CM Grievance Cell: ଆସନ୍ତା ମଇ ୧୮ ଓ ୨୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ “ଜନ ଅଭିଯୋଗ ଶୁଣାଣି” କାର୍ଯ୍ୟକ୍ରମ ବନ୍ଦ ରହିବ। ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ ଆସନ୍ତା ସୋମବାର ମଇ ୧୮ ତାରିଖ ଓ ପରବର୍ତ୍ତୀ ସୋମବାର ମଇ ୨୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Author: Samikhsya Bureau
Odisha DA Hike Announced: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ବିଷୟ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ୨୦୨୬ ଜାନୁଆରୀ ପହିଲାରୁ ପିଚ୍ଛିଲା ଭାବରେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ମେ ମାସ ଦରମାରେ ନଗଦ ଆକାରରେ ମିଳିବ । ଏହା ସହିତ ପେନ୍ସନ ଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ଦୁଇ ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ମେ ମାସ ପେନ୍ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ। ଏହା ଦ୍ୱାରା ରାଜ୍ୟର ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ଉପକୃତ ହେବେ।
ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଆଦିତ୍ୟ ଆଲୁମିନିୟମ ପ୍ଲାଣ୍ଟ, ଲପାଙ୍ଗାର ପ୍ରସ୍ତାବିତ ସମ୍ପ୍ରସାରଣକୁ ନେଇ ମେ ୧୫ ରିଖରେ ଅନୁଷ୍ଠିତ ଜନ ଶୁଣାଣୀରେ ସ୍ଥାନୀୟ ଲୋକ ଓ ପଞ୍ଚାୟତିରାଜ ପ୍ରତିନିଧିମାନେ ପ୍ରବଳ ସମର୍ଥନ ପ୍ରକାଶ କରିଛନ୍ତି। ଅଞ୍ଚଳରେ ଅଧିକ ରୋଜଗାର ସୃଷ୍ଟି ସହ ଦୀର୍ଘମିଆଦି ସାମାଜିକ ଓ ଆର୍ଥିକ ଉନ୍ନତିକୁ ଦୃଷ୍ଟିରେ ରଖି ସେମାନେ ଏହି ପ୍ରକଳ୍ପକୁ ସମର୍ଥନ କରିଥିଲେ। ଜିଲ୍ଲା ପ୍ରଶାସନ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ (ଓଏସପିସିବି)ର ପ୍ରତିନିଧି ଏବଂ ସାଧାରଣ ଜନତାଙ୍କ ଉପସ୍ଥିତିରେ ଆୟୋଜିତ ଏହି ଜନ ଶୁଣାଣୀ, ପରିବେଶ ଅନୁମୋଦନ ପାଇଁ ଇଆଇଏ ବିଜ୍ଞପ୍ତି, ୨୦୦୬ ଅନୁଯାୟୀ ପରିଚାଳିତ ହୋଇଥିଲା। ଏଥିରେ ଆଲୁମିନିୟମ ସ୍ମେଲ୍ଟର ଓ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ସମ୍ପ୍ରସାରଣ ପ୍ରସ୍ତାବ ଉପରେ ଚର୍ଚ୍ଚା ହୋଇଥିଲା। ଜନ ଶୁଣାଣି ସଭାରେ ଅଂଶଗ୍ରହଣ କରିଥିବା ପ୍ରତିନିଧି ଅନୁସାରେ, ଲପାଙ୍ଗା, ବୋମାଲୋଇ, ଡେରବା, ଖଡିଆପାଳି, ଟିଲେଇମାଳ ଓ ଧରୋପାଣି ସହିତ ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଗ୍ରାମବାସୀମାନେ ସମ୍ପ୍ରସାରଣ ପ୍ରସ୍ତାବକୁ…
ଭୁବନେଶ୍ୱର: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେହେତୁ ବର୍ତ୍ତମାନ ପଶ୍ଚିମ-ଏସିଆ ପରିସ୍ଥିତି ଯୋଗୁ ସମଗ୍ର ଦେଶ ଏକ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛି, ସେଥିପାଇଁ ଏହି ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରାଯିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ବ୍ୟାପକ ଉତ୍ସବ ପାଳନ ବଦଳରେ ୨ ବର୍ଷର ଉପଲବ୍ଧି ଉପରେ ଅଧିକ ଫୋକସ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। ସରକାରଙ୍କ ଏହି ଉପଲବ୍ଧି ହେଉଛି ଲୋକଙ୍କ ପାଇଁ, ତେଣୁ ଏହି ସଫଳତା ଯେପରି ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏଥିପାଇଁ ପ୍ରିଣ୍ଟ, ଇଲୋକ୍ଟ୍ରୋନିକ୍ସ, ସାମାଜିକ ଗଣମାଧ୍ୟମରେ ସରକାରଙ୍କ ଉପଲବ୍ଧିର ପ୍ରସାର ସହିତ ପୁସ୍ତିକା ପ୍ରକାଶନ କରାଯିବ। ଏଥିସହିତ କାର୍ଯ୍ୟକାରୀ ହୋଇଥିବା ପ୍ରତ୍ୟେକ ଜନକଲ୍ୟାଣକାରୀ ଯୋଜନା ମାଧ୍ୟମରେ ସାଧାରଣ…
ଭୁବନେଶ୍ବର: ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ଏବଂ କୋରାପୁଟ ମଧ୍ୟରେ ଏକ ନୂତନ ତ୍ରି-ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ପାଇଁ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ନୂତନ ଟ୍ରେନ୍ (ନମ୍ବର ୧୮୪୦୭/୧୮୪୦୮ ପୁରୀ–କୋରାପୁଟ–ପୁରୀ ଏକ୍ସପ୍ରେସ୍) ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ଅନୁଗୋଳ, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ଟିଟିଲାଗଡ଼, କେସିଙ୍ଗା, ମୁନିଗୁଡ଼ା, ରାୟଗଡ଼ା, କାକିରିଗୁମା ଏବଂ ଦାମନଯୋଡ଼ି ଦେଇ ଚଳାଚଳ କରିବ। ଏହାଦ୍ୱାରା ଉପକୂଳ, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ସଂଯୋଗୀକରଣ ବୃଦ୍ଧି ପାଇବା ସହ ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା ଏବଂ ଆଞ୍ଚଳିକ ସୁଗମତା ମିଳିପାରିବ। ଏହି ଟ୍ରେନ୍ ପ୍ରଚଳନ ଦ୍ୱାରା ପୁରୀ, ଭୁବନେଶ୍ୱର ଏବଂ ଦକ୍ଷିଣ ଓଡ଼ିଶାର ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକ ମଧ୍ୟରେ ଏକ ସିଧାସଳଖ ଏବଂ ସୁବିଧାଜନକ ରେଳ ସଂଯୋଗ ପାଇଁ ଅନେକ ଅବହେଳିତ ଅଞ୍ଚଳର ଲୋକମାନଙ୍କ ଦୀର୍ଘ ଦିନର ଆଶା ପୂରଣ ହୋଇଛି। ଏହି ଟ୍ରେନ୍…
ଭୁବନେଶ୍ବର: ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଆଜି କେନ୍ଦୁଝର ଶଙ୍କରପୁର ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗ ଦେଇ ୩୮ଜଣ ନବ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ତେଲକୋଇ ଡାକ୍ତର ଫକୀର ମୋହନ ନାଏକ, ଜିଲ୍ଲାପାଳ ବିଶାଲ ସିଂହ, ବନଖଣ୍ଡ ଅଧିକାରୀ ଧନରାଜ ଏଚଡ଼ି, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଏବଂ ଡାକ୍ତର ପ୍ରିୟଙ୍କା ମାରାଣ୍ଡି ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଗସ୍ତ ଅବସରରେ ଉପମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ୍ଠାରେ ଜିଲ୍ଲାରେ ଚାଲୁ ରହିଥିବା ବିକାଶମୂଳକ ପ୍ରକଳ୍ପ ଏବଂ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ସାଂସଦ ଅନନ୍ତ ନାୟକ, ବିଧାୟକ…
ଭୁବନେଶ୍ୱର: ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଚାଲିବ ଏକ ନୂଆ ଏକ୍ସପ୍ରେସ୍ ଟ୍ରେନ। କେନ୍ଦ୍ର ରେଳ ମନ୍ତ୍ରାଳୟ ଏହାକୁ ଅନୁମୋଦନ ଦେଇଛନ୍ତି। ଏହି ନୂତନ ଟ୍ରେନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ଟ୍ରେନଟି ପୁରୀରୁ ସମ୍ବଲପୁର ଦେଇ କୋରାପୁଟ ଯିବ। ଏହି ନୂଆ ଟ୍ରେନ ଯୋଗୁଁ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଓଡିଶାର ରେଳ ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଦୃଢ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କୋରାପୁଟ ଓ ସମ୍ବଲପୁର ଅଞ୍ଚଳରୁ ପୁରୀକୁ ଅଧିକ ତୀର୍ଥଯାତ୍ରୀ ମଧ୍ୟ ଆସିପାରିବେ। ଏହି ଟ୍ରେନ ସପ୍ତାହକୁ ତିନି ଥର ଚାଲିବ। ଟ୍ରେନ ନମ୍ବର ୧୮୪୦୭ ପୁରୀରୁ ସୋମବାର, ଗୁରୁବାର ଓ ଶନିବାର ଏବଂ ଟ୍ରେନ ନମ୍ବର ୧୮୪୦୮ କୋରାପୁଟରୁ ମଙ୍ଗଳବାର, ଶୁକ୍ରବାର ଓ ରବିବାର ଦିନ ବାହାରିବ। ଏହି ଟ୍ରେନରେ…
ଭୁବନେଶ୍ବର: ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ସମଗ୍ର ବିଶ୍ୱରେ ଦେଖାଦେଇଥିବା ତୈଳ ସଂକଟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବିଭିନ୍ନ ଖର୍ଚ୍ଚକାଟ, ବିଶେଷକରି ପେଟ୍ରୋଲ ବ୍ୟବହାର କମ୍ କରିବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସ୍ୱାଗତ କରି ତାଙ୍କ ନିଜ ବ୍ୟକ୍ତିଗତ ସୁରକ୍ଷା ପାଇଁ ଯାଉଥିବା ଗାଡି ଗୁଡିକୁ କମ୍ କରି ଅଧା କରିଦେଇଛନ୍ତି। ଏହା ସହିତ, ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ଗୁରୁତ୍ୱ ଦେଇ, ବ୍ୟକ୍ତିଗତ ଗାଡିରେ ଯିବା ଆସିବା କମ୍ କରିବା ସହିତ, ଅଧିକ ମାତ୍ରାରେ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। କେବଳ ଆବଶ୍ୟକ ସ୍ଥଳରେ ଗାଡି ବ୍ୟବହାର କରି ଅନାବଶ୍ୟକ ବ୍ୟବହାର ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହା ସହିତ ସୁନା ନ କିଣିବା ଓ ଅନାବଶ୍ୟକ ବିଦେଶ ଗସ୍ତ ନ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ଆଜି ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)କୁ ଅନୁମୋଦନ କରିଛି । ୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ବିଭିନ୍ନ ଫସଲର ଏମଏସପି ବୃଦ୍ଧି କରାଯାଇଛି । ଚାଷୀମାନଙ୍କୁ ସେମାନଙ୍କ ଫସଲର ଲାଭକାରୀ ମୂଲ୍ୟ ପ୍ରଦାନ କରିବା ଲାଗି ସରକାର ୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ଏମଏସପି ବୃଦ୍ଧି କରିଛନ୍ତି । ଗତ ବର୍ଷ ତୁଳନାରେ ସୂର୍ଯ୍ୟମୁଖୀ ମଞ୍ଜି ଉପରେ କ୍ୱିଣ୍ଟାଲ ପିଛା ୬୨୨ ଟଙ୍କାର ସବୁଠୁ ଅଧିକ ଏମଏସପି ବୃଦ୍ଧି କରାଯାଇଛି । ଏହାପରେ କପା କ୍ୱିଣ୍ଟାଲ ପିଛା ୫୫୭ ଟଙ୍କା, ଅଳସୀ କ୍ୱିଣ୍ଟାଲ ପିଛା ୫୧୫ ଟଙ୍କା ଏବଂ ରାଶି କ୍ୱିଣ୍ଟାଲ ପିଛା ୫୦୦ ଟଙ୍କା ବୃଦ୍ଧି କରାଯାଇଛି । ସାଧାରଣ ଧାନ ଏବଂ ଗ୍ରେଡ୍ ଏ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୭୨ ଟଙ୍କା ବୃଦ୍ଧି କରାଯାଇଛି ।…
ଭୁବନେଶ୍ବର: ଆଜି ସକାଳେ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ ଘଟିଯାଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ତାଙ୍କର ବଣ୍ଟାବାଞ୍ଜି ବାସଭବନରେ ଆଜି ସକାଳ 8 ଟା 30 ମିନିଟରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ 78 ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ କଣ୍ଟାବାଞ୍ଜିରେ ଶୋକର ଛାୟା ଖେଳିଯାଇଛି। 2009 ମସିହାରେ ବିଜେଡି ତାଙ୍କୁ କଣ୍ଟାବାଞ୍ଜି ଟିକେଟ ଦେଇଥିଲା। ହେଲେ ସେ ସେତେବେଳେ ସନ୍ତୋଷ ସିଂ ସାଲୁଜାଙ୍କଠାରୁ ହାରିଯାଇଥିଲେ। ଏହାପରେ ବିଜେଡି ପୁଣି ତାଙ୍କ 2014 ମସିହାରେ ଟିକେଟ ଦେଇଥିଲା। ସେହିଥର ସେ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ। ତାଙ୍କ ବିୟୋଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝି ମଧ୍ୟ ଶୋକ ପ୍ରକାଶ କରିଛନ୍ତି।
ନୂଆଦିଲ୍ଲୀ: ସାମ୍ପ୍ରତିକ ବିଶ୍ୱ ସଂକଟ ସମୟରେ ବିଭିନ୍ନ ଦେଶର ସରକାର ଖର୍ଚ୍ଚ ହ୍ରାସ, ଯାତ୍ରା କମାଇବା ଏବଂ ଶକ୍ତି ସଂରକ୍ଷଣ କରିବାକୁ ନିୟମିତ ଭାବେ ନାଗରିକମାନଙ୍କୁ ନିବେଦନ କରୁଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସଂଯମତା ଅବଲମ୍ବନ କରିବା ଲାଗି ଅପିଲ୍ କରିଛନ୍ତି । ତାଙ୍କର ଏହି ନିବେଦନ କୌଣସି ବ୍ୟତିକ୍ରମ କିମ୍ବା ଅତ୍ୟଧିକ ନୁହେଁ । ବିଶ୍ୱର କେତେକ ଦେଶ କେବଳ ନିବେଦନ ଠାରୁ ଆଗକୁ ବଢ଼ି ବିଭିନ୍ନ ବାଧ୍ୟତାମୂଳକ ନିୟମ ଲାଗୁ କରିଛନ୍ତି । ଏସବୁ ଦେଶ ୨୦୨୬ ତୈଳ ସଂକଟର ମୁକାବିଲା ନିମନ୍ତେ ଇନ୍ଧନର ଯୁକ୍ତିସଂଗତ ଉପଯୋଗ, ବାଧ୍ୟତାମୂଳକ ଭାବେ ଘରୁ କାମ କରିବା, ଇନ୍ଧନ ବ୍ୟବହାର ପାଇଁ ନିର୍ଦ୍ଦିଷ୍ଟ ସୀମା ଲାଗୁ କରିବା, ଗାଡ଼ି ବେଗ ହ୍ରାସ ଏବଂ ଯାତ୍ରା ଉପରେ ଅଙ୍କୁଶ ଲଗାଇବା ଭଳି ପଦକ୍ଷେପ ନେଇଛନ୍ତି । ବିଶ୍ୱ ସଂକଟର ମୁକାବିଲା ଲାଗି ୟୁରୋପୀୟ ଆୟୋଗ ସମେତ ପ୍ରାୟ…
ଭୁବନେଶ୍ୱର: ମାତୃତ୍ଵ ଲାଭ ପରେ କ୍ୟାରିଅର ପଥକୁ ଫେରିବାର ଜଟିଳତା ଓ ଆହ୍ୱାନ ଅନେକ ପ୍ରତିଭାବାନ ମହିଳାଙ୍କ ଆକାଂକ୍ଷା ଓ ପ୍ରତିଭାକୁ ସଂକୁଚିତ କରିଦେଇଥାଏ। ମାତୃତ୍ଵ ଲାଭ ପରେ କର୍ମକ୍ଷେତ୍ରରେ ପୁନଃ ପ୍ରବେଶ କରିବାକୁ ଚାହୁଁଥିବା ମା’ମାନଙ୍କ ସଫଳତା ପାଇଁ ମୁଖ୍ୟତଃ ବ୍ୟକ୍ତିଗତ ଦୃଢ଼ ସଂକଳ୍ପ, ପରିବାରର ସମର୍ଥନ ଏବଂ ଏକ ଉପଯୁକ୍ତ ସୁଯୋଗର ଆବଶ୍ୟକତା ରହିଥାଏ ଯାହା ବୃତ୍ତିଗତ ଲକ୍ଷ୍ୟ ଏବଂ ମା’ ହେବାର ଦାୟିତ୍ୱ ଉଭୟକୁ ସନ୍ତୁଳିତ କରିବା ପାଇଁ ନମନୀୟ ରହିବ। ଓଡ଼ିଶାର ବ୍ରହ୍ମପୁରର ଗାୟତ୍ରୀ କରଙ୍କ ପାଇଁ, ସ୍ମାର୍ଟ ଜିଓ ସେଲସ ସ୍ପେସାଲିଷ୍ଟ (ସ୍ମାର୍ଟ-ଜେଏସଏସ) କାର୍ଯ୍ୟକ୍ରମ ମାତୃତ୍ଵ ଲାଭ ପରେ କ୍ୟାରିଅର ପଥକୁ ଫେରିବାର ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିଛି। ଏଥିରେ ରହିଥିବା କାର୍ଯ୍ୟ ସମୟର ନମନୀୟତା ଓ ସୁରକ୍ଷିତ କାର୍ଯ୍ୟ ପରିବେଶ ସହିତ ନିଜର ଦୃଢ଼ ବ୍ୟକ୍ତିଗତ ସଂକଳ୍ପକୁ ଆଧାର କରି, ଗାୟତ୍ରୀ ମାତୃତ୍ୱ ଲାଭ ପରେ କର୍ମକ୍ଷେତ୍ରକୁ ଫେରିବାର ଯାତ୍ରାକୁ ସଫଳତାର ସହିତ…
ଭୁବନେଶ୍ୱର: ଅଗ୍ରଣୀ ଚକ୍ଷୁ ଚିକିତ୍ସା ସେବା ପ୍ରଦାନକାରୀ ହସପିଟାଲ, ସେଂଟର ଫର ସାଇଟ ଗ୍ରୁପ ଅଫ୍ ଆଇ ହସ୍ପିଟାଲ୍ସ ପକ୍ଷରୁ ଏହାର ଭୁବନେଶ୍ୱର ସେଂଟରରେ ଉତ୍ସର୍ଗୀକୃତ ପେଡିଆଟ୍ରିକ ଅପ୍ଥାଲମୋଲୋଜି ସେବାର ଶୁଭାରମ୍ଭ କରାଯାଇଛି । ଏଥିସହିତ ଏଠାରେ ସିନିଅର କନ୍ସଲ୍ଟାଂଟ ଭାବେ ଡଃ ମୋନାଲିସା ମହାପାତ୍ରଙ୍କୁ ନିଯୁକ୍ତ କରାଯାଇଛି। ଏହି ସେବାର ଶୁଭାରମ୍ଭ ସହିତ ସେଂଟର ଏକ ବିସ୍ତୃତ ଶୃଙ୍ଖଳାର ଶିଶୁ ଚକ୍ଷୁ ସମସ୍ୟା ଯେପରିକି ସ୍କ୍ୱିଂଟ (ଷ୍ଟ୍ରାବିସ୍ମସ), ପେଡିଆଟ୍ରିକ କାଟାରାକ୍ଟ ଓ ସ୍ନାୟୁ-ସମ୍ବନ୍ଧିତ ଦୃଷ୍ଟିଶକ୍ତି ରୋଗଗୁଡିକର ଚିକିତ୍ସା କ୍ଷେତ୍ରରେ ନିଜର କ୍ଷମତା ବୃଦ୍ଧି କରିଛି, ଯାହା ପିଲାମାନଙ୍କ ପାଇଁ ଶୀଘ୍ର ନିଦାନ, ସଠିକ ସମୟରେ ଚିକିତ୍ସା ଓ ଉତମ ଦୃଷ୍ଟିଶକ୍ତି ଫଳାଫଳ ନିଶ୍ଚିତ କରୁଛି । ଡକ୍ଟର ମୋନାଲିସା ମହାପାତ୍ର (ଏମବିବିଏସ, ଏମଏସ, ଏଫପିଓଏସ) ପ୍ରତିଷ୍ଠିତ ଏଲ ଭି ପ୍ରସାଦ ଆଇ ଇନ୍ଷ୍ଟିଚ୍ୟୁଟର ଜଣେ ପୂର୍ବତନ କନ୍ସଲଟାଂଟ ଅଟନ୍ତି ଏବଂ ତାଙ୍କର ଅପ୍ଥାଲମୋଲୋଜି କ୍ଷେତ୍ରରେ ୧୭ ବର୍ଷରୁ ଅଧିକ ସମୟର…
ଭୁବନେଶ୍ବର: ପଶ୍ଚିମ ବଂଗରେ ବିଜେପି ସରକାର ଗଠନ କରିବ। ସେ ନେଇ ଦଳ ତରଫରୁ ରଣନୀତି ଆରମ୍ଭ ହୋଇଯାଇଛି। ତେବେ କିଏ ହେବ ମୁଖ୍ୟମନ୍ତ୍ରୀ ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ଏହି ମୁଖ୍ୟମନ୍ତ୍ରୀ ଦୈଡରେ ଆଗରେ ଅଛନ୍ତି ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ହେଲେ କେତେକ ପଶ୍ଚିମବଂଗରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି ମତ ପ୍ରକାଶ ପରେ ସବୁ ଗଣିତ ଓଲଟପାଲଟ ହୋଇଯାଇଛି। ତେବେ ଆଶ୍ଚର୍ଯ୍ୟର କଥା ପଶ୍ଚିମବଂଗର ମୁଖ୍ୟମନ୍ତ୍ରୀ କିଏ ହେବ ତାହା ବାଛିବେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ରାଷ୍ଟ୍ରୀୟ ବିଜେପି ତରଫରୁ ନୂଆଦିଲ୍ଲୀରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ପଶ୍ଚିମବଂଗର ବିଜେପି ବିଧାୟକ ଦଳର ନେତା କିଏ ହେବ ସେ ନେଇ ଦୁଇଜଣିଆ କମିଟ ଗଠନ କରାଯାଇଛି। ଏହି କମିଟର ମୁଖ୍ୟ ଭାବେ ଗୃହମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଅମିତ ଶାହା ଅଛନ୍ତି।…
ଭୁବନେଶ୍ବର: ବହୁ ବିଳମ୍ବ ପରେ ଆଜି ବିଜୁ ଜନତା ଦଳ ବାକିଥିବା ଦୁଇଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଛି। ପୂର୍ବରୁ ଦଳ ସମସ୍ତ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିସାରିଥିବା ବେଳେ ଖୋର୍ଦ୍ଧା ଓ ବାଲେଶ୍ବର ଜିଲ୍ଲା ବାକି ରହିଥିଲା। ଆଜି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଦୁଇ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ପାଇଁ ପୂର୍ତନ ବିଧାୟକ ଶ୍ରୀ ରାଜେନ୍ଦ୍ର ସାହୁ ଏବଂ ବାଲେଶ୍ବର ଜିଲ୍ଲା ପାଇଁ ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ସେହିପରି ଦଳ ଛଅଟି ଜିଲ୍ଲାରେ କାର୍ଯ୍ୟକାରୀ ସଭାପତିଙ୍କ ମଧ୍ୟ ନିଯୁକ୍ତ କରିଛି। ସେମାନେ ହେଲେ ଖୋର୍ଦ୍ଧା- ମନ୍ନଥ ରାଉତରାୟ ବାଲେଶ୍ବର- ଗୌତମ ବୁଦ୍ଧ ଦାସ ଅନୁଗୁଳ- ନଳିନୀ କାନ୍ତ ପ୍ରଧାନ ବୌଦ୍ଧ- ମହୀଧର ରଣା ଢେଙ୍କାନାଳ- ନରୋତ୍ତମ ସାହୁ କେଉଁଝର- ପ୍ରମୋଦ ପଟ୍ଟନାୟକ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏ ନେଇ…
ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ଚିଲିକା ପୁସ୍ତକ ମେଳା। ଏହି ମେଳା ଆସନ୍ତା ଏପ୍ରିଲ 24 ତାରିଖରୁ ଆରମ୍ଭ ହୋଇ 28 ତାରିଖ ପର୍ଯ୍ୟନ୍ତ ଚାଲିବ। ଚିଲିକା କୂଳରେ ଥିବା ବାଲୁଗାଁ କଲେଜ ପଡିଆରେ ଏହି ପୁସ୍ତକ ମେଳା ଅନୁଷ୍ଠିତ ହେବ। ଏହାର ସଫଳତା ପାଇଁ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ଓ ଭୁବନେଶ୍ବର ପ୍ରକାଶକ ସଂଘର ସଦସ୍ୟମାନେ ଯୋଗଦେଇ ମେଳାରେ ଅଂଶ ଗ୍ରହଣ କରିବା ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି। ଏଥିସହିତ ଏହି ମେଳାର ସଫଳତା ଉପରେ ସେମାନେ ନିଜସ୍ବ ମତ ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ କରିଥିଲେ। ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ରାଜ୍ୟର ପ୍ରତିଷ୍ଠିତ ପ୍ରକାଶକମାନେ ପ୍ରାୟ ୮୦ଟି ଷ୍ଟଲ ମାଧ୍ୟମରେ ସେମାନଙ୍କର ପୁସ୍ତକ ପ୍ରଦର୍ଶନ ତଥା ବିକ୍ରୟ କରିବେ। ଏଥିସହିତ ଏହି…
ଭୁବନେଶ୍ବର: ଶେଷରେ ମଙ୍ଗରାଜେ ମାରି ନେଲେ। ଅର୍ଥାତ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ହେଲେ ବିଜେଡି ରାଜ୍ୟସଭା ସଂସଦୀୟ ଦଳର ନେତା। ଏହି ପଦବୀରେ ଥିଲେ ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ନିକଟରେ ସସ୍ମିତ ସେହି ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ଇସ୍ତଫା ଦେବା ପରେ ନୂଆ କରି ରାଜ୍ୟସଭାକୁ ଯାଇଥିବା ସନ୍ତୃପ୍ତ ମିଶ୍ର ଏହି ପଦବୀରେ ରହିବେ ବୋଲି ଆଶଙ୍କା କରାଯାଇଥିଲା। ଆଜି ବିଜେଡି ତରଫରୁ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦସ୍ତଖତ କରି ଏହି ଅଦଳବଦଳ ହୋଇଛି ବୋଲି ଜଣାଇଛନ୍ତି। ଏଥିରେ କୁହାଯାଇଛି ଯେ, ନିକଟରେ ରାଜ୍ୟସଭା ନିର୍ବାଚନ ପରେ ପୁରୁଣା ସଦସ୍ୟ ଅବସର ନେଇଛନ୍ତି ନୂଆ ସଦସ୍ୟ ଯୋଗ ଦେଇଛନ୍ତି। ତାହାକୁ ଲକ୍ଷ ରଖି ଏହି ଅଦଳବଦଳ କରାଯାଇଛି ବୋଲି କୁହାଯାଇଛି। ଏହି ଅଦଳବଦଳରେ ସାଂସଦ ସୁଲତା ଦେଓ…
PhonePe SBI Card: ଫୋନପେ ପକ୍ଷରୁ ନିକଟରେ ଶୁଭାରମ୍ଭ ହୋଇଥିବା ଫୋନପେ ଏସବିଆଇ କାର୍ଡ କ୍ରେଡିଟ କାର୍ଡ ଉପରେ ଏକ ସୀମିତ-ସମୟ ଅଫର ଘୋଷଣା କରାଯାଇଛି । ଏହି କାର୍ଡକୁ ଶୂନ ଜଏନିଂ ଫି’ ସହ ପ୍ରଥମ ବର୍ଷ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ଦିଆଯାଉଛି । ଆଧୁନିକ ଡିଜିଟାଲ ଉପଭୋକ୍ତାଙ୍କ ପାଇଁ ଡିଜାଇନ ହୋଇଥିବା ଫୋନପେ ଏସବିଆଇ କାର୍ଡ ଉଭୟ ରୁପେ ଓ ଭିସା ପ୍ଲାଟଫର୍ମରେ ଉପଲବ୍ଧ ରହିଛି ଏବଂ ଏହା ଉପଭୋକ୍ତାଙ୍କୁ ପ୍ରତ୍ୟେକ ଅନ୍ଲାଇନ କ୍ରୟ ଉପରେ ରିୱାର୍ଡ ଜିତିବା ପାଇଁ ସକ୍ଷମ କରୁଛି । ଏହି କାର୍ଡର ଉପଭୋକ୍ତାମାନେ ପ୍ରଥମ ବର୍ଷ ପାଇଁ ବିନା କୌଣସି ମୂଲ୍ୟରେ କାର୍ଡର ପ୍ରିମିୟମ ଲାଭ ଉପଭୋଗ କରିପାରିବେ । ଏଥିସହିତ ସମସ୍ତ ଅନ୍ଲାଇନ ବ୍ରାଣ୍ଡ ଉପରେ ଅନ୍ଲାଇନ ଟ୍ରାଞ୍ଜାକ୍ସନରେ ୫% ରିୱାର୍ଡ ପାଇବେ । ଫୋନପେ ଏସବିଆଇ କାର୍ଡରେ ରିଚାର୍ଜ ଭଳି ନିୟମିତ ପେମେଂଟ, ସିଲିଣ୍ଡର ବୁକିଙ୍ଗ ମୋବାଇଲ ରିଚାର୍ଜ, ବିଲ୍…
BonV Aero: ଓଡିଶାର ଏରୋସ୍ପେଶ ଓ ଡିଫେନ୍ସ ମାନୁଫ୍ୟାକ୍ଚରିଂ ଇକୋସିଷ୍ଟମ ପାଇଁ ଏକ ବଡ ପ୍ରୋତ୍ସାହନ ରୂପେ ବନ୍ଭି ଏରୋ ଖୋର୍ଦ୍ଧାଠାରେ ଏହାର ଷ୍ଟେଟ-ଅଫ୍-ଦ-ଆର୍ଟ ଡ୍ରୋନ ପାର୍କ୍ର ପରିଚାଳନା ଆରମ୍ଭ କରିଛି। ଏହି ଫ୍ୟାସିଲିଟିକୁ ବରିଷ୍ଠ ସରକାରୀ ଅଧିକାରୀ ଓ ଶିଳ୍ପର ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଉଦ୍ଘାଟନ କରାଯାଇଥିଲା। ୩୦ ଏକର ଜମିରେ ପରିବ୍ୟାପ୍ତ ଓ ଦୁଇଟି ପର୍ଯ୍ୟାୟରେ ଯୋଜନା କରାଯାଇଥିବା ଏହି ପ୍ରକଳ୍ପରେ ୩୦୦ କୋଟି ଟଙ୍କା ନିବେଶ କରାଯିବ ଏବଂ ଏହା ମାନୁଫ୍ୟାକ୍ଚରିଂ, ରିସର୍ଚ୍ଚ ଆଣ୍ଡ ଡେଭ୍ଲପମେଂଟ, ପାଇଲଟ ଟ୍ରେନିଙ୍ଗ ଓ ପରିଚାଳନା କ୍ଷେତ୍ରରେ ୧୦୦୦ରୁ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏହି ଡ୍ରୋନ ପାର୍କର କମିଶନିଙ୍ଗ ଉଦ୍ଭାବନ-ଭିତିକ ବିକାଶଠାରୁ ବିସ୍ତୃତ ୟୁଏଭି ମାନୁଫ୍ୟାକ୍ଚରିଂ ପର୍ଯ୍ୟନ୍ତ ବନ୍ଭି ଏରୋର ରୂପାନ୍ତରଣକୁ ସୂଚିତ କରୁଛି ଯାହା ଆତ୍ମନନିର୍ଭର ଭାରତ ଲକ୍ଷ୍ୟ ସହ ସମନ୍ୱିତ ରହିଛି। ଏହି…
ଭୁବନେଶ୍ୱର: ଶିଳ୍ପ ଅଭିବୃଦ୍ଧି ଏବଂ ସମୟୋଚିତ କାର୍ଯ୍ୟାନ୍ୱୟନ ପ୍ରତି ରାଜ୍ୟର ଦୃଢ଼ ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇ ଓଡ଼ିଶା ସରକାର ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅନ୍ତର୍ଗତ ଭୂଇଁପୁର ଠାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ସମୁଦାୟ ୩୬ ଗୋଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ୨୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥବା ବେଳେ ୧୧ ଟି ପ୍ରକଳ୍ପର ଉଦ୍ଘାଟନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶା ଏବେ ଆଉ କେବଳ ଏକ ସମ୍ଭାବନାର ରାଜ୍ୟ ହୋଇ ରହିନାହିଁ, ଆମ ରାଜ୍ୟ ଏବେ ସମୃଦ୍ଧିର ସ୍ପର୍ଶ ଅନୁଭବ କରୁଛି। ସୂଚନାଯୋଗ୍ୟଯେ, ଏହି ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ଓ ଶୁଭାରମ୍ଭ ଦ୍ୱାରା ୫୯,୦୦୦ ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ଏହି ଶିଳ୍ପ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗ୍ରୀନ ଏନର୍ଜି ଉପକରଣ, ଧାତୁ ଏବଂ…
ଭୁବନେଶ୍ବର: ଆଜି ବିଜେଡି ପୁଣି ବଡ ପଦକ୍ଷେପ ଗ୍ରହଣ କରିଛି। ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡି ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦଙ୍କୁ ଦଳରୁ ନିଲମ୍ବିନ କରାଯାଇଛି। ସେମାନେ ହେଲେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏବଂ ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ। ଏ ନେଇ ଦଳ ତରଫରୁ ଉପସଭାପତି ପ୍ରତାପ ଜେନାଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ଜାରୀ କରାଯାଇଛି। ଏଥିରେ କୁହାଯାଇଛି ଯେ, ଉଭୟ ଦଳବିରୋେଧୀ କାର୍ଯ୍ୟ କରିଥିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏହାକୁ ଶିଘ୍ର କାର୍ଯ୍ୟକାରୀ କରାଗଲା ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି।

