ଭୁବନେଶ୍ବର: କିଟ୍ ଘଟଣା ନେଇ ଆଜି ବିଧାନସଭା ପଡିଲା ଉଠିଲା। ଉଭୟ ସରକାରୀ ଓ ବିରୋଧୀ ଦଳର ସଦସ୍ୟମାନେ କିଟ୍ ବିରୋଧରେ ବିଷଉଦଗାର କରିଛନ୍ତି। ଅଚ୍ୟୁତ ସାମନ୍ତଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ସଦସ୍ୟଗଣ ଦାବୀ କରିଛନ୍ତି। ଏ ନେଇ କଂଗ୍ରେସ କିଟ ବିରୋଧରେ ଏକ ମୁଲତବୀ ପ୍ରସ୍ତାବ ଆଗତ କରିଛି। ତେବେ ତାହାକୁ ବାଚସ୍ପତି ଗ୍ରହଣ କରିଛନ୍ତି। ହେଲେ ଆଜି ଶୂନ୍ୟକାଳରେ ଏବଂ ମୁଲତବି ଆଲୋଚନାରେ ଏ ନେଇ ବିଭିନ୍ନ ସଦସ୍ୟ କିଟ ବିରୋଧରେ ଏବଂ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଉ ନାହିଁ ବୋଲି ଦାବୀ କରିଥିଲେ। ଏ ନେଇ କଂଗ୍ରେସ ବିଧାୟକ ତାରା ବାହିନୀ ପତି କିଟ୍ ଘଟଣାରେ ନ୍ୟାୟିକ ତଦନ୍ତ ଦାବୀ କରିଥିଲେ। ସରକାର କାହିଁକି ଏ ପର୍ଯ୍ୟନ୍ତ କୌଣସି ବଡ ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି ସେ ନେଇ ପ୍ରଶ୍ନ କରିଥିଲେ। ଅଚ୍ୟୁତ ସାମନ୍ତଙ୍କୁ ତୁରନ୍ତ ଗିରଫ କର ବୋଲି…
Author: Samikhsya Bureau
ଭୁବନେଶ୍ୱର: ବିବିଧତାରେ ଏକତା ଭାରତର ବିଶେଷତ୍ୱ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି । ଆଜି ଅପରାହ୍ନରେ ରାଜଭବନର ନ୍ୟୁ ଅଭିଷେକ ହଲ୍ ଠାରେ ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟପାଳ ଏହା କହିଛନ୍ତି । ଏକ ଉତ୍ସବ ମୁଖରିତ ପରିବେଶରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ଅଧିବାସୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସୁଖ ସମୃଦ୍ଧି କାମନା କରିଥିଲେ । ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ବିବିଧତା ଆମ ଗୌରବ । ଏପରି କାର୍ଯ୍ୟକ୍ରମ “ଏକ ଭାରତ ଶ୍ରେଷ୍ଠ ଭାରତ”ର ଭାବନାକୁ ସୁଦୃଢ଼ କରୁଅଛି ଏବଂ ବିବିଧ ସାଂସ୍କୃତିକ ପରଂପରା ଓ ଆକାଂକ୍ଷାକୁ ଏକ ଜାତୀୟ ପରିଚୟରେ ଏକତ୍ରିତ କରୁଛି । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ ରାଜଭବନରେ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ପରସ୍ପର ମଧ୍ୟରେ ଖୁସି…
ଭୁବନେଶ୍ବର: ଏମ କେ.ଆର୍ ପ୍ରଡକସନ୍ସ ବ୍ୟାନରରେ ନିର୍ମିତ ‘ଶିମଲୀ’ ଆସନ୍ତା ମାର୍ଚ୍ଚ ୧୪ରେ ମୁକ୍ତିଲାଭ କରିବା ପାଇଁ ଘୋଷଣା ହୋଇସାରିଥିବା ବେଳେ ଭୁବନେଶ୍ୱର ପ୍ରେସ୍ କ୍ଳବ୍ ଠାରେ ଏହାର ଫାଷ୍ଟ ଲୁକ୍ ଓ ଅଡିଓ ଲୋକାର୍ପଣ ହୋଇଛି l ଏହି ଉତ୍ସବରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ବନ ପର୍ଯ୍ୟାବରଣ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ, ବାଙ୍ଗିରିପୋଷି ବିଧାୟକ ସଞ୍ଜଳି ମୁର୍ମୁ, ସରସକଣା ବିଧାୟକ ଭାଦବ ହାଁସଦା, ବାରିପଦା ବିଧାୟକ ପ୍ରକାଶ ସୋରେନ, ଭାରତୀୟ ରକ୍ଷା ମନ୍ତ୍ରଣାଳୟ ତଥା ଆଡ଼ଭୋକେଟ ସଂଜୀବ ମହାନ୍ତି ଅତିଥି ଭାବେ ଯୋଗଦେଇଥିଲେ l ତେବେ ୟୁ ସେନସର୍ ସାର୍ଟିଫିକେଟ୍ ପାଇଥିବା ଏହି ଓଡ଼ିଆ ଭିନ୍ନ ଧରଣର ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱ ଶ୍ରୀମତୀ ସ୍ମିତା ରାଉତ ନେଇଛନ୍ତି ଏବଂ ପରେଶ ଚନ୍ଦ୍ର ମହାନ୍ତ ଏହାର ସହ-ପ୍ରଯୋଜନା କରିଛନ୍ତି…
ଭୁବନେଶ୍ୱର : ଆଗାମୀ ବନାଗ୍ନି ଋତୁରେ ଜଙ୍ଗଲଗୁଡ଼ିକରେ ଅଗ୍ନି ନିର୍ବାପନ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ବନାଗ୍ନି ନିରାକରଣ କାର୍ଯ୍ୟକ୍ରମଗୁଡ଼ିକ ବନାଗ୍ନି ଋତୁ (Forest Fire Season) ର ଯଥେଷ୍ଟ ପୂର୍ବରୁ ନଭେମ୍ବର/ ଡିସେମ୍ବର ମାସ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା କାର୍ୟ୍ୟ ଯୋଜନା (District Action Plan/DAP) ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତିଆରି କରାଯାଉଛି, ଯଦ୍ୱାରା ଅନ୍ୟ ବିଭାଗଗୁଡ଼କର ଦରକାରବେଳେ ସହାୟତା ମିଳିପାରୁଛି । ଜଙ୍ଗଲ ଆଭ୍ୟନ୍ତରୀଣ ତଥା ଜଙ୍ଗଲ ସୀମାବର୍ତ୍ତୀ ଅଞ୍ଚଳରେ ଅଗ୍ନି ପ୍ରଶମନ ରେଖା (Fire Lines ସୃଷ୍ଟି କରାଯାଇଅଛି । ବନଖଣ୍ଡ ଏବଂ ରେଞ୍ଜସ୍ତରୀୟ ସଚେତନତା ଅଭିଯାନ, ବନ ସଚେତନତା କାର୍ୟ୍ୟକ୍ରମର ସୂଚନା, ବ୍ୟାନର ଓ ବିଜ୍ଞାପନକୁ ସଠିକ୍ ସ୍ଥାନରେ ପ୍ରଦର୍ଶନ କରାଯାଇଛି ଏବଂ ବନାଗ୍ନି ନିର୍ବାପନ ମକ ଡ୍ରିଲ (mock drill) ଇତ୍ୟାଦି କରାଯାଉଅଛି । ବନାଗ୍ନି ଅବରୋଧକ ପ୍ରଶିକ୍ଷିତ ଦଳ ଗଠନ କରାଯାଇଅଛି ଓ ବନାଗ୍ନି ନିର୍ବାପନ ନିମନ୍ତେ…
ଭୁବନେଶ୍ବର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜକୁ ଚାଷୀ ସରକାର ବୋଲି କହୁଛନ୍ତି। ଉଭୟ କହୁଛନ୍ତି, ଆମେ କୃଷକଙ୍କ ପାଇଁ ଜତ୍ନଶୀଳ। ହେଲେ, ପ୍ରକୃତପକ୍ଷେ ଚାଷୀର ଉତ୍ପାଦ ବୃଦ୍ଧି ସମୟରେ ସରକାରଙ୍କ ଅସଲ କଥା ଧରାପଡ଼ିଛି। ଅଧିକାଂଶ ଜିଲ୍ଲାରେ ଧାନ ବିକ୍ରିରେ ବ୍ୟାପକ ହରିଲୁଟ୍, ମିଲର ରାଜ୍ ଚାଲିଛି। ସରକାରଙ୍କ ସ୍ଲୋଗାନକୁ ଫିକା ପକେଇଦେଇଛି। ପ୍ରାରମ୍ଭରୁ ସରକାର ଧାନ କିଣା ବ୍ୟବସ୍ଥିତ କରି କଟନୀ ଛଟନୀ ବନ୍ଦ କରିବେ ବୋଲି କହିଥିଲେ ହେଁ, ପୂରା ହାତ ଛାଡ଼ି ଦେଇଛନ୍ତି। ଯେଉଁଥିରେ କି ଯୋଗାଣ ମନ୍ତ୍ରୀଙ୍କ ବିବୃତ୍ତି ଏହାର ପ୍ରମାଣ। ମନ୍ତ୍ରୀ କହିଥିଲେ, ସଚିବ କହୁଛନ୍ତି, ଧାନ କିଣା ବ୍ୟବସ୍ଥାରେ ଆପଣ ମୁଣ୍ଡ ପୁରାନ୍ତୁ ନାହିଁ, ଏହାକୁ ଚାଷୀ ଓ ମିଲରଙ୍କ ଉପରେ ଛାଡ଼ି ଦିଅନ୍ତୁ। ସରକାରୀ ନିୟନ୍ତ୍ରଣ ହୁଗୁଳା ହେଲା ପରେ ମିଲରଙ୍କ ମନମାନୀ ବଢ଼ିଯାଇଥିଲା। ସ୍ଥଳ ବିଶେଷରେ ୯, ୧୧, ୧୨ ଓ ୨୪କେଜି ପର୍ଯ୍ୟନ୍ତ ମିଲରମାନେ ଧାନ…
ଭୁବନେଶ୍ବର: କିଟ୍ ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତଙ୍କ ଅଡୁଆ ବଢିବାରେ ଲାଗିଛି। ଆସନ୍ତାକାଲି ଶୁକ୍ରବାର ସଂଧ୍ୟାରେ ସେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚ ସ୍ତରୀୟ କମିଟ। ଶୁକ୍ରବାର ଦିନ ସଂଧ୍ୟା 6 ଟାରେ କମିଟ ଆଗରେ ହାଜର ହୋଇ ସମସ୍ତ କାଗଜପତ୍ର ଦେଖାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କିଟ୍ ହଷ୍ଟେଲରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ନେଇ ଏହି ଅନୁଷ୍ଠାନ ବିବାଦୀୟ ହୋଇପଡିଛି। ଏପରିକି ସଂସ୍ଥାର କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କୁ ମାଡ ମାରି ହଷ୍ଟେଲରୁ ବାହାର କରିବା ଘଟଣା ସାରା ଦେଶରେ ଚର୍ଚ୍ଚା ଚାଲିଛି। ଏ ନେଇ ନେପାଳ ପ୍ରଧାନମନ୍ତ୍ରୀ କଡା ସମାଲୋଚନା କରିବା ପରେ କେନ୍ଦ୍ର ସରକାର ଚେଇଁ ଉଠିଛନ୍ତି। ଏହି ବଡ ଘଟଣାର ତଦନ୍ତ କରିବା ପାଇଁ ରାଜ୍ୟ ସରକାର ଏକ କମିଟ ଗଠନ କରିଛନ୍ତି। ଏଥିରେ ଗୃହ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏହି କମିଟ ଗଠନ…
ଭୁବନେଶ୍ବର: ଆଜିଠାରୁ ଓଡିଶାରେ ବର୍ଷା ଆରମ୍ଭ ହେବ। ଏହା ତିନିଦିନ ଧରି ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଦେଇଛି। ସେହି ଅନୁସାରେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରୁ ତେଲେଙ୍ଗାନା ପର୍ଯ୍ୟନ୍ତ ଏକ ନିମ୍ନଚାପ ରେଖା ସୃଷ୍ଟି ହୋଇଛି। ଏହା ସମୁଦ୍ର ପତନଠାରୁ ବାୟୁମଣ୍ଡଳର ୦.୯ କିମି ଉଚ୍ଚରେ ପ୍ରବାହିତ ହେଉଛି। ଏହା ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ସେହିପରି ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ପ୍ରବାହିତ ହେବ ବୋଲି କୁହାଯାଇଛି। ଆସନ୍ତା ଦୁଇ ଦିନ ପାଇଁ କିଛି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି। ୨୦ ତାରିଖ ପୂର୍ବାହ୍ନ ସୁଦ୍ଧା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ବର, ଯାଜପୁର, ଢେଙ୍କାନାଳ, ଭଦ୍ରକ ଜିଲ୍ଲାର ଅଧିକାଂଶ ସ୍ଥାନରେ ବିଜୁଳିଘଡ଼ଘଡ଼ି ସହ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ସେହିପରି ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼,…
ଭୁବନେଶ୍ୱର: ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ଏବଂ ନେତୃତ୍ୱରେ ୩ ଦିନ ଧରି ଚାଲିବାକୁ ଥିବା ସଂକଳ୍ପ ପଦଯାତ୍ରାର ଦ୍ୱିତୀୟ ଦିବସରେ ସକାଳ ୮.୩୦ ଘଟିକା ସମୟରେ ପିପିଲି ଠାରୁ ଆରମ୍ଭ ହୋଇ ମଙ୍ଗଳପୁର ଦେଇ ଦେଇଶପୁର ଠାରେ ପହଂଚିଥିଲା । କଟକ ନଗର, ଗଞ୍ଜାମ ପୂର୍ବ, ଗଞ୍ଜାମ ପଶ୍ଚିମ, ନବରଙ୍ଗପୁର, ସମ୍ବଲପୁର ଓ ପୁରୀର କଂଗ୍ରେସ କର୍ମୀ ଜିଲ୍ଲା ସଭାପତି, ବିଧାୟକ, ବିଧାୟକ ପ୍ରାର୍ଥୀ, ସାଂସଦ ପାର୍ଥୀ, ଯୁବ, ଛାତ୍ର, ମହିଳା କଂଗ୍ରେସ, ସେବାଦଳର ନେତୃବୃନ୍ଦ ଓ କର୍ମୀମାନେ ହଜାର ହଜାର ସଂଖ୍ୟାରେ ଯୋଗ ଦେଇ ପିସିସି ସଭାପତି ଶ୍ରୀ ଦାସଙ୍କ ସହ ପଦଯାତ୍ରାରେ ସାମିଲ ହୋଇଥିଲେ । ପିପିଲ ହାଟ ଛକ ଠାରେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର, ମାନସ ଆଚାର୍ଯ୍ୟ, ଅନ୍ତର୍ଯ୍ୟାମି ଦିକ୍ଷିତ, ବିଶ୍ୱଭୂଷଣ ହରିଚନ୍ଦନ ମହାପାତ୍ର, ଜ୍ଞାନ ପଟ୍ଟନାୟକ, ମିହିର ଆଚାର୍ଯ୍ୟ ଓ ନିରୁପମା ପାତ୍ର ପ୍ରମୁଖଙ୍କ ନେତୃତ୍ୱରେ…
ଭୁବନେଶ୍ଵର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ରେମୁଣା ତହସିଲଦାର ଶ୍ରୀ ବିଦ୍ୟାଧର ପତିଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ଶ୍ରୀ ପତିଙ୍କ ନାମରେ ଭିଜିଲାନ୍ସ ପକ୍ଷରୁ ୧୩/୦୨/୨୦୨୫ ରେ ଏ ସମ୍ପର୍କିତ କେସ୍ ଦାୟର୍ କରାଯାଇଥିବା ବେଳେ ସେ ଗିରଫ୍ ହୋଇ ଜେଲ୍ ଯାଇଥିଲେ । ଏହି ନିଲମ୍ବନ ନ ହଟିବା ପର୍ଯ୍ୟନ୍ତ ଶ୍ରୀ ପତିଙ୍କ ମୁଖ୍ୟାଳୟ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ସ୍ଥିର ହୋଇଛି । ଏହା ସହ ବିନା ଅନୁମତିରେ କୌଣସି ପ୍ରକାର ଛୁଟି ନେଇ ପାରିବେ ନାହିଁ ବୋଲି ନିଲମ୍ବନ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।
ଭୁବନେଶ୍ୱର : ରାଜ୍ୟରେ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ ନେଇ ଗଠିତ ଟାସ୍କଫୋର୍ସର ଚତୁର୍ଥ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ତଥା କମିଟିର ଅଧ୍ୟକ୍ଷ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ତେଲକୋଇ ବିଧାୟକ ଫକୀରମୋହନ ନାୟକ, ବାସୁଦବେପୁର ବିଧାୟକ ଅଶୋକ କୁମାର ନାୟକ, ଚମ୍ପୁଆ ବିଧାୟକ ସନାତନ ମହାକୁଡ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବ୍ରୁ, ସରକାରୀ ଦଳର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ବୈଠକରେ ଉତ୍ତରଓଡିଶା ବିକାଶ ପରିଷଦ ଗଠନନେଇ ପ୍ରସ୍ତୁତ ରିପୋର୍ଟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ରିପୋର୍ଟ ଉପରେ ଯଦି କୌଣସି ସଦସ୍ୟଙ୍କର କିଛି ମତାମତ ଦେବାର ଥାଏ ତେବେ ଆସନ୍ତା ୨ଦିନ ଭିତରେ ତାଙ୍କର ମତ ଜଣାଇବାପାଇଁ…
ଭୁବନେଶ୍ଵର: କର୍ଟିକାଲ୍/ସେରେବ୍ରାଲ୍ ଭିଜୁଆଲ୍ ଇମ୍ପେୟାରମେଣ୍ଟ (ସିଭିଆଇ) ରୋଗରେ ପୀଡ଼ିତ ଶିଶୁମାନଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଦୃଷ୍ଟି ପୁନର୍ବାସ କେନ୍ଦ୍ର ପକ୍ଷରୁ ଭୁବନେଶ୍ୱରରେ ସ୍ୱତନ୍ତ୍ର ‘କର୍ଟିକାଲ୍/ସେରେବ୍ରାଲ୍ ଭିଜୁଆଲ୍ ଇମ୍ପେୟାରମେଣ୍ଟ୍ ରିସୋର୍ସ ସେଣ୍ଟର’ ଉଦଘାଟିତ ହୋଇଛି। ଆମେରିକାର ‘ଭିଜନ-ଏଡ୍’ର ବଦାନ୍ୟ ସହଯୋଗ ଦ୍ୱାରା ସମ୍ଭବ ହୋଇଥିବା ଏହି ଅଗ୍ରଣୀ କେନ୍ଦ୍ର ଆଶାର କିରଣ ଭାବେ ଉଭା ହୋଇଛି, ଯାହାର ଲକ୍ଷ୍ୟ ହେଉଛି ସିଭିଆଇ ଦ୍ୱାରା ପ୍ରଭାବିତ ଶିଶୁ ଏବଂ ପରିବାରମାନେ ସମୁଖୀନ ହେଉଥିବା ସମସ୍ୟାକୁ ଦୂର କରିବା । ସିଭିଆଇ ଏକ ମସ୍ତିଷ୍କ-ଭିତ୍ତିକ ଦୃଷ୍ଟିଶକ୍ତି ଦୁର୍ବଳତା ରୋଗ ଯେଉଁଥିରେ ଚକ୍ଷୁ ସ୍ୱାଭାବିକ ଭାବରେ କାର୍ଯ୍ୟ କରିପାରେ, କିନ୍ତୁ ମସ୍ତିଷ୍କ ଦ୍ୱାରା ଦୃଷ୍ଟିଶକ୍ତି ସୂଚନାକୁ ବ୍ୟାଖ୍ୟା କରିବା ଏବଂ ବୁଝିବାର କ୍ଷମତା ହ୍ରାସ ପାଇଥାଏ । ଦୃଷ୍ଟିଶକ୍ତି ଦୁର୍ବଳତା ଥିବା ପ୍ରାୟ ୩୦-୪୦% ଶିଶୁ ସିଭିଆଇ ଦ୍ୱାରା ପ୍ରଭାବିତ ହୁଅନ୍ତି, ଯାହା…
ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷା ପରେ ବର୍ତ୍ତମାନ ଘୋଷଣା ହେଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାମ। ଆଜି ବିଧାୟକ ଦଳ ବୈଠକ ପରେ ଦିଲ୍ଲୀ ପାଇଁ ନିଯୁକ୍ତ ଦୁଇ ପର୍ଯ୍ୟବେକ୍ଷକ ନାମ ଘୋଷଣା କରିଛନ୍ତି। ସେହି ଅନୁସାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ ରେଖା ଗୁପ୍ତା। ତାଙ୍କ ନାମରେ କେନ୍ଦ୍ରୀୟ ବିଜେପି ମୋହର ମାରିଛନ୍ତି। ସେ ଶାଲିମାରବାଗ ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ ହୋଇଛନ୍ତି। ଦିଲ୍ଲୀ ପରି ଏକ ମର୍ଯ୍ୟଦା ସଂପର୍ଣ୍ଣ କେନ୍ଦ୍ର ଶାସିତ ଅଞ୍ଚଳର କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଏ ନେଇ ବହୁ ବିଧାୟକ ଓ ବିଧାୟିକାଙ୍କ ନାମ ଚର୍ଚ୍ଚାରେ ରହିଥିଲା। ହେଲେ ସେ ସବୁର ଚର୍ଚ୍ଚାର ଅବସାନ ଘଟାଇ ରେଖା ଗୁପ୍ତା ବାଜି ମାରି ନେଇଛନ୍ତି। ଆସନ୍ତାକାଲି ସକାଳ ୧୧ ଟା ସମୟରେ ନୂଆ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି ସମାରୋହ ରାମଲିଲା ମଇଦାନରେ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହିତ…
ଭୁବନେଶ୍ବର: ଆଜି କିଟ ବିଶ୍ବବିଦ୍ୟାଳୟରେ ଘଟିଥିବା ଅମାନବୀୟ ଘଟଣାର ତଦନ୍ତ ଆରମ୍ଭ ହୋଇଛି। କମିଟର ସଦସ୍ୟମାନେ ଆଜି କିଟ୍ ବିଶ୍ବବିଦ୍ୟାଳୟ ଯିବା ସହିତ ବିଭିନ୍ନ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ସେମାନଙ୍କର ମତାମତ ନେବା ପରେ ଟିମ ଫେରିଯାଇଛନ୍ତି। ତେବେ ପୁଣି ଥରେ ଏହି କମିଟ କିଟ ପରିଦର୍ଶନରେ ଆସିବେ ବୋଲି ଜଣାପଡିଛି। ଗତକାଲି ସରକାର କିଟର ଏହି ଘଟଣାର ତଦନ୍ତ କରିବା ପାଇଁ ଏକ କମିଟ ଗଠନ କରିଛନ୍ତି। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏହି କମିଟ ଗଠନ କରାଯାଇଛି। ତେବେ ଆଜି ନିଜେ ସତ୍ୟବ୍ରତ ସାହୁ, ମହିଳା ଓ ଶିଶୁ ବିକାଶ ସଚିବ, ଉଚ୍ଚଶିକ୍ଷା ବିଭାଗ ସଚିବ ଏବଂ ପୋଲିସ କମିଶନର ତଦନ୍ତ କରିବା ପାଇଁ ଯାଇଥିଲେ।
ମୁମ୍ବାଇ: ଭାରତର ଇଲେକ୍ଟ୍ରିକ୍ ଭେହିକିଲ୍ (EV) ବିପ୍ଳବ ଅଭିଯାନର ଅଗ୍ରଣୀ TATA.ev, ଆଜି ଦେଶର ଚାର୍ଜିଂ ମୌଳିକ ସୁବିଧାରେ ଦୃତ ପରିବର୍ତ୍ତନ କରିବା ପାଇଁ ଏକ ସାହସିକ, ଯୁଗାନ୍ତକାରୀ ପଦକ୍ଷେପ ଘୋଷଣା କରିଛି । 200,000 EV ରୁ ଅଧିକ ବିକ୍ରୟ ସଫଳତା ହାସଲ କରିବା ପରେ, EV ଲୋକମାନଙ୍କ ପାଇଁ ସହଜରେ ଉପଲବ୍ଧ ହେବା ଉଦ୍ଦେଶ୍ୟରେ ଏବଂ 2027 ସୁଦ୍ଧା 400,000 ଚାର୍ଜିଂ ପଏଣ୍ଟ, ବର୍ତ୍ତମାନଠାରୁ ଦୁଇ ଗୁଣରୁ ଅଧିକ, ଉପଲବ୍ଧ କରିବା ପାଇଁ TATA.ev ଏହାର ପ୍ରତିଶୃତିବଦ୍ଧତାକୁ ତ୍ୱରାନ୍ୱିତ କରିଛି । 2019, ମସିହାରୁ, ଭାରତର EV ଚାର୍ଜିଂ ମୌଳିକ ସୁବିଧା ବିସ୍ତାର କରିବା ପାଇଁ TATA.ev ଏହାର ପ୍ରଚେଷ୍ଟାରେ ଅଗ୍ରଣୀ ହୋଇଛି । ପ୍ରଥମେ, ଟାଟା ଗ୍ରୁପ୍ କମ୍ପାନୀଗୁଡିକର ସହଭାଗୀତାରେ ସିମ୍ଲେସ୍ ଘରୋଇ/ହୋମ୍ ଚାର୍ଜିଂ ସମାଧାନର ଶୁଭାରମ୍ଭ କରିଛି ଏବଂ ତା’ପରେ EV ବହୁଳ ଭାବରେ ବ୍ୟବହାର ହେଉଥିବା ସହର ଏବଂ ଏହାର ଆଖପାଖରେ ସାର୍ବଜନୀନ ଚାର୍ଜିଂ…
ଭୁବନେଶ୍ବର: ବାରବାଟୀ ଷ୍ଟାଡିୟମର ଆଲୁଅ ପ୍ରସଙ୍ଗଟି ମନରୁ ନ ଲିଭୁଣୁ କିଟ୍ କର୍ତ୍ତୃପକ୍ଷଙ୍କର ନେପାଳୀ ଛାତ୍ର ଛାତ୍ରୀଙ୍କ ପ୍ରତି ବର୍ବରୋଚିତ ଆକ୍ରମଣର ଘଟଣା ଓଡ଼ିଶାକୁ ଆନ୍ତର୍ଜାତୀୟ ସ୍ତରରେ ପୁଣି ଥରେ ଅପଯଶ ମୁଣ୍ଡାଇବାକୁ ବାଧ୍ୟ କରିଛି। ରାଜ୍ୟ ସରକାର ଓ କିଟ୍ କର୍ତ୍ତୃପକ୍ଷଙ୍କ ଠାରୁ ଏଭଳି ଅସମ୍ବେଦନଶୀଳ ପ୍ରସଙ୍ଗରୁ କିଛି ସଙ୍ଗୀନ ପ୍ରଶ୍ନର ଉତ୍ତର ଆମ୍ ଆଦମୀ ପାର୍ଟି ଦାବୀ କରିଛି। ତାହା ହେଲା ୧- ଛାତ୍ରୀ ଜଣକ ପୂର୍ବରୁ IROଙ୍କୁ ପୁରୁଷ ବଂଧୁଙ୍କ ଦ୍ବାରା ଅତ୍ୟାଚାରିତ ହେଉଥିବାର ଅଭିଯୋଗ ବାରମ୍ବାର କରିଥିଲେ ସୁଦ୍ଧା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କେଉଁ ବାଧ୍ୟ ବାଧକତା ଯୋଗୁଁ ଆବଶ୍ୟକୀୟ ପଦକ୍ଷପ ଗ୍ରହଣ କରିବାରୁ ବିରତ ରହିଲେ ? ୨- ପୁରୁଷ ବନ୍ଧୁଙ୍କ ସହ କୌଣସି ବିବାଦରୁ ଅନ୍ୟ କୌଣସି ବୃହତ୍ କାରଣରୁ ଛାତ୍ରୀ ଜଣକ ଆତ୍ମହତ୍ୟାକୁ ଶେଷ ରାସ୍ତା ଭାବେ ଚୟନ କରିବାକୁ ବାଧ୍ୟ ହୋଇଥିଲେ ? ୩- ଛାତ୍ରୀଙ୍କ ମର ଶରୀରକୁ ସହପାଠୀଙ୍କୁ ଅନ୍ତତଃ…
ଭୁବନେଶ୍ୱର: କାଶ୍ମୀର ଉପତ୍ୟକାର ଯୁବବର୍ଗ ଏକ ବିକଶିତ ଭାରତର ନିର୍ମାତା ହୁଅନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଜଣାଇଛନ୍ତି । ଆଜି ରାଜଭବନର ନ୍ୟୁ ଅଭିଷେକ ହଲଠାରେ ପଂଚମ କାଶ୍ମୀର ଯୁବ ବିନିମୟ କାର୍ଯ୍ୟକ୍ରମରେ କାଶ୍ମୀର ଉପତ୍ୟକାରୁ ଆସିଥିବା ଯୁବ ପ୍ରତିନିଧିମାନେ ରାଜ୍ୟପାଳଙ୍କ ସହ ଭାବ ବିନିମୟ କରିବା ଅବସରରେ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । କାଶ୍ମୀରର ଯୁବ ପ୍ରତିନିଧିମାନଙ୍କୁ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଏହି ଯୁବ ବିନିମୟ କାର୍ଯ୍ୟକ୍ରମ ଜାତୀୟ ସଂହତିକୁ ସୁଦୃଢ଼ କରିବା ଏବଂ ବିଭିନ୍ନ ଅଂଚଳର ଯୁବପୀଢ଼ିଙ୍କ ମଧ୍ୟରେ ବୁଝାମଣା ଓ ସଦ୍ଭାବ ବୃଦ୍ଧି କରିବା ପାଇଁ ଆମ ଦେଶର ପ୍ରତିବଦ୍ଧତା ସୂଚାଉଛି । ଏହା ମଧ୍ୟ “ଏକ ଭାରତ – ଶ୍ରେଷ୍ଠ ଭାରତ” ଭାବନାକୁ ପ୍ରତିଫଳିତ କରୁଛି ଯାହା ବିଭିନ୍ନ ରାଜ୍ୟର ଯୁବ ବର୍ଗ ମଧ୍ୟରେ ଏକତା, ସାଂସ୍କୃତିକ ବିନିମୟ ଏବଂ ପାରସ୍ପରିକ ବୁଝାମଣାର ବନ୍ଧନକୁ ମଜବୁତ…
ଭୁବନେଶ୍ୱର: ବିଭିନ୍ନ ଦାବୀ ନେଇ ରାଜ୍ୟର ସମସ୍ତ ଆୟୁଷ ଛାତ୍ରଛାତ୍ରୀ କଲେଜ ବନ୍ଦ କରି ଆନ୍ଦୋଳନ କରିଛନ୍ତି। ସେମାନଙ୍କର ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଛାତ୍ରଛାତ୍ରୀଙ୍କ ଧମକ ଦେଇଛନ୍ତି। ରାଜ୍ୟରେ ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ଶିକ୍ଷା, ଚିକିତ୍ସା ସେବା, ନିଯୁକ୍ତି ସୁଯୋଗ ସୃଷ୍ଟି, ସରକାରୀ ସ୍ତରରେ ଔଷଧର ପ୍ରସ୍ତୁତି ଆଦି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଆୟୁଷ ନିର୍ଦେଶକ ଙ୍କ କାର୍ଯ୍ୟାଳୟ ଦୀର୍ଘ ଦିନ ଧରି ଘୋର ସଙ୍କଟ ଦେଖାଦେଇଛି। ସେହିପରି ସରକାରୀ ସ୍ତରରେ ଉଦାସୀନତା ରୁ ଦୀର୍ଘ ବର୍ଷ ଧରି ଆୟୁଷ ଉପ ନିର୍ଦେଶକ ପଦବୀ ଖାଲି ପଡିଛି। କେନ୍ଦ୍ର ଆୟୁଷ ମିଶନ (ନ୍ୟାସନାଲ ଆୟୁଷ ମିଶନ)ରୁ ରାଜ୍ୟ କୁ ଆସୁଥିବା ଅର୍ଥ ଅନୁଦାନ ସୁ ବିନିଯୋଗ ପାଇଁ ରାଜ୍ୟ ପ୍ରୋଜେକ୍ଟ ମ୍ୟାନେଜର ପୋଷ୍ଟ,ଫାଇନାନ୍ସ ମ୍ୟାନେଜର ପୋଷ୍ଟ ଖାଲି ପଡ଼ିଛି। ଏହିପରି ଛାତ୍ରଛାତ୍ରୀମାନେ ବିଭିନ୍ନ ଦାବୀ ଉପସ୍ଥାପିତ କରିଛନ୍ତି। ଅନ୍ୟପକ୍ଷରେ ସରକାରୀ ଭାବେ…
ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଶୁଭେଚ୍ଛୁମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶଙ୍ଖ, ହୁଳହୁଳି, ଓଡ଼ିଶୀ ନୃତ୍ୟ ଏବଂ ଆଧ୍ୟାତ୍ମିକ ପରିବେଶରେ ସ୍ୱାଗତ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଂକଳ୍ପ ପଦଯାତ୍ରା କମିଟି ଅଧ୍ୟକ୍ଷ ପୂର୍ବତନ ବିଧାୟକ ଡ.ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବିଧାୟକ ସାଗର ଦାସ, ବିଧାୟକ ରମେଶ ଜେନା, ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପଦ୍ମାକର ଗୁରୁ, ରଜନୀ ମହାନ୍ତି, ମିନାକ୍ଷୀ ବାହିନିପତି, ରଞ୍ଜିତ ପାତ୍ର, ୟାସିର ନୱାଜ, ଅମୀୟ ପାଣ୍ଡବ, ସୁବ୍ରତ ମହାପାତ୍ର, ରାଜ୍ୟ ଛାତ୍ର…
ଭୁବନେଶ୍ବର: ସିବିଆଇ ଚଢାଉ ପରେ ଆଜି ଆଇଏଏସ ପଦବୀରୁ ଇସ୍ତଫା ଦେଇଛନ୍ତି ବିଷ୍ଣୁପଦ ସେଠୀ। ଜଣେ ବରିଷ୍ଠ ଅଧିକାରୀଙ୍କ ଘରେ ସିବିଆଇ ଜବରଦସ୍ତ ପ୍ରବେଶ କରିବା ନେଇ ସେ ଅସନ୍ତୁଷ୍ଠ ଥିଲେ। ଫଳରେ ଏହାର ପ୍ରତିବାଦ କରି ସେ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। 1995 ମସିହା ବ୍ୟାଚର ବିଷ୍ଣୁପଦ ସେଠୀ ବର୍ତ୍ତମାନ ପଦବୀ ବିହିନ ହୋଇ ଓଏସଡି ଭାବେ କାର୍ଯ୍ୟ କରୁଛନ୍ତି। ଆଜି ସକାଳେ ସିବିଆଇର ଆଠ ଜଣିଆ ଟିମ ବିଷ୍ଣୁପଦଙ୍କ ସରକାରୀ ବାସ ଭବନରେ ଚଢାଉ କରିଥିଲେ। ହେଲେ ବିଷ୍ଣୁପଦ ଏହାର କାଗଜପତ୍ର ମାଗିବା ସହିତ ମହିଳା ଅଧିକାରୀ କାହିଁକି ନାହାଁନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା। ହେଲେ ସିବିଆଇ ଅଧିକାରୀ କୌଣସି ପ୍ରକାର ଛାଡି ନ ଥିଲେ। ଏହାକୁ ନେଇ ସେ ଅସନ୍ତୁଷ୍ଠ ହୋଇ ଆଇଏଏସ ପଦବୀରୁ ଇସ୍ତଫା ଦେଇଥିବାର ଜଣାପଡିଛି।
ପୁରୀ: ଆଗାମୀ ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବୃଦ୍ଧିକୁ ନଜରରେ ରଖି ଭିଡ଼ ନିୟନ୍ତ୍ରଣ ନେଇ AI କ୍ୟାମେରା ର ବ୍ୟବହାର କରାଯିବ। ମହାପ୍ରଭୁଙ୍କର ରଥଯାତ୍ରା ଶୃଙ୍ଖଳିତ କରିବାକୁ ଏହା ଏକ ବଡ଼ ପଦକ୍ଷେପ। ସେଥିପାଇଁ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଭିଡ଼ ନିୟନ୍ତ୍ରଣକୁ ଶୃଙ୍ଖଳିତ କରିବାକୁ ଲଗାଯିବ AI କ୍ୟାମେରା ଲଗାଇବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ପ୍ରବଳ ଜନସମାଗମକୁ ନିୟନ୍ତ୍ରଣ କରିବା ସହ ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ମଧ୍ୟ କରିବ AI କ୍ୟାମେରା। ଏନେଇ ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ସହରର ପ୍ରମୁଖ ସ୍ଥାନ, ସାହି ଗଳି କନ୍ଦି ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଲାଗିବ ଏହି କ୍ୟାମେରା।ବିଶେଷ କରି ପୁରୀ ସହରରେ ଥିବା ତିନି ପ୍ରବେଶ ପଥ ସମେତ ପୁରୀକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ମାନଙ୍କରେ AI କ୍ୟାମେରା ଦ୍ୱାରା ନଜର…
ଭୁବନେଶ୍ବର: ରାଜ୍ୟର କିଟ୍ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ ଏବଂ ସୁରକ୍ଷା କର୍ମି ଛାତ୍ରମାନଙ୍କୁ ମାଡ ମାରିବା ଘଟଣା ନେଇ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ସରକାର ଏକ ଉଚ୍ଚ ସ୍ତରୀୟ କମିଟ ଗଠନ କରିଛନ୍ତି। ଏଥିସହିତ ଯେଉଁ ସୁରକ୍ଷା କର୍ମୀମାନେ ମାଡ ମାରିଥିଲେ ସେମାନଙ୍କୁ ଗିରଫ କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି। ସେହିପରି ଯେଉଁ ଅଧିକାରୀ ଏଥିରେ ସଂପୃକ୍ତ ଅଛନ୍କି ସେମାନଙ୍କୁ ନିଲମ୍ବନ କରିବାକୁ କୁହାଯାଇଛି। ଏହି କମିଟରେ ଯେଉଁମାନେ ଅଛନ୍ତି ସେମାନେ ହେଲେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ମହିଳା ଓ ଶିଶୁ ବିକାଶ ଶାସନ ସଚିବ ଏବଂ ଉଚ୍ଚ ଶିକ୍ଷା ବିଭାଗର ଶାସନ ସଚିବ ସଦସ୍ୟ ରହିଛନ୍ତି। ଗତକାଲି ରାତିରେ କିଟ ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଜଣେ ନେପାଳ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଯାହାକୁ ନେଇ ରାତିରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଫଳରେ କିଟ୍ ସୁରକ୍ଷା କର୍ମୀ…

