Author: Samikhsya Bureau

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଶନିବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ସେ ଲୋକସେବା ଭବନ ଯାଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ତେବେ ତାହା କୌଣସି ରାଜନୈତିକ ସାକ୍ଷାତ ନ ଥିଲା। ବଂର ଅପରାଜିତା ତାଙ୍କ ନିର୍ବାଚନ ମଣ୍ଡଳୀରେ ବିକାଶ ପାଇଁ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଅପରାଜିତା ଗଣମାଧ୍ୟମକୁ କହିଛନ୍ତି ସେ ଚାରିଟି ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ତାହା ନିଜ ସଂସଦୀୟ କ୍ଷେତ୍ରର ବିକାଶ ପାଇଁ ସେ ଏହି ଦାବୀ କରିଛନ୍ତି। ସେଗୁଡିକ ହେଲା 1- ଭୂଷଣ୍ଡପୁରରେ ଥିବା ମା’ ଉଗ୍ରତାରା ପୀଠର ବିକାଶ 2- ଜଟଣୀ ତହସିଲର ବିଂଝଗିରିଠାରେ ଜାତୀୟ ଯୋଗ ଓ ନେଚରପ୍ୟାଥି ଗବେଷଣା ପ୍ରତିଷ୍ଠାନ ପାଇଁ ଆବଶ୍ୟକ ଜମି ପ୍ରଦାନ 3- ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟକୁ ପଳାସୁଣୀକୁ ସ୍ଥାନାନ୍ତର 4- ଭୁବନେଶ୍ୱରରେ ନ୍ୟାସନାଲ ଗ୍ୟାଲେରୀ ଅଫ ମଡ଼ର୍ଣ୍ଣ ଆର୍ଟର ଆଂଚଳିକ…

Read More

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆଦିଲ୍ଲୀର ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଏକ ଛୁଆ ଜନ୍ମ ହୋଇଛି। ପ୍ରଧାନମନ୍ତ୍ରୀ ତାହାର ନାମ ରଖିଛନ୍ତି ଦୀପଜ୍ୟୋତି। ତେବେ ସେ ଛୁଆଟି ହେଉଛି ବାଛୁରୀ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଥିବା ଏକ ଗାଈ ଆଜି ଏହି ବାଛୁରୀକୁ ଜନ୍ମ କରିଛି। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ବେଶ ଖୁସି ହୋଇପଡିଛନ୍ତି। ମୋଦି ତାଙ୍କ ସାମାଜିକ ଗଣମାଧ୍ୟମରେ ଏ ନେଇ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ମୋ ବାସଭବନରେ ଥିବା ଏକ ଗାଈ ଆଜି ଏକ ଛୁଆ ଜନ୍ମ କରିଛି। ତାହାର କପାଳରେ ଏକ ଜ୍ୟୋତି ଚିହ୍ନ ରହିଛି। ସେଥିପାଇଁ ତାହାର ନାମ ଦୀପଜ୍ୟୋତି କରାଯାଇଛି ବୋଲି ମୋଦି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଆମ ଶାସ୍ତ୍ରରେ ରହିଛି ଗାଈ ହେଉଛି ସର୍ବସୁଖ ପ୍ରଦା। https://twitter.com/narendramodi/status/1834843837409243216?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1834843837409243216%7Ctwgr%5E1fa2fa7fa07fa7590c32a769b538329dcb58fa20%7Ctwcon%5Es1_&ref_url=https%3A%2F%2Fthesamikhsya.com%2Fnational%2Fdeepjyoti-meet-new-member-of-pms-residence

Read More

ଭୁବନେଶ୍ବର: ଭାରତର ଖାଦ୍ୟ ନିରାପତ୍ତା, ଗ୍ରାମୀଣ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ପଶୁପାଳନ ଏବଂ ଗୋପାଳନ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଭାରତ ସରକାରଙ୍କ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ପକ୍ଷରୁ ଆୟୋଜିତ ମୌସୁମୀ ବୈଠକ (Monsoon Meet) କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ଦୁଗ୍ଧ ଉତ୍ପାଦନ କ୍ଷେତ୍ର ଆମ ଜାତୀୟ ଅର୍ଥନୀତିକୁ ଉଲ୍ଲେଖନୀୟ ଯୋଗଦାନ ଦେଇ ଭାରତକୁ ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ମାନ୍ୟତା ଦେଇଛି। ପ୍ରାଣୀପାଳନ କ୍ଷେତ୍ର ଗ୍ରାମାଞ୍ଚଳରେ ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଜନଜାତି ବର୍ଗ ଓ ମହିଳାମାନଙ୍କୁ କର୍ମନିଯୁକ୍ତି ସହିତ ରୋଜଗାର ମଧ୍ୟ ଯୋଗାଇ ଦେଇଥାଏ। ଆଜିର ଏହି ଆୟୋଜନ ଦେଶରେ…

Read More

ଭୁବନେଶ୍ୱର: ଓଡ଼ିଶାରେ ବନ୍ଦର ବିକାଶ, ମାଛଧରା ବନ୍ଦର ଓ ଜେଟିଗୁଡ଼ିକର ଉନ୍ନତି ସାଙ୍ଗକୁ ରାଜ୍ୟରେ ଏକ ବିଶ୍ୱସ୍ତରୀୟ ସାମୁଦ୍ରିକ ପ୍ରତିଷ୍ଠାନ ଆରମ୍ଭ କରିବା ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା କେନ୍ଦ୍ର ସରକାରଙ୍କଠାରେ ପ୍ରସ୍ତାବ ରଖିଛନ୍ତି। ମନ୍ତ୍ରୀ ଶ୍ରୀ ଜେନା ଉପରୋକ୍ତ ମର୍ମରେ କେନ୍ଦ୍ରର ସହାୟତା ଓ ସହଯୋଗ କାମନା କରିଛନ୍ତି। ଗୋଆଠାରେ କେନ୍ଦ୍ର ବନ୍ଦର, ଜାହଜ ଚଳାଚଳ ଓ ଜଳପଥ ମନ୍ତ୍ରାଳୟ ଅଧୀନସ୍ଥ ସାମୁଦ୍ରିକ ରାଜ୍ୟ ବିକାଶ ପରିଷଦର ବିଂଶତମ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା ଓଡ଼ିଶାରେ ସାମୁଦି୍ରକ ଭିତ୍ତିଭୂମିର ବିକାଶ ଓ ବନ୍ଦରଗୁଡ଼ିକର ଉନ୍ନତି ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମନ୍ତ୍ରୀ ଶ୍ରୀ ଜେନା ବୈଠକରେ ବକ୍ତବ୍ୟ ରଖି କହିଛନ୍ତି ଯେ ଓଡ଼ିଶାରେ ଆଉ ଗୋଟିଏ ବଡ଼ ବନ୍ଦରର ଉନ୍ନତି ସାଙ୍ଗକୁ କ୍ରୁଇଜ୍‌ ଟର୍ମିନାଲ ନିର୍ମାଣର ଆବଶ୍ୟକତା ରହିଛି। କେନ୍ଦ୍ର ସରକାରଙ୍କ ‘ହରିତ୍‌ ନୌକା’ ମାର୍ଗଦର୍ଶିକା ଅନୁସାରେ ଚିଲିକାରେ…

Read More

ଭୁବନେଶ୍ବର: ଭୁବନେଶ୍ୱର ଓ କଟକ ସହର ମଧ୍ୟରେ ଥିବା ସମସ୍ତ ରାସ୍ତାର ମରାମତି ଓ ଉନ୍ନତିକରଣ ନେଇ ଆଜି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେ୍ୱðତନଗରୀ ଅଞ୍ଚଳରେ ଖରାପ ହୋଇଯାଇଥିବା ସମସ୍ତ ରାସ୍ତାକୁ ଅକେଫାବର ୫ ତାରିଖ ସୁଦ୍ଧା ମରାମତି ଶେଷ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଦଶହରା ସମୟରେ ସୁରକ୍ଷିତ ଯାତାୟତକୁ ଦୃଷ୍ଟିରେ ରଖି ସ୍ଥାନୀୟ ନିର୍ମାଣ ସୌଧ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କଟକ ଓ ଭୁବନେଶ୍ୱର ଅଞ୍ଚଳରେ ଥିବା ରାସ୍ତା ମଧ୍ୟରୁ କେଉଁ ରାସ୍ତାର ସ୍ଥିତି କ’ଣ, ସେ ନେଇ ଆଲୋଚନା ହୋଇଥିଲା। ଏଥିରେ ଭୁବନେଶ୍ୱର ଅଞ୍ଚଳର ମୋଟ ୮୧୮ଟି ରାସ୍ତାର ୭୯୮ କିମି ମଧ୍ୟରୁ ୪୬୭ ରାସ୍ତାର ୫୬୫ କିମି ରାସ୍ତା ଭଲ ଥିବାବେଳେ ୨୮୯ଟି ରାସ୍ତାର ୧୫୦ କିମି ରାସ୍ତା ସାମାନ୍ୟ ମରାମତି ଏବଂ…

Read More

ମୁମ୍ବାଇ: ଜିଓ ଏହାର ନୂଆ ଜିଓଫୋନ୍ ପ୍ରାଇମା ୨ କୁ ଭାରତୀୟ ବଜାରରେ ଉପଲବ୍ଧ କରିଛି। ନୂତନ ଜିଓଫୋନ୍ ପ୍ରିମ ୨ ହେଉଛି ଏକ ସ୍ମାର୍ଟ ଫିଚର ଫୋନ୍ ଯାହା ଗ୍ରାହକଙ୍କୁ ଏକ ସମ୍ପୂର୍ଣ୍ଣ ନୂତନ ଏବଂ ଭିନ୍ନ ପ୍ରିମିୟମ୍ ମୋବାଇଲ୍ ଅଭିଜ୍ଞତା ଦେବାକୁ ଯାଉଛି । ଚମତ୍କାର ଡିଜାଇନ୍ ସାଙ୍ଗକୁ ନୂତନ ଫୋନର ପତଳା ଏବଂ ଚମତ୍କାର ପରିପାଟୀ ଏହାକୁ ଆହୁରି ଆକର୍ଷଣୀୟ କରିଛି । ଲେଦର ପରି ଫିନିଶ୍ ସହିତ ଜିଓଫୋନ୍ ପ୍ରାଇମା ୨ କେବଳ ଦେଖିବା ପାଇଁ ଆକର୍ଷଣୀୟ ନୁହେଁ, ବରଂ ଧରିବାରେ ମଧ୍ୟ ଏକ ଆନନ୍ଦମୟ ଅନୁଭବ ଦେଇଥାଏ। ନୂତନ ଜିଓଫୋନ୍ ପ୍ରାଇମା ୨ ଫୋନ ଆଧୁନିକ ଜୀବନଶୈଳୀ ସହିତ ମେଳ ଖାଉଥିବା ଏକ ସୁନ୍ଦର ଡିଜାଇନ୍ ସୌନ୍ଦର୍ଯ୍ୟ ପ୍ରଦର୍ଶନ କରିବାରେ ସଫଳ ହୋଇଛି। ଜିଓଫୋନ୍ ପ୍ରାଇମା ୨ ପାରମ୍ପାରିକ ଫିଚର ଫୋନ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି । ଏଥିରେ ଭିଡିଓ କଲିଂ ସୁବିଧା…

Read More

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ସେପ୍ଟେମ୍ବର ୧୭ ତାରିଖରେ ଭୁବନେଶ୍ୱର ଆସି ରାଜ୍ୟ ସରକାରଙ୍କର ଜନ କଲ୍ୟାଣକାରୀ “ସୁଭଦ୍ରା” ଯୋଜନାର ଶୁଭାରମ୍ଭ ସହ ଅନ୍ୟ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ସେଦିନ ପୂର୍ବାହ୍ନ ୧୧.୩୫ ମିନିଟ୍ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ପୂର୍ବାହ୍ନ ୧୧ ଟା ୫୫ ମିନଟ୍ ରେ ଜନତା ମଇଦାନ ଠାରେ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ଅପରାହ୍ନ ୩ ଟା ସମୟରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ଅନୁଷ୍ଠିତ କରାଯିବା ନେଇ ପ୍ରଶାସନିକ ସ୍ତରରେ ଆନୁଷଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ଆଜି ସକାଳେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ…

Read More

ଭୁବନେଶ୍ବର: ଭାରତ ସରକାରଙ୍କ ପଶୁପାଳନ ଓ ଡାଏରୀ ବିଭାଗ ଆନୁକୂଲ୍ୟରେ ଏବଂ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ସହଯୋଗରେ ଭୁବନେଶ୍ବରରେ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ମୌସୁମୀ ବୈଠକ ଅବସରରେ 12 ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମବେତ ଅତିଥିମାନଙ୍କୁ ରାତ୍ରି ଭୋଜନ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ଆମନ୍ତ୍ରଣ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉପସ୍ଥିତ ରହି ଅତିଥିମାନଙ୍କ ସହ ମତ ବିନିମୟ କରିବା ସହିତ ଓଡ଼ିଶାର ଆଧ୍ୟାତ୍ମିକ-ସାଂସ୍କୃତିକ ଐତିହ୍ୟ ଉପରେ ଅବଗତ କରାଇଥିଲେ। ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ ରାଜ୍ୟ ମତ୍ସ୍ୟ, ପ୍ରାଣୀସଂପଦ ବିକାଶ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅତିଥିମାନଙ୍କୁ ସ୍ବାଗତ ଜଣାଇଥିଲେ। କେନ୍ଦ୍ର ମତ୍ସ୍ୟ, ପଶୁପାଳନ, ଡାୟେରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂ, ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂ ବଘେଲ, ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜର୍ଜ କୁରିୟାନଙ୍କ ସମେତ…

Read More

ଭୁବନେଶ୍ବର: ଏକଦା ବିଜେଡି ସରକାରରେ ଦବଦବା ରହିଥିବା ପ୍ରଣବ ପ୍ରକାଶ ଦାସଙ୍କ ଚର୍ଚ୍ଚିତ କ୍ବାଟରରେ ରହିବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଜିଏ ବିଭାଗ ତାଙ୍କୁ ରାଜଭବନ ନିକଟରେ ଥିବା ଏହି କ୍ବାଟରଟିରେ ରହିବା ପାଇଁ ବ୍ୟବସ୍ଥା କରିଛନ୍ତି। ଫଳରେ ସେହି କ୍ବାଟରରେ ଜିଏ ବିଭାଗ ରଂଗଦେବା ସହିତ ନୂଆ କାମ କରିବା ପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନଙ୍କ ହସ୍ତାନ୍ତର କରିଛନ୍ତି। ଆଜି କନକ ବର୍ଦ୍ଧନ ସିଂହଦେଓ ସେହି କ୍ବାଟରରେ ପୂଜା କରିବା ସହିତ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରିଥିଲେ। ଏଥିରେ ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ନେତ୍ରୀ ପ୍ରତ୍ୟୁଶା ରାଜେଶ୍ବରୀ ପ୍ରମୁଖ ବହୁ ନେତା ଓ ମନ୍ତ୍ରୀ ଯୋଗଦେଇଥିଲେ। କନକ ବର୍ଦ୍ଧନଙ୍କ ଘର ସେହି ପାଖରେ ଥିଲେ ମଧ୍ୟ ସରକାରୀ ନିୟମ ଅନୁସାରେ ତାଙ୍କୁ ଏକ ବଡ କ୍ବାଟର ଯୋଗାଇ ଦିଆଯାଇଛି। ତେବେ ଆଶ୍ଚର୍ଯ୍ୟର କଥା ହେଲା ଯେ, ବବିଦାସ ସେହି କ୍ବାଟର ପଛପଟେ କରିଥିବା ବର୍ଦ୍ଧିତ…

Read More

ଭୁବନେଶ୍ୱର: ଆଜି ଓଡିଶା ସଞ୍ଚୟ ଓ ଆର୍ଥିକ ସେବା ନିର୍ଦ୍ଦେଶାଳୟ ଅର୍ଥ ବିଭାଗ ଆନୁକୁଲ୍ୟରେ ଓଡିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ଏୟୁ ସିରିଜ୍‌ ଉଠାଣ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ଜନସାଧାରଣ ଅପବ୍ୟୟ ପରିହାର କରି ମିତବ୍ୟୟିତା ଅବଲମ୍ବନ ପୂର୍ବକ ନିୟମିତ ସଞ୍ଚୟ ମାଧ୍ୟମରେ ନିଜର ଆର୍ଥିକ ସ୍ଥିତି ସୁଦୃଢ କରିବା ସଙ୍ଗେ ସଙ୍ଗେ ରାଷ୍ଟ୍ରର ପ୍ରଗତିରେ ଯୋଗଦାନ କରିବା ପାଇଁ ସେ ଆହ୍ୱାନ କରିଥିଲେ। ସଞ୍ଚୟ ଓ ଆର୍ଥିକ ସେବା ନିର୍ଦ୍ଦେଶିକା ଡ. ପ୍ରଜ୍ଞାସ୍ମିତା ସାହୁ ସ୍ୱାଗତ ଭାଷଣ ଦେବା ସଙ୍ଗେ ସଙ୍ଗେ ସଞ୍ଚୟର ବାର୍ତ୍ତା ଯେଭଳି ସାମାଜର ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚି ପାରିବ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ଜନସାଧାରଣ ଏହି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ କିପରି…

Read More

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ହେଉଛି ସେପ୍ଟେମ୍ବର ୧୭ ତାରିଖ। ଏହି ଦିନରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଦେଶବ୍ୟାପୀ ସେବାପକ୍ଷ ଭାବେ ପାଳନ କରାଯିବ। ଏହି ସମୟ ମଧ୍ୟରେ ବିଜେପିର କାର୍ଯ୍ୟକର୍ତାମାନେ ବିଭିନ୍ନ ସେବା କାର୍ଯ୍ୟକରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିବେ। ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ବିଜେପି ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି। ଶ୍ରୀ ତ୍ରିପାଠୀ କହିଛନ୍ତି, ସେପ୍ଟେମ୍ବର ୧୭ ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସେବା ପକ୍ଷରେ ବିଭନ୍ନ ପ୍ରକାର ସେବା କାର୍ଯ୍ୟ କରାଯିବ । ପ୍ରଥମ ଦିନ ଓ ଏହାର ପୂର୍ବଦିନ ଅର୍ଥାତ୍ ସେପ୍ଟେମ୍ବର ୧୬, ୧୭ ରେ ସମାଜର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତିତ୍ୱମାନଙ୍କୁ ନେଇ  ପ୍ରଧାନମନ୍ତ୍ରୀଙ୍କ ଜୀବନୀ, ଉଦ୍ଦେଶ୍ୟ ଓ ଦେଶର ପ୍ରଗତିରେ ତାଙ୍କ ଯୋଗଦାନ…

Read More

ଭୁବନେଶ୍ବର: ନିର୍ବାଚନ ପରେ ପରେ ବେଶ କିଛିଦିନ ଧରି ଦଳୀୟ ରାଜନୀତିରେ ସକ୍ରିୟ ରହିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ହେଲେ ମାସଟିଏ ପରେ ସେ ସଂପୂର୍ଣ୍ଣ ନିରବି ଗଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ସବୁବେଳେ ମିଡିଆ ଆଗକୁ ଆସି କିଛି ନା କିଛି ବିସ୍ପୋରକ ତଥ୍ୟ ଦେଉଥିବା ଅପରାଜିତା ଏବେ ପୁରା ଚୁପଚାପ କିପରି ହେଲେ ବୋଲି ପ୍ରଶ୍ନ ଉଠିଛି। ସେତିକି ନୁହେଁ କିଛି ଦିନ ତଳେ ତାଙ୍କର ଦୃଢ ସମର୍ଥକ ତଥା ସଂଗଠକଙ୍କୁ ବିଜେପି ଦଳରୁ ନିଲମ୍ବନ କରିଦେଲା। ତାହାକୁ ନେଇ ଅପରାଜିତ ପୁରା ଚୁପ ରହିଲେ। ହେଲେ ସେ ଖେଳ ଖେଳିବାକୁ ଭଲ ପାଉଥିବାରୁ ସେହି ନିଲମ୍ବିତ ନେତାଙ୍କୁ ଆଣି ନିଜ ନିର୍ବାଚନ ମଣ୍ଡଳୀର ଦଳୀୟ କାର୍ଯ୍ୟକ୍ରମରେ ସାମିଲ କଲେ। ଏଥିରୁ ସ୍ପଷ୍ଟ ହେଲା ଯେ, ଦଳ ଗୋଟିଏ ପଟେ ଯାଉଥିବା ବେଳେ ଅପରାଜିତା ଅନ୍ୟପଟେ ଯାଉଛନ୍ତି। ଦଳ ପ୍ରତି ତାଙ୍କର…

Read More

ଭୁବନେଶ୍ବର: ବିଜେଡି ଛାଡି ବିଜେପି କ୍ୟାମ୍ପରେ ଯୋଗଦେଇଥିବା ଦୁଇ ରାଜ୍ୟସଭା ସାଂସଦଙ୍କୁ ନେଇ ନବୀନ ପଟ୍ଟନାୟକ ସମାଲୋଚନା କରିଛନ୍ତି। ଗତକାଲି ଶଙ୍ଖ ଭବନରେ ଆୟୋଜିତ ବିଜୁ ଯୁବ ସମାବେଶରେ ଯୋଗ ଦେଇ ନବୀନ ଏହି ଦଳ ଛାଡୁଥିବା ନେତାଙ୍କୁ ଚରମ ବାଣୀ ଶୁଣାଇଛନ୍ତି। ସେ କହିଛନ୍ତି ଯେ ସୁବିଧାବାଦୀ ନେତାମାନେ ଏମିତି ଦଳ ଛାଡିବେ। ହେଲେ ତାହା ଆମକୁ ଆହୁରି ସଶକ୍ତ କରିବାକୁ ବଳ ଦେଇଛି। ସେ ଆହୁରି କହିଥିଲେ ଯେ, ଏକ ବିକଶିତ ଓ ସଶକ୍ତ ଓଡିଶା ର ସ୍ବପ୍ନ ଦେଖିଥିବା ବିଜୁ ବାବୁଙ୍କ ଆଦର୍ଶରେ ବିଜୁ ଜନତା ଦଳ କାମ କରୁଛି। ଯେ ପର୍ଯ୍ୟନ୍ତ ଆମେ ଏହି ଆଦର୍ଶ ରେ କାମ କରୁଥିବା ସେ ପର୍ଯ୍ୟନ୍ତ ଲୋକଙ୍କ ହୃଦୟ ରେ ବିଜେଡି ରହିଥିବ। ବିଜେଡି କିଛି ବ୍ୟକ୍ତିଙ୍କ ଉପରେ ନିର୍ଭରଶୀଳ ନୁହେଁ। ଏକ ଆଦର୍ଶ ଉପରେ ପ୍ରତିଷ୍ଠିତ। ସୁବିଧାବାଦୀଙ୍କ ଦଳ ତ୍ୟାଗ ଆମ ଆଦର୍ଶ ପାଇଁ ସଂଗ୍ରାମକୁ ଲହୁ…

Read More

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀସ୍ଥିତ ଭାରତର ମୁଖ୍ୟ ବିଚାରପତି ଡି. ୱାଇ ଚନ୍ଦ୍ରଚୁଡଙ୍କ ବାସଭବନକୁ ଯାଇଥିଲେ। ବାସଭବନ ଦୁଆରରେ ମୁଖ୍ୟ ବିଚାରପତି ଏବଂ ତାଙ୍କ ପତ୍ନୀ କଳ୍ପନା ଦାସ ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ। ତେବେ ପ୍ରଧାନମନ୍ତ୍ରୀ ପ୍ରଧାନ ବିଚାରପତିଙ୍କୁ ଘରକୁ କାହିଁକି ଗଲେ ସେ ନେଇ ପ୍ରଶ୍ନ ଉଠିଛି। ତେବେ ଗଣେଷ ପୂଜା ଉପଲକ୍ଷେ ମୁଖ୍ୟ ବିଚାରପତିଙ୍କ ଘରକୁ ପୂଜା କରିବା ପାଇଁ ପ୍ରଧାନମନ୍ତ୍ରୀ ଯାଇଥିଲେ। ମୋଦି ସେଠାରେ ମୁଖ୍ୟ ବିଚାରପତିଙ୍କ ଘରେ ପ୍ରତିଷ୍ଠା କରାଯାଇଥିବା ପ୍ରତିମୂର୍ତ୍ତିରେ ସେ ଆଳତି କରିଥିଲେ। ପାଖରେ ଖୋଦ ମୁଖ୍ୟ ବିଚାରପତି ଏବଂ ତାଙ୍କ ପତ୍ନୀ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରିୟାନ ଟୋପି ଏବଂ ପାରଂପାରିକ ପୋଷାକ ପରିଧାନ କରିଥିଲେ।

Read More

ଭୁବନେଶ୍ବର: ଆଜି ଜୟଦେବ ଭବନ ଠାରେ ଭାରତ ରତ୍ନ ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୩୦ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥି ସହିତ “ଆତ୍ମନିର୍ଭର ଭାରତରୁ ବିକଶିତ ଭାରତ : ଭୁଦାନ ଆନ୍ଦୋଳନ ର ଅବଦାନ” ବିଷୟ ସମ୍ପର୍କିତ ଜାତୀୟ ସ୍ତରର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବିନୋବା ସେବା ପ୍ରତିଷ୍ଠାନ ର ସାଧାରଣ ସମ୍ପାଦକ ଶ୍ରୀ ମନୋଜ ଜେନାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଅଠୱାଲେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିନୋବା ଭାବେଙ୍କ ସ୍ମୃତି ଚାରଣ କରି କହିଲେ ସମାଜର ସମସ୍ତ ଜନସାଧାରଣ ଆତ୍ମନିର୍ଭାର ହେଲେ ହିଁ ସାମଗ୍ରିକ ବିକାଶ ହୋଇ ପାରିବ। ସମ୍ମାନିତ ଅତିଥି ରୂପେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବ୍ରଜକିଶୋର ତ୍ରିପାଠୀ ଯୋଗ ଦେଇ ଆମେ କେବଳ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ କିଛିକାଂଶରେ ଆତ୍ମନିର୍ଭର ହୋଇଛେ। ଯଦି ବଜେଟର 70 % ରୁ ଉର୍ଦ୍ଧ…

Read More

ଭୁବନେଶ୍ବର: ରାଜ୍ୟର ସମସ୍ତ ସହରାଞ୍ଚଳରେ ଏବଂ ଗ୍ରାମାଞ୍ଚଳରେ ଥିବା ସବୁ ବିଦ୍ୟାଳୟରେ ପାନୀୟ ଜଳ ସୁବିଧା, ଟ୍ୟାପ୍ ଯୋଗେ ପିଇବା ପାଣି ଏବଂ ଭୂପୃଷ୍ଠରୁ ବହିଯାଉଥିବା ବର୍ଷା ଜଳକୁ ସଂରକ୍ଷଣ ତଥା ଭୂତଳ ଜଳ ଭରଣ ଉଦ୍ଦେଶ୍ୟରେ ରେନ୍ ଓ୍ୱାଟର ହାର୍ଭେଷ୍ଟିଂ ଷ୍ଟ୍ରକ୍ଚର ବ୍ୟବସ୍ଥାକୁ ନିଶ୍ଚିତ କରାଯିବ। ଏଥି ସହିତ ସମସ୍ତ ବିଦ୍ୟାଳୟରେ ଶୌଚାଳୟ ବ୍ୟବସ୍ଥା ରହିବ। ଏ ସଂପର୍କରେ ଏକ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଗତକାଲି ମଙ୍ଗଳବାର ଅପରାହ୍ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ସଂପୃକ୍ତ ବିଭିନ୍ନ ବିଭାଗ ସହିତ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟରେ ଏହି ସବୁ ବ୍ୟବସ୍ଥା ରହିଥିବା ସଂପର୍କରେ ଭାରତ ସରକାରଙ୍କ ସହିତ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ତେବେ ରାଜ୍ୟରେ ଯେଉଁ ସବୁ ବିଦ୍ୟାଳୟରେ ଅଦ୍ୟାବଧି ଏହି ସବୁ ବ୍ୟବସ୍ଥା ହୋଇନାହିଁ,…

Read More

ଭୁବନେଶ୍ୱର: ଆପଣମାନେ ହେଉଛନ୍ତି ନିର୍ମାଣର ମେରୁଦଣ୍ଡ। ରାସ୍ତା, ଘାଟ, କୋଠା ବାଡ଼ି, କଳ କାରଖାନା, ବନ୍ଦର, ବିମାନ ବନ୍ଦର, ଶିକ୍ଷାୟତନ, ଡାକ୍ତରଖାନା, ଯେ କୌଣସି ନିର୍ମାଣ ହେଉ, ଆପଣମାନଙ୍କ ବିନା ଏସବୁର ପରିକଳ୍ପନା ଅସମ୍ଭବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଆୟୋଜିତ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଅବସରରେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଈଶ୍ୱରଙ୍କ ପରିକଳ୍ପନାରେ ମଣିଷ ହିଁ ଏଭଳି ଏକ ସୃଷ୍ଟି, ଯିଏ ସର୍ଜନା କରିପାରେ, ଭାବିପାରେ ଓ ନିର୍ମାଣ କରିପାରେ। ଗଢିବାର ପ୍ରକ୍ରୟା ଟି ହେଲା ନିର୍ମାଣ। ନିର୍ମାଣ ପାଇଁ ଶ୍ରମର ଯୋଗଦାନ ସବୁଠୁ ଅଧିକ। ଆମ କୁଶଳୀ ଶ୍ରମିକମାନେ ସାଧାରଣକୁ ଅସାଧାରଣ କରିପାରନ୍ତି। ସିମେଣ୍ଟ, ବାଲି, ଗୋଡିକୁ ବ୍ୟବହାର କରି ଗଢି ପାରନ୍ତି ସୁନ୍ଦର ଅଟ୍ଟାଳିକା। ଲୁହା, ଇସ୍ପାତ, ଆଲୁମିନିୟମକୁ ବ୍ୟବହାର କରି ତିଆରି କରନ୍ତି…

Read More

ଭୁବନେଶ୍ବର: ବଡ ପାଟିରେ ମିଛ କହିଲେ ତାହା କେବେ ସତ ହୋଇଯାଏ ନାହିଁ। ମିଛ କହି ହୃଦୟ ଜିତିବା ସହଜ ହୋଇପାରେ କିନ୍ତୁ ଲୋକଙ୍କ ହୃଦୟ ଜିତିବା ସହଜ ନୁହେଁ। ଲୋକଙ୍କ ହୃଦୟ ଜିତିବା ପାଇଁ ସେବା ହିଁ ଏକମାତ୍ର ମାର୍ଗ ବୋଲି ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ବିଜୁ ଯୁବ ଜନତା ଦଳ ର ଏକ ସମାବେଶ ରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି ମାଗଣା ବିଜୁଳି ଓ ପେନସନ ସବୁ କଥା ରେ ବିଜେପି ର ମିଛ, ଦୁଇ ପ୍ରକାର କଥା।ତିନି ମାସ ହୋଇଗଲା। ଏବେ ଆଈ ମା ଗପ ଛାଡି କାମ କରି ଦେଖାଇବାକୁ ଶ୍ରୀ ପଟ୍ଟନାୟକ ବିଜେପି କୁ ପରାମର୍ଶ ଦେଇଛନ୍ତି। ସାମ୍ପ୍ରତିକ ଘଟଣା ବଳୀ ଉପରେ ଆଲୋଚନା କରି ଶ୍ରୀ ପଟ୍ଟନାୟକ…

Read More

ଭୁବନେଶ୍ବର: ଗତକାଲି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ତାଙ୍କର ସାମାଜିକ ଗଣ ମାଧ୍ୟମରେ ଉଠାଇଥିବା ପ୍ରଶ୍ନର ଗୋଟିଗୋଟି ଜବାବ ଦେଇଛନ୍ତି ବିଧାୟକ ଜୟନାରାୟଣ ମିଶ୍ର। ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ ନବୀନ ପରୋକ୍ଷରେ କେତେକ ପ୍ରଶ୍ନ ଉଠାଇଛନ୍ତି। ଯାହାର ଜବାବ ଦେଇଛନ୍ତି ବିଜେପି ବିଧାୟକ ଜୟନାରାୟଣ। ଗତକାଲି ନବୀନ ତାଙ୍କ ସାମାଜିକ ଗଣ ମାଧ୍ୟମରେ ଯେଉଁ ପ୍ରଶ୍ନ ଉଠାଇଥିଲେ ତାହା ହେଲା.. “ଏହା କ’ଣ ଓଡ଼ିଆ ଅସ୍ମିତା? ମହାପୁରୁଷମାନଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ। ମହାପୁରୁଷମାନଙ୍କ ତ୍ୟାଗ, ସାଧନା ଓ ଦୂରଦୃଷ୍ଟି ଦ୍ୱାରା ଗଢ଼ି ଉଠିଥିବା ଉତ୍କର୍ଷ ଅନୁଷ୍ଠାନ ଜାତିର ଅକ୍ଷୟ କୀର୍ତ୍ତି।” “ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅତୁଳନୀୟ ଅବଦାନ ରହିଛି। ଓଡ଼ିଶାର ସାମଗ୍ରିକ ବିକାଶରେ ମୟୂରଭଞ୍ଜ ରାଜପରିବାରର ଅବଦାନ ସମସ୍ତେ ଜାଣନ୍ତି। ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଆଦି ସବୁ କ୍ଷେତ୍ରରେ ସେମାନଙ୍କ ଅବଦାନ ଅସୀମ।”…

Read More

ଭୁବନେଶ୍ବର: ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ ବର୍ତ୍ତମାନ ସାରା ରାଜ୍ୟ ପଡୁଛି ଉଠୁଛି। ବିଭିନ୍ନ ମହଲରେ ଏହାକୁ ସମାଲୋଚନା କରାଯାଉଥିବା ବେଳେ କେତେ ସମର୍ଥନ ମଧ୍ୟ କରୁଛନ୍ତି। ଏ ନେଇ ସାଂସଦ ଭର୍ତ୍ତୁହରି ମହତାବ ତାଙ୍କର ସଂପାଦକୀୟରେ ଭିନ୍ନ କଥା ଲେଖିଛନ୍ତି। ସେ ସିଧା ନ କହିଲେ ମଧ୍ୟ ରେଭେନ୍ସା ନାମ ପରିବର୍ତ୍ତନ ହେଉ ବୋଲି କହିଛନ୍ତି। ସେତିକି ନୁହେଁ ଭର୍ତ୍ତୁହରି ମୟୁରଭଂଜ ରାଜାଙ୍କୁ ମଧ୍ୟ ତାଙ୍କ ଲେଖାରେ ସମାଲୋଚନା କରିବାକୁ ପଛାଇ ନାହାଁନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଚାଲିଛି। ସେ ଲେଖିଛନ୍ତି ଯେ, ‘ରେଭେନ୍ସା ନାମ ପରିବର୍ତ୍ତନକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ମତକୁ ଅନେକ ଘୋରିମାରି ତିଳତାଳ କଲେଣି। ସେତେ ଯେମିତି ରେଭେନ୍ସା ହେଉଛନ୍ତି ଏମାନଙ୍କ ଗୋସାଇଁ। ଏମାନଙ୍କ ମରମକୁ କାହିଁକି ବାଧୁଛି ବୋଲି ଭର୍ତ୍ତୁହରି ତାଙ୍କ ସ୍ତମ୍ଭରେ ଲେଖିଛନ୍ତି।’ ଭର୍ତ୍ତୁହରିଙ୍କ ଏହି ଲେଖାକୁ ନେଇ ପରୋକ୍ଷରେ ବାଣ ମାରିଛନ୍ତି ନବୀନ ପଟ୍ଟନାୟକ। ସେ…

Read More

ଭୁବନେଶ୍ୱର: ଭୁବନେଶ୍ୱରର ଭାଲୁଙ୍କା, ବାରଙ୍ଗରେ ସ୍ଥିତ ପୂର୍ବ ଭାରତର ଅଗ୍ରଣୀ ନେଚରୋପାଥି ସ୍ୱାସ୍ଥ୍ୟ କେନ୍ଦ୍ର ହେଲଥଭିଲ୍ ( Healthville ) ତଥା ୟୁ.ଏସ୍‌.ଏର ବିଶିଷ୍ଟ ନେଚରୋପାଥିକ୍ ସଂସ୍ଥା ୱେଲୋପାଥୀର ମିଳିତ ଆନୁକୁଲ୍ୟରେ ପ୍ରାକୃତିକ ଚିକିତ୍ସା ପ୍ରଣାଳୀ ଓ ତାର ଉପାଦେୟତା ସମ୍ବନ୍ଧରେ ଏକ ଭବ୍ୟ ସେମିନାର ଆୟୋଜିତ ହୋଇଛି। ଏଥିରେ ପ୍ରାୟ୧୦୦ ଜଣ ନେଚୁରୋପେଥିକ୍ ଉତ୍ସାହୀ, ଲାଭାର୍ଥୀ ଏବଂ ପ୍ରୋତ୍ସାହକ ଅଂଶଗ୍ରହଣ କରିଥିଲେ। ହେଲ୍ଥଭିଲ୍‌ର ଚେୟରମ୍ୟାନ୍ ଡ଼କ୍ଟର ସତ୍ୟବ୍ରତ ମୀନକେତନ ସଭାରେ ସ୍ୱାଗତ ଭାଷଣ ରଖି ସମସ୍ତ ଅଂଶଗ୍ରାହୀଙ୍କୁ ହାର୍ଦ୍ଦିକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ବର୍ତମାନର ବିଶ୍ୱରେ ପ୍ରାକୃତିକ ଚିକିତ୍ସାର ଆବଶ୍ୟକତା ଓ ବହୁମୁଖି ଉପାଦେୟତା ସମ୍ବନ୍ଧରେ ଗଭୀର ଓ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ। ସେ କହିଛନ୍ତି ଯେ, ପ୍ରାକୃତିକ ଚିକିତ୍ସା ପଦ୍ଧତି ପ୍ରକୃତିର ସୃଷ୍ଚି ମଣିଷ ପାଇଁ ସର୍ବୋତମ ଉପସମ ଦାୟକ । ଆମର ପ୍ରାୟ ୯୦ ପ୍ରତିଶତ ରୋଗ ଏବଂ ଯନ୍ତ୍ରଣାମୂଳକ ସମସ୍ୟାଗୁଡିକ ଆମ ନିଜର ଅସ୍ୱାସ୍ଥ୍ୟକର…

Read More