ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ୧୭ଟି ଜିଲ୍ଲାର ୫୬ଟି ତହସିଲ୍ରେ ୫୭ଟି ନୂଆ ସବ୍-ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ ଉଦ୍ଘାଟନ କରିଛନ୍ତି। ଏହାଦ୍ବାରା ଆଜିଠାରୁ ରାଜ୍ୟର ସମସ୍ତ ୩୧୭ଟି ତହସିଲ୍ରେ ସବ୍-ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଲା। ଏଥିରେ କଟକ ତହସିଲ୍ ଅଧିନରେ ଏକ ଅତିରିକ୍ତ ସବ୍ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ ମଧ୍ୟ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ଜମିଜମା ସଂକ୍ରାନ୍ତୀୟ କାମ ପାଇଁ ଲୋକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ଯିବାକୁ ପଡୁଥିଲା। ଏଥିପାଇଁ ଆମେ ସଂକଳ୍ପ ନେଇଥିଲୁ, ସରକାରଙ୍କ ପାଖକୁ ଲୋକେ ଆସିବେ ନାହିଁ, ସରକାର ଯିବେ ଲୋକଙ୍କ ପାଖକୁ। ତେଣୁ, ସମସ୍ତ ତହସିଲ୍ରେ ସବ୍-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରି ଆମେ ଏ କ୍ଷେତ୍ରରେ ଏକ ମାଇଲଷ୍ଟୋନ୍ ହାସଲ କରିଛୁ। ଉଭୟ ତହସିଲ୍ ଓ ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ଉତ୍ତମ ସମନ୍ବୟ ରଖି କାର୍ଯ୍ୟକରି ପାରିବେ ଏବଂ ରେଜିଷ୍ଟ୍ରେସନ ପରେ ମ୍ୟୁଟେସନ ପଟ୍ଟା ସହଜରେ ହେବା ସହିତ, ରେଜିଷ୍ଟ୍ରେସନ୍ କ୍ଷେତ୍ରରେ…
Author: Samikhsya Bureau
ଭୁବନେଶ୍ୱର: ଆଜି ସକାଳ ସମୟ ୦୮:୫୧ ଘଟିକା ସମୟରେ ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ଜଖପୁରା ୟାର୍ଡ ସେକ୍ସନ ନିକଟରେ ଟ୍ରେନ୍ ନମ୍ବର ୨୨୬୧୧ ଚେନ୍ନାଇ-ନିୟୁ ଜଲପାଈଗୁଡ଼ି ଏକ୍ସପ୍ରେସ ଲାଇନଚ୍ୟୁତ ହେବା ପରେ ଦିବା ୧୩:୦୫ ଘଟିକା ସମୟରେ ପୁନଃ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା । ଏଠାରେ କହିରଖୁଛୁ ଯେ ଏସି ୨-ଟାୟାର କୋଚ୍କୁ ୧୩:୩୦ ସମୟରେ ପୁନଃସ୍ଥାପନ କରାଯାଇଥିଲା, ତା’ପରେ ପ୍ରଥମ ଜେନେରାଲ କୋଚ୍କୁ ୧୩:୫୦ ଘଟିକା ସମୟରେ ଏବଂ ଦ୍ୱିତୀୟ ଜେନେରାଲ କୋଚ୍କୁ ୧୪:୪୫ ଘଟିକା ସମୟରେ ପୁନଃସ୍ଥାପନ କରାଯାଇଥିଲା। ଏହା ପରେ ସମସ୍ତ ଆବଶ୍ୟକୀୟ ସୁରକ୍ଷା ଯାଞ୍ଚ କରାଯାଇଥିଲା। ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ, ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ପୁନରୁଦ୍ଧାର କାର୍ଯ୍ୟକୁ କଡ଼ାକଡ଼ି ତଦାରଖ କରିଥିଲେ। ପୂର୍ବ ତଟ ରେଳପଥ ମଧ୍ୟ କର୍ତ୍ତବ୍ୟରତ ରେଳ ସୁରକ୍ଷା ବଳ କର୍ମଚାରୀଙ୍କ ଉଦାହରଣୀୟ ସତର୍କତା ଏବଂ ଉପସ୍ଥିତ ବୁଦ୍ଧିକୁ ମଧ୍ୟ…
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନର ବନାନ ଇଂରାଜୀ ଓ ଓଡିଆରେ ଭିନ୍ନ ଭିନ୍ନ ଲେଖାଯାଉଛି। ବିଭିନ୍ନ ବିଭାଗ ଭିନ୍ନ ଭିନ୍ନ ବନାନ ଲେଖୁଛନ୍ତି। ସେସବୁକୁ ସଂଶୋଧନ କରି ଗୋଟିଏ ପ୍ରକାରର ଲେଖିବା ପାଇଁ ରାଜସ୍ବ ବିଭାଗ ଆରମ୍ଭ କରିଛି ପଦକ୍ଷେପ। ଏ ନେଇ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାଧାରଣରେ ଖୋର୍ଦ୍ଧା ନାମ ଓଡିଆରେ କେଉଁଠି ଖୋର୍ଦ୍ଧା, ଖୁରଧା ବା ଖୋରଧା ଲେଖୁଛନ୍ତି। ହେଲେ ବିଭାଗ ତାହାକୁ ସଂଶୋଧନ କରି କେବଳ ‘ଖୋରଧା’ ଲେଖା ହେବ ବୋଲି ନିଷ୍ପତି ହୋଇଛି। ସେହିପରି ଇଂରାଜୀରେ ଏହାର ବନାନ Khoradha ଲେଖା ହେବ। ଅନ୍ୟପକ୍ଷରେ ବାଣପୁର କୁ ଇଂରାଜୀରେ କିଏ Banpur କିମ୍ବା Banapur ଲେଖୁଛନ୍ତି। ବର୍ତ୍ତମାନ ତାହା ସଂଶୋଧିତ କରାଯାଇ Banapur ଲେଖାଯିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି। ଏଥିରେ ରାଜ୍ୟର ମୋଟ ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରାଯିବା ସହିତ ମୋଟ୍ ୧୧ ଜିଲ୍ଲାର ୨୪ଟି ସ୍ଥାନର ଇଂରାଜୀ…
ଜାଖପୁରା/ଓଡିଶା: ଆଜି ସକାଳ ପ୍ରାୟ ୮:୫୧ ମିନିଟରେ ଟ୍ରେନ ନଂ ୨୨୬୧୧ ଚେନ୍ନାଇ-ନୂଆ ଜଳପାଇଗୁଡ଼ି (MAS–NJP) ଏକ୍ସପ୍ରେସ ଜଖପୁରା ୟାର୍ଡ (JKPR) ଦେଇ ଯାଉଥିବା ସମୟରେ ସାମାନ୍ୟ ଲାଇନଚ୍ୟୁତ ହୋଇଛି। ରେଳ ଅଧିକାରୀଙ୍କ ଅନୁଯାୟୀ, ଟ୍ରେନଟି ବହୁତ ଧୀର ଗତିରେ ଯାଉଥିବା ସମୟରେ ୟାର୍ଡ ସୀମା ମଧ୍ୟରେ ଗୋଟିଏ ଏସି କୋଚ୍ ଏବଂ ଦୁଇଟି ଜେନେରାଲ କୋଚ୍ ଲାଇନଚ୍ୟୁତ ହୋଇଥିଲା। ଯାତ୍ରୀଙ୍କର କୌଣସି ଜୀବନହାନି କିମ୍ବା ଆହତ ହେବାର ରିପୋର୍ଟ ନାହିଁ। ତେବେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀବାହୀ ଟ୍ରେନ ପରିଚାଳନା ପ୍ରଭାବିତ ହୋଇନାହିଁ। ପ୍ରଭାବିତ ଯାତ୍ରୀମାନଙ୍କୁ ଉପଯୁକ୍ତ ସ୍ଥାନ ଦିଆଯାଉଛି ଏବଂ ଲାଇନଚ୍ୟୁତ କୋଚ୍ ଗୁଡ଼ିକୁ ଅଲଗା କରାଯାଉଛି। ଯାତ୍ରୀଙ୍କ ସୁବିଧା ସୁନିଶ୍ଚିତ କରିବା ପାଇଁ, ଆବଶ୍ୟକତା ଅନୁସାରେ ଅତିରିକ୍ତ କୋଚ୍ ଟ୍ରେନରେ ସଂଲଗ୍ନ କରାଯିବ। ଘଟଣା ପରେ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ୍ ରୁ ଦୁର୍ଘଟଣା ରିଲିଫ୍ ଟ୍ରେନ (ARTs) ଏବଂ ଖୋର୍ଦ୍ଧା ରୋଡ୍ ରୁ ଦୁର୍ଘଟଣା ରିଲିଫ୍…
ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦୁବାଇରେ ନିଖୋଜ ଥିବା ଓଡିଆ ଯୁବକ ଅନନ୍ତ କୁମାର ସାହୁଙ୍କୁ ଉଦ୍ଧାର କରି ଓଡ଼ିଶା ଫେରାଇ ଆଣିବା ପାଇଁ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ହସ୍ତକ୍ଷେପ ଲୋଡିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ କଣ୍ଟିପୁର ଗ୍ରାମର ମାନସ କୁମାର ସାହୁଙ୍କ ପୁଅ ଅନନ୍ତ ଦୀର୍ଘଦିନ ଧରି ଦୁବାଇର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି। ପରିବାର ଲୋକ ଅନନ୍ତଙ୍କ ସହିତ ଗତ ଜାନୁୟାରୀ ୨୧ ତାରିଖ ଦିନ ଶେଷ ଥର ପାଇଁ କଥାବାର୍ତ୍ତା ହୋଇଥିଲେ। ଗତ ଜାନୁୟାରୀ ୨୨ ତାରିଖ ପର ଠାରୁ ଅନନ୍ତଙ୍କ ମୋବାଇଲ ବନ୍ଧ ଅଛି ଏବଂ ତାଙ୍କ ସହିତ କୌଣସି ଯୋଗାଯୋଗ ହୋଇପାରୁନାହିଁ। ଅନନ୍ତଙ୍କ ସହକର୍ମୀଙ୍କ କହିବା ଅନୁଯାୟୀ ଗତ ଜାନୁୟାରୀ ୨୧ ତାରିଖ ବିଳମ୍ବିତ ରାତିରେ ଅନନ୍ତ ତାଙ୍କର ସବୁ ଜିନିଷ ପତ୍ର ନେଇ ପଳାଇଥିଲେ। ସେବେଠାରୁ ତାଙ୍କର…
ଭୁବନେଶ୍ବର: ସୁନ୍ଦରପଦା-ଜଟଣୀ ରାସ୍ତା ପାର୍ଶ୍ୱରେ ଥିବା ଲ୍ୟାଣ୍ଡମାର୍କ ଫେଜ୍-୨ ଆପାର୍ଟମେଣ୍ଟ କମ୍ପ୍ଲେକ୍ସ ପରିସରରେ ରହିବା ଏବଂ ଚିନ୍ତା କରିବାର ଏକ ସ୍ମାର୍ଟ ଉପାୟ ଭାବରେ, ଫ୍ଲାଟ୍ ମାଲିକ ସଂଘ ସର୍ବଦା ଅନ୍ୟମାନଙ୍କ ତୁଳନାରେ ଗୋଟିଏ ପାଦ ଆଗକୁ ଚିନ୍ତା କରିଆସିଛି। ଏହାର ଚିରସବୁଜ ମାନସିକତାକୁ ଧ୍ୟାନରେ ରଖି, ଲ୍ୟାଣ୍ଡ ମାର୍କ ଫେଜ୍-II ଫ୍ଲାଟ୍ ମାଲିକ ସଂଘ ଉଦ୍ୟାନ, ଗଛଲତା, ସବୁଜିମାର ବିକାଶ ଏବଂ ରକ୍ଷଣାବେକ୍ଷଣ ଏବଂ ନିର୍ଦ୍ଦିଷ୍ଟ ରବିବାରରେ ଏହାର “ଗ୍ରୀନ୍ ଗାର୍ଡେନ୍ ଗେଟ-ଟୁଗେଦର” ର ଆୟୋଜନ ସହିତ ଏକ ଛୋଟ ଉତ୍ସବ ଉପରେ ବିଶେଷ ଧ୍ୟାନ ଦେଇ ଆସୁଛି। ଗତ ରବିବାର “ଗ୍ରୀନ୍ ଗାର୍ଡେନ୍ ଗେଟ-ଟୁଗେଦର” କାର୍ଯ୍ୟକ୍ରମ ସକାଳ ୯ଟା ରେ ଆରମ୍ଭ ହୋଇଥିଲା ଏବଂ ଚା ଏବଂ ଜଳଖିଆ ସହିତ ସୁନ୍ଦର ସକାଳର ମଜା ନେବା ବ୍ୟତୀତ ବାସିନ୍ଦାମାନେ ଏକ ଆଶ୍ଚର୍ଯ୍ୟଜନକ ଉପହାର ମଧ୍ୟ ପାଇଥିଲେ – ଶାଗ – ଏବଂ ସେମାନେ ଏହି ଆଭିମୁଖ୍ୟକୁ ପ୍ରକୃତରେ ପସନ୍ଦ…
ପୁରୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀରେ ପହଞ୍ଚି ଶ୍ରୀଜିୟୁଙ୍କୁ ଦର୍ଶନ କରିଛନ୍ତି।ପ୍ରଥମେ ସେ ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବା ପରେ ମନ୍ଦିର ପ୍ରବେଶ କରିଥିଲେ। ସେ ସିଂହଦ୍ବାରରେ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ତରଫରୁ ସ୍ବାଗତ କରାଯାଇଥିଲା। ଏହାପରେ ସେ ଅରୁଣ ସ୍ତମ୍ଭ ନିକଟରେ ସାଧାରଣ ଭକ୍ତଙ୍କ ପରି ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଥିଲେ। ଶ୍ରୀମନ୍ଦିର ଭିତରେ ରାଷ୍ଟ୍ରପତି ପ୍ରାୟ 45 ମିନିଟ ଧରି ପରିକ୍ରମା ସହତି ପୂଜା ଅର୍ଚ୍ଚନା କରିଥିଲେ। ରାଷ୍ଟ୍ରପତିଙ୍କ ନାମରେ ଏକ ବାନା ବନ୍ଧାଯାଇଥିଲା। ଏହାପରେ ରାଷ୍ଟ୍ରପତି ମା ଲକ୍ଷ୍ମୀ ଓ ମା ବିମଳାଙ୍କ ନିକଟରେ ପୂଜା କରିଥିଲେ। ସେଠାରେ ସେ କିଛି ସମୟ ପାଇଁ ବସିଥିବାର ଦେଖାଯଇାଥିଲା। ପଂରପରା ଅନୁସାରେ ମା ଲକ୍ଷ୍ମୀଙ୍କୁ ଦର୍ଶନ କରିବା ପରେ ତାଙ୍କ ବେଢାରେ କିଛି ସମୟ ପାଇଁ ବସିଥିବାର ବିଧି ରହିଛି। ଏହାପରେ ରାଷ୍ଟ୍ରପତି ମନ୍ଦିର ବେଢା ପରିକ୍ରମା କରିଥିଲେ। ଫେରିବା ବାଟରେ ରାଷ୍ଟ୍ରପତି…
ଭୁବନେଶ୍ବର: ବାରିପଦାର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ (MSCB) ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗର ଗବେଷକମାନେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନରେ ମିଳୁଥିବା ଲାଇକେନ୍ରେ ଗୁରୁତ୍ୱପୂର୍ଣ୍ଣ କର୍କଟ ରୋଗ ପ୍ରତିରୋଧୀ ଯୌଗିକ ଆବିଷ୍କାର କରି କର୍କଟ ରୋଗ ପ୍ରତିରୋଧୀ ଔଷଧ ବିକାଶ ଗବେଷଣାରେ ଏକ ନୂତନ ଆଶା ସଞ୍ଚାର କରିଛନ୍ତି। ଏହି ସନ୍ଧାନ ନିକଟ ଭବିଷ୍ୟତରେ କର୍କଟ ରୋଗ ପ୍ରତିରୋଧୀ ଯୌଗିକ ଗବେଷଣାରେ ନୂତନ ଅଶାର ସଂଚାର କରିବ। ଏହି ଆବିଷ୍କାର ସହିତ, ବୈଜ୍ଞାନିକ ମାନେ ଲାଇକେନ୍ରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ମାଇକ୍ରୋବିଆଲ ଗୁଣ ଥିବା ଯୌଗିକଗୁଡ଼ିକୁ ମଧ୍ୟ ଚିହ୍ନଟ କରିଛନ୍ତି କାରଣ ଶିମିଳିପାଳର ସୁନ୍ଦର ଜଙ୍ଗଲ 148 ପ୍ରଜାତିର ଲାଇକେନ୍ର ଦେଖାଯାନ୍ତି I ଓଡ଼ିଶା ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ସହାୟତାରେ ବାୟୋଟେକ୍ନୋଲୋଜି ବିଭାଗର ପ୍ରଫେସର ବିଶ୍ୱଜିତ ରଥଙ୍କ ମାର୍ଗଦର୍ଶନରେ MSCB ଗବେଷକମାନଙ୍କ ଦ୍ୱାରା ଲାଇକେନ୍ ଉପରେ ଗବେଷଣା କରାଯାଉଛି। ଲକ୍ଷ୍ନୌ ସ୍ଥିତ ଜାତୀୟ ଉଦ୍ଭିଦ ଗବେଷଣା ପ୍ରତିଷ୍ଠାନ ମଧ୍ୟ…
ନୂଆଦିଲ୍ଲୀ: ଆଜି ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ୨୦୨୬-୨୭ କେନ୍ଦ୍ରୀୟ ବଜେଟରେ ଓଡିଶା ରେଳ ଭିତ୍ତିଭୂମିର ବିକାଶ ପାଇଁ ଐତିହାସିକ ପ୍ରୋତ୍ସାହନ ରାଶି ପାଇଛି , ଯାହା ପୂର୍ବ ଭାରତରେ ରେଳ ପରିଚାଳିତ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଭାରତ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଓଡିଶା ପାଇଁ ବାର୍ଷିକ ହାରାହାରି ରେଳ ବଜେଟ ଆବଣ୍ଟନ ୨୦୦୯-୧୪ ଅବଧିରେ ଏହା ₹୮୩୮ କୋଟିରୁ ବୃଦ୍ଧି ପାଇ ୨୦୨୬-୨୭ ମସିହାରେ ₹୧୦,୯୨୮ କୋଟିକୁ ଅଭୂତପୂର୍ବ ଭାବେ ବୃଦ୍ଧି ପାଇଛି, ଯାହା ପ୍ରାୟ ୧୩ ଗୁଣ ଅଧିକ । ସେ କହିଥିଲେ ଯେ ଏହି ନିରନ୍ତର ନିବେଶ ଫଳରେ ସମଗ୍ର ରାଜ୍ୟରେ ରେଳ ଭିତ୍ତିଭୂମିର ବ୍ୟାପକ ପରିବର୍ତ୍ତନ ଆସିଛି, ବର୍ତ୍ତମାନ ₹୯୦,୬୫୯ କୋଟିରୁ ଅଧିକ ମୂଲ୍ୟର କାର୍ଯ୍ୟ ଜାରି ରହିଛି। ଏଥିରେ ନୂତନ ଲାଇନ ନିର୍ମାଣ, ଦୋହରୀକରଣ…
ଭୁବନେଶ୍ବର: ଆଜି ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିର୍ଦ୍ଧାରିତ ସମୟରେ ବାୟୁ ସେନାର ଏକ ସ୍ବତନ୍ତ୍ର ବିମାନରେ ସେ ପହଞ୍ଚିଥିଲେ। ବିମାନ ବନ୍ଦରରେ ରାଜ୍ୟପାଳ ଡ ହରିବାବୁ କୁମ୍ଭମପଟି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ବରିଷ୍ଠ ଅଧିକାରୀଗଣ ତାଙ୍କୁ ସ୍ବାଗତ କରିଥିଲେ। ଆଜି ରାଷ୍ଟ୍ରପତି ଲୋକଭବନରେ ରାତ୍ରିଯାପନ କରିବେ। ଆସନ୍ତାକାଲି ରାଷ୍ଟ୍ରପତି ସ୍ବତନ୍ତ୍ର ହେଲିକାପ୍ଟରରେ ଯାଜପୁର ଗସ୍ତ କରିବେ। ସେଠାରେ ସେ ମା ବିରଜାଙ୍କୁ ଦର୍ଶନ କରିବା ସହିତ ସ୍ବତନ୍ତ୍ର ପୂଜା କରିବେ। ରାଷ୍ଟ୍ରପତି ମନ୍ଦିରରେ ପ୍ରାୟ ଦେଢ ଘଣ୍ଟା ଧରି ରହିବେ ବୋଲି ଜଣାପଡିଛି। ଏହାପରେ ସେ ସେଠାରୁ ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେଠାରୁ ଅପରାହ୍ନରେ ରାଷ୍ଟ୍ରପତି ପୁରୀ ଯିବେ। ସେଠାରେ ସେ ମହାପ୍ରଭୃଙ୍କୁ ଦର୍ଶନ କରିବା ସହିତ ପିଣ୍ଡ ଦାନ କରି ପୁରୀ ଲୋକଭବନରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଚାରି ତାରିଖ ସକାଳୁ ରାଷ୍ଟ୍ରପତି ରାଇରଂଗପୁର ଗସ୍ତ କରିବେ।…
Naveen Patnaik on Budget: କେନ୍ଦ୍ର ସରକାରଙ୍କ ଦ୍ୱାରା ଉପସ୍ଥାପିତ ବଜେଟ 2026 ସମସ୍ତଙ୍କୁ ନିରାଶ କରିଛି। ଏହି ବଜେଟରେ ଓଡ଼ିଶା ଏବଂ ଏହାର ଜନସାଧାରଣଙ୍କ ପାଇଁ କୌଣସି ଉଲ୍ଲେଖନୀୟ ସୁବିଧା ନାହିଁ। ଓଡ଼ିଶାବାସୀଙ୍କ ଆଶା ଥିଲା ଯେ ‘ଡବଲ୍ ଇଞ୍ଜିନ୍’ ସରକାର ଭିତ୍ତିଭୂମି, ନିଯୁକ୍ତି ସୁଯୋଗ ଏବଂ ରାଜ୍ୟ ପାଇଁ ପ୍ରାପ୍ୟ ଅତିରିକ୍ତ ଅନୁଦାନ ଉପରେ ଗୁରୁତ୍ୱ ଦେଇ ବିକାଶକୁ ଗତି ଦେବ। କିନ୍ତୁ ତାହା ହେଲା ନାହିଁ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ଓଡ଼ିଶାରେ ‘ରେୟାର୍ ଆର୍ଥ କରିଡର୍’ (Rare Earth Corridor) ପ୍ରତିଷ୍ଠା ପ୍ରସ୍ତାବକୁ ମୁଁ ସ୍ୱାଗତ କରୁଛି। ଅନେକ ପ୍ରମୁଖ ଖଣିଜ ଦ୍ରବ୍ୟର ଅଗ୍ରଣୀ ଉତ୍ପାଦନକାରୀ ଓଡ଼ିଶା, ନିଜର ସମୃଦ୍ଧ ସମ୍ପଦ ମାଧ୍ୟମରେ ଦେଶ ଗଠନରେ ସର୍ବଦା ଯୋଗଦାନ ଦେଇ ଆସିଛି। ଖଣିଜ ସମୃଦ୍ଧ ଅଞ୍ଚଳ ଏବଂ ଶିଳ୍ପ କେନ୍ଦ୍ରଗୁଡ଼ିକୁ ବନ୍ଦର ସହିତ ସଂଯୋଗ କରିବା ପାଇଁ ‘ଜାତୀୟ…
Union Budget 2026: କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଜି ସଂସଦରେ ଉପସ୍ଥାପିତ କେନ୍ଦ୍ର ବଜେଟ୍ ୨୦୨୬-୨୭କୁ ସିଆଇଆଇ ବା Confederation of Indian Industry Odisha ରାଜ୍ୟ ପରିଷଦ ପକ୍ଷରୁ ସ୍ୱାଗତ କରାଯାଇଛି । ଏହାକୁ ଏକ ପ୍ରଗତିଶୀଳ ଏବଂ ଅଭିବୃଦ୍ଧି-ଅଭିମୁଖୀ ବଜେଟ୍ ଭାବରେ ବର୍ଣ୍ଣନା କରାଯାଇଛି, ଯାହା ଓଡ଼ିଶାର ଉତ୍ପାଦନ, ସେବା, ପର୍ଯ୍ୟଟନ ଏବଂ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ଯଥେଷ୍ଟ ଲାଭଦାୟକ ହେବ । ଭୁବନେଶ୍ୱରଠାରେ ଆୟୋଜିତ ବଜେଟ୍ର ସିଧାପ୍ରସାରଣ ଦେଖିବା ଅଧିବେଶନରେ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ଏସାର୍ ମିନମେଟ୍ ଲିମିଟେଡର ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶଶି ଶେଖର ମହାନ୍ତି କହିଛନ୍ତି ଯେ, “କେନ୍ଦ୍ର ବଜେଟ୍ ୨୦୨୬-୨୭ ଓଡ଼ିଶା ପାଇଁ ଅନେକ ସୁଫଳ ଆଣିଛି । ସେମିକଣ୍ଡକ୍ଟର ଉପରେ ଗୁରୁତ୍ୱ ଏବଂ ରାଜ୍ୟରେ ଜାତୀୟ ଜଳପଥର ବିକାଶ ଜାତୀୟ ସ୍ତରରେ ଓଡ଼ିଶାର ଗୁରୁତ୍ୱକୁ ଯଥେଷ୍ଟ ବୃଦ୍ଧି…
ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନା ପରେ ବିଭିନ୍ନ ବର୍ଗର ପ୍ରତିକ୍ରିୟା ଆସିବାରେ ଲାଗିଛି। ସେହି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଆଜି ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି 2026-27 ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍ ଏକ ଅଭିବୃଦ୍ଧି ମୂଳକ ବଜେଟ୍। ସମାଜର ସବୁ ବର୍ଗର ଲୋକଙ୍କ ଅଭିବୃଦ୍ଧି ଉପରେ ଏଥିରେ ଗୁରୁତ୍ବ ଦିଆଯାଇଛି। ଯୁବ ଶକ୍ତିର ବିକାଶ ଉପରେ ସ୍ବତନ୍ତ୍ର ଫୋକସ୍ ରହିଛି। ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣଙ୍କ ଏହା ହେଉଛି କ୍ରମାଗତ ନବମ ବଜେଟ୍। ଏଥିରେ ଅସ୍ପଷ୍ଟତା ବଦଳରେ ସ୍ପଷ୍ଟ କାର୍ଯ୍ୟନ୍ବୟନ ଉପରେ ଗୁରୁତ୍ବ ଦିଆଯାଇଛି। ଏଥିରେ ବିଭିନ୍ନ କ୍ଷେତ୍ରରେ ଯୁବକମାନଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି। ସେମାନଙ୍କ ମଧ୍ୟରେ ବିଶ୍ବ ସ୍ତରରେ ପ୍ରତିଯୋଗିତା କରିବା ଭଳି ଦକ୍ଷତା ସୃଷ୍ଟି କରିବା…
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛଅ ଦିଆ ଓଡିଶା ଗସ୍ତରେ ଆସନ୍ତାକାଲି ଠାରୁ ଆସୁଛନ୍ତି। ସେ ଆସନ୍ତାକାଲି ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିବେ। ଏହାପରେ ସେ ମଙ୍ଗଳବାର ଦିନ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି। ତେବେ ତାଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତରଫରୁ ଭୁବନେଶ୍ବରରେ କେତେକ ରାସ୍ତାକୁ କିଛି ସମୟ ପାଇଁ ବନ୍ଦ ରଖାଯାଉଛି। ସେଗୁଡିକ ହେଲା ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଯାଜପୁର, ମୟୁରଭଂଜରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡିଛି।
ଭୁବନେଶ୍ବର: ସ୍ୱୟଂ ସହାୟକ ଗୋଷ୍ଠୀର ଭଉଣୀମାନେ କେବଳ ଲାଭାର୍ଥୀ ନୁହନ୍ତି, ସେମାନେ ଓଡ଼ିଶା ବିକାଶ ଯାତ୍ରାରେ ଅଂଶୀଦାର । ସେମାନଙ୍କ କଠିନ ପରିଶ୍ରମ, ଶୃଙ୍ଖଳା ଏବଂ ଉଦ୍ୟୋଗୀ ମନୋଭାବ ଗ୍ରାମୀଣ ଅର୍ଥନୀତିରେ ପରିବର୍ତ୍ତନ ଆଣିଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୁବର୍ଣ୍ଣପୁର ଠାରେ ଆୟୋଜିତ ସୁଭଦ୍ରା ଶକ୍ତିମେଳା କାର୍ଯ୍ୟକ୍ରମରେ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଖଲିଆପାଲି ସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ସମାଧି ପୀଠ ପରିଦର୍ଶନ କରି ପରିଚାଳନା କମିଟିର ସଦସ୍ୟ ଓ ସାଧୁମାନଙ୍କ ସହିତ ଆଲୋଚନା କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ କହିଥିଲେ ଯେ, ଓଡ଼ିଶାର ସାମାଜିକ ଓ ଆଧ୍ୟାତ୍ମିକ ଚେତନାକୁ ଦିଗ୍ଦର୍ଶନ ଦେଇଥିବା ସନ୍ଥକବି ଭୀମ ଭୋଇଙ୍କ ସମ୍ମାନାର୍ଥେ ତାଙ୍କ ସମାଧି ପୀଠର ବ୍ୟାପକ ବିକାଶ କରାଯିବ । ଏଥି ନିମନ୍ତେ ୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏଥି ସହିତ ମୁଖ୍ୟମନ୍ତ୍ରୀ ୬୩୩ କୋଟି…
ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ଫେବୃୟାରୀ ମାସ। ଏହିମାସରେ ଓଡିଆ ମାସ ମାଘ ଶେଷ ହୋଇ ଫାଲଗୁନ ମାସ ମଧ୍ୟ ଆରମ୍ଭ ହୋଇଛି। ଫେବୃୟାରୀ ମାସ ଆରମ୍ଭରେ ପଡିଛି ମାଘ ପୂର୍ଣ୍ଣିମା। ତେବେ ଏହି ମାସରେ କଣ ରହିଛି ବଡ ପର୍ବପର୍ବାଣୀ ଆସନ୍ତୁ ଜାଣିବା 1 ଫେବୃୟାରୀ ରବିବାର- ମାଘ ପୂର୍ଣ୍ଣିମା, ଜଗନ୍ନାଥଙ୍କ ଗଜ ଉଦ୍ଧାରଣ ବେଶ 13 ଫେବୃୟାରୀ ଶୁକ୍ରବାର- କୁମ୍ଭ ସଂକ୍ରାନ୍ତି ସହିତ ପଙ୍କ ଉଦ୍ଧାର ଏକାଦଶୀ 15 ଫେବୃୟାରୀ ରବିବାର- ମହାଶିବ ରାତ୍ରୀ ଓ ଜାଗର ଉପବାସ 17 ଫେବୃୟାରୀ ମଙ୍ଗଳବାର- ଅମବାସ୍ୟା 26 ଫେବୃୟାରୀ ଗୁରୁବାର- ଫଗୁ ଦଶମୀ, ସୁଦଶା ବ୍ରତ, ଜଗନ୍ନାଥଙ୍କ ଚାଚେରୀ ବେଶ 27 ଫେବୃୟାରୀ ଶୁକବାର- ପାପନାସିନୀ ଏକାଦଶୀ
Budget 2026: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ 2026 ଉପସ୍ଥାପନ କରିବାକୁ ଯାଉଛନ୍ତି। ଉପସ୍ଥାପନା ପୂର୍ବରୁ ଅର୍ଥମନ୍ତ୍ରୀ ଏବଂ ତାଙ୍କ ଅଧିକାରୀମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ସେଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ ଅର୍ଥମନ୍ତ୍ରୀଙ୍କୁ ଦହି ଏବଂ ଚିନି ଖୁଆଇ ଥିଲେ। ସାଧାରଣତଃ କୌଣସି ଶୁଭ କାମ କରିବାକୁ ଯିବା ବେଳେ ଘରର ମୁରବୀ ମହିଳା ତାଙ୍କୁ ଦହି ଚିନି ଖାଇବାକୁ ଦିଅନ୍ତି। ବିଶ୍ବାସ ରହିଛି ଦହିଚିନି ଖାଇବାକୁ ଦେଲେ ସମସ୍ତ କାର୍ଯ୍ୟ ସଫଳ ବା ଶୁଭ ହୋଇଥାଏ। ଦହି ସ୍ବଚ୍ଛତା ଏବଂ ଚିନି ମଧୁରତାର ପ୍ରତୀକ ଭାବେ ବିବେଚନା କରାଯାଏ। ପିଲାମାନେ ପରୀକ୍ଷା ଦେବାକୁ ଯିବା ବେଳେ ଘରର ବୟସ୍କ ମହିଳା ଏହିପରି ଦହିଚିନି ଖାଇବାକୁ ଦେଇ ଆର୍ଶିବାଦ କରିଥାନ୍ତି। ଠିକ ସେହିପରି ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବା ପୂର୍ବରୁ ରାଷ୍ଟ୍ରପତି ତାଙ୍କୁ ଦହି ଚିନି ଖାଇବାକୁ ଦେଇ ଶୁଭେଚ୍ଛା ଜଣାଇଛନ୍ତି। ସୀତାରମଣଙ୍କୁ ଦହି…
Odisha Cabinet Meeting: ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଲୋକସେବା ଭବନରେ ଆୟୋଜିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୦ଟି ବିଭାଗର ୧୨ ଭିନ୍ନ ଭନ୍ନ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ଏଥିରେ ରହିଛି ରାଜ୍ୟ ସମବାୟନୀତି ୨୦୨୬ କୁ ଅନୁମୋଦନ ‘ସମବାୟରୁ ସମୃଦ୍ଧି’ ଲକ୍ଷ୍ୟ ସାଧନରେ ହେବ ସହାୟକ କୃଷି ଋଣ, ମାର୍କେଟିଂ, ପ୍ରକ୍ରିୟାକରଣ ଏବଂ କୃଷି-ବ୍ୟବସାୟ ପାଇଁ ପାକ୍ସକୁ ବହୁ-ସେବା କେନ୍ଦ୍ର ଭାବରେ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ଢେଙ୍କାନାଳର ଗଜମରାଠାରେ ଅଟୋମେଟିକ, ଏରୋସ୍ପେସ ଏବଂ ପ୍ରତିରକ୍ଷା ଉପକରଣ-ଉତ୍ପାଦନ କମ୍ପ୍ଲେକ୍ସକୁ ଅନୁମୋଦନ। ଏଥିରେ ୧୭, ୨୫୦ କୋଟି ଟଙ୍କାର ନିବେଶ ହେବ ଯେଉଁଥିରେ ୨୦ ହଜାର ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ଏବଂ ଲୋକଙ୍କ ମଧ୍ୟରେ ପ୍ରଯୁକ୍ତି ବିଦ୍ୟାକୁ ଲୋକପ୍ରିୟ କରିବାକୁ ‘ରାଜ୍ୟ ବିଜ୍ଞାନ ଓ…
Union Budget 2026: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ଲୋକସଭାରେ କେନ୍ଦ୍ର ବଜେଟ୍ 2026-27 ଉପସ୍ଥାପନ କରିବେ। ଦିନ ପ୍ରାୟ 11 ଟା ବେଳ ସେ ଏହି ବଜେଟ ଉପସ୍ଥାପନା କରିବା ପାଇଁ ସମୟ ଧାର୍ଯ୍ୟ ହୋଇଛି। ଲୋକସଭାରେ ଉପସ୍ଥାପନ ପରେ, ବଜେଟ୍ ର ଏକ କପି ରାଜ୍ୟସଭାରେ ଉପସ୍ଥାପିତ ହେବ। 2019 ରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଶ୍ରୀମତୀ ସୀତାରମଣଙ୍କ ଦ୍ୱାରା ଏହା ଲଗାତାର ନବମ ବଜେଟ୍ ଉପସ୍ଥାପନ ହେବ। ଏହା ନରେନ୍ଦ୍ର ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ତୃତୀୟ ବଜେଟ୍ ହେବ। ସଂସଦରେ ବଜେଟ୍ ଭାଷଣ ସମାପ୍ତ ହେବା ପରେ ବଜେଟ୍ ଡକ୍ୟୁମେଣ୍ଟଗୁଡ଼ିକ ମୋବାଇଲ୍ ଆପ୍ ଏବଂ ୱେବସାଇଟରେ ଉପଲବ୍ଧ ହେବ। କେନ୍ଦ୍ର ବଜେଟ୍ ଉପସ୍ଥାପନ ପରେ ଅର୍ଥମନ୍ତ୍ରୀ ଦେଶର ବିଭିନ୍ନ ଅଞ୍ଚଳର ପ୍ରାୟ ତିରିଶଟି କଲେଜ ଛାତ୍ରଙ୍କ ସହ ଆଲୋଚନା କରିବେ। ବଜେଟ୍ ପ୍ରସ୍ତୁତି ପୂର୍ବରୁ, ଅର୍ଥମନ୍ତ୍ରୀ ଅର୍ଥନୀତିଜ୍ଞ, ଟ୍ରେଡ୍ ୟୁନିଅନ୍, ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ର,…
ଭୁବନେଶ୍ୱର: ଭୁବନେଶ୍ୱର ବୁଦ୍ଧ ମନ୍ଦିର ସହ ଦୀର୍ଘ ୪୦ ବର୍ଷର ସମ୍ପର୍କକୁ ନେଇ ବିଶିଷ୍ଟ ରାଜନେତା, ଆର୍ଯ୍ୟସମାଜ, ଓଡ଼ିଶାର ସଭାପତି ତଥା ସର୍ବଭାରତୀୟ ମହାବୋଧି ସମିତିର ପୂର୍ବତନ ଉପସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ଲିଖିତ ପୁସ୍ତକ “ବୁଦ୍ଧ ସଂଘରେ ୪୦ବର୍ଷ”କୁ ଶନିବାର ଅପରାହ୍ନରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବେ ଲୋକାର୍ପିତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସଂକ୍ଷିପ୍ତ ଉତ୍ସବରେ ସ୍ୱାଗତ ଭାଷଣରେ ଡଃ ଜ୍ଞାନେନ୍ଦ୍ର କହିଲେ ଯେ, ଆଜକୁ ୪୩ବର୍ଷ ତଳେ ଡଃ ହରେକୃଷ୍ଣ ମହତାବଙ୍କ ଦ୍ୱାରା ସେ ଭୁବନେଶ୍ୱର ବୁଦ୍ଧ ମନ୍ଦିର ସହ ଜଡ଼ିତ ହୋଇଥିଲେ । ଦୀର୍ଘ ୪୦ ବର୍ଷର ଅଙ୍ଗେ ଲିଭାଇଥିବା ବହୁ ସତ୍ୟ ଘଟଣାର ସେ ଏହି ପୁସ୍ତକରେ ଅବତାରଣା କରିଛନ୍ତି । ବ୍ୟକ୍ତିଗତ ମାଲିକାନାକୁ ନେବା ପାଇଁ ବହୁ ବ୍ୟକ୍ତିବିଶେଷଙ୍କ ଚେଷ୍ଟାକୁ ସେ କିଭଳି ଆଇନଗତ ଭାବେ ପ୍ରତିହତ କରିଛନ୍ତି ତାହା ଏହି ପୁସ୍ତକରେ…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ତିନି ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ପଦନ୍ନୋତି ପ୍ରଦାନ କରିଛନ୍ତି। ସେମାନଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦକୁ ପଦନ୍ନୋତି କରାଯାଇଛି। ସେମାନେ ହେଲେ ଶ୍ବାଶତ ମିଶ୍ର, ବିଶାଳ ଦେବ ଏବଂ ଉଷା ପାଢୀ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ରାଜ୍ୟ ସରକାର ଏହି ତିନି ଅଧିକାରୀଙ୍କୁ ଆପେକ୍ସ ଗ୍ରେଡ୍ ଲେବଲ 17 କୁ ପଦନ୍ନୋତି କରାଯାଇଛି। ଶ୍ବାଶତ ମିଶ୍ର ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଥିବା ବେଳେ ବିଶାଳ ଦେବ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଅଛନ୍ତି। ସେହିପରି ଉଷା ପାଢୀ ବର୍ତ୍ତମାନ ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ଅଛନ୍ତି। ଏହିତିନିଜଣ ସେମାନଙ୍କ ପଦବୀରେ ବର୍ତ୍ତମାନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିବେ।

