ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ରାମେଶ୍ୱରମ ଠାରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସେ ଭାରତର ପ୍ରଥମ ଭର୍ଟିକାଲ ଲିଫ୍ଟ ସମୁଦ୍ର ସେତୁ, ନୂଆ ପମ୍ବନ ରେଳ ସେତୁକୁ ଉଦଘାଟନ କରିଥିଲେ ଏବଂ ସଡକ ସେତୁରୁ ଏକ ଟ୍ରେନ ଓ ଜାହାଜକୁ ପତାକା ଦେଖାଇ ଶୁଭାରମ୍ଭ କରିଥଲେ ଏବଂ ସେତୁର ପରିଚାଳନାକୁ ନିରୀକ୍ଷଣ କରିଥିଲେ। ରାମେଶ୍ୱରମସ୍ଥିତ ରାମନାଥସ୍ୱାମୀ ମନ୍ଦିରରେ ମଧ୍ୟ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜି ଶ୍ରୀରାମ ନବମୀର ପବିତ୍ର ଅବସର। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଆଜି ସକାଳେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ସୂର୍ଯ୍ୟର ଦିବ୍ୟ କିରଣ ରାମଲାଲାଙ୍କୁ ଭବ୍ୟ ତିଳକରେ ସଜ୍ଜିତ କରିଥିଲା। ‘ପ୍ରଭୁ ଶ୍ରୀରାମଙ୍କ…
Author: Samikhsya Bureau
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀଲଙ୍କାର ରାଷ୍ଟ୍ରପତି ମହାମହିମ ଅନୁରା କୁମାର ଦିଶାନାୟକଙ୍କ ସହ ଆଜି ଅନୁରାଧାପୁରରେ ଭାରତ ସହାୟତାରେ ନିର୍ମିତ ଦୁଇଟି ରେଳ ପ୍ରକଳ୍ପର ଉଦଘାଟନ କରିବା ସହିତ ସମାରୋହରେ ଅଂଶଗ୍ରହଣ କରିଥିଲେ । ଉଭୟ ନେତା ଭାରତ ପକ୍ଷରୁ ୯୧.୨୭ ନିୟୁତ ଆମେରିକୀୟ ଡଲାର ସହାୟତାରେ ୧୨୮ କିଲୋମିଟର ମାହୋ-ଓମାନଥାଇ ରେଳଲାଇନର ଉଦଘାଟନ କରିବା ପରେ ୧୪.୮୯ ଆମେରିକୀୟ ଡଲାର ର ଭାରତୀୟ ଅନୁଦାନ ସହାୟତାରେ ନିର୍ମିତ ମାହୋରୁ ଅନୁରାଧାପୁର ପର୍ଯ୍ୟନ୍ତ ଏକ ଉନ୍ନତ ସିଗନାଲିଂ ସିଷ୍ଟମ ନିର୍ମାଣର ଶୁଭାରମ୍ଭ କରିଥିଲେ । ଭାରତ-ଶ୍ରୀଲଙ୍କା ବିକାଶ ଭାଗିଦାରୀ ଅଧୀନରେ କାର୍ଯ୍ୟକାରୀ ହୋଇଥିବା ଏହି ଐତିହାସିକ ରେଳ ଆଧୁନିକୀକରଣ ପ୍ରକଳ୍ପଗୁଡିକ ଶ୍ରୀଲଙ୍କାରେ ଉତ୍ତର-ଦକ୍ଷିଣ ରେଳ ସଂଯୋଗକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏହାଦ୍ୱାରା ସାରା ଦେଶରେ ଉଭୟ ଯାତ୍ରୀ ଓ ମାଲ ପରିବହନ ଦ୍ରୁତ ଓ ଦକ୍ଷ ହୋଇପାରିବ।
ସମ୍ବଲପୁର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସମ୍ବଲପୁର ଜିଲ୍ଲା ବଡିବିଲଡର ଏବଂ ଫିଟନେସ୍ ଆସୋସିଏସନ ପକ୍ଷରୁ ଆୟୋଜିତ ୧୮ତମ ସିନିୟର ନ୍ୟାସନାଲ ବଡିବିଲଡିଂ ଏବଂ ଫିଟନେସ୍ ଚାମ୍ପିୟନସିପ୍ – ମିଷ୍ଟର ଇଣ୍ଡିଆ ଏବଂ ମିସ୍ ଇଣ୍ଡିଆ ୨୦୨୫-୨୬ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ସୁନ୍ଦର ସ୍ୱାସ୍ଥ୍ୟ ତଥା ସାମାଜିକ ଜୀବନରେ ସୁସ୍ଥ ରହିବା ପାଇଁ ଫିଟନେସ୍ ଭଳି କାର୍ଯ୍ୟକ୍ରମକୁ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଆହ୍ୱାନ କରିଛନ୍ତି ଶ୍ରୀ ପ୍ରଧାନ । ଓଡ଼ିଶାରେ ପ୍ରଥମ ଥର ପାଇଁ କଳିଙ୍ଗ ବଡିବିଲଡିଂ ଆସୋସିଏସନ ସହଯୋଗରେ ଏଭଳି ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଆୟୋଜନ କରି ସମ୍ବଲପୁର ଏବଂ ଓଡ଼ିଶାର ମାନ ବଢାଇଥିବାରୁ ସମ୍ବଲପୁର ଜିଲ୍ଲା ବଡିବିଲଡର ଆଣ୍ଡ୍ ଫିଟନେସ ଆସୋସିଏସନର ମୁଖ୍ୟ ପୃଷ୍ଠପୋଷକ ତଥା ପୂର୍ବତନ ବିଧାୟିକା ଡ. ରାଶେଶ୍ୱରୀ ପ୍ରାଣିଗ୍ରାହୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଯେ ଏହିଭଳି କାର୍ଯ୍ୟକ୍ରମ ଦ୍ୱାରା ସମାଜରେ ସ୍ପୋର୍ଟ୍ସ ମ୍ୟାନ୍ ସ୍ପିରିଟର ଉତ୍ସାହ…
ବାଣପୁର: ଆଜି ଅପରାହ୍ନରେ ଓଡିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଜଷ୍ଟିସ ହରିସ ଟଣ୍ଡନ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ନିଜ ସହ ଧର୍ମିଣୀଙ୍କ ସହ ଦର୍ଶନ କରିଛନ୍ତି। ଏହି ଅବସରରେ ମୁଖ୍ୟ ବିଚାରପତିଙ୍କୁ ବାଣପୁର ଓକିଲ ସଂଘ ଓ ମନ୍ଦିର ପ୍ରଶାସନ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ମୁଖ୍ୟ ବିଚାରପତି କିଛି ସମୟ ମନ୍ଦିର ଭିତରେ ଅତିବାହିତ କରିବା ସହ ମା’ ଙ୍କ ଦିବ୍ୟ ସନ୍ଧ୍ୟା ଆଳତି ଦର୍ଶନ ମଧ୍ୟ କରିଥିଲେ।ଏହି ଅବସରରେ ମୁଖ୍ୟ ବିଚାରପତିଙ୍କୁ ସ୍ଥାନୀୟ ସେବାୟତ ମାନେ ମନ୍ଦିର ବିଷୟରେ ଅବଗତ କରାଇଥିଲେ। ଓଡିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଦାଇତ୍ୱ ନେବା ପରେ ଜଷ୍ଟିସ ଶ୍ରୀ ଟଣ୍ଡନ ରାଜ୍ୟର ଏକାଧିକ ଶକ୍ତିପିଠ ଦର୍ଶନ କରିଛନ୍ତି। ମୁଖ୍ୟ ବିଚାରପତିଙ୍କ ବାଣପୁର ଗସ୍ତ ସମୟରେ ହାଇକୋର୍ଟର ରେଜିଷ୍ଟର ଜେନେରାଲ ଅଶାନ୍ତ କୁମାର ଦାସ, ଅତିରିକ୍ତ ରେଜିଷ୍ଟର ତଥା ମୁଖ୍ୟ ବିଚାରପତିଙ୍କ ମୁଖ୍ୟ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ତିନିଦିନିଆ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଇଛି ସେ ନୂଆ ଦିଲ୍ଲୀରେ ଆୟୋଜିତ ଇନଭେଷ୍ଟ ଓଡିଶା ଏବଂ ବୁଝାମଣା ପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମରେ ଯୋଗଦେବେ। ସେ ଦିଲ୍ଲୀରେ ବିଭିନ୍ନ ଅଂଶୀଦାର ଏବଂ ଶିଳ୍ପପତିଙ୍କୁ ସମ୍ବୋଧିତ କରିବେ। ସେଠାରେ ସେ ନିବେଶ ପାଇଁ ଏକ ସହାୟକ ପରିବେଶ ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ସଂସ୍କାର ଏବଂ ପଦକ୍ଷେପ ଉପରେ ସମସ୍ତଙ୍କୁ ଅବଗତ କରାଇବେ। ଏଥିସହିତ କେତେକ ପ୍ରମୁଖ କଂପାନୀ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିବୀର କୀର୍ଯ୍ୟକ୍ରମ ମଧ୍ୟ ରହିଛି। ଯାହା କେବଳ ବର୍ତ୍ତମାନର ଶିଳ୍ପ ଇକୋସିଷ୍ଟମକୁ ସୁଦୃଢ଼ କରିବ ନାହିଁ ବରଂ ଗୁରୁତ୍ୱପୂର୍ଣ୍ଣ ନିବେଶକୁ ଆକର୍ଷିତ କରିବ। ଏହା ରାଜ୍ୟରେ ନିଯୁକ୍ତି ସୃଷ୍ଟି କରିବା ସହିତ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବ। ଯେଉଁ କଂପାନୀ ସହିତ ଏମଓୟୁ ସ୍ବାକ୍ଷରିତ ହେବ ସେଗୁଡିକ ହେଲା ଇଣ୍ଡିଆନ୍…
ଭୁବନେଶ୍ବର: ଏଣିକି ବିଜେଡି ହାରିବ। ତେବେ ସାରା ଓଡିଶାରେ ନୁହେଁ। ଉପକୂଳ ଅଞ୍ଚଳରେ ଥିବା ୨୮ଟି ବିଧାନସଭା କ୍ଷେତ୍ରରେ ବିଜେଡି ହାରିବ ବୋଲି କହିଛନ୍ତି ଖୋଦ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ। ୱାକଫ ବିଲକୁ ନେଇ ବିଜେଡି ଯେପରି ଆଭିମୁଖ୍ୟ ପ୍ରକାଶ କଲା ତାହାକୁ ନେଇ ଏପରି ରାଗ ତମତମରେ କହିଛନ୍ତି ସାଂସଦ ଦେବାଶିଷ। ଏହାର କାରଣରେ ସେ କହିଛନ୍ତି ଯେ, ଏହିସବୁ ନିର୍ବାଚନ ମଣ୍ଡଳିରେ ବହୁ ସଂଖ୍ୟାରେ ସଂଖ୍ୟାଲଘୁ ଭୋଟର ଅଛନ୍ତି। ସେମାନେ ବିଜେଡିର ଆଭିମୁଖ୍ୟ ନେଇ ଅସନ୍ତୁଷ୍ଠ। ଫଳରେ ସେମାନେ ଆଉ ବିଜେଡି ମୁହାଁ ହେବେ ନାହିଁ। ସେତିକି ନୁହେଁ ସେ କହିଛନ୍ତି ଯେ, ଏହି ୨୮ଟି ନିର୍ବାଚନ ମଣ୍ଡଳି ବ୍ୟତିତ ଅନ୍ୟ କେତେକ କ୍ଷେତ୍ର ଅଛି ଯେଉଁଠାରେ ତିରିଶ ରୁ ଚାଲିଶ ହଜାର ସଂଖ୍ୟା ଲଘୁ ଅଛନ୍ତି। ସେମାନଙ୍କୁ କିପରି ଆମେ ମୁହଁ ଦେଖାଇବୁ ବୋଲି କହିଛନ୍ତି ଦେବାଶିଷ। ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ…
ଭୁବନେଶ୍ବର: ସାରା ଓଡିଶାରେ ବିଜେଡି ଦଳକୁ ନେଇ ଏବେ ଚର୍ଚ୍ଚା ଜୋରଦାର ଚାଲିଛି। ନବୀନ କାହିଁକି କିଛି କହୁ ନାହାଁନ୍ତି ବୋଲି ବିିଭିନ୍ନ ମହଲରେ ଦାବୀ ହେଉଛି। ଏପରି ପରିସ୍ଥିତିରେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ନବୀନଙ୍କ ବିରୋଧରେ ଏକ ଲମ୍ବା ଟିପ୍ପଣୀ ଲେଖିଛନ୍ତି। ତାହା ହେଲା… ଦୀର୍ଘ ଏକସପ୍ତାହରୁ ଊର୍ଦ୍ଧ୍ବ ସମୟ ଧରି ଓଡ଼ିଶା ବାହାରେ ରହି ଓଡ଼ିଶାକୁ ଦୂରରୁ ଦେଖିବା ଫଳରେ ଅନେକ କଥା ମନକୁ ଆସୁଛି। ଏହି କେତେଦିନ ଧରି ଓଡ଼ିଶା ରାଜନୀତିରେ ଯାହା ସବୁ ଘଟୁଛି ତାହା ଦେଖି ଅମୋଦିତ ହେବା ଛଡ଼ା ଅନ୍ୟ ଗତି ନାହିଁ। ବିଶେଷକରି ନବୀନବାବୁଙ୍କ ଆଚରଣ ଓ ଉଚ୍ଚାରଣ ଆମକୁ ଅଧିକ ବ୍ୟଥିତ ଓ ବିବ୍ରତ କରୁଛି। ନବୀନବାବୁ ବେଶୀ କଥା କହନ୍ତି ନାହିଁ। ତେବେ ଯେତେବେଳେ ତାଙ୍କୁ ରାଜନୈତିକ ସହକର୍ମୀମାନେ ଧୋକା ଦିଅନ୍ତି, ସେ କ୍ଷୁବ୍ଧ ହୋଇ ଯେଉଁ ଭାଷା ବ୍ୟବହାର କରନ୍ତି ତା’ ହେଲା “ବେଇମାନ୍”। ଆଜି…
ଭୁବନେଶ୍ବର: ୱାକଫ ବିଲ୍ କୁ ନେଇ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏକ ବିସ୍ପୋରକ କଥା କହିଛନ୍ତି। ସେ ଏକ ଗଣମାଧ୍ୟମକୁ କହିଲେ ଯେ, ନବୀନ ପଟ୍ଟନାୟକଙ୍କ ପରାମର୍ଶଦାତାଙ୍କ ପାଇଁ ଏପରି ମତ ପରିବର୍ତ୍ତନ କରାଗଲା। ତେବେ ସେହି ପରାମର୍ଶଦାତା କିଏ ସେ ନେଇ ଦେବାଶିଷ କୌଣସି ଉତ୍ତର ରଖିଲେ ନାହିଁ। ଏପରିକି ସେ ଭି କେ ପାଣ୍ଡିଆନ କି ବୋଲି ପଚାରିବା ପରେ ମଧ୍ୟ ସେ କହିଥିଲେ ସେ ଲୋକ କିଏ ସମସ୍ତେ ଜାଣିଛନ୍ତି। ଦେବାଶିଷ କହିଛନ୍ତି ଯେ, ବହୁ ପୂର୍ବରୁ ଦଳର ନିଷ୍ପତି ଥିଲା ଯେ, ୱାକଫ ବିଲ୍ କୁ ବିରୋଧ କରାଯିବ। ଶଙ୍ଖଭବନରେ ମଧ୍ୟ ନବୀନ କହିଲେ ଯେ, ୱାକଫ ବିଲ କୁ ବିରୋଧ କରାଯିବ। ସେହି ଅନୁସାରେ ଆମେ ପ୍ରସ୍ତୁତ ରହିଲୁ ବୋଲି ଦେବାଶିଷ କହିଛିନ୍ତି। ଏପରିକି ଯେଉଁଦିନ ଏହି ବିଲ ସଂପର୍କରେ ଆଲୋଚନା ହେଲା ସେତେବେଳ ଦଳ ନିଷ୍ପତି କଲା ଯେ, ମୁନ୍ନା…
ଭୁବନେଶ୍ବର: ୱାକଫ ବିଲକୁ ନେଇ ବର୍ତ୍ତମାନ ଓଡିଶା ରାଜନୀତି ସରଗରମ ହେବାରେ ଲାଗିଛି। କେଉଁ ପରିସ୍ଥିତିରେ ବିଜେଡିର ସାଂସଦମାନେ ବିବେକାନୁମୋଦିତ ଭୋଟ ଦେଲେ ସେ ନେଇ ପ୍ରଶ୍ନ ଉଠିଛି। କଣ ପାଇଁ ସାଂସଦ ସସ୍ମିତ ପାତ୍ର ଟୁଇଟ କରି ଦଳର ନିଷ୍ପତିକୁ ବଦଳାଇଦେଲେ ସେ ନେଇ ଚାଲିଛି ଚର୍ଚ୍ଚା। ଏହା ଭିତରେେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା। ସେ ଏହିଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବିଲ୍ ଉପରେ ଯେପରି ପରିସ୍ଥିତି ଉପୁଜିଲା ତାହା ଦୁର୍ଭାଗ୍ୟ ଜନକ। ସାଂସଦ ସସ୍ମିତ ପାତ୍ର ଦଳିୟ ନିଷ୍ପତି କିପରି ବଦଳାଇଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେହିପରି ରାଜ୍ୟସଭା ସାଂସଦମାନେ କାହିଁକି ନିଜ ହିସାବରେ ଭୋଟ ଦେଲେ ସେ ଉପରେ ଚିନ୍ତା କରାଯିବାର ଆବଶ୍ୟକ ରହିଛି। ବିଜେଡିର ସମସ୍ତ ସାଂସଦଙ୍କୁ କାରଣ ଦର୍ଶା ନୋଟିସ ଜାରୀ କରିବା ପାଇଁ ସେ ଅନୁରୋଧ…
ଭୁବନେଶ୍ବର: ବିଜେଡି ବା ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ ବୈଠକ ପାଇଁ ତାରିଖ ଘୋଷଣା କରାଯାଇଛି। ଏହି ଘୋଷଣା କରିଛନ୍ତି ଦଳର ବରିଷ୍ଠ ନେତା ତଥା ରାଜ୍ୟ ନିର୍ବାଚନ ଅଧିକାରୀ ବିଧାୟକ ପ୍ରତାପ ଦେବ। ସେ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଚିଠି କରିଛନ୍ତି। ସେହି ଅନୁସାରେ ଆସନ୍ତା ୭ ତାରିଖରେ ସମସ୍ତେ ଶଙ୍ଖ ଭବନରେ ହାଜର ହେବାକୁ କୁହାଯାଇଛି। ଏହି ବୈଠକରେ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ସେମାନଙ୍କ ଜିଲ୍ଲାର ବ୍ଲକ, ପୌର ଏବଂ ପଞ୍ଚାୟତ ସଭାପତିଙ୍କ ନାମ ଓ ଫୋନ ନମ୍ବର ଧରି ଉପସ୍ଥିତ ରହିବେ। ସେହି ଅନୁସାରେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡିଛି। ଏହାପରେ ରାଜ୍ୟ ସ୍ତରୀୟ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେବ।
ଭୁବନେଶ୍ବର: ଆସନ୍ତା ଏଗାର ତାରିଖରେ ରାଜ୍ୟରେ ଆରମ୍ଭ ହେବ ଆୟୁଷ୍ମାନ ଯୋଜନା। ଏହାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡା ଶୁଭାରମ୍ଭ କରିବେ। କଟକ ବାଲିଯାତ୍ରା ପଡିଆରେ ଏକ ବିଶାଳ ସମାବେଶରେ ଏହାର ଶୁଭାରମ୍ଭ ହେବ। ଆଜି ଏ ନେଇ ସମୀକ୍ଷା କରିବା ପରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ନଡ୍ଡା ଆସନ୍ତା ଦଶ ତାରିଖ ସଂଧ୍ୟାରେ ଓଡିଶା ଆସିବେ। ସେ ଭୁବନେଶ୍ବରରେ ରାତ୍ରୀଯାପନ କରିବା ପରେ ଏଗାର ତାରିଖରେ ସେ କଟକ ଯିବେ। ସେଠାରେ ସେ ଏହି ଯୋଜନାର ଶୁଭାରମ୍ଭ କରିବା ପରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।
କଟକ: ପୁରୁଣା ସହର କଟକରୁ ବାହାରୁ ଥିବା ଅଳିଆ ଆବର୍ଜନା ଏବେ ସେହି ଲୋକଙ୍କର କାମରେ ଆସିବ। ଏହି ବ୍ୟର୍ଜ ବସ୍ତୁରୁ ବାହାରିବ ରନ୍ଧନ ଗ୍ୟାସ। ଏଥିପାଇଁ କଟକ ମହାନଗର ନିଗମ ଏବଂ ଅଏଲ ଇଣ୍ଡିଆ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ ହୋଇଛି। ଏଥିରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ। ଏହି ବୁଝାମଣା ଅନୁସାରେ କଟକ ମହାନଗର ଅଏଲ ଇଣ୍ଡିଆକୁ ପ୍ରତିଦିନ ଦୁଇ ଶହ ଟନ ଓଦା ଅଳିଆ ଯୋଗାଇଦେବ। ଏଥିରେ କଂପାନୀ ପ୍ରକ୍ରିୟାକରଣ କରି ଦୈନିକ ଛଅ ଶହ ଟନ ଜାଳେଣି ଗ୍ୟାସ ଉତ୍ପନ କରିବ। ଏଥିପାଇଁ କଂପାନୀକୁ ନିଗମ ଜଗତପୁର ଅଞ୍ଚଳରେ ଏଗାର ଏକର ଜାଗା ଯୋଗାଇ ଦେବ। କଂପାନୀ ଏହି ପ୍ଲାଣ୍ଟ ନିର୍ମାଣ ପାଇଁ ପ୍ରାୟ ଦେଢ ଶହ କୋଟି ଟଙ୍କା ଖର୍ଚ୍ଚ କରିବ। ଏହି ପ୍ଲାଣ୍ଟରେ ପ୍ରାୟ ନବେ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଏହି ପ୍ଲାଣ୍ଟ ନିର୍ମାଣ ଓ…
ଭୁବନେଶ୍ବର: ଆଜିଠାରୁ ସାରା ଭାରତରେ ଆରମ୍ଭ ହୋଇଛି ବାଘ ଗଣନା। ସେହିପରି ଓଡିଶାର ଶିମିଳିପାଳ ଅଭ୍ୟୟାରଣ୍ୟରେ ମଧ୍ୟ ଏହି ବାଘ ଗଣନା ଆରମ୍ଭ କରାଯାଇଛି। ତେବେ ଏହି ଗଣନା ରିପୋର୍ଟ ସର୍ବଭାରତୀୟ ସ୍ତରରେ 2026 ରେ ପ୍ରକାଶିତ ହେବ ବୋଲି ଜଣାପଡିଛି। ତେବେ ଶିମିଳିପାଳରେ ବାଘ ଗଣନା କରିବା ପାଇଁ ବନ ବିଭାଗ ପକ୍ଷରୁ ୮ଟି ଦଳରେ ୮୫ ଜଣ କର୍ମଚାରୀଙ୍କୁ ନିୟୋଜିତ ହୋଇଛନ୍ତି। ସେମାନେ ବାଘର ପାଦଚିହ୍ନ, ଆମ୍ପୁଡ଼ା ଚିହ୍ନ ଓ ମଳମୂତ୍ରର ନମୁନାରୁ ବାଘ ଗଣତି କରିବେ। ଏଥିସହ ଶିମିଳିପାଳରେ ଲାଗିଥିବା ୩୦୦ରୁ ଅଧିକ ଟ୍ରାପ୍ କ୍ୟାମେରା ଓ ଏଆଇ କ୍ୟାମେରାର ମଧ୍ୟ ଉପଯୋଗ ହେବ। ଏହି ପ୍ରକ୍ରିୟା ବିଭିନ୍ନ ପର୍ଯ୍ୟାୟ ଦେଇ ବର୍ଷତମାମ ଚାଲିବ। ଏହା ପରେ ଏନ୍ଟିସିଏକୁ ରିପୋର୍ଟ ଦିଆଯିବ। ଜାତୀୟ ସ୍ତରରେ ବାଘ ଗଣନା ରିପୋର୍ଟ ପ୍ରତି ୪ ବର୍ଷରେ ଥରେ ରିପୋର୍ଟ ପ୍ରକାଶ ପାଇଥାଏ। ଗତଥର ରିପୋର୍ଟ ଅନୁସାରେ ଶିମିଳିପାଳରେ ୨୪ଟି ବୟସ୍କ ମହାବଳ…
ଭୁବନେଶ୍ବର: ୱାକଫ ବିଲକୁ ନେଇ ମୁସଲିମ ସଂପ୍ରଦାୟ ତାତି ଉଠିଥିବା ବେଳେ ଏପଟେ ବିଜେଡି ମଧ୍ୟରେ ଆରମ୍ଭ ହୋଇଛି ବିଦ୍ରୋହ। ସସ୍ମିତ ପାତ୍ର କାହିଁକି ବିବେକ ଅନୁସାରେ ଭୋଟ ଦେବା ପାଇଁ ସାଂସଦମାନଙ୍କୁ କହିଲେ ତାହାକୁ ନେଇ ବିଜେଡି ନେତାଙ୍କ ରାଗ ପଞ୍ଚମ। ଏହାକୁ ନେଇ ବିଜେଡି ନେତା ପ୍ରଫୁଲ ମଲ୍ଲିକ କୁଆଡେ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ସେ କହିଛନ୍ତି ସାଂସଦ ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଉ। ଅଭିଯୋଗ, ସେ କାହିଁକି ବିବେକ ଅନୁସାରେ ଭୋଟ ଦେବାକୁ କହିଲେ। ସେତିକି ନୁହେଁ ରାତିରାତି ବିଜେଡି ନେତାମାନେ ନବୀନ ନିବାସ ଯାଇ ସଭାପତିଙ୍କ ପାଖରେ ଫେରଦ ହେଲେ। କହିଲେ ଏପରି କାହିଁକି ହେଲା ନବୀନବାବୁ ବୁଝନ୍ତୁ। ସେମାନେ ବଡ ରାଗ ତମତମ ହୋଇଯାଇଥିଲେ। ହେଲେ ଫେରିବା ପରେ ଶାନ୍ତ ପଡିଗଲେ। କହିଲେ ଆମେ ସଭାପତି ନବୀନ ପଟ୍ଟନାୟକଙ୍କ ପାଖେ ଅଭିଯୋଗ କରିଛୁ। ପ୍ରଥମେ ନିଷ୍ପତି ହେଲା ବିଲ୍ କୁ…
ଭୁବନେଶ୍ବର: ଆସନ୍ତକାଲି ପାଞ୍ଚ ତାରିଖ ଶନିବାର ଦିନ ହେଉଛି ଅଶୋକା ଅଷ୍ଟମୀ। ଏହିଦିନ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ସେଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ରଥଯାତ୍ରା ପ୍ରସ୍ତୁତିର ଶେଷ ସ୍ପର୍ଶ ଦିଆଯାଇଛି। ଏଥିପାଇଁ ମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ମଧ୍ୟରେ ବୈଠକ ହୋଇ ସମୟ ନିର୍ଦ୍ଧାରିତ କରାଯାଇଛି। ସେହି ଅନୁସାରେ ପ୍ରଭୃଙ୍କ ଋକୁଣା ରଥ ଟଣା ଅପରାହ୍ନ ତିନିଟାରୁ ଆରମ୍ଭ ହେବ। ତେବେ ତା ପୂର୍ବରୁ ଅର୍ଥାତ ଆଜି ରାତିରେ ମରିଚି କୁଣ୍ଡ ପାଣି ବିକ୍ରୀ କରାଯିବ। ଆଜି ମଧ୍ୟ ରାତ୍ରରେ ରଥ ପ୍ରତିଷ୍ଠା ପାଇଁ ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ଥିବା ମରିଚ କୁଣ୍ଡରୁ ପାଣି ନିଆଯିବ। ଏହାପରେ କଳସରେ ପାଣି ବିକ୍ରୀ କରାଯିବ। ବିଶ୍ବାସ ରହିଛି ଯେ, ମରିଚ କୁଣ୍ଡ ପାଣି ଅଶୋକାଷ୍ଠମୀ ପୂର୍ବଦିନ ସେବନ କରି ଗାଧୋଇଲେ ନିଃସନ୍ତାନ ସନ୍ତାନ ପ୍ରାପ୍ତ ହୋଇଥାଏ। ସେଥିପାଇଁ ନିଃସନ୍ତାନ ମହିଳାମାନେ ଏହିଦିନ ମରିଚ କୁଣ୍ଡ ପାଣି ନେଇ ଗାଧୋଇବା ଓ…
ନୂଆଦିଲ୍ଲୀ: ଆଜି ରାଜ୍ୟ ସଭାରେ ୱାକଫ ସଂଶୋଧନ ବିଲ ପାଶ ହୋଇଛି। ଏ ନେଇ ରାଜ୍ୟସଭାରେ ଭୋଟିଂ ହୋଇଥିଲା। ହେଲେ ଏଥିରେ ବିଜେଡିର ଭୂମିକାକୁ ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଚାଲିଛି। କାରଣ ବିଜେଡି ଏଥିରେ ଥ.. ଥ..ମ.. ମ ନୀତି ଆପଣେଇଛି। ନା ସେ ବିରୋଧୀ ହୋଇପାରୁଛି ନା ସେ ଏନଡିଏକୁ ସମର୍ଥନ କରିପାରୁଛି। ଯାହାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଦଳ ସମାଲୋଚନାର ଶିକାର ହୋଇଛି। ରାଜ୍ୟସଭାରେ ୱାକଫ ବିଲ ଆସିବା ପୂର୍ବରୁ ବିଜେଡି ତରଫରୁ ତାହାକୁ ବିରୋଧ କରାଯିବ ବୋଲି କୁହାଗଲା। ଏ ନେଇ ବିଜେଡି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର ମିଡିଆ ଆଗରେ ଘୋଷଣା କଲେ। କହିଲେ ଆମେ ଏହି ବିଲକୁ ବିରୋଧ କରିବୁ। ହେଲେ କଣ ହେଲା କେଜାଣି ଭୋଟ ଦିନ ସେହି ସସ୍ମିତ ପାତ୍ର ଘୋଷଣା କଲେ ଯେ, ବିବେକ ଅନୁସାରେ ଭୋଟ ଦିଆଯିବ। ଏ ଉପରେ ଦଳ ତରଫରୁ କୌଣସି…
ଭୁବନେଶ୍ବର: ରାଜ୍ୟ ସରକାର ଏକ ଥରେ 10 ଜଣ ବିଡିଓଙ୍କୁ ବଦଳି କରିଛନ୍ତି। ଏ ନେଇ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ବିକ୍ଷପ୍ତି ପ୍ରକାଶ ପାଇଛି। ଯେଉଁମାନଙ୍କର ବଦଳି ହୋଇଛି ସେମାନେ ହେଲେ ସେହିପରି ବରଗଡ ଜିଲ୍ଲାର ରାଜବୋରାସମ୍ବର ବ୍ଲକ ବିଡିଓ ଶ୍ରୀମତୀ ସରୋଜା ବେହେରାଙ୍କୁ ପରବର୍ତ୍ତି ପୋଷ୍ଟିଂ ପର୍ଯ୍ୟନ୍ତ ତାଙ୍କୁ ପଞ୍ଚାୟତିରାଜ ବିଭାଗକୁ ବଦଳି କରାଯାଇଛି।
ନୂଆଦିଲ୍ଲୀ: ଶେଷରେ ବହୁ ବିବାଦୀୟ ୱାକଫ୍ ବିଲ୍ ରାଜ୍ୟସଭାରେ ପାଶ ହୋଇଛି। ବିଲ୍ ସପକ୍ଷରେ ୧୨୮ ଏବଂ ବିପକ୍ଷରେ ୯୫ ଭୋଟ୍ ପଡିଥିଲା। ପ୍ରଥମେ ଲୋକସଭାରେ ପାସ ହେବା ପରେ ଏହି ବିଲ୍ ୨୪ ଘଣ୍ଟା ପରେ ରାଜ୍ୟସଭାରେ ମଧ୍ୟ ପହଞ୍ଚିଲା। ଏହା ଉପରେ ଏକ ମାରାଥନ୍ ବିତର୍କ ହୋଇଥିଲା। ଭୋଟ୍ ଦେବାର କିଛି ଘଣ୍ଟା ପୂର୍ବରୁ ବିଜୁ ଜନତା ଦଳ “ବିବେକ ଭୋଟ୍” ପାଇଁ ଦ୍ୱାର ଖୋଲି ଦେଇଥିଲା ଏବଂ ଏହାର ସାତ ଜଣ ରାଜ୍ୟସଭା ସାଂସଦଙ୍କୁ କହିଥିଲା ଯେ ସେମାନେ ହ୍ୱିପ୍ ଦ୍ୱାରା ଆବଦ୍ଧ ହେବେ ନାହିଁ ଏବଂ ସେମାନେ ଯେକୌଣସି ପକ୍ଷକୁ ଭୋଟ୍ ଦେଇପାରିବେ। ପୂର୍ବରୁ ଏହି ବିଲ୍ କୁ ଦଳ ବିରୋଧ କରିବ ବୋଲି ଘୋଷଣା କରିଥିଲା। ହେଲେ ପରବର୍ତ୍ତି ସମୟରେ ଦଳର ଆଭିମୁଖ୍ୟରେ ପରିବର୍ତ୍ତନ ଘଟିଥିଲା। ବର୍ତ୍ତମାନ ସଂସଦର ଉଭୟ ଗୃହରେ ଏହି ବିଲ ପାଶ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଯିବ। ଏହାପରେ…
Actor Manoj Kumar Dies: ପୂର୍ବ ଔର ପଶ୍ଚିମ ଏବଂ କ୍ରାନ୍ତି ଭଳି ଦେଶପ୍ରେମ ଚଳଚ୍ଚିତ୍ର ପାଇଁ ଜଣାଶୁଣା ବରିଷ୍ଠ ଅଭିନେତା ମନୋଜ କୁମାରଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ସେ ଶେଷ ନିଃସ୍ବାସ ତ୍ୟାଗ କରିଛନ୍ତି। ୧୯୬୫ ମସିହାରେ ମୁକ୍ତିଲାଭ କରିଥିବା ତାଙ୍କର ଥ୍ରୀଲର ଫିଲ୍ମ, ଗୁମନାମ ସେହି ବର୍ଷର ସର୍ବାଧିକ ଆୟକାରୀ ସିନେମା ମଧ୍ୟରୁ ଗୋଟିଏ ଥିଲା। ସେତେବେଳେ ଏହି ଚଳଚିତ୍ର ୨.୬ କୋଟି ଟଙ୍କା ସଂଗ୍ରହ କରି ରେକର୍ଡ କରିଥିଲା। ସେହି ବର୍ଷ, କୁମାର ସହିଦରେ ଅଭିନୟ କରିଥିଲେ, ଯାହା ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ଜୀବନୀ ଉପରେ ଆଧାରିତ ଥିଲା।ପୂରବ ଔର ପଛିମ (୧୯୭୦) ଏବଂ କ୍ରାନ୍ତି (୧୯୮୧) ଭଳି ଦେଶାତ୍ମବୋଧକ ଚଳଚ୍ଚିତ୍ରରେ ତାଙ୍କ ଭୂମିକା ତାଙ୍କୁ ‘ଭାରତ କୁମାର’ ଡାକନାମ ଦେଇଥିଲା। ସେ ଶୋର…
ଭୁବନେଶ୍ବର: ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ପ୍ରଦେଶ କଂଗ୍ରେସ। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ଏହି ଆହ୍ବାନ ଦେଇଛନ୍ତି ସଭାପତି। ସଭାପତି ଶ୍ରୀ ଭକ୍ତ ଚରଣ ଦାସ କହିଲେ ଯେ ଓଡ଼ିଶାରେ ଅତ୍ୟାଚାରିତା, ଧର୍ଷିତା, ଲୁଣ୍ଠିତା, ନିଖୋଜ ଓ ହତ୍ୟା ହୋଇଥିବା ମହିଳା ଓ ତାଙ୍କ ପରିବାରକୁ ନ୍ୟାୟ ଦେବାରେ ବିଜେପି ସରକାର ସମ୍ପୂର୍ଣ ଅକ୍ଷମ ହୋଇଛନ୍ତି। ବିଗତ ଦିନରେ ବିଜେଡ଼ିର ସଭାସମିତି ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ମହିଳାଙ୍କର ଉପସ୍ଥିତି ଭରପୁର ଥିଲା ବେଳେ ଏବେ ମଧ୍ୟ ସେହିଭଳି ପରିସ୍ଥିତି ଦେଖାଦେଇଛି। ମାତ୍ର ପ୍ରତି ବଦଳରେ ଉଭୟ ବିଜେଡ଼ି ଓ ବିଜେପି ସରକାର ଦ୍ବାରା ଓଡ଼ିଶାର ମହିଳା ପ୍ରତାରିତା। ସୁଭଦ୍ରା ଯୋଜନାରେ ଜଣେ ମହିଳାକୁ ଦିନକୁ ୨୭ ଟଙ୍କା ଦିଆଯାଉଛି। ସେଥିରେ ଗୋଟିଏ ଓଳି ଭୋଳନ ହେବା ସମ୍ଭବ ନୁହେଁ । ପରିବାର ପୋଷିବା କଥା ଛାଡ଼। ମହିଳା ନିର୍ଯ୍ୟାତନା ପ୍ରସଙ୍ଗରେ ବିଜେଡ଼ି ଓ ବିଜେପିର…
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ପୁଣିଥରେ ୫ଜି ଡାଉନଲୋଡ୍ ସ୍ପିଡ୍ ଦୌଡ଼ରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦେଇଛି। ଓକଲା ସ୍ପିଡଟେଷ୍ଟ ଇଣ୍ଟେଲିଜେନ୍ସ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓର ହାରାହାରି ୫ଜି ଡାଉନଲୋଡ୍ ସ୍ପିଡ୍ ୨୫୮.୫୪ ଏମବିପିଏସ ରେକର୍ଡ କରାଯାଇଛି। ଏୟାରଟେଲ୍ ୨୦୫.୧ ଏମବିପିଏସ ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ଓକଲା ଜୁଲାଇ ଏବଂ ଡିସେମ୍ବର ୨୦୨୪ ମଧ୍ୟରେ ସାରା ଦେଶରୁ ଏହି ତଥ୍ୟ ସଂଗ୍ରହ କରିଥିଲା। ରିଲାଏନ୍ସ ଜିଓ ୫ଜି ସହିତ ସାମଗ୍ରିକ ଭାବରେ ମଧ୍ୟ ଦ୍ରୁତତମ ମୋବାଇଲ୍ ନେଟୱାର୍କର ଆଖ୍ୟା ମଧ୍ୟ ହାସଲ କରିଛି। ଜିଓ ଭାରତରେ ସବୁଠାରୁ ଦ୍ରୁତ ମୋବାଇଲ ସ୍ପିଡ୍ ନେଟୱାର୍କ ପ୍ରଦାନକାରୀ ଅପରେଟର ଭାବରେ ଉଭା ହୋଇଛି। ଜିଓର ସାମଗ୍ରିକ ହାରାହାରି ଡାଉନଲୋଡ୍ ସ୍ପିଡ୍ ୧୫୮.୬୩ ଏମବିପିଏସ ରହିଥିବା ବେଳେ ଏୟାରଟେଲର ସ୍ପିଡ୍ ଜିଓର ଦୁଇ-ତୃତୀୟାଂଶ, ଅର୍ଥାତ୍ ପ୍ରାୟ ୧୦୦.୬୭ ଏମବିପିଏସ ବୋଲି ମାପ କରାଯାଇଛି। ଭୋଡାଫୋନ୍ ଆଇଡିଆ ୨୧.୬ ଏମବିପିଏସ ସହିତ ତୃତୀୟ ସ୍ଥାନରେ…

