ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସାଧାରଣ ମଣିଷ ତା ଜୀବନ କାଳ ମଧ୍ୟରେ କଣ କର୍ତ୍ତବ୍ୟ କରିବା ଉଚିତ ତାହା ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ମଣିଷ ସତ୍ ବାଟରେ ଯିବା ପାଇଁ ସତ୍ କର୍ମ କରିବା ଉଚିତ। ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ କେତୋଟି ଉପଦେଶ ଦେଇଛନ୍ତି। ପ୍ରଥମ କଥା ହେଲା ସତ୍ ପାତ୍ରରେ କନ୍ୟାଦାନ କରିବା ମଣିଷର ବଡ କର୍ତ୍ତବ୍ୟ। ସେହିପରି କନ୍ୟା ଓ ପୁତ୍ରକୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା ଉଚିତ। ଝିଅକୁ ଶିକ୍ଷିତା କରି ସତ ପାତ୍ରରେ କନ୍ୟାଦାନ କରିବା ମଣିଷର ବା ପିତାମାତାଙ୍କର ଏକ ବଡ କର୍ତ୍ତବ୍ୟ। ସେହିପରି ଶତ୍ରୁଙ୍କୁ ବିପଦରେ ପକାଇବା ଏବଂ ମିତ୍ରଙ୍କୁ ସଠିକ ରାସ୍ତା ଦେଖାଇବା ହେଉଛି ମଣିଷର ଭଲ କର୍ତ୍ତବ୍ୟ। ଚାଣକ୍ୟ କହିଛନ୍ତି ଯେ, ଶତ୍ରୁକୁ ଏପରି ବିପଦ ଭିତରେ ପକାଇ ଦିଅନ୍ତୁ ଯେପରି ସେ ସେହି କାମରେ ଲାଗି ରହିବ। ଆପଣଙ୍କ ପଛରେ ଲାଗିବା…
Author: Samikhsya Bureau
ମେଷ- ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ। ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ। ବ୍ୟବସାୟ ଭଲ କରିବ। ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ। ଘର ବାହାରେ ଜୀବନ ଖୁସି ହେବ। ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ। ବୃଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ। କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ। ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ। ମିଥୁନ- ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ। ନିଦ୍ରା ଅଭାବ ହେବ। ମୁଣ୍ଡବିନ୍ଧା ଏବଂ ଆଖିରେ ଉତ୍ତେଜନା ଦେଖାଦେଇପାରେ। ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ।…
କାନପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮-୧୨-୨୦୨୧) ଆଇଆଇଟି କାନପୁର ୫୪ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ସାମୁହିକ ଭାବେ ଡିଜିଟାଲ ସ୍ନାତକ ଉପାଧି ପ୍ରଦାନ କରିଛନ୍ତି। ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି କାନପୁର ନିମନ୍ତେ ଏକ ମହାନ୍ ଦିବସ କାରଣ ଆଜି କାନପୁର ନଗରୀ ମେଟ୍ରୋ ସୁବିଧା ମଧ୍ୟ ପାଉଛି। ଆହୁରିମଧ୍ୟ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ଜରିଆରେ କାନପୁର ବିଶ୍ୱକୁ ମୂଲ୍ୟବାନ ଉପହାର ଦେଇଛି। ଛାତ୍ରଛାତ୍ରୀଙ୍କ ଏହି ସମ୍ମାନଜନକ ଅନୁଷ୍ଠାନରେ ରହଣି ମଧ୍ୟରେ ବିଶେଷକରି ଏଠାରେ ଯୋଗଦେବା ଓ ଉତ୍ତୀର୍ଣ୍ଣ ହେବା ମଧ୍ୟରେ “ଆପଣମାନେ ଏକ ବିରାଟ ପରିବର୍ତ୍ତନ ନିଜ ମଧ୍ୟରେ ଅନୁଭବ କରିପାରୁଥିବେ।” ଏଠାକୁ ଆସିବା ପୂର୍ବରୁ ମନରେ ଅନେକ ଆଶଙ୍କାର ପ୍ରଶ୍ନବାଚୀ ଥିବ। ହେଲେ ଏବେ ଅଜଣାର କୌଣସି ଭୟ ନ ଥିବ ଓ ଏବେ ସମଗ୍ର ବିଶ୍ୱରେ କିଛି ନା କିଛି ନୂତନ ଆବିଷ୍କାର ପାଇଁ ମନରେ ସାହସ ମଧ୍ୟ…
ଭୁନନେଶ୍ୱର: ଆଜି ସ୍ଥାନୀୟ ଗୌରୀ କଟେଜ ହୋଟେଲ ପରିସରରେ, ନୂଆ ଓଡ଼ିଆ ସିନେମା “ମନ ମୋର କାଗଜ ଗୁଡି” ର ଗ୍ରାଣ୍ଡ ଅଡିଓ ରିଲିଜ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ମୁଖ୍ୟ ଉଦ୍ଘାଟକ ଭାବେ ମନ୍ତ୍ରୀ ସମୀର ରଞ୍ଜନ ଦାସ (ସ୍କୁଲ ଆଣ୍ଡ ମାସ ଏଜୁକେଶନ) ଯୋଗ ଦେଇଥିଲେ। ଆଜି ଏହି ଗ୍ରାଣ୍ଡ ଅଡିଓ ରିଲିଜ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସମ୍ମାନିତ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ ରାଉତରାୟ ଉପସ୍ଥିତ ଥିଲେ। ସୁମିତ୍ରା ଏଣ୍ଟରଟେଂମେଣ୍ଟ ବ୍ୟାନରର,”ମନ ମୋର କାଗଜ ଗୁଡି” ସିନେମାକୁ ନେଇ ଏହାର ମୁଖ୍ୟ ପ୍ରଯୋଜକ ଶିବିର କୁମାର ପରିଡା ଓ ସହ ପ୍ରଯୋଜକ ବିବେକାନନ୍ଦ ବାରିକ ବେଶ ଆଶାବାଦୀ ଅଛନ୍ତି।ବ୍ୟୟବହୁଳ ସିନେମା ଟିକୁ ଆଉ ଟିକେ ସରସ ସୁନ୍ଦର କରିବା ପାଇଁ ସଙ୍ଗୀତକୁ ସ୍ମୃତି ମଧୁର କରିଛନ୍ତି, ସଙ୍ଗୀତ ନିର୍ଧେସକ ଜାପାନୀ ଭାଇ।ନିର୍ଧେସନା ଭାର ଦେଵଜ୍ୟୋତି ପାତ୍ର ସମ୍ଭାଳି…
ସୀତାରାମ ଅଗ୍ରୱାଲ କାଳୁପଡା: ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ କାଳୁପଡାଘାଟ ରେଳ ଷ୍ଟେସନ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ରେଲୱେ ଟ୍ରାକ୍ ଅତିକ୍ରମ କରୁଥିବା ବେଳେ ଏକ ଦ୍ରୁତଗାମୀ ଟ୍ରେନ୍ ଧକ୍କା ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି। ସୂଚନା ମୁତାବକ ପାରାଦ୍ୱୀପ ଅଞ୍ଚଳର ଜଣେ ବୃଦ୍ଧ (୬୦) ଦୀର୍ଘ ଦିନ ହେବ କାଳୁପଡ଼ାସ୍ଥିତ ତାଙ୍କ ସମ୍ପର୍କୀୟ ଭାଇଙ୍କ ପାଖେ ରହି ବେତ କାମ କରୁଥିଲେ। ବୃଦ୍ଧ ଜଣକ ଆଜି ଅପରାହ୍ନ ୪.୩୦ ଘଟିକା ସମୟରେ କାଳୁପଡ଼ାଘାଟ ଷ୍ଟେସନ ସାଉଥ ଗେଟ ପଡିଥିବା ସମୟରେ ରେଲୱେ ଟ୍ରାକ୍ ଅତିକ୍ରମ କରୁଥିଲେ। ଠିକ୍ ସେହି ସମୟରେ ଟ୍ରେନ ନମ୍ବର ୧୨୮୪୬ ୟଶବନ୍ତପୁର ହାଉଡ଼ା ସୁପରଫାଷ୍ଟ ଏକ୍ସପ୍ରେସଟି ବୃଦ୍ଧଙ୍କୁ ଧକ୍କା ଦେଇଥିଲା। ତେବେ ଖବର ପାଇ ଆରପିଏଫ କର୍ମଚାରୀମାନେ ବୃଦ୍ଧଙ୍କୁ ତୁରନ୍ତ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ…
ଭୁବନେଶ୍ୱର: ଗୋଟିଏ କେବୁଲରେ ଇଣ୍ଟରନେଟ ଏବଂ ଟିଭିଚ୍ୟାନେଲ ପ୍ରଥମ ଥର ପାଇଁ ଓଡିଶାରେ ଆରମ୍ଭ ହେବ। ପ୍ରେସ କ୍ଲବଠାରେ ଏହି ସୁବିଧାକୁ ଅନୁଷ୍ଠାନିକ ଭାବେ ଅଭିନେତା ସବ୍ୟସାଚୀ ମିଶ୍ର ଶୁଭାରମ୍ଭ କରିଛନ୍ତି। ଏହା ଦ୍ୱାରା ଓଡିଶାବାସୀ କମ ମୂଲ୍ୟରେ ଓ ବିନା ପ୍ରତିବନ୍ଧକରେ ଉଭୟ ଟିଭି ଓ ଇଣ୍ଟରନେଟ ପାଇପାରିବେ। ଅନ୍ୟପକ୍ଷରେ ଏହା ବୈଷୟିକର ନୂଆଯୁଗ ଆରମ୍ଭ ହେଲା ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ। ଏସଏସ କେବୁଲସର ପ୍ରତିଷ୍ଠାତା ସୁଶାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ସଞ୍ଜୟ ଦାସ, ମୁଖ୍ୟ ପରିଚାଳକ ପଙ୍କଜ ଦତ୍ତ ଯୋଗଦେଇ ଅନ୍ୟ ଅପରେଟର ମାନଙ୍କ ଠାରୁ ଶସ୍ତା, ସୁନ୍ଦର ଓ ଅଧିକ ସେବା ଏହି କେବୁଲରେ ପାଇପାରିବେ ବୋଲି ମତ ଦେଇଥିଲେ। ଉତ୍ସବରେ ଓଡ଼ିଶାର ଏଲ୍ ସି ଓ ଯୋଗ ଦେଇ ସେମାନେ କେବୁଲ ନେଟୱାର୍କରେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଏସଏସ କେବୁଲନେଟ ଓ ଏନଏସଟି ଡିଜିଟାଲ ସମାଧାନ କରିବା ସହ…
ଭୁବନେଶ୍ୱର: ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରି ପଞ୍ଚାୟତ ନିର୍ବାଚନକୁ ୪ ମାସ ଘୁଞ୍ଚାଇବା ପାଇଁ ନିବେଦନ କରିଛନ୍ତି। ନିର୍ବାଚନ ପୂର୍ବରୁ ପଛୁଆବର୍ଗ କମିଶନଙ୍କ ଜରିଆରେ ପଛୁଆବର୍ଗ ଜନଗଣନା କରିବା ପାଇଁ ମଧ୍ୟ ମାନ୍ୟବର କୋର୍ଟଙ୍କ ପାଖରେ କେନ୍ଦ୍ର ସରକାର ପ୍ରାର୍ଥନା କରିଛନ୍ତି। ମଧ୍ୟପ୍ରଦେଶ ସରକାର ମଧ୍ୟ ସୁପ୍ରିମକୋର୍ଟରେ ଅର୍ଜି ଦାଖଲ କରି ମାନ୍ୟବର କୋର୍ଟ ତାଙ୍କର ଡ଼ିସେମ୍ବର ୧୭ ତାରିଖର ‘ପଛୁଆବର୍ଗ ସଂରକ୍ଷଣ’ ଉପରେ ଦେଇଥିବା ରାୟକୁ ପୁନର୍ବିଚାର କରିବାକୁ ମଧ୍ୟ ନିବେଦନ କରିଛନ୍ତି। ଗତ ରବିବାର ଦିନ ବିଜୁ ଜନତା ଦଳ ତା’ର ପ୍ରତିଷ୍ଠା ଦିବସର ଦୁଇଟି ପ୍ରତିଶ୍ରୁତି ଓଡ଼ିଶାର ଜନସାଧାରଣଙ୍କୁ ଦେଇ ଗଣମାଧ୍ୟମରେ ପ୍ରକାଶ କରିଥିଲା ଯେ, ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ପକ୍ଷରୁ ୪୦ଭାଗ ଟିକେଟ ପଛୁଆବର୍ଗ ପ୍ରାର୍ଥୀମାନଙ୍କୁ ଦିଆଯିବ ଏବଂ ଦ୍ୱିତୀୟତଃ କେନ୍ଦ୍ର ସରକାର ପଛୁଆବର୍ଗ ସଂରକ୍ଷଣ ଉପରେ ଯେଉଁ ଆଇନଗତ ଓ ରାଜନୈତିକ ପଦକ୍ଷେପ…
ଭୁବନେଶ୍ୱର: “ମିସେସ୍ ଇଣ୍ଡିଆ ୱାନ୍ ଇନ୍ ମିଲିୟନ୍-ଓଡ଼ିଶା ୨୦୨୧” ଟାଇଟଲ୍ ହାସଲ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜର ଆସିଷ୍ଟାଂଟ ପ୍ରଫେସର ମନୀଷା ପ୍ରହରାଜ। ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଏକମାତ୍ର ପ୍ରତିଯୋଗୀ ମନୀଷା ଏହି ସଫଳତା ସାଉଁଟିଛନ୍ତି। ନୂଆଦିଲ୍ଲୀର ଏକ ତାରକା ହୋଟେଲ୍ରେ ଚାରି ଦିନ ବ୍ୟାପୀ ଚାଲିଥିବା ଜାତୀୟ ସ୍ତରୀୟ ଏହି ସୁନ୍ଦରୀ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୭୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଗତ ଡିସେମ୍ବର ୨୪ ତାରିଖ ଦିନ ଏହାର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଥିଲା ବେଳେ ଶ୍ରେଷ୍ଠ ୮ ଜଣ ପ୍ରତିଯୋଗୀ ଫାଇନାଲ୍ ରାଉଣ୍ଡକୁ ମନୋନୀତ ହୋଇଥିଲେ। ଏହି ଅବସରରେ ଶ୍ରୀମତି ପ୍ରହରାଜ ଏହି ୮ ଜଣଙ୍କ ମଧ୍ୟରେ ରହିଥିବା ବେଳେ “ମିସେସ୍ ଇଣ୍ଡିଆ ୱାନ୍ ଇନ୍ ମିଲିୟନ୍-ଓଡ଼ିଶା ୨୦୨୧” ଟାଇଟଲ୍ ହାସଲ କରି ସୋଆ ପାଇଁ ଗୌରବ ଅର୍ଜନ କରିଛନ୍ତି। ସେହିପରି ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍…
ଭୁବନେଶ୍ୱର: କୋଭିଡର ନୂଆ ଭାରିଆଂଟ ଓମିକ୍ରନ୍ ସଂକ୍ରମଣର ଭୟ ଏବଂ ତୃତୀୟ ଲହରର ଆଶଙ୍କା ମଧ୍ୟରେ ସମ୍ କୋଭିଡ୍ ହସ୍ପିଟାଲ୍ରୁ ଆସିଛି ଆସ୍ୱସ୍ତିକର ଖବର। କୋଭିଡ ସଂକ୍ରମିତ ୯୬ ବର୍ଷୀୟ ଜଣେ ବୃଦ୍ଧ ହସ୍ପିଟାଲ୍ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ୱର ଉପକଣ୍ଠ ଡୁମ୍ଡୁମା ଅଂଚଳର ବୟୋଜ୍ୟେଷ୍ଠ ବ୍ୟକ୍ତି ଗଦାଧର ଦାସ କରୋନା ସଂକ୍ରମିତ ହେବା ପରେ ସମ୍ କୋଭିଡ୍ ହସ୍ପିଟାଲ୍ରେ ଗତ ଡିସେମ୍ବର ୨୦ ତାରିଖରେ ଭର୍ତି ହୋଇଥିଲେ। ହସ୍ପିଟାଲ୍ରେ ଭର୍ତ୍ତି ହେବା ସମୟରେ ତାଙ୍କୁ ଜ୍ୱର, ଛାତିରେ କଫ ଜମିବା ସହ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲା। ତାଙ୍କୁ ସୁସ୍ଥ କରିବା ନିମନ୍ତେ ଆଇସିୟୁରେ ରଖାଯାଇ ଅକ୍ସିଜେନ୍ ମଧ୍ୟ ଦିଆଯାଇଥିଲା। ଦୀର୍ଘ ୯ ଦିନ ଧରି ସମ୍ କୋଭିଡ୍ ହସ୍ପିଟାଲ୍ର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ମାନେ ତାଙ୍କର ଉତ୍ତମ ଚିକିତ୍ସା, ସେବା, ଯତ୍ନ କରିବା ଫଳରେ ସେ ସୁସ୍ଥ ହୋଇ ମଙ୍ଗଳବାର ଘରକୁ ଫେରିଛନ୍ତି।…
ଭୁବନେଶ୍ଵର: କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ଆମର ଲକ୍ଷ୍ୟ। ତେଣୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ କ୍ରମାଗତ ଭାବରେ ପରିବର୍ତ୍ତନ କରିବାକୁ ହେବ। ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନିକ ଅଧିକାରୀ ମାନଙ୍କୁ ଏହି ବାର୍ତ୍ତା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର କାର୍ଯ୍ୟକ୍ରମ ଦୁଇ ବର୍ଷ ଧରି ଆରମ୍ଭ ହୋଇଛି। ପ୍ରଶାସନିକ ସ୍ତରରେ ସରକାରଙ୍କ ଏହି ରୂପାନ୍ତର ଉଦ୍ୟମ ଜନସାଧାରଣଙ୍କ ମଧ୍ୟରେ ସରକାରଙ୍କ ସପକ୍ଷରେ ବିଶ୍ବାସ ସୃଷ୍ଟି କରିପାରିଛି। ଏହି ପ୍ରକ୍ରିୟା ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଭିନ୍ନ ପଦାଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ବ୍ୟବହାରିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି। ସରକାରୀ ଅଧିକାରୀଙ୍କ ମଧ୍ୟରେ ବୃତ୍ତିଗତ ବ୍ୟବହାର ଆଣିବା ପାଇଁ ରାଜ୍ୟ ସରକାରଙ୍କ କ୍ରମାଗତ ଉଦ୍ୟମ ସଫଳ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ…
ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଜାନୁଆରୀ ୩ରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ। ରାଜ୍ୟରେ ୨୭ ହଜାର ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସମ୍ମେଟିଭ-୧ ପରୀକ୍ଷା ଥିବା ସ୍କୁଲ ୧୦ ତାରିଖରୁ ଖୋଲିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଏଥିପାଇଁ ମଧ୍ୟାହ୍ନ ଭୋଜନ ନିମିତ୍ତ ଉଦ୍ଦିଷ୍ଟ ମଧ୍ୟାନ୍ତର ବିନା ବିଦ୍ୟାଳୟ ଗୁଡ଼ିକ ପୂର୍ବାହ୍ନ ୯ଘଟିକା ଠାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ। ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ଶୁଖିଲା ରାସନ ଯୋଗାଣ କାର୍ଯ୍ୟକ୍ରମ ଅନ୍ୟ ଆଦେଶ ପ୍ରାପ୍ତ ପର୍ଯ୍ୟନ୍ତ ପୂର୍ବ ପରି ଜାରି ରହିବ। ବିଦ୍ୟାଳୟ ଖୋଲିବା ପାଇଁ ସ୍ଥିରୀକୃତ ଏସଓପି ବିଭାଗ ଦ୍ଵାରା ସୂଚିତ କରାଯିବ ବୋଲି କୁହାଯାଇଛି।
ଖୋର୍ଦ୍ଧା: ଜଟଣୀରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ମହିଳା ଅଭିଯୁକ୍ତଙ୍କୁ ଖୋର୍ଦ୍ଧା ଅବକାରୀ ବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଜଟଣୀ ଥାନା ଅଞ୍ଚଳର ସୁହାନା ବିବି (୫୨)। ଜଟଣୀ କୁଦିଆରି ବଜାର ନିକଟରୁ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ତାଙ୍କ ନିକଟରୁ ୩୬ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି, ଯାହାର ମୂଲ୍ୟ ୩ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ତେବେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ପିଆର ନମ୍ବର ୩୯/୨୧ ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଜିଲ୍ଲା ଅବକାରୀ ଇନ୍ସପେକ୍ଟର ସସ୍ମିତା ହୋତା ଏବଂ ସବ ଇନ୍ସପେକ୍ଟର ମନୋଜ କୁମାର ବାରିକ ସାମିଲ ଥିଲେ।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବରର ଏକାମ୍ର ଅଞ୍ଚଳରେ ୧୦୩ କୋଟି ଟଙ୍କା ବିନିଯୋଗରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ଏକାମ୍ର ଅଞ୍ଚଳର ବିକାଶ ପାଇଁ ପୁରୁଣା ଭୁବନେଶ୍ବରରେ ୨୪ ଘଣ୍ଟିଆ ଗୁଣାତ୍ମକ ପାନୀୟ ଜଳ ଯୋଗାଣ, ଧଉଳି ଶାନ୍ତିସ୍ତୂପର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, କେଦାରଗୌରୀ ପାଣିର ବିଶୁଦ୍ଧକରଣ ଆଦି ଅନେକ ଗୁରୁତ୍ବପର୍ଣ୍ଣ ପ୍ରକଳ୍ପ ଆରମ୍ଭ କରାଯାଇଛି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲିଙ୍ଗରାଜ ଅଞ୍ଚଳକୁ ସୁନ୍ଦର କରି ଗଢିତୋଳିବା ପାଇଁ ଏକାମ୍ର ଯୋଜନା ଜନସାଧାରଣଙ୍କ ସହଯୋଗରେ ଆରମ୍ଭ କରାଯାଇଛି। ଏହା ଶେଷ ହେଲେ ଭୁବନେଶ୍ବରର ଗରିମା ଆହୁରି ବୃଦ୍ଧି ପାଇବ। ପୁରୀରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟାପର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ପୁରୀର ଜନସାଧାରଣ ସଂପୁର୍ଣ୍ଣ ବିଶୁଦ୍ଧ ଜଳ ପାଇପାରୁଛନ୍ତି। ବର୍ତ୍ତମାନ ପୁରୁଣା ଭୁବନେଶ୍ବରର ଜନସାଧାରଣ ମଧ୍ୟ ଏହି ସୁବିଧା ପାଇବେ। ବିକାଶ ଓ…
ଜୀବନ ଶୈଳୀ: ଯେଉଁମାନେ ଦିନକୁ ଉତ୍ତମ କାମରୁ ଦିନ ଆରମ୍ଭ କରନ୍ତି, ସେମାନେ ସର୍ବଦା ସଫଳତାର ଶିଖରକୁ ସ୍ପର୍ଶ କରନ୍ତି। ଏହିପରି ଲୋକମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଥାନ୍ତି ଏବଂ ସମାଜକୁ ନୂତନ ଦିଗ ପ୍ରଦାନ କରନ୍ତି। ସକାଳେ ଉଠିବା ପରେ ଏହି ଜିନିଷଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍। ଆସନ୍ତୁ ଜାଣିବା ଏହି ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡ଼ିକ- ଆପଣ କେବେ ଜାଗ୍ରତ ହେବା ଉଚିତ୍: ଯଦି ଆପଣ ସୁସ୍ଥ ରହିବାକୁ ଚାହାଁନ୍ତି, ତେବେ ବ୍ରହ୍ମ ମୂହୁର୍ତ୍ତ ଠାରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଯେକୌଣସି ସମୟରେ ଜାଗ୍ରତ ହେବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ, ଏହି ସମୟରେ ପ୍ରକୃତିର ସାତ୍ତ୍ୱିକ ଗୁଣ ଅଛି। ଏହା ମନକୁ ଶାନ୍ତି ଏବଂ ଇନ୍ଦ୍ରିୟମାନଙ୍କୁ ସତେଜତା ଦେଇଥାଏ। ତେଣୁ ଯେଉଁମାନେ ସୂର୍ଯ୍ୟୋଦୟ ପୂର୍ବରୁ ଉଠନ୍ତି ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ମଧ୍ୟ ସେମାନଙ୍କ ଉପରେ ରହିଥାଏ। ଦୀର୍ଘ ସମୟ ଶୋଇବା: ଯିଏ ଦୀର୍ଘ ସମୟ…
ନୂଆଦିଲ୍ଲୀ: ବଲିଉଡର ଭାଇଜାନ ଅର୍ଥାତ୍ ସଲମାନ ଖାନଙ୍କ ଜନ୍ମଦିନ ଭୋଜିରେ ସାପ କାମୁଡ଼ିଥିଲା। ସଲମାନଙ୍କୁ ସାପ କିପରି କାମୁଡ଼ିଲା, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ବାସ୍ତବରେ ସଲମାନ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଫାର୍ମ ହାଉସରେ ପାର୍ଟି କରୁଥିଲେ। ତା’ପରେ ହଠାତ୍ ଏକ କୋଠରୀକୁ ଗୋଟିଏ ସାପ ଆସିଲା। ସଲମାନ ଯେତେବେଳେ ସାପଟି ପିଲାମାନଙ୍କ କୋଠରୀକୁ ଯାଉଥିବାର ଦେଖିଲେ, ଦବାଙ୍ଗ ଭାଇଜାନ ନିଜ ହାତରେ ସାପକୁ ଧରିବାକୁ ଯାଇଥିଲେ। ସଲମାନ ପିଲାମାନଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସାପ ତାଙ୍କୁ ୩ ଥର କାମୁଡ଼ି ଦେଇଥିଲା। ଏହା ପରେ ସଲମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଯଦି ଏହା ଆପଣଙ୍କ ସହିତ କେବେ ଘଟେ, ତେବେ ଆପଣ ଜାଣିବା ଉଚିତ୍ ଯେ, ସାପ କାମୁଡ଼ିବା ପରେ ଆପଣ କଣ କରିବା ଉଚିତ୍ ଏବଂ କଣ କରିବା ଉଚିତ୍ ନୁହେଁ। ଆସନ୍ତୁ ଜାଣିବା… ଯଦି ସାପ କାମୁଡ଼େ ତେବେ ତୁରନ୍ତ ଏହି କାମ କରନ୍ତୁ:…
ନୂଆଦିଲ୍ଲୀ: ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ କଂଗ୍ରେସ ଦଳ ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି। ଏହାର ଦୁଇଜଣ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ପ୍ରତାପ ସିଂ ବାଜୱାଙ୍କ ସାନଭାଇ ଫତେହ ଜଙ୍ଗ ସିଂ ବାଜୱା। ଫତେହ ସିଂ ବାଜୱା ହେଉଛନ୍ତି କାନ୍ଦିୟାର ବିଧାୟକ। ବର୍ତ୍ତମାନ ଏହି ନିର୍ବାଚନମଣ୍ଡଳୀରେ ଦୁଇ ଭାଇଙ୍କ ମଧ୍ୟରେ ଏକ ନିର୍ବାଚନୀ ଯୁଦ୍ଧ ଦେଖିବାକୁ ମିଳିବ। ପ୍ରତାପ ବାଜୱା ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଗ୍ରହୀ ଥିବା ଜଣାଯାଇଛି। ନିକଟରେ ହୋଇଥିବା ଏକ ରାଲିରେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଫତେହ ବାଜୱାଙ୍କୁ ଦଳର ପ୍ରାର୍ଥୀ ଘୋଷଣା କରିଛନ୍ତି। ପ୍ରକାଶ ଥାଉକି, ସେହି ଘୋଷଣା ପରେ ଖୁବ୍ ଶୀଘ୍ର ପ୍ରତାପ ସିଂ ବାଜୱା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସେ ମଧ୍ୟ ସମାନ ଆସନ ପାଇଁ ଆଗ୍ରହୀ। ସୂତ୍ରରୁ ପ୍ରକାଶ…
ନୂଆଦିଲ୍ଲୀ: କାନପୁର ମେଟ୍ରୋ ପ୍ରକଳ୍ପର ନୂତନ ବିଭାଗକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି। ଏହା ୧୧ ହଜାର କୋଟି ଟଙ୍କାର ପ୍ରକଳ୍ପ। ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କାନପୁର ମେଟ୍ରୋରେ ଯାତ୍ରା କରିଛନ୍ତି। ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କ ସହ ଥିଲେ, ସେ ଆଇଆଇଟି ମେଟ୍ରୋ ଷ୍ଟେସନରୁ ଗୀତା ନଗର ଷ୍ଟେସନକୁ ଯାତ୍ରା କରିଥିଲେ। ଏହି ବିଭାଗଟି ଆଇଆଇଟି କାନପୁରରୁ ମୋତି ହ୍ରଦ ପର୍ଯ୍ୟନ୍ତ ପ୍ରାୟ ୯ କିଲୋମିଟର ଲମ୍ବା। ପିଏମଓ ଅନୁଯାୟୀ, କାନପୁରରେ ମେଟ୍ରୋ ପ୍ରକଳ୍ପର ମୋଟ ଲମ୍ବ ୩୨ କିଲୋମିଟର ଏବଂ ଏହା ୧୧ ହଜାର କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ହେଉଛି। କାନପୁର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୩୫୬ କିଲୋମିଟର ଲମ୍ବା ପାଇପଲାଇନ ପ୍ରକଳ୍ପ ମଧ୍ୟ ଆରମ୍ଭ କରିବେ। ବିନା-ପନକୀ ପାଇପଲାଇନ ପ୍ରକଳ୍ପର କ୍ଷମତା ବାର୍ଷିକ ପ୍ରାୟ ୩.୪୫ ନିୟୁତ ମେଟ୍ରିକ ଟନ୍ ଅଟେ।…
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ନିର୍ବାଚନ ହେବାକୁ ଥିବା ପାଞ୍ଚଟି ରାଜ୍ୟକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏହି ପାଞ୍ଚଟି ରାଜ୍ୟ ହେଲେ ଉତ୍ତରାଖଣ୍ଡ, ଗୋଆ, ମଣିପୁର, ଉତ୍ତର ପ୍ରଦେଶ ଓ ପଞ୍ଜାବ। ବୈଠକରେ ଏସବୁ ରାଜ୍ୟରେ କୋଭିଡ-୧୯କୁ ପ୍ରତିହତ ଓ ପରିଚାଳନା ପାଇଁ ଗ୍ରହଣ କରାଯାଉଥିବା ଜନସ୍ୱାସ୍ଥ୍ୟ ପଦକ୍ଷେପ ଏବଂ ଟିକାକରଣର ସ୍ଥିତି ସମୀକ୍ଷା କରାଯାଇଥିଲା। ଉତ୍ତରାଖଣ୍ଡ ଏବଂ ଗୋଆ ପ୍ରଥମ ଓ ଦ୍ଵିତୀୟ ଡୋଜ୍ ଟିକାକରଣରେ ଜାତୀୟ ହାରକୁ ଅତିକ୍ରମ କରିସାରିଛନ୍ତି। ଅନ୍ୟପକ୍ଷରେ ଉତ୍ତର ପ୍ରଦେଶ, ପଞ୍ଜାବ ଓ ମଣିପୁରରେ କୋଭିଡ ୧୯ ଟିକାକରଣ ଜାତୀୟ ହାର ଠାରୁ କମ ରହିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୧୪୨ କୋଟି ୩୮ ଲକ୍ଷ ଡୋଜ୍ କୋଭିଡ ପ୍ରତିଷେଧକ ଟିକା ଦିଆଯାଇସାରିଛି, ଏଥିମଧ୍ୟରୁ ୮୩ କୋଟି ୮୦ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୫୮ କୋଟି ୫୮ ଲକ୍ଷ ହିତାଧିକାରୀଙ୍କୁ ଦ୍ଵିତୀୟ ଡୋଜ୍ ଟିକା ଦିଆଯାଇଛି।…
ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ଦୀନେଶ ମୋଙ୍ଗିଆ ଏକ ରାଜନୈତିକ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗଦେବେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୋଙ୍ଗିଆ ଆଜି ଦିଲ୍ଲୀର କେନ୍ଦ୍ରରେ ଶାସକ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିବ। ଦୀନେଶ ମୋଙ୍ଗିଆ ପଞ୍ଜାବର ଅଧିବାସୀ। ଆସନ୍ତା କିଛି ମାସ ମଧ୍ୟରେ ରାଜ୍ୟରେ ପଞ୍ଜାବ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏହା ପୂର୍ବରୁ ସେ ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ଦୀନେଶ ମୋଙ୍ଗିଆ ଭାରତ ପାଇଁ ୫୭ ଟି ଦିନିକିଆ ଖେଳିଛନ୍ତି। ସେ ମେ ୨୦୦୭ ରେ ଢାକାରେ ବାଂଲାଦେଶ ବିପକ୍ଷରେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ମୋଙ୍ଗିଆ ୫୭ ଟି ମ୍ୟାଚରେ ୧୨୩୦ ରନ୍ ସଂଗ୍ରହ କରିଥିଲେ।
ରାୟପୁର: ଛତିଶଗଡରେ ଧର୍ମ ସଂସଦକୁ ନେଇ ବିବାଦ ଜାରି ରହିଛି। ନିଜକୁ ସାଧୁ ବୋଲି କହୁଥିବା କାଳିଚରଣଙ୍କ ବିରୋଧରେ ଏଫଆଇଆର ପରେ ଏବେ କାଳିଚରଣ ଏକ ଭିଡିଓ ରିଲିଜ୍ କରିଛନ୍ତି। ଭିଡିଓରେ କାଳିଚରଣ କହିଛନ୍ତି ଯେ, ଗାନ୍ଧୀଙ୍କୁ ଦୁର୍ବ୍ୟବହାର କରିଥିବାରୁ ତାଙ୍କର କୌଣସି ଦୁଃଖ ନାହିଁ। ବରଂ, ପୁଣି ଥରେ କାଳିଚରଣ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ଅଭିଯୋଗ କରିଛନ୍ତି। ସର୍ଦ୍ଦାର ପଟେଲଙ୍କ ବଦଳରେ ନେହୁରୁଙ୍କୁ ପ୍ରଧାନମନ୍ତ୍ରୀ କରିଥିବାରୁ ସେ ପ୍ରଶ୍ନ କରିଛନ୍ତି। କେବଳ ଏତିକି ନୁହେଁ ମହାତ୍ମା ଗାନ୍ଧୀଙ୍କୁ ବଂଶବାଦର ପିତା, ଜାତିର ପିତା ନୁହଁନ୍ତି ବୋଲି କହିଛନ୍ତି। ବାସ୍ତବରେ ନିଜକୁ କାଳିପୁତ୍ର ବୋଲି ବର୍ଣ୍ଣନା କରିଥିବା କାଳିଚରଣ ରାୟପୁର ଧର୍ମ ସଂସଦରେ ମହାତ୍ମା ଗାନ୍ଧୀଙ୍କ ଉପରେ ଅପମାନଜନକ ଶବ୍ଦ କହିଥିଲେ। ଏହି ପରିପ୍ରେକ୍ଷୀରେ, ଡିସେମ୍ବର ୨୬ ତାରିଖ ରାତିରେ କଂଗ୍ରେସ ପୋଲିସରେ ଅଭିଯୋଗ ଦାଖଲ କରିଥିଲା ଏବଂ ଟିକରାପାରା ପୋଲିସ ଷ୍ଟେସନରେ କାଳିଚରଣଙ୍କ ବିରୋଧରେ ଧାରା ୨୯୪…
ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ଭାରିଆଣ୍ଟ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ଓମିକ୍ରନର 653 ଟି ମାମଲା ରୁଜୁ ହୋଇଛି। ଗତକାଲି ଏହି ସଂଖ୍ୟା 578 ଥିଲା। ଗତ 24 ଘଣ୍ଟା ମଧ୍ୟରେ 75 ଟି ନୂଆ ମାମଲା ପଞ୍ଜିକୃତ ହୋଇଛି। ଓମିକ୍ରନ୍ ଦ୍ୱାରା ମହାରାଷ୍ଟ୍ର ଏବଂ ଦିଲ୍ଲୀ ସର୍ବାଧିକ ପ୍ରଭାବିତ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ 167 ଟି ମାମଲା ଥିବାବେଳେ ଦିଲ୍ଲୀରେ 165 ଟି ମାମଲା ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ମୋଟ ମାମଲା ମଧ୍ୟରୁ 186 ରୋଗୀ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି। ଓମିକ୍ରନ୍ ଦେଶର 21 ଟି ରାଜ୍ୟରେ ବ୍ୟାପିଛି। ଓମିକ୍ରନର ସର୍ବାଧିକ ମାମଲା ମହାରାଷ୍ଟ୍ରରେ 167, ତା’ପରେ ଦିଲ୍ଲୀରେ 165 ଟି ମାମଲା ରହିଛି। ଏଥି ସହିତ କେରଳରେ 57, ତେଲେଙ୍ଗାନାରେ 55, ଗୁଜୁରାଟରେ 49, ରାଜସ୍ଥାନରେ 46, ତାମିଲନାଡୁରେ 34, କର୍ଣ୍ଣାଟକରେ 31 ଟି ମାମଲା…

