Author: Samikhsya Bureau

ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ଉପରେ ଏକ ସ୍ବତନ୍ତ୍ର ଅଧିବେସନ କରିବା ପାଇଁ ବିରୋଧୀ କଂଗ୍ରେସ ଯେଉଁ ଦାବି କରିଥିଲା ତାହା ପ୍ରତ୍ୟାଖାନ ହୋଇଛି। ଏହି ଅପରେସନ ସିନ୍ଦୁର ଉପରେ କୌଣସି ସ୍ବତନ୍ତ୍ର ଅଧିବେସନ କରାଯିବ ନାହିଁ ବୋଲି ସରକାରୀ ସୁତ୍ରରୁ ଜଣାପଡିଛି। ଏ ନେଇ ଜାତୀୟ ଗଣମାଧ୍ୟମ ଏନଡିଟିଭି ତରଫରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ଜୁଲାଇରେ ମୌସୁମୀ ଅଧିବେସ ଥିବାରୁ ସେଥିପାଇଁ ସରକାର ଏବେ ସ୍ବତନ୍ତ୍ର ଅଧିବେସନ ଡାକିବାର କୌଣସି ଆବଶ୍ୟକ ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏପରିକି ମୌସୁମୀ ଅଧିବେସନରେ ମଧ୍ୟ ଅପରେସନ ସିନ୍ଦୁର ଉପରେ ଆଲୋଚନା କରିବାର ସମ୍ଭାବନା ମଧ୍ୟ କମ ଅଛି। କାରଣ ସରକାର ସର୍ବଦଳୀୟ ବୈଠକ କରି ଏ ଘଟଣା ସଂପର୍କରେ ଅବଗତ କରାଇଥିବାରୁ ସେ ନେଇ ଅଧିକ ଆଲୋଚନା ସରକାର ନ କରିବା ପାଇଁ ମଧ୍ୟ ଚିନ୍ତା କରିଛନ୍ତି।

Read More

ଭୁବନେଶ୍ବର: ଏଣିକି ରାସ୍ତାରେ ଗାଡି ଯାଞ୍ଚ ଏମଭିଆଇ ନୁହେଁ ପୋଲିସ କରିବ। ଏ ନେଇ  ରାଜ୍ୟ ପରିବହନ କମିଶନର ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖିଛନ୍ତି। ପୋଲିସ ପରି ଏମଭିଆଇମାନେ କ୍ଷମତା ପ୍ରାପ୍ତ ହୋଇ ନ ଥିବାରୁ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ହେଉଛି। ସେଥିପାଇଁ ରାସ୍ତାରେ ଗାଡି ଯାଞ୍ଚ ଏବଂ ଜରିମାନା ଆଦାୟ କ୍ଷମତା ପୋଲିସକୁ ଦିଆଯାଉ ବୋଲି ଚିଠିରେ ଉଲ୍ଲେଖ ରହିଛି। ତେବେ ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ ଆରମ୍ଭ ହୋଇଛି। ଓଡିଶା ବସ ମାଲିକ ସଂଘ ଏହି ନିଷ୍ପତିକୁ ନେଇ ବିରୋଧ କରିଛି। ସଂଘ କହିଛି ଯେ, ପୋଲିସ କ୍ଷମତା ଦେଲେ ସେମାନେ ରାସ୍ତାରେ ବାରମ୍ବାର ଗାଡି ଯାଞ୍ଚ କରିବେ। ଫଳରେ ରାସ୍ତାରେ ଅଯଥା ଯାତ୍ରୀମାନେ ହଇରାଣ ହେବେ। ସେମାନେ ଉଦାହରଣ ଦେଇ କହିଛନ୍ତି ଯେ, ଯଦି ଭୁବନେଶ୍ବରରୁ ବାଲେଶ୍ବରକୁ ଏକ ବସ ଯାତ୍ରା କରୁଛି ବାଟରେ ଦଶଟି ଥାନା ପଡୁଛି। ସବୁ ଥାନା ଯଦି…

Read More

ଭୁବନେଶ୍ୱର: ଅନୁଗୋଳ, ଯାଜପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠିର ଉପଯୋଗରେ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏବଂ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କରେ  ସମବର୍ତ୍ତୀ ସମୀକ୍ଷା ତଥା ମୂଲ୍ୟାୟନ (କନକରେଣ୍ଟ ଇଭାଲୁଏସନ) ସଂପର୍କିତ ଏକ ପ୍ରାରମ୍ଭିକ କର୍ମଶାଳା ( ଇନସେପ୍ସନ ଓ୍ୱାର୍କସପ୍) ଆଜି ଲୋକସେବା ଭବନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଛି । ବୈଠକରେ ଆଭାସୀ ମାଧ୍ୟମରେ ଅନୁଗୋଳ, ଯାଜପୁର ଓ ଝାରସୁଗୁଡ଼ାର ଜିଲ୍ଲାପାଳମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ଲୋକସେବା ଭବନରେ ଯୋଜନା ଓ ସଂଯୋଜନ, ପଞ୍ଚାୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ଓ ସଂପୃକ୍ତ ବିଭିନ୍ନ ବିଭାଗର ନିର୍ଦ୍ଦେଶକ ତଥା ବରିଷ୍ଠ ପଦାଧିକାରୀଙ୍କ ସମେତ ଆନ୍ତର୍ଜାତୀୟ ସ୍ତରର  ମୂଲ୍ୟାୟନ ଦକ୍ଷତା ରଖୁଥିବା “ଗାଣ୍ଟ ଥର୍ଣ୍ଣଟନ” ସଂସ୍ଥାର କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ । ଏହି ମୂଲ୍ୟାୟନ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ…

Read More

ଭୁବନେଶ୍ବର: ପୁରୀ ଜଗନ୍ନାଥ ଧାମରୁ ଦେଶର ପ୍ରମୁଖ ଧାର୍ମିକ ସ୍ଥଳକୁ ଗଡିବ ଜଗନ୍ନାଥ ଏକ୍ସପ୍ରେସ। ରାଜ୍ୟରେ ମୋହନ ସରକାରଙ୍କ ବର୍ଷପୂର୍ତ୍ତି ଉପଲକ୍ଷେ ଏହି ଯୋଜନା ଆରମ୍ଭ କରାଯିବ। ଏଥିପାଇଁ ରାଜ୍ୟ ଓଡିଶା ସଡକ ପରିବହନ ନିଗମ ତରଫରୁ ଏହି ପ୍ରସ୍ତୁତି ଆରମ୍ଭ କରାଯାଇଛି। ଯେଉଁ ସ୍ଥାନକୁ ଏହି ବସ ଯିବ ସେଗୁଡିକ ହେଲା ଏହି ବସରେ ଆରମଦାୟକ ଯାତ୍ରା କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏପରିକି ବିମାନ ଯିବା ପରି ବନ୍ଦୋବସ୍ତ କରାଯାଇଛି।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭଦ୍ରକ ଜିଲ୍ଲାର ବାଲିଆପଡା ଠାରେ ପ୍ରାୟ ୨୭୫ କୋଟି ଟଙ୍କାର ସମୁଦାୟ ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ସହିତ ଭଦ୍ରକରେ ସରକାରୀ ବିଶ୍ୱବିଦ୍ୟାଳୟ ସ୍ଥାପନା ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବହୁ ଦିନରୁ ଦାବି ଥିବା ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ଖୁବ ଶୀଘ୍ର ଏହି ଜିଲ୍ଲାରେ ହେବ ଏବଂ ଏହା ସହିତ IOCL ପକ୍ଷରୁ ଭଦ୍ରକରେ ଏକ ଟେକ୍ନିକାଲ ଟେକ୍ସଟାଇଲ କମ୍ପ୍ଲେକ୍ସ ଓ MCPI ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଗୋଟିଏ HMLS ପଲିଷ୍ଟର ଉତ୍ପାଦନ କମ୍ପାନୀ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାସହିତ, ଭଦ୍ରକ ରେ ଥିବା ସମସ୍ତ ଶହୀଦ ପୀଠ ମାନଙ୍କର ସୌନ୍ଦର୍ଯ୍ୟକରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ଆମର ସରକାର କ୍ଷମତାକୁ ଆସିବା ପରେ ବିପ୍ଲବୀ…

Read More

ଭୁବନେଶ୍ୱର : ରାଜ୍ୟରେ ନାରୀ ନିର୍ଯାତନା ବଢ଼ି ଚାଲିଛି। ଏନସିଆରବି ମଧ୍ୟ ନାରୀ ନିର୍ଯାତନା ବଢ଼ିବା ନେଇ ତାଗିଦ କରିଛନ୍ତି। ହେଲେ ରାଜ୍ୟରେ ମହିଳା କମିଶନ ନାହାନ୍ତି।ନାରୀ ହିଂସା ନେଇ ବିଜେଡିକୁ ଘେରୁଥିବା ବିଜେପି ମହିଳା କମିଶନ ନିଯୁକ୍ତି କରୁନି। କମିଶନର କୋଣସି ସଦସ୍ୟ ମଧ୍ୟ ନାହାନ୍ତି। ରାଜ୍ୟ ସରକାର ଏକଛତ୍ରବାଦ ଶାସନ ଚଳାଇଛନ୍ତି। ସେହିପରି ରାଜ୍ୟରେ ଶିଶୁ ନିଖୋଜ ସଂଖ୍ୟା ବଢ଼ି ଚାଲିଛି। ତଥାପି ଗତ ମାର୍ଚ୍ଚରୁ ଶିଶୁ ସୁରକ୍ଷା ଆୟୋଗ ପଦବୀ ଖାଲି ପଡିଛି। ଲୋକାଯୁକ୍ତ ବି ନିଯୁକ୍ତି ହେଉନି। କେମିତି ଚାଲିବ ଶାସନ। ଲୋକଙ୍କ ସରକାର କହୁଥିବା ଏ ରାଜ୍ୟ ସରକାର ରାଜ୍ୟରେ ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥାକୁ ପଙ୍ଗୁ କରି ଦେଇଛନ୍ତି।ମାସେ ମଧ୍ୟରେ ସମସ୍ତ ଅର୍ଦ୍ଧ ନ୍ୟାୟିକ ପଦବୀ ପୂରଣ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି। ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ନିଶିକାନ୍ତ ମିଶ୍ର ଏହି ଦାବି କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ…

Read More

Paraguay President in India: ଭାରତ ଏବଂ ପାରାଗୁଏ ସ୍ୱଚ୍ଛ ଶକ୍ତି, ସବୁଜ ହାଇଡ୍ରୋଜେନ ଏବଂ ଜୈବ ଇନ୍ଧନ ଭଳି କ୍ଷେତ୍ରରେ ସେମାନଙ୍କର ସମ୍ପର୍କକୁ ଆହୁରି ମଜବୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାରାଗୁଏ ରାଷ୍ଟ୍ରପତି ସାଣ୍ଟିଆଗୋ ପେନା ପାଲାସିଓସଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିନିଧିସ୍ତରୀୟ ଆଲୋଚନା ସମୟରେ ଏହି ନିଷ୍ପତ୍ତି ନିଆଯାଇଛି। ଉଭୟ ଦେଶ ସାଇବର ଅପରାଧ, ସଂଗଠିତ ଅପରାଧ, ନିଶା କାରବାରରକୁ ଦୂର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତା ମଧ୍ୟ ପ୍ରକାଶ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ଏବଂ ପାରାଗୁଏ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇରେ ଏକାଠି ଅଛନ୍ତି। ଶ୍ରୀ ମୋଦି କହିଛନ୍ତି, ଡିଜିଟାଲ ପ୍ରଯୁକ୍ତିବିଦ୍ୟା, କୃଷି, ପ୍ରତିରକ୍ଷା, ରେଳବାଇ, ମହାକାଶ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଉଭୟ ଦେଶ ପାଖରେ ଅନେକ ସମ୍ଭାବ୍ୟ ସୁଯୋଗ ରହିଛି। ସେ କହିଛନ୍ତି, ପାରାଗୁଏ ଦକ୍ଷିଣ ଆମେରିକାର ଏକ ମୂଲ୍ୟବାନ ଅଂଶୀଦାର ଏବଂ…

Read More

ଭୁବନେଶ୍ୱର: ଭାରତରୁ ଭିଏତନାମ ନିଆଯାଇଥିବା ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ଆଣିବା ପାଇଁ ଏବେ ଭିଏତନାମରେ ଥିବା ଓଡିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ରବିବାର ଦିନ କ୍ୱାଙ୍ଗ୍ ନାମ୍ ପ୍ରଦେଶର ପ୍ରସିଦ୍ଧ ମାଇ ସନ୍ ମନ୍ଦିର ପରିସର ପରିଦର୍ଶନ କରିଥିଲେ । ଏହି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ସହାୟତାରେ ପୁନରୁଦ୍ଧାର କରାଯାଉଥିବା ବେଳେ ରାଜ୍ୟପାଳଙ୍କ ପରିଦର୍ଶନ ଗୁରୁତ୍ୱ ବହନ କରୁଛି । ମାଇ ସନ୍ ଭିଏତନାମର ସବୁଠାରୁ ମହତ୍ୱପୂର୍ଣ୍ଣ ସାଂସ୍କୃତିକ ସ୍ଥଳ ମଧ୍ୟରୁ ଅନ୍ୟତମ ଏବଂ ଏହାର କେତେକ ହିନ୍ଦୁ ମନ୍ଦିର ଚତୁର୍ଥ ଶତାଦ୍ଦୀର । ଏହି ପୁରୁଣା ମନ୍ଦିରଗୁଡ଼ିକ ଚମ୍ପା ରାଜ୍ୟ ଦ୍ୱାରା ନିର୍ମିତ ହୋଇଥିଲା ଏବଂ ଦକ୍ଷିଣ ପୂର୍ବ ଏସିଆର ସହଭାଗୀ ସାଂସ୍କୃତିକ ଅତୀତର ପ୍ରମୁଖ ପ୍ରତୀକ ଭାବେ ଦେଖାଯାଏ । ରାଜ୍ୟପାଳ ଏହି ପରିଦର୍ଶନ ସମୟରେ ଭାରତର ସହାୟତାରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ତଦାରଖ କରିଥିଲେ…

Read More

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ଜଗନ୍ନାଥ ଏକ୍ସପ୍ରେସ ବସ ସେବା। ଓଡିଶା ରାଜ୍ୟ ପରିବହନ ବିଭାଗ ଦ୍ବାରା ଏହି ବସ ସେବା ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆରମ୍ଭ ହେବ। ଏହି ବସରେ ଯାତ୍ରୀମାନେ ବେଶ ବିଳାସପୂର୍ଣ୍ଣ ଏବଂ ଆରାମଦାୟକ ଯାତ୍ରା କରିପାରିବେ। ଗେରୁଆ ରଂଗର ଏହି ବସ ସେବାକୁ ମଙ୍ଗଳବାରଠାରୁ ଆରମ୍ଭ କରାଯିବ ବୋଲି ଓଏସଆରଟିସି ତରଫରୁ କୁହାଯାଇଛି। ତେବେ ଏହି ବସ ସେବା ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରକୁ ଚଳାଚଳ କରିବ। ସେଥିପାଇଁ ଓଏସଆରଟିସି ତରଫରୁ ସବୁ ବ୍ୟବସ୍ଥା କରାଯାଇଛି।  ମୁଖ୍ୟତଃ ପୁରୀରୁ ଦେଶର ପ୍ରମୁଖ ଧାର୍ମିକପିଠଗୁଡିକୁ ଏହି ବସ ସଂଯୋଗ କରିବ। ବର୍ତ୍ତମାନ ଯେଉଁ ବାହାର ରାଜ୍ୟର ସ୍ଥାନଗୁଡିକ ପାଇଁ ସେବା ଆରମ୍ଭ ହେବ ସେଗୁଡିକ ହେଲା ପୁରୀ – ଅଯୋଧ୍ୟା ପୁରୀ – ଉଜ୍ଜୟନ ପୁରୀ – ତିରୁପତି ପୁରୀ ପୁରୀ- ହାଇଦ୍ରାବାଦ ପୁରୀ- ଭିଲାଇ ଭୁବନେଶ୍ୱର – ବିଶାଖାପାଟନମ୍ ରାୟଗଡ ହାଇଦ୍ରାବାଦ…

Read More

ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଲେ ଆଉ ଜଣେ ନେତା। ତାଙ୍କୁ ଦଳରେ ଅଣଦେଖା କରାଯାଉଥିବାରୁ ସେ ଏହି ଇସ୍ତଫା ଦଳର ସଭାପତିଙ୍କୁ ଦେଇଛନ୍ତି। ସେ ହେଉଛନ୍ତି ଦଳର ସଂଖ୍ୟାଲଘୁ ସେଲର ଉପସଭାପତି ଶେଖ ଅବଦୁଲ ଘନି ହୁସେନ। ସେ ସମସ୍ତ ପଦପଦବୀ ସହିତ ଦଳରୁ ଇସ୍ତଫା ଦେଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ସେ ଇସ୍ତଫା ପତ୍ରରେ ଲେଖିଛନ୍ତି ଦୀର୍ଘ ବର୍ଷ ଧରି ମୁଁ ଦଳରେ ରହି କାର୍ଯ୍ୟ କରିଆସୁଛି। ହେଲେ ଦଳର ନେତାମାନେ ମୋତେ କୌଣସି କଥାରେ ପଚାରୁ ନାହାଁନ୍ତି। ବହୁ ନେତା ଖାଲି ବଡନେତାଙ୍କ ସହିତ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡୁଛନ୍ତି। ସେହିମାନେ ପରବର୍ତ୍ତି ସମୟରେ ପ୍ରିୟ ଭାଜନ ହୋଇପାରୁଛନ୍ତି। ଏପରି ପରିସ୍ଥିତି ଦେଖି ମୁଁ ଦଳରୁ ଇସ୍ତଫା ଦେଲି ବୋଲି ହୁସେନ ଲେଖିଛନ୍ତି।

Read More

ଭୁବନେଶ୍ୱର: ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ରୋଟାରୀ ଭବନଠାରେ ପିପୁଲ ଫର ଆନିମଲର ଅଧ୍ୟକ୍ଷା ମାନେକା ଗାନ୍ଧୀଙ୍କ ପୌରହିତରେ ପ୍ରାଣୀମାନଙ୍କ ଉପରେ ହେଉଥିବା ନିଷ୍ଠୁରତା ନିରୋଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ସମସ୍ତ ପ୍ରାଣୀ ସ୍ବେଛାସେବୀ ସଙ୍ଗଠନର କର୍ମକର୍ତ୍ତା ଓ ରାଜ୍ୟରେ ଗୋସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ କାର୍ଯ୍ୟ କର୍ତା ଅଂଶଗ୍ରହଣ କରିଥିଲେ। କର୍ମଶାଳା ପ୍ରାରମ୍ଭରେ ସେ ଭୁବନେଶ୍ବର ବିମାନ ବନ୍ଦର ଅଂଚଳରେ ବିଷ ପ୍ରୟୋଗ କରି ସତୁରିରୁ ଉର୍ଦ୍ଧ୍ବ କୁକୁରଙ୍କୁ ମାରି ଦିଆଯାଇ ଥିବା ସମ୍ପର୍କରେ ଉଦବେଗ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ସ୍ବେଛାସେବୀ ସମୁହ ପ୍ରତିବାଦ କିମ୍ବା ନିରବ କ୍ୟାଣ୍ଡେଲ ଶୋଭାଯାତ୍ରାରେ ଗଲେ ନାହିଁ, ସେ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଓଡ଼ିଶାରେ ପ୍ରାଣୀ ସୁରକ୍ଷା ପାଇଁ ସମସ୍ତ ସ୍ବେଛାସେବୀଏବଂ ରାଜ୍ୟ ଜୀବେ ନିଷ୍ଠୁରତା ନିରୋଧ ସମିତି ମିଳିତ ଭାବେ ମିଶି କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ। ଜୀବେ ନିଷ୍ଠୁରତା…

Read More

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ 2025କୁ ଦୃଷ୍ଟିରେ ରଖି, ପୂର୍ବ ତଟ ରେଳପଥ 22 ମେ ରୁ 5 ଜୁନ ପର୍ଯ୍ୟନ୍ତ ଏକ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିଛି, ଯାହା ଚଳିତ ବର୍ଷର ବିଷୟବସ୍ତୁ – “ପ୍ଲାଷ୍ଟିକ୍ ପ୍ରଦୂଷଣ ସମାପ୍ତ କରିବା” ସମ୍ବନ୍ଧରେ ଆଧାରିତ | ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ରେଳ ଷ୍ଟେସନ, ଷ୍ଟେସନ ପରିସର ଏବଂ ଟ୍ରେନଗୁଡ଼ିକରେ ଏକ ପ୍ଲାଷ୍ଟିକ୍ ମୁକ୍ତ ପରିବେଶ ପ୍ରୋତ୍ସାହିତ କରିବା, ଯାହା ପରିବେଶଗତ ସ୍ଥିରତା ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପ୍ରତି ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ରେଖାଙ୍କିତ କରିବ | ଏହି ଅଭିଯାନ ଭାରତ ସରକାରଙ୍କ ମିଶନ ଲାଇଫ (ପରିବେଶ ପାଇଁ ଜୀବନଶୈଳୀ), ସ୍ଥାୟୀ ଜୀବନଶୈଳୀ ପ୍ରୋତ୍ସାହନ ଏବଂ ଏକକ-ବ୍ୟବହାର ପ୍ଲାଷ୍ଟିକ୍ ଉପରେ ନିର୍ଭରଶୀଳତା ହ୍ରାସ କରିବା ସହିତ ଦୃଢ଼ ଭାବରେ ପ୍ରତିଧ୍ୱନିତ କରାଇବ | ପୂର୍ବତଟ ରେଳପଥର ପ୍ରୟାସ ଏହାର ସମସ୍ତ ରେଳ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ…

Read More

ଭୁବନେଶ୍ବର: ଯେତେବେଳେ ବାପା ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଥିଲା ସେତେବେଳେ ପୁତ୍ର ବାବୁଶାନ ଲଣ୍ଡା ହୋଇ ନ ଥିଲେ। ହେଲେ ଆଜି ସେ ଲଣ୍ଡା ହୋଇ ପିତୃକର୍ମ କରିଛନ୍ତି। ଉତ୍ତମ ମହାନ୍ତି ଫେବୃଆରୀ ୨୭ ତାରିଖରେ ନୂଆଦିଲ୍ଲୀରେ ଚିକିତ୍ସିତ ଅବସ୍ଥାରେ ପରଲୋକ ଗମନ କଲେ। ତାଙ୍କ ଦଶାହ ବେଳକୁ ପୁତ୍ର ବାବୁଶାନ ଲଣ୍ଡା ହେବା କଥା ହେଲେ ଚଳଚିତ୍ର ସୁଟିଂ ଚାଲିଥିବାରୁ ସେ ଲଣ୍ଡା ହୋଇପାରିଲେ ନାହିଁ। ତେବେ ଆଜି ସପରିବାର ବାବୁଶାନ ପୁରୀ ଯାଇ ମହୋଦଧିରେ ବାପାଙ୍କ ଅସ୍ଥି ବିସର୍ଜନ କରିବା ସହିତ ମୁଣ୍ଡନ ହୋଇଛନ୍ତି। ଏଥିସହିତ ସେ ମହୋଦଧିରେ ଶ୍ରାଦ୍ଧ ମଧ୍ୟ ଦେଇଛନ୍ତି। ଏହି ସମୟରେ ତାଙ୍କର ମାଆ ଅପରାଜିତା ମହାନ୍ତି, ପତ୍ନୀ ତୃପ୍ତୀ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ। ପୂର୍ବରୁ ସେ ପ୍ରୟାଗରାଜରେ ମଧ୍ୟ ବାପାଙ୍କ ଅସ୍ଥି ବିସର୍ଜ୍ଜନ କରିଛନ୍ତି। ଏହାକୁ ନେଇ ବାବୁଶାନ କହିଛନ୍ତି ଯେ, ଆଜି ବାପାଙ୍କର ସମସ୍ତ କାର୍ଯ୍ୟ ଶେଷ ହେଲା। ସେ…

Read More

ଭୁବନେଶ୍ୱର: ଦୁଇଦିନ ତଳେ ଓଡ଼ିଶା ସରକାରଙ୍କ ଭିଜିଲାନ୍ସ ବିଭାଗ ରାଜ୍ୟ ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିବା ସହିତ ତାଙ୍କ ଘରୁ ଦୁଇକୋଟି ୫୭ ଲକ୍ଷ ୨୯ ହଜାରୁ ଅଧିକ ଟଙ୍କା ଠାବ କରିବା ସହିତ ୧୫ କୋଟି ଟଙ୍କାର ସମୁଦାୟ ସମ୍ପତ୍ତି ଆକଳନ ହୋଇଥିବାର ସୂଚନା ଦେଇଛନ୍ତି । ଏହାକୁ ନେଇ କଂଗ୍ରେସ ଉପସଭାପତି ତଥା ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏ ସରକାରକୁ ବର୍ଷେ ହେବାକୁ ଆଉ ଅଳ୍ପ ଦିନ ବାକିଅଛି। ସରକାରର ପ୍ରଥମ ବର୍ଷରେ ଉଭୟ ମନ୍ତ୍ରୀ, ଯନ୍ତ୍ରୀ, ସଚିବ ଓ ବାବୁମାନେ ଖୋଲମଖୁଲା ଦୁର୍ନୀତି କରିବାରେ ଲାଗିପଡ଼ିଛନ୍ତି । ଏହାର ସଦ୍ୟତମ ଉଦାହରଣ ହେଉଛି ଏହି ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗି। ଖାଲି ଏହି ବାବୁ ଜଣଙ୍କ…

Read More

ଭୁବନେଶ୍ବର: ରଜ ଉତ୍ସବ ହେଉଛି ଓଡ଼ିଆ ଅସ୍ମିତାର ମହାପର୍ବ। ଓଡ଼ିଶା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଜ ପାଳନ ହୁଏ ନାହିଁ। ରାଜ୍ୟ ରାଜଧାନୀରେ ସମସ୍ତ ପ୍ରମୁଖ ପ୍ରେକ୍ଷାଳୟରେ ବିଭିନ୍ନ ଅନୁଷ୍ଠାନଗୁଡିକ ସଜବାଜରୁ ଶେଷ ରଜ ଯାଏଁ ପାଳନ କରନ୍ତି ଉତ୍ସବ।ରଜପାନ, ପୋଡପିଠା, ରଜଦୋଳି ଗୀତ, ନାଚ ଆଦିକୁ ନେଇ ଏହି ରଜ ଉତ୍ସବରେ ସାମିଲ ହୁଅନ୍ତି ରାଜଧାନୀ ବାସୀ। ହେଲେ ଚଳିତ ବର୍ଷ ସମସ୍ତ ଉତ୍ସବକୁ ବନ୍ଦ କରିଦେଲେ ରାଜ୍ୟ ସରକାର। କାରଣ ଭୁବନେଶ୍ୱରର ତିନିଟି ପ୍ରମୁଖ ପ୍ରେକ୍ଷାଳୟ ଜୟଦେବ ଭବନ, ରବୀନ୍ଦ୍ର ମଣ୍ଡପ ଓ ଭଞ୍ଜ କଳା ମଣ୍ଡପରେ ରଜ ଉତ୍ସବ ପାଳୁଥିବା ଘରୋଇ ଅନୁଷ୍ଠାନଗୁଡିକ ବୁକିଂ ବାତିଲ କରାଗଲା। କାରଣ ହେଲା ସରକାର ନିଜର ବର୍ଷପୂର୍ତ୍ତୀ ଉତ୍ସବ ପାଳିବା ପାଇଁ ଜୁନ୍ ୧୨ ରୁ ୨୦ ପର୍ଯ୍ୟନ୍ତ ଏହି ସମସ୍ତ ପ୍ରେକ୍ଷାଳୟରେ କାର୍ଯ୍ୟକ୍ରମ କରିବେ। ଏଥର ରଜ ୧୪, ୧୫ ଓ ୧୬ ତାରିଖରେ ପଡୁଛି। ସେହି…

Read More

ଭୁବନେଶ୍ବର: ଅହିଲ୍ୟାବାଈ କେବଳ ଏକ ଶାସକ ନଥିଲେ, ସେ ଥିଲେ ଜଣେ ସମାଜ ସଂସ୍କାରକ। ତାଙ୍କ ଜୀବନ ଓ କାର୍ଯ୍ୟ ଆମ ପାଇଁ ଏକ ପ୍ରେରଣାର ଉତ୍ସ ଏବଂ ସେ ନାରୀ ଶକ୍ତି, ସୁଶାସନ ଓ ସମାଜ ସେବାର ଏକ ଅନନ୍ୟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ପୂଣ୍ୟଶ୍ଳୋକା ମହାରାଣୀ ଅହିଲ୍ୟାବାଈ ହୋଲକରଙ୍କ ୩୦୦ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ଅବସରରେ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଅହିଲ୍ୟାବାଈ ହୋଲକାର୍ ଥିଲେ ଜଣେ ଏପରି ନାରୀ, ଯିଏ ନିଜର ନ୍ୟାୟନିଷ୍ଠା, ସାହସ, ଓ ପ୍ରଜା ପ୍ରତି ଅନୁପମ ସମର୍ପଣ ଦ୍ୱାରା ଭାରତୀୟ ଇତିହାସରେ ଅମର ହୋଇ ରହିଛନ୍ତି। ତାଙ୍କ ଜୀବନ ଆମ ପାଇଁ ଏକ ପ୍ରେରଣାର ଉତ୍ସ, ଯାହା ଆଜିର ଓଡ଼ିଶାରେ ମଧ୍ୟ ଆମକୁ ସୁଶାସନ ଓ ସମାଜ କଲ୍ୟାଣର ପଥ ଦେଖାଇଥାଏ। ଅହିଲ୍ୟାବାଈଙ୍କ ଜୀବନ ଆମ…

Read More

ଭୁବନେଶ୍ବର: ଖୁବ ଶିଘ୍ର ବଦଳିବ ଭୁବନେଶ୍ବର ସବୁଠାରୁ ପରିଚିତ ତଥା ପୁରୁଣା ଛକର ନାମ। ତାହା ହେଲା ମାଷ୍ଟର କ୍ୟାଣ୍ଟିନ ଛକ। ଏହାର ନାମ ପରିବର୍ତ୍ତନ କରିବା ପାଇଁ ଅଣ୍ଟା ଭିଡିଛି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ। ଏ ନେଇ ସଂସ୍କୃତି ବିଭାଗ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଚିଠି ଲେଖିଛି। ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ମାଷ୍ଟର କ୍ୟାଣ୍ଟିନ ଛକର ନାମ ପରିବର୍ତ୍ତନ କରାଯାଉ। ଏହି ସ୍ଥାନର ନାମ ଓଡିଶାର ବରପୁତ୍ର, ଐତିହ୍ୟ କିମ୍ବା ସଂସ୍କୃତି ସହିତ ଜଡିତ ନାମ ଅନୁସାରେ କରାଯାଉ। ସେହି ଅନୁସାରେ ବିଭାଗ ତରଫରୁ କେତେକ ନାମ ପ୍ରସ୍ତାବ ମଧ୍ୟ ପ୍ରଦାନ କରାଯାଇଛି। ସେଗୁଡିକ ହେଲା କଳିଙ୍ଗ ଛକ, ଉତ୍କଳ ଛକ, ପାଇକ ଛକ, ଜୟୀ ରାଜଗୁରୁ ଛକ କିମ୍ବା ସହୀଦ ଲକ୍ଷ୍ମଣ ନାୟକ ଛକ ଭାବେ ନାମିତ କରାଯାଉ। ନଚେତ ବିଧାୟନସଭା ଛକ ଭାବେ ନାମିତ କରାଯାଉ ବୋଲି…

Read More

TheSamikhsya Desk: ଓଡିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଏକ ପ୍ରେକ୍ଷାଳୟକୁ ଉଦଘାଟନ କରି ଚର୍ଚ୍ଚାରେ ଅଛନ୍ତି ବିଜେଡି ସାଂସଦ ଅପରାଜିତା ଷଡଙ୍ଗୀ। ସେ ବର୍ତ୍ତମାନ ସଂସଦୀୟ ପ୍ରତିନିଧି ଦଳରେ ବିଦେଶ ଗସ୍ତରେ ଥିବା ବେଳେ ଜାକର୍ତ୍ତାରେ ସେ ଏହି ହଲ କୁ ଉଦଘାଟନ କରିଛନ୍ତି। ଇଣ୍ଡୋନେସିଆରେ ଥିବା ଭାରତୀୟ ଦୂତାବାସରେ ଏହି ହଲ ନିର୍ମାଣ କରାଯାଇଛି। ଏହି ଉତ୍ସବରେ ସେଠାରେ ଥିବା ପ୍ରବାସୀ ଓଡିଆମାନେ ସାମିଲ ହୋଇଥିଲେ। ଏ ନେଇ ଭାରତୀୟ ଦୂତାବାସ ତରଫରୁ ସାମାଜିକ ଗଣମାଧ୍ୟମରେ ସୂଚନା ଦିଆଯାଇଛି। ସେଥିରେ କୁହାଯାଇଛି ଯେ, ବହୁଦଳୀୟ ସଂସଦୀୟ ପ୍ରତିନିଧିମଣ୍ଡଳୀର ଇଣ୍ଡୋନେସିଆ ଗସ୍ତ ସମୟରେ, ଓଡ଼ିଶାର ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଓଡ଼ିଆ ସମାଜର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ସେ ଦୂତାବାସର ‘ବିଜୁ ହଲ୍’ ମଧ୍ୟ ଉଦଘାଟନ କରିଥିଲେ ଏବଂ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ବିମାନଚାଳକ…

Read More

ନୂଆଦିଲ୍ଲୀ: ଦେଶର ସାମରିକ ଇତିହାସର ଏକ ଐତିହାସିକ ମୁହୂର୍ତ୍ତରେ, ପୁଣେର ଜାତୀୟ ପ୍ରତିରକ୍ଷା ଏକାଡେମୀ (NDA) ଆଜି ସକାଳେ ପ୍ରତୀକାତ୍ମକ ଖେତରପାଲ ଗ୍ରାଉଣ୍ଡରେ ଏହାର 148ତମ ପାଠ୍ୟକ୍ରମର ପାସିଂ ଆଉଟ୍ ପରେଡ୍ ଆୟୋଜନ କରିଥିଲା, ଯାହା ଭାରତୀୟ ସଶସ୍ତ୍ର ବାହିନୀରେ ପ୍ରଥମ ଥର ପାଇଁ ମହିଳା କ୍ୟାଡେଟଙ୍କ କମିଶନିଂ ଦ୍ୱାରା ଚିହ୍ନିତ ହୋଇଥିଲା। ଏହି ପରେଡ୍ ଐତିହାସିକ ଥିଲା, କେବଳ ଏହାର ପାରମ୍ପରିକ ସାମରିକ ମହିମା ପାଇଁ ନୁହେଁ, ବରଂ NDAର ଚମତ୍କାର ଇତିହାସରେ ପ୍ରଥମ ମହିଳା କ୍ୟାଡେଟ ଦଳଙ୍କ ଉପସ୍ଥିତି ପାଇଁ ମଧ୍ୟX ଗୁରୁତ୍ବ ଥିଲା। ମିଜୋରାମର ରାଜ୍ୟପାଳ ଏବଂ ପୂର୍ବତନ ସେନା ମୁଖ୍ୟ, ଜେନେରାଲ ଭି.କେ. ସିଂହ (ଅବସରପ୍ରାପ୍ତ) ଏବଂ NDA କମାଣ୍ଡାଣ୍ଟ ଭାଇସ୍ ଆଡମିରାଲ ଅଜୟ କୋଚର ଏହି ଅବସରରେ ଉପସ୍ଥିତ ଥିଲେ। ତାଙ୍କ ଅଭିଭାଷଣରେ, ଜେନେରାଲ ସିଂହ ଏହି କାର୍ଯ୍ୟକ୍ରମକୁ ଦେଶ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ବୋଲି ପ୍ରଶଂସା କରିଥିଲେ। ସେ ଜୋର ଦେଇ…

Read More

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୫ ଜଣ ନର୍ସିଂ ବୃତ୍ତିଗତଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ୨୦୨୫ ପ୍ରଦାନ କରିଛନ୍ତି। ନର୍ସିଂ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଏବଂ ପ୍ରତାପରାଓ ଯାଦବ ଉପସ୍ଥିତ ଥିଲେ। ସମାଜ ପ୍ରତି ନର୍ସ ଏବଂ ନର୍ସିଂ ବୃତ୍ତିଗତମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରଶଂସନୀୟ ସେବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ୧୯୭୩ ମସିହାରେ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା।

Read More

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି ଯେ ଜୁନ୍ ୧୫ ତାରିଖରେ ହେବାକୁ ଥିବା ନ୍ୟାସନାଲ ଏଲିଜିବିଲିଟି-କମ୍-ଏଣ୍ଟ୍ରାନ୍ସ ଟେଷ୍ଟ୍ ଫର୍ ସ୍ନାତକୋତ୍ତର (NEET-PG) ୨୦୨୫, ଦୁଇଟି ସିଫ୍ଟ ପରିବର୍ତ୍ତେ ଗୋଟିଏ ସିଫ୍ଟରେ କରାଯିବ। ଜଷ୍ଟିସ୍ ବିକ୍ରମ ନାଥଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ପରୀକ୍ଷା ଗୋଟିଏ ସିଫ୍ଟରେ କରାଯିବ ଏବଂ ସମଗ୍ର ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ନିଶ୍ଚିତ କରିବାକୁ କହିଛନ୍ତି। ଖଣ୍ଡପୀଠ ମନ୍ତବ୍ୟ ଦେଇଛନ୍ତି ଯେ ଦୁଇଟି ସିଫ୍ଟରେ ପ୍ରଶ୍ନପତ୍ର କେବେବି ସମାନ କଷ୍ଟ ସ୍ତରର ହୋଇପାରିବ ନାହିଁ। ସୁପ୍ରିମକୋର୍ଟ NEET-PG ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତାର ଅଭାବକୁ ଚ୍ୟାଲେଞ୍ଜ କରି ଅନେକ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି। NEET-PG ଆଶାୟୀମାନେ ଦାବି କରିଛନ୍ତି ଯେ ଦୁଇଟି ସିଫ୍ଟ ପ୍ରଚଳନ ଦ୍ବାରା ସାଧାରଣୀକରଣ ପଦ୍ଧତି ଏବଂ ଚିକିତ୍ସା ପ୍ରଣାଳୀରେ ବାଧା ସୃଷ୍ଟି ହେଉଛି।

Read More