Author: Samikhsya Bureau

ଭୁବନେଶ୍ବର: ‘ଓଡ଼ିଶା ବୁକ୍‌ଷ୍ଟୋର୍‌’ ଦ୍ୱାରା ପ୍ରକାଶିତ ଓ ଗାଳ୍ପିକ ବିଜୟାନନ୍ଦ ସିଂହଙ୍କ ରଚିତ ପଞ୍ଚମ ଗଳ୍ପ ସଂକଳନ “ଅଶେଷ ଅନୁରାଗ”କୁ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼଼ର ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ କରକମଳରେ ଭୁବନେଶ୍ବରର ନୀଳକଣ୍ଠନଗର ଠାରେ ଉନ୍ମୋଚନ କରାଯାଇଅଛି । ଉକ୍ତ ଉତ୍ସବରେ ଶ୍ରୀ ହରିଚନ୍ଦନ ଆଜିର ଗଳ୍ପଗୁଡ଼ିକୁ ସମାଜନିଷ୍ଠ ଅନୁଭବର ପ୍ରତିଲିପି ବୋଲି ଅଭିହିତ କରିଥିଲେ। ଅଶେଷ ଅନୁରାଗରେ ସ୍ଥାନିତ ଗଳ୍ପଗୁଡ଼ିକ ସମ୍ବେଦନଶୀଳ ଦୃଷ୍ଟି ଭଙ୍ଗିରେ ରଚିତ ହୋଇଥିବାରୁ ତାହା ପାଠକକୁ ଗଳ୍ପ ପ୍ରତି ଆକୃଷ୍ଟ କରିବ ବୋଲି ଶ୍ରୀ ହରିଚନ୍ଦନ ଆଶା ପ୍ରକାଶ କରିଥିଲେ । ବିଶିଷ୍ଟ ଅତିଥି ଭାବରେ ଶ୍ରୀମତୀ ସୁପ୍ରଭା ହରିଚନ୍ଦନ ଉକ୍ତ ଉତ୍ସବରେ ଉପସ୍ଥିତ ରହି ଲେଖକଙ୍କୁ ଶୁଭେଚ୍ଛା ଜଣାଇ ଥିଲେ ଏବଂ ଗଳ୍ପଗ୍ରନ୍ଥ ପାଠକୀୟ ଆଦୃତି ଲାଭ କରି ଉଚ୍ଚ ପ୍ରଶଂସିତ ହେବ ବୋଲି କହିଥିଲେ । ବିଶିଷ୍ଟ ସାହିତ୍ୟିକ ତଥା ଗାଳ୍ପିକ ଗୌରହରି ଦାସ ଉକ୍ତ ଉତ୍ସବରେ ସମ୍ମାନୀତ…

Read More

ଭୁବନେଶ୍ୱର: କଂଗ୍ରେସ ଦଳର ଛାମୁଆ ସଂଗଠନ ରାଜୀବ ଗାନ୍ଧୀ ପଞ୍ଚାୟିତରାଜ ସଂଗଠନ ଅସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ସୁଦୃଢ଼ କରିବାର ପ୍ରକ୍ରିୟା ଜାରି ରଖିଛି । ଆଗରୁ ସଂଗଠନ ର ୧୪ ଟି ଜିଲ୍ଲା ପାଇଁ ଆବାହକ ଓ ସହ ଆବାହକ ନିଯୁକ୍ତ ହୋଇଛନ୍ତି । ପ୍ରତି ଜିଲ୍ଲା ପାଇଁ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଆବାହକ ଓ ସହ ଆବାହକ ଭାବରେ ନିଯୁକ୍ତି ମିଳିଛି । ସଂଗଠନରେ ମହିଳା ସହଭାଗିତା ଓ ସଂପୃକ୍ତିକୁ ବଢ଼ାଇବା ପାଇଁ ପ୍ରତ୍ୟେକଟି ସ୍ତରରେ ମହିଳାମାନଙ୍କୁ ପଦବୀ ଓ ଅଗ୍ରାଧିକାର ଦେବା ପାଇଁ ସଂଗଠନ ଏଭଳି ନିଷ୍ପତ୍ତି କରିଛି । ଆଜି ୪ଟି ଜିଲ୍ଲା ପାଇଁ ଆବାହକ ଓ ସହ ଆବାହକ ନିଯୁକ୍ତି ହୋଇଛନ୍ତି । ଭୁବନେଶ୍ୱର ଜିଲ୍ଳା ପାଇଁ ଡକ୍ଟର ଦେବାହୁତି ଆଚାର୍ଯ୍ୟ ଆବାହକ ଓ ଶ୍ରୀ ଉମେଶ ଚନ୍ଦ୍ର ଦାସ ସହ ଆବାହକ ଭାବରେ ନିଯୁକ୍ତ ହୋଇଛନ୍ତି ।…

Read More

RathYatra2025: ଆଗାମୀ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବା ପାଇଁ ଜାରି ରହିଥିବା ପ୍ରସ୍ତୁତି ସଂପର୍କରେ ଏକ ସମୀକ୍ଷା ବୈଠକ ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଯାଇଛି l ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ,  ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ୱାଇ. ବି. ଖୁରାନିଆ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ କୁମାର ପାଢ଼ୀ, ପୂର୍ତ୍ତ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂଙ୍କ ସମେତ ଅନ୍ୟ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ, ପୁରୀ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୀତ ଅଗ୍ରଓ୍ୱାଲଙ୍କ ସମେତ  ରାଜ୍ୟ…

Read More

ଭୁବନେଶ୍ବର: ମାତ୍ର ମାସକ ପରେ ସୂଚନା ଓ ଲୋକ ସଂପର୍କ ନିର୍ଦ୍ଦେଶ ପଦରୁ ହଟିଲେ ବରିଷ୍ଠ ଓଏଏସ ଦେବ ପ୍ରସାଦ ଦାସ। ସେ ଗତମାସ 22 ତାରିଖରେ ଏହି ପଦବୀରେ ନିଯୁକ୍ତି ହୋଇଥିଲେ। ହେଲେ ଆଜି ରାଜ୍ୟ ସରକାର ତାଙ୍କୁ ବଦଳି କରି ତାଙ୍କ ସ୍ଥାନରେ ଅନୁଜ କୁମାର ଦାସପଟ୍ଟନାୟକଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଦେବ ପ୍ରସାଦ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ସହିତ ସୂଚନା ଓ ଲୋକ ସଂପର୍କର ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା। ବରିଷ୍ଠ ଓଏଏସ ଅନୁଜ ବର୍ତ୍ତମାନ ପିଏମ ଏବଂ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ନୋଡାଲ ଅଫିସର ଅଛନ୍ତି। ସେହିପରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ସୁରେନ୍ଦ୍ର ପଣ୍ଡାଙ୍କୁ ପିଏମ ଓ ମୁଖ୍ୟମନ୍ତ୍ରୀ ପୋଷଣର ନୋଡାଲ ଅଧିକାରୀ କରାଯାଇଛି। ଟାଙ୍ଗିର ପୂର୍ବତନ ତହସିଲଦାର ତଥା ବର୍ତ୍ତମାନ ସାଧାରଣ ପ୍ରଶାସନ ଓ ପେନସନ ବିଭାଗରେ କାର୍ଯ୍ୟରତ…

Read More

ଭୁବନେଶ୍ବର: ଓଡିଶା ନିର୍ମାଣ ନିଗମ  ଲିମିଟେଡ୍ ( ଓସିସିଏଲ ), ଭୁବନେଶ୍ୱରର ୬୩ ତମ ପ୍ରତିଷ୍ଠା ଦିବସ ଗୁରୁବାର ଦିନ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନିଗମ ତରଫରୁ ନିଗମର କାର୍ଯ୍ୟ ଏବଂ ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ କୁ ଲକ୍ଷ୍ୟ ରଖି  ଏବଂ ଭବିଷ୍ୟତ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ ପରିପ୍ରେକ୍ଷୀରେ ଏକ ଗୁରୁତ୍ୱ ପୂର୍ଣ୍ଣ କର୍ମଶାଳାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ତଥା ଓସିସିଏଲର ଅଧ୍ୟକ୍ଷା ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ  ଯୋଗଦେଇ ଉଦଘାଟନ କରିଥିଲେ। ଉନ୍ନୟନ କମିଶନର ତଥା ଓସିସିଏଲ ଅଧ୍ୟକ୍ଷା ଶ୍ରୀମତୀ ଗର୍ଗ ଓସିସିଏଲର ଟିମକୁ ସେମାନଙ୍କର ସଫଳତା ପାଇଁ ପ୍ରଶଂସା କରିବା ସହିତ ନିଗମର ଭବିଷ୍ୟତ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ । ସେ କହିଥିଲେ…

Read More

ଭୁବନେଶ୍ବର: ପଛୁଆବର୍ଗ, ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପାଇଁ ନାର୍ଯ୍ୟ ଆରକ୍ଷଣ ବାବିରେ ପିସିସି ସଭାHପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆଜି ଦିବା ୧୦ ଘଟିକାରୁ ୨୪ ଘଂଟିଆ ଧାରଣା ଦିଆଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ବିଶାଳ ଶୋଭାଯାତ୍ରାରେ କଂଗ୍ରେସ ଭବନରୁ ବାହାରି ଧାରଣା ସ୍ଥଳ ପର୍ଯ୍ୟନ୍ତ ଯାଇଥିଲେ । ଏହି ଅବସରରେ ଶ୍ରୀ ଦାସ କହିଛନ୍ତି ଯେ କେନ୍ଦ୍ର ସରକାର ତରବରିଆ ଭାବେ ଭୟରେ ଜାତି ଜନଗଣନା କରିବାପାଇଁ ଯେଉଁ ନିଷ୍ପରି ଗ୍ରହଣ କରିଛନ୍ତି ଏହାର ସମସ୍ତ ଶ୍ରେୟ ରାହୁଲ ଗାନ୍ଧୀଙ୍କର । ରାହୁଲ ଗାନ୍ଧୀ କହି ଆସିଛନ୍ତି ଯାହାର ସଂଖ୍ୟା ଯେତେ ତାହାର ହକ ସେତେ । ସେହି ନିମୟରେ ସେ ସଂସଦ ଭିତରେ ଏବଂ ସଂସଦ ବାହାରେ ଶାଣିତ ସ୍ବରରେ ଜାତି ଜନଗଣନା ପ୍ରସଙ୍ଗ ଉପସ୍ଥାପନ ଦୀର୍ଘଦିନ ଧରି…

Read More

ଭୁବନେଶ୍ବର: ବିଜୁ ଜନତା ଦଳ ଆଜି ଏକ ବଡ ଘୋଷଣା କରିଛି। ଏଥିରେ ଦଳ ନୂଆ ଶୃଙ୍ଖଳା କମିଟ ଗଠନ କରିଛି। ଯେଉଁମାନେ ଦଳ ବିରୋଧୀ କାର୍ଯ୍ୟ କରିବେ ସେମାନଙ୍କୁ ଏହି କମିଟ ନିଲମ୍ବନ କିମ୍ବା ବହିସ୍କାର କରିବାକୁ ନିଷ୍ପତି ଗ୍ରହଣ କରିବେ। ତେବେ ଏହି କମିଟରେ ଯେଉଁମାନେ ଅଛନ୍ତି ସେମାନେ ହେଲେ 1- ଦେବୀ ପ୍ରସାଦ ମିଶ୍ର 2- ପ୍ରଦୀପ କୁମାର ଅମାତ 3-ଚନ୍ଦ୍ର ଶେଖର ସାହୁ 4- ରାଜଶ୍ରୀ ମଲ୍ଲିକ 5-ସାରଦା ପ୍ରସନ୍ନ ଜେନା 6- ଶର୍ମିଷ୍ଠା ସେଠୀ 7-ଲୋପାମୁଦ୍ରା ବକ୍ସିପାତ୍ର ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Read More

ଭୁବନେଶ୍ବର: ଓଡିଶାର ସମୃଦ୍ଧ ଶିଳ୍ପ ଇତିହାସରେ ଆଉ ଏକ ସଫଳତାର ପୃଷ୍ଠା ଯୋଡି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁରର କଳିଙ୍ଗନଗର ଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ, ସମୁଦାୟ ୨୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ନୂତନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହା ଦ୍ୱାରା ପ୍ରାୟ ୩୬ ହଜାର ନୂତନ ନିଯୁକ୍ତି ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ ଯେ, ଆଜି ପ୍ରାୟ ୪୯ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଏବଂ ପ୍ରାୟ ୬୬ ହଜାର କୋଟି ଟଙ୍କାର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଯାଜପୁର ଜିଲ୍ଲାରେ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜିର ଏହି କାର୍ଯ୍ୟକ୍ରମ, ଶିଳାନ୍ୟାସ ନୁହେଁ, କି ଉଦ୍‌ଘାଟନ ନୁହେଁ, ଏହା ହେଉଛି ସମୃଦ୍ଧ ଓଡ଼ିଶାର ଭବିଷ୍ୟତର ନିର୍ମାଣ…

Read More

ଭୁବନେଶ୍ବର: ଜଣେ ମହିଳା ସରକାରୀ କର୍ମଚାରୀ ଦୁଇଟିରୁ କମ୍ ଜୀବିତ ପିଲାଙ୍କ ପାଇଁ, ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃତ୍ଵ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ କିଛିଟା ଦ୍ୱନ୍ଦ୍ବ ଥିଲା। ଏବେ ସେହି ଦ୍ୱନ୍ଦ୍ୱ ଦୂର ହୋଇଛି। ମହିଳା ସରକାରୀ କର୍ମଚାରୀ ମାନେ ମାତୃତ୍ୱ ସମୟରେ ୧୮୦ ଦିନର ଛୁଟି କେଉଁ ପରିସ୍ଥିତିରେ କିପରି ନେବେ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହା ଦ୍ୱାରା ମହିଳା ସରକାରୀ କର୍ମଚାରୀ ମାନେ ମାତୃତ୍ୱ କ୍ଷେତ୍ରରେ ଛୁଟି ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଦୂର ହୋଇଛି। ଏହା ସହିତ, ଜଣେ ମହିଳା ସରକାରୀ କର୍ମଚାରୀ ଶିଶୁ ଜନ୍ମ ସମୟରେ ସରକାରୀ ସେବାରେ ନ ଥାଇ, ପରବର୍ତ୍ତୀ ସମୟରେ ସେବାରେ ଯୋଗ ଦେବା…

Read More

ଭୁବନେଶ୍ୱର: ଚଳିତ ମଇ ୨୦ ତାରିଖ ଦିନ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟି ଖୋର୍ଦ୍ଧା ଜିଲ୍ଲାର ଜଟଣୀ ନିକଟସ୍ଥ ରାମଚନ୍ଦ୍ରପୁରସ୍ଥିତ ସି.ୟୁ.ଟି.ଏମ୍. ( ସେଞ୍ଚୁରିଅନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ) ପରିଦର୍ଶନ କରି ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି । ରାଜ୍ୟପାଳଙ୍କ ଏହି ପରିଦର୍ଶନ ସମୟରେ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ । ରାଜ୍ୟପାଳ ବିଶ୍ୱବିଦ୍ୟାଳୟର ପଲିନେଟର୍ସ  ପାରାଡାଇଜ୍,  ଟ୍ରାନ୍ସଫର୍ମର୍  ଲ୍ୟାବସ୍, ୱେଷ୍ଟ୍ ଟୁ ୱେଲଥ୍ ଲ୍ୟାବ୍, ୱେଲ୍ ଉଡ଼୍ ଇଞ୍ଜିନିଅରିଂ ଲ୍ୟାବ୍, ଆପାରେଲ୍ ଆଣ୍ଡ୍ ଟେକ୍ସଟାଇଲସ  ଇଞ୍ଜିନିଅରିଂ ଲ୍ୟାବ୍, ପ୍ଲମ୍ବିଙ୍ଗ୍ ଆଣ୍ଡ୍  ପାଇପ୍ ଲାଇନ୍ ଇଞ୍ଜିନିଅରିଂ ଲ୍ୟାବସ୍, ମାରିଟାଇମ୍ ସ୍କୁଲ ସିମୁଲେସନ୍  ଆଣ୍ଡ୍ ଆପ୍ଲାଏଡ଼ ଲର୍ଣ୍ଣିଙ୍ଗ୍ ଲ୍ୟାବ୍, ଇଲେକ୍ଟ୍ରିକାଲ  ଆଣ୍ଡ୍ ଅଟୋମେଟିଭ ଲ୍ୟାବ୍, ଆଲାଏଡ ହେଲଥ୍ ସ୍କୁଲ ଲ୍ୟାବସ୍ ଇତ୍ୟାଦି ପ୍ରୟୋଗଶାଳା ପରିଦର୍ଶନ କରି କାର୍ଯ୍ୟଧାରା ଅନୁଧ୍ୟାନ କରିଥିଲେ । ଏହି ଅବସରରେ ଇଲେକ୍ଟ୍ରିକ୍ ଭେହିକଲ୍ ସମ୍ପର୍କିତ…

Read More

+3 Admission Date: ଶେଷରେ ଯୁକ୍ତ ତିନି ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି । ଜୁନ୍‌ ୧ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆନଲାଇନରେ ସେମାନଙ୍କର ନାମଲେଖା ଆବେଦନ କରିପାରିବେ। ଏହି ତାରିଖ ଗତକାଲି ଶେଷ ହୋଇଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ଯୁକ୍ ଦୁଇ ପରୀକ୍ଷା ଫଳ ଘୋଷଣା ହୋଇ ନ ଥିବାରୁ ଉଚ୍ଚ ଶିକ୍ଷା ବିଭାଗ ଏହାର ଅବଧି ବୃଦ୍ଧି କରିଛନ୍ତି। ସାମ୍‌ସ ପୋର୍ଟାଲ୍‌ରେ ଅନ୍‌ଲାଇନ୍‌ରେ କମନ୍‌ ଆପ୍ଲିକେସନ୍‌ ଫର୍ମ ପୂରଣ କରିବେ ଛାତ୍ରଛାତ୍ରୀ। ଏହି ଅବଧି ମଧ୍ୟରେ ପୂର୍ବରୁ ସିଏଏଫ୍‌ ଦାଖଲ କରିଥିବା ଛାତ୍ରଛାତ୍ରୀ ସେମାନଙ୍କ ଫର୍ମରେ ଆବଶ୍ୟକ ସଂଶୋଧନ କିମ୍ବା ଯୁକ୍ତ୨ ମାର୍କ ଅପ୍‌ଲୋଡ୍‌ କରିପାରିବେ । Read More- PM Modi to Visit Rajasthan, Launch Projects Worth Over ₹26,000 Crore in Bikaner

Read More

+2 Result Today: ଆଜି ପ୍ରକାଶିତ ହେବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଆଜି ଅପରାହ୍ନ 4ଟାରେ ଏହି ଫଳ ପ୍ରକାଶିତ ହେବ। ପରେ ଅପରାହ୍ନ 5ଟାରେ ପରିଷଦର ୱେବ ସାଇଟରେ ଏହି ଫଳ ଉପଲବ୍ଧ ହେବ। ତେବେ ଏହି ପରୀକ୍ଷା ଫଳ ଜାଣିବା ପାଇଁ ଛାତ୍ରଛାତ୍ରୀମାନେ results.odisha.gov.in କିମ୍ବା results.digilocker.gov.in ମାଧ୍ୟମରେ ଜାଣିହେବ । ଚଳିତ ବର୍ଷ ୩ଲକ୍ଷ ୯୩ହଜାର ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ଦେଇଛନ୍ତି । ସେମାନଙ୍କ ମଧ୍ୟରେ କଳା ବିଭାଗରେ ୨ଲକ୍ଷ ୪୭ ହଜାର, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର, ବାଣିଜ୍ୟରେ ୨୫ହଜାର ଓ ଧନ୍ଦାମୂଳକରେ ୫ ହଜାର ଛାତ୍ରଛାତ୍ରୀ ରହିଛନ୍ତି ।

Read More

ଭୁବନେଶ୍ୱର: ଚଳିତ ବର୍ଷ ସୃଜନ ପକ୍ଷରୁ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପଠାରେ ଆସନ୍ତା ମେ’ ୧୮ ତାରିଖରେ ଉପସରଣମ୍ ୨୦୨୫ର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ସନ୍ଧ୍ୟା ୭ଟାରେ ଆରମ୍ଭ ହୋଇଥିବା ବେଳେ ଡଃ ମୃତ୍ୟୁଞ୍ଜୟ ରଥ ନିଜର ବକୃତା ଓ ଅଭିଜ୍ଞତା ମାଧ୍ୟମରେ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଏହି ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ପ୍ରଖ୍ୟାତ ସଙ୍ଗୀତଜ୍ଞ ଓ ବାଦ୍ୟଯନ୍ତ୍ରବାଦକ  ଶ୍ରୀ ଅବନିକାନ୍ତ ଦାସ, ଗୁରୁ ପଙ୍କଜ ଚରଣ ଓଡିଶର ରିସର୍ଚ୍ଚ ଫାଉଣ୍ଡେଶନର ନିର୍ଦ୍ଦେଶକ ଶ୍ରୀ ଶରତ ଦାସ, ଲୋକପ୍ରିୟ ସିତାର ବାଦକ ଶ୍ରୀ ରବିଶଙ୍କର ପ୍ରଧାନ, ପ୍ରତିଷ୍ଠିତ ଓଡିଆ ସାମ୍ବାଦିକ, କବି ଓ ଲେଖକ ଶ୍ରୀ କେଦାର ମିଶ୍ର ଙ୍କ ସମେତ ସୃଜନର ନିର୍ଦ୍ଦେଶକ ତଥା ଶ୍ରୀ ଶ୍ରୀ ୟୁନିଭର୍ସିଟିର ଫ୍ୟାକଲ୍ଟି ଅଫ୍ ଆର୍ଟସ୍‌, କମ୍ୟୁନିକେଶନ ଆଣ୍ଡ ଇଣ୍ଡିକ ଷ୍ଟଡିଜ୍‌ର ଡିନ ଶ୍ରୀ ରତିକାନ୍ତ ମହାପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ…

Read More

ଭୁବନେଶ୍ବର: ଆଗକୁ ରହିଛି ବହୁ ଗୁରୁତ୍ବପୂର୍ଣ୍ଣ ପର୍ବପର୍ବାଣୀ। ଯାହାକୁ ସାଧାରଣ ଲୋକେ ଅପେକ୍ଷା କରି ରହିଥାନ୍ତି। ଆସନ୍ତୁ ଜାଣିବା କେଉଁ ଦିନ କଣ ରହିଛି। ୨୬-୦୫-୨୦୨୫ (ସୋମବାର)-ସାବିତ୍ରୀ ବ୍ରତ ୦୧-୦୬-୨୦୨୫ (ରବିବାର)-ଶୀତଳଷଷ୍ଠୀ ୧୧-୦୬-୨୦୨୫(ବୁଧବାର)-ଦେବସ୍ନାନ ପୂର୍ଣ୍ଣିମା ୧୪-୦୬-୨୦୨୫(ଶନିବାର)-ପ୍ରଥମ ରଜ ୧୫-୦୬-୨୦୨୫(ରବିବାର)- ରଜ ସଂକ୍ରାନ୍ତି ୨୬-୦୬-୨୦୨୫( ଗୁରୁବାର)- ନବଯୌବନ ଦର୍ଶନ ୨୭-୦୬-୨୦୨୫(ଶୁକ୍ରବାର)- ଶ୍ରୀଗୁଣ୍ଡିଚା ରଥଯାତ୍ରା ୦୧-୦୭-୨୦୨୫(ମଙ୍ଗଳବାର)-ହେରା ପଞ୍ଚମୀ ୦୫-୦୭-୨୦୨୫(ଶନିବାର)-ବାହୁଡା ଯାତ୍ରା ୦୬-୦୭-୨୦୨୫(ରବିବାର)-ସୁନା ବେଶ/ବଡ ଏକାଦଶୀ ୦୭-୦୭-୨୦୨୫(ସୋମବାର)- ଅଧରପଣା ୦୮-୦୭-୨୦୨୫(ମଙ୍ଗଳବାର)- ନିଳାଦ୍ରୀବିଜେ

Read More

ଭୁବନେଶ୍ବର: ବହୁଦିନ ପରେ ପ୍ରଦେଶ କଂଗ୍ରେସର ଗଠନ ହୋଇ ପୁରା କମିଟ। ଏଥିରେ ଉପସଭାପତି ଭାବେ ସାତ ଜଣଙ୍କୁ ନିଆଯାଇଥିବା ବେଳେ ସାଧାରଣ ସଂପାଦକ ଭାବେ ଦଶ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ସେହିପରି ସାଧାରଣ ସଂପାଦକ ଭାବେ ବାର ଜଣଙ୍କୁ ଦଳ ମନୋନିତ କରିଛି। ସେମାନେ ହେଲେ ଏ ନେଇ ଏଆଇସିସି ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସଭାପତି ମଲ୍ଲିକାର୍ଜୁନ ଖଡେଙ୍କ ନିର୍ଦ୍ଦେଶ କ୍ରମେ ଏହି ବିଜ୍ଞପ୍ତି ଦଳର ସାଧାରଣ ସଂପାଦନ କେ ସି ବେଣୁଗୋପାଳ ପ୍ରକାଶ କରିଛନ୍ତି।

Read More

ଭୁବନେଶ୍ବର: ଆଜି ଏଆଇସିସି ତରଫରୁ ପ୍ରଦେଶ କଂଗ୍ରେସ କମିଟର ସାମାଜିକ ଗଣମାଧ୍ୟମର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ସେମାନେ ହେଲେ ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଭାବେ ସତ୍ୟଜିତ ଗମାଙ୍ଗ ଏବଂ ଉପାଧ୍ୟକ୍ଷ ଭାବେ ସନ୍ତୋଷ ପ୍ରଧାନଙ୍କୁ ମନୋନିତ କରାଯାଇଛି। ଏ ନେଇ ଏଆଇସିସି ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ସାଧାରଣ ସଂପାଦକ କେ ସି ବେଣୁଗୋପାଳଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

Read More

ଭୁବନେଶ୍ବର: ପୁଣି ଇସ୍କନର ମନମାନି। କାରଣ ଇସ୍କନ ତରଫରୁ ଆସନ୍ତାକାଲି ଆୟୋଜିତ ହେବାକୁ ରଥଯାତ୍ରା। ଲଣ୍ଡନରେ ଏହି ରଥଯାତ୍ରା କରିବା ପାଇଁ ଇସ୍କନ ତରଫରୁ ବ୍ୟାପକ ପ୍ରସାର କରାଯାଉଛି। ଏହି ଉତ୍ସବରେ ଯୋଗଦେବା ପାଇଁ ଇସ୍କନ ତରଫରୁ ଭକ୍ତମାନଙ୍କୁ ନିବେଦନ କରାଯାଇଛି। ତେବେ ଏହାକୁ ନେଇ ଜଗନ୍ନାଥ ପ୍ରେମୀ ତଥା ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ପୁଣି ଥରେ ଇସ୍କନ କାହିଁକି ଅଦିନିଆ ରଥଯାତ୍ରା କରୁଛୁ ତାହାକୁ ନେଇ ପ୍ରଶ୍ନ ଉଠିଛି। ପୂର୍ବରୁ ଏହିପରି ଅଦିନିଆ ରଥଯାତ୍ରା କରିବାରୁ ତାହାକୁ ସମାଲୋଚନା କରାଯାଇଥିଲା। ଏପରିକି ଗଜପତି ମହାରାଜା ଚିଠି ଲେଖି ଏପରି ଅଦିନିଆ ରଥଯାତ୍ରାକୁ ବନ୍ଦ କରିବାକୁ କହିବା ପରେ ଇସ୍କନ ସେଥିରୁ ନିବୃତ ରହିଥିଲା। ପୁଣି ଲଣ୍ଡନରେ ଇସ୍କନ ଏପରି ଅଦିନିଆ ରଥଯାତ୍ରା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି।

Read More

The Samikhsya Bureau: ଦେଶର ଅଗ୍ରଣୀ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଆସିଲା ବଡ ନିଯୁକ୍ତି। ଏହି ବ୍ୟାଙ୍କରେ ଏକା ଥରେ ନିଯୁକ୍ତି ହେବେ 2964 ଜଣ ଅଧିକାରୀ। ଏଥିପାଇଁ ବ୍ୟାଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ବ୍ୟାଙ୍କର ସର୍କଲ ବେସଡ ଅଧିକାରୀ ନିଯୁକ୍ତ କରାଯିବ। ତେବେ ଏହି ଅଧିକାରୀଙ୍କ ପାଇଁ ଯେଉଁମାନେ ଆବେଦନ କରିବେ ସେମାନଙ୍କର ଯୋଗ୍ୟତା ଗ୍ରାଜୁଏସନ ହୋଇଥିବାର ଆବଶ୍ୟକ। ସେହିପରି ପ୍ରାର୍ଥୀଙ୍କ ବୟସ 21 ବର୍ଷ ହୋଇଥିବାର ଆବଶ୍ୟକ। ତେବେ ଯେଉଁମାନେ ଆବେଦନ କରିବେ ସେମାନେ https://bank.sbi/web/careers/current-openings କୁ କ୍ଲିକ କରନ୍ତୁ। ଆବେଦନ କରିବାର ଶେଷ ତାରିଖ ହେଲା 29 ମେ 2025।

Read More

ଭୁବନେଶ୍ବର: ଆସନ୍ତା 21 ତାରିଖରେ ବିଜେଡି ଭୁବନେଶ୍ବରରେ ବିକ୍ଷୋଭ କରିବ। ରାଜଭବନ ସମ୍ମୁଖରେ ଦଳର ନେତା ଓ କର୍ମୀ ଧାରଣା ଦେବେ। ଏ ନେଇ ଦଳ ତରଫରୁ ବିଧାୟକ ଅରୁଣ ସାହୁ, ସଂଜୟ ଦାସବର୍ମା ଏବଂ ପ୍ରତାପ ଜେନା ସୂଚନା ଦେଇଛନ୍ତି। ତେବେ ଏହାର କାରଣ ହେଲା ଯେ, ରାଜ୍ୟ ସରକାର ଘୋଷଣା କରିଥିବା ପଛୁଆ ବର୍ଗଙ୍କ ସଂରକ୍ଷଣ ବିରୋଧରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ। ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ରାଜ୍ୟ ସରକାର ପଛୁଆ ବର୍ଗକୁ ଇଚ୍ଚ ଶିକ୍ଷାରେ ସଂରକ୍ଷଣ ଦେବା ଘୋଷଣା କରି ଏହା ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି। ହେଲେ ପ୍ରକୃତରେ ଉଚ୍ଚ ଶିକ୍ଷାରେ ବହୁ କଲେଜରେ ସିଟ ଖାଲି ପଡୁଛି। ଯେତେବେଳେ ସିଟ୍ ଖାଲି ପଡୁଛି ସେଠାରେ ସଂରକ୍ଷଣ ଦେବା କିପରି ଐତିହାସିକ ବୋଲି ଅରୁଣ ପ୍ରଶ୍ନ କରିଛନ୍ତି। ତେବେ ରାଜ୍ୟ ସରକାର ବୈଷୟିକ ଶିକ୍ଷା ଏବଂ ମେଡିକାଲ ଶିକ୍ଷାରେ ସଂରକ୍ଷଣ ଦେବା…

Read More

ନୂଆଦିଲ୍ଲୀ: ବିଶ୍ବ ଦରବାରରେ ପାକିସ୍ଥାନର ଆତଙ୍କବାଦୀ କାର୍ଯ୍ୟକଳାପର ପର୍ଦ୍ଦା ଫାର୍ସ କରିବା ପାଇଁ ଭାରତ ଏକ ବଡ଼ କୂଟନୈତିକ ଯୋଜନା କରୁଛି। ତାହା ହେଲା ଭାରତ ଖୁବ ଶିଘ୍ର ସାଂସଦମାନଙ୍କୁ ବିଶ୍ବର ପ୍ରମୁଖ ନେତାମାନଙ୍କୁ ଭେଟିବା ପାଇଁ ପଠାଇବ। ଏଥିରେ ୪୮ ଜଣିଆ ସଂସଦୀୟ ମଣ୍ଡଳି ଗଠନ କରାଯିବ। ଏହି ଦଳରେ ବିଭିନ୍ନ ଦଳର ସଦସ୍ୟମାନଙ୍କୁ ସାମିଲ କରାଯିବ। ଏହି ଦଳ ଆସନ୍ତା ୨୨ ମଇ ରୁ ୧ ଜୁନ୍ ପର୍ଯ୍ୟନ୍ତ ବିଭିନ୍ନ ଦେଶ ଯାତ୍ରା କରିବେ। ସେମାନେ ସେହି ଦେଶର ନେତୃମଣ୍ଡଳୀଙ୍କୁ ପାକିସ୍ତାନ ବିରୁଦ୍ଧରେ ଭାରତର ପ୍ରମାଣ ଏବଂ ନୂଆଦିଲ୍ଲୀର ମତାମତ ଉପସ୍ଥାପନ କରିବେ। ସୂତ୍ର ଅନୁସାରେ, ପ୍ରତିନିଧିମଣ୍ଡଳୀର ନେତୃତ୍ୱ ସଂସଦୀୟ ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ନେବେ। ସେମାନଙ୍କୁ ଆଠଟି ଗୋଷ୍ଠୀରେ ବିଭକ୍ତ କରାଯିବ, ପ୍ରତ୍ୟେକ ଗୋଷ୍ଠୀରେ ଛଅ ଜଣ ସଦସ୍ୟ ରହିବେ। ଏଥିରେ ବିଜେପି ନେତୃତ୍ୱାଧୀନ ସରକାର ଏବଂ ବିରୋଧୀ ଦଳଗୁଡ଼ିକର ଅନେକ ବଡ଼…

Read More

ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ଭାରତର ଅପରେସନ ସିନ୍ଦୁରକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଲାଗି ରହିଛି । ଭାରତ କିପରି ପାକିସ୍ତାନର ୮ଟି ବିମାନଘାଟି ସମେତ ୧୩ଟି ଟାର୍ଗେଟକୁ ଏତେ ନିର୍ଭୁଲଭାବେ ଭେଦ କରିପାରିଲା ଓ ତାହାକୁ ଅଟକାଇବାରେ ପାକିସ୍ତାନ କିପରି ଏତେ ଶୋଚନୀୟ ଭାବେ ବିଫଳ ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମେ ୯ ଓ ୧୦ ରାତିରେ ପାକିସ୍ତାନ ଭାରତର ସାମରିକ ଓ ବେସାମରିକ ଅଂଚଳ ଉପରେ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଧ୍ୟମରେ ଭୟଙ୍କର ଆକ୍ରମଣ କରିଥିଲା, କିନ୍ତୁ ତାହା ଭାରତର ଏକ ଅଭେଦ୍ୟ ପ୍ରତିରକ୍ଷା ପ୍ରାଚୀରକୁ ଭେଦ କରିପାରିନଥିଲା, ତାହା ହେଉଛି ଆକାଶତୀର । ଆକାଶତୀର ହିଁ ଭାରତ ଆଭିମୁଖେ ଆସୁଥିବା ପାକିସ୍ତାନର ଡ୍ରୋନ, କ୍ଷେପଣାସ୍ତ୍ର, ମାଇକ୍ରୋ ୟୁଏଭି ଲଏଟରିଂ ମ୍ୟୁନିସନ ଆଦିକୁ ସଫଳତାର ସହ ଭାରତର ବାୟୁସୀମାରେ ପ୍ରବେଶ କରାଇଦେଇନଥିଲା । ଆକାଶତୀର ସଂପୂର୍ଣ୍ଣଭାବେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଓ ଏହା ଆତ୍ମନିର୍ଭର…

Read More