ଭୁବନେଶ୍ୱର: ଆଇଆଇଟି ଭୁବନେଶ୍ୱର ୨୮ ମଇ ୨୦୨୫ରେ ଏହାର ଅରଗୁଳ କ୍ୟାମ୍ପସ ଅଡିଟୋରିୟମରେ ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ଏକ ଅଗ୍ରଣୀ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ୟୁନିସେଫ୍, ଆୟୁରାରୋଗ୍ୟ ସୌଖ୍ୟମ ଫାଉଣ୍ଡେସନ, ଆକ୍ସନ ଲ୍ୟାବ ୨୦୫୦ ଫାଉଣ୍ଡେସନ ଏବଂ ଓଡ଼ିଶା ମାସିକ ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ ପରିଷ୍କାର ପରିଚ୍ଛନ୍ନତା ଆଲାଏନ୍ସର ସହଯୋଗରେ ଆଇଆଇଟି ଭୁବନେଶ୍ୱର ରିସର୍ଚ୍ଚ ଆଣ୍ଡ ଏଣ୍ଟରପ୍ରିନିୟରସିପ୍ ପାର୍କ ଦ୍ୱାରା “ପ୍ରୋଜେକ୍ଟ ପିରିୟଡ୍: ସାନିଟେସନ୍, ହେଲ୍ଥ ଆଣ୍ଡ୍ ହାଇଜିନ୍, ଆଣ୍ଡ୍ ଏନଭାରନମେଣ୍ଟ୍ (SHE)” ଅଭିଯାନ ଅଧୀନରେ ଆୟୋଜିତ ଏହି ସମ୍ମିଳନୀ ବିଶ୍ୱସ୍ତରୀୟ ବିଶେଷଜ୍ଞ, ଏନଜିଓ, ନୀତି ନିର୍ଦ୍ଧାରକ, ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଏବଂ ଶିକ୍ଷକମାନଙ୍କୁ ଏକତ୍ରିତ କରି ଋତୁସ୍ରାବ ସ୍ୱାସ୍ଥ୍ୟ ସମ୍ପର୍କରେ ପ୍ରଭାବଶାଳୀ ଆଲୋଚନା ଏବଂ କାର୍ଯ୍ୟ ପରିଚାଳନା କରିବ। ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାକୁ ସମ୍ମତି ପ୍ରଦାନ କରିଛନ୍ତି। ଏହି ଏକଦିନିଆ କାର୍ଯ୍ୟକ୍ରମରେ ଋତୁସ୍ରାବ…
Author: Samikhsya Bureau
ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କର୍ଣ୍ଣାଟକରେ ଆଗୁଆ ପ୍ରବେଶ କରିଛି। ଉପକୂଳ କର୍ଣ୍ଣାଟକରେ ପ୍ରବଳ ବର୍ଷା ହୋଇଛି। ମାଙ୍ଗାଲୁରୁ, ପାନାମ୍ବୁର ଏବଂ କରୱାରରେ ସର୍ବାଧିକ ବର୍ଷା ହୋଇଛି। ପାଣିପାଗ ବିଭାଗ ଉପକୂଳବର୍ତ୍ତୀ ଅଞ୍ଚଳରେ ରେଡ୍ ଆଲର୍ଟ ଜାରି କରିଛି। ଦକ୍ଷିଣ କନ୍ନଡ ଜିଲ୍ଲାରେ ଅବିରତ ବର୍ଷା ଏବଂ ଝଡ଼ ପବନ ହେବାରୁ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିଛି ଏବଂ ବିଦ୍ୟୁତ୍ ଖୁଣ୍ଟକୁ ଭାଙ୍ଗିଯାଇଛି। ନେତ୍ରାବତୀ, କୁମାରଧାରା ଏବଂ ଫାଲଗୁନି ନଦୀ ଉଚ୍ଚ ସ୍ତରରେ ପ୍ରବାହିତ ହେଉଛି। ଚିକମଙ୍ଗାଲୁରରେ ମୁଶଳଧାରାରେ ବର୍ଷା ସାଧାରଣ ଜୀବନକୁ ବାଧାପ୍ରାପ୍ତ କରିଛି। ନିରନ୍ତର ବର୍ଷା ସହିତ ଝଡ଼ ପବନ ଗଛ ଉପୁଡ଼ିବା ଏବଂ ବିଦ୍ୟୁତ୍ କାଟ ହୋଇଛି। ଗାଡ଼ି ଉପରେ ଗଛ ପଡ଼ିବା ଦ୍ବାରା ଜଣେ ଅଟୋରିକ୍ସା ଚାଳକଙ୍କ ମୃତ୍ୟୁ ହୋଇଛି। ବୁଡ଼ି ରହିଥିବା ରାସ୍ତା ଯୋଗୁଁ ହେମାବତୀ ଶାଖା ନଦୀରେ ଦୁଇଟି କାର ଖସି ପଡ଼ିଛି। କବିକାଲ ଗାନ୍ଧୀ ରାସ୍ତା ନିକଟରେ ଭୂସ୍ଖଳନ ହୋଇଥିବା…
ନୂଆଦିଲ୍ଲୀ: ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ରାଷ୍ଟ୍ର ହୋଇପାରିଛି। ଜାପାନକୁ ପଛରେ ପକାଇ ଭାରତ ଏହି ସ୍ଥିତିକୁ ଉତୀର୍ଣ୍ଣ ହୋଇଛି।। ନୀତି ଆୟୋଗର ସିଇଓ ବି.ଭି.ଆର. ସୁବ୍ରହ୍ମଣ୍ୟମ୍ କହିଛନ୍ତି, ଭାରତ ଆଗାମୀ ୨.୫ ରୁ ୩ ବର୍ଷ ମଧ୍ୟରେ ତୃତୀୟ ସ୍ଥାନରୁ ଜର୍ମାନୀକୁ ହଟାଇବାକୁ ପ୍ରସ୍ତୁତ। ଗତକାଲି ନୂଆଦିଲ୍ଲୀରେ ନୀତି ଆୟୋଗର ଦଶମ ଗଭର୍ଣ୍ଣିଂ କାଉନସିଲ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଥିଲେ ଯେ ଆଇଏମଏଫ ତଥ୍ୟ ଅନୁଯାୟୀ ଭାରତ ଏବେ ‘ଚାର ଟ୍ରିଲିୟନ ଡଲାର’ ଅର୍ଥନୀତି। ସେ କହିଛନ୍ତି, କେବଳ ଆମେରିକା, ଚୀନ୍ ଏବଂ ଜର୍ମାନୀର ଅର୍ଥନୀତି ଭାରତଠାରୁ ବଡ଼। ଆଇଏମଏଫ ଏହାର ସାମ୍ପ୍ରତିକ ରିପୋର୍ଟରେ କହିଛି ଯେ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ରହିବ। ଏହି ମାସର ଆରମ୍ଭରେ ବିଶ୍ୱ ଅର୍ଥନୀତି ଆଉଟଲୁକ୍ ରିପୋର୍ଟରେ ଆଇଏମଏଫ କହିଛି ଯେ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବରେ…
ଭୁବନେଶ୍ୱର: ଅତୀତ କେବଳ ଇତିହାସ ନୁହେଁ, ବରଂ ଆଧୁନିକ ବିଶ୍ୱ ସମସ୍ୟାର ମୁକାବିଲା ପାଇଁ ପ୍ରେରଣା ଦିଏ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି । ଚଳିତ ମଇ ୨୫ ତାରିଖ ଦିନ ଭୁବନେଶ୍ୱର ଠାରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଅଫ୍ ମିଡ଼ିଆ ଷ୍ଟଡ଼ିଜର ମିଳିତ ଆନୁକୂଲ୍ୟରେ “କଳିଙ୍ଗ ଏବଂ ଦକ୍ଷିଣ-ପୂର୍ବ ଏସିଆ – ସଭ୍ୟତା ସଂଯୋଗ” ଶୀର୍ଷକ ସମ୍ପର୍କିତ ଭାରତୀୟ ସାଂସ୍କୃତିକ ଐତିହ୍ୟ ଉପରେ ଆଧାରିତ ତୃତୀୟ ଅନ୍ତର୍ଜାତୀୟ ସମ୍ମିଳନୀର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି । “କଳିଙ୍ଗ ଏବଂ ଦକ୍ଷିଣ-ପୂର୍ବ ଏସିଆ- ସଭ୍ୟତା ସଂଯୋଗ” ଉପରେ ରାଜ୍ୟପାଳ ଆଲୋକପାତ କରି କହିଥିଲେ ଯେ ପ୍ରାଚୀନ କଳିଙ୍ଗର ସାମୁଦ୍ରିକ ପରମ୍ପରା ଦକ୍ଷିଣ-ପୂର୍ବ ଏସିଆର ପରିବେଶଗତ ଏବଂ ବିକାଶମୂଳକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାରେ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଇଥାଏ ।…
Mann Ki Baat: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ସଦ୍ୟତମ ସଂସ୍କରଣରେ ଅପରେସନ ସିନ୍ଦୂରର ସଫଳତାକୁ ପ୍ରଶଂସା କରି ଏହାକୁ ଆତଙ୍କବାଦ ବିରୁଦ୍ଧରେ ଭାରତର ଲଢ଼େଇରେ ଏକ ଐତିହାସିକ ମୁହୂର୍ତ୍ତ ଭାବରେ ପ୍ରଶଂସା କରିଛନ୍ତି। ଏହି ଅପରେସନକୁ ଜାତୀୟ ସଂକଳ୍ପ ଏବଂ ସାହସର ପ୍ରତୀକ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହା ସାରା ବିଶ୍ୱରେ ନୂତନ ଆତ୍ମବିଶ୍ୱାସ ଏବଂ ଉତ୍ସାହ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ସୀମା ଆରପାରିରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିବାରେ ଭାରତୀୟ ସଶସ୍ତ୍ର ବାହିନୀର ବୀରତ୍ୱ, ସଠିକତା ଏବଂ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ପାଇଁ ପ୍ରଶଂସା କରିଛନ୍ତି। “ସମଗ୍ର ଦେଶ ଆତଙ୍କବାଦ ବିରୁଦ୍ଧରେ ଏକଜୁଟ ଏବଂ ଏହାକୁ ସମାପ୍ତ କରିବାକୁ ପ୍ରତିବଦ୍ଧ,” ସେ ଦୃଢ଼ ଭାବରେ କହିଛନ୍ତି। ଅପରେସନ ସିନ୍ଦୂର ପରେ ଜାତୀୟ ଭାବନା ବୃଦ୍ଧି ପାଉଛି ଅପରେସନ ପରେ ଦେଶପ୍ରେମର ଉତ୍ସାହକୁ ଉଜ୍ଜ୍ୱଳ କରି…
Savitri Brata 2025: ବୈଦିକ କ୍ୟାଲେଣ୍ଡର ଅନୁସାରେ, ପ୍ରତିବର୍ଷ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ କରାଯାଏ। ଏହି ପବିତ୍ର ତିଥିରେ, ବଟବୃକ୍ଷକୁ ପୂଜା କରାଯାଏ ଏବଂ ଉପବାସ ପାଳନ କରାଯାଏ। ଧାର୍ମିକ ବିଶ୍ୱାସ ଅନୁସାରେ, ଏହି ବ୍ରତ ପାଳନ କରିବା ଦ୍ୱାରା ସ୍ୱାମୀଙ୍କୁ ଦୀର୍ଘ ଜୀବନ ମିଳିଥାଏ ଏହି ଦିନରେ ଦାନ କରିବାର ମଧ୍ୟ ବିଶେଷ ମହତ୍ତ୍ୱ ଅଛି। ଆସନ୍ତୁ ଜାଣିବା ସାବିତ୍ରୀ ବ୍ରତ ଉପବାସର ତାରିଖ ଏବଂ ଶୁଭ ସମୟ ବୈଦିକ କ୍ୟାଲେଣ୍ଡର ଅନୁସାରେ, ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥି ମେ ୨୬ ତାରିଖ ସୋମବାର ଦିନ ମଧ୍ୟାହ୍ନ ୧୨:୧୧ ରେ ଆରମ୍ଭ ହେବ ଏବଂ ପରଦିନ ଅର୍ଥାତ୍ ମେ ୨୭ ତାରିଖ ସକାଳ ୦୮:୩୧ ରେ ଶେଷ ହେବ। ସେଥିପାଇଁ ୨୬ ମଇ ୨୦୨୫ ତାରିଖ ରେ ସାବିତ୍ରୀ ବ୍ରତ ପାଳନ କରାଯିବ। ସୂର୍ଯ୍ୟୋଦୟ – ସକାଳ ୦୫:୨୭ ରେ ସୂର୍ଯ୍ୟାସ୍ତ – ସନ୍ଧ୍ୟା…
ଭୁବନେଶ୍ବର: ଢେଙ୍କାନାଳର ପ୍ରସିଦ୍ଧ ଆମ୍ରପଲ୍ଲୀ ଆମ୍ବ ଏବଂ ଇଂଲଣ୍ଡ ବଜାରକୁ ମହକାଇବ। ରାଜ୍ୟ କୃଷି ବିଭାଗର ସହଯୋଗରେ ଏହି ମିଠା ଆମ୍ବକୁ ଏଥର ଇଂଲଣ୍ଡ ପଠାଯାଇଛି। ତିନିଦିନରେ ପ୍ରାୟ ପାଞ୍ଚ ମେଟ୍ରିକ ଟନ ଆମ୍ବ ବିଦେଶକୁ ରପ୍ତାନୀ କରାଯାଇଛି। ଯାହା ଓଡିଶା ଆମ୍ବ ଚାଷୀଙ୍କ ପାଇଁ ଏକ ଖୁସି ଖବର। ଗତ ବର୍ଷ ମଧ୍ୟ ଢେଙ୍କାନାଳର ଏହି ଆମ୍ବକୁ ବିଦେଶ ପଠାଯାଇଥିଲା। ସେଠାରେ ଲୋକଙ୍କର ଚାହିଦା ବଢିବା ପରେ ଏଥର ଇଂଲଣ୍ଡ ପଠାଯାଇଛି। ସେହିପରି ଏହି ଆମ୍ବକୁ ଏଥର ରୋମ, ଭ୍ୟାନିସ, ବୀରମଗାହମ ପ୍ରଭୃତି ଦେଶକୁ ପଠାଯିବାର ଲକ୍ଷ୍ୟ ରଖାଯାଇଛି। ଆମ୍ବ ସହିତ ବେଲ, ତାଳ, ପଣସ ଏବଂ ଛୁଇଁ କୁ ମଧ୍ୟ ବିଦେଶ ପଠାଇବା ପାଇଁ ରାଜ୍ୟ କୃଷି ବିଭାଗ ଲକ୍ଷ୍ୟ ରଖିଛି।
ଭୁବନେଶ୍ୱର: ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ନୀତି ଓ ଅପରେସନ ସିନ୍ଦୁରର ସଫଳତା ସମ୍ପର୍କରେ ବିଶ୍ଵ ସମୁଦାୟକୁ ଅବଗତ କରାଇବା ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ଵରେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଆଜି ମଧ୍ୟ ପ୍ରାଚ୍ୟ ରାଷ୍ଟ୍ର ବାହାରିନରେ ପହଂଚିଛନ୍ତି। ଆଜି ପୂର୍ବାହ୍ନରେ ବାହାରିନରେ ପହଞ୍ଚିବା ପରେ ରାଷ୍ଟ୍ରଦୂତ ବିନୋଦ କେ ଯାକୋବ ପ୍ରତିନିଧି ମଣ୍ଡଳୀକୁ ସ୍ବାଗତ କରିଥିଲେ। ପରେ ବାହାରିନର ଶୀର୍ଷ ନେତୃତ୍ୱଙ୍କ ସହ ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଓ ଅପରେସନ ସିନ୍ଦୂରର ସଫଳତା ବିଷୟରେ ଅବଗତ କରାଇଛନ୍ତି। ପାକିସ୍ତାନ ଜମ୍ମୁ କାଶ୍ମୀରରେ ଶାନ୍ତି ଓ ବିକାଶରେ ବାଧା ଉତ୍ପନ୍ନ ପାଇଁ ପହଲଗାମ ଆକ୍ରମଣର ଷଡ଼ଯନ୍ତ୍ର ପ୍ରସ୍ତୁତ କରିଥିଲା। ଭାରତ ଏହାର ଉଚିତ ଜବାବ ଅପରେସନ ସିନ୍ଦୂର ମାଧ୍ୟମରେ ଦେଇଛି। ଭାରତ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛି ବୋଲି ବାହାରିନର ଶୀର୍ଷ ନେତୃତ୍ୱଙ୍କୁ ଅବଗତ କରାଇଛନ୍ତି।…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ନେଇ ଏକ ବିଚିତ୍ର ପ୍ରକାରର ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା ସୋମବାରରେ ହେବାକୁ ଥିବା ଏହି ଅଭିଯୋଗ ଶୁଣାଣି ନେଇ ରାଜ୍ୟ ସରକାର ତିନି ପ୍ରକାରର ବିଜ୍ଞାପନ ପ୍ରକାଶିତ କରିଛନ୍ତି। ଯାହାକୁ ନେଇ ସାଧାରଣରେ ଦ୍ବନ୍ଦ ସୃଷ୍ଟି ହୋଇଛି। ଘଟଣାରୁ ଜଣାପଡିଛି ଯେ, ଆସନ୍ତା ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ। ସେଥିପାଇଁ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଆଜି ବିଭିନ୍ନ ଖବରକାଗଜରେ ବିଜ୍ଞାପନ ପ୍ରଦାନ କରାଯାଇଛି। ତେବେ ଗୋଟିଏ ବିଭାଗ ତରଫରୁ ବାହାରିଥିବା ଏହି ବିଜ୍ଞାପନରେ ତିନି ପ୍ରକାରର ସୂଚନା ଦିଆଯାଇଛି। କେତେକ ସମ୍ବାଦପତ୍ରରେ ବାହାରିଥିବା ବିଜ୍ଞାପନରେ କୁହାଯାଇଛି ଯେ, ଆସନ୍ତା 26 ତାରିଖ ସୋମବାରରେ ସାବିତ୍ର ବ୍ରତ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ। ତେବେ ଆଉ କେତେକ ଖବର କାଗଜରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିବାରୁ ସୋମବାର ଦିନ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ…
ଭୁବନେଶ୍ୱର: କଷ୍ଟ୍ ଆଣ୍ଡ୍ ମ୍ୟାନେଜମେଂଟ୍ ଆକାଉଟାଂଟ୍ମାନେ ଏକ ସମୃଦ୍ଧ ଓ ବିକଶିତ ଭାରତ ଗଠନ ପାଇଁ ନିରନ୍ତର କାର୍ଯ୍ୟ କରନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଜଣାଇଛନ୍ତି । ଚଳିତ ମଇ ୨୩ ତାରିଖ ଦିନ ସୋଆ ବିଶ୍ୱ ବିଦ୍ୟାଳୟର ଅଡ଼ିଟୋରିୟମ୍ଠାରେ ଆୟୋଜିତ ୬୨ତମ ଜାତୀୟ କଷ୍ଟ୍ ଆଣ୍ଡ୍ ମ୍ୟାନେଜମେଂଟ୍ ଆକାଉଟାଂଟ୍ ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ଉଦ୍ଘାଟନ କରି ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । ଏହି ସମ୍ମିଳନୀରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଭାରତ ୫ଟ୍ରିଲିୟନ ଡଲାର ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନ ପୂରଣ ଆଡକୁ ଅଗ୍ରସର ହେଉଥିବାବେଳେ କଷ୍ଟ୍ ଆଣ୍ଡ୍ ମ୍ୟାନେଜମେଂଟ୍ ଆକାଉଟାଂଟ୍ମାନଙ୍କର ଭୂମିକା ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି । ବିଶ୍ୱ ଏକ ଅଭୁତପୂର୍ବ ଗତିରେ ବିକଶିତ ହେଉଛି । କୃତ୍ରିମ ବୁଦ୍ଧିମତା ଠାରୁ ଡାଟା ଆନାଲିଟିକ୍ସ୍ ପର୍ଯ୍ୟନ୍ତ, ପ୍ରଯୁକ୍ତି ବିଦ୍ୟା ବ୍ୟବସାୟ ପରିଚାଳନାକୁ…
ଭୁବନେଶ୍ବର: ‘ଓଡ଼ିଶା ବୁକ୍ଷ୍ଟୋର୍’ ଦ୍ୱାରା ପ୍ରକାଶିତ ଓ ଗାଳ୍ପିକ ବିଜୟାନନ୍ଦ ସିଂହଙ୍କ ରଚିତ ପଞ୍ଚମ ଗଳ୍ପ ସଂକଳନ “ଅଶେଷ ଅନୁରାଗ”କୁ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼଼ର ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ କରକମଳରେ ଭୁବନେଶ୍ବରର ନୀଳକଣ୍ଠନଗର ଠାରେ ଉନ୍ମୋଚନ କରାଯାଇଅଛି । ଉକ୍ତ ଉତ୍ସବରେ ଶ୍ରୀ ହରିଚନ୍ଦନ ଆଜିର ଗଳ୍ପଗୁଡ଼ିକୁ ସମାଜନିଷ୍ଠ ଅନୁଭବର ପ୍ରତିଲିପି ବୋଲି ଅଭିହିତ କରିଥିଲେ। ଅଶେଷ ଅନୁରାଗରେ ସ୍ଥାନିତ ଗଳ୍ପଗୁଡ଼ିକ ସମ୍ବେଦନଶୀଳ ଦୃଷ୍ଟି ଭଙ୍ଗିରେ ରଚିତ ହୋଇଥିବାରୁ ତାହା ପାଠକକୁ ଗଳ୍ପ ପ୍ରତି ଆକୃଷ୍ଟ କରିବ ବୋଲି ଶ୍ରୀ ହରିଚନ୍ଦନ ଆଶା ପ୍ରକାଶ କରିଥିଲେ । ବିଶିଷ୍ଟ ଅତିଥି ଭାବରେ ଶ୍ରୀମତୀ ସୁପ୍ରଭା ହରିଚନ୍ଦନ ଉକ୍ତ ଉତ୍ସବରେ ଉପସ୍ଥିତ ରହି ଲେଖକଙ୍କୁ ଶୁଭେଚ୍ଛା ଜଣାଇ ଥିଲେ ଏବଂ ଗଳ୍ପଗ୍ରନ୍ଥ ପାଠକୀୟ ଆଦୃତି ଲାଭ କରି ଉଚ୍ଚ ପ୍ରଶଂସିତ ହେବ ବୋଲି କହିଥିଲେ । ବିଶିଷ୍ଟ ସାହିତ୍ୟିକ ତଥା ଗାଳ୍ପିକ ଗୌରହରି ଦାସ ଉକ୍ତ ଉତ୍ସବରେ ସମ୍ମାନୀତ…
ଭୁବନେଶ୍ୱର: କଂଗ୍ରେସ ଦଳର ଛାମୁଆ ସଂଗଠନ ରାଜୀବ ଗାନ୍ଧୀ ପଞ୍ଚାୟିତରାଜ ସଂଗଠନ ଅସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ସୁଦୃଢ଼ କରିବାର ପ୍ରକ୍ରିୟା ଜାରି ରଖିଛି । ଆଗରୁ ସଂଗଠନ ର ୧୪ ଟି ଜିଲ୍ଲା ପାଇଁ ଆବାହକ ଓ ସହ ଆବାହକ ନିଯୁକ୍ତ ହୋଇଛନ୍ତି । ପ୍ରତି ଜିଲ୍ଲା ପାଇଁ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଆବାହକ ଓ ସହ ଆବାହକ ଭାବରେ ନିଯୁକ୍ତି ମିଳିଛି । ସଂଗଠନରେ ମହିଳା ସହଭାଗିତା ଓ ସଂପୃକ୍ତିକୁ ବଢ଼ାଇବା ପାଇଁ ପ୍ରତ୍ୟେକଟି ସ୍ତରରେ ମହିଳାମାନଙ୍କୁ ପଦବୀ ଓ ଅଗ୍ରାଧିକାର ଦେବା ପାଇଁ ସଂଗଠନ ଏଭଳି ନିଷ୍ପତ୍ତି କରିଛି । ଆଜି ୪ଟି ଜିଲ୍ଲା ପାଇଁ ଆବାହକ ଓ ସହ ଆବାହକ ନିଯୁକ୍ତି ହୋଇଛନ୍ତି । ଭୁବନେଶ୍ୱର ଜିଲ୍ଳା ପାଇଁ ଡକ୍ଟର ଦେବାହୁତି ଆଚାର୍ଯ୍ୟ ଆବାହକ ଓ ଶ୍ରୀ ଉମେଶ ଚନ୍ଦ୍ର ଦାସ ସହ ଆବାହକ ଭାବରେ ନିଯୁକ୍ତ ହୋଇଛନ୍ତି ।…
RathYatra2025: ଆଗାମୀ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବା ପାଇଁ ଜାରି ରହିଥିବା ପ୍ରସ୍ତୁତି ସଂପର୍କରେ ଏକ ସମୀକ୍ଷା ବୈଠକ ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ୱାଇ. ବି. ଖୁରାନିଆ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ କୁମାର ପାଢ଼ୀ, ପୂର୍ତ୍ତ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂଙ୍କ ସମେତ ଅନ୍ୟ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ, ପୁରୀ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୀତ ଅଗ୍ରଓ୍ୱାଲଙ୍କ ସମେତ ରାଜ୍ୟ…
ଭୁବନେଶ୍ବର: ମାତ୍ର ମାସକ ପରେ ସୂଚନା ଓ ଲୋକ ସଂପର୍କ ନିର୍ଦ୍ଦେଶ ପଦରୁ ହଟିଲେ ବରିଷ୍ଠ ଓଏଏସ ଦେବ ପ୍ରସାଦ ଦାସ। ସେ ଗତମାସ 22 ତାରିଖରେ ଏହି ପଦବୀରେ ନିଯୁକ୍ତି ହୋଇଥିଲେ। ହେଲେ ଆଜି ରାଜ୍ୟ ସରକାର ତାଙ୍କୁ ବଦଳି କରି ତାଙ୍କ ସ୍ଥାନରେ ଅନୁଜ କୁମାର ଦାସପଟ୍ଟନାୟକଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଦେବ ପ୍ରସାଦ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ସହିତ ସୂଚନା ଓ ଲୋକ ସଂପର୍କର ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା। ବରିଷ୍ଠ ଓଏଏସ ଅନୁଜ ବର୍ତ୍ତମାନ ପିଏମ ଏବଂ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ନୋଡାଲ ଅଫିସର ଅଛନ୍ତି। ସେହିପରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ସୁରେନ୍ଦ୍ର ପଣ୍ଡାଙ୍କୁ ପିଏମ ଓ ମୁଖ୍ୟମନ୍ତ୍ରୀ ପୋଷଣର ନୋଡାଲ ଅଧିକାରୀ କରାଯାଇଛି। ଟାଙ୍ଗିର ପୂର୍ବତନ ତହସିଲଦାର ତଥା ବର୍ତ୍ତମାନ ସାଧାରଣ ପ୍ରଶାସନ ଓ ପେନସନ ବିଭାଗରେ କାର୍ଯ୍ୟରତ…
ଭୁବନେଶ୍ବର: ଓଡିଶା ନିର୍ମାଣ ନିଗମ ଲିମିଟେଡ୍ ( ଓସିସିଏଲ ), ଭୁବନେଶ୍ୱରର ୬୩ ତମ ପ୍ରତିଷ୍ଠା ଦିବସ ଗୁରୁବାର ଦିନ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନିଗମ ତରଫରୁ ନିଗମର କାର୍ଯ୍ୟ ଏବଂ ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ କୁ ଲକ୍ଷ୍ୟ ରଖି ଏବଂ ଭବିଷ୍ୟତ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ ପରିପ୍ରେକ୍ଷୀରେ ଏକ ଗୁରୁତ୍ୱ ପୂର୍ଣ୍ଣ କର୍ମଶାଳାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ତଥା ଓସିସିଏଲର ଅଧ୍ୟକ୍ଷା ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଉନ୍ନୟନ କମିଶନର ତଥା ଓସିସିଏଲ ଅଧ୍ୟକ୍ଷା ଶ୍ରୀମତୀ ଗର୍ଗ ଓସିସିଏଲର ଟିମକୁ ସେମାନଙ୍କର ସଫଳତା ପାଇଁ ପ୍ରଶଂସା କରିବା ସହିତ ନିଗମର ଭବିଷ୍ୟତ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ । ସେ କହିଥିଲେ…
ଭୁବନେଶ୍ବର: ପଛୁଆବର୍ଗ, ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପାଇଁ ନାର୍ଯ୍ୟ ଆରକ୍ଷଣ ବାବିରେ ପିସିସି ସଭାHପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆଜି ଦିବା ୧୦ ଘଟିକାରୁ ୨୪ ଘଂଟିଆ ଧାରଣା ଦିଆଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ବିଶାଳ ଶୋଭାଯାତ୍ରାରେ କଂଗ୍ରେସ ଭବନରୁ ବାହାରି ଧାରଣା ସ୍ଥଳ ପର୍ଯ୍ୟନ୍ତ ଯାଇଥିଲେ । ଏହି ଅବସରରେ ଶ୍ରୀ ଦାସ କହିଛନ୍ତି ଯେ କେନ୍ଦ୍ର ସରକାର ତରବରିଆ ଭାବେ ଭୟରେ ଜାତି ଜନଗଣନା କରିବାପାଇଁ ଯେଉଁ ନିଷ୍ପରି ଗ୍ରହଣ କରିଛନ୍ତି ଏହାର ସମସ୍ତ ଶ୍ରେୟ ରାହୁଲ ଗାନ୍ଧୀଙ୍କର । ରାହୁଲ ଗାନ୍ଧୀ କହି ଆସିଛନ୍ତି ଯାହାର ସଂଖ୍ୟା ଯେତେ ତାହାର ହକ ସେତେ । ସେହି ନିମୟରେ ସେ ସଂସଦ ଭିତରେ ଏବଂ ସଂସଦ ବାହାରେ ଶାଣିତ ସ୍ବରରେ ଜାତି ଜନଗଣନା ପ୍ରସଙ୍ଗ ଉପସ୍ଥାପନ ଦୀର୍ଘଦିନ ଧରି…
ଭୁବନେଶ୍ବର: ବିଜୁ ଜନତା ଦଳ ଆଜି ଏକ ବଡ ଘୋଷଣା କରିଛି। ଏଥିରେ ଦଳ ନୂଆ ଶୃଙ୍ଖଳା କମିଟ ଗଠନ କରିଛି। ଯେଉଁମାନେ ଦଳ ବିରୋଧୀ କାର୍ଯ୍ୟ କରିବେ ସେମାନଙ୍କୁ ଏହି କମିଟ ନିଲମ୍ବନ କିମ୍ବା ବହିସ୍କାର କରିବାକୁ ନିଷ୍ପତି ଗ୍ରହଣ କରିବେ। ତେବେ ଏହି କମିଟରେ ଯେଉଁମାନେ ଅଛନ୍ତି ସେମାନେ ହେଲେ 1- ଦେବୀ ପ୍ରସାଦ ମିଶ୍ର 2- ପ୍ରଦୀପ କୁମାର ଅମାତ 3-ଚନ୍ଦ୍ର ଶେଖର ସାହୁ 4- ରାଜଶ୍ରୀ ମଲ୍ଲିକ 5-ସାରଦା ପ୍ରସନ୍ନ ଜେନା 6- ଶର୍ମିଷ୍ଠା ସେଠୀ 7-ଲୋପାମୁଦ୍ରା ବକ୍ସିପାତ୍ର ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ଭୁବନେଶ୍ବର: ଓଡିଶାର ସମୃଦ୍ଧ ଶିଳ୍ପ ଇତିହାସରେ ଆଉ ଏକ ସଫଳତାର ପୃଷ୍ଠା ଯୋଡି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁରର କଳିଙ୍ଗନଗର ଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ, ସମୁଦାୟ ୨୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ନୂତନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି । ଏହା ଦ୍ୱାରା ପ୍ରାୟ ୩୬ ହଜାର ନୂତନ ନିଯୁକ୍ତି ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ ଯେ, ଆଜି ପ୍ରାୟ ୪୯ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭ ଉଦ୍ଘାଟନ ଏବଂ ପ୍ରାୟ ୬୬ ହଜାର କୋଟି ଟଙ୍କାର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଯାଜପୁର ଜିଲ୍ଲାରେ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜିର ଏହି କାର୍ଯ୍ୟକ୍ରମ, ଶିଳାନ୍ୟାସ ନୁହେଁ, କି ଉଦ୍ଘାଟନ ନୁହେଁ, ଏହା ହେଉଛି ସମୃଦ୍ଧ ଓଡ଼ିଶାର ଭବିଷ୍ୟତର ନିର୍ମାଣ…
ଭୁବନେଶ୍ବର: ଜଣେ ମହିଳା ସରକାରୀ କର୍ମଚାରୀ ଦୁଇଟିରୁ କମ୍ ଜୀବିତ ପିଲାଙ୍କ ପାଇଁ, ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃତ୍ଵ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ କିଛିଟା ଦ୍ୱନ୍ଦ୍ବ ଥିଲା। ଏବେ ସେହି ଦ୍ୱନ୍ଦ୍ୱ ଦୂର ହୋଇଛି। ମହିଳା ସରକାରୀ କର୍ମଚାରୀ ମାନେ ମାତୃତ୍ୱ ସମୟରେ ୧୮୦ ଦିନର ଛୁଟି କେଉଁ ପରିସ୍ଥିତିରେ କିପରି ନେବେ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହା ଦ୍ୱାରା ମହିଳା ସରକାରୀ କର୍ମଚାରୀ ମାନେ ମାତୃତ୍ୱ କ୍ଷେତ୍ରରେ ଛୁଟି ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଦୂର ହୋଇଛି। ଏହା ସହିତ, ଜଣେ ମହିଳା ସରକାରୀ କର୍ମଚାରୀ ଶିଶୁ ଜନ୍ମ ସମୟରେ ସରକାରୀ ସେବାରେ ନ ଥାଇ, ପରବର୍ତ୍ତୀ ସମୟରେ ସେବାରେ ଯୋଗ ଦେବା…
ଭୁବନେଶ୍ୱର: ଚଳିତ ମଇ ୨୦ ତାରିଖ ଦିନ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟି ଖୋର୍ଦ୍ଧା ଜିଲ୍ଲାର ଜଟଣୀ ନିକଟସ୍ଥ ରାମଚନ୍ଦ୍ରପୁରସ୍ଥିତ ସି.ୟୁ.ଟି.ଏମ୍. ( ସେଞ୍ଚୁରିଅନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ) ପରିଦର୍ଶନ କରି ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି । ରାଜ୍ୟପାଳଙ୍କ ଏହି ପରିଦର୍ଶନ ସମୟରେ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ । ରାଜ୍ୟପାଳ ବିଶ୍ୱବିଦ୍ୟାଳୟର ପଲିନେଟର୍ସ ପାରାଡାଇଜ୍, ଟ୍ରାନ୍ସଫର୍ମର୍ ଲ୍ୟାବସ୍, ୱେଷ୍ଟ୍ ଟୁ ୱେଲଥ୍ ଲ୍ୟାବ୍, ୱେଲ୍ ଉଡ଼୍ ଇଞ୍ଜିନିଅରିଂ ଲ୍ୟାବ୍, ଆପାରେଲ୍ ଆଣ୍ଡ୍ ଟେକ୍ସଟାଇଲସ ଇଞ୍ଜିନିଅରିଂ ଲ୍ୟାବ୍, ପ୍ଲମ୍ବିଙ୍ଗ୍ ଆଣ୍ଡ୍ ପାଇପ୍ ଲାଇନ୍ ଇଞ୍ଜିନିଅରିଂ ଲ୍ୟାବସ୍, ମାରିଟାଇମ୍ ସ୍କୁଲ ସିମୁଲେସନ୍ ଆଣ୍ଡ୍ ଆପ୍ଲାଏଡ଼ ଲର୍ଣ୍ଣିଙ୍ଗ୍ ଲ୍ୟାବ୍, ଇଲେକ୍ଟ୍ରିକାଲ ଆଣ୍ଡ୍ ଅଟୋମେଟିଭ ଲ୍ୟାବ୍, ଆଲାଏଡ ହେଲଥ୍ ସ୍କୁଲ ଲ୍ୟାବସ୍ ଇତ୍ୟାଦି ପ୍ରୟୋଗଶାଳା ପରିଦର୍ଶନ କରି କାର୍ଯ୍ୟଧାରା ଅନୁଧ୍ୟାନ କରିଥିଲେ । ଏହି ଅବସରରେ ଇଲେକ୍ଟ୍ରିକ୍ ଭେହିକଲ୍ ସମ୍ପର୍କିତ…
+3 Admission Date: ଶେଷରେ ଯୁକ୍ତ ତିନି ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି । ଜୁନ୍ ୧ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆନଲାଇନରେ ସେମାନଙ୍କର ନାମଲେଖା ଆବେଦନ କରିପାରିବେ। ଏହି ତାରିଖ ଗତକାଲି ଶେଷ ହୋଇଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ଯୁକ୍ ଦୁଇ ପରୀକ୍ଷା ଫଳ ଘୋଷଣା ହୋଇ ନ ଥିବାରୁ ଉଚ୍ଚ ଶିକ୍ଷା ବିଭାଗ ଏହାର ଅବଧି ବୃଦ୍ଧି କରିଛନ୍ତି। ସାମ୍ସ ପୋର୍ଟାଲ୍ରେ ଅନ୍ଲାଇନ୍ରେ କମନ୍ ଆପ୍ଲିକେସନ୍ ଫର୍ମ ପୂରଣ କରିବେ ଛାତ୍ରଛାତ୍ରୀ। ଏହି ଅବଧି ମଧ୍ୟରେ ପୂର୍ବରୁ ସିଏଏଫ୍ ଦାଖଲ କରିଥିବା ଛାତ୍ରଛାତ୍ରୀ ସେମାନଙ୍କ ଫର୍ମରେ ଆବଶ୍ୟକ ସଂଶୋଧନ କିମ୍ବା ଯୁକ୍ତ୨ ମାର୍କ ଅପ୍ଲୋଡ୍ କରିପାରିବେ । Read More- PM Modi to Visit Rajasthan, Launch Projects Worth Over ₹26,000 Crore in Bikaner

