Author: Samikhsya Bureau

ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ, ସାଂସଦ ଡ. ଏ ଚେଲା କୁମାର ୨୧ ତାରିଖ ଶୁକ୍ରବାର ଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଡ. ଚେଲା କୁମାର ୨୧ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ଠାରେ ପହଂଚି ରାତ୍ରୀଯାପନ କରିବେ । ୨୨ ତାରିଖ ଦିନ ୧୧ ଘଂଟା ସମୟରେ ଡ. ଚେଲା କୁମାର ପ୍ରଦେଶ କଂଗ୍ରେସ ତଥ୍ୟ ଅନୁଧ୍ୟାନ କମିଟି ସଭ୍ୟମାନଙ୍କ ସହିତ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଢ଼ିଙ୍କିଆ ଅଂଚଳ ଗସ୍ତରେ ଯିବେ । ସେଠାରେ ସ୍ଥାନୀୟ ଜନସାଧାରଣଙ୍କ ସହ ସାକ୍ଷାତ ଆଲୋଚନା କରି ଭୁବନେଶ୍ୱର ଫେରିଆସିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୨୩ ତାରିଖ ଦିନ ପୂର୍ବାହ୍ନ ଘ. ୮.୩୦ମି. ସମୟରେ ରସୁଲଗଡ଼ ଛକଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ପିସିସି ପକ୍ଷରୁ ନେତାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ଭିଏସଏସ ନଗର ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ…

Read More

ବାଲେଶ୍ଵର: ଓଡ଼ିଶା ଉପକୂଳ ଚାନ୍ଦିପୁରରୁ ଜାନୁଆରୀ ୨୦, ୨୦୨୨ ପୂର୍ବାହ୍ନ ୧୦ଟା ୩୦ ମିନିଟ୍ ସମୟରେ ପରିବର୍ଦ୍ଧିତ କ୍ଷମତା ସମ୍ପନ୍ନ ବ୍ରହ୍ମୋସ ସୁପରସୋନିକ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ବ୍ରହ୍ମୋସର ଏହି ସଂସ୍କରଣରେ ଅଧିକ ସ୍ୱଦେଶୀ ଉପକରଣ ଏବଂ ଉନ୍ନତ ପ୍ରଦର୍ଶନ କ୍ଷମତା ସଂଯୋଗ କରାଯାଇଛି। ବ୍ରହ୍ମୋସ ଏରୋସ୍ପେସ ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ବିଶେଷଜ୍ଞ ଦଳ ମଧ୍ୟରେ ଘନିଷ୍ଠ ସମନ୍ୱୟ ରକ୍ଷା କରାଯାଇ ଏହି କ୍ଷେପଣାସ୍ତ୍ର ଉତ୍କ୍ଷେପଣ କରାଯାଇଥିଲା। ପରୀକ୍ଷଣ ସମୟରେ ଏହି କ୍ଷେପଣାସ୍ତ୍ର ଆନୁମାନିକ ଉତ୍କ୍ଷେପଣ ପଥକୁ ଅନୁସରଣ କରି ମିଶନର ସମସ୍ତ ଲକ୍ଷ୍ୟ ପୂରଣ କରିଥିଲା। ଏହି ପରୀକ୍ଷଣ ଆଗକୁ ବ୍ରହ୍ମୋସ କାର୍ଯ୍ୟକ୍ରମ ପାଇଁ ଏକ ବୃହତ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଉଚ୍ଚ ଗତିସମ୍ପନ୍ନ ବ୍ରହ୍ମୋସ କ୍ଷେପଣାସ୍ତ୍ର ସୁପରସୋନିକ୍ ଅର୍ଥାତ୍ ଶବ୍ଦ ଠାରୁ ଦ୍ରୁତ ବେଗରେ ସର୍ବାଧିକ ଦୂରଭେଦ କ୍ଷମତା ପର୍ଯ୍ୟନ୍ତ ଗତି କରିବା ସହିତ ମିଶନର ସମସ୍ତ ଲକ୍ଷ୍ୟ…

Read More

ଭୁବନେଶ୍ବର:  ଆସନ୍ତାକାଲି ଅର୍ଥାତ 21 ତାରିଖ ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ। ଫଳରେ ଯେଉଁମାନେ ନାମାଙ୍କନ ପତ୍ର ଦାଖଲ କରି ନାହାଁନ୍ତି ତାଙ୍କ ପାଇଁ ଆଉ ଗୋଟିଏ ଦିନ ହାତରେ ରହିଲା। ଏହି ନାମାଙ୍କନ ପତ୍ର ଦାଖଲ ପକ୍ରିୟା 17 ତାରିଖରୁ ଆରମ୍ଭ ହୋଇଥିଲା। ଏହାପରେ 22 ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ। 25 ତାରିଖ ପର୍ଯ୍ୟନ୍ତ ଯେଉଁମାନେ ଚାହିଁବେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ତେବେ ଆଜି ସାରା ରାଜ୍ୟରୁ କେଉଁ ପଦବୀ ପାଇଁ କେତେ ଜଣ ପ୍ରାର୍ଥୀପତ୍ର ଦାଖଲ କଲେ ତାହାର ରିପୋର୍ଟ ଆସିଛି। ସେହି ଅନୁସାରେ ୱାର୍ଡ ମେମ୍ବର -୪୦୭୩୨ଜଣ ସରପଞ୍ଚ -୮୮୪୨ଜଣ ପଞ୍ଚାୟତ ସମିତ ସଦସ୍ୟ-୭୮୩୨ଜଣ ଜିଲ୍ଲା ପରିଷଦ-୧୧୮୨ଜଣ

Read More

ଭୁବନେଶ୍ବର:  ଆସନ୍ତା 23 ତାରିଖରେ ପ୍ରଖ୍ୟାତ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତି। ଏହି ଅବସରରେ ଓଡିଶା ଲଳିତ କଳା ଏକାଡେମୀ ଏବଂ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଟ୍ରଷ୍ଟ ଦ୍ବାରା ଆରମ୍ଭ ହୋଇଛି ମାଟି ମୂର୍ତ୍ତି ନିର୍ମାଣ ଶିବିର। ଏଥିରେ କଟକର ପନ୍ଦର ଜଣ ମୃଣ୍ମୟ ଭାସ୍କର୍ଯ୍ୟ ଶିଳ୍ପୀ ଯୋଗ ଦେଇ ସେମାନଙ୍କ କଳା ନୈପୁଣ ପ୍ରଦର୍ଶନ କରୁଛନ୍ତି। ଏହି ଶିବିରକୁ ଆଜି ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଂଜନ କୁମାର ଦାସ, ଓଡିଶା ଲଳିତକଳା ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ ଏବଂ ଶିଳ୍ପୀ ଗଜେନ୍ଦ୍ର ସାହୁ ପ୍ରମୁଖ ଉଦଘାଟନ କରିଥିଲେ। ଏହି ଶିବିର 20 ତାରିଖରୁ 22 ତାରିଖ ପର୍ଯ୍ୟନ୍ତ ଚାଲିବ। 23 ତାରିଖରେ ନେତାଜୀଙ୍କ ଜନ୍ମ ଜୟନ୍ତିରେ ଏହି ମୃତ୍ତିକା ସ୍ଥାପତ୍ୟ ପ୍ରଦର୍ଶିତ ହେବ।

Read More

ଭୁବନେଶ୍ୱର : ବହୁ ସ୍ୱାଧୀନତା ସଂଗ୍ରାମୀଙ୍କର ଉତ୍ସର୍ଗୀକୃତ ସେବା ଓ ତ୍ୟାଗପୂର୍ଣ୍ଣ ବଳିଦାନ ଯୋଗୁଁ ଭାରତବର୍ଷ ପରାଧୀନତାର ଶୃଙ୍ଖଳରୁ ମୁକ୍ତିଲାଭ କରିଥିଲା । ସେହିପରି ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ ମହାନ ବିପ୍ଳବୀ ଚନ୍ଦନ ହଜୁରୀ (ଚାଖି ଖୁଣ୍ଟିଆ) । ୧୮୫୭ର ଐତିହାସିକ ସିପାହୀ ବିଦ୍ରୋହରେ ସାମିଲ ହୋଇ ବିପ୍ଳବୀ ଚନ୍ଦନ ହଜୁରୀ ଓଡ଼ିଶାର ଗର୍ବ ଓ ଗୌରବକୁ ଜାତୀୟ ସ୍ତରରେ ଉଚ୍ଚତମ ସୋପାନରେ ପହଞ୍ଚାଇ ପାରିଥିଲେ । ଝାନ୍ସୀରାଣୀ ଲକ୍ଷ୍ମୀବାଈଙ୍କ ଆହ୍ୱାନରେ ସୁଦୂର ଉତ୍ତରଭାରତରେ ଇଂରେଜମାନଙ୍କ ବିରୋଧରେ ତାଙ୍କର ଅସାଧାରଣ ବୀରତ୍ୱପୂର୍ଣ୍ଣ ରଣକୌଶଳ ପ୍ରଦର୍ଶନ ଇତିହାସର ଏକ ଚର୍ଚ୍ଚିତ ଅଧ୍ୟାୟ । ଚାଖି ଖୁଣ୍ଟିଆ ଏକାଧାରରେ ଜଣେ କବି, ମହାନବିପ୍ଳବୀ, ସମାଜ ସଂସ୍କାରକ ଏବଂ ଶ୍ରୀଜଗନ୍ନାଥଙ୍କର ପରମ ସେବକ ଥିଲେ । ତାଙ୍କର ବଳିଷ୍ଠ ନେତୃତ୍ୱ ଏବଂ ଅବଦମିତ ଦେଶପ୍ରେମ ପାଇଁ ସେ ସର୍ବଦା ଏ ଜାତିର ପ୍ରାତଃସ୍ମରଣୀୟ । ଆଜି ଓଡ଼ିଶାର ମହାନ ବିପ୍ଳବୀ ଚନ୍ଦନ ହଜୁରୀ…

Read More

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ ନିମନ୍ତେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାର୍ଥୀ/ପ୍ରାର୍ଥିନୀମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ ସମୟରେ କୋଭିଡ୍‌-୧୯ ନିୟମାବଳୀ ଉଲ୍ଲଂଘନ ସହ ପ୍ରବଳ ଜନଗହଳି ହେଉଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ନଜରକୁ ଆସିଛି । ନିର୍ବାଚନ କମିଶନ ଗତ ୧୫ ତାରିଖରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳ-ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ ଜଣେ ଡି.ଏସ୍‌.ପି ପାହ୍ୟାର ପୁଲିସ ଅଧିକାରୀଙ୍କୁ କୋଭିଡ଼୍‌ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯିବ ଓ ପ୍ରାର୍ଥୀ/ପ୍ରାର୍ଥିନୀମାନଙ୍କର ନାମାଙ୍କନ ପତ୍ର ଦାଖଲ ଓ ନିର୍ବାଚନୀ ବୈଠକ ସମୟରେ ହେଉଥିବା ଭିଡ଼କୁ ନିୟନ୍ତ୍ରଣ ସହ କଡ଼ାକଡ଼ି ଭାବେ କୋଭିଡ୍‌-୧୯ ନିୟମାବଳୀର ଅନୁପାଳନ କରାଯିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ ହେଉଥିବାରୁ ନାମାଙ୍କନ ପତ୍ର ଦାଖଲବେଳେ ପ୍ରବଳ ଜନଗହଳି ହେବାର ଆଶଙ୍କା କରାଯାଉଛି । ଏହି ମର୍ମରେ ଆଜି ନିର୍ବାଚନ କମିଶନ ନାମାଙ୍କନ ପତ୍ର ଦାଖଲ ସମୟରେ…

Read More

ଭୁବନେଶ୍ୱର : ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗର ପୂର୍ବତନ ଅତିରିକ୍ତ ଶାସନ ସଚିବ ବିନୋଦ କୁମାର ପଣ୍ଡା ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ତାଙ୍କ ସହ ଅର୍ଥନୀତି କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ଯୁବ ଅର୍ଥନୈତିଜ୍ଞ ଶ୍ରୀମତୀ ମମତା ପଣ୍ଡା ଓ ଶ୍ରୀମତୀ ସୌଭାଗ୍ୟବତୀ ନାୟକ ମଧ୍ୟ ବିଜେପିରେ ଯୋଗଦାନ କରିଛନ୍ତିି । ରାଜ୍ୟ ସଭାପତି ସମୀର ମହାନ୍ତି ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ଏହି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ଏହି ମିଶ୍ରଣ ପର୍ବ ଅବସରରେ ବୁଦ୍ଧିଜୀବି ପ୍ରକୋଷ୍ଠ ସଂଯୋଜକ ତଥା ବରିଷ୍ଠ ନେତା ସଜ୍ଜନ ଶର୍ମା, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପବିତ୍ର ଦାସ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଅର୍ପିତା ଅପରାଜିତା ବଡଜେନା,ସଂଖ୍ୟାଲଘୁ ମୋର୍ଚ୍ଚା…

Read More

ସ୍ୱାସ୍ଥ୍ୟ ଟିପ୍ସ: ଏହି କରୋନା ଅବଧିରେ ସୁସ୍ଥ ରହିବାକୁ ରୋଗ ପ୍ରତିରକ୍ଷା ଶକ୍ତି ବଢାଇବା ଅତ୍ୟନ୍ତ ଜରୁରୀ। ଏହି ସମୟରେ ପ୍ରାୟ ସମସ୍ତେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଅନେକ ଉପାୟରେ ଚେଷ୍ଟା କରନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଗିଲୋଇ ଖାଉଛନ୍ତି, ତେବେ ଆପଣ ଏହାର ଗୁରୁତର କ୍ଷତି ବିଷୟରେ ମଧ୍ୟ ଜାଣିବା ଉଚିତ୍। ଆମେରିକୀୟ ଆସୋସିଏସନ ଫର ଷ୍ଟଡି ଅଫ୍ ଲିଭର ରୋଗର ଅଫିସିଆଲ୍ ଜର୍ନାଲ୍ ହେପାଟୋଲୋଜି କମ୍ୟୁନିକେସନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଗିଲୋଇ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କାର୍ଯ୍ୟ କରିଥାଏ, କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ଶରୀରରେ ସମସ୍ୟା ସୃଷ୍ଟି କରିପାରେ। ବିଶେଷଜ୍ଞମାନେ କହିଛନ୍ତି ଯେ, ଅଧିକାଂଶ ଲୋକ ଏହାକୁ ରସ, ଚା କିମ୍ବା କାଢାରେ ବ୍ୟବହାର କରନ୍ତି, କିନ୍ତୁ ଗିଲୋଇକୁ ବହୁ ପରିମାଣରେ ଖାଇବା ଏଡାଇବା ଉଚିତ୍। ଆୟୁର୍ବେଦ ଅନୁଯାୟୀ, ଗିଲୋଇକୁ ଔଷଧ…

Read More

ନୂଆଦିଲ୍ଲୀ: ଭାରତରେ ଏକ ବୃହତ ଜନସଂଖ୍ୟା ଅଣସଂଗଠିତ କ୍ଷେତ୍ର ସହିତ ଜଡିତ। ଏଭଳି ପରିସ୍ଥିତିରେ ଏହି ଶ୍ରମିକମାନଙ୍କୁ ଅନେକ ଥର ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଏହି ସମସ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ୨୦୨୧ ମସିହାରେ କେନ୍ଦ୍ରରେ ମୋଦୀ ସରକାର ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାର ନାମ ହେଉଛି ଇ-ଶ୍ରାମ କାର୍ଡ ସ୍କିମ୍। ମୁଖ୍ଯତଃ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ୨୦୨୧ ମସିହାରେ, ଏହି ଯୋଜନାର ସଠିକ୍ କାର୍ଯ୍ୟକାରିତା ପାଇଁ ସରକାର ଇ-ଶ୍ରାମ ପୋର୍ଟାଲ୍ (ଇ-ଶ୍ରାମ କାର୍ଡ) ଆରମ୍ଭ କରିଥିଲେ। ଦେଶର ଶ୍ରମ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ଅଦ୍ୟାବଧି ୨୩ କୋଟି ଅସଂଗଠିତ ସେକ୍ଟର କର୍ମଚାରୀ ସରକାରଙ୍କ ଦ୍ୱାରା ପରିଚାଳିତ ଇ-ଶ୍ରାମ ଯୋଜନା ମାଧ୍ୟମରେ ନିଜକୁ ପଞ୍ଜୀକୃତ କରିଛନ୍ତି। ଏହି ଯୋଜନାର ଲାଭକୁ ଦୃଷ୍ଟିରେ ରଖି ଠକେଇ ଲୋକମାନେ ମଧ୍ୟ ବହୁତ ସକ୍ରିୟ ହୋଇଯାଇଛନ୍ତି।…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସମ୍ବନ୍ଧିତ କ୍ୟାବିନେଟ୍ କମିଟି ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଲିମିଟେଡ୍‌ (ଆଇଆରଇଡିଏ) ରେ ଇକ୍ବିଟି ସେୟାର କ୍ରୟ ମାଧ୍ୟମରେ 1500 କୋଟି ଟଙ୍କା ନିବେଶକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଏହା ଦ୍ବାରା ବର୍ଷେ ମଧ୍ୟରେ ପ୍ରାୟ 10,200 ରୋଜଗାର ସୃଷ୍ଟି ହେବ ତଥା ପ୍ରତି ବର୍ଷ 7.49 ନିୟୁତ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ। ଭାରତ ସରକାରଙ୍କ ଦ୍ବାରା 1500 କୋଟି ଟଙ୍କା ପ୍ରଦାନ କରି ସେୟାର କ୍ରୟ କରିବା ଦ୍ବାରା ଆଇଆରଇଡିଏ କୁ ନିମ୍ନଲିଖିତ ସହାୟତା ମିଳିପାରିବ। 1. ଅକ୍ଷୟ ଉର୍ଜା ସେକ୍ଟରକୁ ପ୍ରାୟ 12,000 କୋଟି ଟଙ୍କାର ଋଣ ମିଳିବ, ଯଦ୍ବାରା ଅକ୍ଷୟ ଶକ୍ତି (ଆରଇ) କ୍ଷେତ୍ରର ଋଣ ଆବଶ୍ୟକତା ପୂରଣ ହେବ, ତଥା ପ୍ରାୟ 3500-4000 ମେଗାୱାଟର ଅତିରିକ୍ତ କ୍ଷମତା ସୃଷ୍ଟି ହେବ। 2. ଏହାର ନେଟ୍ ସମ୍ପତ୍ତି ବୃଦ୍ଧିରେ ସହାୟତା ମିଳିବ, ଯାହାଦ୍ବାରା…

Read More

ଭୁବନେଶ୍ୱର: ଜଣେ ମହିଳାଙ୍କ ପେଟରୁ ୧୦.୫ କେଜି ଓଜନର ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲର ସର୍ଜନ। କଳାହାଣ୍ଡି ଅଂଚଳର ୫୦ ବର୍ଷିୀୟା ମହିଳାଙ୍କ ପେଟରେ ଏହି ଟ୍ୟୁମର ସୃଷ୍ଟି ହୋଇଥିବା ବେଳେ ସଫଳତାର ସହ ଏହାକୁ ବାହାର କରିପାରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ସର୍ଜିକାଲ ଅଙ୍କୋଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ସଂଗ୍ରାମ କେଶରୀ ପଣ୍ଡା ଓ ତାଙ୍କ ଟିମ୍। ଦୀର୍ଘ ଦୁଇ ବର୍ଷ ଧରି ମହିଳା ଜଣଙ୍କର ପେଟ ଅସ୍ୱାଭାବିକ ଭାବେ ଫୁଲି ରହିଥିବା ବେଳେ ସେ ଠିକ୍ ଭାବରେ ଚଲାବୁଲା ମଧ୍ୟ କରି ପାରୁନଥିଲେ। ଅନେକ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଯାଇ ନିରାଶ ହେବା ପରେ ଶେଷରେ ସମ୍‌ ହସ୍ପିଟାଲକୁ ଆସି ଡାକ୍ତର ପଣ୍ଡାଙ୍କ ନିକଟରେ ଏହି ମହିଳା ଜଣକ ଚିକିତ୍ସା ଆରମ୍ଭ କରିଥିଲେ। ବିଭିନ୍ନ ପରୀକ୍ଷାନିରୀକ୍ଷା ପରେ ମହିଳା ଜଣକ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ପାରିନୂଆଗାଁ ଛକରେ ଏକ ଲୁଟ ହୋଇଛି। ସୂଚନା ମୁତାବକ ଆଜି ଅପରାହ୍ନରେ ବେଲପଡା ଗ୍ରାମ କବିରାଜ ଲେଙ୍କାଙ୍କ ଝିଅ ସୁନିତା ଲେଙ୍କା ବାଣପୁର ପଲଟନ ପଡିଆରୁ କାମ ସାରି ନିଜ ସାଇକେଲ ଯୋଗେ ଘରକୁ ଫେରୁଥିଲେ। ଠିକ ସେହି ସମୟରେ ପାରିନୁଆଗାଁ କେନାଲ ଛକରେ ହଠାତ ଦୁଇ ଜଣ ଯୁବକ ଏକ ବାଇକରେ ଆସି ସୁନିତାଙ୍କ ଭ୍ୟାନିଟି ବ୍ୟାଗ ଛଡାଇ ଫେରାର ହୋଇଯାଇଥିଲେ। ଉକ୍ତ ଭ୍ୟାନିଟି ବ୍ୟାଗରେ ଦୁଇ ଗୋଟି ମୋବାଇଲ, ୧ ହଜାର ଟଙ୍କା ଏବଂ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଥିବା ସୁନିତା କହିଛନ୍ତି। ଏ ନେଇ ସୁନିତା ବାଣପୁର ଥାନାରେ ଜଣାଇବାରୁ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି। ସୂଚନା ଥାଉକି ଗତ ବର୍ଷ ନଭେମ୍ବର ୨୯ ତାରିଖ ଦିନ ସମାନ ସ୍ଥାନରୁ ଜଣେ ମହିଳାଙ୍କ ଠାରୁ ଲୁଟେରାମାନେ ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ସୁନା ଅଳଙ୍କାର…

Read More

ଭୁବନେଶ୍ୱର: ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନ ଅନ୍ତର୍ଗତ ଦଶଗୋଟି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳମାନଙ୍କର ଏକ ସମୀକ୍ଷା ବୈଠକ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର, ବିଭାଗର ବହୁ ବରିଷ୍ଠ ଅଧିକାରୀ, ଆଇ.ଜି.ଆର, ଓଡିଶା ଏବଂ ଭୂ- ଅଭିଲେଖ ଓ ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ଅଧିକାରୀ ଯୋଗଦାନ କରିଥିଲେ । ଜିଲ୍ଲାଗୁଡିକରେ ହେଉଥିବା ବିଭିନ୍ନ ପ୍ରକାର ଉନ୍ନତିମୂଳକ ତଥା ଭିତ୍ତିଭୂମି ପ୍ରକଳ୍ପ ଯଥା ରେଳ, ଜାତୀୟ ରାଜପଥ ଓ ଜଳସେଚନ ନିମନ୍ତେ ଆବଶ୍ୟକ ହେଉଥିବା ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନିତ କରିବା ସହିତ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ଅଗ୍ରାଧିକାର ଭିତ୍ତିରେ ସମାପନ କରିବାକୁ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ କୋଟିଆର ସର୍ବାଙ୍ଗୀନ ବିକାଶକୁ ଅଧିକ ଗୁରୁତ୍ୱ ଦେବାପାଇଁ ପରାମର୍ଶ ଦିଆଯାଇଛି । ଏହି ପ୍ରସଙ୍ଗରେ…

Read More

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କଂଗ୍ରେସର ପୋଷ୍ଟର ଝିଅ ପ୍ରିୟଙ୍କା ମୌର୍ଯ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଏଥି ସହିତ ପୂର୍ବତନ ଏସପି ବିଧାୟକ ତଥା ମୁଲାୟମ ସିଂ ଯାଦବଙ୍କ ଘନିଷ୍ଠ ସମ୍ପର୍କୀୟ ପ୍ରମୋଦ ଗୁପ୍ତା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଗତକାଲି ଏସପି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣ ଯାଦବ ବିଜେପିରେ ଯୋଗ ଦେଇଥିଲେ। ବିଜେପିରେ ଯୋଗଦେବା ପରେ ପୂର୍ବତନ ଏସପି ବିଧାୟକ ପ୍ରମୋଦ ଗୁପ୍ତା ଅଭିଯୋଗ କରିଛନ୍ତି ଯେ, ଅଖିଳେଶ ଯାଦବ ମୁଲାୟମ ସିଂ ଯାଦବଙ୍କୁ ବନ୍ଧକ ରଖିଛନ୍ତି ଏବଂ ଦଳରେ ତାଙ୍କର ସ୍ଥିତି ଅତ୍ୟନ୍ତ ଖରାପ। ସମାଜବାଦୀ ପାର୍ଟିରେ ଅପରାଧୀ ଏବଂ ଜୁଆ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଏଥିସହିତ ବିଜେପିରେ ଯୋଗଦେବା ପରେ ପ୍ରିୟଙ୍କା ମୌର୍ଯ୍ୟ କହିଛନ୍ତି ଯେ, କଂଗ୍ରେସ ସ୍ଲୋଗାନ ଦେଇଛି, ମୁଁ ଜଣେ ଝିଅ, ମୁଁ ଲଢିପାରେ,…

Read More

ଲକ୍ଷ୍ନୌ: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ବିଜେପି ବିରୋଧରେ ଏକ ଫ୍ରଣ୍ଟ ଖୋଲିଛନ୍ତି। ସେ ଗୋରଖପୁର ସଦର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ଏହି ଆସନରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରାର୍ଥୀ ହୋଇଛନ୍ତି। ଯୋଗୀ ଆଦିତ୍ୟନାଥ ମଧ୍ୟ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ସେ ୨୦୧୭ ରେ ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ସେ ଲୋକସଭାର ସଦସ୍ୟ ଥିଲେ। ଯୋଗୀ ୧୯୯୮ ରେ ପ୍ରଥମ ଥର ପାଇଁ ଗୋରଖପୁରରୁ ଲୋକସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ସେ ଲଗାତାର ୫ ଥର ଗୋରଖପୁରରୁ ଲୋକସଭା ନିର୍ବାଚନରେ ​​ଜିତିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ହେବା ପରେ ସେ ବିଧାନ ପରିଷଦର ରାସ୍ତା ବାଛିଲେ। ଆଜାଦ କହିଛନ୍ତି ଯେ, ତାଙ୍କ ଦଳ କିଛି ଲୋକଙ୍କ ବିରୋଧରେ ପ୍ରାର୍ଥୀ ଦେବା ନାହିଁ। ପ୍ରଗତିଶୀଳ ସମାଜବାଦୀପାର୍ଟି (ପିଏସପି) ର ରାଷ୍ଟ୍ରୀୟ ସଭାପତି ଶିବପାଲ ସିଂ ଯାଦବ, ସୁହେଲଦେବ ଭାରତୀୟ ସମାଜ ପାର୍ଟିର…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ସଦାବେଳେ ଚର୍ଚ୍ଚାରେ ରହିଆସୁଥିବାବେଳେ ଏଠି ବିଗତ କିଛି ମାସ ହେବ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ମଧ୍ୟରେ ତିକ୍ତତା ଲାଗିରହିଛି। ଯାହାଫଳରେ କର୍ମୀମାନେ ଦ୍ଵନ୍ଦ୍ଵରେ ରହିଆସିଛନ୍ତି। ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ କିଏ ଦେବ, ତାହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିଛି। ପଞ୍ଚାୟତ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ପାଇଁ ମାତ୍ର ଆଉ ଗୋଟାଏ ଦିନ ବାକିଥିବାବେଳେ ଦଳୀୟ ଜିଲ୍ଲା ପରିଷଦ ଟିକେଟକୁ ନେଇ କର୍ମୀଙ୍କ ମଧ୍ୟରେ ଭାଳେଣି ପଡିଯାଇଥିଲା। ସେପଟେ ପୂର୍ବତନ ବିଧାୟକ ରଘୁନାଥ ସାହୁ ତାଙ୍କର ଆନୁଗତ୍ୟଙ୍କୁ ଟିକେଟ ଦେବାପାଇଁ ଦଳର ସୁପ୍ରିମୋଙ୍କ ନିକଟରେ ଲବି ଚଳାଇଥିବାବେଳେ ଅପରପକ୍ଷେ ଦଳରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ନିଜ ଆନୁଗତ୍ୟଙ୍କୁ ଟିକେଟ ଦେବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ ଜାରିରଖିଥିଲେ। ପରିଶେଷରେ ଉକ୍ତ ଟିକେଟ ଯୁଦ୍ଧରେ ବାଜିମାତ କରିଛନ୍ତି…

Read More

ନୂଆଦିଲ୍ଲୀ: ଗତକାଲି ଦେଶରେ ୨ ଲକ୍ଷ ୮୨ ହଜାର ୯୭୦ ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୩ ଲକ୍ଷ ୧୭ ହଜାର ୫୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଜି ଆଉ ୪୯୧ ଜଣଙ୍କ ପ୍ରାଣହାନୀ ଘଟିଛି। ତେବେ ଏହି ସମୟ ମଧ୍ୟରେ ୨ ଲକ୍ଷ ୨୩ ହଜାର ୯୯୦ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୩ କୋଟି ୮୬ ଲକ୍ଷ ୪୭ ହଜାର ୪୯୭ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୮୭ ହଜାର ୬୯୩ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି। ତେବେ ଏପର୍ଯ୍ୟନ୍ତ ୩ କୋଟି ୫୮ ଲକ୍ଷ ୭ ହଜାର ୨୯ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧୯ ଲକ୍ଷ ୨୪…

Read More

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୧୧ ହଜାର ୬୦୭ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୦ ହଜାର ୩୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧ ହଜାର ୯୦ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୧୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪ ହଜାର ୩୫୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୧୩୬ ବାଲେଶ୍ଵର ଜିଲ୍ଲାରୁ- ୩୦୪ ବରଗଡ ଜିଲ୍ଲାରୁ- ୧୫୨ ଭଦ୍ରକ ଜିଲ୍ଲାରୁ- ୧୨୯ ବଲାଙ୍ଗୀରି ଜିଲ୍ଲାରୁ- ୨୫୩ ବୌଦ୍ଧ ଜିଲ୍ଲାରୁ- ୭୬ କଟକ ଜିଲ୍ଲାରୁ – ୯୪୦ ଦେବଗଡ ଜିଲ୍ଲାରୁ- ୭୮ ଢେଙ୍କାନାଳ ଜିଲ୍ଲାରୁ- ୮୩ ଗଜପତି ଜିଲ୍ଲାରୁ- ୧୦୦ ଗଞ୍ଜାମ ଜିଲ୍ଲାରୁ- ୮୭ ଜଗତସିଂହପୁର ଜିଲ୍ଲାରୁ- ୧୬୫ ଯାଜପୁର ଜିଲ୍ଲାରୁ- ୨୯୦ ଝାରସୁଗୁଡା ଜିଲ୍ଲାରୁ- ୧୫୭ କଳାହାଣ୍ଡି ଜିଲ୍ଲାରୁ-…

Read More

ଚାଣକ୍ୟ ନୀତି: ସଫଳତା ପାଇବା ପାଇଁ କିଛି ଜିନିଷକୁ ଧ୍ୟାନରେ ରଖିବା ଉଚିତ୍। ବେଳେବେଳେ ଟିକିଏ ଅସାବଧାନତା ଏକ ବଡ କ୍ଷତି ଘଟାଇପାରେ। ଯେଉଁଥିପାଇଁ କଠିନ ପରିଶ୍ରମ ବ୍ୟର୍ଥ ହୁଏ। କୌଟିଲ୍ୟ ଏବଂ ବିଷ୍ଣୁଗୁପ୍ତ ଭାବରେ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟ ଜଣାଶୁଣା। ପ୍ରାଚୀନ ତକ୍ଷଶୀଳା ବିଶ୍ୱବିଦ୍ୟାଳୟ ସହିତ ଚାଣକ୍ୟ ଜଡିତ ଥିଲେ। ଚାଣକ୍ୟ ଏଠାରେ ଆଚାର୍ଯ୍ୟ ଥିଲେ। ଚାଣକ୍ୟ କୂଟନୈତିକ କ୍ଷେତ୍ରରେ ଅଭିଜ୍ଞ ଥିଲେ। ସେ ଜଣେ ଅର୍ଥନୀତିଜ୍ଞ ମଧ୍ୟ ଥିଲେ। ଚାଣକ୍ୟଙ୍କ ଅନୁଯାୟୀ, ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ୍। ମନରେ ଚିନ୍ତାକରିଥିବା କଥାକୁ ଗୁପ୍ତ ରଖିବା ଉଚିତ୍: ମନରେ ଥିବା କାର୍ଯ୍ୟ ବିଷୟରେ କେବେବି କାହାକୁ ସୂଚନା ଦେବା ଉଚିତ୍ ନୁହେଁ। ଏହାର ଡ୍ରମ୍ ମଧ୍ୟ ପିଟିବା ଉଚିତ୍ ନୁହେଁ। ଯିଏ ଏହା କରେ ସେ କାର୍ଯ୍ୟରେ ସଫଳତା ପାଇବ ନାହିଁ। ମନରେ ଚିନ୍ତା କରୁଥିବା କାର୍ଯ୍ୟକୁ ମନ୍ତ୍ର ପରି ଗୁପ୍ତ ରଖି କାର୍ଯ୍ୟ ସମ୍ପାଦନ କରିବା ଉଚିତ।…

Read More

ନୂଆଦିଲ୍ଲୀ: ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଏବଂ ଘରେ ଧନ ପାଇବା ପାଇଁ, ଅନେକ କୈଶଳ କରିବା ପରେ ମଧ୍ୟ ଧନପ୍ରାପ୍ତିର ସମ୍ଭାବନା ରହୁ ନାହୁଁ। ତେଣୁ ଆଜି ଆମେ ଆପଣଙ୍କ ପାଇଁ କିଛି ସହଜ ସମାଧାନ ଆଣିଛୁ ଯାହାକି ଲକ୍ଷ୍ମୀ କୃପା ମିଳିବା ସହିତ ବର୍ଷ ବର୍ଷ ଧରି ଧନ ପ୍ରାପ୍ତିର ସମ୍ଭାବନା ତିଆରି oହେବ। ୧- ଆପଣ ପ୍ରତିଦିନ ଥରେ ଖାଦ୍ୟ ଦାନ କଲେ, ଆର୍ଥିକ ସଙ୍କଟ ରହିବ ନାହିଁ। ୨- ଅଶୋକା ଗଛ ଲଗାଇ ସେଥିରେ ପାଣି ଦେବା ଦ୍ୱାରା ଧନ ବୃଦ୍ଧି ପାଇଥାଏ। ୩- ଯଦି ଆପଣଙ୍କୁ ଘରେ ପୁରୁଣା ଖବରକାଗଜ ଇତ୍ୟାଦି ବାହାର କରିବାକୁ ଚାହାଁନ୍ତି ତେବେ ଆପଣ ଶନିବାର ଦିନ ଘରୁ ବାହାରକୁ ଫିଙ୍ଗି ଦିଆଯିବା ଉଚିତ୍। ୪- ଯଦି ଆପଣଙ୍କ ଘରେ ଦୀର୍ଘ ସମୟ ଧରି ବନ୍ଦ ଘଣ୍ଟା ଅଛି, ତେବେ ଏହାକୁ ତୁରନ୍ତ ହଟାନ୍ତୁ .ବନ୍ଦ ଘଣ୍ଟା ଘର ଭିତରକୁ ଆସୁଥିବା ଟଙ୍କାକୁ…

Read More

ମେଷ- ପୁଞ୍ଜି ବିନିଯୋଗ ଭଲ ଫଳାଫଳ ଦେବ। ଆଜି ନୂଆ ପୋଷାକ କିଣିବେ। ଗାଡିରେ ଟଙ୍କା ଖର୍ଚ୍ଚ ହେବ। ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ। କାମ ବନ୍ଦ ହୋଇଯିବ। ଜମି ସୁବିଧା ସମ୍ଭବ। ବୃଷ- ନୂତନ ଟେକ୍ନୋଲୋଜି ଦ୍ୱାରା ବ୍ୟବସାୟ ଲାଭବାନ ହେବ। ଅଧିକ ପରିଶ୍ରମ ଚାପ ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଅନିୟମିତତା ଯୋଗୁଁ ଶ୍ରମିକମାନେ ବିଚଳିତ ହେବେ। ମନ ବିଷୟରେ କହିବାର ଏହା ସମୟ ନୁହେଁ। ମିଥୁନ- ଆର୍ଥିକ ପ୍ରସଙ୍ଗରେ ଅନ୍ୟମାନଙ୍କୁ ବିଶ୍ୱାସ କର ନାହିଁ । ଭାବପ୍ରବଣତା ମଧ୍ୟରେ ଆଲୋଚନା ବୃଦ୍ଧି ପାଇବ। କୈଣସି ନୂତନ କାର୍ଯ୍ୟ କରିବା ପୂର୍ବରୁ ରଣନୀତି ପ୍ରସ୍ତୁତ କରନ୍ତୁ। ଚାକିରିରେ ଅଗ୍ରଗତିର ସମ୍ଭାବନା ଅଛି। କର୍କଟ- ବ୍ୟସ୍ତବହୁଳ ଜୀବନରେ ଆପଣଙ୍କର ପ୍ରିୟ ଲୋକଙ୍କୁ କିଛି ସମୟ ଦିଅନ୍ତୁ। ଆପଣଙ୍କ ମନକୁ ସଫା ରଖନ୍ତୁ। ଆପଣ ଆଜି ଭଦ୍ରତା ଦେଖାଇବା ଉଚିତ। ଶିକ୍ଷାଗତ ସ୍ଥାନରେ ବିବାଦ ପରିସ୍ଥିତିକୁ ଏଡ଼ାନ୍ତୁ। କୈଣସି କାର୍ଯ୍ୟ କରିବା ପୂର୍ବରୁ,…

Read More