ଭୁବନେଶ୍ୱର: ଓଡ଼ିଶାର ଖଣିଜ କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ଜାତୀୟ ଅର୍ଥନୀତିରେ ଓଡ଼ିଶାର ଅବଦାନକୁ ଆହୁରି ବୃଦ୍ଧି କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀଙ୍କ ସହିତ ଆଲୋଚନା କରି କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିଛନ୍ତି । ଆଲୋଚନାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦେଶର ଖଣିଜ ଅର୍ଥନୀତି ଓ ଶିଳ୍ପ ଅଭିବୃଦ୍ଧିରେ ଓଡ଼ିଶାର ଗୁରୁତ୍ୱ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାରେ ପ୍ରାୟ ୪୭୧ ମିଲିଅନ୍ ଟନ୍ ଖଣିଜ ପଦାର୍ଥ ଉତ୍ପାଦନ ହୋଇଥିବା ବେଳେ ଏଥିରୁ ପ୍ରାୟ ୪୬ ହଜାର କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ହୋଇଛି । ତେବେ, ଏ କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅହୁରି ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ସେ କହିଥିଲେ…
Author: Samikhsya Bureau
India Oman CEPA: ଭାରତ-ଓମାନ ବ୍ୟାପକ ଆର୍ଥିକ ସହଭାଗୀତା ଚୁକ୍ତିନାମା, CEPA ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ CEPA ଦୁଇ ରାଷ୍ଟ୍ର ମଧ୍ୟରେ ଆର୍ଥିକ ଏବଂ ରଣନୈତିକ ସମ୍ପର୍କକୁ ଆହୁରି ସମୃଦ୍ଧ କରିବ। ଏକ ଜାତୀୟ ଦୈନିକରେ ପ୍ରକାଶିତ ଏକ ଲେଖାରେ, ଶ୍ରୀ ଗୋୟଲ ଉଲ୍ଲେଖ କରିଛନ୍ତି ଯେ ଏହି ଚୁକ୍ତିନାମା ଦେଶର ଛାତ୍ର, କାରିଗର, ମହିଳା, ଚାଷୀ, ମତ୍ସ୍ୟଜୀବୀ ଏବଂ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ନୂତନ ବଜାର ଖୋଲିବା, ରପ୍ତାନି ବୃଦ୍ଧି କରିବା, ନିବେଶକୁ ଆକର୍ଷିତ କରିବା ଏବଂ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଲାଭ ଦେବ। ପ୍ରାୟ ସାତ ଲକ୍ଷ ଭାରତୀୟ ବାସ କରୁଥିବା ଓମାନ ସହିତ ଭାରତର ଏକ ଗଭୀର ଅର୍ଥନୈତିକ ଏବଂ ଲୋକ-ଜନ ସମ୍ପର୍କ ରହିଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓମାନରୁ ଭାରତୀୟମାନେ ବାର୍ଷିକ ପ୍ରାୟ 2 ବିଲିୟନ ଡଲାର…
Five New Judges Join SC: ସୁପ୍ରିମକୋର୍ଟରେ ପାଞ୍ଚ ଜଣ ନୂତନ ବିଚାରପତିଙ୍କୁ ନିଯୁକ୍ତ କରାଯାଇଛି, ଯାହା ଦ୍ୱାରା ଭାରତର ମୁଖ୍ୟ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟର କ୍ଷମତା ୩୭ କୁ ବୃଦ୍ଧି ପାଇଛି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ ରାଷ୍ଟ୍ରପତି, ଭାରତର ମୁଖ୍ୟ ବିଚାରପତିଙ୍କ ସହ ପରାମର୍ଶ କରିବା ପରେ, ସୁପ୍ରିମକୋର୍ଟରେ ପାଞ୍ଚ ଜଣ ନୂତନ ବିଚାରପତିଙ୍କୁ ନିଯୁକ୍ତ କରିଛନ୍ତି। ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୀଳ ନାଗୁ, ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶ୍ରୀ ଚନ୍ଦ୍ରଶେଖର, ମଧ୍ୟ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ସଚଦେବ ଏବଂ ଜମ୍ମୁ ଏବଂ କାଶ୍ମୀର ଏବଂ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଅରୁଣ ପାଲିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବରେ ଉନ୍ନୀତ କରାଯାଇଛି। ବରିଷ୍ଠ…
ଭୁବନେଶ୍ବର: ବିଜେଡି ନେତା ଦେବାଶିଷ ସାମନ୍ତରାୟ ଇସ୍ତଫା ପରେ ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ। ସେଥିପାଇଁ ଆଜି ବିଧିବଧ ଭାବେ ଏହି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଉପନିର୍ବାଚନ ପାଇଁ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ନିର୍ବାଚନ ଅଧିକାରୀ ବା ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ଯଦି ଉପନିର୍ବାଚନ ହୁଏ ତେବେ ଆସନ୍ତା 18 ତାରିଖରେ ଏହା ଅନୁଷ୍ଠିତ ହେବ। ବିଜ୍ଞପ୍ତି ଅନୁସାରେ 1 ଜୁନ 2026- ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ଏବଂ ନାମାଙ୍କନ ଦାଖଲ ଆରମ୍ଭ 8 ଜୁନ 2026- ନାମାଙ୍କନ ଦାଖଲର ଶେଷ ତାରିଖ 9 ଜୁନ 2026- ନାମାଙ୍କନ ପତ୍ର ଯାଞ୍ଚ 11 ଜୁନ 2026- ନାମାଙ୍କନ ପତ୍ର ପ୍ରତ୍ୟାହାର ଶେଷ ତାରିଖ 18 ଜୁନ 2026- ଉପନିର୍ବାଚନ ଓ ଫଳାଫଳ ଗତ ମାସ 25 ତାରିଖରେ ଦେବାଶିଷ ସାମନ୍ତରାୟ ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ…
Major Fire in Cuttack: କଟକ ପ୍ରେସଛକସ୍ଥିତ ମାଛ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହା ଏତେ ତୀବ୍ର ହୋଇଛି ଯେ, ଲିଭିବାର ନାଁ ଧରୁ ନାହିଁ। ଏହି ଅଗ୍ନିକାଣ୍ଡ ଫଳରେ ପ୍ରାୟ 30 ଟି ମାଛ ଗୋଦାମରେ ନିଆଁ ଲାଗିଯାଇଛି। ଏପରିକି ପାଖରେ ଥିବା ବିଭିନ୍ନ କୋଠାବାଡିରେ ମଧ୍ୟ ନିଆଁ ଧରିଦେଲାଣି। ପାଖରେ ଏକ ବ୍ୟାଙ୍କ ପ୍ରତି ବିପଦ ସୃଷ୍ଟି ହେଲାଣି। ଏହି ଅଗ୍ନିକାଣ୍ଡର ଧୂଆଁ ଏତେ ଜୋର ହୋଇଛି ଯେ, ଏହା ଓଭର ବ୍ରିଜ ଉପରକୁ ମଧ୍ୟ ଉଠିଯାଇଛି। ଏହି ନିଆଁକୁ ଦମକଳ ବାହିନୀ କ୍ରେନ ସାହାର୍ଯ୍ୟରେ ନିଆଁ ଲିଭାଇବାରେ ଲାଗିଛନ୍ତି। ତଥାପି ନିଆଁ ଲିବିବାର ନାଁ ଧରୁ ନାହିଁ। ଘଟଣାରୁ ପ୍ରକାଶ ଯେ, ଗତକାଲି ରାତିରେ ମାଛ ଗୋଦାମ ବିକ୍ରିବଟା ସରିବା ପରେ ଦୋକାନୀମାନେ ଘରକୁ ଚାଲିଯାଇଥିଲେ। ହଠାତ ରାତି ପ୍ରାୟ ତିନିଟା ବେଳେ ଏକ ଦୋକାନରୁ ନିଆଁ ବାହାରି ଚାରିଆଡେ ବ୍ୟାପି ଯାଇଥିଲା। ଖବର ପାଇ…
ଭୁବନେଶ୍ବର: ପିପିଲି କଂଗ୍ରେସ ପୁଣି କଡ ଲେଉଟାଇଲା। କାରଣ ଏହି ଅଞ୍ଚଳର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ସ୍ବର୍ଗତ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁତ୍ର ପ୍ରିୟବ୍ରତ ସାମନ୍ତରାୟ ପୁଣି କଂଗ୍ରେସକୁ ଫେରିଛନ୍ତି। ପିପିଲିରେ ଆୟୋଜିତ ଏକ ବିରାଟ ମିଶ୍ରଣ ପର୍ବରେ ପ୍ରିୟବ୍ରତ କଂଗ୍ରେସରେ ସାମଲି ହୋଇଛନ୍ତି। ଏଥିରେ ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ବିଧାୟକ ସୁରେଶ ରାଉତରାୟ ଏବଂ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ ଯୋଗ ଦେଇଥିଲେ। ସ୍ବର୍ଗତ ଯୁଧିଷ୍ଠିର ଦାସ 1995 ମସିହାରୁ 2000 ମସିହା ପର୍ଯ୍ୟନ୍ତ ପିପିଲିର କଂଗ୍ରେସ ବିଧାୟକ ଥିଲେ। ସେଠାରେ ସେ ଏକ ଦୃଢ ସଂଗଠନ ତିଆରି କରିଥିଲେ। ହେଲେ ପରବର୍ତ୍ତି ସମୟରେ ସେ ଲଗାତର ଛିଡା ହୋଇଥିଲେ ମଧ୍ୟ ଆଉ ଜିତି ପାରି ନ ଥିଲେ। ବିଜେଡିରୁ ପ୍ରଦୀପ ମହାରଥୀ ଜିତିବାରେ ଲାଗିଥିଲେ। ଏହାପରେ ସେ ଦଳିୟ ରାଜନୀତିରୁ ଏକ ପ୍ରକାରର ସନ୍ୟାସ ନେଇଯାଇଥିଲେ। ବର୍ତ୍ତମାନ ତାଙ୍କ ପୁତ୍ର କଂଗ୍ରେସର ସାମିଲ…
ଭୁବନେଶ୍ବର: ଭୁବନେଶ୍ବର ମେୟର ସୁଲୋଚନା ଦାସ ହେଉଛନ୍ତି ବିଜେଡି, ଆଉ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ହେଉଛନ୍ତି ବିଜେପି। ହେଲେ ଏକ ସଭାରେ ସାଂସଦ ଅପରାଜିତା ମେୟର ସୁଲୋଚନାଙ୍କୁ ଯାହା କହିଲେ ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ। ଅବଶ୍ୟ କଥାଟିକୁ ହସି ହସି କେହି ଗୁରୁତ୍ବ ଦେଲେ ନାହିଁ। ହେଲେ ରାଜ୍ୟ ରାଜନୀତିରେ ତାହା ବେଶ ଆଲୋଚନାର ବିଷୟ ପାଲଟିଛି। କାରଣ ଏହି ସଭାରେ ସାଂସଦ ଅପରାଜିତା ଭାଷଣ ଦେଉ ଦେଉ କହିଦେଲେ ଯେ ମେୟର ସୁଲୋଚନା ଦାସ ବାରମ୍ବାର ମେୟର ହୁଅନ୍ତୁ ମୁଁ ସମର୍ଥନ କରିବି। ଏପରି କହିବା ପରେ ଖୋଦ ସାଂସଦ ଓ ମେୟର ସମେତ ସମସ୍ତେ ହସିଦେଲେ। ହେଲେ କଥାଟିକୁ ପରେ ସମସ୍ତେ ବେଶ ଗୁରୁତର ସହ ନେଲେ। ପ୍ରଶ୍ନ ଉଠିଲା ଯେ, ମେୟର ସୁଲୋଚନା ଦାସ କଣ ବିଜେପି କୁ ଯିବେ କି। କାରଣ ସେ ଯଦି ବିଜେପିରୁ ପ୍ରାର୍ଥୀ ହେବେ ତେବେ ଯାଇ ବିଜେପି…
ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଲା ଜୁନ ମାସ। ଏହି ମାସରେ ରହିଛି ବହୁ ଗୁରୁତ୍ବପୂର୍ଣ୍ଣ ପୂଜା ପାର୍ବଣ। ଜାଣନ୍ତୁ କେଉଁ ଦିନ କଣ ରହିଛି। ଜୁନ 11 ତାରିଖ- ପୁରୁଷୋତ୍ତମୀ ଏକାଦଶୀ ଜୁନ 14 ତାରିଖ- ପ୍ରଥମ ରଜ ଜୁନ 15 ତାରିଖ- ରଜ ସଂକ୍ରାନ୍ତି ଜୁନ 16 ତାରିଖ- ଶେଷ ରଜ ଜୁନ 17 ତାରିଖ- ବସୁମତି ସ୍ନାନ ଜୁନ 18 ତାରିଖ- ଶିବ ବିବାହ ଜୁନ 19 ତାରିଖ- ଶୀତଳ ଷଷ୍ଠୀ ଜୁନ 20 ତାରିଖ- ଶ୍ରୀମନ୍ଦିରରେ ଶୀତଳ ଷଷ୍ଠୀ ଜୁନ 21 ତାରିଖ- ବିଶ୍ବ ଯୋଗ ଦିବସ ଜୁନ 25 ତାରିଖ- ରୁକ୍ମିଣୀ ବିବାହ, ନିର୍ଜଳା ଏକାଦଶୀ ଜୁନ 26 ତାରିଖ- ମହରମ ଜୁନ 29 ତାରିଖ- ଦେବସ୍ନାନ ପୂର୍ଣ୍ଣିମା
ଭୁବନେଶ୍ବର: ଆଜି ବିଜେପିର ସାମିଲ ହୋଇଛନ୍ତି ବିଜେଡି ନେତା ରୁଦ୍ର ସାମନ୍ତରାୟ ଏବଂ ମିଲନ ପାଇକରାୟ। ଆଜି ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ଉଭୟ ବିଜେପିରେ ସାମିଲ ହୋଇଛନ୍ତି। ଉଭୟ ନେତା ବିଜେଡିର ଭୁବନେଶ୍ବର ରାଜନୀତିରେ ବେଶ ସକ୍ରିୟ ଥିଲେ। ଭୁବନେଶ୍ବର ମଧ୍ୟ ପାଇଁ ରୁଦ୍ର ସାମନ୍ତରାୟ ବିଜେଡି ଟିକେଟ ଆଶାୟୀ ଥିଲେ। ରୁଦ୍ର ଓ ମିଲନ ଦଳିୟ ରାଜନୀତି ସହିତ ବିଭିନ୍ନ ସାମିଜିକ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ଅଛନ୍ତି। ଆଜିର ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ଉଭୟଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। ଏଥିରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ଖୋର୍ଦ୍ଧା ବିଜେପି ସଭାପତି ବିଶ୍ବରଂଜନ ବଡଜେନାଙ୍କ ସହିତ ବହୁ ନେତା ଉପସ୍ଥିତ ଥିଲେ।
DRDO Test Successfully:ହରିୟାଣାର ପଞ୍ଚକୁଲା ଜିଲ୍ଲାର ରାମଗଡ଼ରେ ଅବସ୍ଥିତ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO)ର ଏକ ସୁବିଧା – ଟର୍ମିନାଲ ବାଲିଷ୍ଟିକ୍ସ ଗବେଷଣା ପ୍ରୟୋଗଶାଳା (TBRL) ରେ ଆଜି ଏକ ଉଚ୍ଚ-କ୍ୟାଲିବର ବୋମାର ସଫଳତାର ସହ ପରୀକ୍ଷଣ କରାଯାଇଛି। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏବଂ ବାୟୁସେନାର ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହି ପରୀକ୍ଷଣ କରାଯାଇଥିଲା। ଅଧିକାରୀଙ୍କ ଅନୁଯାୟୀ, ପରୀକ୍ଷଣ ସଫଳ ହୋଇଥିଲା ଏବଂ ପ୍ରତିଷ୍ଠିତ ସୁରକ୍ଷା ପ୍ରୋଟୋକଲର କଡ଼ା ପାଳନ ସହିତ ସମ୍ପାଦିତ ହୋଇଥିଲା। ନିର୍ଦ୍ଧାରିତ ପରୀକ୍ଷଣକୁ ଦୃଷ୍ଟିରେ ରଖି, TBRL, ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପୂର୍ବରୁ ଏକ ଉଚ୍ଚ ସତର୍କତା ଜାରି କରିଥିଲେ। ସୁରକ୍ଷା ପ୍ରୋଟୋକଲର ଅଂଶ ଭାବରେ, ଆଖପାଖ ଅଞ୍ଚଳରେ ସ୍ୱତନ୍ତ୍ର ନଜର ରଖାଯାଇଥିଲା। ପରୀକ୍ଷଣ ସମୟରେ ବୋମା ଖଣ୍ଡ 1.5 କିଲୋମିଟର ଦୂରତା ପର୍ଯ୍ୟନ୍ତ ଉଡ଼ିପାରେ ବୋଲି ଅନୁମାନ କରାଯାଇଥିଲା। ସୁରକ୍ଷା ଦୃଷ୍ଟିକୋଣରୁ 2 କିଲୋମିଟର ବ୍ୟାସାର୍ଦ୍ଧକୁ ଏକ ସମ୍ବେଦନଶୀଳ…
PM Maan Ki Baat: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଲୋକମାନଙ୍କୁ ପ୍ରଚଳିତ ଗରମ ସମୟରେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ଏବଂ ଏହି ସମ୍ପର୍କରେ ବିଭିନ୍ନ ସରକାରୀ ବିଭାଗ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରିଛନ୍ତି। ଆଜି ଆକାଶବାଣୀରେ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ- ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଲୋକମାନେ ପାଣି ପିଇବା ଜାରି ରଖିବା ଉଚିତ ଏବଂ ଖରାରେ ବାହାରକୁ ଯିବା ସମୟରେ ସତର୍କ ରହିବା ଉଚିତ। ସେ କହିଛନ୍ତି ଯେ, ଆମର ଏଠି ଗରମ ସହ ଲଢ଼ିବାର ଉପାୟ ଅନେକ ଥର ରୋଷେଇରେ ବି ମିଳିଥାଏ। ଆପଣମାନେ ଦେଖିଥିବେ ଯେମିତି ଗରମ ବଢ଼ି ବଢ଼ି ଚାଲେ, ସେମିତି ଘରର ରୋଷେଇର ସ୍ୱାଦ ମଧ୍ୟ ବଦଳିଯାଏ । ରୋଷେଇର ପ୍ରକାର ମଧ୍ୟ ବଦଳିଯାଏ । କେଉଁଠି ମାଠିଆରୁ ପାଣି ଆସେ, କେଉଁଠି ଦହି ବସାହୁଏ, ଆଉ…
NLC RIL MoU: ବିଶ୍ୱ ଇନ୍ଧନ ସଙ୍କଟ ମଧ୍ୟରେ ଘରୋଇ ଗ୍ୟାସିଫାଇଡ୍ ଇନ୍ଧନ ଯୋଗାଣ ବୃଦ୍ଧି କରିବା ପ୍ରୟାସରେ NLC ଇଣ୍ଡିଆ ଲିମିଟେଡ୍ (NLCIL) ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ମିଳିତ ଭାବରେ ଗୁଜରାଟରେ ଏକ ଭୂତଳ ଲିଗନାଇଟ୍ ଗ୍ୟାସିଫିକେସନ୍ ପ୍ରକଳ୍ପ ବିକଶିତ କରିବେ। ଏ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି।ସରକାରୀ କ୍ଷେତ୍ରର ଏହି ଉଦ୍ୟୋଗ ଭୂତଳ ଗ୍ୟାସିଫିକେସନ୍ ମାଧ୍ୟମରେ ଲିଗନାଇଟ୍ ଭଣ୍ଡାରକୁ ରୂପାନ୍ତରିତ କରିବାର ସମ୍ଭାବ୍ୟତା ଏବଂ ବୈଷୟିକ କାର୍ଯ୍ୟକ୍ଷମତା ମୂଲ୍ୟାଙ୍କନ କରିବା ପାଇଁ RIL ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି। NLCIL ଗୁଜରାଟରେ ଦୁଇଟି ଲିଗନାଇଟ୍ ବ୍ଲକ୍ ରଖିଛି ଯାହାକୁ ପ୍ରକଳ୍ପ ପାଇଁ ବିଚାର କରାଯିବ ବୋଲି ସେମାନେ କହିଛନ୍ତି। RIL ସହିତ ଭୂତଳ ଲିଗନାଇଟ୍ ଗ୍ୟାସିଫିକେସନ୍ ବ୍ଲକ୍ ପାଇଁ ପ୍ରାରମ୍ଭିକ ବୈଷୟିକ ଅଧ୍ୟୟନ ଜାରି ରହିଛି।ସୂଚନା ଅନୁସାରେ ଗ୍ୟାସିଫିକେସନ୍ ପ୍ରଯୁକ୍ତିବିଦ୍ୟାରେ ଏହାର ବିଶେଷଜ୍ଞତା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କୁ ସାମିଲ କରାଯାଇଛି।…
ଭୁବନେଶ୍ବର: ପୁରୁଣା ଭୁବନେଶ୍ୱର ସ୍ଥିତ ଗୁଆଝର ଠାରେ ଏକାମ୍ର ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଚରଣରେ ସମର୍ପିତ ପାରମ୍ପରିକ “ଚନ୍ଦନ ମହୋତ୍ସବ-୨୦୨୬” ଆୟୋଜିତ ହୋଇଛି। ଏଥିରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ ଏହି ପରଂପରାକୁ ମନେପକାଇଥିଲେ। ସେ କହିଥିଲେ ଯେ, ଏହି ଉତ୍ସବ କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଆମ ଓଡ଼ିଆ ଅସ୍ମିତା, ସଂସ୍କୃତି, ପରମ୍ପରା ଓ ଭକ୍ତିଭାବର ଏକ ଜୀବନ୍ତ ପ୍ରତୀକ।ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପ୍ରତି ସମର୍ପିତ ଏହି ପବିତ୍ର ଉତ୍ସବ ଆମ ସାଂସ୍କୃତିକ ଐତିହ୍ୟର ଗରିମାକୁ ଉଜାଗର କରିବା ସହ ସମାଜରେ ଆଧ୍ୟାତ୍ମିକତା, ସଦ୍ଭାବ ଓ ଏକତାର ବାର୍ତ୍ତା ପ୍ରସାର କରିଥାଏ। ଏହି ପାବନ ଅବସରରେ ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି ଏବଂ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରାର୍ଥନା କଲି। ଏହି ଅବସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ରାଜ୍ୟସଭା ସାଂସଦ ତଥା ଆମ ଦଳର ରାଜ୍ୟ…
ବନତାରା ପୁଣି ମିଳିଲା ନ୍ୟାୟ: ସୁପ୍ରିମକୋର୍ଟ ବନ୍ୟପ୍ରାଣୀ ଉଦ୍ଧାର, ପୁନର୍ବାସ ଏବଂ ସଂରକ୍ଷଣ ସମ୍ବନ୍ଧୀୟ ଏକ ମାମଲାରେ ବନତାରା ବିରୁଦ୍ଧରେ ଦାୟର ଏକ ନୂତନ ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ପୁଣି ଥରେ ଉଠାଇବାକୁ ଚାହୁଁଥିବା ଅଭିଯୋଗଗୁଡ଼ିକ ସୁପ୍ରିମକୋର୍ଟ ଦ୍ୱାରା ଗଠିତ ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ଦ୍ୱାରା କରାଯାଇଥିବା ବିସ୍ତୃତ ତଦନ୍ତ ପରିସର ମଧ୍ୟରେ ଆସିସାରିଛି ଏବଂ ଏହାର ନିର୍ଣ୍ଣାୟକ ବିଚାର କରାଯାଇଛି। ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଏବଂ ଜଷ୍ଟିସ ଏନ.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଯେଉଁ ଅଭିଯୋଗଗୁଡିକର ତଦନ୍ତ ଏସଆଇଟି କରିସାରିଛି ଏବଂ ଯାହା ଉପରେ ପୂର୍ବରୁ କୋର୍ଟଙ୍କ ରାୟ ଆସିସାରିଛି, ସେଗୁଡିକୁ ପୁଣିଥରେ ଖୋଲାଯାଇପାରିବ ନାହିଁ। କୋର୍ଟ ବନତାରା ବିରୁଦ୍ଧରେ ତଦନ୍ତ, ଜବତ କିମ୍ବା ମାମଲା ରୁଜୁ କରିବା ଭଳି ପଦକ୍ଷେପ ପାଇଁ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କୋର୍ଟ ତାଙ୍କ ଆଦେଶରେ ଉଲ୍ଲେଖ କରିଛନ୍ତି ଯେ ୟୁଏଇ, ଭେନେଜୁଏଲା,…
ଭୁବନେଶ୍ୱର: ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ଜାରି ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପିଲ୍ଲାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ଶ୍ରୀ ପିଲ୍ଲା ପୂର୍ବରୁ ଭୁବନେଶ୍ୱରରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ ଏବଂ ପରେ ଜଗତସିଂହପୁରରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରେ ଯୋଗଦେଇଥିଲେ। ଭୁବନେଶ୍ୱରରେ ଅତିରିକ୍ତ ତହସିଲଦାର ଥିବାବେଳେ ତାଙ୍କର ଅନେକ ନିଷ୍ପତ୍ତିରେ ଅନିୟମିତତାର ତଥ୍ୟ ଆସିଥିଲା। ଶ୍ରୀ ପିଲ୍ଲାଙ୍କର ଜମିଜମା ସମ୍ପର୍କିତ ଅନେକ ନିଷ୍ପତ୍ତି ସମ୍ବନ୍ଧରେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ତଦନ୍ତ କରାଯାଇଛି ଏବଂ ଏହି ତଦନ୍ତରୁ ବିଭିନ୍ନ ଅନିୟମିତତା ସ୍ପଷ୍ଟ ଭାବେ ପ୍ରକାଶ ପାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ପୃକ୍ତ ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ପିଲ୍ଲାଙ୍କୁ ସରକାରୀ ସେବାରୁ ବରଖାସ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ, ଦୁର୍ନୀତି ବିରୁଦ୍ଧରେ ଶୂନ୍ୟସହନଶୀଳତା ନୀତି ଅବଲମ୍ବନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଆସିଛନ୍ତି। କୌଣସି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଛଡା ଯିବନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅନେକ…
CII MSME Connect: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓଡିଶା ପକ୍ଷରୁ ଭୁବନେଶ୍ୱରରେ ସଫଳତାର ସହ ସିଆଇଆଇ ଏମଏସଏମଇ କନେକ୍ଟ ସିରିଜ ୨୦୨୬: ଏକ୍ସପାଣ୍ଡିଙ୍ଗ ବିଜନେସ୍ ହରାଇଜନ’ର ଆୟୋଜନ କରାଯାଇଛି, ଯାହା ଶିଳ୍ପ ସହଭାଗିତାକୁ ସୁଦୃଢ କରିବା ଏବଂ ଓଡିଶାର ଏମଏସଏମଇ କ୍ଷେତ୍ର ପାଇଁ ନୂତନ ବ୍ୟବସାୟ ସୁଯୋଗ ସୃଷ୍ଟି କରିବା ପାଇଁ ବରିଷ୍ଠ ସରକାରୀ ଅଧିକାରୀ, ଶିଳ୍ପର ବିଶିଷ୍ଟ ବ୍ୟକ୍ତି ଓ ଏମଏସଏମଇଗୁଡିକୁ ଏକତ୍ରିତ କରିଛି । ଏହି ସମ୍ମିଳନୀରେ ଓଡିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚରଣ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମିଳନୀରେ ଉପସ୍ଥିତ ବ୍ୟକ୍ତିଙ୍କୁ ସମ୍ବୋଧିତ କରି ଶ୍ରୀ ସମ୍ପଦ ଚରଣ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ ଯେ, ୨୦୩୬ ଓ ୨୦୪୭ ସୁଦ୍ଧା ସମୃଦ୍ଧ ଓଡିଶା ଓ ବିକଶିତ ଭାରତର ଲକ୍ଷ୍ୟକୁ ହାସଲ କରିବା ପାଇଁ ବୃହତ ଶିଳ୍ପ ସହ ଏମ୍ଏସଏମଇଗୁଡିକୁ ମଧ୍ୟ…
New Museum: ଭୁବନେଶ୍ବରରେ ନିର୍ମାଣ ହେବ ଏକ ବଡ ସଂଗ୍ରହାଳୟ। ଏଥିପାଇଁ ୮୦୦ କୋଟି ଟଙ୍କା ବ୍ୟୟ କରାଯିବ। ବର୍ତ୍ତମାନ ଥିବା ରାଜ୍ୟ ସଂଗ୍ରହାଳୟ ପଛ ପଟେ ଏହା କରାଯିବ ବୋଲି ସ୍ଥିର ହୋଇଛି। ଯାହା ଜଣାପଡୁଛି ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହେବ। ସେଥିପାଇଁ ରାଜ୍ୟ ସଂସ୍କୃତି ବିଭାଗ ପଦକ୍ଷେପ ନେବା ଆରମ୍ଭ କରିଦେଇଛି। ଏହି ସଂଗ୍ରହାଳୟର ରୂପରେଖ କିପରି ହେବ ସେ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ନେତୃତ୍ବରେ ଏକ ଉଚ୍ଚ ସ୍ତରୀୟ ଟିମ ବିହାର ଗସ୍ତ କରି ବିହାର ସଂଗ୍ରହାଳୟ ବୁଲି ଦେଖିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀ ବିହାରର ପାଟନାଠାରେ ଥିବା ବାପୁ ଟାୱାର ଏବଂ ବିହାର ସଂଗ୍ରହାଳୟ ପରିଦର୍ଶନ କରିବା ସହିତ ସେଠାକାର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ସେହି ଅନୁସାରେ ସେମାନେ ଏକ ପ୍ରାରମ୍ଭିକ ରୂପରେଖ ପ୍ରସ୍ତୁତ କରିଛନ୍ତି। ଏହି ନୂଆ ବଡ ସଂଗ୍ରହଳାୟରେ ଓଡିଶା…
ଭୁବନେଶ୍ବର: ଦିନକୁ ଦିନ ବିଜୁ ଜନତା ଦଳ କଡା ଆଭିମୁଖ୍ୟ ନେବାରେ ଲାଗିଛି। ବିଭିନ୍ନ ସମୟରେ ଦଳର ନେତାମାନଙ୍କୁ ବହିସ୍କାର କିମ୍ବା ନିଲମ୍ବନ କରିବାରେ ଲାଗିଛି। ଏପରି କ୍ଷେତ୍ରରେ ଦଳ ଜଣେ ବ୍ଲକ ଅଧ୍ୟକ୍ଷଙ୍କୁ ନିଲମ୍ବନ କରିଛି। ସେ ହେଉଛନ୍ତି ସମ୍ବଲପୁର ଜିଲ୍ଲା ରେଙ୍ଗାଳି ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ। ଏ ନେଇ ଦଳତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ ରେଙ୍ଗାଳି ବ୍ଲକ ଅଧ୍ୟକ୍ଷ ସତ୍ୟ ନାରାୟଣ ଅଗ୍ରୱାଲଙ୍କୁ ଦଳରୁ ନିଲମ୍ବନ କରାଗଲା। ବିଜେଡିର ସାଧାରଣ ସଂପାଦକ ବିଜୟ ନାୟକଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତ ପ୍ରକାଶ କରାଯାଇଛି। ଏହାକୁ ଶିଘ୍ର କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଉଲ୍ଲେଖ କରାଯାଇଛି।
Kalahandi Septic Tank Tragedy: ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଗୌଡ଼ କର୍ଲାଖୁଣ୍ଟା ଗାଁରେ ଏକ ସେପ୍ଟିକ୍ ଟ୍ୟାଙ୍କ ଭିତରେ ଶ୍ବାସରୁଦ୍ଧ ହୋଇ ଛଅ ଜଣ ମୃତ୍ୟୁ ଘଟଣାକୁ ସ୍ବତଃସ୍ପୃତ ଭାବେ ମାମଲକୁ ଗ୍ରହଣ କରିଛି ଜାତୀୟ ମାନବାଧିକାର କମିଶନ। ଏ ନେଇ କମିଶନଙ୍କ ତରଫରୁ ଓଡିଶାର ମୁଖ୍ୟ ଶାସନ ସଚିବ ଏବଂ କଳାହାଣ୍ଡି ପୋଲିସ ଅଧିକ୍ଷକଙ୍କୁ ନୋଟିସ ଜାରୀ କରାଯାଇଛି। ଦୁଇ ସପ୍ତାହ ମଧ୍ୟରେ ଏ ସଂପର୍କରେ ବିସ୍ତୁତ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଷାକ୍ତ ଗ୍ୟାସ୍ ନିଶ୍ୱାସ ନେବାରୁ ଛଅ ଜଣଙ୍କର ମୃତ୍ୟୁ ଏବଂ ଅନ୍ୟ ଜଣେ ଆହତ ହୋଇଥିବା ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇଛି। ଏହାକୁ ସ୍ୱତଃସ୍ପୃତ ବିଚାର କରିଛି ଜାତୀୟ ମାନବାଧିକାର କମିଶନ (NHRC)। ରିପୋର୍ଟ ଅନୁଯାୟୀ, ୨୬ ମଇ ୨୦୨୬ରେ, ଘର ମାଲିକ ଏବଂ ତାଙ୍କ ପୁଅ ସହିତ ଶ୍ରମିକମାନେ ୧୦ ଫୁଟ ଗଭୀର ଟାଙ୍କି ଭିତରେ ଶ୍ୱାସରୁଦ୍ଧ ହୋଇ ଜଣେ ରାଜମିସ୍ତ୍ରୀଙ୍କୁ…
ବାଣପୁର: ଆଜି ବାଣପୁର ବ୍ଲକ ସ୍ଥିତ ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ମାଣେତ୍ରୀ ଗ୍ରାମରେ ଘଟିଥିବା ଅଗ୍ନିକାଣ୍ଡ କ୍ଷତିଗସ୍ତ ପରିବାରଙ୍କୁ ସାକ୍ଷାତ କରିଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ତାଙ୍କର ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ସରକାରୀ ଯୋଜନା ମାଧ୍ୟମରେ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ଯଥାଶୀଘ୍ର ପହଞ୍ଚାଇବା ପାଇଁ ବାଣପୁର ତହସିଲଦାର ଏବଂ ଅନ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଗତ ୨୭ ତାରିଖ ସକାଳ ୯ଟାରେ ବାଣପୁର ବ୍ଲକ ଅନ୍ତର୍ଗତ ନନ୍ଦପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ମାଣିତ୍ରି ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ସାତଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି। ଚୁଲି ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ପୀଡିତ ପରିବାର ତରଫରୁ କୁହାଯାଇଥିବା ବେଳେ ସୂଚନା ପାଇ ବାଣପୁର ଅଗ୍ନିଶମ ବିଭାଗ ଏବଂ ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିବା ବେଳେ ନିଆଁର ଆଁ ଭିତରେ ଘରର ସବୁ ଆଶାବାବ ପତ୍ର ସହ ଟଙ୍କା ପଇସା ଧ୍ବଂସ ହୋଇଯାଇଥିଲା। ପୀଡିତ…
ଭୁବନେଶ୍ବର: ଆଜି ଗଞ୍ଜାମ ଜିଲ୍ଲା ଗୋପାଳପୁର ସ୍ଥିତ ହୋଟେଲ ପ୍ରମୋଦ ଠାରେ ଭାରତୀୟ ଜନତା ପାର୍ଟି, ଗଞ୍ଜାମ ଜିଲ୍ଲା ପକ୍ଷରୁ ‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ–୨୦୨୬’ ଅନ୍ତର୍ଗତ ଜିଲ୍ଲା ପ୍ରଶିକ୍ଷଣ ବର୍ଗ ଉଦଘାଟିତ ହୋଇଯାଇଛି। ଏଥିରେ ପୂର୍ତ୍ତ, ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ ପ୍ରଶିକ୍ଷଣକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଦଳର ନୀତି, ଆଦର୍ଶ, ବିଚାରଧାରା ଓ ଐତିହାସିକ ଯାତ୍ରା ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରାଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଦିଗରେ କାର୍ଯ୍ୟକର୍ତ୍ତାମାନଙ୍କ ଭୂମିକା ଉପରେ ମନ୍ତ୍ରୀ ଆଲୋଚନା କରିଥିଲେ। ପ୍ରଶିକ୍ଷଣ ବର୍ଗ ହେଉଛି ସଂଗଠନର ଶୃଙ୍ଖଳା, ସେବା ମନୋଭାବ ଏବଂ ରାଷ୍ଟ୍ର ନିର୍ମାଣର ସଂକଳ୍ପକୁ ଆହୁରି ସୁଦୃଢ଼ କରିବାର ଏକ ପ୍ରେରଣାଦାୟକ ମଞ୍ଚ। ଏହା କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ନୂତନ ଉର୍ଜା, ସଂଗଠନ ପ୍ରତି ଆସ୍ଥା ଓ ଜନସେବା ପ୍ରତି ସମର୍ପଣ ଭାବନାକୁ ଆହୁରି…

