Author: Samikhsya Bureau

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣାସୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୨ତମ ଜାତୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଛନ୍ତି। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ବାରାଣାସୀର ସାଂସଦ ଭାବରେ ସେ ସମସ୍ତ ଖେଳାଳିଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ଖୁସି ଅନୁଭବ କରୁଛନ୍ତି। ଜାତୀୟ ଭଲିବଲ୍ ଚାମ୍ପିଅନସିପ୍ ଆଜି ବାରାଣସୀରେ ଆରମ୍ଭ ହେଉଛି। ଖେଳାଳିମାନେ ଅକ୍ଲାନ୍ତ ପରିଶ୍ରମ ପରେ ଏହି ଜାତୀୟ ଟୁର୍ଣ୍ଣାମେଣ୍ଟରେ ପହଞ୍ଚିଛନ୍ତି ଏବଂ ଆଗାମୀ ଦିନରେ ବାରାଣାସୀର ଭୂମିରେ ସେମାନଙ୍କର କଠିନ ପରିଶ୍ରମର ପରୀକ୍ଷଣ କରାଯିବ। ସେ କହିଛନ୍ତି ଯେ ଦେଶର ୨୮ଟି ରାଜ୍ୟର ଦଳ ଏକାଠି ହୋଇଛନ୍ତି, ଯାହାକି ଏକ ଭାରତ, ଶ୍ରେଷ୍ଠ ଭାରତର ଏକ ସୁନ୍ଦର ଚିତ୍ର ଉପସ୍ଥାପନ କରୁଛି। ପ୍ରଧାନମନ୍ତ୍ରୀ  ଏହି ଚାମ୍ପିଅନସିପରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳଙ୍କୁ ତାଙ୍କର ଶୁଭକାମନା ଜଣାଇଥିଲେ। ବାରାଣାସୀରେ ପ୍ରଚଳିତ ଏକ ପ୍ରବାଦକୁ ଉଲ୍ଲେଖ କରି Prime…

Read More

ଭୁବନେଶ୍ବର: ପ୍ରଖ୍ୟାତ ସଂଗୀତଜ୍ଞ ସୁମନ୍ତ ମହାନ୍ତିଙ୍କ ସ୍ମୃତିରେ ଆୟୋଜିତ ହୋଇଛି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ମୃତି ସୁମନ୍ତ ସଂଧ୍ୟା। ଗତ ଶୁକ୍ରବାର ସଂଧ୍ୟାରେ ଭୁବନେଶ୍ବର ରବିନ୍ଦ୍ର ମଣ୍ଡପରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଅତିଥିଗଣ ସ୍ବର୍ଗତ ସୁମନ୍ତ ମହାନ୍ତିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା। ଏଥିରେ ବିଶିଷ୍ଠ ସଂଗୀତ ସାଧକ ଗୁରୁ ଘନଶ୍ୟାମ ପଣ୍ଡା ଏବଂ ଗୁରୁ ରମେଶଚନ୍ଦ୍ର ଦାସଙ୍କୁ ସ୍ମୃତି ସୁମନ୍ତ ସମ୍ମାନ ପ୍ରଦାନ କରାଯାଇଥିଲା। ସଂଗୀତ ସଂଧ୍ୟା କାର୍ଯ୍ୟକ୍ରମରେ ଓଡିଶୀ ସଂଗୀତଜ୍ଞ ଗୁରୁ ବିଜୟ ଜେନା ଓ ନାଜିଆ ଆଲାମ ସୁମନ୍ତ ମହାନ୍ତିଙ୍କୁ ସଂଗୀତ ସଂଯୋଜିତ ଗୀତ ଗୋବିନ୍ଦ ଗାନ କରିଥିଲେ। ଏହାପରେ ପ୍ରଖ୍ୟାତ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ବର ସ୍ବାଇଁ ସଂଯୋଜନାରେ ବାଦ୍ୟବାଣୀ ଗୁରୁକୂଳ ଶିଳ୍ପୀମାନେ ‘ମୁଡ୍ ଅଫ ଦ ରିଦିମ୍’ ପରିବେଷଣ କରିଥିଲେ। ସେହିପରି ଏକକ ନୃତ୍ୟ କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ନୃତ୍ୟଶିଳ୍ପୀ ନିତ୍ୟାନନ୍ଦ ଦାସ ପଂଗୁ ଲଂଘୟତେ ଗିରି ନୃତ୍ୟ ପରିବେଷଣ…

Read More

ଭୁବନେଶ୍ୱର: ଯାତ୍ରୀ ସୁରକ୍ଷାକୁ ଉନ୍ନତ କରିବା ଏବଂ ରେଳ ଭିତ୍ତିଭୂମିର ନିର୍ଭରଯୋଗ୍ୟତା ସୁନିଶ୍ଚିତ କରିବା ପାଇଁ, ପୂର୍ବ ତଟ ରେଳପଥ ଜାନୁଆରୀ ୨୦୨୬ ମଧ୍ୟରେ ୱାଲ୍ଟେୟାର ମଣ୍ଡଳରେ ସୁରକ୍ଷା-ସମ୍ବନ୍ଧୀୟ ଆଧୁନିକୀକରଣ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ କରିବ। ଫଳସ୍ୱରୂପ, ଟ୍ରେନ୍ ଚଳାଚଳରେ ଅସ୍ଥାୟୀ ଭାବରେ ପରିବର୍ତ୍ତନ ହେବ। ଏହି ସମୟ ମଧ୍ୟରେ କିଛି ପାସେଞ୍ଜର ଏବଂ ଏକ୍ସପ୍ରେସ୍ ଟ୍ରେନ୍ ବାତିଲ, ପୁନଃନିର୍ଦ୍ଧାରଣ ଏବଂ ଗନ୍ତବ୍ୟସ୍ଥଳ ଆଗରୁ ସଂକ୍ଷିପ୍ତ ଉତ୍ପତ୍ତି/ ଅବଧି କରାଯିବ । ବାତିଲ ହେଉଥିବା ଟ୍ରେନଗୁଡ଼ିକ: ଜାନୁଆରୀ ୦୫, ୧୨ ଏବଂ ୧୯, ୨୦୨୬ ରେ: * ଟ୍ରେନ ନମ୍ବର ୫୮୫୨୮/୫୮୫୨୭ ବିଶାଖାପାଟଣା-ରାୟପୁର-ବିଶାଖାପାଟଣା ପାସେଞ୍ଜର * ଟ୍ରେନ ନମ୍ବର ୫୮୫୩୭/୫୮୫୩୮ ବିଶାଖାପାଟଣା-କୋରାପୁଟ-ବିଶାଖାପାଟଣା ପାସେଞ୍ଜର * ଟ୍ରେନ ନମ୍ବର ୧୮୫୧୨ ବିଶାଖାପାଟଣା-କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସ୍ ଜାନୁଆରୀ ୦୬, ୧୩ ଏବଂ ୨୦, ୨୦୨୬ ରେ: * ଟ୍ରେନ ନମ୍ବର ୧୮୫୧୧ କୋରାପୁଟ-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ ଟ୍ରେନ୍‌ଗୁଡ଼ିକର ସମୟରେ ପୁନଃନିର୍ଦ୍ଧାରଣ: * ଟ୍ରେନ ନମ୍ବର…

Read More

ଭୁବନେଶ୍ବର: ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟର ଆୟୋଜନରେ ରାଞ୍ଚୀସ୍ଥିତ ‘ଠାକୁର ବିଶ୍ୱନାଥ ସହଦେଓ’ ଇଣ୍ଡୋର ଷ୍ଟାଡିୟମ୍‌ରେ ଦୁଇଦିନିଆ ୨ୟ ଜାତୀୟ ବିଚାରପତି ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ସହ ଦେଶର ୯ଟି ଉଚ୍ଚ ନ୍ୟାୟାଳୟର ୩୧ଜଣ ବିଚାରପତି ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ପୁରୁଷ ସିଙ୍ଗଲ୍ସ,ପୁରୁଷ ଡବଲ୍ସ,ମହିଳା ସିଙ୍ଗଲ୍ସ ଓ ମିକ୍ସଡ୍ ଡବଲ୍ସ,ମୋଟ ୪ଟି ବର୍ଗରେ ମ୍ୟାଚ୍ ଖେଳାଯାଇଥିଲା। ଗତ ୩ ଜାନୁଆରୀ,ଶନିବାର ଦିନ ଝାରଖଣ୍ଡ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ତାରିକ ସିଂହ ଚୌହାନ ଓ ଭାରତୀୟ ମହିଳା ହକି ଦଳର କ୍ୟାପ୍ଟେନ୍ ନିକ୍କି ପ୍ରଧାନ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନ କରିଥିଲେ। ରବିବାର ଦିନ ଫାଇନାଲ୍ ମ୍ୟାଚ୍ ସହିତ ଟୁର୍ଣ୍ଣାମେଣ୍ଟର ସମାପନ ହୋଇଥିଲା। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ନ୍ୟାୟମୂର୍ତ୍ତି ସାବିତ୍ରୀ ରଥ, ନ୍ୟାୟମୂର୍ତ୍ତି ଭି. ନରସିଂହ ଓ ନ୍ୟାୟମୂର୍ତ୍ତି ଚିତ୍ତରଞ୍ଜନ ଦାଶ, ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ମିକ୍ସଡ୍ ଡବଲ୍ସ ଫାଇନାଲ୍‌ରେ ନ୍ୟାୟମୂର୍ତ୍ତି ସବିତ୍ରୀ ରଥ…

Read More

ନୂଆଦିଲ୍ଲୀ: ପ୍ରମାଣ ନଷ୍ଟ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ କେରଳ ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ଆଣ୍ଟୋନି ରାଜୁ ବିଧାନସଭାରେ ତାଙ୍କର ସଦସ୍ୟତା ହରାଇବେ। କୋର୍ଟ ରାୟକପି ମିଳିବା ପରେ ବିଧାନସଭା ସଚିବାଳୟ ଏକ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରିବ। ନେଦୁମଙ୍ଗଡ ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ କୋର୍ଟ ଗତକାଲି ଆଣ୍ଟୋନି ରାଜୁଙ୍କୁ ତିନି ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ତାଙ୍କୁ ଆଗାମୀ ଛଅ ବର୍ଷ ପାଇଁ ନିର୍ବାଚନ ଲଢ଼ିବାରୁ ମଧ୍ୟ ନିଷେଧ କରାଯାଇଛି। ତଥାପି, କୋର୍ଟ ତାଙ୍କ ଆବେଦନର ଶେଷ ନହେବା ପର୍ଯ୍ୟନ୍ତ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତାଙ୍କର ଦଣ୍ଡ ସାତ ବର୍ଷରୁ କମ୍ ଥିବାରୁ ଏହି ଜାମିନ ପ୍ରଦାନ କରାଯାଇଛି।  34 ବର୍ଷ ପୂର୍ବେ ଘଟିଥିବା ଏକ ଘଟଣାର ସହିତ ଜଡିତ ଏକ ଘଟଣାକୁ ନେଇ ସେ ଦଣ୍ଡିତ ହୋଇଛନ୍ତି। ଏହି ମାମଲରେ ଆଣ୍ଟୋନି ରାଜୁ ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗିରଫ ହୋଇଥିବା ଜଣେ…

Read More

ଭୁବନେଶ୍ବର: ନୂଆରୂପ ପାଇବ ଲୋକସେବା ଭବନ। ଏହାର ପୁନର୍ବିନ୍ୟାସ ପାଇଁ ଡିପିଆର ପ୍ରସ୍ତୁତ ହୋଇସାରିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ଚଳିତବର୍ଷ ଶେଷସୁଦ୍ଧା ସଂପୂର୍ଣ୍ଣ ଲୋକସେବା ଭବନର ପୁନର୍ବିନ୍ୟାସ କାମ ଆରମ୍ଭ ହେବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଲୋକସେବା ଭବନର ବିକାଶ ପାଇଁ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। କାର୍‌ ପାର୍କିଂ ପାଇଁ ଭୂତଳ ପାର୍କିଂ ପରିସର ନିର୍ମାଣ କରାଯିବ। ଏଥିରେ ୫୭୩ଟି କାର୍‌ ରଖିବା ପାଇଁ ପର୍ଯ୍ୟାପ୍ତ ସ୍ଥାନର ବ୍ୟବସ୍ଥା କରାଯିବ । ଗାଡ଼ି ପାର୍କିଂ ଏବଂ ନମ୍ବର ଚିହ୍ନଟ ପାଇଁ ଏଆଇ ପ୍ରଯୁକ୍ତିର ବ୍ୟବହାର କରାଯିବ।

Read More

ନୂଆଦିଲ୍ଲୀ: ନିର୍ବାଚନ କମିଶନ ନାଗରିକମାନଙ୍କୁ ECINet ଆପ୍ ଉନ୍ନତ କରିବା ପାଇଁ ପରାମର୍ଶ ଦାଖଲ କରିବାକୁ ଆମନ୍ତ୍ରଣ କରିଛନ୍ତି। ଏହା ହେଉଛି ଭୋଟର ସେବା ଏବଂ ନିର୍ବାଚନ ସମ୍ବନ୍ଧୀୟ ସୂଚନାକୁ ବୃଦ୍ଧି କରିବା ପାଇଁ ଏକ ଏକୀକୃତ ଡିଜିଟାଲ୍ ପ୍ଲାଟଫର୍ମ। ନାଗରିକମାନେ ଜାନୁଆରୀ 10 ପର୍ଯ୍ୟନ୍ତ ECINet ଆପ୍ ରେ ‘ସମର୍ଥନ ଏକ ପରାମର୍ଶ’ ଟ୍ୟାବ୍ ମାଧ୍ୟମରେ ସେମାନଙ୍କର ମତାମତ ସେୟାର କରିପାରିବେ। ନିର୍ବାଚନ କମିଶନଙ୍କ ଅନୁଯାୟୀ, ECINet ଆପ୍‌ର ପରୀକ୍ଷାମୂଳକ ସଂସ୍କରଣ ଉନ୍ନତ ଭୋଟର ସେବା, ମତଦାନ ପ୍ରତିଶତ ଧାରାଗୁଡ଼ିକର ଦ୍ରୁତ ଉପଲବ୍ଧତା ଏବଂ ମତଦାନ ବନ୍ଦ ହେବାର 72 ଘଣ୍ଟା ମଧ୍ୟରେ ଇଣ୍ଡେକ୍ସ କାର୍ଡ ପ୍ରକାଶନ ପ୍ରଦାନ କରେ। ଯାହା ପୂର୍ବରୁ କିଛି ସପ୍ତାହ କିମ୍ବା ମାସ ମଧ୍ୟ ସମୟ ନେଇଥାଏ। ବିହାର ବିଧାନସଭା ନିର୍ବାଚନ 2025 ଏବଂ ପରବର୍ତ୍ତୀ ଉପନିର୍ବାଚନ ସମୟରେ ଏହି ଆପ୍ ସଫଳତାର ସହ ପରୀକ୍ଷଣ କରାଯାଇଥିଲା। କମିଶନ କହିଛନ୍ତି ଯେ ନାଗରିକମାନଙ୍କଠାରୁ ପ୍ରାପ୍ତ…

Read More

ଭୁବନେଶ୍ବର: ଗତକାଲି ଭୁବନେଶ୍ୱର ରୂପାଲି ଛକ ନିକଟରେ ଆମ ବସ ଓ ଅଟୋ ମଧ୍ୟରେ ଧକା ହେବ ଫଳରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ଏ ଘଟଣାରେ ଆହତ ହୋଇଥିବା ଛାତ୍ରୀଙ୍କ ଆଶୁ ଆରୋଗ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି। ତେବେ ‘ଆମ ବସ’ ପରିବହନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ମୁଖ୍ୟମନ୍ତ୍ରୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଆମ ବସ ପରିଚାଳନା ସଂସ୍ଥା CRUT ସହିତ ସମନ୍ୱୟ ରକ୍ଷା କରି ଏ ସମସ୍ୟାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନେବାକୁ ସେ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ଆମ ବସ ଡ଼୍ରାଇଭର ମାନଙ୍କ ଦକ୍ଷତା ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଆରୋପ କରିଛନ୍ତି। ଏଥିପାଇଁ ନିୟମିତ…

Read More

ବାଣପୁର: ଆସନ୍ତା ୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳି ଅନ୍ତର୍ଗତ ବାଣପୁର ଆସିବେ ବୋଲି ଜଣାପଡିଛି। ବାଣପୁର ପଲଟନ ପଡିଆରୁ ମୁଖ୍ୟମନ୍ତ୍ରୀ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ରାଜ୍ୟବ୍ୟାପି ଶୁଭାରମ୍ଭ କରିବେ। ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜନ୍ମସ୍ଥାନ ବାଣପୁରରୁ ଉକ୍ତ ମହତ ଯୋଜନାର ଶୁଭାରମ୍ଭ କରିବେ ରାଜ୍ୟ ସରକାର। ଏଥିପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କିପରି ସଫଳ ହେବ ସେଦିଗରେ ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ଘନ ଘନ ବୈଠକ ଜାରି ରଖିଛନ୍ତି। ବାଣପୁର ଗୋଦାବରୀଶ ବିଦ୍ୟାପୀଠରୁ ଏହି ଯୋଜନାର ଆରମ୍ଭ ହେବାକୁ ଥିବାବେଳେ ରାଜ୍ୟବ୍ୟାପି ପଲଟନ ପଡିଆରୁ ଏହାର ସିଧା ପ୍ରସାରଣ ହେବ ବୋଲି ଜଣାପଡିଛି। ଏହି ଯୋଜନା ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। ସମୁଦାୟ ୬,୭୯୪ଟି ବିଦ୍ୟାଳୟ…

Read More

ଭୁବନେଶ୍ବର: ଆଜି ବର୍ଷର ପ୍ରଥମ ରବିବାରରେ ଆରମ୍ଭ ହୋଇଛି ଭୁବନେଶ୍ବର ପଥ ଉତ୍ସବ। ରାଜଧାନୀବାସୀଙ୍କୁ ବିଭିନ୍ନ ପ୍ରକାରର ମନୋରଂଜନ ଯୋଗାଇ ଦେବା ପାଇଁ ଏହି ଉତ୍ସବର ଆୟୋଜନ କରାଯାଇଛି। ଏହା ଭୁବନେଶ୍ବରର ମାଷ୍ଟରକ୍ୟାଣ୍ଟିନ ଛକରୁ ରାମମନ୍ଦିର ପର୍ଯ୍ୟନ୍ତ ଏହି ଉତ୍ସବ ଆୟୋଜନ କରାଯାଇଛି। ଏଥିରେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଯୋଗଦେଇ ଉତ୍ସବକୁ ଉତ୍ସାହିତ କରିଛନ୍ତି। ମାଷ୍ଟରକ୍ୟାଣ୍ଟିନ ଛକରେ ଆୟୋଜିତ ଏକ ସଭାରେ ମନ୍ତ୍ରୀ ହରିଚନ୍ଦନଙ୍କ ସହିତ ବିଧାୟକ ବାବୁ ସିଂ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ବିଏମସି କମିଶନର ଚଞ୍ଚଳ ରଣା ପ୍ରମୁଖ ଯୋଗଦେଇଥିଲେ। ଆଜି ସକାଳ ଛଅଟାରୁ ଦିନ 11 ଟା ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା। ଏହି ସମୟରେ ଯାନବାହନ ଚଳାଚଳକୁ ବନ୍ଦ କରାଯାଇଥିଲା।

Read More

ଭୁବନେଶ୍ବର: ଆଜି ନୂଆବର୍ଷ ଆରମ୍ଭରୁ Vigilance ଜାଲରେ ଧରାପଡିଛନ୍ତି ଜଣେ ଥାନା ଅଧିକାରୀ। ଜଣେ ମଦ ଦୋକାନୀଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ନୂଆବର୍ଷରେ ମଉଜମଜିଲିସ କରିବା ପରିବର୍ତ୍ତେ ବର୍ତ୍ତମାନ ଜେଲରେ ତାଙ୍କର କଟିବ ଦିନ। ଏହି ଥାନା ଅଧିକାରୀ ହେଉଛନ୍ତି କଟକ ସିଆରଆରଆଇ ଥାନାର ଆଇଆଇସି ବିଜୟ କେତନ ବାରିକ। ବିଜୟ କେତନ ଆଜି ଭୁବନେଶ୍ବର ରାଜମହଲରେ ଜଣେ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନୀଠାରୁ ଚାଲିଶ ହଜାର ଟଙ୍କା ଲାଞ୍ଚି ନେଉଥିବା ବେଳେ ଭିଜିଲାନ୍ସ ଧରିଛି। ତାଙ୍କ ପାଖରୁ ରଙ୍ଗବୋଳା ଟଙ୍କା ଜବତ କରାଯିବା ସହିତ ତାଙ୍କର ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି। ବର୍ତ୍ତମାନ ସୂଚନା ଅନୁସାରେ ତାଙ୍କର ଭୁବନେଶ୍ବର ବାସଭବନରୁ ପାଞ୍ଚ ଲକ୍ଷ ଟଙ୍କା ନଗଦ ମିଳିଛି। ତାଙ୍କୁ ଭିଜିଲାନ୍ସ ଗିରଫ କରିଛି।

Read More

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ, ଓପିସିସିର ପୂର୍ବତନ ସଭାପତି ତଥା ପ୍ରତିଥଯଶା ସାହିତ୍ୟିକ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ କଂଗ୍ରେସ ଭବନ ଠାରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ସଭାପତି ଶ୍ରୀ ଦାସଙ୍କ ସମେତ ଉପସ୍ଥିତ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ପ୍ରଥମେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ବିଶିଷ୍ଟ କଂଗ୍ରେସ ନେତା ମାନସ ଚୌଧୁରୀଙ୍କ ଦ୍ୱାରା ପ୍ରସ୍ତୁତ ଏକ ବୃତ୍ତଚିତ୍ର ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏମ ବିରପ୍ପା ମୋଇଲି, ଏଆଇସିସି ସାଧାରଣ ସମ୍ପାଦକ ତଥା ସାଂସଦ ରଣଦୀପ ସିଂ ସୂର୍ଯେୱାଲା, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଉନ୍ମୋଚନ କରିଥିଲେ। ଶ୍ରଦ୍ଧାସୁମନ ଅର୍ପଣକରି ଏଆଇସିସି ସାଧାରଣ ସମ୍ପାଦକ ଶ୍ରୀ…

Read More

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଅନେକଙ୍କ ପାଇଁ ଜାନକୀବଲ୍ଲଭ ହେଉଛନ୍ତି ଜଣେ ପ୍ରେରଣାଦାୟୀ ଗୁରୁ। ତାଙ୍କ ଜୀବନୀରୁ ସମସ୍ତଙ୍କ ପାଇଁ ସର୍ବଶ୍ରେଷ୍ଠ ଶିକ୍ଷା ହେଉଛି, କୌଣସି ସମସ୍ୟାରେ ବିଚଳିତ ନହୋଇ ନିଜ କର୍ମମୟ ଜୀବନରେ ଆଗକୁ ବଢି ଚାଲିବା। ନିରନ୍ତର କର୍ମ ଓ ଧୈର୍ଯ୍ୟ ହେଉଛି ସଫଳତାର ଅନ୍ୟନାମ। ଆଜି ଭୁବନେଶ୍ବରର କ୍ୟାପିଟାଲ ହାଇସ୍କୁଲ ପଡିଆରେ ଆୟୋଜିତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବର୍ଗତ ଜାନକୀ ବଲ୍ଲଭ ହେଉଛନ୍ତି ଦୁଇଟି ଦିଗରୁ ପ୍ରଣମ୍ୟ। ପ୍ରଥମଟି ତାଙ୍କ ସାରସ୍ୱତ ଓ ସଂସ୍କୃତି ସଚେତନ ବ୍ୟକ୍ତିତ୍ୱ । ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ବହୁବିଧ କାର୍ଯ୍ୟ କରି ସେ ଓଡ଼ିଆ ଭାଷା ସାହିତ୍ଯର ପ୍ରଚାର ପ୍ରସାର ପାଇଁ ସକ୍ରିୟ ଯୋଗଦାନ କରିଛନ୍ତି । ଦ୍ଵିତୀୟଟି ତାଙ୍କ ନେତୃତ୍ୱର ଦିଗ । ଧୈର୍ଯ୍ୟ, ଯଥାର୍ଥ ସାଙ୍ଗଠନିକ…

Read More

ଭୁବନେଶ୍ବର: ଆଜି ଆକାଶରେ ଦେଖାଯିବ ଏକ ମହାଜାଗତିକ ଦୃଶ୍ୟ। ଯାହାକୁ ଦେଖିବା ପାଇଁ ମହାକାଶ ପ୍ରେମୀ ବେଶ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଆଜି ସଂଧ୍ୟାରେ ଆକଶରେ ଚନ୍ଦ୍ର ବେଶ ବଡ ଦେଖାଯିବା ସହିତ ଉଜ୍ଜଳ ଦେଖାଯିବେ। ଯାହାକୁ ଇଂରାଜୀରେ ସୁପରମୁନ ବୋଲି କୁହାଯାଇଥାଏ। ଆଜି ପୌଷ ପୂର୍ଣ୍ଣିମା ହୋଇଥିବାରୁ ଏହି ଆକାଶରେ ମହାଜାଗତିକ ଦୃଶ୍ୟ ପରିଲକ୍ଷିତ ହେବ। ସୂଚନା ଅନୁସାରେ ଆଜି ଚନ୍ଦ୍ର ଆକାଶରେ ପୂର୍ବ ଅପେକ୍ଷା 14 ପ୍ରତିଶତ ବଡ ଦେଖାଯିବେ। ଏଥିସହିତ ପୂର୍ବ ଅପେକ୍ଷା 30 ପ୍ରତିଶତ ଉଜ୍ଜଳ ଦେଖାଯିବେ। ଫଳରେ ଆକାଶରେ ଚନ୍ଦ୍ରକୁ ଦେଖିବା ପାଇଁ ସମସ୍ତଙ୍କର ଆଗ୍ରହ ସୃଷ୍ଟି ହେବ। କେତେବେଳେ ହେବ ଦୃଶ୍ୟମାନ ରିପୋର୍ଟ ଅନୁସାରେ ଚନ୍ଦ୍ର ଆଜି ଭାରତୀୟ ସମୟ ଅପରାହ୍ନ 4 ଟା ବେଳୁ ଉଜ୍ଜଳ ଦେଖାଦେବେ। ଏହା ଧିରେ ଧିରେ ବୃଦ୍ଧି ପାଇବ। ସଂଧ୍ୟା ବା ରାତି ବେଳକୁ ଏହା ସ୍ପଷ୍ଟ ଦୃଶ୍ୟମାନ ହେବ। ଏହ ସମୟରେ ପୃଥିବୀଠାରୁ…

Read More

ଭୁବନେଶ୍ୱର: ନିକଟରେ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା। ହେଲେ ଏଥିରେ ଓଏଏସ୍, ଓଆର୍‌ଏସ୍ ଆଦି କେତେକ କ୍ୟାଡରରେ ଆଦୌ ପଦବୀ ନଥିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବାର ଖବର ପ୍ରକାଶିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ ଜାଣିବା ପରେ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ଏହି ସବୁ ପଦବୀ ସମ୍ପର୍କରେ ସମୀକ୍ଷା କରି ଖାଲି ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ଫଳରେ ଓଡିଶା ପ୍ରଶାସନିକ ସେବା (OAS) ରେ ୧୪ଟି, ଓଡିଶା ରାଜସ୍ବ ସେବା (ORS) ରେ ୧୧୩ଟି, ଓଡିଶା ପରିବହନ ସେବା (OTS) ରେ ୧୬ଟି ଓ ଓଡିଶା ମଙ୍ଗଳ ସେବା (OWS) ରେ ୮ଟି ପଦବୀ ପୂରଣ ପାଇଁ ଓଡିଶା ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି। ସମୁଦାୟ ୧୫୧ଟି ଅଧିକ ପଦବୀ ପାଇଁ ଅନୁରୋଧ କରାଯାଇଛି।…

Read More

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଖରିଫ୍‌ ଧାନସଂଗ୍ରହ ଜାରି ରହିଛି । ଧାନ ବିକ୍ରୟ ପାଇଁ ପଞ୍ଜିକୃତ ଚାଷୀ ପ୍ରଦାନ କରିଥିବା ସେମାନଙ୍କ ଚାଷଜମିର ବିବରଣୀକୁ ଆଧାର କରି ଉପଗ୍ରହ ମାଧ୍ୟମରେ ଫଟୋ ଉତ୍ତୋଳିତ କରାଯାଇ ସେହି ପ୍ଲଟଗୁଡ଼ିକର ସବିଶେଷ ତଥ୍ୟ ଗ୍ରହଣ କରାଯାଉଛି। ଏହି ପ୍ରକ୍ରିୟାରେ ଅଣଧାନ, ଅଣକୃଷି ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ମଧ୍ୟ ଚିହ୍ନଟ କରାଯାଉଛି। ଯାହା ଦ୍ୱାରା ଧାନସଂଗ୍ରହରେ ସ୍ୱଚ୍ଛତା ବଜାୟ ରଖିବା ସହ ପ୍ରକୃତ ଚାଷୀ ଲାଭାନ୍ୱିତ ହୋଇପାରିବେ। ଏଥି ନିମନ୍ତେ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲାର ୨୬ ଲକ୍ଷ ୧୪ ହଜାର ୧୩୭ଟି ପ୍ଲଟ ମଧ୍ୟରୁ ୨୪ ଲକ୍ଷ ୯୪ ହଜାର ୪୩୭ଟି ପ୍ଲଟର କ୍ଷେତ୍ରୀୟ ସର୍ବେକ୍ଷଣ ଶେଷ ହୋଇଛି। ପଞ୍ଜିକୃତ କୌଣସି ଜମିର ତଥ୍ୟରେ ତ୍ରୁଟି ପରିଲକ୍ଷିତ ହେଲେ ତାହା ସମବାୟ ସମିତିର ଉପନିବନ୍ଧକଙ୍କ ପାଖକୁ କ୍ଷେତ୍ରୀୟ ସ୍ତରରେ ଯାଞ୍ଚ ପାଇଁ ପଠାଯାଏ ।…

Read More

ଭୁବନେଶ୍ୱର: ଗତ ୨୦ ବର୍ଷର ଇତିହାସକୁ ପଛରେ ପକାଇ ଓଡ଼ିଶା ଭିଜିଲାନ୍ସ ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି। ସରକାରଙ୍କ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଯୋଗୁ ରାଜ୍ୟରେ ଭିଜିଲାନ୍‌ସ ବିଭାଗ ସକ୍ରିୟ ଭାବରେ କାର୍ଯ୍ୟକରି ଦୁର୍ନୀତିଖୋର୍ ମାନଙ୍କୁ ଧରିବାରେ ସଫଳ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଭିଜିଲାନ୍‌ସ ବିଭାଗର ଏକ ସମୀକ୍ଷା ବୈଠକରୁ ଏହା ସ୍ପଷ୍ଟ ହୋଇଛି। ବୈଠକର ଆଲୋଚନାରୁ ଜଣାପଡିଛି, ୨୦୨୫ ଏପ୍ରିଲ ପହିଲାରୁ ଡିସେମ୍ୱର ୩୧ ମଧ୍ୟରେ ରାଜ୍ୟ ସରକାର ଭିଜିଲାନ୍‌ସକୁ ୧୨୫ ଟି କେସ୍‌ର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯାହାକି ଏକ ରେକର୍ଡ । ପୂର୍ବରୁ ଏହି ୯ ମାସର ସମୟ ଅବଧି ମଧ୍ୟରେ ରାଜ୍ୟ ସରକାର କେବେ ବି ଏତେ ସଂଖ୍ୟକ କେସ୍‌ ତଦନ୍ତ କରିବା ପାଇଁ ଦେଇ ନାହାନ୍ତି। ଏଥିସହିତ ୨୦୨୫ ମସିହାରେ ସମୁଦାୟ ୪୮୮ଟି କେସ୍‌ର ଫୈସଲା…

Read More

ଭୁବନେଶ୍ବର: ଡକ୍ଟର ମହତାବଙ୍କ ଜୀବନ କାଳ ମଧ୍ୟରେ ସ୍ବାଧୀନତା ଆନ୍ଦୋଳନ ଏବଂ ତା ପରବର୍ତ୍ତୀ ପର୍ଯ୍ୟାୟରେ ଓଡିଶାରେ ଯେ କୌଣସି ଆନ୍ଦୋଳନ ହୋଇଛି କିମ୍ବା ପ୍ରତିବାଦର ସ୍ବର ଉଠିଛି, ତା’ର ନେତୃତ୍ବ ମହତାବ ନେଇଛନ୍ତି କିମ୍ବା ସେହି ଆନ୍ଦୋଳନ ପଛରେ ଡକ୍ଟର ମହତାବଙ୍କ ଦୃଢ ପ୍ରେରଣା ରହିଛି ବୋଲି ଆଜି ମୁଖ୍ୟ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଡକ୍ଟର ମହତାବଙ୍କ ଶ୍ରାଦ୍ଧ ବାର୍ଷିକୀ ତଥା ୩୯ତମ ସ୍ବାଧୀନତା ସଂଗ୍ରାମୀ ଦିବସ ମହୋତ୍ସବ ଅବସରରେ କହିଛନ୍ତି। ଭୁବନେଶ୍ବର ଶହୀଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଡକ୍ଟର ମହତାବଙ୍କ ମହାପ୍ରୟାଣ ଦିବସରେ ସର୍ବଭାରତୀୟ ସ୍ବାଧୀନତା ସଂଗ୍ରାମୀ ଦିବସ ପାଳନ କରାଯିବା ଏକ ଅପୂର୍ବ ସଂଯୋଗ ଏବଂ ଏହା ପ୍ରତ୍ୟେକ ଓଡିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଦେଶର ସର୍ବଶ୍ରେଷ୍ଠ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ମଧ୍ୟରେ ଡକ୍ଟର ମହତାବଙ୍କର ଏକ…

Read More

ଭୁବନେଶ୍ବର: ନୂଆ ବର୍ଷରେ ରାଜ୍ୟ ସରକାର ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି। ଅନୁ ଗର୍ଗ ଆଜି ମୁଖ୍ୟ ଶାସନ ସଚିବ ଭାବେ ଯୋଗ ଦେବା ପରେ ଏହି ଅଦଳବଦଳ କରାଯାଇଛି। ଏଥିରେ ଯେଉଁ ଅଦଳବଦଳ ହୋଇଛି ତାହା ହେଲା ସତ୍ୟବ୍ରତ ସାହୁ- ରାଜସ୍ବ ପର୍ଷଦ ର ସଦସ୍ୟ ଦେଓରଂଜନ ସିଂହ- ଉନ୍ନୟନ କମିଶନର ସହିତ ଯୋଜନା ଓ ସମନ୍ବୟ ବିଭାଗ ଓ ରାଜସ୍ବ ବିପର୍ଯୟ ପରିଚାଳନା ବିଭାଗର ଅତିରିକ୍ତ ଶାସନସଚିବ ହେମନ୍ତ ଶର୍ମା- ନିଜର ସମସ୍ତ ବିଭାଗ ସହିତ ଗୃହ ବିଭାଗର ଅତିରିକ୍ତ ଦାୟିତ୍ବ ଶୋଭା ଶର୍ମା- ନିଜର ସମସ୍ତ ବିଭାଗ ସହିତ ଜଳସଂପଦ ବିଭାଗର ଅତିରିକ୍ତ ଦାୟିତ୍ବ ଭାସ୍କର ଜ୍ୟୋତି ଶର୍ମା-  ନିଜର ସମସ୍ତ ବିଭାଗ ସହିତ ଜଙ୍ଗଲ ଓ ପରିବେଷ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଭାକର ରାଜେଶ ପାଟିଲ- ନିଜର ସମସ୍ତ ବିଭାଗ ସହିତ ସ୍ବତନ୍ତ୍ର ରିଲିଫ କମିଶନର ଏବଂ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷର ଏମଡି…

Read More

IPS Promotions: ରାଜ୍ୟ ସରକାର ବରିଷ୍ଠ ଆଇପିଏସଙ୍କୁ ଦେଇଛନ୍ତି ନୂଆ ବର୍ଷ ଭେଟି। ଆଠ ଜଣ ଆଇପିଏସଙ୍କୁ ସରକାର ପଦନ୍ନୋତି ଦେଇଛନ୍ତି। ସେମାନେ ହେଲେ 1-ଆଇଜି ଏସ୍‌ ସାଇନିଙ୍କୁ ଅତିରିକ୍ତ ଡିଜି ପାହ୍ୟା 2- ମଡକର ସନ୍ଦୀପ ସମ୍ପତଙ୍କୁ ଡିଆଇଜି ପାହ୍ୟା 3-ସୁଧାଂଶୁ ଶେଖର ମିଶ୍ରଙ୍କୁ ଡିଆଇଜି ପାହ୍ୟା 4- ସତ୍ୟଜିତ ନାୟକ ଆଇଜି ପାହ୍ୟା 5- ଉମାଶଙ୍କର ଦାସଙ୍କୁ ଆଇଜି ପାହ୍ୟା 6- ଶ୍ରୀପ୍ରକାଶ ଆରଙ୍କୁ ଆଇଜି ପାହ୍ୟା 7- ଅନୁପମା ଜେମସ ଆଇଜି ପାହ୍ୟା 8- ଏଲ ଦିବ୍ୟା ଭିଙ୍କୁ ଆଇଜି ପାହ୍ୟାକୁ ପଦନ୍ନୋତି ଦିଆଯାଇଛି ଏମାନଙ୍କ ମଧ୍ୟରୁ ସୁଧାଂଶୁ ଶେଖର ମିଶ୍ର, ଶ୍ରୀପ୍ରକାଶ ଆର, ଅନୁପମା ଜେମସ ଏବଂ ଏଲ ଦିବ୍ୟା ଭି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।

Read More

ଓଡିଶା ନିଯୁକ୍ତି ମେଳା-୨୦୨୫: ଆମର ଏକ ବିକଶିତ ରାଷ୍ଟ୍ର ଓ ବିକଶିତ ରାଜ୍ୟ ଗଠନର ସଂକଳ୍ପକୁ ସାକାର କରିବାରେ ଏହି ନିଯୁକ୍ତି ମେଳାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଆମ ସରକାର ଯୁବଶକ୍ତିଙ୍କୁ ନିଯୁକ୍ତି ଦେବା ଏବଂ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଅଭିଯାନ କ୍ରମାଗତ ଭାବେ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ୧୪ତମ ନିଯୁକ୍ତିମେଳା କାର୍ଯ୍ୟକ୍ରମ ଅବସରରେ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି କହିଛନ୍ତି । ଆଜି ଭୁବନେଶ୍ୱର ରେଳ ଅଡିଟୋରିଅମ ଠାରେ ଆୟୋଜିତ ନିଯୁକ୍ତି ମେଳା ଅବସରରେ ୧୧ଟି ବିଭାଗର ସମୁଦାୟ ୧୫43 ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୬୮୧ଜଣ ଶାରୀରିକ କ୍ରୀଡା ପ୍ରଶିକ୍ଷକ, ୭୪ଜଣ ସ୍ନାତକୋତ୍ତର ଶିକ୍ଷକ, କୃଷି ଓ କୃଷି ସଶକ୍ତିକରଣ ବିଭାଗର ୭୭ ଜଣ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଏବଂ ୩୧୫ ଜଣ…

Read More