ଭୁବନେଶ୍ବର: ଆତଙ୍କବାଦ ବିରୋଧୀ ଅଭିଯାନ, ଅପରେସନ୍ ସିନ୍ଦୁର’ର ସଫଳତା ପରେ ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ ଠାରେ ଏକ ତ୍ରିରଙ୍ଗା ବାଇକ୍ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହି ବାଇକ୍ ଯାତ୍ରାକୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ଏହି ଯାତ୍ରା, ସକାଳ ୮ଟାରେ କଳିଙ୍ଗ ଷ୍ଟାଡିଅମ ଠାରୁ ଆରମ୍ଭ ହୋଇ ରାଜଭବନ ପର୍ଯ୍ୟନ୍ତ ହୋଇଥିବା ବେଳେ, ପୋଲିସ ବାହିନୀ, ସୁରକ୍ଷା ବାହିନୀ, ଲୋକପ୍ରତିନିଧି ଏବଂ ସାଧାରଣ ଜନତା ଏହି ରାଲିରେ, ନିଜ ସହିତ ତ୍ରିରଙ୍ଗା ପତାକା ଧରି ବାଇକ ଚଳାଇ ବନ୍ଦେ ମା ତରଂ ଧ୍ଵନି ଦେଇ ସହର ପରିକ୍ରମା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେଯେ, ଅପରେସନ୍ ସିନ୍ଦୁର’ର ସଫଳତା ପରେ ଆଜିର ଏହି ତ୍ରିରଙ୍ଗା ବାଇକ୍ ଯାତ୍ରା ଆତଙ୍କବାଦ ବିରୁଦ୍ଧରେ ଦେଶର ଅଭିଯାନକୁ ଆହୁରି ସଶକ୍ତ କରିବ। ଜାତି, ଧର୍ମ ନିର୍ବିଶେଷରେ ସବୁ…
Author: Samikhsya Bureau
The Samikhsya Desk: ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଭିତରେ ସାଇବର ଅପରାଧୀମାନେ ବେଶ ସକ୍ରିୟ ହୋଇପଡିଛନ୍ତି। ଭାରତରେ ସମସ୍ୟା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ସାଇବର ଆକ୍ରମଣର ସଦ୍ୟତମ ଉଦାହରଣ ଧରାପଡିଛି। ସାମାଜିକ ଗଣମାଧ୍ୟମ X ରେ ଏକ ପୋଷ୍ଟ ଦାବି କରିଛି ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ର ସମର୍ଥକମାନେ କର୍ଣ୍ଣାଟକର ବେଲାଗାଭିରେ କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ପାରିବାରିକ ଘରେ ଭଙ୍ଗାରୁଜା କରିଛନ୍ତି। ଯାହା ସଂପୂର୍ଣ୍ଣ ମିଛ ଥିଲା। ପୋଲିସର ଚେତାବନୀ ପରେ, ପୋଷ୍ଟଟି ଡିଲିଟ୍ କରିଦିଆଯାଇଛି। ପୋଷ୍ଟ କରିଥିବା X ପ୍ରୋଫାଇଲର ନାମ ହେଉଛି “ଅନିସ ଉଦ୍ଦିନ” ଏବଂ ସ୍ଥାନ କାନାଡା ବୋଲି ଉଲ୍ଲେଖ କରାଯାଇଛି। ପ୍ରୋଫାଇଲଟି 405 ହ୍ୟାଣ୍ଡେଲ ଏବଂ 31 ଫଲୋଅର ଅଛନ୍ତି। ଅଧିକାଂଶ ପୋଷ୍ଟ ପାକିସ୍ତାନକୁ ସମର୍ଥନ କରି ପୋଷ୍ଟିଂ କରାଯାଇଛି। କଭର ଇମେଜରେ ପାକିସ୍ତାନର ପ୍ରଥମ ଗଭର୍ଣ୍ଣର-ଜେନେରାଲ ମହମ୍ମଦ ଅଲି ଜିନ୍ନା, ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଏବଂ ଅନ୍ୟାନ୍ୟ ଉଚ୍ଚ…
ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (IMD) ଆଜି ଆସାମ ଏବଂ ମେଘାଳୟର ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ପୂର୍ବାନୁମାନ କରିଛି। ପାଣିପାଗ ସଂସ୍ଥା ଆଗାମୀ ତିନି ଦିନ ମଧ୍ୟରେ ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଆସାମ ଏବଂ ମେଘାଳୟରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ଆଗାମୀ ତିନି ଦିନ ମଧ୍ୟରେ ମଧ୍ୟପ୍ରଦେଶ, ବିଦର୍ଭ, ଛତିଶଗଡ଼, ପଶ୍ଚିମବଙ୍ଗ, ସିକିମ ଏବଂ ବିହାରରେ ଝଡ଼ତୋଫାନ, ବିଜୁଳି ଏବଂ ଝଡ଼ ପବନ ସହିତ ବିଚ୍ଛିନ୍ନରୁ ବିକ୍ଷିପ୍ତ ହାଲୁକାରୁ ମଧ୍ୟମ ବର୍ଷା ହେବାର ଆକଳନ କରିଛି। ସୂଚନା ଅନୁଯାୟୀ, ପୂର୍ବ ଉତ୍ତର ପ୍ରଦେଶ, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡରେ ଆଜି ଗରମ ପ୍ରବାହ ପରିସ୍ଥିତି ଦେଖାଦେବ ବୋଲି ଆଶା କରାଯାଉଛି।
ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଡିଏଭି ପୋଖରୀପୁଟର ବିଦ୍ୟାର୍ଥୀ ଶତପ୍ରତିଶତ ସଫଳତା ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ବିଦ୍ୟାଳୟର ସାମଗ୍ରିକ ସଫଳତା ୮୭.୩୭ ପ୍ରତିଶତ ରହିଛି । ବିଦ୍ୟାଳୟର ମୋଟ ୧୯୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦୦ ଜଣ ବିଦ୍ୟାର୍ଥୀ ୯୦% ରୁ ଊର୍ଦ୍ଧ୍ୱ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ସଂବର୍ତ୍ତିକା ଦାଶ ୯୯.୪୦% ନମ୍ବର ସହ ପ୍ରଥମ, ତନ୍ମୟ ରାଉତ ୯୮.୬୦% ରେ ଦ୍ୱିତୀୟ ଏବଂ ୯୮.୪୦% ନମ୍ବର ସହ ଅକ୍ଷିତା ନାୟକ ଓ ଅଭିପ୍ସା ସାମଲ ଉଭୟ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବିଦ୍ୟାଳୟ ସ୍ତରରେ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ବିଦ୍ୟାର୍ଥୀମାନେ ନିଜ ସଫଳତା ପାଇଁ ମାତାପିତା, ଅଧ୍ୟକ୍ଷ ଶ୍ରୀ ବିପିନ କୁମାର ସାହୁ , ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଈଶ୍ୱରଙ୍କ ଆଶୀର୍ବାଦରୁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି…
ଭୁବନେଶ୍ୱର: କେନ୍ଦ୍ରୀୟ ଶିକ୍ଷାବୋର୍ଡ ଦ୍ୱାରା ପ୍ରକାଶିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି କଳିଙ୍ଗ ନଗରର ଛାତ୍ରଛାତ୍ରୀମାନେ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗରେ ଆଶାନୁରୂପ ସଫଳତା ହାସଲ କରିଛନ୍ତି । ସର୍ବାଧିକ ବ୍ୟକ୍ତିଗତ ପ୍ରତିଶତ ବିଜ୍ଞାନରେ ୯୫.୮୦ ଏବଂ ବାଣିଜ୍ୟରେ ୯୧.୮୦ ରହିଛି । ବିଜ୍ଞାନ ବିଭାଗରେ ୬୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୫.୩୮ ପ୍ରତିଶତ ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଅଧିକ, ୮୭.୬୯ ପ୍ରତିଶତ ଛାତ୍ରଛାତ୍ରୀ ୭୦ ପ୍ରତିଶତରୁ ଅଧିକ ଏବଂ ୯୮.୪୬ ପ୍ରତିଶତ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତିି । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନରେ ତିତିକ୍ଷା ଦତ୍ତ ୯୫.୮୦ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନରେ, ଆହ୍ୱାନୀ ସ୍ୱାଇଁ ୯୪.୮୦ ପ୍ରତିଶତ ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ତଥା ସାତ୍ତ୍ୱିକ କୁମାର ନାୟକ ୯୨.୨ ପ୍ରତିଶତ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିଭଳି ବାଣିଜ୍ୟରେ ୧୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୬.୮୪…
CBSE Results 2025: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ବାର୍ଷିକ ଦଶମ ଓ ଦ୍ୱାଦଶ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି । ଏଥିରେ ଡିଏଭି ପବ୍ଲିକ୍ ସ୍କୁଲ୍, ଚନ୍ଦ୍ରଶେଖରପୁରର ଛାତ୍ରଛାତ୍ରୀମାନେ ପୂର୍ବବର୍ଷମାନଙ୍କ ପରି ଚିତ୍ତାକର୍ଷକ ସାଫଲ୍ୟ ଅର୍ଜନ କରିଛନ୍ତି । ଦଶମ ଶ୍ରେଣୀରେ ୨୬୯ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୪ଜଣ ୯୫%ରୁ ଊର୍ଦ୍ଧ୍ୱ, ୧୪୧ଜଣ ୯୦%ରୁ ଊର୍ଦ୍ଧ୍ୱ, ୨୦୬ଜଣ ୮୦%ରୁ ଊର୍ଦ୍ଧ୍ୱ ଏବଂ ୨୬୦ ଜଣ ୬୦%ରୁ ଅଧିକ ନମ୍ବର ରଖିଛନ୍ତି । ମିହିକା ମହାନ୍ତି ଓ ଆକାଂକ୍ଷା ସାମଲ ୯୮.୪% ନମ୍ବର ସହ ଯୁଗ୍ମ ପ୍ରଥମ, ଅନୁଷ୍କା ତ୍ରିପାଠୀ, ଶ୍ରୀବିଦ୍ୟା ଦାସ ଓ ରିତି ଆଚାର୍ଯ୍ୟ ୯୮.୨% ନମ୍ବର ସହ ୨ୟ, ଡୋନା ପ୍ରଧାନ ଓ ସମୀକ୍ଷା ମହାନ୍ତି ୯୭.୮% ନମ୍ବର ସହ ବିଦ୍ୟାଳୟରେ ୩ୟ ସ୍ଥାନ ହାସଲ କରିଛନ୍ତି । ଏକାଧିକ ଛାତ୍ରଛାତ୍ରୀ ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ଓ ସଂସ୍କୃତ ବିଷୟରେ ପୂର୍ଣ୍ଣସଂଖ୍ୟା ୧୦୦ ନମ୍ବର…
ଭୁବନେଶ୍ବର: ବିଧାନସଭାର ସ୍ବତନ୍ତ୍ର ଅଧିବେସନ ଡାକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପହଲଗାମରେ ଯେପରି ସନ୍ତ୍ରାସବାଦୀମାନେ ଆତଙ୍କରାଜ କଲେ ତାହା ସାରା ବିଶ୍ବକୁ ଦୋହଲାଇ ଦେଇଛି। ତାହାର ମୁକାବିଲା ପାଇଁ ଭାରତୀୟ ସେନା ବାହିନୀର ଅପେରସନ ସିନ୍ଦୁର ସଫଳତା ପ୍ରଶଂସନୀୟ। ଏସବୁ ବିଷୟକୁ ନେଇ ସରକାର ଏକ ସ୍ବତନ୍ତ୍ର ଅଧିବେସନ ଡାକନ୍ତୁ ବୋଲି କାଡାମ କହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରରେ ମଧ୍ୟ ରାହୁଳ ଗାନ୍ଧୀ ସଂସଦର ସ୍ବତନ୍ତ୍ର ଅଧିବେସନା ପାଇଁ ଦାବୀ କରିଛନ୍ତି।
Ban Turkey Apples: ଭାରତ-ପାକିସ୍ତାନ ଉତ୍ତେଜନା ଏବଂ ଇସଲାମାବାଦକୁ ତୁର୍କୀର ଖୋଲା ସମର୍ଥନ ପରେ, ଦେଶର ଅନେକ ସ୍ଥାନରେ ଏକ ବ୍ୟାପକ ” ତୁର୍କୀ ଜିନିଷ ହଟାଓ” ଆନ୍ଦୋଳନ ଦେଖାଦେଇଛି। ମହାରାଷ୍ଟ୍ରର ପୁଣେରେ, ବ୍ୟବସାୟୀମାନେ “ତୁର୍କୀ ସେଓକୁ ବର୍ଜନ” କରିବାର ନିଷ୍ପତ୍ତି ନେଇଛନ୍ତି। ଯାହା ଫଳରେ ସ୍ଥାନୀୟ ବଜାରରେ ତୁର୍କୀ ସେଓ ଉପଲବ୍ଧ ହେଉ ନ ଥିବା ଜଣାପଡିଛି। ସୂଚନା ଅନୁସାରେ ସହରର ଫଳ ବଜାରରେ, ତୁର୍କୀ ସେଓ ସାଧାରଣତଃ ₹1,000-1,200 କୋଟି ଟଙ୍କାର କାରବାର କରିଥାଏ। ହେଲେ ତୁର୍କୀର ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ବ୍ୟବସାୟୀମାନେ ତାହା ଆଉ ଆଣିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି। ଅନ୍ୟପକ୍ଷରେ ଗ୍ରାହକମାନେ ମଧ୍ୟ ଆଉ ତୁର୍କୀ ଉତ୍ପାଦିତ ଜିନିଷ କିଣିବାକୁ ଚାହୁଁ ନାହାଁନ୍ତି। ଫଳରେ ତୁର୍କୀ ଏକ ବଡ ବ୍ୟବସାୟ ବିଫଳତା ଆଡକୁ ଅଗ୍ରସର ହେଉଛି। ପୁଣେ ସେଓ ବ୍ୟବସାୟୀମାନେ କହିଛନ୍ତି ଯେ, “ଆମେ ତୁର୍କୀରୁ ସେଓ କିଣିବା ବନ୍ଦ କରିବାକୁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ କଡ଼ା ବାର୍ତ୍ତା ଦେଇ କହିଛନ୍ତି ଯେ ପାକିସ୍ତାନରେ ଏପରି କୌଣସି ସ୍ଥାନ ନାହିଁ ଯେଉଁଠାରେ ଆତଙ୍କବାଦୀମାନେ ଶାନ୍ତିରେ ନିଶ୍ୱାସ ନେଇପାରିବେ। ସେ କହିଛନ୍ତି, ଭାରତ ଆତଙ୍କବାଦୀମାନଙ୍କ ଘରେ ପଶି ତାଙ୍କୁ ନିପାତ କରିବାର କ୍ଷମତା ରଖିଛି। ଶ୍ରୀ ମୋଦୀ ପଞ୍ଜାବର ବାୟୁସେନା ଷ୍ଟେସନ ଆଦମପୁରରେ ବାୟୁସେନା ଯୋଦ୍ଧା ଏବଂ ସୈନିକଙ୍କ ସହ ଆଲୋଚନା କରିବା ସମୟରେ ଏହା କହିଛନ୍ତି। ଅପରେସନ ସିନ୍ଦୂରର ସଫଳତାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ପାକିସ୍ତାନରେ ନଅଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଛି ଏବଂ ୧୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଛି। ସେ କହିଛନ୍ତି, ଏହି ଆତଙ୍କବାଦୀମାନେ ଯେଉଁ ପାକିସ୍ତାନୀ ସେନା ଉପରେ ନିର୍ଭର କରୁଥିଲେ, ସେମାନଙ୍କୁ ଭାରତୀୟ ସଶସ୍ତ୍ର ବାହିନୀ ପରାସ୍ତ କରିଛି। ସେ କହିଛନ୍ତି, ଆତଙ୍କବାଦର ମାଲିକମାନେ ଏବେ ଅନୁଭବ କରିଛନ୍ତି ଯେ ନିର୍ଦ୍ଦୋଷ ଲୋକଙ୍କ ରକ୍ତପାତର କେବଳ ଗୋଟିଏ ପରିଣାମ ହେବ,…
CBSE Result: ଦେଶବ୍ୟାପୀ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଖୁବ୍ଶୀଘ୍ର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବାକୁ ଯାଉଛି। ଆଜି ସକାଳ ଦଶଟାରେ ଏହି ପରୀକ୍ଷା ଫଳ ପ୍ରକାଶିତ ହେବ ବୋଲି ଜଣାପଡିଛି। ଚଳିତ ଥର ୪୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ୨୪ ଲକ୍ଷ ୧୨ ହଜାର ପିଲା ଦଶମ ପରୀକ୍ଷା ଦେଇଥିବା ବେଳେ ୧୭ ଲକ୍ଷ ୮୮ ହଜାର ପିଲା ଦ୍ବାଦଶ ପରୀକ୍ଷା ଦେଇଛନ୍ତି । ସମସ୍ତ ଛାତ୍ରଛାତ୍ରୀ ରେଜଲ୍ଟକୁ ଅପେକ୍ଷା କରି ରହିଛନ୍ତି । ଫଳାଫଳ କେଉଁଠାରେ ପ୍ରକାଶିତ ହେବ?: cbse.gov.in results.cbse.nic.in digilocker.gov.in results.gov.in CBSE ପରୀକ୍ଷା ଫଳ କିପରି ଦେଖିବେ?: – ଛାତ୍ରଛାତ୍ରୀମାନେ ପ୍ରଥମେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରିବା ଉଚିତ। – ତା’ପରେ ଛାତ୍ରଛାତ୍ରୀମାନେ ହୋମପେଜରେ ଥିବା CBSE କ୍ଲାସ ଦ୍ୱାଦଶ ରେଜଲ୍ଟ ଲିଙ୍କ…
ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ପରେ ଆଜି ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମ୍ବୋଧନ ବେଳେ ସେ ଉଭୟ ଆତଙ୍କବାଦୀ ସଂଗଠନ ଆଉ ପାକିସ୍ଥାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଆତଙ୍କବାଦୀମାନେ କେବେ ଭାରତରେ ହିଂସାକାଣ୍ଡ କରିବେ ତେବେ ସେତେବେଳେ ଏକ ବଡ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆତଙ୍କବାଦୀ ସଂଗଠନ ଏବଂ ପାକିସ୍ଥାନ ସରକାର ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି। ଆଜି ପ୍ରାୟ ବାଇଶି ମିନିଟ ଧରି ସେ ଦେଶବାସୀଙ୍କୁ ସମ୍ବୋଧନ କରିବା ବେଳେ ପହଲଗାମରେ ଘଟିଥିବା ଘଟଣା ସବୁଠାରୁ ବର୍ବରତା ବୋଲି ସେ କହିଥିଲେ। ଆତଙ୍କବାଦୀମାନେ ଧର୍ମ ପଚାରି, ସ୍ତ୍ରୀ ପିଲାଙ୍କ ଆଗରେ ଯେପରି ନିରିହ ଲୋକଙ୍କୁ ହତ୍ୟା କଲେ ତାହା ସବୁଠାରୁ ପିଡାଦାୟକ ବୋଲି ମୋଦି କହିଥିଲେ। ଆଉ ଏହାର ଜବାବ କଣ ଥିଲା ତାହା ଆତଙ୍କୀମାନେ ଭଲଭାବେ ବୁଝିସାରିଥିବେ ବୋଲି ମୋଦି ତାଙ୍କ ଅଭିଭାଷଣରେ…
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦବୋଧନ ଦେବେ। ଆଜି ପ୍ରାୟ ରାତି ଆଠଟା ବେଳକୁ ସେ ଉଦବୋଧନ ଦେବେ ବୋଲି ଜଣାପଡିଛି। ଏହି ଉଦବୋଧନ ସମସ୍ତ ସରକାରୀ ତଥା ବେସରକାରୀ ନ୍ୟୁଜ ଚ୍ୟାନେଲରେ ପ୍ରସାରଣ କରାଯିବ। ତେବେ ଅପରେସନ ସିନ୍ଦୁର ପରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ଉଦବୋଧନ ଦେବାକୁ ଯାଉଛନ୍ତି। ତେବେ ତା ପୂର୍ବରୁ ଡିଜିଏମଓ ଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ କରାଯିବାର ଜଣାପଡିଛି। ବର୍ତ୍ତମାନ ସୀମାରେ ଉତ୍ତେଜନା ହ୍ରାସ ପାଇଛି। ପ୍ରାୟ ତିନିଦିନ ଧରି ଭାରତର ପାକିସ୍ଥାନରେ ଥିବା ସନ୍ତ୍ରସବାଦୀଙ୍କ ଆଡ୍ଡା ଉପରେ ଆକ୍ରମଣ କରି ଛାରଖାର କରିଦେଇଛି। ଏଥିରେ ପ୍ରାୟ ଶହେ ଜଣ ଆତଙ୍କବାଦୀ ନିହତ ହୋଇଥିବାର ଭାରତୀୟ ସେନା ତରଫରୁ କୁହାଯାଇଛି। ଏହାପରେ ଅସ୍ତ୍ରବିରତି ଘୋଷଣା ପରେ ମଧ୍ୟ ପାକିସ୍ଥାନ ତରଫରୁ ଆକ୍ରମଣକୁ ନିନ୍ଦା କରାଯାଇଛି। ଏହିସବୁ ଘଟଣା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଣ କହିବେ ତାହାକୁ ନେଇ…
TheSamikhsya Bureau: ଭାରତ ପାକିସ୍ଥାନ ମଧ୍ୟରେ ଟେନସନ ଲାଗିରହିଥିବା ବେଳେ ଦେଶର ଜନସାଧାରଣ ପାକିସ୍ଥାନ ଉପରେ ରାଗିବାରେ ଲାଗିଛନ୍ତି। ତେବେ ଏହି ରାଗ ସୁଜାଇବାକୁ ଗତକାଲି କରାଚି ବେକେରୀ ଉପରେ ଆକ୍ରମଣ ଆରମ୍ଭ ହୋଇଛି। ଗେରୁଆ ଉତ୍ତରୀୟ ପକାଇ ଯୁବକମାନେ ହାଇଦ୍ରାବାଦର କରାଚି ବେକେରୀ ଉପରେ ଆକ୍ରମଣ କରିଥିଲେ। ସେମାନେ କରାଚୀ ବେକେରୀ ସାଇନବୋର୍ଡକୁ ଭଙ୍ଗାଋୁଜା କରିବାକୁ ଚେଷ୍ଠା କରିଥିଲେ। ଏହି ଲୋକଙ୍କର ଦାବୀ ଯେ, କରାଚି ନାମଟି କଂପାନୀ ଶିଗ୍ର ହଟାଇ ଦେଉ। ସେହି ନାମରେ କୌଣସି ଜିନିଷ ଭାରତରେ ଚାଲିବ ନାହିଁ ବୋଲି ସେମାନେ ଦାବୀ କରିଛନ୍ତି। ଏହି ଭଙ୍ଗାରୁଜା ସମୟର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ପୋଲିସ ମଧ୍ୟ ସେଠାରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି। ତେବେ ବିକ୍ଷୋଭକାରୀମାନେ ଦୋକାନୀ ମାଲିକଙ୍କୁ ଏହି ନାମ ହଟାଇବାକୁ ବାଧ୍ୟ କରିବାରୁ ସେ ଏକ କପଡାରେ କରାଚି ନାମକୁ ଘୋଡାଇ ଦେଇଥିଲେ।…
ନୂଆଦିଲ୍ଲୀ: ଦେଶର ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଇସ୍ରୋର 10 ଟି ଉପଗ୍ରହ ଦିନ-ରାତି କାର୍ଯ୍ୟ କରୁଛନ୍ତି ବୋଲି ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍ କହିଛନ୍ତି। ଗତକାଲି ଅଗରତାଲାର ମତ୍ସ୍ୟ ମହାବିଦ୍ୟାଳୟରେ ଇମ୍ଫାଲର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ (ସିଏୟୁ)ର 5ମ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରି ଏହା ସେ କହିଛନ୍ତି। ଯଦି ଆମେ ଆମ ଦେଶର ସୁରକ୍ଷା ସୁନିଶ୍ଚିତ କରିବାକୁ ଚାହୁଁ, ତେବେ ଆମକୁ ଆମର 7,000 କିଲୋମିଟର ସମୁଦ୍ରକୂଳ ଅଞ୍ଚଳ ଉପରେ ନଜର ରଖିବାକୁ ପଡିବ ବୋଲି ନାରାୟଣନ କହିଥିଲେ। ସେ ଅହୁରି କହିଛନ୍ତି ଯେ ସାଟେଲାଇଟ୍ ଏବଂ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ବିନା, ଆମେ ଅନେକ କିଛି ହାସଲ କରିପାରିବୁ ନାହିଁ। ଇସ୍ରୋ ଅଧ୍ୟକ୍ଷ କହିଛନ୍ତି ଯେ ଅନେକ ଉପଗ୍ରହ ମାଧ୍ୟମରେ, ଇସ୍ରୋ କୃଷି, ଟେଲି-ଶିକ୍ଷା, ଟେଲି-ମେଡିସିନ୍, ଟେଲିଭିଜନ ପ୍ରସାରଣ, ପାଣିପାଗ ପୂର୍ବାନୁମାନ, ପରିବେଶ, ଖାଦ୍ୟ କ୍ଷେତ୍ର ଏବଂ ସୁରକ୍ଷା ଏବଂ ରଣନୈତିକ କ୍ଷେତ୍ରରେ ସାଧାରଣ ଲୋକଙ୍କ…
ଭୁବନେଶ୍ବର: ଶେଷରେ ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। କାରଣ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କ ଉପରେ ଦଣ୍ଡବିଧାନ ହେବ ବୋଲି ସମ୍ଭାବନା ରହିଥିଲା। ଯାହା ଆଜି ଶ୍ରୀମନ୍ଦିର ପ୍ରଶାସନ ତାଙ୍କୁ ନିଲମ୍ବିତ କରାଯାଇଛି ବୋଲି ଘୋଷଣା କରାଯାଇଛି। ତାଙ୍କୁ ତିରିଶ ଦିନ ପାଇଁ ଶ୍ରୀମନ୍ଦିର ସେବାରୁ ନିବୃତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଶ୍ରୀମନ୍ଦିରର ମର୍ଯ୍ୟଦା କ୍ଷୁର୍ଣ୍ଣ କରାଯାଇଥିବାରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ସେ ତିରିଶ ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିପାରିବେ ନାହିଁ ବୋଲି ପ୍ରଶାସନ କହିଛି। ସେବାୟତ ରାମକୃଷ୍ଣ ମହାପାତ୍ର ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ବାରା ଦୀଘାରେ ନିର୍ମିତ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେଇଥିଲେ। ସେଠାରେ ସେ ପୂଜା କରିବା ସହିତ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇଥିଲେ। ଏପରିକି ସେଠାରେ ପ୍ରତିଷ୍ଠା କରାଯାଇଥିବା ଜଗନ୍ନାଥ ମୂର୍ତ୍ତି ପୁରୀର ଦାରୁ କାଠର ବଳକା ଅଂଶରେ ନିର୍ମାଣ କରାଯାଇଛି…
ଭୁବନେଶ୍ୱର: ସମାବେଶୀ ଅଭିବୃଦ୍ଧି, ପରିବେଶଗତ ସ୍ଥିରତା ଏବଂ ସାମାଜିକ କଲ୍ୟାଣ ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଜଣାଇଛନ୍ତି। ଚଳିତ ମଇ ୧୧ ତାରିଖ ଦିନ ଭୁବନେଶ୍ୱରଠାରେ “ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ” ଏବଂ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରସ୍ (ଭାରତ)ର ୬୪ତମ ବୈଷୟିକ ଅଧିବେଶନକୁ ମୁଖ୍ୟ ଅତିଥିଭାବେ ଉଦ୍ଘାଟନ କରି ରାଜ୍ୟପାଳ ଏହା କହିଛନ୍ତି । ଏହି ସମାରୋହରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆମ ଜାତୀୟ କ୍ୟାଲେଣ୍ଡରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏହି ଦିନଟି ଭାରତର ଉଲ୍ଲେଖନୀୟ ଯାତ୍ରାର ଗର୍ବର ସ୍ମରଣକାରୀ ଭାବେ ପରିଚିତ ହୋଇଛି। ଯାହା ସାହସ, ନବସୃଜନ ଏବଂ ଉତ୍କର୍ଷତାର ଏକ ନିରନ୍ତନର ପ୍ରୟାସ। ୧୯୯୮ ମସିହାର ଏହି ଦିନ, ୧୧ ମଇରେ ଭାରତ ରାଜସ୍ଥାନର ପୋଖରାଣରେ ଅପରେସନ ଶକ୍ତି ନାମରେ ସଫଳ ପରମାଣୁ ପରୀକ୍ଷଣ କରିଥିଲା। ଏହା ଭାରତକୁ ପରମାଣୁ-ସଶସ୍ତ୍ର ରାଷ୍ଟ୍ରଗୁଡ଼ିକର…
ଭୁବନେଶ୍ୱର: ଭୁବନେଶ୍ୱର ପୋଖରୀପୁଟ ସ୍ଥିତ ରାମକୃଷ୍ଣ ବିବେକାନନ୍ଦ ପ୍ରତିଷ୍ଠାନ ପରିସରରେ ଏକ ନିଶୁଳ୍କ ବା ମାଗଣା ଫିଜିଓଥେରାପି କେନ୍ଦ୍ର ଉଦଘାଟିତ ହୋଇଯାଇଛି।ଉକ୍ତ ଫିଜିଓଥେରାପି କେନ୍ଦ୍ର ଶ୍ରୀମଦ୍ ସ୍ଵାମୀ ଦୂର୍ଗେଶ ନନ୍ଦିନୀ ମହାରାଜଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ଉକ୍ତ କେନ୍ଦ୍ରରେ ସପ୍ତାହର ପ୍ରତ୍ୟେକ ଶୁକ୍ରବାର, ଶନିବାର ଓ ରବିବାର ସକାଳ ୮ ଘଟିକା ଠାରୁ ୧୧ ଘଟିକା ପର୍ଯ୍ୟନ୍ତ ବିନା ଦେୟରେ ଫିଜିଓଥେରାପି ସେବା ଯୋଗାଇ ଦେବେ ବୋଲି ଅଭିଜ୍ଞ ଫିଜିଓଥେରାପିଷ୍ଟ ଡ଼ ଏଲିନା ପଟ୍ଟନାୟକ ସହମତି ପ୍ରକାଶ କରିଛନ୍ତି।ସେ କହିଛନ୍ତି ଛୋଟପିଲାଠୁ ଆରମ୍ଭ କରି ଆବାଳ ବୃଦ୍ଧ ବନିତା ଏହାର ସୁଯୋଗ ନେଇପାରିବେ। ଅନୁଷ୍ଠାନର ସମ୍ପାଦକ ରମେଶ ଚନ୍ଦ୍ର ଭଦ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଫିଜିଓଥେରାପି ଉଦଘାଟନୀ କାର୍ଯ୍ୟକ୍ରମକୁ ବରିଷ୍ଠ ଟ୍ରଷ୍ଟି ବିଶ୍ଵ ରଞ୍ଜନ ଶତପଥୀ,ପ୍ରତିଷ୍ଠାନର କୋଷାଧ୍ୟକ୍ଷ ରଞ୍ଜନ କୁମାର ରାଉତରାୟ, ସକ୍ରିୟ ସଭ୍ୟ ସୂର୍ଯ୍ୟ ନାରାୟଣ ଦାସ ଓ ବାଞ୍ଛାନିଧି ମଲ୍ଲିକ ଙ୍କ ଉପସ୍ଥିତିରେ ଓ ପରିଚାଳନାରେ ସମ୍ପାଦନ କରାଯାଇଥିଲା।ମହାବୀର ବରିଷ୍ଠ…
ନୂଆଦିଲ୍ଲୀ: ଏଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗୁଆ ଆସିବ। ଏ ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ସେହି ଅନୁସାରେ ମେ ୨୭ ତାରିଖରେ କେରଳରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) କହିଛି। ସାଧାରଣତଃ ମୌସୁମୀ ବାୟୁ ଜୁନ୍ ୧ ତାରିଖରେ ଆସିଥାଏ। ହେଲେ ଏଥର ଚାରିଦିନ ଦିନ ପୂର୍ବରୁ ପହଞ୍ଚିବ ବୋଲି ଜଣାପଡିଛି। ୨୦୨୪ ମସିହାରେ, ମୌସୁମୀ ବାୟୁ ମେ ୩୦ ତାରିଖରେ କେରଳରେ ପ୍ରବେଶ କରିଥିଲା ଏବଂ ୨୦୨୦ ପରଠାରୁ ଦେଶରେ ସର୍ବାଧିକ ଗ୍ରୀଷ୍ମ ବର୍ଷା ରେକର୍ଡ କରାଯାଇଥିଲା। ୨୦୨୩ ମସିହାରେ ହୋଇଥିବା ମରୁଡ଼ି ପରିସ୍ଥିତିରୁ ଭାରତକୁ ଉଦ୍ଧାର କରିବାରେ ବର୍ଷା ଗୁରୁତ୍ୱପୂର୍ଣ୍ଣ ଥିଲା। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ, IMD ୨୦୨୫ ମସିହାରେ ସାରା ଦେଶରେ ହାରାହାରି ଅଧିକ ମୌସୁମୀ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି। ବିଭାଗ ଚାରି ମାସର ମୌସୁମୀ ଋତୁରେ ୫୦ ବର୍ଷର ରେକର୍ଡରେ ହାରାହାରି ୯୬% ରୁ…
ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟାରେ ଭାରତ ଏବଂ ପାକିସ୍ତାନର ସାମରିକ ଅଭିଯାନ ମହାନିର୍ଦ୍ଦେଶକ (ଡିଜିଏମଓ) ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷରିତ ହେବାର କିଛି ଘଣ୍ଟା ପରେ, ପାକିସ୍ତାନ ବାରମ୍ବାର ଏହାକୁ ଉଲ୍ଲଂଘନ କରିଛି। ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି ବିଳମ୍ବିତ ରାତିରେ ଏକ ପ୍ରେସ୍ ବ୍ରିଫିଂରେ ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ଗତ କିଛି ଘଣ୍ଟା ମଧ୍ୟରେ ନିୟନ୍ତ୍ରଣ ରେଖା (LoC) ଏବଂ ଅନ୍ତର୍ଜାତୀୟ ସୀମା (IB) ରେ ଚୁକ୍ତିନାମାର ଅନେକ ଉଲ୍ଲଂଘନ ହୋଇଛି। ବୈଦେଶିକ ସଚିବ ଏହାକୁ ” ଅସ୍ତ୍ର ବିରତି ଚୁକ୍ତିର ସିଧାସଳଖ ଉଲ୍ଲଂଘନ” ବୋଲି ବର୍ଣ୍ଣନା କରିଛନ୍ତି। ବିକ୍ରମ ମିଶ୍ରୀ କହିଛନ୍ତି ଯେ ଭାରତୀୟ ସଶସ୍ତ୍ର ବାହିନୀ ଏହି ଉଲ୍ଲଂଘନର “ଉପଯୁକ୍ତ ଏବଂ ପର୍ଯ୍ୟାପ୍ତ ଜବାବ” ଦେଉଛି ଏବଂ ଭାରତ ପରିସ୍ଥିତିକୁ ବହୁତ ଗମ୍ଭୀରତାର ସହିତ ନେଉଛି। ପାକିସ୍ତାନକୁ ଏହି ଉଲ୍ଲଂଘନ ବନ୍ଦ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଏବଂ ସମଗ୍ର ମାମଲାକୁ…
ନୂଆଦିଲ୍ଲୀ: ଭାରତୀୟ ସେନା ଜମ୍ମୁ ଏବଂ କାଶ୍ମୀରରେ ନିୟନ୍ତ୍ରଣ ରେଖା (LoC) ନିକଟରେ ଅବସ୍ଥିତ ଅନେକ ଆତଙ୍କବାଦୀ ଲଞ୍ଚପ୍ୟାଡ୍ ନଷ୍ଟ କରିଛି। ଗତ କିଛି ଦିନ ମଧ୍ୟରେ ପାକିସ୍ତାନ ଦ୍ୱାରା ଆରମ୍ଭ ହୋଇଥିବା ଡ୍ରୋନ୍ ଆକ୍ରମଣ ଏବଂ ସୀମାପାର ଆକ୍ରମଣର ଜବାବରେ ଟାର୍ଗେଟେଡ୍ ଷ୍ଟ୍ରାଇକ୍ କରାଯାଇଥିଲା।ଯେଉଁଥିରେ ଆତଙ୍କବାଦୀଙ୍କ ବହୁ ଲଞ୍ଚପ୍ୟାଡକୁ ଭାର ଛାରଖାର କରିଦେଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛି। ସେନା ତରଫରୁ ଶୁକ୍ରବାର କରାଯାଇଥିବା ଟାର୍ଗେଟେଡ ଆକ୍ରମଣର ଭିଡିଓ ଫୁଟେଜ୍ ମଧ୍ୟ ସେୟାର କରିଛି। ଭାରତରେ ନାଗରିକ ଏବଂ ସୁରକ୍ଷା ବାହିନୀ ବିରୁଦ୍ଧରେ ଅନୁପ୍ରବେଶକୁ ସକ୍ଷମ କରିବା ଏବଂ ଆତଙ୍କବାଦୀ ଆକ୍ରମଣ ଯୋଜନା କରିବାରେ ସେମାନଙ୍କର ଭୂମିକା ପାଇଁ ଟାର୍ଗେଟେଡ୍ ସ୍ଥାନଗୁଡ଼ିକ ଦୀର୍ଘ ସମୟ ଧରି ନଜରରେ ରଖାଯାଇଥିଲା। ଭାରତୀୟ ସେନାର ଦ୍ରୁତ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଆତଙ୍କବାଦୀ ଭିତ୍ତିଭୂମି ଏବଂ କ୍ଷମତାକୁ ଏକ ଗୁରୁତ୍ୱପୂର୍ଣ୍ଣ ଆଘାତ ଦେଇଛି ବୋଲି ସେନା ଏକ ବିବୃତ୍ତିରେ…
ନୂଆଦିଲ୍ଲୀ: ପାକିସ୍ଥାନର ଆକ୍ରମଣ ପରେ ଭାରତୀୟ ସେନା ସୀମାପାର ଗୁଳିମାଡ଼ର ପ୍ରଭାବଶାଳୀ ଜବାବ ଦେବାରୁ ନିୟନ୍ତ୍ରଣ ରେଖାରେ ଥିବା ଅନେକ ପାକିସ୍ତାନୀ ସାମରିକ ପୋଷ୍ଟ ଧ୍ୱଂସ ପାଇଛି।କାଲି ରାତି ତମାମ ଭାରତ ପାକିସ୍ଥାନ ଉପରେ ଚଳାଇଛି ଡ୍ରୋନ ମାଡ। ନିୟନ୍ତ୍ରଣ ରେଖା ପାର ହୋଇ ଭାରତୀୟ ବିମାନ ଆକ୍ରମଣରେ ଏକ ପାକିସ୍ତାନୀ ସାମରିକ ପୋଷ୍ଟ ଧ୍ୱଂସ ହେବାର ପ୍ରଥମ ଦୃଶ୍ୟ ଭାରତୀୟ ସେନା ସେୟାର କରିଛି। ପାକିସ୍ତାନୀ ସୈନ୍ୟମାନେ ଅନେକ ଭାରତୀୟ ସ୍ଥାନକୁ ଟାର୍ଗେଟ କରି ସେମାନଙ୍କର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣକୁ ବିଫଳ କରିବାର କିଛି ଘଣ୍ଟା ପରେ ସୀମାପାର ଗୁଳିମାଡ଼ ପୁଣି ଆରମ୍ଭ କରିବା ପରେ ଏହି ପ୍ରତିଆକ୍ରମଣ କରାଯାଇଥିଲା। କେଉଁ ସେକ୍ଟରରେ ପାକିସ୍ତାନୀ ସାମରିକ ପୋଷ୍ଟ ଧ୍ୱଂସ କରାଯାଇଥିଲା ତାହା ଜଣାପଡିନାହିଁ, କିନ୍ତୁ ଏହା ସଙ୍କେତ ଦିଏ ଯେ ଭାରତୀୟ ସେନା ନିରନ୍ତର ଅସ୍ତ୍ରବିରତି ଉଲ୍ଲଂଘନର ପ୍ରଭାବଶାଳୀ ଜବାବ ଦେଉଛି।

