Author: Samikhsya Bureau

ଭୁବନେଶ୍ୱର: ବିଶିଷ୍ଟ ଜନନାୟକ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିରେ ଗଠିତ ‘ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି’ର ସଦସ୍ୟ ଗଣ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଏହି ଅବସରରେ ସେମାନେ ସ୍ବର୍ଗତ ପଟ୍ଟନାୟକଙ୍କ ସ୍ମୃତି ରକ୍ଷା ବିଷୟରେ ଆଲୋଚନା କରିଛନ୍ତି। ସ୍ବର୍ଗତ ପଟ୍ଟନାୟକଙ୍କ ସ୍ମୃତିରେ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯିବା ସହିତ ତାଙ୍କ ନାମରେ ଏକ ସଡ଼କକୁ ନାମିତ କରିବା ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ। ଏହିସବୁ ପ୍ରସ୍ତାବ ଗୁଡିକୁ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ଏହି କମିଟିର ସଦସ୍ୟ ଭାବେ ଶ୍ରୀ ପୃଥ୍ଵୀ ବଲ୍ଲଭ ପଟ୍ଟନାୟକ, ଶ୍ରୀ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଶ୍ରୀ ଯଜ୍ଞେଶ୍ଵର ବାବୁ, ଶ୍ରୀ ଅନନ୍ତ ସେଠୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।

Read More

ଭୁବନେଶ୍ୱର: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର ଦିନ  ଓଡ଼ିଶା ପାଇଁ ୧୫୪ କିଲୋମିଟର ଲମ୍ବ ସହିତ ୪,୧୩୭ କୋଟି ଟଙ୍କାର ୧୯ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଗଡକରୀ କହିଥିଲେ ଯେ ଓଡ଼ିଶାର ସଡ଼କ ଭିତ୍ତିଭୂମି ଖୁବ୍ ଶୀଘ୍ର ଆମେରିକାର ସହ ପ୍ରତିଯୋଗୀତା କରିବ। ଏକ ରାଜ୍ୟର ବିକାଶ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଅତ୍ୟନ୍ତ ଜରୁରୀ। ସମୃଦ୍ଧ ଖଣିଜ ସଂରକ୍ଷିତ, ବନ୍ଦର, ଜଙ୍ଗଲ ଏବଂ ବନ୍ୟପ୍ରାଣୀ ସହିତ, ଓଡ଼ିଶାରେ ଅପାର ପର୍ଯ୍ୟଟନ ସମ୍ଭାବନା ରହିଛି। ଉନ୍ନତ ସଡ଼କ ସଂଯୋଗୀକରଣ ଏହି କ୍ଷେତ୍ରଗୁଡ଼ିକରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ସେ କହିଛନ୍ତି। ଗଡକରୀ ସୂଚନା ଦେଇଥିଲେ ଯେ ରାଜ୍ୟରେ ୨ ଲକ୍ଷ କୋଟି ଟଙ୍କାର ରାଜପଥ ପ୍ରକଳ୍ପର କାମ ଚାଲିଛି। ଏଥିମଧ୍ୟରୁ ୬୦,୦୦୦ କୋଟି ଟଙ୍କାର ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଆଉ ୬୦,୦୦୦…

Read More

ଭୁବନେଶ୍ବର: ବହୁଳ ପ୍ରସାରିତ ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ପକ୍ଷରୁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଉଥିବା ‘ସତ୍ୟବାଦୀ ସାରସ୍ୱତ ସମ୍ମାନ ୨୦୨୪’ ଲବ୍ଧପ୍ରତିଷ୍ଠ କଥାଶିଳ୍ପୀ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ରଙ୍କୁ ପ୍ରଦାନ କରାଯିବ। ଏହାବ୍ୟତୀତ ପ୍ରବନ୍ଧ ବିଭାଗରେ ଡ. ବାବାଜୀ ଚରଣ ପଟ୍ଟନାୟକ, କବିତା ପାଇଁ ମମତା ଦାଶ, ଗଳ୍ପ ପାଇଁ ପ୍ରଫେସର ଶରତ ଚନ୍ଦ୍ର ଶତପଥୀ, ଶିଶୁ ଗଳ୍ପରେ ଡ. ରମେଶ ପତ୍ରୀ, ଶିଶୁ କବିତାରେ ହରିହର ଶୁକ୍ଳ ଓ ରମ୍ୟ ରଚନା ପାଇଁ ନାରାୟଣ ଶତପଥୀଙ୍କୁ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ ୨୦୨୪’ ପ୍ରଦାନ କରାଯିବ। ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’ରେ ଏକ ଲକ୍ଷ ଟଙ୍କାର ପୁରସ୍କାର ସହ ଉପାୟନ ଏବଂ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ’ରେ ସମ୍ମାନିତ ପ୍ରତିଭାଙ୍କୁ ଦଶ ହଜାର ଅର୍ଥରାଶି ସହିତ ଉପାୟନ ପ୍ରଦାନ କରାଯିବ। ଏଥିପାଇଁ ଲୋକସେବକ ମଣ୍ଡଳ ପକ୍ଷରୁ ଗଠିତ ସାତଜଣିଆ ମନୋନୟନ କମିଟି ବୈଠକ…

Read More

ନୂଆଦିଲ୍ଲୀ: ଆଜି ବହୁ ଚର୍ଚ୍ଚିତ ୱାକଫ ସଂଶୋଧନ ବିଲକୁ ନେଇ ସୁପ୍ରିମ କୋର୍ଟର ହାଲକା ଝଟକା ଲାଗିଛି। କାରଣ ହେଲା ଯେ, ଆଜି ସୁପ୍ରିମ କୋର୍ଟ ଏହି ବିଲ ଉପରେ ସ୍ଥିତ ଅବସ୍ଥା ଜାରୀ କରିଛନ୍ତି। କାରଣ ହେଲା ୱାକଫ ବୋର୍ଡରେ ଅଣ ମୁସଲିମ ଲୋକଙ୍କୁ ନିଯୁକ୍ତି ନେଇ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଫଳରେ ଏହା ଉପରେ ପୁଣି ଥଲେ ଆସନ୍ତା ମେ ପାଞ୍ଚ ତାରଖକୁ ଦିନ ଧାର୍ଯ୍ୟ କରିଛନ୍ତି। ତେବେ କୋର୍ଟ ଦ୍ବାରା ଆଇନକୁ ସ୍ଥଗିତ ରଖାଯାଇନାହିଁ। କେନ୍ଦ୍ର ସରକାର ଏହାର ଉତ୍ତର ଦାଖଲ କରିବା ପାଇଁ କୋର୍ଟଙ୍କଠାରୁ ଗୋଟିଏ ସପ୍ତାହ ସମୟ ମାଗିଥିଲେ, ଯାହାକୁ କୋର୍ଟ ମଞ୍ଜୁର କରିଛନ୍ତି। ସେହି ସମୟରେ, କେନ୍ଦ୍ର ପରେ ଆବେଦନକାରୀଙ୍କୁ ସେମାନଙ୍କର ଉତ୍ତର ଦାଖଲ କରିବାକୁ କୁହାଯାଇଛି। ଏବେ ପରବର୍ତ୍ତୀ ଶୁଣାଣି ମେ ୫ ତାରିଖରେ ହେବ। ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା, ବିଚାରପତି କେଭି ବିଶ୍ୱନାଥନ ଏବଂ ବିଚାରପତି ସଞ୍ଜୟ କୁମାରଙ୍କ…

Read More

ଭୁବନେଶ୍ବର: ଆଜି ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ର ସଡକ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ସ୍ବାତ କରିଥିଲେ। ସେହିପରି ବିମାନ ବନ୍ଦର ବାହାରେ ଗଡକରୀଙ୍କୁ ସ୍ବାଗତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହାପରେ ସେ  ବିମାନ ବନ୍ଦରରୁ ସିଧା କଟକ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ସେ ରେଭେନଁସା ବିଶ୍ବବିଦ୍ୟାଳୟରେ ହରେକୃଷ୍ଣ ମହତାବ ଜୟନ୍ତିରେ ଯୋଗଦେଇଛନ୍ତି। ଏହାପରେ ଅପରାହ୍ନରେ ସେ ଭୁବନେଶ୍ବର ବରମୁଣ୍ଡା ପଡିଆରେ ରାଜ୍ୟ ପାଇଁ ବହୁ ପ୍ରକଳ୍ପର ଶୁଭାରମ୍ଭ କରିବେ।

Read More

ଭୁବନେଶ୍ବର: ରାଜ୍ୟରେ ଟ୍ରାଫିକ୍ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୃଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଟ୍ରାଫିକ୍ ଶାଖାରେ ୨ ହଜାର ନୂତନ ପଦବୀ ସୃଷ୍ଟି କରିବା ପାଇଁ ଅନୁମୋଦନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟସ୍ତରୀୟ ଟ୍ରାଫିକ୍ ବ୍ୟବସ୍ଥାରେ ୭୦ ଟି ନୂତନ ପଦବୀ ହୋଇଥିବା ବେଳେ ଜିଲ୍ଲାସ୍ତରୀୟ ସେଟ-ଅପ୍‌ରେ ୧୯୩୦ଟି ପଦବୀ ସୃଷ୍ଟି ହୋଇଛି। ରାଜ୍ୟ ସ୍ତରୀୟ ସେଟ-ଅପ୍‌ରେ ନିମ୍ନଲିଖିତ ଭାବେ ପଦବୀ ସୃଷ୍ଟି କରାଯାଇଛି। ADGP/IGP ଗୋଟିଏ ପଦବୀ, DIG (ପୋଲିସ) ଗୋଟିଏ ପଦବୀ, SP ୨ ଟି ପଦବୀ, DSP ୪ ଟି, Inspector ୬ ଟି, SI ୮ ଟି, ASI ୮ ଟି, କନେଷ୍ଟବଲ ୨୨ ଟି, ଡ୍ରାଇଭର ୧୦ ଟି, ଏଷ୍ଟାବ୍ଲିସମେଣ୍ଟ ଅଫିସର ଗୋଟିଏ, ସେକ୍ସନ ଅଫିସର ଗୋଟିଏ, ଏ.ଏସ୍.ଓ ୩ ଟି ଓ ଜୁନିଅର ଆସିଷ୍ଟାଣ୍ଟ ପାଇଁ ୩ ଟି ପଦବୀ…

Read More

ଭୁବନେଶ୍ୱର: ରାଜ୍ୟ ସରକାର ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ତିନୋଟି ନୂଆ ବାଟାଲିଅନ ଗଠନ କରିଛନ୍ତି। ଏଥିରେ ମୁଖ୍ୟତଃ ପୂର୍ବତନ ଆର୍ମି ଓ ନାଭିର ସୈନିକ ଏବଂ କୈନ୍ଦ୍ରୀୟ ସଶକ୍ତ ପୋଲିସ ବାହିନୀର କର୍ମଚାରୀମାନେ ନିଯୁକ୍ତ ହୋଇଥାନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ପୋଲିସ କର୍ମଚାରୀ ମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି କରିଛନ୍ତି। ଏ ସମ୍ପର୍କୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ପଦବୀର ପାରିଶ୍ରମିକ ନିମ୍ନମତେ ବୃଦ୍ଧି ପାଇଛି। ସିପାହୀ (GD) ମାନଙ୍କ ମାସିକ ପାରିଶ୍ରମିକ ୩୦ ହଜାର ଟଙ୍କାରୁ ୪୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଲାନ୍‍ସ ନାଏକ/ନାଏକ/ହାବିଲ୍‍ଦାର (GD) ମାନଙ୍କ ପାରିଶ୍ରମିକ ୩୨ ହଜାରରୁ ୫୦ ହଜାର, ଜୁନିଅର କମିଶନ୍‍ଡ ଅଫିସର (GD) ୪୦ ହଜାରରୁ ୫୫ ହଜାର, ଜୁନିଅର କମିଶନ୍‍ଡ ଅଫିସର (Instructor) ୪୦ ହଜାରରୁ ୫୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଡିଙ୍ଗି ଡ୍ରାଇଭର/ସି-ମ୍ୟାନ୍…

Read More

ଭୁବନେଶ୍ବର: ବିଜୁ ଜନତା ଦଳର ସଭାପତି ପଦ ପାଇଁ କିଛି ସମୟ ତଳେ ନାମାଙ୍କନ ଦାଖଲ କଲେ ନବୀନ ପଟ୍ଟନାୟକ। ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ନବୀନ ଶଙ୍ଖ ଭବନ ଯାଇଥିଲେ। ସେଠାରେ ସେ ଦଳର ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ଏହାପରେ ଆସନ୍ତା ୧୯ ତାରିଖରେ ନୂଆ ସଭାପତିଙ୍କ ନାମ ଘୋଷଣା କରାଯିବ। ବିଜୁ ଜନତା ଦଳ ଗଠନ ପରଠାରୁ ନବୀନ ପଟ୍ଟନାୟକ ଦଳର ସଭାପତି ଭାବେ ରହିଆସିଛନ୍ତି। ବର୍ତ୍ତମାନ ନବମ ଥର ପାଇଁ ସେ ସଭାପତି ହେବେ। ସେହିପରି ଦଳ କେତେକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଥିଲେ ମଧ୍ୟ ଆଉ କିଛି ବାକି ରହିଛି। ଆଜି ସେସବୁ ଘୋଷଣା ହେବ ବୋଲି ଜଣପଡିଛି।

Read More

ଭୁବନେଶ୍ବର: ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ। ଆଜିର ଦିନରେ ଏହି ପ୍ରବାଦ ପୁରୁଷ ଇହଲିଲା ସମ୍ବରଣ କରିଥିଲେ। ଏହି ଉପଲକ୍ଷେ ଆଜି ବିଧାନସଭା ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ବିଜୁବାବୁ ମନେ ପକାଇଥିଲେ।

Read More

ଦ ସମୀକ୍ଷା ବ୍ୟୁରୋ: କିଛି ଦିନ ସୁନା ଦର ହ୍ରାସ ପାଇବା ପରେ ଏବେ ହୁ ହୁ ହୋଇ ବଢିବାରେ ଲାଗିଛି। ଆଜି ସୁନା ଦର ଭୁବନେଶ୍ବରରେ ୯୭ ହଜାର ଟପିଛି । ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମକୁ ୯୭ ହଜାର ୫୪୫ ହୋଇ ସାରିଲାଣି । ସେହିପରି ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମକୁ ୮୯ ହଜାର ଟପିଛି । ଅର୍ଥନୀତିଜ୍ଞ ଅନୁସାରେ ଆମେରିକା- ଚୀନ ବାଣିଜ୍ୟିକ ଲଢେଇ ପାଇଁ ବିଶ୍ବ ଅର୍ଥନୀତିରେ ଅନିଶ୍ଚିତତା ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ସୁନାର ଦର ଉପରେ ପଡିଛି। ଇଣ୍ଡିଆ ବୁଲିୟନ୍ ଏବଂ ଜ୍ୱେଲର୍ସ ସଂଘ (India Bullion And Jewellers Association) ଅନୁସାରେ ୨୪ କ୍ୟାରେଟ୍ ଶୁଦ୍ଧ ସୁନାର ଦାମ ୧୦ ଗ୍ରାମ ପ୍ରତି ୯୭ହଜାର ୩୧୦ ଟଙ୍କା ରହିଛି । ସେହିଭଳି ୨୨ କ୍ୟାରେଟ ସୁନାର ଦାମ ୧୦ ଗ୍ରାମ ପ୍ରତି ୮୯ ହଜାର…

Read More

ଭୁବନେଶ୍ବର: ଆସନ୍ତା କାଲି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ। ସେ ଓଡିଶାର ରାଜପଥ ଏବଂ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ଦଳ ତଥା ସରକାରଙ୍କ ତରଫରୁ ଭୁବନେଶ୍ବର ବରମୁଣ୍ଡା ପଡିଆରେ ବ୍ୟାପକ ଆୟୋଜନ କରାଯାଇଛି। ଗତ ନିର୍ବାଚନ ବେଳେ ସେ ଓଡିଶାକୁ ପ୍ରଚାରରେ ଆସିଥିଲେ। ଓଡିଶାରେ ବିଜେପି ସରକାର ଗଠନ କରିବା ପରେ ନୀତିନ ଗଡକରୀଙ୍କ ଏହା ହେଉଛି ପ୍ରଥମ ଓଡିଶା ଗସ୍ତ।

Read More

ଭୁବନେଶ୍ଵର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ସରଫଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ, ନାଏବ ସରଫଚ, ପୂର୍ବତନ ସରପଂଚ ପ୍ରମୁଖ ବହୁ ନେତୃବୃନ୍ଦ ବିଜେଡ଼ି ଓ ବିଜେପି ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ କଂଗ୍ରେସ ଦଳରେ ଯୋଗ ଦେଇଥିବା ନେତୃବୃନ୍ଦଙ୍କୁ ସ୍ବାଗତ କରି କହିଲେ ଯେ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ବ ଜନନାୟକ ତଥା ଲୋକସଭାର ବିରୋଧ ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀଜୀ ଆଦର୍ଶ ଓ ସଂଗ୍ରାମ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ତ୍ୟାଗରେ ଅନୁପାଣିତ ହୋଇ ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର…

Read More

ଭୁବନେଶ୍ବର: ଓଡ଼ିଶାର ନୂତନ ପ୍ରଧାନ ମୁଖ୍ୟ ଆୟକର କମିଶନର ପଦ ଗ୍ରହଣ କରିଛନ୍ତି ପାରମିତା ଶତପଥୀ। ସେ ଜଣେ ସୁନାମଧନ୍ୟା ସୁଲେଖିକା, ଔପନ୍ୟାସିକା ତଥା ଭାରତୀୟ ରାଜସ୍ବ ସେବା ଅଧିକାରୀ। ଆଜି ସେ ବିଧିବଧ ଭାବେ ସେ ଏହି ଗୁରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ପାରମିତା ଶତପଥୀ ହେଉଛନ୍ତି ୧୯୮୯ ବ୍ୟାଚର ଭାରତୀୟ ରାଜସ୍ବ ସେବାର ଅଧିକାରୀ । ପୂର୍ବରୁ ସେ ଓଡ଼ିଶାରର ଆୟକର ବିଭାଗରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିବା ସହ ୬ ବର୍ଷ ଧରି ଓଡ଼ିଶା ପାୱାର ଜେନରେସନ କର୍ପୋରେସନ ଲିମିଟେଡ (ଓପିଜିସି)ର ଡାଇରେକ୍ଟର ଅଫ ଫାଇନାନ୍ସ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ଶ୍ରୀମତୀ ଶତପଥୀଙ୍କ ଓଡ଼ିଶା ତଥା ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ରହିଛି। ୨୦୦୬ରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ବେଳେ ୨୦୧୬ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ସେହିପରି ୨୦୨୧ରେ ଶାରଳା ପୁରସ୍କାର ସମେତ ବହୁ ଅନୁଷ୍ଠାନ ଦ୍ବାରା ପୁରସ୍କୃତ…

Read More

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ। ଆଜି ସେ ଭୁବନେଶ୍ବରରେ କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କୁ ସାକ୍ଷାତ କରିଛନ୍ତି। ଯାହାକୁ ନେଇ ଓଡିଶା ରାଜନୀତିରେ ହଲଚଲ ହୋଇଛି। ସେତିକି ନୁହେଁ ସେ ଶ୍ରୀକାନ୍ତଙ୍କ ଘରେ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଛନ୍ତି। ଅଖିଳେଶ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଶ୍ରୀକାନ୍ତ ଜେନାଙ୍କ ସହିତ ବହୁ ପୁରୁଣା ସଂପର୍କ। ଆମେ ସବୁବେଳ ଦଳିତ ଓ ପଛୁଆ ବର୍ଗ ପାଇଁ ଲଝେଇ କରି ଆସୁଛି। ସେଥିପାଇଁ ମୁଁ ଓଡିଶା ଆସିଛି। ଶ୍ରୀକାନ୍ତ ଜେନାଙ୍କ ପରି ଜଣେ ନେତାଙ୍କ ସାହାଯ୍ୟ ନିଶ୍ଚିତ ଦରକାର। ଓଡିଶାରେ ଆମ ପାର୍ଟିର ସଂଗଠନ ସୁଦୃଢ ନାହିଁ। ଖବୁ ଶିଘ୍ର ଓଡିଶାରେ ସମାଜବାଦୀ ପାର୍ଟିର ସଂଗଠନକୁ ମଜବୁତ କରାଯିବ। ଏହି କଥା କହିବା ପରେ ବର୍ତ୍ତମାନ ଓଡିଶା ରାଜନୀତିର ହଲଚଲ ହେବା ସହିତ କଂଗ୍ରେସ ରାଜନୀତିରେ…

Read More

ଭୁବନେଶ୍ବର: ଆସନ୍ତାକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ନାମାଙ୍କନ ଭରିବେ। ଏ ନେଇ ଏକ ସୂଚନା ହସ୍ତଗତ ହୋଇଛି। ତେବେ କାରଣ ହେଉଛି ବିଜେଡି ସୁପ୍ରିମୋ ପୁଣି ଥରେ ଦଳର ସଭାପତି ହେବେ। ସେଥିପାଇଁ ସେ ନାମାଙ୍କନ ଭରିବାକୁ ଶଙ୍ଖ ଭବନ ଯିବେ। ବିଜେଡିର ବର୍ତ୍ତମାନ ସାଂଗଠନିକ ନିର୍ବାଚନ ଚାଲିଛି। ବର୍ତ୍ତମାନ ସୁଦ୍ଧା 18ଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା ସରିଛି। ଏହାପରେ ଆଜି କିମ୍ବା ଆସନ୍ତାକାଲି ଅନ୍ୟ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା ହେବ। ଏହାପରେ ଆସନ୍ତା 19 ତାରିଖରେ ଦଳର ସଭାପତି ନିର୍ବାଚନ ହେବ। ସେଥିପାଇଁ ଦଳିୟ ନିୟମ ଅନୁସାରେ ନବୀନ ନାମାଙ୍କନ ପତ୍ର ଦାଖଲ କରିବେ।

Read More

ଭୁବନେଶ୍ବର: ଶେଷରେ ମୁହଁ ଖୋଲିଛନ୍ତି ତୁଳସୀ ଗଣନାଟ୍ୟର ଅଭିନେତ୍ରୀ ସୋନାଲି ପଣ୍ଡା। ସୋନାଲିଙ୍କୁ ଯାତ୍ରା ମାଲିକ ବାର ବର୍ଷ ଧରି ରଖିଛନ୍ତି ତାଙ୍କୁ ଦେଖିବାକୁ ଦେଉ ନାହିଁନ୍ତି ବୋଲି ତାଙ୍କ ସ୍ବାମୀ ଅଭିଯୋଗ କରିଥିଲେ। ଏହାକୁ ନେଇ ଗଣମାଧ୍ୟମରେ ହଟଚମଟ ଘଟିବା ପରେ ଆଜି ସୋନାଲି ତାଙ୍କ ପକ୍ଷ ରଖିଛନ୍ତି। ସେ କହିଛନ୍ତି ଯେ, ମୋ ସ୍ବାମୀ ବାର ବର୍ଷ ଧରି କୁଆଡେ ଯାଇଥିଲେ। ମୁଁ ଏହି ଯାତ୍ରା ପାର୍ଟିରେ କେମିତି ଅଛି ତାହା ସେ କେବେ ଦେଖିବାକୁ ଆସି ନାହାଁନ୍ତି। ପୂର୍ବକଥା ମୁଁ ସବୁ ଭୁଲି ଯାଇଛି। ଏହି ଯାତ୍ରା ଦଳ ବହୁତ ଭଲ ଏବଂ ମାଲିକ ମଧ୍ୟ ଭଲ। ସେମାନଙ୍କ ସାହାର୍ଯ୍ୟରେ ମୁଁ ମୋ ବାପାମାଙ୍କ ସହିତ ରହୁଛି ବୋଲି ସୋନାଲି କହିଛନ୍ତି। ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାର ଏକ ଅଭିଯୋଗ କରିଥିଲେ ଯେ, ତୁଳସୀ ଗଣନାଟ୍ୟର ମାଲିକ ନାଣ୍ଡୁବାବୁ ତାଙ୍କ ଅଭିନେତ୍ରୀ ସ୍ତ୍ରୀ ସୋନାଲିଙ୍କୁ ଫସାଇ ରଖିଛନ୍ତି। ସେ…

Read More

ଭୁବନେଶ୍ବର: ଆଜି ଓଡିଶା କଂଗ୍ରେସ ଭୁବନେଶ୍ବର ଇ଼ଡି ଅଫିସ ଆଗରେ ଆନ୍ଦୋଳନ କରିଛି। ଗତକାଲି ଇଡି କଂଗ୍ରେସର ସୋନିଆ ଏବଂ ରାହୁଳ ଗାନ୍ଧୀଙ୍କ ସମେତ ବହୁ ନେତାଙ୍କ ନାମରେ ଚାର୍ଯ୍ୟସିଟ ଦାଖଲ କରିଛି। ଏହା ବିରୋଧରେ ପ୍ରଦେଶ କଂଗ୍ରେସ ଭୁବନେଶ୍ବର ଇଡି ଅଫିସ ଆଗରେ ଧାରଣ ଦେଇଛି। ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାଗଣ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ନ୍ୟାସନାଲ ହେରାଲ୍ଡ ଖବରକାଗଜକ ପାଇଁ କଂଗ୍ରେସ ଶାସନର ଥିବା ବେଳେ ବହୁ ଜମି କମ ମୂଲ୍ୟରେ କିଣି ନେଇଛି। ଏଥିସହିତ ଏହି କଂପାନୀ ମାଧ୍ୟମରେ ମନି ଲଣ୍ଡରିଂ କାରବାର କରାଯାଉଥିଲା ବୋଲି ଇଡି ତଦନ୍ତ କରିଛି। ଏହାପରେ ଇଡି ଗତକାଲି କୋର୍ଟରେ ଏହି ମାମଲାର ଚାର୍ଯ୍ୟସିଟ ଦାଖଲ କରିଛି। ଏଥିରେ କଂଗ୍ରେସର ସୋନିଆ, ରାହୁଳଙ୍କ ସହିତ ସାମ ପିଟ୍ରୋଡାଙ୍କ ନାମ ମଧ୍ୟ ରହିଛି। ଏହି ଆନ୍ଦୋଳନରେ ସଭାପତି ଭକ୍ତ ଦାସଙ୍କ ସହିତ ଜୟଦେବ ଜେନା, ପ୍ରସାଦ…

Read More

ଭୁବନେଶ୍ୱର: ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ଏଆଇସିସି ସାଧାରଣ ସମ୍ପାଦକ ଶ୍ରୀ କେ ସି ଭେନୁଗୋପାଲ୍ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜନୈତିକ ବ୍ୟାପାର କମିଟି ଘୋଷଣା କରିଛନ୍ତି।ଏଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଓଡ଼ିଶା ରାଜନୈତିକ ବ୍ୟାପାର କମିଟିରେ ୨୫ ଜଣ ସଦସ୍ୟ ରହିଥିବା ବେଳେ ଏକ୍ସ ଅଫିସିଓ ସଦସ୍ୟ ଭାବେ ଦୁଇଜଣ ଓଡ଼ିଶା ସହପ୍ରଭାରି ଏବଂ ସମସ୍ତ ଛାମୁଆ ସଂଗଠନ ମୁଖ୍ୟ ସଦସ୍ୟ ଭାବେ ରହିଛନ୍ତି।ଉକ୍ତ କମିଟିରେ ସର୍ବାଗ୍ରେ ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଲୁ ଥିବାବେଳେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ରହିଛନ୍ତି। ସେହିପରି ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ସାଂସଦ ସପ୍ତଗୀରି ଉଲାକା,ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ଜୟଦେବ ଜେନା,ଶରତ ପଟ୍ଟନାୟକ,ପ୍ରସାଦ ହରିଚନ୍ଦନ, ବରିଷ୍ଟ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା,ନଗେନ୍ଦ୍ର ପ୍ରଧାନ, ଜଗନ୍ନାଥ ପଟ୍ଟନାୟକ,ଅମର ନାଥ ପ୍ରଧାନ ରହିଛନ୍ତି। ଅନୁରୂପ ଭାବେ ଉକ୍ତ କମିଟିରେ ପୂର୍ବତନ ସାଂସଦ ସୁଶୀଳା ତିରିଆ,ଅନନ୍ତ ପ୍ରସାଦ…

Read More

ନୂଆଦିଲ୍ଲୀ: ଭାରତ ପାଣିପାଗ ବିଭାଗ (IMD) କହିଛି ଯେ ଚଳିତ ବର୍ଷ ଜୁନ୍ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁକାଳୀନ ବର୍ଷା ସ୍ୱାଭାବିକଠାରୁ ଅଧିକ ହେବାର ସମ୍ଭାବନା ଅଛି। ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ, IMDର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ ଏବଂ ଦକ୍ଷିଣ ଉପଦ୍ୱୀପ ଭାରତର କିଛି ଅଞ୍ଚଳ ବ୍ୟତୀତ ଅନ୍ୟସ୍ଥାନରେ ସ୍ୱାଭାବିକ ବର୍ଷା ସମ୍ଭାବନା ରହିଛି। ଦେଶର ଅଧିକାଂଶ ସ୍ଥାନରେ ଉପରୋକ୍ତ ସ୍ୱାଭାବିକ ମୌସୁମୀ ବର୍ଷା ହେବାର ସମ୍ଭାବନା ବହୁତ ଅଧିକ। ସେ କହିଛନ୍ତି ଯେ ମୌସୁମୀ ଋତୁରେ ଏଲ୍ ନିନୋ ପରିସ୍ଥିତି ଜାରି ରହିବାର ସମ୍ଭାବନା ଅଛି। ଡକ୍ଟର ମହାପାତ୍ର ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଜାନୁଆରୀ ରୁ ମାର୍ଚ୍ଚ 2025 ମଧ୍ୟରେ ଉତ୍ତର ଗୋଲାର୍ଦ୍ଧ ତୁଷାର ଆବରଣ ଏବଂ ୟୁରେସିଆନ୍ ତୁଷାର ଆବରଣ ସ୍ୱାଭାବିକଠାରୁ କମ୍ ଥିଲା।

Read More

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED), ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଛି, ଯେଉଁଥିରେ ନ୍ୟାସନାଲ୍ ହେରାଲ୍ଡ ଖବରକାଗଜ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନାମ ରହିଛି। ଚାର୍ଜସିଟ୍‌ରେ କଂଗ୍ରେସ ଓଭରସିଜ୍ ମୁଖ୍ୟ ସାମ ପିଟ୍ରୋଡା, ସୁମନ ଦୁବେ ଏବଂ ଅନ୍ୟମାନଙ୍କ ନାମ ମଧ୍ୟ ରହିଛି। ସ୍ୱତନ୍ତ୍ର ବିଚାରପତି ବିଶାଳ ଗୋଗନେ ଏହି ମାସର 25 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ କରିବେ। ମନି ଲଣ୍ଡରିଂ କାରବାର ପାଇଁ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ଏକ ଅଭିଯୋଗ ଦାଖଲ କରାଯାଇଛି। ସାଂସଦ ସଦସ୍ୟ ସୁବ୍ରମଣ୍ୟମ ସ୍ୱାମୀ 2014 ମସିହାରେ ଏକ ଅଭିଯୋଗ ଦାଖଲ କରିବା ପରେ ED ନ୍ୟାସନାଲ୍ ହେରାଲ୍ଡ ମାମଲାରେ ଏହାର ତଦନ୍ତ ଆରମ୍ଭ କରିଥିଲା, ଯେଉଁଥିରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟ ବରିଷ୍ଠ କଂଗ୍ରେସ ନେତାମାନେ ମାତ୍ର 50…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଡେନମାର୍କର ପ୍ରଧାନମନ୍ତ୍ରୀ ସୁଶ୍ରୀ ମେଟେ ଫ୍ରେଡରିକ୍ସନ ଆଜି ଟେଲିଫୋନରେ କଥା ହୋଇଛନ୍ତି । ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ ସମେତ ବିଶ୍ୱସ୍ତରୀୟ ବିକାଶର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି । ଉଭୟ ନେତା ୨୦୨୦ ମସିହାରେ ସବୁଜ ରଣନୈତିକ ସହଭାଗୀତା ଆରମ୍ଭ ହେବା ପରଠାରୁ ଉଭୟ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ଆଦାନପ୍ରଦାନକୁ ମନେ ପକାଇଥିଲେ । ଏହି ଅବସରରେ ଦୁଇ ନେତା ବିଭିନ୍ନ କ୍ଷେତ୍ରରେ ସବୁଜ ରଣନୈତିକ ସହଭାଗୀତାର ସମ୍ପ୍ରସାରଣ କରିବାକୁ ସହମତ ହୋଇଥିଲେ। ଏହା ଭାରତରେ ଡେନମାର୍କର ନିବେଶ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଛି, ଯାହାଦ୍ୱାରା ସବୁଜ ପରିବର୍ତ୍ତନରେ ଯୋଗଦାନ ଦିଆଯାଇପାରିବ । ଦୁଇ ନେତା ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ସେ ଚଳିତ ବର୍ଷ ଶେଷରେ ନରୱେରେ ଅନୁଷ୍ଠିତ ହେବାକୁ…

Read More