ ସହିତ ଆଲୋଚନା କରନ୍ତୁ। କିନ୍ତୁ ଅନ୍ୟ କାହା ସହିତ ନୁହେଁ। ଆଚାର୍ଯ୍ୟ ଚାଣକ୍ୟ ଆଉ ଏକ କଥା କହିଛନ୍ତି। ତାହା ହେଲା ଯଦି କୌଣସି କାମ ପୂର୍ବରୁ ଆପଣ ପ୍ରଘଟ କଲେ ଏବଂ କାମଟି ପରେ ବିଫଳ ହେଲା, ତେବେ ଆପଣ ଲୋକହସା ହେବେ। ଆପଣଙ୍କ କାମଟି ସଫଳ ହେବେ କି…

