ଦ ସମୀକ୍ଷା ବ୍ୟୁରୋ: ଜମ୍ମୁ ଓ କାଶ୍ମୀରର ପହଲଗାମରେ ଆଜି ଏକ ଆତଙ୍କବାଦୀ ଆକ୍ରମଣରେ ପ୍ରାୟ 20 ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାର ଜଣାପଡିଛି। ଏଥିସହିତ ଅନେକ ଆହତ ହୋଇଛନ୍ତି। ଆକ୍ରମଣରେ ଆହତମାନଙ୍କୁ ସ୍ଥାନାନ୍ତର ପାଇଁ ସାମରିକ ହେଲିକପ୍ଟର ନିୟୋଜିତ କରାଯାଇଛି। ଏହି ଘଟଣା ପରେ ବିଦେଶରେ ଥିବା ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ କଥା ହୋଇଛନ୍ତି। ତୁରନ୍ତ ଆକ୍ରମଣ ସ୍ଥଳ ପରିଦର୍ଶନ କରିବାକୁ ଏବଂ ସମସ୍ତ ଉପଯୁକ୍ତ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଶାହ ଘଟଣାସ୍ଥଳକୁ ଜରୁରୀ ଗସ୍ତ କରିଛନ୍ତି। ପହଲଗାମର ବୈସାରଣ ଉପତ୍ୟକାର ଉପର ତୃଣଭୂମିରେ ଗୁଳି ଫୁଟିବାର ଶବ୍ଦ ଶୁଣିବାକୁ ମିଳିଥିଲା। ଆତଙ୍କବାଦୀମାନେ ସ୍ପଷ୍ଟ ଭାବରେ ଛଦ୍ମବେଶରେ ଥିଲେ ଏବଂ ଏହା ଏକ ଲକ୍ଷ୍ୟଭେଦୀ ଆକ୍ରମଣ ବୋଲି ବିଶ୍ୱାସ କରାଯାଉଛି। ଘଟଣା ପରେ ଅମିତ ଶାହ ଦିଲ୍ଲୀରେ ତାଙ୍କ ବାସଭବନରେ ଏକ ବୈଠକ ଡାକିଛନ୍ତି, ଯେଉଁଥିରେ ଗୁଇନ୍ଦା ବ୍ୟୁରୋ ମୁଖ୍ୟ ତପନ ଡେକା…
Author: Samikhsya Bureau
ଭୁବନେଶ୍ବର: ଗତ ୨୭ ତାରିଖ ଦିନ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଘଟଣାରେ ଅଗଣତାନ୍ତ୍ରିକ ଭାବେ ପୋଲିସ ଦ୍ୱାରା ଗିରଫ ହୋଇ ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ଥିବା କଂଗ୍ରେସ କର୍ମୀ ଓ ଛାତ୍ର ନେତା ମିର୍ଜା ଇସଲାମ ବେଗ, ଚନ୍ଦନ ସାହୁ, ଆସିଫ ଖାନ, ବିଜୟ ସାହୁ ଓ ପ୍ରତୀକ ଦାସଙ୍କୁ ଆଜି ଭେଟିଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଶ୍ରୀ ଅଜୟ କୁମାର ଲଢ଼ୁ । ଶ୍ରୀଯୁକ୍ତ ଲଲ୍ଲୁଙ୍କ ସହ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ, ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରି, ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ, ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ସେମାନଙ୍କୁ ଜେଲ ଭିତରେ ଭେଟି ସେମାନଙ୍କ…
ଭୁବନେଶ୍ବର: ବିଳମ୍ବରେ ହେଉ ପଛେ ବରିଷ୍ଠ ପ୍ରଶାସକ ଦେବ ପ୍ରସାଦ ଦାସଙ୍କୁ ମିଳିଛି ନ୍ୟାୟ। ତାଙ୍କର ପଦନ୍ନୋତି ସହିତ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ତାଙ୍କୁ ବର୍ତ୍ତମାନ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହିତ ତାଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ପ୍ରଦାନ କରାଯାଇଛି। ସେ ବର୍ତ୍ତମାନ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ସେ ସେହି ବିଭାଗ ସହିତ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ।
କେନ୍ଦୁଝର: ଯୋଡ଼ା ନିକଟରେ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ₹୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସୂଚନା ଅନୁସାରେ ଯୋଡ଼ା ସହରର ଫ୍ଲାଏଓଭର ନିକଟରେ ଗତକାଲି ରାତି ପ୍ରାୟ ୯ଟା ବେଳେ ଏକ ଅଜଣା ଦ୍ରୁତଗାଡ଼ିର ଶିକାର ହୋଇଛନ୍ତି ୬ଜଣ ବାଇକ୍ ଆରୋହୀ। ଅଜଣା ଗାଡ଼ି ଧକ୍କା ଦେବାରୁ ଦୁଇଟି ବାଇକ୍ରେ ବସିଥିବା ୬ଜଣଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୩ଜଣଙ୍କର ଅବସ୍ଥା ଗୁରୁତ୍ୱର ଅଛି। ସେମାନଙ୍କର ଚିକିତ୍ସା ଚାଲିଛି।
ଭୁବନେଶ୍ବର: କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ସଡ଼କ ଦୁର୍ଘଟଣାରେ କର୍ତ୍ତବ୍ୟରତ ୨ଜଣ ପୋଲିସ୍ କର୍ମଚାରୀ ମୃତ୍ୟୁ ଘଟିଛି। ଦୁଇଜଣଙ୍କ ମଧ୍ୟରୁ ଜଣେ ଓଏପିଏଫ୍ କନ୍ଷ୍ଟେବଲ୍ଏବଂ ଜଣେ ହୋମ୍ ଗାର୍ଡ। ସେମାନଙ୍କ ନାମ ହେଲା ଲୋକନାଥ ସବର ଏବଂ ହୋମଗାର୍ଡ ଜଗବନ୍ଧୁ ମାହାଳି। ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଉଭୟ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ₹୧୦ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଭୁବନେଶ୍ୱର: ସମୟ ଥିଲା ସକାଳ ୮ ଟା। ଲୋକାରଣ୍ୟ ହୋଇ ଉଠିଥିଲା ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସର । କାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ଆସିଛନ୍ତି ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିବା ପାଇଁ । କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି ତାଙ୍କ ସହିତ ଥିଲେ ସହଯୋଗୀ ୧୦ ଜଣ ମନ୍ତ୍ରୀ ଓ ରାଜ୍ୟ ପ୍ରଶାସନର ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ସଚିବ ସ୍ତରୀୟ ଅଧିକାରୀଗଣ । ସମ୍ପୂର୍ଣ୍ଣ ରାଜ୍ୟ ପ୍ରଶାସନ ସ୍ଥାନାନ୍ତରିତ ହୋଇଥିଲା ସମ୍ବଲପୁରକୁ ।ଲୋକଙ୍କ ଅଭିଯୋଗ ଶୁଣି ଏହାର ସମାଧାନ କରିବାକୁ । ବାସ୍ତବିକ ଏଇ ହେଉଛି ଲୋକଙ୍କ ସରକାର । ଆଜିଥିଲା ଅଭିଯୋଗ ଶୁଣାଣିର ୧୦ମ ପାଳି। ଏହା ଥିଲା ଅନ୍ୟ ନଅ’ଟି ପାଳି ଠାରୁ ଭିନ୍ନ, କାରଣ ସରକାରଙ୍କ ପାଖକୁ ଲୋକ ଆସି ନାହାନ୍ତି, ସରକାର ଆସିଛନ୍ତି ଲୋକଙ୍କ ଅଭିଯୋଗ ଶୁଣିବାକୁ। ଗତ କାଲି ସନ୍ଧ୍ୟାରେ…
ଦ ସମୀକ୍ଷା ବ୍ୟୁରୋ: ଆମେରିକାର ଉପରାଷ୍ଟ୍ରପତି ଜେ ଡି ଭାନ୍ସ ଆଜି ଚାରି ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ସହିତ ପତ୍ନୀ ଉଷା ଏବଂ ସେମାନଙ୍କର ତିନି ସନ୍ତାନ ମଧ୍ୟ ଭାରତ ଆସିଛନ୍ତି। ନୂଆଦିଲ୍ଲୀର ପାଲମ ବିମାନବନ୍ଦରରେ ପରିବାରକୁ ପାରମ୍ପରିକ ସ୍ୱାଗତ କରାଯାଇଥିଲା। ସେମାନଙ୍କୁ ଲୋକନୃତ୍ୟ ପ୍ରଦର୍ଶନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସ୍ୱାଗତ କରାଯାଇ ଥିଲା। ରେଳ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିମାନ ବନ୍ଦରରେ ଉପରାଷ୍ଟ୍ର ପରିବାରକୁ ସ୍ୱାଗତ କରିଥିଲେ। ଭାନ୍ସଙ୍କ ପୁଅ ଇୱାନ ଏବଂ ବିବେକ ପାରମ୍ପରିକ ଭାରତୀୟ କୁର୍ତ୍ତା-ପାଇଜାମା ପିନ୍ଧି ବିମାନରୁ ବାହାରିବା ଦେଖାଯାଇଥିଲା। ଜଣେ ହଳଦିଆ ଏବଂ ଅନ୍ୟ ଜଣେ ହାଲୁକା ନୀଳ ରଙ୍ଗର ପୋଷାକ ପିନ୍ଧିଥିଲେ। ତାଙ୍କ ଝିଅ ମୀରାବେଲ ଭାରତୀୟ ପାରଂପାରିକ ଡିଜାଇନର ଏକ ନୀଳ ପୋଷାକ ପିନ୍ଧିଥିଲେ। ଉପରାଷ୍ଟ୍ରପତି ଦମ୍ପତି ଏବଂ ସେମାନଙ୍କ ପିଲାମାନଙ୍କୁ ବିମାନବନ୍ଦର ଅଧିକାରୀ ଏବଂ ଗଣମାଧ୍ୟମର ସଦସ୍ୟଙ୍କ ସହିତ ଆଲୋଚନା…
ପୁରୀ: ଆଜି ହେଉଛି ବୈଶାଖମାସ ଅଷ୍ଟମୀ ତିଥୀ। ଏହିଦିନ ପୁରୀରେ ମହାପ୍ରଭୃଙ୍କ ପଇତା ଲାଗି ହୋଇଥାଏ। ସେଥିପାଇଁ ଆଜି ଶ୍ରୀଜିୟୁଙ୍କ ଦର୍ଶନ ସଂଧ୍ୟା ପାଞ୍ଚଟାରୁ ରାତି ଦଶଟା ପର୍ଯ୍ୟନ୍ତ ବନ୍ଦ ରହିବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜିୟୁଙ୍କ ସାଧାରଣ ଦର୍ଶନ ବନ୍ଦ ରଖାଯିବ। ଏ ନେଇ ମନ୍ଦିର ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏହି ପଇତା ଲାଗି ନୀତିକୁ ଦଇତାପତି ସେବକମାନେ କରିଥାଆନ୍ତି। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବାପରେ ମା’ଲଷ୍ମୀ ଏବଂ ମା’ଭୂଦେବୀ ଖଟଶେଯ ଘରକୁ ବିଜେକଲା ପରେ ପଇତା ଲାଗି ନିମନ୍ତେ ଦଇତାପତି ସେବକ ମାନେ ଗର୍ଭ ଗୃହରେ ପ୍ରବେଶ କରିଥିଥାନ୍ତି । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ ରହିଥାଏ। ଦଇତାପତି ସେବକମାନେ ଦେଉଳକରଣ ଙ୍କ ଠାରୁ ଉକ୍ତ ତିନି ରଙ୍ଗର ପାଟ ପଇତା ଗ୍ରହଣ କରି ପତି ମହାପାତ୍ର ଙ୍କ ଉପସ୍ଥିତି ରେ ଶ୍ରୀଜୀଉମାନଙ୍କ ଠାରେ ପଇତା…
ଭୁବନେଶ୍ବର: ସାତ ଦିନ ପରେ ଡେଲାଙ୍ଗର ନିଖୋଜ ନାବାଳକ ଆର୍ଶିବାଦ ସାହୁର ମୃତ ଦେହ ମିଳିଛି। ତାଙ୍କ ମୃତ ଦେହ ଡେଲାଙ୍ଗ ଥାନା ରତନପୁର ଗାଁର ଜଣେ ବ୍ୟକ୍ତିଙ୍କ ଘର ପାଇଖାନା ଟାଙ୍କିରୁ ମିଳିଛି। ଫଳରେ ଆର୍ଶିବାଦକୁ କେହି ହତ୍ୟା କରି ପାଇଖାନା ଟାଙ୍କିରେ ପକାଇଥିବାର ସ୍ପଷ୍ଟ ହୋଇଛି। ଏହି ଘଟଣାରେ ପୋଲିସ ଆର୍ଶିବାଦର ସଂପର୍କିୟ ଦାଦା ବାପି ସାହୁଙ୍କୁ ଅଟକ ରଖିଛି। ଏହି ଘଟଣା ଜଣାପଡିବା ପରେ ଗାଁ ଲୋକେ ଉତେକ୍ତ ହୋଇ ଉଠିଛନ୍ତି। ସାତଦିନ ଧରି ପିଲାକୁ ଖୋଜିବାରେ ବ୍ୟସ୍ତ ଥିବା ଗାଁ ଲୋକେ ଆର୍ଶିବାଦର ମୃତଦେହ ମିଳିବା ଏବଂ ସଂପର୍କୀୟ ଦାଦାଙ୍କୁ ପୋଲିସ ଅଟକ ରଖିବା ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଉତ୍ତେକ୍ତ ଗ୍ରାମବାସୀ ବାପି ସାହୁଙ୍କ ଘର ଭାଙ୍ଗି ଦେଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ପୁରୀ ଡେଲାଙ୍ଗ ବ୍ଲକ୍ ରତନପୁର ଗାଁର ମାନସ ସାହୁଙ୍କ ପୁଅ ଆର୍ଶିବାଦ ଗତ ୧୫ ତାରିଖ ସନ୍ଧ୍ୟାରେ ଗାଁ ଦାଣ୍ଡରେ…
ନୂଆଦିଲ୍ଲୀ: ଆମେରିକାର ଉପରାଷ୍ଟ୍ରପତି ଜେ ଡି ଭାନ୍ସ ଚାରି ଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିବେ। ତାଙ୍କ ସହିତ ଆମେରିକାର ଦ୍ୱିତୀୟ ମହିଳା ଉଷା ଭାନ୍ସ, ସେମାନଙ୍କ ପିଲାମାନେ ଏବଂ ଆମେରିକୀୟ ପ୍ରଶାସନର ବରିଷ୍ଠ ସଦସ୍ୟମାନେ ମଧ୍ୟ ତାଙ୍କ ସହ ଆସୁଛନ୍ତି। ଶ୍ରୀଯୁକ୍ତ ଭାନ୍ସ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ସାକ୍ଷାତ ସମୟରେ, ଉଭୟ ପକ୍ଷ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ନିବିଡ଼ କରିବା ପାଇଁ ଆଲୋଚନା କରିବାର ଆଶା କରାଯାଉଛି। ଆମେରିକାର ଉପରାଷ୍ଟ୍ରପତି ଏବଂ ତାଙ୍କ ପ୍ରତିନିଧିମଣ୍ଡଳ ଦିଲ୍ଲୀରେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ। ସେଥିମଧ୍ୟରେ ସେ ଜୟପୁର ଏବଂ ଆଗ୍ରା ଗସ୍ତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଆମେରିକାର ଉପରାଷ୍ଟ୍ରପତି ଜେ ଡି ଭାନ୍ସଙ୍କ ପ୍ରଥମ ଭାରତ ଗସ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତି ଏବଂ ଭାରତ-ଆମେରିକୀୟ ମିଳିତ ବିବୃତ୍ତିର…
Former DGP Murder: ଜଣେ ପୂର୍ବତ୍ତନ ପୋଲିସ ଡିଜିଙ୍କୁ ହତ୍ୟା କରାଯାଇଥିବାର ଆଶ୍ଚର୍ଯ୍ୟଜନକ ରିପୋର୍ଟ ମିଳିଛି। ସେ ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ପୋଲିସ ଡିଜି ଓମ ପ୍ରକାଶ। ବେଙ୍ଗାଲୁରୁର ଏଚ୍ଏସ୍ଆର ଲେଆଉଟ୍ରେ ଥିବା ତାଙ୍କ ବାସଭବନରେ ଓମ୍ ପ୍ରକାଶଙ୍କ ରହସ୍ୟମୟ ପରିସ୍ଥିତିରେ ମୃତଦେହ ମିଳିଥିଲା। ତାଙ୍କ ମୃତ୍ୟୁ ଖବର ପାଇ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଥିଲେ। ପ୍ରକାଶଙ୍କ ଶରୀରରେ କ୍ଷତ ଚିହ୍ନ ମିଳିଥିଲା, ଯାହା ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି। ପ୍ରାଥମିକ ସୂଚନା ଆଧାରରେ ପୋଲିସ ପରିବାରର ଜଣେ ନିକଟତମ ସଦସ୍ୟଙ୍କ ସମ୍ପୃକ୍ତି ସନ୍ଦେହ କରୁଛି। ପ୍ରକାଶଙ୍କ ସ୍ତ୍ରୀ ପଲ୍ଲବୀ ବର୍ତ୍ତମାନ ମୁଖ୍ୟ ସନ୍ଦିଗ୍ଧ ବୋଲି ସନ୍ଦେହ କରାଯାଇଛି। ପ୍ରକାଶଙ୍କ ମୃତ୍ୟୁ ସମ୍ପର୍କରେ ପୋଲିସ ତାଙ୍କ ସ୍ତ୍ରୀ ଏବଂ ଝିଅଙ୍କୁ ପଚରାଉଚରା ଆରମ୍ଭ କରିଛି। ରବିବାର ସନ୍ଧ୍ୟା ୫:୩୦ ସମୟରେ ପୂର୍ବତନ ଡିଜିପିଙ୍କ ମୃତଦେହ ତାଙ୍କ ତିନି ମହଲା ଘରର ତଳ ମହଲାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ…
ନୂଆଦିଲ୍ଲୀ: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ପ୍ରତ୍ୟକ୍ଷ ଲାଭ ଟ୍ରାନ୍ସଫର ବା ଡିବିଟି ପଦକ୍ଷେପ ଯୋଗୁଁ ୩.୪୮ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିଛି। ଭାରତର ଡିବିଟି ସିଷ୍ଟମର ପରିମାଣାତ୍ମକ ମୂଲ୍ୟାଙ୍କନ ଶୀର୍ଷକ ନୀତି ପତ୍ରକୁ ଉଦ୍ଧୃତ କରି ଶ୍ରୀ ବୈଷ୍ଣବ ଏକ ସୋସିଆଲ ମିଡିଆ ଏହା ପୋଷ୍ଟରେ କହିଛନ୍ତି। ସେ କହିଛନ୍ତି ଯେ ଏହି କଲ୍ୟାଣକାରୀ ପ୍ରଦାନ ମଡେଲ ଅଧୀନରେ, ହିତାଧିକାରୀଙ୍କ କଭରେଜ୍ ୧୬ ଗୁଣ ବୃଦ୍ଧି ପାଇଛି। ନୀତି ପତ୍ର ଅନୁଯାୟୀ, ୨୦୧୩ ରେ କାର୍ୟ୍ୟକାରୀ ହୋଇଥିବା ଦେଶର ଡିବିଟି ସିଷ୍ଟମ ସ୍ୱଚ୍ଛତା ବୃଦ୍ଧି କରି, ବାଟମାରଣା ରୋକିବା ଏବଂ ସଠିକ୍ ପାଣ୍ଠି ବଣ୍ଟନ ସୁନିଶ୍ଚିତ କରି କଲ୍ୟାଣକାରୀ ପ୍ରଦାନକୁ ପୁନଃପରିଭାଷିତ କରିଛି। ଏହି ନୀତି ଡକ୍ୟୁମେଣ୍ଟ ବଜେଟ ଦକ୍ଷତା, ସବସିଡି ଯୁକ୍ତିଯୁକ୍ତକରଣ ଏବଂ ସାମାଜିକ ଫଳାଫଳ ଉପରେ ଡିବିଟିର ପ୍ରଭାବ ମୂଲ୍ୟାଙ୍କନ କରିବା ପାଇଁ ୨୦୦୯ ରୁ ୨୦୨୪ ପର୍ୟ୍ୟନ୍ତ…
ନୂଆଦିଲ୍ଲୀ: ମଇ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ପ୍ରଥମ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ ପୂର୍ବରୁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ବିଭିନ୍ନ ସମାଚାର ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଜାତୀୟ ତଥା ଆଞ୍ଚଳିକ ସମ୍ବାଦ ଗଣମାଧ୍ୟମର ପ୍ରାୟ ୨୫ଟି ଗଣମାଧ୍ୟମ ସଂସ୍ଥାର ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଓଡ଼ିଶାରୁ ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ ଏହି ଆଲୋଚନାରେ ଉପସ୍ଥିତ ଥିଲେ । ବର୍ତ୍ତମାନ ଦେଖାଦେଇଥିବା ଆହ୍ୱାନଗୁଡ଼ିକ ଉପରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ପ୍ରଯୁକ୍ତିର ଆଗମନ ସହିତ ପୁରୁଣା ମଡେଲ ନୂତନ ମଡେଲକୁ ବାଟ ଦେଖାଉଛି, ସୁଯୋଗ ସୃଷ୍ଟି କରିବା ସହିତ ଆହ୍ୱାନ ମଧ୍ୟ ସୃଷ୍ଟି କରୁଛି। ଗଣମାଧ୍ୟମ ଜଗତର ସ୍ୱରୂପ ବଦଳୁଛି ବୋଲି ସେ କହିଛନ୍ତି ଏବଂ ନୂତନ ମଡେଲକୁ ପ୍ରତିକ୍ରିୟା ଦେବା ପାଇଁ ଏକ ଦେଶ ଭାବରେ…
ଜୀବନ ଶୈଳୀ: ବର୍ତ୍ତମାନ ଫେବୃୟାରୀ ମାସରେ ପ୍ରଚଣ୍ଡ ଗରମ ଅନୁଭୂତ ହେଉଛି। ଏହି ସମୟରେ ନିଜକୁ ସତେଜ ଏବଂ ଥଣ୍ଡା ରଖିବା ଏକ ଚ୍ୟାଲେଞ୍ଜଠାରୁ କମ୍ ନୁହେଁ। ଅନେକ ଥର ଗରମ ହେତୁ ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟ ବହୁତ ଖରାପ ହୋଇଯାଏ। ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଏପରି କିଛି ଖାଦ୍ୟ ସାମଗ୍ରୀ ବିଷୟରେ ସୂଚନା ଦେଉଛୁ, ଯାହାକୁ ଯଦି ଆପଣ ଗ୍ରୀଷ୍ମ ଋତୁରେ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତି, ତେବେ ଆପଣଙ୍କ ଶରୀର ମଧ୍ୟ ଥଣ୍ଡା ରହିବ। ଆପଣ ମଧ୍ୟ ସତେଜ ଅନୁଭବ କରିବେ। ଆସନ୍ତୁ ଜାଣିବା ଏହି ବିଷୟରେ…. ନଡ଼ିଆ- ନଡ଼ିଆର ଥଣ୍ଡା ପ୍ରଭାବ ଅଛି। ଏପରି ପରିସ୍ଥିତିରେ, ଗ୍ରୀଷ୍ମ ଋତୁ ବା ଗରମ ସମୟରେ ନଡିଆ ଖାଇବା ଆପଣଙ୍କ ଶରୀରକୁ ଥଣ୍ଡା କରିପାରେ। ଏଥିରେ ପ୍ରଚୁର ପରିମାଣର ଜଳ ରହିଥାଏ, ଯାହା ଶରୀରକୁ ହାଇଡ୍ରେଟ୍ କରିଥାଏ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍, ମିନେରାଲ୍ସ, କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନ୍ ମଧ୍ୟ ରହିଥାଏ।…
ମେଷ- ଆପଣଙ୍କର କିଛି ସମସ୍ୟାର ସମାଧାନ ହୋଇପାରେ । ଛାତ୍ରମାନେ ଜୀବନରେ ଆଗକୁ ବଢିବାକୁ ଅନେକ ସୁଯୋଗ ପାଇବେ । ସେମାନେ ଏହି ସୁଯୋଗଗୁଡିକର ଭଲ ବ୍ୟବହାର କରିବା ଉଚିତ୍ । ଯୋଜନା ପ୍ରସ୍ତୁତ କରିବା ସମୟରେ କୌଣସି ଅବହେଳା ହେବା ଉଚିତ୍ ନୁହେଁ । ତୁମେ ଯାହା ଚେଷ୍ଟା କର, ସଚ୍ଚୋଟ ଭାବରେ କର । ଆଜି ଏକ ମିଶ୍ରିତ ଦିନ ହେବ । ଧନପ୍ରାପ୍ତିର ଯୋଗ ରହିଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚର ମଧ୍ୟ ଅଧିକ ହେବ । ବୃଷ- ଅର୍ଥନୈତିକ ଲାଭର ରାଶି ସୃଷ୍ଟି ହେଉଛି । ବ୍ୟବସାୟରେ ନୂତନ ଯୋଜନା ଆରମ୍ଭ ହୋଇପାରେ। ଏକ ଭଲ ପଦକ୍ଷେପ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ, କିନ୍ତୁ ଆପଣ ବାହାରେ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଆପଣ କାର୍ଯ୍ୟ କରିବାର ପଦ୍ଧତିରେ ପରିବର୍ତ୍ତନ କରନ୍ତୁ, ନଚେତ୍ କ୍ଷତି ହୋଇପାରେ। ଘର ସାଜସଜ୍ଜା ବହୁ ପରିମାଣରେ ଖର୍ଚ୍ଚ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବଲପୁର ଗସ୍ତରେ ଅଛନ୍ତି। ସେ ବିମାନରେ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିଜେପି କର୍ମିମାନେ ସ୍ବାଗତ କରିଥିଲେ। ଏହାପରେ ସେ ସମ୍ବଲପୁରରେ ପହଞ୍ଚି ମା ସମଲେଶ୍ବରୀଙ୍କୁ ଦର୍ଶନ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ମନ୍ଦିର ଦର୍ଶନ କରିବା ସହିତ ମା ସମଲେଇ ପ୍ରକଳ୍ପ ବୁଲିଦେଖିଥିଲେ। ଏହାପରେ ସେ ଆସନ୍ତାକାଲି ସମ୍ବଲପୁରରେ ଅଭିଯୋଗ ଶୁଣାଣୀ କରିବେ। ଏଥିରେ କେତେକ ମନ୍ତ୍ରୀ ଓ ବିଧାୟକ ଯୋଗଦେବା ସହିତ ଅଫିସରମାନେ ମଧ୍ୟ ଉପସ୍ଥିତ ରହିବେ। ସେଥିପାଇଁ ମୁଖ୍ୟମନ୍ତ୍ରୀ ସହିତ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟଶାସନ ସଚିବ ଗସ୍ତ କରିଛନ୍ତି।
ଭୁବନେଶ୍ୱର:- ସାମ୍ୟବାଦୀ ଆନ୍ଦୋଳନର ଅନ୍ୟତମ ସାରଥୀ କମ୍ରେଡ୍ ସିପିଆଇ ର ପୂର୍ବତନ ରାଜ୍ୟ ସମ୍ପାଦକ ଦିବାକର ନାୟକଙ୍କ ଶବାଧାରରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିବା ବେଳେ ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ଏବଂ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ମଧ୍ୟ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ଶ୍ରୀଯୁକ୍ତ ହରିଚନ୍ଦନ କହିଛନ୍ତି କି ସ୍ବର୍ଗତ ଦିବାକର ବାବୁ ଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ଥିଲା।ଦିବାକର ବାବୁ ବିଶିଷ୍ଟ ସାମ୍ୟବାଦୀ ନେତା ଗୁରୁ ଚରଣ ପଟ୍ଟନାୟକ ଏବଂ ଅନନ୍ତ ପଟ୍ଟନାୟକ ଙ୍କ ସହଯୋଗୀ ଥିଲେ ।ସ୍ବର୍ଗତ ଦିବାକର ବାବୁ ବହୁ ଜନ ଆନ୍ଦୋଳନର ନେତୃତ୍ଵ ନେଇଥିଲେ।ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ଶ୍ରୀଯୁକ୍ତ ହରିଚନ୍ଦନ।
ଭୁବନେଶ୍ବର: ଶ୍ରୀମନ୍ଦିରର ରତ୍ନଭଣ୍ଡାର କାର୍ଯ୍ୟ ଆସନ୍ତା ସ୍ନାନ ଯାତ୍ରା ପୂର୍ବରୁ ଶେଷ ହେବ। ଏ ନେଇ ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ନୀତିକାନ୍ତିକୁ ଦେଖି ମରାମତି କାର୍ଯ୍ୟ ଚାଲିଛି। ଦିନକୁ ମାତ୍ର ଦୁଇଘଣ୍ଟା ଭିତରେ କାମ ହେଉଛି। ବର୍ତ୍ତମାନ ମରାମତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଲାଣି ବୋଲି ସେ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଯଦି ରତ୍ନଭଣ୍ଡାର ମରାମତି କରାଯାଇ ନ ଥାଆନ୍ତା ତେବେ ଯାହା ସ୍ଥିତି ଥିଲା ତାହା କେତେବେଳେ ଭୁଷୁଡି ପଡିଥାଆନ୍ତା। ସେଥିପାଇଁ ଏଏସଆଇ କୁ କୌଣସି ବ୍ୟସ୍ତ ନ କରି ତାଙ୍କ ହିସାବରେ କାମ କରିବା ପାଇଁ କୁହାଯାଇଛି। ଏଥର ମରାମତି ଏପରି କରାଯାଉଛି ଯେପରି ଆଉ ଶହେ ବର୍ଷ ପାଇଁ ଯେପରି କିଛି କରିବାକୁ ପଡିବ ନାହିଁ। ତେବେ ବର୍ତ୍ତମାନ ସ୍ନାନଯାତ୍ରା ପୂର୍ବରୁ କାମ ଶେଷ କରିବାକୁ ଚେଷ୍ଠା କରାଯାଉ ବୋଲି ମନ୍ତ୍ରୀ କହିଛନ୍ତି।
ଭୁବନେଶ୍ବର: ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କେବେ ହେବ। ଏବେ ଏହାକୁ ନେଇ ଉଠିଛି ପ୍ରଶ୍ନ। କାରଣ ସ୍ବର୍ଗତ ନବ ଦାସଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସିବିଆଇ ତଦନ୍ତ ପାଇଁ ଦାବୀ କରିଥିଲେ। ଏହି ଦାବୀ କରିବାର ପ୍ରାୟ ମାସେ ବିତିଗଲାଣି, ହେଲେ ଏ ପର୍ଯ୍ୟନ୍ତ ସିବିଆଇ ତଦନ୍ତ ହୋଇପାରି ନାହିଁ। ଫଳରେ ସାଧାରଣରେ ଏ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏତିକି ନୁହେଁ ନବ ଦାସଙ୍କ ପୁତ୍ର ବିଶାଳ ଦାସ ମଧ୍ୟ ଏ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ସିବିଆଇ ତଦନ୍ତ ପାଇଁ ଆମେ ଅନୁରୋଧ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କିଛି ହୋଇପାରି ନାହିଁ। ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ହେବାକୁ ନେଇ ବେଶ କିଛିଦିନ ଧରି ରାଜନୀତି ଚାଲିଥିଲା। କାରଣ ବିଜେପିର ମନ୍ତ୍ରୀ ବିଧାୟକ କହିଥିଲେ ଯେ, ଯଦି ନବ ଦାସଙ୍କ ପରିବାର ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଦେବେ ତେବେ…
ଭୁବନେଶ୍ବର: ବରିଷ୍ଠ ସିପିଆଇ ନେତା ଦିବାକର ନାୟକଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଥିଲା।ସେ କିଡନୀ ରୋଗରେ ପିଡତ ହୋଇ ଏମସରେ ଚିକିତ୍ସିତ ହେଉଥିଲା। ଦୁଇଦିନ ତଳେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଯ୍ୟ କରି ସିପିଆଇ କାର୍ଯ୍ୟାଳୟ ଭଗବତୀ ଭବନରେ ରହୁଥିଲେ। ହେଲେ ଗତକାଲି ବିଳମ୍ବିତ ରାତିରେ ଦେହତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ସେ ସିପିଆଇର ସାଧାରଣ ସଂପାଦକ ଭାବେ କାର୍ଯ୍ୟ କରୁଥିଲେ। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସେଣ୍ଢତୀରା ଗାଁରେ ଜନ୍ମ ଗ୍ରହଣ କରିଥିଲେ ଦିବାକର ନାୟକ । ଛାତ୍ର ରାଜନୀତିରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ତାଙ୍କ ବିୟୋଗରେ ବାମ ଦଳ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ନିଜ ଗାଁ ଭଦ୍ରକ ସେଣ୍ଢିତୀରାରେ ଦିବାକର ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।
ଭୁବନେଶ୍ବର: ଗତକାଲି ବିଜୁ ଜନତା ଦଳର ସଭାପତିଙ୍କ ନାମ ଘୋଷଣା ହୋଇଛି। ନବମ ଥର ପାଇଁ ନବୀନ ପଟ୍ଟନାୟକ ଦଳର ସଭାପତି ମୁକୁଟ ପିନ୍ଧିଛନ୍ତି। ହେଲେ ସେଥିରେ କିଛି ଆଶ୍ଚର୍ଯ୍ୟଜନକ କଥା ନାହିଁ। କାରଣ ବିଜେଡିର ନବୀନଙ୍କ ବ୍ୟତିରକେ ଅନ୍ୟ କେହି ସଭାପତି ହେବେ ନାହିଁ ତାହା ସମସ୍ତେ ଜାଣନ୍ତି। କେବଳ ଦଳର ନିୟମ ଅନୁସାରେ ଏହା କରାଯାଇଛି। ସେହିପରି ବହୁ ବାଦ ବିବାଦ ପରେ ରାଜ୍ୟ କଂଗ୍ରେସକୁ ମଧ୍ୟ ସଭାପତି ମିଳିଯାଇଛି। ଦୀର୍ଘ ଦିନ ଧରି କଂଗ୍ରେସ ମଧ୍ୟ କାହାକୁ ସଭାପତି କରିବ ସେ ନେଇ ଚର୍ଚ୍ଚା ଚାଲିଥିଲା। ଏ ନେଇ ଦିଲ୍ଲୀରେ ମଧ୍ୟ ଦଳର କେତକ ବରିଷ୍ଠ ନେତାମାନେ ବେଶ ଲବି ମଧ୍ୟ କରିଥିଲେ। ହେଲେ ଶେଷରେ ପୂର୍ବତନ ମନ୍ତ୍ରୀ ଭକ୍ତ ଦାସଙ୍କୁ ସଭାପତି କରାଯାଇଛି। ସେ ଦାୟିତ୍ବ ନେବାପରେ ବେଶ ଭଲ କାମ ମଧ୍ୟ କରିବା ଆରମ୍ଭ କରିଛନ୍ତି। ତାଙ୍କ ନେତୃତ୍ବରେ ଦଳ ବେଶ ସକ୍ରିୟ ହୋଇପାରିଛି।…

