ଭୁବନେଶ୍ବର: ଦୀର୍ଘ ମାସ ଧରି ଯେଉଁ ଚର୍ଚ୍ଚା ଚାଲିଥିଲା ତାହା ଆଜି ସତ ହେବକୁ ଯାଉଛି। ତାହା ହେଲା ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବେ। ଏ ନେଇ ଶଙ୍ଖଭବନରେ ବରିଷ୍ଠ ନେତାମାନେ ଏକାଠି ହେବାରେ ଲାଗିଛନ୍ତି। ଏଥିସହିତ ସୁଜାତାଙ୍କୁ ସ୍ବାଗତ କରିବା ପାଇଁ ବିଜେଡି ଅଫିସରେ ପୁରା ପ୍ରସ୍ତୁତି କରାଯାଇଛି ବୋଲି ଜଣାପଡିଛି।
ସୂଚନା ଅନୁସାରେ ସୁଜାତା ପ୍ରଥମେ ନବୀନ ନିବାସ ଆସିବେ। ସେଠାରୁ ଉଭୟ ନବୀନ ଓ ସୁଜାତା ଶଙ୍ଖ ଭବନ ଯିବେ। ସେଥିପାଇଁ ନବୀନ ନିବାସରେ ପାଇଲଟ ଗାଡି ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବର୍ତ୍ତମାନ ଶଙ୍ଖ ଭବନରେ ସାଂସଦ ସୁଲତା ଦେଓ, ପ୍ରତାପ ଜେନା, ଧ୍ରୁବ ସାହୁ, ଶର୍ମିଷ୍ଠା ସେଠୀ,ସ୍ନେହାଙ୍ଗିନୀ ଛୁରୀଆ, ଚନ୍ଦ୍ରଶେଖର ସାହୁ ଏବଂ ମନ୍ମଥ ରାଉତରାୟ ପ୍ରମୁଖ ବହୁ ନେତା ଉପସ୍ଥିତ ହୋଇସାରିଲେଣି।


