Air India Plane Crash: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ନେଇ ଗୃହମନ୍ତ୍ରୀ ଅମିତ ଶାହ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କ ସହ କଥା ହୋଇଛନ୍ତି। ସେ ପରିସ୍ଥିତିର ସମୀକ୍ଷା କରିଥିଲେ ଏବଂ ସେମାନଙ୍କୁ ଅହମ୍ମଦାବାଦ ଯିବାକୁ କହିଥିଲେ। ବିମାନ ଦୁର୍ଘଟଣା ପରେ ପ୍ରଭାବିତ ଲୋକଙ୍କୁ ତୁରନ୍ତ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବା ନିଶ୍ଚିତ କରିବାକୁ ସେ ସେମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ନାଇଡୁ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ଯେ ସେ ସ୍ଥଳରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ତଦାରଖ କରିବା ପାଇଁ ଅହମ୍ମଦାବାଦ ଯାଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତ ସମ୍ପୃକ୍ତ ସଂସ୍ଥା ହାଇ ଆଲର୍ଟ ଅଛନ୍ତି ଏବଂ ସମନ୍ୱିତ ପ୍ରୟାସ ଚାଲିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଅହମ୍ମଦାବାଦରେ ଘଟିଥିବା ଦୁଃଖଦ ବିମାନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଶ୍ରୀ…
Author: Samikhsya Bureau
Air India Plane Crash: ଅହମଦବାଦରେ ଘଟିଥିବା ଭୟଙ୍କର ଦୁର୍ଘଟଣାର ନୂଆନୂଆ ଖବର ଆଗକୁ ଆସିବାରେ ଲାଗିଛି। ବର୍ତ୍ତମାନର ସୂଚନା ଅନୁସାରେ ବିମାନଟି ନିକଟରେ ଥିବା ଏକ ମେଡିକାଲ ହସପିଟାଲ ମେସ ଉପରେ ପଡିଯାଇ ବିସ୍ପୋରଣ ହୋଇଥିଲା। ଯାହାର ଭିଡିଓ ମଧ୍ୟ ପଦାକୁ ଆସିଛି। ତେବେ ସୂଚନା ଅନୁସାରେ ଏହି ଦୁର୍ଘଟଣା ଦିନ 1. 40 ମିନିଟରେ ଘଟିଥିଲା। ବିମାନଟି ବିମାନ ବନ୍ଦରରୁ ଉପରକୁ ଉଠିବା ପରେ ହଠାତ ତଳକୁ ଖସିଥିଲା। ଏ ନେଇ ପାଇଲଟ ବିମାନ ବନ୍ଦରକୁ ସୂଚନା ଦେଇଥିଲେ। ତେବେ ବିମାନଟି ଯେଉଁ କୋଠା ଉପରେ ପଡିଥିଲା ତାହା ହେଉଛି ବିଜେ ମେଡିକାଲ କଲେଜ ହଷ୍ଟେଲ ମେସ। ତେବେ ବିମାନଟି ଏହାର ଛାତ ଉପରେ ବିସ୍ପୋରଣ ହେଲା ବେଳକୁ ଛାତ୍ରମାନେ ସେତେବେଳେ ମଧ୍ୟାହ୍ନ ଭୋଜନ କରୁଥିଲେ। ଏହାର ଚିତ୍ର ବର୍ତ୍ତମାନ ବାହାରକୁ ଆସିଛି। ଟେବୁଲ ଉପରେ ଛାତ୍ରମାନଙ୍କର ଖାଇବା ପ୍ଲେଟ ଏ ପର୍ଯ୍ୟନ୍ତ ପଡିରହିଛି।ଏହାଦ୍ବାରା 20 ଜଣ ଛାତ୍ର…
Plane Crash Video: ଅହମଦାବାଦରେ ଘଟିଯାଇଥିବା ଭୟଙ୍କର ଦୁର୍ଘଟଣାର ଭିଡିଓ ଆସିଛି। ଏଥିରେ ବିମାନଟି କିପରି ଦୁର୍ଘଟଣା ଗସ୍ତ ହେଲା ତାହା ସ୍ପଷ୍ଟ ଜଣାପଡିଛି। ବିମାନଟି ବିମାନ ବନ୍ଦରରୁ ଯିବା ପରେ ତାହା ତଳକୁ ଖସିଥିଲା ଏବଂ ଗୋଟିଏ ଘରର ଛାତ ଉପରେ ମାଡ ହୋଇ ବିସ୍ପୋରଣ କରିଥିଲା। ଦେଖନ୍ତୁ ସେହି ଭିଡିଓ.. ଏହି ଏୟାରଇଣ୍ଡିଆର ବିମାନ B787 ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା । ଏଥିରେ ୨୪୨ ଜଣ ଯାତ୍ରୀ ଥିଲେ । ଯେଉଁଥିରେ ୨ ଜଣ ପାଇଲଟ୍ ଏବଂ ୧୦ କ୍ୟାବିନ୍ କ୍ରୁ ମଧ୍ୟ ସାମିଲ ଥିଲେ । ବିମାନଟିକୁ କ୍ୟାପଟେନ୍ ସୁମିତ ସାଭରବାଲ ଚଲାଉଥିବାବେଳେ, ତାଙ୍କୁ ସହଯୋଗ କରୁଥିଲେ ଫାଷ୍ଟ ଅଫିସର୍ କ୍ଲାଇବ୍ କୁନ୍ଦର ।
ଭୁବନେଶ୍ବର: ଗୋଟିଏ ପଟେ ରାଜ୍ୟ ସରକାର ନିଜର ବର୍ଷପୂର୍ତ୍ତି ପାଳନ କରୁଥିବା ବେଳେ ଅନ୍ୟପଟେ କଂଗ୍ରେସ ତାହାକୁ ତୀର ମାରିଛି। ସରକାର ବର୍ଷ ଏକ ଉପଲବ୍ଧି ଅନେକ ସ୍ଲୋଗାନ ଦେଉଥିବା ବେଳେ କଂଗ୍ରେସ ଏହାକୁ ସମାଲୋଚନା କରିଛି। କହିଛି ବର୍ଷ ଏକ ପ୍ରତାରଣା ଅନେକ। ଏ ନେଇ ଦଳ 23 ଟି ପ୍ରତାରଣାର ତାଲିକା ଜାରୀ କରିଛି। ତାହା ହେଲା କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ତାଲିକା ଜାରୀ କରିଛି କଂଗ୍ରେସ। ଏହି ସମ୍ମିଳନୀରେ କଂଗ୍ରେସ ସଭାପତି ଭକ୍ତ ଦାସ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ପ୍ରସାଦ ହରିଚନ୍ଦନ ଉପସ୍ଥିତ ଥିଲେ।
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ବେଶ ଧୂମଧାମରେ ପାଳିତ ହୋଇଯାଇଛି ଦେବସ୍ନାନ ପୂର୍ଣ୍ଣିମା। ପ୍ରାଚୀନ କାଳରୁ ସ୍ଥାପିତ ଶ୍ରୀ ଶ୍ରୀ ପତିତପାବନ ଦେବଙ୍କ ପିଠରେ ପ୍ରଭୃ ସୁବାସିତ ଜଳରେ ସ୍ନାନ କରିଥିଲେ। ଭକ୍ତମାନେ ଏକାଠି ହୋଇ ପ୍ରଭୃ ପତିତପାବନଙ୍କ ସ୍ନାନ ନିତିକୁ ନିର୍ଦ୍ଧାରିତ ସମୟରେ ଶେଷ କରିଥିଲେ। ତେବେ ଚାଷଙ୍ଗରାର ପତିତପାବନ ଦେବଙ୍କ ସ୍ନାନ ଯାତ୍ରାର ପ୍ରମୁଖ ଆକର୍ଷଣ ରହିଛି ଗଜା ମୁଆଁ ପୂଜା। ଏହିଦିନ ପ୍ରଭୃଙ୍କ ସ୍ନାନ ପରେ ବିଭିନ୍ନ ପ୍ରକାରର ମୁଆଁ ପୂଜା କରାଯିବାର ପରଂପରା ରହିଛି। ସେଥିପାଇଁ ଗ୍ରାମର ସମସ୍ତ ଭକ୍ତମାନେ ବିଭିନ୍ନ ସୁଗନ୍ଧିତ ମୁଆଁ ତିଆରି କରି ଭୋଗ କରାଇଥାନ୍ତି। ଏଥସହିତ ଦିନ ତମାମ ବିଭିନ୍ନ ସଂକୀର୍ତ୍ତନ ଦଳ ସଂକୀର୍ତ୍ତନ ପରିବେଷଣ କରିଥିଲେ। ଏହି ପରିପ୍ରେକ୍ଷୀରେ ପତିତପାବନ ନାଟ୍ୟ ସଂସଦ ତରଫରୁ ରାତିରେ ପରିବେଷଣ କରାଯିବ ନାଟକ “ସ୍ବାମୀ ପାଇଁ ପଛେ ନର୍କକୁ ଯିବି”।
ପୁରୀ: ଆସନ୍ତାକାଲିଠାରୁ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ମହାପ୍ରଭୁଙ୍କ ଅଣସର ଦର୍ଶନ ଆରମ୍ଭ ହେବ। ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। କୁହାଯାଏ ଯେ, ତିନିଠାକୁରଙ୍କୁ ଜର ହେବାରୁ ସେମାନେ ଅଣସର ଘରେ ଔଷଧ ସେବନ କରିବେ। ଏହି ସମୟରେ ଠାକୁର ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ। ସେଥିପାଇଁ ଭକ୍ତମାନେ ବ୍ରହ୍ମଗିରିସ୍ଥିତ ଅଲରାନାଥଙ୍କୁ ଦର୍ଶନ କରିବାକୁ ଯାଇଥାନ୍ତି। ଶ୍ରୀଜୀଉ ସ୍ନାନ ପରେ ଜ୍ବରରେ ପୀଡ଼ିତ ହୋଇଛନ୍ତି। ସେଥିପାଇଁ ଅଣସର ଘରେ ରହି ଚିକିତ୍ସା କରାଯିବ। ଏହି ସମୟରେ ତାଙ୍କୁ ଔଷଧ ଓ ଫୁଲ୍ଲରୀ ତେଲ ଲାଗି ହେବ। ଅଣସର ଘରେ ରହିବା ପରେ ଶ୍ରୀଗୁଣ୍ଡିଚା ଦିନ ଶ୍ରୀଜୀଉ ଅଣସର ଘରୁ ବାହାରି ରଥଯାତ୍ରାରେ ଯିବେ। ଶ୍ରୀଜୀଉଙ୍କ ଅଣସର ସମୟରେ ଶ୍ରୀଅଲରାନାଥଙ୍କ ଦର୍ଶନ କରାଯାଇଥାଏ। ମହାପ୍ରଭୁ ଅଣସର ଘରେ ରହିବା ପରେ ଏବେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପଟିଦିଅଁ ପୂଜା ପାଇବେ।
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଏକ ବଡ ନିଷ୍ପତି ଗ୍ରହଣ କରିଛନ୍ତି। ସେହି ଅନୁସାରେ ଏଣିକି ପାର୍ଟ ପ୍ଲଟ ବିକ୍ରି କରିପାରିବେ। ପୂର୍ବରୁ ଏହି ବିକ୍ରି ବନ୍ଦ କରିଦିଆଯାଇଥିଲା। ହେଲେ ବହୁ ଘଣ୍ଟାଚକଟା ପରେ ଏବେ ରାଜସ୍ବ ବିଭାଗ ଏହି ନିଷ୍ପତି ଗ୍ରହଣ କରିଛି। ଯେଉଁମାନେ ପାର୍ଟ ପ୍ଲଟ ବିକ୍ରି କରିବା ପାଇଁ ଚାହୁଛନ୍ତି ସେମାନେ ଏବେ ଆବେଦନ କରି ବିକ୍ରି କରିପାରିବେ। ତେବେ ବର୍ତ୍ତମାନ ୫ ହଜାର ୨୦୦ ସ୍କୋୟାର ଫୁଟ୍ ପାର୍ଟ ପ୍ଲଟ ବିକିବା ପାଇଁ ଅନୁମତି ଦିଆଯାଇଛି। ପ୍ଲଟିଂ କରି ବିକୁଥିଲେ ଲେଆଉଟ ପ୍ରସ୍ତୁତ କରିବାକୁ ପଡ଼ିବ । ୯ ମିଟର ରାସ୍ତା ଛାଡ଼ି ବିକିବାକୁ ହେବ । ଡ୍ରେନ, ପାର୍କିଂ, ଖାଲି ସ୍ଥାନ ପାଇଁ ଅନୁସାଙ୍ଗିକ ବ୍ୟବସ୍ଥା ରଖିଲେ ଆଉଟ କରି ବିଡିଏ କିମ୍ବା ଗ୍ରାମାଞ୍ଚଳରେ ବିଡ଼ିଓଙ୍କ ନିକଟରେ ଦାଖଲ ପରେ ବିକି ପାରିବେ।ତେବେ ଏ ନେଇ ଖୁବ ଶିଘ୍ର ଗେଜେଟ ନୋଟିଫିକେସନ କରାଯିବ। ଏହାପରେ…
ପୁରୀ: ଆଜି ହେଉଛି ଦେବସ୍ନାନ ପୂର୍ଣ୍ଣିମା। ଏହି ଦିନ ତିନିଠାକରୁ ସୁବାସିତ ଜଳରେ ସ୍ନାନ କରିଥାନ୍ତି। ଆଜି ନିର୍ଦ୍ଦାରିତ ସମୟରେ ମହାପ୍ରଭୃ ରତ୍ନ ମଣ୍ଡପରୁ ବାହାରି ସ୍ନାନ ମଣ୍ଡପକୁ ବିରାଜମାନ କରିଥିଲେ। ତିନି ଠାକୁର ସ୍ନାନ ମଣ୍ଡପରେ ବିଜେ କରିବା ପରେ ଆରମ୍ଭ ହୋଇଥିଲା ସ୍ନାନ ନୀତି। ଏହାପରେ ଶହେ ଆଠ ଗରା ପାଣିରେ ତିନିଠାକୁରଙ୍କ ସ୍ନାନ କରାଯାଇଥିଲା। ନୀତି ଅନୁସାରେ ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ଓ ବଳଭଦ୍ରଙ୍କୁ ୩୩ ଗରା ଜଳରେ ସ୍ନାନ କରାଯାଇଥିବା ବେଳେ ସୁଭଦ୍ରାଙ୍କୁ ୨୨ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ଜଳରେ ସ୍ନାନ କରାଯାଇଥିଲା । ଶ୍ରୀଜୀଉଙ୍କ ମହାସ୍ନାନ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପାରମ୍ପରିକ ରମଜାନରେ ବସି ସ୍ନାନ ମଣ୍ଡପରେ ପହଞ୍ଚି ଛେରା ପହଁରା କରି ଆଳତି କରିଥିଲେ। ସ୍ନାନ ନୀତି ସରିବା ପରେ ମହାପ୍ରଭୃଙ୍କୁ ହାତୀ ବେଶ ବା ଗଜନାନ ବେଶ କରାଯାଇଛି। ଏହି ବେଶରେ ବର୍ତ୍ତମାନ ଭକ୍ତମାନେ ଠାକୁରଙ୍କୁ…
ଭୁବନେଶ୍ବର: ଶ୍ରୀ ଗଣେଷ ହେଉଛନ୍ତି ଅଗ୍ରପୂଜା। ଯେତେ ପୂଜା କରାଯାଏ ପ୍ରଥମ ଗଣେଷଙ୍କୁ ହିଁ ଆବାହନ କରାଯାଇଥାଏ। ସେଥିପାଇଁ ସବୁଦେବାଦେବୀଙ୍କ ପୂଜା ପୂର୍ବରୁ ଶ୍ରୀ ଗଣେଷଙ୍କୁ ପୂଜା କରାଯାଇଥାଏ। ସେହିପରି ପ୍ରଭୃ ଶ୍ରୀ ଜଗନ୍ନାଥ ମଧ୍ୟ ଶ୍ରୀ ଗଣେଷଙ୍କୁ ବେଶ୍ ଭଲ ପାଆନ୍ତି। ସେଥିପାଇଁ ସେ ବର୍ଷରେ ଥରେ ଗଜାନନ ବେଶ ଧାରଣ କରିଥାଆନ୍ତି। ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଗଜାନନ ବେଶରେ ସଜ୍ଜିତ ହୁଅନ୍ତି। ତେବେ ଏହା ପଛରେ ଏକ କିମ୍ବଦନ୍ତୀ ରହିଛି। ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ। ସେ ଭଗବାନ ଗଣେଶଙ୍କର ଜଣେ ବଡ ଭକ୍ତ ଥିଲେ। ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ।…
ଭୁବନେଶ୍ବର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅଧ୍ଯକ୍ଷତାରେ ଓଡ଼ିଶାର ବହୁପରିଚିତ ସାମ୍ବାଦିକ ଶ୍ରୀ ଅରବିନ୍ଦ ଦାସ କଂଗ୍ରେସ ଦଳରେ ସାମିଲ ହେଲେ। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଦାସଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ଦଳକୁ ସ୍ବାଗତ କରିବା ସହ ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଶ୍ରୀ ଦାସ ଜଣେ ସାମ୍ବାଦିକ ଖାଲି ନୁହେଁ ସେ ଜଣେ ଛାତ୍ର ଜୀବନରୁ ରାଜନୀତି ଓ ସମାଜସେବା ପ୍ରତି ତାଙ୍କର ଶ୍ରଦ୍ଧା ରହିଛି। ସେ ମଧ୍ୟ ଜଣେ ଭଲ ଲେଖକ ଓ କଥାକାର ତାଙ୍କର କଂଗ୍ରେସ ଦଳର ଯୋଗଦାନ କଂଗ୍ରେସ ଦଳକୁ ଅଧୂକ ଶକ୍ତିଶାଳୀ କରିବ । ଶ୍ରୀ ଦାସ ତାଙ୍କ ପ୍ରତିଉତ୍ତରରେ କହିଥିଲେ ସେ ବଲାଙ୍ଗୀର ଜିଲ୍ଲାରେ ସର୍ବପୁରାତନ ମହାବିଦ୍ୟାଳୟ ରାଜେନ୍ଦ୍ର କଲେଜର ସାଧାରଣ ସମ୍ପାଦକ ଥିଲେ । ଛାତ୍ର ଜୀବନରେ ସେ ରାଜନୀତି କରିବାପାଇଁ ନିଷ୍ପତ୍ତି ନେଇଥିଲେ ମଧ୍ୟ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଅର୍ବାନ ପୋଲିସ ଆରକ୍ଷୀ ଉପଆୟୁକ୍ତ ଡିସିପିଙ୍କ ନବନିର୍ମିତ କାର୍ଯ୍ୟାଳୟର ଉଦ୍ଘାଟନ କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୨୭୨ ବର୍ଗମିଟର ଅଞ୍ଚଳରେ ୭ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ଚାରିମହଲା ବିଶିଷ୍ଟ ଏହି ନୂତନ କାର୍ଯ୍ୟାଳୟ ସୌଧଟି ନିର୍ମାଣ ହୋଇଛି । ଉଦ୍ଘାଟନୀ ଅବସରରେ ମୁଖ୍ୟମନ୍ତୀ କହିଛନ୍ତି ଯେ, ଏହି ନୂଆ ଭବନ ଲୋକମାନଙ୍କୁ ଉତ୍କୃଷ୍ଟ ସେବା ଦେବାରେ ସାହାଯ୍ୟ କରିବ । ଏଥିରେ ଭିନ୍ନକ୍ଷମ ଲୋକଙ୍କ ପାଇଁ ରାମ୍ପ, ସାଇବର ସେଲ, CCTNS ରୁମ୍, ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍, ଲିଗାଲ ସେଲ, ପାସର୍ପୋଟ ବିଭାଗ ଆଦି ସୁବିଧା ଉପଲବ୍ଧ କରାଯାଇଛି । ଏଥିସହିତ Conference Hall ଏବଂ ଟ୍ରେନିଂ ହଲ୍ର ସୁବିଧା ମଧ୍ୟ ରହିଛି । ଏହି ନୂଆ ଭବନଟି ପୋଲିସ ପ୍ରଶାସନକୁ ଦକ୍ଷତାର ସହ ଲୋକଙ୍କୁ ଠିକ୍ ସମୟରେ ସେବା ଯୋଗାଇ ଦେବାପାଇଁ ଉପଯୋଗୀ ହେବ ବୋଲି ସେ…
ଭୁବନେଶ୍ବର: ଶେଷରେ ଚାକିରୀରୁ ନିଲମ୍ବିନ ହେଲେ ଆଇଏଏସ ଶ୍ରୀ ଧିମାନ ଚକମା। ସେ କଳାହାଣ୍ଡି ଧର୍ମଗଡର ଉପଜିଲ୍ଲାପାଳ ଭାବେ ଜଣେ ବ୍ୟବସାୟୀଙ୍କଠାରୁ ଦଶ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ସେହି ସମୟରେ ରଙ୍ଗ ହାତରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କ ସରକାରୀ ବାସ ଭବନରୁ ପ୍ରାୟ 47 ଲକ୍ଷ ଟଙ୍କା ବାହାରିଥିଲା। ତାଙ୍କୁ ଆଇନ ଅନୁସାରେ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲଣ କରିଥିଲା। ସେଠାରେ ତାଙ୍କର ଜାମିନୀ ନାମାଞ୍ଜୁର ହେବାରୁ ତାଙ୍କୁ ଜେଲରେ ଭର୍ତ୍ତି କରାଯାଇଛି। ଏହାପରେ ଆଜି ତାଙ୍କୁ ଚାକିରୀରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଲମ୍ବିତ କରିଛନ୍ତି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ସରକାର ଏକ ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି। ଏ ନେଇ ଆଜି ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଥିଲେ। ଏଥିରେ ସେ ରାଜ୍ୟ ସରକାରଙ୍କ ବର୍ଷ ମଧ୍ୟରେ କଣ ସଫଳତା ହାସଲ କରାଯାଇଛି ତାହାର ଏକ ରୂପରେଖ ପ୍ରଦାନ କରିଥିଲେ। ସେ ସାମ୍ବାଦିକଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଜୁନ ୯, ୨୦୨୪ ସ୍ଵାଧୀନ ଭାରତର ରାଜନୈତିକ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ଏହି ଦିନ, ଦେଶର ସବୁଠାରୁ ଲୋକପ୍ରିୟ ଜନନାୟକ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଲଗାତାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଏବଂ ଗତକାଲି ମୋଦୀ ଜୀଙ୍କ ଦ୍ଵାରା ନେତୃତ୍ଵାଧୀନ ସରକାର ସଫଳତାର ସହିତ ୧୧ ବର୍ଷ ପୁରା କରିବା ସହିତ ତୃତୀୟ ପାଳିର ପ୍ରଥମ ବାର୍ଷିକୀ ପୂରଣ କରିଥିଲା। ୨୬, ମେ’ ୨୦୧୪ରେ ପ୍ରଥମ ଥର ପାଇଁ ଶପଥ ନେଇଥିବା…
ଭୁବନେଶ୍ବର: ଓଡିଶାର ମହାପୁରଷମାନେ ଜନ୍ମ ଗ୍ରହଣ କରିଥିବା ଗ୍ରାମଗୁଡିକ ପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟି ପଡିଛି। ଏଣିକି ସେହି ଗ୍ରାମଗୁଡିକ ଚିହ୍ନଟ କରାଯାଇ ବିକଶିତ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାୟକ। ସେ କହିଛନ୍ତି ଯେ ଏହି କାର୍ଯ୍ୟ ସଂସ୍କୃତି ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ପରି ବହୁ ବିଭାଗର ମିଳିତ ସହଯୋଗରେ କରାଯିବ। ବର୍ତ୍ତମାନ ଓଡିଶାର ବହୁ ମହାପୁରୁଷ ଜନ୍ମ ଗ୍ରହଣ କରିଥିବା ଗ୍ରାମଗୁଡିକ ଅବହେଳିତ ହୋଇ ପଡିରହିଛି। ସେହି ଗ୍ରାମବାସୀ ଯେଉଁ ଗର୍ବ କରିବା କଥା ତାହା ହୋଇପାରୁ ନାହିଁ। ସେଥିପାଇଁ ରାଜ୍ୟ ସରକାର ସେହି ଗ୍ରାମଗୁଡିକ ଚିହ୍ନଟ କରି ବିକାଶ କରିବେ। ଏହି ଚିହ୍ନଟ ପକ୍ରିୟା ପଞ୍ଚାୟତିରାଜ ବିଭାଗ ଓ ସଂସ୍କୃତି ବିଭାଗ ମିଳିତ ଭାବେ କରିବେ। ଖୁବ ଶିଘ୍ର ଏହାର ରୂପରେଖ ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି।
ଭୁବନେଶ୍ବର: ପ୍ରକାଶ ପାଇଛି ୧୨୫ଟି ହୋମଗାର୍ଡ ପାଇଁ ନିଯୁକ୍ତି। କୋରାପୁଟ ଜିଲ୍ଲା ପାଇଁ ଏହି ନିଯୁକ୍ତି ପ୍ରଦାନ କରାଯିବ। ସେଥିପାଇଁ କୋରାପୁଟ ପୋଲିସ ତରଫରୁ ଏହି ନିଯୁକ୍ତି ପ୍ରକାଶ କରାଯାଇଛି। ଆଜିଠାରୁ ଅର୍ଥାତ ୧୦ ତାରିଖରୁ ପ୍ରାର୍ଥୀମାନେ କୋରାପୁଟ କମାଣ୍ଡାଣ୍ଟ ହୋମଗାର୍ଡସ ଅଫିସରେ ଆବେଦନ ଦାଖଲ କରିପାରିବେ। ଏହି ଦାଖଲ ଆସନ୍ତା ୨୫ ତାରିଖ ପର୍ୟ୍ୟନ୍ତ ଚାଲିବ। ଏଥିରେ ପ୍ରାର୍ଥୀଙ୍କ ବୟସ ସୀମା ୨୦ ବର୍ଷରୁ କମ ହୋଇ ନ ଥିବା ୬୦ ବର୍ଷରୁ ଅଧିକ ହୋଇ ନ ଥିବ। ହେଲେ ପ୍ରାର୍ଥୀ କୋରାପୁଟର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ। ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ୫ମ ପାଶ କରିଥିବା ଆବଶ୍ୟକ। ଏଥିସହିତ ଯେଉଁମାନେ ଟେଲରିଂ, ବିନ୍ଧାଣୀ, ଇଲଟ୍ରିକସିଆନ, ପାଇପ ମିସ୍ତ୍ରୀ, ଏସି କାରୀଗର ପ୍ରଭୃତି ଦକ୍ଷତା ଥିବ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ। ବିସ୍ତୁତ ବିବରଣୀ ପାଇଁ ତଳ ଲିଙ୍କକୁ କ୍ଲିକ କରନ୍ତୁ। କ୍ଲିକ କରନ୍ତୁ- କୋରାପୁଟ ଜିଲ୍ଲାପାଇଁ ହୋମଗାର୍ଡ ନିଯୁକ୍ତି ସୂଚନା
Reliance Trends Raja Offer: ଉତ୍ସବ ଋତୁରେ ଗ୍ରାହକଙ୍କ ପାଇଁ ଖୁସି ଓ ଆନନ୍ଦ ଆଣିବା ନିମନ୍ତେ ଭାରତର ସର୍ବବୃହତ ଓ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ ର ପୋଷାକ ଓ ଆସେସୋରିଜ୍ ସ୍ପେସାଲିଟି ଚେନ୍ ‘ଟ୍ରେଣ୍ଡ୍ସ’ ପକ୍ଷରୁ ‘ରଜ ମଉଜ ଓ ଶ୍ରେଷ୍ଠ ରଜ ଲୁକ୍ସ ପ୍ରତିଯୋଗିତା’ ସହ ରଜ ଅଭିଯାନ ଶୁଭାରମ୍ଭ ଘୋଷଣା କରାଯାଇଛି। ରଜ ଅଭିଯାନକୁ ଗ୍ରାହକଙ୍କ ପାଇଁ ଅଧିକ ରୋମାଞ୍ଚକର ଏବଂ ଲାଭଦାୟକ କରିବା ପାଇଁ ଟ୍ରେଣ୍ଡ୍ସ ଏକ ସ୍ୱତନ୍ତ୍ର ପଦକ୍ଷେପ ଆରମ୍ଭ କରିଛି ଯେଉଁଥିରେ ୩,୪୯୯/- ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର କିଣାକିଣି କରୁଥିବା ଗ୍ରାହକମାନେ ମାତ୍ର ୨୪୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଇପାରିବେ। ଏଥିସହ ଏହି ଅବଧି ମଧ୍ୟରେ ଗ୍ରାହକମାନେ ଶ୍ରେଷ୍ଠ ରଜ ଲୁକ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଆକର୍ଷଣୀୟ ପୁରସ୍କାର ମଧ୍ୟ ଜିତିପାରିବେ । ଟ୍ରେଣ୍ଡ୍ସ ଗ୍ରାହକମାନଙ୍କ ଠାରୁ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଆବେଦନ ଆମନ୍ତ୍ରଣ…
ଭୁବନେଶ୍ୱର: ଦିବଂଗତ ରାଜନେତା ତଥା ଓଡ଼ିଶା ବିଜେପିର ପ୍ରଥମ ବିଧାୟକ ଶ୍ରୀ ପ୍ରସନ୍ନ ପଟ୍ଟନାୟକ ଏବଂ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ରଫିକଙ୍କ ଉଦ୍ଦେଶ୍ୟରେ ରାଜ୍ୟ କାର୍ଯ୍ୟାଳୟରେ ଆଜି ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସେମାନଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ମନୋଭାବ କାର୍ଯ୍ୟକର୍ତାଙ୍କୁ ପ୍ରେରଣା ଯୋଗାଇବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ରାଜ୍ୟ ସଭାପତି ଶ୍ରୀ ସାମଲ ଉଭୟ ନେତାଙ୍କ ସୃତି ଚାରଣ କରି କହିଛନ୍ତି ଯେ, ଦଳ ପାଇଁ ସ୍ୱର୍ଗତଃ ପଟ୍ଟନାୟକ ଓ ରଫିକଙ୍କ ଅବଦାନ ସର୍ବଦା ଚିରସ୍ମରଣୀୟ। ଦଳକୁ ତ୍ରୁଣମୂଳସ୍ତରରେ ମଜ୍ଭୁତ କରିବାରେ ଶ୍ରୀ ପଟ୍ଟନାୟକଙ୍କ ଭୂମିକା ଅତୁଳନୀୟ। ରାଜ୍ୟ ବିଜେପିର ପ୍ରଥମ ନିର୍ବାଚନରେ ସ୍ୱର୍ଗତଃ ପଟ୍ଟନାୟକ କାମାକ୍ଷାନଗରରୁ ବିଜୟୀ ହୋଇ ଦଳ ପାଇଁ ମୂଳଦୁଆ ପକାଇଥିଲେ । ସେ ଦଳର ସଂଘର୍ଷମୟ ଯାତ୍ରା ବେଳେ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ଥିଲେ। ସେହିପରି ସ୍ୱର୍ଗତଃ ରଫିକ୍ ୨୦୦୪ରୁ ୨୦୦୯…
ଭୁବନେଶ୍ୱର: ନବରଂଗପୁରର ତେନ୍ତୁଳିଖୁଂଟି ବ୍ଲକ ଅଧ୍ୟକ୍ଷା ନିଲେନ୍ଦ୍ରୀ ନାୟକ, ଉପାଧ୍ୟକ୍ଷ ରାଜନ୍ଦ୍ରେ ବିଶୋଇ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ସେମାନଙ୍କ ସମେତ ଅମଳାଭଟା ଗ୍ରାମପଂଚାୟତ ସମିତି ସଭ୍ୟା ବିଦୁସ୍ମିତା ଜାନି, କାମତା ପଂଚାୟତ ସମିତି ସଭ୍ୟା, ମଂଚାଗାଁ ପଂଚାୟତ ସରପଂଚ ତିରୁପତି ମହାନ୍ତି, ବିଜେଡି କର୍ମୀ, ଜି.ସତ୍ୟମ ନାଇଡୁ, ଗୋଲକ ନାୟକ, ସିନ୍ଦୁ ନାୟକ, ଲମ୍ବୋଦର ନାୟକ, ପୁରଷୋତମ ଜାନି, ପଦଲାମ ସଗରିଆ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଏହି ମିଶ୍ରଣ ପର୍ବରେ ନବରଂଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝି, ବିଧାୟକ ଗୌରୀ ଶଙ୍କର ମାଝି, ବିଧାୟକ ରୂପ ଭତ୍ରା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବିରଂଚି ନାରୟଣ…
ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ତାହାର ଉନ୍ନତିକରଣ ଓ ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ ସମ୍ପର୍କରେ ତଦାରଖ କରି ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ ବିଶେଷକରି ଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ଗୁଣ୍ଡିଚା ମନ୍ଦିରର ସିଂହଦ୍ବାର ପାର୍ଶ୍ଵରେ ନିର୍ମାଣ କରାଯାଉଥିବା ସୂଚନା କେନ୍ଦ୍ର ଏବଂ ସମ୍ମୁଖ ଭାଗ ପାଚେରୀରେ ଖଣ୍ଡେଲାଇଟ ପଥର ସ୍ଥାପନ ଇତ୍ୟାଦି କାର୍ଯ୍ୟର ଅଗ୍ରଗତି ଉପରେ ତଦାରଖ କରିଛନ୍ତି। ଏହି ଅବସରରେ ପୁରୀ ସାଂସଦ ଡ଼ାଃ ସମ୍ବିତ ପାତ୍ର, ବ୍ରହ୍ମଗିରିର ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ଼ଃ ଅରବିନ୍ଦ ପାଢୀ, ଆଇନ୍ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ବାରିକଙ୍କ ସମେତ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।
Reliance Jewels Raja Offer: ଭାରତର ଅନ୍ୟତମ ସର୍ବାଧିକ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ରିଲାଏନ୍ସ ଜୁଏଲ୍ସ ସ୍ୱତନ୍ତ୍ର ପାର୍ବଣ ଅଫର ସହିତ ନାରୀତ୍ୱ, ସମୃଦ୍ଧତା ଓ ମୌସୁମୀର ଆଗମନକୁ ପାଳନ କରୁଥିବା ପ୍ରିୟ ଓଡିଆ ପର୍ବ ରଜ ପର୍ବ ଉତ୍ସବ ପାଳନରେ ସାମିଲ ହୋଇଛି। ଏହି ଶୁଭ ଅବସରର ସମ୍ମାନରେ ବ୍ରାଣ୍ଡ ପକ୍ଷରୁ ସ୍ୱତନ୍ତ୍ର ଭାବେ ନିର୍ମିତ ସୁନ୍ଦର ଚୁଡ଼ି ବା ବ୍ୟାଙ୍ଗଲଗୁଡିକର ଏକ ରେଞ୍ଜ ବା ସମ୍ଭାରର ଶୁଭାରମ୍ଭ କରାଯାଇଛି। ଓଡିଶାରେ ୧୪ଟି ଶୋରୁମର ଏକ ମଜବୁତ ଉପସ୍ଥିତି ସହିତ ଏହି ବ୍ରାଣ୍ଡ ପରମ୍ପରା, ଭାବନା ଓ କାରିଗରୀକୁ ପ୍ରତିଫଳିତ କରୁଥିବା ଅଳଙ୍କାର ମାଧ୍ୟମରେ ଏହି ଉତ୍ସବକୁ ଗ୍ରାହକଙ୍କ ନିକଟତର କରିଛି। ଏହି ଉତ୍ସବ ପାଳନର ଅଂଶ ଭାବେ ଗ୍ରାହକମାନେ ସୁନା ଚୁଡ଼ି (ବ୍ୟାଙ୍ଗଲ) ର ମେକିଂ ଚାର୍ଜ ଉପରେ ଫ୍ଲାଟ ୫୦ ପ୍ରତିଶତ ରିହାତି ଏବଂ ହୀରା ମୂଲ୍ୟ ଓ ମେକିଂ ଚାର୍ଜ ଉପରେ ୩୫ ପ୍ରତିଶତର ରିହାତି…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ଜିଲ୍ଲା ପ୍ରଦକ୍ଷଣ ଗୃହ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ଜିଲ୍ଲାର ପ୍ରଶାସନର କାର୍ଯ୍ୟ ବିଷୟରେ ସମୀକ୍ଷା କରିଛନ୍ତି ଓ ଘୋଷଣା କରିଛନ୍ତିଯେ ରାଜ୍ୟ ସରକାରଙ୍କ ଦ୍ଵିତୀୟ ବର୍ଷର ଆରମ୍ଭ କେନ୍ଦ୍ରାପଡ଼ା ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟ ଆରମ୍ଭରୁ ହିଁ ହେବ। ସମୀକ୍ଷାରୁ ଜଣା ଯାଇଛି ଯେ, କେନ୍ଦ୍ରାପଡ଼ା ଜିଲ୍ଲାରେ ଜଳ ସମ୍ପଦର ବିକାଶ ହେବା ପାଇଁ ଏବଂ ଏହି ଜିଲାରେ ଶିଳ୍ପର ବିକାଶ ପାଇଁ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ। କେନ୍ଦ୍ରାପଡ଼ା ଅଂଚଳରେ ଥିବା ହେନ୍ତାଳ ଜଙ୍ଗଲକୁ ଆହୁରି ବ୍ୟାପକ କରିବା ପାଇଁ ଏବଂ ଭିତରକନିକା ଓ ଗହୀରମଥା ଅଂଚଳରେ ଇକୋ ଟୁରିଜିମକୁ ଆହୁରି ତ୍ୱରାନ୍ୱିତ କରାଯିବ। ଖୁବ୍ ଶୀଘ୍ର ବିଭିନ୍ନ ନୂତନ ପ୍ରକଳ୍ପ ଗୁଡ଼ିକ ଏହି ଜିଲ୍ଲାରେ ଉଦ୍ଘାଟନ ହେବା ପାଇଁ ଯାଉଛି ଏବଂ…

