Author: Samikhsya Bureau

ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟରେ ଶିକ୍ଷକ କର୍ମଚାରୀ ମାରଣନୀତି ଜାରି ରଖିଛନ୍ତି। ସରକାର ସମସ୍ତଙ୍କ ପାଇଁ ବହୁ ଯୋଜନା କରୁଥିବା ବେଳେ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକମାନଙ୍କ ପାଇଁ କୌଣସି ସୁଚିନ୍ତିତ ଯୋଜନା କରୁନାହାଁନ୍ତି। ଯାହାଦ୍ୱାରା ରାଜ୍ୟରେ ଗୁଣାତ୍ମକ ଶିକ୍ଷା ହେଉନାହିଁ। ଶିକ୍ଷା ଅଧିକାର ଆଇନ, ୨୦୧୦କୁ ଆମ ରାଜ୍ୟରେ ଆଦୌ କାର୍ଯ୍ୟକାରୀ କରୁନାହାଁନ୍ତି। ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ୮୦ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ସରକାର ଶିକ୍ଷକ ପଦବୀ ପୂରଣ କରୁନାହାଁନ୍ତି। ବିଭିନ୍ନ ଜିଲ୍ଲାରେ ପ୍ରଧାନ ଶିକ୍ଷକ, ଗ୍ରାଜୁଏଟ ଶିକ୍ଷକ, ଲେବୁଲ୍‌-ଭି(ବି) ପଦବୀ ବହୁ ସଂଖ୍ୟାରେ ଖାଲି ପଡ଼ିଥିଲେ ମଧ୍ୟ ସରକାର ପଦୋନ୍ନତି କରିବାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି। ବିଭିନ୍ନ ଜିଲ୍ଲାରେ ଠିକା ଓ ଚୁକ୍ତିରେ ଶିକ୍ଷକ ନିଯୁକ୍ତି କରି ଉଚ୍ଚଶିକ୍ଷିତ ଯୁବକଯୁବତୀମାନଙ୍କୁ ଶୋଷଣ କରୁଛନ୍ତି। ରାଜ୍ୟର ସମସ୍ତ ଠିକା କର୍ମଚାରୀମାନଙ୍କୁ ଇନ୍‌ସିଆଲ ଆପଏଣ୍ଟିଜ୍ ଘୋଷଣା କରି ସେମାନଙ୍କ ଦରମା ବୃଦ୍ଧି କରିଥିଲେ ମଧ୍ୟ…

Read More

ଭୁବନେଶ୍ବର: ‘ଇଟ୍ ରାଇଟ୍ ଷ୍ଟେସନ୍ ପ୍ରମାଣପତ୍ର ” ଇଟ୍ ରାଇଟ୍ ଇଣ୍ଡିଆ ଆନ୍ଦୋଳନର ଏକ ଅଂଶ ଅଟେ। ସମସ୍ତ ଭାରତୀୟଙ୍କ ପାଇଁ ନିରାପଦ, ସୁସ୍ଥ ଏବଂ ନିରନ୍ତର ଖାଦ୍ୟ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଖାଦ୍ୟ ନିରାପତ୍ତା ଏବଂ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦ୍ୱାରା ଭାରତରେ ଖାଦ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଏହା ଏକ ବୃହତ ପ୍ରୟାସ। ଇଟ୍ ରାଇଟ୍ ଇଣ୍ଡିଆ ଭାରତୀୟ ଲୋକ ମାନଙ୍କୁ ନିୟାମକ, ଦକ୍ଷତା ବିକାଶ, ସହଯୋଗୀ ଏବଂ ସଶକ୍ତିକରଣ ପଦ୍ଧତି ଗ୍ରହଣ କରି ଉପଯୁକ୍ତ ଖାଦ୍ୟ ସୁନିଶ୍ଚିତ କରାଇଥାଏ। ଯାତ୍ରୀମାନଙ୍କୁ ଉଚ୍ଚମାନର, ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଖୋର୍ଦ୍ଧା ରୋଡ଼ ର ଭୁବନେଶ୍ୱର ରେଳ ଷ୍ଟେସନକୁ “ଇଟ ରାଇଟ ” ଷ୍ଟେସନ ଭାବରେ ମାନ୍ୟତା ପତ୍ର ପ୍ରଦାନ କରାଯାଇଛି। 1 ରୁ 5 ପର୍ଯ୍ୟନ୍ତ ରେଟିଂ ସହିତ FSSAI ଦ୍ୱାରା ନିୟୋଜିତ ଥାର୍ଡ ପାର୍ଟି ଅଡିଟ୍ ଏଜେନ୍ସିର ସର୍ଭେ ସମାପ୍ତି ପରେ ଏହି…

Read More

ସ୍ୱାସ୍ଥ୍ୟ ଟିପ୍ସ: ଶୀତ ଋତୁରେ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ। ଏଭଳି ପରିସ୍ଥିତିରେ ଏକ ସୁସ୍ଥ ଖାଦ୍ୟ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ। ଆମେ ସମସ୍ତେ ଜାଣୁ ଯେ, ପିଜୁଳି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହା ଅନେକ ପୁଷ୍ଟିକର ଉପାଦାନରେ ଭରପୁର। ଏଥିରେ ଭିଟାମିନ୍ ସି, ଲାଇକୋପିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ, ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଶୀତ ଋତୁରେ ପିଜୁଳି ଖାଇବା ଦ୍ୱାରା ଶରୀରରେ ରକ୍ତ ଅଭାବ ଦୂର ହୋଇଥାଏ। ତେଣୁ ଶୀତଦିନେ ଆପଣଙ୍କ ଖାଦ୍ୟରେ ପିଜୁଳି ଅନ୍ତର୍ଭୁକ୍ତ କରିବାର ଲାଭ କ’ଣ ତାହା ଆସନ୍ତୁ ଜାଣିବା…. ପିଜୁଳି ପୁଷ୍ଟିକରର ଭଣ୍ଡାର: ପିଜୁଳିରେ ଭିଟାମିନ୍ ଏ ଏବଂ ଇ ବହୁ ପରିମାଣରେ ମିଳିଥାଏ। କେଶ, ଚର୍ମ ଏବଂ ଆଖି ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହା ସହିତ ଲାଇକୋପିନ୍ ନାମକ…

Read More

ଭୁବନେଶ୍ୱର:  ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ରୂପାନ୍ତରଣ ସହିତ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନିକଟରେ ଗୋଟିଏ ଦିନରେ ୬୧୩୧ ଜଣ ଶିକ୍ଷକକୁ ନିଯୁକ୍ତି ଦିଆଯାଇଥିଲା । ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୪୬୧୯ ଜଣ ହିନ୍ଦୀ, ସଂସ୍କୃତ ଓ କ୍ରୀଡା ଶିକ୍ଷକ ପଦବୀ ପୂରଣ ନିମନ୍ତେ ଅଗଷ୍ଟ ୧୩ରେ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୬୭୨୦ ଜଣ TGT କଳା ଶିକ୍ଷକ ଓ ତେଲୁଗୁ ଶିକ୍ଷକ ପାଇଁ ଅଗଷ୍ଟ ୨୮ ତାରିଖରେ ବିଜ୍ଞାପନ ପ୍ରକାଶିତ ହୋଇଥିଲା । ଶିକ୍ଷକତା ପାଇଁ ଆବଶ୍ୟକ ସଂଖ୍ୟକ ପ୍ରାର୍ଥୀ ମିଳୁ ନ ଥିବାରୁ ଯେପରି ଅଧିକ ସଂଖ୍ୟକ ପ୍ରାର୍ଥୀ ଅଂଶଗ୍ରହଣ କରିପାରିବେ ତାକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ନିଯୁକ୍ତି ନିୟମାବଳୀରେ ସଂଶୋଧନ କରାଯାଇଛି। ଏହାସହିତ ବର୍ଦ୍ଧିତ ଛାତ୍ରଛାତ୍ରୀ…

Read More

ନୂଆଦିଲ୍ଲୀ: ଫଟା ଗୋଇଠି କାହାର ସୌନ୍ଦର୍ଯ୍ୟକୁ ନଷ୍ଟ କରିପାରେ। ଶୀତଦିନେ ଶୁଷ୍କତା ବୃଦ୍ଧି ହେତୁ ଅଧିକାଂଶ ଲୋକଙ୍କ ଗୋଇଠି ଫାଟିବା ସମସ୍ୟା ଦେଖାଯାଏ। ମଇଳା ଏବଂ ଖରାପ ଚର୍ମର ଯତ୍ନର ଅଭାବ ହେତୁ ଅନେକ ଥର ଗୋଇଠି ଫାଟିଯାଏ। କିଛି ଲୋକଙ୍କ ଚର୍ମ ବହୁତ ଶୁଖିଲା, ଯେଉଁଥିପାଇଁ ଗୋଇଠି ଫାଟିବା ସମସ୍ୟା ଦେଖାଯାଏ। କିନ୍ତୁ ପାଦ ଫାଟିବା ପଛରେ ଅନେକ ପ୍ରକାରର ଭିଟାମିନ୍ ଅଭାବ ଏବଂ ହରମୋନ୍ ଅସନ୍ତୁଳନ ଅଛି। ଯଦି ଶରୀରରେ ଏହି ଭିଟାମିନ୍ ର ଅଭାବ ଥାଏ, ତେବେ ଗୋଇଠି ସବୁବେଳେ ଫାଟିଯାଏ। ଜାଣନ୍ତୁ କିପରି? ଏହି ଭିଟାମିନ୍ ଅଭାବ ହେତୁ ଗୋଇଠି ଫାଟିଯାଏ: ଡାକ୍ତରମାନେ କୁହନ୍ତି ଯେ ଯେତେବେଳେ ଆମର ଚର୍ମ ଶୁଷ୍କ ହୋଇଯାଏ ଏବଂ ଆର୍ଦ୍ରତାର ଅଭାବ ହୁଏ, ସେତେବେଳେ ଚର୍ମ କଠିନ ହୋଇଯାଏ। ଏହା ପଛରେ ଶରୀରରେ କିଛି ଭିଟାମିନ୍ ର ଅଭାବ ମଧ୍ୟ ହୋଇପାରେ। ୧- ଭିଟାମିନ୍ ବି-୩ ୨- ଭିଟାମିନ୍ ଇ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଦୁଇଜଣ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଛନ୍ତି। ଦୁଇ ଭଉଣୀ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜଣଙ୍କର ବୟସ ୧୫ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ବୟସ ୧୧ ବର୍ଷ। ପରିବାର ଲୋକ ସହ ନାଇଜେରିଆରୁ ଚିହ୍ନଟ ହୋଇଥିବା ଦୁଇଜଣ ଭଉଣୀ ଓଡିଶା ଫେରିଥିଲେ। ଉଭୟ ଭଉଣୀଙ୍କୁ ପୃଥକବାସରେ ରଖାଯାଇଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଭଲ ଅଛି। ଖୁସିର କଥା ହେଉଛି, ଦୁଇ ଭଉଣୀଙ୍କର ବାପା ମା’ଙ୍କ ରିପୋର୍ଟ ନେଗେଟିଭ ଆସିଛି। ଓଡିଶା ଆସିବା ପରେ ଉକ୍ତ ପରିବାର ଲୋକଙ୍କର ଆରଟିପିସିଆର ଟେଷ୍ଟ କରାଯାଇଥିଲା। ଏଥିରେ ଦୁଇ ଭଉଣୀ ପଜିଟିଭ ଆସିବା ପରେ ସେମାନଙ୍କର ନମୁନା ଜିନମସିକ୍ଵେସିଂ ପାଇଁ ପଠାଯାଇଥିଲା। ତେବେ ସେମାନଙ୍କର ଓମିକ୍ରନ ରିପୋର୍ଟ ପଜିଟିଭ ଆସିଛି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଆଉ ଦୁଇଜଣ ବିଦେଶ ଫେରନ୍ତା ଓମିକ୍ରନ ପଜିଟିଭ ହୋଇଥିଲେ। ଦୁଇ…

Read More

ନୂଆଦିଲ୍ଲୀ: ବିଜେପି ନେତାଙ୍କ ସମ୍ପର୍କୀୟ ତଥା ସରକାରୀ କର୍ମଚାରୀଙ୍କ ଦ୍ୱାରା ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ନିକଟରେ ଜମି ଦଖଲ କରିଥିବାର ଅଭିଯୋଗ ହୋଇଛି। ଏହି ଖବର ପାଇବା ପରେ ଉତ୍ତରପ୍ରଦେଶ ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସୂଚନା) ନବନୀତ ସେହଗାଲ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜସ୍ୱ ବିଭାଗକୁ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଅନେକ ବିଜେପି ନେତା ଏବଂ ଉତ୍ତରପ୍ରଦେଶ ସରକାରଙ୍କ କିଛି ଅଧିକାରୀ ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିର ଚାରିପାଖରେ ଜମି କ୍ରୟ କରିଥିବା କଂଗ୍ରେସ ଅଭିଯୋଗ କରିଥିଲା। ଏହି ବିଷୟରେ ଉଲ୍ଲେଖ କରି ରାହୁଲ ଗାନ୍ଧୀ କହିଥିଲେ ଯେ, ହିନ୍ଦୁମାନେ ସତ୍ୟର ପଥରେ ବୁଲୁଛନ୍ତି, ହିନ୍ଦୁତ୍ୱବାଦୀ ଧର୍ମ ଆଲରେ ଲୁଟ୍ କରନ୍ତି। ଅନ୍ୟପକ୍ଷରେ କଂଗ୍ରେସର ସାଧାରଣ ସମ୍ପାଦକ ତଥା ମୁଖପାତ୍ର ରଣଦୀପ ସୁରଜେୱାଲା ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଭିନ୍ନ କ୍ଷମ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୀର୍ଘ ୫ ଦିନ ହେଲା ଫେରାର ଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ମୋବାଇଲ ପ୍ରଲୋଭନ ଦେଖାଇ ନାବାଳିକାକୁ ଅଭିଯୁକ୍ତ ଜଣଙ୍କ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଅଭିଯୋଗ ମୁତାବକ ଗତ ୫ ଦିନ ତଳେ ଟାଙ୍ଗୀରେ ଜଣେ ଭିନ୍ନ କ୍ଷମ ନାବାଳିକାକୁ ଜୟଦେବ ନାମକ ଯୁବକ ଜଣଙ୍କ ଦୁଷ୍କର୍ମ କରିଥିବାର ଥାନାରେ ଏତଲା କରାଯାଇଥିଲା। ଅଭିଯୁକ୍ତଜଣଙ୍କ ମୋବାଇଲ ଦେଖାଇବା ଆଳରେ ନାବାଳିକାକୁ ଦୁଷ୍କର୍ମ କରିଥିଲା। ତେବେ ସେହିଦିନ ଠାରୁ ଟାଙ୍ଗୀ ପୋଲିସ ଅଭିଯୁକ୍ତ ଜୟଦେବକୁ ଧରିବା ପାଇଁ ପ୍ରୟାସ ଜାରି ରଖିଥିଲା। କିନ୍ତୁ ଆଜି ଏହି ଘଟଣାର ଅଭିଯୁକ୍ତ ଯୁବକକୁ ପୋଲିସ ଧରିବାରେ ସଫଳ ହୋଇଥିଲା। ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲିକ ଟାଙ୍ଗୀ ବସ୍ ଷ୍ଟାଣ୍ଡ ନିକଟରୁ ଜୟଦେବକୁ ଗିରଫ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଖବର କାଗଜ ହକର ମାନଙ୍କୁ ସେମାନଙ୍କର ହକ୍‌ ପ୍ରଦାନ କରିଛନ୍ତି। ସେମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ସେମାନଙ୍କୁ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିବା ସହିତ ଅଣସଂଗଠିତ କ୍ଷେତ୍ର ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି । ଏହି ସହାୟତା ପାଇଁ ରାଜ୍ୟର ୭୩୦୦ ହକର ମାନଙ୍କ ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଡିଜିଟାଲ ଡାଟା ବେସ୍‌ ପ୍ରସ୍ତୁତ କରାଯାଇ ପଞ୍ଜୀକୃତ କରାଯାଇଛି। ପ୍ରତ୍ୟେକ ପଞ୍ଜୀକୃତ ହକର ୬୦୦୦ ଟଙ୍କା ଲେଖାଏ ସହାୟତା ପାଇଛନ୍ତି । ସମୁଦାୟ ୪ କୋଟି ୩୮ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏହା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି । ଏହି ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଛି। ଏହି ସହାୟତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ହକର ମାନେ ହେଉଛନ୍ତି ଖବର କାଗଜ ଓ…

Read More

ଭୁବନେଶ୍ବର: ରାଜ୍ୟରେ ଆଉ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହି ଦୁଇ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ କୁ ବୃଦ୍ଧି ହୋଇଛି। ଏହା ପୂର୍ବରୁ ଆଉ ୨ ଜଣ ବିଦେଶ ଫେରନ୍ତା ଓମିକ୍ରନରେ ସଂକ୍ରମିତ ହୋଇଥିଲେ। ଏହି ଦୁଇଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆରୁ ଆସିଥିବା ବେଳେ ଅନ୍ୟ ଜଣେ କତ୍ତାରରୁ ଫେରିଥିଲେ। ସେହିଭଳି ଆଜି ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ନାଇଜେରିଆରୁ ଓଡିଶା ଆସିଥିବା ଜଣାପଡିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ ସୂଚନା ଦେଇଛି।

Read More

ବାଲେଶ୍ଵର: ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭାରତ ଭୂପୃଷ୍ଠରୁ ଭୂପୃଷ୍ଠ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରଳୟକୁ ସଫଳତାର ସହ ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ର ୧୫୦ ରୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟକୁ ଛୁଇଁପାରିବ। ସରକାରୀ ଅଧିକାରୀଙ୍କ ଅନୁଯାୟୀ, ବିଭିନ୍ନ ରେଞ୍ଜ ଏବଂ ସମସ୍ତ ପାରାମିଟରରେ କ୍ଷେପଣାସ୍ତ୍ର ପରୀକ୍ଷା କରିବା ପାଇଁ ଏହି ପରୀକ୍ଷା କରାଯାଇଥିଲା। ଏହି କ୍ଷେପଣାସ୍ତ୍ରର ଏକ ବିଶେଷତ୍ୱ ​​ହେଉଛି ଏହା ବାୟୁରେ ପଥ ପରିବର୍ତ୍ତନ କରିପାରିବ। ବୁଧବାର ଦିନ ଏହି କ୍ଷେପଣାସ୍ତ୍ର ମଧ୍ୟ ପରୀକ୍ଷା କରାଯାଇଥିଲା। ଦୁଇ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଦେଶରେ ନିର୍ମିତ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ଏହି କ୍ଷେପଣାସ୍ତ୍ର ପ୍ରସ୍ତୁତ କରାଯାଇଛି ଏବଂ ଏହା ୫୦୦-୧୦୦୦ କିଲୋଗ୍ରାମର ୱାରହେଡ୍ ବହନ କରିପାରିବ। ପ୍ରଳୟ କ୍ଷେପଣାସ୍ତ୍ର କଠିନ ପ୍ରୋପେଲାଣ୍ଟ ରକେଟ୍ ମୋଟର ଏବଂ ଅନ୍ୟାନ୍ୟ ନୂତନ ପ୍ରଯୁକ୍ତିବିଦ୍ୟା ସହିତ ସଜ୍ଜିତ। ଏହି…

Read More

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ପୂର୍ବରୁ ଆଇସିସି ର଼୍ୟାଙ୍କିଙ୍ଗ ପ୍ରକାଶ କରିଛି। ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ କ୍ଷତି ଘଟିଛି। ସେ ଗୋଟିଏ ସ୍ଥାନ ତଳକୁ ଖସି ସପ୍ତମ ସ୍ଥାନକୁ ଖସିଯାଇଛନ୍ତି। ଯେତେବେଳେ କି ରୋହିତ ଶର୍ମା ଟେଷ୍ଟ ବ୍ୟାଟ୍ସମ୍ୟାନ୍ ମାନ୍ୟତାର ପଞ୍ଚମ ସ୍ଥାନରେ ସ୍ଥିର ରହିଛନ୍ତି। ବୋଲରଙ୍କ ମାନ୍ୟତାରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏଥି ସହିତ ଜାଡେଜା ଅଲରାଉଣ୍ଡର ମାନ୍ୟତାର ଶ୍ରେଷ୍ଠ ଖେଳାଳି ତାଲିକାରେ ଅନ୍ତର୍ଭୁକ୍ତ। ଆଇସିସି ଟି-୨୦ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ ମଧ୍ୟ ପ୍ରକାଶ କରିଛି। ଆଇସିସି ପୁରୁଷ ଟେଷ୍ଟ ର଼୍ୟାଙ୍କିଙ୍ଗରେ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ମାର୍ନସ୍ ଲାବୁସାଗେନ୍ ଶୀର୍ଷରେ ଅଛନ୍ତି। ଯେତେବେଳେ କି ଜୋ ରୁଟ୍ ଦୁଇ ନମ୍ବରରେ ଅଛନ୍ତି। ତାଙ୍କୁ ଗୋଟିଏ ସ୍ଥାନ ହରାଇବାକୁ ପଡିଛି। ଭାରତୀୟ ଖେଳାଳି ରୋହିତ ଶର୍ମା ପଞ୍ଚମ ସ୍ଥାନରେ ଏବଂ ବିରାଟ କୋହଲି ସପ୍ତମ ସ୍ଥାନରେ ଅଛନ୍ତି। ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗରେ କେବଳ ଦୁଇଜଣ ଭାରତୀୟ ଶ୍ରେଷ୍ଠ ୧୦ରେ…

Read More

ଭୁବନେଶ୍ବର: ରାଜ୍ୟରେ ମିଶନ ଶକ୍ତି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବ୍ୟବସ୍ଥା ସହିତ ସୁଧ ରିହାତି ପ୍ରଦାନ, ଅନ୍‌ ଲାଇନ ମାର୍କେଟ ବ୍ୟବସ୍ଥାର ଶୁଭାରମ୍ଭ, କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କ ପୋଷାକ ପାଇଁ ଭତ୍ତା ଘୋଷଣା, ଫେଡେରେସନ ଇସି ମେମ୍ବର ମାନଙ୍କ ବୈଠକ ବାବଦ ଦେୟ ଓ ଗସ୍ତ ପାଇଁ ଭତ୍ତା ଘୋଷଣା, ଜିଲ୍ଲା ସ୍ତରରେ ମିଶନ ଶକ୍ତି ଗଠନ ପାଇଁ ପ୍ରତ୍ୟେକ ଜିଲ୍ଲାକୁ ଏକ କୋଟି ଟଙ୍କା ଲେଖାଏ ଘୋଷଣା ଆଦି ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହାଦ୍ବାରା ତୃଣମୂଳ ସ୍ତରରେ ମିଶନ ଶକ୍ତି ଆନ୍ଦୋଳନ ଆହୁରି ଜୋରଦାର ହେବା ସହିତ ଆର୍ଥିକ ଦୃଷ୍ଟିରୁ ଅଧିକ ସଶକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ମା ମାନଙ୍କ ସଶକ୍ତିକରଣ ବିନା…

Read More

ନୂଆଦିଲ୍ଲୀ: ଆଜି ଦେଶରୁ ୭ ହଜାର ୪୯୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୪୩୪ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୭ ଲକ୍ଷ ୫୯ ହଜାର ୬୦୯ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୭ ହଜାର ୭୫୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷ ୮ ହଜାର ୯୨୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୭୮ ହଜାର ୧୯୦ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର:  ଆଜି ରାଜ୍ୟରେ ୧୫୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୧ ବାଲେଶ୍ଵର ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ – ୮ ଦେବଗଡ ଜିଲ୍ଲାରୁ- ୭ ଢେଙ୍କାନାଳ ଜିଲ୍ଲାରୁ- ୧ ଗଞ୍ଜାମ ଜିଲ୍ଲାରୁ- ୪ ଜଗତସିଂହପୁର ଜିଲ୍ଲାରୁ- ୨ ଯାଜପୁର ଜିଲ୍ଲାରୁ – ୪ ଝାରସୁଗୁଡା ଜିଲ୍ଲାରୁ- ୪ କଳାହାଣ୍ଡି ଜିଲ୍ଲାରୁ- ୧ କେନ୍ଦ୍ରାପଡା ଜିଲ୍ଲାରୁ- ୨ ଖୋର୍ଦ୍ଧା ଜିଲ୍ଲାରୁ- ୮୪ ମୟୂରଭଞ୍ଜ ଜିଲ୍ଲାରୁ- ୧ ପୁରୀ ଜିଲ୍ଲାରୁ- ୧ ରାୟଗଡା ଜିଲ୍ଲାରୁ- ୧ ସମ୍ବଲପୁର ଜିଲ୍ଲାରୁ- ୧୦ ସୁନ୍ଦରଗଡ଼ ଜିଲ୍ଲାରୁ – ୩ ଷ୍ଟେଟ ପୁଲରୁ- ୨୦ ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦…

Read More

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍‌ର ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗଛି। ଏହା ମଧ୍ୟରେ କରୋନା ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଜେନୋମ ସିକ୍ଵେସିଂରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୧୬ଟି ଓମିକ୍ରୋନର ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୬୫ ଟି ମାମଲା ଥିବାବେଳେ ଦିଲ୍ଲୀରେ ୫୭ ଟି, ତେଲେଙ୍ଗାନାରେ ୨୪ ଟି, ଗୁଜୁରାଟରେ ୨୩ ଟି, କର୍ଣ୍ଣାଟକରେ ୧୯ ଟି, ରାଜସ୍ଥାନରେ ୧୮ ଟି, କେରଳର ୯ ଟି ଏବଂ ହରିୟାଣାର ୧ ଟି ଓମିକ୍ରୋନରୁ ରିପୋର୍ଟ ହୋଇଛି। ଏପର୍ଯ୍ୟନ୍ତ ଦେଶର ୧୫ ଟି ରାଜ୍ୟରେ ଓମିକ୍ରନ୍ ମାମଲା ରୁଜୁ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚେତାବନୀ ଦେଇଛି ଯେ, କରୋନା ତିନି ଗୁଣ ଦ୍ରୁତ ଗତିରେ ବ୍ୟାପିଥାଏ ଏବଂ ତେଣୁ ସତର୍କ ହେବାର ସମୟ ଆସିଛି। କିନ୍ତୁ ଏହି ବିପଦ ପରେ ମଧ୍ୟ ଦେଶରେ…

Read More

ସ୍ୱାସ୍ଥ୍ୟ ଟିପ୍ସ: ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ୬ ରୁ ୧୦ ଗ୍ଲାସ୍ ପାଣି ପିଇବା ଉଚିତ୍। ଅର୍ଥାତ୍ ଅତି କମରେ ୬ ଗ୍ଲାସ୍ ପାଣି ପିଇବା ଉଚିତ୍। ଏହାର କାରଣ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀର ପାଇଁ ପ୍ରଚୁର ଜଳ ଆବଶ୍ୟକ। କିନ୍ତୁ ଏହା ଜରୁରୀ ନୁହେଁ ଯେ ସମସ୍ତ ଲୋକଙ୍କ ଶରୀର ସମାନ ପରିମାଣର ଜଳ ଆବଶ୍ୟକ କରେ। କିଛି ଖାଦ୍ୟ ସାମଗ୍ରୀ ଅଛି ଯାହା ଖାଇବା ପରେ କେବେବି ପାଣି ପିଇବା ଉଚିତ୍ ନୁହେଁ। ଏପରି ପରିସ୍ଥିତିରେ, ଏଠାରେ ଆମେ ଆପଣଙ୍କୁ ସେହି ଜିନିଷଗୁଡ଼ିକ ବିଷୟରେ କହିବୁ ଯାହା ଖାଇବା ପରେ ପାଣି ପିଇବା ଉଚିତ୍ ନୁହେଁ। ଛଣା ଚଣା ଖାଇବା ପରେ: ଛଣା ହୋଇଥିବା ଚଣା ଖାଇବା ପରେ କେବେବି ପାଣି ପିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କ ପେଟରେ ଯନ୍ତ୍ରଣା ହୋଇପାରେ। ଏହାର କାରଣ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବାଣପୁର ବାଇପାସରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ଗାଡ଼ି ଚାଳକଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି। ଖବର ମୁତାବକ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ରାୟଗଡା ଯାଉଥିବା ‘ଗାନ୍ଧୀ’ ନାମକ ଏକ ବସ ବାଣପୁର-ବାଲୁଗାଁ ବାଇପାସ ଠାରେ ଯାତ୍ରୀଙ୍କୁ ନେବାପାଇଁ ଅଟକିଥିଲା। ତେବେ ବାଣପୁର ଥାନା ଦୀକ୍ଷିତପଡା ଗ୍ରାମର ବୋଲେରୋ ଚାଳକ ସିଦ୍ଧାନ୍ତ ରଣସିଂହ କିଛି ଯାତ୍ରୀଙ୍କୁ ବୋଲେରୋରେ ନେଇ ଉକ୍ତ ବସରେ ଛାଡିବାକୁ ଯାଇଥିଲେ। ଠିକ ସେହି ସମୟରେ ହଠାତ ପଛପଟୁ ଭୁବନେଶ୍ୱର ଆଡୁ କ୍ଷିପ୍ର ଗତିରେ ବ୍ରହ୍ମପୁର ଯାଉଥିବା ଏକ କ୍ଷୀର ବୋଝେଇ ଅଶୋକ ଲେଲ୍ୟାଣ୍ଡ ଗାଡ଼ିଟି ‘ଗାନ୍ଧୀ’ ବସକୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ବସ ପାର୍ଶ୍ୱରେ ଠିଆ ହୋଇଥିବା ବୋଲେରୋ ଚାଳକ ସିଦ୍ଧାନ୍ତଙ୍କୁ ବସଟି କିଛି ବାଟ ଭିଡି ନେଇଯାଇଥିଲା। ଫଳରେ ସିଦ୍ଧାନ୍ତଙ୍କ ବାମ ଗୋଡ଼ ଏବଂ…

Read More

ଚାଣକ୍ୟ ନୀତି: ଚାଣକ୍ୟ ନୀତି ଜଣେ ବ୍ୟକ୍ତିଙ୍କୁ ସଫଳ ହେବାକୁ ପ୍ରେରଣା ଦିଏ। ଭାରତର ଶ୍ରେଷ୍ଠ ପଣ୍ଡିତମାନଙ୍କ ମଧ୍ୟରେ ଆଚାର୍ଯ୍ୟ ଚାଣକ୍ୟଙ୍କୁ ଗଣନା କରାଯାଏ। ଚାଣକ୍ୟ ଅର୍ଥନୀତି ଭଳି ରାଜନୀତି, କୂଟନୈତିକ କ୍ଷେତ୍ରରେ ଜଣେ ବିଶେଷଜ୍ଞ ଭାବରେ ବିବେଚନା କରାଯାଏ। ଚାଣକ୍ୟ ତାଙ୍କ ଜ୍ଞାନ ଏବଂ ଅଭିଜ୍ଞତାରୁ ଅଣୁଭା କରିଥିଲେ ଯେ, ସମସ୍ତଙ୍କ ମନରେ ଅର୍ଥ ପ୍ରତି ଆକର୍ଷଣ ଅଛି। ପ୍ରତ୍ୟେକ ବ୍ୟକ୍ତି ତାଙ୍କ ମନରେ ଧନୀ ହେବାକୁ ଚାହାଁନ୍ତି। ସେଥିପାଇଁ ସଂଘର୍ଷ କରନ୍ତି ଏବଂ ପରିଶ୍ରମ କରନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ। ଟଙ୍କା ହେଉଛି ଏକ ପ୍ରମୁଖ ଉତ୍ସ, ଯାହା ଦ୍ୱାରା ଜୀବନ ସହଜ ଏବଂ ସରଳ ହୋଇପାରିବ। ଆଚାର୍ଯ୍ୟ ତାଙ୍କ ଚାଣକ୍ୟ ନୀତିରେ ଟଙ୍କା ସମ୍ବନ୍ଧରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଯାହା ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଲକ୍ଷ୍ୟକୁ ପ୍ରାପ୍ତ କରିବା: ଜୀବନରେ ଲକ୍ଷ୍ୟ ସ୍ଥିର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଥରେ ଆପଣ…

Read More

ମେଷ:– ଆଜି ମିଶ୍ରିତ ଦିନ ହେବ। ବହୁତ ଖୁସି ହେବ ଏବଂ ମହାନତା ଏବଂ ସଭ୍ୟତା ଉପରେ ଗୁରୁତ୍ୱ ଦିଆଯିବ। ଏକାଡେମିକ୍ ଜିନିଷ ପଢିବାରେ ମନ ରହିବ, ଯାହା ଦ୍ବାରା ଜୀବନରେ ନୂତନ ଚିନ୍ତାଧାରା ଆସିପାରିବ। ଆପଣଙ୍କ ସାଥୀ ପାଇଁ ଆଶ୍ଚର୍ଯ୍ୟଜନକ ପାର୍ଟିର ଆୟୋଜନ କରିବେ। ସ୍ୱାସ୍ଥ୍ୟ ଭଲ ହେବ। ଖର୍ଚ୍ଚ ଏବଂ ବିନିଯୋଗ ବୃଦ୍ଧି ପାଇବ। ଆପଣ ଲୋକଙ୍କଠାରୁ ପ୍ରଶଂସା ପାଇବେ। ଭ୍ରମଣରେ ସତର୍କ ରୁହନ୍ତୁ। ଅଜ୍ଞାତ ଲୋକଙ୍କ ନିକଟତର ହେବା ପାଇଁ ସତର୍କ ରୁହନ୍ତୁ। ସାଙ୍ଗମାନେ ସାକ୍ଷାତ କରିବେ ଏବଂ ସେମାନଙ୍କ ସହିତ ସମୟ ବିତାଇବେ। ବିନା କାରଣରେ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ, ଅନାବଶ୍ୟକ ଯୁଦ୍ଧ ହୋଇପାରେ। ଧାର୍ମିକ କାର୍ଯ୍ୟର ଧାରା ପାର୍ଶ୍ୱରେ ରହିବ। ବୃଷ:– ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଭଲ ଲାଭ ହେବ। ବାକିଥିବା ଟଙ୍କା ପ୍ରାପ୍ତ ହେବ। ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ। ସାହିତ୍ୟ ଲେଖିବାକୁ ଆଗ୍ରହୀ ହେବେ। ପ୍ରିୟଜନଙ୍କ ନିକଟରେ…

Read More

ଭୁବନେଶ୍ୱର: ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଚନ୍ଦକାସ୍ଥିତ ଓଡ଼ିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମର ତାଲିମ କେନ୍ଦ୍ର ପରିଦର୍ଶନ କରିଛନ୍ତି । ସେ ସେଠାକୁ ଯାଇ ତାଲିମ କେନ୍ଦ୍ରରେ ଥିବା ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାଗୁଡ଼ିକ କିପରି ସଂଚାଳିତ ହେଉଛି ବୁଲି ଦେଖିଥିଲେ । ଶକ୍ତି ବିଭାଗର ନିରାପତ୍ତା, କାର୍ଯ୍ୟାଳୟ ସଂଚାଳନ, ଶକ୍ତି ସମ୍ବନ୍ଧିତ ଆୟବ୍ୟୟ ପରିଚାଳନା ଭଳି ଅନେକ ବିଷୟ ସହିତ ବିଦ୍ୟୁତ ସରବରାହ ଉପରେ ଉନ୍ନତ ଧରଣର ଉଭୟ ଥିଓରି ଓ ପ୍ରାକଫିସ୍‌ ଉପରେ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ଏଥି ସହିତ ଶକ୍ତି ସଂଚାରଣ ନିମନ୍ତେ ଆବଶ୍ୟକ ହେଉଥିବା ସମସ୍ତ ଯନ୍ତ୍ରାଂଶର କାର୍ଯ୍ୟକାରିତା, ତା’ର ରକ୍ଷଣାବେକ୍ଷଣ ସହିତ ତାକୁ କିପରି ଉପଯୋଗ କରାଯାଏ ସେ ସଂପର୍କରେ ଏଠାରେ ତାଲିମ ପ୍ରଦାନ କରାଯାଇଥାଏ । ଏଠାରେ ସଂପ୍ରତି ୬୦ ଜଣ କର୍ମଚାରୀ କାର୍ଯ୍ୟାଳୟ ପରିଚାଳନା ଉପରେ ତାଲିମ ନେଉଥିବା ଜଣାପଡ଼ିଛି ।…

Read More