ଡିବିଟି ବ୍ୟବସ୍ଥା ଯୋଗୁଁ ଦେଶରେ ୩.୪୮ ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି; ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ

Published: Apr 21, 2025, 7:15 am IST

ନୂଆଦିଲ୍ଲୀ: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ପ୍ରତ୍ୟକ୍ଷ ଲାଭ ଟ୍ରାନ୍ସଫର ବା ଡିବିଟି ପଦକ୍ଷେପ ଯୋଗୁଁ ୩.୪୮ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିଛି। ଭାରତର ଡିବିଟି ସିଷ୍ଟମର ପରିମାଣାତ୍ମକ ମୂଲ୍ୟାଙ୍କନ ଶୀର୍ଷକ ନୀତି ପତ୍ରକୁ ଉଦ୍ଧୃତ କରି ଶ୍ରୀ ବୈଷ୍ଣବ ଏକ ସୋସିଆଲ ମିଡିଆ ଏହା ପୋଷ୍ଟରେ କହିଛନ୍ତି।

ସେ କହିଛନ୍ତି ଯେ ଏହି କଲ୍ୟାଣକାରୀ ପ୍ରଦାନ ମଡେଲ ଅଧୀନରେ, ହିତାଧିକାରୀଙ୍କ କଭରେଜ୍ ୧୬ ଗୁଣ ବୃଦ୍ଧି ପାଇଛି। ନୀତି ପତ୍ର ଅନୁଯାୟୀ, ୨୦୧୩ ରେ କାର‌୍ୟ୍ୟକାରୀ ହୋଇଥିବା ଦେଶର ଡିବିଟି ସିଷ୍ଟମ ସ୍ୱଚ୍ଛତା ବୃଦ୍ଧି କରି, ବାଟମାରଣା ରୋକିବା ଏବଂ ସଠିକ୍ ପାଣ୍ଠି ବଣ୍ଟନ ସୁନିଶ୍ଚିତ କରି କଲ୍ୟାଣକାରୀ ପ୍ରଦାନକୁ ପୁନଃପରିଭାଷିତ କରିଛି।

ଏହି ନୀତି ଡକ୍ୟୁମେଣ୍ଟ ବଜେଟ ଦକ୍ଷତା, ସବସିଡି ଯୁକ୍ତିଯୁକ୍ତକରଣ ଏବଂ ସାମାଜିକ ଫଳାଫଳ ଉପରେ ଡିବିଟିର ପ୍ରଭାବ ମୂଲ୍ୟାଙ୍କନ କରିବା ପାଇଁ ୨୦୦୯ ରୁ ୨୦୨୪ ପର‌୍ୟ୍ୟନ୍ତ ଏକ ଦଶନ୍ଧିର ତଥ୍ୟ ମୂଲ୍ୟାଙ୍କନ କରିଛି। ଏଥିରେ ଆହୁରି କୁହାଯାଇଛି ଯେ ଆଧାର-ସଂଯୁକ୍ତ ପ୍ରମାଣୀକରଣ ଯୋଗୁଁ ଭୂତ ହିତାଧିକାରୀମାନଙ୍କୁ ଦୂର କରିପାରିଛି।

Related posts