Author: Samikhsya Bureau

ସମୀକ୍ଷା ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କହିଛନ୍ତି ଯେ ରାଜ୍ୟରେ ୱାକଫ (ସଂଶୋଧନ) ଆଇନ କାର୍ଯ୍ୟକାରୀ ହେବ ନାହିଁ। କୋଲକାତାର ଜୈନ ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବାନାର୍ଜୀ କହିଛନ୍ତି ଯେ ସେ ସଂଖ୍ୟାଲଘୁ ଲୋକଙ୍କୁ ଏବଂ ସେମାନଙ୍କ ସମ୍ପତ୍ତିକୁ ରକ୍ଷା କରିବେ। ସେ କହିଛନ୍ତି, “ମୁଁ ଜାଣେ ୱାକଫ ଆକ୍ଟ ଲାଗୁ ଯୋଗୁଁ ଆପଣମାନେ ସମସ୍ତେ ଦୁଃଖିତ। ହେଲେ ବିଶ୍ବାସ କର, ବଙ୍ଗଳାରେ ସେମିତି କିଛି ଘଟିବ ନାହିଁ। ଏଥିପାଇଁ ରାଜ୍ୟରେ ହୁଏତଏକ ରାଜନୈତିକ ଆନ୍ଦୋଳନ ମୁଣ୍ଡ ଟେକିପାରେ, ହେଲେ ତା ଉପରେ କେହି ନଜର ଦେବା ଦରକାର ନାହିଁ। ମଙ୍ଗଳବାର ମୁରସିଦାବାଦ ଜିଲ୍ଲାର ୱାକଫ (ସଂଶୋଧନ) ବିଲ୍ ଉପରେ ହୋଇଥିବା ହିଂସା ବିଷୟରେ ସେ କହିଛନ୍ତି, “ବାଂଲାଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପରିସ୍ଥିତି ଦେଖନ୍ତୁ।  ୱାକଫ୍ ବିଲ୍ ଯଦି ପାସ ହୋଇ ନ ଥାନ୍ତା ତେବେ ସେଠାରେ ସେମିତି କିଛି ଅପ୍ରିତିକର ପରିସ୍ଥିତି ଉପୁଜି ନ…

Read More

ଭୁବନେଶ୍ବର: ରାଜ୍ୟ ସରକାର ତିନିଜଣ ଅବସରପ୍ରାପ୍ତ ପ୍ରଶାସକଙ୍କୁ ଆରଟିଆଇ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି। ଆଜି ତାଙ୍କ ନାମ ଘୋଷଣା କରାଯାଇଛି। ସେଥିରେ ମୁଖ୍ୟ ସୂଚନା କମିଶର ଭାବେ ଅବସରପ୍ରାପ୍ତ ଆଇଏଏସ ମନୋଜ କୁମାର ପରିଡାଙ୍କୁ ନିଯୁକ୍ତି ଦିଆଯାଇଛି। ୧୯୮୬ ମସିହାର ଆଇଏଏସ୍ ଅଫିସର ହେଉଛନ୍ତି ମନୋଜ କୁମାର । ଏହାସହ ଅବସରପ୍ରାପ୍ତ ଆଇପିଏସ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ସୂଚନା କମିଶନ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ହାଇକୋର୍ଟର ବରିଷ୍ଠ ଆଇନିଜୀବୀ କଳ୍ପନା ପଟ୍ଟନାୟକ ଓ ଅବସରପ୍ରାପ୍ତ ଆଇଏଏସ ପବିତ୍ର ମଣ୍ଡଳଙ୍କୁ ମଧ୍ୟ କମିଶନ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି ।

Read More

ନୂଆଦିଲ୍ଲୀ: ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଦୁଇଦିନ ଧରି ସେ ଇନଭେଷ୍ଟ ଓଡିଶା କାର୍ଯ୍ୟକ୍ରମରେ ଭାଗ ନେଇ ପୁଂଜି ଆଣିବାକୁ ପ୍ରୟାସ କରିଛନ୍ତି। ତେବେ ସେ ଆସନ୍ତାକାଲି ମଧ୍ୟ ଦିଲ୍ଲୀରେ ରହୁଛନ୍ତ। ଆସନ୍ତାକାଲି ବୁଧବାର ଦିନ  ଅମିତ ଶାହଙ୍କୁ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଓଡିଶାର ବିଜେପି ସଭାପତି ନିଯୁକ୍ତି ଏବଂ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ସଂପର୍କରେ ଶାହାଙ୍କ ସହିତ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏଥିସହିତ ସେ କଣ ସଫଳତା ହାସଲ କରିଛନ୍ତି ସେ ନେଇ ସେ ଅମିତ ଶାହଙ୍କୁ ଅବଗତ କରାଇବେ।

Read More

ଭୁବନେଶ୍ବର: ଆଜି ନବୀନ ନିବାସରେ ପହଞ୍ଚିଛନ୍ତି ଗୋଟିଏ ପରେ ଗୋଟିଏ ନେତା। ବର୍ତ୍ତମାନ ବିଜେଡି ଭିତରେ ଯେପରି ବିବାଦ ଚାଲିଛି ସେ ନେଇ ଏହି ନେତାମାନେ ଆସିଥିବାର କୁହାଯାଉଛି। ଏମାନେ ହେଲେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗଉଦୟ ସିଂହଦେଓ, କଳିକେଶ ସିଂହଦେଓ, ଦେବୀ ମିଶ୍ର, ପ୍ରତାପ ଦେଓ ପ୍ରମୁଖ ହାଜର ହୋଇଛନ୍ତି। ବର୍ତ୍ତମାନ ସସ୍ମିତ ପାତ୍ର କେଉଁ ପରିସ୍ଥିତିରେ ବିବେକାନୁମୋଦିକ ଭୋଟ ଦେବା ପାଇଁ କହିଲେ ସେ ନେଇ ଚର୍ଚ୍ଚା ଚାଲିଛି। ଗତକାଲି ନବୀନଙ୍କୁ ସାଂସଦ ମୁନ୍ନା ଖାନ ଭେଟି ଏହା ଉପରେ ତଦନ୍ତ ଦାବୀ କରିବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି। ସେହିପରି ଦେବାଶିଷ ସାମନ୍ତରାୟ ସିଧା ଭି କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ସେ ହେଉଛନ୍ତି ଷଢଯନ୍ତ୍ରର ମୁଖ୍ୟ ବୋଲି କହିଛନ୍ତି। ତେବେ ଏହି ନେତାମାନେ ନବୀନଙ୍କ ଭେଟି କଣ ଆଲୋଚନା କରୁଛନ୍ତି ସେ ନେଇ କୌଣସି ସୂଚନା ମିଳିପାରି ନାହିଁ।

Read More

ଭୁବନେଶ୍ବର: ବର୍ତ୍ତମାନ ୱାକଫ ବିଲ ପାଶ ହୋଇ ଆଇନରେ ପରିଣତ ହୋଇସାରିଲାଣି। ହେଲେ ଓଡିଶାରେ ସେ ତାତି ଆହୁରି ଲାଗିରହିଛି। ବିଶେଷ କରି ବିଜେଡି ଭିତରେ ବର୍ତ୍ତମାନ ଏହାକୁ ନେଇ ଘଣ୍ଟାଚକଟା ଲାଗିରହିଛି। ନବୀନ ନିବାସରେ ପାଣ୍ଡିଆନ ହଟାଅ ବିଜେଡି ବଞ୍ଚାଅ ନାରା ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ସେତିକି ନୁହେଁ ସାଂସଦ ଦେବାଶିଷ ସାମନ୍ତରାୟ ସିଧା ପାଣ୍ଡିଆନ ନାଁ ଧରି ସେ ସବୁ ନାଟର ମୂଳ ବୋଲି କହିଛନ୍ତି। ପୂର୍ବରୁ ଦେବାଶିଷ ପାଣ୍ଡିଆନ ନା ନ ନେଇ ନବୀନଙ୍କ ପରାମର୍ଶଦାତାଙ୍କ ପାଇଁ ବିଜେଡିର ନିଷ୍ପତି ବଦଳିଲା ବୋଲି କହିଥିଲେ। ହେଲେ ସୋମବାର ଦିନ ପାଣ୍ଡିଆନ ନାମ ଧରି ସେ ହେଉଛନ୍ତି ସବୁ ନାଟର ମୂଳ ବୋଲି ଖୋଲମ ଖୋଲା କହିଛନ୍ତି। ଏହାକୁ ନେଇ ଉତକ୍ଷିତ ହୋଇପଡିଛନ୍ତି ଆଉ ଅନ୍ୟ ଚାରି ସାଂସଦ। ସେମାନେ ହେଲେ ସୁଲତା ଦେଓ, ମାନସ ମଙ୍ଗରାଜ, ଶୁଭାଶିଷ ଖୁଣ୍ଟିଆ ଏବଂ ନିରଞ୍ଜନ ବିଶି।…

Read More

ଭୁବନେଶ୍ବର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ସାଧାରଣ ଯୋଗ ଅଭ୍ୟାସ (ସିୱାଇପି) ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬,୦୦୦ରୁ ଅଧିକ ଯୋଗପ୍ରେମୀ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପରାଓ ଯାଧବ ଏବଂ ଅନ୍ୟ ମାନ୍ୟଗଣ୍ୟ ଅତିଥିଙ୍କ ଦ୍ୱାରା ‘ହରିତ ଯୋଗ’ ନାମକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ବିଶିଷ୍ଟ ଅତିଥିମାନେ ଔଷଧୀୟ ଉଦ୍ଭିଦ ରୋପଣ କରିବା ସହିତ ଯୋଗାଭ୍ୟାସରେ ଅଂଶଗ୍ରହଣ କରିଥିବା ସବୁ ଅଂଶଗ୍ରହଣକାରୀଙ୍କୁ ମଧ୍ୟ ଔଷଧୀୟ ଉଦ୍ଭିଦ ବିତରଣ କରାଯାଇଛି। ଏହି କାର୍ଯ୍ୟକ୍ରମ ସହିତ ଆସନ୍ତା ୨୧ ଜୁନ୍‌ ଅନ୍ତର୍ଜାତୀୟ ଯୋଗଦିବସ ନିମନ୍ତେ ୭୫ ଦିନିଆ ଅବଗଣନା ଆରମ୍ଭ ହୋଇଛି। ଏହି ସମାବେଶକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଯୋଗ ଗତ ୧୦ ବର୍ଷ ମଧ୍ୟରେ ଅଭୂତପୂର୍ବ ଲୋକପ୍ରିୟତା ହାସଲ କରିଛି ଏବଂ ବର୍ତ୍ତମାନ ଏହା ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ପରିଣତ ହୋଇପାରିଛି। ୨୦୨୫ ମସିହା ମାର୍ଚ୍ଚ…

Read More

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବର୍ତ୍ତମାନ ଓଡ଼ିଶାର ଶିଳ୍ପକୁ ସୁଦୃଢ଼ ​​କରିବା ଏବଂ ବିଭିନ୍ନ କ୍ଷେତ୍ରରେ ଯଥେଷ୍ଟ ନିବେଶ ଆକର୍ଷିତ କରିବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ଗସ୍ତରେ ଓଡ଼ିଶାକୁ ଭାରତର ଏକ ଅଗ୍ରଣୀ ଶିଳ୍ପ କେନ୍ଦ୍ର ଭାବରେ ସ୍ଥାନିତ କରିବା ପାଇଁ ଉଚ୍ଚସ୍ତରୀୟ ଆଲୋଚନା ଆୟୋଜିତ ହୋଇଛି। ପ୍ରଥମ ଦିନରେ ଶିଳ୍ପପତିଙ୍କ ସହ ଆଲୋଚନା ଏବଂ ନିବେଶ ପ୍ରତିଶ୍ରୁତି ମୁଖ୍ୟମନ୍ତ୍ରୀ ନୋଏଡାର ଏଚସିଏଲ ଟେକ୍ନୋଲୋଜି କ୍ୟାମ୍ପସ ପରିଦର୍ଶନ କରିଥିଲେ, ଯେଉଁ ଠାରେ ସେ ଏଚସିଏଲ ଟେକ୍ନୋଲୋଜିର ଅଧ୍ୟକ୍ଷା ଶ୍ରୀମତୀ ରୋଶନି ନାଦର ମାଲହୋତ୍ରାଙ୍କ ସହ ଆଲୋଚନା କରିଥିଲେ। ଏଥିରେ ଆଇଟି ଏବଂ ଆଇଟିଇଏସ୍ କ୍ଷେତ୍ରରେ ସମ୍ଭାବ୍ୟ ସହଯୋଗ ଉପରେ ଆଲୋଚନା ହୋଇଥିବା ବେଳେ ଓଡ଼ିଶାକୁ ପ୍ରଯୁକ୍ତିବିଦ୍ୟା-ଚାଳିତ ଉଦ୍ୟୋଗର ହବ୍ କରିବା ଉପରେ ଧ୍ୟାନ ଦିଆଯାଇଥିଲା। ଗସ୍ତ ସମୟରେ, ମୁଖ୍ୟମନ୍ତ୍ରୀ ମାଝୀ କିରଣ ନାଦର କଳା ସଂଗ୍ରହାଳୟ ପରିଦର୍ଶନ କରିବା ସହିତ ଏଚସିଏଲର ମେଗା ଆଇଟି କ୍ୟାମ୍ପସ,…

Read More

ଭୁବନେଶ୍ବର: ବର୍ତ୍ତମାନ ଭି କେ ପାଣ୍ଡିଆନଙ୍କ ବିରୋଧରେ ଏକ ସ୍ବର ଉତ୍ତୋଳନ ଆରମ୍ଭ ହୋଇଛି। ଆଜି ନବୀନ ନିବାସରେ ବିଜେଡି କର୍ମିମାନେ ପାଣ୍ଡିଆନ ହଟାଅ ବିଜେଡି ବଞ୍ଚାଅ ବୋଲି ସ୍ଲୋଗାନ ଦେଇଥିଲେ। ତା ପୂର୍ବରୁ ସାଂସଦ ଦେବାଶିଷ ସାମନ୍ତରାୟ ପାଣ୍ଡିଆନକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ୱାକଫ ବିଲ୍ ଷଢଯନ୍ତ୍ର ପଛରେ ଅଛନ୍ତି ପାଣ୍ଡିଆନ। ତାଙ୍କ ନିର୍ଦ୍ଦେଶରେ ଏପରି ହୋଇଛି। ଏହାକୁ ନେଇ ସାଂସଦ ମାନସ ମଙ୍ଗରାଜ ତାଙ୍କ ଟୁଇଟରେ ଦେବାଶିଷଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, “ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ମୋର ରାଜ୍ୟସଭା ସହଯୋଗୀ ଶ୍ରୀ ଦେବାଶିଷ ସାମନ୍ତରାୟ ଶ୍ରୀ ଭିକେ ପାଣ୍ଡିଆନଙ୍କୁ ୱାକଫ ବିଲ୍ ନିଷ୍ପତ୍ତି ଉପରେ ସମାଲୋଚନା କରିଛନ୍ତି, ଯଦିଓ ପାଣ୍ଡିଆନ 10 ମାସ ପୂର୍ବରୁ ରାଜନୀତିରୁ ଅବସର ନେଇସାରିଛନ୍ତି ଏବଂ କୌଣସି ବୈଠକ କିମ୍ବା ରାଜନୈତିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରୁନାହାଁନ୍ତି। ହେଲେ ତାଙ୍କ ନାମ ସେ ନେଇଛନ୍ତି। ଆମର ଜଣେ ନେତା…

Read More

ଭୁବନେଶ୍ବର: ଆଜି ନବୀନ ନିବାସରେ ଏକ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି। ତାହା ହେଲା ଯେ, ଯେଉଁ ନିବାସରେ ଯିଏ ରାଜା ଥିଲେ, ସେହିଠାରେ ତାଙ୍କୁ ହଟାଇବା ପାଇଁ ସ୍ଲୋଗାନ ଦିଆଯାଇଛି। ଖୁବ ଜୋରରେ ଶୁଭିଲା ଯେ, ପାଣ୍ଡିଆନ ହଟାଅ… ବିଜେଡି ବଞ୍ଚାଅ.., ପାଣ୍ଡିଆନ ଗୋ ବ୍ୟାକ…। ଯାହାର ନାମ ନେବାକୁ କର୍ମିମାନେ ଭୟ କରୁଥିଲେ ସେହି ସ୍ଥାନରୁ ତାଙ୍କର ବିରୋଧ ଆରମ୍ଭ ହୋଇଯାଇଛି। ଆଜି ନବୀନ ନିବାସକୁ ଆସିଥିଲେ ସାଂସଦ ମୁନ୍ନା ଖାଁ। ୱାକଫ ବିଲକୁ ନେଇ କାହିକି ବିଜେଡି ଏପରି ନିଷ୍ପତି ନେଲା ସେ ବିଷୟରେ ଅଭିଯୋଗ କରିବା ଥିଲା ତାଙ୍କର ଉଦ୍ଦେଶ୍ୟ। ସେ ନବୀନଙ୍କୁ ସାକ୍ଷାତ କରି ଏହି ଅଭିଯୋଗ କରିବା ସହିତ ଅନ୍ୟମାନେ ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ। ତେବେ ନବୀନଙ୍କ ସାକ୍ଷାତ କରି ସେ ଫେରିଯିବା ପରେ ଅନ୍ୟମାନେ ନବୀନଙ୍କ ଦୁଆର ଆଗରେ ପାଣ୍ଡିଆନ ହଟାଅ… ବିଜେଡି ବଞ୍ଚାଅ…ପାଣ୍ଡିଆନ ଗୋ ବ୍ୟାକ..…

Read More

ଭୁବନେଶ୍ବର: ଯାହା ପୂର୍ବରୁ ଅନୁମାନ କରାଯାଉଥିଲା ଆଜି ତାହା ସତ ହୋଇଛି। ବିବେକାନୁମୋଦିତ ଭୋଟ ଦେବା ପାଇଁ ନବୀନ ନିବାସରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ସସ୍ମିତ ପାତ୍ରଙ୍କର କୌଣସି ଭୂମିକା ନାହିଁ। ଏ କଥା କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ। ସେ ଟିଭି ମିଡିଆକୁ କହିଛନ୍ତି ଯେ, ବିନା ନବୀନ ନିବାସ ବା ଆମର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କେହି ନିଷ୍ପତି ନେଇପାରିବେ ନାହିଁ। ସେ ପୁଣି କହିଛନ୍ତି ଯେ, ୱାକଫ ବିଲ ବିରୋଧରେ କି ସପକ୍ଷରେ ଯିବା ସେ କଥା ନବୀନ କେଉଁଠି କିଛି କହି ନାହାଁନ୍ତି। ଯେତେବେଳେ ଭୋଟ ଆସିଲା ସେତେବେଳେ ଆମ ସଂସଦୀୟ ଦଳର ନେତା ସସ୍ମିତ ପାତ୍ର ଟୁଇଟ କରି ବିବେକାନୁସାରେ ଭୋଟ ଦେବା ପାଇଁ କହିଲେ। ଏହା ନବୀନଙ୍କ ନିଷ୍ପତି। ସେ ଏପରି ନିଷ୍ପତି ନେବାର କାରଣ ହେଲା ଯେ, ଆମ ବିଜେଡି ରାଜ୍ୟ ସଭା ସଦସ୍ୟ ମଧ୍ୟରେ ଜଣେ…

Read More

ଭୁବନେଶ୍ବର: ଧିରେ ଧିରେ ବିଜେଡିରେ ବିବାଦ ବଢିବାରେ ଲାଗିଛି। ଏପରିକି ଭି କେ ପାଣ୍ଡିଆନଙ୍କ ବିରୋଧରେ ସ୍ବର ଉତ୍ତୋଳନ ହେବାରେ ଲାଗିଛି। ଆଜି ପୁଣି ଥରେ ସାଂସଦ ଦେବାଶିଷ ସାମନ୍ତରାୟ ବିସ୍ପୋରକ ବୟାନ ଦେଇଛନ୍ତି। ୱାକଫ ବିଲ୍ କୁ ନେଇ ସେ ଆଜି ସିଧା ନବୀନଙ୍କ ପରାମର୍ଶଦାତା ଭି କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ଗତକାଲି ଦେବାଶିଷ ପାଣ୍ଡିଆନଙ୍କ ନାମ ନେଇ ନ ଥିଲେ। ପରୋକ୍ଷରେ ସେ ନବୀନଙ୍କ ପରାମର୍ଶଦାତା ବୋଲି କହିଥିଲେ। ହେଲେ ଆସି ସିଧା ତାଙ୍କ ନାମ ନେଇ ସେ ଷଢଯନ୍ତ୍ର ପଛରେ ଅଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ଯେ, ୱାକଫ ବିଲ କୁ ସମର୍ଥନ ଦେବା ପାଇଁ ନବୀନ କହିବା ପରେ ତାହାକୁ ପାଣ୍ଡିଆନ ପ୍ରତ୍ୟାହାର କରିବା ପାଇଁ କହିଛନ୍ତି। ସେ ହେଉଛନ୍ତି ଏହି ଷଢଯନ୍ତ୍ରର ମୁଖ୍ୟ ବୋଲି ଦେବାଶିଷ କହିଛନ୍ତି। ସେ କିଛି ଡିଲ କରିଥାଇପାନ୍ତି ବୋଲି ଦେବାଶିଷ କହିଛନ୍ତି।

Read More

Samikhsya Bureau: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏ ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ଏହା ୮ ତାରିଖ ଯାଏଁ ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରୁ ପରବର୍ତୀ ୪୮ଘଣ୍ଟା ଯାଏଁ ସାମାନ୍ୟ ଉତ୍ତର ଆଡକୁ ଗତିକରିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠାର ୧୧ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି ବୋଲି ବିଭାଗ କହିଛି। ସେଥିପାଇଁ ପାଣିପାଗ ବିଭାଗ ତରଫରୁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେଗୁଡିକ ହେଲା ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି। ଏସବୁ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ଏବଂ  ପବନର ବେଗ ୩୦ରୁ ୪୦ ଡିଗ୍ରୀ ରହିବ । ସେହିପରି…

Read More

ସମୀକ୍ଷା ବ୍ୟୁରୋ: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧାରେ ଏକ ବୋମାମାଡ ହୋଇଛି। ଏଥିରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଜଣ ଗୁରୁତର ହୋଇଛି। ତାଙ୍କୁ ଭୁବନେଶ୍ବରର ଏକ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଏହି ବୋମା ମାଡର କାରଣ କଣ ତାହା ଜଣାପଡି ନାହିଁ। ଖୋର୍ଦ୍ଧା ସଦରଥାନାର ଶଢେଇଗଡ ଗ୍ରାମରେ ଏହି ଘଟଣା ଘଟିଛି। ଏହି ଘଟଣାରେ ଯିଏ ମୃତ୍ୟୁବରଣ କରିଛନ୍ତି ତାଙ୍କ ନାମ ହେଉଛି ନିରାକାର ସିଂହ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜଣେ ବାଇକରେ ବୋମା ନେଇ ଯାଉଥିବା ବେଳେ ବୋମା ବିସ୍ପୋରଣ ହୋଇଥିବାର ସନ୍ଦେହ କରାଯାଉଛି।

Read More

ସମୀକ୍ଷା ବ୍ୟୁରୋ: ଏଇ ଏପ୍ରିଲମାସରେ ମିଳିବ ସୁଭଦ୍ରା ଟଙ୍କା। ଏ ନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ଯେ ଏପ୍ରିଲ ୨୨ ଓ ୨୩ ତାରିଖରେ ସୁଭଦ୍ରା ଟଙ୍କା ମିଳିବ। ସର୍ଭେ ଶେଷ ହେବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଟଙ୍କା ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ସୁଭଦ୍ରା ଯୋଜନାରୁ  ୧ ଲକ୍ଷ ୭୦ ହଜାର ହିତାଧିକାରୀ ଟଙ୍କା ପାଇ ନାହାଁନ୍ତି। ସେମାନଙ୍କ ଆକାଉଣ୍ଟକୁ ଏହି ଟଙ୍କା ଆସିବ। ସେ କହିଛନ୍ତି ଯେ, ସୁଭଦ୍ରା ଯୋଜନାରେ ୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ପାଇଛନ୍ତି । ସେହିଭଳି ଦ୍ଵିତୀୟ କିସ୍ତି ପାଇଛନ୍ତି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା । ପ୍ରଥମ କିସ୍ତିରେ ସରକାର ୫ ହଜାର ୩୨ କୋଟି ୯୩ ଲକ୍ଷ ୮୫ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଛନ୍ତି । ଦ୍ଵିତୀୟ କିସ୍ତିରେ ୪…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଶ୍ରୀଲଙ୍କା ଗସ୍ତ କାଳରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଥିଲେ । ସେସବୁ ମଧ୍ୟରେ ଥିଲା ୧୨୮ କିଲୋମିଟର ମାହୋ-ଓମାନ୍ଥାଇ ରେଳଲାଇନର ଆଧୁନିକୀକରଣ। ଏହାସହିତ ମହୋ-ଅନୁରାଧାପୁରା ସେକ୍ସନରେ ଉନ୍ନତ ସିଗନାଲ ଓ ଟେଲିଯୋଗାଯୋଗ ବ୍ୟବସ୍ଥା ସ୍ଥାପନ ସହ ଜଡିତ ସିଗନାଲ ପ୍ରକଳ୍ପର ବି ସେ ଉଦଘାଟନ କରିଥିଲେ। ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶର ବିଭିନ୍ନ ପଡ଼ୋଶୀ ଦେଶରେ ହୋଇଥିବା ଅନେକ ବିକାଶମୂଳକ ପ୍ରକଳ୍ପର ଏଗୁଡ଼ିକ ଗୋଟିଏ ଗୋଟିଏ ଉଦାହରଣ। ପଡ଼ୋଶୀ ଦେଶଗୁଡ଼ିକରେ ଏକ ନିର୍ଭରଯୋଗ୍ୟ ବିକାଶ ସହଯୋଗୀ ଭାବେ ଭାରତର ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି। ଶ୍ରୀଲଙ୍କା ଇଣ୍ଡିଆନ ହାଉସିଂ ପ୍ରୋଜେକ୍ଟ (ତୃତୀୟ ପର୍ଯ୍ୟାୟ) ଅଧୀନରେ ଭାରତ କେନ୍ଦ୍ରୀୟ ଏବଂ ଉଭା ପ୍ରଦେଶରେ ପ୍ଲାଣ୍ଟେସନ ଶ୍ରମିକଙ୍କ ପାଇଁ ପ୍ରାୟ ୪,୦୦୦ ଘର ନିର୍ମାଣ କରିଛି । ଶ୍ରୀଲଙ୍କାର ଅର୍ଥନୈତିକ ସଙ୍କଟ ସମୟରେ ଭାରତ ଅତ୍ୟାବଶ୍ୟକ ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ…

Read More

ନୂଆଦିଲ୍ଲୀ: ଚାଣକ୍ୟ ନୀତିରେ ଏପରି ଅନେକ କଥା ଉଲ୍ଲେଖ କରାଯାଇଛି ଯାହା ଆମର ଦୈନ୍ୟନ୍ଦିନ ଜୀବନରେ ବେଶ୍ ଗୁରୁତ୍ବ ବହନ କରେ। ଆଉ ଆଚାର୍ଯ୍ୟ ଚାଣକ୍ୟଙ୍କ କଥା ସତ ବୋଲି ମଧ୍ୟ ପ୍ରମାଣିତ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଆଚର୍ଯ୍ୟ କହିଛନ୍ତି ଯେ, ଜଣେ ମଣିଷ ତାହାର କାମକୁ କଣ କଲେ ସେ ସଫଳତା ହାସଲ କରିପାରି। ଚାଣକ୍ୟ ନୀତିରେ ରହିଛି ଯେ , ଯଦି ଆପଣ କୌଣସି ଗୁରୁତ୍ବ ପୂର୍ଣ୍ଣ କାମଟିଏ କରିବାକୁ ଯାଉଛନ୍ତି ତେବେ ତାହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ। ଯଦି ଆପଣ ଏକ ଭଲ କାମ ବା ଚାକିରୀ ପାଇଁ ଚେଷ୍ଠା କରୁଛନ୍ତି, ତେବେ ତାହା ସଫଳ ହେବା ପରେ କୁହନ୍ତୁ। ଆପଣଙ୍କ କାମ ଶେଷ ନ ହେବା ପୂର୍ବରୁ ଯଦି ପ୍ରଘଟ କଲେ ତେବେ ତାହା ଆଉ ହେବ ନାହିଁ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣଙ୍କ କାମ ଗୋପନରେ କରନ୍ତୁ। ଏହି କାମରେ ଯଦି କାହାର…

Read More

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ନୃତ୍ୟରେ ବିମୋହିତ କରିଥିଲେ କଳାକାରମାନେ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚିତ୍ତାକର୍ଷକ ନୃତ୍ୟକୁ ଦେଖି ଦର୍ଶକ ବିମୁଗ୍ଧ ହୋଇଥିଲେ । ପ୍ରଥମେ ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟ ଓ ତାଙ୍କ ଦଳ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ପରେ କୋଲକତାରୁ ଆସିଥିବା ଝିନ୍‌କୋ ମୁଖାର୍ଜୀ ଡ୍ୟାନ୍ସ ଗ୍ରୁପ୍ ଦ୍ୱାରା ଭାରତ ନାଟ୍ୟମ ପରିବେଷଣ କରାଯାଇଥିଲା । ପରେ ଶଙ୍କର ବାଇ ଦଳ ଦ୍ୱାରା ସମ୍ବଲପୁରୀ ନୃତ୍ୟ । ପରେ ପରେ ଇଷ୍ଟର୍ଣ୍ଣ ଜୋନ କଲଚରାଲ ସେଣ୍ଟର ପକ୍ଷରୁ କଳାକାରଙ୍କ ଦ୍ୱାରା ଛଉନୃତ୍ୟ ଓ ତ୍ରିନେତ୍ର କଳାକୁଞ୍ଜ ପକ୍ଷରୁ କାଳୀ ନୃତ୍ୟ ପରିବେଷଣ କରାଯାଇଥିଲା । ଶେଷରେ ବୀଣା କିଶୋରୀ ଦଳ ଦ୍ୱାରା ପଲ୍ଲୀ ନୃତ୍ୟ ପରିବେଷଣ ଦର୍ଶକଙ୍କ ମନ ମୁଗ୍ଧ କରିଥିଲା । କାର୍ଯ୍ୟକ୍ରମକୁ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ…

Read More

ଭୁବନେଶ୍ବର, ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ। ଆଜିଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆଗମନ ହୋଇଥାଏ। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ। ଚଳିତ ବର୍ଷ ପଣା ସଂକ୍ରାନ୍ତି ଆସନ୍ତା 14 ତାରିଖ ସୋମବାର ଦିନ ପଡୁଛି। ଏହିଦିନ ବର୍ଷ ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ। ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟ ପଦାର୍ଥ ଗ୍ରହଣ ପାଇଁ ଆୟୋଜନ ହୋଇଥାଏ। ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି। ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ…

Read More

ମେଷ- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟମାନେ ଭେଟିବେ। ତୁମେ ଭଲ ଖବର ପାଇବ । ଖୁସି ହେବେ। ବିପଦ କରନ୍ତୁ ନାହିଁ । ଉପକୃତ ହେବେ। ପ୍ରଣାଳୀରେ ବିଶ୍ୱସନୀୟତା ସୃଷ୍ଟି କରନ୍ତୁ। ଆର୍ଥିକ ସୁସଙ୍ଗତତା ରହିବ। ଟଙ୍କା ସଂଗ୍ରହ ହେବ । ବୃତ୍ତି ପକ୍ଷରୁ ଅନେକ ଲାଭ ଅଛି । ନୂତନ ଯୋଜନା ଆରମ୍ଭ ହେବ। ବୃଷ- ଘର ବାହାରେ ପଚରାଉଚରା କରାଯିବ। କାର୍ଯ୍ୟ ସମାପ୍ତ ହେବ। ଆୟ ବୃଦ୍ଧି ପାଇବ। ଏହା ଏକ ମଜାଦାର ଯାତ୍ରା ହେବ। ଖୁସି ହେବେ। ସହକର୍ମୀମାନେ ସାହାଯ୍ୟ କରିବେ ନାହିଁ। ଖର୍ଚ୍ଚ କାଟିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସୁଖର ପରିବେଶ ରହିବ। ବ୍ୟବସାୟରୁ ବାହାରକୁ ଯିବାକୁ ପଡିପାରେ। ମିଥୁନ- ଶୋକ ଖବର ମିଳିପାରେ। କାର୍ଯ୍ୟରେ ମନ ଦେବେ ନାହିଁ । ବିବାଦରୁ ଦୂରେଇ ରୁହନ୍ତୁ । କଠିନ ପରିଶ୍ରମ ଅଧିକ ହେବ । ଗୃହ ସମସ୍ୟା ସମାଧାନ ହେବ। ଅଳସୁଆ ହୁଅନ୍ତୁ ନାହିଁ, ଚିନ୍ତା କରିଥିବା କାର୍ଯ୍ୟ…

Read More

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଗୁଜରାଟର ଗାନ୍ଧୀନଗରରେ ଇଣ୍ଡିଆନ୍ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ୍ ଲିମିଟେଡ୍ (ଇଫକୋ) କାଲୋଲ ଶାଖାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇଥିଲେ ଏବଂ ବୀଜ ଅନୁସନ୍ଧାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଆଜି ଇଫକୋର କଲୋଲ କାରଖାନାର ସୁବର୍ଣ୍ଣ ଜୟନ୍ତୀ ଏବଂ ବୀଜ ଅନୁସନ୍ଧାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ପାଳନ କରାଯାଉଛି। ସେ କହିଥିଲେ ଯେ ଇଫକୋ ର ୫୦ ବର୍ଷର ଗୌରବମୟ ଯାତ୍ରା ଦର୍ଶାଉଛି ଯେ ଯେତେବେଳେ ସମବାୟ ଏବଂ କର୍ପୋରେଟ ମୂଲ୍ୟବୋଧ ମିଳିତ ଭାବେ କାର୍ଯ୍ୟ କରିଥାଏ, ସେତେବେଳେ କେତେ ଅବିଶ୍ୱସନୀୟ ଫଳାଫଳ ହାସଲ ହୋଇଥାଏ। ସେ ଉଲ୍ଲେଖ…

Read More