Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»‘ପିପୁଲ୍ସ ଫୋରମ’ ଓ ସହଯୋଗୀ ଅନୁଷ୍ଠାନ ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିିଳା ଦିବସ ପାଳିତ
ଆଞ୍ଚଳିକ

‘ପିପୁଲ୍ସ ଫୋରମ’ ଓ ସହଯୋଗୀ ଅନୁଷ୍ଠାନ ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିିଳା ଦିବସ ପାଳିତ

March 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପିପୁଲ୍ସ ଫୋରମ’ ଏବଂ ସହଯୋଗୀ ଅନୁଷ୍ଠାନ ‘ଅନ୍ନପୂର୍ଣ୍ଣା ଫାଇନାନ୍ସ’ ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିିଳା ଦିବସ ପାଳନ ଅବସରରେ ବିଶିଷ୍ଟ ସଙ୍ଗୀତଜ୍ଞ ଡକ୍ଟର ଶ୍ୟାମାମଣୀ ଦେବୀ, ପ୍ରଖ୍ୟାତ ସାହିତ୍ୟିକା ସରୋଜିନୀ ସାହୁ ଓ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜତା ମହାପାତ୍ରଙ୍କୁ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମ ପାତ୍ରପଡ଼ାସ୍ଥିତ ହୋଟେଲ ତାଜ୍ ବିବାନ୍ତରେ ଅନୁଷ୍ଠିତ ହୋଇଯାଇଛି।

ମାନସିକ ସ୍ୱାସ୍ଥ୍ୟ, ନିଶା ମୁକ୍ତି ତଥା ନାରୀ ସଶକ୍ତୀକରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପିପୁଲ୍ସ ଫୋରମ’ ଓ ପ୍ରାୟ ୨୦ ଲକ୍ଷ ଭାରତୀୟ ମହିଳାଙ୍କୁ ଆର୍ଥିକ ସାହାଯ୍ୟ କରି ଆସୁଥିବା ସହଯୋଗୀ ସଂସ୍ଥା ‘ଅନ୍ନପୂର୍ଣ୍ଣା ଫାଇନାନ୍ସ’ର ମିଳିତ ସହଯୋଗରେ ଅ।।ୟୋଜତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସବିତା ଆଚାର୍ଯ୍ୟ ଓ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟ ଦୀପ୍ତି ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ନପୂର୍ଣ୍ଣା ଫାଇନାନ୍ସର ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ପଟ୍ଟନାୟକ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିବା ପରେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଉତ୍ସବରେ ଅନଷ୍ଠାନର ମୁଖ୍ୟ ବିତ୍ତ ଅଧିକାରୀ ସତ୍ୟଜିତ୍ ଦାସ ଏବଂ ମୁଖ୍ୟ ପରିଚାଳନା ଅଧିକାରୀ ସଞ୍ଜୟ ପଟ୍ଟନାୟକ ଉପସ୍ଥିତ ଥିଲେ।

ଦୁଇଟି ଅଧିବେଶନରେ ଆୟୋଜିତ ଏହି ଉତ୍ସବର ପ୍ରଥମ ଅଧିବେଶନରେ ମହିଳା ଉଦ୍ୟମୀଙ୍କ କୃତି ଆଧାରିତ ‘ନାରୀ ତୁ ଅନ୍ନପୂର୍ଣ୍ଣା’ ନାମକ ୧୨ ଅଧ୍ୟାୟ ବିଶିଷ୍ଟ ସାକ୍ଷାତକାର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଚଳିତବର୍ଷ ପାଳିତ ହେଉଥିବା ‘ଆଜାଦୀ କା ଅମୃତ ମହୋତ୍ସବ’ ପରିପ୍ରେକ୍ଷୀରେ ସମଗ୍ର ଭାରତବର୍ଷର ୭୫ଜଣ ପ୍ରେରଣାଦାୟୀ ଦିବଂଗତା ମହିଳାଙ୍କ ଜୀବନୀ ସମ୍ବଳିତ ଇଂରାଜୀ ପୁସ୍ତକ ‘ଅଗ୍ନିକା’ ମଧ୍ୟ ଏହି ଅବସରରେ ଉନ୍ମୋଚିତ ହୋଇଥିଲା।

ଉତ୍ସବର ଅପରାହ୍ନ ଅଧିବେଶନରେ ଜାତୀୟ ଖ୍ୟାତିସମ୍ପନ୍ନ ଗାୟିକା କଶ୍ୟପ, ରମାଦେବୀ ମହିଳା ମହାବ୍ୟିାଳୟ କୁଳପତି ପ୍ରଫେସର ଡକ୍ଟର ପଦ୍ମଜା ମିଶ୍ର ଓ ଭାରତୀୟ ସେନାର ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋନାଲି ରଥ ଅତିଥି ଭାବେ ଯୋଗ ଦେଇଥିଲେ। ଦ୍ୱିତୀୟ ଅଧିବେଶନରେ ଚିକିତ୍ସା, ପୋଲିସ୍ ଓ ଟ୍ରାଫିକ୍‌, ନୃତ୍ୟ, ଶିକ୍ଷା ଏବଂ ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବିଶିଷ୍ଟ ମହିଳାଙ୍କୁ ସମ୍ବର୍ଦ୍ଧତ କରାଯାଇଥିଲା। ଓଡ଼ିଆ ସିନେ ତାରକା ପ୍ରିୟା ଚୌଧୁରୀ, ଏଲିନା ସାମନ୍ତରାୟ, ରିୟା ଦେ, ଶୀତଲ ପାତ୍ର, ପୁନମ ମିଶ୍ର ଏବଂ ମାଷ୍ଟର ସେଫ୍ ସିଜନ୍ ୬ରେ କୃତିତ୍ୱ ଅର୍ଜନ କରିଥିବା ସ୍ମୃତି ସିଂ ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ। ଏହି ଅବସରରେ ଅନୁଷ୍ଠାନର ସହଯୋଗୀମାନଙ୍କ ଦ୍ୱାରା ଭାରତର ଅତୁଲ୍ୟ କାରିଗରୀ ହସ୍ତତନ୍ତ୍ର ଉତ୍ପାଦନ ସମ୍ବନ୍ଧିତ ଏକ ଫ୍ୟାଶନ ସୋ’ ଆୟୋଜିତ ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ପ୍ରତିବର୍ଷ ଆନ୍ତର୍ଜାତିକ ମହିିଳା ଦିବସ ଅବସରରେ ଉଭୟ ‘ପିପୁଲ୍ସ ଫୋରମ’ ଏବଂ ‘ଅନ୍ନପୂର୍ଣ୍ଣା ଫାଇନାନ୍ସ’ର ମହିଳା ସହକର୍ମୀଙ୍କ ଦ୍ୱାରା ‘ନାରୀ ସଶକ୍ତୀକରଣ’ ଆଧାରିତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ।

ଅନ୍ନପୂର୍ଣ୍ଣା ଫାଇନାନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026

୩ କିଲୋମିଟର ଭାରରେ ବୋହିବା ପରେ ଆମ୍ବୁଲାନ୍ସରେ ଜନ୍ମ ନେଲା ଶିଶୁକନ୍ୟା

September 22, 2026
Latest News

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026

ଇସିଙ୍କ ବୟାନ ପରେ ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ?

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.