Author: Samikhsya Bureau

ମେଷ- ଆପଣଙ୍କର କିଛି ସମସ୍ୟାର ସମାଧାନ ହୋଇପାରେ । ଛାତ୍ରମାନେ ଜୀବନରେ ଆଗକୁ ବଢିବାକୁ ଅନେକ ସୁଯୋଗ ପାଇବେ । ସେମାନେ ଏହି ସୁଯୋଗଗୁଡିକର ଭଲ ବ୍ୟବହାର କରିବା ଉଚିତ୍ । ଯୋଜନା ପ୍ରସ୍ତୁତ କରିବା ସମୟରେ କୌଣସି ଅବହେଳା ହେବା ଉଚିତ୍ ନୁହେଁ । ତୁମେ ଯାହା ଚେଷ୍ଟା କର, ସଚ୍ଚୋଟ ଭାବରେ କର । ଆଜି ଏକ ମିଶ୍ରିତ ଦିନ ହେବ । ଧନପ୍ରାପ୍ତିର ଯୋଗ ରହିଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚର ମଧ୍ୟ ଅଧିକ ହେବ । ବୃଷ- ଅର୍ଥନୈତିକ ଲାଭର ରାଶି ସୃଷ୍ଟି ହେଉଛି । ବ୍ୟବସାୟରେ ନୂତନ ଯୋଜନା ଆରମ୍ଭ ହୋଇପାରେ। ଏକ ଭଲ ପଦକ୍ଷେପ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ, କିନ୍ତୁ ଆପଣ ବାହାରେ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଆପଣ କାର୍ଯ୍ୟ କରିବାର ପଦ୍ଧତିରେ ପରିବର୍ତ୍ତନ କରନ୍ତୁ, ନଚେତ୍ କ୍ଷତି ହୋଇପାରେ। ଘର ସାଜସଜ୍ଜା ବହୁ ପରିମାଣରେ ଖର୍ଚ୍ଚ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବଲପୁର ଗସ୍ତରେ ଅଛନ୍ତି। ସେ ବିମାନରେ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିଜେପି କର୍ମିମାନେ ସ୍ବାଗତ କରିଥିଲେ। ଏହାପରେ ସେ ସମ୍ବଲପୁରରେ ପହଞ୍ଚି ମା ସମଲେଶ୍ବରୀଙ୍କୁ ଦର୍ଶନ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ମନ୍ଦିର ଦର୍ଶନ କରିବା ସହିତ ମା ସମଲେଇ ପ୍ରକଳ୍ପ ବୁଲିଦେଖିଥିଲେ। ଏହାପରେ ସେ ଆସନ୍ତାକାଲି ସମ୍ବଲପୁରରେ ଅଭିଯୋଗ ଶୁଣାଣୀ କରିବେ। ଏଥିରେ କେତେକ ମନ୍ତ୍ରୀ ଓ ବିଧାୟକ ଯୋଗଦେବା ସହିତ ଅଫିସରମାନେ ମଧ୍ୟ ଉପସ୍ଥିତ ରହିବେ। ସେଥିପାଇଁ ମୁଖ୍ୟମନ୍ତ୍ରୀ ସହିତ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟଶାସନ ସଚିବ ଗସ୍ତ କରିଛନ୍ତି।

Read More

ଭୁବନେଶ୍ୱର:- ସାମ୍ୟବାଦୀ ଆନ୍ଦୋଳନର ଅନ୍ୟତମ ସାରଥୀ କମ୍ରେଡ୍ ସିପିଆଇ ର ପୂର୍ବତନ ରାଜ୍ୟ ସମ୍ପାଦକ ଦିବାକର ନାୟକଙ୍କ ଶବାଧାରରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିବା ବେଳେ ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ଏବଂ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ମଧ୍ୟ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ଶ୍ରୀଯୁକ୍ତ ହରିଚନ୍ଦନ କହିଛନ୍ତି କି ସ୍ବର୍ଗତ ଦିବାକର ବାବୁ ଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ଥିଲା।ଦିବାକର ବାବୁ ବିଶିଷ୍ଟ ସାମ୍ୟବାଦୀ ନେତା ଗୁରୁ ଚରଣ ପଟ୍ଟନାୟକ ଏବଂ ଅନନ୍ତ ପଟ୍ଟନାୟକ ଙ୍କ ସହଯୋଗୀ ଥିଲେ ।ସ୍ବର୍ଗତ ଦିବାକର ବାବୁ ବହୁ ଜନ ଆନ୍ଦୋଳନର ନେତୃତ୍ଵ ନେଇଥିଲେ।ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ଶ୍ରୀଯୁକ୍ତ ହରିଚନ୍ଦନ।

Read More

ଭୁବନେଶ୍ବର: ଶ୍ରୀମନ୍ଦିରର ରତ୍ନଭଣ୍ଡାର କାର୍ଯ୍ୟ ଆସନ୍ତା ସ୍ନାନ ଯାତ୍ରା ପୂର୍ବରୁ ଶେଷ ହେବ। ଏ ନେଇ ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ନୀତିକାନ୍ତିକୁ ଦେଖି ମରାମତି କାର୍ଯ୍ୟ ଚାଲିଛି। ଦିନକୁ ମାତ୍ର ଦୁଇଘଣ୍ଟା ଭିତରେ କାମ ହେଉଛି। ବର୍ତ୍ତମାନ ମରାମତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଲାଣି ବୋଲି ସେ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଯଦି ରତ୍ନଭଣ୍ଡାର ମରାମତି କରାଯାଇ ନ ଥାଆନ୍ତା ତେବେ ଯାହା ସ୍ଥିତି ଥିଲା ତାହା କେତେବେଳେ ଭୁଷୁଡି ପଡିଥାଆନ୍ତା। ସେଥିପାଇଁ ଏଏସଆଇ କୁ କୌଣସି ବ୍ୟସ୍ତ ନ କରି ତାଙ୍କ ହିସାବରେ କାମ କରିବା ପାଇଁ କୁହାଯାଇଛି। ଏଥର ମରାମତି ଏପରି କରାଯାଉଛି ଯେପରି ଆଉ ଶହେ ବର୍ଷ ପାଇଁ ଯେପରି କିଛି କରିବାକୁ ପଡିବ ନାହିଁ। ତେବେ ବର୍ତ୍ତମାନ ସ୍ନାନଯାତ୍ରା ପୂର୍ବରୁ କାମ ଶେଷ କରିବାକୁ ଚେଷ୍ଠା କରାଯାଉ ବୋଲି ମନ୍ତ୍ରୀ କହିଛନ୍ତି।

Read More

ଭୁବନେଶ୍ବର: ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କେବେ ହେବ। ଏବେ ଏହାକୁ ନେଇ ଉଠିଛି ପ୍ରଶ୍ନ। କାରଣ ସ୍ବର୍ଗତ ନବ ଦାସଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସିବିଆଇ ତଦନ୍ତ ପାଇଁ ଦାବୀ କରିଥିଲେ। ଏହି ଦାବୀ କରିବାର ପ୍ରାୟ ମାସେ ବିତିଗଲାଣି, ହେଲେ ଏ ପର୍ଯ୍ୟନ୍ତ ସିବିଆଇ ତଦନ୍ତ ହୋଇପାରି ନାହିଁ। ଫଳରେ ସାଧାରଣରେ ଏ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏତିକି ନୁହେଁ ନବ ଦାସଙ୍କ ପୁତ୍ର ବିଶାଳ ଦାସ ମଧ୍ୟ ଏ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ସିବିଆଇ ତଦନ୍ତ ପାଇଁ ଆମେ ଅନୁରୋଧ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କିଛି ହୋଇପାରି ନାହିଁ। ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ହେବାକୁ ନେଇ ବେଶ କିଛିଦିନ ଧରି ରାଜନୀତି ଚାଲିଥିଲା। କାରଣ ବିଜେପିର ମନ୍ତ୍ରୀ ବିଧାୟକ କହିଥିଲେ ଯେ, ଯଦି ନବ ଦାସଙ୍କ ପରିବାର ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଦେବେ ତେବେ…

Read More

ଭୁବନେଶ୍ବର: ବରିଷ୍ଠ ସିପିଆଇ ନେତା ଦିବାକର ନାୟକଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଥିଲା।ସେ କିଡନୀ ରୋଗରେ ପିଡତ ହୋଇ ଏମସରେ ଚିକିତ୍ସିତ ହେଉଥିଲା। ଦୁଇଦିନ ତଳେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଯ୍ୟ କରି ସିପିଆଇ କାର୍ଯ୍ୟାଳୟ ଭଗବତୀ ଭବନରେ ରହୁଥିଲେ। ହେଲେ ଗତକାଲି ବିଳମ୍ବିତ ରାତିରେ ଦେହତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ସେ ସିପିଆଇର ସାଧାରଣ ସଂପାଦକ ଭାବେ କାର୍ଯ୍ୟ କରୁଥିଲେ। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସେଣ୍ଢତୀରା ଗାଁରେ ଜନ୍ମ ଗ୍ରହଣ କରିଥିଲେ ଦିବାକର ନାୟକ । ଛାତ୍ର ରାଜନୀତିରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ତାଙ୍କ ବିୟୋଗରେ ବାମ ଦଳ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ନିଜ ଗାଁ ଭଦ୍ରକ ସେଣ୍ଢିତୀରାରେ ଦିବାକର ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।

Read More

ଭୁବନେଶ୍ବର: ଗତକାଲି ବିଜୁ ଜନତା ଦଳର ସଭାପତିଙ୍କ ନାମ ଘୋଷଣା ହୋଇଛି। ନବମ ଥର ପାଇଁ ନବୀନ ପଟ୍ଟନାୟକ ଦଳର ସଭାପତି ମୁକୁଟ ପିନ୍ଧିଛନ୍ତି। ହେଲେ ସେଥିରେ କିଛି ଆଶ୍ଚର୍ଯ୍ୟଜନକ କଥା ନାହିଁ। କାରଣ ବିଜେଡିର ନବୀନଙ୍କ ବ୍ୟତିରକେ ଅନ୍ୟ କେହି ସଭାପତି ହେବେ ନାହିଁ ତାହା ସମସ୍ତେ ଜାଣନ୍ତି। କେବଳ ଦଳର ନିୟମ ଅନୁସାରେ ଏହା କରାଯାଇଛି। ସେହିପରି ବହୁ ବାଦ ବିବାଦ ପରେ ରାଜ୍ୟ କଂଗ୍ରେସକୁ ମଧ୍ୟ ସଭାପତି ମିଳିଯାଇଛି। ଦୀର୍ଘ ଦିନ ଧରି କଂଗ୍ରେସ ମଧ୍ୟ କାହାକୁ ସଭାପତି କରିବ ସେ ନେଇ ଚର୍ଚ୍ଚା ଚାଲିଥିଲା। ଏ ନେଇ ଦିଲ୍ଲୀରେ ମଧ୍ୟ  ଦଳର କେତକ ବରିଷ୍ଠ ନେତାମାନେ ବେଶ ଲବି ମଧ୍ୟ କରିଥିଲେ। ହେଲେ ଶେଷରେ ପୂର୍ବତନ ମନ୍ତ୍ରୀ ଭକ୍ତ ଦାସଙ୍କୁ ସଭାପତି କରାଯାଇଛି। ସେ ଦାୟିତ୍ବ ନେବାପରେ ବେଶ ଭଲ କାମ ମଧ୍ୟ କରିବା ଆରମ୍ଭ କରିଛନ୍ତି। ତାଙ୍କ ନେତୃତ୍ବରେ ଦଳ ବେଶ ସକ୍ରିୟ ହୋଇପାରିଛି।…

Read More

ଭୁବନେଶ୍ବର: ଆଜି ଲୋକସେବା ଭବନ ଠାରେ ଭାରତରେ ଅବସ୍ଥାପିତ ସ୍ପେନର ରାଷ୍ଟ୍ରଦୂତ ଜୁଆନ୍ ଆଣ୍ଟୋନିଓ ମାର୍ଚ ପୁଜୋଲ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ବୈଠକରେ ସ୍ପେନ ଏବଂ ଓଡିଶା ମଧ୍ୟରେ ସାଂସ୍କୃତିକ ଏବଂ ଅର୍ଥନୈତିକ ସମ୍ପର୍କକୁ ଆହୁରି ସୁଦୃଢ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ। ସ୍ପେନର ରାଷ୍ଟ୍ରଦୂତ କହିଥିଲେ ଯେ, ରିନିୱେବଲ୍ ଏନର୍ଜି, ମେଟାଲର୍ଜି, ବୟନଶିଳ୍ପ ଏବଂ ଅଟୋମୋବାଇଲ ଭଳି ପ୍ରମୁଖ କ୍ଷେତ୍ରରେ ଓଡିଶା ଓ ସ୍ପେନ ମଧ୍ୟରେ ଅଧିକ ସହଯୋଗ ହୋଇପାରିବ । ଆଲୋଚନାରୁ ଜଣା ଯାଇଛି ଯେ, ସ୍ପେନ ସହିତ ଅଧିକ ସହଭାଗୀତା ପାଇଁ ଦୁଇ ଦେଶ ମଧ୍ୟରେ ଶିଳ୍ପ, ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ସହଯୋଗର ଏକ ନୂତନ ଅଧ୍ୟାୟ ଆରମ୍ଭ କରାଯିବ। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ…

Read More

ଭୁବନେଶ୍ବର: ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଭୁବନେଶ୍ବର ସ୍ଥିତ ଇଡି କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଶ୍ରୀ ପାତ୍ରଙ୍କ ନେତୃତ୍ବରେ ଯୁବ କଂଗ୍ରେସର କର୍ମୀମାନେ ଏକ ଗ୍ୟାଲିରେ ଯାଇ ଇଡି ଅଫିସ ସମ୍ମୁଖରେ ଥ‌ିବା ପୋଲିସ ବାରିକେଡ ଭାଙ୍ଗିଥିଲେ। ପୋଲିସ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରାୟ ଦୁଇଘଂଟା ଧରି ଧସ୍ତାଧସ୍ତି ହୋଇଥିଲା। ଏହାପରେ ଯୁବ କଂଗ୍ରେସ କର୍ମୀମାନେ ଇଡି ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ । ଏହି ଅବସରରେ ଶ୍ରୀ ରଣଜିତ ପାତ୍ର କହିଛନ୍ତି ଯେ ଇଡି ବିଜେପିର ଏକ ଛାମୁଆ ସଂଗଠନ ଭାବେ କାର୍ଯ୍ୟକରୁଛି । ଯେଉଁ ଅଣ କଂଗ୍ରେସ ଦଳର ନେତୃତ୍ବ ବିଜେପିର ଭ୍ରଷ୍ଟାଚାର, ଦୁର୍ନୀତି, ଦରଦାମ ବୃଦ୍ଧି, ମହିଳା ନିର୍ଯ୍ୟାତନା, ଚାଷୀ ପ୍ରସଙ୍ଗ ଓ ବେକାରୀ ସମସ୍ୟା ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ ସଂସଦ ଭିତରେ ଏବଂ ବାହାରେ ଶାଣିତ ସ୍ବର ଉତୋଳନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ…

Read More

ଭୁବନେଶ୍ବର: ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ୟୁନାଇଟେଡ କିଙ୍ଗଡମର ସମ୍ମାନଜନକ Sand Master Award ରେ ସମ୍ମାନିତ ହୋଇଥିବାରୁ ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସମ୍ୱର୍ଦ୍ଧିତ କରିଛନ୍ତି। ସୂଚନାଯୋଗ୍ୟ ଯେ, ସଂଯୁକ୍ତ ରାଷ୍ଟ୍ରର ଡୋରସେଟ୍‍ ଅଞ୍ଚଳର ୱେମାଉଥ ଠାରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ଶ୍ରୀ ପଟ୍ଟନାୟକ ପ୍ରଥମ ଭାରତୀୟ ଭାବେ ଏହି ସମ୍ମାନ ପାଇଛନ୍ତି। ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପଦକ, ସାର୍ଟିଫିକେଟ୍‍ ଓ ବାଲୁକା କଳାର ଫଟୋଚିତ୍ର ଦେଖାଇଥିଲେ। ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରି ତାଙ୍କୁ ଓଡ଼ିଶାର ଆସେଟ୍‍ (Asset) ବୋଲି କହିଥିଲେ ଏବଂ ଆଗାମୀ ଦିନରେ ଓଡ଼ିଶା ଓ ଦେଶ ପାଇଁ ଆହୁରି ଗୌରବ ଆଣିବେ ବୋଲି ଆଶା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ୱର୍ଦ୍ଧିତ କରିଥିଲେ। ଏହି ସଫଳତା ପାଇଁ ଶ୍ରୀ ପଟ୍ଟନାୟକଙ୍କୁ ପୂର୍ବରୁ ମାନ୍ୟବର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ…

Read More

ଭୁବନେଶ୍ବର: ସମୃଦ୍ଧ ଓଡିଶା ଗଠନ ପାଇଁ ଓଡିଶାକୁ କୁପୋଷଣ ମୁକ୍ତ କରିବା ଆମର ପ୍ରାଥମିକତା । ଏଥିପାଇଁ ଅନେକ ଫଳପ୍ରଦ ଯୋଜନା କରାଯାଇଛି। ତେବେ ଏହାର ସଫଳତା ପାଇଁ ସାମୁହିକ ସଚେତନତା ଖୁବ୍ ଜରୁରୀ। ଆଜି ସ୍ଥାନୀୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଆୟୋଜିତ ରାଜ୍ୟ ସ୍ତରୀୟ ପୋଷଣ ପକ୍ଷ-2025 ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୋଷଣ ଅଭିଯାନକୁ ସଫଳ କରି ସୁସ୍ଥ ମାନବ ସମ୍ବଳ ତିଆରି କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ଲକ୍ଷ୍ମୀସାଗର-ଝାରପଡା ସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ସଂସ୍ଥାରେ ୮୪ ଶଯ୍ୟା ବିଶିଷ୍ଟ ଏକ ନୂତନ ହଷ୍ଟେଲ ଉଦ୍‌ଘାଟନ କରିବା ସହିତ ଏକ ଲାଇବ୍ରେରୀ ହଲ ଏବଂ ଅଙ୍ଗନବାଡି ଟ୍ରେନିଙ୍ଗ୍ ସେଣ୍ଟର ମଧ୍ୟ ଶୁଭ ଉଦ୍‌ଘାଟନ କରିଛନ୍ତି। ରାଜ୍ୟରେ ପୂଜ୍ୟପୂଜା ପରମ୍ପରାକୁ ଆଗେଇ ନେଇ ମୁଖ୍ୟମନ୍ତ୍ରୀ ଏହି ପ୍ରତିଷ୍ଠାନର 8ଟି ବିଲ୍‌ଡିଙ୍ଗକୁ ଓଡିଶାର ମହିୟସୀ ମହିଳାଙ୍କ ନାମରେ…

Read More

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁ ନେତା ଭାବରେଶ ଚନ୍ଦ୍ର ରାୟଙ୍କ ଅପହରଣ ଏବଂ ନିର୍ମମ ହତ୍ୟାକୁ ଭାରତ ଦୃଢ଼ ନିନ୍ଦା କରିଛି। ଏକ ସୋସିଆଲ ମିଡିଆ ପୋଷ୍ଟରେ, ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ଏହି ଘଟଣା ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଅଧୀନରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ନିରନ୍ତର ନିରନ୍ତର ନିରନ୍ତର ନିର୍ଯାତନାକୁ ପ୍ରତିଫଳିତ କରେ। ପୂର୍ବରୁ ସମାନ ଅପରାଧ ପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ବାଙ୍ଗାଲାଦେଶ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ହିନ୍ଦୁ ସମେତ ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସୁରକ୍ଷା ଦେବା ପାଇଁ ନିଜର ଦାୟିତ୍ୱ ବଜାୟ ରଖିବାକୁ ତାଗିଦ କରିଛି। କୌଣସି ବାହାନା କିମ୍ବା ପାର୍ଥକ୍ୟ ନ କରି ଦୃଢ ପଦକ୍ଷେପ ନେବାକୁ ତାଗିଦ କରିଛି।

Read More

ନୂଆଦିଲ୍ଲୀ: ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 22 ତାରିଖ ମଙ୍ଗଳବାର ଦିନ ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଆଜି ଏକ ବିବୃତ୍ତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୦୧୬ ଏବଂ ୨୦୧୯ରେ ପୂର୍ବ ଗସ୍ତ ପରେ ଏହା ତାଙ୍କର ତୃତୀୟ ଗସ୍ତ ହେବ। ସେପ୍ଟେମ୍ବର ୨୦୨୩ ରେ ପ୍ରିନ୍ସ ସଲମାନଙ୍କ ନୂଆଦିଲ୍ଲୀ ଗସ୍ତ ପରେ ପ୍ରଧାନମନ୍ତ୍ରୀ ଗସ୍ତ କରିଥିଲେ। ସେଥିରେ ସେ G20 ଶିଖର ସମ୍ମିଳନୀରେ ଯୋଗଦାନ ଏବଂ ଭାରତ-ସାଉଦି ଆରବ ରଣନୈତିକ ସହଭାଗୀତା ପରିଷଦର ପ୍ରଥମ ବୈଠକରେ ସହ-ଅଧ୍ୟକ୍ଷତା କରିଥିଲେ।

Read More

ଭୁବନେଶ୍ବର: ଆଜି ନବମ ଥର ପାଇଁ ବିଜେଡିର ସଭାପତି ହେଲେ ନବୀନ ପଟ୍ଟନାୟକ। ଆଜି ଦଳର ସଭାପତି ପଦ ପାଇଁ ନିର୍ବାଚନ ଥିଲା। ଏଥିରେ ଏକମାତ୍ର ପ୍ରାର୍ଥୀ ଭାବେ ନବୀନ ପଟ୍ଟନାୟକ ନାମାଙ୍କନ ଦାଖଲ କରିଥିଲେ। ଫଳରେ ଆଜି ବିଜେଡି ବୈଠକରେ ନବୀନ ସଭାପତି ବୋଲି ଘୋଷଣା କରାଯାଇଛି। ଏହାପରେ ଶଙ୍ଖ ଭବନରେ ନବୀନଙ୍କୁ ଦଳୀୟ ନେତାମାନେ ସ୍ବାଗତ କରିଥିଲେ। ପୁରୀର ନେତାମାନେ ଖଣ୍ଡୁଆ ପାଟ ଦେଇ ଅଭିନନ୍ଦନ କରିଥିଲେ। ସେହିପରି ଅନ୍ୟ ନେତାମାନେ ଫୁଲ ତୋଡା ଦେଇ ନବୀନଙ୍କୁ ସ୍ବାଗତ କରିଥିଲେ। ଆଜି ଶଙ୍ଖ ଭବନରେ ଆୟୋଜିତ ବୈଠକରେ ବହୁ ନେତା ଓ କର୍ମି ଯୋଗ ଦେଇ ନବୀନଙ୍କ ଜୟ ଜୟକାର କରିଥିଲେ। ତେବେ ନବମ ଥର ପାଇଁ ସଭାପତି ହେବା ପରେ ନବୀନ ତାଙ୍କର ଅଭିଭାଷଣ ରଖିଥିଲେ। ସେ କହିଥିଲେ ଯେ, ବିଜେଡି ଶାସନ ରେ ଓଡିଶାର ଏକ ସୁବର୍ଣ୍ଣ ଯୁଗ ଥିଲା। ବିଜେଡି ଶାସନରେ ଥାଉ କିମ୍ବା…

Read More

ଭୁବନେଶ୍ବର: ପୁଣି ଥରେ ନିର୍ଦ୍ବନ୍ଦରେ ଜିତିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ଏହି ଘୋଷଣା କରିଛନ୍ତି ଦଳର ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ବିଜେଡିର ବସିଥିବା ରାଜ୍ୟ ପରିଷଦ ବୈଠକରେ ଏହି ଘୋଷଣା କରାଯାଇଛି। ଏଥିରେ କୁହାଯାଇଛି ଯେ, ନବୀନ ପଟ୍ଟନାୟକ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ସେଥିପାଇଁ ସେ ନବମ ଥର ପାଇଁ ବିଜେଡିର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଏହି ଘୋଷଣା ପରେ ନବୀନ ପଟ୍ଟନାୟକଙ୍କୁ ଶଙ୍ଖ ଭବନରେ ଦଳୀୟ ନେତାମାନେ ସ୍ବାଗତ କରିବାରେ ଲାଗିଛନ୍ତି। ଖଣ୍ଡୁଆପାଟ ଦେଇ ତାଙ୍କୁ ଅଭିନନ୍ଦନ କରାଯାଇଛି। ଏହାକୁ ନେଇ କର୍ମୀ ମହଲରେ ଖୁସିର ମାହଲ ତିଆରି ହୋଇଛି। ବିଜେଡି ପୁଣି ଥରେ ସକ୍ରିୟ ହେବ ବୋଲି ଦଳୀୟ ନେତାମାନେ ଆଶା ରଖିଛନ୍ତି।

Read More

Pomegranates Exported:  ବିଦେଶ ବଜାରରେ ଭାରତୀୟ ଡାଳିମ୍ବକୁ ପରିଚିତ କରାଇବା ପାଇଁ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ମୂଲ୍ୟବାନ ଭାରତୀୟ ଭାଗୱା ପ୍ରକାରର ଡାଳିମ୍ବ ସଫଳତାର ସହ ନ୍ୟୁୟର୍କକୁ ରପ୍ତାନୀ କରାଯାଇଛି। ଯାହା ଭାରତର ତାଜା ଫଳ ରପ୍ତାନି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ତାଜା ଫଳର ଗୁଣବତ୍ତାର ଆନ୍ତର୍ଜାତୀୟ ଚାହିଦା ବୃଦ୍ଧି ପାଇବା ସହିତ, ଆମେରିକା ବଜାରରେ ଭାରତୀୟ ଡାଳିମ୍ବକୁ ଏକ ପସନ୍ଦଯୋଗ୍ୟ ଫଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ୨୦୨୩ ମସିହାରେ ଭାରତୀୟ ଡାଳିମ୍ବକୁ ଆମେରିକା ବଜାର ପ୍ରବେଶ ଅନୁମତି ମିଳିବା ପରେ, କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନି ବିକାଶ ପ୍ରାଧିକରଣ ବା APEDA ଯୁକ୍ତରାଷ୍ଟ୍ର କୃଷି ବିଭାଗର ପଶୁ ଏବଂ ଉଦ୍ଭିଦ ସ୍ୱାସ୍ଥ୍ୟ ଯାଞ୍ଚ ସେବା (USDA APHIS), ଜାତୀୟ ଉଦ୍ଭିଦ ସୁରକ୍ଷା ସଂଗଠନ (NPPO – ଭାରତ) ଏବଂ ଜାତୀୟ ଡାଳିମ୍ବ ଗବେଷଣା କେନ୍ଦ୍ର, ସୋଲାପୁର (NRCP) ସହିତ ମିଳିତ ଭାବରେ ବିମାନ…

Read More

ନୂଆଦିଲ୍ଲୀ: ଶନିବାର ପ୍ରତ୍ୟୁଷରେ ଦିଲ୍ଲୀର ମୁସ୍ତାଫାବାଦରେ ଏକ ଚାରି ମହଲା କୋଠା ଭୁଷୁଡ଼ି ପଡ଼ିବା ପରେ ଅତି କମରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୧୪ ଜଣଙ୍କୁ ଉଦ୍ଧାର କରାଯାଇଛି, ଅନେକ ଲୋକ ଏବେ ବି ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି, ଜଣେ ଅଧିକାରୀ କହିଛନ୍ତି। ଘଟଣାଟି ଭୋର ପ୍ରାୟ ୩ଟା ସମୟରେ ଘଟିଥିଲା, ଯାହା ପରେ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (NDRF), ଦିଲ୍ଲୀ ଅଗ୍ନିଶମ ସେବା ଏବଂ ଦିଲ୍ଲୀ ପୋଲିସର ଦଳଗୁଡ଼ିକୁ ନେଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା, ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ତେବେ କୋଠା ଭୁଷୁଡିବାର କାରଣ ଜଣାପଡିନାହିଁ।

Read More

ଭୁବନେଶ୍ବର: ଆଜି ରାୟଗଡା ନିକଟରେ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନର ପେଣ୍ଟୋଗ୍ରାଫ ପୁଣି ଥରେ ଖରାପ ହୋଇଗଲା। ଫଳରେ ଟ୍ରେନ ଚଳାଚଳ ପାଇଁ ଆବଶ୍ୟକ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇପଡିଲା। ଏହାଦ୍ବାର ଟ୍ରେନଟି ରାୟଗଡା କୋରାପୁଟ କେ ଆର ଲାଇନରେ ଅଟକି ରହିଛି। ଇଣ୍ଟରସିଟି ଏକ୍ସପ୍ରେସ ଲେଲିଗୁମ୍ମା ରାଉଳି ମଧ୍ୟରେ ଅଟକି ରହିଥିବା ବେଳେ, ଭୁବନେଶ୍ବରରୁ ଜଗଦଲପୁର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ଲେଲିଗୁମା ଠାରେ ଅଟକି ରହିଛି । ୩ ଘଣ୍ଟାରୁ ଅଧିକ ସମୟ ହେଲାଣି ଏହି ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

Read More

ଭୁବନେଶ୍ବର: ଓଡିଶାର ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କର ଆଜି ପରଲୋକ ହୋଇଯାଇଛି। ସେ କିଛିଦିନ ଧରି ଅସୁସ୍ଥ ଥିବାରୁ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଓଡିଶା ସାମ୍ବାଦିକତା ଜଗତରେ ସେ ଜଣେ ପରିଚିତ ବ୍ୟକ୍ତିତ୍ବ। ସେ ଦୀର୍ଘ ବର୍ଷ ଧରି ଦୈନିକ ଖବରକାଗଜ ‘ଦିନଲିପି’ ରେ କାର୍ଯ୍ୟ କରିଆସୁଥିଲେ। ତାଙ୍କର ଅମାୟିକ ବ୍ୟବହାର ଅନ୍ୟ ସାମ୍ବାଦିକଙ୍କୁ ବେଶ ଆକର୍ଷିତ କରିଆସିଛି। ତାଙ୍କ ବିୟୋଗରେ ଓଡିଶା ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ରତି ଭାଇ ଭାବରେ ରାଜ୍ୟର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସେ ବେଶ୍ ଜଣାଶୁଣା ଥିଲେ। ତାଙ୍କର ଦୀର୍ଘ ସାମ୍ବାଦିକତା ଜୀବନରେ ସଚ୍ଚୋଟତା, ନିରପେକ୍ଷତା ଓ କର୍ତ୍ତବ୍ୟନିଷ୍ଠା ପାଇଁ ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି…

Read More

JEE Main Result: ଜାତୀୟ ପରୀକ୍ଷା ଏଜେନ୍ସି (NTA) ଆଜି ନିଜ ୱେବସାଇଟରେ ଯୁଗ୍ମ ପ୍ରବେଶିକା ପରୀକ୍ଷା ମୁଖ୍ୟ (JEE Main) ସେସନ୍ 2 ଫଳାଫଳ ଘୋଷଣା କରିଛି। ପେପର 1 ପାଇଁ JEE Main 2025  ଫଳାଫଳ ପାଇବା ପାଇଁ ଲିଙ୍କ୍ ଏବେ ୱେବସାଇଟ୍ – jeemain.nta.nic.in ରେ  ଉପଲବ୍ଧ ଅଛି। ଏହି ବର୍ଷ, 24 ଜଣ ଛାତ୍ରଛାତ୍ରୀ 100 ପ୍ରତିଶତ ପାଇଛନ୍ତି। NTA ଏପ୍ରିଲ 2 ରୁ 9, 2025 ପର୍ଯ୍ୟନ୍ତ JEE Main 2025 ର ଦ୍ୱିତୀୟ ଅଧିବେଶନ ପରିଚାଳନା କରିଥିଲା। NTA ଦ୍ୱାରା କଟ-ଅଫ୍ ସହିତ JEE Main 2025 ଫଳାଫଳ ଘୋଷଣା କରାଯାଇଛି। JEE Main ଅଧିବେଶନ 2 ଫଳାଫଳରେ JEE ଆଡଭାନ୍ସଡ୍, ସର୍ବଭାରତୀୟ ରାଙ୍କ ଧାରକ ଏବଂ ରାଜ୍ୟୱାରୀ ଟପର୍ ପାଇଁ କଟ-ଅଫ୍ ଅନ୍ତର୍ଭୁକ୍ତ।

Read More

ନୂଆଦିଲ୍ଲୀ: ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ (ୱେଭ୍ସ) ଅଧୀନରେ ଆୟୋଜିତ ହେଉଥିବା କ୍ରିଏଟ୍‌ ଇନ୍‌ ଇଣ୍ଡିଆ ଚାଲେଞ୍ଜ(ସିଆଇସି)ର ପ୍ରଥମ ସିଜିନର ଫାଇନାଲ ଆସନ୍ତା ମଇ ୧ରୁ ୪ ତାରିଖ ମଧ୍ୟରେ ମୁମ୍ବାଇରେ ଅନୁଷ୍ଠିତ ହେବ। ସିଆଇସିରେ ମୋଟ୍‌ ୩୨ଟି ପ୍ରତିଯୋଗିତା ଆୟୋଜିତ ହେଉଥିବା ବେଳେ ଏହାର ପଞ୍ଜୀକରଣ ସମାପ୍ତ ହୋଇଛି। ଏଥିରେ ୧୧ଶହରୁ ଅଧିକ ଅନ୍ତର୍ଜାତୀୟ ପ୍ରତିଯୋଗୀଙ୍କ ସମେତ ପ୍ରାୟ ୧ ଲକ୍ଷ ପ୍ରତିଯୋଗୀ ପଞ୍ଜୀକରଣ କରିଛନ୍ତି। ୬୦ରୁ ଅଧିକ ଦେଶରୁ ପ୍ରତିଯୋଗୀମାନେ ସିଆଇସିରେ ଅଂଶଗ୍ରହଣ କରିଥିବା ବେଳେ ୭୫୦ ଜଣ ଫାଇନାଲିଷ୍ଟଙ୍କୁ ଓ୍ୱେଭ୍ସ ଅବସରରେ ସେମାନଙ୍କର ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନର ସୁଯୋଗ ମିଳିବ। ଆନିମେସନ, କମିକ୍ସ, ଏଆଇ, ଏକ୍ସଆର, ଗେମିଂ, ସଂଗୀତ ଓ  ଆହୁରି ଅନେକ ବର୍ଗରେ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ମିଳନୀର ଦ୍ୱିତୀୟ ଦିନରେ ଆୟୋଜିତ ରେଡ୍‌ କାର୍ପେଟ ସମାରୋହରେ ସମ୍ମାନଜନକ ‘ୱେଭ୍ସ କ୍ରିଏଟର୍‌ ଆୱାର୍ଡ’ ପ୍ରଦାନ କରାଯିବ।…

Read More