Author: Samikhsya Bureau

ପୁରୀ: ଆଉ ଦିନକ ପରେ ଅର୍ଥାତ ଆସନ୍ତା ୧୧ ତାରିଖରେ ହେବ ମହାପ୍ରଭୃଙ୍କ ସ୍ନାନ ଯାତ୍ରା। ତିନିଠାକୁର ରତ୍ନ ସିଂହାସନରୁ ବାହାରି ସ୍ନାନ ମଣ୍ଡପକୁ ବିଜେ କରିବେ। ସେଠାରେ ଶହେ ଆଠ ଗରା ପାଣିରେ ଗାଧୋଇବେ। ଏହାକୁ ଦେଖିବା ପାଇଁ ପୁରୀରେ ପ୍ରବଳ ଜନସମାଗମ ହେବ। ସେଥିପାଇଁ ପୁରୀ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହି ଅନୁସାରେ ପୁରୀ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ୪ ଏସ୍‌ପି ରାଙ୍କର କମାଣ୍ଡାଣ୍ଟଙ୍କ ସହ ୪୫୦ ଅଧିକାରୀ ପୁରା ସହରରେ ମୁତୟନ ହେବେ । ଏହାସହ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି।

Read More

ଭୁବନେଶ୍ବର: ଆଜି ଓଡିଶା ଭିଜିଲାନ୍ସ ବଡ ମାଛକୁ ଧରିବାରେ ସକ୍ଷମ ହୋଇଛି। ଲାଞ୍ଚ ନେଲାବେଳେ ଧରାପଡିଛନ୍ତି ଜଣେ ଆଇଏଏସ ଅଫିସର। ସେ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ସବ-କଲେକ୍ଟର ଶ୍ରୀ ଧିମାନ ଚକମା। ଧିମାନ ହେଉଛନ୍ତି ୨୦୨୧ ବ୍ୟାଚ୍ ର ଆଇଏଏସ୍ ଅଫିସର। ଆଜି ସେ ଜଣେ ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭିଡିଲାନ୍ସ ତାଙ୍କୁ ଗିରଫ ମଧ୍ୟ କରିଛନ୍ତି। ସେ ଜଣେ ବ୍ୟବସାୟୀଙ୍କୁ ଧମକ ଚମକ ଦେଉଥିଲେ। ଲାଞ୍ଚ ନ ଦେଲେ ତାଙ୍କ ବ୍ୟବସାୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକାଉଥିଲେ। ଯୋଜନା ଅନୁସାରେ ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଅଧିକ ଖୋଳତାଡ କରିବା ପରେ ତାଙ୍କ ସରକାରୀ ବାସଭବନରୁ ୪୭ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି। ଚଢାଉ ଏବଂ ମଧ୍ୟ ଜାରୀ ରହିଛି। (ଏଥିରେ ଥିବା ଫଟୋଟି ୪୭ ଲକ୍ଷ ଟଙ୍କା ନଗଦ ଜବତ ପରେ ଭିଜିଲାନ୍ସ ତରଫରୁ…

Read More

The Samikhsya Desk: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ଆଜିକାଲି ଖବରରେ ଅଛନ୍ତି। ସମ୍ପ୍ରତି ସେ ବିଜେଡିର ବରିଷ୍ଠ ନେତା ପିନାକୀ ମିଶ୍ରଙ୍କୁ ବିବାହ କରିଛନ୍ତି। ଏହି ବିବାହ ମେ 3 ତାରିଖରେ ଜର୍ମାନୀର ବର୍ଲିନରେ ହୋଇଥିଲା, କିନ୍ତୁ ପ୍ରାୟ ଏକ ମାସ ପରେ ଗଣମାଧ୍ୟମ ଏହା ବିଷୟରେ ଜାଣିବାକୁ ପାଇଲା। ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବା ପରେ, ମହୁଆ ମୋଇତ୍ରା ଏକ ଫଟୋ ମଧ୍ୟ ପୋଷ୍ଟ କରିଥିଲେ ଯେଉଁଥିରେ ଏହି ନବ ବିବାହିତ ଦମ୍ପତି କେକ୍ କାଟୁଥିବାର ଦେଖାଯାଇଥିଲା। ମହୁଆ ମୋଇତ୍ରା ଏବଂ ପିନାକୀ ମିଶ୍ରଙ୍କ ବିବାହ ମଧ୍ୟ ଖବରରେ ଅଛି କାରଣ ମହୁଆ 50 ବର୍ଷ ବୟସର ହୋଇଥିବା ବେଳେ ପିନାକୀ ମିଶ୍ର 65 ବର୍ଷ ବୟସର। ଏବେ ଏହି ନବ ବିବାହିତ ଦମ୍ପତିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି। ଏହି ଭିଡିଓରେ, ଏହି ନବ ବିବାହିତ ଦମ୍ପତି ବହୁତ…

Read More

ଭୁବନେଶ୍ବର: ଆସନ୍ତା ଜୁନ ୯ ତାରିଖ (ସୋମବାର) ଦିନ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଜୁନ ୬ ତାରିଖ ଦିବା ୧୧ ଘଟିକା ଠାରୁ ଆରମ୍ଭ ହେବ । ଏଥନିମନ୍ତେ, ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ (https://janasunani.odisha.gov.in/) ମାଧ୍ୟମରେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ । ଜନସାଧାରଣ ପଞ୍ଜୀକରଣ ପ୍ରାପ୍ତି ସ୍ଵୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କୁ ଜଣାଇପାରିବେ। ଏତଦ୍ ଭିନ୍ନ ଅଣପଞ୍ଜୀକୃତ ଆବେଦନକାରୀମାନଙ୍କର ଅଭିଯୋଗ ପତ୍ରଗୁଡିକୁ ମଧ୍ୟ ଯୁଗ୍ମ ଶୁଣାଣି ଶିବିରରେ ସିଧାସଳଖ ଗ୍ରହଣ କରାଯାଇପାରିବ। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।

Read More

The Samikhsya Desk: ଆଜି ଦିନତମାମ ପୂର୍ବତନ ସାଂସଦ ତଥା ବିଜେଡି ନେତା ପିନାକୀ ମିଶ୍ରଙ୍କ ବାହାଘରକୁ ନେଇ ଚର୍ଚ୍ଚା ଚାଲିଛି। ସେ ଜର୍ମାନୀରେ ତ୍ରୁଣମୂଳ କଂଗ୍ରେସର ସାଂସଦ ମହୁଆ ମୋଇତ୍ରାଙ୍କୁ ବିବାହ କରିଛନ୍ତି। ଯାହାକୁ ନେଇ ସାମାଜିକ ତଥା ରାଜନୈତିକ ସ୍ତରରେ ବେଶ ଚହଳ ପକାଇଛି। ତେବେ ଏ ନେଇ ଉଭୟ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ମହୁଆଙ୍କ ଏକ୍ସ ପୋଷ୍ଟକୁ ନେଇ ସ୍ପଷ୍ଟ ହୋଇଛି ଯେ, ମହୁଆ ପିନାକୀଙ୍କୁ ବିବାହ କରିଛନ୍ତି। ଉଭୟ କେକ କାଟିବା ଫଟୋକୁ ମହୁଆ ପୋଷ୍ଟ କରି ସେଥିରେ ସେ ଦୁଇ ଧାଡି ଲେଖିଛନ୍ତି। ତାହା ହେଲା ” ଆପଣମାନେ ସ୍ନେହ ଏବଂ ଶୁଭେଚ୍ଛା ଦେଇଥିବାରୁ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ। ଫଳରେ ସେମାନଙ୍କର ବିବାହ ହୋଇଛି ବୋଲି ମହୁଆ ସ୍ପଷ୍ଟ କରିଛନ୍ତି। https://twitter.com/MahuaMoitra/status/1930634952141426988

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ବିଳମ୍ବିତ ସମୟରେ ଦୁଇଟି ଜିଲ୍ଲାର ଏସପିଙ୍କୁ ଅଦଳବଦଳ କରିଛନ୍ତି। ଏ ନେଇ ଆଜି ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ପରିବର୍ତ୍ତନ ହୋଇଛି ତାହା ହେଲା ଭଦ୍ରକ ଏସପି ମାଦକର ସନ୍ଦୀପ ସମ୍ପଦଙ୍କୁ ନବରଙ୍ଗପୁର ଏସପି ଭାବେ ବଦଳି କରାଯାଇଛି। ସେହିପରି କେନ୍ଦୁଝରର ଅତିରିକ୍ତ ଏସପି ମନୋଜ କୁମାର ରାଉତଙ୍କୁ ଭଦ୍ରକ ଜିଲ୍ଲାର ଏସପି ଭାବେ ବଦଳି କରାଯାଇଛି।

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଂଜାମ ଜିଲ୍ଲା ଗସ୍ତରେ ଯାଇ ଛତ୍ରପୁର ଠାରେ ସମୁଦାୟ ୧୨ଟି ଶିଳ୍ପ ପାଇଁ ୨୮ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ କହିଛନ୍ତିଯେ, ଗ୍ରୀନ ହାଇଡ୍ରୋଜେନ୍, କେମିକାଲ୍‍ସ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ସହିତ ଗଞ୍ଜାମ ଜିଲ୍ଲା ଏବେ ଶିଳ୍ପାୟନ କ୍ଷେତ୍ରରେ ଏକ ନୂଆ ବେଞ୍ଚମାର୍କ ସୃଷ୍ଟି କରିବାକୁ ଯାଉଛି। ଏହା ଦ୍ୱାରା ୧୫ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ଏବଂ ମେକ୍ ଇନ୍ ଓଡିଶା ୨୦୨୫ର ଅଭୂତପୂର୍ବ ସଫଳତାର ଶ୍ରେୟ ଏହି ୪ ମାସ ମଧ୍ୟରେ ଆମକୁ ମିଳିଛି। ଆଜି ଗଞ୍ଜାମ ଜିଲ୍ଲା ଶିଳ୍ପ କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଗଞ୍ଜାମ ଜିଲ୍ଲା ପାଇଁ ସମୃଦ୍ଧିର ଏକ ନୂଆ ରାସ୍ତା ଖୋଲିଛି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତିଯେ, ଆମର…

Read More

ଭୁବନେଶ୍ବର: ବର୍ତ୍ତମାନ ନିମାପଡା ରାଜନୀତି ବେଶ ସରଗରମ ହୋଇପଡିଛି। କାରଣ ଏହି ନିର୍ବାଚନ ମଣ୍ଡଳିରେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ପୂର୍ବତନ ମନ୍ତ୍ରୀ ସମୀର ଦାସ। ଉଭୟ ବିଜେପି ଦଳର। ହେଲେ ନିର୍ବାଚନ ପର ଉଭୟଙ୍କ ମଧ୍ୟରେ ଭଲ ନାହିଁ ତାହା ସ୍ପଷ୍ଟ ହୋଇଯାଇଛି। ପୂର୍ବରୁ ଭିତରେ ଭତିରେ ଥିଲା ହେଲେ ଏବେ ଫୁଟି ପଦାକୁ ବାହାରିଲାଣି। କିଛିଦିନ ତଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏକ କାର୍ଯ୍ୟକ୍ରମ କରିଥିଲେ। ଯାହାର ନାମ ଥିଲା ଉତ୍କର୍ଷ ନିମାପଡା। ଏଥିରେ ନିମାପଡାର କଣ କଣ ଉନ୍ନତି ହୋଇଛି ତାହାର ଏକ ଆଲୋଚନା ତଥା ତାଲିକା ଲୋକଙ୍କୁ ଦିଆଯାଇଛି। ଯାହାକୁ ନେଇ ସମୀର ଦାସ ଖପ୍ପା ହୋଇଉଠିଛନ୍ତି। ସେ କହିଛନ୍ତି ବର୍ଷେ ହେଲା ନିମାପଡାରେ ମାଟି ମୁଠାଟିଏ ପଡି ନାହିଁ। ସମୀର ଆହୁରି କହିଛନ୍ତି ଯେ, ବିଗତ ଦିନରେ ମୁଁ ନିମାପଡାର ଉନ୍ନତି ପାଇଁ ବହୁ ଚେଷ୍ଠା କରିଛି। ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ଯାହା ହିସାବ…

Read More

ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜଧାନୀରେ ଆରମ୍ଭ ହେଉଛି ଭୁବନେଶ୍ବର ଫିଲ୍ମ ଫେଷ୍ଟିଭାଲ। ଏହି ଉତ୍ସବ ଜୟଦେବ ଭବନରେ ଚାରିଦିନ ଧରି ଚାଲିବ। ଏଥିରେ ପ୍ରତ୍ୟେକ ଦିନ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ପାଞ୍ଚଟି ଲେଖାଏଁ ସିନେମା ପ୍ରଦର୍ଶିତ କରାଯିବ। ସେଗୁଡିକ ହେଲା ଏହି ଉତ୍ସବରେ ମୋଟ 20 ଟି ଚଳଚିତ୍ର ପ୍ରଦର୍ଶିତ ହେଉଥିବା ବେଳେ ସେଥିରେ ଓଡିଆ ଚଳଚିତ୍ର 10ଟି ରହିଛି। ସେହିପରି ବଙ୍ଗଳା, ହିନ୍ଦି, କନ୍ନଡ ଛତିଶଗଡି, ମରାଠି ଏବଂ ଗୁଜୁରାଟୀ ପ୍ରମୁଖ ଭାଷାର ଚଳଚିତ୍ର ମଧ୍ୟ ପ୍ରଦର୍ଶିତ କରାଯିବ।

Read More

ଭୁବନେଶ୍ବର: ଆଜି ଭୁବନେଶ୍ବର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ମହାସମାରୋହରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟ ସରକାର, ଗୋଟିଏ ବର୍ଷରେ ୭.୫ କୋଟି ବୃକ୍ଷ ରୋପଣ କରିବେ ବୋଲି ଘୋଷଣା କରିଛନ୍ତି । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ପରିବେଶ ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ସଚେତନତା ବିସ୍ତାର କରିବା ପାଇଁ ଆଜିର ଦିନଟି ଉତ୍ସର୍ଗୀକୃତ। ପ୍ରଦୂଷିତ ପୃଥ‌ବୀର ଭୟାବହତାକୁ ହୃଦୟଙ୍ଗମ କରି ଅଧିକରୁ ଅଧିକ ସବୁଜ ପରିବେଶ ସୃଷ୍ଟି କରିବା ଏବଂ ପ୍ରକୃତିର ସଂରକ୍ଷଣ କରିବା ଏକାନ୍ତ ଅପରିହାର୍ଯ୍ୟ ହୋଇପଡିଛି। ପରିବେଶ ସଂରକ୍ଷଣ ପାଇଁ ନିଆଯାଉଥିବା ପଦକ୍ଷେପ, ଭବିଷ୍ୟତ ପିଢ଼ି ପାଇଁ ଏକ ସୁସ୍ଥ ଜୀବନଯାପନର ସହଜ ଏବଂ ସରଳ ମାଧ୍ୟମ ହେଇପାରିବ । ଆଜି କାଲି ଆମ ଜୀବନରେ ପ୍ଲାଷ୍ଟିକ ଅପରିହାର୍ଯ୍ୟ ହୋଇ ସାରିଛି,…

Read More

ଭୁବନେଶ୍ବର: ଓଡିଶାର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ନେଇ ରାଜ୍ୟ ବିଜେପି ନେତାଙ୍କ ସୁତ୍ରରୁ ଜଣାପଡିଛି। ପ୍ରଧାନମନ୍ତ୍ରୀ ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତୀ ଉତ୍ସବରେ ଯୋଗ ଦେବା ପାଇଁ ଓଡିଶା ଆସିବେ। ସମ୍ଭବତଃ ସେ ଆସନ୍ତା 11 କିମ୍ବା 12 ତାରିଖରେ ଆସିବେ ବୋଲି ଜଣାପଡିଛି।  ସେଥିପାଇଁ ବିଜେପି ଶିବିର ତରଫରୁ ବେଶ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତୀ ପାଳନ ପାଇଁ ଉଭୟ ସରକାର ଏବଂ ଦଳ ତରଫରୁ ବଡ ଆୟୋଜନର ପ୍ରସ୍ତୁତି ଚାଲିଛି। ସପ୍ତାହ ବ୍ୟାପି ଏହି କାର୍ଯ୍ୟକ୍ରମ କରାଯିବ ବୋଲି ସରକାର ପ୍ରସ୍ତୁତ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତ ବେଳେ ସେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଏହି ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲେ। ସେହି ଅନୁସାରେ ପ୍ରଧାନମନ୍ତ୍ରୀ ଓଡିଶା ଆସିବେ ବୋଲି ଜଣାପଡିଛି।

Read More

ନୂଆଦିଲ୍ଲୀ: ବର୍ତ୍ତମାନ କୋରନା ପୁଣି ଥରେ ଡରାଇବା ଆରମ୍ଭ କରିଛି। କାରଣ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଦିଲ୍ଲୀରେ ମଧ୍ୟ ଏହି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅନ୍ୟପକ୍ଷରେ କରୋନା ମୃତ୍ୟୁ ମଧ୍ୟ ଆରମ୍ଭ ହୋଇଯାଇଛି। ଏ ସବୁକୁ ଲକ୍ଷ୍ୟ ରଖି ନୂଆଦିଲ୍ଲୀରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଫଳରେ ସରକାରୀ ଅଫିସରେ ବର୍ତ୍ତମାନ ସମସ୍ତେ ମାସ୍କ ପିନ୍ଧି ବସୁଥିବାର ଜଣାପଡିଛି। ବର୍ତ୍ତମାନ ଦିଲ୍ଲୀ ସରକାର ମାସ୍କ ପିନ୍ଧିବା ନେଇ କୌଣସି କଟକଣା କରି ନ ଥିଲେ ମଧ୍ୟ ସମସ୍ତେ ନିଜନିଜ ସୁରକ୍ଷା ପାଇଁ ମାସ୍କ ପିନ୍ଧିବା ଆରମ୍ଭ କରିଛନ୍ତି। ବିଶେଷ କରି ରୁନ୍ଧା ବୈଠକ ରୁମରେ ସମସ୍ତେ ମାସ୍କ ପିନ୍ଧି ବସିବା ପାଇଁ ଆଘୋଷିତ ନିର୍ଦ୍ଦେଶନାମା ଜାରୀ କରାଯାଇଛି। ଏପରିକି ମନ୍ତ୍ରୀଙ୍କ ବୈଠକରେ ମାସ୍କ ପିନ୍ଧି ଆସିବା ପାଇଁ ବାଧ୍ୟ କରାଯାଇଛି। ଫଳରେ ଗତ ଦୁଇଦିନ ଧରି କେନ୍ଦ୍ର ସରକାରଙ୍କ…

Read More

ଭୁବନେଶ୍ବର: ଶାସନ-ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ଆମ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ। ଏଣୁ ଆପଣ ସମସ୍ତେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ ଓ ତାହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରନ୍ତୁ। ଆପଣଙ୍କ ଅଫିସ୍ ଲୋକଙ୍କ ପାଇଁ ଭୟର ନୁହେଁ, ବିଶ୍ୱାସର ସ୍ଥାନ ହେଉ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀ ତଥା କର୍ମଶାଳାରେ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ଭୂମି ପ୍ରଶାସନକୁ ଆଧୁନିକ ଏବଂ ଲୋକଭିମୁଖୀ କରିବା ପାଇଁ ପ୍ରତିଶୃତିବଦ୍ଧ। ଓଡିଶାରେ କେହିବି ଭୂମିହିନ ରହିବେ ନାହିଁ। ଯେଉଁମାନଙ୍କର 4 ଡେସିମିଲରୁ କମ ଜମି ଅଛି, ସେମାନଙ୍କୁ ବି ଭୂମିହୀନ ଭାବେ ଗଣାହେବେ ଏବଂ ସରକାର ସେମାନଙ୍କୁ ଜମି ଯୋଗାଇ ଦେବେ। ତେଣୁ, ଏହି ଯୋଜନାକୁ ପ୍ରଭାବୀ ଭାବେ ଲାଗୁ କରିବା ପାଇଁ ଆପଣମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି…

Read More

ଭୁବନେଶ୍ବର: ଉଦଘାଟିତ ହୋଇଯାଇଛି ଜଗନ୍ନାଥ ଏକ୍ସପ୍ରେସ। ଭିଡିଓ କନଫ୍ରେସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟିତ କରିଛନ୍ତି। ଓଡିଶା ରାଜ୍ୟ ପରିବହନ ବିଭାଗ ଦ୍ବାରା ଏହି ବସ ସେବା ଆରମ୍ଭ ହୋଇଛି। ଏହି ବସରେ ଯାତ୍ରୀମାନେ ବେଶ ବିଳାସପୂର୍ଣ୍ଣ ଏବଂ ଆରାମଦାୟକ ଯାତ୍ରା କରିପାରିବେ। ତେବେ ଏହି ବସ ସେବା ରାଜ୍ୟ ବାହାରକୁ ଚଳାଚଳ କରିବ। ସେଥିପାଇଁ ଓଏସଆରଟିସି ତରଫରୁ ସବୁ ବ୍ୟବସ୍ଥା କରାଯାଇଛି। ମୁଖ୍ୟତଃ ପୁରୀରୁ ଦେଶର ପ୍ରମୁଖ ଧାର୍ମିକପିଠଗୁଡିକୁ ଏହି ବସ ସଂଯୋଗ କରିବ। ବର୍ତ୍ତମାନ ଯେଉଁ ବାହାର ରାଜ୍ୟର ସ୍ଥାନଗୁଡିକ ପାଇଁ ସେବା ଆରମ୍ଭ ହେବ ସେଗୁଡିକ ହେଲା ପୁରୀ – ଅଯୋଧ୍ୟା ପୁରୀ – ଉଜ୍ଜୟନ ପୁରୀ – ତିରୁପତି ପୁରୀ- ହାଇଦ୍ରାବାଦ ପୁରୀ- ଭିଲାଇ ଭୁବନେଶ୍ୱର – ବିଶାଖାପାଟନମ୍ ରାୟଗଡ- ହାଇଦ୍ରାବାଦ ଭବାନୀପାଟଣା – ହାଇଦ୍ରାବାଦ ରହିଛି। ତେବେ ଯେଉଁମାନେ ଏହି ବସ ସେବା ନେବାକୁ ଚାହିଁବେ ସେମାନେ  booking.osrtc.org ୱେବ ସାଇଟକୁ ଯାଇ ବୁକିଂ…

Read More

ଭୁବନେଶ୍ବର: ପାଖେଇଲା ଦେବସ୍ନାନ ପୂର୍ଣ୍ଣିମା ଏହାପରେ ରହିଛି ରଥଯାତ୍ରା। ଆସନ୍ତା ମାସରେ ରହିଛି ଶ୍ରାବଣ ସୋମବାର। ଆସନ୍ତା କିଛିଦିନ ଧରି ହିନ୍ଦୁ କ୍ୟାଲେଣ୍ଡରରେ ରହିଛି ବେଶ ଗୁରୁତ୍ବପୂର୍ଣ୍ଣ ପର୍ବପର୍ବାଣୀ। ସେଗୁଡିକ ହେଲା..

Read More

Officers’ Terror Link: ଜମ୍ମୁ ଏବଂ କାଶ୍ମୀରରେ, ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଆଜି ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା (ଏଲଇଟି) ଏବଂ ହିଜବୁଲ୍-ମୁଜାହିଦ୍ଦିନ୍ ସହିତ ଜଡିତ ଥିବା ଅଭିଯୋଗରେ ତିନି ଜଣ ସରକାରୀ କର୍ମଚାରୀଙ୍କୁ ବରଖାସ୍ତ କରିଛନ୍ତି। ଜଣେ ପୋଲିସ କନଷ୍ଟେବଳ, ଜଣେ ସ୍କୁଲ ଶିକ୍ଷକ ଏବଂ ଏକ ସରକାରୀ ମେଡିକାଲ କଲେଜର ଜଣେ ଜୁନିଅର ସହାୟକଙ୍କୁ ସମ୍ବିଧାନର ଧାରା 311 (2) (c) ଅନୁଯାୟୀ ବରଖାସ୍ତ କରାଯାଇଛି। ଯାହା “ଜାତୀୟ ସୁରକ୍ଷା ସ୍ୱାର୍ଥରେ” ତଦନ୍ତ ବିନା ବରଖାସ୍ତକୁ ଅନୁମତି ପ୍ରଦାନ କରିଥାଏ। ଏହି ତିନି ଜଣ ବର୍ତ୍ତମାନ ଜେଲରେ ଅଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ପ୍ରଶାସନର ଆତଙ୍କବାଦୀ ଭିତ୍ତିଭୂମି ଉପରେ ନିରନ୍ତର କାର୍ଯ୍ୟାନୁଷ୍ଠାନର ଏକ ଅଂଶ, ଯେଉଁଥିରେ ସରକାରୀ ପ୍ରତିଷ୍ଠାନ ମଧ୍ୟରେ ଥିବା ଓଭରଗ୍ରାଉଣ୍ଡ କର୍ମଚାରୀ (OGW) ଏବଂ ସହାନୁଭୂତିଶୀଳ ବ୍ୟକ୍ତିମାନେ ସାମିଲ ଅଛନ୍ତି। ବରଖାସ୍ତ ହୋଇଥିବା କର୍ମଚାରୀମାନେ ହେଲେ ମଲିକ ଇସଫାକ ନାସିର ଯିଏ କି ଜଣେ ପୋଲିସ କନଷ୍ଟେବଳ,ଜଣେ…

Read More

Sikkim Landslide: ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଏବଂ ବନ୍ୟା ପ୍ରଭାବରେ ସିକିମ ରାଜ୍ୟ ଗତି କରୁଥିବା ବେଳେ ଭାରତୀୟ ବାୟୁସେନା ସେଠାରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛି। ଉତ୍ତର ସିକିମର ଚାଟେନ୍ ରୁ ଫସି ରହିଥିବା ସାଧାରଣ ନାଗରିକଙ୍କ ପ୍ରଥମ ଦଳକୁ ଭାରତୀୟ ବାୟୁସେନା ଉଦ୍ଧାର କରିଛି। ମାଙ୍ଗାନ୍ ଜିଲ୍ଲାରେ ଫସି ରହିଥିବା ପର୍ଯ୍ୟଟକ ଏବଂ ଆହତ ସେନା କର୍ମଚାରୀଙ୍କୁ ସ୍ଥାନାନ୍ତର କରିବା ପାଇଁ ହେଲିକପ୍ଟର ନିୟୋଜିତ କରାଯାଇଛି। NDRF, IAF ସହିତ ସମନ୍ୱୟ ରଖି, ଦୁଇଟି Mi-17 V5 ହେଲିକପ୍ଟର ବ୍ୟବହାର କରି ଆହତ ସୈନିକ, ସେମାନଙ୍କ ପରିବାର ଏବଂ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛି। ଅଞ୍ଚଳରେ ବହୁ ଥର ଭୂସ୍ଖଳନ ଯୋଗୁଁ ଲାଚେନରେ ପ୍ରାୟ 150 ପର୍ଯ୍ୟଟକ ଫସି ରହିଛନ୍ତି। ଏହି ସମୟରେ, ରବିବାର ଚାଟେନ୍ ରେ ଭୂସ୍ଖଳନରେ ତିନି ଜଣ ସେନା କର୍ମଚାରୀ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି।…

Read More

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ 6 ତାରିଖରେ ଜମ୍ମୁ ଏବଂ କାଶ୍ମୀରରେ ଚେନାବ ସେତୁର ଉଦଘାଟନ କରିବେ। ଏକ ସୋସିଆଲ ମିଡିଆ ପୋଷ୍ଟରେ ଡକ୍ଟର ସିଂହ କହିଛନ୍ତି ଯେ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ, ଚେନାବ ସେତୁ, ନୂତନ ଭାରତର ଶକ୍ତି ଏବଂ ଦୃଷ୍ଟିକୋଣର ଗର୍ବର ପ୍ରତୀକ ଭାବରେ ଜମ୍ମୁ ଏବଂ କାଶ୍ମୀରରେ ଉଚ୍ଚରେ ଠିଆ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସେତୁ ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ୍ (USBRL) ପ୍ରକଳ୍ପର ଏକ ଅଂଶ ଏବଂ ଏହାକୁ ସବୁଠାରୁ କଠିନ ପ୍ରାକୃତିକ ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ଇଞ୍ଜିନିୟର କରାଯାଇଛି।

Read More

ଭୁବନେଶ୍ୱର: ପୂର୍ବତଟ ରେଳପଥ 20836/20835 ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ସାପ୍ତାହିକ ଛୁଟି ଦିବସରେ ପରିବର୍ତ୍ତନ ଘୋଷଣା କରିଛି | 03 ଜୁନ୍ 2025 ଠାରୁ ଟ୍ରେନଟି ଏବେ ଶନିବାର ପରିବର୍ତ୍ତେ ମଙ୍ଗଳବାର ଦିନମାନଙ୍କରେ ବାତିଲ ରହିବ। ତଦନୁସାରେ, ଟ୍ରେନଟି 07 ଜୁନ୍ 2025 ରୁ ପ୍ରତି ଶନିବାର ଦିନ ଚଳାଚଳ ଆରମ୍ଭ କରିବ। କୌଣସି ଷ୍ଟେସନରେ ଟ୍ରେନର ପୂର୍ବରୁ ଥିବା ସମୟ ଏବଂ ସ୍ଥିରୀକୃତ ରହଣିରେ କୌଣସି ପରିବର୍ତ୍ତନ ହୋଇନାହିଁ। ସଂଶୋଧିତ ସାପ୍ତାହିକ ଛୁଟିର ଲକ୍ଷ୍ୟ ଯାତ୍ରୀଙ୍କ ଚାହିଦା ଏବଂ ପରିଚାଳନାଗତ ଆବଶ୍ୟକତା ସହିତ ଭଲ ଭାବରେ ସମନ୍ୱୟ ସ୍ଥାପନ କରିବା। ଯାତ୍ରୀମାନଙ୍କୁ ସେହି ଅନୁସାରେ ସେମାନଙ୍କ ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି। ଅଧିକ ଅପଡେଟ୍ ପାଇଁ, ଯାତ୍ରୀମାନେ ପୂର୍ବତଟ ରେଳବାଇର ୱେବସାଇଟ୍ ଦେଖିପାରିବେ କିମ୍ବା ରେଳବାଇ ଅନୁସନ୍ଧାନ ସେବା ସହିତ ଯୋଗାଯୋଗ କରିପାରିବେ।

Read More

ଭୁବନେଶ୍ବର: ଗତକାଲି ଭଦ୍ରକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାରୀ ଗସ୍ତରେ ଯାଇଥିଲେ। ସେଠାରେ ସେ ୨୭୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ତେବେ ସେହି ସରକାରୀ ସଭାରେ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତି ନେଇ ପ୍ରଶ୍ନ ଉଠିଛି। ଏହି ପ୍ରଶ୍ନ ଉଠାଇଛି ବିଜେଡି ଦଳ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଭଦ୍ରକର ଦୁଇ ବିଜେଡି ବିଧାୟକ ବ୍ୟୋମକେଶ ରାୟ ଏବଂ ସଂଜୀବ ମଲ୍ଲିକ ଏହି ପ୍ରଶ୍ନ ଉଠାଇଛନ୍ତି। ସେମାନେ କହିବା କଥା ଯେ ଗତକାଲି ଭଦ୍ରକରେ ବିଜେପିର ସଭା ନ ଥିଲା। ତାହା ଏକ ସରକାରୀ କାର୍ଯ୍ୟକ୍ରମ ଥିଲା। ସେହି କାର୍ଯ୍ୟକ୍ରମରେ କଣ ପାଇଁ କୌଣସି ସରକାରୀ ପଦପଦବୀରେ ନ ଥିବା ମନମୋହନ ସାମଲଙ୍କୁ ମଞ୍ଚରେ ସ୍ଥାନ ଦିଆଗଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ସେମାନେ କହିଛନ୍ତି ଯେ, ଏହି ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ ଜିଲ୍ଲାର ଦୁଇ ବିଧାୟକ ଭାବେ ଆମକୁ ନିମନ୍ତ୍ରଣ କରି ନେବା…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇ ସେଠାରେ ପ୍ରାୟ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ ଦେବଗଡ଼ ଜିଲ୍ଲା ପାଇଁ ଆଜି ୩୦୦ ଶଯ୍ୟା ବିଶିଷ୍ଟ ନବ ନିର୍ମିତ ଡାକ୍ତରଖାନା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦ୍‍ଘାଟିତ ହୋଇଛି । ସୂଚନା ଥାଉକି ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ୧୧ଟି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଏବଂ 4 ଟି ଶିକ୍ଷା ଭିତ୍ତିଭୂମି ଉନ୍ନତିକରଣ ପ୍ରକଳ୍ପ ରହିଛି। ଏହି କାର୍ଯ୍ୟକ୍ରମ ଅବସରରେ ରାଜ୍ୟର ସମସ୍ତ କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳିଙ୍କ ପାଇଁ ୪୧ କୋଟି ୧୭ ଲକ୍ଷ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏଥିରେ କେନ୍ଦୁପତ୍ର ତୋଳାଳୀଙ୍କୁ ଚପଲ ପାଇଁ ୧୬୦ ଟଙ୍କା, କେରି ସଂଗ୍ରହ କପଡା ପାଇଁ ୨୦୦ ଟଙ୍କା, ତୋଳାଳୀ ଓ ସିଜନାଲ ଷ୍ଟାଫଙ୍କ ଟୋପି…

Read More