ଭୁବନେଶ୍ବର: ଶିକ୍ଷା କ୍ଷେତ୍ରରେ ଆଠମଲ୍ଲିକ ହେଉଛି ଅଗ୍ରଣୀ ଅଞ୍ଚଳ । ସେହି ପରମ୍ପରାକୁ ଆଗକୁ ନେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଆଠମଲ୍ଲିକ ସବଡିଭିଜନରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବାର ଜନ ଆକାଂକ୍ଷା ଆଜି ପୂରଣ ହୋଇଛି ବୋଲି ଏହାର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ଓ ସ୍ଥାୟୀ କ୍ୟାମ୍ପସର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁବାର ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ, ଆଠମଲ୍ଲିକର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିବା ସହ ଟାଙ୍ଗିଆନିଶା ଠାରେ ଏହାର ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଓଡ଼ିଶା ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆଠମଲ୍ଲିକରେ ରାଜ୍ୟ ସରକାରଙ୍କ ତରଫରୁ ପାଖାପାଖି ୧୦୯ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଏବଂ ଉଦଘାଟନ ହୋଇଛି । ଟାଙ୍ଗିଆନିଶା ଠାରେ…
Author: Samikhsya Bureau
ନୂଆଦିଲ୍ଲୀ: ଭାରତର ବିଶାଳ ଅସଂଗଠିତ ଶ୍ରମଶକ୍ତି ମଧ୍ୟରେ ବଢିଚାଲିଥିବା ଆୟୁ ଏବଂ ଅବସର ସୁରକ୍ଷାର ଅଭାବ ଭଳି ଦ୍ବୈତ ଚ୍ୟାଲେଞ୍ଜର ମୁକାବିଲା ପାଇଁ, ଭାରତ ସରକାର ୯ ମଇ ୨୦୧୫ ରେ ଅଟଳ ପେନସନ ଯୋଜନା (ଏପିଓ୍ବାଇ) ଆରମ୍ଭ କରିଥିଲେ ଏବଂ ତାହା ୧ ଜୁନ୍ ୨୦୧୫ରୁ କାର୍ଯ୍ୟକ୍ଷମ ହୋଇଥିଲା। ଏହି ଯୋଜନାଟି ଅବସର ପାଇଁ ସ୍ୱେଚ୍ଛାକୃତ ସଞ୍ଚୟକୁ ଉତ୍ସାହିତ କରିବା ପାଇଁ ଡିଜାଇନ୍ କରାଯାଇଥିଲା, ଯାହାକି ଯୋଗଦେବାର ବୟସ ଓ ଅବଦାନ ପରିମାଣ ସହ ସଂପର୍କିତ ଥିଲା। ମୁଖ୍ୟତଃ ଅସଂଗଠିତ କ୍ଷେତ୍ରରେ ଗରିବ ଏବଂ ଅବହେଳିତ ଶ୍ରମିକଙ୍କ ପାଇଁ ଲକ୍ଷ୍ୟ ରଖାଯାଇଥିବା, ଏହି ଯୋଜନା ଭାରତରେ ସବୁଠାରୁ ଅନ୍ତର୍ଭୁକ୍ତ ଏବଂ ସୁଗମ ସାମାଜିକ ସୁରକ୍ଷା ଯୋଜନା ମଧ୍ୟରୁ ଗୋଟିଏ ଭାବରେ ଉଭା ହୋଇଛି। ଏପ୍ରିଲ୍ ୨୦୨୫ ସୁଦ୍ଧା, ଅଟଳ ପେନସନ ଯୋଜନା ୭.୬୫ କୋଟିରୁ ଅଧିକ ଗ୍ରାହକ ସଂଗ୍ରହ କରିଛି, ମୋଟ ୪୫,୯୭୪.୬୭ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିଛି,…
Savitri Vrat 2025: ବୈଦିକ କ୍ୟାଲେଣ୍ଡର ଅନୁସାରେ, ପ୍ରତିବର୍ଷ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ କରାଯାଏ। ଏହି ପବିତ୍ର ତିଥିରେ, ବଟବୃକ୍ଷକୁ ପୂଜା କରାଯାଏ ଏବଂ ଉପବାସ ପାଳନ କରାଯାଏ। ଧାର୍ମିକ ବିଶ୍ୱାସ ଅନୁସାରେ, ଏହି ବ୍ରତ ପାଳନ କରିବା ଦ୍ୱାରା ସ୍ୱାମୀଙ୍କୁ ଦୀର୍ଘ ଜୀବନ ମିଳିଥାଏ ଏବଂ ମହିଳାମାନେ ସନ୍ତାନର ସୁଖ ପାଇପାରିବେ। ଏହା ସହିତ, ଶୀଘ୍ର ବିବାହ ହେବାର ସମ୍ଭାବନା ମଧ୍ୟ ଥାଇପାରେ। ଏହି ଦିନରେ ଦାନ କରିବାର ମଧ୍ୟ ବିଶେଷ ମହତ୍ତ୍ୱ ଅଛି। ଆସନ୍ତୁ ଜାଣିବା ସାବିତ୍ରୀ ବ୍ରତ ଉପବାସର ତାରିଖ ଏବଂ ଶୁଭ ସମୟ ବୈଦିକ କ୍ୟାଲେଣ୍ଡର ଅନୁସାରେ, ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥି ମେ ୨୬ ତାରିଖ ଦିନ ମଧ୍ୟାହ୍ନ ୧୨:୧୧ ରେ ଆରମ୍ଭ ହେବ ଏବଂ ପରଦିନ ଅର୍ଥାତ୍ ମେ ୨୭ ତାରିଖ ସକାଳ ୦୮:୩୧ ରେ ଶେଷ ହେବ। ସେଥିପାଇଁ ୨୬ ମଇ ୨୦୨୫ ତାରିଖ ରେ…
ସ୍ୱାସ୍ଥ୍ୟ ଟିପ୍ସ: ଭାରତରେ ସମୟ ସମୟରେ ଭଗବାନଙ୍କ ପାଇଁ ଅନେକ ପ୍ରକାରର ଉପବାସ ରଖାଯାଏ। ନବରାତ୍ରୀ ହେଉ କିମ୍ବା କରଭା ଚୌଥ, ଜନମାଷ୍ଟମୀ ହେଉ କିମ୍ବା ସୋମବାର, ମଙ୍ଗଳବାର ଏବଂ ଗୁରୁବାର କିମ୍ବା ରମଜାନରେ ଉପବାସ ହେଉ, ଭଗବାନଙ୍କ ସହ ଜଡିତ ପର୍ବ ପାଳନ କରିବା ତଥା ସେମାନଙ୍କୁ ପୂଜା କରିବା ପାଇଁ ଦେଶର ଅନେକ ଲୋକ ଉପବାସ ପାଳନ କରନ୍ତି। ଉପବାସ କେବଳ ବିଭିନ୍ନ ଧାର୍ମିକ ବିଶ୍ୱାସ ପାଇଁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ ନାହିଁ, ବରଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭ ଆଣିଥାଏ। ଆୟୁର୍ବେଦ ଏବଂ ଅନ୍ତଃ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ଡିମ୍ପଲ୍ ଜାଙ୍ଗଡା ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କରିବାକୁ ପରାମର୍ଶ ଦେଇଛନ୍ତି। ଡିମ୍ପଲ୍ ଙ୍କ ଅନୁଯାୟୀ, ପର୍ଯ୍ୟାୟକ୍ରମେ ଉପବାସ ଆପଣଙ୍କ ହୃଦୟ ସ୍ୱାସ୍ଥ୍ୟ, ମସ୍ତିଷ୍କ କାର୍ଯ୍ୟ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ବଢାଇପାରେ। ସେ କହିଛନ୍ତି ଯେ, ଯେତେବେଳେ ଆମେ ଉପବାସ କରୁ, ଶରୀର ଆମର…
ମେଷ- ଆଜି ଆପଣ ଖର୍ଚ୍ଚ ବଢିବ କିନ୍ତୁ ଆୟ ମଧ୍ୟ ଭଲ ରହିବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ନିଜକୁ ସଜାଇବାକୁ ଚେଷ୍ଟା କରିବ । କାର୍ଯ୍ୟ ସଂପର୍କରେ, ଦୈନନ୍ଦିନ କାର୍ଯ୍ୟ କରିବେ ଏବଂ ଆଜି ଫଳାଫଳ ପାଇବାରେ ବିଳମ୍ବ ହୋଇପାରେ। ଘରଲୋକମାନେ ଆପଣଙ୍କ କାର୍ଯ୍ୟରେ ସହାୟକ ହେବେ ଏବଂ ଆପଣଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବେ । ବିବାହିତ ଲୋକମାନେ ଘରୋଇ ଜୀବନରେ ସନ୍ତୁଷ୍ଟ ହେବେ, ଯେଉଁମାନେ ପ୍ରେମ ଜୀବନ ବିତାଉଛନ୍ତି, ସେମାନେ ନିଜ ପ୍ରିୟଙ୍କ ସହିତ ବିବାହ ବିଷୟରେ କଥାବାର୍ତ୍ତା କରିପାରିବେ। ବୃଷ– ଆଜି ବିବାହିତ ଲୋକମାନେ ପାରିବାରିକ ଜୀବନକୁ ଉପଭୋଗ କରିବେ ଏବଂ ଜୀବନ ସାଥୀ ସହିତ ଆପଣଙ୍କର ସମ୍ପର୍କକୁ ସୁଦୃଢ ହେବ। ଆଜି କାମ ପାଇଁ ଏକ ଭଲ ଦିନ ହେବ। ଆପଣ ମଧ୍ୟ ନିଜ ହାତରେ କିଛି ନୂଆ କାମ ନେବେ ଏବଂ ଏହାକୁ ବହୁତ ଭଲ ଭାବରେ ଆରମ୍ଭ…
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଦିଲ୍ଲୀର ଏମସ୍ ଟ୍ରମା ସେଣ୍ଟର ପରିଦର୍ଶନ କରିଛନ୍ତି ଏବଂ ଛତିଶଗଡ଼ ଓ ତେଲଙ୍ଗାନା ସୀମାରେ ଥିବା କାରେଗୁଟ୍ଟା ପାହାଡ଼ରେ ୩୧ ଜଣ ନକ୍ସଲଙ୍କ ହତ୍ୟା କରାଯାଇଥିବା ନକ୍ସଲ ବିରୋଧୀ ଅପରେସନରେ ଆହତ ସୁରକ୍ଷା କର୍ମୀଙ୍କୁ ଭେଟିଛନ୍ତି। ଏକ ଏକ୍ସ ପୋଷ୍ଟରେ ଶ୍ରୀ ଅମିତ ଶାହ କହିଛନ୍ତି, “ଆମର ସୁରକ୍ଷା ବାହିନୀ ସେମାନଙ୍କ ବୀରତ୍ୱ ଦ୍ୱାରା ନକ୍ସଲବାଦର ପ୍ରତ୍ୟେକ ଚିହ୍ନକୁ ନିଶ୍ଚିହ୍ନ କରୁଛନ୍ତି। ଆଜି, ସେ ଦିଲ୍ଲୀର ଏମସ୍ ଟ୍ରମା ସେଣ୍ଟର ପରିଦର୍ଶନ କରିଥିଲେ ଏବଂ ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାରେ ଥିବା କାରେଗୁଟ୍ଟା ପାହାଡ଼ରେ ୩୧ ଜଣ ନକ୍ସଲଙ୍କୁ ହତ୍ୟା କରାଯାଇଥିବା ନକ୍ସଲ ବିରୋଧୀ ଅପରେସନରେ ଆହତ ସୁରକ୍ଷା କର୍ମୀଙ୍କୁ ଭେଟିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ ଏବଂ ଦେଶ ସେମାନଙ୍କ ଉପରେ ରଖିଥିବା ବିଶ୍ୱାସ ଓ ଗର୍ବ ବିଷୟରେ ଆଶ୍ୱାସନା ଦେଇଥିଲେ। ଶ୍ରୀ ଅମିତ…
ଭୁବନେଶ୍ବର: କୃଷି ଓଭର୍ସିଅର ମାନଙ୍କ ମାସିକ ଗସ୍ତଭତ୍ତା ୪୫୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, କୃଷି ଓଭର୍ସିଅର ମାନଙ୍କୁ ଅତି କମରେ ୨୦ ଦିନ ଗସ୍ତ କରିବାକୁ ପଡ଼ିଥାଏ । ପୂର୍ବରୁ ସେମାନଙ୍କ ମାସିକ ଗସ୍ତଭତ୍ତା (Permanent Travelling Allowance) ୩୦୦ ଟଙ୍କା ଥିବାବେଳେ ୨୦୨୩ ରେ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇ ଥିଲା। ତେବେ ଏହାପରେ ସମାନ ସ୍ତରରେ ଥିବା ଅଧିକାଂଶ ପଦବୀ ଗୁଡ଼ିକର ମାସିକ ଗସ୍ତଭତ୍ତା ବୃଦ୍ଧି ପାଇଥିବା ବେଳେ କୃଷି ଓଭର୍ସିଅର ମାନଙ୍କ ଭତ୍ତା ବଢ଼ିନଥିଲା । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ୱାରା କୃଷି ଓଭର୍ସିଅରମାନେ ନିୟମିତ ଭାବେ ଗସ୍ତ କରିବା ପାଇଁ ପ୍ରୋତ୍ସାହିତ ହେବେ। ସୂଚନାଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ୧୫୬୭ ଟି କୃଷି ଓଭର୍ସିଅର ପଦବୀ ଥିବାବେଳେ ବର୍ତ୍ତମାନ ୧୨୫୭ ଜଣ କାର୍ଯ୍ୟରତ ଅଛନ୍ତି…
ଭୁବନେଶ୍ୱର: ଓଡ଼ିଶାରେ ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସଇବିସି)ର ଛାତ୍ରଛାତ୍ରୀଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଆସନ ସଂରକ୍ଷଣ ଦେବା ଦିଗରେ ପୂର୍ବ କଂଗ୍ରେସ ଏବଂ ବିଜେଡି ସରକାର କେବଳ ଛଳନା କରିଥିଲେ । କୋର୍ଟ କଚେରିର ବାହାନା ଦେଖାଯିବା ସହ ଛଦ୍ମ ସର୍ଭେର ପ୍ରହସନ କରାଯାଇଥିଲା ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୯୯୦ ମସିହାରୁ ମଣ୍ଡଳ କମିଶନ ଲାଗୁ ହେବା ପରେ ବି ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ଏପରି ସଂରକ୍ଷଣରୁ ବଞ୍ଚିତ କରାଯାଇଥିଲା । ଦୀର୍ଘ ୩୫ ବର୍ଷ ଧରି ରାଜ୍ୟରେ କଂଗ୍ରେସ ଏବଂ ବିଜେଡି ଶାସନ ଦାୟିତ୍ୱରେ ଥିଲେ । ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାର ସ୍ୱରୂପ ପାଠପଢା ଏବଂ ଚାକିରି କ୍ଷେତ୍ରରେ ସଂରକ୍ଷଣ ଦେବା ପାଇଁ କମିଶନର ପରାମର୍ଶ ଥିଲା । ଭାରତବର୍ଷର ଏକମାତ୍ର ରାଜ୍ୟ ଭାବରେ…
ଭୁବନେଶ୍ୱର: ଅପରେସନ ସିନ୍ଦୁରରେ ସହିଦ ହୋଇଥିବା ଭାରତୀୟ ଯବାନ ମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଆଜି ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ମହମବତୀ ପ୍ରଜ୍ବଳନ କରି ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ପ୍ରକାଶଥାଉ କି ଗତ ଅପ୍ରେଲ ମାସ ୨୨ ତାରିଖରେ କାଶ୍ମୀରର ପେହେଲଗାମ ଅଂଚଳରେ ଆତଙ୍କବାଦୀମାନେ ୨୬ ଜଣ ପର୍ଯ୍ୟଟକଙ୍କୁ ଗୁଳିକରି ନିର୍ମମ ଭାବେ ହତ୍ୟା କରିଥିଲେ । ଏହାର ପ୍ରତିବାଦରେ ମେ ମାସ ୬ ତାରିଖ ମଧ୍ୟରାତ୍ରିରେ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର ଅଂଚଳରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରି ଧ୍ୱସ୍ତ ବିଧ୍ବସ୍ତ କରିଦେଇଥିଲେ । ଏହାର ଜବାବରେ ପ୍ରତିଆକ୍ରମଣ ଓ ଆକ୍ରମଣରେ ଭାରତୀୟ ସୈନ୍ୟମାନେ ନିଜର ବୀରତ୍ଵ ଓ ପରାକାଷ୍ଠାକୁ ପ୍ରତିପାଦନ କରିବା ସହ ନିଜ ଜୀବନକୁ ବଳିଦାନ ଦେଇଥିଲେ । ତାଙ୍କର ଏହି ବଳିଦାନକୁ ଏ ଦେଶ କେବେ ହେଲେ…
ଭୁବନେଶ୍ବର: ଓଡ଼ିଶାରେ ରାଜପଥ ବିକାଶ ପାଇଁ ଚଳିତ ବର୍ଷ ପ୍ରାୟ ୧୪ ହଜାର କୋଟି ଟଙ୍କାର ପ୍ରତିଶ୍ରୁତି କେନ୍ଦ୍ରରୁ ମିଳିଛି। ଏହା ଏକ ସର୍ବକାଳୀନ ରେକର୍ଡ ଏବଂ ଏହା ଦ୍ୱାରା ଓଡ଼ିଶାରେ ରାଜପଥର ପ୍ରଭୂତ ବିକାଶ ହୋଇପାରିବ। ଏହି ପରିପ୍ରେକ୍ଷୀରେ ଆଜି ନିର୍ମାଣ ସୌଧ ସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। ବୈଠକରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଅଧ୍ୟକ୍ଷତା କରି ବିଭିନ୍ନ ଜାତୀୟ ରାଜପଥର ପ୍ରଶସ୍ତିକରଣ, ଜମି ଅଧିଗ୍ରହଣ ସମସ୍ୟାର ସମାଧାନ, ଫରେଷ୍ଟ କ୍ଲିୟରାନ୍ସ, ନିରନ୍ତର ଫ୍ଲାଏ ଆସ୍ ଯୋଗାଣ ଓ ରେଲେୱ ଓଭର ବ୍ରିଜ୍ ନିର୍ମାଣ ଏବଂ ବିଭିନ୍ନ ସମସ୍ୟା ସମାଧାନ ସହିତ ତ୍ୱରିତ ବେଗରେ କାର୍ଯ୍ୟ ଆଗେଇ ନେବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନେଇ ବରିଷ୍ଠ ଅଧିକାରୀ ଏବଂ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମୁଖ୍ୟଯନ୍ତ୍ରୀ ଓ ଅଧୀକ୍ଷଣ…
ଭୁବନେଶ୍ୱର: ଆଜି ରାଜ୍ଯ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନ ଙ୍କ ନେତୃତ୍ବରେ ଛାତ୍ର କଂଗ୍ରେସ ତରଫରୁ ଇନ୍ଦିରା ଗାନ୍ଧୀ ଙ୍କୁ ମନେ ପକାଇ “ ଶକ୍ତି ମାର୍ଚ୍ଚ” ଅନୁଷ୍ଠିତ ହୋଇଯାଇଛି । ୧୯୭୧ ମସିହାରେ ଯେତେବେଳେ ଭାରତ ଓ ପାକିସ୍ତାନ ମଧ୍ଯରେ ଯୁଦ୍ଧ ହୋଇଥିଲା ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପାକିସ୍ତାନ କୁ କଡା ଜବାବ ଦେଇଥିଲେ ଏବଂ ପାକିସ୍ତାନ କୁ ଦୁଇ ଫାଳ କରି ଆଉ ଏକ ଦେଶ ବାଗାଂଲାଦେଶ କୁ ନିର୍ମାଣ କରିଦେଇଥିଲେ । ସେତେବେଳେ ମଧ୍ୟ ଇନ୍ଦିରା ଗାନ୍ଧୀ ଙ୍କ ଉପରେ ଆମେରିକା ଚାପ ସୃଷ୍ଟି କରିଥିଲା କିନ୍ତୁ ସେ ଚାପ କୁ ଖାତିର କରିନଥିଲେ କିନ୍ତୁ ଏବେକାର ପ୍ରଧାନମନ୍ତ୍ରୀ ଆମେରିକା ଚାପରେ ତୁରନ୍ତ ଯୁଦ୍ଧ ବିରତି ଘୋଷଣା କରିଦେଇଥିଲେ ଏହା ଭାରତ ପାଇଁ ଏକ ଲଜ୍ଯାକର ବିଷୟ । ତେଣୁ ସେଥିପାଇଁ ଆଜି ଇନ୍ଦିରା ଗାନ୍ଧୀ ଙ୍କୁ ଛାତ୍ର କଂଗ୍ରେସ ନେତା ମାନେ ମନପକାଇ…
ଖୋର୍ଦ୍ଧା: ଜମ୍ମୁ କାଶ୍ମୀର ପହଲଗାଁ ଆତଙ୍କୀ ଆକ୍ରମଣରେ ଭାରତ ସରକାରଙ୍କ ଆତଙ୍କି ଲୋପନ୍ ମିଲିଟାରୀ କଡା ପଦକ୍ଷେପ ଅପରେସନ ସିନ୍ଦୂର ପ୍ରତିରକ୍ଷା ବିଭାଗର ଏକ ବିରାଟ ସଫଳତା ଆଣିଥିବା ବେଳେ ଭାରତ ସୁରକ୍ଷାରେ ପ୍ରତ୍ୟେକ ନାଗରିକ ଙ୍କ ମୂଲ୍ୟବୋଧ ଅବିସ୍ମରଣୀୟ ବୋଲି ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ସଦର ମହକୁମାର ପ୍ରାଣ ନାଥ ମହାବିଦ୍ୟାଳୟ ପଡ଼ିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବିଶାଳ ଅପରେସନ ସିନ୍ଦୂର ପରାକ୍ରମ ଶୋଭାଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଦବୋଧନ ଦେଇଛନ୍ତି। ପ୍ରାଣନାଥ ମହାବିଦ୍ୟାଳୟ ପଡ଼ିଆରୁ ଦେଶ ଭକ୍ତି ନାରା, ସ୍ଲୋଗାନ ର ପ୍ରକମ୍ପିତ ଧ୍ବନିରେ ବାଇକ୍ ଶୋଭାଯାତ୍ରା ମୁକୁନ୍ଦ ପ୍ରସାଦ ଛକ, ଚଣ୍ଡିଛକ, ବସ୍ ଷ୍ଟାଣ୍ଡ,ବ୍ଲକ ଛକ ପ୍ରାୟ ୫ କିଲୋମିଟର ରାସ୍ତା ପରିକ୍ରମା କରିବା ସହ ମଙ୍ଗଳା ନଗର ଠାରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ବାଜପୁର ଗାନ୍ଧୀ ପଣ୍ଡିତ ନାରାୟଣ ମିଶ୍ରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି କୁ…
ଭୁବନେଶ୍ବର: ଅଦିନିଆ ବର୍ଷାକୁ ରାଜ୍ୟ ସରକାର ରାଜ୍ୟଭିତ୍ତିକ ବିପର୍ଯ୍ୟୟ (State Specific Disaster) ଭାବେ ଗ୍ରହଣ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି। ଏହାଦ୍ୱାରା ଓଡ଼ିଶାର କୃଷକମାନେ ଅଦିନିଆ ବର୍ଷାରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ (State Disaster Response Fund) ସହାୟତା ପାଇ ପାରିବେ। SDRF ର ବାର୍ଷିକ ଆବଣ୍ଟନର (Annual Allocation) ସର୍ବାଧିକ ୧୦ ପ୍ରତିଶତ ଅର୍ଥ ଏଥିପାଇଁ ବିନିଯୋଗ ହୋଇପାରିବ । ସୂଚନାଯୋଗ୍ୟ ଯେ, 2024 ଡିସେମ୍ୱର ମାସରେ ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ୨୨, ୭୯୧ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିଲା ଏବଂ ପ୍ରାୟ ୬.୬୬ ଲକ୍ଷ ଚାଷୀ ପ୍ରଭାବିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଏହାକୁ ସ୍ୱତନ୍ତ୍ର ଭାବେ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କରି ଚାଷୀମାନଙ୍କୁ ୨୯୧ କୋଟି ଟଙ୍କାର ସହାୟତା କୃଷି ଇନ୍ପୁଟ ରିହାତି ଆକାରରେ ପ୍ରଦାନ କରିଥିଲେ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଏହି…
ବାଲୁଗାଁ: ଅପ୍ରେଲ ୨୨ ରେ ଜମ୍ମୁ କାଶ୍ମୀର ପହଲଗାମ ଠାରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ଭାରତୀୟ ପର୍ଯ୍ୟଟକ ପ୍ରାଣ ହରାଇଥିଲେ।ଏହାର ଦୃଢ଼ ଜବାବ ନେଇ ଭାରତ ସରକାରଙ୍କ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇ ‘ଅପରେସନ ସିନ୍ଦୁର’ ମାଧ୍ୟମରେ ଆତଙ୍କୀଙ୍କ ଉପରେ ଆକ୍ରମଣ କରାଯାଇଥିଲା।ଯେଉଁଥିରେ ଭାରତୀୟ ଯବାନ ମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଏହି ପରିପ୍ରେକ୍ଷୀରେ ବୀର ଯବାନଙ୍କ ବୀରତ୍ୱ, ଅଦମ୍ୟ ସାହସ, ଦେଶର ଅଖଣ୍ଡତା ନିମନ୍ତେ ସେମାନଙ୍କୁ ସମ୍ମାନିତ ଓ ମନୋବଳ ବୃଦ୍ଧି ନିମନ୍ତେ ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓ ବାଲୁଗାଁ ଏନଏସି ପକ୍ଷରୁ ଜିଲ୍ଲା ପ୍ରଶାସନର ସହଯୋଗରେ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ ଏନଏସି ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଯାତ୍ରାରେ ଶହ ଶହ ସଂଖ୍ୟାରେ ବାଇକ ବାଲୁଗାଁ ଥାନା ଠାରୁ ସୋମନାଥ ବସଷ୍ଟାଣ୍ଡ ଓ ଗାନ୍ଧୀ ଛକ ଠାରୁ ଚିଲିକା କୂଳ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ଅନୁରୂପ…
ବାଲୁଗାଁ: 16 ନମ୍ବର ଜାତୀୟ ରାଜପଥ ନାଚୁଣୀ ଥାନା ଅନ୍ତର୍ଗତ ହରିକୁଣ୍ଡ ବରଡ଼ି ନିକଟରେ ଟ୍ରକ ପଛକୁ କୁ ପିଟିଲା ଲାଇଫ ଲାଇନ ନାମକ ଦ୍ରୁତଗାମୀ ଯାତ୍ରୀ ବାହୀ ଭୋଲଭୋ ବସ। ଦ୍ରୁତ ଗତିରେ ଆସୁଥିବା ଭୋଲଭୋ ବସ ନିୟନ୍ତ୍ରଣ ହରାଇ ହରିକୁଣ୍ଡ ବରଡ଼ି ଗାଁ ରାସ୍ତା କଡ଼ରେ ଥିବା ସିମେଣ୍ଟ ଡିଭାଇଡ଼ର କୁ ପିଟିଲା। ଫଳରେ ଭିତରେ ଫସିଯାଇଥିବା ବସ ଚାଳକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ପରେ ବସ ଚାଲକଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ପଠାଯାଇଛି। ଏହି ଦୁର୍ଘଟଣାରେ 10 ରୁ 15 ଯାତ୍ରୀ ସାମାନ୍ୟ ଆହତ ହୋଇଥିବାର ଜଣାପଡିଛି। ଆହତ ଯାତ୍ରୀ ମାନଙ୍କର ସାମାନ୍ୟ ଚିକିତ୍ସା ପରେ ସେମାନଂକୁ ଅନ୍ୟ ଘରୋଇ ବସରେ ଭୁବନେଶ୍ୱର କୁ ପଠାଇ ଦିଆଯାଇଅଛି। ଦ୍ରୁତଗାମୀ ବସ ହାଇଦ୍ରାବାଦ ରୁ ଭୁବନେଶ୍ୱର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ନାଚୁଣୀ ପୋଲିସ ଘଟଣା ସ୍ଥଳରେ ପହଂଚି ଗ୍ରାମବାସୀ ଙ୍କ ସହ ଉଦ୍ଧାର କାର୍ଯ୍ୟ…
ଭୁବନେଶ୍ବର: ଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ବର୍ଦ୍ଧିତ ଚାହିଦା ଏବଂ ନିରନ୍ତର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଚଳିତ ମଇ ମାସ 16 ତାରିଖ (16.05.2025) ଠାରୁ 22895/22896 ପୁରୀ-ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ ରେ ଚାରିଟି ଅତିରିକ୍ତ ଏସି ଚେୟାର କାର୍ କୋଚ୍ ସଂଯୋଗ କରାଯାଇ 20ଟି କୋଚ୍ ସହିତ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି | ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ରେ ଅତିରିକ୍ତ କୋଚ୍ ସଂଯୋଗ ଦ୍ୱାରା ଏହାର ଗଠନରେ ବୃଦ୍ଧି ପରେ ଏହାର ରେକ୍ କମ୍ପୋଜିସନ୍ରେ 16ଟି ଏସି ଚେୟାର କାର୍ କୋଚ୍, 2ଟି ଏକଜିକ୍ୟୁଟିଭ୍ ଚେୟାର କାର୍ କୋଚ୍ ଏବଂ 2ଟି କ୍ରିୟୁ ଏବଂ ଏସି ଚେୟାର କାର୍ କୋଚ୍ ଉପଲବ୍ଧ ରହିବ | ପୁରୀ ଓ ହାଓଡ଼ା ମଧ୍ୟରେ ଚଳାଚଳ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ସେମି-ହାଇ-ସ୍ପିଡ୍ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହାର ଗଠନରେ ଚାରୋଟି ଏସି…
ଭୁବନେଶ୍ବର: ଆମର ବ୍ଲକଗୁଡ଼ିକ ହେଉଛି, ଆମ ପ୍ରଶାସନିକ ସଫଳତାର ଦର୍ପଣ। ଯଦି ବ୍ଲକଗୁଡ଼ିକ ଦକ୍ଷତାର ସହ କାମ କରିବେ, ଏବଂ ଲୋକମାନେ ସବୁ ଯୋଜନାର ସୁଫଳ ପାଇବେ, ତେବେ ଏହା ସରକାରଙ୍କ ଦକ୍ଷତାର ପ୍ରମାଣ ହେବ। ସମାଜର ଶେଷ ଧାଡ଼ିରେ ଥିବା ଲୋକଟିଏ ଯେପରି ସବୁ ମୌଳିକ ସୁବିଧା ପାଇପାରିବ, ଏହାହିଁ ଆମର ଉଦ୍ଦେଶ୍ୟ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ସ୍ଥିତ କନ୍ଭେନ୍ସନ୍ ସେଣ୍ଟର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି । ବୈଠକରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜିଲ୍ଲାରେ ସବୁ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ସରକାରଙ୍କ ସଫଳତା ନିର୍ଭର କରେ। ବ୍ଲକ ସ୍ତରରେ ହିଁ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ଜନସାଧାରଣ ମାନଙ୍କ ପାଖକୁ ପହଞ୍ଚେ। ଏଥିରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କର…
ଭୁବନେଶ୍ବର: ଇଣ୍ଡିଆନ୍ ଷ୍ଟିଲ ଆସୋସିଏସନ୍ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଇସ୍ପାତ କ୍ଷେତ୍ରର ଅନେକ ପ୍ରତିନିଧି ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଜ୍ୟରେ ଅଧିକ ଷ୍ଟିଲ ଉତ୍ପାଦନ ଓ ଏଥିପାଇଁ ଆବଶ୍ୟକ ସୁବିଧା ସୁଯୋଗର ବୃଦ୍ଧି ଉପରେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ ହେବା ଓଡିଶାର ଲକ୍ଷ୍ୟ। ଏଥିରେ ଖଣି ଓ ଷ୍ଟିଲ କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ। ତେଣୁ, ଓଡିଶାରେ କମ୍ପାନୀ ପ୍ରତିଷ୍ଠା କରୁଥିବା ସଂସ୍ଥା ଗୁଡିକୁ ସୁବିଧାରେ କଞ୍ଚାମାଲ୍ ଯୋଗାଇଦେବା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଷ୍ଟିଲ କମ୍ପାନୀ ଗୁଡିକୁ ମଧ୍ୟ ଉପଯୁକ୍ତ ବିଚାର ଆଲୋଚନା କରାଯାଇ ନିୟମ ଅନୁସାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।…
ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ତୃତୀୟ ପକ୍ଷ ମଧ୍ୟସ୍ଥତାକୁ ପ୍ରତ୍ୟାଖ୍ୟାନ କରି ପୁନର୍ବାର କହିଛନ୍ତି ଯେ ଇସଲାମାବାଦ ସହିତ କାର୍ଯ୍ୟ ସମ୍ପୂର୍ଣ୍ଣ ଦ୍ୱିପାକ୍ଷିକ ହେବ। ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ଅବସରରେ ଗଣମାଧ୍ୟମ ସହ ଆଲୋଚନା କରି ଡକ୍ଟର ଜୟଶଙ୍କର କହିଛନ୍ତି ଯେ ଭାରତ ସ୍ପଷ୍ଟ କରିଛି ଯେ ପାକିସ୍ତାନ ସହିତ ଆଲୋଚନା କରିବାକୁ ବାକି ଥିବା ଏକମାତ୍ର ବିଷୟ ହେଉଛି ପାକିସ୍ତାନ ଅଧିକୃତ କାଶ୍ମୀରରେ ଅବୈଧ ଭାବରେ କବଜା କରାଯାଇଥିବା ଭାରତୀୟ ଅଞ୍ଚଳକୁ ଖାଲି କରିବା। ବୈଦେଶିକ ମନ୍ତ୍ରୀ ଜୋର ଦେଇ କହିଛନ୍ତି ଯେ ଏହା ବର୍ଷ ବର୍ଷ ଧରି ଏକ ଜାତୀୟ ସହମତି, ଏବଂ ଭାରତର ସ୍ଥିତିରେ କୌଣସି ପରିବର୍ତ୍ତନ ନାହିଁ। ସେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନ ସହିତ ଆଲୋଚନା କେବଳ ଆତଙ୍କବାଦ ଉପରେ ହେବ। ସେ ଆହୁରି…
ଭୁବନେଶ୍ୱର: ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହୋଇପାରିଛି । ପଛୁଆ ବର୍ଗର ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀ ଏକ ଐତିହାସିକ ନିଷ୍ପତି ନେଇଛନ୍ତି । ସାମଜିକ ଓ ଆର୍ଥକଭାବେ ପଛୁଆ ବର୍ଗ(ଏସ୍ଇବିସି)ର ଛାତ୍ରୀଛାତ୍ରଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଶ୍ରୀ ସୁରଥ ବିଶ୍ୱାଳ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ଯେ, ଏହି ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ପଛୁଆ ବର୍ଗରେ ଥିବା ୫୪ ପ୍ରତିଶତ ଲୋକେ ଉପକୃତ ହେବେ । ସେମାନଙ୍କ ପାଇଁ ଏହି ଦିନଟି ସ୍ମରଣୀୟ ଦିନ ହୋଇରହିବ । ୯୦ ଦଶକରେ ପଛୁଆ ବର୍ଗଙ୍କ ପାଇଁ…
ଭୁବନେଶ୍ୱର: ଭାରତ ସରକାରଙ୍କ ଆତଙ୍କବାଦୀ ବିରୋଧୀ ଅଭିଯାନ ‘ଅପରେସନ ସିନ୍ଦୂର’ ଭାରତର ସୈନିକ ଶକ୍ତିର ଶୌର୍ଯ୍ୟ, ସାହସ ଏବଂ ପରାକ୍ରମର ବଡ଼ ପ୍ରମାଣ ବୋଲି ଗଣମାଧ୍ୟମର ଏ ସମ୍ପର୍କିତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆତଙ୍କବାଦ ବିରୋଧରେ ଏକ ନିର୍ଣ୍ଣାୟକ ଲଢେଇ ପାଇଁ ଅପରେସନ ସିନ୍ଦୂରର ସଫଳତା ପରେ ତିନି ସେନାକୁ ଓଡ଼ିଶା ତରଫରୁ ଶୁଭେଚ୍ଛା ଜଣାଇଥିବା ସହ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ପାକିସ୍ତାନ ସୀମା ଭିତରେ ଆମର ବାୟୁ ସେନାବାହିନୀମାନେ ପ୍ରବେଶ କରି ପ୍ରଥମେ ସେମାନଙ୍କ ୯ଟି ଠିକଣା ସ୍ଥାନକୁ ନଷ୍ଟ କଲେ। ଭାରତର ସନ୍ୟଶକ୍ତିର ପରାକ୍ରମ, ଭାରତୀୟ ସମାଜର ପ୍ରତିବଦ୍ଧତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଣ୍ଣାୟକ ନେତୃତ୍ୱର ପରାକାଷ୍ଠା ସାରା ବିଶ୍ୱ ଦେଖିଲା । ଦେଶରେ ସୈନିକଶକ୍ତିଙ୍କ ମନୋବଳକୁ ବଢାଇବା ତଥା ଅପରେସନ ସିନ୍ଦୂର ସମର୍ଥନରେ ତ୍ରିରଙ୍ଗା ଯାତ୍ରାର…

