Author: Samikhsya Bureau

Vedanta Odisha Projects: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ନୂତନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲଙ୍କ ସହିତ ଆଲୋଚନା କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଯେପରି ଠିକ୍ ସମୟରେ କାର୍ଯ୍ୟକାରି ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ କରି ବେଦାନ୍ତ ରାଜ୍ୟରେ ଏକ ବୃହତ୍ ପୁଞ୍ଜିନିବେଶକାରୀ ଭାବେ ପରିଗଣିତ ହେଉଛି। ରାୟଗଡ଼ା ଜିଲ୍ଲାରେ ୬୦ ଲକ୍ଷ ଟନ୍ ବିଶିଷ୍ଟ ଆଲୁମିନା ରିଫାଇନେରୀ, ଢେଙ୍କାନାଳ ଜିଲ୍ଲାରେ ୩୦ ଲକ୍ଷ ଟନ୍ ବିଶିଷ୍ଟ ଆଲୁମିନିୟମ୍ ସ୍ମେଲ୍ଟର ଏବଂ ୬୦୦୦ ମେଗାୱାଟ୍ ବିଶିଷ୍ଟ ବିଦ୍ୟୁତ୍ ପ୍ରକଳ୍ପ, ଡାଉନ୍‌ଷ୍ଟ୍ରିମ୍ ଆଲୁମିନିୟମ୍ ପାର୍କ, କୋଇଲା ଏବଂ ବକ୍ସାଇଟ୍ ସମନ୍ୱିତ ଶିଳ୍ପ ଇତ୍ୟାଦି ବେଦାନ୍ତ ପକ୍ଷରୁ ଓଡ଼ିଶାରେ ସ୍ଥାପନ କରାଯିବାର ପ୍ରସ୍ତାବ ରହିଛି । ଏହି…

Read More

JSW Mega Steel Plant: ଓଡ଼ିଶାର ଶିଳ୍ପ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ପାରାଦୀପର ଏରସମା ଅଞ୍ଚଳରେ JSW Steel ର ମେଗା ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟର ବ୍ଲାଷ୍ଟଫର୍‌ନେସ୍ ନିର୍ମାଣ କାର୍ଯ୍ୟ ଆଜି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି।ଏହି ଅବସରରେ ପାରାଦୀପର ଢ଼ିଙ୍କିଆ ଅଂଚଳରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିବା ସହିତ ଓଡ଼ିଶାକୁ ଦେଶର ‘ଷ୍ଟିଲ୍ ରାଜଧାନୀ’ ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାରଙ୍କ ଦୃଢ଼ ସଂକଳ୍ପ ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟଯେ, ଏହି ପ୍ରକଳ୍ପରେ JSW Steel ପକ୍ଷରୁ ସମୁଦାୟ ୧ ଲକ୍ଷ ୨୫ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ, ଯାହା ଓଡ଼ିଶା ଇତିହାସରେ ସର୍ବବୃହତ୍। ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଅତ୍ୟାଧୁନିକ ପ୍ଲାଣ୍ଟରୁ ବାର୍ଷିକ ପ୍ରାୟ ୨୪ ମିଲିଅନ୍ ଟନ୍ ଷ୍ଟିଲ୍ ଉତ୍ପାଦନ ହେବା ସହ ଏଠାରେ…

Read More

ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ: ଗତ କିଛିଦିନ ଧରି ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଏପରିକି ତାହା ଧିରେଧିରେ ଘନେଇବାରେ ମଧ୍ୟ ଲାଗିଛି। ଏପରି ଚର୍ଚ୍ଚାର ମୁଖ୍ୟ କାରଣ ହେଲା, ବର୍ତ୍ତମାନ ପୁରା ବିଜେପି ଟିମ ନୂଆଦିଲ୍ଲୀରେ ଡେରା ପକାଇଛନ୍ତି। ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସହିତ ବହୁ ମନ୍ତ୍ରୀ ଓ ବିଧାୟକ ବର୍ତ୍ତମାନ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ମେଳିକୁ ନେଇ ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବ ବୋଲି ଚର୍ଚ୍ଚାକୁ ଖୋରାକ ଯୋଗାଇବାରେ ଲାଗିଛି। ତେବେ ବିଶେଷ ସୁତ୍ର ଅନୁସାରେ ଏହି ଚର୍ଚ୍ଚା କୌଣସି ମିଛ କଥା ନୁହେଁ। ଆସନ୍ତା ଜୁନ 12 ତାରିଖରେ ମୋହନ ସରକାରଙ୍କୁ ଦୁଇ ବର୍ଷ ପୁରଣ ହେବ। ତାହାକୁ ପାଳନ କରିବା ପାଇଁ ରାଜ୍ୟ ବିଜେପି ତରଫରୁ ଜୋରଦାର ଉଦ୍ୟମ ଜାରୀ ରହିଛି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ…

Read More

ନୂଆଦିଲ୍ଲୀ: ଆଜି ବିଜେପି ନୂଆଦିଲ୍ଲୀ କାର୍ଯ୍ୟାଳୟରେ ବିଜେପିରେ ସାମିଲ ହୋଇଛନ୍ତି ବିଜେଡି ନେତା ତଥା ପୂର୍ବତନ ସାଂସଦ ଦେବାଶିଷ ସାମନ୍ତରାୟ। ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଦଳୀୟ ସଦସ୍ୟ ଭାବେ ପ୍ରଥମେ ଗ୍ରହଣ କରାଯାଇଥିଲା। ଏହାପରେ ବିଜେପି ଉତ୍ତରୀୟ ଓ ଫୁଲତୋଡା ଦେଇ ତାଙ୍କୁ ସ୍ବାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ଅରୁଣ ସିଂ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାର ପ୍ରମୁଖ ଉପସ୍ଥିତ ଥିଲେ। ଦେବାଶିଷ ଗତକାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଏବଂ ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ବିଜେପିରେ ସାମିଲ ହେବେ ବୋଲି ସ୍ପଷ୍ଟ କରିଥିଲେ। ବର୍ତ୍ତମାନ ଦେବାଶିଷ ବିଜେପିରେ ସାମିଲ ହେବା ପରେ କଟକ ରାଜନୀତି ସରଗରମ ହୋଇ ଉଠିଛି। କାରଣ ସେ କଟକ ଜିଲ୍ଲାର ବିଜେଡି ମଙ୍ଗ ଧରିଥିଲେ। ସେ ବିଜେପିକୁ ଆସିବା ପରେ କଟକ ବିଜେଡି ରାଜନୀତି…

Read More

ନୂଆଦିଲ୍ଲୀ: ବର୍ତ୍ତମାନ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି ପୁର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ତାଙ୍କର ଏହି ଗସ୍ତକାଳରେ ସେ ସୋମବାର ଦିନ ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ସେ ଓଡିଶାର କିଛି ପ୍ରମୁଖ ରାସ୍ତା ତଥା ରାଜପଥ ଗୁଡିକର ପ୍ରଶସ୍ତିକରଣ ଓ ନବୀକରଣ ସମ୍ପର୍କରେ ସବିଶେଷ ଆଲୋଚନା କରିଛନ୍ତି। ଏହି ରାସ୍ତା ଗୁଡ଼ିକ ମଧ୍ୟରେ ରହିଛି ୧. ପୁରୀ – ଭୁବନେଶ୍ୱର NH ୩୧୬ କୁ ୬ ଲେନ କଣ୍ଟ୍ରୋଲଡ୍ ହାଇୱେ ସହ continuous ସର୍ଭିସ ରୋଡ ପାଇଁ କାମର ଶୀଘ୍ର ପ୍ରାରମ୍ଭ ।  ୨. ଟାଙ୍ଗୀ – ପୁଇଁତଲା – ବ୍ରହ୍ମପୁର – ଇଚ୍ଛାପୂରମ NH ୧୬ ର ରାସ୍ତାକୁ ୬ ଥାକିଆ ରାସ୍ତା ଓ ସର୍ଭିସ ରୋଡ ପାଇଁ DPR ପ୍ରସ୍ତୁତି ଓ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବା ୩. ପୁରୀ -…

Read More

Six Dead: ନିର୍ମାଣଧିନ ଏକ ପାଇଖାନା ଟାଙ୍କିରେ ଚାଲିଗଲା ଛଅ ଜଣଙ୍କ ଜୀବନ। ସେମାନଙ୍କ ମଧ୍ୟରେ ଚାରି ଜଣ ଶ୍ରମିକ ଥିବା ବେଳେ ଆଉ ଦୁଇଜଣ ହେଉଛନ୍ତି ପାଇଖାନା ମାଲିକ ଓ ତାଙ୍କ ପୁଅ। ଏହି ଘଟଣାକୁ ସାରା ଜିଲ୍ଲାରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣାଟି କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଗୌଡାକର୍ଲାଖୁଣ୍ଟା ଗ୍ରାମରେ ଘଟିଛି। ଘଟଣାରୁ ଜଣାପଡିଛି ଯେ, ଏହି ଗ୍ରାମର ଖୁଟା ପାଳଙ୍କ ଘରେ ଏକ ପାଇଖାନା ନିର୍ମାଣ ଚାଲିଥିଲା। ଏଥିପାଇଁ ଏକ ଟାଙ୍କି ନିର୍ମାଣ କରାଯାଇଥିଲା। ଆଜି ସେଣ୍ଟ୍ରି ଖୋଲିଲା ବେଳେ ପାଇଖାନା ଭିତରେ ଶ୍ବାସରୁଦ୍ଧ ହୋଇ ତିନିଜଣ ମିସ୍ତ୍ରୀ ଜଣେ ଶ୍ରମିକ ଏବଂ ପାଇଖାନା ମାଲିକ ଓ ତାଙ୍କ ପୁଅ ମୃତ୍ୟୁବରଣ କରିଛନ୍ତି। ଆଉ ଜଣେ ଗୁରୁତର ହୋଇଥିବାର ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି।

Read More

ଭୁବନେଶ୍ବର: ଓଇଆରସି (OERC) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ ଜେନା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC)ର ଅଧ୍ୟକ୍ଷ ପଦରୁ ଅବସରପ୍ରାପ୍ତ ଆଇଏଏସ (IAS) ଅଧିକାରୀ ଶ୍ରୀ ପ୍ରଦୀପ କୁମାର ଜେନା ଇସ୍ତଫା ଦେଇଛନ୍ତି। 1989 ବ୍ୟାଚର ଏହି ଆଇଏଏସ ଅଧିକାରୀ ମୁଖ୍ୟ ଶାସନ ସଚିବ ପଦବୀରୁ ଅବସର ନେବା ପରେ ସେ ଓଇଆରସି ର ଅଧ୍ୟକ୍ଷ ଭାବେ ଗତବର୍ଷ ଯୋଗ ଦେଇଥିଲେ। ସୂଚନା ଅନୁଯାୟୀ, ଶ୍ରୀ ଜେନା ସମ୍ପୂର୍ଣ୍ଣ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦବୀରୁ ଇସ୍ତଫା ଦେଇଥିଲେ, ଯାହାକୁ ଆଜି ସରକାରୀ ଭାବେ ଗ୍ରହଣ କରିନିଆଯାଇଛି।

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଏକାଥରେ 67 ବିଇଓ ବା ଓଇଏସଙ୍କୁ ବଦଳି କରିଛନ୍ତି। ଏହା ସ୍କୁଲ ବିଭାଗର ଏକ ବଡ ଧରଣର ବଦଳି ବୋଲି କୁହାଯାଉଛି। ଜାଣନ୍ତୁ କିଏ କେଉଁଠାକୁ ଗଲେ। ଆଜି ଏହି ବଦଳି ନୋଟିସ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ପ୍ରକାଶ ପାଇଛି। ଏହି ବଦଳି ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Read More

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତିଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ଦେବାଶିଷ ସାମନ୍ତରାୟ। ଆଜି ସକାଳେ ଦେବାଶିଷ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ଏହାପରେ ସେ ଉପରାଷ୍ଟ୍ରପତିଙ୍କୁ ଭେଟି ତାଙ୍କର ରାଜ୍ୟସଭାରୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହାପରେ ସେ ଗଣମାଧ୍ୟମକୁ ତାଙ୍କର ଇସ୍ତଫା ଦେବାର କାରଣ ସହିତ ଆଗାମୀ ଦିନରେ କଣ କରିବେ ସେ ନେଇ ସୂଚନା ପ୍ରଦାନ କରିଛନ୍ତି। ସେ ଗଣମାଧ୍ୟମ ଆଗରେ ପୁଣି ଥରେ ଭି କେ ପାଣ୍ଡିଆନଙ୍କୁ ଗାଳି କରିଛନ୍ତି। ସେ କହିଛନ୍ତି ଯେ, ପାଣ୍ଡିଆନ ବିଜେଡିରୁ ଇସ୍ତଫା ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଦଳକୁ ଚଳାଉଛନ୍ତି। ମୁଁ ନବୀନ ବାବୁଙ୍କୁ ଦେଖା କରିବାକୁ ଚାହୁଥିଲେ ମଧ୍ୟ ସେମାନେ କେହି ଦେଖା କରାଇଦେଲେ ନାହିଁ। ଏହାପରେ ମୋତେ ଦଳ ଭିତରେ ଅଣଦେଖା କରାଯାଇ ଆସୁଥିଲା। ମୁଁ ଭାବିଲି ଦଳ ମୋର କୌଣସି ସେବା ଚାହୁଁ ନାହିଁ। ସେଥିପାଇଁ…

Read More

ଭୁବନେଶ୍ବର: ଆଜି ସକାଳେ ସମୀକ୍ଷା ଡଟ କମ ରେ ଯେଉଁ ରିପୋର୍ଟ ପ୍ରକାଶ ପାଇଥିଲା ତାହା ଏବେ ସତ ହେଲା। ଶେଷରେ ବିଜେଡିର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ। ସକାଳେ ପ୍ରକାଶ କରାଯାଇଥିଲା ଯେ, ସାଂସଦ ଦେବାଶିଷ ସାମନ୍ତରାୟ ବିଜେଡିରୁ ଇସ୍ତଫା ଦେବେ। ଏହାପରେ ସେ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବେ। ପରେ ସେ ବିଜେପିରେ ସାମିଲ ହୋଇ ରାଜ୍ୟସଭାକୁ ପୁଣି ନିର୍ବାଚିତ ହୋଇ ଯିବେ। ବର୍ତ୍ତମାନ ସେ ତାଙ୍କର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ସେ ସେଥିରେ ଉଲ୍ଲେଖ କରିଛନ୍ତି ଯେ, ଆପଣ ମୋତେ ରାଜ୍ୟସଭାକୁ ମନୋନିତ କରିଥିବାରୁ ମୁଁ ଋଣି। ଏହାଦ୍ବାରା ମୁଁ ଅବିଭକ୍ତ କଟକ ଜିଲ୍ଲାର ଲୋକଙ୍କର ସେବା କରିପାରିଛି। ଜାତୀୟ ସ୍ତରରେ ଓଡିଶାର ଦାବୀକୁ ଉପସ୍ଥାପିତ କରିପାରିଛି। ହେଲେ କିଛି ମାସ ଧରି ମୋତେ ଦଳରୁ ଅଲଗା କରି ରଖାଯାଇଛି। ମୋର ଦଳର କିଛି…

Read More

ଭୁବନେଶ୍ବର: ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ନେଇ ପୁଣି ରାଜନୀତି ସରଗରମ ହୋଇ ଉଠିଛି। ପୂର୍ବରୁ ସେ ପାଣ୍ଡିଆନଙ୍କ ବିରୋଧରେ ବିଷଉଦଗାର କରି ସେ ଚର୍ଚ୍ଚାରେ ଥିଲେ। ସେହିପରି ରାଜ୍ୟସଭାରେ ଭୋଟିଂ ବେଳେ ଅନୁପସ୍ଥିତ ରହିବା ନେଇ ମଧ୍ୟ ଚର୍ଚ୍ଚାରେ ଥିଲେ। ତେବେ କିଛିଦିନ ବ୍ୟବଧାନ ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ। ସେ କୁଆଡେ ସାଂସଦ ଏବଂ ବିଜେଡିରୁ ଇସ୍ତଫା ଦେଇ ବିଜେପିରୁ ପୁଣି ସାଂସଦ ହେବେ ବୋଲି ଚର୍ଚ୍ଚା ଚାଲିଛି। ଚର୍ଚ୍ଚା ଅନୁସାରେ ଦେବାଶିଷ ବିଜେପିର ଶୀର୍ଷ ନେତୃତ୍ବ ସହିତ କୁଆଡେ ଆଲୋଚନା କରିସାରିଛନ୍ତି। ସେହି ଅନୁସାରେ ଦେବାଶିଷ ଖୁବ ଶିଘ୍ର ସାଂସଦ ପଦରୁ ଇସ୍ତଫା ଦେବା ସହିତ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେବେ। ଏହାପରେ ସେ ବିଜେପିରେ ଯୋଗ ଦେବେ। ରାଜ୍ୟସଭା ନିର୍ବାଚନ ଆସିବା ପରେ ସେ ପୁଣି ବିଜେପିରୁ ପ୍ରାର୍ଥୀ ହୋଇ ଜିତିବେ। ତେବେ ଏ ନେଇ ଦେବାଶିଷଙ୍କ…

Read More

ଭୁବନେଶ୍ବର: ବହୁ ବର୍ଷ ପରେ ଆଜି ହଠାତ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଅର୍ଥାତ 2023 ମସିହାଠାରୁ ସେ ବାଣପୁରରେ ଗିରଫ ହେବା ପରେ ନବୀନଙ୍କ ସହିତ ତାଙ୍କର ସାକ୍ଷାତ ହୋଇପାରି ନ ଥିଲା। ଏହା ପରେ ବିଜେଡିରୁ ବହିସ୍କୃତ ହେବା ଏବଂ ପରବର୍ତ୍ତି ସମୟରେ ବିଜେପିରେ ସାମିଲ ହୋଇ ଖୋର୍ଦ୍ଧାରୁ ବିଧାୟକ ହୋଇଥିଲେ ମଧ୍ୟ ଦେଖା ହୋଇ ନ ଥିଲା। ଏପରିକି ବିଧାୟନ ସଭାରେ ମଧ୍ୟ ଭଲ ଭାବେ ସାକ୍ଷାତ ହୋଇପାରି ନ ଥିଲେ। ହେଲେ ଆଜି ଭୁବନେଶ୍ବରରେ ଆୟୋଜିତ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଜୟନ୍ତିରେ ନବୀନଙ୍କ ସହିତ ସାକ୍ଷାତ ହେଲା। ଯେତେ ଯାହା ହେଲେ ସେ ବିଜେଡି ବ୍ରାଣ୍ଡ। ନବୀନଙ୍କ ଗାଡି ଦେଖି ସେ ପାଖକୁ ଧାଇଁ ଆସିଲେ। ଗାଡି ଡୋର ଖୋଲିବା ମାତ୍ରେ ପ୍ରଶାନ୍ତ ନମସ୍କାର ମାରି ତାଙ୍କ ପାଦ ଛୁଇଁ ଆର୍ଶିବାଦ ନେଲେ। ଯାହା ଉପସ୍ଥିତ ଦର୍ଶକଙ୍କୁ…

Read More

ଭୁବନେଶ୍ୱର: ଭାରତର ଅଗ୍ରଣୀ ଓ ବିଶ୍ୱସନୀୟ ହେୟାର୍ ରିଷ୍ଟୋରେସନ୍ ଏବଂ ହେୟାର୍ ଟ୍ରାନ୍ସପ୍ଲାଂଟ ସଂସ୍ଥାମାନଙ୍କ ମଧ୍ୟରେ ଅଗ୍ରଣୀ, ଇୟୁଜେନିକ୍ସ ହେୟାର ସାଇନ୍ସେସ,  ଭୁବନେଶ୍ୱରରେ ଏହାର ଆଧୁନିକ ଓ ବିଶ୍ୱସ୍ତରୀୟ କ୍ଲିନିକ୍‌ର ଶୁଭାରମ୍ଭ କରିଛି। ଏହା ଓଡ଼ିଶାରେ ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ ସେବା ପହଂଚାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଭୁବନେଶ୍ୱରର ନୟାପଲ୍ଲୀସ୍ଥିତ ଆଇଆରସି ଭିଲେଜ୍‌ର ଭିଆଇପି କଲୋନୀ, ପ୍ଲଟ୍ ନମ୍ବର ୩୯-ସିରେ ଅବସ୍ଥିତ ଏହି ପ୍ରିମିୟମ୍ ତିନିମହଲା ବିଶିଷ୍ଟ କ୍ଲିନିକ୍‌କୁ ଆନ୍ତର୍ଜାତୀୟ ମାନଦଣ୍ଡର ଚିକିତ୍ସା ସେବା, ପ୍ରଯୁକ୍ତି, ଭିତିଭୂମି ଓ ରୋଗୀ ଅନୁଭବ ସହିତ ଉନ୍ନତ ହେୟାର୍ ରିଷ୍ଟୋରେସନ୍ ଚିକିତ୍ସା ପ୍ରଦାନ ପାଇଁ ଡିଜାଇନ୍ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଭିନେତା, ସୁରେନ୍ଦ୍ର ପାଲ୍‌, ଲୋକପ୍ରିୟ ଗାୟକ ମିକା ସିଂହ, ଦିଲିପ୍ ତିର୍କୀ, ପ୍ରେମାନନ୍ଦ ଏବଂ ସୁଦର୍ଶନ ପଟନାୟକଙ୍କ ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଉପସ୍ଥିତ ଥିଲେ। ୨୦୦୮ ମସିହାରେ ପ୍ରସିଦ୍ଧ ହେୟାର୍ ଟ୍ରାନ୍ସପ୍ଲାଂଟ ବିଶେଷଜ୍ଞ, ଡ଼ଃ ପ୍ରଦୀପ ସେଠୀ ଏବଂ…

Read More

ଭୁବନେଶ୍ୱର: ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ସିଜିମାଳି ବିସ୍ଥାପିତ ଓ ପ୍ରଭାବିତ ମାନଙ୍କୁ ନ୍ୟାୟ ଦେବା ପାଇଁ ଏକ ପଦଯାତ୍ରା ରାୟଗଡା ଜିଲ୍ଲାର କାଶିପୁର କଣ୍ଟାମାଳ ଗ୍ରାମରୁ ଦିନ ୧୧ ବେଳେ ଆରମ୍ଭ ହୋଇଥିଲା। ଏହି ପଦଯାତ୍ରାରେ ଅଖିଳ ଭାରତ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଶ୍ରୀ ଉଦୟଭାନୁ ଚିବ୍ ଯୋଗ ଦେଇଥିଲେ। ସେ ବିସ୍ଥାପିତମାନଙ୍କ ସହିତ ଆଲୋଚନା କରିଥିଲେ। ମାତ୍ର ମୋହନ ସରକାରର ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ଏହି ପଦଯାତ୍ରାକୁ ଆଗକୁ ଯିବାକୁ ଦେଲା ନାହିଁ । ପଦଯାତ୍ରା ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଜିଦି ଧରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧମକ ଦେଇଥିଲା। ଏହି ଅବସରରେ ଅଖିଳ ଭାରତ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି କହିଛନ୍ତି ଯେ ଆଦିବାସୀମାନଙ୍କର ଜମି, ଜଳ ଓ ଜଙ୍ଗଲ ସୁରକ୍ଷା ପାଇଁ ଯୁବ କଂଗ୍ରେସ ଲଢ଼େଇ କରୁଥିଲା। ପରିବେଶ ସୁରକ୍ଷା ଠାରୁ ଆରମ୍ଭ କରି…

Read More

ଭୁବନେଶ୍ବର: ରଥଯାତ୍ରା ନେଇ ଭୁବନେଶ୍ବରର ଓଡ଼ିଶା ଅତିଥି ଭବନ ଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ। ଏଥିରେ ଅଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅଧ୍ୟକ୍ଷତା କରି ଚଳିତ ବର୍ଷ ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରା, ଆଡ଼ପ ମଣ୍ଡପ ବିଜେ, ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ଏବଂ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ଉତ୍ସବର ଶୃଙ୍ଖଳିତ ଆୟୋଜନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚ଼ନା କରାଯାଇଛି। ଚଳିତ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ନେଇ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୁରୀ ଜିଲ୍ଲା ପୋଲିସ, ଦଇତାପତି ନିଯୋଗ ଏବଂ ଅନ୍ୟ ସଂପୃକ୍ତ ସଂସ୍ଥାର ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯାଇଥିଲା। ଏଥିରେ ଶୃଙ୍ଖଳିତ ନୀତିକାନ୍ତି ସହ ନିର୍ଦ୍ଧାରିତ ସମୟରେ ପହଣ୍ଡି, ରଥଟଣା, ଆଡ଼ପ ମଣ୍ଡପ ବିଜେ, ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ବ୍ୟବସ୍ଥା, ଭକ୍ତଙ୍କ ସୁବିଧା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା, ନୀତିନିର୍ଘଣ୍ଟ ନେଇ ଆଗୁଆ ସୂଚନା, ଭିଡ଼ ନିୟନ୍ତ୍ରଣ, ଆବଶ୍ୟକୀୟ ସ୍ୱତନ୍ତ୍ର ବାରିକେଡ଼ିଂ ବ୍ୟବସ୍ଥା, ସେବାୟତ, ନିଯୋଗ…

Read More

CII Odisha Chapter: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ସିଆଇଆଇ, ଓଡ଼ିଶା ଚାପ୍ଟର ର ଅଧ୍ୟକ୍ଷ ଶ୍ରୀ ଅନୀଲ ସିଂ ଏବଂ ଉପାଧ୍ୟକ୍ଷ ଶ୍ରୀ ମଣିକାନ୍ତ ନାୟକ ସୌଜନ୍ୟମୂଳକ ସାକ୍ଷାତ କରି ଓଡ଼ିଶାରେ ଆଗାମୀ ସିଆଇଆଇ ପୂର୍ବାଞ୍ଚଳ ପରିଷଦର ସମ୍ମିଳନୀ ଆୟୋଜନ ସଂପର୍କରେ ଆଲୋଚନା କରିଛନ୍ତି । ସିଆଇଆଇ ପୂର୍ବାଞ୍ଚଳ ସମ୍ମିଳନୀରେ ଓଡିଶା ସହିତ ବିହାର, ପଶ୍ଚିମବଙ୍ଗ, ଛତିଶଗଡ ଓ ଝାଡଖଣ୍ଡର ପ୍ରତିନିଧିମାନେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନାରେ ଏହିସବୁ ରାଜ୍ୟଗୁଡିକର ସମନ୍ୱିତ ଭୂମିକା, ଓଡିଶାର ଅଭିବୃଦ୍ଧି ଓ ଭବିଷ୍ୟତର ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କର ଦୃଷ୍ଟିକୋଣ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।

Read More

ଜାତୀୟ ଆୟୁର୍ବେଦ କଂଗ୍ରେସ: ଓଡ଼ିଶା ପ୍ରାଦେଶିକ ଆୟୁର୍ବେଦ ସମିଳନୀ ପକ୍ଷ ରୁ ଆସନ୍ତା ରବିବାର ୨୪ତାରିଖରେ ଭୁବନେଶ୍ୱର ଭରତପୁର ସ୍ଥିତ କେନ୍ଦ୍ର ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ ରେ ପାଳିତ ହେବାକୁ ଯାଉଛି ଜାତୀୟ ଆୟୁର୍ବେଦ କଂଗ୍ରେସ ର୧୨୦ ତମ ପ୍ରତିଷ୍ଠା ଦିବସ। ଭାରତର ପ୍ରାଚୀନ ଚିକିତ୍ସା ପଦ୍ଧତି ଆୟୁର୍ବେଦର ସୁରକ୍ଷା, ପ୍ରଚାର ଓ ଉନ୍ନତି ପାଇଁ ଗଠିତ ଏକ ପ୍ରମୁଖ ସଂଗଠନ,ଏହାର ସ୍ଥାପନା ୨୪ ମେ ୧୯୦୭ ମସିହାରେ ମହାରାଷ୍ଟ୍ରର ନାସିକରେ ହୋଇଥିଲା । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଗଠନ ଆୟୁର୍ବେଦର ପୁନରୁତ୍ଥାନ ଓ ଆଧୁନିକ ଯୁଗରେ ଏହାର ପ୍ରସାର ପାଇଁ ଅନେକ ଗୁରୁତ୍ୱପୂର୍ଣ କାର୍ଯ୍ୟ କରିଆସୁଛି । ଆଜିର ଅସୁସ୍ଥ ଜୀବନଶୈଳୀ, ମାନସିକ ଚାପ ଓ ଦୀର୍ଘକାଳୀନ ରୋଗ ବୃଦ୍ଧି ମଧ୍ୟରେ ଆୟୁର୍ବେଦ ନୂତନ ଆଶା ସୃଷ୍ଟି କରୁଛି । ଯୋଗ, ପଞ୍ଚକର୍ମ, ଔଷଧୀୟ ଉଦ୍ଭିଦ ଓ ସ୍ୱାସ୍ଥ୍ୟକର ଜୀବନ ପଦ୍ଧତିକୁ ବିଶ୍ୱସ୍ତରରେ ପରିଚିତ କରିବାରେ ଏବଂ…

Read More

ଭୁବନେଶ୍ବର: ନବୀନ ନିବାସରୁ ଧରା ହୋଇଛନ୍ତି ଗୋଟିଏ ବିଲୁଆ ଓ ଶାଳିଆପତନି। ଗତକାଲି ଜଙ୍ଗଲ ବିଭାଗର କର୍ମଚାରୀମାନେ ନବୀନ ନିବାସ ଭିତରେ ଜାଲ ପକାଇ ଏହି ଦୁଇ ଜନ୍ତୁଙ୍କୁ ଧରିଛନ୍ତି। ଗତ କିଛି ଦିନ ଧରି ନବୀନ ନିବାସ ଜଙ୍ଗଲ ଭିତରେ ଏମାନେ ଚଳପ୍ରଚଳ କରୁଥିଲେ। ରାତିରେ ସେମାନେ ବହୁ ଅସୁବିଧା ସୃଷ୍ଟି କରୁଥିଲେ। ଫଳରେ ନବୀନ ନିବାସ କର୍ତ୍ତୁପକ୍ଷ ଜଙ୍ଗଲ ବିଭାଗ ଓ ନନ୍ଦନକାନନକୁ ଖବର ଦେଇଥିଲେ। ନନ୍ଦନ କାନନର ଏକ ସ୍ବତନ୍ତ୍ର ଟିମ ନବୀନ ନିବାସ ଆସି ଏହି ଦୁଇ ଜନ୍ତୁଙ୍କୁ ଜାଲ ପକାଇ ଧରିଥିଲେ। ପରେ ସେମାନେ ଏମାନଙ୍କୁ ଚନ୍ଦକା ଜଙ୍ଗଲରେ ଛାଡି ଥିବାର ଜଣାପଡିଛି। ସିଟି ଫରେଷ୍ଟ ଡିଭିଜନ କହିଛି ଯେ, ଏୟାରପୋର୍ଟ ଏରିଆରେ ବିଲୁଆ ଓ ଶାଳିଆପତନି ପରିଲକ୍ଷିତ ହେବା ସାଧାରଣ ଘଟଣା। ସେମାନେ ଜଙ୍ଗଲ ଭତରୁ ସହରକୁ ଆସି ପୁଣି ଫେରି ଯାଆନ୍ତି। ବେଳେ ବେଳେ କେତକ ଜନ୍ତୁ ବାଟହୁଡି ଜନବସତି ଆଡକୁ…

Read More

SEBI Office in Bhubaneswar: ଖୁବ ଶିଘ୍ର ଓଡିଶାର ସେବି ବା ଷ୍ଟକ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ର ଏକ ଶାଖା ଖୋଲିବ। ଏହା ଭୁବନେଶ୍ବରରେ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଛନ୍ତି ସେବି ର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ। ସୋମବାରରେ ଭୁବନେଶ୍ବରରେ ଆୟୋଜିତ ଆସୋସିଏସନ ଅଫ ମ୍ୟୁଚୁୟାଲ ଫଣ୍ଡ ଅଫ ଇଣ୍ଡିଆର ଏକ ସଭାରେ ସେ ଏହି ଘୋଷଣା କରିଛନ୍ତି। ସେବି ର ଯାହା କାର୍ଯ୍ୟ କୋଲକାତା ଓ ମୁମ୍ବାଇରେ କରିବାକୁ ପଡୁଥିଲା ତାହା ଭୁବନେଶ୍ବରରେ ହେବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ମ୍ୟୁଚୁୟାଲ ଫଣ୍ଡର ଗୁରୁତ୍ବ ବଢିବାରେ ଲାଗିଛି। ପୂର୍ବରେ ଏହା ଦଶ ଲକ୍ଷ କୋଟି ଟଙ୍କାର କାରାବାର ଥିଲା। ହେଲେ ବର୍ତ୍ତମାନ ଏହି ବୃଦ୍ଧି ପାଇ 82 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ମ୍ୟୁନିସପାଲିଟି ବଣ୍ଡର ଚାହିଦା ମଧ୍ୟ ବଢିବାରେ ଲାଗିଛି। ବିଭିନ୍ନ ରାଜ୍ୟର ମ୍ୟୁନିସପାଲିଟି…

Read More

+2 Result Date: ଆଉ ଦିନକ ପରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଅର୍ଥାତ ଆସନ୍ତା 20 ତାରିଖରେ ଘୋଷଣା ହେବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏ ନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ବୁଧବାର ଦିନ ଯୁକ୍ତ ଦୁଇର ପରୀକ୍ଷା ଫଳ ପ୍ରକାଶ ପାଇବ। ଏଥିରେ ବିଜ୍ଞାନ,କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଫଳ ପ୍ରକାଶିତ ହେବ। ଯୁକ୍ତ ଦୁଇ ପରୀକ୍ଷା ଗତ ଫେବୃୟାରୀ 18 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏହାପରେ ଖାତା ଦେଖା ହୋଇଥିଲା। ଚଳିତ ବର୍ଷ ଯୁକ୍ତ ଦୁଇରେ ପ୍ରାୟ ଚାରି ଲକ୍ଷ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

Read More

ଭୁବନେଶ୍ବର: ଚଳିତ ବର୍ଷ ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାର ୫ ଟି ପଞ୍ଚାୟତ ମନୋନୀତ ହୋଇଅଛି। ଆସନ୍ତା ଜୁନ୍ ମାସ ୩ ତାରିଖରେ ନୂଆଦିଲ୍ଲୀଠାରେ ଏହି ସବୁ ପୁରସ୍କାର ବିତରଣ କରାଯିବ। ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ଶତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନସ୍ଥ ପୋଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମପଞ୍ଚାୟତ ଭାବରେ ଦେଶରେ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ ୨୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମପଞ୍ଚାୟତ ବର୍ଗରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡୁଆ ଗ୍ରାମପଞ୍ଚାୟତ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଅଛି। ଏହି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଅର୍ଥରାଶି ମିଳିବ। ସୁନ୍ଦରଗଡ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧା ଗ୍ରାମପଞ୍ଚାୟତ ସ୍ୱଚ୍ଛ ଓ ସବୁଜ ଗ୍ରାମପଞ୍ଚାୟତ ବର୍ଗରେ ଦେଶରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଅଛି। ଏହି ପଞ୍ଚାୟତକୁ…

Read More