Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଛାତ୍ର ବୃତ୍ତି ପୋର୍ଟାଲରେ ଆବେଦନ ଆହ୍ୱାନ
ବିଶେଷ ଖବର

ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଛାତ୍ର ବୃତ୍ତି ପୋର୍ଟାଲରେ ଆବେଦନ ଆହ୍ୱାନ

August 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଛାତ୍ର ବୃତ୍ତି ପୋର୍ଟାଲରେ ଆବେଦନ ଆହ୍ୱାନ
ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଛାତ୍ର ବୃତ୍ତି ପୋର୍ଟାଲରେ ଆବେଦନ ଆହ୍ୱାନ

ଭୁବନେଶ୍ୱର: 2026-27 ଶିକ୍ଷାବର୍ଷ ପାଇଁ ବିଡି, ସିନେମା ଏବଂ କୋଇଲା ବ୍ୟତୀତ ଅନ୍ୟ ଖଣି ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଛାତ୍ର ବୃତ୍ତି ପୋର୍ଟାଲ୍‌ ଖୋଲାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀ ଜାତୀୟ ବୃତ୍ତି ପୋର୍ଟାଲ- https://scholarships.gov.in ମାଧ୍ୟମରେ ଛାତ୍ରବୃତ୍ତି ପାଇବା ନିମନ୍ତେ ଆବେଦନ କରିପାରିବେ। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ 31 ଅଗଷ୍ଟ 2026 ସୁଦ୍ଧା ଏବଂ ଏକାଦଶରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ 31 ଅକ୍ଟୋବର 2026 ସୁଦ୍ଧା ଏହି ପୋର୍ଟାଲରେ ଆବେଦନ କରିପାରିବେ। ଗତ ଜୁନ୍‌ ପହିଲା ଠାରୁ ଏହି ପୋର୍ଟାଲ ଖୋଲାଯାଇଛି।

2026-27 ଶିକ୍ଷାବର୍ଷରୁ ଏନଏସପି ପୋର୍ଟାଲରେ ‘‘ଜଣେ ଛାତ୍ର – ଏକାଧିକ ବୃତ୍ତି’’ ନିୟମ ଲାଗୁ କରାଯାଇଛି। ଏହି ନୂତନ ନିୟମାନୁସାରେ, ଜଣେ ଯୋଗ୍ୟ ଛାତ୍ର କିମ୍ବା ଛାତ୍ରୀ ଏକ ସଙ୍ଗେ ମେଧା-ଭିତ୍ତିକ ଛାତ୍ରବୃତ୍ତି ଏବଂ କଲ୍ୟାଣ-ଭିତ୍ତିକ ଛାତ୍ରବୃତ୍ତିର ଲାଭ ନେଇପାରିବେ। ତେଣୁ ବିଡି, ସିନେ ଓ ଖଣି ଶ୍ରମିକଙ୍କ ମେଧାବୀ ପିଲାମାନେ କଲ୍ୟାଣ-ଭିତ୍ତିକ ଆର୍ଥିକ ସହାୟତା ସହ ନିଜ ଶୈକ୍ଷିକ ଯୋଗ୍ୟତା ଭିତ୍ତିରେ ମେଧା ଛାତ୍ରବୃତ୍ତି ପାଇଁ ମଧ୍ୟ ପୃଥକ ଭାବେ ଆବେଦନ କରିପାରିବେ।

ମାସିକ ୨୧ ହଜାର ଅଥବା ବାର୍ଷିକ ୨ ଲକ୍ଷ ୫୨ହଜାର ଟଙ୍କାରୁ କମ୍‌ ଅର୍ଥ ରୋଜଗାର କରୁଥିବା ଶ୍ରମିକଙ୍କ ପିଲାମାନେ ଏହି ବୃତ୍ତି ପାଇଁ ଯୋଗ୍ୟ ଅଟନ୍ତି। ପ୍ରଥମରୁ ଚତୁର୍ଥ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବହି ଓ ପୋଷାକ କିଣିବା ଲାଗି ବାର୍ଷିକ ୧ ହଜାର ଟଙ୍କାର ସହାୟତା ଦିଆଯିବ। ପଞ୍ଚମରୁ ଅଷ୍ଟମ ପିଲାଙ୍କ ପାଇଁ ୧୫ଶହ ଟଙ୍କା, ନବମ ଓ ଦଶମ ପିଲାଙ୍କ ପାଇଁ ୨ ହଜାର ଟଙ୍କା, ଏକାଦଶ ଓ ଦ୍ୱାଦଶ ପିଲାଙ୍କ ପାଇଁ ୩ ହଜାର ଟଙ୍କା, ଆଇଟିଆଇ ଓ ପଲିଟେକ୍ନିକ୍‌ ପାଇଁ ୬ ହଜାର ଟଙ୍କା ଏବଂ ଡିଗ୍ରୀ ପାଠ୍ୟକ୍ରମ ପାଇଁ ୬ ହଜାର ଟଙ୍କାର ବାର୍ଷିକ ବୃତ୍ତି ଯୋଗାଇ ଦିଆଯିବ। ଏହାବ୍ୟତୀତ ପ୍ରବେଶିକା ପରୀକ୍ଷା ଆବଶ୍ୟକ ହେଉଥିବା ବୃତ୍ତିଗତ ପାଠ୍ୟକ୍ରମ ଲାଗି ୨୫ ହଜାର ଟଙ୍କାର ବାର୍ଷିକ ବୃତ୍ତି ବ୍ୟବସ୍ଥା ରହିଛି।

ଏ ସମ୍ପର୍କରେ ଅଧିକ ସହାୟତା ପାଇଁ ବିଡ଼ି ଓ ଖଣି ଶ୍ରମିକମାନେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଯୋଗାଯୋଗ କରିପାରିବେ। ନଚେତ୍‌ ‘‘କଲ୍ୟାଣ ଆୟୁକ୍ତଙ୍କ କାର୍ଯ୍ୟାଳୟ: ପ୍ଲଟ ନଂ ଏନ 7/6&7, ଆଇ.ଆର.ସି. ଭିଲେଜ, ନୟାପଲ୍ଲୀ, ଭୁବନେଶ୍ବର, 0674-2551739’’ ଠିକଣାରେ ମଧ୍ୟ ଯୋଗାଯୋଗ କରାଯାଇପାରିବ। ଏଥିସହିତ ଉପ-କଲ୍ୟାଣ ଆୟୁକ୍ତଙ୍କ କାର୍ଯ୍ୟାଳୟ: କଲ୍ୟାଣ ଭବନ, ବଡ଼ବିଲ, 06767-275271 କିମ୍ବା କଲ୍ୟାଣ ପ୍ରଶାସକଙ୍କ କାର୍ଯ୍ୟାଳୟ: କ୍ଵାର୍ଟର ସଂଖ୍ୟା: ବି/14, ସେକଟର 4, ରାଉରକେଲା ଠିକଣାରେ ମଧ୍ୟ ଯୋଗାଯୋଗ କରି ବୃତ୍ତି ଯୋଜନାର ଲାଭ ନେବାକୁ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି।

ଆବେଦନ ଆହ୍ୱାନ ଛାତ୍ର ବୃତ୍ତି ପୋର୍ଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୭କୁ ଘୁଞ୍ଚିଲା ଶୁଣାଣି

September 2, 2026

​ଗଞ୍ଜାମ ଜିଲ୍ଲାର ୧୨ଟି ଉଚ୍ଚ ବିଦ୍ୟାଳୟକୁ +୨ ବିଦ୍ୟାଳୟର ମାନ୍ୟତା: ସାଧୁବାଦ ଜଣାଇଲେ ସାଂସଦ

September 2, 2026

ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ୱସ୍ତି : ୧୦ ହଜାର ବଦଳରେ ଲାଗୁ ହେବ ନୂଆ ସ୍ଲାବ୍

September 2, 2026

ଓଡ଼ିଶାର ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ଟ୍ରେନ୍ ଶୁଭାରମ୍ଭ

September 2, 2026
Latest News

“ଧନ୍ୟବାଦ, ଭାରତ”: ବନ୍ୟା ସହାୟତା ପାଇଁ ସଂସଦରେ କହିଲେ ନେପାଳ ପ୍ରଧାନମନ୍ତ୍ରୀ

September 2, 2026

ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୭କୁ ଘୁଞ୍ଚିଲା ଶୁଣାଣି

September 2, 2026

୭ ଦିନ ପରେ ନେପାଳ ବନ୍ୟା ସ୍ଥିତି: ୧୧୨୭ ମୃତ, ୪୮୫୮ ନିଖୋଜ

September 2, 2026

​ଗଞ୍ଜାମ ଜିଲ୍ଲାର ୧୨ଟି ଉଚ୍ଚ ବିଦ୍ୟାଳୟକୁ +୨ ବିଦ୍ୟାଳୟର ମାନ୍ୟତା: ସାଧୁବାଦ ଜଣାଇଲେ ସାଂସଦ

September 2, 2026

ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ୱସ୍ତି : ୧୦ ହଜାର ବଦଳରେ ଲାଗୁ ହେବ ନୂଆ ସ୍ଲାବ୍

September 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.