Author: Samikhsya Bureau

ମେଷ- ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରନ୍ତି। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ। ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବ କିମ୍ବା ଆପଣଙ୍କର ସାମ୍ପ୍ରତିକ ଚାକିରିରେ କାମ କରିବ। ଆପଣଙ୍କର ଆୟ ବଢିବାର ସମ୍ଭାବନା ମଧ୍ୟ ଅଧିକ। ଆପଣଙ୍କର ମନ ଭଲ କାମ କରିବ। ଆପଣଙ୍କ ଶାଶୁଙ୍କ ଅନୁଗ୍ରହରୁ ଉପହାର ପାଇବା ସମ୍ଭାବନା ସୃଷ୍ଟି ହେଉଛି। ବୃଷ- ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ। କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ। କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ। କୌଣସି ଆକସ୍ମିକ ଘଟଣାରେ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍। ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ। ସାମାନ୍ୟ ଥକ୍କା ମଧ୍ୟ ହୋଇପାରେ। କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ…

Read More

ନୂଆଦିଲ୍ଲୀ: ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ପିଏମ ଯୁବା ମେଣ୍ଟରଶିପ୍‌ ବା ପ୍ରଶିକ୍ଷଣ ଯୋଜନା ଅଧୀନରେ ସାରା ଦେଶରୁ ଚୟନ କରାଯାଇଥିବା ୭୫ ଜଣ ଶ୍ରେଷ୍ଠ ଯୁବ ଲେଖକଙ୍କ ନାମ ଘୋଷଣା କରାଯାଇଛି। ଏହି ଲେଖକମାନଙ୍କୁ ଚୟନ କରିବା ଲାଗି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ରାଷ୍ଟ୍ରୀୟ ପୁସ୍ତକ ନ୍ୟାସ (ଏନବିଟି) ପକ୍ଷରୁ ‘ଭାରତର ଜାତୀୟ ଆନ୍ଦୋଳନ’ ଶୀର୍ଷକ ଏକ ସର୍ବଭାରତୀୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତା ମାଧ୍ୟମରେ ଏକ ବୃତ୍ତି ତଥା ପ୍ରଶିକ୍ଷଣ (ସ୍କଲାରଶିପ କମ୍‌ ମେଣ୍ଟରଶିପ) ଯୋଜନା ପାଇଁ ଲେଖକମାନଙ୍କୁ ଚୟନ କରାଯାଇଛି। ଉଲ୍ଲେଖନୀୟ ବିଷୟ ହେଉଛି, ଏହି ୭୫ ଜଣ ଶ୍ରେଷ୍ଠ ଯୁବ ଲେଖକଙ୍କ ମଧ୍ୟରେ ୩ ଜଣ ଓଡ଼ିଆ ଲେଖକ ଅଛନ୍ତି। ସେମାନେ ହେଲେ- ଅନିନ୍ଦ୍ୟ ନାରାୟଣ ସିଂ, ଦିଲେଶ୍ବର ରଣା, ଓମ ପ୍ରିୟଦର୍ଶୀ ଛୋଟରାୟ। ମାଇଁ ଗଭ ଓ ରାଷ୍ଟ୍ରୀୟ ପୁସ୍ତକ ନ୍ୟାସ, ଭାରତ ପ୍ଲାଟଫର୍ମ ଜରିଆରେ ଜୁନ…

Read More

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଯୋଗୁଁ ବିଶ୍ଵ ସମୁଦାୟ ଭୟଭୀତ ଅବସ୍ଥାରେ ରହିଛି। ତେଣୁ ସତର୍କ ରହିବା ଏବଂ ସାବଧାନ ରହିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଭୟଭୀତ ନହୋଇ ମାସ୍କ ପରିଧାନ, ସାମାଜିକ ଦୁରତ୍ଵ ଏବଂ ଟୀକାକରଣରେ ସାମିଲ ହେବା ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଦେଶରେ ଏପର୍ଯ୍ୟନ୍ତ ୧୪୧ ଡୋଜ ଟୀକା ଦିଆଯାଇଛି। ୬୧ ପ୍ରତିଶତରୁ ଊର୍ଦ୍ଧ୍ଵ ଲୋକ ଦ୍ଵିତୀୟ ଖୋରାକ ନେଇଛନ୍ତି। ତେବେ ଦେଶରେ ୧୫ ବର୍ଷରୁ ୧୮ ବର୍ଷ ପିଲାଙ୍କୁ ଟୀକା ଦେବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଜାନୁୟାରୀ ୩ ତାରିଖରୁ ପିଲାଙ୍କ ପାଇଁ ଟୀକାକରଣ ଅଭିଯାନ ଆରମ୍ଭ ହେବ। ଏନେଇ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ ବେଳେ ଘୋଷଣା କରିଛନ୍ତି। ଏହାସହିତ ସମ୍ମୁଖ ଯୁଦ୍ଧା ସ୍ୱାସ୍ଥ୍ୟକର୍ମୀ, ୬୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ଏବଂ ବହୁ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ମଧ୍ୟ ଟୀକା ଦିଆଯିବ। ସେମାନଙ୍କୁ…

Read More

ନୂଆଦିଲ୍ଲୀ: କୋଭିଡ ଟୀକାକୁ ନେଇ ଏବେ ଏକ ଖୁସି ଖବର ମିଳିଛି। ଏଣିକି ପିଲାଙ୍କୁ କୋଭିଡ ଟୀକା ମିଳିବ। ୧୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋଭିଡ ଟୀକା ପାଇଁ ଅନୁମତି ମିଳିଛି। ଭାରତ ବାୟୋଟେକ୍ ର କୋଭାକ୍ସିନ ଟୀକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଅନୁମତି ଦେଇଛି। ତେବେ ଏହି ଟୀକା ଡୋଜର ବ୍ୟବଧାନ ୨୮ ଦିନ ରହିଥିବା ଜଣାପଡିଛି।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଂଜ୍ ଭୁଷଣ୍ଡ ପୁର ରେଲୱେ ଷ୍ଟେସନ ନିକଟରେ ଅଘଟଣ ଘଟିଛି। ଭୁଷଣ୍ଡ ପୁର ଉଗ୍ରତାରା ରେଳ ଫାଟକ ନିକଟରେ ଦନ୍ତାକୁ ଟ୍ରେନ ଧକ୍କା ଦେଇଛି। ଫଳରେ ହାତୀଟି ଗୁରୁତର ଆହାତ ହୋଇଛି। ସୂଚନା ଅନୁଯାୟୀ, ଟାଙ୍ଗୀ ରେଂଜ୍ ର ଭୁଷଣ୍ଡ ପୁର ଡିପିଏଫ୍ ଉଗ୍ରତାରା ରେଳ ଫାଟକ ନିକଟରେ ହାତୀ ପଲ ରେଳ ଟ୍ରାକ ଅତିକ୍ରମ କରୁଥିଲେ। ୧୯ ଟିକିଆ ହାତୀ ପଲ ମଧ୍ୟରୁ ୬ ଦନ୍ତା, ୫ ଛୁଆ ହାତୀ ଏବଂ ୮ ଟି ମାଇ ହାତୀ ଥିବା ଜଣା ପଡିଛି। ଉକ୍ତ ହାତୀ ପଲ ରାତିରେ ଗାଁ ମୁହାଁ ହୋଇ ଧାନ ଫସଲ ଖାଇବା ପାଇଁ ଚାଷ କ୍ଷେତକୁ ଯାଉଥିଲେ। ଆଜି ରାତିରେ ୧୯ ଟିକିଆ ହାତୀ ପଲ ଉଗ୍ରତାରା ଛକ ନିକଟ କନ୍ତଳ ବାଇ ନିକଟରେ ରେଳ ଧାରଣା ପାର୍ ହୋଇ ଚାଷ କ୍ଷେତକୁ ଧାନ ଖାଇବାକୁ ଯାଉଥିବା ବେଳେ…

Read More

ଭୁବନେଶ୍ୱର: ୧୮୧୭ ମସିହାର ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ଦାବିରେ ଓ ଖୋର୍ଦ୍ଧାରେ ପ୍ରସ୍ତାବିତ ପାଇକ ସ୍ମୃତିସ୍ତମ୍ଭ ନିର୍ମାଣ ଜାଗାକୁ ବିନା ମୂଲ୍ୟରେ ପ୍ରଦାନ କରିବା ଦାବିରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱରସ୍ଥ ହୋଟେଲ କେଶରୀରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ, ମୁଖ୍ୟ ସଂଯୋଜକ ନରେନ୍ଦ୍ର ପୃଷ୍ଟି ଓ ସଂଯୋଜକ ଗଣେଶ ସାମନ୍ତ ଯୋଗଦାନ କରିଥିଲେ। ବୀର ମହାସଂଘର ସଭାପତି ଡଃ ପ୍ରକଶ ଶ୍ରୀଚନ୍ଦନ ଓ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ କହିଛନ୍ତି ଯେ, ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବିରେ ଓ ଖୋର୍ଦ୍ଧାରେ ପାଇକ ସ୍ମୃତିସ୍ତମ୍ଭ ପାଇଁ ପ୍ରସ୍ତାବିତ ସ୍ଥାନକୁ ବିନା ମୂଲ୍ୟରେ ପ୍ରଦାନ ଦାବିରେ ଆସନ୍ତା ୨୭ରେ ଆଉ ଏକ ରାଜ୍ୟସ୍ତରୀୟ…

Read More

ଭୁବନେଶ୍ୱର: ମନୋରଞ୍ଜନ ଦୁନିଆରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଛି। ବଡଦିନରେ ଏକ ଶୁଭ କାର୍ଯ୍ୟରୁ ଆରମ୍ଭ ହୋଇଛି ବ୍ଲିସ ଏଣ୍ଟର୍ଟେନମେଣ୍ଟ। ଓଲିଉଡ଼ରେ ଆଜି ଏହି ପ୍ରଯୋଜନା ସଂସ୍ଥା ଏଣ୍ଟ୍ରି ମାରିଛି। ଏହି ସଂସ୍ଥା ପକ୍ଷରୁ ଭୁବନେଶ୍ୱରର ସତ୍ୟବିହାର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ପ୍ରଯୋଜକ ସୁବାଷ ସାହୁ ଏସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ପ୍ରଯୋଜନା ସଂସ୍ଥା ପକ୍ଷରୁ ୩ ଟି ଚଳଚ୍ଚିତ୍ରର ନାମ ଘୋଷଣା କରାଯାଇଥିଲା। ପ୍ରଥମଟି ‘ତୋ ଖୁସିରେ ମୋ ଖୁସି’। ଏହି ଚଳଚ୍ଚିତ୍ରର କାହାଣୀ ସୀମାନ୍ତ ଦାସ ରଚନା କରିଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ। ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସ୍ୱନାମଧନ୍ୟ ନିର୍ଦ୍ଦେଶକ ଚନ୍ଦନ ମହାପାତ୍ର। ଦ୍ୱିତୀୟ ଚଳଚ୍ଚିତ୍ରଟି ହେଲା ‘ମୁଁ ତ ନଥିଲେ କିଛି ହେବନି ଆଉ’। ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ନିରଞ୍ଜନ ବେହେରା, ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ଅଜୁମଦାର। ତୃତୀୟ ଚଳଚ୍ଚିତ୍ରଟି ଥିଲା…

Read More

ଆବୁଧାବି: ଦୁବାଇରେ ଖେଳାଯାଇଥିବା ଅଣ୍ଡର-୧୯ ଏସିଆ କପ୍‌ର ରୋମାଞ୍ଚକର ମ୍ୟାଚରେ ଭାରତକୁ ପାକିସ୍ତାନ ଦୁଇଟି ୱିକେଟରେ ପରାସ୍ତ କରିଛି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ ପରେ ୨୩୭ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ପାକିସ୍ତାନ ଶେଷ ବଲରେ ୮ ଟି ୱିକେଟ୍ ହରାଇ ଲକ୍ଷ୍ୟକୁ ପୂରଣ କରିଥିଲା। ପାକିସ୍ତାନ ପାଇଁ ଶେଷ ଓଭରରେ ଜିତିବାକୁ ତିନି ୱିକେଟ୍ ବାକି ରହିଥିବା ବେଳେ ଆଠ ରନ୍ ଆବଶ୍ୟକ କରିଥିଲା। ରବି କୁମାରଙ୍କୁ ଟିମ୍ ଇଣ୍ଡିଆ ଅଧିନାୟକ ବଲ୍ ଦେଇଥିଲେ। ରବି ପ୍ରଥମ ବଲରୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଥିଲେ। ଏହାର ପରବର୍ତ୍ତୀ ଦୁଇଟି ବଲରୁ ଦୁଇଟି ରନ୍ ସ୍କୋର କରିଥିଲେ। ଏବେ ଜିତିବା ପାଇଁ ପାକିସ୍ତାନକୁ ୩ଟି ବଲରେ ୬ ରନ୍ ଆବଶ୍ୟକ କରୁଥିଲା। ଏହାପରେ ଚତୁର୍ଥ ବଲରୁ ପାକିସ୍ତାନକୁ ଦୁଇ ରନ୍ ଏବଂ ପଞ୍ଚମ ବଲରୁ ମଧ୍ୟ ୨ ରନ ମିଳିଥିଲା। ଏଭଳି ପରିସ୍ଥିତିରେ ବର୍ତ୍ତମାନ ପାକିସ୍ତାନକୁ ଶେଷ ବଲରୁ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଅମୃତ ପୁର ସାହିରୁ ୧୫ ପୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି। ବିଜୟ ପ୍ରଧାନଙ୍କ ଘର କଡ଼ରୁ ଏହି ଅହିରାଜ ସାପକୁ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ବାପି ମିଶ୍ରଙ୍କ ଦ୍ଵାରା ଉଦ୍ଧାର କରା ଯାଇଛି। ଆଜି ଅପରାହ୍ନ ୪ ଟାରେ ବିଜୟଙ୍କ ପଡୋଶୀମାନେ ଏକ ବିରାଟ କାୟ ଅହିରାଜ ସାପକୁ ଦେଖିବାକୁ ପାଇଥିଲେ। ବିଜୟ ପ୍ରଧାନଙ୍କ ବାରିପଟେ ଥିବା ଅଜବେଷ୍ଟ୍ ଉପରେ ସାପଟି ଚଢ଼ୁ ଥିବାର ପଡୋଶୀମାନେ ଦେଖିଥିଲେ। ପରେ ଭୟଭୀତ ହୋଇ ସେମାନେ ସ୍ନେକ ହେଲ୍ପ ଲାଇନର କର୍ମଚାରୀଙ୍କୁ ଖବର ଦେଇଥିଲେ। ହେଲ୍ପ ଲାଇନର କର୍ମଚାରୀ ବାପି ମିଶ୍ର ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। କିନ୍ତୁ ସାପଟି ଆହତ ହୋଇଥିବାରୁ ପ୍ରଥମେ ଚିକିତ୍ସା କରାଯାଇ ତାକୁ ଜଙ୍ଗଲରେ ଛଡାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

Read More

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ଅଧିନାୟକ ବିରାଟଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକାର ପ୍ରଥମ ଟେଷ୍ଟ ସିରିଜ ବିଜୟ ଉପରେ ଭାରତୀୟ ଦଳର ନଜର ରହିଛି। ଆଜି ପର୍ଯ୍ୟନ୍ତ ଭାରତୀୟ ଦଳ ଏଠାରେ ଟେଷ୍ଟ ସିରିଜ୍ ଜିତିବାରେ ସକ୍ଷମ ହୋଇନାହାଁନ୍ତି। କରୋନାର ଓମିକ୍ରନ୍ ଭାରିଆଣ୍ଟସ୍ ଭୟ ମଧ୍ୟରେ ଏହି ସିରିଜ୍ ଆରମ୍ଭ ହେଉଛି। ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ଉପରେ ଏକ ନିଷେଧାଦେଶ ରହିଛି। ଏଭଳି ପରିସ୍ଥିତିରେ କ୍ରିକେଟ୍ ପ୍ରଶଂସକମାନେ ଏହି ସିରିଜ୍ ଅନଲାଇନରେ ଏବଂ କେବଳ ପ୍ରସାରଣ ଚ୍ୟାନେଲରେ ଦେଖିପାରିବେ। କେବେ ଏବଂ କେଉଁଠାରେ ମ୍ୟାଚ୍ ଦେଖିପାରିବି? ୧. ପ୍ରଥମ ଟେଷ୍ଟ ମ୍ୟାଚ୍ କେଉଁଠାରେ ଖେଳାଯିବ?: ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ସେଞ୍ଚୁରିଅନ୍ ସୁପରସ୍ପୋର୍ଟ ପାର୍କ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ୨. ମ୍ୟାଚ୍ କେଉଁ ସମୟ ଆରମ୍ଭ ହେବ?: ଡିସେମ୍ବର ୨୬ ତାରିଖରେ…

Read More

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌ ସ୍ଥିତ ‘ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍‌ ଷ୍ଟାଡିୟମ’ ଠାରେ ଛାତ୍ରଛାତ୍ରୀଙ୍କୁ ୧ କୋଟି ମାଗଣା ଟ୍ୟାବଲେଟ ଓ ସ୍ମାର୍ଟଫୋନ ବଂଟନ ଅଭିଯାନକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଶୁଭାରମ୍ଭ କରିବା ଅବସରରେ ଏକବିଂଶ ଶତାବ୍ଦୀକୁ ନିଜ ହାତମୁଠାରେ ରଖିବା ପାଇଁ ଯୁବପିଢିଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅଟଳ ବିହାରୀ ବାଜପେୟୀଜୀଙ୍କ ଜୟନ୍ତୀ ତଥା ସୁଶାସନ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି କରୋନା ମହାମାରୀ ସମୟରେ ଦେଶରେ ଡିଜିଟାଲ ଶିକ୍ଷା ପ୍ରଦାନର ମହତ୍ୱ ଅଧିକ ବଢ଼ିଛି। ଏହି ସମୟରେ ସ୍ମାଟଫୋନ ଏବଂ ଟ୍ୟାବଲେଟ୍ ଦରକାରୀ ଜିନିଷ ହୋଇଛି। ମହାମାରୀ ସମୟରେ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟଫୋନ ଓ ଟ୍ୟାବଲେଟ୍ ନଥିଲା। ଯେଉଁ କାରଣରୁ ଅଧିକାଂଶ ଛାତ୍ରଛାତ୍ରୀ ଡିଜିଟାଲ ଶିକ୍ଷାରୁ ବଂଚିତ ହେଉଥିଲେ। ମାତ୍ର ବର୍ତ୍ତମାନ ସମୟରେ ୟୁପିରେ…

Read More

ଭୁବନେଶ୍ୱର : ପଛୁଆ ବର୍ଗଙ୍କୁ ନ୍ୟାୟ ପ୍ରଦାନ ସହିତ ସେମାନଙ୍କୁ ନ୍ୟାର୍ଯ୍ୟ ରାଜନୈତିକ ଅଧିକାର ପ୍ରଦାନ ପାଇଁ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଜି ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ଓ ପୌରପାଳିକା ନିର୍ବାଚନରେ ପଛୁଆ ବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ଦେବା ସଂକ୍ରାନ୍ତରେ କାର୍ଯ୍ୟକାରିଣୀରେ ସର୍ବସମ୍ମତ ମତ ପ୍ରକାଶ ପାଇବା ସହିତ ଏହା ଉପରେ ମୋହର ଲାଗିଛି । ବିଜେଡି କାର୍ଯ୍ୟକାରିଣୀରେ ଏହି ପ୍ରସଙ୍ଗ ଉପରେ ଆଜି ବିସ୍ତୃତ ଆଲୋଚନା ହୋଇଥିଲା । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ଦେବାପାଇଁ ବୈଠକରେ ପ୍ରସ୍ତାବ ଆଗତ କରିଥିଲେ । ସର୍ବସମ୍ମତ କ୍ରମେ ପ୍ରସ୍ତାବ ସପକ୍ଷରେ ମତପ୍ରକାଶ ପାଇବାପରେ ଏହାକୁ ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା ଯାହାକୁ ମୁଖ୍ୟମନ୍ତ୍ରୀ ସବୁଜ ସଙ୍କେତ ପ୍ରଦାନ…

Read More

ସ୍ୱାସ୍ଥ୍ୟ ଟିପ୍ସ: ଓଜନ ବୃଦ୍ଧି ହେବାର ଏକ ମୁଖ୍ୟ କାରଣ ହେଉଛି ଲୋକମାନେ ଖାଇବା ପରେ ପ୍ରାୟତଃ ଶୋଇଥା’ନ୍ତି। କିମ୍ବା ଆପଣ ଖାଇବା ପରେ ବସି ରହିଥା’ନ୍ତି। କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ କ୍ଷତି ପହଞ୍ଚାଇପାରେ। ଏହା ଆପଣଙ୍କ ଶରୀରରେ ଅନେକ ରୋଗକୁ ଆମନ୍ତ୍ରଣ କରିପାରେ। ଏହା ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ମଧ୍ୟ ବଢାଇପାରେ। ଏପରି ପରିସ୍ଥିତିରେ, ଯଦି ଆପଣ ମଧୁମେହର ରୋଗୀ, ତେବେ ଆପଣଙ୍କୁ ଖାଦ୍ୟ ଏବଂ ପାନୀୟ ସହିତ କିଛି ଅଭ୍ୟାସ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଏପରି ଏକ ଅଭ୍ୟାସ ହେଉଛି ଖାଦ୍ୟ ଖାଇବା ପରେ ବୁଲିବା। ଖାଇବା ପରେ ୧୫ ରୁ ୨୦ ମିନିଟ୍ ଚାଲିବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ରହିଥାଏ। ଏହି କାରଣରୁ, ଆପଣଙ୍କର ଓଜନ ମଧ୍ୟ ନିୟନ୍ତ୍ରିତ ହୋଇଥାଏ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ଅନେକ ଲାଭ ପାଇଥାଏ। ଏହି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ଦାମିଆବରବରା ପଞ୍ଚାୟତର କୋଷରଡ଼ା ଜଙ୍ଗଲରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ମିଳିତ ଚଢ଼ାଉ କରାଯାଇଛି। ଗ୍ରାମର ଏକାଧିକ ସ୍ଥାନରେ ଆଜି ସକାଳ ୮ ଘଟିକାରୁ ଅପରାହ୍ନ ୧ ଘଟିକା ଯାଏଁ ଚଢ଼ାଉ ଜାରି ରହିଥିଲା। ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ନେତୃତ୍ୱରେ ବାଣପୁର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଢାଉ ସମୟରେ ମୋଟ ୪ ହଜାର କେଜି ଗୁଡ ମିଶ୍ରିତ ମହୁଲି ପୋଚ ଓ ୩୫୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦିଆଯାଇଛି। ଉକ୍ତ ଚଢାଉରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ବାଣପୁର ଥାନା ଏସଆଇ ଚନ୍ଦନ ଦାସ, ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସ, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ସସ୍ମିତା ହୋତା, ମୋବାଇଲ ସବ ଇନ୍ସପେକ୍ଟର ମନୋଜ କୁମାର…

Read More

ଭୁବନେଶ୍ଵର: ଆସନ୍ତା ୫ ତାରିଖରେ ହିଁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆସେସମେଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ। ଏହାକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି। କରୋନା ସଂକ୍ରମଣକୁ ଦେଖି ସରକାରୀ ବିଦ୍ୟାଳୟଗୁଡିକରେ କଟକଣାକୁ କଡାକଡି କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସରକାରୀ ବିଦ୍ୟାଳୟଗୁଡିକରେ କରୋନା କଟକଣାକୁ କଡାକଡି କରାଯାଉଛି। ଏଥିପାଇଁ ନିୟମିତ ଡିଇଓମାନଙ୍କ ସହ ଆଲୋଚନା ଜାରି ରହିଛି। ସବୁ ସ୍କୁଲକୁ ଏନେଇ ଆଲର୍ଟ କରାଯାଉଛି। ସରକାରୀ ସ୍କୁଲରେ ଏପର୍ଯ୍ୟନ୍ତ କୌଣସି ସଂକ୍ରମଣ ମାମଲା ସେତେଟା ଦେଖାଯାଇନି। କିନ୍ତୁ କରୋନା କଟକଣାକୁ ମାନି ଦଶମ ଆସେସମେଣ୍ଟ ପରୀକ୍ଷା କରାଯିବ। ଯଦି ମାର୍ଚ୍ଚରେ ବାର୍ଷିକ ପାରିକ୍ଷା ହୋଇପାରିବ ନାହିଁ, ତେବେ ଏହି ପରୀକ୍ଷାର ଫଳାଫଳ ଅନୁଯାୟୀ ମୂଲ୍ୟାଙ୍କନ କରାଯିବ। ତେବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ନିଷ୍ପତ୍ତି ଏପର୍ଯ୍ୟନ୍ତ  ହୋଇନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

Read More

ନୂଆଦିଲ୍ଲୀ: ଗତ ୮ ଦିନ ମଧ୍ୟରେ ଦିଲ୍ଲୀର ତିହାର ଜେଲରେ ୫ ଜଣ କଏଦୀଙ୍କ ମୃତ୍ୟୁ ହୋଇଛି। ଜେଲରେ କ୍ରମାଗତ ମୃତ୍ୟୁ ଖବର ଏକ ଭୟର ବାତାବରଣ ସୃଷ୍ଟି କରିଛି। ଯଦିଓ ଦିଲ୍ଲୀ ପୋଲିସ କହିଛି ଯେ, ମୃତ୍ୟୁବରଣ କରିଥିବା ସମସ୍ତ କଏଦୀ ପ୍ରାକୃତିକ ମୃତ୍ୟୁ, କିନ୍ତୁ ଏହି ସମସ୍ତ ମାମଲା ବର୍ତ୍ତମାନ ଧାରା ୧୭୬ ସିଆରପିସି ଅଧୀନରେ ତଦନ୍ତ କରାଯାଉଛି। ବାସ୍ତବରେ, ଗତକାଲି ଅର୍ଥାତ୍ ଶୁକ୍ରବାର ଦିନ ତିହାର ଜେଲ୍ ନମ୍ବର ୩ ରେ ଜଣେ କଏଦୀଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା। ମୃତ୍ୟୁବରଣ କରିଥିବା କଏଦୀଙ୍କୁ ତାଙ୍କ କୋଠରୀରେ ଚେତାଶୂନ୍ୟ ଅବସ୍ଥାରେ ମିଳିଥିବାର ଦିଲ୍ଲୀ ପୋଲିସ ଦେଖିବାକୁ ପାଇଥିଲା। ସେ କହିଛନ୍ତି ଯେ, କଏଦୀଙ୍କୁ ଅଚେତ ଅବସ୍ଥାରେ ଦେଖି ତାଙ୍କୁ ପ୍ରଥମେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ତିହାର ହେଉଛି ସବୁଠାରୁ ସୁରକ୍ଷିତ ଜେଲ: ଉଲ୍ଲେଖ ଯୋଗ୍ୟ ଯେ, ଦେଶର ସବୁଠାରୁ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ସେଣ୍ଟ ଜାଭିଅରସ ହାଇସ୍କୁଲ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି ‘ମାଗଣା ହାଟ’ ନାମକ ଏକ ନିଆରା କାର୍ଯ୍ୟକ୍ରମ। ଉକ୍ତ କାର୍ଯ୍ୟକ୍ରମ ଅନ୍ତର୍ଗତ ବହୁ ହିତାଧିକାରୀମାନେ ନିଃଶୁଳ୍କ ଭାବେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉକ୍ତ ହାଟରୁ ଗ୍ରହଣ କରିଥିଲେ। ସ୍କୁଲର ଅଧ୍ୟକ୍ଷ ଡ. ଶକ୍ତି ପ୍ରସାଦ ମହାନ୍ତି ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସ୍କୁଲ ପକ୍ଷରୁ ପୂର୍ବରୁ ବାଣପୁରବାସୀଙ୍କ ଠାରୁ ସଂଗ୍ରହ କରାଯାଇଥିବା କମ୍ବଳ, ଚାଉଳ, ପୋଷାକ, ପାଠ୍ୟ ଉପକରଣ, ଶିଶୁ ମାନଙ୍କ ପୋଷାକ ଆଦିକୁ ନିଃଶୁଳ୍କ ଭାବେ ହାଟ ମାଧ୍ୟମରେ ହିତାଧିକାରୀଙ୍କୁ ବିତରଣ କରାଯାଇଥିଲା। ତେବେ ଆଶ୍ଚର୍ଯ୍ୟର ବିଷୟ ଉକ୍ତ କାର୍ଯ୍ୟକ୍ରମକୁ ଅଦ୍ଭୁତପୂର୍ବ ସଫଳତା ମିଳିଥିବାର ଦେଖାଯାଇଛି। ପାଖାପାଖି ଦୁଇ ଶହରୁ ଉର୍ଦ୍ଧ୍ଵ ହିତାଧିକାରୀ ମାନେ ଉକ୍ତ ହାଟକୁ ଆସି ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଗ୍ରହର ସହକାରେ ଗ୍ରହଣ କରିଥିଲେ। ମାତ୍ର କେଇ ଘଣ୍ଟା ମଧ୍ୟରେ ହାଟ ଖାଲି…

Read More

ପୁରୀ: ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଜି ପୁରୀ ବେଳାଭୂମିରେ ପ୍ରାୟ ୫ ହଜାର ୪୦୦ ନାଲି ଗୋଲାପ ସାହାଯ୍ୟରେ ସାନ୍ତା କ୍ଲଜ୍ ର ଏକ ବିରାଟ କଳାକୃତି ସୃଷ୍ଟି କରିଛନ୍ତି। ଖ୍ରୀଷ୍ଟମାସ ଅବସରରେ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ଏହି କଳାକୃତି ପ୍ରସ୍ତୁତ କରାଯାଇଛି। ଏଥିରେ ଶିଳ୍ପୀ ଶ୍ରୀ ପଟ୍ଟନାୟକ “ମେରୀ ଖ୍ରୀଷ୍ଟମାସ, କୋଭିଡ-୧୯ ନିର୍ଦ୍ଦେଶାବଳୀ ସହିତ ଖ୍ରୀଷ୍ଟମାସ ଉପଭୋଗ କରନ୍ତୁ” ବୋଲି ବାର୍ତ୍ତାରେ ଲେଖିଛନ୍ତି। ସୁଦର୍ଶନ ଲାଲ୍ ଗୋଲାପ ଏବଂ ଅନ୍ୟାନ୍ୟ ଫୁଲ ସାହାଯ୍ୟରେ ବାଲିରେ ତିଆରି ସାନ୍ତାକୁ ସଜାଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଏହାକୁ ତିଆରି କରିବା ପାଇଁ ୫ ହଜାର ୪୦୦ ଗୋଲାପ ଏବଂ ଧଳା ଫୁଲ ବ୍ୟବହାର କରାଯାଇଛି। ଏହି ସୁନ୍ଦର ବାଲୁକା କଳାର ଲମ୍ବା ୫୦ ଫୁଟ ଏବଂ ଚଉଡା ୨୮ ଫୁଟ। ଏହାକୁ ପ୍ରସ୍ତୁତ କରିବାକୁ ପ୍ରାୟ ଆଠ ଘଣ୍ଟାର ସମୟ ଲାଗିଥିଲା। ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ…

Read More

ଭୁବନେଶ୍ବର: ଆଜି ଓଡିଶା ଷ୍ଟାଫ୍ ସିଲେକ୍ସନ କମିସନ 250ଟି ଏଟିଓ ପଦବୀ ପାଇଁ ଦରଖାସ୍ତ ଆହ୍ବାନ କରିଛନ୍ତି। ଏଟିଓ ହେଉଛି ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ଯାହା ଏକ ବୈଷିୟକ ପଦବୀ ଅଟେ। ଏହି ଖାଲି ପଦବୀ ମଧ୍ୟରୁ ଅଣସଂରକ୍ଷିତ ହେଉଛି 41ଟି, ଏସସି ହେଉଛି 13ଟି, ଏସଟି ପାଇଁ 20ଟି, ଏସଇବିସି ପାଇଁ 7ଟି ପଦବୀ ଖାଲି ଅଛି। ତେବେ ଏମାନେ ହେଲେ NTC/NAC ବର୍ଗ ପାଇଁ। ସେହିପରି ଯେଉଁମାନେ ଡିଗ୍ରୀ କିମ୍ବା ଡିପ୍ଲୋମାଧାରୀ ସେମାନଙ୍କ ପାଇଁ ଅଣ ସଂରକ୍ଷିତ 84ଟି ଏସିଙ୍କ ପାଇଁ 27ଟି, ଏସଟିଙ୍କ ପାଇଁ 39ଟ ଏବଂ ଏସଇବିସିଙ୍କ ପାଇଁ 19ଟି ଖାଲି ଅଛି। ଏଙି ଉଭୟ ବର୍ଗର ମୋଟ ଖାଲିଥିବା ପଦବୀ ସଂଖ୍ୟା ହେଉଛି 250ଟି। ତେବେ ପ୍ରାର୍ଥୀଙ୍କ ବୟସ ଆସନ୍ତା ବର୍ଷ ଜାନୁୟାରୀ 1 ତାରିଖ ସୁଦ୍ଧା 18ରୁ 32 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ତେବେ କେତେକ କ୍ଷେତ୍ରରେ ଏହି ବୟସ ସୀମା…

Read More

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ବିସ୍ଫୋଟକ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ପୁଣି ଥରେ ଡବଲ୍ ବିସ୍ଫୋରଣ କରି ଲୋକଙ୍କୁ ଚକିତ କରିଛନ୍ତି। ଏଥର ସେ ଏକ ଟୁର୍ଣ୍ଣାମେଣ୍ଟରେ ଦ୍ୱିଶତକ ହାସଲ କରିଛନ୍ତି। ଏହି ଉପାୟରେ ସେ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ନିଜର ଦାବିକୁ ମଜବୁତ କରିଛନ୍ତି। ବାସ୍ତବରେ ମୁମ୍ବାଇରେ ଖେଳାଯାଇଥିବା ପୋଲିସ୍ ନିମନ୍ତ୍ରଣ ସିଲ୍ଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସୂର୍ଯ୍ୟକୁମାର ଏହି ସଫଳତା ହାସଲ କରିଛନ୍ତି। ଏହି ମ୍ୟାଚରେ ସୂର୍ଯ୍ୟକୁମାର ଶୀଘ୍ର ୨୪୯ ରନ୍ କରିଛନ୍ତି। ଏଥିପାଇଁ ସେ ମାତ୍ର ୧୫୨ ବଲ ଖେଳିଛନ୍ତି। ସୁର୍ଯ୍ୟକୁମାର ମଧ୍ୟ ତାଙ୍କ ଇନିଂସରେ ୫ ଛକା ଓ ୩୭ ଚୌକା ମାରିଥିଲେ। ଏହିପରି ସେ ନିଜ ଇନିଂସରେ ଛକା ସାହାଯ୍ୟରେ ୩୦ ରନ ଏବଂ ଚୌକା ଦ୍ଵାରା ୧୪୮ ରନ କରିଥିଲେ। ବାଉଣ୍ଡରୀରୁ ସୂର୍ଯ୍ୟକୁମାର ମୋଟ ୧୭୮ ରନ୍ ସ୍କୋର କରିଥିଲେ। ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍ ପେଡ୍ ସ୍ପୋର୍ଟସ୍ କ୍ଲବ ବିରୋଧରେ ଟୁର୍ଣ୍ଣାମେଣ୍ଟରେ…

Read More