Utkal Diwas In Tanzania: ଉତ୍କଳ ଦିବସ ବା ଓଡିଶା ଦିବସ କେବଳ ଓଡିଶା ବା ଭାରତରେ ନୁହେଁ, ବିଶ୍ବର ବିଭିନ୍ନ କୋଣରେ ମଧ୍ୟ ପାଳିତ ହୋଇଛି। ସେମିତି ତାନଜାନିଆରେ ଥିବା ଓଡିଆମାନେ ଏହି ଦିବସକୁ ବେଶ ଧୂମଧାମରେ ପାଳନ କରିଛନ୍ତି। ତାନଜିଆରେ ଥିବା ଭାରତ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ଏବଂ ତାନଜାନିଆ ଓଡିଆ ସମାଜ ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା। ତାନଜିଆର ଦାର ଇସ ସଲ୍ଲାମ ସହରରେ ଆୟୋଜିତ ଏହି ଉତ୍ସବରେ ସେଠାରେ ଥିବା ପ୍ରାୟ ଦେଢଶହ ଓଡିଆ ଯୋଗଦେଇଥିଲେ। ଭାରତ ହାଇକମିଶନ କାର୍ଯ୍ୟାଳୟରେ ଅବସ୍ଥାପିତ ରାଜନୈତିକ ୟୁଇଙ୍ଗିର ମୁଖ୍ୟ ଶ୍ରୀ ଲକ୍ଷ୍ୟ ଆନନ୍ଦ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତାନଜାନିଆ ରେ ଥିବା କଳାକାରମାନେ ଓଡିଶାର ପାରଂପାରିକ ନୃତ୍ୟ, ସଂଗୀତକୁ ପରିବେଷଣ କରିଥିଲେ।
Author: Samikhsya Bureau
ଭୁବନେଶ୍ବର: ଗତ ୨୭ ତାରିଖରେ ମହିଳା ସୁରକ୍ଷା ଏବଂ ଅଧିକାର ନିମନ୍ତେ କଂଗ୍ରେସର ବିଧାନସଭା ଘେରାଉ କାର୍ଯ୍ୟକ୍ରମ ହେଉଥିବା ବେଳେ, ପୋଲିସ ପକ୍ଷପାତିତା କରି ଅମାନୁଷିକ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ବହୁ କଂଗ୍ରେସ କର୍ମୀ ଆହତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ କଂଗ୍ରେସ କର୍ମୀମାନଙ୍କୁ ବିନା କାରଣରେ ଗିରଫ କରୁଛି । ଏହି ଅନ୍ୟାୟକୁ ନେଇ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା,ବିଧାୟକ ତାରା ପ୍ରସାଦ ବାହିନୀପତି,ରମେଶ ଜେନା,ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ପ୍ରମୁଖ କଂଗ୍ରେସର ବରିଷ୍ଠ ପ୍ରତିନିଧି ଦଳ ଆଜି କମିଶନରଙ୍କୁ ସାକ୍ଷାତ କରି ପୋଲିସର ଏହି ଅନ୍ୟାୟପୂର୍ଣ୍ଣ ଆକ୍ରୋଶମୂଳକ ଗିରଫଦାରୀ ବନ୍ଦ କରିବା ପାଇଁ ବିସ୍ତୃତ ଆଲୋଚନା କରିଥିଲେ।
ଭୁବନେଶ୍ବର: ଡ଼ିଏନ ଅକ୍ସୀ ପାର୍କ ହୋଉସିଂ ସୋସାଇଟିରେ ଉତ୍କଳ ଦିବସ ଅତି ଆଡମ୍ବର ସହିତ ପାଳନ କରାଯାଇଛି। ଏହି ଉସ୍ତାବକୁ ସୋସାଇଟିର ସଭାପତି ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଏବଂ ଅନ୍ୟାନ୍ୟ କାର୍ୟ୍ୟନିର୍ବାହୀ ସଭ୍ୟମାନେ ପ୍ରଦୀପ ଜାଳି ଉଦଘଟନ କରିଥିଲେ। ଏହି କାର୍ୟ୍ୟକ୍ରମରେ କୁନି କୁନି ଛୁଆମାନଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ଗାୟନ କରାଯାଇ ଥିଲା। ଏଥିସହିତ ଓଡ଼ିଆ ସଂସ୍କୃତି କୁ ମନେ ପକାଇବାପାଇଁ ବିଭିନ୍ନ ପ୍ରକାରର ନୃତ୍ୟ ପରିବେଷଣ କରାଯାଇଥିଲା।ଏଥିରେ ଓଡିଶୀ, ସମ୍ବଲପୁରୀ ଓ କୋରାପୁଟର ଢମସା ପରିବେଷଣ କରାଯାଇଥିଲା। ସେହିପରି ମହିଳାମାନଙ୍କ ଦ୍ଵାରା ଏକ ସାମୁହିକ ଗୀତ ପ୍ରସ୍ତୁତ କରାଯାଇଥିଲା। ଓଡିଶୀ ନୃତ୍ୟ ରେ ଶିଶୁ କଳାକାର ଶ୍ରୀୟା ଏବଂ ସିପ୍ରା ଅଂଶ ଗ୍ରହଣ କରି ଦର୍ଶକମାନଙ୍କ ମନ ମୋହିଥିଲେ।ଛୋଟ ଛୁଆଙ୍କ ଦ୍ଵାରା ପ୍ରସ୍ତୁତ ସମ୍ବଲପୁରୀ ନୃତ୍ୟ ଗୁଞ୍ଜର ଗୁଞ୍ଜ ଅତି ଚମତ୍କାର ହେଇଥିଲା। ପରିଶେଷରେ ସଂଜୁରାଣୀ ମିଶ୍ରଙ୍କ ଦ୍ଵାରା ଲିଖିତ ଓଡ଼ିଆ ସଂସ୍କୃତି ଏବଂ ପରମ୍ପରା…
ଭୁବନେଶ୍ବର: ବୁଧବାର ରାତି ତମାମ ଚାଲିଲା ଓଡିଶା ବିଧାନସଭାର ଗୃହ କାର୍ଯ୍ୟ। ଯାହା ବିଧାନ ସଭା ଇତିହାସରେ ଆଉ ଏକ ରେକର୍ଡ କରିଛି। ରାତି ତମାମ ବିଧାୟକମାନେ ଉପସ୍ଥିତି ରହି ଆଲୋଚନାରେ ଭାଗ ନେଇଥିଲା। ରାତିରେ ବିଧାୟକମାନଙ୍କ ପାଇଁ ଖାଇବା ଏବଂ ଚା ବିସ୍କୁଟର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଅବସର ଥିଲା ଓଡିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ ପାଶ କରିବା। ଅପରାହ୍ନରେ ଏହି ବିଲ ଆସିବା ପରେ ବିରୋଧୀ ଦଳ ଏହାକୁ ସିଲେକ୍ଟ କମିଟକୁ ପଠାଇବା ପାଇଁ ଦାବୀ କରିଥିଲେ। ହେଲେ ତାହା କାଟ ଖାଇଥିଲା ଏବଂ ଶାସକ ଦଳ ଏହା ଗୃହରେ ଆଲୋଚନା ଦାବୀ କରିଥିଲେ। ଫଳରେ ଏହି ବିଲ ନେଇ ସଂଧ୍ୟାରେ ଆଲୋଚନା ଆରମ୍ଭ ହୋଇଥିଲା। ତେବେ ଗୃହ କାର୍ଯ୍ୟ ସାଧାରଣତଃ ରାତି 9 ଟା ପର୍ଯ୍ୟନ୍ତ ଚାଲିବା ନିୟମ ରହିଛି। ହେଲେ ବିଲ ଉପରେ ବିସ୍ତୁତ ଆଲୋଚନା ହେବାର ଥିବାରୁ ଏହା କାର୍ଯ୍ୟ ସମୟ ବୃଦ୍ଧି ପାଇଁ…
ଭୁବନେଶ୍ବର: ଆଜି ଓଡିଶା ଦିବସରେ ତିରିଶ ଜଣ ଓଏଏସ ଅଧିକାରୀଙ୍କୁ ଆଇଏଏସ ପାହ୍ୟାକୁ ପଦନ୍ନୋତି ପ୍ରଦାନ କରାଯାଇଛି।ଏ ନେଇ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁମାନେ ଏହି ପଦନ୍ନୋତି ପାଇଛନ୍ତି ସେମାନେ ହେଲେ… ପ୍ରଥମ ପନ୍ଦର ଜଣଙ୍କୁ 2023 ମସିହା ପାଇଁ ପଦନ୍ନୋତି କରାଯାଇଥିବା ବେଳେ ଆଉ 15 ଜଣଙ୍କୁ 2024 ମସିହା ପାଇଁ ପଦନ୍ନୋତି ପ୍ରଦାନ କରାଯାଇଛି। ଏହି ପଦନ୍ନୋତି ଦ୍ବାରା ରାଜ୍ୟରେ ଥିବା ଆଇଏଏସ ମରୁଡିରୁ କିଛିଟା ରକ୍ଷା ମିଳିବ ବୋଲି ଆଶା କରାଯାଉଛି।
ଭୁବନେଶ୍ବର: ଆଜି ଓଡିଶା ଦିବସ । ସାରା ରାଜ୍ୟରେ ଓଡିଆ ଅସ୍ମିତାର ଉତ୍ସବ। ଏହି ଅବସରରେ ରାଜ୍ୟ ସରକାର ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଓଡିଶା ଗଠନର ମୁଖ୍ୟ ବିନ୍ଧାଣି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ମାଟି ସତ୍ୟଭାମାପୁରରେ ଆୟୋଜନ କରିଛନ୍ତି ରାଜ୍ୟ ସ୍ତରୀୟ ଓଡିଶା ଦିବସ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ମଧୁବାବୁଙ୍କ ଜନ୍ମମାଟି ସତ୍ୟଭାମାପୁର ହେଉଛି ଆମ ପାଇଁ ଏକ ପବିତ୍ର ସ୍ଥାନ, ଏକ ତୀର୍ଥ। ଏ ସ୍ଥାନକୁ ଓଡିଆ ଜାତୀୟତା ଭାବର ଏକ କେନ୍ଦ୍ର ସ୍ଥଳ ଭାବେ ବିକଶିତ କରାଯିବ। ମୁଖ୍ୟମନ୍ତ୍ରୀ କହିଲେ ଯେ, ଆଜି ଦିନଟି ହେଉଛି ଓଡ଼ିଆ ଅସ୍ମିତାର ଦିବସ। ଓଡ଼ିଆ ସ୍ୱାଭିମାନର ଦିବସ। ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନକୁ ଗୁରୁତ୍ୱ ଦେଇ ଓଡ଼ିଶାବାସୀ ଯେଉଁ ପରିବର୍ତ୍ତନ ଆଣିଥିଲେ, ତାକୁ ସମ୍ମାନ ଦେଇ, ଆଜି ଆମେ ସ୍ୱତନ୍ତ୍ର…
ଭୁବନେଶ୍ୱର: ବିଶ୍ୱ ଓଡ଼ିଆ ପରିବାର ତରଫରୁ ଉତ୍କଳ ଦିବସ ଉପଲକ୍ଷେ ଏକ କର୍ମଶାଳା ଭିନ୍ନ ଢଙ୍ଗରେ ଭୁବନେଶ୍ୱରର ହୋଟେଲ ପ୍ରେସିଡେନ୍ସିଠରେ ଅନୁଷ୍ଠିତ ହୋଇଯାଇଛି। ଯାହାର ଶୀର୍ଷକ ଥିଲା ‘ଶିକ୍ଷା ବିକାଶର ବାତାୟନ’ ପ୍ରଜ୍ଞାନ। ଏହି କର୍ମଶାଳାରେ ବିକଶିତ ଓଡ଼ିଶାର-୨୦୩୬ର ସଫଳତା ପାଇଁ ବ୍ୟାପକ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କର ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟର ଶିକ୍ଷା ବିଭାଗର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ବିକଶିତ ଓଡ଼ିଶା ପାଇଁ ସରକାର ବହୁ ସୁଚିନ୍ତିତ ଯୋଜନା ଓ ପଦକ୍ଷେପ ନେଉଛନ୍ତି । ଏହି ଆଭିମୁଖ୍ୟକୁ ସଫଳ କରିବା ପାଇଁ ବ୍ୟକ୍ତି ବିଶେଷ, ଅନୁଷ୍ଠାନ, ବୁଦ୍ଧିଜିବୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ । ଓଡ଼ିଶାର ବିକାଶ ଦିଗରେ ଶିକ୍ଷା ବ୍ୟବସ୍ଥା କିଭଳି ସହାୟକ ହେବ ତାହା ଉପରେ ସେ ଗୁରୁତ୍ୱଆରୋପ କରିଥିଲେ । ମୁଖ୍ୟବକ୍ତା ଭାବରେ…
ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ଓଡିଆ ପକ୍ଷ ଦିବସ ପାଳନ ହେବ। ଏ ନେଇ ସଂସ୍କୃତି ମନ୍ତ୍ରୀ ସୂଚନା ଦେବା ପରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରଥମ ଥର ପାଇଁ ରାଜ୍ୟ ସରକାର ଓଡିଆ ଅସ୍ମିତାକୁ ପ୍ରସାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ୧ ଏପ୍ରିଲ୍ ‘ଓଡ଼ିଶା ଦିବସ’ ଠାରୁ ୧୪ ଏପ୍ରିଲ୍ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ପାଳନ କରାଯିବ। ଜାଣନ୍ତୁ କେଉଁ ଦିନ କଣ ହେବ ପାଳନ ୧ ଏପ୍ରିଲ- ଓଡିଶା ଦିବସ ୨ ଏପ୍ରିଲ୍- ଖଡିଛୁଆଁ ଦିବସ ୩ ଏପ୍ରିଲ୍- ପାରଂପାରିକ ପୋଷାକ ପରିଧାନ ୪ ଏପ୍ରିଲ୍- ଓଡିଆ ନାମଫଳକ ପ୍ରଚାର ଅଭିଯାନ ୫ ଏପ୍ରିଲ୍- ଐତିହ୍ୟ ଗଣ ଦୌଡ ୬ ଏପ୍ରିଲ୍- ଦେବାଳୟ ଏବଂ ଐତିହ୍ୟ ସ୍ଥଳ ସ୍ବଚ୍ଛତା ଦିବସ ୭ ଏପ୍ରିଲ୍- ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ୮ ଏପ୍ରିଲ୍- ରକ୍ତଦାନ ଅଭିଯାନ ୯ ଏପ୍ରିଲ୍- ଆସ ବହିଟିଏ କିଣିବା ଅଭିଯାନ ୧୦ ଏପ୍ରିଲ- ଲୋକକଳା ପାଇଁ…
ଭୁବନେଶ୍ବର: ଆଜି ହେଉଛି ଉତ୍କଳ ଦିବସ ବା ଓଡିଶା। ଏହି ଦିବସରେ ଓଡିଶା ସ୍ବତନ୍ତ୍ର ରାଜ୍ୟ ଭାବେ ଗଠନ ହୋଇଥିଲା। ଏହି ଦିନ ଓଡିଶାରେ ବହୁ ପ୍ରତିକ୍ଷୀତ ଆୟୁଷ୍ମାନ ଭାରତ ଲାଗୁ ହେବ ବୋଲି ଘୋଷଣା କରାଯାଇଥିଲା। ହେଲେ ତାହା ଲାଗୁ ହୋଇପାରିବ କି ନାହିଁ ତାହା ସନ୍ଦେହ ଘେରରେ ଥିଲା। କାରଣ ଏହି ଯୋଜନା ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରାଯିବା କଥା ତାହା ହୋଇପାରି ନ ଥିଲା। ତେବେ ସେହି ସନ୍ଦେହକୁ ଆଜି ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି କଟକ ସତ୍ୟଭାମାପୁରରେ ଆୟୋଜିତ ରାଜ୍ୟ ସ୍ତରୀୟ ଓଡିଶା ଦିବସରେ ସେ ଏକ ଘୋଷଣା କରିଛନ୍ତି। ତାହା ହେଲା ଯେ, ସାରା ରାଜ୍ୟରେ ଆଉ ଦୁଇ ସପ୍ତାହ ମଧ୍ୟରେ ଏହା ଲାଗୁ କରାଯିବ ବୋଲି ସେ କହିଛନ୍ତି।
ଭୁବନେଶ୍ବର: ୧ ଏପ୍ରିଲ୍ ‘ଓଡ଼ିଶା ଦିବସ’ ଠାରୁ ୧୪ ଏପ୍ରିଲ୍ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ଏହି ୧୪ ଦିନ ଆମେ ‘ଓଡ଼ିଆ ପକ୍ଷ’ ଭାବେ ପାଳନ ହେବ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଏହି ପକ୍ଷର ପ୍ରତ୍ୟେକ ମୁହୂର୍ତ୍ତ ସବୁ ଓଡ଼ିଆଙ୍କ ପାଇଁ ସ୍ୱାଭିମାନ, ସଂସ୍କୃତି, ପରମ୍ପରା ଓ ଅସ୍ମିତାକୁ ନେଇ ପ୍ରେରଣାର ସମୟ ହେଉ । ସେହିପରି ସେ କହିଛନ୍ତି ଯେ, ଓଡ଼ିଆ ପର୍ବ ହେଉ ଆମ ଭାଷା, ସାହିତ୍ୟ, ଖାଦ୍ୟ, ପୋଷାକ, ନୃତ୍ୟ, ସଙ୍ଗୀତ ଓ ସଂସ୍କୃତିର ଉତ୍ସବ। ଏହି ସମୟ ମଧ୍ୟରେ ଯେଉଁ ମହାପୁରୁଷ ଓ ମହିୟସୀ ମାନଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ୧୯୩୬ ମସିହାରେ ଖଣ୍ଡ ବିଖଣ୍ଡିତ ଓଡ଼ିଶାର ଏକତ୍ରୀକରଣ ସମ୍ଭବ ହୋଇଥିଲା, ସେହି ବିନ୍ଧାଣୀ ମାନଙ୍କୁ ଆମେ ସ୍ମରଣ କରିବା ଓ ସମ୍ମାନ ଦେବା। ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ହେଉ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ନୂଆ ଉଦ୍ୟମ,…
ଭୁବନେଶ୍ବର: ଆଜି ହେଉଛି ଉତ୍କଳ ବା ଓଡିଶା ଦିବସ। ଏହି ଉପଲକ୍ଷେ ଆଜି ସାରା ଓଡିଶାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଜିର ଦିନରେ ଓଡିଶା ସ୍ବତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇଥିଲା। ଯାହାର ପୁରୋଧା ଥିଲେ ଉତ୍କଳଗୌରବ ମଧୂସୁଦନ ଦାସ। ତାଙ୍କୁ ମନେ ପକାଇବା ପାଇଁ ଆଜିର ଦିନରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜଭବନ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତିରେ ସେ ମଧୁବାବୁଙ୍କ ଅବଦାନକୁ ସ୍ମରଣ କରିଛନ୍ତି। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ସହିତ ଥିଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ସଂସ୍କୃତିମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ବାବୁ ସିଂ ପ୍ରମୁଖ ଯୋଗଦେଇଥିଲେ।
ଭୁବନେଶ୍ବର: ଆଜି ଉତ୍କଳ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ନିଜର ଅସୀମ ତ୍ୟାଗ ତଥା ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୌରବ ବୃଦ୍ଧି କରିଥିବା ମହାପୁରୁଷମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି। ଆଜିର ଦିନରେ ଆସନ୍ତୁ ଏକ ସୁସ୍ଥ ଓ ବିକଶିତ ଓଡ଼ିଶା ଗଠନ କରିବାର ସଂକଳ୍ପକୁ ଆହୁରି ଦୃଢ଼ କରିବା। #ଓଡ଼ିଶାଦିବସ ଆଜି ସକାଳୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରର ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ଏହାପରେ ସେ ମଧୁବାବୁଙ୍କ ଜନ୍ମପିଠ ସତ୍ୟଭାମାପୁର ଯିବେ। ସେଠାରେ ରାଜ୍ୟ ସ୍ତରୀୟ ଉତ୍କଳ ଦିବସ ପାଳନ କରାଯିବ।
ଭୁବନେଶ୍ବର: ଆଜି ହେଉଛି ଉତ୍କଳ ଦିବସ ବା ଓଡିଶା ଦିବସ। ଆଜିର ଦିନରେ ଓଡିଶା ସ୍ବତନ୍ତ୍ର ପ୍ରଦେଶ ଭାବେ ପରିଚିତ ହୋଇଥିଲା। ଏହି ଉପଲକ୍ଷେ ଆଜି ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମର ଆୟୋଜନ ହେବାରେ ଲାଗିଛି। ତେବେ ଆଜିର ଦିନରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ସାମାଜିକ ଗଣମାଧ୍ୟମରେ ଯାହା କହିଛନ୍ତି ତାହା ହେଲା, “ଉତ୍କଳ ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା ! ଏହି ଦିବସ ଓଡ଼ିଶାର ସମୃଦ୍ଧ ସଂସ୍କୃତି ପ୍ରତି ଏକ ଉପଯୁକ୍ତ ସମ୍ମାନ । ଓଡ଼ିଶାର ଇତିହାସ, ସାହିତ୍ୟ ଓ ସଂଗୀତକୁ ନେଇ ଭାରତ ଗର୍ବିତ। ଓଡ଼ିଶାର ଲୋକମାନେ କଠିନ ପରିଶ୍ରମୀ ଏବଂ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଛନ୍ତି । ଗତ ଏକ ବର୍ଷ ଧରି କେନ୍ଦ୍ର ଏବଂ ଓଡ଼ିଶା ସରକାର ରାଜ୍ୟର ଆହୁରି ପ୍ରଗତି ପାଇଁ ବ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି ।”
ଭୁବନେଶ୍ୱର: ହସ୍ତଶିଳ୍ପ ଓ ହସ୍ତତନ୍ତର ସୁରକ୍ଷା ଓ ସମୃଦ୍ଧି ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି। ଆଜି ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଜନତା ମଇଦାନଠାରେ ଆୟୋଜିତ ୧୯ତମ ଜାତୀୟ ହସ୍ତଶିଳ୍ପ ମେଳାର ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି ସମାରୋହରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଭାରତୀୟ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ଆମ ଦେଶର ଅତୁଳନୀୟ କଳାତ୍ମକ ଐତିହ୍ୟର ପ୍ରମାଣ, ଯାହା ଶତାଦ୍ଦୀ ଶତାଦ୍ଦୀର ପରଂପରା, କୌଶଳ ଏବଂ ସାଂସ୍କୃତିକ ବିବିଧତାକୁ ପ୍ରତିଫଳିତ କରିଥାଏ। ଭାରତର ବିଭିନ୍ନ ଅଂଚଳର ନିଜସ୍ୱ ସ୍ୱତନ୍ତ୍ର କରିଗରୀ ରହିଛି। ଏହି କାରିଗରୀ କେବଳ ଉତ୍ପାଦ ନୁହେଁ, ଏଗୁଡ଼ିକ ଇତିହାସ, ଭକ୍ତି ଏବଂ ମୌଳିକତା ସହିତ ଜଡିତ। ଯେତେବେଳେ ଯାନ୍ତ୍ରିକ ଉତ୍ପାଦନ ବଜାର ଉପରେ ପ୍ରଭାବ ପକାଇଥାଏ, ଆମର ହସ୍ତଶିଳ୍ପ ସଂପଦ ପ୍ରାମାଣିକତା,…
ଭୁବନେଶ୍ବର: ଆସନ୍ତାକାଲି ହେଉଛି ଉତ୍କଳ ଦିବସ ବା ଓଡିଶା ଦିବସ। ଏହି ଉପଲକ୍ଷେ ଆଜି ରାତିରୁ ରାଜଧାନୀର ସମସ୍ତ ସରକାରୀ ବିଲିଡିଂକୁ ରଂଗୀନ ଆଲୋକରେ ସଜା ଯାଇଛି। ଯାହାଫଳରେ ବାଟରେ ଯାଉଥିବା ଲୋକଙ୍କୁ ବେଶ ଆକୃଷ୍ଠ କରିପାରିଛି। ଏଥିରେ ଓଡିଶା ରାଜଭବନ, ଲୋକସେବା ଭବନ, କୃଷି ଭବନ, ଖାରବେଳ ଭବନ, ପୋଲିସ କମିଶନରେଟ ଅଫିସ ପ୍ରମୁଖ ବିଲିଡିଂରେ ରଂଗୀନ ଆଲୋକରେ ଝଲସୁଛି। ଏହି ଆଲୋକମାଳାରେ ଓଡିଶାର ଜନସାଧାରଣଙ୍କୁ ସ୍ବାଗତ କରାଯାଇଛି।
ଭୁବନେଶ୍ୱର: ଚୌଦ୍ୱାର ମଙ୍ଗୁଳି ଠାରେ ରେଳ ଦୁର୍ଘଟଣା ଖବର ପାଇ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ଦାସ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଶ୍ରୀଯୁକ୍ତ ଦାସ ଦୁର୍ଘଟଣାସ୍ଥଳର ପରିସ୍ଥିତି ଅନୁଧ୍ୟାନ କରି ନିଜ ପ୍ରତିକ୍ରିୟାରେ କହିଛନ୍ତି କି ଆଜିର ରେଳ ଦୁର୍ଘଟଣାରେ ମୁଁ ଗଭୀର ମର୍ମାହତ। ସାରା ଭାରତରେ ବିଶେଷ କରି ଓଡ଼ିଶାରେ ବାରମ୍ବାର ରେଳ ଦୁର୍ଘଟଣା ଘଟୁଛି। ବହୁମୂଲ୍ୟବାନ ଜୀବନ ଯିବା ସହ ଧନସମ୍ପତି ନଷ୍ଟ ହେଉଛି। ରେଳକର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁ ଏଭଳି ରେଳଦୁର୍ଘଟଣା ବାରମ୍ବାର ଘଟୁଛି। ରେଳ ଦୁର୍ଘଟଣା ରୋକିବା ପାଇଁ ଉଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଏହି ରେଳମନ୍ତ୍ରୀଙ୍କ ସମୟରେ ଭାରତ ବର୍ଷରେ ସବୁଠାରୁ ଅଧିକ ଭୟଙ୍କର ଓ ମର୍ମନ୍ତୁଦ ରେଳଦୁର୍ଘଟଣା ଘଟୁଛି। ରେଳମନ୍ତ୍ରୀ ଏଭଳି ଘଟଣାରେ ନିଜର ଉତର ଦାୟିତ୍ୱ ଦେଖାଉନାହାନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଅବସରରେ ଶ୍ରୀଯୁକ୍ତ ଦାସ ମୃତକଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର…
ଭୁବନେଶ୍ବର: ଆଜି ଭୁବନେଶ୍ୱର ବିମାନ ବନ୍ଦର ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସହୀଦ ରାଜକିଶୋର ମୁଣ୍ଡା ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ନୂଆଗାଁ ଗ୍ରାମର ରାଜକିଶୋର ମୁଣ୍ଡା ବିହାର ରେଜିମେଣ୍ଟ ର ଷଷ୍ଠ ବାଟାଲିୟନରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ। ସ୍ବର୍ଗତ ମୁଣ୍ଡା ଅରୁଣାଚଳ ପ୍ରଦେଶର ତାୱାଙ୍ଗ ଠାରେ କର୍ତ୍ତବ୍ୟରତ ଥିବା ବେଳେ ଗତ ୨୯ ତାରିଖରେ ସହୀଦ ହୋଇଯାଇଛନ୍ତି।
କଟକ: ଆଜି କଟକ ନିକଟସ୍ଥ ନିର୍ଗୁଣ୍ଡିଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ସେ ହେଉଛନ୍ତି ପଶ୍ଚିମବଂଗର ଏବଂ ତାଙ୍କ ନାମ ହେଉଛି ଶୁଭଙ୍କର ରାୟ। ସେହିପରି ଅନ୍ୟ ୬ ଆହତଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଯେଉଁମାନେ ସାଧାରଣ ଆହତ ହୋଇଥିଲେ ସେମାନଙ୍କୁ ଚିକିତ୍ସା କରି ଛାଡି ଦିଆଯାଇଛି। ଆଜି ଦିନ ପ୍ରାୟ ୧୧ଟା ୪୫ ସମୟରେ କାମାକ୍ଷା ଏକ୍ସପ୍ରେସ ନିର୍ଗୁଣ୍ଡି ଷ୍ଟେସନ ପାର ହୋଇ ଆଗକୁ ଯାଉଥିଲା। ହଠାତ ଏକ ପ୍ରଚଣ୍ଡ ଶଦ୍ଧ କରି ଟ୍ରେନ ଏକ ଝଟକା ମାରିଲା। ଫଳରେ ଯାତ୍ରୀମାନେ ଭୟଭୀତ ହୋଇପଡିଲେ। ତାପରେ ଜଣାପଡିଲା ଯେ, ଟ୍ରେନ ବଗି ଲାଇନ ବାହାରୁ ଚାଲିଯାଇଛି। ଫଳରେ ଭୟଭୀତ ଯାତ୍ରୀମାନେ ତଳକୁ ଓହ୍ଲାଇପଡିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ଏହି ଦୁର୍ଘଟଣା ପରେ ପୂର୍ବତଟ ରେଳ ବିଭାଗ ତରଫରୁ ୫ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି। ସେଗୁଡିକ ହେଲା ୧୨୮୨୨ ପୁରୀ-ହାୱାଡା…
ଭୁବନେଶ୍ବର: ଆଜି ବିଧାନସଭା ପରିସରକୁ ଯିବା ପାଇଁ ଚେଷ୍ଠା କରୁଥିବା କଂଗ୍ରେସର ଦୁଇ ବିଧାୟକଙ୍କୁ ପୋଲିସ ଭିତରକୁ ଛାଡି ନାହିଁ। ଫଳରେ ବିଧାନସଭା ଗେଟ ଆଗରେ ଧାରଣା ଦେଲେ ଦୁଇ ବିଧାୟକ। ସେମାନେ ହେଲେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ଏବଂ ଉପନେତା ଅଶୋକ ଦାସ। ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ସମସ୍ତ ବିଧାୟକଙ୍କୁ ବାଚସ୍ପତି ଗୃହରୁ ନିଲମ୍ବନ କରିଛନ୍ତି। ତା ସତ୍ବେ କଂଗ୍ରେସ ଏହି ଦୁଇ ବିଧାୟକ ଆଜି ଯିବା ପାଇଁ ଉଦ୍ୟମ କରୁଥିଲେ। ତେବେ ସେମାନେ ଗୃହ ଭିତରକୁ ଯାଇଥାଆନ୍ତେ କି ନାହିଁ ତାହା ଜଣାପଡି ନାହିଁ। ହେଲେ ବିଧାନସଭା ପରିସରକୁ ମଧ୍ୟ ସେମାନଙ୍କୁ ଯିବାକୁ ଦିଆଗଲା ନାହିଁ। ପୋଲିସ ବାରିକେଟ କରି ଗେଟ ସାମନାରେ ଉଭୟ ଅଟକାଇ ରଖିଲା। ଫଳରେ ସେମାନେ ରାସ୍ତାରେ ବସି ଧାରଣା ଦେଇଥିଲେ।
ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଛନ୍ତି ତିନିଟି ରାଜ୍ୟର ମୁଖ୍ୟମନ୍ତ୍ରୀ। ସେମାନେ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ସମସ୍ତେ ଭିନ୍ନ ଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଗତକାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସାକ୍ଷାତ କରିଥିବା ବେଳେ ଆଜି ଦିଲ୍ଲୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିଛନ୍ତି। ତେବେ ସେମାନେ ଓଡିଶା ଆସିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତି ସଭାରେ ଯୋଗଦାନ କରିବା। ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ସଂଧ୍ୟାରେ ଭୁବନେଶ୍ବରର କୃଷକ ସମାଜରେ ଆୟୋଜିତ ଦ୍ବାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଭୁବନେଶ୍ବର: ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ତେବେ ତାଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ କୁଆଡେ ରାଜ୍ୟ ସଭାପତି ଚୟନ ବୋଲି ଜଣାପଡିଛି। ନଡ୍ଡା ଆସନ୍ତା ଏପ୍ରିଲ 12 ତାରିଖରେ ଆସିବେ ବୋଲି କହିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ। ଓଡିଶା ବିଜେପି ସଭାପତି କିଏ ହେବ ସେ ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତି ହୋଇପାରୁ ନାହିଁ। ଜାନୁୟାରୀ, ଫେବୃୟାରୀ ଘୋଷଣା ହେବା ବୋଲି ବାରମ୍ବାର ଓଡିଶା ପ୍ରଭାରୀ ବିଜୟ ସିଂ ତୋମାର କହି ଆସୁଛନ୍ତି। ହେଲେ ଘୋଷଣା ହୋଇପାରୁ ନାହିଁ। ତେବେ ଏପ୍ରିଲରେ ପଣା ସଂକ୍ରାନ୍ତି ପରେ ବିଜେପି ସଭାପତିଙ୍କ ନାମ ଘୋଷଣା ହେବ ବୋଲି ଜଣାପଡିଛି।

