ମେଷ ଆଜି ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଜଣେ ସମ୍ପର୍କୀୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି। ବରିଷ୍ଠମାନଙ୍କ ପରାମର୍ଶରେ କାମ କରନ୍ତୁ। ପରିବାର ସହିତ ବୁଲିବାକୁ ଯାଆନ୍ତୁ। ଚାକିରୀରେ ଥିବା ଲୋକମାନେ ଭଲ ଖବର ପାଇ ପାରିବେ। ତୁମର ବ୍ୟବସାୟ ଭଲ ରହିବ। ଦାମ୍ପତ୍ୟ ଜୀବନରେ ମଧୁର ସଂପର୍କ ରହିବ। ତୁମର ଅଧିକାଂଶ କାର୍ଯ୍ୟ ସମାପ୍ତ ହେବ। ବୃଷ ଆଜି ଆପଣ ମାନସିକ ସ୍ତରରେ ଶକ୍ତିଶାଳୀ ହେବେ। ଆର୍ଥିକ କାରବାର ସମ୍ବନ୍ଧୀୟ କାର୍ଯ୍ୟ ସମାପ୍ତ ହେବ। ଆପଣ କୌଣସି ସ୍ଥାନରୁ ଆର୍ଥିକ ସାହାର୍ଯ୍ୟ ପାଇବେ। ସାଙ୍ଗମାନଙ୍କୁ ଭେଟିବେ। ଆପଣଙ୍କଠାରୁ ଋଣ ନେବାକୁ ଆସିବେ। ଆଜି ଘରେ କିଛି ବିଷୟରେ ମତଭେଦ ହେବାର ସମ୍ଭାବନା ଅଛି। ଆପଣଙ୍କୁ ଚାପରୁ ଦୂରେଇ ରହିବାକୁ ପଡିବ। ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ। ଛାତ୍ରମାନେ ସଫଳତା ପାଇବେ। ମିଥୁନ ଆଜି ଆପଣ ମାନସିକ ସ୍ତରରେ ଶକ୍ତିଶାଳୀ ହେବେ। ସକରାତ୍ମକତା ଅଧିକ ହେବ। ଅର୍ଥନୈତିକ ପ୍ରଗତି ପାଇଁ…
Author: Samikhsya Bureau
ଚେନ୍ନାଇ: ଭାରତୀୟ ନୌସେନା ଦ୍ଵାରା ୫ ମାର୍ଚ୍ଚ, ୨୦୨୨ରେ କୁଶଳୀ ବିଧ୍ଵଂସକ ଯୁଦ୍ଧ ପୋତ ଆଇଏନଏସ ଚେନ୍ନାଇରୁ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଏହା ହେଉଛି ବ୍ରହ୍ମୋସର ପରିବର୍ଦ୍ଧିତ ସଂସ୍କରଣ ଯାହାକି ଅଧିକ ଦୂରବର୍ତ୍ତୀ ସ୍ଥଳ ଭାଗରେ ଥିବା ଲକ୍ଷ୍ୟ ଭେଦ କରିବାକୁ ସକ୍ଷମ। ପରୀକ୍ଷା ସମୟରେ ଏହି କ୍ଷେପଣାସ୍ତ୍ର ପରିବର୍ଦ୍ଧିତ ଦୂରତା ବିଶିଷ୍ଟ ପ୍ରକ୍ଷେପ ପଥକୁ ଅତିକ୍ରମ କରିବା ସହିତ ଜଟିଳ ଯୁଦ୍ଧ କୌଶଳ ପ୍ରଦର୍ଶନ କରି ସମ୍ପୂର୍ଣ୍ଣ ସଠିକ୍ ଭାବେ ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ ହୋଇଥିଲା। ଉଭୟ ବ୍ରହ୍ମୋସ କ୍ଷେପଣାସ୍ତ୍ର ଏବଂ ଆଇଏନଏସ ଚେନ୍ନାଇ ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି। ଏଥିରେ ଭାରତ ନିର୍ମିତ କ୍ଷେପଣାସ୍ତ୍ରର ଅତ୍ୟାଧୁନିକ ସାମର୍ଥ୍ୟ ଏବଂ ଜାହାଜ ନିର୍ମାଣ ଶୈଳୀ ପରିଲକ୍ଷିତ ହୋଇଛି। ଆତ୍ମନିର୍ଭର ଭାରତ ଏବଂ ମେକ୍ ଇଣ୍ଡିଆ ଅଭିଯାନରେ ଭାରତୀୟ ନୌସେନାର ଯୋଗଦାନକୁ ଏହା ସୁଦୃଢ଼ କରୁଛି। ଏହି ଉପଲବ୍ଧି ଫଳରେ ଭାରତୀୟ ନୌସେନାର…
କନ୍ଦର୍ପ ବେହେରା ରେଢାଖୋଲ: ଯାହାର ବାପା, ମାଆ ନାହିଁ ତ କେହି ନାହିଁ। ବାପା, ମାଆ ସବୁବେଳେ ଚାହିଁ ଥାନ୍ତି ପୁଅ ଝିଅର ମଙ୍ଗଳ କାମନା। ହେଲେ ବାପା, ମାଆ ଆରପାରିକି ଚାଲି ଗଲା ପରେ ଅନାଥ ପୁଅ ଝିଅ ଦୁର୍ଦ୍ଦିନରେ ଦିନ କାଟନ୍ତି। ଏପରିକି ହୋଟେଲରେ କାମ କରି ନିଜର ଜୀବିକା ନିର୍ବାହ କରନ୍ତି। ଏମିତି ଜଣେ ଅନାଥ ଝିଅକୁ ବାହାଘର କରି ଉଦାହରଣ ପାଲଟିଛନ୍ତି ନାକଟିଦେଉଳ ବ୍ଲକ୍ ର ଗୋଧିଢିପ ଗ୍ରାମବାସୀ। ଝିଅ ବାହାଘରରେ ଯାହା ଆବଶ୍ୟକ ଗ୍ରାମ ବାସୀ ମିଳିମିଶି ନିଜେ ବ୍ୟକ୍ତିଗତ ଭାବରେ ଉପହାର ଦେଇ ବାହାଘର କରି ଶାଶୂଘରକୁ ପଠାଇଛନ୍ତି ଝିଅଟିକୁ। ଯାହାକି ଏବେ ବେଶ୍ ଚର୍ଚ୍ଚିତ ହୋଇଛନ୍ତି ଯୁବକ ସଂଘର କର୍ମକର୍ତା ତଥା ଗ୍ରାମବାସୀ। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ସରାପାଲି ପଂଚାୟତ ଗୋଧିଢିପ ଗ୍ରାମର ଅନାଥ ଝିଅ ଝୁନୁ ସାହୁ (୨୨)। ବାପା ୩ ବର୍ଷ ଆଗରୁ ମୃତ୍ୟୁବରଣ କରିଥିବା ବେଳେ…
ନୂଆଦିଲ୍ଲୀ: ଅମୂଲ ସମଗ୍ର ଦେଶରେ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି। କ୍ଷୀରର ଲିଟର ପିଛା 2 ଟଙ୍କାକୁ ଅମୂଲ ବୃଦ୍ଧି କରିଛି। ମଦର ଡାଏରୀ ରବିବାର ଠାରୁ ଦିଲ୍ଲୀ-ଏନସିଆରରେ କ୍ଷୀରର ମୂଲ୍ୟ ଲିଟର ପିଛା 2 ଟଙ୍କା ବୃଦ୍ଧି କରୁଥିବାରୁ ଗ୍ରାହକଙ୍କୁ ଆଉ ଏକ ଅସୁବିଧା ହେବ। ଏହି ରାଜ୍ୟଗୁଡିକରେ ମଧ୍ୟ କ୍ଷୀର ମହଙ୍ଗା ହେବ: ଆସନ୍ତାକାଲିଠାରୁ ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ମଦର ଡାଏରୀ ଦୁଗ୍ଧର କ୍ଷୀର ମଧ୍ୟ 2 ଟଙ୍କା ଅଧିକ ହେବ। ମଦର ଡାଏରୀ ଦୁଗ୍ଧର ବର୍ଦ୍ଧିତ ମୂଲ୍ୟ ଜାଣନ୍ତୁ: ମଦର ଡାଏରୀର ସମ୍ପୂର୍ଣ୍ଣ କ୍ରିମ୍ କ୍ଷୀର ଲିଟର ପିଛା 57 ରୁ 59 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ। ମଦର ଡାଏରୀର ଟନଡ୍ କ୍ଷୀର ବର୍ତ୍ତମାନ ଲିଟର ପିଛା 47 ଟଙ୍କା ବଦଳରେ 49 ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ। ଡବଲ୍ ଟୋନଡ କ୍ଷୀରର ମୂଲ୍ୟ ଲିଟର ପିଛା 41 ରୁ 43 ଟଙ୍କାକୁ…
ନୂଆଦିଲ୍ଲୀ: ରେଳବାଇ ନିଯୁକ୍ତି ବୋର୍ଡର ଏନଟିପିସି ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ପ୍ରାର୍ଥୀଙ୍କ ଅଭିଯୋଗର ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯାଇଥିଲା। ଏହି ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଏହାର ଅନୁସନ୍ଧାନ ରିପୋର୍ଟ ଦାଖଲ କରିଛି। ବର୍ତ୍ତମାନ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏକ ବଡ଼ ବିବୃତ୍ତି ଆସିଛି। ଏହାର ସମାଧାନ ଶୀଘ୍ର ସୂଚିତ କରାଯିବ ବୋଲି ସେ କହିଛନ୍ତି। ମାର୍ଚ୍ଚ 4 ତାରିଖ ସୁଦ୍ଧା ଏହି କମିଟି ଏହାର ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା। ଉତ୍ତରପ୍ରଦେଶ ଏବଂ ବିହାରରେ ରେଳବାଇ ନିଯୁକ୍ତି ବୋର୍ଡ (RRB) NTPC ପରୀକ୍ଷା-2021 କୁ ନେଇ ବ୍ୟାପକ ବିରୋଧ କରାଯାଇଥିଲା। ରେଳମନ୍ତ୍ରୀ ଏକ ଟୁଇଟ୍ରେ କହିଛନ୍ତି ଯେ, ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ପ୍ରାୟ ତିନି ଲକ୍ଷ ଆବେଦନ ଗ୍ରହଣ କରିଛି, ଯାହାକି କିଛି ଦିନ ମଧ୍ୟରେ ବିଶ୍ଳେଷଣ କରାଯାଇଥିଲା ଏବଂ ଆରଆରବି କିଛି ଦିନ ମଧ୍ୟରେ ଏହାର ସମାଧାନ ବିଷୟରେ ସୂଚନା ଦେବ। ଦାବି…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଗଜପତି ଜିଲ୍ଲାରୁ ୩୯, ଖୋର୍ଦ୍ଧା ଜିଲ୍ଲାରୁ ୨୭, ସମ୍ବଲପୁରରୁ ୨୩, ଯାଜପୁରରୁ ୧୪, କଟକରୁ ୧୨, ଝାରସୁଗୁଡାରୁ ୧୧, ମୟୂରଭଞ୍ଜରୁ ୧୧, ବାଲେଶ୍ବରରୁ ୯, ବରଗଡରୁ ୯, ଗଞ୍ଜାମରୁ ୮, ସୁନ୍ଦରଗଡରୁ ୮, କେନ୍ଦ୍ରାପଡାରୁ ୬, ସୋନପୁରରୁ ୬, ଭଦ୍ରକରୁ ୪, ବଲାଙ୍ଗୀରିରୁ ୨, ଦେବଗଡରୁ ୨, ଜଗତସିଂହପୁରରୁ ୨, କୋରାପୁଟରୁ ୨, ମାଲକାନଗିରିରୁ ୨, ନବରଙ୍ଗପୁରରୁ ୧, କଳାହାଣ୍ଡିରୁ ୧, କେନ୍ଦୁଝରରୁ ୧, ପୁରୀରୁ ୧ ଓ ଷ୍ଟେଟପୁଲରୁ ୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୨ ଲକ୍ଷ ୭୫ ହଜାର ୨୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ…
ନୂଆଦିଲ୍ଲୀ: ‘ଅପରେସନ ଗଙ୍ଗା’ ଜରିଆରେ ୟୁକ୍ରେନରୁ ଭାରତୀୟ ନାଗରିକମାନଙ୍କର ଉଦ୍ଧାର ପ୍ରକ୍ରିୟା ଜାରି ରହିଛି। ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ୧୫ଟି ସ୍ଵତନ୍ତ୍ର ବିମାନ ଜରିଆରେ ଆଜି ପ୍ରାୟ ତିନି ହଜାର ଭାରତୀୟ ନାଗରିକ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଥିମଧ୍ୟରେ ୧୨ଟି ସ୍ଵତନ୍ତ୍ର ବେସାମରିକ ବିମାନ ଏବଂ ଭାରତୀୟ ବାୟୁସେନାର ୩ଟି ବିମାନ ରହିଛି। ଏଥିସହିତ, ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର ଲାଗି ୨୨ ଫେବୃଆରୀ, ୨୦୨୨ରେ ସ୍ଵତନ୍ତ୍ର ବିମାନ ଚଳାଚଳ ଆରମ୍ଭ ହେବା ପରଠାରୁ ଏବେସୁଦ୍ଧା ପ୍ରାୟ ୧୩ ହଜାର ୭ଶହ ଭାରତୀୟଙ୍କୁ ଫେରାଇ ଅଣାଯାଇଛି। ୫୫ଟି ସ୍ଵତନ୍ତ୍ର ବେସାମରିକ ବିମାନ ଜରିଆରେ ଫେରିଥିବା ଭାରତୀୟମାନଙ୍କ ସଂଖ୍ୟା ୧୧ ହଜାର ୭୨୮ରେ ପହଞ୍ଚିଛି। ଅପରେସନ ଗଙ୍ଗା ଅଧୀନରେ ଆଜି ସୁଦ୍ଧା, ଭାରତୀୟ ବାୟୁସେନାର ୧୦ଟି ବିମାନ ଜରିଆରେ ୨୦୫୬ ଜଣ ଯାତ୍ରୀ ଫେରିଛନ୍ତି ଏବଂ ୨୬ ଟନ୍ ରିଲିଫ ସାମଗ୍ରୀ ଏସବୁ ରାଷ୍ଟ୍ରକୁ ପରିବହନ କରାଯାଇଛି। ଗତକାଲି ହିଣ୍ଡନ ଏୟାର…
ଭୁବନେଶ୍ବର: ବିଜେଡ଼ି ଆଉ କଂଗ୍ରେସ ପରେ ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀନୀ ଘୋଷଣା କରିଛି ବିଜେପି। ଡାକ୍ତର ସୁନୀତି ମୁଣ୍ଡଙ୍କୁ ବିଜେପି ପକ୍ଷରୁ ଭୁବନେଶ୍ଵର ମହାନଗର ନିଗମ ପାଇଁ ପ୍ରାର୍ଥୀ କରାଯାଇଛି। ଡାକ୍ତର ସୁନୀତି ମୁଣ୍ଡଙ୍କୁ ମେୟର ପ୍ରାର୍ଥୀନୀ ଭାବେ ଭୁବନେଶ୍ଵର ସାଂସଦ ଅପରିଜିତା ଷଡଙ୍ଗୀ ଘୋଷଣା କରିଛନ୍ତି। ତେବେ ଆଜି ବିଜେଡ଼ି ପକ୍ଷରୁ ଭୁବନେଶ୍ବର ମହାନଗର ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଗତକାଲି କଂଗ୍ରେସ ମଧ୍ୟ ମେୟର ପ୍ରାର୍ଥୀ ଘୋଷଣା କରିସାରିଛି। ବିଜେଡ଼ି ପକ୍ଷରୁ ସୁଲୋଚନା ଦାସଙ୍କୁ ମେୟର ପ୍ରାର୍ଥୀନୀ କରାଯାଇଥିବା ବେଳେ କଂଗ୍ରେସ ପକ୍ଷରୁ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାମ ଘୋଷଣା କରାଯାଇଛି।
ନୂଆଦିଲ୍ଲୀ: UPSC ସିଭିଲ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ କରି IAS, IPS, IRS, IFS ହେବା ଦେଶର ଲକ୍ଷ ଲକ୍ଷ ଯୁବକଙ୍କର ସ୍ୱପ୍ନ। ପ୍ରତିବର୍ଷ ଫେବୃଆରୀ ମାସରେ, କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍ସି) ସିଭିଲ ସର୍ଭିସେସ୍ ପରୀକ୍ଷାର ବିଜ୍ଞପ୍ତି ପ୍ରକାଶ କରିଥାଏ ଏବଂ ଏହି ସର୍ବୋଚ୍ଚ ନାଗରିକ ସେବା ନିଯୁକ୍ତି ପରୀକ୍ଷା ପାଇଁ 10 ଲକ୍ଷରୁ ଅଧିକ ଯୁବକ ଆବେଦନ କରନ୍ତି। ପ୍ରତିବର୍ଷ UPSC ସିଭିଲ ସର୍ଭିସେସ୍ ପରୀକ୍ଷଣର ତିନୋଟି ପର୍ଯ୍ୟାୟ ଅଛି। ପ୍ରାଥମିକ, ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାର। ଏହା ମାଧ୍ୟମରେ ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ପୋଲିସ୍ ସେବା (ଆଇପିଏସ୍), ଭାରତୀୟ ରାଜସ୍ୱ ସେବା (ଆଇଆରଏସ୍) ଏବଂ ଭାରତୀୟ ବୈଦେଶିକ ସେବା (ଆଇଏଫଏସ୍) ସହିତ ଅନ୍ୟାନ୍ୟ ସେବା ପାଇଁ ଚୟନ କରାଯାଇଥାଏ। ଏଠାରେ ଆମେ ଆପଣଙ୍କୁ IRS ଅଧିକାରୀ ହେବା ପାଇଁ ଆବଶ୍ୟକ ଯୋଗ୍ୟତା, କାର୍ଯ୍ୟ ଏବଂ ଦରମା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବୁ। IRS ପାଇଁ…
ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁ ଆରମ୍ଭ ହେବାକୁ ଯାଉଛି ଏବଂ ବର୍ତ୍ତମାନ ପାଗ ଧୀରେ ଧୀରେ ବଦଳୁଛି। ଏହି ସମୟ ହେଉଛି ଯେତେବେଳେ ଚର୍ମ ନିଜେ ବଦଳିବା ଆରମ୍ଭ କରେ ଏବଂ ଚର୍ମ ଶୁଷ୍କ ଅବସ୍ଥାକୁ ଆସେ। ଏହି ସମୟରେ ଅନେକଙ୍କୁ ଝାଳ ସମସ୍ୟା ଦେଖାଯାଏ। ଝାଳ ଏକ ପ୍ରାକୃତିକ ପ୍ରକ୍ରିୟା ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ କାମ କରେ। ତଥାପି, କିଛି ଲୋକଙ୍କର ବହୁତ ଝାଳ ବାହାରିଥାଏ, ଯାହା ସେମାନଙ୍କୁ ସମସ୍ୟା ସୃଷ୍ଟି କରିଥାଏ। ବିଶେଷ କରି ମୁହଁରେଝାଳ ବାହାରିଲେ, ଏହା ତେବେ ଏହା ଅତ୍ୟନ୍ତ ବିରକ୍ତିକର ହୋଇପାରେ। ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଏଠାରେ କହିବୁ ଚେହେରାର ଅତ୍ୟଧିକ ଝାଲର କାରଣ କ’ଣ ହୋଇପାରେ? ଏହା ସହିତ, ଆପଣ ଏଥିରୁ କିପରି ମୁକ୍ତି ପାଇପାରିବେ? ଅତ୍ୟଧିକ ଝାଳର ସମସ୍ୟା ପଛରେ କାରଣ: ମଧୁମେହ, ସଂକ୍ରମଣ, ମେନୋପାଜ୍, ଗାଉଟ୍, ମୋଟାପଣ, ରକ୍ତରେ ଶର୍କରା ସ୍ତର, ଟ୍ୟୁମର, ଥାଇରଏଡ୍,…
ନୂଆଦିଲ୍ଲୀ: ଯେଉଁମାନେ କନ୍ୟା ସନ୍ତାନର ପିତାମାତା ଅଟନ୍ତି, ସେମାନେ ନିଜ ସନ୍ତାନର ଶିକ୍ଷା ତଥା ତାଙ୍କ ବିବାହ ପାଇଁ ଅର୍ଥ ଯୋଗାଡ଼ କରିବାକୁ ପଡିଥାନ୍ତି। ଯଦି ଆପଣ ମଧ୍ୟ ଭାବୁଛନ୍ତି ଏହି କାମଟି ଅତ୍ୟଧିକ ଭାରୀ, ତେବେ ବଜାରରେ ଏପରି ଅନେକ ଯୋଜନା ଅଛି ଯାହା ଆପଣଙ୍କର ଚିନ୍ତା ଦୂର କରିପାରିବ। ଏହିପରି ଗୋଟିଏ ଯୋଜନା ହେଉଛି LIC, ଯେଉଁଥିରେ ଆପଣ ଆପଣଙ୍କର ଝିଅକୁ ବିବାହ ପର୍ଯ୍ୟନ୍ତ ଏକ ଭଲ ପାଣ୍ଠି ସଂଗ୍ରହ କରିବାରେ ସକ୍ଷମ ହେବ। LIC କନ୍ୟାଦାନ ସ୍କିମ୍: LIC କନ୍ୟାଦାନ ସ୍କିମ୍ ହେଉଛି ଏପରି ଏକ ଯୋଜନା ଯେଉଁଥିରେ ଆପଣ ନିଜ dଝିଅ ପାଇଁ ଟଙ୍କା ଯୋଡିପାରିବେ ଏବଂ ଏହା ବିଶେଷତଃ ଝିଅମାନଙ୍କ ପାଇଁ ଏହି ଯୋଜନା ଉପଲବ୍ଧ। ଏହି କାରଣରୁ, ଏହାକୁ LIC ଦ୍ୱାରା କନ୍ୟାଦାନ ସ୍କିମ୍ ନାମରେ ନାମିତ କରାଯାଇଛି। ଏହି ପଲିସି ପାଇଁ ଯୋଗ୍ୟତା: ଏହି ପଲିସିରେ ବିନିଯୋଗ କରିବାକୁ, ଆପଣଙ୍କର ସର୍ବନିମ୍ନ ବୟସ…
ମୁମ୍ବାଇ: ଗୋଆରେ କଂଗ୍ରେସ ନେତାଙ୍କ ଫୋନ୍ ଟ୍ୟାପ୍ କରିବା ପାଇଁ ବିଜେପି ଏକ ଘରୋଇ ଏଜେନ୍ସି ବ୍ୟବହାର କରୁଥିବା ଅଭିଯୋଗ କରିଛି। ଏହି ପରିପ୍ରେକ୍ଷୀରେ ଶିବସେନା ସାଂସଦ ସଞ୍ଜୟ ରାଉତ ବିଜେପି ଉପରେ ଆକ୍ରମଣ କରି କହିଛନ୍ତି ଯେ, ଏହି ଦେଶରେ ବିରୋଧୀ ଦଳର ନେତା ତଥା ବିଶେଷକରି ଯେଉଁଠାରେ ନିର୍ବାଚନ ଅନୁଷ୍ଠିତ ହେଉଛି ସେହି ନେତାଙ୍କ ଫୋନ୍କୁ ଟ୍ୟାପ୍ କରାଯାଉଛି। ସେ କହିଛନ୍ତି, “ଏହା ସତ୍ୟ ଯେ ମହାରାଷ୍ଟ୍ରରେ ମଧ୍ୟ ସମାନ ଘଟଣା ଘଟିଛି ଯାହା ରେକର୍ଡରେ ଅଛି। ଗୋଆରେ ମଧ୍ୟ ସମାନ ମହାରାଷ୍ଟ୍ର ଢାଞ୍ଚା ଚାଲିଛି। ଏହା ଏକ ସମସ୍ୟାର ବିଷୟ ଯେ, ମହାରାଷ୍ଟ୍ରର ନେତା ସେହି ସମୟରେ ଗୋଆର ଦାୟିତ୍ୱରେ ଥିଲେ। ଫୋନ୍ ଟ୍ୟାପ୍ ବୋଧହୁଏ ଏହା ଉତ୍ତରପ୍ରଦେଶରେ ମଧ୍ୟ ଚାଲିଛି, ମୁଁ ଅଖିଳେଶ ଯାଦବଙ୍କ ବିଷୟରେ ମଧ୍ୟ ଚିନ୍ତିତ ଅଛି। ସଞ୍ଜୟ ରାଉତ କହିଛନ୍ତି ଯେ, “ଗୋଆରେ ମହାରାଷ୍ଟ୍ରରେ ଫୋନ୍ ଟ୍ୟାପିଂର ପୁନରାବୃତ୍ତି ଘଟୁଛି। ଗତକାଲି…
ଭୁବନେଶ୍ଵର: ଆଜି ବିଜୁ ଜନତା ଦଳ ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି। ୩ ମହାନଗର ଯଥା ଭୁବନେଶ୍ଵର, କଟକ ଏବଂ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି। ଭୁବନେଶ୍ଵର ମହାନଗର ପାଇଁ ସୁଲୋଚନା ଦାସଙ୍କୁ ମେୟର ପ୍ରାର୍ଥୀ କରାଯାଇଥିବା ବେଳେ କଟକ ମହାନଗର ପାଇଁ ସାଂସଦ ସୁବାସ ସିଂହ ଏବଂ ବ୍ରହ୍ମପୁର ମହାନଗର ପାଇଁ ସଙ୍ଘମିତ୍ରା ଦଳାଇଙ୍କୁ ମେୟର ପ୍ରାର୍ଥୀ କରାଯାଇଛି। ତେବେ ଏହା ପୂର୍ବରୁ ଭୁବନେଶ୍ଵର ମହାନଗର ପାଇଁ କଂଗ୍ରେସ ପକ୍ଷରୁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି। ମଧୁସ୍ମିତା ଆଚାର୍ଯ୍ୟଙ୍କୁ କଂଗ୍ରେସ ପକ୍ଷରୁ ଭୁବନେଶ୍ଵର ମହାନଗରର ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି ପକ୍ଷରୁ କୌଣସି ପ୍ରାର୍ଥୀ ଘୋଷଣା କରାଯାଇନାହିଁ।
ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ଭଲ ଖବର ମିଳିଛି। ସାମୟିକ ଅସ୍ତ୍ରବିରତି ପାଇଁ ଋଷ ଘୋଷଣା କରିଛି। ଭାରତ ସମୟ ଅନୁଯାୟୀ ୧୧ ଟା ୩୦ ମିନିଟରୁ ଏହି ଅସ୍ତ୍ରବିରତି ଲାଗୁ ହୋଇଛି। ଏହା ପ୍ରାୟ ସନ୍ଧ୍ୟା ୫ ଟା ଯାଏଁ ଲାଗୁ ରହିବ। ୟୁକ୍ରେନରେ ମାରିୟୁପୋଲ ଏବଂ ଭୋଲନୋଭାଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବ। ଗ୍ରୀନ କରିଡର ନିର୍ମାଣ ପାଇଁ ଅସ୍ତ୍ରବିରତି ଘୋଷଣା କରାଯାଇଛି। ଫଳରେ ଏହି ଦୁଇ ସହରରୁ ଭାରତୀୟମାନଙ୍କୁ ନିରାପଦ ଉଦ୍ଧାର କରିବା ପାଇନ ସହଯୋଗ ମିଳିବ।
ନୂଆଦିଲ୍ଲୀ: ଆଜି ସକାଳେ ୟୁକ୍ରେନରେ ଫସି ରହିଥିବା ୬୦୦ ରୁ ଅଧିକ ଲୋକ ତିନୋଟି ବାୟୁସେନା ବିମାନ ଦ୍ୱାରା ଭାରତ ଫେରିଛନ୍ତି। ଏହି ତିନୋଟି ବିମାନ ନୂଆଦିଲ୍ଲୀ ନିକଟ ହିନ୍ଦନ ଏୟାରବେସରେ ଅବତରଣ କରିଛି। ଯୁଦ୍ଧ ଗ୍ରସ୍ତ ୟୁକ୍ରେନର ପଡୋଶୀ ଦେଶ ରୋମାନିଆ, ହଙ୍ଗେରୀ, ସ୍ଲୋଭାକିଆ ଏବଂ ପୋଲାଣ୍ଡରୁ ଭାରତ ନିଜ ନାଗରିକମାନଙ୍କୁ ସ୍ଥାନାନ୍ତର କରୁଛି। କାରଣ ଋଷର ସାମରିକ ଆକ୍ରମଣ ଯୋଗୁଁ ଫେବୃଆରୀ ୨୪ ତାରିଖରୁ ୟୁକ୍ରେନ୍ର ଏୟାର ସ୍ପେସ୍ ବନ୍ଦ ରହିଛି। ଭାରତୀୟ ବାୟୁସେନା ବିବୃତ୍ତିରେ କୁହାଯାଇଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ବାୟୁସେନା (IAF) ଅପରେସନ୍ ଗଙ୍ଗାର ଅଂଶ ଭାବରେ ୨ ହଜାର ୫୬ ଯାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ୧୦ ଟି ବିମାନ ଚଳାଚଳ କରିଛି। ତିନୋଟି ବାୟୁସେନା ବିମାନ ଶୁକ୍ରବାର ହିନ୍ଦନ ବିମାନବନ୍ଦରରୁ ବିମାନ ଉଡ଼ାଣ କରିଥିଲା। “ଏହି ବିମାନଗୁଡିକ ରୋମାନିଆ, ସ୍ଲୋଭାକିଆ ଏବଂ ପୋଲାଣ୍ଡରୁ ୬୨୯ ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର କରିଛି। ଏହି…
ନୂଆଦିଲ୍ଲୀ: ଦେଶରେ ଗତକାଲି ୬ ହଜାର ୩୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୫ ହଜାର ୯୨୧ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିଭଳି ଗତକାଲି ୨୦୧ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ଆଉ ୨୮୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୯ ଲକ୍ଷ ୫୭ ହଜାର ୪୭୭ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୧୪ ହଜାର ୮୭୮ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟାରେ ୧୩ ହଜାର ୪୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏପର୍ଯ୍ୟନ୍ତ ୪ କୋଟି ୨୩ ଲକ୍ଷ ୭୮ ହଜାର ୭୩୧ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୬୩ ହଜାରକୁ ୮୭୮ ବୃଦ୍ଧି ପାଇଛି।
ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୨୮ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୧ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୫ ବାଲେଶ୍ଵର ଜିଲ୍ଲାରୁ- ୧୨ ଭଦ୍ରକ ଜିଲ୍ଲାରୁ- ୧ ବଲାଙ୍ଗୀରି ଜିଲ୍ଲାରୁ- ୨ ବୌଦ୍ଧ ଜିଲ୍ଲାରୁ- ୪ କଟକ ଜିଲ୍ଲାରୁ- ୧ ଦେବଗଡ ଜିଲ୍ଲାରୁ- ୧ ଗଜପତି ଜିଲ୍ଲାରୁ- ୧୬ ଗଞ୍ଜାମ ଜିଲ୍ଲାରୁ- ୬ ଜଗତସିଂହପୁର ଜିଲ୍ଲାରୁ- ୧ ଯାଜପୁର ଜିଲ୍ଲାରୁ- ୪ ଝାରସୁଗୁଡା ଜିଲ୍ଲାରୁ- ୮ କଳାହାଣ୍ଡି ଜିଲ୍ଲାରୁ- ୧ କନ୍ଧମାଳ ଜିଲ୍ଲାରୁ- ୧ କେନ୍ଦ୍ରାପଡା ଜିଲ୍ଲାରୁ- ୩ ଖୋର୍ଦ୍ଧା ଜିଲ୍ଲାରୁ- ୨୫ କୋରାପୁଟ ଜିଲ୍ଲାରୁ- ୨ ମୟୂରଭଞ୍ଜ ଜିଲ୍ଲାରୁ- ୪ ନବରଙ୍ଗପୁର…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ସାଇକେଲରୁ ପଡ଼ି ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ଖବର ମୁତାବକ ଆଜି ପୂର୍ବାହ୍ନରେ ନନ୍ଦପୁର ପଞ୍ଚାୟତ ବନ୍ଧମୁଣ୍ଡାଇ ଗ୍ରାମର କାଳୁଚରଣ ପ୍ରଧାନ (୪୭) ଘରେ ଜଳଖିଆ ଖାଇ ଗ୍ରାମ ମନ୍ଦିରକୁ ସାଇକେଲ ଯୋଗେ ବାହାରିଥିଲେ। ତେବେ କିଛି ମିଟର ରାସ୍ତା ଅତିକ୍ରମ କଲାପରେ ହଠାତ କାଳୁଚରଣ ସାଇକେଲରୁ ତଳେ ପଡିଯାଇ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ସଙ୍ଗେ ସଙ୍ଗେ ଗ୍ରାମବାସୀ କାଳୁଙ୍କୁ ବାଣପୁର ମେଡିକାଲ ନେଲା ବେଳକୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପୋଲିସ ସୂଚନା ପାଇ ଏକ ଅପମୃତ୍ୟ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି।
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ ଦେଶର ସର୍ବବୃହତ ଏବଂ ସର୍ବାଧିକ ସମ୍ମାନଜନକ ବହୁମୁଖୀ ଗନ୍ତବ୍ୟସ୍ଥଳ ‘ଜିଓ ୱାର୍ଲଡ୍ ସେଂଟର’ ଉଦ୍ଘାଟନ ସମ୍ପର୍କରେ ଘୋଷଣା କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନିର୍ଦ୍ଦେଶିକା ଏବଂ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଚେୟାରପର୍ସନ ନିତା ଅମ୍ବାନିଙ୍କ ଦୂରଦୃଷ୍ଟିସଂପନ୍ନତା ବଳରେ ସ୍ଥାପନ କରାଯାଇଥିବା ଏହି ସେଂଟର ମୁମ୍ବଇର ବାନ୍ଦ୍ରା କୁର୍ଲା କଂପ୍ଲେକ୍ସରେ ୧୮.୫ ଏଳର ପରିମିତ ଜମି ଉପରେ ସ୍ଥାପିତ ଏବଂ ଏହା ଏକ ପ୍ରତିଷ୍ଠିତ ବ୍ୟବସାୟ, ବାଣିଜ୍ୟ ଏବଂ ସାଂସ୍କୃତିକ ଗନ୍ତବ୍ୟବସ୍ଥଳ ହେବାକୁ ଯାଉଛି, ଯାହା ଭାରତ ଏବଂ ଏହାର ନାଗରିକମାନଙ୍କ ପାଇଁ ଏକ ବିଶ୍ୱ ଶ୍ରେଣୀର ଯୁଗାନ୍ତକାରୀ ସ୍ଥଳ ହେବ। ପ୍ରାରମ୍ଭିକ ଭାବରେ ଧିରୁଭାଇ ଅମ୍ବାନି ସ୍କୋୟାରର ଲୋକାର୍ପଣ ଏବଂ ମୁମ୍ବଇ ମହାନଗର ପାଇଁ ମ୍ୟୁଜିକାଲ ଫାଉଁଟେନ୍ ଅଫ ଜଏ ର ଉତ୍ସର୍ଗ ସହିତ ଭାରତର ସର୍ବବୃହତ ଏବଂ ସୁନ୍ଦରତମ ‘ଜିଓ ୱାର୍ଲଡ୍ କନଭେନ୍ସନ ସେଂଟର’ ଅନାବରଣ ଦ୍ୱାରା ଜିଓ ୱାର୍ଲଡ୍ ସେଂଟର ଚଳିତ ବର୍ଷ ଏବଂ…
ନୂଆଦିଲ୍ଲୀ: ଆଜିର ଯୁଗରେ ପ୍ରାୟ ସମସ୍ତଙ୍କ ପାଖରେ ଗାଡି ଅଛି। ଗାଡି ଚଲାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ପାଇବା ପାଇଁ ସେମାନଙ୍କୁ ପେଟ୍ରୋଲ ପମ୍ପକୁ ମଧ୍ୟ ଯିବାକୁ ପଡେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ପେଟ୍ରୋଲ ପମ୍ପକୁ ଯାଉଥିବା ଲୋକଙ୍କୁ ପମ୍ପ ଅପରେଟରଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ସୁବିଧା ଯୋଗାଇବା ବାଧ୍ୟତାମୂଳକ ଅଟେ। ଏହି ସୁବିଧା ପାଇବା ପାଇଁ ସେଠାକୁ ଯାଉଥିବା ଲୋକଙ୍କ ଅଧିକାର ରହିଛି। ଏପରିକି କୋର୍ଟ ତାଙ୍କ ଆଦେଶରେ ଏହା କହିଛନ୍ତି। ଯଦି ଆପଣ ଏହି ସୁବିଧା ପାଇ ନାହାଁନ୍ତି ତେବେ ଆପଣ ଏହା ଉପରେ ମଧ୍ୟ ଅଭିଯୋଗ କରିପାରିବେ। ଉଦୟପୁର ପେଟ୍ରୋଲ ଡିଲର ଆସୋସିଏସନର ସଚିବ ରାଜରାଜେଶ୍ଵର ସେହି ୬ ଟି ସୁବିଧା ବିଷୟରେ ସୂଚନା ଦେଇଛନ୍ତି। ୧- ଯଦି ଆପଣ ଘରୁ ବାହାରକୁ ଯାଉଛନ୍ତି ଏବଂ ରାସ୍ତାରେ କାରର ଚକାରେ ପମ୍ପ କମ ରହିଛି, ତେବେ ଆପଣଙ୍କୁ ବାହାରେ ଯାଞ୍ଚ କରି ଏଥିପାଇଁ ଦେୟ ଦେବାକୁ…
ପ୍ରଦୀପ ସେନାପତି ମୁଁ ବିଜୁ ପଟ୍ଟନାୟକ କହୁଛି। ଓଡ଼ିଶା କହିଲେ ବିଜୁ ପଟ୍ଟନାୟକ। ବିଜୁ ପଟ୍ଟନାୟକ କହିଲେ ଓଡ଼ିଶା। ଏହି ଗର୍ବ, ଏହି ବାର୍ତ୍ତା, ଏଭଳି ମନ୍ତବ୍ୟ ପାଇଁ ବିଜୁ ପଟ୍ଟନାୟକ ଆଜି ଆଉଜଣେ ରାଜନୈତିକ ବ୍ୟକ୍ତି ହୋଇ ରହିନାହାଁନ୍ତି। ସେ ‘ବିଜୁ ତତ୍ତ୍ୱ’ରେ ପରିଣତ ହୋଇଯାଇଛନ୍ତି। ବିଜୁ ପଟ୍ଟନାୟକଙ୍କର ବ୍ୟକ୍ତିତ୍ୱକୁ ‘ବିଜୁ ତତ୍ତ୍ୱ’ କହିବାର କାରଣ ହେଲା, ସେ ରାଷ୍ଟ୍ରବାଦୀ ଓ ଜାତୀୟବାଦୀ ‘ବିଜୁ’ ଥିଲେ। ବିଜୁ ପଟ୍ଟନାୟକ ବ୍ୟକ୍ତିକୁ ଗୁରୁତ୍ୱ ନଦେଇ, ରାଷ୍ଟ୍ର ବା ଜାତିକୁ ଗୁରୁତ୍ୱ ଦେଉଥିଲେ। ଖାରବେଳଙ୍କ ଶାସନ କାଳରେ ଆଜିର ଓଡ଼ିଶା ଯେତେବେଳେ କଳିଙ୍ଗ ନାମରେ ଖ୍ୟାତି ଅର୍ଜନ କରି ସମଗ୍ର ବିଶ୍ୱରେ ପ୍ରତିଷ୍ଠା ଲାଭ କରିଥିଲା-ସେଦିନର ବିକାଶକୁ ଓଡ଼ିଶାକୁ ଫେରାଇ ଆଣିବାକୁ ସେ ସ୍ୱପ୍ନ ଦେଖିଥିଲେ। ସେଦିନର ବିକାଶକୁ ମନେ ପକାଇବା ପାଇଁ ଯୁବାବସ୍ଥାରେ ସେ ପ୍ରତିଷ୍ଠା କରିଥିଲେ ଆନ୍ତର୍ଜାତୀୟ ‘କଳିଙ୍ଗ ପୁରସ୍କାର’। ନିଜ ଆକାଶମାର୍ଗ ପରିବହନ ସଂସ୍ଥାର ନାମ ଦେଇଥିଲେ ‘କଳିଙ୍ଗ…

