ନୂଆଦିଲ୍ଲୀ: ସୀମିତ ଓଭର ଏବଂ ଟେଷ୍ଟ ଫର୍ମାଟରେ ଭିନ୍ନ ଭିନ୍ନ ଅଧିନାୟକଙ୍କୁ ନେଇ ଭାରତୀୟ କ୍ରିକେଟ୍ ଦଳ ମ୍ୟାଚ ଖେଳିବ। ସୀମିତ ଓଭର ଅଧିନାୟକତ୍ୱ ରୋହିତ ଶର୍ମାଙ୍କ ହାତରେ ଥିବାବେଳେ ଟେଷ୍ଟ ଦଳ ବିରାଟ କୋହଲିଙ୍କ ନେତୃତ୍ୱରେ ଅଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ରୋହିତ ଟି-୨୦ ଫର୍ମାଟର ଅଧିନାୟକତ୍ୱ ଗ୍ରହଣ କରିଛନ୍ତି। ଏଥି ସହିତ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ଦିନିକିଆ ର ଅଧିନାୟକତ୍ୱ ଗ୍ରହଣ କରିବେ। ଏହି ଦୁଇଟି କିମ୍ବଦନ୍ତୀ ହେଉଛନ୍ତି ଭାରତୀୟ କ୍ରିକେଟ୍ ର ଶକ୍ତି ଏବଂ ବିସିସିଆଇ ସହିତ ଆଇପିଏଲ୍ ଫ୍ରାଞ୍ଚାଇଜ୍ ମଧ୍ୟ ସେମାନଙ୍କ ପାଇଁ ବହୁ ପରିମାଣର ଅର୍ଥ ଖର୍ଚ୍ଚ କରିଥାଏ। କୋହଲି ଏବଂ ରୋହିତ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିନାମା ତାଲିକାରେ ଗ୍ରେଡ୍ ଏ + ରେ ଆସିଛନ୍ତି। ଉଭୟ ବାର୍ଷିକ ୭ କୋଟି ଟଙ୍କା ପାଆନ୍ତି। ବିସିସିଆଇ ବ୍ୟତୀତ ସେମାନେ ଆଇପିଏଲରୁ ବିପୁଳ ପରିମାଣର ଅର୍ଥ ମଧ୍ୟ ପାଆନ୍ତି। ସେମାନଙ୍କର ଫ୍ରାଞ୍ଚାଇଜ୍…
Author: Samikhsya Bureau
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଲୁଟେରାମାନଙ୍କ ପାଦୁର୍ଭାବ ବଢିଚାଲିଛି। ଜାତୀୟ ରାଜପଥରୁ ୩ ଟି ଗାଡିରୁ ଲୁଟେରାମାନେ ଟଙ୍କା ପଇସା ଲୁଟିନେଇଛନ୍ତି। ଲୁଟ ପରେ ମଧ୍ୟ ଡ୍ରାଇଭରକୁ ଅପହରଣ କରିନେଇଛନ୍ତି। ଅଧିକ ଟଙ୍କା ଲୋଭରେ ଟ୍ରକ୍ ଚାଳକଙ୍କୁ ଲୁଟେରାମାନେ ଅପହରଣ କରିନେଇଛନ୍ତି। ୧୬ ନଂ ଜାତୀୟ ରାଜପଥ ବଡ ପୋଖରିଆ ନିକଟରେ ଏଭଳି ଘଟଣା ଘଟିଛି। ସୂଚନା ମୁତାବକ ପାରାଦ୍ୱୀପରୁ ହାଇଡ୍ରୋକ୍ଲୋରାଇଡ୍ ଏସିଡ୍ ଲୋଡ୍ କରି ଆନ୍ଧ୍ରପ୍ରଦେଶ ଅଭିମୁଖେ ୩ ଟି ଟ୍ୟାଙ୍କର ବାହାରି ଥିଲେ। ହେଲେ ବଡ ପୋଖରିଆ ନିକଟରେ ଏକ କାରରେ ୪ ଜଣ ଲୁଟେରା ଆସି ଟ୍ୟାଙ୍କର ସମ୍ମୁଖରେ କାରକୁ ରଖିଦେଇଥିଲେ। ଫଳରେ ୩ ଟି ଯାକ ଟ୍ୟାଙ୍କର ଅଟକିଯାଇଥିଲା। ଲୁଟେରାମାନେ ୩ ଚାଳକ ମାନଙ୍କୁ କାଠ ଫାଳିଆ ଓ ଲୁହା ରଡ୍ ରେ ଆକ୍ରମଣ କରି ପାଖା ପାଖି ୫୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିବା ଜଣା ପଡିଛି। ଏହା…
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ମିଳିଥିବା କରୋନାର ଏକ ନୂତନ ଭାରିଆଣ୍ଟ ଓମିକ୍ରନ୍ର ଅନେକ ମାମଲା ମଧ୍ୟ ଭାରତରେ ଦେଖିବାକୁ ମିଳିଛି। ବର୍ତ୍ତମାନ ଦେଶରେ ଓମିକ୍ରନ୍ ଭାରିଆଣ୍ଟର ମାମଲା ୧ ହଜାର ୨୭୦ କୁ ବୃଦ୍ଧି ପାଇଛି। ଏଥିସହିତ ୩୭୪ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏପର୍ଯ୍ୟନ୍ତ ଓମିକ୍ରନ୍ ଭାରିଆଣ୍ଟ ଦେଶର ୨୩ ଟି ରାଜ୍ୟକୁ ସ୍ପର୍ଶ କରିଛି। ମହାରାଷ୍ଟ୍ରରେ କରୋନାର ଏହି ଭାରିଆଣ୍ଟର ସର୍ବାଧିକ ସଂଖ୍ୟକ ରୋଗୀଙ୍କୁ ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ଓମିକ୍ରନ୍ ଭାରିଆଣ୍ଟର ରୋଗୀଙ୍କ ସଂଖ୍ୟା ୪୫୦ କୁ ବୃଦ୍ଧି ପାଇଛି। ଏଥି ସହିତ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ଅଛି, ଯେଉଁଠାରେ ଓମିକ୍ରନର ୩୨୦ ଟି ମାମଲା ଦେଖିବାକୁ ମିଳିଛି।
ନୂଆଦିଲ୍ଲୀ: ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉପର ମୁହାଁ ହୋଇଛି। ଗତକାଲି ଦେଶରେ ୧୩ ହଜାର ୧୫୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସେହି ସଂଖ୍ୟାରେ ବୃଦ୍ଧି ପାଇ ୧୬ ହଜାର ୭୬୪ରେ ପହଞ୍ଚିଛି। ସେହିଭଳି ଗତ ୨୪ ଘଣ୍ଟାରେ ୨୨୦ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୮ ଲକ୍ଷ ୩୮ ହଜାର ୭୬୪ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୧ ହଜାର ୮୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷ ୬୬ ହଜାର ୩୬୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୯୧ ହଜାର ୩୬୧ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୨୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୩୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୯୭ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୨ ବାଲେଶ୍ଵର ଜିଲ୍ଲାରୁ- ୧ ଭଦ୍ରକ ଜିଲ୍ଲାରୁ- ୨ ବଲାଙ୍ଗୀରି ଜିଲ୍ଲାରୁ- ୧ ବୌଦ୍ଧ ଜିଲ୍ଲାରୁ- ୨ କଟକ ଜିଲ୍ଲାରୁ – ୧୨ ଦେବଗଡ ଜିଲ୍ଲାରୁ- ୬ ଢେଙ୍କାନାଳ ଜିଲ୍ଲାରୁ- ୪ ଗଜପତି ଜିଲ୍ଲାରୁ- ୩ ଗଞ୍ଜାମ ଜିଲ୍ଲାରୁ- ୫ ଜଗତସିଂହପୁର ଜିଲ୍ଲାରୁ- ୧ ଯାଜପୁର ଜିଲ୍ଲାରୁ- ୨ ଝାରସୁଗୁଡା ଜିଲ୍ଲାରୁ- ୯ କେନ୍ଦ୍ରାପଡା ଜିଲ୍ଲାରୁ- ୨ କେନ୍ଦୁଝର ଜିଲ୍ଲାରୁ- ୫ ଖୋର୍ଦ୍ଧା ଜିଲ୍ଲାରୁ- ୧୦୫ କୋରାପୁଟ ଜିଲ୍ଲାରୁ- ୨ ମୟୂରଭଞ୍ଜ ଜିଲ୍ଲାରୁ- ୩ ନବରଙ୍ଗପୁର ଜିଲ୍ଲାରୁ- ୩ ନୟାଗଡ ଜିଲ୍ଲାରୁ- ୫ ପୁରୀ ଜିଲ୍ଲାରୁ-…
ନୂଆଦିଲ୍ଲୀ: କୋଭାକ୍ସିନ BBV152 ଟିକା ନିରାପଦ ବୋଲି ପ୍ରମାଣିତ ହୋଇଛି। ଭରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡ (ବିବିଏଲ) ଆଜି ଏହି ଘୋଷଣା କରିଛି। ପିଲାମାନଙ୍କଠାରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ସୁରକ୍ଷିତ ଏବଂ ଉତ୍ତମ ପ୍ରତିରକ୍ଷା ପ୍ରଦାନ କରୁଥିବା ପ୍ରମାଣିତ ହୋଇଛି। ଭରତ ବାୟୋଟେକର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ କୃଷ୍ଣ ଏଲା କହିଛନ୍ତି, “ପିଲାମାନଙ୍କରେ କୋଭାକ୍ସିନର କ୍ଲିନିକାଲ୍ ଟ୍ରାଏଲ୍ ଡାଟା ଅତ୍ୟନ୍ତ ଉତ୍ସାହଜନକ ଅଟେ। ପିଲାମାନଙ୍କ ପାଇଁ ଟିକା ସମ୍ବନ୍ଧୀୟ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ଏବଂ ଆମେ ଏବେ ଖୁସି ଅଛୁ ଯେ” ପିଲାମାନଙ୍କ ପାଇଁ ସୁରକ୍ଷା ଏବଂ ପ୍ରତିରକ୍ଷା ପ୍ରଣାଳୀ ପାଇଁ କୋଭାକ୍ସିନ ଭଲ ପ୍ରମାଣିତ ହୋଇଛି। ଆମେ ବର୍ତ୍ତମାନ ଏହି ଲକ୍ଷ୍ୟ ହାସଲ କରିଛୁ। ଉଭୟ ବୟସ୍କ ଏବଂ ପିଲାମାନଙ୍କ ପାଇଁ କୋଭାକ୍ସିନ ଟୀକା ନିରାପଦ ଏବଂ ପ୍ରଭାବଶାଳୀ। ଉଲ୍ଲେଖ ଯୋଗ୍ୟ ଯେ, ଚଳିତ ବର୍ଷ ଜୁନ୍-ସେପ୍ଟେମ୍ବର ମଧ୍ୟରେ ପିଲାମାନଙ୍କ ଉପରେ କରାଯାଇଥିବା ଟୀକାକରଣର କ୍ଲିନିକାଲ୍…
ସ୍ୱାସ୍ଥ୍ୟ ଟିପ୍ସ: ସମସ୍ତେ ଚାହାଁନ୍ତି ପତଳା ଏବଂ ଫିଟ୍ ଶରୀର। ଶରୀରକୁ ମଧ୍ୟ ନମନୀୟ ରଖିବାକୁ ସମସ୍ତେ ଚାହାନ୍ତି। ଯାହାଫଳରେ ନିତ୍ୟ ବ୍ୟବହାର୍ଯ୍ୟ ଜୀବନକୁ ସଠିକ୍ ଭାବରେ ବଞ୍ଚିବା ସହିତ, ଆପଣ ନୃତ୍ୟ ଏବଂ ଦୈନନ୍ଦିନ ଜୀବନକୁ ଖୁସିରେ ଉପଭୋଗ କରିପାରିବେ। ତେଣୁ ବର୍ତ୍ତମାନ ଆପଣଙ୍କୁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ଦେଶୀ ଘିଅ ଆପଣଙ୍କର ଏହି ଇଚ୍ଛା ପୂରଣ କରିବାରେ ସାହାଯ୍ୟ କରିପାରିବ। ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଏଠାରେ କହିବୁ ଯେ ଦେଶୀ ଘିଅ ଖାଇ ଆପଣ କ’ଣ ଲାଭ ପାଇପାରିବେ? ଶରୀରକୁ ଦୁଇ ପ୍ରକାରର ପୁଷ୍ଟିକର ଖାଦ୍ୟ ମିଳିଥାଏ: ଶରୀରରେ ନମନୀୟତା ବଜାୟ ରଖିବା ପାଇଁ, ଆପଣଙ୍କର ମାଂସପେଶୀଗୁଡ଼ିକ ଆବଶ୍ୟକ ପରିମାଣର ତେଲ ଆବଶ୍ୟକ। ସାଥିରେ ଆପଣଙ୍କର ହାଡ ଦୃଢ ରହିବା ଆବଶ୍ୟକ। ଏହି ଦୁଇଟି ଆବଶ୍ୟକତା ପୂରଣ କରିବାରେ ଦେଶୀ ଘିଅ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମନେରଖନ୍ତୁ ଯେ ଗାଈର…
ଭୁବନେଶ୍ବର: ଉତ୍ତର ପ୍ରଦେଶ ସରକାର ବିଭିନ୍ନ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରିବାରେ ଲାଗିଛନ୍ତି। ନିକଟରେ ଝାନସୀ ଷ୍ଟସନର ନାମ ପରିବର୍ତ୍ତନ କରାଯାଇ ବୀରଙ୍ଗନା ଲକ୍ଷ୍ମୀବାଇ ଷ୍ଟେସନ ନାମରେ ନାମିତ କରାଯାଇଛି। ସେହିପରି ରାଜ୍ୟର ପ୍ରତିଷ୍ଠିତ ରେଳ ଷ୍ଟେସନ ଓ ଜଙ୍କସନ୍ ଖୋର୍ଦ୍ଧାରୋଡର ନାମ ପରିବର୍ତ୍ତନ ପାଇଁ ଦାବୀ ଧରିଛି। ଏ ନେଇ ସମାଜବାଦୀ ପାର୍ଟି ଓଡିଶା ସଭାପତି ରବି ବେହେରା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଝାନସୀ ଷ୍ଟେସନ ଯେପରି ଜଣେ ବୀରାଙ୍କ ନାମରେ କରାଗଲା, ସେହିପରି ଖୋର୍ଦ୍ଧା ରୋଡକୁ ବକ୍ସି ଜଗବନ୍ଧୁଙ୍କ ନାମରେ ନାମିତ କରାଯାଉ। ଏହି ଷ୍ଟେସନର ନାମ ବକ୍ସି ଜଗବନ୍ଧୁ ଜଙ୍କସନ ନାମରେ ନାମିତ କରିବାକୁ ଦାବୀ କରାଯାଇଛି। ଏଥିସହିତ ସେଠାରେ ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବୀ କରାଯାଇଛି। ରେଳମନ୍ତ୍ରୀଙ୍କୁ ଏହି ଚିଠି ଲେଖିବା ସହିତ ଆଉ ଏତ ଚିଠି ମୁଖ୍ୟମନ୍ତ୍ରୀ ନବୀନ…
ଭୁବନେଶ୍ବର: ଜଣେ ଧନୀ ବ୍ୟକ୍ତି ଟ୍ରେନ ରେ ଯାଉଥିଲେ । ସେହି ଟ୍ରେନ ରେ ଭିକ ମାଗୁଥିବା ବ୍ୟକ୍ତି ଜଣକ, ଧନୀ ବ୍ୟକ୍ତିଙ୍କ ଭେସଭୁଷାକୁ ଦେଖି କହିଲା, “ବାବୁ କିଛି ମିଳିବ” ? ଧନୀ ବ୍ୟକ୍ତି ଜଣକ ସଙ୍ଗେ ସଙ୍ଗେ କହିଲେ ତୁମେ କେବେ ଜୀବନରେ କାହାକୁ କିଛି ଦେଇଛ ? ଭିକାରୀ ଜଣକ କହିଲା ନା ବାବୁ ମୋ ପାଖରେ କଣ ବା ଅଛି ମୁ ଦେବି ! ଧନୀ ବ୍ୟକ୍ତି ଜଣକ କହିଲେ ତୁମେ ଯଦି କାହାକୁ କିଛି ଦେଇ ନାହଁ ତେବେ ମୁଁ କାହିଁକି ତୁମକୁ ଦେବି। ଭିକାରୀ ଏ କଥା ଶୁଣି ଦୁଖୀ ହୋଇଗଲା । ସନ୍ଧ୍ୟା ବେଳକୁ ସେ ଷ୍ଟେସନ ନିକଟ ଝୁମ୍ପୁଡି ଘରକୁ ଫେରିଗଲା, ସେ ରାତିରେ ଶୋଇବାକୁ ଚେଷ୍ଟା କଲା କିନ୍ତୁ ରାତିରେ ନିଦ ହେଲାନାହିଁ। ସକାଳୁ ଉଠି ଷ୍ଟେସନ ବାହାରକୁ ଗଲା ଦେଖିଲା ବଗିଚାରେ ସୁନ୍ଦର ଫୁଲ ଫୁଟିଛି ।…
ମେଷ:– ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭର ସମ୍ଭାବନା ଅଛି। ନୂତନ କାରବାର ଲାଭଦାୟକ ହେବ, ଯାହା ଅର୍ଥନୈତିକ ସ୍ଥିତିକୁ ଦୃଢ କରିବ, ସ୍ୱାସ୍ଥ୍ୟର ଯତ୍ନ ନେବ। ବ୍ୟବସାୟରେ ଛୋଟ ବାଧାବିଘ୍ନ ହୋଇପାରେ। ସେଠାରେ ଅତ୍ୟଧିକ କାର୍ଯ୍ୟଭାର ହେବ, ଯେଉଁଥିପାଇଁ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିବେ। ପାରିବାରିକ ପରିବେଶ ସୁଖମୟ ହେବ। ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ। କ୍ରୋଧକୁ ଏବଂ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଏହା ବିତର୍କ ହୋଇପାରେ। ଜୀବନ ସାଥୀକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଖାଇବା ଓ ପିଇବା ପାଇଁ ଧ୍ୟାନ ଦିଅନ୍ତୁ। ବୃଷ:– ଆଜି ମିଶ୍ରିତ ଦିନ ହେବ। ବ୍ୟବସାୟ ସ୍ୱାଭାବିକ ହେବ। ଜରୁରୀକାଳୀନ ଲାଭ କରାଯାଉଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢିବ, ଫଳରେ ଅର୍ଥନୈତିକ ପରିସ୍ଥିତି ଦୁର୍ବଳ ହୋଇଯିବ। କାର୍ଯ୍ୟରେ ସଫଳତା ଆତ୍ମବିଶ୍ୱାସ ବଢାଇବ, କିନ୍ତୁ ଅଧିକ କାର୍ଯ୍ୟ ହେବ, ଯାହା ଆପଣଙ୍କୁ ଶାରୀରିକ ଏବଂ…
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଖାଉଟି ସୁରକ୍ଷା ଆଇନ ୨୦୧୯ର ବିଭିନ୍ନ ଧାରା ଓ ଉପଧାରା ଅନୁସାରେ ୨୦୨୧ରେ ପ୍ରଣିତ ନିୟମର ବିଜ୍ଞପ୍ତି ଜାରି କରିଛନ୍ତି । ଏଥିରେ ଜିଲ୍ଳା, ରାଜ୍ୟ ଓ ଜାତୀୟ ଖାଉଟି ଆୟୋଗ କେତେ ଟଙ୍କାର ମାମଲା ବିଚାର କରିପାରିବେ ତାହା ନିର୍ଦ୍ଧାରିତ ହୋଇ ପ୍ରକାଶ ପାଇଛି। ନୂଆ ନିୟମ ଅନୁସାରେ ଏଣିକି ଜିଲା ଖାଉଟି ଆୟୋଗରେ ସର୍ବାଧିକ ୫୦ଲକ୍ଷ ଟଙ୍କା ଯାଏ ମାମଲାର ଶୁଣାଣି ହୋଇପାରିବ। ରାଜ୍ୟ ଖାଉଟି ସୁରକ୍ଷା ଆୟୋଗ ନୂଆ ନିୟମ ଅନୁସାରେ ୫୦ଲକ୍ଷ ଟଙ୍କାରୁ ଅଧିକ ଏବଂ ସର୍ବାଧିକ ୨କୋଟି ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ମାମଲାଗୁଡିକର ବିଚାର କରିବେ। ଦୁଇକୋଟି ଟଙ୍କାରୁ ଊର୍ଦ୍ଧ୍ୱ ସମସ୍ତ ଖାଉଟି ମାମଲା ଜାତୀୟ ଖାଉଟି ଆୟୋଗରେ ବିଚାର କରାଯିବ। ୨୦୧୯ ଖାଉଟି ସୁରକ୍ଷା ଆଇନରେ ତ୍ରିସ୍ତରୀୟ ଅର୍ଦ୍ଧ ବିଚାରବିଭାଗୀୟ ବ୍ୟବସ୍ଥା କରାଯାଇଥିଲା ଏବଂ ତାହା କାର୍ଯ୍ୟକାରୀ ହୋଇଛି। ଖାଉଟି ମାନଙ୍କ ଆପତ୍ତି ଅଭିଯୋଗ ଶୁଣି ସେମାନଙ୍କୁ…
ଭୁବନେଶ୍ୱର: ଡ଼ାକ୍ତର କାଶୀନାଥ ନାୟକଙ୍କ ଆତ୍ମଜୀବନୀ “ମାଇଁସେଲ୍ଫ ଆଣ୍ଡ ଦ ୱାର୍ଲ୍ଡ ଲୋକାର୍ପିତ” ବୁଧବାର ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଲୋକାର୍ପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ତମ୍ଭକାର ଡ଼. ଭଗବାନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ଼ାକ୍ତର କାଶୀନାଥ ନାୟକ ଜଣେ ସଫଳ ଡ଼ାକ୍ତର ହେବା ସହିତ ପୁଣି ଜଣେ ସୃଜନଶୀଳ ଲେଖକ ହୋଇପାରିଛନ୍ତି ବୋଲି ଖୁସିବ୍ୟକ୍ତ କରିଥିଲେ । ଡ଼ା ନାୟକ ଅତି ସୁନ୍ଦରଭାବରେ ଏହି ଆତ୍ମଜୀବନୀ ପୁସ୍ତକରେ ନିଜର ସମସ୍ତ ମୂହୁତ୍ତକୁ ଉପସ୍ଥାପନା କରିଛନ୍ତି ଯାହାକି ଅନ୍ୟ ଆତ୍ମଜୀବନୀ ପୁସ୍ତକରେ ଦେଖିବାକୁ ମିଳେ । ଏହି ପୁସ୍ତକଟି ଓଡ଼ିଆ ଭାଷାରେ ପ୍ରକାଶିତ ହେଲେ ସାରା ରାଜ୍ୟରେ ଜନାଦୃତ ହୋଇପାରବ ବୋଲି ସେ ମତ ରଖିଥିଲେ । ମୁଖ୍ୟ ବକ୍ତାଭାବେ ଯୋଗଦେଇ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପ୍ରାପ୍ତ ବିଶିଷ୍ଟ ଲେଖକ ଅସୀତ ମହାନ୍ତି କହିବା ସହିତ ଲେଖକ ଡ଼ା କାଶୀନାଥ ନାୟକ ଏହି ପୁସ୍ତକରେ ନିଜ…
ଭୁବନେଶ୍ବର: ଓଡିଶାରେ ମିଶନାରିଜ୍ ଅଫ ଚାରିଟୀ ଦ୍ବାରା ପରିଚାଳିତ ବିଭିନ୍ନ ସଂସ୍ଥା ଯଥା କୁଷ୍ଠାଶ୍ରମ ଓ ଅନାଥାଶ୍ରମମାନଙ୍କରେ ଥିବା ଅନ୍ତେବାସୀମାନେ ଯେପରି କୌଣସି ସମସ୍ୟା ବିଶେଷ କରି ଖାଦ୍ୟ ନିରାପତ୍ତା ତଥା ସ୍ବାସ୍ଥ୍ୟ ସଂପର୍କୀତ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ପଡିଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସଂସ୍ଥାଗୁଡିକୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଓଡ଼ିଶାରେ missionaries of charity ପକ୍ଷରୁ ପରିଚାଳିତ ଅନେକ କୁଷ୍ଠାଶ୍ରମ ଓ ଅନାଥାଶ୍ରମ ରହିଛି।
ଭୁବନେଶ୍ବର: ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଦୁଃଖଦ ଖବରରେ ସେ ଗଭୀର ଭାବରେ ମର୍ମାହତ ହୋଇଛନ୍ତି । ସେ ଜଣେ ଜନପ୍ରିୟ ନେତା ଭାବରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ। ବାଚସ୍ପତି ଭାବେ ଉଚ୍ଚ ସଂସଦୀୟ ପରମ୍ପରା ବଜାୟ ରଖିବା ସହିତ ସବୁ ଦଳର ବିଧାୟକ ମାନଙ୍କ ସମ୍ମାନର ଅଧିକାରୀ ହୋଇପାରିଥିଲେ । ମନ୍ତ୍ରୀ ତଥା ବିଧାୟକ ଭାବରେ ଓଡିଶାର ବିକାଶ ପାଇଁ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ମଧ୍ୟ ସେ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପଶ୍ଚିମ ଓଡିଶାରେ ବିଜୁ ଜନତା ଦଳର ସାଂଗଠନିକ କାର୍ଯ୍ୟକ୍ରମକୁ ଦୃଢ ନେତୃତ୍ବ ଦେଇଥିଲେ । ସେବା ଓ ପ୍ରତିବଦ୍ଧତା ତାଙ୍କ ବ୍ୟକ୍ତିତ୍ବର ଅନନ୍ୟ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ୧୭ହଜାର ୫୦୦ କୋଟିରୁ ଅଧିକ ଟଙ୍କାର ୨୩ଟି ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଥିଲେ। ଏହି ପ୍ରକଳ୍ପର ଅବଧାରଣା ପ୍ରଥମେ ୧୯୭୬ ମସିହାରେ ହୋଇଥିଲେ ମଧ୍ୟ ଦୀର୍ଘଦିନ ଧରି ପଡି ରହିଥିଲା। ସେ ୮୭୦୦ କୋଟି ଟଙ୍କାର ସଡକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ମଧ୍ୟ କରିଥିଲେ। ଦୁର୍ଗମ,ଗ୍ରାମାଞ୍ଚଳ ଓ ସୀମାନ୍ତ ଅଞ୍ଚଳରେ ସଂଯୋଗୀକରଣ ଦିଗରେ ଏହି ପ୍ରକଳ୍ପଗୁଡିକ ସହାୟକ ହେବ। କୈଳାସ ମାନସରୋବର ଯାତ୍ରାର ସଂଯୋଗୀକରଣ ମଧ୍ୟ ଉନ୍ନତ ହେବ। ସେ ମଧ୍ୟ ଉଦ୍ଦମସିଂ ନଗରରେ ଏମ୍ସ, ଋଷିକେଶର ଉପଗ୍ରହ କେନ୍ଦ୍ର ଓ ପିଥୋରାଗଡରେ ଜଗଜ୍ଜୀବନ ରାମ ସରକାରୀ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସମଗ୍ର ଦେଶରେ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଦେବା ନେଇ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରାରେ ଏହା ଏକ ଅଂଶବିଶେଷ। ସେ କାଶୀପୁରଠାରେ ସୁଗନ୍ଧିତ ଗୁଳ୍ମରାଜି ଉଦ୍ୟାନ ଓ ସିତାରଗଞ୍ଜଠାରେ ପ୍ଲାଷ୍ଟିକ ଶିଳ୍ପ ଉଦ୍ୟାନର ଶିଳାନ୍ୟାସ କରିଥିଲେ। ଏହାଛଡା…
ଖୋର୍ଦ୍ଧା: ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାନୁୟାରୀ ମାସ ପାଇଁ ଏକ ନୂଆ ଗାଇଡ ଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନ ଅନୁଯାୟୀ ରାଜ୍ୟରେ କରୋନା କଟକଣାକୁ କଡାକଡି କରାଯିବା ନେଇ ନିର୍ଦ୍ଦେଶ ହୋଇଛି। ରାଜ୍ୟରେ ଜାନୁୟାରୀ ୧ ତାରିଖ ଠାରୁ ଫେବୃୟାରି ୧ ତାରିଖ ପର୍ଯ୍ୟନ୍ତ କଟକଣାକୁ କଡାକଡି କରିବା ପାଇଁ ନୂଆ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି। ତେବେ ସେଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ସ୍ଵତନ୍ତ୍ର ରିଲିଫ କମିଶନର କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏତଦବ୍ୟତୀତ ଆସନ୍ତାକାଲି ଠାରୁ ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟସରକାର ଏକ ସାନି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏବଂ ଏହାକୁ ତଦାରଖ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏସଆରସିଙ୍କ ନିର୍ଦ୍ଦେଶ ଅନୁଯାୟୀ, ଖୋର୍ଦ୍ଧା ଉପଜିଲ୍ଲାପାଳ ଆଇଏଏସ ଗୌରବ ଶିବାଜୀ ଇସାଲୱାର ଆସନ୍ତାକାଲି ଅର୍ଥାତ ୩୧ ଡିସେମ୍ବରରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଉପଖଣ୍ଡ ଅଧୀନରେ ଥିବା…
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ର୍ନିମଳା ସୀତାରମଣ ଆଜି ୨୦୨୨-୨୩ କେନ୍ଦ୍ର ବଜେଟ୍ ପାଇଁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନଙ୍କ ସହ ପ୍ରାକ୍ ବଜେଟ୍ ଆଲୋଚନା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ମନ୍ତ୍ରୀ ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ (ବିଧାନସଭା ସହିତ) ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି। କେନ୍ଦ୍ର ଅର୍ଥ ସଚିବ ଆଲୋଚନାରେ ଯୋଗ ଦେଇଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ ଏବଂ ଏହି ର୍ନିଦ୍ଦିଷ୍ଟ ପରାମର୍ଶ ବୈଠକର ଗୁରୁତ୍ୱ ବିଷୟରେ ସୂଚନା ଦେଇଥିଲେ। ଅଧିକାଂଶ ଅଂଶଗ୍ରହଣକାରୀ ମହାମାରୀର ପ୍ରକୋପ ସମୟରେ ସେମାନଙ୍କ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳକୁ ଆର୍ଥିକ ସହାୟତା କରିଥିବାରୁ, ଋଣ ସୀମା ବୃଦ୍ଧି, ରାଜ୍ୟମାନଙ୍କୁ ୠଣ ଯୋଗାଣ ଏବଂ ପୁଞ୍ଜି ବ୍ୟୟ ପାଇଁ ସ୍ୱତନ୍ତ୍ର ସହାୟତା ଦେଇଥିବାରୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ବଜେଟ୍ ଭାଷଣରେ…
ଭୁବନେଶ୍ବର: ରାଜ୍ୟରେ ଜାନୁୟାରୀ ମାସ ପାଇଁ ନୂଆ ଗାଇଡ ଲାଇନ ଜାରି କରାଯାଇଛି। ଜାନୁୟାରୀ ୧ ତାରିଖ ଠାରୁ ଫେବୃୟାରି ୧ ତାରିଖ ପର୍ଯ୍ୟନ୍ତ ଏହି ଗାଇଡଲାଇନ ଜାରି ରହିବ। ଏହିପ୍ରରିପ୍ରେକ୍ଷୀରେ ରାଜ୍ୟର ସବୁ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିବ। ରାତି ୧୦ ଟାରୁ ସକାଳ ୫ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ସେହିଭଳି ଭିଡ ଜନଗହଳି ଅଞ୍ଚଳକୁ ନଜର ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ହୋଇଛି। ଜନଗହଳି ଅଞ୍ଚଳରେ କରୋନା କଟକଣାକୁ ବାଧ୍ୟତାମୂଳକ କରାଯାଇଛି। ପାର୍କ, ବେଳାଭୂମି ଉପରେ ବଣଭୋଜିକୁ ବାରଣ କରାଯାଇଛି। ସମସ୍ତ ପ୍ରକାର ସାମାଜିକ ଓ ଧାର୍ମିକ ସମାବେଶକୁ ବାରଣ କରାଯାଇଛି। ରାଜନୈତିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି। ପ୍ରଦର୍ଶନୀ, ବାଣିଜ୍ୟ ମେଳା, ମେଳା ଆଦିକୁ ବାରଣ କରାଯାଇଛି। ହୋଟେଲ, ପାର୍କ, ମଲରେ ସାଂସ୍କୃତିକ ଏବଂ ନୃତ୍ୟ ଆଦି ଉପରେ କଟକଣା ଲାଗିଛି। ଜାନୁୟାରୀ ମାସରେ ଶିକ୍ଷାନୁଷ୍ଠାନକୁ ବଣଭୋଜିକୁ ବାରଣ କରାଯାଇଛି। କୋଭିଡ…
ଦୁବାଇ: ଶାରଜାଠାରେ ଖେଳାଯାଉଥିବା ଅଣ୍ଡର-୧୯ ଏସିଆ କପ୍ ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳ ବାଂଲାଦେଶକୁ ୧୦୩ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଡିସେମ୍ବର ୩୧ ତାରିଖରେ ଟାଇଟଲ ମ୍ୟାଚରେ ଶ୍ରୀଲଙ୍କା ସହିତ ମୁହାଁମୁହିଁ ହେବ ଟିମ ଇଣ୍ଡିଆ। ଦ୍ୱିତୀୟ ସେମିଫାଇନାଲରେ ଭାରତ ପ୍ରଥମ ବ୍ୟାଟିଂ କରି ୫୦ ଓଭରରେ ଆଠଟି ୱିକେଟ ହରାଇ ୨୪୩ ସ୍କୋର କରିଥିଲା। ଏହାର ଜବାବରେ ବାଂଲାଦେଶର ଦଳ ୧୪୦ ରନ୍ ରେ ସମସ୍ତ ୱିକେଟ ହରାଇଥିଲା। ଏହିପରି, ଇଣ୍ଡିଆ ୧୦୩ ରନରେ ଏକ ଚମତ୍କାର ବିଜୟ ପଞ୍ଜିକରଣ କରିଥିଲା। ଓପନର୍ ବ୍ୟାଟ୍ସମ୍ୟାନ୍ ଅଙ୍ଗକ୍ରିଶ୍ ରଘୁବଂଶୀ ଏବଂ ହାର୍ନୁର ସିଂଙ୍କ ୱିକେଟ ଶୀଘ୍ର ପତନ ପରେ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଶେଖ ରସିଦ ୯୦ ରନ କରି ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ଏହି ସମୟ ମଧ୍ୟରେ ସେ ତିନୋଟି ଚୌକା ଓ ଗୋଟିଏ ଛକା ମାରିଥିଲେ।…
ଭୁବନେଶ୍ବର: ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ନିଜ ଅଫିସରେ ବସିଥିବା ବେଳେ ସେ ହୃଦଘାତରେ ଶିକାର ହୋଇଥିଲେ। କିଶୋରଙ୍କୁ ଝାରସୁଗୁଡା ଏକ ଘରୋଇ ନର୍ସିଙ୍ଗ ହୋମରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମାତ୍ର ୬୩ ବର୍ଷ ବୟସରେ ବିଧାୟକ କିଶୋର ମହାନ୍ତିଙ୍କ ନିଧନ ହୋଇଛି। ସେ ତିନି ଥର ଝାରସୁଗୁଡାର ବିଜେଡ଼ି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ବ୍ରଜରାଜନଗର ବିଧାୟକ ଭାବେ ୨୦୧୯ ନିର୍ବାଚନରେ ନିର୍ବାଚିତ ହୋଇଥିଲେ। ସେ ୨୦୦୪ ରେ ସରକାରୀ ଦଳର ମୁଖ୍ୟ ସଚେତକ ଥିଲେ। ୨୦୦୭ ରୁ ୨୦୦୯ ମସିହା ପର୍ଯ୍ୟନ୍ତ କିଶୋର ମହାନ୍ତି ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ ତୁଲାଇଥିଲେ। ସେ ଥରେ ରାଜ୍ୟସଭାକୁ ମଧ୍ୟ ମନୋନୀତ ହୋଇଥିଲେ।
ମୁମ୍ବାଇ: ଓମିକ୍ରନ୍ ଏବଂ କରୋନାର ନୂଆ ଭାରିଆଣ୍ଟ ସମ୍ବନ୍ଧୀୟ ବିପଦ ମୁମ୍ବାଇ ସମେତ ସମଗ୍ର ମହାରାଷ୍ଟ୍ରରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ସଂକ୍ରମଣକୁ ରୋକିବା ପାଇଁ ମହାରାଷ୍ଟ୍ର ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ମୁମ୍ବାଇ ସହରରେ ଭିଡ଼ ନହେବା ପାଇଁ ସରକାର ପ୍ରତି ୨୪ ଘଣ୍ଟାରେ ଟାସ୍କ ଫୋର୍ସ ସହିତ ଏକ ବୈଠକ କରୁଛନ୍ତି। ମୁମ୍ବାଇରେ ଦୈନିକ ୫୦ ହଜାରରୁ ୧ ଲକ୍ଷ ଲୋକ ସଂକ୍ରମଣ ହେବେ ବୋଲି ଆଶା କରାଯାଉଛି। ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଅସଲାମ ଶେଖ କହିଛନ୍ତି ଯେ, ସମଗ୍ର ଦେଶରେ କରୋନା ସଂକ୍ରମଣ ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହା ବ୍ୟତୀତ ବିଦେଶରେ ମଧ୍ୟ କରୋନା ଭାଇରସ୍ ଦ୍ରୁତ ଗତିରେ ବଢିବାରେ ଲାଗିଛି। ୟୁରୋପରେ ପ୍ରତିଦିନ ୧.୫ ଲକ୍ଷରୁ ଅଧିକ କରୋନା ରୋଗୀ ମିଳୁଛନ୍ତି। ଯଦି ଏହା ଜାରି ରହେ, ତେବେ ମୁମ୍ବାଇରେ ଦୈନିକ ୫୦ ହଜାରରୁ ୧ ଲକ୍ଷ କରୋନାରେ ଆକ୍ରାନ୍ତ ହୋଇପାରନ୍ତି। ଏହାକୁ…

