Author: Samikhsya Bureau

ନୂଆଦିଲ୍ଲୀ: ଗତକାଲି ଦେଶରେ ୭୧ ହଜାର ୩୬୫ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୬୭ ହଜାର ୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୧୨୧୭ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ଆଉ ୧୨୪୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ଏହି ସମୟ ମଧ୍ୟରେ ୧ ଲକ୍ଷ ୬୭ ହଜାର ୮୮୨ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୪ ଲକ୍ଷ ୭୮ ହଜାର ୬୦ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୬ ହଜାର ୪୯୬ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି। ତେବେ ଏପର୍ଯ୍ୟନ୍ତ ୪ କୋଟି ୧୦ ଲକ୍ଷ ୧୨ ହଜାର ୮୬୯ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୭…

Read More

ଭୁବନେଶ୍ଵର: ଆଜି ରାଜ୍ୟରେ ୨୧ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ୨୧ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ହଜାର ୮୧୮ ଜଣଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା, ଭଦ୍ରକ, ଗଞ୍ଜାମ ଜିଲ୍ଲାରୁ  ୨ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିଭଳି ବାଲେଶ୍ଵର, ସମ୍ବଲପୁର ଏବଂ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୩ ହଜାର ୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୮ ହଜାର ୧୫୨ ଏବଂ ବର୍ତ୍ତମାନ ୧୫ ହଜାର ୯୮୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧ ହଜାର ୭୧୨ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧ ହଜାର ୪୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୩୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୬୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୧୮  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୭୨ ବାଲେଶ୍ଵର ଜିଲ୍ଲାରୁ- ୩୪ ବରଗଡ ଜିଲ୍ଲାରୁ- ୨୫ ଭଦ୍ରକ ଜିଲ୍ଲାରୁ- ୨୦ ବଲାଙ୍ଗୀରି ଜିଲ୍ଲାରୁ- ୩୭ ବୌଦ୍ଧ ଜିଲ୍ଲାରୁ- ୩୬ କଟକ ଜିଲ୍ଲାରୁ– ୧୩୩ ଦେବଗଡ ଜିଲ୍ଲାରୁ- ୨୭ ଢେଙ୍କାନାଳ ଜିଲ୍ଲାରୁ- ୧୩ ଗଜପତି ଜିଲ୍ଲାରୁ- ୪୩ ଗଞ୍ଜାମ ଜିଲ୍ଲାରୁ- ୨୭ ଜଗତସିଂହପୁର ଜିଲ୍ଲାରୁ- ୪୩ ଯାଜପୁର ଜିଲ୍ଲାରୁ- ୭୩ ଝାରସୁଗୁଡା ଜିଲ୍ଲାରୁ- ୩୯ କଳାହାଣ୍ଡି ଜିଲ୍ଲାରୁ- ୪୧ କନ୍ଧମାଳ ଜିଲ୍ଲାରୁ- ୧୨ କେନ୍ଦ୍ରାପଡା ଜିଲ୍ଲାରୁ- ୪୯…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଜଣେ ଜ୍ଞାନୀ ବ୍ୟକ୍ତି ଏପରି ଦେଶରେ ରହିବାକୁ ସ୍ଥିର କରିବା ଉଚିତ ନୁହେଁ ଯେଉଁଠାରେ ରୋଜଗାର ନାହିଁ। କାରଣ ଯଦି ରୋଜଗାର ନଥାଏ, ତେବେ ତାଙ୍କ ଜୀବନ କଷ୍ଟସାଧ୍ୟ ହୋଇଯିବ। ପରିବାରର ରକ୍ଷଣାବେକ୍ଷଣ ପାଇଁ ରୋଜଗାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ, ଯେଉଁଠାରେ ରୋଜଗାରର ଏକ ମାଧ୍ୟମ ଏବଂ ସାଧନ ଅଛି, ସେଠାରେ ରୁହନ୍ତୁ। ଜଣେ ଜ୍ଞାନୀ ବ୍ୟକ୍ତି ଏପରି ସ୍ଥାନରେ ରହିବାକୁ ସ୍ଥିର କରିବା ଉଚିତ୍ ନୁହେଁ, ଯେଉଁଠାରେ ଲୋକମାନେ କୌଣସି ଜିନିଷକୁ ଭୟ କରନ୍ତି ନାହିଁ। ଖରାପ କାର୍ଯ୍ୟ କରିବା ଏବଂ ଏହାର ପରିଣାମ ଭୋଗିବାକୁ ଭୟ କରୁନଥିବା ସ୍ଥାନରେ ରହିବା ଉଚିତ ନୁହେଁ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଲଜ୍ଜା ରହିବା ଅତ୍ୟନ୍ତ ଜରୁରୀ। କାରଣ ଲଜ୍ଜାଜନକ ବ୍ୟକ୍ତି କାହାକୁ ସମ୍ମାନ ଦେଇ ପାରିବେ ନାହିଁ। ତେଣୁ, ଏପରି ଏକ ସ୍ଥାନରେ ରହିବାକୁ କେବେ ପସନ୍ଦ କରନ୍ତୁ ନାହିଁ।…

Read More

ଜୀବନଶୈଳୀ: ପ୍ରେମ ଜୀବନକୁ ପାଳନ କରିବାକୁ ଭାଲେଣ୍ଟାଇନ୍ସ ଡେ ଆସୁଛି। ଏହି ଦିନ, ବିବାହିତ ଦମ୍ପତି ଏବଂ ପ୍ରେମୀଯୁଗଳ ସେମାନଙ୍କ ସମ୍ପର୍କକୁ ମଜବୁତ କରିବା ପାଇଁ ଅନେକ ପଦକ୍ଷେପ ନିଅନ୍ତି। ହିନ୍ଦୁ ଧର୍ମରେ ବିବାହିତ ଜୀବନକୁ ସୁଖୀ କରିବାର ଅନେକ ଉପାୟ ଅଛି। ପ୍ରେମ ଜୀବନକୁ ଉନ୍ନତ କରିବା ପାଇଁ ଉପବାସ ରଖାଯାଏ। ଯାହାଫଳରେ ଜୀବନ ସାଥୀ ସହିତ ଭଲ ସମନ୍ୱୟ ରହିଥାଏ ଏବଂ ସମ୍ପର୍କ ମଧୁର ଏବଂ ମଜବୁତ ହୋଇଥାଏ। ଯଦି ଆପଣ ମଧ୍ୟ ଆପଣଙ୍କର ପ୍ରେମ ଜୀବନ କିମ୍ବା ଦାମ୍ପତ୍ୟ ଜୀବନକୁ ସୁଖୀ କିମ୍ବା ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କେବଳ ଗୋଟିଏ କାମ କରିବାକୁ ପଡିବ। ତାହା ହେଉଛି ଗୁରୁବାର ବ୍ରତ। ଗୁରୁବାର ଦିନ ଉପବାସ ପାଳନ କରି ପ୍ରେମ ଜୀବନର ସମସ୍ୟା ଦୂର ହୋଇଯାଏ ଏବଂ ପ୍ରେମ ସମ୍ପର୍କ ମଜବୁତ ହୁଏ। ଗୁରୁବାର ବ୍ରତ ବିଷୟରେ ଆସନ୍ତୁ ଜାଣିବା… ଗୁରୁବାର ବ୍ରତର ଲାଭ: ୧- ଗୁରୁବାରର…

Read More

ମେଷ:– ଆଜି ଯୁଦ୍ଧଠାରୁ ଦୂରରେ ରହିବା ଉଚିତ୍। ପରିସ୍ଥିତି ଅନୁଯାୟୀ କାର୍ଯ୍ୟ କରନ୍ତୁ। ବ୍ୟବସାୟ ଏବଂ ଚାକିରିରେ ସବୁକିଛି ଆପଣଙ୍କ ଅନୁଯାୟୀ ହେବ। ତୃତୀୟ ବ୍ୟକ୍ତିଙ୍କ ଆଗମନ ପୂର୍ବରୁ ପ୍ରେମ ସମ୍ପର୍କ ନଷ୍ଟ ହୋଇଯିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଜମି କିମ୍ବା ଘର କିଣିବାର ସମ୍ଭାବନା ରହିଛି। ବୃଷ:– ଆଜି ବେଶୀ ଧର୍ଯ୍ୟର ସହିତ କାମ କରିବା ଉଚିତ୍। ସାଙ୍ଗମାନଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ। ଅଜାଣତରେ, କିଛି ବଡ ଭୁଲ ହେତୁ ଆପଣ ବିଚଳିତ ହେବେ। ବର୍ତ୍ତମାନ ଚାକିରିରେ ଉତ୍ସର୍ଗୀକୃତ ଅନୁଭବ ଆପଣଙ୍କ ପାଇଁ ଲାଭଦାୟକ।  ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାହାରେ ଖାଦ୍ୟ ଖାଆନ୍ତୁ ନାହିଁ। ସଂପର୍କରେ ଆସିଥିବା ସମସ୍ୟା ଦୂର ହୋଇଯାଉଛି। ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ। ମିଥୁନ:– ଆଜି ଆପଣ ଏକ ଯାତ୍ରା କରିବାକୁ ଯୋଜନା କରିବେ । ଏହା ପରିବାରରେ ସୁଖର ଆଣି ଦେବ। ଅଫିସରେ ଆପଣଙ୍କର କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବେ। କିନ୍ତୁ ବ୍ୟବସାୟରେ…

Read More

ନୂଆଦିଲ୍ଲୀ: ଜାନୁଆରୀ ୬ ତାରିଖରେ ବେଜିଂରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସାକ୍ଷାତ ପରେ ଚୀନ୍ ଏବଂ ପାକିସ୍ତାନ ମିଳିତ ବିବୃତ୍ତିରେ ଜମ୍ମୁ କାଶ୍ମୀର ବିଷୟରେ ଉଲ୍ଲେଖ କରିଛନ୍ତି। ଯାହାକୁ ଭାରତ ସରକାର ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ଜମ୍ମୁ କାଶ୍ମୀରର ୟୁନିଅନ ଟେରିଟୋରୀ ଏବଂ ଲଦାଖର ୟୁନିଅନ ଟେରିଟୋରୀ ଭାରତର ଏକ ଅଭିନ୍ନ ଏବଂ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ଜାମ୍ମୁ କାଶ୍ମୀର ତଥା ତଥାକଥିତ ଚୀନ୍-ପାକିସ୍ଥାନ ଅର୍ଥନୈତିକ କରିଡରକୁ ଆମେ ଫେବୃଆରୀ ୦୬ ତାରିଖ ୨୦୨୨ରେ ଜାରି କରାଯାଇଥିବା ବିବୃତ୍ତିରେ ଉଲ୍ଲେଖ କରିଛୁ।

Read More

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମ ଏବଂ ଦ୍ୱାଦଶ ପାଇଁ ଟର୍ମ-୨ ପାଇଁ ତାରିଖ ଘୋଷଣା କରିଛି। ଉଭୟ ଶ୍ରେଣୀର ପରୀକ୍ଷା ଏପ୍ରିଲ ୨୬ ତାରିଖରୁ ଆରମ୍ଭ ହେବ। ଗଣମାଧ୍ୟମ ସୂଚନା ଅନୁଯାୟୀ, ଏପ୍ରିଲ ୨୬ ତାରିଖରୁ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଅଫଲାଇନ ମୋଡରେ ହେବ। ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ଏବଂ କୋଭିଡ-୧୯ ର ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଫଲାଇନ ମୋଡରେ ଦ୍ୱିତୀୟ ଟର୍ମ ବୋର୍ଡ ପରୀକ୍ଷା କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି ବୋଲି ସିବିଏସଇ ପରୀକ୍ଷା ନିୟନ୍ତ୍ରକ ସନୟାମମ ଭରଦ୍ୱାଜ କହିଛନ୍ତି। ଏହା ପ୍ରଥମ ଥର ପାଇଁ ସିବିଏସ୍ଇ ବୋର୍ଡ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଚୂଡ଼ାନ୍ତ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ କରୁଛି। ଦେଶର କରୋନା ପରିସ୍ଥିତି ଯୋଗୁଁ ଏହା କରାଯାଉଛି। ଗତ ବର୍ଷ କରୋନାର ଦ୍ୱିତୀୟ ତରଙ୍ଗ ସମୟରେ ବୋର୍ଡ ପରୀକ୍ଷା ପରିଚାଳନା କରିବାରେ ସକ୍ଷମ ହୋଇନଥିଲା ଏବଂ ଫଳାଫଳ ପ୍ରସ୍ତୁତ କରିବା…

Read More

ଭୁବନେଶ୍ୱର: ଆସନ୍ତା ୧୫ ତାରିଖରୁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ ବିଜୁଳି କମ୍ପାନୀମାନଙ୍କର ୨୦୨୨-୨୩ ବର୍ଷ ପାଇଁ ବାର୍ଷିକ ଆୟବ୍ୟୟର ଅଭିଯୋଗ ଶୁଣାଣି କରିବାକୁ ଯାଉଛନ୍ତି। ଏହି ଜନଶୁଣାଣିକୁ ଢାଲ କରି ଆସନ୍ତା ଆର୍ଥିକ ବର୍ଷ ପାଇଁ ବିଜୁଳି ଶଳ୍କ ବଢିବ ବୋଲି ଶୁଣାଯାଉଛି। ଯେତେବେଳେ ରାଜ୍ୟବାସୀ କରୋନା ସଂକ୍ରମଣ ଯୋଗୁ ଜୀବନ ଜୀବିକାର ସଂଘର୍ଷ ଭିତରେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି, ସେହି ସମୟରେ ଓଇଆରସିକୁ ଢାଲ କରି ବିଜୁଳି କମ୍ପାନୀମାନେ ଶୁଳ୍କ ବଢାଇ ୯୨ଲକ୍ଷ ଖାଉଟିଙ୍କୁ ଶୋଷଣ କରିବାକୁ ଯାଉଛନ୍ତି ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛି। ଯଦି ଆଗାମୀ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଶୁଳ୍କ ବଢେ, ତେବେ ଶୁଳ୍କ ବୃଦ୍ଧି ବିରୁଦ୍ଧରେ ରାଜରାସ୍ତାରେ ଜନ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ପାର୍ଟିର ରାଜ୍ୟ ସଭାପତି ରବି ବେହେରା ବିଜୁଳି କମ୍ପାନୀ, ଓଇଆରସି କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି। ଏଠାରେ…

Read More

ବାଲୁଗାଁ: କେନ୍ଦୁଝର ନିକଟବର୍ତ୍ତୀ ନୟାଗଡ଼ ଠାରୁ ଲୁହାପଥର ବୋଝେଇକରି କର୍ଣ୍ଣାଟକର ହୁଵାଲୀ କୁ ଯାତ୍ରାକରୁଥିବା ଏକ ପଣ୍ୟବାହୀ ଟ୍ରେନ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ସୋଲାରି ଏବଂ ବାଲୁଗାଁ ଷ୍ଟେସନ୍ ଷ୍ଟେସନ ମଧ୍ୟରେ (ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ମାର୍ଗରେ) ଗୋଟିଏ ୱାଗନ ଆଜି ଅପରାହ୍ନ ୪ଘ.୩୫ମି. ସମୟରେ ଲାଇନ୍ଚ୍ୟୁତ ଯୋଗୁଁ ଖୋର୍ଦ୍ଧା ରୋଡ଼-ବ୍ରହ୍ମପୁର ରେଳ ସେକ୍ସନରେ ଟ୍ରେନ ଚଳାଚଳ ସାମାନ୍ୟ ପ୍ରଭାବିତ ହୋଇଛି। ଫଳସ୍ୱରୂପ, ଆଜି ଭୁବନେଶ୍ୱରରୁ ଛାଡିଥିବା ୧୧୦୨୦ ଭୁବନେଶ୍ୱର-ମୁମ୍ବାଇ ସିଏସଏମଟି କୋଣାର୍କ ଏକ୍ସପ୍ରେସକୁ ଗଙ୍ଗାଧରପୁର ରେଳ ଷ୍ଟେସନରେ ଅପରାହ୍ନ ୪ଘ.୪୨ମି. ଠାରୁ ନିୟନ୍ତ୍ରିତ କରାଯାଇଥିବାବେଳେ ୧୨୭୦୩ ହାଓଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ କାଳୁପଡାଘାଟ ଷ୍ଟେସନ ଠାରେ ଅପରାହ୍ନ ୫ ଘଟିକାରୁ ନିୟନ୍ତ୍ରିତ କରାଯାଇଅଛି। ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏବଂ ତାଙ୍କ ଅଧିକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ତଦାରଖ କରୁଥିବାବେଳେ ଯାତ୍ରୀବାହୀ ଟ୍ରେନ ଶୀଘ୍ର ଚଳାଚଳ ପାଇଁ ପଦକ୍ଷେପ ନେଉଛନ୍ତି। ପ୍ରଭାବିତ ୱାଗନକୁ…

Read More

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ବାତିଲ କରିବାକୁ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାର ନିକଟରେ ଦାବି କରୁଛନ୍ତି। ଏପରିକି ପରୀକ୍ଷା ବାତିଲ ଦାବିରେ ସେମାନେ ଆନ୍ଦୋଳନ ମଧ୍ୟ କରୁଛନ୍ତି। ଏପରିସ୍ଥଳେ ଏହାକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ଅଫଲାଇନରେ ପରୀକ୍ଷା ହେବା ନେଇ ନିଷ୍ପତ୍ତି ହୋଇସାରିଛି। କୋର୍ସ ସରିବା ପରେ ପରୀକ୍ଷା ହେବ। ଯେଉଁ ସମୟରେ ପରୀକ୍ଷା ହବା କଥା, ସେହି ସମୟରେ ହେବ। ତେଣୁ ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ରହୁନ୍ତୁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

Read More

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ମହାପ୍ରଭୁ ସେବାୟତ ସମିତି ବିଜେ ରଣପୁରଗଡ ମନ୍ଦିରର ବ୍ୟାପକ ଆର୍ଥିକ ଅନିୟମିତାକୁ ନେଇ ଅଦାଲତରେ ହାଜର ହୋଇ ଏକ ଲିଖିତ ଅଭିଯୋଗ କରିଛନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁ ପୁରୀଙ୍କ ସ୍ୱପ୍ନାଦେଶରେ ଶ୍ରୀଜଗନ୍ନାଥ ପୁରୀଙ୍କର ୧୬ କଳାରୁ ଏକ କଲା ତତ୍କାଳୀନ ପୁରୀ ଗଜପତି ମହାରାଜ ଶ୍ରୀ ପ୍ରତାପ ରୁଦ୍ରଦେବ ପୁରୀଙ୍କ ଶ୍ରୀମନ୍ଦିରରେ ବିରାଜିତ ଶ୍ରୀମାଧବ ଗୋସ୍ୱାମୀଙ୍କୁ ରଣପୁରର ତତ୍କାଳୀନ ରାଜା ଶ୍ରୀ ଉଦ୍ଧବ ନରେନ୍ଦ୍ରଙ୍କୁ ପ୍ରଦାନ କରିଥିଲେ। ଉକ୍ତ ଶ୍ରୀବିଗ୍ରହକୁ ରାଜା ଶ୍ରୀ ଉଦ୍ଧବ ନରେନ୍ଦ୍ର ସନ ୧୩୬୩ ଖ୍ରୀଷ୍ଟାବ୍ଦରେ ରଣପୁରଗଡ଼ଠାରେ ପ୍ରତିଷ୍ଠା କରି ମନ୍ଦିର ସ୍ଥାପନ କରିଥିଲେ। ପୁରୀ ଭଳି ଏଠାରେ ଶ୍ରୀଜଗନ୍ନାଥଙ୍କ ସେବା ପୂଜା ପାଇଁ ଛତିଶା ନିଯୋଗ ବ୍ୟବସ୍ଥା କରିବା ସହ ପୁରୀ ମନ୍ଦିର ଭଳି ଏଠାରେ ସମସ୍ତ ପ୍ରକାର ରୀତି, କାନ୍ତି, ପୂଜାବିଧି ଏପରିକି ଦ୍ୱାଦଶ ଯାତ୍ରା ପ୍ରଚଳନ କରି ଅଦ୍ୟାବଧି ପରମ୍ପରା ଅନୁଯାୟୀ ଯଥାରୀତି ସମସ୍ତ କାର୍ଯ୍ୟ ସମାପନ ହେଉଅଛି। ପୁରୀ ଶ୍ରୀମନ୍ଦିରକୁ…

Read More

ଭୁବନେଶ୍ୱର: ବିଶିଷ୍ଟ ଗାନ୍ଧୀବାଦୀ, ସ୍ୱାଧୀନତା ସଂଗ୍ରାମୀ, ଜାତୀୟ ଭ୍ରାତା, ଚମ୍ବଲ ଗାନ୍ଧୀ ଓ ଜାତୀୟ ଯୁବ ପ୍ରକଳ୍ପର ପ୍ରତିଷ୍ଠାତା ଡଃ ଏସ୍‌.ଏନ୍‌. ସୁବାରାଓ (ଭାଇଜୀ)ଙ୍କ ୯୪ମ ଜନ୍ମବାର୍ଷିକ ଉପଲକ୍ଷେ ତା ୬ ଫେବୃୟାରୀ ଠାରୁ ୮ ଫେବୃୟାରୀ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଜୌରାଠାରେ ମହାତ୍ମା ଗାନ୍ଧୀ ସେବାଆଶ୍ରମ ପ୍ରାଙ୍ଗଣରେ ଏକ ତ୍ରିଦିବସୀୟ ଭାଇଜୀ ସ୍ମୃତି ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପରମପୂଜ୍ୟ ସ୍ୱର୍ଗତଃ ଭାଇଜୀଙ୍କ ଜନ୍ମଜୟନ୍ତୀ ଅବସରରେ ଫେବୃୟାରୀ ୭ ତାରିଖ ଦିନ ସାରା ଭାରତରୁ ଆସିଥିବା ଭାଇଜୀ ଆଦର୍ଶବାଦୀ ତଥା ଜାତୀୟ ଯୁବ ପ୍ରକଳ୍ପର ସଦସ୍ୟ/ସଦସ୍ୟାମାନେ ଆଣିଥିବା ରାଜ୍ୟର ମାଟିକୁ ସମାଧିପୀଠରେ ରଖିବା ପରେ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିଥିଲେ। ପରେ ସ୍ମୃତିଚାରଣ ନିମନ୍ତେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଉକ୍ତ ସଭାରେ ମହାତ୍ମା ଗାନ୍ଧୀ ସେବାଶ୍ରମର ଅଧ୍ୟକ୍ଷ ପି.ଭି. ରାଜଗୋପାଳନ ମୁଖ୍ୟ ଅତିଥି ରୂପେ ଯୋଗ ଦେବା ସହ ସର୍ବସେବା ସଂଘର ଅଧ୍ୟକ୍ଷ ଚନ୍ଦନ ପାଲ ସଭାରେ…

Read More

ନୂଆଦିଲ୍ଲୀ: ହିଜାବ ବିବାଦକୁ ନେଇ କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ବିସି ନାଗେଶ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏହି ବିବାଦରେ ଆମେ କ୍ୟାମ୍ପସ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ସିଏଫ୍ଆଇ) ର ଭୂମିକା ଅନୁସନ୍ଧାନ କରୁଛୁ ବୋଲି କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ କହିଛନ୍ତି। ସିଏଫ୍ଆଇ ହେଉଛି ପିଏଫଆଇ ର ଛାତ୍ର ସଂଗଠନ। ସେଥିପାଇଁ ଆମେ ପିଏଫଆଇ ଉପରେ ପ୍ରତିବନ୍ଧକକୁ ଏଡ଼ାଇ ପାରିବୁ ନାହିଁ। ବିସି ନାଗେଶ କହିଛନ୍ତି ଯେ, ‘ଆମେ ସନ୍ଦେହ କରୁଛୁ ଯେ, ଏହି ବିବାଦ ସୃଷ୍ଟି କରିବାରେ ଇସଲାମିକ୍ ମୌଳିକବାଦୀ ସଂଗଠନ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ର ଛାତ୍ର ୱିଙ୍ଗ୍ ସିଏଫ୍ଆଇର ହାତ ଅଛି। ନାଗେଶ କହିଛନ୍ତି ଯେ, “ଆମେ ପିଏଫଆଇ କିମ୍ବା ସିଏଫଆଇର ଭୂମିକାକୁ ଖାରିଜ କରିପାରିବୁ ନାହିଁ। ଏହି ସମଗ୍ର ଘଟଣାରେ ଏକ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନୁସନ୍ଧାନ ପରେ ଆମେ ଏହା ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ। ନାଗେଶ ପୁଣି…

Read More

ଲକ୍ଷ୍ନୌ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବାଦ୍ରା ଆଜି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ‘ଉନ୍ନତି ବିଧାନ୍ ଜନଘୋଷଣା ପତ୍ର-୨୦୨୨’ ନାମରେ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି। ଏହି ଅବସରରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ୧ ଲକ୍ଷ ଲୋକଙ୍କ ସହ କଥା ହେବା ପରେ କଂଗ୍ରେସ ମନିଫେଷ୍ଟୋ ପ୍ରସ୍ତୁତ କରିଛି। ଏଥିରେ ସାଧାରଣ ଲୋକ, ଶ୍ରମିକ, କୃଷକ, ବିଶେଷଜ୍ଞଙ୍କ ସମେତ ସମସ୍ତ ଶ୍ରେଣୀର ଲୋକ ଅନ୍ତର୍ଭୁକ୍ତ। କଂଗ୍ରେସ ନେତା କହିଛନ୍ତି ଯେ, ଏହା ପ୍ରକୃତ ଅର୍ଥରେ ଏକ ସାର୍ବଜନୀନ ମନୋଭାବ। ପ୍ରିୟଙ୍କା କହିଛନ୍ତି ଯେ, ଏହା ମାଧ୍ୟମରେ ସେ ଲୋକମାନଙ୍କର ଆକାଂକ୍ଷା କ’ଣ ଏବଂ କଂଗ୍ରେସ ଲୋକଙ୍କ ପାଇଁ କ’ଣ କରିବ ତାହା କହିବାକୁ ଚାହୁଁଛି। ସେ କହିଛନ୍ତି, ‘ଆମେ ଦେଇଥିବା ସମସ୍ତ ମନିଫେଷ୍ଟୋ, ସେଥିରେ ରେକର୍ଡ ହୋଇଥିବା ଜିନିଷ ସାଧାରଣ ଜନତାଙ୍କ ପରାମର୍ଶ ଅଟେ। ଏହି ସମସ୍ତ ପରାମର୍ଶ କେବଳ ରାଜ୍ୟବାସୀଙ୍କ ସହ ଆଲୋଚନା କରିବା…

Read More

ସୀତାରାମ ଅଗ୍ରୱାଲ ବାଣପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ତତ୍ୱାବଧାନରେ ଆଜି ଖୋର୍ଦ୍ଧା ଜିଲ୍ଲାରେ  ଅନ୍ତର୍ଗତ ବାଣପୁର ବ୍ଲକ ଦାମିଆବରବରା ପଞ୍ଚାୟତର କୋଷରଡ଼ା ଜଙ୍ଗଲରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ମିଳିତ ଚଢ଼ାଉ କରାଯାଇଛି। ଗ୍ରାମର ଏକାଧିକ ସ୍ଥାନରେ ସକାଳ ୭ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚଢ଼ାଉ ଜାରି ରହିଥିଲା। ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ନେତୃତ୍ୱରେ ବାଣପୁର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଢାଉ ସମୟରେ ୧୨୦ ଗୋଟି ଡ୍ରମରୁ ମୋଟ ୬ ହଜାର କେଜି ଗୁଡ ମିଶ୍ରିତ ମହୁଲି ପୋଚ ଓ ୪୭୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦିଆଯାଇଛି। ଉକ୍ତ ଚଢାଉରେ ଚିଲିକା ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡ଼ାଙ୍ଗୁଆ, ବାଣପୁର ଥାନା ଏଏସଆଇ…

Read More

ନୂଆଦିଲ୍ଲୀ: କୋଭିଡରେ ପୀଡିତ ବୟସ୍କ ରୋଗୀଙ୍କ ଚିକିତ୍ସା ପାଇଁ SaNOtize ସହଭାଗିତାରେ ମୁମ୍ବାଇ ସ୍ଥିତ ଗ୍ଲୋବାଲ ଫାର୍ମା କମ୍ପାନୀ ଗ୍ଲେନମାର୍କ ଭାରତରେ ପ୍ରଥମ ନାଇଟ୍ରିକ୍ ଅକ୍ସାଇଡ୍ ନାସାଲ୍ ସ୍ପ୍ରେ (ଫାବି ସ୍ପ୍ରେ) ଲଞ୍ଚ କରିଛି। ଦେଶର ଔଷଧୀ ନିୟନ୍ତ୍ରକ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜି) ରୁ ନାଇଟ୍ରିକ୍ ଅକ୍ସାଇଡ୍ ନାସାଲ୍ ସ୍ପ୍ରେ ତ୍ୱରିତ ଅନୁମୋଦନ ପ୍ରକ୍ରିୟାର ଉତ୍ପାଦନ ଏବଂ ମାର୍କେଟିଂ ପାଇଁ ଗ୍ଲେନମାର୍କ ତ୍ୱରିତ ଅନୁମୋଦନ ଗ୍ରହଣ କରିଛି। କମ୍ପାନୀର ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, “ନାସାଲ୍ ସ୍ପ୍ରେ ଭାରତରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ପ୍ରମୁଖ ଶେଷ ପଏଣ୍ଟ ସମାପ୍ତ କରିଛି ଏବଂ ୨୪ ଘଣ୍ଟାରେ ଭାଇରାଲ୍ ଭାରକୁ ୯୪ ପ୍ରତିଶତ ହ୍ରାସ ଏବଂ ୪୮ ଘଣ୍ଟାରେ ୯୯ ପ୍ରତିଶତ ହ୍ରାସ ହୋଇଛି। ନାଇଟ୍ରିକ୍ ଅକ୍ସାଇଡ୍ ନାସାଲ୍ ସ୍ପ୍ରେ ପରୀକ୍ଷା ସମୟରେ କୋଭିଡ ରୋଗୀମାନଙ୍କ ମଧ୍ୟରେ ନିରାପଦ ଏବଂ ଭଲ ଭାବରେ ସହ୍ୟ କରାଯାଉଥିବା ଦେଖିବାକୁ ମିଳିଥିଲା।…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଛାତ୍ର ଘରେ ସୋଇଥିବା ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଟାଙ୍ଗୀ ଥାନା ଅନ୍ତର୍ଗତ ଝାଟି ନୂଆଗାଁ କଲୋନୀରେ ଏଭଳି ଘଟଣା ଘଟିଛି। ଉକ୍ତ କଲୋନୀରେ ବାସ କରୁଥିବା ସାଦନ କୁମାର ଦାସଙ୍କ ପୁତ୍ର ତଥା ଟାଙ୍ଗୀ କଲେଜ ଯୁକ୍ତ ଦୁଇ ଛାତ୍ର ରୋହିତ କୁମାର ଦାସ (୧୭) ଗତକାଲି ରାତିରେ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତ୍ରିରେ ଅଚାନକ ଜୋରରେ ଘୁଙ୍ଗୁଡ଼ି ମାରିବାକୁ ଲାଗିଲେ। ପରିବାର ଲୋକେ କାରଣ ଜାଣିନପାରି ସଙ୍ଗେ ସଙ୍ଗେ ରୋହିତଙ୍କୁ ଟାଙ୍ଗୀ ମେଡିକାଲକୁ ନେଇ ଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତ୍ୟୁର କାରଣ ହୃଦଘାତ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ଅପରପକ୍ଷରେ ଟାଙ୍ଗୀ ପୋଲିସ ଆଜି ଶବ ଜବତ କରି କେଶ ନମ୍ବର ୧/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ…

Read More

ନୂଆଦିଲ୍ଲୀ: ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମ ମ୍ୟାଚକୁ ୬ ୱିକେଟରେ ଜିତି ସିରିଜରେ ୧-୦ ରେ ଆଗୁଆ ରହିଛି। ଏହା ଭାରତର ୧୦୦୦ ତମ ଦିନିକିଆ ମ୍ୟାଚ୍ ଥିଲା ଏବଂ ରୋହିତ ଶର୍ମା ପ୍ରଥମ ଥର ପାଇଁ ପୂରା ସମୟର ଦିନିକିଆ ଅଧିନାୟକ ଭାବରେ ପଡ଼ିଆରେ ପ୍ରବେଶ କରିଥିଲେ। ପ୍ରଥମ ଦିନିକିଆ ବିଷୟରେ କହିବାକୁ ଗଲେ ଭାରତୀୟ ବୋଲର କାରିବିଆନ୍ ଦଳକୁ ୧୭୬ ରନରେ ବାନ୍ଧି ରଖିଥିଲା। ଏହା ପରେ ଭାରତ ୪ ୱିକେଟ୍ ହରାଇ ୧୩୨ ବଲ ପୂର୍ବରୁ ଲକ୍ଷ୍ୟ ହାସଲ କରିଥିଲା। ଭାରତ ପାଇଁ ରୋହିତ ଶର୍ମା ସର୍ବାଧିକ ୬୦ ରନ୍ ସଂଗ୍ରହ କରିଥିଲେ। ଏହି ସିରିଜକୁ କାବୁ କରିବା ପାଇଁ ଭାରତୀୟ ଦଳର ନଜର ରହିଛି। ଉପ-ଅଧିନାୟକ କେ.ଏଲ୍ ରାହୁଲ…

Read More

ଚଣ୍ଡିଗଡ: ପଡୋଶୀ ଦେଶ ତଥା ପାକିସ୍ଥାନ ଡ୍ରୋନ୍ ମାଧ୍ୟମରେ ଭାରତ ବିରୁଦ୍ଧରେ ଷଡଯନ୍ତ୍ର କରୁଛି। ଏବେ ଏହି ମାମଲା ପଞ୍ଜାବର ଅମୃତସରର ଅଜନାଲା ସେକ୍ଟରର ଦେଖିବାକୁ ମିଳିଛି। ଡ୍ରୋନ୍ ଦ୍ଵାରା ପଞ୍ଜ ଗରାଇ ପୋଷ୍ଟ ନିକଟରେ ପାଳିସ୍ଥାନ ଦୁଇଟି ପ୍ୟାକେଟ୍ ପକାଇଛି। ଯଦିଓ ଏହି ପ୍ୟାକେଟଗୁଡ଼ିକ ମଧ୍ୟରେ ଭିଜୁଆଲ୍ ସାମଗ୍ରୀ କିମ୍ବା ନିଶା ପଦାର୍ଥ ଅଛି, ତଥାପି ଏହାର ଅନୁସନ୍ଧାନ ଚାଲିଛି। ବର୍ତ୍ତମାନ ବିଏସ୍ଏଫ୍ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ରାତି ପ୍ରାୟ ୧୨.୩୦ ସମୟରେ ଅଜନାଲା ସେକ୍ଟରର ପଞ୍ଜ ଗାରାଇ ପୋଷ୍ଟ ନିକଟରେ ଏଫଡବ୍ଲୁଡି ସୈନିକମାନେ ପାକିସ୍ଥାନରୁ ଭାରତ ଆଡକୁ ଏକ ସନ୍ଦେହଜନକ ଡ୍ରେନ ଆସୁଥିବାର ଶୁଣିବାକୁ ପାଇଥିଲେ। ଏହା ପରେ ବିଏସଏଫ ଯବାନମାନେ ଡ୍ରୋନ ଉପରେ ଗୁଳି ଚଳାଇଥିଲେ। ପରେ କୁକୁର ହ୍ୟାଣ୍ଡେଲର ସହିତ ବିଏସ୍ଏଫ୍ ସର୍ଚ୍ଚ ଅପରେସନ୍ କରିଥିଲା। ଏପର୍ଯ୍ୟନ୍ତ ଖୋଜାଖୋଜି ସମୟରେ ସନ୍ଦିଗ୍ଧ ନିଷେଧ ପଦାର୍ଥ ସହିତ ଦୁଇଟି ହଳଦିଆ…

Read More

ନୂଆଦିଲ୍ଲୀ: ଗତକାଲି ଦେଶରେ ୬୭ ହଜାର ୫୯୭ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୭୧ ହଜାର ୩୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୧୧୮୮ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ଆଉ ୧୨୧୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ଏହି ସମୟ ମଧ୍ୟରେ ୨ ଲକ୍ଷ ୩୦ ହଜାର ୮୧୪ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୪ ଲକ୍ଷ ୧୦ ହଜାର ୯୭୬ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୫ ହଜାର ୨୭୯ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି। ତେବେ ଏପର୍ଯ୍ୟନ୍ତ ୪ କୋଟି ୧୦ ଲକ୍ଷ ୧୨ ହଜାର ୮୬୯ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୮…

Read More