Author: Samikhsya Bureau

ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ ଦର ବଢିବ ବୋଲି ଯେଉଁ ଆଶଙ୍କା ଥିଲା ତାହା ଦୂର ହୋଇଛି। ଏଥର ରାଜ୍ୟରେ ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ ରହିଛି। ଏହି ଘୋଷଣା କରିଛି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଓଇଆରସି ତରଫରୁ ବିସ୍ତୁତ ଭାବେ କୁହାଯାଇଛି। ତାହା ହେଲା 1- ମାସିକ ୫୦ ୟୁନିଟ ମଧ୍ୟରେ ବିଜୁଳି ବ୍ୟବହାର କଲେ ୟୁନିଟ ପିଛା ୨ ଟଙ୍କା ୯୦ ପଇସା 2- ୫୦ ୟୁନିଟରୁ ୨୦୦ ୟୁନିଟ ମଧ୍ୟରେ ୪ ଟଙ୍କା ୭୦ ପଇସା 3-୨୦୦ ୟୁନିଟରୁ ୪୦୦ ୟୁନିଟ ମଧ୍ୟରେ ୫ ଟଙ୍କା ୭୦ ପଇସା 4- ୪୦୦ ୟୁନିଟ ପରେ ୟୁନିଟ ପିଛା ମାସିକ ୬ ଟଙ୍କା ୧୦ ପଇସା ଧାର୍ଯ୍ୟ କରାଯାଇଛି। ଏପ୍ରିଲ ଏକ ତାରିଖରୁ ଏହି ଦର ଲାଗୁ କରାଯିବ। ସେପଟେ ଟାଟା ପାୱାରର ବିଦ୍ୟୁତ କିଣା ଅର୍ଥ ୟୁନିଟ ପିଛା ୩୨୦ ଟଙ୍କା…

Read More

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଆଜି ନୟାଗଡରେ ପହଞ୍ଚିଛନ୍ତି। ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଏକ ସ୍ବତନ୍ତ୍ର ହେଲିକାପ୍ଟରରେ ନୟାଗଡ ଯାଇଥିଲେ। ସେଠାରେ ସେ କଣ୍ଟିଲୋସ୍ଥିତ ନୀଳମାଧବଙ୍କୁ ଦର୍ଶନ କରିଥିଲେ। ଏଥିସହିତ ବିଶ୍ବାବସୁଙ୍କ ଜନ୍ମପିଠ ବୁଲିଥିଲେ। ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ହରିବାବୁ କୁମ୍ଭମପତି, ବାଚସ୍ପତି ସୁରମା ପାଢୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଥିଲେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଆଜି ରାଷ୍ଟ୍ରପତି ନୟାଗଡରୁ ଫେରି ଭୁବନେଶ୍ବର ଆସିବେ। ସେ ରାଜଭବନରେ ରାତ୍ରୀ ଯାପନ କରିବା ପରେ ଆସନ୍ତାକାଲି ସକାଳେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

Read More

ଭୁବନେଶ୍ୱର: ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ବିରୁଦ୍ଧରେ ପିସିସି  ଆସନ୍ତା ୨୭ ତାରିଖ ଦିନ ବିଧାନସଭା ଘେରାଉ କରିବ କଂଗ୍ରେସ। ଏହାର ନେତୃତ୍ବ ନେବେ ସଭାପତି ଶ୍ରୀ ଭକ୍ତ ଚରଣ ଦାସ। ତାଙ୍କ ଆହ୍ଵାନରେ ଏବଂ ନେତୃତ୍ୱରେ ରାଜ୍ୟର ସମସ୍ତ ଜିଲ୍ଲାରୁ ବହୁ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ସାମିଲ ହେବେ।ଏଥିନେଇ ରାଜ୍ୟର ସମସ୍ତ ଜିଲ୍ଲା ପ୍ରସ୍ତୁତି ବୈଠକ କରାଯାଇଛି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ କହିଥିଲେ କି ବିଧାନସଭା ଘେରାଉ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ପ୍ରଭାରୀ ମହମ୍ମଦ ଇମଦାଦଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ଭୁବନେଶ୍ଵରର ବହୁ କଂଗ୍ରେସ କର୍ମୀ,ନେତୃବୃନ୍ଦ,ଶୁଭେଚ୍ଛୁ ଯୋଗଦେଇ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ବାବଦରେ ହୋଇଥିବା ଆଲୋଚନାରେ ଅଂଶ ଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ। ଆଜିର ସାମ୍ବାଦିକ…

Read More

ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଜି ଦିନ ୧୨.୩୦ ରେ ବାୟୁସେବା ବିମାନ ଯୋଗେ ସ୍ୱାମୀ ବିବେକାନନ୍ଦ ବିମାନ ବନ୍ଦର, ରାୟପୁର, ଛତିଶଗଡ଼ରୁ ବାହାରି ଦିନ ୧.୩୦ ମିନିଟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚିବେ। ସେଠାରୁ ସେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ ମନ୍ଦିର ନିକଟସ୍ଥ ହେଲିପ୍ୟାଡରେ ଅବତରଣ କରି ସଡ଼କ ପଥରେ କଣ୍ଟିଲୋ ସ୍ଥିତ ଅତିଥି ଭବନରେ ସାମୟିକ ବିଶ୍ରାମ କରିବେ। ପରେ ପରେ ଆଜି ଅପରାହ୍ଣ ୩.୦୫ ମି.ସମୟରେ ପ୍ରଭୁ ନୀଳମାଧବ ମନ୍ଦିର ଦର୍ଶନ କରି ପୂଜାର୍ଚ୍ଚନା କରିବେ। ପରେ ପରେ ରାଷ୍ଟ୍ରପତି ଅପରାହ୍ଣ ୩.୩୫ ସମୟରେ ନୟାଗଡ଼ର କାଳିଆପଲ୍ଲୀ ଠାରେ ଭାରତୀୟ ବିଶ୍ୱାବସୁ ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ। ଏହା ପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ରାଜଭବନରେ ରାତ୍ରି ରହଣୀ କରିବେ ଏବଂ ତହିଁ…

Read More

ପୁରୀ: ଆଜି ମହାପ୍ରଭୃ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ନୂଆ ପତ୍ନୀ ଜାଗୃତି ଶୁଳ୍କା। ବିବାହ କରିବା ପରେ ଆଜି ପୁରୀ ଯାଇ ଉଭୟ ମହାପ୍ରଭୃଙ୍କ ଦର୍ଶନ କରିଛନ୍ତି। ଉଭୟ ଦର୍ଶନ କରିବା ପରେ ମହାପ୍ରସାଦ ମଧ୍ୟ ସେବନ କରିଛନ୍ତି। ମନ୍ଦିର ବାହାରକୁ ଆସିବା ପରେ ଅନୁଭବ କହିଛନ୍ତି ଯେ, ଆମର ଯାହା କିଛି ଶୁଭ କାମ ହୁଏ ତାହା ପ୍ରଭୃ ଶ୍ରୀଜଗନ୍ନାଥଙ୍କଠାରୁ ଆରମ୍ଭ ହୁଏ। ସେଥିପାଇଁ ଆମେ ଉଭୟ ଆସି ତିନି ଠାକୁରଙ୍କୁ ଦର୍ଶନ କଲୁ। ପ୍ରଭୃଙ୍କଠାରୁ ସବୁ କିଛି ଆରମ୍ଭ ହୋଇଛି ଏବଂ ତାଙ୍କରି ପାଖରେ ମଧ୍ୟ ଶେଷ ହେବ। ସେହିପରି ପତ୍ନୀ ଜାଗୃତି ମଧ୍ୟ ଓଡିଆରେ ନିଜର ମତ ରଖିଥିଲେ। ସେ କହିଥିଲେ ଯେ, ଆଜି ମହାପ୍ରଭୃଙ୍କୁ ଦର୍ଶନ କଲୁ। ବହୁତ ଭଲ ଲାଗିଲା। ମୁଁ ଓଡିଆ କହିବାକୁ ଚେଷ୍ଠା କରୁଛି। ସମସ୍ତଙ୍କର ମଙ୍ଗଳ ହେଉ ବୋଲି ପ୍ରାର୍ଥନା କଲି।

Read More

ଭୁବନେଶ୍ବର: କଟକ ବାରବାଟୀ ଷ୍ଟାଡିୟମରେ ପୁଣି ଏକ ଅନ୍ତର୍ଜାତୀୟ ମ୍ୟାଚ ଖେଳା ଯିବ। ଏ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେବାରେ ଲାଗିଛି। ସୂଚନା ଅନୁସାରେ ଡିସେମ୍ବର ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯାଇପାରେ। ଡିସେମ୍ବରରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ଟିକିଆ ଟି-୨୦ ମ୍ୟାଚ ଖେଳାଯିବ ବୋଲି ଜଣାପଡିଛି। ପ୍ରଥମ ମ୍ୟାଚ ଡିସେମ୍ବର ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ନଭେମ୍ବର ମାସରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ଭାରତ ଗସ୍ତରେ ଆସି ୨ଟି ଟେଷ୍ଟ, ୩ଟି ଦିନିକିଆ ମ୍ୟାଚ ଓ ୫ଟି ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳିବ। ଆଜି କୋଲକାତାରେ ବସିଥିବା ବିସିସିଆଇର ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ତେବେ ଏ ନେଇ ଓସିଏ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Read More

ଭୁବନେଶ୍ବର: ଜଳ ସଂରକ୍ଷଣ, ଜଳ ପରିଚାଳନାରେ ସରକାରଙ୍କର ସବୁଠାରୁ ବଡ ଭୂମିକା ରହିଛି କିନ୍ତୁ ଏଥିରେ ବ୍ୟକ୍ତିଗତ ସ୍ତରରେ ତଥା ଗୋଷ୍ଠୀଗତ ସ୍ତରରେ ସମସ୍ତେ ନିଜ ନିଜ ଯୋଗଦାନ ରଖିବା ନିତାନ୍ତ ଆବଶ୍ୟକ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଶ୍ୱ ଜଳ ଦିବସ ଅବସରରେ ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟର ଠାରେ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ଆୟୋଜିତ ସମାରୋହରେ ଯୋଗ ଦେଇ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜ୍ୟ ସହିତ ଥିବା ଜଳ ବିବାଦ ବିଷୟରେ ଆଲୋକପାତ କରି କହିଥିଲେ ଯେ, ଓଡିଶା ସହିତ ଜଳକୁ ନେଇ ଯେଉଁଠି ବିବାଦ ଅଛି ତାକୁ ଆମେ ଗୁରୁତ୍ୱର ସହ ନେଇଛୁ । ତାର ତ୍ୱରିତ ସମାଧାନ କରାଯିବ । ମହାନଦୀକୁ ନେଇ ଛତିଶଗଡ଼ ସହ ବିବାଦ ଚାଲିଛି। ଆଜି ଲୋକସେବା ଭବନରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅବସରରେ ଏହି ବିଷୟରେ ଆଲୋଚନା…

Read More

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ  ‘ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫’ର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହା ସମଗ୍ର ଓଡ଼ିଶାରେ ରାସ୍ତା ନେଟୱାର୍କର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଏବଂ ତଦାରଖ ପାଇଁ ପରିକଳ୍ପନା କରାଯାଇଛି । ଏହି ନୀତି ଏକ ଗୁଣାତ୍ମକ ସଡ଼କ ନେଟୱାର୍କ ପାଇଁ ଏକ ଢାଞ୍ଚା ପ୍ରଦାନ କରିବ, ଯାହା ଜନସାଧାରଣ ଓ ବିଭିନ୍ନ ଦ୍ରବ୍ୟର ସୁରକ୍ଷିତ, ସ୍ଥାୟୀ ଏବଂ ଦକ୍ଷ ପରିବହନ ପାଇଁ ସଡକ ପଥର ସମୁଚିତ ବିକାଶକୁ ଏକ ସୁବ୍ୟବସ୍ଥିତ ବ୍ୟବସ୍ଥା ସୁନିଶ୍ଚିତ କରିବ । ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫ର କେତେକ ପ୍ରମୁଖ ବୈଶିଷ୍ଟ୍ୟ ଗୁଡ଼ିକ ହେଉଛି- : (କ) ରାସ୍ତା ଗୁଡ଼ିକର ଆନ୍ତଃ-ବିଭାଗୀୟ ହସ୍ତାନ୍ତର ପାଇଁ ନିର୍ଦ୍ଦେଶାବଳୀ ନିର୍ଣ୍ଣୟ । (ଖ) ରାସ୍ତା ଭିତ୍ତିଭୂମି ପରିଚାଳନା ପାଇଁ ପର୍ଯ୍ୟାପ୍ତ ଏବଂ ସ୍ଥାୟୀ ପାଣ୍ଠି ଯୋଗାଇବା ଏବଂ ରାସ୍ତା ଭିତ୍ତିଭୂମିର ରକ୍ଷଣାବେକ୍ଷଣ। (ଗ) ଦୁର୍ଘଟଣା ଏବଂ ମୃତ୍ୟୁହାର ହ୍ରାସ କରିବା ପାଇଁ ସଡ଼କ ନେଟୱାର୍କର…

Read More

ବ୍ରହ୍ମପୁର: ଆଜି କାଳ ବୈଶାଖୀ ଯୋଗୁଁ ବ୍ରହ୍ମପୁର ସହର ଅବସ୍ଥା ବେହାଲ ହୋଇଯାଇଛି। ପ୍ରାୟ ଅଢେଇ ଘଣ୍ଟା ଧରି ବର୍ଷା ଛେଚିବା ସହିତ ଘଡଘଡି ପବନ ଯୋଗୁଁ ଏପରି ଅବସ୍ଥା ହୋଇଯାଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିବା ସହିତ ଘରେ ପାଣି ପଶିଯାଇଛି। ଏପରିକି ଜଣେ ଭିନ୍ନକ୍ଷମ ବ୍ୟକ୍ତି ଡ୍ରେନ ପାଣିରେ ଭାସି ଯାଉଥିବା ବେଳେ ଅଗ୍ନଶମ କର୍ମଚାରୀ ଉଦ୍ଧାର କରିଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ପାଣି ଜମି ରହିବାରୁ ବନ୍ୟା ପରିସ୍ଥିତି ଭ୍ରମ ସୃଷ୍ଟି ହୋଇଛି। ଏପରିକି ବ୍ରହ୍ମପୁରର କେତେକ ସ୍କୁଲ ଘରେ ପାଣି ପଶିଯାଇଛି। ସେତିକି ନୁହେଁ ବ୍ରହ୍ମପୁର ମେଡିକାଲରେ ମଧ୍ୟ ପାଣି ପଶିଯାଇଛି। ଫଳରେ ଅଗ୍ନିଶମ କର୍ମଚାରୀମାନେ ଯୁଦ୍ଧ କାଳୀନ ଭିତ୍ତିରେ ସେଠାରେ ମଟର ଲଗାଇ ପାଣି ନିଷ୍କାସନ କରୁଛନ୍ତି।

Read More

ଭୁବନେଶ୍ବର: ଆଜି ହେଉଛି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କ ଜନ୍ମ ଦିନ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ଜୁଏଲ 1961 ମସିହା ମାର୍ଚ୍ଚ 22 ତାରିଖରେ ଜନ୍ମ ଗ୍ରହଣ କରିଛନ୍ତି। ସେ ସୁନ୍ଦରଗଡ ସଂସଦୀୟ କ୍ଷେତ୍ରରୁ ପାଞ୍ଚ ଥର ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ତାଙ୍କ ଜନ୍ମଦିନ ଅଭିନନ୍ଦନରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, Birthday wishes to Union Minister Shri Jual Oram Ji. He is making exceptional efforts to empower the tribal communities and ensure that their dreams are fulfilled. Praying for his long and healthy life. ପ୍ରଧାନମନ୍ତ୍ରୀଙ୍କ ସହିତ ବହୁ କେନ୍ଦ୍ରମନ୍ତ୍ରୀ, କେନ୍ଦ୍ରୀୟ ନେତା ତଥା ରାଜ୍ୟ ନେତା ମଧ୍ୟ ଜୁଏଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Read More

ଭୁବନେଶ୍ବର: କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ପରିବାର ସଦସ୍ୟଙ୍କୁ ଥଇଥାନ କରିବା ନୀତିରେ ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି। ଏଥିରେ ପୂର୍ବରୁ ଯାହା ନିୟମ ଥିଲା ତାହା ପରିବର୍ତ୍ତନ କରି ନିୟମରେ କୋହଳ କରିଛନ୍ତି। ଏ ନେଇ ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଏହି ତଥ୍ୟ ବିଧାନସଭାରେ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କିହଛନ୍ତି ଯେ, ଆମ ସରକାର ଗତ ଗୁରୁବାର କ୍ୟାବିନେଟ ରେ ଗୋଟିଏ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଆମେ ସମସ୍ତେ ଅନୁଭବ କରୁ ଯେ, ଯେତେବେଳେ ଗୋଟିଏ ପରିବାର ମୁଖିଆ ମୃତ୍ୟୁ ବରଣ କରନ୍ତି, ତାଙ୍କ ପରିବାର ଅସହାୟ ହୋଇଯାଏ । ପରିବାର ବିପନ୍ନ ଅବସ୍ଥାକୁ ଚାଲିଯାଏ। ଆଗରୁ, ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ, ବିପନ୍ନ ପରିବାରକୁ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ସିଭିଲ ସର୍ଭିସ (ଥଇଥାନ ସହାୟତା) ନିୟମ, ୧୯୯୦ ଅନୁଯାୟୀ, ପରିବାରର ଜଣେ ସଦସ୍ୟଙ୍କୁ ସରକାର, Group C କିମ୍ବା…

Read More

ଭୁବନେଶ୍ବର: ଖଣି କାର୍ଯ୍ୟ ଯୋଗୁଁ ଖଣି ଅଞ୍ଚଳରେ କ୍ଷତିଗ୍ରସ୍ତ ପରିବାରକୁ ଆଶ୍ୱସ୍ତି ଦେବା ପାଇଁ ଓଡ଼ିଶା ଜିଲ୍ଲା ଖଣିଜ ଫାଉଣ୍ଡେସନ ନିୟମ-୨୦୧୫ ପ୍ରଣୟନ କରାଯାଇଛି। ଖଣି ଅଞ୍ଚଳରେ ରହୁଥିବା ପରିବାର ମାନେ କେବଳ ଜମି ନୁହେଁ ବରଂ ତାଙ୍କର ଜୀବିକା ଓ ତାଙ୍କର ପରିଚୟ ମଧ୍ୟ ହରାଇଛନ୍ତି । ଖଣି କାର୍ଯ୍ୟ ଫଳରେ ଉପୁଜୁଥିବା ପରିବେଶ ଅବକ୍ଷୟ ଯୋଗୁଁ ସେମାନେ ଏହାର ନକାରାତ୍ମକ ପ୍ରଭାବର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ଏହି ପ୍ରତିକୂଳ ପ୍ରଭାବରୁ ମୁକୁଳିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ଜିଲ୍ଲା ଖଣିଜ ଫାଉଣ୍ଡେସନ ପାଣ୍ଠି (DMF) ଗଠନ କରାଯାଇଥିଲା । ଏହି ପାଣ୍ଠି ପ୍ରଭାବିତ ଅଞ୍ଚଳରେ ରହୁଥିବା ପରିବାରର ହିତ ପାଇଁ ବ୍ୟବହୃତ ହେଉଅଛି । ଏହି ବ୍ୟବସ୍ଥା ଗୁଡ଼ିକୁ ଅଧିକ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ସରକାର ପ୍ରଚଳିତ DMF ନିୟମରେ ଆବଶ୍ୟକ ସଂଶୋଧନ କରିଛନ୍ତି । ଏହି ସଂଶୋଧନରେ ଅନେକ ନୂତନ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ ହୋଇଛି…

Read More

ଭୁବନେଶ୍ବର: ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କୁ ବିଧାନସଭାରେ ଶେଷ ଦର୍ଶନ କଲେ ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀ। ଆଜି ସକାଳେ ବିଧାନସଭା ପରିସରରେ ତାଙ୍କର ପାର୍ଥିବ ଶରୀର ପହଞ୍ଚିବା ପରେ ତାଙ୍କୁ ବିଧାନସଭା ତରଫରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଏଥିରେ ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡି, କଂଗ୍ରେସ ଓ ବିଜେପି ସଦସ୍ୟମାନେ ଶେଷ ଦର୍ଶନ କରିଥିଲେ। ଏଥିସହିତ ତାଙ୍କୁ ବିଧାନସଭା ପରିସରରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। ସେ ୨୦୧୪ ମସିହାରେ ନିର୍ବାଚନରେ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ସେ ସେତେବେଳେ ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବଙ୍କୁ ହରାଇ ଦେଇଥିଲେ। ୨୦୨୪ ନିର୍ବାଚନରେ ତାଙ୍କର ଝିଅ ଡାକ୍ତର ଦେବସ୍ମିତା ଶର୍ମା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ। ସେ ବିଜେଡିର ପ୍ରତାପ ଦେବଙ୍କଠାରୁ ହାରିଯାଇଥିଲେ। ଦେବେନ୍ଦ୍ର କେନ୍ଦ୍ରାପଡା ରାଜନୀତିରେ କଂଗ୍ରେସ ପାଇଁ ଥିଲେ ବଡ ସଂଗଠକ। ସେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ସଭାପତି…

Read More

ଭୁବନେଶ୍ବର:ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ଡାକିଥିବା ବିଭିନ୍ନ ବିରୋଧୀ ଦଳଙ୍କ ବୈଠକରେ ଓଡିଶାରୁ ଯୋଗ ଦେବେ ବିଜେଡି ଓ କଂଗ୍ରେସ। ଏଥିପାଇଁ ଉଭୟ ଦଳର ସଦସ୍ୟ ଶୁକ୍ରବାରରେ ଚେନ୍ନାଇ ଗସ୍ତ କରିଛନ୍ତି। ଏଥିରେ ବିଜେଡିରୁ ଅମର ପଟ୍ଟନାୟକ ଏବଂ ସଂଜୟ ଦାସବର୍ମା ଯାଇଥିବା ବେଳେ କଂଗ୍ରେସରୁ ସଭାପତି ଭକ୍ତ ଦାସ ଯାଇଛନ୍ତି। ସମସ୍ତଙ୍କୁ ଚେନ୍ନାଇ ବିମାନ ବନ୍ଦରରୁ ଷ୍ଟାଲିନ ସରକାରଙ୍କ ତରଫରୁ ସ୍ବାଗତ କରି ନିଆଯାଇଛି। ଏହି ବୈଠକ ଆଜି ବସୁଥିବାର ଜଣାପଡିଛି। ଏଥିରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ନିର୍ବାଚନ ମଣ୍ଡଳୀରେ ସୀମା ପୁନଃନିର୍ଦ୍ଧାରଣ କରିବାର ଯୋଜନା କରିଛନ୍ତି। ଯାହାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ବିରୋଧ କରୁଛନ୍ତି। ସେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ବିରୋଧରେ ଏକ ଆନ୍ଦୋଳନ କରିବେ ବୋଲି ଅନୁମାନ କରାଯାଇଛି। ଏହି ବୈଠକରେ ଯୋଗଦେବା ପାଇଁ ଷ୍ଟାଲିନ ସରକାର ବିଭିନ୍ନ ବିରୋଧୀ ଦଳକୁ ଏକଜୁଟ କରିଛନ୍ତି। ଏଥିରେ ଯୋଗଦେବା ପାଇଁ ବିଜେଡି ସୁପ୍ରିମୋ…

Read More

ଭୁବନେଶ୍ବର: ବିଜେଡିର ଚାଣକ୍ୟ ବୋଲି କୁହାଯାଉଥିବା ଭି  କେ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ପୁଣି ଆରମ୍ଭ ହୋଇଯାଇଛି। ତାହା ହେଲା ଯେ, ସେ କୁଆଡେ ଓଡିଶା ଛାଡିବେ। ଅର୍ଥାତ ଆଉ ନବୀନ ନିବାସରେ ଡେରା ପକାଇବେ ନାହିଁ। ଆଉ ସେ ବିଜେଡି କଥା ବୁଝିବେ ନାହିଁ। ଆଉ ଓଡିଶା ଛାଡିବାର କାରଣ ହେଲା ସେ କୁଆଡେ ଏକ ଆନ୍ତର୍ଜାତୀୟ ସଂସ୍ଥାରେ ଚାକିରୀ କରିବା ପାଇଁ ଅଫର ପାଇଛନ୍ତି। ସୂଚନା ଅନୁସାରେ ତାଙ୍କୁ ଲଣ୍ଡନର ଏକ କଂପାନୀ ଅଫର ଦେଇଛି ବୋଲି କୁହାଯାଉଛି। କେତେକ ବିଲ ଗେଟସ ସଂସ୍ଥାରୁ ଅଫର ମିଳିଛି ବୋଲି ସେ କେତେକ ନେତାଙ୍କ ସହିତ ଆଲୋଚନା କରିଛନ୍ତି। ତେବେ ସେହି ସଂସ୍ଥାର ଦିଲ୍ଲୀରେ ମଧ୍ୟ ଏକ ଶାଖା ରହିଛି। ତେବେ ସେ ଲଣ୍ଡନ ଯିବେ କି ଦିଲ୍ଲୀରେ ରହିବେ କିଛି ଚିନ୍ତା କରିପାରି ନାହିଁନ୍ତି ବୋଲି ଜଣାପଡିଛି। ସେ ଯାହା ହେଲେ ମଧ୍ୟ ପାଣ୍ଡିଆନ ଏକ ଅନ୍ତର୍ଜାତୀୟ ସଂସ୍ଥାରେ…

Read More

ଭୁବନେଶ୍ୱର: ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମାଙ୍କ ପରଲୋକ ଘଟିଛି। ୬୬ ବର୍ଷ ବୟସରେ  ତାଙ୍କର ପରଲୋକ ହୋଇଛି। ଭୁନେଶ୍ବରରେ ଚିକିତ୍ସା ହେଉଥିବା ବେଳେ ତାଙ୍କର ପରଲୋକ ଘଟିଛି। ସେ ୨୦୧୪ ମସିହାରେ ନିର୍ବାଚନରେ ସେ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ସେ ସେତେବେଳେ ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବଙ୍କୁ ହରାଇ ଦେଇଥିଲେ। ୨୦୨୪ ନିର୍ବାଚନରେ ତାଙ୍କର ଝିଅ ଡାକ୍ତର ଦେବସ୍ମିତା ଶର୍ମା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ। ସେ ବିଜେଡିର ପ୍ରତାପ ଦେବଙ୍କଠାରୁ ହାରିଯାଇଥିଲେ। ତାଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି କି ମୁଁ ଚେନ୍ନାଇରେ ଥିବା ବେଳେ ତାଙ୍କ ବିୟୋଗ ଖବର ମୋତେ ଗଭୀର ଦୁଃଖ ଦେବା ସହ ମର୍ମାହିତ କରିଛି।…

Read More

Bank Strike Cancelled: ବ୍ୟାଙ୍କ ଧର୍ମଘଟ ଡାକରା ପ୍ରତ୍ୟାହାର ହେଲା।  ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ୨୪ ଏବଂ ୨୫ ମାର୍ଚ୍ଚରେ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଥିଲା। ତେବେ ଏହି ଧର୍ମଘଟ ପ୍ରତ୍ୟାହାର କରାଯାଇଥିବା ସୂଚନା ମିଳିଛି। ଅର୍ଥାତ ୨୪ ଏବଂ ୨୫ ମାର୍ଚ୍ଚରେ କୌଣସି ଧର୍ମଘଟ ହେବ ନାହିଁ। ବ୍ୟାଙ୍କଗୁଡ଼ିକ ଖୋଲା ରହିବ। ସଂଗଠନ କହିଛି ଯେ ଧର୍ମଘଟ ଗୋଟିଏ ରୁ ଦୁଇ ମାସ ପାଇଁ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟୀ, ଶୁକ୍ରବାର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏବଂ ଭାରତୀୟ ବ୍ୟାଙ୍କିଙ୍ଗ ସଂଘ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେହି ବୈଠକ ବହୁତ ଫଳପ୍ରଦ ଥିଲା। ତା’ପରେ ବ୍ୟାଙ୍କ ଧର୍ମଘଟକୁ ଆପାତତଃ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବ୍ୟାଙ୍କ ଧର୍ମଘଟ ଖବର ପ୍ରସାରିତ ହେବା ପରେ ଅନେକ ଲୋକ ଚିନ୍ତିତ ହୋଇପଡ଼ିଥିଲେ। କାରଣ ଯେତେବେଳେ ବ୍ୟାଙ୍କ ଧର୍ମଘଟ ହେଉଥିଲା, ସେତେବେଳେ ଅନେକ ଲୋକଙ୍କୁ ସମସ୍ୟାର ସମ୍ମୁଖୀନ…

Read More

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର 16ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ 7ଟି ବିଭାଗ ଯଥା:- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ପୂର୍ତ୍ତ, ସାଧାରଣ ପ୍ରଶାସନ, ଜଳ ସଂପଦ, ପଞ୍ଚାୟତିରାଜ ଓ ପାନୀୟଜଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର 10ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି। 1. ଓଡିଶାର ଜନସାଧାରଣଙ୍କ ପାଇଁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ମିଳିତ ଭାବେ ଲାଗୁ କରିବା ପାଇଁ ରାଜ୍ୟ ସରକାର ଜାତୀୟ ସ୍ଵାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି। ଏହି ନୂଆ ସମନ୍ୱିତ ଯୋଜନାରେ ପ୍ରାୟ ୧.୦୩ କୋଟି ପରିବାରର ୩.୪୬ କୋଟି ହିତାଧିକାରୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଓ ମହିଳା ସଦସ୍ୟ ମାନେ ଅତିରିକ୍ତ ୫ ଲକ୍ଷ ଟଙ୍କାର ଦେୟ ମୁକ୍ତ ଚିକିତ୍ସା (Cashless Treatment) ସୁବିଧା ପାଇବେ ।…

Read More

ଭୁବନେଶ୍ବର: ଆଜି ବିଧାନସଭାରେ କଂଗ୍ରେସ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଥିଲା। କଂଗ୍ରେସ ସଦସ୍ୟଗଣ କଳା ପୋଷାକ ଓ କଳା କନା ଗୁଡାଇ ହୋଇ ଗୃହକୁ ପ୍ରବେଶ କରିଥିଲେ। ଏଥିସହିତ ଘଣ୍ଟ ବାଡେଇ ବାଡେଇ ଗୃହରେ ହୋହାଲ୍ଲା କରିଥିଲେ। ଫଳରେ ଗୃହ କାର୍ଯ୍ୟ ଚାଲିପାରି ନ ଥିଲା। ବାଚସ୍ପତି ଗୃହକୁ ମୁଲତବି ରଖିଥିଲେ। ଆଜି ବିଧାନସଭା ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାୟକଗଣ ଘଣ୍ଟ ବାଡେଇ ବାଡେଇ ଏକ ଶୋଭାଯାତ୍ରା କରି ଗୃହକୁ ଯାଇଥିଲେ। ଏହାର ନେତୃତ୍ବ ନେଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ତାରାଙ୍କୁ ପୂର୍ବରୁ ବାଚସ୍ପତି ଗୃହରୁ ସାତଦିନ ପାଇଁ ନିଲମ୍ବନ କରିଥିଲେ। ଯାହାର ସମୟ ଗତକାଲି ଶେଷ ହୋଇଥିଲା। ନିଲମ୍ବନ ଆଦେଶ ସମୟ ସରିବା ପରେ ଆଜି ତାରା ବାହିନୀପତି ଗୃହ ଭିତରକୁ ପ୍ରବେଶ କରିଥିଲେ। ତେବେ ସମସ୍ତ କଂଗ୍ରେସ ସଦସ୍ୟ ଏପରି ପ୍ରତିବାଦ କରି ଗୃହକୁ ଯାଇଥିଲେ। ତେବେ ବିରୋଧୀ ସଦସ୍ୟଙ୍କ ପ୍ରତିବାଦକୁ ବିଧାନସଭା ଲାଇଭ୍…

Read More

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ଅପୂର୍ବ ମହାନ୍ତିଙ୍କ ଲିଖିତ ପୁସ୍ତକ “ମୁଁ ବି ମାଓବାଦୀ !” ଉନମୋଚିତ ହୋଇ ଯାଇଛି। ଭୁବନେଶ୍ବରର ଗୀତଗୋବିନ୍ଦ ସଦନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବାଦର ଅଧ୍ୟକ୍ଷ ସୌମରଂଜନ ପଟ୍ଟନାୟକ ପୁସ୍ତକକୁ ଉନମୋଚିତ କରିଥିଲେ। ଏଥିରେ ବରିଷ୍ଠ ସାମ୍ବାଦିକ ସଂପଦ ମହାପାତ୍ର, ସିପିଆଇ ନେତା ସନ୍ତୋଷ ଦାସ ଏବଂ ଅଧ୍ୟାପକ ବିଶ୍ବରଂଜନ ଯୋଗଦେଇ ପୁସ୍ତକକୁ ଉନମୋଚିତ କରିଥିଲେ। ଇଟିଭି ଓଡିଆ ନ୍ୟୁଜ ଚ୍ୟାନେଲରେ ଅପୂର୍ବ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ବହୁବାର ମାଓ ଆକ୍ରମଣ ଉପରେ ରିପୋର୍ଟିଂ କରିଛନ୍ତି। ଏପରିକି ଘଞ୍ଛ ଜଙ୍ଗଲକୁ ଯାଇ ମାଓନେତା ସବ୍ୟସାଚୀଙ୍କ ସାକ୍ଷାତକାର ମଧ୍ୟ ନେଇଛନ୍ତି। ସେ ସବୁ ଅଭିଜ୍ଞତାକୁ ପାଥେୟ କରି ସେ ରଚନା କରିଛନ୍ତି ଏହି ପୁସ୍ତକ ମୁଁ ବି ମାଓବାଦୀ। ଏଥିସହିତ ଏହି ଉତ୍ସବରେ ଲେଖିକା ସୁଜାତା ମହାନ୍ତିଙ୍କ ଲିଖିତ ଆଧ୍ୟାତ୍ମିକ ପୁସ୍ତକ “ଚୁନା ଚୁନା ଫୁଲ’ ମଧ୍ୟ ଉନମୋଚିତ ହୋଇଥିଲା।

Read More

ଭୁବନେଶ୍ବର: ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀଙ୍କୁ ନେଇ ବଢିଛି ସସପେନ୍ସ। କାରଣ ହେଲା ସେ ବର୍ତ୍ତମାନ ଯେପରି ଭାଷଣ ଦେଉଛନ୍ତି, ସେଥିରୁ ଅନୁମାନ କରାଯାଉଛି ଯେ, ସେ ବିଜେଡି ଛାଡିବେ। ପ୍ରଦୀପ ଏକ କାର୍ଯ୍ୟକ୍ରମରେ କହିଥିଲେ ଯ, କଂଗ୍ରେସରେ କାମ କରିବାର ମଜା ଅଲଗା ଅଛି। ଭକ୍ତ ଦାସ ସଭାପତି ହେବା ପରେ ତାଙ୍କ ସହିତ କଥା ହୋଇ ଅଭିନନ୍ଦନ ଜଣାଇଛି। ଏହା କହିବା ପରେ ରାଜ୍ୟ ରାଜନୀତିରେ ବିଭିନ୍ନ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି। କାରଣ ହେଲା ପ୍ରଦୀପ ହେଉଛନ୍ତି ବ୍ରାଣ୍ଡେଡ କଂଗ୍ରେସ ନେତା। ପରିସ୍ଥିତିରେ ପଡି ସେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ହେଲେ ବିଜେଡିର ତାଙ୍କର ଭବିଷ୍ୟତ ସେପରି କିଛି ଉନ୍ନତି ହୋଇପାରୁ ନାହିଁ। ଅନ୍ୟପକ୍ଷରେ କଂଗ୍ରେସର ସଭାପତି ଭକ୍ତ ଦାସ ହେବା ପରେ ବହୁ କଂଗ୍ରେସ ନେତାଙ୍କ ଘର ବାହୁଡା ଆରମ୍ଭ ହୋଇଛି। ସେହି ପରିପ୍ରେକ୍ଷୀରେ ପ୍ରଦୀପ ପୁଣି କଂଗ୍ରେସକୁ…

Read More