Author: Samikhsya Bureau

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଏକାଥରେ 67 ବିଇଓ ବା ଓଇଏସଙ୍କୁ ବଦଳି କରିଛନ୍ତି। ଏହା ସ୍କୁଲ ବିଭାଗର ଏକ ବଡ ଧରଣର ବଦଳି ବୋଲି କୁହାଯାଉଛି। ଜାଣନ୍ତୁ କିଏ କେଉଁଠାକୁ ଗଲେ। ଆଜି ଏହି ବଦଳି ନୋଟିସ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ପ୍ରକାଶ ପାଇଛି। ଏହି ବଦଳି ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Read More

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତିଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ଦେବାଶିଷ ସାମନ୍ତରାୟ। ଆଜି ସକାଳେ ଦେବାଶିଷ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ଏହାପରେ ସେ ଉପରାଷ୍ଟ୍ରପତିଙ୍କୁ ଭେଟି ତାଙ୍କର ରାଜ୍ୟସଭାରୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହାପରେ ସେ ଗଣମାଧ୍ୟମକୁ ତାଙ୍କର ଇସ୍ତଫା ଦେବାର କାରଣ ସହିତ ଆଗାମୀ ଦିନରେ କଣ କରିବେ ସେ ନେଇ ସୂଚନା ପ୍ରଦାନ କରିଛନ୍ତି। ସେ ଗଣମାଧ୍ୟମ ଆଗରେ ପୁଣି ଥରେ ଭି କେ ପାଣ୍ଡିଆନଙ୍କୁ ଗାଳି କରିଛନ୍ତି। ସେ କହିଛନ୍ତି ଯେ, ପାଣ୍ଡିଆନ ବିଜେଡିରୁ ଇସ୍ତଫା ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଦଳକୁ ଚଳାଉଛନ୍ତି। ମୁଁ ନବୀନ ବାବୁଙ୍କୁ ଦେଖା କରିବାକୁ ଚାହୁଥିଲେ ମଧ୍ୟ ସେମାନେ କେହି ଦେଖା କରାଇଦେଲେ ନାହିଁ। ଏହାପରେ ମୋତେ ଦଳ ଭିତରେ ଅଣଦେଖା କରାଯାଇ ଆସୁଥିଲା। ମୁଁ ଭାବିଲି ଦଳ ମୋର କୌଣସି ସେବା ଚାହୁଁ ନାହିଁ। ସେଥିପାଇଁ…

Read More

ଭୁବନେଶ୍ବର: ଆଜି ସକାଳେ ସମୀକ୍ଷା ଡଟ କମ ରେ ଯେଉଁ ରିପୋର୍ଟ ପ୍ରକାଶ ପାଇଥିଲା ତାହା ଏବେ ସତ ହେଲା। ଶେଷରେ ବିଜେଡିର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ। ସକାଳେ ପ୍ରକାଶ କରାଯାଇଥିଲା ଯେ, ସାଂସଦ ଦେବାଶିଷ ସାମନ୍ତରାୟ ବିଜେଡିରୁ ଇସ୍ତଫା ଦେବେ। ଏହାପରେ ସେ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବେ। ପରେ ସେ ବିଜେପିରେ ସାମିଲ ହୋଇ ରାଜ୍ୟସଭାକୁ ପୁଣି ନିର୍ବାଚିତ ହୋଇ ଯିବେ। ବର୍ତ୍ତମାନ ସେ ତାଙ୍କର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ସେ ସେଥିରେ ଉଲ୍ଲେଖ କରିଛନ୍ତି ଯେ, ଆପଣ ମୋତେ ରାଜ୍ୟସଭାକୁ ମନୋନିତ କରିଥିବାରୁ ମୁଁ ଋଣି। ଏହାଦ୍ବାରା ମୁଁ ଅବିଭକ୍ତ କଟକ ଜିଲ୍ଲାର ଲୋକଙ୍କର ସେବା କରିପାରିଛି। ଜାତୀୟ ସ୍ତରରେ ଓଡିଶାର ଦାବୀକୁ ଉପସ୍ଥାପିତ କରିପାରିଛି। ହେଲେ କିଛି ମାସ ଧରି ମୋତେ ଦଳରୁ ଅଲଗା କରି ରଖାଯାଇଛି। ମୋର ଦଳର କିଛି…

Read More

ଭୁବନେଶ୍ବର: ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ନେଇ ପୁଣି ରାଜନୀତି ସରଗରମ ହୋଇ ଉଠିଛି। ପୂର୍ବରୁ ସେ ପାଣ୍ଡିଆନଙ୍କ ବିରୋଧରେ ବିଷଉଦଗାର କରି ସେ ଚର୍ଚ୍ଚାରେ ଥିଲେ। ସେହିପରି ରାଜ୍ୟସଭାରେ ଭୋଟିଂ ବେଳେ ଅନୁପସ୍ଥିତ ରହିବା ନେଇ ମଧ୍ୟ ଚର୍ଚ୍ଚାରେ ଥିଲେ। ତେବେ କିଛିଦିନ ବ୍ୟବଧାନ ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ। ସେ କୁଆଡେ ସାଂସଦ ଏବଂ ବିଜେଡିରୁ ଇସ୍ତଫା ଦେଇ ବିଜେପିରୁ ପୁଣି ସାଂସଦ ହେବେ ବୋଲି ଚର୍ଚ୍ଚା ଚାଲିଛି। ଚର୍ଚ୍ଚା ଅନୁସାରେ ଦେବାଶିଷ ବିଜେପିର ଶୀର୍ଷ ନେତୃତ୍ବ ସହିତ କୁଆଡେ ଆଲୋଚନା କରିସାରିଛନ୍ତି। ସେହି ଅନୁସାରେ ଦେବାଶିଷ ଖୁବ ଶିଘ୍ର ସାଂସଦ ପଦରୁ ଇସ୍ତଫା ଦେବା ସହିତ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେବେ। ଏହାପରେ ସେ ବିଜେପିରେ ଯୋଗ ଦେବେ। ରାଜ୍ୟସଭା ନିର୍ବାଚନ ଆସିବା ପରେ ସେ ପୁଣି ବିଜେପିରୁ ପ୍ରାର୍ଥୀ ହୋଇ ଜିତିବେ। ତେବେ ଏ ନେଇ ଦେବାଶିଷଙ୍କ…

Read More

ଭୁବନେଶ୍ବର: ବହୁ ବର୍ଷ ପରେ ଆଜି ହଠାତ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଅର୍ଥାତ 2023 ମସିହାଠାରୁ ସେ ବାଣପୁରରେ ଗିରଫ ହେବା ପରେ ନବୀନଙ୍କ ସହିତ ତାଙ୍କର ସାକ୍ଷାତ ହୋଇପାରି ନ ଥିଲା। ଏହା ପରେ ବିଜେଡିରୁ ବହିସ୍କୃତ ହେବା ଏବଂ ପରବର୍ତ୍ତି ସମୟରେ ବିଜେପିରେ ସାମିଲ ହୋଇ ଖୋର୍ଦ୍ଧାରୁ ବିଧାୟକ ହୋଇଥିଲେ ମଧ୍ୟ ଦେଖା ହୋଇ ନ ଥିଲା। ଏପରିକି ବିଧାୟନ ସଭାରେ ମଧ୍ୟ ଭଲ ଭାବେ ସାକ୍ଷାତ ହୋଇପାରି ନ ଥିଲେ। ହେଲେ ଆଜି ଭୁବନେଶ୍ବରରେ ଆୟୋଜିତ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଜୟନ୍ତିରେ ନବୀନଙ୍କ ସହିତ ସାକ୍ଷାତ ହେଲା। ଯେତେ ଯାହା ହେଲେ ସେ ବିଜେଡି ବ୍ରାଣ୍ଡ। ନବୀନଙ୍କ ଗାଡି ଦେଖି ସେ ପାଖକୁ ଧାଇଁ ଆସିଲେ। ଗାଡି ଡୋର ଖୋଲିବା ମାତ୍ରେ ପ୍ରଶାନ୍ତ ନମସ୍କାର ମାରି ତାଙ୍କ ପାଦ ଛୁଇଁ ଆର୍ଶିବାଦ ନେଲେ। ଯାହା ଉପସ୍ଥିତ ଦର୍ଶକଙ୍କୁ…

Read More

ଭୁବନେଶ୍ୱର: ଭାରତର ଅଗ୍ରଣୀ ଓ ବିଶ୍ୱସନୀୟ ହେୟାର୍ ରିଷ୍ଟୋରେସନ୍ ଏବଂ ହେୟାର୍ ଟ୍ରାନ୍ସପ୍ଲାଂଟ ସଂସ୍ଥାମାନଙ୍କ ମଧ୍ୟରେ ଅଗ୍ରଣୀ, ଇୟୁଜେନିକ୍ସ ହେୟାର ସାଇନ୍ସେସ,  ଭୁବନେଶ୍ୱରରେ ଏହାର ଆଧୁନିକ ଓ ବିଶ୍ୱସ୍ତରୀୟ କ୍ଲିନିକ୍‌ର ଶୁଭାରମ୍ଭ କରିଛି। ଏହା ଓଡ଼ିଶାରେ ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ ସେବା ପହଂଚାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଭୁବନେଶ୍ୱରର ନୟାପଲ୍ଲୀସ୍ଥିତ ଆଇଆରସି ଭିଲେଜ୍‌ର ଭିଆଇପି କଲୋନୀ, ପ୍ଲଟ୍ ନମ୍ବର ୩୯-ସିରେ ଅବସ୍ଥିତ ଏହି ପ୍ରିମିୟମ୍ ତିନିମହଲା ବିଶିଷ୍ଟ କ୍ଲିନିକ୍‌କୁ ଆନ୍ତର୍ଜାତୀୟ ମାନଦଣ୍ଡର ଚିକିତ୍ସା ସେବା, ପ୍ରଯୁକ୍ତି, ଭିତିଭୂମି ଓ ରୋଗୀ ଅନୁଭବ ସହିତ ଉନ୍ନତ ହେୟାର୍ ରିଷ୍ଟୋରେସନ୍ ଚିକିତ୍ସା ପ୍ରଦାନ ପାଇଁ ଡିଜାଇନ୍ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଭିନେତା, ସୁରେନ୍ଦ୍ର ପାଲ୍‌, ଲୋକପ୍ରିୟ ଗାୟକ ମିକା ସିଂହ, ଦିଲିପ୍ ତିର୍କୀ, ପ୍ରେମାନନ୍ଦ ଏବଂ ସୁଦର୍ଶନ ପଟନାୟକଙ୍କ ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଉପସ୍ଥିତ ଥିଲେ। ୨୦୦୮ ମସିହାରେ ପ୍ରସିଦ୍ଧ ହେୟାର୍ ଟ୍ରାନ୍ସପ୍ଲାଂଟ ବିଶେଷଜ୍ଞ, ଡ଼ଃ ପ୍ରଦୀପ ସେଠୀ ଏବଂ…

Read More

ଭୁବନେଶ୍ୱର: ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ସିଜିମାଳି ବିସ୍ଥାପିତ ଓ ପ୍ରଭାବିତ ମାନଙ୍କୁ ନ୍ୟାୟ ଦେବା ପାଇଁ ଏକ ପଦଯାତ୍ରା ରାୟଗଡା ଜିଲ୍ଲାର କାଶିପୁର କଣ୍ଟାମାଳ ଗ୍ରାମରୁ ଦିନ ୧୧ ବେଳେ ଆରମ୍ଭ ହୋଇଥିଲା। ଏହି ପଦଯାତ୍ରାରେ ଅଖିଳ ଭାରତ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଶ୍ରୀ ଉଦୟଭାନୁ ଚିବ୍ ଯୋଗ ଦେଇଥିଲେ। ସେ ବିସ୍ଥାପିତମାନଙ୍କ ସହିତ ଆଲୋଚନା କରିଥିଲେ। ମାତ୍ର ମୋହନ ସରକାରର ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ଏହି ପଦଯାତ୍ରାକୁ ଆଗକୁ ଯିବାକୁ ଦେଲା ନାହିଁ । ପଦଯାତ୍ରା ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଜିଦି ଧରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧମକ ଦେଇଥିଲା। ଏହି ଅବସରରେ ଅଖିଳ ଭାରତ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି କହିଛନ୍ତି ଯେ ଆଦିବାସୀମାନଙ୍କର ଜମି, ଜଳ ଓ ଜଙ୍ଗଲ ସୁରକ୍ଷା ପାଇଁ ଯୁବ କଂଗ୍ରେସ ଲଢ଼େଇ କରୁଥିଲା। ପରିବେଶ ସୁରକ୍ଷା ଠାରୁ ଆରମ୍ଭ କରି…

Read More

ଭୁବନେଶ୍ବର: ରଥଯାତ୍ରା ନେଇ ଭୁବନେଶ୍ବରର ଓଡ଼ିଶା ଅତିଥି ଭବନ ଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ। ଏଥିରେ ଅଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅଧ୍ୟକ୍ଷତା କରି ଚଳିତ ବର୍ଷ ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରା, ଆଡ଼ପ ମଣ୍ଡପ ବିଜେ, ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ଏବଂ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ଉତ୍ସବର ଶୃଙ୍ଖଳିତ ଆୟୋଜନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚ଼ନା କରାଯାଇଛି। ଚଳିତ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ନେଇ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୁରୀ ଜିଲ୍ଲା ପୋଲିସ, ଦଇତାପତି ନିଯୋଗ ଏବଂ ଅନ୍ୟ ସଂପୃକ୍ତ ସଂସ୍ଥାର ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯାଇଥିଲା। ଏଥିରେ ଶୃଙ୍ଖଳିତ ନୀତିକାନ୍ତି ସହ ନିର୍ଦ୍ଧାରିତ ସମୟରେ ପହଣ୍ଡି, ରଥଟଣା, ଆଡ଼ପ ମଣ୍ଡପ ବିଜେ, ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ବ୍ୟବସ୍ଥା, ଭକ୍ତଙ୍କ ସୁବିଧା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା, ନୀତିନିର୍ଘଣ୍ଟ ନେଇ ଆଗୁଆ ସୂଚନା, ଭିଡ଼ ନିୟନ୍ତ୍ରଣ, ଆବଶ୍ୟକୀୟ ସ୍ୱତନ୍ତ୍ର ବାରିକେଡ଼ିଂ ବ୍ୟବସ୍ଥା, ସେବାୟତ, ନିଯୋଗ…

Read More

CII Odisha Chapter: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ସିଆଇଆଇ, ଓଡ଼ିଶା ଚାପ୍ଟର ର ଅଧ୍ୟକ୍ଷ ଶ୍ରୀ ଅନୀଲ ସିଂ ଏବଂ ଉପାଧ୍ୟକ୍ଷ ଶ୍ରୀ ମଣିକାନ୍ତ ନାୟକ ସୌଜନ୍ୟମୂଳକ ସାକ୍ଷାତ କରି ଓଡ଼ିଶାରେ ଆଗାମୀ ସିଆଇଆଇ ପୂର୍ବାଞ୍ଚଳ ପରିଷଦର ସମ୍ମିଳନୀ ଆୟୋଜନ ସଂପର୍କରେ ଆଲୋଚନା କରିଛନ୍ତି । ସିଆଇଆଇ ପୂର୍ବାଞ୍ଚଳ ସମ୍ମିଳନୀରେ ଓଡିଶା ସହିତ ବିହାର, ପଶ୍ଚିମବଙ୍ଗ, ଛତିଶଗଡ ଓ ଝାଡଖଣ୍ଡର ପ୍ରତିନିଧିମାନେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନାରେ ଏହିସବୁ ରାଜ୍ୟଗୁଡିକର ସମନ୍ୱିତ ଭୂମିକା, ଓଡିଶାର ଅଭିବୃଦ୍ଧି ଓ ଭବିଷ୍ୟତର ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କର ଦୃଷ୍ଟିକୋଣ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।

Read More

ଜାତୀୟ ଆୟୁର୍ବେଦ କଂଗ୍ରେସ: ଓଡ଼ିଶା ପ୍ରାଦେଶିକ ଆୟୁର୍ବେଦ ସମିଳନୀ ପକ୍ଷ ରୁ ଆସନ୍ତା ରବିବାର ୨୪ତାରିଖରେ ଭୁବନେଶ୍ୱର ଭରତପୁର ସ୍ଥିତ କେନ୍ଦ୍ର ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ ରେ ପାଳିତ ହେବାକୁ ଯାଉଛି ଜାତୀୟ ଆୟୁର୍ବେଦ କଂଗ୍ରେସ ର୧୨୦ ତମ ପ୍ରତିଷ୍ଠା ଦିବସ। ଭାରତର ପ୍ରାଚୀନ ଚିକିତ୍ସା ପଦ୍ଧତି ଆୟୁର୍ବେଦର ସୁରକ୍ଷା, ପ୍ରଚାର ଓ ଉନ୍ନତି ପାଇଁ ଗଠିତ ଏକ ପ୍ରମୁଖ ସଂଗଠନ,ଏହାର ସ୍ଥାପନା ୨୪ ମେ ୧୯୦୭ ମସିହାରେ ମହାରାଷ୍ଟ୍ରର ନାସିକରେ ହୋଇଥିଲା । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଗଠନ ଆୟୁର୍ବେଦର ପୁନରୁତ୍ଥାନ ଓ ଆଧୁନିକ ଯୁଗରେ ଏହାର ପ୍ରସାର ପାଇଁ ଅନେକ ଗୁରୁତ୍ୱପୂର୍ଣ କାର୍ଯ୍ୟ କରିଆସୁଛି । ଆଜିର ଅସୁସ୍ଥ ଜୀବନଶୈଳୀ, ମାନସିକ ଚାପ ଓ ଦୀର୍ଘକାଳୀନ ରୋଗ ବୃଦ୍ଧି ମଧ୍ୟରେ ଆୟୁର୍ବେଦ ନୂତନ ଆଶା ସୃଷ୍ଟି କରୁଛି । ଯୋଗ, ପଞ୍ଚକର୍ମ, ଔଷଧୀୟ ଉଦ୍ଭିଦ ଓ ସ୍ୱାସ୍ଥ୍ୟକର ଜୀବନ ପଦ୍ଧତିକୁ ବିଶ୍ୱସ୍ତରରେ ପରିଚିତ କରିବାରେ ଏବଂ…

Read More

ଭୁବନେଶ୍ବର: ନବୀନ ନିବାସରୁ ଧରା ହୋଇଛନ୍ତି ଗୋଟିଏ ବିଲୁଆ ଓ ଶାଳିଆପତନି। ଗତକାଲି ଜଙ୍ଗଲ ବିଭାଗର କର୍ମଚାରୀମାନେ ନବୀନ ନିବାସ ଭିତରେ ଜାଲ ପକାଇ ଏହି ଦୁଇ ଜନ୍ତୁଙ୍କୁ ଧରିଛନ୍ତି। ଗତ କିଛି ଦିନ ଧରି ନବୀନ ନିବାସ ଜଙ୍ଗଲ ଭିତରେ ଏମାନେ ଚଳପ୍ରଚଳ କରୁଥିଲେ। ରାତିରେ ସେମାନେ ବହୁ ଅସୁବିଧା ସୃଷ୍ଟି କରୁଥିଲେ। ଫଳରେ ନବୀନ ନିବାସ କର୍ତ୍ତୁପକ୍ଷ ଜଙ୍ଗଲ ବିଭାଗ ଓ ନନ୍ଦନକାନନକୁ ଖବର ଦେଇଥିଲେ। ନନ୍ଦନ କାନନର ଏକ ସ୍ବତନ୍ତ୍ର ଟିମ ନବୀନ ନିବାସ ଆସି ଏହି ଦୁଇ ଜନ୍ତୁଙ୍କୁ ଜାଲ ପକାଇ ଧରିଥିଲେ। ପରେ ସେମାନେ ଏମାନଙ୍କୁ ଚନ୍ଦକା ଜଙ୍ଗଲରେ ଛାଡି ଥିବାର ଜଣାପଡିଛି। ସିଟି ଫରେଷ୍ଟ ଡିଭିଜନ କହିଛି ଯେ, ଏୟାରପୋର୍ଟ ଏରିଆରେ ବିଲୁଆ ଓ ଶାଳିଆପତନି ପରିଲକ୍ଷିତ ହେବା ସାଧାରଣ ଘଟଣା। ସେମାନେ ଜଙ୍ଗଲ ଭତରୁ ସହରକୁ ଆସି ପୁଣି ଫେରି ଯାଆନ୍ତି। ବେଳେ ବେଳେ କେତକ ଜନ୍ତୁ ବାଟହୁଡି ଜନବସତି ଆଡକୁ…

Read More

SEBI Office in Bhubaneswar: ଖୁବ ଶିଘ୍ର ଓଡିଶାର ସେବି ବା ଷ୍ଟକ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ର ଏକ ଶାଖା ଖୋଲିବ। ଏହା ଭୁବନେଶ୍ବରରେ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଛନ୍ତି ସେବି ର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ। ସୋମବାରରେ ଭୁବନେଶ୍ବରରେ ଆୟୋଜିତ ଆସୋସିଏସନ ଅଫ ମ୍ୟୁଚୁୟାଲ ଫଣ୍ଡ ଅଫ ଇଣ୍ଡିଆର ଏକ ସଭାରେ ସେ ଏହି ଘୋଷଣା କରିଛନ୍ତି। ସେବି ର ଯାହା କାର୍ଯ୍ୟ କୋଲକାତା ଓ ମୁମ୍ବାଇରେ କରିବାକୁ ପଡୁଥିଲା ତାହା ଭୁବନେଶ୍ବରରେ ହେବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ମ୍ୟୁଚୁୟାଲ ଫଣ୍ଡର ଗୁରୁତ୍ବ ବଢିବାରେ ଲାଗିଛି। ପୂର୍ବରେ ଏହା ଦଶ ଲକ୍ଷ କୋଟି ଟଙ୍କାର କାରାବାର ଥିଲା। ହେଲେ ବର୍ତ୍ତମାନ ଏହି ବୃଦ୍ଧି ପାଇ 82 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ମ୍ୟୁନିସପାଲିଟି ବଣ୍ଡର ଚାହିଦା ମଧ୍ୟ ବଢିବାରେ ଲାଗିଛି। ବିଭିନ୍ନ ରାଜ୍ୟର ମ୍ୟୁନିସପାଲିଟି…

Read More

+2 Result Date: ଆଉ ଦିନକ ପରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଅର୍ଥାତ ଆସନ୍ତା 20 ତାରିଖରେ ଘୋଷଣା ହେବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏ ନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ବୁଧବାର ଦିନ ଯୁକ୍ତ ଦୁଇର ପରୀକ୍ଷା ଫଳ ପ୍ରକାଶ ପାଇବ। ଏଥିରେ ବିଜ୍ଞାନ,କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଫଳ ପ୍ରକାଶିତ ହେବ। ଯୁକ୍ତ ଦୁଇ ପରୀକ୍ଷା ଗତ ଫେବୃୟାରୀ 18 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏହାପରେ ଖାତା ଦେଖା ହୋଇଥିଲା। ଚଳିତ ବର୍ଷ ଯୁକ୍ତ ଦୁଇରେ ପ୍ରାୟ ଚାରି ଲକ୍ଷ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

Read More

ଭୁବନେଶ୍ବର: ଚଳିତ ବର୍ଷ ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାର ୫ ଟି ପଞ୍ଚାୟତ ମନୋନୀତ ହୋଇଅଛି। ଆସନ୍ତା ଜୁନ୍ ମାସ ୩ ତାରିଖରେ ନୂଆଦିଲ୍ଲୀଠାରେ ଏହି ସବୁ ପୁରସ୍କାର ବିତରଣ କରାଯିବ। ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ଶତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନସ୍ଥ ପୋଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମପଞ୍ଚାୟତ ଭାବରେ ଦେଶରେ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ ୨୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମପଞ୍ଚାୟତ ବର୍ଗରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡୁଆ ଗ୍ରାମପଞ୍ଚାୟତ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଅଛି। ଏହି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଅର୍ଥରାଶି ମିଳିବ। ସୁନ୍ଦରଗଡ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧା ଗ୍ରାମପଞ୍ଚାୟତ ସ୍ୱଚ୍ଛ ଓ ସବୁଜ ଗ୍ରାମପଞ୍ଚାୟତ ବର୍ଗରେ ଦେଶରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଅଛି। ଏହି ପଞ୍ଚାୟତକୁ…

Read More

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମଥର ପାଇଁ ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଶ୍ରୀ ନୀତିନ ନବୀନ। ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ ସାଧାରଣ ଯାତ୍ରୀବାହୀ ବିମାନରେ ଆଜି ରାତି ଦଶଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ସାଂପ୍ରତିକ ବୈଶ୍ୱିକ ତୈଳ ସଂକଟ ଦୃଷ୍ଟିକୋଣରୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ନିରାଡମ୍ବର ଭାବେ ରାଷ୍ଟ୍ରୀୟ ସଭାପତିଙ୍କୁ ସ୍ୱାଗତ କରାଯିବ ବୋଲି ବିଜେପି ତରଫରୁ କୁହାଯାଇଛି। ରାଜ୍ୟ ସଭାପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ସମେତ ଶୀର୍ଷ ନେତୃବୃନ୍ଦ ରାଷ୍ଟ୍ରୀୟ ସଭାପତିଙ୍କୁ ବିମାନବନ୍ଦରରେ ସ୍ୱାଗତ ଜଣାଇବେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ସୁଚନା ଦେଇଛନ୍ତି । ୧୮ ତାରିଖ ସୋମବାର ଦିନ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ‘ରାଜ୍ୟ କୋର୍ କମିଟି’ ବୈଠକରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ ଯୋଗଦେବେ। ଏହାପରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ…

Read More

ଭୁବନେଶ୍ବର: ବର୍ତ୍ତମାନ ବିଶ୍ବ ବଜାରରେ ଲୁହାପଥର, ବକ୍ସାଇଟ୍, କ୍ରୋମାଇଟ୍ ଭଳି କଞ୍ଚାମାଲ୍‌ର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଓଡିଶା ଖଣି ନିଗମ ଏହି ବର୍ଦ୍ଧିତ ଚାହିଦାକୁ ନିରନ୍ତର ଭାବେ ପୂରଣ କରିବା ସହିତ ରାଜ୍ୟର ଶିଳ୍ପାୟନ ଓ ଅର୍ଥନୈତିକ ବିକାଶ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଓଡିଶା ଖଣି ନିଗମର ୭୧ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି। ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୬୦ ଦଶକରେ ମାତ୍ର ୧ କୋଟି ଟଙ୍କାର ଆର୍ଥିକ କାରବାରରୁ ଯାତ୍ରା ଆରମ୍ଭ କରିଥିବା ଓଏମ୍‌ସି ୨୦୨୫-୨୬ ଆର୍ଥିକ ବର୍ଷରେ ୨୫ ହଜାର କୋଟି ଟଙ୍କାର କାରବାର କରିଛି। ଏଥି ସହିତ ୪୫ ନିୟୁତ ଟନ ଖଣିଜ ଉତ୍ତୋଳନ ଜରିଆରେ ସର୍ବକାଳୀନ ରେକର୍ଡ…

Read More

ଭୁବନେଶ୍ୱର: ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅଧୀନରେ ଥିବା ବିଭିନ୍ନ ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପାଦନ ନିମନ୍ତେ ପୂର୍ବତଟ ରେଳପଥ ପକ୍ଷରୁ ରବିବାର, ୧୭ ମେ ୨୦୨୬ ଦିନ କେତେକ ଯାତ୍ରୀବାହୀ ଟ୍ରେନ ସେବାକୁ ଅସ୍ଥାୟୀ ରୂପେ ବାତିଲ କରାଯାଇଛି। ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା, ସୁରକ୍ଷା ବୃଦ୍ଧି କରିବା ଏବଂ ବଢୁଥିବା ଯାତ୍ରୀବାହୀ ଓ ମାଲବାହୀ ଟ୍ରେନ ଚଳାଚଳକୁ ସୁଗମ କରିବା ସହ ଅନ୍ୟାନ୍ୟ କାର୍ଯ୍ୟକାରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଆଧୁନିକୀକରଣ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଉଛି। ନିମ୍ନଲିଖିତ ଟ୍ରେନ ସେବାଗୁଡ଼ିକ ବାତିଲ ରହିବ: * ଟ୍ରେନ ନମ୍ବର 68411/68412 ଭୁବନେଶ୍ୱର–ବ୍ରହ୍ମପୁର–ଭୁବନେଶ୍ୱର ମେମୁ ପାସେଞ୍ଜର। * ଟ୍ରେନ ନମ୍ବର 58405/58406 କଟକ–ପାରାଦୀପ–କଟକ ପାସେଞ୍ଜର। * ଟ୍ରେନ ନମ୍ବର 68435/68436 କଟକ–ପାରାଦୀପ–କଟକ ମେମୁ ପାସେଞ୍ଜର। * ଟ୍ରେନ ନମ୍ବର 68437/68438 କଟକ–ଭଦ୍ରକ–କଟକ ମେମୁ ପାସେଞ୍ଜର। ଯାତ୍ରୀମାନଙ୍କୁ ଉପରୋକ୍ତ ପରିବର୍ତ୍ତନଗୁଡ଼ିକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା…

Read More

ଜିଓଭାରତ ୪ଜି ଫୋନ୍: ରିଲାଏନ୍ସ ଜିଓର ଅତ୍ୟଧିକ ସୁଲଭ ୪ଜି ଫିଚର୍ ଫୋନ୍ ଜିଓଭାରତ ଏହାର ବହୁବିଧ ଅନନ୍ୟ ବୈଶିଷ୍ଟ୍ୟ ଯୋଗୁଁ ସାରା ଓଡ଼ିଶାରେ ଜନସାଧାରଣ ତଥା କ୍ଷୁଦ୍ର ବ୍ୟବସାୟୀଙ୍କ ମଧ୍ୟରେ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରୁଛି। ଚଳିତ କ୍ରିକେଟ୍ ଋତୁରେ କ୍ରିକେଟ୍ ପ୍ରତି ବଢ଼ୁଥିବା କ୍ରେଜ୍ ଏବଂ ସହଜ ଡିଜିଟାଲ୍ ପେମେଣ୍ଟ ଭଳି ଫିଚର୍ ବଳରେ ଜିଓଭାରତ ମାତ୍ର କିଛି ମାସ ମଧ୍ୟରେ ସାରା ଓଡ଼ିଶାରେ ଲୋକପ୍ରିୟ ପସନ୍ଦ ଭାବରେ ଉଭା ହୋଇଛି। ରାଜ୍ୟର ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ପାଇଁ, ଜିଓର ଡିଜିଟାଲ୍ ଇକୋସିଷ୍ଟମ୍ ସମ୍ବଳିତ ଜିଓଭାରତ ଫୋନ ଉପଭୋକ୍ତାଙ୍କ ପାଇଁ ଲାଇଭ୍ କ୍ରିକେଟ୍ ଆକ୍ସନ୍ ଉପଭୋଗ କରିବା, ସଙ୍ଗୀତ ଷ୍ଟ୍ରିମ୍ କରିବା ଏବଂ ଶହ ଶହ ଲାଇଭ୍ ଟିଭି ଚ୍ୟାନେଲ୍ ଦେଖିପାରିବା ସମ୍ଭବ କରିଥାଏ, ଯାହା ଏହାକୁ ପରିବାର, ଯୁବପିଢ଼ି ଏବଂ ଦୋକାନୀମାନଙ୍କ ପାଇଁ ଏକ ଆକର୍ଷଣୀୟ ବିକଳ୍ପ କରିଛି। ଜିଓଭାରତ ଫୋନରେ ମାସିକ ରିଚାର୍ଜ ପ୍ଲାନ…

Read More

New Odia Film Policy: ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପୁନରୁଦ୍ଧାର ଏବଂ ଏହାର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ସଂସ୍କୃତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତି ତଥା କଳାକାରମାନଙ୍କ ସହ ଓଡ଼ିଆ ସିନେମାର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ଓଡ଼ିଆ ଚଳଚ୍ଚିତ୍ରକୁ ଜାତିର ଅସ୍ମିତାର ପରିଚୟ ଭାବେ ବର୍ଣ୍ଣନା କରି ଖୁବ୍‌ ଶୀଘ୍ର ନୂତନ ‘ଚଳଚ୍ଚିତ୍ର ନୀତି’ର ପ୍ରଣୟନ ହେବ ବୋଲି ଘୋଷଣା କରିଛନ୍ତି। ସିନେମାର ପ୍ରକୃତ ସଂଜ୍ଞା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସିନେମା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ହେଉଛି ଗୋଟିଏ ଜାତିର ସ୍ମୃତି, ସଂସ୍କୃତି, ଭାବନା ଓ ଆତ୍ମାର ଏକ ପ୍ରକୃତ ପ୍ରତିଛବି। ଯେଉଁ…

Read More

ନିଟ୍ ପରୀକ୍ଷା ପେପର ଲିକ୍ ପ୍ରସଙ୍ଗକୁ ନେଇ ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନିର୍ଦ୍ଦେଶରେ ଯୁବ କଂଗ୍ରେସ ପକ୍ଷରୁ ଏକ ବିକ୍ଷୋଭ ରାଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଦେଶର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳରେ ଦେଶର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ମୋଦୀଙ୍କର ଶାସନର ୧୦ ବର୍ଷରେ ୮୯ଥର ପେପେର ଲିକ୍ ଘଟଣା ଘଟିଛି ଏବଂ ୪୮ ଥର ରିଟେଷ୍ଟ ହୋଇଛି । ଗତ ମେ ମାସ ୩ ତାରିଖ ୨୦୨୬ରେ ଯେଉଁ ନିଟ୍ ୟୁଜି ପରୀକ୍ଷା ହୋଇଥିଲା ତାହାକୁ ଏନ୍‌.ଟି.ଏ. ଅଶିଦ୍ଧ ଘୋଷଣା କରିଛନ୍ତି । ବିରୋଧିଦଳର…

Read More

Puri Rourkela Train Cancelled: ପୂର୍ବତଟ ରେଳପଥ ପକ୍ଷରୁ ମଇ ୨୦୨୬ ମଧ୍ୟରେ ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ। ଏହାର ପରିଣାମ ସ୍ୱରୂପ, ନମ୍ନଲିଖିତ ଟ୍ରେନ୍ ସେବାଗୁଡ଼ିକ ସାମୟିକ ଭାବେ ବାତିଲ ରହିବ: ଟ୍ରେନ୍ ନମ୍ବର ୧୮୧୨୫ ରାଉରକେଲା–ପୁରୀ ଏକ୍ସପ୍ରେସ୍ ତା ୧୭, ୧୯, ୨୦ ଏବଂ ୩୧ ମଇ, ୨୦୨୬ ରିଖରେ ଯାତ୍ରା ଆରମ୍ଭ କରୁଥିବା ଏହି ଟ୍ରେନ୍ ବାତିଲ ରହିବ। ସେହିଭଳି ଟ୍ରେନ୍ ନମ୍ବର ୧୮୧୨୬ ପୁରୀ–ରାଉରକେଲା ଏକ୍ସପ୍ରେସ୍: ତା ୧୭, ୧୯, ୨୦ ଏବଂ ୩୧ ମଇ, ୨୦୨୬ ରିଖରେ ବାତିଲ ରହିବ। ଯାତ୍ରୀମାନଙ୍କୁ ଟ୍ରେନ୍ ସେବାରେ ହୋଇଥିବା ଉପରୋକ୍ତ ପରିବର୍ତ୍ତନଗୁଡ଼ିକୁ ଧ୍ୟାନରେ ରଖି ସେମାନଙ୍କ ଯାତ୍ରାର ଯୋଜନା କରିବାକୁ ପରାମର୍ଶ ଦିଆଯାଉଛି। ଯାତ୍ରା ଆରମ୍ଭ କରିବା ପୂର୍ବରୁ NTES ଏବଂ ସରକାରୀ ରେଳ ଅନୁସନ୍ଧାନ ସେବା ମାଧ୍ୟମରେ ଟ୍ରେନ୍ ଚଳାଚଳର ସଦ୍ୟତମ ସୂଚନା ଯାଞ୍ଚ କରିବାକୁ ଅନୁରୋଧ କରାଯାଉଛି…

Read More