Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା
ଆଞ୍ଚଳିକ

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

March 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କଳିଙ୍ଗ ବୁଦ୍ଧବିହାର ସଭାକକ୍ଷରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାମାଜିକ ନ୍ୟାୟ ଆନ୍ଦୋଳନର ଅନ୍ୟତମ ଅଗ୍ରଗଣ୍ୟ ଜନନେତା ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ହେମାନନ୍ଦ ବାବୁଙ୍କ ଜୀବନୀ, ରାଜନୀତି ଓ ସାମାଜିକ ଆନ୍ଦୋଳନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।

ଗତ ଫେବୃୟାରୀ ୨୫ ତାରିଖ ସନ୍ଧ୍ୟାରେ ସମ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଥିଲା। ସେ ଓଡ଼ିଶାର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ଓ ପଶ୍ଚିମାଞ୍ଚଳର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାବେ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଝାରସୁଗୁଡ଼ା ଜିଲ୍ଲାର ଠାକୁରପଡ଼ା ଗ୍ରାମରେ ସେ ଏକ ଅଣରାଜନୈତିକ ସାଧାରଣ ଆଦିବାସୀ ପରିବାରରେ ୧ ଡ଼ିସେମ୍ବର, ୧୯୩୯ରେ ଜନ୍ମଗ୍ରହଣ କରିଥିଲେ। ମାତା ତ୍ରିମଣି ବିଶ୍ୱାଳ ଓ ପିତା ବାସୁଦେବ ବିଶ୍ୱାଳଙ୍କ ସେ ତୃତୀୟ ସନ୍ତାନ ଥିଲେ। ବିଦ୍ୟାଳୟ ଶିକ୍ଷା ଗ୍ରହଣ ସମୟରୁ ତାଙ୍କର ବହୁମୁଖି ପ୍ରତିଭାର ସଙ୍କେତ ମିଳିଥିଲା। ସେ କ୍ରୀଡ଼ା, କଳା, ସାହିତ୍ୟ ଓ ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇପାରିଥିଲେ। କ୍ରୀଡ଼ା ଶିକ୍ଷକରୁ ଜୀବନ ଆରମ୍ଭ କଲା ପରେ ରାଜନୀତିରେ ଯୋଗଦେଇ ୧୯୬୭ ମସିହାରେ କର୍ମିିରା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।

୧୯୭୪ ମସିହାରେ ଲାଇକେରା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିିତ ହୋଇଥିଲେ। ସେ ୫ଥର ବିଧାୟକ ଓ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଓ କଂଗ୍ରେସର ରାଜ୍ୟ ସଭାପତି ମଧ୍ୟ ଥିଲେ। ଗରିବ ଓ ନିରାଶ୍ରୟ, ଆଦିବାସୀ ଦଳିତ ମାନଙ୍କର ସେ ଅଦ୍ୱିତୀୟ ନେତା ଥିଲେ। ଭୁବନେଶ୍ୱର ଆମ୍ବେଦକର କଲେଜ ଓ ଏ.ଜି. ଛକଠାରେ ଥିବା ବାବାସାହେବ ଆମ୍ବେଦକରଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବା ଓ ଆମ୍ବେଦକର ଛକ ନାମକରଣ କରିବାରେ ତାଙ୍କର ଅବଦାନ ଥିଲା ଅତୁଳନୀୟ।

ଆମ୍ବେଦକର ଜୟନ୍ତୀ ପାଳନରେ ସେ ଅଗ୍ରଣୀ ଭୂମିକା ନେଉଥିଲେ। ଏପରି ଜନନେତାଙ୍କର ବିୟୋଗରେ ସମଗ୍ର ଓଡ଼ିଶା ଆଜି ମ୍ରିୟମାଣ। ତାଙ୍କର ବିୟୋଗରେ ଓଡ଼ିଶାରେ ଏକ ଅପୂରଣୀୟ କ୍ଷତି ଘଟିଲା। ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ସ୍ୱର୍ଗତ ବିଶ୍ୱାଳଙ୍କ ଜୀବନୀ ଓ ରାଜନୈତିକ ପ୍ରତିଷ୍ଠାତା ଓ ଦୃଢତା ଉପରେ ଆଲୋକପାତ କରିଥିଲେ  ପୂର୍ବତନ ପଞ୍ଚାନନ କାନୁନଗୋ ହେମାନନ୍ଦ ବାବୁଙ୍କ ବ୍ୟକ୍ତିତ୍ୱ, ମହନୀୟତା ଓ ସାମାଜିକ ନ୍ୟାୟ ନିମିତ୍ତ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ଭଜମନ ବେହେରା ସ୍ୱର୍ଗତ ବିଶ୍ୱାଳ ଡକ୍ଟର ଆମ୍ବେଦକରଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଦଳିତ, ଆଦିବାସୀ ଓ ଗରିବ ଅସହାୟମାନଙ୍କ କାର୍ଯ୍ୟ କରିବା ସହିତ ଡଃ ଆମ୍ବେଦକରଙ୍କ ସ୍ମୃତି ରକ୍ଷା ପାଇଁ କାର୍ଯ୍ୟ କରିଥିଲେ ବୋଲି ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଇଂ ଅଲେଖ ଚନ୍ଦ୍ର ମଲ୍ଲିକ, ସମାଜସେବୀ ତଥା ଯୁବନେତା ଅମିୟ ପାଣ୍ଡବ, ଅବଦୁଲ କଲାମ ଆଜାଦ, ସମାଜସେବୀ ମାନସ ଜେନା, ନାରୀନେତ୍ରୀ ପ୍ରତିମା ମଲ୍ଲିକ, ସମାଜବାଦୀ ନେତା ରାଧାକାନ୍ତ ସେଠି ଓ ସମାଜବାଦୀ ଦଳର ସୁଦର୍ଶନ ପ୍ରଧାନ, ରାଜନେତା ବିକ୍ରମ ସ୍ୱାଇଁ, ମାନଗୋବିନ୍ଦ ସେଠୀ, ସୁନାକର ବେହେରା ପ୍ରମୁଖ ବକ୍ତାମାନେ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସଭା ତରଫରୁ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରାଯିବା ସହିତ ତାଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଯୁବନେତା ବିଦ୍ୟାଧର ଦେହୁରୀ ଏହି ସଭାରେ ସଭାପତିତ୍ୱ କରିଥିଲେ ଏବଂ ଲକ୍ଷ୍ମଣ ମଲ୍ଲିକ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ସଭା
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ଶେଷ ପର୍ଯ୍ୟାୟରେ ରାଜ୍ୟବ୍ୟାପୀ ଚାଲିଥିବା ଏସଆଇଆର କାର୍ଯ୍ୟକ୍ରମ

June 23, 2026

ଟ୍ରକକୁ ପଛପଟୁ ଧକ୍କା ଦେଲା ବାଇକ୍‌, ଦୁଇ ଭାଇଙ୍କ ମୃତ୍ୟୁ

June 23, 2026

କଟକ ତ୍ରିଶୂଳିଆ ବ୍ରିଜରେ ଭୟାବହ ସଡ଼କ ଦୁର୍ଘଟଣା: କାର ଚାଳକଙ୍କ ମୃତ୍ୟୁ, ହାଇୱା ଚାଳକ ଫେରାର

June 23, 2026

ଡିଭିଏଫ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେସନରେ ବିପୁଳ ମାଓ ସାମଗ୍ରୀ ଜବତ

June 23, 2026

ଗେମିଂ ଜୋନ୍: ମନୋରଞ୍ଜନର କେନ୍ଦ୍ର ନା ଅଗ୍ନିର ଫାନ୍ଦ?

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.