Author: Samikhsya Bureau

ନୂଆଦିଲ୍ଲୀ: ଆଜିଠାରୁ ଦେଶର ବିଭିନ୍ନ ସ୍ଥାନରେ ପାରମ୍ପରିକ କୃଷି ପର୍ବ ପାଳନ କରାଯାଉଛି। ପଞ୍ଜାବର ଲୋକମାନେ ଏହାକୁ ‘ବୈଶାଖୀ’ କହୁଥିବା ବେଳେ କେରଳବାସୀ ଏହାକୁ ‘ବିଷୁ’ ବୋଲି ଡାକୁଛନ୍ତି, ପଶ୍ଚିମବଙ୍ଗରେ ଏହାକୁ ‘ପୋଇଲା ବୈଶାଖ’ ଭାବରେ ପାଳନ କରାଯାଉଛି। ଆସାମରେ ‘ବୋହାଗ ବିହୁ’ ଭାବରେ। ତାମିଲନାଡୁର ଲୋକମାନେ ଏହି ପର୍ବକୁ ‘ପୁଥାଣ୍ଡୁ’ ଭାବରେ ପାଳନ କରନ୍ତି। ଦେଶର ଉତ୍ତର ଭାଗରେ ଲୋକମାନେ ଆଜି ପୂର୍ଣ୍ଣ ଉତ୍ସାହ ଏବଂ ଭାଇଚାରା ସହିତ ବୈଶାଖୀର ବସନ୍ତ କୃଷି ପର୍ବ ପାଳନ କରୁଛନ୍ତି। ଚାଷୀମାନେ, ବିଶେଷକରି ପଞ୍ଜାବ ଏବଂ ହରିୟାଣାରେ, ଭଲ ଫସଲ ପାଇଁ ଖୁସି ପ୍ରକାଶ କରୁଛନ୍ତି ଏବଂ ଆଗାମୀ ବର୍ଷରେ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛନ୍ତି। ତାମିଲନାଡୁର ଲୋକମାନେ ଆସନ୍ତାକାଲି ପୁଥାଣ୍ଡୁ ପାଳନ କରିବେ। ତାମିଲ ମାସର ପ୍ରଥମ ଦିନ, ଚିତ୍ତରାଇରେ ଏହି ଦିନକୁ ଅତ୍ୟନ୍ତ ଉତ୍ସାହ ଏବଂ ଉଦ୍ଧିପନାର ସହିତ ତାମିଲ ନବବର୍ଷ ଭାବରେ ପାଳନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,…

Read More

ନୂଆଦିଲ୍ଲୀ: ରୋଜଭ୍ୟାଲି ଚିଟଫଣ୍ଡରେ ବୁଡିଯାଇଥିବା ଟଙ୍କା ମିଳିବାର ସମ୍ଭାବନା ଦେଖାଦେଇଛି। କାରଣ ଗତକାଲି କେନ୍ଦ୍ର ସରକାର ଏହି କଂପାନୀର ଜବତ ହୋଇଥିବା ବିଭିନ୍ନ ସୁତ୍ରରୁ ୫୧୫ କୋଟି ୩୧ ଲକ୍ଷ ଟଙ୍କା ଜମା କରିଛନ୍ତି। କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଆସେଟସ୍ ଡିସ୍‌ପୋଜାଲ କମିଟି ବା ଏଡିସିର ଅଧ୍ୟକ୍ଷଙ୍କ ନିକଟରେ ଚେକ ଜମା କରିଛନ୍ତି। କୋଲକାତାର ରୋଜଭ୍ୟାଲି କଂପାନୀ ଲୋକମାନଙ୍କୁ ବଡ ଆଶା ଦେଖାଇ ପଶ୍ଚିମବଂଗ ଏବଂ ଓଡିଶାରୁ କୋଟିକୋଟି ଟଙ୍କା ଠକି ନେଇଥିଲା। ପରେ ସିବିଆଇ ତଦନ୍ତରେ ତାହା ଜଣାପଡିବା ପରେ କଂପାନୀ ମାଲିକ ସହ ବହୁ ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି। ବର୍ତ୍ତମାନ ଅର୍ଥବିଭାଗ ଟଙ୍କା ପ୍ରଦାନ କରିବା ପରେ ଓଡିଶା ଜମାକାରୀ ଟଙ୍କା ପାଇବେ ବୋଲି ଆଶା କରାଯାଉଛି।

Read More

ଭୁବନେଶ୍ବର: ଆଜି ହେଉଛି ଭୁବନେଶ୍ବର ପ୍ରତିଷ୍ଠା ଦିବସ। ରାଜଧାନୀ ପ୍ରତିଷ୍ଠା ହେବାରେ ଆଜିକୁ ପୁରିଲା ୭୭ ବର୍ଷ। ସେଥିପାଇଁ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଜି ସକାଳେ ଓଡିଶା ବିଧାନସୌଧ ସମ୍ମୁଖସ୍ଥ ଶିଳାନ୍ୟାସ ଫଳକରେ ମାଲ୍ୟାର୍ପଣ କରିଛନ୍ତି ବାଚସ୍ପତି ସୁରମା ପାଢୀ। ଏଥିରେ ବିଏମସି ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗଦେଇଥିଲେ। ଏହାପରେ ଏକ ପାରେଡ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ବାଚସ୍ପତି ଅଭିବାଦନ ଗ୍ରହଣ କରିଥିଲେ। ଏହି ପାରେଡରେ ଏକୋଇଶିଟି ଦଳ ଭାଗ ନେଇଥିଲେ।ଏତଦବ୍ୟତୀତ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀର ମଧ୍ୟ ଉଦଘାଟନ କରାଯାଇଛି। ଆଜି ସଂଧ୍ୟାରେ ଉତ୍କଳ ମଣ୍ଡପରେ ଏକ ସଭାର ଆୟୋଜନ କରାଯାଇଛି। ଏଥିରେ ରାଜ୍ୟପାଳ ହରିବାବୁ କୁମ୍ଭମପତି ଯୋଗଦେବେ।

Read More

ଭୁବନେଶ୍ବର: ଆଜି ହେଉଛି ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ। ଏହି ଦିବସକୁ ସରକାରୀ ଭାବେ ବିଧାନସଭା ସମ୍ମୁଖରେ ପାଳନ କରାଯାଇଛି। ଏଥିରେ ବାଚସ୍ପତି ସୁରମା ପାଢୀ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ। ଏଥିରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଯୋଗ ଦେଇପାରି ନ ଥିଲେ। ଯାହାକୁ ନେଇ ମେୟର ସୁଲୋଚନା ଦାସ ତାଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଅପରାଜିତା ହେଉଛନ୍ତି ଭୁବେନେଶ୍ବରର ସାଂସଦ। ଆଜି ହେଉଛି ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ। ସେ ସାଂସଦ ହିସାବରେ ଏହି କାର୍ଯ୍ୟକ୍ରମରେ ଯୋଗଦେବା କଥା। ହେଲେ ସେ ଆସିଲେ ନାହିଁ। ଆମେ ଜାଣିଛୁ ପୁରୀରେ ତାଙ୍କର ଦଳୀୟ କାର୍ଯ୍ୟକ୍ରମ ଚାଲିଛି। ସେହି କାର୍ଯ୍ୟକ୍ରମ ତାଙ୍କ ପାଇଁ ବଡ। ରାଜଧାନୀ ପ୍ରତିଷ୍ଠା ଦିବସ ବଡ ନହେଁ। ମେୟର ଆହୁରି କହିଛନ୍ତି ଯେ, ପ୍ରତିଷ୍ଠା ଦିବସ ସକାଳୁ ଆରମ୍ଭ ହୋଇଛି। ସେ ଚାହିଁଥିଲେ ସକାଳେ ଏଠାରେ ଯୋଗ ଦେଇ ପୁରୀ ଯାଇପାରି ଥାଆନ୍ତେ। ହେଲେ…

Read More

ପୁରାଣ ଗପ: ଥରେ ଇନ୍ଦ୍ର ଦେବ ଏକ ସଭା କରିବା ପାଇଁ ସମସ୍ତ ଦେବତାଙ୍କୁ ନିମନ୍ତ୍ରଣ ପଠାଇଲେ। ସେହି ନମନ୍ତ୍ରଣ ପତ୍ର ପାଇବା ପରେ ନିର୍ଦ୍ଧାରିତ ସମୟରେ ସବୁ ଦେବତାମାନେ ଧିରେ ଧିରେ ଇନ୍ଦ୍ର ସଭାକୁ ଆଗମନ କଲେ। ଇନ୍ଦ୍ରସଭାକୁ କେଉଁମାନେ ଆସୁଛନ୍ତି ତାହା ଦେଖିବା ପାଇଁ କାହିଁକି କେଜାଣି ଜଟାୟୁ ପକ୍ଷୀଙ୍କର ଇଚ୍ଛା ପ୍ରକଟ ହେଲା। ସେଥିପାଇଁ ସେ ଇନ୍ଦ୍ରସଭାର ଅଳ୍ପ ଦୂରରେ ଥିବା ଏକ ଗଛରେ ବସି ରହିଲେ। ଜଣଙ୍କ ପରେ ଜଣେ ଇନ୍ଦ୍ର ସଭାକୁ ଗମନ କରୁଥାନ୍ତି, ତାହା ସବୁ ନିରୀକ୍ଷଣ କରୁଥିଲେ ଜଟାୟୁ ପକ୍ଷୀ। ଶେଷରେ ଆସିଲେ ଯମ ରାଜା ବା ଯମ ଦେବ। ସେ ମଧ୍ୟ ସେହି ସଭାକୁ ନିମନ୍ତ୍ରିତ ହୋଇଥାନ୍ତି। ଯମ ଦେବ ତାଙ୍କ ମଇଁଷି ପିଠିରୁ ଓହ୍ଲାଇ ସଭା ଆଡକୁ ଗତି କଲେ। ହେଲ ହଠାତ ସେ ଏକ ଛୋଟିଆ ପକ୍ଷୀକୁ ଦେଖି ଅଟକିଗଲେ। କାହିଁକି ଅଟକିଲେ ବୋଲି ଜଟାୟୁ ଆଶ୍ଚର୍ଯ୍ୟ ହୋଇଗଲେ।…

Read More

ନୂଆଦିଲ୍ଲୀ: ଚିଲ ପକ୍ଷୀଟି ଅତି ସୁନ୍ଦର ପକ୍ଷୀମାନଙ୍କ ମଧ୍ୟରେ ଗଣାଯାଏ। ଯେତେବେଳେ ଚିଲ ଆକାଶରେ ଉଡେ ସେତେବେଳେ ଯେ କେହି ଦେଖେ ସେ ବିମୋହିତ ହୋଇପଡେ। ହେଲେ ଚିଲ ପକ୍ଷୀକୁ ସାଧାରଣତଃ ଅଶୁଭ ବୋଲି ଧରାଯାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚିଲ ପକ୍ଷୀ ସହିତ ଶୁଭ କଥା ମଧ୍ୟ ଜଡିତ ରହିଛି। ହେଲେ ତାହା କ୍ବଚିତ ଦେଖା ଯାଇଥାଏ। କିନ୍ତୁ ଯେତେବେଳେ ମିଳିଲା, ସେଗୁଡିକ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ଜଣାପଡିଛି। ଆସନ୍ତୁ ବର୍ତ୍ତମାନ ଚିଲ ସହିତ ଜଡିତ ଶୁଭ ଅଶୁଭ ବିଷୟରେ ଆଲୋଚନା କରିବା- ଚିଲ ସହିତ ଜଡିତ ଶୁଭଅଶୁଭ କଥା ୧- ଯେଉଁ ବିଲଡିଂରେ ଚିଲ ବସିବା ଆରମ୍ଭ କରନ୍ତି, ସେହି ବିଲ୍ଡିଂରେ ରହୁଥିବା ଲୋକଙ୍କ ଭାଗ୍ୟ ଖରାପ ହୁଏ । ସେହି ଘରେ ରହୁଥିବା ଲୋକମାନେ ଦୁର୍ଭାଗ୍ୟଜନକ ହୁଅନ୍ତି। ପ୍ରାୟତଃ ଏହିପରି ଅଟ୍ଟାଳିକା ନଷ୍ଟ ହୋଇଯାଏ। ୨- ଉଡିବା ସମୟରେ ଯଦି ଚିଲ କାହାର ମସ୍ତିଷ୍କକୁ…

Read More

ଭୁବନେଶ୍ବର: ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ଆରମ୍ଭ ହେବ “ମା କାଳିକା”ଙ୍କର ଓଡିଶା ପ୍ରସିଦ୍ଧ ପଣାଯାତ୍ରା। ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ। ଜାତୀୟ ରାଜପଥରୁ ଦକ୍ଷିଣକୁ ମାତ୍ର ପାଞ୍ଚ କିଲୋମିଟର ଗଲେ ପଡେ “ଡିଙ୍ଗର” ଗ୍ରାମ। ପ୍ରତି ବର୍ଷ ଏହି ମହାବିଷୁବ ସଂକ୍ରାନ୍ତି ଦିନରେ ପାଳିତ ହୁଏ, ଏ ଅଞ୍ଚଳର ସବୁଠାରୁ ବଡପର୍ବ ତଥା ଏହି ଗଣପର୍ବ। ଏହି ଗଣପର୍ବକୁ ଏଇଥିପାଇଁ ପଣାଯାତ୍ରା କୁହାଯାଏ ଯେ, ମା “କାଳିକା”ଙ୍କ ନିକଟରେ ପଣା ଲାଗି ହୁଏ। ଯେଉଁମାନେ ମା’ଙ୍କର ସେବା କରନ୍ତି, ସେମାନେ ସଂଧ୍ୟା ସମୟରେ ଥରେ ମାତ୍ର ପଣା ପିଇଥାନ୍ତି ଓ ଅନ୍ୟ ସମୟତକ ନିର୍ଜଳ ଉପବାସରେ ରହିଥାନ୍ତି। କଦଳୀ, ମିଶ୍ରି, ନବାତ, ଗୋଲମରିଚ, ବଟା ମୁଗର ସମ୍ମିଶ୍ରଣରେ ପ୍ରସ୍ତୁତ ହୂଏ ଏହି ସୁସ୍ୱାଦୁ ପଣା। ମହାବିଷୁବ ସଂକ୍ରାନ୍ତିର ସାତରୁ ଏକୋଇଶି ଦିନ ପୂର୍ବରୁ ସଂଧ୍ୟା ସମୟରେ ମା’ଙ୍କ ପାଟବେତକୁ ନେଇ ଭଗତାମାନେ ପୋଖରୀରେ ଗାଧୋଇ ସାରିଲା ପରେ ମା’ଙ୍କର ମନ୍ଦିର ଅଭିମୁଖେ ବାହାରନ୍ତି।…

Read More

ଭୁବନେଶ୍ବର: ଆଜି ହେଉଛି ଭୁବନେଶ୍ବର ପ୍ରତିଷ୍ଠା ଦିବସ। ରାଜଧାନୀ ପ୍ରତିଷ୍ଠା ହେବାରେ ଆଜିକୁ ପୁରିଲା ୭୭ ବର୍ଷ। ସେଥିପାଇଁ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଜି ସକାଳେ ଓଡିଶା ବିଧାନସୌଧ ସମ୍ମୁଖସ୍ଥ ଶିଳାନ୍ୟାସ ଫଳକରେ ମାଲ୍ୟାର୍ପଣ ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ବାଚସ୍ପତି ଛାତ୍ରଛାତ୍ରୀଙ୍କ ଦ୍ବାରା ଆୟୋଜିତ ପାରେଡରେ ଅଭିବାଦନ ଗ୍ରହଣ କରିବେ।ଏତଦବ୍ୟତୀତ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ସକାଳ ୮ ଘଟିକା ସମୟରେ ଉଦଘାଟିତ ହେବ। ସଂଧ୍ୟାରେ ଉତ୍କଳ ମଣ୍ଡପରେ ଏକ ସଭାର ଆୟୋଜନ କରାଯାଇଛି। ଏଥିରେ ରାଜ୍ୟପାଳ ହରିବାବୁ କୁମ୍ଭମପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସୋମବାର ଦିନ ମଧ୍ୟ ଏକ ଉଦଜାପନୀ ସଭାର କାର୍ଯ୍ୟକ୍ରମ ରହିଛି। ଯାହା ଓଡିଶା କୃଷି ମହାବିଦ୍ୟାଳୟରେ ଆୟୋଜିତ ହେବ।

Read More

ଭୁବନେଶ୍ବର: ହିନ୍ଦୁ ଧର୍ମରେ ଉପବାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଲୋକମାନେ, ବିଶେଷକରି ମହିଳାମାନେ, ନିଜ ବିଶ୍ୱାସ ଅନୁଯାୟୀ ବିଭିନ୍ନ ଦେବାଦେବୀଙ୍କୁ ସେମାନେ ଉପାସନା କରନ୍ତି। ତା’ପରେ ସପ୍ତାହର ଗୋଟିଏ ଦିନ, କିମ୍ବା ବିଶେଷ ଉତ୍ସବ କିମ୍ବା ପର୍ବରେ, ସେମାନଙ୍କ ଦେବତାମାନଙ୍କ ପାଇଁ ଏକ ଶପଥ ରଖନ୍ତି। ଯେଉଁଥିରେ ସେମାନେ ଦିନ ସାରା କଠିନ ଖାଦ୍ୟ ନ ଖାଇ କେବଳ ଫଳ ଖାଇଥାନ୍ତି । ଧର୍ମ ଏବଂ ଶାସ୍ତ୍ର ବିଶ୍ୱାସ ଅନୁଯାୟୀ, ଉପବାସ ପାଳନ କଲେ ଭଗବାନ ପ୍ରସନ୍ନ ହୁଅନ୍ତି ଏବଂ ସବୁ ସମସ୍ୟା ଦୂର କରି ଇଚ୍ଛା ପୂରଣ କରନ୍ତି। ହେଲେ ଧର୍ମ ଏବଂ ବିଶ୍ୱାସ ସହିତ ସପ୍ତାହରେ ଗୋଟିଏ ଦିନ ଉପବାସ ରହିବା ମଧ୍ୟ ବୈଜ୍ଞାନିକ ଦୃଷ୍ଟିକୋଣରୁ ଲାଭଦାୟକ ଅଟେ। ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ, ଦିନସାରା ଉପବାସ ରହିବା  ସ୍ବାସ୍ଥ୍ୟ ପାଇଁ ହିତକର। କେବଳ ଫଳ ଖାଇବା ଦ୍ବାରା ହଜମ କରିବାରେ ସାହାଯ୍ୟ କରିଥାଏ। ଫଳରେ ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ ଏବଂ…

Read More

ମେଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି । ବୃଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ କାର୍ଯ୍ୟଭାର ହେତୁ…

Read More

ଭୁବନେଶ୍ବର: ୭୭ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ପାଳନ ଅବସରରେ ଆସନ୍ତାକାଲି ଅର୍ଥାତ ତା.୧୩.୦୪.୨୦୨୫ରିଖ ସକାଳ ସାଢେ ୬ ଘଟିକା ସମୟରେ ଓଡିଶା ବିଧାନସୌଧ ସମ୍ମୁଖସ୍ଥ ଶିଳାନ୍ୟାସ ଫଳକରେ ମାଲ୍ୟାର୍ପଣ ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ବାଚସ୍ପତି ଛାତ୍ରଛାତ୍ରୀଙ୍କ ଦ୍ବାରା ଆୟୋଜିତ ପାରେଡରେ ଅଭିବାଦନ ଗ୍ରହଣ କରିବେ।ଏତଦବ୍ୟତୀତ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ସକାଳ ୮ ଘଟିକା ସମୟରେ ଉଦଘାଟିତ ହେବ। ସଂଧ୍ୟାରେ ଉତ୍କଳ ମଣ୍ଡପରେ ଏକ ସଭାର ଆୟୋଜନ କରାଯାଇଛି। ଏଥିରେ ରାଜ୍ୟପାଳ ହରିବାବୁ କୁମ୍ଭମପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସୋମବାର ଦିନ ମଧ୍ୟ ଏକ ଉଦଜାପନୀ ସଭାର କାର୍ଯ୍ୟକ୍ରମ ରହିଛି। ଯାହା ଓଡିଶା କୃଷି ମହାବିଦ୍ୟାଳୟରେ ଆୟୋଜିତ ହେବ।

Read More

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଛତ୍ରପତି ଶିବାଜୀ ମହାରାଜଙ୍କ ୩୪୫ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମହାରାଷ୍ଟ୍ରର ରାୟଗଡ଼ର ରାୟଗଡ଼ ଦୁର୍ଗରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ ଏବଂ ଶ୍ରୀ ଅଜିତ ପାୱାର ଏବଂ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମୁରଲୀଧର ମୋହଲଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ଐତିହାସିକ ରାୟଗଡ଼ ଦୁର୍ଗ ପରିଦର୍ଶନ କରିବା ଏକ ସୌଭାଗ୍ୟର ବିଷୟ, ଯେଉଁଠାରେ ହିନ୍ଦବୀ ସ୍ୱରାଜର ସୁବର୍ଣ୍ଣ ସିଂହାସନ ପ୍ରତିଷ୍ଠା କରାଯାଇଥିଲା। ସେ କହିଥିଲେ ଯେ ଛତ୍ରପତି ଶିବାଜୀ ମହାରାଜ ଭାରତର ପ୍ରତ୍ୟେକ କୋଣରେ ଏକ ଅମର ଆବେଗକୁ ପ୍ରଜ୍ୱଳିତ କରିଥିଲେ ଏବଂ ନିଜ ଧର୍ମ, ଭାଷା…

Read More

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ବର କୌଣସି ଗୁଣରେ ଏମ୍‌ସ ଦିଲ୍ଲୀଠାରୁ କମ୍‌ ନୁହେଁ। ଓଡ଼ିଶାରେ ପ୍ରତିଷ୍ଠିତ ଏହି ଜାତୀୟ ପ୍ରତିଷ୍ଠାନ ରାଜ୍ୟ ତଥା ରାଜ୍ୟ ବାହାର ଲୋକଙ୍କୁ ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ପ୍ରଦାନ କରୁଛି। ଏହାକୁ ଆହୁରି ଆଗକୁ ନେବା ସହିତ ଦେଶରେ ଏକ ନମ୍ବର କରିବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଏବଂ ରସାୟନ ଏବଂ ସାର ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା। ଏମ୍‌ସ ଭୁବନେଶ୍ୱର ପରିଦର୍ଶନ କରିବା ସହିତ ଏପରି ଢଙ୍ଗରେ ଏହି ଅନୁଷ୍ଠାନକୁ ପ୍ରଶଂସା କରିବା ସହିତ ଅଙ୍ଗୀକାରବଦ୍ଧ ହୋଇ ଆହୁରି ଅଧିକ କାମ କରିବାକୁ ଆହ୍ବାନ ଦେଇଛନ୍ତି ଶ୍ରୀ ନଡ୍ଡା। ଏଥିସହିତ ଏମ୍‌ସ ଭୁବନେଶ୍ୱରରେ ପୂର୍ବ ଭାରତର ପ୍ରଥମ ସରକାରୀ ପରିଚାଳିତ ସ୍କିନ୍‌(ଚର୍ମ) ବ୍ୟାଙ୍କ ପ୍ରତିଷ୍ଠା ହେବା ନେଇ ମଧ୍ୟ ଆଲୋଚନା କାଳରେ ଘୋଷଣା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ଏହି ଗୁରୁତ୍ୱପୂର୍ଣ୍ଣ ସୁବିଧା ମୃତ୍ୟୁର ଛଅ ଘଣ୍ଟା ମଧ୍ୟରେ ଦାତାଙ୍କଠାରୁ ଚର୍ମ ସଂଗ୍ରହ…

Read More

ବ୍ରହ୍ମପୁର : ଗଞ୍ଜାମ ଜଳ୍ଲାର ଋଷିକୁଲ୍ୟା ମୁହାଣ ସମୂଦ୍ର ଉପକୂଳରେ ଅଲିଭ ରିଡଲେ କଇଁଛ ଅଣ୍ଡା ଫୁଟିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଲକ୍ଷାଧିକ ସଂଖ୍ୟାରେ କୁନି  କୁନି କଇଁଛ ଛୁଆ ସମୁଦ୍ରମୁହାଁ ହୋଇଛନ୍ତି। କୁନିକୁନି କଇଁଛ ଛୁଆ ବେଳାଭୂମିରୁ ବାହାରି ସମୁଦ୍ର ଆଡ଼କୁ ଯାଉଥିବା ଦୃଶ୍ୟ ବେଶ ନିଆରା ଲାଗୁଛି। ଏହି ପ୍ରକ୍ରିୟା ୪ରୁ ୫ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଖଲ୍ଲିକୋଟ ବନ ବିଭାଗ ରେଞ୍ଜର  ଦିବ୍ୟଶଙ୍କର ବେହେରା ସୂଚନା ଦେଇଛନ୍ତି।   ଏଥିପାଇଁ ଋଷିକୁଲ୍ୟା ମୁହାଣର ଉଭୟ ପଟେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଋଷିକୁଲ୍ୟା ମୁହାଣ ସଂଲଗ୍ନ ବାଲୁକା ଶଯ୍ୟାରେ ଚଳିତ  ବର୍ଷ ଦୁଇଟି ପର୍ଯ୍ୟାୟରେ ଗଣଅଣ୍ଡାଦାନ ହୋଇଥିଲା । ଚଳିତ ବର୍ଷ ରେକର୍ଡ ସଂଖ୍ୟକ ପ୍ରାୟ ୯ଲକ୍ଷ ଅଲିଭ୍ ରିଡ୍‌ଲେ କଇଁଛ ଗଣଅଣ୍ଡାଦାନ କରିଥିଲେ। ଫେବ୍ରୁଆରି ୧୬ରୁ ୨୩ତାରିଖ ପର୍ଯ୍ୟନ୍ତ ହୋଇଥିବା ପ୍ରଥମ ପର୍ଯ୍ୟାୟ ଗଣ ଅଣ୍ଡା ଦାନରେ ପ୍ରାୟ ୬ଲକ୍ଷ ୯୮ହଜାର କଇଁଛ ଅଣ୍ଡାଦାନ କରିଥିଲେ।…

Read More

ଭୁବନେଶ୍ୱର: କଂଗ୍ରେସ ଦଳର ଛାମୁଆ ସଂଗଠନ ରାଜୀବ ଗାନ୍ଧୀ ପଂଚାୟତି ରାଜ ସଂଗଠନର ପୂର୍ବ ନିଷ୍ପତି ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ସର୍ବୋଦୟ ସଂକଳ୍ପର ଦୁଇଦିନିଆ ଶିବିର ଆଜି ଠାରୁ ଭବାନୀପାଟଣା ସ୍ଥିତି ଅଗ୍ରସେନୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଉଦଘାଟନ କରି ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ କହିଲେ ଯେ ଓଡ଼ିଶାର ଜନଜୀବନର ସମସ୍ୟାକୁ ନେଇ କଂଗ୍ରେସ ଦଳ ଆଗାମୀ ଦିନରେ ସଂଘର୍ଷର ରାସ୍ତାକୁ ଆହୁରି ପ୍ରସାରିତ କରିବ। ନାରୀ ପାଇଁ ନ୍ୟାୟ ଆନ୍ଦୋଳନ ଆହୁରି ଶାଣୀତ ହେବ । ଆସନ୍ତା ପଂଚାୟତ ନିର୍ବାଚନରେ କଂଗ୍ରେସର ଭୋଟ ହାରକୁ ୩୦ ପ୍ରତିଶତ ବୃଦ୍ଧି କରିବାର ଲକ୍ଷ ରଖିଛି ଏବଂ ସେଥିପାଇଁ ରାଜୀବଗାନ୍ଧୀ ପଂଚାୟତରାଜ ସଂଗଠନ ନିଜକୁ ପ୍ରସ୍ତୁତ କରିବାପାଇଁ ଶ୍ରୀଯୁକ୍ତ ଦାସ ଆହ୍ୱାନ ଦେଇଥିଲେ । ଏହି ଅବସରରେ ରାଜୀବଗାନ୍ଧୀ ପଂଚାୟତ ରାଜ ସଂଗଠନର ଅଧ୍ୟକ୍ଷ ସୁଦର୍ଶନ ଦାସ କହିଲେ ଯେ ରାଜନୀତି କେବଳ ନିର୍ବାଚନୀ…

Read More

ଭୁବନେଶ୍ବର: ରାଜ୍ୟ ସରକାର  ଜଳ ସଂରକ୍ଷଣ ଓ ପରିଚାଳନାକୁ ପ୍ରାଥମିକତା ଦେବା ପାଇଁ  ବ୍ୟାପକ ପଦକ୍ଷେପ ନେଇଛନ୍ତି । କେନାଲର ଶେଷ ମୁଣ୍ଡରେ ଥିବା ଚାଷୀଙ୍କ ପାଖରେ ଯେପରି ପାଣି ପହଞ୍ଚିବ ସେଥିପାଇଁ ପ୍ରୟାସ ଜାରି ରହିଛି। ବୃହତ୍, କ୍ଷୁଦ୍ର, ମଧ୍ୟମ, ଉଠା ଜଳ ସେଚନ, ମେଗା ଲିଫ୍ଟ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାରେ ଜଳ ସେଚନ ଓ ଜଳ ପରିଚାଳନାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ  ରାଜ୍ୟର ସେଚ ସାମର୍ଥ୍ୟ ବୃଦ୍ଧିରେ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ(ଏମଆଇପି) ଗୁଡ଼ିକର ଉଲ୍ଲେଖନୀୟ ଯୋଗଦାନ ରହିଛି । ଆଗାମୀ ଦିନରେ  ଅଧିକରୁ ଅଧିକ ଏମଆଇପି ଏବଂ ଚେକ୍ ଡ୍ୟାମ୍ ଜରିଆରେ ରାଜ୍ୟର ଜଳସେଚନ ସାମର୍ଥ୍ୟ ବୃଦ୍ଧି କରିବାକୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଗୁରୁତ୍ୱ ଦେଇଛନ୍ତି । ଜଳସମ୍ପଦ ବିଭାଗରେ  କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବଂ  ଚେକ୍ ଡ୍ୟାମ୍ ନିର୍ମାଣ ମାଧ୍ୟମରେ ରାଜ୍ୟରେ ସେଚ ସାମର୍ଥ୍ୟ ବୃଦ୍ଧି…

Read More

ସମୀକ୍ଷା ବ୍ୟୁରୋ: ଆନ୍ତର୍ଜାତୀୟ ଭଲିବଲ୍ ଫେଡେରେସନ୍ (ଏଫଆଇଭିବି) ୨୦୨୪-୨୦୨୮ ଅଲିମ୍ପିକ୍ ଚକ୍ର ପାଇଁ ଇଶା ଅମ୍ବାନୀ ଏବଂ ଲୁଇସ୍ ବାୱଡେନ୍ ଙ୍କୁ ଏହାର ପ୍ରଶାସନିକ ବୋର୍ଡରେ ନିଯୁକ୍ତି ଘୋଷଣା କରି ଗର୍ବିତ, ଯାହା ସଂଗଠନର ସର୍ବୋଚ୍ଚ ସ୍ତରରେ ତାଜା ଦୃଷ୍ଟିକୋଣ, ବ୍ୟବସାୟିକ ବୁଦ୍ଧି ଓ କୌଶଳ ଏବଂ ଖେଳାଳି ପ୍ରତିନିଧିତ୍ୱ ଆଣିଛି। ଈଶା ଅମ୍ବାନୀ ଏଫଆଇଭିବି ବୋର୍ଡରେ ସଂଖ୍ୟାଲଘୁ ଲିଙ୍ଗ ବର୍ଗର ପ୍ରତିନିଧିତ୍ୱ କରୁଥିବା ନିଯୁକ୍ତ ସଦସ୍ୟ ଭାବରେ ଯୋଗଦାନ କରିଛନ୍ତି। ବ୍ୟବସାୟ ଜଗତର ନେତୃତ୍ୱ ନେଉଥିବା ସଫଳ ବ୍ୟକ୍ତି ଭାବରେ ଇଶା ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର କାର୍ଯ୍ୟନିର୍ବାହୀ ନେତୃତ୍ୱର ଏକ ଅଂଶ ଏବଂ ରିଲାଏନ୍ସ ରିଟେଲ୍ ସମେତ ଅନେକ ଗ୍ରୁପ କମ୍ପାନୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେଠାରେ, ସେ କମ୍ପାନୀର ବ୍ୟାପକ ଅଭିବୃଦ୍ଧିର ନେତୃତ୍ୱ ନେଇଛନ୍ତି ଏବଂ ପ୍ରମୁଖ ଡିଜିଟାଲ୍ ଏବଂ ଇ-କମର୍ସ ପଦକ୍ଷେପଗୁଡିକୁ ଆଗକୁ ବଢାଉଛନ୍ତି। ଏଥିସହିତ, ଇଶା ଅମ୍ବାନୀ କମ୍ପାନୀର ବିବିଧତା ଏବଂ ଅନ୍ତର୍ଭୁକ୍ତିକରଣ…

Read More

ବାଲୁଗାଁ: ଆଜି ଖୋର୍ଦ୍ଧା ନିକଟସ୍ଥ ବାଲୁଗାଁ ଷ୍ଟେସନରେ ଏକ ଅଘଟଣ ଘଟିଛି। ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନର ଗୋଟିଏ ବଗିରେ ନିଆଁ ଲାଗିଯାଇଛି। ତେବେ ନିଆଁକୁ ଆୟତ କରିବା ପାଇଁ ବାଲୁଗାଁ ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି। କିଛି ସମୟ ପରିଶ୍ରମ ପରେ ନିଆଁକୁ ଆୟତ କରାଯାଇଥିବାର ଜଣାପଡିଛି। ଫଳରେ ଏକ ବଡ ଦୁର୍ଘଟଣାରୁ ଟ୍ରେନଟି ଅଳ୍ପକେ ରକ୍ଷା ପାଇଛି। ଘଟଣାରୁ ଜଣାପଡିଛି ଯେ, ବିଶାଖାପାଟନମରୁ ଖଡ଼ଗପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନର ଗୋଟିଏ ବଗିରେ ନିଆଁ  ଲାଗି ଧୂଆଁ ବାହାରୁଥିଲା। ବାଲୁଗାଁ ପୂର୍ବରୁ ଚିଲିକା ଷ୍ଟେସନରେ ଏହା ଜଣାପଡିବା ପରେ ଟ୍ରେନଟିକୁ ବାଲୁଗାଁ ଷ୍ଟେସନର ୪ ନଂ ପ୍ଲାଟଫର୍ମ ଅଟକା ଯାଇ ନିଆଁକୁ ଲିଭାଯାଇଥିଲା। ତେବେ ଅତ୍ୟଧିକ ଖରା ଯୋଗୁଁ କୋଇଲା କୁ କୋଇଲା ଘଷି ହେବା ଫଳରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

Read More

ସମୀକ୍ଷା ବ୍ୟୁରୋ: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ବିବାଦୀୟ ୱାକଫ (ସଂଶୋଧନ) ଆଇନ 2025 ବିରୋଧରେ ଚାଲିଥିବା ପ୍ରତିବାଦ ଉଗ୍ରରୂପ ଧାରଣ କରିଛି। ଏହି ହିଂସାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି ବୋଲି ପୋଲିସ ଶନିବାର କହିଛି। ଶୁକ୍ରବାର ମୁସଲିମ ବହୁଳ ମୁର୍ଶିଦାବାଦ ଜିଲ୍ଲାରେ ଘଟିଥିବା ହିଂସା ଘଟଣାରେ 118 ଜଣଙ୍କୁ ଗିରଫ କରାଯାଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ ତାଙ୍କ ରାଜ୍ୟ ୱାକଫ (ସଂଶୋଧନ) ଆଇନ ଲାଗୁ କରିବ ନାହିଁ। “ଆମେ ଏହି ପ୍ରସଙ୍ଗରେ ଆମର ସ୍ଥିତି ସ୍ପଷ୍ଟ କରିଛୁ – ଆମେ ଏହି ଆଇନକୁ ସମର୍ଥନ କରୁନାହୁଁ। ଏହି ଆଇନ ଆମ ରାଜ୍ୟରେ ଲାଗୁ ହେବ ନାହିଁ। ତେବେ ଦଙ୍ଗା କ’ଣ ପାଇଁ?” ସେ X ରେ ଏକ ପୋଷ୍ଟରେ କହିଛନ୍ତି। ସଂଖ୍ୟାଲଘୁ ବହୁଳ ମୁର୍ଶିଦାବାଦ ଜିଲ୍ଲାରେ, ୱାକଫ ଆଇନ ବିରୋଧରେ ଗତ କିଛି ଦିନ ଧରି ପ୍ରତିବାଦକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ…

Read More

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାର ବୁଧବାର ଥିଲା ସପ୍ତମ ଦିବସ। ରୀତିନୀତି ଅନୁଯାୟୀ, ବୁଧବାର ମାଉସୀ ମାଆଙ୍କ ଘରେ ପହଞ୍ଚିଥିଲେ। ସନ୍ଧ୍ୟା ଆଳତି ପରେ ପ୍ରଥମେ ଘଟ ପରିକ୍ରମା ଆରମ୍ଭ ହୋଇଥିଲା। ମା’ ଅସ୍ଥାୟୀ ମଣ୍ଡପରୁ ବାହାରି ପ୍ରଥମେ ରାଜବାଟିକୁ ଯାଇଥିଲେ । ସେଠାରୁ ବଡ଼ ବଜାର ହୋଇ ଜଉରା ସାହି ସ୍ଥିତ ମାଉସୀ ମାଆଙ୍କ ଘରେ ପହଞ୍ଚିଥିଲେ। ମାଉସୀଙ୍କ ଘରେ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା। ମାଉସୀ ମା’ ଘରକୁ ଝିଅ ଯାଇଥିବା ହେତୁ ବିଭିନ୍ନ ପ୍ରକାର ମେଲାଣି ଦିଆଯାଇଥିଲା। ସଂପୂର୍ଣ ଯାତ୍ରା ଭିତରେ ମା’ ସର୍ବମୋଟ ୩ ଥର ମାଉସୀ ମା’ଙ୍କ ଘରକୁ ଯାଇଥାନ୍ତି। ସେଠାରେ ପିଠା ପଣା ଆଦି ଭୋଗ ଲାଗିଥିଲା ।   ସେଠାରୁ ମାଁଙ୍କ ଘଟ ଖାସ୍‌ପା ସାହି ପରକ୍ରମା କରିଥିଲା ସେଠାରେ ହରି ଅର୍ଜୁନ ରଥକୁ ନିମନ୍ତ୍ରଣ କରା ଯାଇଥିଲା। ସେହିଭଳି ନୃସିଂହ ମନ୍ଦିର ସାହି…

Read More

ଭୁବନେଶ୍ବର: ସିଧା ନୁହେଁ ପାଣ୍ଡିଆନଙ୍କୁ ଟିକିଏ ବଙ୍କେଇ ମାରିଲେ ଚାଲକ ଚତୁର ବିଧାୟକ ଅରୁଣ ସାହୁ। ଆଜି ସେ କହିଛନ୍ତି ଦଳ ଭିତରେ ସଂସ୍କାର ଆସିବା ଦରକାର। ରାସ୍ତାରେ ଚାଲୁଚାଲୁ କିଛି ଭୁଲ ହୋଇଯାଏ। ହେଲେ ସେଥିରେ ସୁଧାର ଆଣିବା ଦରକାର। ବର୍ତ୍ତମାନ ସମୟ ଆସିଛି ବିଜେପିକୁ ବିରୋଧ କରିବା। ନଚେତ ଲୋକେ ଆମକୁ କ୍ଷମା କରିବେ ନାହିଁ। ଅରୁଣଙ୍କ ଏହି ବକ୍ତବ୍ୟକୁ ନେଇ ରାଜ୍ୟ ରାଜନୀତି ହୁଲୁସ୍ତୁଲ ହୋଇଛି। କାରଣ ଅରୁଣ ସାହୁ ବିଜେଡିର ଜଣେ ଟାଣୁଆ ନେତା। ସେ ସିଧା ନ କହିଲେ ମଧ୍ୟ ତାଙ୍କ କଥାରୁ ସ୍ପଷ୍ଟ ହୋଇଛି ଯେ, ସେ ପାଣ୍ଡିଆନଙ୍କୁ ବିରୋଧ କରୁଛନ୍ତି। କାରଣ ଦଳରେ ସଂସ୍କାର ନାହିଁ ବୋଲି କହିବା ଅର୍ଥ ଦଳ ଠିକ ଚାଲି ନାହିଁ। ସେହିପରି ବିଜେପିକୁ ବିରୋଧ କରିବା ଅର୍ଥ କାହିଁକି ୱାକଫ ବିଲକୁ ସମର୍ଥନ କଲ। ଅରୁଣଙ୍କ ଏହି ବକ୍ତବ୍ୟକୁ ନେଇ ବିଜେଡି ଭିତରେ ବେଶ ଚର୍ଚ୍ଚା…

Read More