Author: Samikhsya Bureau

ନୂଆଦିଲ୍ଲୀ: ଦେଶରେ ମାରାତ୍ମକ କରୋନାଭାଇରସର ବିପଜ୍ଜନକ ଭାରିଆଣ୍ଟ ଓମିକ୍ରନ୍ ବର୍ତ୍ତମାନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏପର୍ଯ୍ୟନ୍ତ 17 ଟି ରାଜ୍ୟରେ 415 ଜଣ ଲୋକ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଏହି ପ୍ରକାରରେ ସଂକ୍ରମିତ 115 ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ବଡ କଥା ହେଉଛି ଏହି ଭାରିଆଣ୍ଟ କାରଣରୁ ଦେଶରେ ଏପର୍ଯ୍ୟନ୍ତ ଗୋଟିଏ ବି ମୃତ୍ୟୁ ଘଟି ନାହିଁ। ଦେଶରେ ଓମିକ୍ରନ୍ ଭାରିଆଣ୍ଟର ସର୍ବଶେଷ ସ୍ଥିତି: ମୋଟ ମାମଲା- 415 ସମୁଦାୟ ସୁସ୍ଥ ଆକ୍ରାନ୍ତ- 115 ସମୁଦାୟ ରାଜ୍ୟ- 17 କେଉଁ ରାଜ୍ୟରେ କେତେ ଲୋକ ସଂକ୍ରମିତ ହୋଇଛନ୍ତି: ମହାରାଷ୍ଟ୍ର- ମୋଟ ମାମଲା- 108, ସୁସ୍ଥ- 42 ଦିଲ୍ଲୀ- ମୋଟ ମାମଲା 79, ସୁସ୍ଥ 23 ଗୁଜୁରାଟ – ମୋଟ ମାମଲା 43, ସୁସ୍ଥ 5 ତେଲେଙ୍ଗାନା- ମୋଟ ମାମଲା 38, ସୁସ୍ଥ 8 କେରଳ – ମୋଟ ମାମଲା 37,…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଚିଲିକାର ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜରେ ବ୍ୟାପକ ବିଦେଶୀ ପକ୍ଷୀ ଶୀକାର ହେଉଥିବା ଅଭିଯୋଗ ହେଉଛି। ଶୀକାରୀମାନେ ଚିଲିକାରେ ଅବାଧ ଶିକାର କରୁଥିବା ଦେଖାଯାଉଛି।  ବନ୍ୟପ୍ରାଣୀ ବିଭାଗ ପାଟ୍ରୋଲିଂ କରୁଥିଲେ ସୁଦ୍ଧା ପକ୍ଷୀ ଶିକାର କମିବାର ନାଁ ନେଉନାହିଁ।  ଆଜି ସକାଳୁ ସକାଳୁ ରାସ୍ତା କଡରେ ପଡି ରହିଛି ଶତାଧିକ ମୃତ ବିଦେଶୀ ପକ୍ଷୀର ମୃତଦେହ। ଟାଙ୍ଗୀ ୧୬ ନଂ ଜାତୀୟ ରାଜପଥର ରତାମାଟି ଛକ ନିକଟ ଚାଷ ଜମିରେ ପଡିଛି ଶତାଧିକ ମୃତ ବିଦେଶୀ ପକ୍ଷୀ। ଶୀକାରୀ ବିଷ ଦେଇ ଶୀକାର କରିବା ପରେ ପକ୍ଷୀଙ୍କ ମୃତ ଶରୀର ପଚି ଯିବାରୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଆଜି ଭୋର୍ ସମୟରେ ଏକ ଟାଟା ଏସି ଗାଡିରେ ମୃତ ବିଦେଶୀ ପକ୍ଷୀଙ୍କ ଶବକୁ ଫୋପଡ଼ାଯାଇଥିବା ଥିବା ଜଣାପଡିଛି। ଗୋଟେପଟେ ବନ୍ୟପ୍ରାଣୀ ବିଭାଗ ରାତିରେ ରାସ୍ତା କଡ ଢାବା ଗୁଡିକରେ ଚଢ଼ାଉ କରୁଥିବା ବେଳେ ଅନ୍ୟପଟେ ଶତାଧିକ ନୀରିହ…

Read More

ଭୁବନେଶ୍ଵର: ପଞ୍ଚାୟତ ନିର୍ବାଚନ ଲାଗି ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ଆଇନ ବିଭାଗ ପକ୍ଷରୁ ଏହି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଣିକି ସତ୍ୟପାଠ ଜରିଆରେ ପ୍ରାର୍ଥୀମାନେ ନିଜର ତଥ୍ୟ ପ୍ରଦାନ କରିବେ। ନାମାଙ୍କନ ଦାଖଲ ସମୟରେ ନିଜର ତଥ୍ୟ ପ୍ରଦାନ କରିବେ। ପ୍ରାର୍ଥୀମାନେ ଅପରାଧିକ ମାମଲା, ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତାର ତଥ୍ୟ ପ୍ରଦାନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ତଥ୍ୟ ଲୁଚାଇଲେ ପ୍ରାର୍ଥୀଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ ଓ ଜରିମାନା ଦେବାକୁ ପଡିବ। ଜିଲ୍ଲା ପରିଷଦ, ସମିତି ସଭ୍ୟ ଓ ସରପଞ୍ଚମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ। ଏହାସହିତ ପଞ୍ଚାୟତ ନିର୍ବାଚନମାନଙ୍କୁ ବିପର୍ଯ୍ୟୟ ମୁକାବିଲା ପାଇଁ ଅଧିକ କ୍ଷମତା ମିଳିବ। ପଞ୍ଚାୟତ ସମିତି ସ୍ତରରେ ରିଲିଫ, ପୁନଃଥଇଥାନ, ପୁନଃନିର୍ମାଣ କାର୍ଯ୍ୟରେ ସାମିଲ ହେବେ।

Read More

ଅନୂଆଦିଲ୍ଲୀ: ଆଜି ଦେଶରୁ ୭ ହଜାର ୧୮୯ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୩୮୭ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୭ ଲକ୍ଷ ୭୩ ହଜାର ୪୪୮ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୯ ହଜାର ୫୨୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷ ୨୩ ହଜାର ୨୬୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୭୭ ହଜାର ୩୨ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର:  ଆଜି ରାଜ୍ୟରେ ୧୨୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୨ ବାଲେଶ୍ଵର ଜିଲ୍ଲାରୁ- ୩ ବରଗଡ ଜିଲ୍ଲାରୁ- ୬ ଭଦ୍ରକ ଜିଲ୍ଲାରୁ- ୩ ବଲାଙ୍ଗୀରି ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ – ୮ ଦେବଗଡ ଜିଲ୍ଲାରୁ- ୨ ଗଜପତି ଜିଲ୍ଲାରୁ- ୩ ଜଗତସିଂହପୁର ଜିଲ୍ଲାରୁ- ୧ ଯାଜପୁର ଜିଲ୍ଲାରୁ – ୪ ଝାରସୁଗୁଡା ଜିଲ୍ଲାରୁ- ୫ କେନ୍ଦ୍ରାପଡା ଜିଲ୍ଲାରୁ- ୧୦ ଖୋର୍ଦ୍ଧା ଜିଲ୍ଲାରୁ- ୬୧ ମୟୂରଭଞ୍ଜ ଜିଲ୍ଲାରୁ- ୨ ନୟାଗଡ ଜିଲ୍ଲାରୁ- ୧ ନୂଆପଡା ଜିଲ୍ଲାରୁ- ୨ ପୁରୀ ଜିଲ୍ଲାରୁ- ୨ ସମ୍ବଲପୁର ଜିଲ୍ଲାରୁ- ୨ ସୁନ୍ଦରଗଡ଼ ଜିଲ୍ଲାରୁ – ୨ ଷ୍ଟେଟ ପୁଲରୁ- ୧୩…

Read More

ମେଷ- ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ। ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ। ଆପଣଙ୍କର ଆୟ ବଢିବାର ସମ୍ଭାବନା ମଧ୍ୟ ଅଧିକ। ଆପଣଙ୍କର ମନ ଭଲ କାମ କରିବ। ଶାଶୁଙ୍କ ଅନୁଗ୍ରହରୁ ଉପହାର ପାଇବା ସମ୍ଭାବନା ସୃଷ୍ଟି ହେଉଛି। ବୃଷ- ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍। ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ। କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ। କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ। ଆପଣ ମଧ୍ୟ କୈଣସି ଆକସ୍ମିକ ଘଟଣାରେ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍। ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ। ସାମାନ୍ୟ ଥକ୍କା ମଧ୍ୟ ହୋଇପାରେ। ମିଥୁନ- ଅନେକ ଦିନ ଧରି…

Read More

ଭୁବନେଶ୍ୱର: ଦେଶର ସ୍ୱାଧୀନତା ସଂଗ୍ରାମୀମାନେ ଏକ ବିଶେଷ ଭୂମିକା ଗ୍ରହଣ କରିଥିଲେ ବୋଲି ବିଶିଷ୍ଟବକ୍ତାମାନେ ମତବ୍ୟକ୍ତ କରିଥିଲେ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ଓଡିଶା ଓ ମହାରାଷ୍ଟ୍ର ପତ୍ର ସୂଚନା କାର୍ଯ୍ୟାଳୟ ଓ ଆଂଚଳିକ କ୍ଷେତ୍ରପଚାର ବ୍ୟୁରୋ ପକ୍ଷରୁ ଆଜି ଆୟୋଜିତ ୱେବିନାରରେ ବକ୍ତାଗଣ ଏହା କହିଛନ୍ତି। ଏଥିରେ ଅଂଶଗ୍ରହଣ କରି ବିଶିଷ୍ଟ ସାମ୍ବାଦିକ ତଥା ସ୍ତମ୍ଭକାର ତପନ କୁମାର ମିଶ୍ର ସ୍ୱାଧୀନତା ସଂଗ୍ରାମରେ ଓଡିଶା ମୁଖ୍ୟତଃ ପାଂଚଟି ପର୍ଯ୍ୟାୟରେ ଗତି କରିଥିଲା ବୋଲି କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଜୟରାଜଗୁରୁ, ଦ୍ୱିତୀୟ ପର୍ଯ୍ୟାରେ ବକ୍ସି ଜଗବନ୍ଧୁ ଓ ପାଇକ ବିଦ୍ରୋହ, ତୃତୀୟ ପର୍ଯ୍ୟାୟ ସିପାହୀ ବିଦ୍ରୋହ ଓ ଚନ୍ଦନ ହଜୁରୀଙ୍କ ଅବଦାନ, ଚତୁର୍ଥରେ କେନ୍ଦୁଝର ଭୂୟାଁ ମେଳି ଓ ପଂଚମରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସଂଗ୍ରାମ। ତେବେ ମହାତ୍ମ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ସ୍ୱାଧୀନତା ସଂଗ୍ରାମ ଓଡିଶାରେ ଅଧିକ ଲୋକାଭିମୁଖୀ ହୋଇଥିଲା ବୋଲି ସେ କହିଛନ୍ତି। ଏଥିରେ ଅନ୍ୟତମ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନଏସି ରେ ବହୁ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଅନ୍ତର୍ଗତ କୋଭିଡ ସହାୟତା ରାଶି ପ୍ରଦାନ କରାଯାଇଛି। ଏ ନେଇ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ ସୂଚନା ଦେଇଛନ୍ତି। ବାଲୁଗାଁ ସହରାଞ୍ଚଳର ୮୪ ଜଣ ଉଠା ଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ କୋଭିଡ ସହାୟତା ଅର୍ଥରାଶି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଥିବା ଜଣାପଡିଛି। ତେବେ ପୂର୍ବରୁ ମଧ୍ୟ ଉକ୍ତ ୮୪ ଜଣ ଉଠାଦୋକାନୀ କୋଭିଡ ସହାୟତା ରାଶିର ପ୍ରଥମ ଭାଗ କିସ୍ତି ପାଇଥିଲେ। ସେହିପରି ଭାବେ ଏନଏସିରେ ରାସନ କାର୍ଡ ଥିବା ହିତାଧିକାରୀଙ୍କୁ ୧ ହଜାର ଟଙ୍କା କୋଭିଡ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ ହୋଇଯାଇଛି। ଆଜି ପ୍ରଥମ ଦିନରେ ୧୦୦ ଜଣ ରାସନ କାର୍ଡ ଥିବା ହିତାଧିକାରୀଙ୍କୁ ୧ ହଜାର ଟଙ୍କା କୋଭିଡ଼ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଆଗକୁ ପ୍ରତି ୱାର୍ଡରେ…

Read More

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ଡିଆ, କୋଲସାହି ଓ ରାଉଳ ହଜ ନିକଟରେ ଥିବା ମନ୍ଦିରରୁ ଚୋରୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ସବୁ ମନ୍ଦିରରୁ ତାଲା ଭାଙ୍ଗି ଠାକୁରଙ୍କ ଟଙ୍କା ଓ ବିଭିନ୍ନ ସୁନା ରୂପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ଲୋକେ ନିରାକାରପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ନିରାକାରପୁର ପୋଲିସ ୩ ଜଣ ଚୋରକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଗନ୍ନାଥ ବେହେରା, ମାନସ କୁମାର ବେହେରା ଓ ବାଇଧର ପ୍ରଧାନ। ଅଭିଯୁକ୍ତମାନେ ଚୋରି ଜିନିଷପତ୍ର ସବୁ ଜଣେ ବ୍ୟବସାୟୀକୁ ବିକ୍ରୀ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଅଚାନକ ଚଢ଼ାଉ କରିଥିଲା।  ସେମାନଙ୍କ ଠାରୁ ଚୋରି ଜିନିଷପତ୍ର ଉଦ୍ଧାର କରିବା ସହ ଅଭିଯୁକ୍ତମାନଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି। ଆଜି ଏହି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ନିରାକାରପୁର…

Read More

ଭୁବନେଶ୍ଵର: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ରାଜ୍ୟ ସରକାର ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା ଜାରି କରିଛନ୍ତି। ଜିଲ୍ଲା ପରିଷଦମାନଙ୍କର ଅଧ୍ୟକ୍ଷ ପଦବୀଗୁଡିକୁ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଓ ମହିଳାମାନଙ୍କ ପାଇଁ ସଂରକ୍ଷଣ କରିବା ନିମିତ୍ତ ରାଜ୍ୟ ସରକାର ଏହି ତାଲିକା ମାଧ୍ୟମରେ ପ୍ରସ୍ତାବ ରଖିଛନ୍ତି। ତେବେ ପ୍ରକାଶିତ ସଂରକ୍ଷଣ ତାଲିକାକୁ ନେଇ ସର୍ବସାଧାରଣଙ୍କ ଠାରୁ ଅଭିଯୋଗ/ପରାମର୍ଶ ଆହ୍ଵାନ କରାଯାଇଛି। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଏହାକୁ ନେଇ ସର୍ବସାଧାରଣମାନେ ଅଭିଯୋଗ କିମ୍ବା ପରାମର୍ଶ ଦେଇପାରିବେ। ଇ-ମେଲ dir-pr.od@gov.in କିମ୍ବା prsec.or@nic.in ମାଧ୍ୟମରେ ଅଭିଯୋଗ/ପରାମର୍ଶ ଦାଖଲ କରିବାକୁ ନିବେଦନ କରାଯାଇଛି। ଜିଲ୍ଲା ୱାରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା: ୧- ଅନୁଗୁଳ- ଅଣ ସଂରକ୍ଷିତ ୨- କଟକ- ଅଣ ସଂରକ୍ଷିତ ୩- କନ୍ଧମାଳ- ଅନୁସୂଚିତ ଜନଜାତି, ମହିଳା ୪- କଳାହାଣ୍ଡି- ଅଣ ସଂରକ୍ଷିତ…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୨୫ ବର୍ଷ ପୂର୍ତୀ ଅବସରରେ ଏକ ସ୍ୱତନ୍ତ୍ର ଡାକଟିକଟ “ମାଇ ଷ୍ଟାମ୍ପ” ଏହାର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଶୁକ୍ରବାର ଉନ୍ମୋଚିତ ହୋଇଯାଇଛି। ୫ ଟଙ୍କା ମୂଲ୍ୟର ଏହି ଡାକ ଟିକଟରେ ଉଭୟ ସୋଆର ଲୋଗୋ ଏବଂ କୋଣାର୍କ ସୂର୍ଯ୍ୟମନ୍ଦିରର ଚିତ୍ର ରହିଛି। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଥିବା ସୋଆ୧୯୯୬ ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ ନିକଟରେ ୨୫ ବର୍ଷ ପୂର୍ଣ୍ଣ କରିଛି। ସୋଆ ପକ୍ଷରୁ ଏକ ବହୁବିଧ ଡିମ୍‌ଡ ଟୁ ବି ୟୁନିଭର୍ସିଟି ପରିଚାଳିତ ହେଉଥିବା ବେଳେ ଏହା ଅଧିନରେ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ମେଡିକାଲ୍ ସାଇନ୍‌ସେସ୍‌, ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ୍‌, ମ୍ୟାନେଜମେଂଟ ସାଇନ୍‌ସେସ୍‌, ଲିଗାଲ୍ ଷ୍ଟଡିଜ୍‌, ନର୍ସିଂ, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ ଏବଂ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ ଭଳି ୯ଟି ଅନୁଷ୍ଠାନ କାର୍ଯ୍ୟ କରୁଛି। ପୂର୍ବ ଭାରତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ତହସିଲରେ ନୂତନ ତହସିଲଦାର ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଓଏଏସ ଅଧିକାରୀ ସୁରେଶ ଚନ୍ଦ୍ର ପଣ୍ଡା। ଶ୍ରୀ ପଣ୍ଡା ଏହା ପୂର୍ବରୁ ଢେଙ୍କାନାଳ ତହସିଲରେ ତହସିଲଦାର ଭାବେ କାର୍ଯ୍ୟରତ ଥିଲେ। ତେବେ ଚିଲିକା ତହସିଲ ପାଇଁ କଣ ସବୁ ପ୍ରାଥମିକତା ରହିବ ବୋଲି ଆମ ପ୍ରତିନିଧି ପଚାରିବାରୁ ୫-ଟି ଅନ୍ତର୍ଗତ ହିତାଧିକାରୀଙ୍କ ଜରୁରୀ କାର୍ଯ୍ୟଗୁଡ଼ିକୁ କିପରି ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ସମ୍ପାଦନ କରାଯାଇପାରିବ ତାହାକୁ ପ୍ରାଥମିକତା ଦିଆଯିବ ବୋଲି ତହସିଲଦାର ଶ୍ରୀ ପଣ୍ଡା କହିଛନ୍ତି। ଆଜି କାର୍ଯ୍ୟଭାର ସମ୍ଭାଳିବା ପରେ ତହସିଲର ସମସ୍ତ କର୍ମଚାରୀ ନୂତନ ତହସିଲଦାରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ସୂଚନା ଥାଉକି ଚିଲିକା ପୂର୍ବତନ ତହସିଲଦାର ପୁନମ ମହାପାତ୍ରଙ୍କ ନିକଟରେ ଭୁବନେଶ୍ୱର ଅତିରିକ୍ତ ତହସିଲଦାର ଭାବେ ବଦଳି ହେବା ପରେ ଚିଲିକା ତହସିଲଦାର ପଦବୀ ଖାଲି ପଡିଥିଲା।

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ଉଗ୍ରତାରା ଛକ ନିକଟରେ ଗୋଟିଏ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ମୋଟର ସାଇକେଲ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ଟାଗିଂଥାନା ଚଣ୍ଡେଶ୍ୱର ଲକ୍ଷ୍ମୀଧରପୁର ଗ୍ରାମର ଭଗବାନ ସାହୁ। ଭଗବାନ ମୋଟର ସାଇକେଲ ଯୋଗେ ଭୂବନେଶ୍ୱରରୁ ନିଜ ଗାଁ କୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଯାଇଥିଲେ। ଫଳରେ ତାଙ୍କ ମୁଣ୍ଡ ଓ ମୁହଁରେ ଆଘାତ ଲାଗିଛି। ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୋଲିସ ଆଇଆଇସି ବିଜୟ କୁମାର ବଳିୟାରସିଂହ ସଦଳବଳ ପହଞ୍ଚି ଗୁରୁତର ଭଗବାନ ସାହୁଙ୍କୁ ୧୦୮ଯୋଗେ ଚାନ୍ଦପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୂବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ସୂଚନାରୁ ଜଣାପଡିଛି।

Read More

ନୂଆଦିଲ୍ଲୀ: ନୂଆ ବର୍ଷ ପାଖେଇଲା, ଆଉ ଦିନ କେତେଟା ପରେ 2021 ବର୍ଷ ଯିବ, ଆସିବ 2022। ତେବେ ଏହି ନୂଆ ବର୍ଷରେ ଗ୍ରହ ନକ୍ଷତ୍ର ଚଳନକୁ ନେଇ ଜ୍ୟୋତିଶବିତମାନେ ବିଭିନ୍ନ ଗଣନା କରିଥାନ୍ତି। ସେହି ସମୟର ଗ୍ରହ ରାଶିର ଅବସ୍ଥିତିକୁ ନେଇ ଭଲ କି ଖରାପ ଗଣନା କରିଥାନ୍ତି। ତେବେ 2022 ମସିହାରେ ଗୁରୁ ବୃହସ୍ପତି ତାଙ୍କର ରାଶି ପରିବର୍ତ୍ତନ କରୁଛନ୍ତି। ସେ 13 ଏପ୍ରିଲ 2022 ରେ ରାଶି ପରିବର୍ତ୍ତନ କରିବେ। ବୃହସ୍ପତି ଏହି ଦିନ ନିଜ ରାଶି ମୀନରେ ପ୍ରବେଶ କରିବେ। ସାଧାରଣତଃ ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତି ଚଳନ ବେଶ ଶୁଭଦାୟକ ବିବେଚନା କରାଯାଇଥାଏ। ସେ ରାଶି ଚଳନ କଲେ ତାହା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାନ୍ତି। ସେଥିପାଇଁ ବୃହସ୍ପତି ନିଜ ରାଶି ମୀନରେ ପ୍ରବେଶ କଲେ ତାହା ତିନୋଟି ରାଶି ଉପରେ ବେଶ୍ ପ୍ରଭାବ ପକାଇବେ। ସେହି ତିନୋଟି ରାଶି ହେଲା ବୃଷ, ଧନୁ…

Read More

ନୂଆଦିଲ୍ଲୀ: ଓଜନ ହ୍ରାସ କରିବା ଏବଂ ଫିଟ୍ ରହିବା ସମସ୍ତଙ୍କ ପାଇଁ ସ୍ୱପ୍ନ। ଏପରି ପରିସ୍ଥିତିରେ, ଲୋକମାନେ ପ୍ରାୟତଃ ଘରେ ଚର୍ବି ହଟାଇବା କିମ୍ବା ଓଜନ ହ୍ରାସ କରିବା ପାଇଁ ବ୍ୟାୟାମ କରନ୍ତି। ଏହା ସହିତ ଡାଏଟ୍ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଏ ଯାହା ଦ୍ଵାରା ଅନ୍ତତଃ ପକ୍ଷେ ଶରୀରରେ କ୍ୟାଲୋରୀ ଏବଂ ଚର୍ବି ହ୍ରାସ ପାଇପାରିବ। ଯଦି ଆପଣ ଓଜନ ହ୍ରାସ କରିବାକୁ ଏକ ଡାଏଟ୍ ଯୋଜନା ମଧ୍ୟ ଖୋଜୁଛନ୍ତି, ତେବେ ଆପଣ ନିଜ ଖାଦ୍ୟରେ ଅମୃତଭଣ୍ଡା ଅନ୍ତର୍ଭୁକ୍ତ କରିପାରିବେ। ଭିଟାମିନ୍ ଏ, ସି ଏବଂ ବି ପରି ପୁଷ୍ଟିକର ଖାଦ୍ୟ ଅମୃତଭଣ୍ଡାରେ ମିଳିଥାଏ। ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ଅମୃତଭଣ୍ଡା କିପରି ଖାଇବେ…. ଓଜନ ହ୍ରାସ କରିବାରେ ଅମୃତଭଣ୍ଡା କିପରି ପ୍ରଭାବଶାଳୀ?: ଏହି ଫଳ ଫାଇବରରେ ଅଧିକ ଏବଂ କ୍ୟାଲୋରୀରେ କମ୍ ଅଟେ। ଯେଉଁଥିପାଇଁ ଏହା ଓଜନ ହ୍ରାସ ପାଇଁ ଉପଯୁକ୍ତ। ଅନ୍ୟ ପଟେ, ଅମୃତଭଣ୍ଡାରେ ଅନେକ ଆଣ୍ଟିଅକ୍ସିଡାଣ୍ଟ…

Read More

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ଓମିକ୍ରୋନର ବିପଦ ବୃଦ୍ଧି ପାଉଛି। ଗତ 24 ଘଣ୍ଟା ମଧ୍ୟରେ ଓମିକ୍ରନର 122 ଟି ନୂଆ ମାମଲା ରିପୋର୍ଟ ହେବା ପରେ ଦେଶରେ ଏହି ଭାରିଆଣ୍ଟର ମାମଲା 358 କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ 114 ଜଣ ଲୋକ ସଂକ୍ରମଣମୁକ୍ତ ହୋଇଯାଇଛନ୍ତି। 17 ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ମାମଲା ରିପୋର୍ଟ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ମହାରାଷ୍ଟ୍ରରେ ସର୍ବାଧିକ 88 ଟି ମାମଲା ରହିଛି, ଦିଲ୍ଲୀ 67, ତେଲେଙ୍ଗାନା 38, ତାମିଲନାଡୁ 34, କର୍ଣ୍ଣାଟକ 31 ଏବଂ ଗୁଜୁରାଟରେ 30 ଟି ମାମଲା ରହିଛି। ମନ୍ତ୍ରଣାଳୟ ଦ୍ଵାରା ସକାଳ ଆଠଟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗୋଟିଏ ଦିନରେ ଭାରତରେ କୋଭିଡ -19 ର 6,650 ଟି ନୂଆ ମାମଲା ରିପୋର୍ଟ ହେବା ପରେ ଦେଶରେ ସଂକ୍ରମିତ ସଂଖ୍ୟା 3,47,72,626 କୁ ବୃଦ୍ଧି ପାଇଛି। ଏଥିସହ ଚିକିତ୍ସିତ ହେଉଥିବା…

Read More

ନୂଆଦିଲ୍ଲୀ: କ୍ରିକେଟ୍ ଜଗତରେ ଟର୍ବିନେଟର ଭାବରେ ଜଣାଶୁଣା ହରଭଜନ ସିଂ ଅନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ନେଇଛନ୍ତି। ଭେଟେରାନ ଅଫ୍ ସ୍ପିନର ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ କ୍ରିକେଟ୍ କୁ ବିଦାୟ ଦେବାକୁ ଘୋଷଣା କରିଛନ୍ତି। ଏହା ସହିତ ଭଜୀଙ୍କ ୨୩ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟର  ସମାପ୍ତ ହୋଇଛି। ଉଲ୍ଲେଖ ଯୋଗ୍ୟ ଯେ, ହରଭଜନ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବେ ବୋଲି ଚର୍ଚ୍ଚା ଧରିଥିଲା। ସେ ପଞ୍ଜାବ କଂଗ୍ରେସ ସଭାପତି ସିଦ୍ଧୁଙ୍କ ସହ ଗତ କିଛି ଦିନ ତଳେ ସାକ୍ଷାତ କରିଥିଲେ। ଉଭୟଙ୍କ ଏହି ସାକ୍ଷାତ ପରେ ହରଭଜନ କଂଗ୍ରେସରେ ଯୋଗ ଦେବେ ବୋଲି ଆଲୋଚନା ହେଉଛି।

Read More

ଭୁବନେଶ୍ଵର: କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ବଡଦିନ ଏବଂ ନୂତନ ବର୍ଷ ପାଇଁ କଟକଣା ଲଗାଯାଇଛି। ଏଥିପାଇଁ ରାଜ୍ୟସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନ ଅନୁଯାୟୀ, ଆସନ୍ତାକାଲି ଠାରୁ ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ କରୋନା କଟକଣା ଲାଗୁ ରହିବ। ବଡ ଦିନ ପାଳନ କେବଳ ଚର୍ଚ୍ଚ ମଧ୍ୟରେ ସୀମିତ ରହିବ। ହେଲେ ୫୦ରୁ ଉର୍ଦ୍ଧ୍ଵ ଲୋକ ଚର୍ଚ୍ଚରେ ଏକାଠି ହୋଇପାରିବେ ନାହିଁ। ଜିରୋ ନାଇଟ ପାଳନକୁ ଅନୁମତି ନାହିଁ। ହୋଟେଲ, କ୍ଲବ, ରେଷ୍ଟୁରାଣ୍ଟରେ ନୂଆ ବର୍ଷ ସ୍ଵାଗତକୁ ବାରଣ କରାଯାଇଛି। ବାହାଘର ବ୍ୟତୀତ ଅନ୍ୟ ସମସ୍ତ ଉତ୍ସବ ଉପରେ କଟକଣା ଲାଗିଛି। କୋଭିଡ କଟକଣାକୁ ମାନି ଶେଷକୃତ୍ୟ କରିବାକୁ ଅନୁମତି ମିଳିଛି। ଗୋଷ୍ଠୀ ଭୋଜି ଉପରେ କଟକଣା ଲାଗିଛି। ଶୋଭାଯାତ୍ରା, ନୃତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ବାରଣ କରାଯାଇଛି।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡିର ଥୁଆମୂଳ-ରାମପୁର ମା ମାଣିକେଶ୍ବରୀ ପୀଠର ବିକାଶ କାମର ଶିଳାନ୍ୟାସ କରିଛନ୍ତି । ଏଥିରେ ଦୁଇ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମା ମାଣିକେଶ୍ବରୀଙ୍କୁ ଲକ୍ଷ ଲକ୍ଷ ଲୋକଙ୍କର ଆସ୍ଥା ଓ ବିଶ୍ବାସର ପ୍ରତୀକ ଭାବରେ ବର୍ଣ୍ଣନା କରିବା ସହିତ ଏହି ଉଦ୍ୟମ ଦ୍ବାରା ମାଙ୍କ ପୀଠର ମହିମା ଆହୁରି ବୃଦ୍ଧି କରିବା ସହ ପର୍ଯ୍ୟଟନର ମଧ୍ୟ ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।  ୫-ଟି ଉପକ୍ରମ ଅଧୀନରେ ମାଙ୍କର ଏହି ପୀଠର ବିକାଶ କାମ ଆରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା ମାଣେକେଶ୍ବରୀଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହିଛି ଏବଂ ମାଙ୍କ ଆଶୀର୍ବାଦ ଓ କଳାହାଣ୍ଡିବାସୀଙ୍କର ଉଦ୍ୟମ ଆଜି କଳାହାଣ୍ଡିରେ ରୂପାନ୍ତର ଆଣିଛି। କଳାହାଣ୍ଡି ଆଜି ବିକାଶର ନୂଆ ପରିଚୟ ନେଇ ଆଗକୁ ବଢୁଛି । ଏହି ବିକାଶରେ କଳାହାଣ୍ଡିର ପ୍ରତି ପରିବାର…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୧୪ଟି ସହରାଞ୍ଚଳର ୧ ଲକ୍ଷ ୧ ହଜାର ପଥପାର୍ଶ୍ବ ବିକ୍ରେତାଙ୍କୁ ତୃତୀୟ ପର୍ଯ୍ୟାୟରେ ୩୦୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୦ ଓ ଜୁନ୍‌ ୨୦୨୧ରେ ୩୦୦୦ ଟଙ୍କା ଲେଖାଏ ସହାୟତି ଦିଆଯାଇଥିଲା । ଏହାସହିତ ସେମାନଙ୍କ ବଜାର ସୁବିଧା ପାଇଁ ୮୭ଟି ସହରାଞ୍ଚଳରେ ଭେଣ୍ଡିଂ ଜୋନ୍‌ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ମୁକ୍ତା ଯୋଜନାରେ ୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି । ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉପସ୍ଥିତ ଥିବା ପଥପାର୍ଶ୍ବ ବିକ୍ରେତା ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ସମସ୍ତଙ୍କ ଜୀବିକା ଉପରେ ପ୍ରଭାବ ପକାଇଛି । ‘ଆପଣମାନଙ୍କ କଷ୍ଟ ମୁଁ ଅନୁଭବ କରୁଛି। ମୁଁ କହିବାକୁ ଚାହେଁ ଯେ ସରକାର ସବୁବେଳେ ଆପଣମାନଙ୍କ…

Read More