କଟକ: କଟକ ମହାନଗର ନିଗମ ଅନ୍ତର୍ଗତ ୩୩ ନମ୍ବର ୱାର୍ଡ ଶଙ୍କରପୁର ଅଞ୍ଚଳର ପୂର୍ବତନ କର୍ପୋରେଟର କବିୟିତ୍ରୀ ବାସନ୍ତୀ ପ୍ରଧାନଙ୍କର ୭୮ ବର୍ଷ ବୟସରେ ଆକସ୍ମିକ ଦେହାନ୍ତ ହୋଇଛି। ସେ ଜଣେ ପରୋପକାରୀ ଏବଂ ଧର୍ମପରାୟଣ ମହିଳା ଭାବେ ପରିଚିତ ଥିଲେ। ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଶ୍ରୀମତୀ ପ୍ରଧାନ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ଜଡିତ ଥିଲେ।
ଅନୁରୂପ ଭାବେ ସେ କଟକର ସମ୍ମାନଜନକ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ଓ ଛତ୍ରବଜାର ସରକାରୀ ବିଦ୍ୟାଳୟର ପରିଚାଳନା ସମିତିର ପ୍ରାକ୍ତନ ସଦସ୍ୟା ମଧ୍ୟ ଥିଲେ। ଶ୍ରୀମତୀ ପ୍ରଧାନ ଶଙ୍କରପୁର ଅଞ୍ଚଳର ଜଣାଶୁଣା ବ୍ୟବସାୟୀ ସ୍ୱର୍ଗତ ଫଗୁମଣି ଖୁଣ୍ଟିଆଙ୍କ ଜ୍ୟେଷ୍ଠ କନ୍ୟା ତଥା ଇଞ୍ଜିନିୟର ସ୍ୱର୍ଗତ ଶିଶିର କୁମାର ପ୍ରଧାନଙ୍କ ସହଧର୍ମିଣୀ ଥିଲେ।
ବିୟୋଗ ସମୟରେ ତାଙ୍କର ପୁତ୍ର ସୌମ୍ୟ, ପୁତ୍ରବଧୂ ସରିତା, ନାତି ରିହାନ ଓ କନ୍ୟା ସୌମ୍ୟା ଆଦି ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


