ନୂଆଦିଲ୍ଲୀ: ବିଶ୍ୱ ଅର୍ଥବ୍ୟବସ୍ଥା ଏକ ‘ଅନିଶ୍ଚିତ ମୁହୂର୍ତ୍ତ’ ମଧ୍ୟ ଦେଇ ଗତି କରୁଥିବା ବେଳେ ଭାରତ ଏକ ବିରଳ ଉଜ୍ଜ୍ୱଳ ସ୍ଥାନ ଭାବରେ ଉଭା ହୋଇଛି ବୋଲି ଜାତିସଂଘ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ‘ବିଶ୍ୱ ଆର୍ଥିକ ସ୍ଥିତି ଏବଂ ସମ୍ଭାବନା’ ଉପରେ ଜାତିସଂଘର ସଦ୍ୟତମ ବାର୍ଷିକ ରିପୋର୍ଟରେ ଭାରତକୁ ୬.୩ ଜିଡିପି ବିକାଶ ହାର ସହିତ ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥାର ମାନ୍ୟତା ଦିଆଯାଇଛି । ଆନୁମାନିକ ୬.୪ ପ୍ରତିଶତ ଅଭିବୃଦ୍ଧି ହାର ସହିତ ବିକାଶର ଏହି ଗତି ୨୦୨୬ ପର୍ୟ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି । ଅପରପକ୍ଷରେ, ବୃଦ୍ଧି ପାଉଥିବା ବାଣିଜ୍ୟିକ ଉତ୍ତେଜନା, ନୀତିଗତ ଅନିଶ୍ଚିତତା ଏବଂ ସୀମାପାର ନିବେଶରେ ହ୍ରାସ ମଧ୍ୟରେ ବିଶ୍ୱ ଅର୍ଥବ୍ୟବସ୍ଥାର ସମ୍ଭାବନା ଦୁର୍ବଳ ରହିଛି। ଭାରତର ବିକାଶ ହାର ସର୍ବାଧିକ ୬.୩% ଥିବା ବେଳେ ଚୀନର ୪.୬%, ଆମେରିକାର ୧.୬% ଏବଂ ବିଶ୍ୱ ଅର୍ଥବ୍ୟବସ୍ଥାର ବିକାଶ ହାର ୨.୪% ରହିଛି…
Author: Samikhsya Bureau
ପୁରାଣ ଗପ: ଥରେ ଇନ୍ଦ୍ର ଦେବ ଏକ ସଭା କରିବା ପାଇଁ ସମସ୍ତ ଦେବତାଙ୍କୁ ନିମନ୍ତ୍ରଣ ପଠାଇଲେ। ସେହି ନମନ୍ତ୍ରଣ ପତ୍ର ପାଇବା ପରେ ନିର୍ଦ୍ଧାରିତ ସମୟରେ ସବୁ ଦେବତାମାନେ ଧିରେ ଧିରେ ଇନ୍ଦ୍ର ସଭାକୁ ଆଗମନ କଲେ। ଇନ୍ଦ୍ରସଭାକୁ କେଉଁମାନେ ଆସୁଛନ୍ତି ତାହା ଦେଖିବା ପାଇଁ କାହିଁକି କେଜାଣି ଜଟାୟୁ ପକ୍ଷୀଙ୍କର ଇଚ୍ଛା ପ୍ରକଟ ହେଲା। ସେଥିପାଇଁ ସେ ଇନ୍ଦ୍ରସଭାର ଅଳ୍ପ ଦୂରରେ ଥିବା ଏକ ଗଛରେ ବସି ରହିଲେ। ଜଣଙ୍କ ପରେ ଜଣେ ଇନ୍ଦ୍ର ସଭାକୁ ଗମନ କରୁଥାନ୍ତି, ତାହା ସବୁ ନିରୀକ୍ଷଣ କରୁଥିଲେ ଜଟାୟୁ ପକ୍ଷୀ। ଶେଷରେ ଆସିଲେ ଯମ ରାଜା ବା ଯମ ଦେବ। ସେ ମଧ୍ୟ ସେହି ସଭାକୁ ନିମନ୍ତ୍ରିତ ହୋଇଥାନ୍ତି। ଯମ ଦେବ ତାଙ୍କ ମଇଁଷି ପିଠିରୁ ଓହ୍ଲାଇ ସଭା ଆଡକୁ ଗତି କଲେ। ହେଲ ହଠାତ ସେ ଏକ ଛୋଟିଆ ପକ୍ଷୀକୁ ଦେଖି ଅଟକିଗଲେ। କାହିଁକି ଅଟକିଲେ ବୋଲି ଜଟାୟୁ ଆଶ୍ଚର୍ଯ୍ୟ ହୋଇଗଲେ।…
ମେଷ- ନିଜ ଜିନିଷଗୁଡିକ ସୁରକ୍ଷିତ ରଖନ୍ତୁ। ବିପଦ ପୂର୍ଣ୍ଣ କାମ କରନ୍ତୁ ନାହିଁ । ନୂତନ ସମ୍ପର୍କ ପ୍ରତି ସତର୍କ ରୁହନ୍ତୁ । ବିରୋଧୀମାନେ ସକ୍ରିୟ ହେବେ। ବ୍ୟବସାୟିକ କ୍ଷେତ୍ର ବିକାଶ ଏବଂ ବିସ୍ତାର ହେବ। ଉପହାର ମିଳିପାରେ। ପିଲାମାନଙ୍କର ଚିନ୍ତା ଦୂର ହେବ। ଅପ୍ରତ୍ୟାଶିତ ଖର୍ଚ୍ଚ ହେବ। ଟେନସନ ରହିବେ। ଅନ୍ୟମାନଙ୍କ ଝଗଡାରେ ପଶନ୍ତୁ ନାହିଁ। ବୃଷ- ଅପ୍ରତ୍ୟାଶିତ ଲାଭ ହେବ। ଭ୍ରମଣ କରିବେ। ବାଣିଜ୍ୟିକ କିମ୍ବା ବ୍ୟକ୍ତିଗତ କାର୍ଯ୍ୟରେ ଏକ ମନୋରମ ଯାତ୍ରାରେ ଯାଇପାରନ୍ତି । ପଢିବାକୁ ଆଗ୍ରହ ବୃଦ୍ଧି ପାଇବ । ଅନ୍ୟମାନଙ୍କ ସହିତ ଜଡିତ ହୁଅନ୍ତୁ ନାହିଁ । ଆର୍ଥିକ ଅବସ୍ଥା ଭଲ ହେବ । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ବୟସ୍କ ଲୋକମାନେ ସାହାଯ୍ୟ କରିବେ । ମିଥୁନ- ବୟସ୍କ ଲୋକମାନେ ସାହାଯ୍ୟ କରିବେ । ବନ୍ଦ ହୋଇଥିବା କାର୍ଯ୍ୟଗୁଡ଼ିକ ଗତିଶୀଳ ହେବ । ଆଜିର ଦିନଟି ଭଲ…
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀର ନର୍ଥ ବ୍ଲକରେ ନୂତନ ମଲ୍ଟି ଏଜେନ୍ସି ସେଣ୍ଟର (ମାକ୍) କୁ ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଥିଲେ ଯେ ଅପରେସନ୍ ସିନ୍ଦୂର ହେଉଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି, ଗୁଇନ୍ଦା ଏଜେନ୍ସିର ସଠିକ ସୂଚନା ଏବଂ ଆମର ତିନି ସଶସ୍ତ୍ର ବାହିନୀର ତ୍ରୁଟିହୀନ ଆକ୍ରମଣ କ୍ଷମତାର ଏକ ଅନନ୍ୟ ପ୍ରତୀକ। ସେ କହିଥିଲେ ଯେ ଭାରତ ନିଜର ତିନି ସଶସ୍ତ୍ର ବାହିନୀ, ସୀମା ସୁରକ୍ଷା ବାହିନୀ ଏବଂ ସମସ୍ତ ସୁରକ୍ଷା ସଂସ୍ଥାକୁ ନେଇ ଗର୍ବିତ। ନିକଟରେ ଛତିଶଗଡ଼-ତେଲେଙ୍ଗାନା ସୀମାରେ କାରେଗାଟାଲୁ ପାହାଡ଼ (କେଜିଏଚ) ରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ଦ୍ୱାରା କରାଯାଇଥିବା ଐତିହାସିକ ନକ୍ସଲ ବିରୋଧୀ ଅପରେସନ ବିଷୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ, ନକ୍ସଲମାନଙ୍କ ବିରୋଧରେ…
ନୂଆଦିଲ୍ଲୀ: ଦେଶର ପ୍ରାୟ ୧୨୫ ରୁ ଅଧିକ ଶୀର୍ଷ ବ୍ୟବସାୟୀ ତୁର୍କୀ ଏବଂ ଆଜରବୈଜାନ ସହିତ ଯାତ୍ରା ଏବଂ ପର୍ଯ୍ୟଟନ ସମେତ ସମସ୍ତ ପ୍ରକାରର ବାଣିଜ୍ୟ ଏବଂ ବାଣିଜ୍ୟିକ ସମ୍ପର୍କ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ନୂଆଦିଲ୍ଲୀରେ ଅଲ୍ ଇଣ୍ଡିଆ ଟ୍ରେଡର୍ସ କନଫେଡେରେସନ ବା CAIT ଦ୍ୱାରା ଆହୂତ ବାଣିଜ୍ୟ ନେତାଙ୍କ ଏକ ଜାତୀୟ ସମ୍ମିଳନୀରେ ଏହି ନିଷ୍ପତ୍ତି ନିଆଯାଇଛି। ଏକ ବିବୃତ୍ତିରେ, CAIT କହିଛି, ଭାରତ ଏକ ସମ୍ବେଦନଶୀଳ ଏବଂ ଜଟିଳ ଜାତୀୟ ସୁରକ୍ଷା ପରିସ୍ଥିତିର ସମ୍ମୁଖୀନ ହେଉଥିବା ସମୟରେ ପାକିସ୍ତାନକୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବା ପାଇଁ ତୁର୍କୀ ଏବଂ ଆଜରବୈଜାନ ଦ୍ୱାରା ନିଆଯାଇଥିବା ସାମ୍ପ୍ରତିକ ଦୃଷ୍ଟିକୋଣର ପ୍ରତିକ୍ରିୟାରେ ଏହି ସଂକଳ୍ପ ନିଆଯାଇଛି। ଏଥିରେ କୁହାଯାଇଛି ଯେ, ଭାରତୀୟ ବାଣିଜ୍ୟ ସମ୍ପ୍ରଦାୟ ଏହାକୁ ଏକ ବିଶ୍ୱାସଘାତକତା ଭାବରେ ଦେଖିଛି। ବିଶେଷକରି ସଙ୍କଟକାଳୀନ ପରିସ୍ଥିତି ସମୟରେ ଭାରତ ଦ୍ୱାରା ଅତୀତରେ ଉଭୟ ଦେଶକୁ ପ୍ରଦାନ କରାଯାଇଥିବା ମାନବୀୟ ଏବଂ…
କୁଚିଣ୍ଡା: ସମ୍ବଲପୁର କୁଚିଣ୍ଡା ନିର୍ବାଚନମଣ୍ଡଳୀରେ ଆଜି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ୭୧ ଗୋଟି ପ୍ରକଳ୍ପରେ ୧୩୫ କୋଟି ଟଙ୍କାର ନିବେଶ ହୋଇଛି, ଯାହା ଡବଲ ଇଞ୍ଜିନ ସରକାରର ଏକ ଉପହାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶୁକ୍ରବାର କେନ୍ଦ୍ରୀୟ ବିଦ୍ୟାଳୟ, କୁଚିଣ୍ଡାର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ସହ ମନ୍ତ୍ରିମୁଣ୍ଡା ଠାରେ ୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କରିଛନ୍ତି । ଏହାବ୍ୟତୀତ ପ୍ରାୟ ୧୦୫ କୋଟି ଟଙ୍କା ବିନିମୟରେ ୭୧ ଗୋଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ କୁଚିଣ୍ଡାରେ ବହୁତ ଦିନରୁ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଲୋକମାନଙ୍କର ଅପେକ୍ଷା ରହିଥିଲା, ଯେଉଁ ଜନ ଆକାଂକ୍ଷାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂରଣ କରିଛନ୍ତି । ଚଳିତ ଶିକ୍ଷା ବର୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟର…
ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆରମ୍ଭ ହେଲା କୁକୁର ବନ୍ଧ୍ୟାକରଣ। ଆଜି ବିଏମସି ମୁଖ୍ୟାଳୟ ରେ ମେୟର ଶ୍ରୀମତୀ ସୁଲୋଚନା ଦାସ ଶ୍ବାନ ଉଦ୍ଧାର ଗାଡି କୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ସେମାନଙ୍କୁ ବନ୍ଧ୍ୟା କରଣ କରିବା ପାଇଁ ହାଇଦ୍ରାବାଦ ସ୍ଥିତ ଭେଟ୍ସ ସୋସାଇଟ୍ ଫର ଆନିମଲ ଓ୍ୱେଲଫେୟାର ଆଣ୍ଡ ରୁରାଲ ଡେଭଲପମେଣ୍ଟ(Vets Society for Animal welfare & Rural Development)କୁ କାର୍ଯ୍ୟାଦେଶ ଦିଆଯାଇଛି । ପ୍ରତି ମାସରେ ପ୍ରାୟ ୨ ହଜାର ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ସ୍ୱାସ୍ଥ୍ୟ ଓ ପରିମଳ ଶ୍ରୀ ବିରଞ୍ଚି ନାରାୟଣ ମହାସୁପକାର, ଅଭିଯୋଗ ଓ ସାମାଜିକ ନ୍ୟାୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷl ଶ୍ରୀମତୀ ବିନୟିନୀ ଜେନାଙ୍କ ସମେତ କର୍ପୋରେଟର, ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ l
ଭୁବନେଶ୍ବର: ଏମ୍ସ ଭୁବନେଶ୍ୱରରେ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ସଚେତନ ହେଲେ ଡେଙ୍ଗୁ ଭଳି ପ୍ରାଣଘାତୀ ଶତ୍ରୁ କବଳରୁ ମୁକ୍ତି ମିଳିପାରିବ। ଏନେଇ ଆଜି ଏମ୍ସ ପକ୍ଷରୁ ବ୍ୟାପକ ଜନଜାଗରଣ କାର୍ଯ୍ୟକ୍ରମ ଆୟୋଜିତ ହେବା ସହିତ ଜନସାଧାରଣଙ୍କୁ ଉଭୟ ଓଡ଼ିଆ ଓ ଇଂରାଜୀରେ ସଚେତନତାଧର୍ମୀ ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ (DGHS) ର ଜାତୀୟ ଭେକ୍ଟର ବର୍ଣ୍ଣ ରୋଗ ନିୟନ୍ତ୍ରଣ କେନ୍ଦ୍ର (NCVBDC) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୦୨୫ ସୁଦ୍ଧା ସାରା ଦେଶରେ ମୋଟ ୧୨,୦୪୩ ଡେଙ୍ଗୁ ମାମଲା ଏବଂ ୬ ଜଣଙ୍କର ମୃତ୍ୟୁ ରିପୋର୍ଟ ହୋଇଛି, ଯେଉଁଥିରେ ତାମିଲନାଡୁରୁ ସର୍ବାଧିକ ମାମଲା ରହିଛି। ଡେଙ୍ଗୁ ଓ ଭୂତାଣୁବାହୀ ରୋଗ କ୍ଷେତ୍ରରେ ଅନ୍ତର୍ଜାତୀୟ ବିଶେଷଜ୍ଞ ତଥା ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଡେଙ୍ଗୁ ମଶା ପ୍ରଜନନକୁ ରୋକିବା ନିମନ୍ତେ ଘର ଓ ପରିବେଶକୁ ପରିଷ୍କାର ରଖିବା…
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ୨୦୨୩ ବର୍ଷ ପାଇଁ ସଂସ୍କୃତ ବିଦ୍ୱାନ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରିଛନ୍ତି। ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଏବଂ ପ୍ରସିଦ୍ଧ ଉର୍ଦ୍ଦୁ କବି ଓ ଗୀତିକାର ଗୁଲଜାରଙ୍କୁ ୨୦୨୩ ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଉଭୟ ସାହିତ୍ୟିକଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ପୁରସ୍କାର ପାଇବାରେ ଖୁସି ପ୍ରକାଶ କରି କହିଥିଲେ ଯେ ତାଙ୍କ ସାହିତ୍ୟିକ କାର୍ଯ୍ୟକୁ ସ୍ୱୀକୃତି ମିଳିଛି।
ନୂଆଦିଲ୍ଲୀ: ଇସ୍ପାତ ମନ୍ତ୍ରଣାଳୟ ଏହାର କାର୍ଯ୍ୟରେ ସ୍ୱଚ୍ଛତା, ସୁଗମତା ଏବଂ ଦକ୍ଷତା ବୃଦ୍ଧି କରିବା ପାଇଁ ଡିଜାଇନ୍ କରାଯାଇଥିବା ନୂତନ ୱେବସାଇଟ୍ ଲଞ୍ଚ କରିଛି। କେନ୍ଦ୍ର ଇସ୍ପାତ ଏବଂ ଭାରୀ ଶିଳ୍ପ ମନ୍ତ୍ରୀ ଶ୍ରୀ ଏଚ୍.ଡି. କୁମାରସ୍ୱାମୀ ୧୬ ମଇ ୨୦୨୫ରେ ନୂଆଦିଲ୍ଲୀର ଉଦ୍ୟୋଗ ଭବନରେ ଇସ୍ପାତ ମନ୍ତ୍ରଣାଳୟର ନୂତନ ୱେବସାଇଟ୍ ଉନ୍ମୋଚନ କରିଛନ୍ତି। ଏହି ନୂତନ ୱେବସାଇଟ୍ ଏହାର କାର୍ଯ୍ୟରେ ସ୍ୱଚ୍ଛତା ଏବଂ ଦକ୍ଷତା ବୃଦ୍ଧି କରିବା ପାଇଁ ଡିଜାଇନ୍ କରାଯାଇଛି। ଏହି ନୂତନ ୱେବସାଇଟ୍ ଏହାର କାର୍ଯ୍ୟରେ ସ୍ୱଚ୍ଛତା, ସୁଗମତା ଏବଂ ଦକ୍ଷତା ବୃଦ୍ଧି କରିବା ପାଇଁ ଡିଜାଇନ୍ କରାଯାଇଛି। ନୂତନ ୱେବସାଇଟ୍ରେ ଏକ ଆଧୁନିକ, ବ୍ୟବହାରକାରୀ-ଅନୁକୂଳ ଇଣ୍ଟରଫେସ୍ ରହିଛି, ଯାହା ପରିଦର୍ଶକମାନଙ୍କ ପାଇଁ ନେଭିଗେଟ୍ କରିବା ଏବଂ ପ୍ରାସଙ୍ଗିକ ସୂଚନା ଖୋଜିବା ସହଜ କରିଥାଏ। ନୂତନ ଭାବରେ ଆରମ୍ଭ ହୋଇଥିବା ୱେବସାଇଟ୍ର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ: • ବ୍ୟବହାରକାରୀ-ଅନୁକୂଳ ଇଣ୍ଟରଫେସ୍: ଏହି ୱେବସାଇଟ୍ ସ୍ପଷ୍ଟ ଏବଂ…
ଭୁବନେଶ୍ବର: ହାଓଡ଼ା ଏବଂ ପୁରୀ ମଧ୍ୟରେ ଦ୍ରୁତ ଏବଂ ଅଧିକ ଆରାମଦାୟକ ରେଳ ଯାତ୍ରା ଉପଲବ୍ଧ କରାଇବା ପାଇଁ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ 22895/22896 ହାଓଡ଼ା-ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସରେ 25% କୋଚ୍ ବୃଦ୍ଧି ଘୋଷଣା କରିଛି। ଆଜିଠାରୁ, ହାଓଡ଼ା-ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ପୂର୍ବ ଗଠନ 16 କୋଚ୍ ବଦଳରେ 20 କୋଚ୍ ସହିତ ଚଳାଚଳ କରୁଛି ଯେଉଁଥିରେ 4ଟି ଅତିରିକ୍ତ ଏସି ଚେୟାର କାର୍ କୋଚ୍ ଯୋଡାଯାଇଅଛି। ଏହି କୋଚ ସଂଯୋଗ ବୃଦ୍ଧିରେ ଚାରୋଟି ଏସି ଚେୟାର କାର୍ କୋଚ୍ ଯୋଡାଯାଇଅଛି ଯାହାର ଲକ୍ଷ୍ୟ ଏହି ପ୍ରତିଷ୍ଠିତ ସେମି-ହାଇ-ସ୍ପିଡ୍ ଟ୍ରେନ୍ ସେବାରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି କରାଯାଇଛି। ଅପଗ୍ରେଡ୍ ରେକ୍ କମ୍ପୋଜିସନ୍ରେ ଏବେ 16ଟି ଏସି ଚେୟାର କାର୍ କୋଚ୍, 2ଟି ଏକଜିକ୍ୟୁଟିଭ୍ ଚେୟାର କାର୍ କୋଚ୍ ଏବଂ 2ଟି କ୍ରିୟୁ ଏବଂ ଏସି ଚେୟାର କାର୍ କୋଚ୍…
ଭୁବନେଶ୍ବର: ଖଣିଜ ସମ୍ପଦ ପରିପୂର୍ଣ୍ଣ ରାଜ୍ୟ ଭାବେ ଓଡିଶା ଭାରତ ବର୍ଷରେ ଏକ ଅଗ୍ରଣୀ ରାଜ୍ୟ। ଦେଶର ସର୍ବୋମୋଟ୍ ଖଣିଜ ସମ୍ପଦର ୪୧.୯ ପ୍ରତିଶତରୁ ଅଧିକ ଖଣିଜ ସମ୍ପଦ ଓଡିଶାରେ ମହଜୁଦ୍ ଅଛି। OMC, ୬୦ ବର୍ଷରୁ ଅଧିକ ସମୟ ଧରି ପ୍ରକୃତି କୋଳରୁ ଖଣିଜ ସମ୍ପଦ ଅନ୍ୱେଷଣ ଓ ଖଣି ଖନନ କାର୍ଯ୍ୟ ଦାୟିତ୍ୱପୂର୍ଣ୍ଣ ଭାବେ କରିଆସୁଛି। ରାଜ୍ୟକୁ ଅର୍ଥନୈତିକ ସ୍ତରରେ ସମୃଦ୍ଧ କରିବା ପାଇଁ OMCର ବଳିଷ୍ଠ ଅବଦାନ ରହିଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ OMCର ୭୦ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି। ଏହି ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୬୦ ଦଶକରେ ମାତ୍ର ୧କୋଟି ଟଙ୍କାର ଆର୍ଥିକ କାରବାର ସହିତ OMC ନିଜର ଯାତ୍ରା ଆରମ୍ଭ କରି ୨୦୨୪-୨୫ ଆର୍ଥିକ ବର୍ଷରେ…
ସମୀକ୍ଷା ବ୍ୟୁରୋ: ରାଜ୍ୟରେ ଆସନ୍ତା ୨ ରୁ ୩ ଘଣ୍ଟାରେ ପ୍ରବଳ ବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ପ୍ରଦାନ କରିଛି। ବିଭାଗ ୭ଟି ସହରକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ସେହି ସହରଗୁଡିକ ହେଲା କୋରାପୁଟ, କଟକ, ଖୋର୍ଦ୍ଧା, ନୟାଗଡ, ଜୟପୁର, ବାଲେଶ୍ବର, ଗଞ୍ଜାମ। ରାଜ୍ୟର ୧୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରି ହୋଇଛି। ଏସବୁ ଜିଲ୍ଲାକୁ କୁଆପଥର ମାଡ ସହ କାଳବୈଶାଖୀ ବର୍ଷା ହୋଇପାରେ । ଏହା ସହ ଘଣ୍ଟାକୁ ୬୦ରୁ ୭୦ କିମି ବେଗରେ ପବନ ବହିବା ନେଇ ସୂଚନା ରହିଛି । ଅନ୍ୟପଟେ ବଜ୍ରପାତରେ ୩ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ବଜ୍ରପାତ ନେଇଛି ଜୀବନ । ଆଈ ,ନାତୁଣୀଙ୍କ ସହ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ବୃଦ୍ଧ ଗୁରୁତର ହୋଇଥିବା ଜଣାପଡଛି ।
ସମ୍ବଲପୁର: ସମ୍ବଲପୁର ସ୍ଥିତ ଓୟୁଏଟି ଚିପିଲିମା କୃଷି ମହାବିଦ୍ୟାଳୟରେ ଉଦଘାଟିତ ନୂତନ ଅତ୍ୟାଧୁନିକ ସଭାଗୃହ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ କରିବା ସହ ଚାଷୀମାନଙ୍କ ଦକ୍ଷତା ବୃଦ୍ଧି କରିବାରେ ବେଶ୍ ସହାୟକ ହେବ ବୋଲି ଶୁକ୍ରବାର ଉକ୍ତ ଅଡିଟୋରିୟମକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓୟୁଏଟିର ଏହି ଚିପିଲିମା ଓୟୁଏଟି କ୍ୟାମ୍ପସ ହୀରା ସଦୃଶ ନୂଆ ନୂଆ ମେଧାବୀ ଛାତ୍ରୀଛାତ୍ରୀଙ୍କୁ ତିଆରି କରେ। ଏହି ଚିପିଲିମା କ୍ୟାମ୍ପସର ଭିତ୍ତିଭୂମିକୁ ଆହୁରି ଅଧିକ ମଜଭୂତ୍ କରିବା ପାଇଁ ରାଜ୍ୟ ସରକାର ଅତିରିକ୍ତ ୮୦ କୋଟି ଟଙ୍କା ଅନୁଦାନର ବ୍ୟବସ୍ଥା କରିଛନ୍ତି । ଏହି ଅର୍ଥ ହଷ୍ଟେଲ, ଏକାଡେମିକ ଏବଂ ପ୍ରଶାସନିକ ବ୍ଲକ ସହ ଛାତ୍ରଛାତ୍ରୀଙ୍କୁ ସୁବିଧା ହେବା ଭଳି ବିଭିନ୍ନ ଭିତ୍ତିଭୂମିର ବିକାଶ ଦିଗରେ ଖର୍ଚ୍ଚ କରାଯିବ। ଏହାବ୍ୟତୀତ ଆଜି ପ୍ରାୟ ୧୦ କୋଟି ୫୦ ଲକ୍ଷ ଟଙ୍କା ନିବେଶରେ ଅଡିଟୋରିୟମର…
ସମ୍ବଲପୁର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ସମ୍ବଲପୁର ଠାରେ ‘ଅପରେସନ ସିନ୍ଦୂର’ର ସଫଳତା ତଥା ଭାରତର ସେନାବାହିନୀଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆୟୋଜିତ ‘ପରାକ୍ରମ ଶୋଭାଯାତ୍ରା’ରେ ସାମିଲ ହୋଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଦଳର କାର୍ଯ୍ୟକର୍ତ୍ତା ଏବଂ ଜନସାଧାରଣଙ୍କ ସହ ‘ପରାକ୍ରମ ଶୋଭାଯାତ୍ରା’ରେ ସାମିଲ ହୋଇ ମୁଁ ଗର୍ବ ଅନୁଭବ କରୁଛି । ଏହି ଶୋଭାଯାତ୍ରା ଅପରେସନ ସିନ୍ଦୂରର ସଫଳତା, ଦେଶର ସୈନ୍ୟଶକ୍ତିର ଶୌର୍ଯ୍ୟ ଓ ପରାକ୍ରମକୁ ସମ୍ମାନ ଜଣାଇବାର ମହାନ ଅବସର । ‘ଅପରେସନ ସିନ୍ଦୂର’ ଜରିଆରେ ଭାରତର ପରାକ୍ରମକୁ ସାରା ବିଶ୍ୱ ଦେଖିଛି । ଭାରତର ସୈନିକ ଶକ୍ତି ନିଜର ପରାକାଷ୍ଠା ଦେଖାଇଛି । ଆମର ଭାରତୀୟ ସେନାମାନେ ନିପୁଣତାର ସହ ଆତଙ୍କବାଦୀ ତଥା ସେମାନଙ୍କୁ ପ୍ରଶୟ ଦେଉଥିବା ପାକିସ୍ତାନକୁ ଉଚିତ୍ ଜବାବ୍ ଦେଇଛି । ‘ଅପରେସନ ସିନ୍ଦୂର’ରେ ଭାରତୀୟ ସେନାର ପରାକ୍ରମ ସମଗ୍ର ଦେଶବାସୀଙ୍କୁ ଗର୍ବିତ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ନୂଆଦିଲ୍ଲୀ: ପାକିସ୍ତାନକୁ ଆର୍ଥିକ ସହାୟତା ପୁନଃବିଚାର କରିବାକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିକୁ ଭାରତ ଅନୁରୋଧ କରିଛି। ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ କହିଛନ୍ତି ଯେ ପାଣ୍ଠିର ଏକ ବଡ଼ ଅଂଶ ପାକିସ୍ତାନ ମଧ୍ୟରେ ଆତଙ୍କବାଦ ସମ୍ବନ୍ଧୀୟ ଭିତ୍ତିଭୂମିକୁ ସମର୍ଥନ କରିବା ପାଇଁ ବ୍ୟୟ ହେବ। ଆଜି ବାୟୁସେନା ଷ୍ଟେସନ ଭୁଜରେ ବାୟୁ ଯୋଦ୍ଧାମାନଙ୍କୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ଶ୍ରୀ ସିଂହ ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନାର ଦ୍ରୁତ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶଂସା କରିଥିଲେ, କହିଥିଲେ ଯେ ଏହା ଦେଶ ଏବଂ ବିଦେଶରେ ସମସ୍ତ ଭାରତୀୟଙ୍କୁ ଗର୍ବିତ କରିଥିଲା। ଶ୍ରୀ ସିଂହ କହିଥିଲେ ଯେ ପାକିସ୍ତାନରେ ଆଶ୍ରୟ ନେଇଥିବା ଆତଙ୍କବାଦୀ ଭିତ୍ତିଭୂମିକୁ ଭାଙ୍ଗିବା ପାଇଁ ବାୟୁସେନାକୁ ମାତ୍ର ୨୩ ମିନିଟ୍ ସମୟ ଲାଗିଥିଲା। ସେ ଜୋର ଦେଇ କହିଥିଲେ ଯେ ଏହି ଅଭିଯାନ ଆତଙ୍କବାଦ ବିରୁଦ୍ଧରେ ଏକ ଦୃଢ଼ ବାର୍ତ୍ତା ପଠାଇଥିଲା…
ବାଣପୁର: ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳର ପାନୀୟ ଜଳ ଯୋଗାଣ ଓ ନୂତନ ନଳକୂପ ଖନନ, ନଳକୂପର ମରାମତି ସମ୍ବନ୍ଧୀୟ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ସଂପର୍କରେ ସମୀକ୍ଷା କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ବିଶେଷକରି ବର୍ତ୍ତମାନ ଗ୍ରୀଷ୍ମ ଋତୁରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଓ ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟ ସୀମାରେ ସମାପ୍ତ କରିବା ଉପରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ। ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରାଥମିକତା ଦେଇଛନ୍ତି । ଏହାକୁ ସୁନିଶ୍ଚିତ କରିବା ପାଇଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ବିପୁଳ ପୁଞ୍ଜିନିବେଶ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ବାଣପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ରଣସିଂହ, ଚିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ…
ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଗୁରୁବାର ଦିନ କାମଚଳା ଆଫଗାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକିଙ୍କ ସହ ଟେଲିଫୋନରେ ଆଲୋଚନା କରିଥିଲେ। ଭାରତ ଦ୍ୱାରା ସରକାରୀ ଭାବରେ ସ୍ୱୀକୃତିପ୍ରାପ୍ତ ନ ହେଲେ ମଧ୍ୟ ତାଲିବାନ ପ୍ରଶାସନ ୨୨ ଏପ୍ରିଲରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିବାର କିଛି ଦିନ ପରେ ଏହି ଆଲୋଚନା ହୋଇଥିଲା, ଯେଉଁଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ନିନ୍ଦା ପାଇଁ “ଗଭୀର କୃତଜ୍ଞତା” ପ୍ରକାଶ କରି ଜୟଶଙ୍କର X ରେ ପୋଷ୍ଟ କରିଥିଲେ: “ମିଥ୍ୟା ଏବଂ ଭିତ୍ତିହୀନ ରିପୋର୍ଟ ମାଧ୍ୟମରେ ଭାରତ ଏବଂ ଆଫଗାନ ମଧ୍ୟରେ ଅବିଶ୍ୱାସ ସୃଷ୍ଟି କରିବାର ସାମ୍ପ୍ରତିକ ପ୍ରୟାସକୁ ତାଙ୍କର ଦୃଢ଼ ପ୍ରତ୍ୟାଖ୍ୟାନକୁ ସ୍ୱାଗତ।” ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଆଫଗାନ ଲୋକଙ୍କ ସହିତ ଭାରତର “ପାରମ୍ପରିକ ବନ୍ଧୁତା” ଏବଂ ଆଫଗାନସ୍ତାନର ବିକାଶ ଆବଶ୍ୟକତାକୁ ସମର୍ଥନ କରିବା ପାଇଁ ପୁନର୍ବାର ସମର୍ଥନ…
ନୂଆଦିଲ୍ଲୀ: ସିକିମର ରାଜ୍ୟ ଗଠନର ୫୦ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ X ରେ ଏକ ପୋଷ୍ଟରେ, ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ ସିକିମ “ଶାନ୍ତ ସୌନ୍ଦର୍ଯ୍ୟ” ସହିତ ଜଡିତ ଏବଂ ବିଭିନ୍ନ କ୍ଷେତ୍ରରେ “ପ୍ରୟାସ” କରିଛି।ୱସିକିମର ଲୋକମାନଙ୍କୁ ସେମାନଙ୍କ ରାଜ୍ୟ ପ୍ରତିଷ୍ଠା ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା। ଏହି ଅବସର ଆହୁରି ସ୍ୱତନ୍ତ୍ର କାରଣ ଆମେ ସିକିମର ରାଜ୍ୟ ଗଠନର ୫୦ତମ ବାର୍ଷିକୀ ପାଳନ କରୁଛୁ! ସିକିମ ଶାନ୍ତ ସୌନ୍ଦର୍ଯ୍ୟ, ସମୃଦ୍ଧ ସାଂସ୍କୃତିକ ପରମ୍ପରା ଏବଂ ପରିଶ୍ରମୀ ଲୋକଙ୍କ ସହିତ ଜଡିତ। ଏହା ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି କରିଛି। ଏହି ସୁନ୍ଦର ରାଜ୍ୟର ଲୋକମାନେ ସମୃଦ୍ଧ ହେଉ,” ପ୍ରଧାନମନ୍ତ୍ରୀ ତାଙ୍କ ପୋଷ୍ଟରେ କହିଛନ୍ତି।
ଭୁବନେଶ୍ବର: ରାଜ୍ୟ ସଭା ସଦସ୍ୟ ମୁନ୍ନା ଖାନ୍ ଦଳୀୟ ନିଷ୍ପତି ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଦଳ ଭିତରେ ଯେପରି କାର୍ଯ୍ୟ ଚାଲିଛି ତାହାକୁ ନେଇ ସେ ସନ୍ତୁଷ୍ଠ ନାହାଁନ୍ତି। ଗତକାଲି ସେ ନବୀନ ନିବାସ ଆସି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ସେ କୁଆଡେ ସଂଖ୍ୟା ଲଘୁ ସେଲ ପାଇଁ ଦିଆଯାଇଥିବା ପଦବୀରୁ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି। ନିକଟରେ ବିଜେଡି ତାଙ୍କୁ ବିଜେଡି ସଂଖ୍ୟାଲଘୁ ସେଲର ଯେଉଁ ପଦବୀ ଦେଇଛନ୍ତି ତାହାକୁ ନେଇ ସେ କୁଆଡେ ଅସନ୍ତୁଷ୍ଠ। କାରଣ ପୂର୍ବରୁ ସେ ବିଜେଡି ସଂଖ୍ୟାଲଘୁ ସେଲର ସଭାପତି ତଥା ଆବାହକ ରହିଥିଲେ। ହେଲେ ଏଥର ତାଙ୍କ ପଦବୀ ଖସାଇ ଦେଇ ଦକ୍ଷିଣ ଜୋନର ଆବାହକ କରାଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀପ ତିର୍କିଙ୍କୁ ସେଲର ଆବାହକ କରାଯାଇଛି। ସେଥିପାଇଁ ମୁନ୍ନା ଖାନଙ୍କ ସମର୍ଥକମାନେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ସେହିପରି ନିକଟରେ ୱାକଫ ବିଲ…
ନୂଆଦିଲ୍ଲୀ: ଭାରତ-ପାକ ଭିତରେ ଚାରି ଦିନିଆ ଯୁଦ୍ଧ ପରେ ତଥାକଥିତ ଆଣବିକ ଶକ୍ତି ସମ୍ପନ୍ନ ପାକିସ୍ତାନ ଉପରେ ଭାରତ ବିଜୟ ହାସଲ କରିପାରିଛି । ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ପାକିସ୍ତାନର କୌଣସି ଆଣବିକ ବ୍ଲାକମେଲକୁ ଭାରତ ସହ୍ୟ କରିିବ ନାହିଁ । ତେବେ ଏପ୍ରକାର ଆଣବିକ ବ୍ଲାକମେଲ ଛାୟାରେ ପାକିସ୍ତାନରେ କାମ କରୁଥିବା ବିଭିନ୍ନ ଆତଙ୍କୀ ଆଡ୍ଡାକୁ ଭାରତ ପ୍ରତିହତ କରିବ । ପାକିସ୍ତାନର ବିଭିନ୍ନ ଏୟାରବେସ ସମେତ ନିର୍ଦ୍ଦିଷ୍ଟ ଆତଙ୍କୀ ଆଡ୍ଡାରେ ଭାରତର ହମଲା ପ୍ରଧାନମନ୍ତ୍ରୀ ଏପ୍ରକାର ଦୃଢୋକ୍ତିକୁ ପ୍ରମାଣିତ କରୁଛି । ସୀମାପାର ଆତଙ୍କବାଦକୁ ପ୍ରତିହତ କରିବା ପାଇଁ ଅପରେସନ ସିନ୍ଦୂରର ଉଲ୍ଲେଖନୀୟ ଭୂମିକା ରହିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଆଧୁନିକ କାଳର ଯୁଦ୍ଧ ସମୟରେ ମରୁଭୂମି ଓ ପାର୍ବତ୍ୟାଂଚଳରେ ଭାରତ ପକ୍ଷରୁ ଉଚିତ ଜବାବ ଦିଆଯାଇ ଦେଶର ସାମରିକ ଶକ୍ତିକୁ ପ୍ରତିପାଦିତ କରାଯାଇଛି ।…

