ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନରେ ଉତ୍ତର ପ୍ରଦେଶର କାନପୁରରେ 47,573 କୋଟି ଟଙ୍କାରୁ ଅଧିକ ମୂଲ୍ୟର 15 ଟି ମେଗା ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ସେ ଚୁନିଗଞ୍ଜ ଏବଂ ନୟାଗଞ୍ଜ ମଧ୍ୟରେ କାନପୁର ମେଟ୍ରୋର ନୂତନ କରିଡରକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମଗ୍ର ବିଶ୍ୱ ଅପରେସନ ସିନ୍ଦୂର ରୂପରେ ଝିଅମାନଙ୍କ କ୍ରୋଧ ଏବଂ ଯନ୍ତ୍ରଣା ଦେଖିଛି ଏବଂ ଭାରତ ପାକିସ୍ତାନରେ ଅନେକ ଆତଙ୍କୀ କେନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଛି। ସେ କହିଛନ୍ତି ଯେ ଅପରେସନ ସିନ୍ଦୂର ସମୟରେ ଥରୁଥିବା ଶତ୍ରୁ କୌଣସି ଭ୍ରମରେ ରହିବା ଉଚିତ୍ ନୁହେଁ, ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାକିସ୍ତାନର ରାଷ୍ଟ୍ର ଏବଂ ଅଣ-ରାଜ୍ୟବାଦୀମାନେ ଆଉ ସେମାନଙ୍କର ଖେଳ ଖେଳିପାରିବେ ନାହିଁ, ଏବଂ ଶତ୍ରୁ ସହିତ ନିର୍ଣ୍ଣାୟକ ଭାବରେ ମୁକାବିଲା କରାଯିବ।…
Author: Samikhsya Bureau
ଭୁବନେଶ୍ବର: କାମାକ୍ଷାନଗର ପୂର୍ବତନ ବିଧାୟକ ତଥା ବିଜେପିର ପ୍ରଥମ ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କପ ୭୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ହେବ ଅସୁସ୍ଥ ଥିବାରୁ ଭୁବନେଶ୍ବରର ଏକ ଘରୋଇ ହସପିଟାସଲରେ ଚିକିତ୍ସା ଚାଲିଥିଲା। ଚିକିତ୍ସାଧିନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି। ପ୍ରସନ୍ନ କୁମାର ପଟ୍ଟନାୟକ ତିନି ଥର କାମାକ୍ଷାନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଜନତା ଦଳରୁ ଦୁଇଥର ଓ ଓଡିଶାରୁ ପ୍ରଥମ ବିଜେପି ବିଧାୟକ ଭାବେ ବିଜୟୀ ହୋଇଥିଲେ । କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ଶିକ୍ଷାକ୍ଷେତ୍ରରେ ଅନେକ କାର୍ଯ୍ୟ କରିଥିଲେ ପ୍ରସନ୍ନ ପଟ୍ଟନାୟକ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖ ପ୍ରକାଶ କରିଛନ୍ତି।
ନୂଆଦିଲ୍ଲୀ: ଭାରତୀୟ ସହକାରୀ କ୍ଷେତ୍ରରେ ଅଗ୍ରଣୀ ସଂସ୍ଥା, ଇଣ୍ଡିଆନ୍ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ୍ ଲିମିଟେଡ୍ (IFFCO) ଏହି ବିତ୍ତୀୟ ବର୍ଷ 2024-25 ରେ ଏକ ନୂଆ ମିଳକ ସ୍ଥାପନ କରି ₹3,811 କୋଟିର ପୂର୍ବ କର ଲାଭ ଅର୍ଜନ କରିଛି। ଏହା ତୃତୀୟ ସତତ ବର୍ଷ ଯେଉଁଥିରେ IFFCO ₹3,000 କୋଟିରୁ ଅଧିକ ଲାଭ କରିଛି। ଏହି ବର୍ଷ ନାନୋ ଉର୍ବରକ ବିକ୍ରୟରେ 47% ବୃଦ୍ଧି ଦର୍ଶାଗଲା, ଯାହାରେ IFFCO Nano DAP ବିକ୍ରୟରେ ଅଭୂତପୂର୍ବ 118% ବୃଦ୍ଧି ହୋଇଛି। IFFCO ଏହି ବର୍ଷ 365.09 ଲକ୍ଷ ବୋତଲ୍ ନାନୋ ଉର୍ବରକ ବିକ୍ରୟ କରିଛି, ଯାହା ଗତ ବର୍ଷର 248.95 ଲକ୍ଷ ବୋତଲ୍ ସହିତ ତୁଳନା କରିଲେ ବଡ ଉନ୍ନତି। Nano Urea Plus ଏବଂ Nano DAP ବ୍ୟବହାର କିସାନମାନେ କେବଳ ଲାଭ ହାସଲ କରିନାହାନ୍ତି, ବରଂ ପାରମ୍ପରିକ ଉର୍ବରକ ବ୍ୟବହାରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କମି ଆସିଛି। IFFCO ର…
ଭୁବନେଶ୍ବର: ଏବେ ପୁଣି ଥରେ କରୋନା ଡରାଇବା ଆରମ୍ଭ କଲାଣି। ଧିରେଧିରେ ଏହାର ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି କଟକର ଜଣେ 45 ବର୍ଷିୟ ପୁରୁଷ କରୋନାରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି। ସେ ଗତ କିଛି ଦିନ ଧରି ଥଣ୍ଡା ଜ୍ବରରେ ଆକ୍ରାନ୍ତ ଥିଲେ। ତାଙ୍କର ସ୍ବାବ ପରୀକ୍ଷା ପରେ ପଜେଟିଭ ବୋଲି ରିପୋର୍ଟ ଆସିଛି। ଏ ନେଇ କଟକ ସିଡିଏମଓ କହିଛନ୍ତି ଯେ, ଆକ୍ରାନ୍ତଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା ଚାଲିଛି। ଏହା ପୂର୍ବରୁ ଭୁବନେଶ୍ବରରେ ଜଣେ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଛି। ସେ ବର୍ତ୍ତମାନ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ଦିଲ୍ଲୀରୁ ଫେରିବା ପରେ କରୋନା ଆକ୍ରାନ୍ତ ହୋଇଥିବାର ଜଣାପଡିଛି। ତେବେ ଓଡିଶାରେ ଏପରି ଗୋଟିଏ ପରେ ଗୋଟିଏ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପାଇଁ ଏକ ଆହ୍ବାନ ସୃଷ୍ଟି ହୋଇଛି।
ଭୁବନେଶ୍ବର: ଆଜି ଭିଜିଲ୍ନାସ ଜାଲରେ ଫସିଛି ବଡ ମାଛ। ସେ ହେଉଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠନାଥ ଷଡଙ୍ଗୀ। ଦୁଇଦିନ ପରେ ସେ ଅବସର ଗ୍ରହଣ କରିଥାଆନ୍ତେ। ହେଲେ ତାଙ୍କର ଭାଗ୍ୟ ଖରାପ। ତାପୂର୍ବରୁ ମାଡି ବସିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ ଭିଜିଲାନ୍ସର ସ୍ବତନ୍ତ୍ର ଟିମ ତାଙ୍କର ଅନୁଗୁଳ, ଢେଙ୍କାନାଳ ଏବଂ ଭୁବନେଶ୍ବର ଘରେ ଚଢାଉ କରିଛି। ଏହି ଚଢାଉ ବେଳେ ତାଙ୍କ ଭୁବନେଶ୍ବର ସ୍ଥିତ ବାସଭବନରୁ ନଗଦ ୨ କୋଟି ଟଙ୍କା ଠାବ କରିଛି ଭିଜିଲାନ୍ସ। ସେହିପରି ଅନୁଗୁଳ ସ୍ଥିତ ବାସଭବନରୁ ମଧ୍ୟ ୧ କୋଟି ୪୦ ଲକ୍ଷ ଟଙ୍କା ଜବତ କରାଯାଇଛି। ପରିସ୍ଥିତି ଏପରି ହୋଇଛି ଯେ, ଘରେ ଭିଜିଲାନ୍ସ ରେଡ କରିବା ଜାଣିବା ପରେ ସେ ଝରକା ବାଟେ ଟଙ୍କା ଫିଙ୍ଗି ଦେଇଥିବାର ଜଣାପଡିଛି। ତେବେ ଚଢାଉ ଜାରୀ ରହିଥିବାରୁ କେତେ ସଂପତ୍ତି ମିଳିଲା ତାହା ଜଣାପଡି…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ କଟକ-ଭୁବନେଶ୍ୱରରେ ବର୍ଷାଦିନେ ଉପୁଜୁଥିବା କୃତ୍ରିମ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି । ବୈଠକରୁ ଜଣାପଡ଼ିଛି ଯେ, ଭୁବନେଶ୍ୱରର ପ୍ରାୟ ୮୦ ପ୍ରତିଶତ ଡ୍ରେନର ସଫେଇ କାର୍ଯ୍ୟ ସମାପ୍ତ ହୋଇଛି । ବାକି ରହିଥିବା ଡ୍ରେନ ଗୁଡ଼ିକର ସଫେଇ କାର୍ଯ୍ୟ ଜୁନ ୨୦ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱରରେ ଇସ୍କନ, କଟକ-ରୋଡ଼, ଅହଲ୍ୟା ନଗର, ସମ ହସ୍ପିଟାଲ ପାଖ ଆୟୁର୍ବେଦିକ କଲେଜ ଭଳି କେତେକ ପ୍ରମୁଖ ସ୍ଥାନରେ ବର୍ଷାଦିନେ ଜଳ ନିଷ୍କାସନର ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି । ଏ ସବୁ ଜାଗା ଗୁଡ଼ିକରେ ସ୍ଥାୟୀ ସମାଧାନ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଇସ୍କନ ନିକଟରେ ଜଳମଗ୍ନ ହୋଇ ଯାତାୟତରେ ବାଧା ସୃଷ୍ଟି କରୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି…
ଭୁବନେଶ୍ବର: ସ୍ମାର୍ଟ ମିଟରକୁ ନେଇ ବିଦ୍ୟୁତ ଉପଭୋକ୍ତା ଅସନ୍ତୁଷ୍ଠ। ଏ ନେଇ ବରଗଡରେ ଚାଷି ଉତେକ୍ତ ହୋଇ ରାସ୍ତାକୁ ଓହ୍ଲାଇଲେ। ଶହଶହ ସ୍ମାଟ ମିଟର ରାସ୍ତା ଉପରେ ଫିଙ୍ଗି ଭାଙ୍ଗିଲେ। ଏହାପରେ ଶକ୍ତି ବିଭାଗ ତାହାର ସ୍ପଷ୍ଟୀକରଣ ଦେଇଛି। ବିଭାଗୀୟ ସ୍ପଷ୍ଟୀକରଣ କୁହାଯାଇଛି ଯେ, ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଡିସକମ୍ ଦ୍ୱାରା ପ୍ରି-ପେଡ୍ ସ୍ମାର୍ଟ ମିଟର୍ ବାଧ୍ୟତାମୂଳକ ସ୍ଥାପନ ଏବଂ ଏହା ଦ୍ଵାରା ଅଧିକ ବିଦ୍ୟୁତ ବିଲ୍ ବୃଦ୍ଧି ସମ୍ବନ୍ଧୀୟ ଖବର ଭାଇରାଲ୍ ହେଉଛି। ଏହା ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଏତଦ୍ୱାରା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଉଛି ଯେ ପ୍ରି-ପେଡ୍ ସ୍ମାର୍ଟ ମିଟର୍ ଲଗେଇବା ଗ୍ରାହକମାନଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ ଏବଂ ସେମାନେ ନିଜ ସୁବିଧା ଅନୁଯାୟୀ ପ୍ରିପେଡ୍ କିମ୍ବା ପୋଷ୍ଟପେଡ୍ ମିଟର୍ ନିଜ ଘରେ ଲଗେଇପାରିବେ। ଗ୍ରାହକମାନଙ୍କୁ ଅନୁରୋଧ କରାଯାଉଛି ଯେ, ସେମାନଙ୍କ ଘରେ ସ୍ମାର୍ଟ ମିଟର୍ ସୁବିଧାଜନକ ଭାବେ ସ୍ଥାପନ କରିବା ପାଇଁ ଡିସକମ୍ କର୍ମଚାରୀଙ୍କୁ…
ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ରୋଜେକ୍ଟ ବସୁଧା ଆରମ୍ଭ କରିଛି । ଏହା ଏକ ପୂର୍ଣ୍ଣାଙ୍ଗ ଗ୍ରାମାଞ୍ଚଳ ବିକାଶ କାର୍ୟ୍ୟକ୍ରମ ଯେଉଁଥିରେ କୃଷକମାନଙ୍କ ନିମନ୍ତେ ଦୀର୍ଘସ୍ଥାୟୀ କୃଷି, ପଶୁସମ୍ପଦ ପାଳନକୁ ପ୍ରୋତ୍ସାହନ ଏବଂ ଆୟ ସୃଷ୍ଟି ଉପରେ ଦୃଷ୍ଟିନିବଦ୍ଧ କରାଯାଉଛି । ବିଏଆଇଏଫ ଇନଷ୍ଟିଚ୍ୟୁଟ ଫର ସଷ୍ଟେନେବଲ ଲାଇଭଲିହୁଡ ଆଣ୍ଡ ଡେଭଲପମେଣ୍ଟ (ବିଆଇଏସଏଲଡି) ସହଭାଗୀତାରେ କାର୍ୟ୍ୟକାରୀ କରାଯାଉଥିବା ଏହି ପ୍ରକଳ୍ପ ସମୁଦାୟ ସମ୍ବଲପୁର ଜିଲ୍ଲାରେ କୃଷକମାନଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ ଉଲ୍ଲେଖନୀୟ ପ୍ରଭାବ ପକାଇଛି । ସମାବେଶୀ ଗୋଷ୍ଠୀ ଅଭିବୃଦ୍ଧି ନିମନ୍ତେ କମ୍ପାନୀର ପ୍ରତିବଦ୍ଧତା ଉପରେ ଗୁୁରୁତ୍ୱ ଦେଇ ଶ୍ରୀ ଦେବାଶିଷ ମଲିକ, ୟୁନିଟ ହେଡ, ହିଣ୍ଡାଲକୋ ହୀରାକୁଦ କଂପ୍ଲେକ୍ସ କହିଥିଲେ, “ଆମେ କେବଳ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି କ୍ଷେତ୍ରରେ କାର୍ୟ୍ୟ କରୁନାହୁଁ,…
ଭୁବନେଶ୍ବର: ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆଜି ପୁରୀର ସାକ୍ଷୀଗୋପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ୍ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଏହି ଜାତୀୟ କାର୍ଯ୍ୟକ୍ରମକୁ “ଏକ ପେଡ ମା କେ ନାମ” ଅଭିଯାନ ଆଧାରରେ ଗଛ ଲଗାଇ ଉଦ୍ଘାଟନ କରିଥିଲେ। ସୂଚନା ଯୋଗ୍ୟ ଯେ, ଆଗାମୀ ୧୫ ଦିନ ଧରି ଚାଲୁ ରହିବାକୁ ଥିବା ଏହି ଅଭିଯାନ ରେ ପ୍ରାୟ ୧.୫ କୋଟି ଚାଷୀଙ୍କ ସହିତ ସରକାର ସିଧାସଳଖ ସାକ୍ଷାତକାର କରି ସେମାନଙ୍କୁ ନୂତନ କୃଷି ଜ୍ଞାନ କୌଶଳ ଓ ପ୍ରଯୁକ୍ତିବିଦ୍ୟା ବିଷୟରେ ଅବଗତ କରାଇବେ। ଏହି ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ,…
ଭୁବନେଶ୍ବର: ଏଣିକି ସରକାରୀ ଚାକିରୀ କରିବା ପାଇଁ ବୟସ ସୀମାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ବୁଧବାରରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଫଳରେ ଯେଉଁମାନେ ବୟସ ହୋଇଗଲାଣି ବୋଲି ଆବେଦନ କରିପାରୁ ନ ଥିଲେ, ସେମାନଙ୍କ ପାଇଁ ଏହା ଖୁସି ଖବର। କ୍ୟାବିନେଟ ନିଷ୍ପତି ଅନୁସାରେ ସର୍ବୋଚ୍ଚ ବୟସ ସୀମା ୪୨କୁ ବୃଦ୍ଧି କରାଯାଇଛି । ଯାହାକି ପୂର୍ବରୁ ୩୨ ବର୍ଷ ଥିଲା । ଓଡ଼ିଶା ବେସାମରିକ ସେବା ନିୟମାବଳୀ ୧୯୮୯ର ସଂଶୋଧନ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଅର୍ଥାତ ସରକାରୀ ଚାକିରିରେ ବୟସ ସୀମାକୁ ବଢ଼ାଯାଇ ୪୨ ବର୍ଷ କରାଯାଇଛି । ତେବେ ପୁଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ଇତ୍ୟାଦି ୟୁନିଫର୍ମ ସେବା କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ । କେବଳ ସେତିକି ନୁହେଁ ଏସସି, ଏସଟି, ପଛୁଆବର୍ଗ, ମହିଳା, ଭିନ୍ନକ୍ଷମ ବ୍ୟକ୍ତି ଓ ଅବସରପ୍ରାପ୍ତ ସୈନିକଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ୱାରା…
ନୂଆଦିଲ୍ଲୀ: କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ତଥା ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆସନ୍ତା 28 ତାରିଖରେ ନୂଆଦିଲ୍ଲୀଠାରେ ଡାର୍କ ପ୍ୟାଟର୍ଣ୍ଣ ବା ଅନଲାଇନ କ୍ରୟ ସମୟରେ ଗ୍ରାହକଙ୍କୁ ପ୍ରଲୋଭନ ସମସ୍ୟାର ସମାଧାନ ଉପରେ ଏକ ଉଚ୍ଚସ୍ତରୀୟ ଅଂଶୀଦାରମାନଙ୍କ ବୈଠକ କରିବେ। ଡାର୍କ ପ୍ୟାଟର୍ଣ୍ଣକୁ ନେଇ ଗ୍ରାହକଙ୍କ ମଧ୍ୟରେ ରହିଥିବା ଚିନ୍ତା ଦୂର କରିବା ପାଇଁ ଅଧିକ ପ୍ରଭାବଶାଳୀ ସମାଧାନ ଖୋଜିବା ଏହି ବୈଠକର ଉଦ୍ଦେଶ୍ୟ। ଖାଦ୍ୟ, ଭ୍ରମଣ, ପ୍ରସାଧନ ସାମଗ୍ରୀ, ଫାର୍ମାସି, ଖୁଚୁରା, ପୋଷାକ ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଏହି ବୈଠକରେ ଅଂଶଗ୍ରହଣ କରିବେ। କେତେକ ପ୍ରମୁଖ ଅଂଶୀଦାରଙ୍କ ମଧ୍ୟରେ ଆମାଜନ, ଫ୍ଲିପ୍ପକାର୍ଟ, ୱାନ ଏମଜି ଡଟକମ୍, ଆପଲ୍, ବିଗବାସ୍କେଟ, ମିଶୋ, ମେଟା, ମେକମାଇଟ୍ରିପ୍, ପେଟିଏମ୍, ଓଲା, ରିଲାଏନ୍ସ ରିଟେଲ୍ ଲିମିଟେଡ୍, ସ୍ୱିଗି, ଜୋମାଟୋ, ଯାତ୍ରା, ଉବର, ଟାଟା, ଇଜମାଇଟ୍ରିପ୍, କ୍ଲିୟର…
ଭୁବନେଶ୍ୱର: ଆଇଆଇଟି ଭୁବନେଶ୍ୱର ୨୮ ମଇ ୨୦୨୫ରେ ଏହାର ଅରଗୁଳ କ୍ୟାମ୍ପସ ଅଡିଟୋରିୟମରେ ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ଏକ ଅଗ୍ରଣୀ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ୟୁନିସେଫ୍, ଆୟୁରାରୋଗ୍ୟ ସୌଖ୍ୟମ ଫାଉଣ୍ଡେସନ, ଆକ୍ସନ ଲ୍ୟାବ ୨୦୫୦ ଫାଉଣ୍ଡେସନ ଏବଂ ଓଡ଼ିଶା ମାସିକ ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ ପରିଷ୍କାର ପରିଚ୍ଛନ୍ନତା ଆଲାଏନ୍ସର ସହଯୋଗରେ ଆଇଆଇଟି ଭୁବନେଶ୍ୱର ରିସର୍ଚ୍ଚ ଆଣ୍ଡ ଏଣ୍ଟରପ୍ରିନିୟରସିପ୍ ପାର୍କ ଦ୍ୱାରା “ପ୍ରୋଜେକ୍ଟ ପିରିୟଡ୍: ସାନିଟେସନ୍, ହେଲ୍ଥ ଆଣ୍ଡ୍ ହାଇଜିନ୍, ଆଣ୍ଡ୍ ଏନଭାରନମେଣ୍ଟ୍ (SHE)” ଅଭିଯାନ ଅଧୀନରେ ଆୟୋଜିତ ଏହି ସମ୍ମିଳନୀ ବିଶ୍ୱସ୍ତରୀୟ ବିଶେଷଜ୍ଞ, ଏନଜିଓ, ନୀତି ନିର୍ଦ୍ଧାରକ, ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଏବଂ ଶିକ୍ଷକମାନଙ୍କୁ ଏକତ୍ରିତ କରି ଋତୁସ୍ରାବ ସ୍ୱାସ୍ଥ୍ୟ ସମ୍ପର୍କରେ ପ୍ରଭାବଶାଳୀ ଆଲୋଚନା ଏବଂ କାର୍ଯ୍ୟ ପରିଚାଳନା କରିବ। ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାକୁ ସମ୍ମତି ପ୍ରଦାନ କରିଛନ୍ତି। ଏହି ଏକଦିନିଆ କାର୍ଯ୍ୟକ୍ରମରେ ଋତୁସ୍ରାବ…
ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କର୍ଣ୍ଣାଟକରେ ଆଗୁଆ ପ୍ରବେଶ କରିଛି। ଉପକୂଳ କର୍ଣ୍ଣାଟକରେ ପ୍ରବଳ ବର୍ଷା ହୋଇଛି। ମାଙ୍ଗାଲୁରୁ, ପାନାମ୍ବୁର ଏବଂ କରୱାରରେ ସର୍ବାଧିକ ବର୍ଷା ହୋଇଛି। ପାଣିପାଗ ବିଭାଗ ଉପକୂଳବର୍ତ୍ତୀ ଅଞ୍ଚଳରେ ରେଡ୍ ଆଲର୍ଟ ଜାରି କରିଛି। ଦକ୍ଷିଣ କନ୍ନଡ ଜିଲ୍ଲାରେ ଅବିରତ ବର୍ଷା ଏବଂ ଝଡ଼ ପବନ ହେବାରୁ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିଛି ଏବଂ ବିଦ୍ୟୁତ୍ ଖୁଣ୍ଟକୁ ଭାଙ୍ଗିଯାଇଛି। ନେତ୍ରାବତୀ, କୁମାରଧାରା ଏବଂ ଫାଲଗୁନି ନଦୀ ଉଚ୍ଚ ସ୍ତରରେ ପ୍ରବାହିତ ହେଉଛି। ଚିକମଙ୍ଗାଲୁରରେ ମୁଶଳଧାରାରେ ବର୍ଷା ସାଧାରଣ ଜୀବନକୁ ବାଧାପ୍ରାପ୍ତ କରିଛି। ନିରନ୍ତର ବର୍ଷା ସହିତ ଝଡ଼ ପବନ ଗଛ ଉପୁଡ଼ିବା ଏବଂ ବିଦ୍ୟୁତ୍ କାଟ ହୋଇଛି। ଗାଡ଼ି ଉପରେ ଗଛ ପଡ଼ିବା ଦ୍ବାରା ଜଣେ ଅଟୋରିକ୍ସା ଚାଳକଙ୍କ ମୃତ୍ୟୁ ହୋଇଛି। ବୁଡ଼ି ରହିଥିବା ରାସ୍ତା ଯୋଗୁଁ ହେମାବତୀ ଶାଖା ନଦୀରେ ଦୁଇଟି କାର ଖସି ପଡ଼ିଛି। କବିକାଲ ଗାନ୍ଧୀ ରାସ୍ତା ନିକଟରେ ଭୂସ୍ଖଳନ ହୋଇଥିବା…
ନୂଆଦିଲ୍ଲୀ: ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ରାଷ୍ଟ୍ର ହୋଇପାରିଛି। ଜାପାନକୁ ପଛରେ ପକାଇ ଭାରତ ଏହି ସ୍ଥିତିକୁ ଉତୀର୍ଣ୍ଣ ହୋଇଛି।। ନୀତି ଆୟୋଗର ସିଇଓ ବି.ଭି.ଆର. ସୁବ୍ରହ୍ମଣ୍ୟମ୍ କହିଛନ୍ତି, ଭାରତ ଆଗାମୀ ୨.୫ ରୁ ୩ ବର୍ଷ ମଧ୍ୟରେ ତୃତୀୟ ସ୍ଥାନରୁ ଜର୍ମାନୀକୁ ହଟାଇବାକୁ ପ୍ରସ୍ତୁତ। ଗତକାଲି ନୂଆଦିଲ୍ଲୀରେ ନୀତି ଆୟୋଗର ଦଶମ ଗଭର୍ଣ୍ଣିଂ କାଉନସିଲ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଥିଲେ ଯେ ଆଇଏମଏଫ ତଥ୍ୟ ଅନୁଯାୟୀ ଭାରତ ଏବେ ‘ଚାର ଟ୍ରିଲିୟନ ଡଲାର’ ଅର୍ଥନୀତି। ସେ କହିଛନ୍ତି, କେବଳ ଆମେରିକା, ଚୀନ୍ ଏବଂ ଜର୍ମାନୀର ଅର୍ଥନୀତି ଭାରତଠାରୁ ବଡ଼। ଆଇଏମଏଫ ଏହାର ସାମ୍ପ୍ରତିକ ରିପୋର୍ଟରେ କହିଛି ଯେ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ରହିବ। ଏହି ମାସର ଆରମ୍ଭରେ ବିଶ୍ୱ ଅର୍ଥନୀତି ଆଉଟଲୁକ୍ ରିପୋର୍ଟରେ ଆଇଏମଏଫ କହିଛି ଯେ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବରେ…
ଭୁବନେଶ୍ୱର: ଅତୀତ କେବଳ ଇତିହାସ ନୁହେଁ, ବରଂ ଆଧୁନିକ ବିଶ୍ୱ ସମସ୍ୟାର ମୁକାବିଲା ପାଇଁ ପ୍ରେରଣା ଦିଏ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି । ଚଳିତ ମଇ ୨୫ ତାରିଖ ଦିନ ଭୁବନେଶ୍ୱର ଠାରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଅଫ୍ ମିଡ଼ିଆ ଷ୍ଟଡ଼ିଜର ମିଳିତ ଆନୁକୂଲ୍ୟରେ “କଳିଙ୍ଗ ଏବଂ ଦକ୍ଷିଣ-ପୂର୍ବ ଏସିଆ – ସଭ୍ୟତା ସଂଯୋଗ” ଶୀର୍ଷକ ସମ୍ପର୍କିତ ଭାରତୀୟ ସାଂସ୍କୃତିକ ଐତିହ୍ୟ ଉପରେ ଆଧାରିତ ତୃତୀୟ ଅନ୍ତର୍ଜାତୀୟ ସମ୍ମିଳନୀର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି । “କଳିଙ୍ଗ ଏବଂ ଦକ୍ଷିଣ-ପୂର୍ବ ଏସିଆ- ସଭ୍ୟତା ସଂଯୋଗ” ଉପରେ ରାଜ୍ୟପାଳ ଆଲୋକପାତ କରି କହିଥିଲେ ଯେ ପ୍ରାଚୀନ କଳିଙ୍ଗର ସାମୁଦ୍ରିକ ପରମ୍ପରା ଦକ୍ଷିଣ-ପୂର୍ବ ଏସିଆର ପରିବେଶଗତ ଏବଂ ବିକାଶମୂଳକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାରେ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଇଥାଏ ।…
Mann Ki Baat: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ସଦ୍ୟତମ ସଂସ୍କରଣରେ ଅପରେସନ ସିନ୍ଦୂରର ସଫଳତାକୁ ପ୍ରଶଂସା କରି ଏହାକୁ ଆତଙ୍କବାଦ ବିରୁଦ୍ଧରେ ଭାରତର ଲଢ଼େଇରେ ଏକ ଐତିହାସିକ ମୁହୂର୍ତ୍ତ ଭାବରେ ପ୍ରଶଂସା କରିଛନ୍ତି। ଏହି ଅପରେସନକୁ ଜାତୀୟ ସଂକଳ୍ପ ଏବଂ ସାହସର ପ୍ରତୀକ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହା ସାରା ବିଶ୍ୱରେ ନୂତନ ଆତ୍ମବିଶ୍ୱାସ ଏବଂ ଉତ୍ସାହ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ସୀମା ଆରପାରିରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିବାରେ ଭାରତୀୟ ସଶସ୍ତ୍ର ବାହିନୀର ବୀରତ୍ୱ, ସଠିକତା ଏବଂ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ପାଇଁ ପ୍ରଶଂସା କରିଛନ୍ତି। “ସମଗ୍ର ଦେଶ ଆତଙ୍କବାଦ ବିରୁଦ୍ଧରେ ଏକଜୁଟ ଏବଂ ଏହାକୁ ସମାପ୍ତ କରିବାକୁ ପ୍ରତିବଦ୍ଧ,” ସେ ଦୃଢ଼ ଭାବରେ କହିଛନ୍ତି। ଅପରେସନ ସିନ୍ଦୂର ପରେ ଜାତୀୟ ଭାବନା ବୃଦ୍ଧି ପାଉଛି ଅପରେସନ ପରେ ଦେଶପ୍ରେମର ଉତ୍ସାହକୁ ଉଜ୍ଜ୍ୱଳ କରି…
Savitri Brata 2025: ବୈଦିକ କ୍ୟାଲେଣ୍ଡର ଅନୁସାରେ, ପ୍ରତିବର୍ଷ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ କରାଯାଏ। ଏହି ପବିତ୍ର ତିଥିରେ, ବଟବୃକ୍ଷକୁ ପୂଜା କରାଯାଏ ଏବଂ ଉପବାସ ପାଳନ କରାଯାଏ। ଧାର୍ମିକ ବିଶ୍ୱାସ ଅନୁସାରେ, ଏହି ବ୍ରତ ପାଳନ କରିବା ଦ୍ୱାରା ସ୍ୱାମୀଙ୍କୁ ଦୀର୍ଘ ଜୀବନ ମିଳିଥାଏ ଏହି ଦିନରେ ଦାନ କରିବାର ମଧ୍ୟ ବିଶେଷ ମହତ୍ତ୍ୱ ଅଛି। ଆସନ୍ତୁ ଜାଣିବା ସାବିତ୍ରୀ ବ୍ରତ ଉପବାସର ତାରିଖ ଏବଂ ଶୁଭ ସମୟ ବୈଦିକ କ୍ୟାଲେଣ୍ଡର ଅନୁସାରେ, ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥି ମେ ୨୬ ତାରିଖ ସୋମବାର ଦିନ ମଧ୍ୟାହ୍ନ ୧୨:୧୧ ରେ ଆରମ୍ଭ ହେବ ଏବଂ ପରଦିନ ଅର୍ଥାତ୍ ମେ ୨୭ ତାରିଖ ସକାଳ ୦୮:୩୧ ରେ ଶେଷ ହେବ। ସେଥିପାଇଁ ୨୬ ମଇ ୨୦୨୫ ତାରିଖ ରେ ସାବିତ୍ରୀ ବ୍ରତ ପାଳନ କରାଯିବ। ସୂର୍ଯ୍ୟୋଦୟ – ସକାଳ ୦୫:୨୭ ରେ ସୂର୍ଯ୍ୟାସ୍ତ – ସନ୍ଧ୍ୟା…
ଭୁବନେଶ୍ବର: ଢେଙ୍କାନାଳର ପ୍ରସିଦ୍ଧ ଆମ୍ରପଲ୍ଲୀ ଆମ୍ବ ଏବଂ ଇଂଲଣ୍ଡ ବଜାରକୁ ମହକାଇବ। ରାଜ୍ୟ କୃଷି ବିଭାଗର ସହଯୋଗରେ ଏହି ମିଠା ଆମ୍ବକୁ ଏଥର ଇଂଲଣ୍ଡ ପଠାଯାଇଛି। ତିନିଦିନରେ ପ୍ରାୟ ପାଞ୍ଚ ମେଟ୍ରିକ ଟନ ଆମ୍ବ ବିଦେଶକୁ ରପ୍ତାନୀ କରାଯାଇଛି। ଯାହା ଓଡିଶା ଆମ୍ବ ଚାଷୀଙ୍କ ପାଇଁ ଏକ ଖୁସି ଖବର। ଗତ ବର୍ଷ ମଧ୍ୟ ଢେଙ୍କାନାଳର ଏହି ଆମ୍ବକୁ ବିଦେଶ ପଠାଯାଇଥିଲା। ସେଠାରେ ଲୋକଙ୍କର ଚାହିଦା ବଢିବା ପରେ ଏଥର ଇଂଲଣ୍ଡ ପଠାଯାଇଛି। ସେହିପରି ଏହି ଆମ୍ବକୁ ଏଥର ରୋମ, ଭ୍ୟାନିସ, ବୀରମଗାହମ ପ୍ରଭୃତି ଦେଶକୁ ପଠାଯିବାର ଲକ୍ଷ୍ୟ ରଖାଯାଇଛି। ଆମ୍ବ ସହିତ ବେଲ, ତାଳ, ପଣସ ଏବଂ ଛୁଇଁ କୁ ମଧ୍ୟ ବିଦେଶ ପଠାଇବା ପାଇଁ ରାଜ୍ୟ କୃଷି ବିଭାଗ ଲକ୍ଷ୍ୟ ରଖିଛି।
ଭୁବନେଶ୍ୱର: ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ନୀତି ଓ ଅପରେସନ ସିନ୍ଦୁରର ସଫଳତା ସମ୍ପର୍କରେ ବିଶ୍ଵ ସମୁଦାୟକୁ ଅବଗତ କରାଇବା ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ଵରେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଆଜି ମଧ୍ୟ ପ୍ରାଚ୍ୟ ରାଷ୍ଟ୍ର ବାହାରିନରେ ପହଂଚିଛନ୍ତି। ଆଜି ପୂର୍ବାହ୍ନରେ ବାହାରିନରେ ପହଞ୍ଚିବା ପରେ ରାଷ୍ଟ୍ରଦୂତ ବିନୋଦ କେ ଯାକୋବ ପ୍ରତିନିଧି ମଣ୍ଡଳୀକୁ ସ୍ବାଗତ କରିଥିଲେ। ପରେ ବାହାରିନର ଶୀର୍ଷ ନେତୃତ୍ୱଙ୍କ ସହ ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଓ ଅପରେସନ ସିନ୍ଦୂରର ସଫଳତା ବିଷୟରେ ଅବଗତ କରାଇଛନ୍ତି। ପାକିସ୍ତାନ ଜମ୍ମୁ କାଶ୍ମୀରରେ ଶାନ୍ତି ଓ ବିକାଶରେ ବାଧା ଉତ୍ପନ୍ନ ପାଇଁ ପହଲଗାମ ଆକ୍ରମଣର ଷଡ଼ଯନ୍ତ୍ର ପ୍ରସ୍ତୁତ କରିଥିଲା। ଭାରତ ଏହାର ଉଚିତ ଜବାବ ଅପରେସନ ସିନ୍ଦୂର ମାଧ୍ୟମରେ ଦେଇଛି। ଭାରତ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛି ବୋଲି ବାହାରିନର ଶୀର୍ଷ ନେତୃତ୍ୱଙ୍କୁ ଅବଗତ କରାଇଛନ୍ତି।…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ନେଇ ଏକ ବିଚିତ୍ର ପ୍ରକାରର ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା ସୋମବାରରେ ହେବାକୁ ଥିବା ଏହି ଅଭିଯୋଗ ଶୁଣାଣି ନେଇ ରାଜ୍ୟ ସରକାର ତିନି ପ୍ରକାରର ବିଜ୍ଞାପନ ପ୍ରକାଶିତ କରିଛନ୍ତି। ଯାହାକୁ ନେଇ ସାଧାରଣରେ ଦ୍ବନ୍ଦ ସୃଷ୍ଟି ହୋଇଛି। ଘଟଣାରୁ ଜଣାପଡିଛି ଯେ, ଆସନ୍ତା ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ। ସେଥିପାଇଁ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଆଜି ବିଭିନ୍ନ ଖବରକାଗଜରେ ବିଜ୍ଞାପନ ପ୍ରଦାନ କରାଯାଇଛି। ତେବେ ଗୋଟିଏ ବିଭାଗ ତରଫରୁ ବାହାରିଥିବା ଏହି ବିଜ୍ଞାପନରେ ତିନି ପ୍ରକାରର ସୂଚନା ଦିଆଯାଇଛି। କେତେକ ସମ୍ବାଦପତ୍ରରେ ବାହାରିଥିବା ବିଜ୍ଞାପନରେ କୁହାଯାଇଛି ଯେ, ଆସନ୍ତା 26 ତାରିଖ ସୋମବାରରେ ସାବିତ୍ର ବ୍ରତ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ। ତେବେ ଆଉ କେତେକ ଖବର କାଗଜରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିବାରୁ ସୋମବାର ଦିନ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ…
ଭୁବନେଶ୍ୱର: କଷ୍ଟ୍ ଆଣ୍ଡ୍ ମ୍ୟାନେଜମେଂଟ୍ ଆକାଉଟାଂଟ୍ମାନେ ଏକ ସମୃଦ୍ଧ ଓ ବିକଶିତ ଭାରତ ଗଠନ ପାଇଁ ନିରନ୍ତର କାର୍ଯ୍ୟ କରନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଜଣାଇଛନ୍ତି । ଚଳିତ ମଇ ୨୩ ତାରିଖ ଦିନ ସୋଆ ବିଶ୍ୱ ବିଦ୍ୟାଳୟର ଅଡ଼ିଟୋରିୟମ୍ଠାରେ ଆୟୋଜିତ ୬୨ତମ ଜାତୀୟ କଷ୍ଟ୍ ଆଣ୍ଡ୍ ମ୍ୟାନେଜମେଂଟ୍ ଆକାଉଟାଂଟ୍ ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ଉଦ୍ଘାଟନ କରି ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । ଏହି ସମ୍ମିଳନୀରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଭାରତ ୫ଟ୍ରିଲିୟନ ଡଲାର ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନ ପୂରଣ ଆଡକୁ ଅଗ୍ରସର ହେଉଥିବାବେଳେ କଷ୍ଟ୍ ଆଣ୍ଡ୍ ମ୍ୟାନେଜମେଂଟ୍ ଆକାଉଟାଂଟ୍ମାନଙ୍କର ଭୂମିକା ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି । ବିଶ୍ୱ ଏକ ଅଭୁତପୂର୍ବ ଗତିରେ ବିକଶିତ ହେଉଛି । କୃତ୍ରିମ ବୁଦ୍ଧିମତା ଠାରୁ ଡାଟା ଆନାଲିଟିକ୍ସ୍ ପର୍ଯ୍ୟନ୍ତ, ପ୍ରଯୁକ୍ତି ବିଦ୍ୟା ବ୍ୟବସାୟ ପରିଚାଳନାକୁ…

